Language: ଓଡ଼ିଆ

Book: Matthew

Matthew

Chapter 1

1 ଅବ୍ରାହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ । 2 ଅବ୍ରାହାମ ଇସ୍‌ହାକଙ୍କୁ ଜନ୍ମ ଦେଲେ, ଇସ୍‌ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ, 3 ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,

4 ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ, 5 ସଲମୋନ ରାହାବଙ୍କ ଗର୍ଭରୁ ବୋୟାଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ, 6 ଯିଶୀ ଦାଉଦ ରାଜାଙ୍କୁ ଜନ୍ମ ଦେଲେ । ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲୋମନଙ୍କୁ ଜନ୍ମ ଦେଲେ,

7 ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ, 8 ଅବୀୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫଟଙ୍କୁ ଜନ୍ମ ଦେଲେ, ଯିହୋଶାଫଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜୀୟଙ୍କୁ ଜନ୍ମ ଦେଲେ,

9 ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସଙ୍କୁ ଜନ୍ମ ଦେଲେ, ଆହସ ହିଜକୀୟଙ୍କୁ ଜନ୍ମ ଦେଲେ, 10 ହିଜକୀୟ ମନଃଶିଙ୍କୁ ଜନ୍ମ ଦେଲେ, ମନଃଶି ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶୀୟଙ୍କୁ ଜନ୍ମ ଦେଲେ, 11 ବାବିଲୋନକୁ ନିର୍ବାସିତ ହେବା ସମୟରେ ଯୋଷୀୟ ଯିକନୀୟ ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ ।

12 ବାବିଲୋନକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍‍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍‍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ, 13 ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ, 14 ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ,

15 ଏଲିହୁଦ ଏଲୀୟାଜରଙ୍କୁ ଜନ୍ମ ଦେଲେ, ଏଲୀୟାଜର ମତ୍ତାନଙ୍କୁ ଜନ୍ମ ଦେଲେ, 16 ମତ୍ତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରିୟମଙ୍କ ସ୍ୱାମୀ ଯୋଷେଫଙ୍କୁ ଜନ୍ମ ଦେଲେ, ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ । 17 ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲୋନ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲୋନ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ ।

18 ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା । ତାହାଙ୍କ ମାତା ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା । 19 ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ ।

20 କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, "ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି । 21 ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ।"

22 ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏସମସ୍ତ ଘଟିଲା,

    23 "ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ", ଏହି ନାମର ଅର୍ଥ "ଆମ୍ଭମାନଙ୍କ ସହିତ ଈଶ୍ୱର" ।

24 ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ; 25 କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ ।



Translation Questions

Matthew 1:1

ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀର କେଉଁ ଦୁଇଟି ପୂର୍ବପୁରଷମାନଙ୍କ ତାଲିକା ପ୍ରଥମରେ ଦିଆଯାଇଅଛି ?

ଖ୍ରୀଷ୍ଟଙ୍କର ବଂଶାବଳୀର ଦାଉଦ ଓ ଅବ୍ରାହାମ ଏହି ଦୁଇଟି ପୂର୍ବପୁରୁଷମାନଙ୍କର ତାଲିକା ପ୍ରଥମରେ ଦିଆଯାଇଅଛି [୧:୧] ।

Matthew 1:15

ବଂଶାବଳୀର ଶେଷରେ ସ୍ତ୍ରୀ ଜଣଙ୍କର ଯେଉଁ ନାମ ଦିଆଯାଇଛି ସେ କିଏ ଓ ତାହାର ନାମ ତାଲିକାରେ କାହିଁକି ଦିଆଯାଇଛି ?

ମରିୟମ ଯୋଷେଫଙ୍କର ସ୍ତ୍ରୀଙ୍କର ତାଲିକା ଦିଆଯାଇଛି କାରଣ ତାହାଙ୍କ ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଗ୍ରହଣ ହୋଇଥିଲା [୧:୧୬] ।

Matthew 1:18

ମରିୟମ କେଉଁପରି ଭାବରେ ଗର୍ଭବତୀ ହୋଇଥିଲେ ?

ମରିୟମ ସେମାନଙ୍କ ସହବର୍ତ୍ତୀ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଥିଲେ [୧:୧୮] ।

ଯୋଷେଫ କେଉଁ ପ୍ରକାରର ଲୋକ ଥିଲେ ?

ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ [୧:୧୯] ।

ଯେତେବେଳେ ମରିୟମ ଗର୍ଭବତୀ ଅଛନ୍ତି ବୋଲି ଜାଣିଲେ ସେ କ'ଣ କରିବା ନିମନ୍ତେ ସ୍ଥିର କଲେ ?

ଯେତେବେଳେ ମରିୟମ ଗର୍ଭବତୀ ଅଛନ୍ତି ବୋଲି ଜାଣିଲେ ସେ ଗୁପ୍ତରେ ମରିୟମଙ୍କୁ ପରିତ୍ୟାଗ କରିବା ନିମନ୍ତେ ସ୍ଥିର କରିଥିଲେ [୧:୧୯]

Matthew 1:20

ଯୋଷେଫଙ୍କୁ କ'ଣ ହେଲା ଯେ ସେ ମରିୟମଙ୍କ ସହିତ ବିବାହ କରିବା ନିମନ୍ତେ ସ୍ଥିର କରିଥିଲେ ?

ପ୍ରଭୁଙ୍କର ଜଣେ ଦୂତ ଦିନରେ ଯୋଷେଫଙ୍କୁ ସ୍ଵପ୍ନରେ ମରିୟମଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ କହିଥିଲେ କାରଣ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ଥିଲେ [୧:୨୦] ।

କାହିଁକି ଶିଶୁର ନାମ ଯୀଶୁ ବୋଲି ଦେବା ପାଇଁ ଯୋଷେଫଙ୍କୁ କୁହାଯାଇଥିଲା ?

ଶିଶୁର ନାମ ଯୀଶୁ ବୋଲି ଦେବା ପାଇଁ ଯୋଷେଫଙ୍କୁ କୁହାଯାଇଥିଲା କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ [୧:୨୧] ।

Matthew 1:22

ପୁରାତନ ନିୟମର କେଉଁ ଭାବବାଣୀ ଦ୍ୱାରା ଏହି ଘଟଣା ସଫଳ ହେଲା ?

ପୁରାତନ ନିୟମର ଭାବାବାଣୀ ହୋଇଥିଲା ଯେ ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ସେମାନେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ,ଏହି ନାମର ଅର୍ଥ "ଆମ୍ଭମାନଙ୍କ ସହିତ ଈଶ୍ୱର [୧:୨୩] ।

Matthew 1:24

ମରିୟମ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ କ'ଣ ନ କରିବାକୁ ଯୋଷେଫଙ୍କୁ ସାବଧାନ କରାଯାଇଥିଲା ?

ମରିୟମ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ସହବାସ ନ କରିବାକୁ ଯୋଷେଫଙ୍କୁ ସାବଧାନ କରାଯାଇଥିଲା [୧:୨୫]।


Chapter 2

1 ହେରୋଦ ରାଜାଙ୍କ ସମୟରେ ଯିହୂଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ, ଦେଖ, ପୂର୍ବଦେଶର କେତେକ ପଣ୍ଡିତ ଯିରୂଶାଲମକୁ ଆସି କହିଲେ, 2 "ଯିହୂଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ ? କାରଣ ଆମ୍ଭେମାନେ ପୂର୍ବଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ ।" 3 ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍‌ବିଗ୍ନ ହେଲେ;

4 ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ । 5 ସେମାନେ ତାହାଙ୍କୁ କହିଲେ, "ଯିହୂଦା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖା ଅଛି,

    6 'ଆଉ ଗୋ ଯିହୂଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୂଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋ'ଠାରୁ ଆସିବେ ।'"

7 ତା'ପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ଠିକ୍ ଭାବରେ ବୁଝିନେଲେ । 8 ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, "ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ଠିକ୍ ଭାବରେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲାକ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା ।"

9 ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା । 10 ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ,

11 ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ । 12 ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ସତର୍କବାଣୀ ପାଇ ସେମାନେ ଅନ୍ୟ ପଥ ଦେଇ ଆପଣା ଦେଶକୁ ଚାଲିଗଲେ ।

13 ସେମାନେ ଚାଲିଯିବା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, "ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଅ, ପୁଣି, ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ୱେଷଣ କରିବାକୁ ଉଦ୍ୟତ ।" 14 ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଇଗଲେ, 15 ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ ।

16 ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି ରାଗିଗଲେ, ଆଉ ସେମାନଙ୍କ ନିକଟରୁ ଉତ୍ତମ ରୂପେ ଯେଉଁ ସମୟରେ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ କମ୍ ବୟସ୍କ ଯେତେ ବାଳକ ବେଥଲିହିମ ପୁଣି, ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ ।

17 ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା,

    18 "ରାମାରେ ସ୍ୱର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ ସେମାନେ ନାହାଁନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ ।"

19 ହେରୋଦଙ୍କ ମୃତ୍ୟୁ ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, 20 "ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଯାଅ, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ସେମାନଙ୍କର ମୃତ୍ୟୁ ଘଟିଅଛି ।" 21 ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଆସିଲେ ।

22 ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୂଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲୀ ଅଞ୍ଚଳକୁ ପଳାଇଗଲେ 23 ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀମାନଙ୍କ ଦ୍ୱାରା ଉକ୍ତ ବାକ୍ୟ ସଫଳ ହୁଏ ଯେ, "ସେ ନାଜରିତୀୟ ବୋଲି ଖ୍ୟାତ ହେବେ" ।



Translation Questions

Matthew 2:1

କେଉଁଠାରେ ଯୀଶୁ ଜନ୍ମ ଗ୍ରହଣ କରିଥିଲେ ?

ଯିହୂଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମଗ୍ରହଣ ହୋଇଥିଲା [୨:୧]।

ପୂର୍ବଦେଶର ପଣ୍ଡିତମାନେ ଯୀଶୁଙ୍କୁ କେଉଁ ନାମ ଦେଇଥିଲେ ?

ପୂର୍ବଦେଶର ପଣ୍ଡିତମାନେ ଯୀଶୁଙ୍କୁ ''ଯିହୁଦୀ ମାନଙ୍କର ରାଜା'' ବୋଲି ନାମ ଦେଇଥିଲେ [୨:୨]।

ଯିହୁଦୀମାନଙ୍କର ରାଜା ଜନ୍ମ ଗ୍ରହଣ କରିଅଛନ୍ତି ବୋଲି ପୂର୍ବଦେଶର ରାଜାମାନେ କିପରି ଜାଣିଥିଲେ ?

ପୂର୍ବଦେଶର ପଣ୍ଡିତମାନେ ଯିହୁଦୀମାନଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଲେ [୨:୨]।

ରାଜା ହେରୋଦ ଶୁଣିଲା ପରେ ପଣ୍ଡିତମାନଙ୍କ ସମ୍ବାଦକୁ କିପରି ଉତ୍ତର ଦେଲେ?

ଯେତେବେଳେ ପଣ୍ଡିତମାନଙ୍କଠାରୁ ଏହି ସମ୍ବାଦ ରାଜା ହେରୋଦ ଶୁଣିଲେ, ସେ ଉଦ୍‍ବିଗ୍ନ ହୋଇଥିଲେ [୨:୩]।

Matthew 2:4

କେଉଁଠାରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିବେ ବୋଲି କିପରି ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଜାଣିଥିଲେ ?

ସେମାନେ ଜାଣିଥିଲେ ଭାବବାଣୀ ଯାହା କୁହାଯାଇଥିଲା ଯେ ଖ୍ରୀଷ୍ଟ ବେଥଲିହିମରେ ଜନ୍ମ ଗ୍ରହଣ କରିବେ ବୋଲି [୨:୫-୬]।

Matthew 2:9

ପଣ୍ଡିତମାନେ କିପରି ଯୀଶୁଙ୍କର ସଠିକ୍ ସ୍ଥାନର ସନ୍ଧାନ ପାଇଲେ ?

ପୂର୍ବଦେଶର ତାରା ସେମାନଙ୍କ ଆଗେ ଆଗେ ଯାଇ ଯେଉଁଠାରେ ଶିଶୁ ଥିଲେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା [୨:୯]।

Matthew 2:11

ପଣ୍ଡିତମାନେ ଯେତେବେଳେ ଯୀଶୁଙ୍କୁ ଦେଖିବାଲୁ ଆସିଲେ ସେ କେତେ ବର୍ଷର ଥିଲେ ?

ପଣ୍ଡିତମାନେ ଯେତେବେଳେ ଯୀଶୁଙ୍କୁ ଦେଖିବାଲୁ ଆସିଲେ ସେତେବେଳେ ସେ ସେତେବେଳେ ଶିଶୁ ହିଁ ଥିଲେ [୨:୧୧]।

ପଣ୍ଡିତମାନେ କେଉଁ ଉପହାର ଦେଇଥିଲେ ?

ପଣ୍ଡିତମାନେ ସୁନା, କୁନ୍ଦୂରୁ ଓ ଗନ୍ଧରସ ଯୀଶୁଙ୍କୁ ଦର୍ଶନୀ ଦେଲେ [୨:୧୧]।

ପଣ୍ଡିତମାନେ କେଉଁ ପଥ ଦେଇ ଆପଣା ଗୃହକୁ ପ୍ରସ୍ଥାନ କରିଥିଲେ ଏବଂ କାହିଁକି ସେମାନେ ସେହି ପଥ ଦେଇ ଯାଇଥିଲେ ?

ପଣ୍ଡିତମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କରିଥିଲେ କାରଣ ହେରୋଦଙ୍କ ନିକଟକୁ ନ ଯିବା ପାଇଁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇଥିଲେ [୨:୧୨]।

Matthew 2:13

ଯୋଷେଫ ସ୍ଵପ୍ନରେ କେଉଁ ଉପଦେଶ ପାଇଥିଲେ ?

ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋଷେଫଙ୍କୁ କହିଲେ ଉଠ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ କାରଣ ହେରୋଦ ରାଜା ଶିଶୁକୁ ବିନାଶ କରିବା ନିମନ୍ତେ ଅନ୍ଵେଷଣ କରିବାକୁ ଉଦ୍ୟତ [୨:୧୩]।

ଯୀଶୁ ମିସରରୁ ପୁଣି ଫେରିଲା ପରେ କେଉଁ ଭାବବାଣୀ ସଫଳ ହେଲା ?

ଯୀଶୁ ମିସରରୁ ପୁଣି ଫେରିଲା ପରେ'' ଆମ୍ଭେ ଆପଣା ପୁତ୍ରଙ୍କୁ ମିସରରୁ ଆହ୍ୱାନ କଲୁ'' ଏହି ଭାବବାଣୀ ସଫଳ ହେଲା [୨:୧୫]।

Matthew 2:16

ପଣ୍ଡିତମାନେ ଯେତେବେଳେ ହେରୋଦ ରାଜାଙ୍କ ନିକଟକୁ ଫେରି ନ ଥିଲେ ସେ କ'ଣ କଲେ ?

ହେରୋଦ ଦୁଇ ବର୍ଷ ଓ ସେଥିରୁ ନ୍ୟୁନବୟସ୍କ ଯେତେ ବାଳକ ଶିଶୁମାନେ ବେଥଲିହିମର ମଧ୍ୟରେ ଥିଲେ ସେହି ସମସ୍ତଙ୍କୁ ବଧ କଲେ [୨:୧୬]।

Matthew 2:19

ହେରୋଦଙ୍କ ମୃତ୍ୟୁପରେ ଯୋଷେଫ ସ୍ଵପ୍ନ ଦ୍ୱାରା କେଉଁ ଉପଦେଶ ପାଇଥିଲେ ?

ଇସ୍ରାଏଲ ଦେଶକୁ ଫେରିବା ନିମନ୍ତେ ଯୋଷେଫ ସ୍ଵପ୍ନରେ ଉପଦେଶ ପାଇଥିଲେ [୨:୧୯-୨୦] ।

Matthew 2:22

ଯୋଷେଫ ମରିୟମ ଓ ଯୀଶୁଙ୍କ ସହିତ କେଉଁଠାରେ ବାସ କରିଥିଲେ ?

ଯୋଷେଫ ମରିୟମ ଓ ଯୀଶୁଙ୍କ ସହିତ ଗାଲିଲୀ ନାଜରିତରେ ବାସ କରିଥିଲେ [୨:୨୨-୨୩]।

ଯେତେବେଳେ ଯୋଷେଫ ନୂତନ ସ୍ଥାନକୁ ଫେରିଲେ କେଉଁ ଭାବବାଣୀ ସଫଳ ହେଲା?

ସେ ନାଜରିତୀୟ ଖ୍ୟାତ ହେବେ ଏହି ଭାବବାଣୀ ସଫଳ ହେଲା [୨:୨୩]।


Chapter 3

1 ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, 2 "ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।" 3 ଯିଶାଇୟ ଭାବବାଦୀ ଯାହାଙ୍କ ବିଷୟରେ ଏହି ବାକ୍ୟ କହିଥିଲେ, "ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର ।"

4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା । 5 ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦା ପ୍ରଦେଶ ପୁଣି, ଯର୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ, 6 ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦନ ନଦୀରେ ବାପ୍ତିଜିତ ହେଲେ ।

7 କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, "ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା ? 8 ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର, 9 ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି ।

10 ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ । 11 ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ । 12 ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ସଫା କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ ।"

13 ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦନକୁ ଆସିଲେ । 14 କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି ? 15 ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, "ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ ।" ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ ।

16 ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ୱରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ । 17 ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, "ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ।"



Translation Questions

Matthew 3:1

ବାପ୍ତିଜକ ଯୋହନ ପ୍ରାନ୍ତରରେ କ'ଣ ଘୋଷଣା କରୁଥିଲେ ?

ମନ ପରିବର୍ତ୍ତନ କର କାରଣ ସ୍ଵର୍ଗ ରାଜ୍ୟ ସନ୍ନିକଟ ଯୋହନ ଏହା ପ୍ରଚାର କରୁଥଲେ [୩:୨]।

ବାପ୍ତିଜକ ଯୋହନ କ'ଣ କରିବେ ବୋଲି ଭାବାବାଦୀ ଯିଶାଇୟ କହିଥିଲେ ?

ପ୍ରଭୁଙ୍କ ପଥ ସରଳ କର ଏହା ଭାବବାଦୀ ଯିଶାଇୟ ବାପ୍ତିଜକ ଯୋହନଙ୍କ ବିଷୟରେ କହିଥିଲେ [୩:୩]।

Matthew 3:7

ବାପ୍ତିଜକ ଯୋହନ ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ କ'ଣ କରିବାକୁ କହିଲେ ?

ବାପ୍ତିଜକ ଯୋହନ ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର ବୋଲି କହିଥିଲେ [୩:୮] ।

ବାପ୍ତିଜକ ଯୋହନ ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ ଆପଣା ପରସ୍ପର ମଧ୍ୟରେ କ'ଣ ନ ଭାବିବାକୁ ଚେତନା ଦେଇଅଛନ୍ତି?

ଅବ୍ରାହାମ ଆମ୍ଭମାନଙ୍କର ପିତା ବୋଲି ମନେ ମନେ ଏ ପରି ତୁମ୍ଭେମାନେ ଭାବ ନା ବୋଲି ଯୋହନ ଚେତନା ଦେଇଅଛନ୍ତି [୩:୯]।

Matthew 3:10

ଯୋହନଙ୍କ ଅନୁସାରେ ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ପ୍ରତି କ'ଣ କରାଯିବ ?

ଯୋହନଙ୍କ ଅନୁସାରେ ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ହଣାଯାଇ ନିଆଁରେ ପକାଯିବ [୩:୧୦] ।

ବାପ୍ତିଜକ ଯୋହନଙ୍କ ପରେ ଆସୁଅଛନ୍ତି ଯେ ଜଣେ ସେ କିପରି ହୋଇପାରନ୍ତି ?

ବାପ୍ତିଜକ ଯୋହନଙ୍କ ପରେ ଯେ ଆସୁଅଛନ୍ତି ସେ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିଜକ ଦେବେ [୩:୧୧]।

Matthew 3:13

ଯୀଶୁ କ'ଣ ଯୋହନଙ୍କୁ କହିଲେ ଯେ ଯାହା ଯୋହନଙ୍କୁ ବୁଝେଇଲା ଯୀଶୁଙ୍କୁ ବାପ୍ତିଜକ ଦେବା ନିମନ୍ତେ ?

ଯେତେବେଳେ ଯୀଶୁ କହିଲେ ,ଏହି ପ୍ରକାରେ ଧର୍ମକର୍ମ ସାଧନ କରିବାକୁ ଆମ୍ଭମାନଙ୍କର ଉପଯୁକ୍ତ ,ସେଥିରେ ଯୋହନ ତାଙ୍କ କଥାରେ ସମ୍ମତ ହେଲେ [୩:୧୫]।

Matthew 3:16

ଯୀଶୁ ଯେତେବେଳେ ଜଳରୁ ଉଠି ଆସିଲେ ସେ କ'ଣ ଦେଖିଲେ ?

ଯୀଶୁ ବାପ୍ତିଜିତ ହେଲାକ୍ଷଣି, ସେ ଈଶ୍ଵରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ନିଜ ଉପରକୁ ଆସିବା ଦେଖିଲେ [୩:୧୬]।

ଯୀଶୁ ବାପ୍ତିଜିତ ହେଲା ପରେ ଆକାଶରେ କେଉଁ ବାଣୀ ହେଲା ?

ଯୀଶୁ ବାପ୍ତିଜିତ ହେଲା ପରେ ଆକାଶରେ ଏହି ବାଣୀ ହେଲା''ଏ ଆମ୍ଭମାନଙ୍କର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ [୩:୧୭]।


Chapter 4

1 ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ, 2 ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ । 3 ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, "ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡିକୁ ରୁଟି ହେବା ପାଇଁ ଆଜ୍ଞା ଦିଅ ।" 4 କିନ୍ତୁ ଯୀଶୁ ଉତ୍ତର ଦେଲେ, "ଲେଖା ଅଛି, 'ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।'"

5 ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପୁଣ୍ୟ ନଗରୀକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, 6 ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ ।

7 ଯୀଶୁ ତାହାଙ୍କୁ କହିଲେ, ଆହୁରି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ । 8 ପୁଣି, ଥରେ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଯାଇ ଜଗତର ସମସ୍ତ ରାଜ୍ୟ ଓ ସେ ସବୁର ଏୗଶ୍ୱର୍ଯ୍ୟ ଦେଖାଇ କହିଲା, 9 ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା ।

10 ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ, ଶୟତାନ, କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ ।

11 ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ ।

12 ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକୁ ପ୍ରସ୍ଥାନ କଲେ; 13 ଆଉ ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲୀ ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ,

14 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,

    15 ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦନର ଅପର ପାର୍ଶ୍ୱସ୍ଥ ଅଣଯିହୂଦୀମାନଙ୍କ ଗାଲିଲୀ,

    16 ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା ।

17 ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, "ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।"

18 ସେ ଗାଲିଲୀ ସମୁଦ୍ରକୂଳରେ ବୁଲୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ । 19 ସେ ସେମାନଙ୍କୁ କହିଲେ, "ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।" 20 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ ।

21 ପୁଣି, ସେ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ । 22 ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ ।

23 ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲିଲୀରେ ବୁଲିବାକୁ ଲାଗିଲେ, 24 ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ । 25 ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦା ପ୍ରଦେଶ ଓ ଯର୍ଦନର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଛରେ ଗଲେ ।



Translation Questions

Matthew 4:1

ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ କିଏ ପ୍ରାନ୍ତରକୁ ନେଇ ଯାଇଥିଲେ ?

ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମା ପ୍ରାନ୍ତରକୁ ନେଇ ଯାଇଥିଲେ [୪:୧]।

ଯୀଶୁ ପ୍ରାନ୍ତରରେ କେତେଦିନ ଉପବାସ କରିଥିଲେ ?

ଯୀଶୁ ଚାଳିଶ ଦିନ ଓ ଚାଳିଶ ରାତ୍ରି ପ୍ରାନ୍ତରରେ ଉପବାସ କରିଥିଲେ [୪:୨]।

କେଉଁ ପ୍ରଥମ ପରୀକ୍ଷା ଶୟତାନ ଯୀଶୁଙ୍କୁ ଉପସ୍ଥାନ କରିଥିଲା ?

ଶୟତାନ ପଥରଗୁଡାକ ରୋଟୀ ହେବାକୁ ଆଜ୍ଞାଦିଅ ବୋଲି ଯୀଶୁଙ୍କୁ କହିଥିଲା [୪:୩]।

ପ୍ରଥମ ପରୀକ୍ଷାରେ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ଯୀଶୁ କହିଲେ ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ ମାତ୍ର ଈଶ୍ୱରଙ୍କ ମୁଖ ନିର୍ଗତ ପ୍ରତ୍ୟେକ ବାକ୍ୟରେ ଜୀବିତ ରହିଵ [୪:୪]।

Matthew 4:5

ଶୟତାନ କେଉଁ ଦ୍ୱିତୀୟ ପରୀକ୍ଷା ଉପସ୍ଥାପନ କରିଥିଲା ?

ଶୟତାନ ଯୀଶୁଙ୍କୁ ମନ୍ଦିର ଉପରୁ ଡ଼େଇଁପଡ ବୋଲି କହିଥିଲା [୪:୫-୬]।

Matthew 4:7

ଦ୍ୱିତୀୟ ପରୀକ୍ଷା ନିମନ୍ତେ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ଯୀଶୁ କହିଲେ ତୁମ୍ଭେ ତୁମ୍ଭ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିଵ ନାହିଁ [୪:୭]।

ଶୟତାନ ଯୀଶୁଙ୍କୁ ଯେଉଁ ତୃତୀୟ ପରୀକ୍ଷା କରିଥିଲା ତାହା କ'ଣ ଥିଲା ?

ଶୟତାନ ଯୀଶୁଙ୍କୁ କହିଥିଲେ, ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରମାଣ କରିବ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା [୪:୮-୯]।

Matthew 4:10

ତୃତୀୟ ପରୀକ୍ଷା ନିମନ୍ତେ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ଯୀଶୁ ଉତ୍ତର ଦେଇଥିଲେ ଦୂର ହୁଅ ଶୟତାନ, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରଣାମ କରିବ ପୁଣି କେବଳ ତାହାଙ୍କର ଉପାସନା କରିଵ [୪:୧୦]।

Matthew 4:14

ଯୀଶୁ ଗାଲିଲୀର କଫର୍ନାହୂମକୁ ଗଲା ପରେ କ'ଣ ସଫଳ ହେଲା?

ଯିଶାଇୟ ଭାବବାଦୀଙ୍କର ଉକ୍ତ ଏହି ବାକ୍ୟ ସଫଳ ହେଲା, ଗାଲିଲୀର ଅନ୍ଧକାରବାସୀ ଲୋକେ ମହା ଆଲୋକ ପାଇବେ [୪:୧୫-୧୬]।

Matthew 4:17

ଯୀଶୁ ତା'ପରେ କ'ଣ ପ୍ରଚାର କରିବାରେ ଲାଗିଲେ ?

ମନ ପରିବର୍ତ୍ତନ କର କାରଣ ସ୍ଵର୍ଗ ରାଜ୍ୟ ସନ୍ନିକଟ [୪:୧୭]।

Matthew 4:18

ଯୀଶୁ ପିତର ଓ ଆନ୍ଦ୍ରୀୟଙ୍କୁ କ'ଣ କରିବେ ବୋଲି କହିଥିଲେ ?

ଯୀଶୁ ପିତର ଓ ଆନ୍ଦ୍ରୀୟଙ୍କୁ ମନୁଷ୍ୟ ଧରିବା ଶିଖାଇବେ ବୋଲି କହିଥିଲେ [୪:୧୯]।

Matthew 4:21

ପିତର,ଆନ୍ଦ୍ରୀୟ,ଯାକୁବ ଓ ଯୋହନ ସେମାନଙ୍କର ଦୈନିକ ଜୀବନ ଯାପନ କରିବା ପାଇଁ କ'ଣ କରୁଥିଲେ ?

ପିତର,ଆନ୍ଦ୍ରୀୟ,ଯାକୁବ ଓ ଯୋହନ ଏ ସମସ୍ତେ ମାଛ ଧରିବା ଲୋକ ଥିଲେ [୪:୧୮,୨୧]।

Matthew 4:23

ଯୀଶୁ ଏହି ସମୟରେ କେଉଁଠି ଶିକ୍ଷା ଦେବାକୁ ଗଲେ ?

ଯୀଶୁ ଏହି ସମୟରେ ଗାଲିଲୀରେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ [୪:୨୩]।

ଯୀଶୁଙ୍କ ନିକଟକୁ କେଉଁ ପ୍ରକାରର ଲୋକମାନଙ୍କୁ ଅଣାଯାଇଥିଲା ଏବଂ ଯୀଶୁ ସେମାନଙ୍କ ସହ କ'ଣ କରିଥିଲେ ?

ଯୀଶୁଙ୍କ ନିକଟକୁ ସମସ୍ତ ପ୍ରକାରର ରୋଗ ଓ ପୀଡା ଲୋକମାନଙ୍କୁ ଅଣାଯାଇଥିଲା ଏବଂ ଯୀଶୁ ସେମାନଙ୍କୁ ସୁସ୍ଥ କରିଥିଲେ [୪:୨୪]।

ଯୀଶୁଙ୍କୁ ଏହି ସମୟରେ କେତେ ଲୋକମାନେ ପଶ୍ଚାଦ୍‌ଗମନ କରୁଥିଲେ ?

ଯୀଶୁଙ୍କୁ ଏହି ସମୟରେ ବହୁସଂକ୍ଷକ ଲୋକ ଆସି ଅନୁକରଣ କଲେ [୪:୨୫]।


Chapter 5

1 ଲୋକମାନଙ୍କୁ ଦେଖି ଯୀଶୁ ପର୍ବତ ଚଢ଼ିଲେ, ପୁଣି, ବସିବା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ ।

2 ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ,

    3 ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।

        4 ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ ।

    5 ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ ।

    6 ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ ।

    7 ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ ।

    8 ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ ।

    9 ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ ।

    10 ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।

11 ଲୋକେ ଯେବେ ତୁମ୍ଭମାନଙ୍କୁ ମୋ' ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ । 12 ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ ।

13 ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ । 14 ତୁମ୍ଭେମାନେ ଜଗତର ଜ୍ୟୋତିଃ। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ;

15 କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକକୁ ଆଲୋକ ଦିଏ । 16 ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।

17 ମୁଁ ଯେ ମୋଶାଙ୍କ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି । 18 କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ମୋଶାଙ୍କ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।

19 ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ମାନେ ନାହିଁ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ । 20 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ ।

21 ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ନରହତ୍ୟା କର ନାହିଁ, ଆଉ ଯେ କେହି ନରହତ୍ୟା କରେ ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । 22 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । ପୁଣି, ଯେ କେହି ଆପଣା ଭାଇ କି ମୂର୍ଖ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ପାଷାଣ୍ଡ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ ।

23 ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ, 24 ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର ।

25 ତୁମ୍ଭର ବିବାଦୀ ସହିତ ବାଟରେ ଥିବା ସମୟରେ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଅ, କାଳେ ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ତୁମ୍ଭେ କାରାଗାରରେ ନିକ୍ଷିପ୍ତ ହେବ । 26 ମୁଁ ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ଶେଷ ପାହୁଲାଟି ନ ଶୁଝିବା ପର୍ଯ୍ୟନ୍ତ ସେ ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସି ପାରିବ ନାହିଁ ।

27 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ବ୍ୟଭିଚାର କର ନାହିଁ । 28 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି ।

29 ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ । 30 ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ ।

31 ଆହୁରି ଉକ୍ତ ଅଛି, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ । 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।

33 ପୁଣି, ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ତୁମ୍ଭେ ମିଥ୍ୟା ଶପଥ କର ନାହିଁ ମାତ୍ର ଆପଣା ଶପଥସବୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପାଳନ କରିବ । 34 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଦୌ ଶପଥ କର ନାହିଁ; ସ୍ୱର୍ଗର ଶପଥ କର ନାହିଁ, କାରଣ ତାହା ଈଶ୍ୱରଙ୍କ ସିଂହାସନ; 35 କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ;

36 ଅବା ଆପଣା ମସ୍ତକର ଶପଥ କର ନାହିଁ, କାରଣ ତାହାର ଗୋଟିଏ କେଶ ଧଳା ବା କଳା କରିବାକୁ ତୁମ୍ଭର ଶକ୍ତି ନାହିଁ । 37 କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ ।

38 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ଚକ୍ଷୁର ପରିବର୍ତ୍ତେ ଚକ୍ଷୁ ଓ ଦନ୍ତର ପରିବର୍ତ୍ତେ ଦନ୍ତ; 39 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ ।

40 ଆଉ କେହି ଯଦି ତୁମ୍ଭ ସହିତ ବିଚାରସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ଚାଦର ମଧ୍ୟ ଦେଇଦିଅ । 41 ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ । 42 ଯେ ତୁମ୍ଭକୁ ମାଗେ, ତାହାକୁ ଦିଅ, ପୁଣି, ଯେ ତୁମ୍ଭଠାରୁ ଋଣ ନେବାକୁ ଇଚ୍ଛା କରେ, ତାହା ପ୍ରତି ବିମୁଖ ହୁଅ ନାହିଁ ।

43 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର । 44 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, 45 ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି, ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି ।

46 ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର ? କରଗ୍ରାହୀମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ ? 47 ଆଉ ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଅଣ କର ? ଅଣଯିହୂଦୀମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ ? 48 ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ ।



Translation Questions

Matthew 5:1

ଆତ୍ମାରେ ଦିନହୀନ ଲୋକ ଲୋକେ କ'ଣ ପାଇଁ ଧନ୍ୟ ଅଟନ୍ତି ?

ଆତ୍ମାରେ ଦିନହୀନ ଲୋକେ ଧନ୍ୟ କାରଣ ସ୍ଵର୍ଗରାଜ୍ୟ ସେମାନଙ୍କର ଅଟେ [୫:୩]।

ଶୋକାର୍ତ୍ତ ଲୋକେ କାହିଁକି ଧନ୍ୟ ?

ଶୋକାର୍ତ୍ତ ଲୋକେ ଧନ୍ୟ କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ [୫:୪]।

Matthew 5:5

ନମ୍ରଲୋକେ କ'ଣ ପାଇଁ ଧନ୍ୟ ଅଟନ୍ତି ?

ନମ୍ରଲୋକେ ଧନ୍ୟ ଅଟନ୍ତି କାରଣ ସେମାନେ ପୃଥିବୀର ଅଧିକାର ହେବେ [୫:୫]।

ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ କ'ଣ ପାଇଁ ଧନ୍ୟ ଅଟନ୍ତି ?

ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ କାରଣ ସେମାନେ ପରିତୃପ୍ତ ହେବେ [୫:୬]।

Matthew 5:11

ଯୀଶୁ ସକାଶେ ନିନ୍ଦା ଓ ତାଡନାସହ୍ୟକାରୀମାନେ କ'ଣ ପାଇଁ ଧନ୍ୟ ଅଟନ୍ତି ?

ଯୀଶୁଙ୍କ ସକାଶେ ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ମନ୍ଦକଥା କୁହନ୍ତି ତେବେ ତୁମ୍ଭେମାନେ ଧନ୍ୟ କାରଣ ସ୍ଵର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର [୫:୧୧-୧୨] ।

Matthew 5:15

ବିଶ୍ଵାସୀମାନଙ୍କର ଆଲୋକ କିପରି ଲୋକମାନଙ୍କ ଆଗରେ ପ୍ରକାଶ ପାଇବ ?

ବିଶ୍ଵାସୀମାନଙ୍କର ଆଲୋକ ସେମାନଙ୍କର ସୁକର୍ମ ଦ୍ୱାରା ଲୋକମାନଙ୍କ ଆଗରେ ପ୍ରକାଶ ପାଇବ [୫:୧୫-୧୬]।

Matthew 5:17

ଯୀଶୁ ପୁରାତନ ନିୟମର ବ୍ୟବସ୍ଥାକୁ ଓ ଭାବବାଦୀମାନଙ୍କ ଧର୍ମ ଶାସ୍ତ୍ରକୁ କ'ଣ କରିବାକୁ ଆସିଥିଲେ ?

ଯୀଶୁ ପୁରାତନ ନିୟମର ବ୍ୟବସ୍ଥାକୁ ଓ ଭାବବାଦୀମାନଙ୍କ ଧର୍ମ ଶାସ୍ତ୍ରକୁ ସଫଳ କରିବାକୁ ଆସିଥିଲେ [୫:୧୭]।

Matthew 5:19

ସ୍ଵର୍ଗରାଜ୍ୟରେ କିଏ ଖ୍ୟାତ ହେବେ ?

ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଶିକ୍ଷା ଦିଅନ୍ତି ସେମାନେ ହିଁ ସ୍ଵର୍ଗରାଜ୍ୟରେ ମହାନ ବୋଲି ଖ୍ୟାତ ହେବେ [୫:୧୯]।

Matthew 5:21

ଯୀଶୁ କହିଥିଲେ ଯେ, କେହି ନର ହତ୍ୟା କରେ ସେ ବିଚାର ସ୍ଥାନରେ ଦଣ୍ଡନୀୟ ହେବ, ତେବେ ଆଉ ଯିଏକି କ'ଣ କରେ ?

ଯୀଶୁ କହିଥିଲେ ଯେ, କେହି ନର ହତ୍ୟା କରେ ସେ ବିଚାର ସ୍ଥାନରେ ଦଣ୍ଡନୀୟ ହେବ କିନ୍ତୁ ଯେକେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ମଧ୍ୟ ବିଚାର ସ୍ଥାନରେ ଦଣ୍ଡନୀୟ ହେବ [୫:୨୧-୨୨]।

Matthew 5:23

ଆମ୍ଭମାନଙ୍କ ଭାଇମାନଙ୍କ ବିରୁଦ୍ଧରେ କୌଣସି ବିଷୟ ଅଛି ତାହାହେଲେ ଆମ୍ଭେମାନେ କ'ଣ କରିବା ଉଚିତ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି ?

ଯଦି ଆମ୍ଭମାନଙ୍କ ଭାଇମାନଙ୍କ ବିରୁଦ୍ଧରେ କୌଣସି କଥା ଅଛି ବୋଲି ମନେ ପଡେ ତାହାହେଲେ ଆମ୍ଭେମାନେ ତାଙ୍କ ନିକଟକୁ ଯାଇ ମିଳିତ ହେବା ଉଚିତ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୨୩-୨୪]।

Matthew 5:25

ବିଚାରକର୍ତ୍ତାଙ୍କୁ ସମର୍ପଣ କରିବା ପୂର୍ବରୁ ଆମ୍ଭମାନଙ୍କ ବିବାଦୀମାନଙ୍କ ସହିତ କ'ଣ କରିବା ଉଚିତ ବୋଲି ଯୀଶୁ ଆମ୍ଭମାନଙ୍କୁ ଶିକ୍ଷା ଦେଇଅଛନ୍ତି ?

ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବା ପୂର୍ବରୁ ଆମ୍ଭମାନଙ୍କ ବିବାଦୀମାନଙ୍କ ସହିତ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଇବା ଉଚିତ୍ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୨୫]।

Matthew 5:27

କେବଳ ବ୍ୟଭିଚାର କଲେ ମନ୍ଦ ନୁହେଁ କିନ୍ତୁ କ'ଣ କଲେ ପାପ ବୋଲି ଯୀଶୁ ଶିକ୍ଷା ଦେଇଥିଲେ ?

ବ୍ୟଭିଚାର କଲେ କେବଳ ପାପ ନୁହେଁ କିନ୍ତୁ କୌଣସି ସ୍ତ୍ରୀ ପ୍ରତି ଦୃଷ୍ଟିପାତ କଲେ ପାପ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୨୭-୨୮]।

Matthew 5:29

ଯାହା ଆମ୍ଭମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଏ, ଆମ୍ଭେମାନେ କିପରି ତାହାଠାରୁ ଆମକୁ ଦୂରେଇ ରହିବା ପାଇଁ ଯୀଶୁ କହିଅଛନ୍ତି ?

ସେ ସବୁ ପ୍ରତି ଆମ୍ଭେମାନେ ସମସ୍ତେ ଦୂରେଇବା ଉଚିତ୍ ବୋଲି ଯାହା ଆମକୁ ପାପ କରିବା ନିମନ୍ତେ ବିଘ୍ନ ସ୍ଵରୂପ ହୋଇଥାଏ ଏହା ଯୀଶୁ କହିଥିଲେ [୫:୨୯-୩୦]।

Matthew 5:31

ଯୀଶୁ କେଉଁ କାରଣ ହେତୁ ତ୍ୟାଗପତ୍ରର ଅନୁମତି ଦେଇଅଛନ୍ତି ?

ବ୍ୟଭିଚାରର କାରଣ ହେତୁ ତ୍ୟାଗପତ୍ରର ଅନୁମତି ଯୀଶୁ ଦେଇଅଛନ୍ତି [୫:୩୨]।

ଯଦି ଜଣେ ସ୍ଵାମୀ ସ୍ତ୍ରୀକୁ ତ୍ୟାଗ କରିଦିଏ ଓ ସେହି ସ୍ତ୍ରୀ ପୁଣି ବିବାହ କରେ ତାହାହେଲେ ସ୍ଵାମୀ ,ସ୍ତ୍ରୀର କେଉଁ କାରଣ ହେବ ?

ଯଦି ଜଣେ ସ୍ଵାମୀ ସ୍ତ୍ରୀକୁ ବ୍ୟଭିଚାର ବିନା ଆଉ ଅନ୍ୟ କୌଣସି କାରଣରୁ ସ୍ତ୍ରୀକୁ ତ୍ୟାଗ ପତ୍ର ଦିଏ ଓ ସ୍ତ୍ରୀ ଅନତ୍ର ବିବାହ କରେ ତାହାହେଲେ ସ୍ଵାମୀ ବ୍ୟଭିଚାରର କାରଣ ହେବ [୫:୩୨]।

Matthew 5:36

ସ୍ଵର୍ଗର ଶପଥ, ପୃଥିବୀର ଶପଥ, ଯିରୂଶାଲମର ଶପଥ, ଆପଣା ମସ୍ତକର ଶପଥ କରିବା ପରିବର୍ତ୍ତେ ଆମ୍ଭେମାନେ କ'ଣ କରିବା ଉଚିତ୍ ବୋଲି ଯୀଶୁ କହିଅଛନ୍ତି ?

ଏହି ସମସ୍ତ ବିଷୟ ଉପରେ ଶପଥ ନେବା ପରିବର୍ତ୍ତେ ହଁ କଥା ହଁ ହେଉ ଅଥବା ନା କଥା ନା ହେଉ ବୋଲି ଯୀଶୁ କହିଥିଲେ [୫:୩୩-୩୭]

Matthew 5:38

ଯେକେହି ଆମ୍ଭ ପ୍ରତି ମନ୍ଦ କରେ ତାହାଙ୍କ ପ୍ରତି କ'ଣ କରିବାକୁ ଯୀଶୁ ଶିକ୍ଷା ଦେଇଥିଲେ ?

ଯିଏ ଆମ୍ଭମାନଙ୍କ ପ୍ରତି ମନ୍ଦ ବ୍ୟବହାର କରେ ତାହାକୁ ପ୍ରତିରୋଧ କରିବା ଉଚିତ୍ ନୁହେଁ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୩୮-୩୯]।

Matthew 5:43

ଆମ୍ଭମାନଙ୍କ ଶତ୍ରୁ ଓ ଯେଉଁମାନେ ତାଡନା କରନ୍ତି ସେମାନଙ୍କ ସହ କ'ଣ କରିବା ନିମନ୍ତେ ଯୀଶୁ କହିଅଛନ୍ତି ?

ଆମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କରିବାକୁ ଓ ତାଡନା କରୁଥିବା ଲୋକଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୪୩-୪୪] ।

Matthew 5:46

ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି ସେମାନଙ୍କୁ କେବଳ ପ୍ରେମ ନ କରି କିନ୍ତୁ କେଉଁମାନଙ୍କୁ ମଧ୍ୟ ନିଶ୍ଚୟ ପ୍ରେମ କରିବା ନିମନ୍ତେ ଯୀଶୁ କାହିଁକି କହିଅଛନ୍ତି ?

ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି କେବଳ ଆମ୍ଭେମାନେ ସେମାନଙ୍କୁ ପ୍ରେମ କରିବା ତାହାହେଲେ ଆମ୍ଭେମାନେ କୌଣସି ପୁରସ୍କାର ପାଇବା ନାହିଁ, ବିଜାତିମାନେ ଯାହା କରନ୍ତି ତାହା ଆମ୍ଭେମାନେ ମଧ୍ୟ କରୁ ଅଛୁ ଯୀଶୁ ଏହି ଶିକ୍ଷା ଦେଇଥିଲେ [୫:୪୬-୪୭] ।


Chapter 6

1 ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ । 2 ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି ।

3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କ'ଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, 4 ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।

5 ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲପାନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । 6 କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର କବାଟ ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ । 7 ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୂଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି ।

8 ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କ'ଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ୱର ତାହା ଜାଣନ୍ତି । 9 ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ ।

    10 ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।

    11 ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ ।

    12 ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର ।

    13 ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର । [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର । ଆମେନ୍ ।]

14 କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ; 15 କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।

16 ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । 17 କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର, 18 ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।

19 ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ; 20 ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର, 21 କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ ।

22 ଚକ୍ଷୁ ଶରୀରର ପ୍ରଦୀପ । ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ । 23 କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର !

24 କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ ।

25 ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ ବା କ'ଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ ? 26 ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି । ତୁମ୍ଭମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ ?

27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରି ପାରେ ? 28 ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ, 29 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ ।

30 କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲ୍ଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ ? 31 ଏଣୁ କ'ଣ ଖାଇବା ? ଅବା କ'ଣ ପିଇବା ? କିଅବା କ'ଣ ପିନ୍ଧିବା ? ଏହା କହି ଚିନ୍ତିତ ହୁଅ ନାହିଁ ।

32 କାରଣ ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି । ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି । 33 କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ । 34 ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ ।



Translation Questions

Matthew 6:1

ପିତାଙ୍କଠାରୁ ପୁରସ୍କାର ପାଇବା ନିମନ୍ତେ ଆମ୍ଭେମାନେ କିପରି ଧର୍ମକର୍ମ କରିବା ଉଚିତ୍ ?

ଆମ୍ଭମାନଙ୍କର ସବୁ ଧର୍ମକର୍ମ ଗୋପନରେ ହେବା ଉଚିତ୍ [୬:୧-୪] ।

Matthew 6:5

ଯେଉଁମାନେ ଗୋପନରେ ପ୍ରାର୍ଥନା କରନ୍ତି ସେମାନେ କାହାଠାରୁ ପୁରସ୍କାର ପାଇବେ ?

ଯେଉଁମାନେ ଗୋପନରେ ପ୍ରାର୍ଥନା କରନ୍ତି ସେମାନେ ପିତାଙ୍କଠାରୁ ପୁରସ୍କାର ପାଇବେ [୬:୬] ।

Matthew 6:8

ପ୍ରାର୍ଥନା କରିବା ସମୟରେ ଆମ୍ଭେମାନେ କ'ଣ ନ କରିବାକୁ ଯୀଶୁ କହି ଅଛନ୍ତି ?

ପ୍ରାର୍ଥନା କରିବା ସମୟରେ ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି ନ କରିବା ପାଇଁ ଯୀଶୁ କହିଅଛନ୍ତି [୬:୭-୮] ।

ପିତାଙ୍କର ଇଛା କେଉଁଠାରେ ସାଧନ କରିବା ନିମନ୍ତେ ଆମ୍ଭେମାନେ ତାଙ୍କୁ ପଚାରିବା ଉଚିତ୍ ?

ଯେପରି ସ୍ଵର୍ଗରେ ସେପରି ପୃଥିବୀରେ ତୁମର ଇଛା ସଫଳ ହେଉ ପିତାଙ୍କର ଏପରି ଆମ୍ଭମାନଙ୍କର ପ୍ରାର୍ଥନା ହେବା ଉଚିତ୍ [୬:୧୯] ।

Matthew 6:14

ଯଦି ଆମ୍ଭେମାନେ ଅନ୍ୟମାନଙ୍କର ଅପରାଧ ସବୁ କ୍ଷମା ନ କରୁ ତାହାହେଲେ ପିତା କ'ଣ କରିବେ ?

ଯଦି ଆମ୍ଭେମାନେ ଅନ୍ୟମାନଙ୍କର ଅପରାଧ ସବୁ କ୍ଷମା ନ କରୁ ତାହାହେଲେ ପିତା ମଧ୍ୟ ଆମ୍ଭମାନଙ୍କର ଅପରାଧ କ୍ଷମା କରିବେ ନାହିଁ [୬:୧୫] ।

Matthew 6:16

ପିତାଙ୍କଠାରୁ ପୁରସ୍କାର ପାଇବା ନିମନ୍ତେ ଆମ୍ଭେମାନେ କିପରି ଉପବାସ କରିବା ଉଚିତ୍ ?

ଯେପରି ଆମ୍ଭେମାନେ ଉପବାସ କରୁଅଛୁ ବୋଲି ଲୋକଙ୍କ ସାକ୍ଷତରେ ଦେଖା ନ ଯାଉ ତେବେ ପିତା ଆମ୍ଭମାନଙ୍କୁ ପୁରସ୍କାର ଦେବେ [୬:୧୬-୧୮] ।

Matthew 6:19

ଆମ୍ଭେମାନେ କେଉଁଠି ଓ କାହିଁକି ଧନ ସଞ୍ଚୟ କରିବା ଉଚିତ୍ ?

ଆମ୍ଭେମାନେ ସ୍ଵର୍ଗରେ ଧନ ସଞ୍ଚୟ କରିବା ଉଚିତ୍ କାରଣ ସେଠାରେ କ୍ଷୟ ମଧ୍ୟ ହୁଏ ନାହିଁ ଏବଂ ଚୋରି ମଧ୍ୟ ହୁଏ ନାହିଁ [୬:୧୯-୨୦]।

ଧନଠାରେ ଆମ୍ଭମାନଙ୍କର କ'ଣ ହେବ ?

ଯେଉଁଠାରେ ଧନ ହେବ ଆମ୍ଭମାନଙ୍କର ମନ ସେଠାରେ ରହିବ [୬:୨୧]।

Matthew 6:22

ଆମ୍ଭେମାନେ କେଉଁ ଦୁଇ ପ୍ରଭୁଙ୍କ ମଧ୍ୟରୁ ପସନ୍ଦ କରିବା ଉଚିତ୍ ?

ଆମ୍ଭେମାନେ ଈଶ୍ୱର ଓ ଧନ ଦୁଇଟି ପ୍ରଭୁରୁ ଆମ୍ଭପ୍ରତି ପସନ୍ଦ କରିବା ଉଚିତ୍ [୬:୨୪]।

Matthew 6:25

ଆମ୍ଭେମାନେ ଖାଇବା ପିଇବା ପିନ୍ଧିବା ବିଷୟରେ ଚିନ୍ତିତ ହେବା ଉଚିତ୍ ନୁହଁ କାହିଁକି ?

ଆମ୍ଭେମାନେ କ'ଣ ଖାଇବା ପିନ୍ଧିବା ଓ ପିଇବ ଏହି ବିଷୟରେ ଚିନ୍ତା କରିବା ଉଚିତ୍ ନୁହଁ କାରଣ ଯେଉଁ ପିତା ପକ୍ଷୀମାନଙ୍କର ଯତ୍ନ ନିଅନ୍ତି ଆମ୍ଭମାନଙ୍କର ସେମାନଙ୍କଠାରୁ ଅଧିକ ମୂଲ୍ୟ ରହିଅଛି [୬:୨୫-୨୬]।

Matthew 6:27

ଆମ୍ଭେମାନେ ଚିନ୍ତା କରି କ'ଣ କରି ପାରିବା ନାହିଁ ବୋଲି ଯୀଶୁ କହିଅଛନ୍ତି ?

ଆମ୍ଭେମାନେ ଚିନ୍ତା କରି ଆମ୍ଭମାନଙ୍କର ଆୟୁ ବୃଦ୍ଧି କରି ପାରିବା ନାହିଁ ବୋଲି ଯୀଶୁ କହିଅଛନ୍ତି [୬:୨୭]।

Matthew 6:32

ପ୍ରଥମରେ ଆମ୍ଭେମାନେ କ'ଣ ଖୋଜିବା ଓ ତା'ପରେ ଆମ୍ଭମାନଙ୍କର ଜାଗତିକ ଆବଶ୍ୟକଗୁଡିକ ସବୁ ଯୋଗାଇ ଦିଆଯିବ ?

ପ୍ରଥମେ ଈଶ୍ୱରଙ୍କ ରାଜ୍ୟ ନିଶ୍ଚୟ ଆମ୍ଭେମାନେ ଖୋଜିବାର ଅଛି ଓ ପିତାଙ୍କର ଧାର୍ମିକ ପଦରେ ଜଗତର ସମସ୍ତ ଆବଶ୍ୟକଗୁଡିକ ଯୋଗାଇ ଦିଆଯିବ [୬:୩୩]।


Chapter 7

1 ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ । 2 କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ । 3 ଆଉ କାହିଁକି ତୁମ୍ଭ ଭାଇର ଆଖିର ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ ? 4 ଅଥବା ତୁମ୍ଭେ କିପରି ଆପଣା ଭାଇ କି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି! 5 ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ପାଇଁ ଭଲ ଭାବରେ ଦେଖି ପାରିବ । 6 ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହି ସବୁ ସେମାନଙ୍କ ପାଦ ତଳେ ଦଳନ୍ତି ଓ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରନ୍ତି ।

7 ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ । 8 କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯିବ । 9 କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୁଟି ମାଗିଲେ ତାହାକୁ ପଥର ଦେବ, 10 କିଅବା ମାଛ ମାଗିଲେ ତାହାକୁ ସାପ ଦେବ ? 11 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ !

12 ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର, କାରଣ ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର । 13 ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । 14 ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।

15 ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ଢାବେଶ‍ରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ ! 16 ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ । ଲୋକମାନେ କି କଣ୍ଟାଗଛରୁ ଦ୍ରାକ୍ଷାଫଳ କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି ? 17 ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। 18 ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ । 19 ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ । 20 ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ ।

21 ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ । 22 ସେ ଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ ? 23 ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ ।

24 ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପଥର ଉପରେ ଘର ତିଆରି କରିବା ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ । 25 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା । 26 ଆଉ ଯେ କେହି ମୋର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲି ଉପରେ ଘର ତିଆରି କରିବା ଜଣେ ମୁର୍ଖ ଲୋକ ଭଳି ହେବ । 27 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା ।

28 ଯୀଶୁ ଏହି ସବୁ କଥା ଶେଷ କରନ୍ତେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, 29 କାରଣ ସେ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ ।



Translation Questions

Matthew 7:3

ନିଜ ଭାଇ ଆଖିରୁ କୁଟାଟିକ ବାହାର କରିବା ନିମନ୍ତେ ସ୍ପଷ୍ଟରୂପେ ଦେଖିପାରିବା ପୂର୍ବରୁ ଆମ୍ଭମାନଙ୍କୁ ନିଶ୍ଚୟ କ'ଣ କରିବାକୁ ପଡିଵ ?

ପ୍ରଥମରେ ନିଜକୁ ନିଜେ ବିଚାର କରିବା ଆବଶ୍ୟକ ଓ ଆମ ଆଖିର କୁଟାଟିକ ବାହାର କରିବା ଆବଶ୍ୟକ ଓ ତା'ପରେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା [୭:୧-୫]।

Matthew 7:6

ଯଦି ତୁମେ ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦେବ ତା'ପରେ କ'ଣ ଘଟିପାରେ ?

ସେମାନେ ପାଦତଳେ ଦଳିପକାଇବେ, ପୋଡି ପକାଇବେ ଓ ତୁମକୁ ଖଣ୍ଡ ଖଣ୍ଡ କରି ପକାଇବେ [୭:୬]।

Matthew 7:7

ପରମେଶ୍ୱରଙ୍କଠାରୁ ପାଇବା ନିମନ୍ତେ ନିଶ୍ଚୟ ଆମ୍ଭମାନଙ୍କୁ କ'ଣ କରିବାକୁ ପଡିବ ?

ପରମେଶ୍ୱରଙ୍କଠାରୁ ପାଇବା ନିମନ୍ତେ ନିଶ୍ଚୟ ଆମ୍ଭମାନଙ୍କୁ ନିଶ୍ଚୟ ମାଗିବାକୁ ପଡିବ, ଖୋଜିବାକୁ ପଡିବ ଓ ଦ୍ୱାରରେ ଆଘାତ କରିବାକୁ ପଡିବ [୭:୮]।

Matthew 7:11

ଯେଉଁମାନେ ପିତାଙ୍କୁ ମାଗନ୍ତି ସେମାନଙ୍କୁ ସେ କ'ଣ ଦିଅନ୍ତି ?

ପିତାଙ୍କୁ ଯେଉଁମାନେ ମାଗନ୍ତି ସେମାନଙ୍କୁ ସେ ଉତ୍ତମ ବିଷୟ ଦିଅନ୍ତି [୭:୧୧]।

ବ୍ୟବସ୍ଥା ଓ ଭାବବାଦୀମାନେ ଅନ୍ୟମାନଙ୍କ ବିଷୟରେ କିପରି ବ୍ୟବହାର କରିବା ନିମନ୍ତେ ଆମ୍ଭମାନଙ୍କୁ ଶିକ୍ଷା ଦେଇଅଛନ୍ତି ?

ଲୋକମାନେ ଆମ୍ଭମାନଙ୍କ ପ୍ରତି ଯାହା ସବୁ କରନ୍ତୁ ବୋଲି ଇଛା କରୁ ଆମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କରିବାକୁ ପଡିବ କାରଣ ବ୍ୟବସ୍ଥା ଓ ଭାବବାଦୀ ଏହି ଶିକ୍ଷା ଦେଇଥିଲେ [୭:୧୨]।

Matthew 7:13

ଓସାର ପଥ କେଉଁ ଆଡକୁ ନେଇଥାଏ ?

ଓସାର ପଥ ସର୍ବନାଶ ଆଡକୁ ଘେନି ନେଇଯାଇଥାଏ [୭:୧୩]।

ସଂକିର୍ଣ୍ଣ ପଥ କେଉଁ ଆଡକୁ ଘେନି ନେଇଯାଇଥାଏ ?

.ସଂକିର୍ଣ୍ଣ ପଥ ଜୀବନର ପଥଆଡକୁ ଘେନି ନେଇଯାଇଥାଏ [୭:୧୪]।

Matthew 7:15

ଭଣ୍ଡ ଭାବବାଦୀମାନଙ୍କୁ ଆମ୍ଭେ କିପରି ଜାଣିବା ?

ଭଣ୍ଡ ଭାବବାଦୀମାନଙ୍କୁ ଆମ୍ଭେ ସେମାନଙ୍କର ଜୀବନର ଫଳ ଦ୍ୱାରା ଜାଣିବା [୭:୧୫-୨୦]।

Matthew 7:21

କିଏ ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବ ?

ଯେ ସ୍ଵର୍ଗସ୍ଥ ପିତାଙ୍କ ଇଛାକୁ ସାଧନ କରେ ସେ ପ୍ରବେଶ କରିବ [୭:୨୧]।

ଯୀଶୁ ସେଦିନ ଅନେକ ଭୂତ ଛଡାଇ ଲୋକଙ୍କୁ ଓ ତାଙ୍କ ନାମରେ ଅନେକ ଶକ୍ତିରେ କାର୍ଯ୍ୟ କରିବା ଲୋକଙ୍କୁ କ'ଣ କହିବେ ?

ଯୀଶୁ ସେମାନଙ୍କୁ କହିବେ ହେ ଅଧର୍ମ ଚାରିମାନେ ମୋ ପାଖରୁ ଦୂର ହୁଅ [୭:୨୨-୨୩]।

Matthew 7:24

ଯୀଶୁଙ୍କର ଦୁଇଟି ଦୃଷ୍ଟାନ୍ତ ଗୃହରେ କିଏ ବୁଦ୍ଧିମାନ ଲୋକ ଅଟେ ?

ଯେ କେହି ଯୀଶୁଙ୍କର କଥା ଶୁଣେ ଓ ପାଳନ କରେ ସେ ଜଣେ ବୁଦ୍ଧିମାନ ଲୋକ ଅଟେ [୭:୨୪]।

Matthew 7:26

ଯୀଶୁଙ୍କର ଦୁଇଟି ଦୃଷ୍ଟାନ୍ତ ଗୃହରେ କିଏ ମୂର୍ଖ ଲୋକ ସଦୃଶ୍ୟ ଅଟେ ?

ଯେ କେହି ଯୀଶୁଙ୍କର ଦୁଇଟି ଦୃଷ୍ଟାନ୍ତରେ କଥା ଶୁଣେ ଓ ଶୁଣିଲା ପରେ ପାଳନ କରେ ନାହିଁ ସେ ଜଣେ ମୂର୍ଖ ଲୋକ ସଦୃଶ୍ୟ ଅଟେ [୭:୨୬]।

Matthew 7:28

ଯୀଶୁ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ କିପରି ଶିକ୍ଷା ଦେଉଥିଲେ ?

ଯୀଶୁ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାର ପ୍ରାପ୍ତ ବ୍ୟକ୍ତି ପରି ସେ ଶିକ୍ଷା ଦେଉଥିଲେ [୭:୨୯]।


Chapter 8

1 ଯୀଶୁ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ । 2 ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି । 3 ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା । 4 ଆଉ ଯୀଶୁ ତାହାକୁ କହିଲେ, ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କୁ ନିଜକୁ ଦେଖାଅ, ପୁଣି, ମୋଶା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି, ତାହା ସେମାନଙ୍କ ପାଖରେ ସାକ୍ଷ୍ୟ ଦେବା ପାଇଁ ଉତ୍ସର୍ଗ କର ।

5 ଯୀଶୁ କଫର୍ନାହୂମରେ ପ୍ରବେଶ କରନ୍ତେ ଜଣେ ଶତସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ, 6 ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି । 7 ସେ ତାହାକୁ କହିଲେ, ମୁଁ ଯାଇ ତାହାକୁ ସୁସ୍ଥ କରିବି । 8 କିନ୍ତୁ ଶତସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋ' ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ । 9 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ କରେ । 10 ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ । 11 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରାହାମ, ଇସ୍‌ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜନରେ ବସିବେ, 12 ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ । 13 ଆଉ ଯୀଶୁ ଶତସେନାପତିଙ୍କୁ କହିଲେ, ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ । ସେହିକ୍ଷଣି ଦାସଟି ସୁସ୍ଥ ହେଲା ।

14 ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ; 15 ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ । 16 ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକୁ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ, 17 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ସେ ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ ।

18 ଯୀଶୁ ଆପଣାର ଚାରିଆଡ଼େ ଲୋକସମୂହ ଦେଖି ଆରପାରିକୁ ଯିବା ପାଇଁ ଆଜ୍ଞା ଦେଲେ । 19 ପୁଣି, ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି । 20 ସେଥିରେ ଯୀଶୁ ତାହାକୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ । 21 ପୁଣି, ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ । 22 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ ।

23 ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ । 24 ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ । 25 ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ । 26 ସେ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ ? ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା । 27 ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି ।

28 ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରି ପାରୁ ନ ଥିଲେ । 29 ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ୱରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କ'ଣ ଅଛି ? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ ? 30 ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା । 31 ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ । 32 ଯୀଶୁ ସେମାନଙ୍କୁ କହିଲେ, ଯାଅ । ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ପଲଯାକ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ । 33 ପୁଣି, ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ଘଟଣା ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହି ସବୁ ଜଣାଇଲେ । 34 ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କୁ ଭେଟିବା ପାଇଁ ବାହାରି ଆସିଲେ, ପୁଣି, ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ଚାଲିଯିବା ପାଇଁ ବିନତି କଲେ ।



Translation Questions

Matthew 8:4

ଯୀଶୁ ସୁସ୍ଥକାରୀ କୁଷ୍ଠୀକୁ ଯାଜକଙ୍କ ନିକଟକୁ ଯାଇ ମୋଶା ଦେଇଥିବା ଆଜ୍ଞା ଯେଉଁ ନୈବେଦ୍ୟ ଦେବା ବିଷୟରେ କାହିଁକି କହିଲେ ?

ଯୀଶୁ ସୁସ୍ଥ ହୋଇଥିବା କୁଷ୍ଠୀକୁ ସାକ୍ଷ୍ୟ ଦେବା ନିମନ୍ତେ ଯାଜକଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲେ [୮:୪]।

Matthew 8:5

ଯେତେବେଳେ ଶତସେନାପତି ତାଙ୍କ ନିକଟକୁ ଆସି ତାଙ୍କ ଦାସ ପକ୍ଷାଘାତ ରୋଗୀ ବିଷୟରେ କହିଲେ ଯୀଶୁ ତାଙ୍କୁ କ'ଣ କହିଲେ ?

ଯୀଶୁ ଶତସେନାପତିଙ୍କୁ କହିଲେ ମୁ ତୁମ ଘରକୁ ଯିବି ଓ ତୁମ ଦାସକୁ ସୁସ୍ଥ କରିବି [୮:୭]।

Matthew 8:8

ଶତସେନାପତି ଯୀଶୁଙ୍କୁ ଆପଣା ଗୃହକୁ ଆସିବାକୁ କାହିଁକି ମନା କରିଥିଲେ ?

ଶତସେନାପତି କହିଥିଲେ ଯେ ପ୍ରଭୁ ଆପଣ ମୋ' ଘରେ ପାଦ ପକେଇବା ଏପରି ମୋର ଯୋଗ୍ୟ ନୁହେଁ କିନ୍ତୁ ପଦେ ଆଜ୍ଞା କରନ୍ତୁ ମୋହର ଦାସ ସୁସ୍ଥ ହେବ [୮:୮]।

ଯୀଶୁ ଶତସେନାପତିଙ୍କୁ କେଉଁ ପ୍ରଶଂସା ଦେଇଥିଲେ ?

ଯୀଶୁ କହିଥିଲେ ଇସ୍ରାଏଲ ମଧ୍ୟରେ କାହାରିଠାରେ ଏତେ ବଡ଼ ବିଶ୍ଵାସ ପାଇ ନାହିଁ [୮:୧୦]।

Matthew 8:11

ଯୀଶୁ ସ୍ୱର୍ଗରାଜ୍ୟର ଭୋଜନରେ କିଏ ବସିବ ବୋଲି କାହାକୁ କହିଥିଲେ ?

ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ସ୍ୱର୍ଗରାଜ୍ୟର ଭୋଜନରେ କରିବେ ବୋଲି ଯୀଶୁ କହିଲେ [୮:୧୧]।

ଯେଉଁଠାରେ ରୋଦନ ଓ ଦନ୍ତର କିଡିମିଡି ହେବ ଗହୀର ଅନ୍ଧକାରରେ କେଉଁ ମାନଙ୍କୁ ପକାଯିବ ବୋଲି ଯୀଶୁ କହିଥିଲେ ?

ଯୀଶୁ କହିଲେ ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ [୮:୧୨]।

Matthew 8:14

ଯୀଶୁ ଯେତେବେଳେ ପିତର ଘରକୁ ଗଲେ ସେ କାହାକୁ ସୁସ୍ଥ କଲେ ?

ଯୀଶୁ ଯେତେବେଳେ ପିତରଙ୍କ ଘରକୁ ଗଲେ ସେ ତାଙ୍କ ଶାଶୁଙ୍କୁ ସୁସ୍ଥ କଲେ [୮:୧୪-୧୫]।

Matthew 8:16

ଯେତେବେଳେ ଯୀଶୁ ସମସ୍ତ ଭୂତଗ୍ରସ୍ଥ ଓ ପୀଡିତମାନଙ୍କୁ ସୁସ୍ଥ କଲେ ଯିଶାଇୟଙ୍କ କେଉଁ ଭାବବାଣୀ ସଫଳ ହେଲା ?

ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଏହି ବାକ୍ୟ ସଫଳ ହେଲା ଏ ଆମ୍ଭମାନଙ୍କର ଦୁର୍ବଳତା ସବୁ ଗ୍ରହଣ କଲେ ଓ ବ୍ୟାଧି ସବୁ ବହନ କଲେ [୮:୧୭]।

Matthew 8:18

ଯେତେବେଳେ ଜଣେ ଶାସ୍ତ୍ରୀ ଯୀଶୁଙ୍କର ଅନୁସରଣ କରିବାକୁ ଇଛା କରିଥିଲେ ତାଙ୍କର କେଉଁ ପ୍ରକାରର ଜୀବନ ବୋଲି ଯୀଶୁ କହିଥିଲେ ?

ଯୀଶୁ ଶାସ୍ତ୍ରୀ ଲୋକକୁ କହିଥିଲେ ତାଙ୍କର କୌଣସି ସ୍ଥାୟୀ ଗୃହ ବୋଲି ନାହିଁ [୮:୨୦]।

Matthew 8:21

ଯୀଶୁଙ୍କର ଜଣେ ଶିଷ୍ୟ ତାଙ୍କୁ କହିଲେ ହେ ପ୍ରଭୁ ପ୍ରଥମେ ମୋହର ପିତାଙ୍କୁ ସମାଧି ଦେବା ପାଇଁ ଛାଡିଦିଅ ଯୀଶୁ ତାଙ୍କୁ କ'ଣ କହିଲେ ?

ଯୀଶୁ ତାଙ୍କୁ କହିଲେ ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତଲୋକଙ୍କୁ ସମାଧି ଦେବା ପାଇଁ ଛାଡିଦିଅ [୮:୨୧-୨୨]।

Matthew 8:23

ଯେତେବେଳେ ସମୁଦ୍ରରେ ପ୍ରବଳ ଝଡତୋଫାନ ହେଲା ସେତେବେଳେ ଯୀଶୁ କ'ଣ କରୁଥିଲେ ?

ଯେତେବେଳେ ସମୁଦ୍ରରେ ପ୍ରବଳ ଝଡତୋଫାନ ହେଲା ସେତେବେଳେ ଯୀଶୁ ନୌକାରେ ଶୋଇ ପଡିଥିଲେ [୮:୨୪]।

Matthew 8:26

ଯେତେବେଳେ ଶିଷ୍ୟମାନେ ନିକଟକୁ ଆସି ମୃତ୍ୟୁଭୟରେ ଯୀଶୁଙ୍କୁ ଉଠାଇଲେ ହେ ପ୍ରଭୁ ରକ୍ଷାକର ଯୀଶୁ ସେମାନଙ୍କୁ କ'ଣ କହିଲେ ?

ଯୀଶୁ ଶିଷ୍ୟଙ୍କୁ କହିଲେ ହେ ଅଳ୍ପ ବିଶ୍ଵାସୀ ତୁମ୍ଭେମାନେ କାହିଁକି ଏତେ ଭୀରୁ [୮:୨୬]।

ସମୁଦ୍ରରେ ସବୁ ଧୀରସ୍ଥିର ହେଲାପରେ ଶିଷ୍ୟମାନେ ଯୀଶୁଙ୍କ ପ୍ରତି କାହିଁକି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ?

ପବନ ଓ ସମୁଦ୍ର ଉଭୟ ଯୀଶୁଙ୍କ ଆଜ୍ଞା ମାନନ୍ତି ବୋଲି ଶିଷ୍ୟମାନେ ଚମକୃତ ହୋଇଥିଲେ [୮:୨୭]।

Matthew 8:28

ଯେତେବେଳେ ଯୀଶୁ ଗାବରୀୟଙ୍କ ଦେଶକୁ ଆସିଲେ କେଉଁ ପ୍ରକାରର ଲୋକଙ୍କୁ ଦେଖିଲେ ?

ଯୀଶୁ ଦୁଇ ଭୂତଗ୍ରସ୍ତଲୋକଙ୍କୁ ଦେଖିଲେ ଯିଏ ଅତିଶୟ ଭୟଙ୍କର ଥିଲେ [୮:୨୮]।

ବ୍ୟକ୍ତି ଦ୍ୱାରା ଯୀଶୁଙ୍କୁ କହୁଥିବା ଭୂତ ଆତ୍ମାମାନଙ୍କର ବିଚାର କ'ଣ ଥିଲା ?

ସେମାନେ ଉଚିତ୍ ସମୟ ଆସିବା ପୂର୍ବରୁ ଯୀଶୁ ସେମାନଙ୍କୁ କଷ୍ଟ ଦେବା ପାଇଁ ଆସିଅଛନ୍ତି ବୋଲି ବିଚାର କଲେ [୮:୨୯]।

Matthew 8:30

କ'ଣ ଘଟିଲା ଯେତେବେଳେ ଯୀଶୁ ମନ୍ଦ ଆତ୍ମାଙ୍କୁ ବାହାର କଲେ ?

ଯେତେବେଳେ ଯୀଶୁ ମନ୍ଦ ଆତ୍ମାଙ୍କୁ ବାହାର କଲେ, ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ ଏବଂ ପଲଯାକ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ [୮:୩୨] ।

Matthew 8:33

ନଗରର ସମସ୍ତ ଲୋକ ଯୀଶୁଙ୍କ ସହିତ ସାକ୍ଷାତ କରିବା ପାଇଁ ଯେତେବେଳେ ବାହାରି ଆସିଲେ, ତାହାଙ୍କୁ କ'ଣ କରିବାକୁ ବିନତି କଲେ ?

ଲୋକମାନେ ଯୀଶୁଙ୍କୁ ସୀମାରୁ ପ୍ରସ୍ଥାନ କରିବାକୁ ବିନତି କଲେ [୮:୩୪]।


Chapter 9

1 ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ । 2 ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା । 3 ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ୱର ନିନ୍ଦା କରୁଅଛି । 4 ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ ? 5 କାରଣ କ'ଣ ସହଜ ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା ? 6 କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର, ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ । 7 ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା । 8 ତାହା ଦେଖି ଲୋକସମୂହ ଭୟ କଲେ, ପୁଣି, ଯେଉଁ ଈଶ୍ୱର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି, ତାହାଙ୍କର ମହିମା କୀର୍ତ୍ତନ କଲେ ।

9 ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, "ମୋହର ଅନୁଗମନ କର" । ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ । 10 ଆଉ ଯୀଶୁ ଗୃହରେ ଭୋଜନ କରିବାକୁ ବସିବା ସମୟରେ, ଦେଖ, ଅନେକ କରଗ୍ରାହୀ ଏବଂ ପାପୀ ଆସି ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ । 11 ଫାରୂଶୀମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, "ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି" ? 12 କିନ୍ତୁ ଯୀଶୁ ତାହା ଶୁଣି କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକ ନାହିଁ, ମାତ୍ରା ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ ଅଛି । 13 କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି ।

14 ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, ଆମ୍ଭେମାନେ ଓ ଫାରୂଶୀମାନେ ଉପବାସ କରୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି ? 15 ଯୀଶୁ ସେମାନଙ୍କୁ କହିଲେ, ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ କି ଶୋକ କରି ପାରନ୍ତି ? କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ିନିଆଯିବ, ଆଉ ସେତେବେଳେ ସେମାନେ ଉପବାସ କରିବେ । 16 କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ, କାରଣ ସେହି ତାଳି ଲୁଗାରୁ ବେଶୀ ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ବଡ଼ ଚିରା ହୁଏ । 17 ଆଉ ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖନ୍ତି ନାହିଁ; ରଖିଲେ କୁମ୍ପା ଫାଟିଯାଏ ଓ ଦ୍ରାକ୍ଷାରସ ପଡ଼ିଯାଏ, ଆଉ କୁମ୍ପାସବୁ ନଷ୍ଟ ହୁଏ; କିନ୍ତୁ ଲୋକେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖନ୍ତି, ପୁଣି, ଉଭୟ ରକ୍ଷା ପାଏ ।

18 ଯୀଶୁ ସେମାନଙ୍କୁ ଏହି ସବୁ କଥା କହିବା ସମୟରେ, ଦେଖ, ଜଣେ ଅଧ୍ୟକ୍ଷ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲେ, ମୋର ଝିଅଟି ଏହିକ୍ଷଣି ମରିଗଲା, କିନ୍ତୁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ, ଆଉ ସେ ବଞ୍ଚିବ । 19 ସେଥିରେ ଯୀଶୁ ଉଠି ଆପଣା ଶିଷ୍ୟମାନଙ୍କ ସହିତ ତାହାଙ୍କ ପଛରେ ଗଲେ । 20 ଆଉ ଦେଖ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ ପଛଆଡ଼ୁ ଆସି ତାହାଙ୍କ ଲୁଗାର ଝୁମ୍ପା ଛୁଇଁଲା, 21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । 22 କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, ବତ୍ସେ, ସାହସ ଧର, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି । ସେହି ଦଣ୍ଡରୁ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା । 23 ପରେ ଯୀଶୁ ସେହି ଅଧ୍ୟକ୍ଷଙ୍କ ଗୃହକୁ ଆସି ବଂଶୀବାଦକମାନଙ୍କୁ ଓ କୋଳାହଳ କରୁଥିବା ଲୋକସମୂହକୁ ଦେଖି କହିଲେ, ବାହାରିଯାଅ, ବାଳିକାଟି ତ ମରି ନାହିଁ, ମାତ୍ର ଶୋଇ ପଡ଼ିଅଛି 24 ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ । 25 କିନ୍ତୁ ଲୋକସମୂହ ବାହାରଯାଆନ୍ତେ ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା । 26 ପୁଣି, ଏହି କଥା ସେହି ଦେଶଯାକ ବ୍ୟାପିଗଲା ।

27 ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚ ସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । 28 ପୁଣି, ସେ ଗୃହରେ ପ୍ରବେଶ କରନ୍ତେ ସେହି ଅନ୍ଧମାନେ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, ମୁଁ ଯେ ଏହା କରି ପାରେ, ତାହା କି ବିଶ୍ୱାସ କରୁଅଛ ? ସେମାନେ କହିଲେ ହଁ, ପ୍ରଭୁ । 29 ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ । 30 ତହିଁରେ ସେମାନଙ୍କର ଆଖି ଫିଟିଗଲା । ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଇ କହିଲେ, ଦେଖ, ଏ ବିଷୟ ଯେପରି କେହି ନ ଜାଣେ । 31 ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ ।

32 ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ । 33 ପୁଣି, ଭୂତ ଛଡ଼ାଯାଆନ୍ତେ ସେହି ମୂକ କଥା କହିଲା । ସେଥିରେ ଲୋକ ସମୁହ ଚମତ୍କୃତ ହୋଇ କହିଲେ, ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ । 34 କିନ୍ତୁ ଫାରୂଶୀମାନେ କହିଲେ, ସେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଅଛି । 35 ଏହାପରେ ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ ।

36 ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ । 37 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ, 38 ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ପାଖରେ ନିବେଦନ କର ।



Translation Questions

Matthew 9:3

ଯୀଶୁ ପକ୍ଷାଘାତ ରୋଗୀକୁ ଉଠ ଚାଲ ବୋଲି କହିବା ପରିବର୍ତ୍ତେ ତୁମର ପାପ ସବୁ କ୍ଷମା କରାଗଲା ବୋଲି ଯୀଶୁ କାହିଁକି କହିଲେ ?

ତାହାଙ୍କର ପୃଥିବୀରେ ପାପକ୍ଷମା କରିବାକୁ ଅଧିକାର ଅଛି, ତାହା ଦେଖାଇବାକୁ ଯାଇ ଯୀଶୁ ପକ୍ଷାଘାତ ରୋଗୀକୁ ତାହାର ପାପସବୁ କ୍ଷମା କରାଯାଇଅଛି ବୋଲି କହିଲେ [୯:୫-୬] ।

Matthew 9:7

କାହିଁକି ଲୋକସମୂହ ଈଶ୍ୱରଙ୍କର ମହିମା କିର୍ତ୍ତନ କଲେ ଯେତେବେଳେ ସେମାନେ ଦେଖିଲେ ପକ୍ଷାଘାତ ରୋଗୀର ପାପ କ୍ଷମା ଓ ଶରୀର ସୁସ୍ଥ ହୋଇଥିଲା ?

ତାହା ଦେଖି ସେମାନେ ଭୀତ ହେଲେ ଏବଂ ଯେଉଁ ଈଶ୍ୱର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି ତାହାଙ୍କର ମହିମା କିର୍ତ୍ତନ କଲେ [୯:୮]।

ମାଥିଉର ବ୍ୟବସାୟ ଯୀଶୁଙ୍କୁ ଅନୁସରଣ କରିବା ପୂର୍ବରୁ କ'ଣ ଥିଲା ?

ମାଥିଉ ଯୀଶୁଙ୍କୁ ଅନୁସରଣ କରିବା ପୂର୍ବରୁ ସେ ଜଣେ କର ଆଦାୟକାରୀ ଥିଲା [୯:୯]।

Matthew 9:10

କାହା ସହିତ ଯୀଶୁ ଓ ତାଙ୍କରି ଶିଷ୍ୟମାନେ ଭୋଜନ କଲେ ?

ଅନେକ କରଗ୍ରାହୀ ଏବଂ ପାପୀ ଲୋକମାନେ ଯୀଶୁ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ଭୋଜନ କଲେ [୯:୧୦] ।

Matthew 9:12

କେଉଁମାନଙ୍କୁ ଯୀଶୁ ଅନୁତାପ କରିବାକୁ ଆହ୍ୱାନ କରିବା ନିମନ୍ତେ ଆସିଛନ୍ତି ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ସେ ପାପୀମାନଙ୍କୁ ଅନୁତାପ କରିବାକୁ ଆହ୍ୱାନ କରିବା ନିମନ୍ତେ ଆସିଛନ୍ତି ବୋଲି କହିଲେ [୯:୧୩] ।

Matthew 9:14

ତାଙ୍କରି ଶିଷ୍ୟମାନେ ଉପବାସ କରୁ ନ ଥିଲେ ବୋଲି କାହିଁକି ଯୀଶୁ କହିଲେ ?

ଯୀଶୁ କହିଲେ ତାଙ୍କରି ଶିଷ୍ୟମାନେ ଉପବାସ କରୁ ନ ଥିଲେ କାରଣ ସେ ସେମାନଙ୍କ ସହ ଥିଲେ [୯:୧୫] ।

କେତେବେଳେ ତାଙ୍କରି ଶିଷ୍ୟମାନେ ଉପବାସ କରିବେ ବୋଲି ଯୀଶୁ କହିଲେ ?

ଯୀଶୁ ଯେତେବେଳେ ତାଙ୍କଠାରୁ କାଢି ନିଆଯିବେ ସେତେବେଳେ ତାଙ୍କରି ଶିଷ୍ୟମାନେ ଉପବାସ କରିବେ ବୋଲି ଯୀଶୁ କହିଲେ [୯:୧୫] ।

Matthew 9:20

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ କ'ଣ କରିଲେ ଓ କାହିଁକି ?

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ କେବଳ ତାହାଙ୍କ ଲୁଗା ଛୁଇଁଲେ ସେ ସୁସ୍ଥ ହେବ ବୋଲି ସେ ମନେ ମନେ ଭାବି, ପଛପଟୁ ଯୀଶୁଙ୍କ ଲୁଗାର ଝୁମ୍ପା ଛୁଇଁଲା [୯:୨୦-୨୧]।

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକକୁ କ'ଣ ସୁସ୍ଥ କଲା ବୋଲି ଯୀଶୁ କହିଲେ ?

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକକୁ ଯେ ସେ ତାହାରି ବିଶ୍ଵାସ ଦ୍ୱାରା ସୁସ୍ଥ ହୋଇଅଛି ବୋଲି ଯୀଶୁ କହିଲେ [୯:୨୨]।

Matthew 9:23

କାହିଁକି ଲୋକସମୂହ ଯୀଶୁଙ୍କୁ ପରିହାସ କରିବାକୁ ଲାଗିଲେ ଯେତେବେଳେ ସେ ଯିହୁଦୀମାନଙ୍କ କାର୍ଯ୍ୟାଳୟରେ ପ୍ରବେଶ କଲେ ?

ଲୋକମାନେ ଯୀଶୁଙ୍କୁ ପରିହାସ କରିଲେ କାରଣ ବାଳିକାଟି ଯେ ମରି ନାହିଁ, ମାତ୍ର ଶୋଉଅଛି ବୋଲି ସେ କହିଲେ [୯:୨୪] ।

Matthew 9:25

ଯୀଶୁ ବାଳିକାକୁ ମୃତ୍ୟୁରୁ ଉଠାଇଲା ପରେ କ'ଣ ଘଟିଲା ?

ଯୀଶୁ ବାଳିକାକୁ ମୃତ୍ୟୁରୁ ଉଠାଇବା ଖବର ସେହି ଦେଶଯାକ ବ୍ୟାପିଗଲା [୯:୨୬]।

Matthew 9:27

ଯୀଶୁଙ୍କୁ ଦୁଇ ଜଣ ଅନ୍ଧ ଉଚ୍ଚ ସ୍ୱର କରି କ'ଣ କହିବାକୁ ଲାଗିଲେ ?

ଦୁଇ ଜଣ ଅନ୍ଧ ଉଚ୍ଚ ସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦଙ୍କର ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ [୯:୨୭] ।

Matthew 9:29

ଯୀଶୁ ଦୁଇ ଅନ୍ଧକୁ କାହିଁକି ସୁସ୍ଥ କଲେ ?

ଯୀଶୁ ଦୁଇ ଅନ୍ଧକୁ ସେମାନଙ୍କର ବିଶ୍ଵାସ ଅନୁସାରେ ସୁସ୍ଥ କଲେ [୯:୨୯]।

Matthew 9:32

ଯୀଶୁ ଏକ ମୂକ ବ୍ୟକ୍ତିକୁ ସୁସ୍ଥ କଲା ପରେ, ଯୀଶୁଙ୍କ ବିରୁଦ୍ଧରେ କେଉଁ ଅଭିଯୋଗ ଫାରୂଶୀମାନେ କରିଥିଲେ ?

ଯୀଶୁ ଏକ ମୂକ ବ୍ୟକ୍ତିକୁ ସୁସ୍ଥ କଲା ପରେ ଯୀଶୁ ଯେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଅଛି ବୋଲି ଫାରୂଶୀମାନେ ନିନ୍ଦା କଲେ [୯:୩୪]।

Matthew 9:35

କାହିଁକି ଲୋକସମୂହଙ୍କ ପ୍ରତି ଯୀଶୁ ଦୟାରେ ବିଗଳିତ ହେଲେ ?

ଯୀଶୁ ଲୋକସମୂହଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୂର୍ଦ୍ଦଶାଗ୍ରସ୍ତ,ଚିନ୍ତିତ ଓ ଦ୍ୱନ୍ଦ୍ୱରେ ଥିଲେ [୯:୩୬] ।

Matthew 9:37

ଯୀଶୁ ଆପଣା ଶିଷ୍ୟମାନଙ୍କୁ କ'ଣ ପାଇଁ ଜରୁରୀ ପ୍ରାର୍ଥନା କରିବାକୁ କହିଲେ?

ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର କର୍ତ୍ତାଙ୍କ ନିକଟରେ ଜରୁରୀ ପ୍ରାର୍ଥନା କର ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ[୯:୩୮]।


Chapter 10

1 ଇତିମଧ୍ୟରେ ସେ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ । 2 ସେହି ଦ୍ୱାଦଶ ପ୍ରେରିତମାନଙ୍କ ନାମ ଏହି, ପ୍ରଥମରେ ଶିମୋନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, 3 ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ, 4 କିଣାନୀୟ ଶିମୋନ ଓ ଈଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା ।

5 ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଅଣଯିହୂଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ, 6 ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ । 7 ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର । 8 ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର । 9 ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା, ଆଉ ଯାତ୍ରା ନିମନ୍ତେ ଝୋଲି 10 କିମ୍ବା ଦୁଇଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ । 11 ଆଉ ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି, ନ ଯିବା ପର୍ଯ୍ୟନ୍ତ ସେଠାରେ ରୁହ । 12 ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ ଆଶୀର୍ବାଦ କର; 13 ସେହି ଗୃହ ଯେବେ ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରିଆସୁ । 14 ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ । 15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ ।

16 ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ । 17 ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ, 18 ପୁଣି, ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ପାଖକୁ ଅଣାଯିବ; ତାହା ସେମାନଙ୍କ ଓ ଅଣଯିହୂଦୀମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ । 19 କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବାକି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କ'ଣ କହିବ, ତାହା ସେହି ସମୟରେ ତୁମ୍ଭମାନଙ୍କୁ ଦିଆଯିବ । 20 ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି । 21 ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ । 22 ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ । 23 କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ । 24 ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ । 25 ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ । ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍‌ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ ।

26 ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ । 27 ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର । 28 ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର । 29 ଦୁଇଟି ଘରଚଟିଆ କ'ଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ; 30 କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି । 31 ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ ।

32 ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି । 33 ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି ।

34 ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍ଗ ଦେବାକୁ ଆସିଅଛି । 35 କାରଣ ମୁଁ ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି, ଶାଶୁ ସହିତ ବୋହୁର ବିରୋଧ ବଢାଇବାକୁ ଆସିଅଛି, 36 ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ । 37 ଯେ ପିତା କି ମାତାକୁ ମୋଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ । 38 ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ । 39 ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ ।

40 ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ । 41 ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ । ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ । 42 ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ ।



Translation Questions

Matthew 10:1

ଯୀଶୁ ଆପଣା କେଉଁ ଅଧିକାର ଦ୍ୱାଦଶ ଶିଷ୍ୟଙ୍କୁ ଦେଲେ ?

ଯୀଶୁ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ଅଶୁଚି ଆତ୍ମାଗୁଡ଼ାକ ଛଡ଼ାଇବା ନିମନ୍ତେ ପୁଣି ସମସ୍ତ ପ୍ରକାର ରୋଗକୁ ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ [୧୦:୧]।

Matthew 10:2

ଯିଏ ଯୀଶୁଙ୍କୁ ବିଶ୍ଵାସଘାତ କରିବ ସେହି ଶିଷ୍ୟର ନାମ କ'ଣ?

ଯିଏ ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବ ତାହାର ନାମ ଥିଲା ଇଷ୍କାରିୟୋତୀୟ ଯିହୂଦା [୧୦:୪] ।

Matthew 10:5

କେଉଁଆଡେ ଯୀଶୁ ଆପଣା ଶିଷ୍ୟଙ୍କୁ ଏହି ସମୟରେ ପଠାଇଲେ ?

ଯୀଶୁ ଆପଣା ଶିଷ୍ୟଙ୍କୁ କେବଳ ଇସ୍ରାଏଲ-ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ପଠାଇଲେ [୧୦:୬]।

Matthew 10:8

ଶିଷ୍ୟମାନଙ୍କୁ ପାଉଣା କିମ୍ବା ଦୁଇଟି ଅଙ୍ଗରଖା ସେମାନଙ୍କ ସାଙ୍ଗରେ ନେବାର ଥିଲା କି ?

ନା, ଶିଷ୍ୟମାନଙ୍କୁ ପାଉଣା କିମ୍ବା ଦୁଇଟି ଅଙ୍ଗରଖା ସେମାନଙ୍କ ସାଙ୍ଗରେ ନେବାର ନ ଥିଲା [୧୦:୯-୧୦] ।

Matthew 10:11

କେଉଁ ସ୍ଥାନରେ ଶିଷ୍ୟଙ୍କୁ ରହିବାର ଥିଲା ଯେତେବେଳେ ସେମାନେ ଗ୍ରାମରୁ ଗ୍ରାମକୁ ଗଲେ ?

ଶିଷ୍ୟମାନେ ଗ୍ରାମରେ ଏକ ବିଶ୍ଵାସ ଯୋଗ୍ୟ ଲୋକର ଅନୁସନ୍ଧାନ କରି, ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରହିବାର ଥିଲା [୧୦:୧୧]।

Matthew 10:14

ସେହି ନଗରଗୁଡିକ ପ୍ରତି ବିଚାର ଦିନ କ'ଣ ହେବ ଯିଏ ଶିଷ୍ୟଙ୍କୁ ଗ୍ରହଣ କିମ୍ବା ସେମାନଙ୍କର କଥା ଶୁଣିଲେ ନାହିଁ ?

ଯେଉଁ ନଗରରେ ସେମାନଙ୍କର କଥା ଶୁଣିଲେ ନାହିଁ ବିଚାରଦିନରେ ସେହି ନଗରଗୁଡିକର ଦଶା ସଦୋମ ଓ ହମୋରା ଦେଶର ଦଶା ଅପେକ୍ଷା ଅଧିକ ଅସହନୀୟ ହେବ [୧୦:୧୪-୧୫] ।

Matthew 10:16

ଲୋକମାନେ ଶିଷ୍ୟଙ୍କୁ କ'ଣ କରିବେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ଲୋକମାନେ ବିଚାର ସଭାମାନଙ୍କରେ ଶିଷ୍ୟଙ୍କୁ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହସମୂହରେ କୋରଡ଼ା ମାରିବେ ଓ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁକୁ ଅଣାଯିବେ [୧୦:୧୭-୧୮]।

Matthew 10:19

କିଏ ଶିଷ୍ୟମାନଙ୍କ ଦ୍ୱାରା କହିବ, ଯେତେବେଳେ ସେମାନେ ସମର୍ପଣ ହୋଇଥିବେ ?

ପିତାଙ୍କ ଆତ୍ମା ଶିଷ୍ୟମାନଙ୍କ ଅନ୍ତର ଦେଇ କଥା କହିବେ ଯେତେବେଳେ ସେମାନେ ସମର୍ପଣ ହୋଇଥିବେ [୧୦:୨୦] ।

Matthew 10:21

କାହାକୁ ଶେଷରେ ଉଦ୍ଧାର ପାଇବେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଶେଷ ପର୍ଯ୍ୟନ୍ତ ଯିଏ ଧୈର୍ଯ୍ୟ ଧରି ରହିବ, ସେ ଶେଷରେ ଉଦ୍ଧାର ପାଇବ [୧୦:୨୨]।

Matthew 10:24

କିପରି ଶିଷ୍ୟମାନଙ୍କ ସହ ବ୍ୟବହାର କରିବେ ଯିଏ ଯୀଶୁଙ୍କୁ ଘୃଣା କରିଥିଲେ ?

ଯେଉଁମାନେ ଯୀଶୁଙ୍କୁ ଘୃଣା କଲେ ଶିଷ୍ୟଙ୍କୁ ମଧ୍ୟ ସେମାନେ ଘୃଣା କରିବେ [୧୦:୨୨,୨୪-୨୫]।

Matthew 10:28

କାହାକୁ ଆମେ ଭୟ କରିବାକୁ ନୁହଁ ବୋଲି ଯୀଶୁ କହିଲେ ?

ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଆମେ ଭୟ କରିବା ନାହିଁ ବୋଲି ଯୀଶୁ କହିଲେ [୧୦:୨୮]।

କାହାକୁ ଆମେ ଭୟ କରିବାର ଅଛି ବୋଲି ଯୀଶୁ କହିଲେ ?

ଯେ ଶରୀର ଓ ଆତ୍ମା ଉଭୟକୁ ନରକରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ ଆମେ କରିବାର ଅଛି ବୋଲି ଯୀଶୁ କହିଲେ [୧୦:୨୮]।

Matthew 10:32

ଯିଏ ଯୀଶୁଙ୍କୁ ଲୋକଙ୍କ ଆଗରେ ସ୍ଵୀକାର କରେ ତାହାକୁ ଯୀଶୁ କ'ଣ କରିବେ ବୋଲି କହିଲେ ?

ଯୀଶୁ ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ [୧୦:୩୨] ।

ଯେ କେହି ଲୋକଙ୍କ ସାକ୍ଷାତରେ ଯୀଶୁଙ୍କୁ ଅସ୍ୱୀକାର କରିବ, ଯୀଶୁ ତାହା ସହିତ କ'ଣ କରିବେ ?

ଯୀଶୁ ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ଅସ୍ୱୀକାର କରିବେ [୧୦:୩୩] ।

Matthew 10:34

କେଉଁ ପ୍ରକାରର ବିଭାଜନ ଯୀଶୁ ଆଣିବାକୁ ଯାଉଛନ୍ତି ବୋଲି ସେ କହିଲେ ?

ଯେ ଏମିତିକି ସେ ପରିବାର ମଧ୍ୟରେ ବିଭାଜନ ଆଣିବାକୁ ଆସିଅଛନ୍ତି ବୋଲି ଯୀଶୁ କହିଲେ [୧୦:୩୪-୩୬] ।

Matthew 10:37

ଯୀଶୁଙ୍କ ନିମନ୍ତେ ଯେ ଆପଣା ଜୀବନ ହରାଏ ସେ କ'ଣ ପ୍ରାପ୍ତ କରିବ ?

ଯୀଶୁଙ୍କ ନିମନ୍ତେ ଯେ ଆପଣା ପ୍ରାଣ ହରାଏ ସେ ଆପଣା ଜୀବନ ପାଇବ [୧୦:୩୯] ।

Matthew 10:42

ଯେ କେହି କ୍ଷୁଦ୍ରତମ ଶିଷ୍ୟକୁ କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦିଏ ସେ କ'ଣ ପାଇବ ?

ଯେ କେହି କ୍ଷୁଦ୍ରତମ ଶିଷ୍ୟକୁ କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦିଏ ସେ ତାହାର ପୁରସ୍କାର ପାଇବ [୧୦:୪୨]।


Chapter 11

1 ଯୀଶୁ ଆପଣା ବାର ଜଣ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ପରେ ଗାଲିଲୀର ନଗରସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ବାହାରିଗଲେ । 2 ଏଥିମଧ୍ୟରେ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ, 3 ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ ?

4 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହି ସବୁ ଯୋହନଙ୍କୁ ଜଣାଅ; 5 ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ; 6 ଆଉ, ଯେ କେହି ମୋ'ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ ।

7 ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ ? କ'ଣ ପବନରେ ଦୋହଲୁଥିବା ଗୋଟିଏ ନଳ ? 8 ତାହାହେଲେ ତୁମ୍ଭେମାନେ କ'ଣ ଦେଖିବା ପାଇଁ ବାହାରିଯାଇଥିଲ ? କ'ଣ ସୂକ୍ଷ୍ମ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ? ଦେଖ, ଯେଉଁମାନେ ସୂକ୍ଷ୍ମ ପୋଷାକ ପିନ୍ଧନ୍ତି, ସେମାନେ ରାଜାଙ୍କ ଘରରେ ଥାଆନ୍ତି ।

9 ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ ? କ'ଣ ଜଣେ ଭାବବାଦୀଙ୍କୁ ଦେଖିବାକୁ ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କି; 10 ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି ।

11 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାଁନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ । 12 ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି ।

13 କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ଯୋହନଙ୍କ ପର୍ଯ୍ୟନ୍ତ ଭାବବାଣୀ କହିଥିଲେ । 14 ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲିୟଙ୍କ ଆସିବାର ଅଛି, ଏ ସେହି । 15 ଯାହାର କାନ ଅଛି, ସେ ଶୁଣୁ ।

16 କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି ? ଯେଉଁ ପିଲାମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି, 17 ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ ବର୍ତ୍ତମାନ ପୁରୁଷ ସେମାନଙ୍କ ପରି ।

18 କାରଣ ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ସେ ଭୂତଗ୍ରସ୍ତ । 19 ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ଲୋକେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ; ମାତ୍ର ଜ୍ଞାନ ଆପଣା କର୍ମ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା ।

20 ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ ପରିବର୍ତ୍ତନ କରି ନ ଥିଲେ । 21 ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାନ୍ତା, ତେବେ ସେମାନେ ସମୟ ପୁର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ । 22 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ।

23 ଆଉ ରେ କଫର୍ନାହୂମ, ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ, କାରଣ ତୋ'ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସଦୋମରେ କରାଯାଇଥାନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାନ୍ତା | 24 ତଥାପି ମୁଁ ତୁମ୍ଭମାନଙ୍କୁ କହିଅଛି, ବିଚାର ଦିନରେ ତୋର ଦଶା ଅପେକ୍ଷା ସଦୋମ ଦେଶର ଦଶା ସହନୀୟ ହେବ ।

25 ସେହି ସମୟରେ ଯୀଶୁ ଉତ୍ତର ଦେଲେ, ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି; 26 ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା । 27 ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋ'ବିଷୟ ମୋଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ ।

28 ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ଥ ଲୋକ ସମସ୍ତେ, ମୋ' ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି । 29 ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋ'ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; 30 ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ |



Translation Questions

Matthew 11:1

ଯୀଶୁ ନଗରଗୁଡିକରେ ଶିକ୍ଷା ଓ ପ୍ରଚାର କରିବା ଯିବା ପୂର୍ବରୁ ସେ କ'ଣ ଶେଷ କଲେ ?

ଯୀଶୁ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ଉତ୍ତାରେ ନଗରଗୁଡିକରେ ଶିକ୍ଷା ଓ ପ୍ରଚାର କରିବାକୁ ସେ ଗଲେ [୧୧:୧]।

କେଉଁ ସମ୍ବାଦ ବାପ୍ତିଜକ ଯୋହନ ଯୀଶୁଙ୍କୁ ପଠାଇଲେ ?

''ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ'' ?ଏହି ସମ୍ବାଦ ବାପ୍ତିଜକ ଯୋହନ ପଠାଇଲେ [୧୧:୩]।

Matthew 11:4

ଯୀଶୁ ଆସୁଥିବା ବ୍ୟକ୍ତି ଜଣକ ବୋଲି ପ୍ରମାଣ ସ୍ଵରୂପ କ'ଣ ଘଟିଲା ?

ଯୀଶୁ କହିଲେ ଯେ କୁଷ୍ଠୀମାନେ ଶୁଚି ହୁଅନ୍ତି, ମୃତମାନେ ଉଠନ୍ତି, ପୁଣି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ [୧୧:୫]।

ଯେଉଁମାନେ ଯୀଶୁଙ୍କଠାରୁ ବିଘ୍ନ ପାଇବାର ଅବସର ପାଇଲେ ନାହିଁ ସେମାନଙ୍କ ନିମନ୍ତେ ଯୀଶୁ କ'ଣ ପ୍ରତିଜ୍ଞା କଲେ ?

ଯେଉଁମାନେ ଯୀଶୁଙ୍କଠାରୁ ବିଘ୍ନ ପାଇବାର ଅବସର ପାଇଲେ ନାହିଁ ସେମାନଙ୍କ ନିମନ୍ତେ ଯୀଶୁ ଗୋଟିଏ ଆଶୀର୍ବାଦ ପ୍ରତିଜ୍ଞା କଲେ [୧୧:୬]।

Matthew 11:9

କେଉଁ ଆଦର୍ଶକୁ ବାପ୍ତିଜକ ଯୋହନ ତାହାଙ୍କ ଜୀବନରେ ଲାଗୁ କଲେ ବୋଲି ଯୀଶୁ କ'ଣ କହିଲେ ?

ଯୀଶୁ କହିଲେ ଯେ ବାପ୍ତିଜକ ଯୋହନ ପ୍ରତିଜ୍ଞାତ ସମ୍ବାଦବାହକ ଥିଲେ ବୋଲି ଯେ ଆସୁଥିବା ଜଣଙ୍କ ନିମନ୍ତେ ପଥ ପ୍ରସ୍ତୁତ କରିବ [୧୧:୯-୧୦]।

Matthew 11:13

ବାପ୍ତିଜକ ଯୋହନ କିଏ ଥିଲେ ବୋଲି ଯୀଶୁ କହିଲେ ?

ବାପ୍ତିଜକ ଯୋହନ ଏଲୀୟ ଥିଲେ ବୋଲି ଯୀଶୁ କହିଲେ [୧୧:୧୪]।

Matthew 11:18

ବାପ୍ତିଜକ ଯୋହନଙ୍କ ସେହି ପିଢି କ'ଣ କହିଲେ ଯିଏ ରୋଟି ଖାଇବାକୁ କିମ୍ବା ମଦିରା ପାନ କରିବାକୁ ଆସି ନ ଥିଲେ ?

ସେହି ପିଢି କହିଲେ ଯେ ବାପ୍ତିଜକ ଯୋହନ ଭୂତଗ୍ରସ୍ଥ ଥିଲେ [୧୧:୧୮]।

ଯୀଶୁଙ୍କ ବିଷୟରେ ସେହି ପିଢି କ'ଣ କହିଲେ ଯିଏ ଖାଇବାକୁ ଓ ପିଇବାକୁ ଆସିଲେ ?

ଯୀଶୁ ଯେ ଜଣେ ପେଟୁକ ଓ ମଦୁଆ,ଓ କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ ବୋଲି ସେହି ପିଢି କହିଲେ [୧୧:୧୯]।

Matthew 11:20

?

ଯୀଶୁ ନଗରଗୁଡିକରେ କ'ଣ ଘୋଷଣା କଲେ ,ଯେଉଁଠାରେ ସେ ମହାନ କର୍ମ କରିଥିଲେ ତଥାପି ଲୋକମାନେ ଅନୁତାପ କରି ନ ଥିଲେ [୧୧:୨୦-୨୪]।

Matthew 11:25

କାହାଠାରୁ ସ୍ୱର୍ଗରାଜ୍ୟକୁ ଗୁପ୍ତ ରଖିବାରୁ ଯୀଶୁ ପରମେଶ୍ୱରଙ୍କର ସ୍ତୁତିଗାନ କଲେ ?

ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ସ୍ୱର୍ଗରାଜ୍ୟକୁ ଗୁପ୍ତ ରଖିବାରୁ ଯୀଶୁ ପରମେଶ୍ୱରଙ୍କର ସ୍ତୁତିଗାନ କଲେ [୧୧:୨୫]।

କାହାକୁ ସ୍ୱର୍ଗରାଜ୍ୟକୁ ପ୍ରକାଶ କରିବାରୁ ଯୀଶୁ ପରମେଶ୍ୱରଙ୍କର ସ୍ତୁତିଗାନ କଲେ ?

ଅଶିକ୍ଷିତ ଓ ଶିଶୁମାନଙ୍କୁ ସ୍ୱର୍ଗରାଜ୍ୟକୁ ପ୍ରକାଶ କରିଥିବାରୁ ଯୀଶୁ ପରମେଶ୍ୱରଙ୍କର ସ୍ତୁତିଗାନ କଲେ [୧୧:୨୫]।

କିଏ ପିତାଙ୍କୁ ଜାଣେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ସେ ପିତାଙ୍କୁ ଜାଣନ୍ତି ଏବଂ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଛା କରନ୍ତି ତାଙ୍କୁ ସେ ଜାଣନ୍ତି [୧୧:୨୭]।

Matthew 11:28

ଯୀଶୁ କାହାକୁ ବିଶ୍ରାମ ପ୍ରତିଜ୍ଞା କଲେ ?

ଯୀଶୁ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତଙ୍କୁ ବିଶ୍ରାମ ଦେବାକୁ ପ୍ରତିଜ୍ଞା କଲେ [୧୧:୨୮] ।


Chapter 12

1 ସେହି ସମୟରେ ଯୀଶୁ ବିଶ୍ରାମବାରରେ ଶସ୍ୟକ୍ଷେତ୍ର ଦେଇ ଗଲେ, ଆଉ ତାହାଙ୍କର ଶିଷ୍ୟମାନେ କ୍ଷୁଧିତ ହୋଇ ଶସ୍ୟର ଶିଁଷା ଛିଣ୍ଡାଇ ଖାଇବାକୁ ଲାଗିଲେ । 2 କିନ୍ତୁ ଫାରୂଶୀମାନେ ତାହା ଦେଖି ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି ।

3 ମାତ୍ର ସେ ସେମାନଙ୍କୁ କହିଲେ, ଦାଉଦ ଓ ତାଙ୍କ ସଙ୍ଗୀମାନେ କ୍ଷୁଧିତ ହେବା ସମୟରେ ସେ କ'ଣ କରୁଥିଲେ, ତାହା କି ତୁମ୍ଭେମାନେ ପାଠ କରି ନାହଁ ? 4 ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧିସଙ୍ଗତ ନ ଥିଲା, ତାହା ସେମାନେ ଭୋଜନ କରିଥିଲେ ?

5 କିମ୍ବା ବିଶ୍ରାମବାରରେ ଯାଜକମାନେ ମନ୍ଦିର ମଧ୍ୟରେ ବିଶ୍ରାମବାରକୁ ଅପବିତ୍ର କଲେ ହେଁ ନିର୍ଦ୍ଦୋଶ ଅଟନ୍ତି, ମୋଶାଙ୍କ ବ୍ୟବସ୍ଥାରେ ତୁମ୍ଭେମାନେ କ'ଣ ଏହା ପାଠ କରି ନାହଁ ? 6 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ ବିଷୟ ଏଠାରେ ଅଛି ।

7 କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏ ଉକ୍ତିର ଅର୍ଥ ଯେବେ ଜାଣିଥାନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରି ନ ଥାଆନ୍ତ । 8 କାରଣ ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି ।

9 ସେ ସେହି ସ୍ଥାନରୁ ଚାଲିଯାଇ ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ । 10 ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା । ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାରରେ ସୁସ୍ଥ କରିବା କ'ଣ ବିଧିସଙ୍ଗତ ?

11 କିନ୍ତୁ ସେ ସେମାନଙ୍କୁ କହିଲେ, ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାରରେ ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରିଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି ? 12 ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ । ଏଣୁ ବିଶ୍ରାମବାରରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ ।

13 ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ । ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି, ଭଲ ହୋଇଗଲା । 14 କିନ୍ତୁ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ପାଇଁ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ ।

15 ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ 16 ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ, 17 ଯେପରି, ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,

    18 ଦେଖ, ଆମ୍ଭର ଦାସ, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ; ଆମ୍ଭର ପ୍ରିୟପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରିବା, ଆଉ ସେ ଅଣଯିହୂଦୀମାନଙ୍କ ପାଖରେ ନ୍ୟାୟବିଚାର ପ୍ରଚାର କରିବେ ।

19 ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚ ସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ ।

    20 ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା ନଳ ଭାଙ୍ଗିବେ ନାହିଁ, ପୁଣି, ସଧୂମ ସଳିତା ଲିଭାଇବେ ନାହିଁ ।

    21 ଆଉ, ତାହାଙ୍କ ନାମରେ ଅଣଯିହୂଦୀମାନେ ଭରସା ରଖିବେ ।

22 ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକ ତାହାଙ୍କ ପାଖକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା । 23 ପୁଣି, ଲୋକସମୂହ ଆଚମ୍ଭିତ ହୋଇ କହିବାକୁ ଲାଗିଲେ ଏ କ'ଣ ଦାଉଦ ସନ୍ତାନ ନୁହଁନ୍ତି ?

24 ମାତ୍ର ଫାରୂଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତ ପରି ବାଲ୍‌ଜିବୂଲ୍‍ର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ । 25 କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ । ‌

26 ଆଉ, ଶୟତାନ ଯଦି ଶୟତାନକୁ ଛଡ଼ାଏ, ତାହାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି ତେବେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ ? 27 ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରେ ତେବେ ତୁମ୍ଭମାନଙ୍କ ସନ୍ତାନଗଣ କାହା ସାହାଯ୍ୟରେ ସେମାନଙ୍କୁ ବାହାର କରନ୍ତି। ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ ।

28 କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି । 29 ଅବା କେହି ପ୍ରଥମେ ବଳବାନ ଲୋକଙ୍କୁ ନ ବାନ୍ଧିଲେ କିପ୍ରକାରେ ତାହା ଘରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଚୋରି କରି ପାରେ ? ତାହାକୁ ଆଗେ ବାନ୍ଧିଲେ ସିନା ତାହାର ଗୃହ ଲୁଣ୍ଠନ କରିବ । 30 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋ'ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ ।

31 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ, କିନ୍ତୁ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ । 32 ଆଉ, ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଏହି ଯୁଗରେ କି ଆଗାମୀ ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ ।

33 ଗଛକୁ ଭଲ କୁହ ଓ ତାହାର ଫଳକୁ ଭଲ କୁହ ନ ହେଲେ ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ । 34 ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କିପ୍ରକାରେ ଭଲ କଥା କହିପାର ? କାରଣ ହୃଦୟର ପୂର୍ଣ୍ଣତାରୁ ମୂଖ କଥା କହେ । 35 ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ ।

36 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ; 37 ଯେଣୁ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ ।

38 ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ । 39 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ । 40 କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତି ଏକ ବଡ଼ ମାଛର ପେଟରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତି ଭୂଗର୍ଭରେ ରହିବେ ।

41 ନୀନିବୀର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।

42 ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।

43 ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ପରେ ଜଳଶୂନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ । 44 ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଲି, ମୋହର ସେହି ଘରକୁ ଫେରିଯିବି; ପୁଣି, ସେ ଆସି ତାହା ଶୂନ୍ୟ, ମାର୍ଜିତ ଓ ସୁଶୋଭିତ ଦେଖେ । 45 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତଟା ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ । ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ ।

46 ସେ ଲୋକସମୂହକୁ କଥା କହୁଥିବା ସମୟରେ, ଦେଖ, ତାହାଙ୍କ ମାଁ ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଥିଲେ । 47 ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ, ଆପଣଙ୍କ ମାଁ ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଅଛନ୍ତି ।

48 କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, ମୋହର ମାଁ କିଏ ? ଆଉ, ମୋହର ଭାଇମାନେ କିଏ ? 49 ପୁଣି, ସେ ଆପଣା ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, ଦେଖ, ମୋହର ମାଁ ଓ ମୋହର ଭାଇମାନେ, 50 କାରଣ ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଁ ।



Translation Questions

Matthew 12:1

ଯୀଶୁଙ୍କର ଶିଷ୍ୟମାନେ କ'ଣ କରୁଥିଲେ ଯେ ଫାରୂଶୀମାନେ ତାଙ୍କ ବିଷୟରେ ଯୀଶୁଙ୍କୁ ଅଭିଯୋଗ କଲେ ?

ଫାରୂଶୀମାନେ ଅଭିଯୋଗ କଲେ ଯେ, ଯୀଶୁଙ୍କର ଶିଷ୍ୟମାନେ ଶସ୍ୟର ଶିଁଷା ଛିଣ୍ଡାଇଲେ ଏବଂ ଖାଇଲେ, ଯାହା ସେମାନେ ବିଶ୍ଵାସ କରନ୍ତି ଏହା କରିବା ବିଶ୍ରାମବାରରେ ବିଧିସଙ୍ଗତ ନୁହେଁ [୧୨:୨] ।

Matthew 12:5

ଯୀଶୁ କାହାକୁ ମନ୍ଦିର ଠାରୁ ମହାନ ବୋଲି କହିଲେ ?

ସେ ମନ୍ଦିର ଠାରୁ ମହାନ ବୋଲି ଯୀଶୁ କହିଲେ [୧୨:୬]।

Matthew 12:7

କେଉଁ ଅଧିକାର ମନୁଷ୍ୟ ପୁତ୍ର, ଯୀଶୁଙ୍କ ଠାରେ ଅଛି ?

ଯୀଶୁ, ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି [୧୨:୮]।

Matthew 12:9

କେଉଁ ପ୍ରଶ୍ନ ସମାଜଗୃହରେ ଫାରୂଶୀମାନେ ଯୀଶୁଙ୍କୁ ଜଣେ ବ୍ୟକ୍ତି ଆଗରେ ପଚାରିଲେ ଯାହାର ଗୋଟିଏ ହାତ ଶୁଖିଯାଇଥିଲା ?

ଫାରୂଶୀମାନେ ଯୀଶୁଙ୍କୁ ପଚାରିଲେ ,''କ'ଣ ବିଶ୍ରାମଦିନରେ ସୁସ୍ଥ କରିବା ବିଧିସଙ୍ଗତ''?[୧୨:୧୦]।

Matthew 12:11

ବିଶ୍ରାମବାରରେ କ'ଣ କରିବା ବିଧିସଙ୍ଗତ ବୋଲି ଯୀଶୁ କହିଲେ ?

ବିଶ୍ରାମବାରରେ ଉତ୍ତମ କରିବା ବିଧିସଙ୍ଗତ ବୋଲି ଯୀଶୁ କହିଲେ [୧୨:୧୨]।

Matthew 12:13

ଯେତେବେଳେ ଫାରୂଶୀମାନେ ଦେଖିଲେ ଯୀଶୁ ହାତ ଶୁଖିଯାଇଥିବା ବ୍ୟକ୍ତିକୁ ସୁସ୍ଥ କଲେ ସେମାନେ କ'ଣ କଲେ ?

ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ [୧୨:୧୪]।

Matthew 12:19

ଯିଶାଇୟ ଭାବବାଦୀଙ୍କ ଯୀଶୁଙ୍କ ବିଷୟରେ ଭାବବାଣୀ, କ'ଣ ଯୀଶୁ କରିବେ ନାହିଁ ?

ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚ ସ୍ୱର କରିବେ ନାହିଁ, କିମ୍ବା ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା ନଳ ଭାଙ୍ଗିବେ ନାହିଁ, ପୁଣି ସଧୂମ ସଳିତା ଲିଭାଇବେ ନାହିଁ [୧୨:୧୯-୨୦] ।

ଯିଶାଇୟ ଭାବବାଦୀ ଯୀଶୁଙ୍କ ବିଷୟରେ ଭାବବାଣୀରେ କିଏ ପରମେଶ୍ୱରଙ୍କ ନ୍ୟାୟ ଶୁଣିବ ଏବଂ ଯୀଶୁଙ୍କଠାରେ ଭରସା କରିବ?

ବିଜାତିମାନେ ପରମେଶ୍ୱରଙ୍କର ନ୍ୟାୟବିଚାର ଶୁଣିବେ ଏବଂ ଯୀଶୁଙ୍କ ନାମରେ ବିଜାତିମାନେ ଭରସା ରଖିବେ [୧୨:୧୮,୨୧]।

Matthew 12:26

ଯୀଶୁ କିପରି ସେ ବାଆଲ୍‍ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରନ୍ତି ବୋଲି ନିନ୍ଦାର ବିଷୟକୁ ପ୍ରତ୍ୟୁତ୍ତର ଦେଲେ ?

ଯୀଶୁ କହିଲେ ଯେ ଶୟତାନ ଯଦି ଶୟତାନକୁ ଛଡ଼ାଏ, ତେବେ ତାହାର ରାଜ୍ୟ କି ପ୍ରକାରେ ସ୍ଥିର ହୋଇ ରହିବ [୧୨:୨୬]?

Matthew 12:28

ଯୀଶୁ କ'ଣ କହିଲେ ଯଦି ସେ ପରମେଶ୍ୱରଙ୍କର ଆତ୍ମା ଦ୍ୱାରା ଭୂତ ଆତ୍ମାମାନଙ୍କୁ ବାହାର କରୁଥିଲେ ?

ଯଦି ସେ ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ସେମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି ବୋଲି ଯୀଶୁ କହିଲେ [୧୨:୨୮] ।

Matthew 12:31

କେଉଁ ପାପକୁ କ୍ଷମା କରାଯିବ ନାହିଁ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ [୧୨:୩୧]।

Matthew 12:33

କିପରି ଏକ ଗଛ ଚିହ୍ନାଯାଏ ?

ଫଳ ଦ୍ୱାରା ଏକ ଗଛ ଚିହ୍ନାଯାଏ [୧୨:୩୩] ।

Matthew 12:36

କିପରି ଭାବରେ ଫାରୂଶୀମାନେ ନିର୍ଦ୍ଦୋଷ ଓ ଦୋଷୀ ହେବେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଫାରୂଶୀମାନେ ସେମାନଙ୍କ ବାକ୍ୟ ଦ୍ୱାରା ନିର୍ଦ୍ଦୋଷ ଓ ବାକ୍ୟ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହେବ [୧୨:୩୭]।

Matthew 12:38

କେଉଁ ଚିହ୍ନ ଯୀଶୁ ତାଙ୍କରି ପିଢିକୁ ଦେବେ ବୋଲି କହିଲେ ?

ଯୀଶୁ ତାଙ୍କରି ପିଢିକୁ ଯୂନସଙ୍କ ଚିହ୍ନ ଦେବେ ବୋଲି କହିଲେ, ଯେପରି ତିନି ଦିନ ଓ ତିନି ରାତ୍ରି ବୃହତ ମତ୍ସ୍ୟ ଉଦରରେ ଏବଂ ତିନି ଦିନ ଓ ତିନି ରାତ୍ରି ଭୂଗର୍ଭରେ ରହିଥିଲେ [୧୨:୩୦-୪୦]।

Matthew 12:41

ଯୂନସଙ୍କ ଅପେକ୍ଷା ଅଧିକ ମହତ କିଏ ବୋଲି ଯୀଶୁ କହିଲେ ?

ସେ ଯୂନସଙ୍କ ଅପେକ୍ଷା ଯେ ଅଧିକ ମହତ ବୋଲି ଯୀଶୁ କହିଲେ [୧୨:୪୧]।

କାହିଁକି ଦକ୍ଷିଣ ଦେଶର ରାଣୀ ଏବଂ ନୀନିବୀର ଲୋକମାନେ ଯୀଶୁଙ୍କର ପିଢିକୁ ଦୋଷୀ କରିବେ ?

ଦକ୍ଷିଣ ଦେଶର ରାଣୀ ଏବଂ ନୀନିବୀର ଲୋକମାନେ ଯୀଶୁଙ୍କର ପିଢିକୁ ଦୋଷୀ କରିବେ କାରଣ ସେମାନେ ଶଲୋମନଙ୍କ ଓ ଯୂନସଙ୍କ ଦ୍ୱାରା ପରମେଶ୍ୱରଙ୍କର ବାକ୍ୟ ଶୁଣିଲେ କିନ୍ତୁ ଯୀଶୁଙ୍କର ପିଢି ମନୁଷ୍ୟ ପୁତ୍ର ଯିଏ ଶଲୋମନ ଓ ଯୂନସଙ୍କଠାରୁ ଅଧିକ ସେ ମହତ ବ୍ୟକ୍ତିଙ୍କୁ ଶୁଣିଲେ ନାହିଁ [୧୨:୪୧-୪୨] ।

Matthew 12:42

କିଏ ଶଲୋମନଙ୍କ ଅପେକ୍ଷା ମହତ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ସେ ଶଲୋମନଙ୍କ ଅପେକ୍ଷା ମହତ ବୋଲି [୧୨:୪୨] ।

Matthew 12:43

କିପରି ଯୀଶୁଙ୍କର ପିଢି ଏକ ଅଶୁଚି ଆତ୍ମା ଥିବା ବ୍ୟକ୍ତି ପରି ହୋଇ ତାଙ୍କଠାରୁ ଦୂରକୁ ଯିବେ ?

ଯୀଶୁଙ୍କର ପିଢି ଏକ ଅଶୁଚି ଆତ୍ମା ଥିବା ବ୍ୟକ୍ତି ପରି ହୋଇ ତାଙ୍କଠାରୁ ଦୂରକୁ ଯିବେ କାରଣ ଏକ ଅଶୁଚି ଆତ୍ମା ଆଉ ସାତୋଟା ଆତ୍ମା ସାଙ୍ଗରେ ଘେନି ଆସେ, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ [୧୨:୪୩-୪୫]।

Matthew 12:48

କେଉଁ ମାନଙ୍କୁ ଯୀଶୁ ତାଙ୍କର ଭାଇ, ଭଉଣୀ,ଏବଂ ମାତା ବୋଲି କହିଲେ ?

ଯୀଶୁ କହିଲେ ଯେ କେହି ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା ଅଟନ୍ତି [୧୨:୪୬-୫୦] ।


Chapter 13

1 ସେହି ଦିନ ଯୀଶୁ ଘରୁ ବାହାରିଯାଇ ସମୁଦ୍ରକୂଳରେ ବସିଲେ । 2 ସେଥିରେ ତାହାଙ୍କ ପାଖରେ ବହୁସଂଖ୍ୟକ ଲୋକ ଏକତ୍ର ହେବାରୁ ସେ ଯାଇ ଗୋଟିଏ ନୌକାରେ ବସିଲେ, ପୁଣି, ଲୋକସମୂହ କୂଳରେ ଠିଆ ହୋଇ ରହିଲେ ।

3 ଆଉ, ସେ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଅନେକ କଥା କହିଲେ ଦେଖ ଜଣେ ବୁଣାଳୀ ବୁଣିବାକୁ ବାହାରିଗଲା । 4 ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ । 5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, 6 କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା ।

7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଝିରେ ପଡ଼ିଲା ପୁଣି, କଣ୍ଟାଗଛଗୁଡ଼ାକ ଉଠି ବାଡ଼ହୋଇ ସେଗୁଡ଼ିକୁ ଚାପି ପକାଇଲା । 8 ମାତ୍ର ଅନ୍ୟ କେତେକ ଭଲ ଭୂଇଁ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ କେତେକ ଷାଠିଏ ଗୁଣ କେତେକ ତିରିଶି ଗୁଣ । 9 ଯାହାର କାନ ଅଛି ସେ ଶୁଣୁ ।

10 ଏହାପରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛନ୍ତି ? 11 ସେ ଉତ୍ତର ଦେଲେ, କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ । 12 ଯେଣୁ ଯାହାର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ ।

13 ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି । 14 ଆଉ ଯିଶାଇୟଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ବନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;

    15 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ ।

16 କିନ୍ତୁ ଧନ୍ୟ ତୁମ୍ଭମାନଙ୍କର ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ । 17 କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହି ସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଶୁଣୁଅଛ, ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ ।

18 ତେବେ ତୁମ୍ଭେମାନେ ବୀଜ ବୁଣାଳୀର ଦୃଷ୍ଟାନ୍ତ ଶୁଣ । 19 ଯେ କେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ ।

20 ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ, 21 ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ ।

22 ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । 23 କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶିି ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣାଯାଇଥିବା ଜଣେ ବ୍ୟକ୍ତିଙ୍କ ସଦୃଶ; 25 ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲେ । 26 ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା,ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା ।

27 ସେଥିରେ ଘରମାଲିକଙ୍କ ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ସାଆନ୍ତେ, ଆପଣ କ'ଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ ? ତେବେ ବାଳୁଙ୍ଗାଗୁଡ଼ିକ କେଉଁଠାରୁ ହେଲା ? 28 ସେ ସେମାନଙ୍କୁ କହିଲେ, ଜଣେ ଶତ୍ରୁ ଏହା କରିଅଛି । ପୁଣି, ଦାସମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କ'ଣ ଆପଣଙ୍କର ଇଚ୍ଛା ?

29 କିନ୍ତୁ ସେ କହିଲେ, ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ । 30 ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଚାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ ।

31 ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତ୍ରରେ ବୁଣିଲା । 32 ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି ।

33 ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, ସ୍ୱର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ନେଇ ମହଣେ ମଇଦା ମଧ୍ୟରେ ଘୋଡ଼େଇ ରଖିଲା ଆଉ ସେ ଶେଷରେ ସମସ୍ତ ଖମୀରମୟ ହେଲା ।

34 ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ, 35 ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତ ସୃଷ୍ଟି ଦିନରୁ ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା ।

36 ପରେ ସେ ଲୋକମାନଙ୍କୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ସ୍ପଷ୍ଟରୂପେ ବୁଝାଇ ଦିଅନ୍ତୁ । 37 ସେ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟପୁତ୍ର; 38 କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ; 39 ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ ।

40 ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେପରି ଘଟିବ । 41 ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ, 42 ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ଫୋପାଡ଼ି ଦେବେ, ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ । 43 ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ । ଯାହାର କାନ ଅଛି, ସେ ଶୁଣୁ ।

44 ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା ।

45 ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି । 46 ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା ।

47 ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ । 48 ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦ ଗୁଡ଼ାକ ଫୋପାଡ଼ିଦେଲେ ।

49 ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ, 50 ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ; ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ ।

51 ତୁମ୍ଭେମାନେ କ'ଣ ଏହି ସବୁ କଥା ବୁଝିଲ ସେମାନେ ତାହାଙ୍କୁ କହିଲେ ହଁ । 52 ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ ।

53 ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ପରେ ସେହି ସ୍ଥାନରୁ ଚାଲିଗଲେ ।

54 ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା ? 55 ଏ କି ସେହି ବଢ଼େଇର ପୁଅ ନୁହେଁ ? ଏହାର ମାଁ ନାମ କ'ଣ ମରିୟମ ନୁହେଁ ? ପୁଣି, ଏହାର ଭାଇମାନଙ୍କ ନାଁ କ'ଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ ? 56 ଆଉ, ଏହାର ଭଉଣୀମାନେ କ'ଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାଁନ୍ତି ? ତେବେ ସେ ଏହି ସବୁ କେଉଁଠୁ ପାଇଲା ?

57 ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ । 58 ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ ।



Translation Questions

Matthew 13:3

ଯୀଶୁଙ୍କର ବୁଣାଳୀର ଦୃଷ୍ଟାନ୍ତରେ, ବାଟ ପାଖର ବିହନକୁ କ'ଣ ଘଟିଲା ?

ବାଟ ପାଖର ପଡିଥିବା ବିହନକୁ ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ [୧୩:୪] ।

ଯୀଶୁଙ୍କର ବୁଣାଳୀର ଦୃଷ୍ଟାନ୍ତରେ, ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ବିହନକୁ କ'ଣ ହେଲା ?

ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, କିନ୍ତୁ ସୂର୍ଯ୍ୟ ଦ୍ୱାରା, ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା [୧୩-୫-୬] ।

Matthew 13:7

ଯୀଶୁଙ୍କର ବୁଣାଳୀର ଦୃଷ୍ଟାନ୍ତରେ, କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା ବିହନକୁ କ'ଣ ହେଲା ?

କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା ବିହନ ଉଠି ବଡ଼ ହୋଇ ସେଗୁଡ଼ିକୁ କଣ୍ଟାଗଛଗୁଡ଼ାକ ମଧ୍ୟରେ ଚାପି ହେଲେ [୧୩:୭] ।

ଯୀଶୁଙ୍କର ବୁଣାଳୀର ଦୃଷ୍ଟାନ୍ତରେ, ଭଲ ଭୂଇଁରେ ପଡ଼ିଲା ବିହନକୁ କ'ଣ ହେଲା ?

ଭଲ ଭୂଇଁରେ ପଡ଼ିଲା ବିହନ ଫଳଫଳିଲା, କେତେକ ଶହେ ଗୁଣ, କେତେକ ଷାଠିଏ ଗୁଣ, ପୁଣି କେତେକ ତିରିଶ ଗୁଣ [୧୩:୮] ।

Matthew 13:13

ଯିଶାଇୟଙ୍କର ଭାବବାଣୀ କୁହେ ଯେ ଲୋକମାନେ ଶୁଣିବେ ଓ ଦେଖିବେ କିନ୍ତୁ କ'ଣ ନୁହେଁ ?

ଯିଶାଇୟଙ୍କର ଭାବବାଣୀ କୁହେ ଯେ ଲୋକମାନେ ଶୁଣିବେ, କିନ୍ତୁ ବୁଝିପାରିବେ ନାହିଁ, ସେମାନେ ଦେଖିବେ କିନ୍ତୁ ଜ୍ଞାତ ହେବ ନାହିଁ [୧୩:୧୪] ।

Matthew 13:15

ଲୋକମାନଙ୍କ ସହ କେଉଁ ତ୍ରୁଟି ଥିଲା ଯେ ସେମାନେ ଯୀଶୁଙ୍କୁ ଶୁଣିଲେ କିନ୍ତୁ ବୁଝିପାରିଲେ ନାହିଁ ?

ଲୋକମାନେ ଯୀଶୁଙ୍କୁ ଶୁଣିଲେ କିନ୍ତୁ ବୁଝିପାରିଲେ ନାହିଁ ସେମାନଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ[୧୩:୧୫]।

Matthew 13:18

ଯୀଶୁଙ୍କର ବୁଣାଳୀର ଦୃଷ୍ଟାନ୍ତରେ, ବୁଣାଯାଇଥିବା ବାଟ ପାଖ ଭୂମିର ବିହନ କି ପ୍ରକାରର ବ୍ୟକ୍ତି ସଦୃଶ ?

ବୁଣାଯାଇଥିବା ବାଟ ପାଖ ଭୂମିର ବିହନ ଜଣେ ବ୍ୟକ୍ତି ସଦୃଶ ଯିଏ ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ [୧୩:୧୯] ।

Matthew 13:20

ଯୀଶୁଙ୍କର ବୁଣାଳୀର ଦୃଷ୍ଟାନ୍ତରେ, ବୁଣାଯାଇଥିବା ପଥୁରିଆ ଭୂମିର ବିହନ କି ପ୍ରକାରର ବ୍ୟକ୍ତି ସଦୃଶ ?

ବୁଣାଯାଇଥିବା ପଥୁରିଆ ଭୂମିର ବିହନ ସେହି ବ୍ୟକ୍ତି ସଦୃଶ ଯିଏ ବାକ୍ୟ ଶୁଣିବା କ୍ଷଣି ତାହା ଆନନ୍ଦରେ ଗ୍ରହଣ କରେ କ୍ଷଣକାଳସ୍ଥାୟୀ ହୋଇ ରହେ, କିନ୍ତୁ ପରେ କ୍ଳେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ [୧୩:୨୦-୨୧] ।

Matthew 13:22

ବୁଣାଳୀର ଦୃଷ୍ଟାନ୍ତରେ, ବୁଣାଯାଇଥିବା କଣ୍ଟକମୟ ଭୂମିର ବିହନ କି ପ୍ରକାରର ବ୍ୟକ୍ତି ସଦୃଶ ?

ବୁଣାଯାଇଥିବା କଣ୍ଟକମୟ ଭୂମିର ବିହନ ସେହି ବ୍ୟକ୍ତି ସଦୃଶ ଯେ ବାକ୍ୟ ଶୁଣେ, ପୁଣି ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ [୧୩:୨୨]।

ବୁଣାଳୀର ଦୃଷ୍ଟାନ୍ତରେ, ବୁଣାଯାଇଥିବା ଉତ୍ତମ ଭୂମିର ବିହନ କି ପ୍ରକାରର ବ୍ୟକ୍ତି ସଦୃଶ ?

ବୁଣାଯାଇଥିବା ଉତ୍ତମ ଭୂମିର ବିହନ ସେହି ବ୍ୟକ୍ତି ସଦୃଶ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ [୧୩:୨୩ ]।

Matthew 13:27

ବାଳୁଙ୍ଗାର ଦୃଷ୍ଟାନ୍ତରେ କିଏ କ୍ଷେତରେ ବାଳୁଙ୍ଗା ବୁଣିଲା?

ଜଣେ ଶତ୍ରୁ କ୍ଷେତରେ ବାଳୁଙ୍ଗା ବୁଣିଲା [୧୩:୨୮]।

Matthew 13:29

କ୍ଷେତର ମାଲିକ କେଉଁ ଶିକ୍ଷା ଦାସମାନଙ୍କୁ ଗହମ ଓ ବାଳୁଙ୍ଗା ବିଷୟରେ ଦେଲେ ?

କ୍ଷେତର ମାଲିକ ଦାସମାନଙ୍କୁ ଗହମ ଓ ବାଳୁଙ୍ଗାକୁ ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ପୋଡ଼ିବା ପାଇଁ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, ଆଉ ଗହମ ଅମାରରେ ସଂଗ୍ରହ କରି ରଖ ବୋଲି କହିଲେ [୧୩:୩୦] ।

Matthew 13:31

ଯୀଶୁଙ୍କର ସୋରିଷ ଦାନାର ଦୃଷ୍ଟାନ୍ତରେ ସବୁ ବୀଜଠାରୁ କ୍ଷୁଦ୍ର ଦାନା ସହ କ'ଣ ହୁଏ?

ସୋରିଷ ଦାନା ସବୁ ଶାଗଠାରୁ ବଡ଼ ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି [୧୩:୩୧-୩୨] ।

Matthew 13:33

କିପରି ଭାବରେ ଯେ ସ୍ୱର୍ଗରାଜ୍ୟ ଖମୀର ପରି ଥିଲା ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ, ସ୍ୱର୍ଗରାଜ୍ୟ ଖମୀର ସଦୃଶ ଯାହା ତିନି ଭାବରେ ମଇଦାକୁ ସଂଯୁକ୍ତ ଥିଲା ଯେଉଁ ପର୍ଯ୍ୟନ୍ତ ତାହା କଠିନ ଥିଲା [୧୩:୩୩] ।

Matthew 13:36

ବାଳୁଙ୍ଗାର ଦୃଷ୍ଟାନ୍ତରେ କିଏ ଉତ୍ତମ ବିହନ ବୁଣିଲା,କିଏ ଉତ୍ତମ କ୍ଷେତ ଥିଲା.କିଏ ଉତ୍ତମ ବିହନ ଥିଲା ,କେଉଁମାନେ ଉତ୍ତମ ବିହନ ଥିଲେ ,କେଉଁମାନେ ବିହନ ଅଟନ୍ତି ଏବଂ କିଏ ବାଳୁଙ୍ଗା ବୁଣିଲା ?

ଯୀଶୁ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି, ସେ ମନୁଷ୍ୟପୁତ୍ର, କ୍ଷେତ ଜଗତ,ଭଲ ବିହନ ରାଜ୍ୟର ସନ୍ତାନମାନେ, ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ ଯେଉଁ ଶତ୍ରୁ ତାହା ବୁଣିଲା [୧୩:୩୭-୩୯] ।

Matthew 13:40

ଯେଉଁମାନେ ଅଧର୍ମ କରନ୍ତି ଜଗତର ଶେଷ ସମୟରେ କ'ଣ ଘଟିବ ?

ଜଗତର ଶେଷ ଅଧର୍ମକାରୀମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷେପ କରାଯିବେ [୧୩:୪୨]।

ଧାର୍ମିକମାନଙ୍କୁ ଜଗତର ଶେଷରେ କ'ଣ ଘଟିବ ?

ଜଗତର ଶେଷରେ ଧାର୍ମିକମାନେ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ [୧୩:୪୩] ।

Matthew 13:44

ଯୀଶୁଙ୍କର ଦୃଷ୍ଟାନ୍ତରେ, ବ୍ୟକ୍ତି କ'ଣ କରେ ଯିଏ ଏକ କ୍ଷେତ୍ରରେ ଗୁପ୍ତ ଧନକୁ ପାଇଥିଲେ, ଯାହା ସ୍ୱର୍ଗରାଜ୍ୟକୁ ଉପସ୍ଥାପନ କରେ ?

ବ୍ୟକ୍ତି ଜଣକ ଯିଏ ଗୁପ୍ତ ଧନକୁ ପାଇଲେ ସେ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା [୧୩:୪୪] ।

ଯୀଶୁଙ୍କର ଦୃଷ୍ଟାନ୍ତରେ, ବ୍ୟକ୍ତି କ'ଣ କରେ ଯିଏ ଗୋଟିଏ ବହୁମୂଲ୍ୟ ମୁକ୍ତା ପାଇଥିଲେ ଯାହା ସ୍ୱର୍ଗରାଜ୍ୟକୁ ଉପସ୍ଥାପନ କରେ ?

ବ୍ୟକ୍ତି ଜଣକ ଯିଏ ଗୋଟିଏ ବହୁମୂଲ୍ୟ ମୁକ୍ତା ପାଇଥିଲେ ସେ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲେ [୧୩:୪୫-୪୬]।

Matthew 13:47

ମାଛ ଧରିବାର ଜାଲ କିପରି, କ'ଣ ହେବ ଜଗତର ଶେଷରେ?

ଯେପରି ଭଲଯାକ ଖାଳୋଇରେ ଏକାଠି କରି ରଖି, ମନ୍ଦଗୁଡ଼ାକ ଫୋପାଡ଼ି ଦିଆଯାଏ , ଯୁଗାନ୍ତ ସମୟରେ ସେହିପରି ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ଭିନ୍ନ କରି ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ [୧୩:୪୭-୫୦] ।

Matthew 13:54

ଯେତେବେଳେ ସେମାନେ ଯୀଶୁଙ୍କର ଶିକ୍ଷା ଶୁଣିଲେ ସେମାନେ ଯୀଶୁଙ୍କ ବିଷୟରେ କେଉଁ ପ୍ରଶ୍ନ ପଚାରିଲେ ?

ଲୋକମାନେ ପଚାରିଲେ,''ଏ ଲୋକ ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ପାଇଲା''[୧୩:୫୪] ?

Matthew 13:57

ଯୀଶୁ ଜଣେ ଭାବବାଦୀଙ୍କୁ ନିଜ ଦେଶରେ କ'ଣ ଘଟେ ବୋଲି କହିଲେ ?

ଭାବବାଦୀ ନିଜ ପୈତୃକ ନଗରରେ ଆଦର ପାଏ ନାହିଁ ବୋଲି, ଯୀଶୁ ସେମାନଙ୍କୁ କହିଲେ [୧୩:୫୭]।

ଲୋକଙ୍କ ଅବିଶ୍ଵାସ କାରଣରୁ ଯୀଶୁଙ୍କର ନିଜ ସ୍ଥାନରେ କ'ଣ ଘଟିଥିଲା?

ଲୋକଙ୍କ ଅବିଶ୍ଵାସ କାରଣରୁ ଯୀଶୁ ନିଜ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ ନାହିଁ [୧୩:୫୮]।


Chapter 14

1 ସେହି ସମୟରେ ସାମନ୍ତରାଜା ହେରୋଦ ଯୀଶୁଙ୍କ ବିଷୟରେ ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲେ, 2 ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି ।

3 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ । 4 କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ନିୟମସଙ୍ଗତ ନୁହେଁ । 5 ଆଉ, ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ ।

6 କିନ୍ତୁ ହେରୋଦଙ୍କ ଜନ୍ମ ଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା । 7 ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ ।

8 ଆଉ, ସେ ଆପଣା ମାଁ'ର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ । 9 ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ବସିଥିବା ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା ଦେଲେ ।

10 ପୁଣି, ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ, 11 ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଁ ନିକଟକୁ ତାହା ନେଇଗଲା । 12 ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ ।

13 ଯୀଶୁ ତାହା ଶୁଣି ସେଠାରୁ ଅଲଗା ହୋଇ ନୌକାରେ ଗୋଟିଏ ଜନଶୂନ୍ୟ ସ୍ଥାନକୁ ଗଲେ । ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ଚାଲିଚାଲି ତାହାଙ୍କର ପଶ୍ଚାତ୍‍ଗମନ କଲେ; 14 ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କଲେ ।

15 ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ଜନଶୂନ୍ୟ, ପୁଣି, ବେଳ ତ ଗଲାଣି; ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ନିଜ ନିଜ ପାଇଁ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ ।

16 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । 17 ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଅଛି । 18 ସେ କହିଲେ, ସେଗୁଡ଼ିକ ଏଠାକୁ ମୋ' ପାଖକୁ ଆଣ ।

19 ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟି ଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ । 20 ପୁଣି, ସେମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା ତାହା ସେମାନେ ଉଠାଇ ବାର ଟୋକେଇ ଭର୍ତ୍ତି କଲେ । 21 ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ ।

22 ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପରପାରିକୁ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ । 23 ଲୋକସମୂୂହକୁ ବିଦାୟ ଦେଲା ପରେ ସେ ପ୍ରାର୍ଥନା କରିବା ପାଇଁ ବାହାରିଯାଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ । 24 କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା ।

25 କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ଯୀଶୁ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, 26 ପୁଣି, ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍‌ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ । 27 କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ ସାହସ ଧର ଏ ତ ମୁଁ, ଭୟ କର ନାହିଁ ।

28 ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ । 29 ସେ କହିଲେ, ଆସ । ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ପାଖକୁ ଗଲେ । 30 ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ ।

31 ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ ? 32 ପୁଣି, ସେମାନେ ନୌକାରେ ଚଢ଼ନ୍ତେ ପବନ ଵନ୍ଦ ହେଲା । 33 ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର ।

34 ସେମାନେ ପାର ହୋଇ ଗିନ୍ନେସରତ୍ ଅଞ୍ଚଳରେ ପହଞ୍ଚିଲେ । 35 ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ; 36 ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଧାର ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ ।



Translation Questions

Matthew 14:1

ଯୀଶୁ କିଏ ଥିଲେ ବୋଲି ହେରୋଦ ମନେ କଲେ ?

ହେରୋଦ ମନେ କଲେ ଯୀଶୁ ବାପ୍ତିଜକ ଯୋହନ ଥିଲେ ଯିଏ ମୃତ୍ୟୁରୁ ଉଠିଅଛନ୍ତି [୧୪:୨]।

Matthew 14:3

ହେରୋଦ କ'ଣ ବିଧିବଦ୍ଧ ଭାବରେ କରୁ ନ ଥିଲେ ,ଯେଉଁ ବିଷୟରେ ବାପ୍ତିଜକ ଯୋହନ ତାହାକୁ କହିଲେ ?

ହେରୋଦ ତାହାର ଭାଇର ସ୍ତ୍ରୀକୁ ବିବାହ କରିଥିଲେ [୧୪:୪]।

କାହିଁକି ହେରୋଦ ବାପ୍ତିଜକ ଯୋହନଙ୍କୁ ଅତିଶୀଘ୍ର ମୃତ୍ୟୁ ଦେଇ ନ ଥିଲେ ?

ସେ ତାଙ୍କୁ ଅତିଶିଘ୍ର ବଧ କରିପାରିଲେ ନାହିଁ କାରଣ ଲୋକସମୂହକୁ ଭୟ କଲେ, ଯିଏ ତାଙ୍କୁ ତାଙ୍କୁ ଭାବବାଦୀ ବୋଲି ମାନୁଥିଲେ [୧୪:୫]।

Matthew 14:6

ହେରୋଦିଆ ହେରୋଦଙ୍କ ଜନ୍ମଦିନରେ ନୃତ୍ୟ କରିବାରୁ ହେରୋଦ କ'ଣ କଲେ ?

ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ ବୋଲି ହେରୋଦ ଶପଥ କରି ଏକ ପ୍ରତିଜ୍ଞା କଲେ [୧୪:୭] ।

Matthew 14:8

ହେରୋଦିଆ କ'ଣ ମାଗିଲେ ?

ହେରୋଦିଆ ବାପ୍ତିଜକ ଯୋହନର ମସ୍ତକ ମାଗିଲା [୧୪:୮]

କାହିଁକି ହେରୋଦ ହେରୋଦିଆର ଅନୁରୋଧକୁ ଦେଲେ ?

ହେରୋଦ ଯେହେତୁ ସେ ପ୍ରତିଜ୍ଞା କରିଥିଲେ ଏବଂ ସମସ୍ତ ଲୋକ ତାଙ୍କ ସହିତ ଭୋଜନ ସମୟରେ ହେରୋଦିଆର ଅନୁରୋଧକୁ ପ୍ରଦାନ କଲେ[୧୪:୯]।

Matthew 14:13

ଯୀଶୁଙ୍କର ପ୍ରତିକ୍ରିୟା କ'ଣ ଥିଲା ଯେତେବେଳେ ସେ ଦେଖିଲେ ଯେ ଏକ ବହୁ ସଂଖ୍ୟକ ଲୋକ ତାଙ୍କୁ ଅନୁସରଣ କରୁଅଛନ୍ତି ?

ଯୀଶୁ ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ରୋଗୀମାନଙ୍କୁ ଆରୋଗ୍ୟ କଲେ [୧୪:୧୪]।

Matthew 14:16

ଲୋକମାନଙ୍କ ନିମନ୍ତେ କ'ଣ କରିବାକୁ ସେ ଶିଷ୍ୟଙ୍କୁ ଆଦେଶ ଦେଲେ ?

ଲୋକମାନଙ୍କୁ କିଛି ଭୋଜନ କରିବାକୁ ଦେବା ନିମନ୍ତେ ଯୀଶୁ ଶିଷ୍ୟଙ୍କୁ ଆଦେଶ ଦେଲେ [୧୪:୧୬] ।

Matthew 14:19

ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ସହ ଯୀଶୁ କ'ଣ କଲେ ଯାହା ଶିଷ୍ୟମାନେ ତାଙ୍କ ନିକଟକୁ ଆଣିଥିଲେ ?

ଯୀଶୁ ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ୱ ର୍ଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୋଟୀଗୁଡ଼ିକ ଭାଙ୍ଗି ଲୋକସମୂହକୁ ଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେଲେ [୧୪:୧୯]।

କେତେ ଲୋକ ଖାଇଲେ ଏବଂ କେତେ ମାତ୍ରାରେ ବଳିଲା ?

ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚହଜାର ପୁରୁଷ ଥିଲେ ଏବଂ ବାର ଟୋକେଇ ବଳିଲା [୧୪:୨୦-୨୧] ।

Matthew 14:22

ଲୋକସମୂହକୁ ବିଦାୟ ଦେଲା ଉତ୍ତାରେ ଯୀଶୁ କ'ଣ କଲେ ?

A ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ଅନ୍ତର ହୋଇ ପର୍ବତ ଉପରକୁ ଗଲେ [୧୪:୨୩]।

ସମୁଦ୍ର ମଧ୍ୟରେ ଶିଷ୍ୟଙ୍କୁ କ'ଣ ଘଟୁଥିଲା?

ଶିଷ୍ୟମାନଙ୍କର ନୌକା ପ୍ରତିକୂଳ ବାୟୁ ହେତୁ ତାହା ଲହଡ଼ିରେ ଟଳମଳ ହେଉଥିଲା [୧୪:୨୪]।

Matthew 14:25

କିପରି ଯୀଶୁ ଶିଷ୍ୟମାନଙ୍କ ନିକଟକୁ ଗଲେ ?

ସେ ସମୁଦ୍ର ଉପରେ ଚାଲି ଶିଷ୍ୟମାନଙ୍କ ପାଖକୁ ଗଲେ [୧୪:୨୫]

ଯୀଶୁ ଶିଷ୍ୟମାନଙ୍କୁ କ'ଣ କହିଲେ ଯେତେବେଳେ ସେମାନେ ଯୀଶୁଙ୍କୁ ଦେଖିଲେ ?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଭୟ ନ କରି ସାହସ ଧରିବାକୁ କହିଲେ [୧୪:୨୭]।

Matthew 14:28

ପିତରକୁ ଯୀଶୁ କ'ଣ ଆସି କରିବାକୁ କହିଲେ ?

ଯୀଶୁ ପିତରକୁ ଆସି ପାଣି ଉପରେ ଚାଲିବାକୁ କହିଲେ [୧୪:୨୯]।

କାହିଁକି ପିତର ପାଣିରେ ବୁଡ଼ିବାକୁ ଲାଗିଲେ ?

ପିତର ପାଣିରେ ବୁଡ଼ିବାକୁ ଲାଗିଲା ଯେତେବେଳେ ସେ ଭୟ କଲେ [୧୪:୩୦]।

Matthew 14:31

କ'ଣ ଘଟିଲା ଯେତେବେଳେ ପିତର ଓ ଯୀଶୁ ନୌକାରେ ଗଲେ ?

ଯେତେବେଳେ ପିତର ଓ ଯୀଶୁ ନୌକାରେ ଗଲେ ପବନର ପ୍ରବାହ ସ୍ଥିର ହେଲା [୧୪:୩୨]।

ଯେତେବେଳେ ଶିଷ୍ୟମାନେ ଏହା ଦେଖିଲେ ସେମାନେ କ'ଣ କଲେ ?

ଯେତେବେଳେ ଶିଷ୍ୟମାନେ ଏହା ଦେଖିଲେ ସେମାନେ ଯୀଶୁଙ୍କୁ ଉପାସନା କଲେ ଏବଂ କହିଲେ ଯେ ସେ ପରମେଶ୍ୱରଙ୍କର ସନ୍ତାନ ଥିଲେ [୧୪:୩୩]।

Matthew 14:34

ଲୋକମାନେ କ'ଣ କଲେ ଯେତେବେଳେ ଯୀଶୁ ଓ ଶିଷ୍ୟମାନେ ସମୁଦ୍ରର ଆରପାରିକୁ ଗଲେ ?

ଯେତେବେଳେ ଯୀଶୁ ଓ ଶିଷ୍ୟମାନେ ସମୁଦ୍ରର ଆରପାରିକୁ ଗଲେ ,ସମସ୍ତ ରୋଗରେ ପୀଡିତ ଲୋକମାନଙ୍କୁ ଲୋକମାନେ ଯୀଶୁଙ୍କ ନିକଟକୁ ଆଣିଲେ [୧୪:୩୫]।


Chapter 15

1 ସେହି ସମୟରେ ଯିରୂଶାଲମରୁ ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ, 2 ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅମାନ୍ୟ କରନ୍ତି ? କାରଣ ଭୋଜନ କରିବା ସମୟରେ ସେମାନେ ହାତ ଧୁଅନ୍ତି ନାହିଁ । 3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କ ଆଜ୍ଞା ଅମାନ୍ୟ କର ?

4 ଈଶ୍ୱର ତ କହିଅଛନ୍ତି ପିତାମାତାକୁ ସମାଦର କର, ଆଉ ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ । 5 କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋ'ଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାନ୍ତ, ସେ ସବୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି, 6 ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ । ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରିଅଛ ।

7 ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି,

    8 ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ ।

    9 ସେମାନେ ମନୁଷ୍ୟମାନଙ୍କ ନିୟମଗୁଡ଼ିକ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି ।

10 ଆଉ ଯୀଶୁ ଲୋକମାନଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, ଶୁଣ ଓ ବୁଝ; 11 ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ ।

12 ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୂଶୀମାନେ ଏହି କଥା ଶୁଣି ଯେ ଅପମାନିତ ହୋଇଛନ୍ତି, ଆପଣ କ'ଣ ଏହା ଜାଣନ୍ତି ? 13 କିନ୍ତୁ ଯୀଶୁ ଉତ୍ତର ଦେଲେ, ଯେଉଁ ସବୁ ବୃକ୍ଷ ମୋହର ସ୍ୱର୍ଗସ୍ଥ ପିତା ରୋପଣ କରି ନାହାଁନ୍ତି, ସେ ସବୁ ଉତ୍ପାଟିତ ହେବ । 14 ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଦୁହେଁ ଖାତରେ ପଡ଼ିବେ ।

15 ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମ୍ଭମାନଙ୍କୁ ବୁଝାଇଦିଅନ୍ତୁ । 16 ଯୀଶୁ କହିଲେ, ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ଅବୋଧ ? 17 ଯାହା କିଛି ମୁଖରେ ପ୍ରବେଶ କରେ, ତାହା ପେଟକୁ ଯାଇ ବାହାରେ ଯେ ପକାଯାଏ, ଏହା କ'ଣ ବୁଝୁ ନାହଁ ?

18 କିନ୍ତୁ ମୁଖରୁ ଯାହାସବୁ ବାହାରେ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ । 19 କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ; 20 ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୁଆ ହାତରେ ଖାଇବା ମନୁଷ୍ୟକୁ ଅଶୁଚି କରେ ନାହିଁ ।

21 ଯୀଶୁ ସେଇ ସ୍ଥାନରୁ ଅଲଗା ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ । 22 ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟ ସ୍ତ୍ରୀ ଆସି ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ, ମୋର ଝିଅଟିକୁ ଅତି ଭୟଙ୍କର ଭାବରେ ଭୂତ ଦ୍ୱାରା କଷ୍ଟ ପାଉଅଛି । 23 କିନ୍ତୁ ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ । ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି ।

24 କିନ୍ତୁ ଯୀଶୁ ଉତ୍ତର ଦେଲେ, ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ । 25 କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋର ଉପକାର କରନ୍ତୁ । 26 ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ ।

27 କିନ୍ତୁ ସେ କହିଲା, ହଁ, ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଅଇଁଠା ଖାଆନ୍ତି । 28 ସେଥିରେ ଯୀଶୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ। ସେହି ମୁହୂର୍ତ୍ତରୁ ତାହାର କନ୍ୟା ସୁସ୍ଥ ହେଲା ।

29 ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲୀ ସମୁଦ୍ର ନିକଟକୁ ଆସିଲେ, ଆଉ ପର୍ବତ ଉପରକୁ ଯାଇ ସେଠାରେ ବସିଲେ । 30 ପୁଣି, ବହୁସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ, ପୁଣି, ସେ ସେମାନଙ୍କୁ ସୁସ୍ଥ କଲେ । 31 ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି, ଇସ୍ରାଏଲର ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ ।

32 ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ଏହି ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ; କାଳେ ବାଟରେ ଏମାନେ ମୂର୍ଚ୍ଛା ହୋଇଯାଇ ପାରନ୍ତି, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ । 33 ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜ୍ଜନ ସ୍ଥାନରେ କେଉଁଠାରୁ ଏତେ ରୁଟି ପାଇବା ? 34 ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି ? ସେମାନେ କହିଲେ, ସାତୋଟି, ପୁଣି, ଅଳ୍ପ କେତୋଟି ସାନ ମାଛ । 35 ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ,

36 ଆଉ ଯୀଶୁ ସେହି ସାତୋଟି ରୁଟି ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହି ସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ । 37 ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ । 38 ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରି ହଜାର ପୁରୁଷ ଥିଲେ । 39 ଏଥିଉତ୍ତାରେ ସେ ଲୋକସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗଦାନ ସୀମାକୁ ଆସିଲେ ।



Translation Questions

Matthew 15:4

ଫାରୂଶୀମାନେ ସେମାନଙ୍କର ପରମ୍ପରା ଦ୍ୱାରା କିପରି ପରମେଶ୍ୱରଙ୍କର ବାକ୍ୟକୁ ବ୍ୟର୍ଥ କରିଅଛନ୍ତି ସେଥିପାଇଁ କେଉଁ ଉଦାହରଣ ଯୀଶୁ ଦେଲେ ?

ଫାରୂଶୀମାନେ ପିତା,ମାତାଙ୍କଠାରୁ ପାଉଣା ଦ୍ୱାରା ସନ୍ତାନମାନଙ୍କୁ ଦୂରେଇ ଦେଇଥିଲେ ଯେପରି ଏକ ,''ପରମେଶ୍ୱରଙ୍କୁ ଉପହାର ଦିଆଯାଇଅଛି''[୧୫:୩-୬]।

Matthew 15:7

ଫାରୂଶୀମାନଙ୍କ ହୃଦୟ ଓ ମୁଖ ବିଷୟରେ ଯିଶାଇୟ କ'ଣ ଭାବବାଣୀ କଲେ ?

ଯିଶାଇୟ ଭାବବାଣୀ କଲେ ଯେ ଫାରୂଶୀମାନେ ମୁଖରେ ପରମେଶ୍ୱରଙ୍କୁ ସମାଦର କରିବେ, କିନ୍ତୁ ସେମାନଙ୍କ ହୃଦୟ ପରମେଶ୍ୱରଙ୍କଠାରୁ ଦୂରରେ ରହିଵ [୧୫:୭-୮] ।

ପରମେଶ୍ୱରଙ୍କ ବାକ୍ୟ ଶିକ୍ଷା ଦେବା ବଦଳରେ ଫାରୂଶୀମାନେ ସିଦ୍ଧାନ୍ତ ଭାବେ କ'ଣ ଶିକ୍ଷା ଦେଉଥିଲେ ?

ଲୋକମାନଙ୍କର ଆଜ୍ଞାଗୁଡିକକୁ ଫାରୂଶୀମାନେ ସିଦ୍ଧାନ୍ତ ଭାବେ ଶିକ୍ଷା ଦେଉଥିଲେ [୧୫:୯]।

Matthew 15:10

ଯୀଶୁ ମନୁଷ୍ୟକୁ କ'ଣ ଅଶୁଚି କରେ ନାହିଁ ବୋଲି କହିଲେ ?

ମନୁଷ୍ୟ ଯାହା ଖାଏ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ ବୋଲି ଯୀଶୁ କହିଲେ [୧୫:୧୧,୧୭,୨୦]।

ମନୁଷ୍ୟକୁ କ'ଣ ଅଶୁଚି କରେ ବୋଲି ଯୀଶୁ କହିଲେ ?

ମନୁଷ୍ୟର ମୁଖରୁ ଯାହା ବାହାରେ ତାହା ମନୁଷ୍ୟକୁ ଅଶୁଚି କରେ ବୋଲି ଯୀଶୁ କହିଲେ [୧୫:୧୧.୧୮-୨୦]।

Matthew 15:12

ଫାରୂଶୀମାନଙ୍କୁ ଯୀଶୁ କ'ଣ କହି ଡାକିଲେ ଏବଂ ସେମାନଙ୍କୁ କ'ଣ ଘଟିବ ବୋଲି ଯୀଶୁ କହିଲେ ?

ଫାରୂଶୀମାନଙ୍କୁ ଯୀଶୁ ଅନ୍ଧ ପଥପ୍ରଦର୍ଶକ କହିଲେ ,ଏବଂ ସେ କହିଲେ ସେମାନେ ଏକ ଖାତରେ ପଡିବେ ବୋଲି କହିଲେ [୧୫:୧୪]।

Matthew 15:18

କେଉଁ ପ୍ରକାରର ବିଷୟ ଯାହା ହୃଦୟରୁ ଆସେ ତାହା ମନୁଷ୍ୟକୁ ଅଶୁଚି କରେ ?

ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର,ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ବାହାରେ ଯାହା ମନୁଷ୍ୟକୁ ଅଶୁଚି କରେ [୧୫:୧୯]।

Matthew 15:21

ଯୀଶୁ ସର୍ବ ପ୍ରଥମେ କ'ଣ କଲେ ଯେତେବେଳେ ଜଣେ କିଣାନୀୟା ସ୍ତ୍ରୀ ଉଚ୍ଚ ସ୍ୱରରେ ତାଙ୍କୁ ଅନୁଗ୍ରହ କରିବା ପାଇଁ କହିବାକୁ ଲାଗିଲା ?

ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ [୧୫:୨୩]।

Matthew 15:24

ଯୀଶୁଙ୍କର ଉତ୍ତର କ'ଣ ଥିଲା ଯେ ସେ କାହିଁକି କିଣାନୀୟ ସ୍ତ୍ରୀକୁ ସାହାଯ୍ୟ କରୁ ନ ଥିଲେ ?

ଯୀଶୁ ବାଖ୍ୟାକରି କହିଲେ ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇନାହିଁ [୧୫:୨୪] ।

Matthew 15:27

ଯେତେବେଳେ କିଣାନୀୟ ସ୍ତ୍ରୀ ନିଜକୁ ନମ୍ର କଲା, ଯୀଶୁ ତାହାକୁ କ'ଣ କହିଲେ ଏବଂ ତାହାରି ନିମନ୍ତେ କ'ଣ କଲେ ?

ଯୀଶୁ ସ୍ତ୍ରୀକୁ କହିଲେ ସ୍ତ୍ରୀର ବଡ଼ ବିଶ୍ୱାସ ଥିଲା ଏବଂ ସେ ତାହାର ଇଚ୍ଛା ସାଧନ କଲେ [୧୫:୨୮] ।

Matthew 15:29

ଏକ ବଡ଼ ଲୋକସମୂହ ନିମନ୍ତେ ଯୀଶୁ ଗାଲିଲୀରେ କ'ଣ କଲେ ?

ଯୀଶୁ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ମାନଙ୍କୁ ସୁସ୍ଥ କଲେ [୧୫:୩୦-୩୧]।

Matthew 15:32

କେତେକ ରୋଟୀ ଓ ମାଛରେ ଶିଷ୍ୟମାନେ ଲୋକସମୂହକୁ ଭୋଜନ କରିବାର ଥିଲା ?

ଶିଷ୍ୟମାନଙ୍କ ପାଖରେ ସାତୋଟି ରୋଟୀ ଓ କିଛି ମାଛ ଥିଲା[୧୫:୩୪]।

Matthew 15:36

ଯୀଶୁ ରୋଟୀ ଓ ମାଛ ସହ କ'ଣ କଲେ ?

ଯୀଶୁ ସେହି ସାତୋଟି ରୋଟୀ ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗିଲେ ଓ ସେହିସବୁ ଶିଷ୍ୟମାନଙ୍କୁ ଦେଲେ [୧୫:୩୬]।

କେତେ ଲୋକ ରୋଟି ଓ ମାଛ ଭୋଜନ କରି ପରିତୃପ୍ତ ହୋଇଥିଲେ ?

ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରିହଜାର ପୁରୁଷ ଥିଲେ ଭୋଜନ କରି ପରିତୃପ୍ତ ହେଲେ [୧୫:୩୮]

ସମସ୍ତେ ଭୋଜନ କଲାପରେ କେତେ ଖାଦ୍ୟ ବଳିପଡିଥିଲା ?

ସମସ୍ତେ ପରିତୃପ୍ତ ଭାବରେ ଭୋଜନ କଲାପରେ ସାତ ଟୋକେଇ ବଳିପଡିଥିଲା [୧୫:୩୭]।


Chapter 16

1 ଫାରୂଶୀ ଓ ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ । 2 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ଭଲ ପାଗ ହେବ,କାରଣ ଆକାଶ ଲାଲ ହୋଇଅଛି ।

3 ଆଉ ପ୍ରାତଃକାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି । ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ ? 4 ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ । ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ଚାଲିଗଲେ ।

5 ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୁଟି ନେବାକୁ ପାସୋରି ଯାଇଅଛନ୍ତି । 6 ଯୀଶୁ ସେମାନଙ୍କୁ କହିଲେ, ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ । 7 ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି । 8 କିନ୍ତୁ ଯୀଶୁ ତାହା ଜାଣି କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ ?

9 ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ବୁଝୁ ନାହଁ ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକାଇ ଉଠାଇଲ, 10 କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହି ସବୁ କି ତୁମ୍ଭର ମନେ ନାହିଁ ?

11 ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ । 12 ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ ।

13 ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟପୁତ୍ର କିଏ ବୋଲି ଲୋକେ କ'ଣ କହନ୍ତି ? 14 ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ । 15 ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ? 16 ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର ।

17 ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି । 18 ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ ।

19 ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ । 20 ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ ।

21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ । 22 ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ୱର ଆପଣଙ୍କୁ ଦୟା କରନ୍ତୁ, ନା ପ୍ରଭୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ । 23 କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।

24 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ । 25 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ । 26 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କ'ଣ ଦେବ ?

27 ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ । 28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଅାସ୍ୱାଦ ପାଇବେ ନାହିଁ ।



Translation Questions

Matthew 16:1

ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସି ତାହାକୁ ପରୀକ୍ଷା କରିବା ଅଭିପ୍ରାୟରେ କ'ଣ କରିବାକୁ ଚାହୁଁଥିଲେ ?

ଫାରୂଶୀ ଓ ସାଦ୍ଦୂକୀମାନେ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାକୁ ଅନୁରୋଧ କରିଥିଲେ [୧୬:୧] ।

Matthew 16:3

ଯୀଶୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ କ'ଣ ଦେବେ ବୋଲି କହିଲେ ?

ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ ଯୀଶୁ ୟୂନସଙ୍କର ଚିହ୍ନ ଦେଖାଇବେ ବୋଲି କହିଲେ [୧୬:୪]।

Matthew 16:5

କେଉଁ ବିଷୟରେ ସାବଧାନ ରହିବାକୁ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ ?

ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ରୁହ ବୋଲି ଯୀଶୁ ତାହାରି ଶିଷ୍ୟମାନଙ୍କୁ କହିଲେ [୧୬:୬] ।

Matthew 16:11

ଯେତେବେଳେ ଯୀଶୁ ଶିଷ୍ୟମାନଙ୍କ ସହ କଥା ହେଉଥିଲେ ସେ କେଉଁ ବିଷୟରେ କହୁଥିଲେ ?

ଯୀଶୁ ତାଙ୍କରି ଶିଷ୍ୟଙ୍କୁ ଫାରୂଶୀ ଓ ସାଦ୍ଦୂକୀ ମାନଙ୍କଠାରୁ ସାବଧାନ ରହିବାକୁ କହୁଥିଲେ [୧୬:୧୨]।

Matthew 16:13

ଯେତେବେଳେ ସେମାନେ କାଇସରିୟା ଅଞ୍ଚଳକୁ ଆସିଲେ କେଉଁ ପ୍ରଶ୍ନ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ ?

ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ ,''ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି ''[୧୬:୧୩]?

ଯୀଶୁ କିଏ ଥିଲେ ବୋଲି କିଛି ଲୋକେ ଭାବିଲେ ?

କିଛି ଲୋକେ ଭାବିଲେ ଯେ ଯୀଶୁ ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ ଇତ୍ୟାଦି [୧୬:୧୪]।

ଯୀଶୁଙ୍କର ପ୍ରଶ୍ନକୁ ପିତର କ'ଣ ଉତ୍ତର ଦେଲେ ?

ପିତର ଉତ୍ତର ଦେଲେ ,''ଆପଣ ଖ୍ରୀଷ୍ଟ,ଜୀବନ୍ତ ଈଶ୍ୱରଙ୍କ ପୁତ୍ର''[୧୬:୧୬] ।

Matthew 16:17

କିପରି ପିତର ଯୀଶୁଙ୍କର ପ୍ରଶ୍ନର ଉତ୍ତର ଜାଣିଥିଲେ ?

ପିତର ଯୀଶୁଙ୍କର ଉତ୍ତର ଜାଣିଥିଲେ କାରଣ ପିତାଙ୍କ ଦ୍ୱାରା ଏହା ପ୍ରକାଶିତ ହୋଇଥିଲା [୧୬:୧୭]।

Matthew 16:19

କେଉଁ ଅଧିକାର ଯୀଶୁ ପୃଥିବୀରେ ପିତରକୁ ଦେଲେ ?

ଯୀଶୁ ପିତରକୁ ସ୍ୱର୍ଗରାଜ୍ୟର କଞ୍ଚି ଦେଲେ , ଆଉ ସେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ [୧୬:୧୯] ।

Matthew 16:21

ଏହି ସମୟରେ ଯୀଶୁ କ'ଣ ଶିଷ୍ୟମାନଙ୍କୁ କହିବା ଆରମ୍ଭ କଲେ ?

ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍‍ଥିତ ହେବାକୁ ହେବ [୧୬:୨୧] ।

ଯୀଶୁ ଘଟିବାକୁ ଯାଉଥିବା ବିଷୟରେ କହୁଥିବା ସମୟରେ ଯେତେବେଳେ ପିତର ଯୀଶୁଙ୍କୁ ପ୍ରତିରୋଧ କଲେ ଯୀଶୁ ପିତରକୁ କ'ଣ କହିଲେ ?

ଯୀଶୁ ପିତରକୁ କହିଲେ ,,''ମୋ' ଆଗରୁ ଦୂର ହୁଅ, ଶୟତାନ''[୧୬:୨୩]।

Matthew 16:24

କେହି ଜଣେ ଯୀଶୁଙ୍କୁ ଅନୁସରଣ କରିବାକୁ ଚାହେଁ ସେ ନିଶ୍ଚୟ କ'ଣ କରିବାକୁ ପଡିବ ?

କେହି ଯେବେ ଯୀଶୁଙ୍କର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରି ଆପଣା କ୍ରୁଶ ବହନ କରୁ [୧୬:୨୪]।

କ'ଣ ମନୁଷ୍ୟକୁ ଲାଭଦାୟକ ନୁହେଁ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ଏହା ମନୁଷ୍ୟକୁ ଲାଭ ଦାୟକ ନୁହେଁ [୧୬:୨୬]।

Matthew 16:27

କିପରି ମନୁଷ୍ୟ ପୁତ୍ର ଆସିବେ ବୋଲି ଯୀଶୁ କହିଲେ ?

ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ବୋଲି ଯୀଶୁ କହିଲେ [୧୬:୨୭]।

କିପରି ମନୁଷ୍ୟ ପୁତ୍ର ପ୍ରତ୍ୟେକ ଲୋକକୁ ଫଳ ଦେବେ ଯେତେବେଳେ ସେ ଆସିବେ ?

ମନୁଷ୍ୟ ପୁତ୍ର ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ ଯେତେବେଳେ ସେ ଆସିବେ [୧୬:୨୭]।


Chapter 17

1 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଇ ପୃଥକ କରି ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ । 2 ଆଉ ସେ ସେମାନଙ୍କ ଆଗରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା ।

3 ପୁଣି, ଦେଖ, ମୋଶା ଓ ଏଲିୟ ତାହାଙ୍କ ସହିତ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା । 4 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ ।

5 ସେ ଏହି କଥା କହୁ କହୁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, "ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ" ଏହାଙ୍କ ବାକ୍ୟ ଶୁଣ । 6 ଏହା ଶୁଣି ଶିଷ୍ୟମାନେ ମୁହଁ ମାଡ଼ି ପଡ଼ିଗଲେ ଓ ଅତିଶୟ ଭୀତ ହେଲେ । 7 ସେଥିରେ ଯୀଶୁ ଆସି ସେମାନଙ୍କୁ ସ୍ପର୍ଶ କରି କହିଲେ, ଉଠ, ଭୟ କର ନାହିଁ । 8 ପୁଣି, ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ ।

9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ଯୀଶୁ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ନ ଉଠିବା ପର୍ଯ୍ୟନ୍ତ ଏ ଦର୍ଶନର କଥା କାହାରିକୁ କୁହ ନାହିଁ । 10 ପୁଣି, ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ତେବେ ଶାସ୍ତ୍ରୀମାନେ କାହିଁକି କହନ୍ତି ଯେ, ପ୍ରଥମରେ ଅବଶ୍ୟ ଏଲିୟଙ୍କର ଆଗମନ ହେବ ?

11 ସେ ଉତ୍ତର ଦେଲେ, ଏଲିୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, 12 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲିୟ ତ ଆସି ସାରିଲେଣି, ମାତ୍ର ଲୋକେ ତାହାଙ୍କୁ ନ ଚିହ୍ନି ଯାହା ଇଚ୍ଛା, ତାହା ହିଁ ତାହାଙ୍କ ପ୍ରତି କରିଅଛନ୍ତି । ସେହି ପ୍ରକାରେ ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କ ହାତରେ ଦୁଃଖଭୋଗ କରିବାକୁ ଯାଉଅଛନ୍ତି । 13 ସେ ଯେ ସେମାନଙ୍କୁ ବାପ୍ତିଜକ ଯୋହନଙ୍କ ବିଷୟରେ କହିଲେ, ଶିଷ୍ୟମାନେ ସେତେବେଳେ ତାହା ବୁଝିଲେ ।

14 ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା, 15 ହେ ପ୍ରଭୁ, ମୋହର ପୁଅକୁ ଦୟା କରନ୍ତୁ, କାରଣ ସେ ମୂର୍ଚ୍ଛାରୋଗରେ ବଡ଼ କଷ୍ଟ ପାଉଅଛି, ଯେଣୁ ସେ ଥରକୁଥର ନିଆଁରେ ଓ ଥରକୁଥର ପାଣିରେ ପଡ଼ୁଅଛି । 16 ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାକୁ ଆଣିଥିଲି, ମାତ୍ର ସେମାନେ ତାହାକୁ ସୁସ୍ଥ କରି ପାରିଲେ ନାହିଁ ।

17 ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି ? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି ? ତାହାକୁ ଏଠିକି ମୋ ପାଖକୁ ଆଣ । 18 ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ମୁହୂର୍ତ୍ତରୁ ସୁସ୍ଥ ହେଲା ।

19 ଏହାପରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ । 20 ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ଅଳ୍ପ ବିଶ୍ୱାସ ସକାଶେ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ପର୍ବତକୁ 'ଏଠାରୁ ସେଠାକୁ ଘୁଞ୍ଚିଯା' ବୋଲି କହିଲେ ତାହା ଘୁଞ୍ଚିଯିବ, ଆଉ କିଛି ହିଁ ତୁମ୍ଭମାନଙ୍କର ଅସାଧ୍ୟ ହେବ ନାହିଁ । 21 [କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏପ୍ରକାର ଭୂତ ବାହାରିଯାଏ ନାହିଁ ।]

22 ଆଉ ସେମାନେ ଗାଲିଲୀରେ ଏକତ୍ର ହେବା ସମୟରେ ଯୀଶୁ ସେମାନଙ୍କୁ କହିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି, 23 ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ । ଏଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହେଲେ ।

24 ଏଥିମଧ୍ୟରେ ସେମାନେ କଫର୍ନାହୂମକୁ ଆସନ୍ତେ ମନ୍ଦିରର କର ଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭମାନଙ୍କର ଗୁରୁ କ'ଣ ମନ୍ଦିରର କର ଦିଅନ୍ତି ନାହିଁ ? 25 ସେ କହିଲେ, ହଁ, ଦିଅନ୍ତି । ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, ଶିମୋନ, ତୁମ୍ଭର ମତ କ'ଣ ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି ? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ ?

26 ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ ଯୀଶୁ ତାହାଙ୍କୁ କହିଲେ, ତେବେ ତ ପୁତ୍ରମାନେ ମୁକ୍ତ । 27 କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନ୍‍ଶୀ କଣ୍ଟା ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟମୁଦ୍ରା ପାଇବ; ତାହା ନେଇ ମୋ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ ।



Translation Questions

Matthew 17:1

କିଏ ଯୀଶୁଙ୍କ ସହିତ ଗୋଟିଏ ଉଚ୍ଚ ପର୍ବତକୁ ଗଲେ?

ପିତର, ଯାକୁବ ଓ ଯୋହନ ଯୀଶୁଙ୍କ ସାଙ୍ଗରେ ଗୋଟିଏ ଉଚ୍ଚ ପର୍ବତକୁ ଗଲେ [୧୭:୧] ।

ପର୍ବତ ଉପରେ ଯୀଶୁଙ୍କର ଉତ୍ତର ଜାଣିଥିଲେ କାରଣ ପିତାଙ୍କ ଦ୍ୱାରା ଏହା ପ୍ରକାଶିତ ହୋଇଥିଲା ?

ଯୀଶୁ ରୂପାନ୍ତରିତ ହେଲେ, ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା [୧୭:୨] ।

Matthew 17:3

କିଏ ଦେଖା ଦେଲେ ଓ ଯୀଶୁଙ୍କ ସହିତ କଥା ହେଲେ ?

ମୋଶା ଓ ଏଲୀୟ ଦେଖା ଦେଇ ଯୀଶୁଙ୍କ ସହିତ କଥାବାର୍ତ୍ତା କଲେ [୧୭:୩] ।

ପିତର କ'ଣ କରିବାକୁ ପ୍ରସ୍ତାବ ଦେଲେ ?

ପିତର ତିନି ବ୍ୟକ୍ତିଙ୍କ ପାଇଁ ତିନୋଟି ବେଦୀ ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ [୧୭:୪]।

Matthew 17:5

ମେଘରୁ କେଉଁ ବାଣୀ ହେଲା ?

ମେଘରୁ ଏହି ବାଣୀ ହେଲା, ''ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ଏହାଙ୍କ ବାକ୍ୟ ଶ୍ରବଣ କର''[୧୭:୫] ।

Matthew 17:9

ପର୍ବତର ତଳକୁ ଆସିଲା ସମୟରେ ଯୀଶୁ ଶିଷ୍ୟମାନଙ୍କୁ କ'ଣ ଆଜ୍ଞା ଦେଲେ ?

ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ଉତ୍‍ଥିତ ନ ହେବା ପର୍ଯ୍ୟନ୍ତ ଏ ଦର୍ଶନର କଥା କାହାରିକୁ ନ କହିବାକୁ ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ [୧୭:୯] ।

Matthew 17:11

ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ ବୋଲି ଶାସ୍ତ୍ରୀମାନଙ୍କର ଶିକ୍ଷା ବିଷୟରେ ଯୀଶୁ କ'ଣ କହିଲେ ?

ଯୀଶୁ କହିଲେ ଏଲୀୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିସାରିଲେଣି [୧୭:୧୧]।

କାହାକୁ ଯୀଶୁ କହିଲେ ଯେ ଏଲୀୟ ଆଗରୁ ଆସିସାରିଥିଲେ ଏବଂ ତାହାଙ୍କୁ କ'ଣ କରାଯାଇଥିଲା ?

ଯୀଶୁ କହିଲେ ବାପ୍ତିଜକ ଯୋହନ ଏଲୀୟ ଥିଲେ ଯିଏ ଆଗର ଆସିଥିଲେ ଏବଂ ମାତ୍ର ଲୋକେ ତାହାଙ୍କୁ ନ କହି ଯାହା ଇଛା ତାହା ହିଁ ତା'ଙ୍କ ପ୍ରତି କରିଅଛନ୍ତି [୧୭:୧୦-୧୩]।

Matthew 17:14

ମୃଗୀ ରୋଗଗ୍ରସ୍ତ ବାଳକକୁ ଶିଷ୍ୟମାନେ କ'ଣ କରିବାକୁ ସକ୍ଷମ ହୋଇଥିଲେ ?

ମୃଗୀ ରୋଗଗ୍ରସ୍ତ ବାଳକକୁ ଶିଷ୍ୟମାନେ ସୁସ୍ଥ କରିବାକୁ ସକ୍ଷମ ହୋଇ ନ ଥିଲେ [୧୭:୧୪-୧୬]।

Matthew 17:17

ମୃଗୀ ରୋଗଗ୍ରସ୍ତ ବାଳକ ନିମନ୍ତେ ଯୀଶୁ କ'ଣ କଲେ ?

ଯୀଶୁ ଭୂତକୁ ଧମକାଇଲେ ଏବଂ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ଦଣ୍ଡରୁ ସୁସ୍ଥ [ହେଲା ୧୭:୧୮] ।

Matthew 17:19

କାହିଁକି ଶିଷ୍ୟମନେ ମୃଗୀ ରୋଗ ଗ୍ରସ୍ତ ବାଳକକୁ ସୁସ୍ଥ କରି ପାରିଲେ ନାହିଁ ?

ସେମାନଙ୍କର ଅଳ୍ପ ବିଶ୍ଵାସ ହେତୁ ସେମାନେ ମୃଗୀ ରୋଗଗ୍ରସ୍ଥ ବାଳକକୁ ସୁସ୍ଥ କରି ପାରିଲେ ନାହିଁ ବୋଲି ଯୀଶୁ କହିଲେ [୧୭:୨୦]।

Matthew 17:22

ଯୀଶୁ ଶିଷ୍ୟମାନଙ୍କୁ କ'ଣ କହିଲେ ଯାହା ସେମାନଙ୍କୁ ବହୁତ ଦୁଃଖ ଲାଗିଲା ?

ଯୀଶୁ ଶିଷ୍ୟମାନଙ୍କୁ କହିଲେ ଯେ ସେ ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ,ପୁଣି ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍‍ଥିତ ହେବେ [୧୭:୨୨:୨୩]।

Matthew 17:26

କିପରି ପିତର ଓ ଯୀଶୁ କର ଦେଇଥିଲେ ?

ଯୀଶୁ ପିତରକୁ କହିଲେ ସମୁଦ୍ରକୁ ଯାଇ ବନଶି ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ ମୁଦ୍ରା କର ଦେବା ନିମନ୍ତେ ପାଇବ[୧୭:୨୭] ।


Chapter 18

1 ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ତେବେ ସ୍ୱର୍ଗରାଜ୍ୟରେ କିଏ ଶ୍ରେଷ୍ଠ ? 2 ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇଲେ, 3 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ ।

4 ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ । 5 ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ;

6 କିନ୍ତୁ ଯେ କେହି ମୋଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା ।

7 ହାୟ, ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର; ବିଘ୍ନ ତ ନିଶ୍ଚୟ ଘଟିବ, କିନ୍ତୁ ହାୟ, ଯେଉଁ ଲୋକ ଦ୍ୱାରା ବିଘ୍ନ ଘଟେ, ସେ ସନ୍ତାପର ପାତ୍ର । 8 ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ; ଦୁଇ ହସ୍ତ ଓ ଦୁଇ ପାଦ ନେଇ ଅନନ୍ତ ଅଗ୍ନିରେ ପଡ଼ିବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।

9 ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ନେଇ ଅଗ୍ନିମୟ ନର୍କରେ ପଡ଼ିବା ବରଂ ଏକ ଚକ୍ଷୁ ନେଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।

10 ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି । 11 [କାରଣ ଯାହା ହଜିଅଛି, ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟପୁତ୍ର ଆସିଅଛନ୍ତି ।]

12 ତୁମ୍ଭେମାନେ କ'ଣ ମନେ କଲ ? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ କ'ଣ ଅନେଶତକୁ ପର୍ବତରେ ଛାଡ଼ି ସେ ଯାଇ ହଜିଯାଇଥିବା ମେଣ୍ଢାଟି ଖୋଜେ ନାହିଁ ? 13 ଆଉ ଯଦି ସେ ତାହାକୁ ପାଏ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି,ଯେଉଁ ଅନେଶତଟି ହଜି ଯାଇ ନ ଥିଲେ, ସେମାନଙ୍କ ଅପେକ୍ଷା ଏହି ଗୋଟିକ ଲାଗି ସେ ଅଧିକ ଆନନ୍ଦ କରେ । 14 ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ ।

15 ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ । 16 କିନ୍ତୁ ଯଦି ସେ ନ ଶୁଣେ, ତେବେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣକୁ ନେଇ ଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ ।

17 ତଥାପି ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀକୁ କୁହ, ଓ ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ଅଣଯିହୂଦୀ ଓ କରଗ୍ରାହୀ ପରି ହେଉ ।

18 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ୱର୍ଗରେ ସେହି ସବୁ ବନ୍ଦ ରହିବ, ପୁଣି, ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ୱର୍ଗରେ ସେହି ସବୁ ମୁକ୍ତ ରହିବ । 19 ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ । 20 କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି ।

21 ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି ? 22 କି ସାତ ଥର ପର୍ଯ୍ୟନ୍ତ ? ଯୀଶୁ ତାହାଙ୍କୁ କହିଲେ, ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ,

23 ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ । ଅତଏବ, ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ । 24 ସେ ହିସାବ ଆରମ୍ଭ କରନ୍ତେ ତିନି କୋଟି ଟଙ୍କା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା । 25 କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲାପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ ।

26 ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି । 27 ସେଥିରେ ସେହି ଦାସର ପ୍ରଭୁ ଦୟା କରି ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ ।

28 କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ପଚାଶ ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ । 29 ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ଆପଣ ମୋ' ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି ।

30 ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା । 31 ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ ।

32 ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡ଼କାଇ କହିଲେ ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି; 33 ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହ ଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା ?

34 ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ । 35 ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ ।



Translation Questions

Matthew 18:1

ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବାକୁ ଆମେ ନିଶ୍ଚୟ କ'ଣ କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମେ ନିଶ୍ଚୟ ଅନୁତାପ କରି ସାନ ପିଲାଙ୍କ ପରି ନମ୍ର ହେବାକୁ ହେବ ବୋଲି ଯୀଶୁ କହିଲେ [୧୮:୩]।

Matthew 18:4

ସ୍ଵର୍ଗ ରାଜ୍ୟରେ କ'ଣ ମହାନ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେକେହି ନିଜକୁ ସାନପିଲା ପରି ନମ୍ର କରେ ସେ ସ୍ଵର୍ଗ ରାଜ୍ୟରେ ମହାନ ବୋଲି [୧୮:୪]।

ଯେ କେହି ଯୀଶୁଙ୍କ ଠାରେ ବିଶ୍ୱାସ କରୁଥିବା କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହାକୁ କ'ଣ ହେବ ?

ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯିବ [୧୮:୬] ।

Matthew 18:9

ଯେକୌଣସି ବସ୍ତୁ ଆମର ବିଘ୍ନର କାରଣ ହୁଏ ତେବେ ଯୀଶୁ କ'ଣ କରିବାକୁ କହିଅଛନ୍ତି ?

ଯୀଶୁ କହିଲେ କୌଣସି ବସ୍ତୁ ବିଘ୍ନର କାରଣ ହୁଏ ତାକୁ ଫୋଫାଡି ଦେବାକୁ କହିଲେ [୧୮:୮-୯] ।

Matthew 18:10

ଆମେ ଛୋଟ ଲୋକମାନଙ୍କୁ ତୁଚ୍ଛ କରିବା ଉଚିତ୍ ନୁହେଁ ବୋଲି କାହିଁକି ଯୀଶୁ କହିଲେ ?

ଆମ୍ଭେମାନେ ଛୋଟମାନଙ୍କୁ ତୁଚ୍ଛ କରିବା ଉଚିତ୍ ନୁହେଁ କାରଣ ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି [୧୮:୧୦]।

Matthew 18:12

ପିତାଙ୍କ ପରି ହଜିଯାଇଥିବା ମେଷକୁ ଖୋଜିବା ବ୍ୟକ୍ତି କିପରି ?

ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ [୧୮:୧୨-୧୪] ।

Matthew 18:15

ଯଦି ତୁମ ଭାଇ ତୁମ ବିରୁଦ୍ଧରେ ପାପ କରେ, ପ୍ରଥମେ ତୁମେ କ'ଣ କରିବା ଉଚିତ୍ ?

ପ୍ରଥମେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ [୧୮:୧୫]।

ଯଦି ତୁମ ଭାଇ ଶୁଣେ ନାହିଁ, ଦ୍ୱିତୀୟ ବିଷୟ କ'ଣ ତୁମେ କରିବା ଉଚିତ୍ ?

ଦ୍ୱିତୀୟରେ, ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣ ଭାଇମାନଙ୍କୁ ଘେନିଯିବା ଉଚିତ୍ [୧୮:୧୬]।

Matthew 18:17

ଯଦି ତଥାପି ତୁମ ଭାଇ ଶୁଣେ ନାହିଁ, ତୃତୀୟରେ ତୁମେ କ'ଣ କରିବା ଉଚିତ୍ ?

ତୃତୀୟରେ,ତୁମେ ମଣ୍ଡଳୀରେ କହିବା ଉଚିତ୍ [୧୮:୧୭]।

Matthew 18:18

ଯେଉଁଠାରେ ଦୁଇ କିମ୍ବା ତିନଜଣ ଯୀଶୁଙ୍କ ନାମରେ ଏକାଠି ହୁଅନ୍ତି ସେଠାରେ ସେ କ'ଣ ପ୍ରତିଜ୍ଞା କଲେ ?

ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ତାଙ୍କ ନାମରେ ଏକତ୍ର ହୁଅନ୍ତି, ସେମାନଙ୍କ ମଧ୍ୟରେ ଉପସ୍ଥିତ ରହିବାର ଯୀଶୁ ପ୍ରତିଜ୍ଞା କରି କହିଲେ [୧୮:୨୦] ।

Matthew 18:21

କେତେଥର ଆପଣା ଭାଇକୁ ଆମେ କ୍ଷମା କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ, ଆମେ କେବଳ ସାତ ଥର ପର୍ଯ୍ୟନ୍ତ ନୁହେଁ , ମାତ୍ର ସାତ ଥରର ସତୁରି ଗୁଣ ପର୍ଯ୍ୟନ୍ତ ଆପଣା ଭାଇକୁ କ୍ଷମା କରିବା ଉଚିତ୍ [୧୮:୨୧-୨୨] ।

Matthew 18:23

ଦାସ କ'ଣ ଆପଣା ସ୍ଵାମୀ ଠାରୁ ଧାର କରିଥିଲେ ଏବଂ ସେ ତାହା ପରିଶୋଧ କରି ପାରିଥିଲେ ?

ଦାସ ତିନି କୋଟି ଟଙ୍କା ଋଣ ତାହାରି ସ୍ଵାମୀ ଠାରୁ ନେଇଥିଲା, ଯାହା ସେ ପରିଶୋଧ କରି ପାରି ନ ଥିଲା [୧୮:୨୪-୨୫]।

Matthew 18:26

କାହିଁକି ଦାସର ପ୍ରଭୁ ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ ?

ଦାସର ପ୍ରଭୁ ସଦୟ ହୋଇ ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ [୧୮:୨୭]।

Matthew 18:28

ଦାସ ତାହାର ସହଦାସ ସହିତ କ'ଣ କଲେ ଯିଏ ତାହାଠାରୁ ପଚାଶ ଟଙ୍କା ଋଣ ନେଇଥିଲେ ?

ଦାସ ଧୈର୍ଯ୍ୟ ଧରିବାକୁ ମନା କଲା ଏବଂ ତାହାର ସହଦାସକୁ କାରାଗାରରେ ରଖିଲା [୧୮:୨୮-୩୦]।

Matthew 18:32

ପ୍ରଭୁ ଦାସକୁ କ'ଣ କହିଲେ ଯେ ସେ ତାହାର ସହଦାସ ସହିତ କରି ପାରିଥାନ୍ତା ବୋଲି ?

ପ୍ରଭୁ ଦାସକୁ କହିଲେ ଯେ ସେ ତାହାର ସହଦାସକୁ ଦୟା କରି ପାରିଥାନ୍ତା ବୋଲି [୧୮:୩୩]।

Matthew 18:34

ତା'ପରେ ପ୍ରଭୁ ଦାସକୁ କ'ଣ କଲେ ?

ପ୍ରଭୁ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ଦାସକୁ ସମର୍ପଣ କଲେ ଯେଉଁ ପର୍ଯ୍ୟନ୍ତ ସେ ସମସ୍ତ ରଣ ପରିଶୋଧ କରିଛି [୧୮:୩୪]।

ଯଦି ଆମେ ହୃଦୟରୁ ଆପଣା ଭାଇକୁ କ୍ଷମା ନ କରୁ ତେବେ ପିତା କ'ଣ କରିବେ ବୋଲି ଯୀଶୁ କହିଲେ ?

ପ୍ରଭୁ ଯେପରି ଦାସ ସହ କଲେ ପିତା ଠିକ୍ ସେହିପରି କରିବେ ଯଦି ଆମେ ଆପଣା ଭାଇକୁ ହୃଦୟରୁ କ୍ଷମା ନ କରୁ ,ଯୀଶୁ କହିଲେ [୧୮:୩୫]।


Chapter 19

1 ଯୀଶୁ ଏହି ସମସ୍ତ କଥା ସମାପ୍ତ କରିବା ପରେ ଗାଲିଲୀରୁ ଚାଲିଯାଇ ଯର୍ଦନର ଆରପାରରେ ଥିବା ଯିହୂଦା ସୀମାରେ ଉପସ୍ଥିତ ହେଲେ । 2 ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସେଠାରେ ସେମାନଙ୍କୁ ସୁସ୍ଥ କଲେ ।

3 ଏହି ସମୟରେ ଫାରୂଶୀମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀ କି ପରିତ୍ୟାଗ କରିବା କ'ଣ ନ୍ୟାୟସଙ୍ଗତ ? 4 ସେ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ପାଠ କରି ନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ,

5 ଆଉ କହିଲେ, ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ ? 6 ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି । ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଅଲଗା ନ କରୁ ।

7 ସେମାନେ ତାହାଙ୍କୁ ପଚାରିଲେ, ତେବେ ମୋଶା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ଆଜ୍ଞା ଦେଲେ ? 8 ଯୀଶୁ ସେମାନଙ୍କୁ କହିଲେ, କାରଣ ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ମୋଶା ତୁମ୍ଭମାନଙ୍କୁ ଆପଣା ଆପଣା ସ୍ତ୍ରୀ କି ପରିତ୍ୟାଗ କରିବାକୁ ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ସେପରି ନ ଥିଲା । 9 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ ।

10 ଶିଷ୍ୟମାନେ ତାହାଙ୍କୁ କହିଲେ, ସ୍ତ୍ରୀ ସହିତ ମନୁଷ୍ୟର ଯଦି ଏହି ପ୍ରକାର ସମ୍ଵନ୍ଧ, ତେବେ ବିବାହ କରିବା ଭଲ ନୁହେଁ । 11 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସମସ୍ତେ ଏହି କଥା ଗ୍ରହଣ କରି ପାରନ୍ତି ନାହିଁ, କେବଳ ଯେଉଁମାନଙ୍କୁ କ୍ଷମତା ଦିଆଯାଇଅଛି, ସେମାନେ କରି ପାରନ୍ତି । 12 କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ କରାଯାଇଅଛନ୍ତି, ପୁଣି, ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି । ଯେଉଁ ଲୋକ ଗ୍ରହଣ କରି ପାରେ, ସେ ଗ୍ରହଣ କରୁ ।

13 ସେତେବେଳେ ଯୀଶୁ ଯେପରି ଶିଶୁମାନଙ୍କ ଉପରେ ହାତ ରଖି ପ୍ରାର୍ଥନା କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ନିକଟକୁ ଅଣାଗଲେ । ମାତ୍ର ଶିଷ୍ୟମାନେ ଆଣୁଥିବା ଲୋକମାନଙ୍କୁ ଧମକ ଦେଲେ । 14 କିନ୍ତୁ ଯୀଶୁ କହିଲେ, ଶିଶୁମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମୋ ପାଖକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର । 15 ଆଉ, ସେ ସେମାନଙ୍କ ଉପରେ ହାତ ରଖି ସେଠାରୁ ଚାଲିଗଲେ ।

16 ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି ? 17 ସେ ତାହାଙ୍କୁ କହିଲେ, ସତ୍ କେବଳ ଜଣେ; କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର ।

18 ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା ? ଯୀଶୁ କହିଲେ, ଏହି ସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, 19 ପିତାମାତାଙ୍କୁ ସମାଦର କର; ପୁଣି, ତୁମ୍ଭର ପଡୋଶୀକି ଆତ୍ମତୁଲ୍ୟ ପ୍ରେମ କର ।

20 ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କ'ଣ ଉଣା ଅଛି ? 21 ଯୀଶୁ ତାହାଙ୍କୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । 22 କିନ୍ତୁ ଏହି କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା ।

23 ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ । 24 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକଙ୍କର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ ।

25 ଶିଷ୍ୟମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ ? 26 ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ । 27 ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ; ଆମ୍ଭେମାନେ ତେବେ କ'ଣ ପାଇବା ?

28 ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ, ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲରେ ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ ।

29 ପୁଣି, ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ । 30 କିନ୍ତୁ ପ୍ରଥମେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ ।



Translation Questions

Matthew 19:3

କେଉଁ ପ୍ରଶ୍ନ ଯୀଶୁଙ୍କୁ ପରୀକ୍ଷା କରିବାକୁ ଫାରୂଶୀମାନେ ପଚାରିଲେ ?

''ଯେକୌଣସି କାରଣରୁ ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା କଅଣ ନ୍ୟାୟସଙ୍ଗତ ?''ଫାରୂଶୀମାନେ ଯୀଶୁଙ୍କୁ ପ୍ରଶ୍ନ କଲେ [୧୯:୩]।

ସୃଷ୍ଟିର ଆରମ୍ଭରୁ କ'ଣ ସତ୍ୟ ହୋଇଅଛି ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ [୧୯:୪]।

Matthew 19:5

ଯେହେତୁ ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ, ପୁରୁଷ କ'ଣ କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ [୧୯:୫]।

ଯେତେବେଳେ ପୁରୁଷ ନିଜ ସ୍ତ୍ରୀଠାରେ ଆସକ୍ତ ହୁଏ, ଯୀଶୁ କ'ଣ ହୁଏ ବୋଲି କହିଲେ ?

ଯେତେବେଳେ ପୁରୁଷ ନିଜ ସ୍ତ୍ରୀଠାରେ ଆସକ୍ତ ହୁଏ, ସେ ଦୁହେଁ ଏକାଙ୍ଗ ହୁଅନ୍ତି ବୋଲି ଯୀଶୁ କହିଲେ [୧୯:୫-୬]।

ଯାହା ପରମେଶ୍ୱର ସଂଯୁକ୍ତ କରିଅଛନ୍ତି ତାହା ମନୁଷ୍ୟ କ'ଣ ବିଭିନ୍ନ ନ କରୁ ବୋଲି ଯୀଶୁ କହିଲେ ?

ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ ବୋଲି ଯୀଶୁ କହିଲେ [୧୯:୬]।

Matthew 19:7

କାହିଁକି ମୋଶା ବିବାହ ତ୍ୟାଗପତ୍ରକୁ ଅନୁମତି ଦେଇଅଛନ୍ତି ବୋଲି ଯୀଶୁ କହିଲେ ?

ମୋଶା ସେମାନଙ୍କର ହୃଦୟର କଠିନତା ହେତୁ ବିବାହ ତ୍ୟାଗପତ୍ର ଅନୁମତି ଦେଇଅଛନ୍ତି ବୋଲି ଯୀଶୁ କହିଲେ [୧୯:୭-୮]।

କିଏ ବ୍ୟଭିଚାର କରେ ବୋଲି ଯୀଶୁ କହିଲେ ?

ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ ଏବଂ ସେ ସ୍ତ୍ରୀକୁ ଯେ କେହି ବିବାହ କରେ ସେ ବ୍ୟଭିଚାର କରେ ବୋଲି ଯୀଶୁ କହିଲେ [୧୯:୯]।

Matthew 19:10

କାହାକୁ ନପୁଂସକ ଭାବେ ଗ୍ରହଣ କରିପାରେ ବୋଲି ଯୀଶୁ କହିଲେ ?

ନପୁଂସକ ହେବାକୁ ଯେଉଁମାନେ ଗ୍ରହଣ କରି ପାରନ୍ତି ସେମାନେ ଗ୍ରହଣ କରନ୍ତୁ ବୋଲି ଯୀଶୁ କହିଲେ [୧୯:୧୦-୧୨]।

Matthew 19:13

ଯେତେବେଳେ କିଛି ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଗଲା ଶିଷ୍ୟମାନେ କ'ଣ କଲେ ?

ଯେତେବେଳେ କିଛି ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଗଲା ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ [୧୯:୧୩]।

ଯେତେବେଳେ ଯୀଶୁ ଶିଶୁମାନଙ୍କୁ ଦେଖିଲେ ସେ କ'ଣ କହିଲେ ?

ଶିଶୁମାନଙ୍କୁ ମୋ' ନିକଟକୁ ଆସିବାକୁ ଦିଅ କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର ବୋଲି ଯୀଶୁ କହିଲେ [୧୯:୧୪]।

Matthew 19:16

ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବାକୁ ଯୀଶୁ ଯୁବକକୁ କ'ଣ ନିଶ୍ଚିତଭାବରେ କରିବାକୁ କହିଲେ ?

ଯୀଶୁ ଯୁବକକୁ ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବାକୁ ହେଲେ ଆଦେଶ ମାନିବାକୁ ପଡିବ [୧୯:୧୬-୧୭]।

Matthew 19:20

ଯେତେବେଳେ ଯୁବକ କହିଲେ ଯେ ସେ ସମସ୍ତ ଆଜ୍ଞାକୁ ପାଳନ କରୁଅଛି, ଯୀଶୁ ତାହାକୁ କ'ଣ କରିବାକୁ କହିଲେ ?

ଯେତେବେଳେ ଯୁବକ କହିଲେ ଯେ ସେ ସମସ୍ତ ଆଜ୍ଞାକୁ ପାଳନ କରୁଅଛି, ଯୀଶୁ ତାହାକୁ ସମସ୍ତ ସମ୍ପତ୍ତିକୁ ବିକ୍ରୀ କରି ଗରିବଙ୍କୁ ଦାନ କରିବାକୁ କହିଲେ [୧୯:୨୦-୨୧]।

ଯୀଶୁ ତାହାର ସମସ୍ତ ସମ୍ପତ୍ତିକୁ ବିକ୍ରୀ କରିବାକୁ କହିବାରୁ ଯୁବକର ଉତ୍ତର କ'ଣ ଥିଲା ?

ଯୁବକ ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା [୧୯:୨୨]।

Matthew 19:23

ଧନୀଲୋକର ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ବିଷୟରେ ଯୀଶୁ କ'ଣ କହିଲେ ?

ଧନୀଲୋକ ଅତି କଷ୍ଟରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ,କିନ୍ତୁ ପରମେଶ୍ୱରଙ୍କ ସହିତ ସବୁ କିଛି ସମ୍ଭବ ବୋଲି ଯୀଶୁ କହିଲେ [୧୯:୨୩-୨୬]।

Matthew 19:28

ଯିଏ ତାଙ୍କର ଅନୁସରଣ କଲେ କେଉଁ ପୁରସ୍କାର ଯୀଶୁ ତାହାର ଶିଷ୍ୟଙ୍କୁ ପ୍ରତିଜ୍ଞା କଲେ ?

ନୂତନ ସୃଷ୍ଟିରେ ସେମାନେ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବେ ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ [୧୯:୨୮] ।

Matthew 19:29

ଯେଉଁମାନେ ବର୍ତ୍ତମାନ ପ୍ରଥମରେ ଏବଂ ଯେଉଁମାନେ ବର୍ତ୍ତମାନ ଶେଷରେ ଅଛନ୍ତି ସେମାନଙ୍କ ବିଷୟରେ ଯୀଶୁ କ'ଣ କୁହନ୍ତି ?

ଯେଉଁମାନେ ବର୍ତ୍ତମାନ ପ୍ରଥମରେ ଅଛନ୍ତି ସେମାନେ ଶେଷରେ ରହିବେ ଏବଂ ଯେଉଁମାନେ ବର୍ତ୍ତମାନ ଶେଷରେ ଅଛନ୍ତି ସେମାନେ ପ୍ରଥମରେ ରହିବେ ବୋଲି ସେମାନଙ୍କ ବିଷୟରେ କହିଲେ [୧୯:୩୦]।


Chapter 20

1 କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ । 2 ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ । 3 ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, 4 ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଠିକ୍, ତାହା ତୁମ୍ଭମାନଙ୍କୁ ଦେବି; ଆଉ ସେମାନେ ଗଲେ । 5 ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ । 6 ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ଖାଲିରେ ଠିଆ ହୋଇଅଛ ? 7 ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାଁନ୍ତି । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ । 8 ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ । 9 ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଏକ ଦିନର ମୂଲ ଲେଖାଏଁ ପାଇଲେ । 10 ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ । 11 କିନ୍ତୁ ତାହା ପାଇ ସେମାନେ ଘରର ଅଧିକାରୀଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, 12 ଏହି ଶେଷର ଲୋକମାନେ ଘଣ୍ଟାଏମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳିପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ । 13 କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ଭାଇ, ତୋ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋ ସାଙ୍ଗରେ ଏକ ଦିନର ମୂଲ ପାଇଁ ଚୁକ୍ତି କରି ନ ଥିଲୁ ? 14 ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋ ପରି ଦେବା ପାଇଁ ମୋହର ଇଚ୍ଛା । 15 ନିଜ ସମ୍ପତ୍ତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋର ଅଧିକାର ନାହିଁ ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ ? 16 ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ ।

17 ଯୀଶୁ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ୱାଦଶଙ୍କୁ ପୃଥକ୍ କରି ପଥ ମଧ୍ୟରେ ସେମାନଙ୍କୁ କହିଲେ, 18 ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, 19 ପୁଣି, ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ ।

20 ସେତେବେଳେ ଜେବଦୀଙ୍କ ପୁତ୍ରମାନଙ୍କ ମାତା ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ନେଇ ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ । 21 ସେଥିରେ ସେ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଇଚ୍ଛା କରୁଅଛ ? ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ । 22 କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ମାଗୁଅଛ, ତାହା ଜାଣୁ ନାହଁ । ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର ? 23 ସେମାନେ ତାହାଙ୍କୁ କହିଲେ, ପାରୁ । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ । 24 ଅନ୍ୟ ଦଶ ଜଣ ଶିଷ୍ୟ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ । 25 କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ଅଣଯିହୂଦୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ । 26 ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, 27 ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, 28 ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି ।

29 ସେମାନେ ଯିରୀହୋରୁ ବାହାରିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ । 30 ଆଉ ଦେଖ, ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । 31 ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । 32 ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କ'ଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ ? 33 ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ । 34 ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ସେହିକ୍ଷଣି ସେମାନେ ଦେଖି ପାରିଲେ ଓ ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ।



Translation Questions

Matthew 20:1

ପ୍ରଭାତରେ ଯେଉଁ ମୂଲିଆମାନଙ୍କୁ ଭୂମିରକର୍ତ୍ତା କାମରେ ଲଗେଇଥିଲେ ସେମାନଙ୍କୁ କେତେ ମଜୁରୀ ଦେବା ପାଇଁ ଭୂମିରକର୍ତ୍ତା ରାଜି ହେଲେ ?

ପ୍ରଭାତରେ ଯେଉଁ ମୂଲିଆମାନଙ୍କୁ ଭୂମିରକର୍ତ୍ତା କାମରେ ଲଗେଇଥିଲେ ସେମାନଙ୍କୁ ଆଠ ଅଣା ମଜୁରୀ ଦେବା ପାଇଁ ଭୂମିରକର୍ତ୍ତା ରାଜି ହେଲେ [୨୦:୧-୨]।

Matthew 20:3

ଯେଉଁମାନଙ୍କୁ ଭୂମିରକର୍ତ୍ତା ତିନିଟା, ନଅଟା ଏବଂ ଏଗାରଟାରେ କାମରେ ଲଗେଇଥିଲେ କେତେ ମଜୁରୀ ଦେବେ ବୋଲି ରାଜି ହେଲେ ?

ଭୂମିରକର୍ତ୍ତା ଯାହା ଉଚିତ୍ ସେମାନଙ୍କୁ ଦେବି ବୋଲି କହିଲେ [୨୦:୪-୭]।

Matthew 20:8

ଏଗାରଟା ସମୟରେ ଯେଉଁମାନଙ୍କୁ କାର୍ଯ୍ୟରେ ନିଯୁକ୍ତି କରାଯାଇଥିଲା ସେମାନେ କେତେ ମଜୁରୀ ପ୍ରାପ୍ତ କଲେ ?

ଏଗାରଟା ସମୟରେ ଯେଉଁମାନଙ୍କୁ କାର୍ଯ୍ୟରେ ନିଯୁକ୍ତି କରାଯାଇଥିଲା ସେମାନେ ଏକ ଅଣା ପ୍ରାପ୍ତ କଲେ [୨୦:୯]।

Matthew 20:11

ଯେଉଁ ଦାସଗଣମାନେ ପ୍ରାପ୍ତକାଳରେ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ ସେମାନେ କ'ଣ ଅଭିଯୋଗ କଲେ ?

ସେମାନେ ଅଭିଯୋଗ କଲେ ଯେ ସେମାନେ ଦିନସାରା କାମ କଲେ କିନ୍ତୁ ମଜୁରୀ ଏକ ଘଣ୍ଟା କାମ କରିଥିବା ମଜୁରୀମାନଙ୍କ ସମାନ ମଜୁରୀ ପ୍ରାପ୍ତ କଲେ [୨୦:୧୧-୧୨]।

Matthew 20:13

କାର୍ଯ୍ୟକାରୀମାନଙ୍କ ଅଭିଯୋଗକୁ କିପରି ଭୂମିରକର୍ତ୍ତା ଉତ୍ତର ଦେଲେ ?

ଭୂମିରକର୍ତ୍ତା କହିଲେ ଯେ ପ୍ରାପ୍ତକାଳରେ ନିଯୁକ୍ତି ହୋଇଥିବା କାର୍ଯ୍ୟକାରୀମାନେ ଆଠ ଅଣା ମଜୁରୀ ପାଇଁ ରାଜି ହୋଇଥିଲେ,ଏବଂ ଅନ୍ୟ କାର୍ଯ୍ୟକାରୀମାନଙ୍କୁ ସମାନ ମଜୁରୀ ଦେବା ଏହା ତାହାର ଅଧିକାର ଓ ଆନନ୍ଦ ଥିଲା [୨୦:୧୩-୧୫]।

Matthew 20:17

କେଉଁ ଘଟଣା ଯୀଶୁ ପୂର୍ବରୁ ଶିଷ୍ୟମାନଙ୍କୁ କହିଲେ ଯେତେବେଳେ ସେମାନେ ଯିରୂଶାଲମକୁ ଯାଉଥିଲେ?

ପ୍ରଧାନ ଯାଜକ ଓ ଶାସ୍ତ୍ରୀ-ମାନଙ୍କ ହସ୍ତରେ ସମର୍ପିତ ହେବେ ପୁଣି ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍‍ଥିତ ହେବେ ବୋଲି ଯୀଶୁ ଆପଣା ଶିଷ୍ୟ ମାନଙ୍କୁ କହିଲେ [୨୦:୧୭-୧୯] ।

Matthew 20:20

ଜେବଦୀଙ୍କ ପୁତ୍ରମାନଙ୍କ ମାତା ଯୀଶୁଙ୍କୁ କ'ଣ ଅନୁରୋଧ କଲେ ?

ସେ ଚାହୁଁଥିଲେ ଯୀଶୁ ଆଦେଶ ଦିଅନ୍ତୁ ଯେ ତାହାରି ଦୁଇ ପୁତ୍ର ତାଙ୍କରି ରାଜ୍ୟରେ ଯେପରି ତାଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି [୨୦:୨୦-୨୧] ।

Matthew 20:22

କିଏ ତାଙ୍କରି ଦକ୍ଷିଣ ପାର୍ଶ୍ୱରେ ଓ ବାମ ପାର୍ଶ୍ୱରେ ବସିବେ ତାହା କିଏ ନିଷ୍ପତ୍ତି ନିଅନ୍ତି ବୋଲି ଯୀଶୁ କହିଲେ ?

ଯେଉଁମାନଙ୍କ ନିମନ୍ତେ ପିତାଙ୍କ ଦ୍ୱାରା ସେହି ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ ବୋଲି ଯୀଶୁ କହିଲେ [୨୦:୨୩] ।

Matthew 20:25

କିପରି ଯୀଶୁ କହଲେ ଯେ ତାହାରି ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ମହାନ ହେବ ବୋଲି ?

ଯିଏ ମହାନ ହେବାକୁ ଚାହେଁ ସେ ପ୍ରଥମେ ନିଜକୁ ଦାସ କରିବା ଉଚିତ୍ ବୋଲି ଯୀଶୁ କହିଲେ [୨୦:୨୬]।

କାହିଁକି ଯୀଶୁ ଆସିଛନ୍ତି ବୋଲି ସେ କହିଲେ ?

ଯୀଶୁ ଯେ ସେ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ ପ୍ରାଣ ଦେବାକୁ ଆସିଅଛନ୍ତି ବୋଲି କହିଲେ [୨୦:୨୮] ।

Matthew 20:29

ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି କ'ଣ କଲେ ?

ଦୁଇ ଜଣ ଅନ୍ଧ ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କର ସନ୍ତାନ, ଆମ୍ଭମାନଙ୍କୁ ଦୟା କର [୨୦:୩୦]।

Matthew 20:32

କାହିଁକି ଯୀଶୁ ଦୁଇ ଅନ୍ଧ ବ୍ୟକ୍ତିକୁ ସୁସ୍ଥ କଲେ ?

ଯୀଶୁ ଦୁଇ ଅନ୍ଧ ବ୍ୟକ୍ତିକୁ ସୁସ୍ଥ କଲେ କାରଣ ସେ ଦୟାରେ ବିଗଲିତ ହେଲେ [୨୦:୩୪]।


Chapter 21

1 ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବୈଥ୍‌ଫାଗୀ ଓ ଜୀତପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ । 2 ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବାମାତ୍ରେ ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ; ସେମାନଙ୍କୁ ଫିଟାଇ ମୋ ନିକଟକୁ ନେଇଆସ । 3 ଆଉ ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ ଏମାନଙ୍କଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି । ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ । 4 ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହା ଘଟିଲା, 5 ସିୟୋନର କନ୍ୟାକୁ କୁହ, ଦେଖ୍ , ତୋର ରାଜା ତୋ ନିକଟକୁ ଆସୁଅଛନ୍ତି; ସେ ନମ୍ର ଓ ଗର୍ଦ୍ଦଭାରୋହୀ, ଶାବକ, ଗର୍ଦ୍ଦଭଶାବକାରୋହୀ । 6 ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କାମ କଲେ, 7 ପୁଣି, ଗର୍ଦ୍ଦଭୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତିଦେଲେ, ଆଉ ସେ ତାହା ଉପରେ ବସିଲେ । 8 ପୁଣି, ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇଦେବାକୁ ଲାଗିଲେ । 9 ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା । 10 ଆଉ ସେ ଯିରୂଶାଲମରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା । 11 ସେଥିରେ ଲୋକସମୂହ କହିଲେ, ଏ ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ ।

12 ପରେ ଯୀଶୁ ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କିଣାବିକା କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ, ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ, 13 ଆଉ ଯୀଶୁ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାର ଗୃହ ବୋଲି ପରିଚିତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଡକାୟତମାନଙ୍କ ବାସସ୍ଥାନ କରୁଅଛ । 14 ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ପାଖକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ । 15 କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦ ସନ୍ତାନ ବୋଲି ଉଚ୍ଚ ସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ, 16 ପୁଣି, ତାହାଙ୍କୁ ପଚାରିଲେ, ଏମାନେ କ'ଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ ? ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ, ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ ? 17 ଆଉ, ସେ ସେମାନଙ୍କୁ ଛାଡ଼ିଦେଇ ନଗରରୁ ବାହାରି ବେଥନିଆକୁ ଯାଇ ସେଠାରେ ରାତି କଟାଇଲେ ।

18 ସକାଳେ ସେ ନଗରକୁ ଫେରିବା ସମୟରେ କ୍ଷୁଧିତ ହେଲେ, 19 ଆଉ ବାଟ ପାଖରେ ଗୋଟିଏ ଡିମ୍ବିରି ଗଛ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, ଆଉ କଦାପି ତୋଠାରେ ଫଳ ନ ହେଉ । ସେଥିରେ ସେହିକ୍ଷଣି ସେହି ଡିମ୍ବିରି ଗଛ ଶୁଖିଗଲା । 20 ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିଗଛଟି କିପରି ସେହିକ୍ଷଣି ଶୁଖିଗଲା ? 21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରି ଗଛ ପ୍ରତି ଯେପରି କରାଯାଇଅଛି, କେବଳ ଯେ ସେପରି କରିବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ତାହାହେଲେ ତାହା ହେବ । 22 ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହି ସବୁ ପାଇବ ।

23 ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ? ଆଉ ତୁମ୍ଭକୁ କିଏ ଏହି ଅଧିକାର ଦେଲା ? 24 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ଯଦି ତୁମ୍ଭେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହି ସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି । 25 ଯୋହନଙ୍କର ବାପ୍ତିସ୍ମ କେଉଁଠାରୁ ହୋଇଥିଲା ? ସ୍ୱର୍ଗରୁ ବା ମନୁଷ୍ୟଠାରୁ ? ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ ଆମ୍ଭମାନଙ୍କୁ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ? 26 କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମୂହକୁ ତ ଭୟ! କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି । 27 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ । ସେ ମଧ୍ୟ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।

28 ମାତ୍ର ତୁମ୍ଭେମାନେ କ'ଣ ମନେ କର ? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ । ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର । 29 ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରି ଗଲା । 30 ପୁଣି, ସେ ଦ୍ୱିତୀୟ ପାଖକୁ ଆସି ସେହି ପ୍ରକାର କହିଲେ । ସେ ଉତ୍ତର ଦେଲା, ଆଜ୍ଞା, ମୁଁ ଯାଉଅଛି, କିନ୍ତୁ ଗଲା ନାହିଁ । 31 ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା ? ସେମାନେ କହିଲେ, "ପ୍ରଥମ ଜଣକ" । ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି । 32 କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରି ପାର, ଏଥି ନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ । ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ ।

33 ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ । 34 ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ । 35 କିନ୍ତୁ କୃଷକମାନେ ତାହାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି, ଆଉ ଜଣକୁ ପଥର ଫପାଡ଼ି ମାରିପକାଇଲେ । 36 ପୁଣି, ଥରେ ସେ ପ୍ରଥମ ଥର ଅପେକ୍ଷା ଅଧିକସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ । 37 କିନ୍ତୁ ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ । 38 ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ । 39 ଆଉ ସେମାନେ ତାହାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ମାରିଦେଲେ । 40 ଅତଏବ ଯତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କ'ଣ କରିବେ ? 41 ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ନିଷ୍ଠୁରଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାହାଙ୍କୁ ଠିକ୍ ସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ । 42 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ ? 43 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ିନିଆଯିବ, ପୁଣି, ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ। 44 ଆଉ ଯେ ଏହି ପ୍ରସ୍ତର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ଏହି ପ୍ରସ୍ତର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୂର୍ଣ୍ଣବିଚୂର୍ଣ୍ଣ କରିବ । 45 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହି ସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ । 46 ଆଉ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ ।



Translation Questions

Matthew 21:1

ନଗରରେ ସେମାନଙ୍କ ସମ୍ମୁଖରେ ସେମାନେ କ'ଣ ପାଇବେ ବୋଲି ଯୀଶୁ ଆପଣା ଦୁଇ ଶିଷ୍ୟଙ୍କୁ କହିଲେ ?

ସେମାନେ ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହାର ଶାବକ ପାଇବେ ବୋଲି ଯୀଶୁ ସେମାନଙ୍କୁ କହିଲେ [୨୧:୨]।

Matthew 21:4

ଏହି ଘଟଣା ବିଷୟରେ ଭାବବାଦୀ କ'ଣ ଭାବବାଣୀ କରିଥିଲେ ?

ରାଜା ଗୋଟିଏ ଗର୍ଦ୍ଦଭୀ ଓ ତାହାର ଶାବକ ଉପରେ ବସି ଆସିବେ ବୋଲି ଭାବବାଦୀ ଭାବବାଣୀ କରିଥିଲେ [୨୧:୪-୫]।

Matthew 21:6

ଲୋକମାନେ ଯୀଶୁ ଯିରୂଶାଲମକୁ ଯାତ୍ରା କରୁଥିବା ରାସ୍ତାରେ କ'ଣ କଲେ ?

ଲୋକମାନେ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇଲେ [୨୧:୮] ।

Matthew 21:9

କ'ଣ ଲୋକମାନେ ଯୀଶୁ ଯିବାର ଦେଖି ଉଚ୍ଚ ସ୍ଵରରେ କହିଲେ ?

ଲୋକସମୂହ ଉଚ୍ଚ ସ୍ୱରରେ କହିଲେ,'' ହୋଶାନ୍ନା ଦାଉଦଙ୍କର ସନ୍ତାନ ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ ଉର୍ଦ୍ଧ୍ୱ ଲୋକରେ ହୋଶାନ୍ନା' [୨୧:୯]।

Matthew 21:12

ଯିରୂଶାଲମରେ ପରମେଶ୍ୱରଙ୍କର ମନ୍ଦିରରେ ପ୍ରବେଶ କଲା ପରେ ଯୀଶୁ କ'ଣ କଲେ ?

ଯୀଶୁ ମନ୍ଦିରରୁ କ୍ରୟବିକ୍ରୟ କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ, ଏବଂ ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ [୨୧:୧୨] ।

ଯୀଶୁ ବ୍ୟବସାୟୀମାନେ ପରମେଶ୍ୱରଙ୍କର ମନ୍ଦିରକୁ କ'ଣ କରିଥିଲେ ବୋଲି କହିଲେ ?

A,ଯୀଶୁ କହିଲେ ଯେ ବ୍ୟବସାୟୀମାନେ ପରମେଶ୍ୱରଙ୍କର ମନ୍ଦିରକୁ ଦସ୍ୟୁମାନଙ୍କ ଗହ୍ୱର କରିଅଛନ୍ତି ବୋଲି କହିଲେ [୨୧:୧୩]।

Matthew 21:15

ଯେତେବେଳେ ଶିଶୁମାନେ ଯୀଶୁଙ୍କ ବିଷୟରେ ଉଚ୍ଚ ସ୍ଵରରେ କହୁଥିଲେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ବିରୋଧ କରିଥିଲେ,ସେତେବେଳେ ଯୀଶୁ ସେମାନଙ୍କୁ କ'ଣ କହିଥିଲେ ?

ଭାବବାଦୀଙ୍କ ବାକ୍ୟକୁ ଉଲ୍ଲେଖ କରି କହିଲେ ,'' ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ପରମେଶ୍ୱର ସିଦ୍ଧ ଭାବରେ ପ୍ରଶଂସିତ ହେଲେ ''[୨୧:୧୫-୧୬] ?

Matthew 21:18

ଡିମ୍ବିରି ଗଛ ସହ ଯୀଶୁ କ'ଣ ଓ କାହିଁକି କଲେ ?

ଯୀଶୁ ଡିମ୍ବିରି ଗଛକୁ ଶୁଖାଇ ଦେଲେ ଯେହେତୁ ଏହାଠାରେ କିଛି ଫଳ ନ ଥିଲା [୨୧:୧୮-୧୯]।

Matthew 21:20

ଶୁଖି ଯାଇଥିବା ଡିମ୍ବିରି ଗଛରୁ ଯୀଶୁ ପ୍ରାର୍ଥନା ବିଷୟରେ ଆପଣା ଶିଷ୍ୟମାନଙ୍କୁ କ'ଣ ଶିକ୍ଷା ଦେଲେ ?

ଯାହା ସେମାନେ ବିଶ୍ଵାସରେ ପ୍ରାର୍ଥନା କରିବେ ସେମାନେ ପ୍ରାପ୍ତ କରିବେ ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ [୨୧:୨୦-୨୨]।

Matthew 21:23

ଯେତେବେଳେ ଯୀଶୁ ଶିକ୍ଷା ଦେଉଥିଲେ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ତାଙ୍କୁ କ'ଣ ପ୍ରଶ୍ନ କଲେ ?

କେଉଁ ଅଧିକାରରେ ଯେ ସେ ଏସବୁ କଲେ ବୋଲି ପ୍ରଧାନ ଯାଜକ ଓ ପ୍ରାଚୀନମାନେ ଜାଣିବାକୁ ଚାହୁଁ ଥିଲେ [୨୧:୨୩]।

Matthew 21:25

ପ୍ରଧାନ ଯାଜକ ଓ ପ୍ରାଚୀନ ମାନଙ୍କୁ ଯୀଶୁ କ'ଣ ପ୍ରଶ୍ନ କଲେ ?

ଯୀଶୁ ସେମାନଙ୍କୁ ପଚାରିଲେ ବାପ୍ତିଜକ ଯୋହନ କେଉଁଠାରୁ ସ୍ୱର୍ଗରୁ ବା ମନୁଷ୍ୟଠାରୁ ଥିଲେ [୨୧:୨୫]।

କାହିଁକି ପ୍ରଧାନ ଯାଜକ ଓ ପ୍ରାଚୀନମାନେ ବାପ୍ତିଜକ ଯୋହନ ସ୍ଵର୍ଗରୁ ବା ମନୁଷ୍ୟଠାରୁ ଥିଲେ ବୋଲି ଉତ୍ତର ଦେବାକୁ ଚାହୁଁ ନ ଥିଲେ ?

ସେମାନେ ଜାଣିଥିଲେ ଯୀଶୁ ସେମାନଙ୍କୁ ପ୍ରଶ୍ନ କରିବେ କାହିଁକି ତୁମ୍ଭେମାନେ ବାପ୍ତିଜକ ଯୋହନଙ୍କୁ ବିଶ୍ଵାସ କଲ ନାହିଁ [୨୧:୨୫]।

କାହିଁକି ପ୍ରଧାନ ଯାଜକ ଓ ପ୍ରାଚୀନମାନେ ବାପ୍ତିଜକ ଯୋହନ ମନୁଷ୍ୟଠାରୁ ଥିଲେ ବୋଲି ଉତ୍ତର ଦେବାକୁ ଚାହିଁଲେ ନାହିଁ ?

ସେମାନେ ଲୋକସମୂହକୁ ଭୟ କଲେ କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନୁଥିଲେ [୨୧:୨୬]।

Matthew 21:28

ଯୀଶୁଙ୍କ କାହାଣୀରେ ଦୁଇ ପୁତ୍ର ମଧ୍ୟରୁ କିଏ ପିତାଙ୍କର ଇଛାକୁ ପାଳନ କଲା ?

ଯେଉଁ ବ୍ୟକ୍ତି ପ୍ରଥମରେ ଯାଇ କାମ କରିବ ନାହିଁ ବୋଲି କହିଥିଲା ସେ ପରେ ଅନୁତାପ କରି ଗଲା [୨୧:୨୮-୩୧]।

Matthew 21:31

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ପୂର୍ବରୁ କାହିଁକି କରଗ୍ରାହୀ ଓ ବେଶ୍ୟାମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଥିଲେ ବୋଲି ଯୀଶୁ କହିଲେ ?

ସେମାନେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରୁଥିଲେ କାରଣ ସେମାନେ ଯୋହନଙ୍କୁ ବିଶ୍ଵାସ କଲେ କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୋହନଙ୍କୁ ବିଶ୍ଵାସ କଲେ ନାହିଁ [୨୧:୩୧-୩୨]।

Matthew 21:35

ଗୃହକର୍ତ୍ତା ଯେତେବେଳେ ଦାସମାନଙ୍କୁ ଫସଲ ଅମଳ କରିବା ପାଇଁ କୃଷକମାନଙ୍କ ନିକଟକୁ ପଠାଇଲେ କୃଷକମାନେ ଦାସମାନଙ୍କ ପ୍ରତି କ'ଣ କଲେ ?

ଫସଲ ଅମଳକାରୀମାନଙ୍କୁ କୃଷକମାନେ ପିଟିଲେ, ମାରିପକାଇଲେ, ପଥର ଫୋଫାଡି ମାରିପକାଇଲେ [୨୧:୩୫-୩୬]।

କାହାକୁ ଶେଷରେ ଗୃହକର୍ତ୍ତା କୃଷକମାନଙ୍କ ନିକଟକୁ ପଠାଇଲେ ?

ଗୃହକର୍ତ୍ତା ଶେଷରେ ନିଜର ପୁତ୍ରକୁ ପଠାଇଲେ [୨୧:୩୭]।

Matthew 21:38

ଗୃହକର୍ତ୍ତା ଶେଷରେ ପଠାଇଥିବା ବ୍ୟକ୍ତି ସହ କୃଷକମାନେ କ'ଣ କଲେ ?

ଗୃହକର୍ତ୍ତାର ପୁତ୍ରକୁ କୃଷକମାନେ ମାରିପକାଇଲେ [୨୧:୩୮-୩୯]।

Matthew 21:40

ଗୃହକର୍ତ୍ତା କ'ଣ କରିବା ଉଚିତ୍ ବୋଲି ଲୋକମାନେ କହିଲେ ?

ଲୋକମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ଦାରୁଣ ଭାବରେ ବିନାଶ କରି ,ଅନ୍ୟ କୃଷକମାନେ ଯିଏ ତାଙ୍କୁ ଯଥାସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବା ଉଚିତ୍ ବୋଲି କହିଲେ [୨୧:୪୦-୪୧] ।

Matthew 21:42

ଯୀଶୁ ଧର୍ମଶାସ୍ତ୍ରରେ ଉଲ୍ଲେଖ କଲେ ,''ଗୃହ ନିର୍ମାଣ କାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ ତାହା କ'ଣ ହେଲା ?

ଗୃହ ନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହେଲା [୨୧:୪୨] ।

Matthew 21:43

ଧର୍ମ ଶାସ୍ତ୍ରକୁ ଉଲ୍ଲେଖ କରି ଯୀଶୁ କ'ଣ ହେବ ବୋଲି କହିଲେ ?

ଯୀଶୁ କହିଲେ ଯେ ଈଶ୍ଵରଙ୍କ ରାଜ୍ୟ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କଠାରୁ କାଢି ଦିଆଯିବ,ପୁଣି ଯେଉଁ ଜାତି ସେଥିରେ ଫଳ ଫଳିବ ତାହାକୁ ଦିଆଯିବ [୨୧:୪୩]।

Matthew 21:45

କାହିଁକି ପ୍ରଧାନ ଯାଜକ ଓ ଶାସ୍ତ୍ରୀ ଯୀଶୁଙ୍କ ଉପରେ ଶୀଘ୍ର ହାତ ରଖିଲେ ନାହିଁ ?

ସେମାନେ ଲୋକମାନଙ୍କୁ ଭୟ କଲେ କାରଣ ଲୋକମାନେ ଯୀଶୁଙ୍କୁ ଭାବବାଦୀ ବୋଲି ମାନୁଥିଲେ [୨୧:୪୬] ।


Chapter 22

1 ପୁଣି, ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ, 2 ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ, 3 ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ । 4 ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇ ଅଛନ୍ତି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ, 5 କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ, 6 ଆଉ ବଳକା ଲୋକ ତାହାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ । 7 କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍ କଲେ । 8 ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ । 9 ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର । 10 ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା । 11 କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, 12 ହେ ବନ୍ଧୁ, ତୁମ୍ଭେ ବିବାହବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ ? ମାତ୍ର ସେ ନିରୁତ୍ତର ହୋଇ ରହିଲା । 13 ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ । 14 କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ ।

15 ସେତେବେଳେ ଫାରୂଶୀମାନେ ଯାଇ ତାହାଙ୍କୁ ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କଲେ । 16 ଆଉ, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଏବଂ ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି ପୁଣି, କାହାରିକୁ ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ । 17 ଅତଏବ ଆମ୍ଭମାନଙ୍କୁ କୁହନ୍ତୁ, ଆପଣଙ୍କର ମତ କ'ଣ ? କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ ? 18 କିନ୍ତୁ ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି କହିଲେ, ରେ କପଟୀମାନେ, କାହିଁକି ମୋତେ ପରୀକ୍ଷା କରୁଅଛ ? 19 ସେହି କରର ମୁଦ୍ରା ମୋତେ ଦେଖାଅ। ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ଅଧୁଲି ଆଣିଲେ । 20 ସେ ସେମାନଙ୍କୁ ପଚାରିଲେ, ଏହି ମୁର୍ତ୍ତି ଓ ନାମ କାହାର ? 21 ସେମାନେ କହିଲେ, କାଇସରଙ୍କର । ସେଥିରେ ସେ ସେମାନଙ୍କୁ କହିଲେ, ତେବେ କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ । 22 ସେମାନେ ଏହା ଶୁଣି ଚମତ୍କୃତ ହୋଇ ତାହାଙ୍କୁ ଛାଡ଼ି ଚାଲିଗଲେ ।

23 ପୁନରୁତ୍ଥାନ ନାସ୍ତି କରୁଥିବା ସାଦ୍ଦୂକୀମାନେ ସେହି ଦିନ ତାହାଙ୍କ ପାଖକୁ ଆସି ପଚାରିଲେ, 24 ହେ ଗୁରୁ, ମୋଶା କହିଅଛନ୍ତି ଯେ, ଯଦି କେହି ନିଃସନ୍ତାନ ହୋଇ ମରେ, ତେବେ ତାହାର ଭାଇ ତାହାର ଭାର୍ଯ୍ୟାକୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ । 25 ଦେଖନ୍ତୁ, ଆମ୍ଭମାନଙ୍କ ମଧ୍ୟରେ ସାତ ଭାଇ ଥିଲେ; ପ୍ରଥମଟି ବିବାହ କରି ମରିଗଲା, ପୁଣି, ନିଃସନ୍ତାନ ଥିବାରୁ ଆପଣା ଭାଇ ପାଇଁ ନିଜ ଭାର୍ଯ୍ୟାକୁ ଛାଡ଼ିଗଲା; 26 ଦ୍ୱିତୀୟ, ତୃତୀୟ ଆଦି ସପ୍ତମ ଜଣ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରକାର କଲେ । 27 ସମସ୍ତଙ୍କ ଶେଷରେ ସ୍ତ୍ରୀଟି ମରିଗଲା । 28 ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ ? ସମସ୍ତେ ତ ତାହାକୁ ବିବାହ କରିଥିଲେ । 29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଧର୍ମଶାସ୍ତ୍ର ପୁଣି, ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ । 30 କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ, କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି । 31 ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ୱର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ ? 32 ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର । ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର । 33 ଲୋକମାନେ ଏହା ଶୁଣି ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ ।

34 ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ, 35 ଆଉ ସେମାନଙ୍କ ମଧ୍ୟରୁ ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ତାହାଙ୍କୁ ପରୀକ୍ଷା କରି ପଚାରିଲେ, 36 ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ ? 37 ସେ ତାହାଙ୍କୁ କହିଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର । 38 ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା । 39 ଦ୍ୱିତୀୟଟି ଏହାର ସଦୃଶ, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । 40 ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ ।

41 ଫାରୂଶୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ, 42 ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କ'ଣ ? ସେ କାହାର ସନ୍ତାନ ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର । 43 ଯୀଶୁ ସେମାନଙ୍କୁ କହିଲେ, ତେବେ ଦାଉଦ କିପ୍ରକାରେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ପ୍ରଭୁ ବୋଲି କହନ୍ତି ? 44 ଯଥା, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ । 45 ଅତଏବ, ଦାଉଦ ଯଦି ତାହାଙ୍କୁ ପ୍ରଭୁ ବୋଲି କହନ୍ତି, ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ ? 46 ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇ ପାରିଲେ ନାହିଁ, ପୁଣି, ସେହି ଦିନଠାରୁ କେହି ତାହାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ ।



Translation Questions

Matthew 22:5

ଯେତେବେଳେ ରାଜା ଆପଣା ପୁତ୍ର ନିମନ୍ତେ ବିବାହର ଆୟୋଜନ କଲେ ଓ ନିମନ୍ତ୍ରିତ ଲୋକମାନଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ ସେମାନେ କ'ଣ କଲେ ?

କେତେକ ଏହି ନିମନ୍ତ୍ରଣକୁ ବେଖାତିର୍ କଲେ ଓ ଆପଣା ଆପଣା ବ୍ୟବସାୟକୁ ଚାଲିଗଲେ, ଆଉ ଅବଶିଷ୍ଟଲୋକ ତାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର କଲେ ଓ ବଧ କଲେ [୨୨:୨-୬] ।

ବିବାହ ଆୟୋଜନରେ ନିମନ୍ତ୍ରିତ ଲୋକଙ୍କ ସହ ରାଜା ପ୍ରଥମେ କ'ଣ କଲେ ?

ରାଜା ସୈନ୍ୟମାନଙ୍କୁ ପ୍ରେରଣକରି ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କର ନଗର ଭୂମିସାତ କଲେ [୨୨:୭] ।

Matthew 22:8

ତା'ପରେ ରାଜା କାହାକୁ ବିବାହ ଆୟୋଜନକୁ ନିମନ୍ତ୍ରଣ କଲେ ?

ତା'ପରେ ଭଲ ଓ ମନ୍ଦ ଯେତେଲୋକଙ୍କୁ ତାଙ୍କର ଦାସମାନେ ପାଇଲେ ସେ ସମସ୍ତଙ୍କୁ ବିବାହକୁ ନିମନ୍ତ୍ରଣ କଲେ [୨୨:୯-୧୦] ।

Matthew 22:13

ବିବାହ ବସ୍ତ୍ର ପରିଧାନ ନ କରି ଆସିଥିବା ଲୋକ ପ୍ରତି ରାଜା କ'ଣ କଲେ ?

ରାଜା, ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧାରରେ ପକାଇଦେଲେ [୨୨:୧୧-୧୩]।

Matthew 22:15

ଯୀଶୁଙ୍କୁ କ'ଣ କରିବାକୁ ଫାରୂଶୀମାନେ ଚେଷ୍ଟା କରୁଥିଲେ ?

ଫାରୂଶୀମାନେ ଯୀଶୁଙ୍କୁ ତାଙ୍କରି ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କରୁଥିଲେ [୨୨:୧୫] ।

ଫାରୂଶୀମାନଙ୍କ ଶିଷ୍ୟମାନେ ଯୀଶୁଙ୍କୁ କ'ଣ ପ୍ରଶ୍ନ କଲେ ?

ସେମାନେ ଯୀଶୁଙ୍କୁ ପଚାରିଲେ କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନା [୨୨:୧୭]।

Matthew 22:20

କିପରି ଯୀଶୁ ଫାରୂଶୀମାନଙ୍କ ଶିଷ୍ୟଙ୍କର ପ୍ରଶ୍ନକୁ ଉତ୍ତର ଦେଲେ ?

ଯୀଶୁ କହିଲେ ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ [୨୨:୨୧]।

Matthew 22:23

ପୁନରୁତ୍‍ଥାନ ବିଷୟରେ ସାଦ୍ଦୂକୀମାନଙ୍କର ବିଶ୍ଵାସ କ'ଣ ଥିଲା ?

ସାଦ୍ଦୂକୀମାନେ ବିଶ୍ଵାସ କରୁଥିଲେ ଯେ ସେଠାରେ ପୁନରୁତ୍‍ଥାନ ନାହିଁ ବୋଲି [୨୨:୨୩] ।

Matthew 22:25

ସାଦ୍ଦୂକୀମାନଙ୍କ କାହାଣୀରେ, ସ୍ତ୍ରୀର କେତେ ଜଣ ସ୍ଵାମୀ ଥିଲେ ?

ସ୍ତ୍ରୀର ସାତଜଣ ସ୍ଵାମୀ ଥିଲେ [୨୨:୨୪-୨୭] ।

Matthew 22:29

କେଉଁ ଦୁଇଟି ବିଷୟ ସାଦ୍ଦୂକୀମାନେ ଜାଣି ନାହାନ୍ତି ବୋଲି ଯୀଶୁ କହିଲେ ?

ଯୀଶୁ ସାଦ୍ଦୂକୀମାନେ ଧର୍ମଶାସ୍ତ୍ର ଓ ଈଶ୍ୱରଙ୍କ ଶକ୍ତି ଜାଣି ନାହାନ୍ତି ବୋଲି କହିଲେ [୨୨:୨୯]।

ଯୀଶୁ ପୁନରୁତ୍‍ଥାନର ବିବାହ ବିଷୟରେ କ'ଣ କହିଲେ ?

ଯୀଶୁ ପୁନରୁତ୍‍ଥାନରେ, ସେଠାରେ ବିବାହ ନାହିଁ ବୋଲି କହିଲେ [୨୨:୩୦]।

Matthew 22:31

କିପରି ଯୀଶୁ ଧର୍ମଶାସ୍ତ୍ରରୁ ଦେଖାଇଲେ ଯେ ପୁନରୁତ୍‍ଥାନ ଅଛି ବୋଲି ?

ଯୀଶୁ ଧର୍ମଶାସ୍ତ୍ରକୁ ଉଲ୍ଲେଖ କଲେ ଯେଉଁଠି ପରମେଶ୍ୱର କୁହନ୍ତି , ସେ ଅବ୍ରହାମଙ୍କ ଈଶ୍ୱର, ଇସ୍‍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର, ମୃତମାନଙ୍କ ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର [୨୨:୩୨]।

Matthew 22:34

ଫାରୂଶୀ ବ୍ୟବସ୍ଥାଶାସ୍ତ୍ରଜ୍ଞ ଯୀଶୁଙ୍କୁ କ'ଣ ପ୍ରଶ୍ନ କଲେ ?

ବ୍ୟବସ୍ଥାଶାସ୍ତ୍ରଜ୍ଞ ଯୀଶୁଙ୍କୁ ବ୍ୟବସ୍ଥା ମଧ୍ୟରେ କେଉଁ ଆଜ୍ଞା ଶ୍ରେଷ୍ଠ ବୋଲି ପଚାରିଲେ [୨୨:୩୬]।

Matthew 22:37

କେଉଁ ଦୁଇଟି ଶ୍ରେଷ୍ଠ ଆଜ୍ଞା ଥିଲା ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର ଏବଂ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ଏହି ଦୁଇଟି ଶ୍ରେଷ୍ଠ ଆଜ୍ଞା ଥିଲା [୨୨:୩୭-୩୯] ।

Matthew 22:41

କ'ଣ ପ୍ରଶ୍ନ ଯୀଶୁ ଫାରୂଶୀମାନଙ୍କୁ କଲେ ?

ଖ୍ରୀଷ୍ଟ କାହାର ପୁତ୍ର ବୋଲି ଯୀଶୁ ସେମାନଙ୍କୁ ପଚାରିଲେ [୨୨:୪୨]।

କ'ଣ ଉତ୍ତର ଫାରୂଶୀମାନେ ଯୀଶୁଙ୍କୁ ଦେଲେ ?

ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର ଥିଲେ ବୋଲି ଫାରୂଶୀମାନେ କହିଲେ [୨୨:୪୨]।

Matthew 22:43

କ'ଣ ଦ୍ୱିତୀୟ ପ୍ରଶ୍ନ ଯୀଶୁ ତେବେ ଫାରୂଶୀମାନଙ୍କୁ ପଚାରିଲେ ?

ଦାଉଦ ଯଦି ତାହାଙ୍କୁ ପ୍ରଭୁ ବୋଲି କହନ୍ତି ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ [୨୨:୪୩-୪୫]।

Matthew 22:45

କ'ଣ ଉତ୍ତର ଫାରୂଶୀମାନେ ଯୀଶୁଙ୍କୁ ଦେଲେ ?

ଫାରୂଶୀମାନେ ଯୀଶୁଙ୍କୁ ପଦେ ହେଲେ ଉତ୍ତର ଦେବାକୁ ସକ୍ଷମ ନ ଥିଲେ [୨୨:୪୬]।


Chapter 23

1 ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, 2 ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସିଅଛନ୍ତି । 3 ଅତଏବ ସେମାନେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ । 4 ସେମାନେ ଗୁରୁ ଭାର ବହନ କରି ମନୁଷ୍ୟମାନଙ୍କ କାନ୍ଧରେ ଥୋଇଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ । 5 ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି, 6 ଆଉ ଭୋଜନରେ ପ୍ରଧାନ ସ୍ଥାନ ଓ ସମାଜଗୃହରେ ପ୍ରଧାନ ଆସନ, 7 ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି । 8 କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି, ତୁମ୍ଭେମାନେ ସମସ୍ତେ ଭାଇ । 9 ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି । 10 ଆଉ ତୁମ୍ଭେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ । 11 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ । 12 ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ କେହି ଆପଣକୁ ନତ କରେ ତାହାକୁ ଉନ୍ନତ କରାଯିବ ।

13 କିନ୍ତୁ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ବନ୍ଦ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି, ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ । 14 [ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥାଅ; ଏଣୁ ତୁମ୍ଭେମାନେ ଗୁରୁତର ଦଣ୍ଡ ପାଇବ ।] 15 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ । 16 ହାୟ, ଦଣ୍ଡର ପାତ୍ର ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ କହୁଥାଅ, କେହି ମନ୍ଦିରର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ମନ୍ଦିରସ୍ଥ ସ୍ୱର୍ଣ୍ଣର ଶପଥ କରେ, ସେ ତଦ୍ୱାରା ବନ୍ଧା । 17 ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କ'ଣ ଶ୍ରେଷ୍ଠ ? 18 ଆହୁରି କହୁଥାଅ, କେହି ବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ୱାରା ବନ୍ଧା । 19 ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ବେଦି, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ ? 20 ଅତଏବ ଯେଉଁ ଲୋକ ବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ; 21 ଆଉ ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ; 22 ପୁଣି, ଯେ ସ୍ୱର୍ଗର ଶପଥ କରେ, ସେ ଈଶ୍ୱରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ । 23 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମୋହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟ ଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ । 24 ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ । 25 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ସଫା କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ । 26 ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ । 27 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଧଳା ରଙ୍ଗର ସମାଧି ସରୂପ । ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ; 28 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ ।

29 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ, 30 ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃପୁରୁଷଙ୍କ ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇ ନ ଥାଆନ୍ତୁ । 31 ଏଣୁ ତୁମ୍ଭେମାନେ ଯେ ଭାବବାଦୀଙ୍କ ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ବିଷୟରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ । 32 ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର । 33 ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ ? 34 ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ, 35 ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଯିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ । 36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ଘଟିବ ।

37 ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତାରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ । 38 ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ିଦିଆଯାଉଅଛି । 39 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ, ତୁମ୍ଭେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ ।



Translation Questions

Matthew 23:1

ଯେହେତୁ,ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସି ଅଛନ୍ତି,ସେମାନଙ୍କର ଶିକ୍ଷାକୁ କ'ଣ କରିବା ନିମନ୍ତେ ଯୀଶୁ ଲୋକମାନଙ୍କୁ କହିଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସି ଯେଉଁ ଶିକ୍ଷା ଦେଉଥିଲେ ତାହା ଅନୁସରଣ କରିବା ନିମନ୍ତେ ଯୀଶୁ ଲୋକମାନଙ୍କୁ କହିଲେ [୨୩:୨-୩]।

କାହିଁକି ଯୀଶୁ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ କର୍ମକୁ ଅନୁସରଣ ନ କରିବାକୁ ଲୋକମାନଙ୍କୁ କହିଲେ ?

ଯୀଶୁ କହିଲେ ସେମାନେ ସେମାନଙ୍କୁ ଅନୁସରଣ କରିବା ଉଚିତ୍ ନୁହେଁ କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ [୨୩:୩] ।

Matthew 23:4

କେଉଁ ଉଦ୍ଦେଶ୍ୟରେ ଫାରୂଶୀ ଓ ଶାସ୍ତ୍ରୀମାନେ ତାଙ୍କର ସମସ୍ତ କାର୍ଯ୍ୟ କରନ୍ତି ?

ଫାରୂଶୀ ଓ ଶାସ୍ତ୍ରୀମାନେ ଲୋକଙ୍କୁ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି [୨୩:୫]।

Matthew 23:8

କାହାକୁ ଆମ୍ଭମାନଙ୍କର ପିତା ଜଣେ ଓ ଗୁରୁ ଜଣେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ଆମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି ଓ ଆମ୍ଭମାନଙ୍କର ଗୁରୁ ଜଣେ, ସେ ଖ୍ରୀଷ୍ଟ [୨୩:୮-୧୦]।

Matthew 23:11

ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ ପୁଣି ଯେକେହି ଆପଣାକୁ ନତ କରେ ତାହାକୁ ପରମେଶ୍ୱର କ'ଣ କରିବେ ?

ପରମେଶ୍ୱର ଯେକେହି ନିଜକୁ ଉନ୍ନତ କରେ ତାହାକୁ ନତ କରିବେ ଏବଂ ଯେକେହି ନିଜକୁ ନତ କରେ ତାହାକୁ ଉନ୍ନତ କରିବେ [୨୩:୧୩]।

Matthew 23:13

ଯେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନେ ଏକ ନୂତନ ପରିବର୍ତ୍ତନ କଲେ, କାହାର ପୁତ୍ର ସେ ଥିଲେ ?

ଯେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନେ ଏକ ନୂତନ ପରିବର୍ତ୍ତନ କଲେ, ସେ ଦୁଇଥର ନରକର ପୁତ୍ର ଥିଲେ , ଯେମିତି ସେମାନେ [୨୩:୧୫]।

କେଉଁ ନାମରେ ଯୀଶୁ ବାରମ୍ବାର ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଡାକୁଥିଲେ ଯାହା ସେମାନଙ୍କର ଚରିତ୍ରକୁ ବର୍ଣ୍ଣନା କରେ ?

ଯୀଶୁ ବାରମ୍ବାର ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କପଟୀ କହି ଡାକୁଥିଲେ [୨୩:୧୩,୨୩,୨୫,୨୭,୨୯]।

Matthew 23:16

ଶପଥରେ ବାନ୍ଧି ହୋଇ ରହିବା ବିଷୟରେ ଯୀଶୁ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଶିକ୍ଷା ବିଷୟରେ କ'ଣ କହିଲେ ?

ଯୀଶୁ କହିଲେ ଶାସ୍ତ୍ରୀ ଓ ଫାରୂଶୀମାନେ ଅନ୍ଧ ନିର୍ଦ୍ଦେଶକମାନେ ଓ ମୂଢ଼ ଅନ୍ଧମାନେ ଥିଲେ [୨୩:୧୬-୧୯]।

Matthew 23:23

ଶାସ୍ତ୍ରୀ ଓ ଫାରୂଶୀମାନେ ଯଦିଓ ସେମାନେ ପ୍ରତିଦିନ ପାନମହୁରୀ ଓ ଜୀରା, ଦଶମାଂଶ ଦେଉଥିଲେ ତଥାପି ସେମାନେ କେଉଁ ବିଷୟରେ ବିଫଳ ହୋଇଥିଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ, ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, କରିବାରେ ବିଫଳ ହୋଇଥିଲେ [୨୩:୨୩]।

Matthew 23:25

କ'ଣ ଶାସ୍ତ୍ରୀ ଓ ଫାରୂଶୀମାନେ ପରିଷ୍କାର କରିବାକୁ ଭୁଲିଗଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ ଗିନାର ଭିତର ପଟ ପରିଷ୍କାର କରିବାକୁ ବିଫଳ ହୋଇଥିଲେ, ତେଣୁ ଥାଳୀର ବାହାର ପଟ ପରିଷ୍କାର ହୋଇପାରିଲା ନାହିଁ [୨୩:୨୫-୨୬] ।

Matthew 23:27

କେଉଁ ବିଷୟରେ ଶାସ୍ତ୍ରୀ ଓ ଫାରୂଶୀମାନେ ଭିତର ପଟ ପରିପୂର୍ଣ୍ଣ ହୋଇଥିଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ ଲୁଣ୍ଠନକର୍ମ, କପଟ ଓ ଅଧର୍ମରେ ପରିପୂର୍ଣ୍ଣ ଥିଲେ [୨୩:୨୫,୨୮]।

Matthew 23:29

ଶାସ୍ତ୍ରୀ ଓ ଫାରୂଶୀମାନଙ୍କର ପିତାମାନେ ପରମେଶ୍ୱରଙ୍କର ଭାବବାଦୀଙ୍କ ସହ କ'ଣ କରିଥିଲେ ?

ଶାସ୍ତ୍ରୀ ଓ ଫାରୂଶୀମାନଙ୍କର ପିତାମାନେ ପରମେଶ୍ୱରଙ୍କର ଭାବବାଦୀଙ୍କୁ ବଧ କରିଥିଲେ [୩:୨୯-୩୧]।

Matthew 23:32

କେଉଁ ନ୍ୟାୟ ଶାସ୍ତ୍ରୀ ଓ ଫାରୂଶୀମାନେ ସମ୍ମୁଖୀନ ହେବାକୁ ଯାଉଥିଲେ ?

ନରକର ନ୍ୟାୟ ଶାସ୍ତ୍ରୀ ଓ ଫାରୂଶୀମାନେ ସମ୍ମୁଖୀନ ହେବାକୁ ଯାଉଥିଲେ [୨୩:୩୩]।

Matthew 23:34

ଶାସ୍ତ୍ରୀ ଓ ଫାରୂଶୀମାନେ ଭାବାବାଦୀ, ଜ୍ଞାନୀ,ଓ ଶାସ୍ତ୍ରୀମାନଙ୍କୁ କ'ଣ କରିବେ,ଯେଉଁମାନଙ୍କୁ ସେ ପଠାଇବେ ?

ଯୀଶୁ କହିଲେ ସେମାନେ ସେମାନଙ୍କ ମଧ୍ୟରୁ କାହା କାହାକୁ ହତ୍ୟା କରିବେ ଓ କ୍ରୁଶରେ ବଧ କରିବେ, ଆଉ କାହା କାହାକୁ ସମାଜଗୃହରେ କୋରଡ଼ା ମାରିବେ ଓ ନଗରକୁ ନଗର ତାଡ଼ନା କରିବେ [୨୩:୩୪]।

ସେମାନଙ୍କ ବ୍ୟବହାରର ଫଳ ସ୍ଵରୂପ, କେଉଁ ଅପରାଧ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଉପରେ ବର୍ତ୍ତିବ ?

ଧାର୍ମିକମାନଙ୍କ ପୃଥିବୀରେ ରକ୍ତପାତର ଅପରାଧ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଉପରେ ବର୍ତ୍ତିବ [୨୩:୩୫]।

କେଉଁ ପିଢିକୁ ଏହି ସମସ୍ତ ବିଷୟ ଘଟିବ ବୋଲି ଯୀଶୁ କହିଲେ ?

ଏହି ପିଢ଼ିକୁ ତାହା ଘଟିବ ବୋଲି ଯୀଶୁ କହିଲେ [୨୩:୩୬]।

Matthew 23:37

କେଉଁ ଇଛା ଯୀଶୁ ଯିରୂଶାଲମର ସନ୍ତାନମାନଙ୍କ ପାଇଁ ରଖିଥିଲେ ଏବଂ କାହିଁକି ଏହା ସଫଳ ହେଲା ନାହିଁ ?

ଯୀଶୁ ଯିରୂଶାଲମର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବାକୁ ଇଛା କରିଥିଲେ ,କିନ୍ତୁ ସେମାନେ ରାଜି ହେଲେ ନାହିଁ [୨୩:୩୭]।

କିପରି ଯିରୂଶାଲମର ଗୃହ ବର୍ତ୍ତମାନ ଛାଡି ଦିଆଯାଇଛି ?

ଯିରୂଶାଲମର ଗୃହ ବର୍ତ୍ତମାନ ପରିତ୍ୟାଗ କରି ଛାଡି ଦିଆଯାଇଛି [୨୩:୩୮]।


Chapter 24

1 ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦସମୂହ ଦେଖାଇବା ପାଇଁ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ସେ ସେମାନଙ୍କୁ କହିଲେ, 2 ତୁମ୍ଭେମାନେ କ'ଣ ଏହି ସମସ୍ତ ଦେଖୁ ନାହଁ ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ।

3 ପରେ ସେ ଜୀତପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି, ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କ'ଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ । 4 ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ । 5 କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ । 6 ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ । କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ । 7 କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ । 8 କିନ୍ତୁ ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର । 9 ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। 10 ସେତେବେଳେ ଅନେକେ ବିଘ୍ନ ପାଇବେ,ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ, 11 ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ, 12 ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ । 13 ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ । 14 ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ ।

15 ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), 16 ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; 17 ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; 18 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ନେଇଯିବା ପାଇଁ ଲେଉଟି ନ ଯାଉ । 19 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର, 20 କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମବାରରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର । 21 କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ । 22 ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ । 23 ସେତେବେଳେ 'ଦେଖ, ଖ୍ରୀଷ୍ଟ ଏଠାରେ' କିବା 'ସେଠାରେ', କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ । 24 କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ । 25 ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି । 26 ଅତଏବ, 'ଦେଖ, ସେ ପ୍ରାନ୍ତରରେ ଅଛନ୍ତି', ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; 'ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି', ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ । 27 କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ । 28 ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ ।

29 ମାତ୍ର ସେହି ସମୟର କଷ୍ଟ ପରେ ହଠାତ୍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ । 30 ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । 31 ଆଉ, ସେ ମହାତୂରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।

32 ଡିମ୍ବିରି ଗଛରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; 33 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ । 34 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ । 35 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

36 କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି । 37 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ । 38 କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ, 39 ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାର ହେବ । 40 ସେତେବେଳେ ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ; 41 ଦୁଇ ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ । 42 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ । 43 କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ପ୍ରବେଶ କରିବାକୁ ଦିଅନ୍ତେ ନାହିଁ । 44 ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ ।

45 ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ? 46 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ । 47 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ । 48 କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି 49 ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ, 50 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟରେ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ, 51 ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।



Translation Questions

Matthew 24:1

ଯିରୂଶାଲମ ମନ୍ଦିର ବିଷୟରେ ଯୀଶୁ କ'ଣ ଭବିଷ୍ୟବାଣୀ କଲେ ?

ମନ୍ଦିରର ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ ବୋଲି ଯୀଶୁ ଭବିଷ୍ୟବାଣୀ କଲେ [୨୪:୨] ।

Matthew 24:3

ଶିଷ୍ୟମାନେ ମନ୍ଦିର ବିଷୟରେ ଭବିଷ୍ୟବାଣୀ ଶୁଣିଲା ପରେ ଯୀଶୁଙ୍କୁ କ'ଣ ପଚାରିଲେ ?

ଯୁଗାନ୍ତର ଲକ୍ଷଣ କଅଣ ଓ ତାଙ୍କର ଆଗମନର ଚିହ୍ନ କ'ଣ ଏବଂ ଏହି ସବୁ ବିଷୟ କେବେ ଘଟିବ ବୋଲି ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ [୨୪:୩]।

କି ପ୍ରକାରର ଲୋକମାନେ ଅନେକଙ୍କୁ ଭ୍ରାନ୍ତ କରିବେ ବୋଲି ଯୀଶୁ କହିଲେ ?

ଅନେକ ଖ୍ରୀଷ୍ଟ ବୋଲି ଆସି, ଅନେକଙ୍କୁ ଭ୍ରାନ୍ତ କରିବେ ବୋଲି ଯୀଶୁ କହିଲେ [୨୪:୫]।

Matthew 24:6

କେଉଁ ଘଟଣାକୁ ଯୀଶୁ ପ୍ରସବବେଦନାର ଆରମ୍ଭ ବୋଲି କହିଲେ ?

ସ୍ଥାନେ ସ୍ଥାନେ ଦୂର୍ଭିକ୍ଷ ଓ ଭୂମିକମ୍ପ ପ୍ରସବବେଦନାର ଆରମ୍ଭ ବୋଲି ଯୀଶୁ କହିଲେ [୨୪:୬-୮]।

Matthew 24:9

ଏହି ସମୟରେ ବିଶ୍ଵାସୀମାନଙ୍କ ମଧ୍ୟରେ କ'ଣ ହେବ ବୋଲି ଯୀଶୁ କହିଲେ ?

ବିଶ୍ଵାସୀମାନେ ବିଘ୍ନ ପାଇବେ, ପୁଣି ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ ବୋଲି ଯୀଶୁ କହିଲେ [୨୪:୯-୧୨]।

Matthew 24:12

କାହାକୁ ଉଦ୍ଧାର ପାଇବେ ବୋଲି ଯୀଶୁ କହିଲେ ?

ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ବୋଲି ଯୀଶୁ କହିଲେ [୨୪:୧୩] ।

ଶେଷ ଆସିବା ପୂର୍ବରୁ କ'ଣ ଘଟିବବୋଲି ଯୀଶୁ କହିଲେ ?

ଯୁଗାନ୍ତ ପୂର୍ବରୁ ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ବୋଲି ଯୀଶୁ କହିଲେ [୨୪:୧୪]।

Matthew 24:15

ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିଲେ ବିଶ୍ଵାସୀମାନେ କ'ଣ କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ବିଶ୍ଵାସୀମାନେ ପର୍ବତମାଳାକୁ ପଳାଇ ଯିବା ଉଚିତ୍ ବୋଲି ଯୀଶୁ କହିଲେ [୨୪:୧୫-୧୮]।

Matthew 24:19

ସେହି ଦିନମାନଙ୍କରେ କେତେ ବଡ଼ ମହାକ୍ଲେଶ ହେବ ବୋଲି ଯୀଶୁ କହିଲେ ?

ସେହି ଦିନମାନଙ୍କରେ ଏପରି ମହାକ୍ଲେଶ ଘଟିବ ଯେ, ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ [୨୪:୨୧] ।

Matthew 24:23

କିପରି ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବାବାଦୀମାନେ ଅନେକଙ୍କୁ ଭ୍ରାନ୍ତ କରିବେ ?

ମହା ଚିହ୍ନ ଓ ଅଦ୍ଭୂତ କର୍ମମାନ ଦେଖାଇ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବାବାଦୀମାନେ ଅନେକଙ୍କୁ ଭ୍ରାନ୍ତ କରିବେ[୨୪:୨୪]।

Matthew 24:26

ମନୁଷ୍ୟ ପୁତ୍ରର ଆଗମନ କିପରି ଦେଖାଯିବା ?

ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟ-ପୁତ୍ରଙ୍କର ଆଗମନ ହେବ [୨୪:୨୭]।

Matthew 24:29

ସୂର୍ଯ୍ୟ,ଚନ୍ଦ୍ର ଓ ନକ୍ଷତ୍ରମାଳାକୁ ସେହି ସମୟର କ୍ଳେଶ ଉତ୍ତାରେ କ'ଣ ଘଟିବ ?

ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହେବେ, ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଖଳିତ ହେବେ [୨୪:୨୯] ।

Matthew 24:30

ପୃଥିବୀର ସମସ୍ତ ଗୋଷ୍ଠୀ ମନୁଷ୍ୟ ପୁତ୍ରଙ୍କୁ ମହିମା ଓ ଶକ୍ତିରେ ଆସିବା ଦେଖି କ'ଣ କରିବେ ?

ପୃଥିବୀର ସମସ୍ତ ଗୋଷ୍ଠୀ ଆପଣା ଆପଣା ଛାତି ପିଟିବେ [୨୪:୩୦]।

ଯେତେବେଳେ ମନୁଷ୍ୟ ପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବାକୁ କେଉଁ ଧ୍ୱନି ହେବ ?

ଯେତେବେଳେ ଦୂତମାନେ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ସେତେବେଳେ ମହାତୂରୀଧ୍ୱନି ହେବ [୨୪:୩୧]।

Matthew 24:34

ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ କ'ଣ ଲୋପ ପାଇବ ନାହିଁ ବୋଲି ଯୀଶୁ କହିଲେ ?

ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ଗୋଷ୍ଠୀ କୌଣସି ପ୍ରକାରେ ଲୋପ ପାଇବ ନାହିଁ ବୋଲି ଯୀଶୁ କହିଲେ [୨୪:୩୪] ।

କ'ଣ ଲୋପ ପାଇବ ଓ କ'ଣ କଦାପି ଲୋପ ପାଇଵ ନାହିଁ ବୋଲି ଯୀଶୁ କହିଲେ ?

ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ତାଙ୍କରି ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ବୋଲି ଯୀଶୁ କହିଲେ [୨୪:୩୫] ।

Matthew 24:36

ଏସମସ୍ତ ବିଷୟ କେବେ ଘଟିବ କିଏ ଜାଣେ ?

ଏସମସ୍ତ ବିଷୟ କେବେ ଘଟିବ କେବଳ ପିତା ଜାଣନ୍ତି [୨୪:୩୬]।

Matthew 24:37

କିପରି ମନୁଷ୍ୟ ପୁତ୍ରର ଆଗମନ ନୋହଙ୍କର ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟ ପରି ହେବ ?

ଲୋକମାନେ ବିବାହ ଦେବାରେ ପ୍ରବୃତ୍ତ ରହିବେ, ଖାଇବେ ଓ ପିଇବେ ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଆସୁଥିବା ନ୍ୟାୟ ବିଷୟରେ କିଛି ଜାଣିବେ ନାହିଁ [୨୪:୩୭-୩୯]।

Matthew 24:43

ତାଙ୍କରି ଆଗମନ ବିଷୟରେ କେଉଁ ବ୍ୟବହାର ସେମାନେ ରଖିବା ଉଚିତ୍ ବୋଲି ଯୀଶୁ କହିଲେ ଓ କାହିଁକି ?

ତାଙ୍କରି ବିଶ୍ଵାସୀମାନେ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍ କାରଣ ସେମାନେ ଜାଣନ୍ତି ନାହିଁ ଯେ କେଉଁ ଦିନ ପ୍ରଭୁ ଆଗମନ କରିବେ ବୋଲି ଯୀଶୁ କହିଲେ [୨୪:୪୨,୪୪]।

Matthew 24:48

ଯେତେବେଳେ ସ୍ଵାମୀ ଦୂରରେ ଥାଆନ୍ତି ଦୁଷ୍ଟ ଦାସ କ'ଣ କରେ ?

ଦୁଷ୍ଟ ଦାସ ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ ଯେତେବେଳେ ସ୍ଵାମୀ ଦୂରରେ ଥାଆନ୍ତି [୨୪:୪୮-୪୯]।

ଯେତେବେଳେ ସ୍ଵାମୀ ଦୂରରେ ଅଛନ୍ତି ସେତେବେଳେ ଜଣେ ବିଶ୍ଵସ୍ତ ଦାସ ଓ ଜଣେ ଜ୍ଞାନୀ ଦାସ କ'ଣ କରନ୍ତି ?

ଯେତେବେଳେ ସେ ଫେରନ୍ତି, ଯେଉଁଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହୁଏ, ଦୁଷ୍ଟ ଦାସକୁ ସ୍ଵାମୀ ଦ୍ୱିଖଣ୍ଡ କରି ପଠାଇଦିଅନ୍ତି [୨୪:୫୧] ।


Chapter 25

1 ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ । 2 ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ । 3 ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, 4 ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ । 5 ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ । 6 କିନ୍ତୁ ଅର୍ଦ୍ଧରାତ୍ରରେ 'ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ୍ କରିବାକୁ ବାହାର', ଏପରି କୋଳାହଳ ହେଲା । 7 ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ । 8 କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତେଲରୁ ଆମକୁ ଟିକେ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି । 9 ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ତୁମ ଆମ ପାଇଁ ତ ଅଣ୍ଟିବ ନାହିଁ, ବରଂ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ । 10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ 'ବର' ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା । 11 ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇଦିଅନ୍ତୁ । 12 କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ । 13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ ।

14 କାରଣ ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଡାକି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ୍ୟ ସେହିପରି । 15 ସେ ଜଣକୁ ପାଞ୍ଚ ତୋଡ଼ା, ଅନ୍ୟ ଜଣକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ । 16 ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ସେହିକ୍ଷଣି ତାହା ନେଇ ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା । 17 ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା । 18 ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା । 19 ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ । 20 ଆଉ, ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ଆଉ ପାଞ୍ଚ ତୋଡ଼ା ନେଇ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ପାଞ୍ଚ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ପାଞ୍ଚ ତୋଡ଼ା ଲାଭ କରିଛି । 21 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ । 22 ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଛି । 23 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ । 24 ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି । 25 ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି; ଦେଖନ୍ତୁ, ଆପଣ ନିଜର ଧନ ପାଇଲେ । 26 କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କ'ଣ ଜାଣିଥିଲୁ ? 27 ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ଉଚିତ ଥିଲା; ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାଇଥାନ୍ତି । 28 ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ । 29 କାରଣ ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ । 30 ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।

31 ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, 32 ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି, 33 ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ । 34 ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ; 35 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ; 36 ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ । 37 ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ ? 38 ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ ? କିମ୍ବା ଉଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ ? 39 ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ ? 40 ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ । 41 ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର, 42 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; 43 ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ । 44 ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ ? 45 ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ । 46 ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ ।



Translation Questions

Matthew 25:1

ନିର୍ବୁଦ୍ଧି କନ୍ୟାମାନେ ଯେତେବେଳେ ବରଙ୍କ ସହିତ ସାକ୍ଷାତ କରିବାକୁ ଗଲେ କ'ଣ କଲେ ନାହିଁ ?

ନିର୍ବୁଦ୍ଧି କନ୍ୟାମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ [୨୫:୩]।

ସୁବୁଦ୍ଧି କନ୍ୟାମାନେ କ'ଣ କଲେ ଯେତେବେଳେ ସେମାନେ ବରଙ୍କ ସହିତ ସାକ୍ଷାତ କରିବାକୁ ଗଲେ ?

ସୁବୁଦ୍ଧି କନ୍ୟାମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ [୨୫:୪]।

Matthew 25:5

କେତେବେଳେ ବର ଆସିଲେ ଏବଂ କେଉଁ ସମୟକୁ ଅପେକ୍ଷା କରାଯାଇଥିଲା ?

ଅର୍ଦ୍ଧରାତ୍ରିରେ ବର ଆସିଲେ ଯାହା ଅପେକ୍ଷା କରାଯାଇଥିବା ସମୟ ପରେ ଥିଲା [୨୫:୫-୬]।

Matthew 25:10

ଯେତେବେଳେ ବର ଆସିଲେ ସୁବୁଦ୍ଧି କନ୍ୟାଙ୍କ ସହିତ କ'ଣ ହେଲା?

ଯେତେବେଳେ ବର ଆସିଲେ ସୁବୁଦ୍ଧି କନ୍ୟାମାନେ ବର ସହିତ ବିବାହ-ଉତ୍ସବକୁ ଗଲେ [୨୫:୧୦]

ଯେତେବେଳେ ବର ଆସିଲେ ନିର୍ବୁଦ୍ଧି କନ୍ୟାମାନଙ୍କ ସହିତ କ'ଣ ଘଟିଲା ?

ନିର୍ବୁଦ୍ଧି କନ୍ୟାମାନଙ୍କୁ ଯାଇ ତେଲ କିଣିବାକୁ ଥିଲା ଏବଂ ଯେତେବେଳେ ସେମାନେ ଫେରି ଆସିଲେ ସେମାନଙ୍କ ପାଇଁ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ ଦ୍ୱାର ବନ୍ଦ କରାଗଲା [୨୫:୮-୧୨]।

ଦଶ କନ୍ୟାଙ୍କ ଦୃଷ୍ଟାନ୍ତରୁ ବିଶ୍ଵାସୀମାନେ କ'ଣ ଶିଖନ୍ତୁ ବୋଲି ଯୀଶୁ କ'ଣ ଚାହୁଁଥିଲେ ବୋଲି ସେ କହିଲେ ?

ବିଶ୍ଵାସୀମାନେ ଜାଗ୍ରତ ରହିବା ଉଚିତ୍ ,କାରଣ ସେମାନେ ଜାଣନ୍ତି ନାହିଁ କେତେବେଳେ ସେହି ସମୟ ଆସିବ, ଯୀଶୁ କହିଲେ [୨୫:୧୩]।

Matthew 25:14

ଦାସମାନେ ପାଞ୍ଚ ତୋଡ଼ା ଓ ଦୁଇ ତୋଡା ସହ ସେମାନଙ୍କର ଜ୍ଞାନ ସହ କ'ଣ କଲେ ଯେତେବେଳେ ତାହାରି ପ୍ରଭୁ ଯାତ୍ରାରେ ଗଲେ ?

ଯେଉଁ ଦାସ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ତାହା ଘେନି ଆଉ ପାଞ୍ଚ ତୋଡ଼ା ଲାଭ କଲା ଏବଂ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା [୨୫:୧୬-୧୭]।

Matthew 25:17

ଦାସ ଜଣକ ଗୋଟିଏ ତୋଡା ସହ କ'ଣ କଲା ଯେତେବେଳେ ତାହାର ପ୍ରଭୁ ଯାତ୍ରାରେ ଗଲେ ?

ଯେଉଁ ଦାସ ଗୋଟିଏ ତୋଡା ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା [୨୫:୧୮] ।

Matthew 25:19

କେତେ ସମୟ ପର୍ଯ୍ୟନ୍ତ ପ୍ରଭୁ ଯାତ୍ରାରେ ଦୂରରେ ଥିଲେ ?

ଅନେକ ସମୟ ପର୍ଯ୍ୟନ୍ତ ପ୍ରଭୁ ଯାତ୍ରାରେ ଥିଲେ [୨୫:୧୯] ।

ଯେତେବେଳେ ସେ ଫେରିଲେ ସେ ପାଞ୍ଚ ତୋଡ଼ା ଓ ଦୁଇ ତୋଡା ଲାଭ କରିଥିବା ଦାସଙ୍କ କ'ଣ କଲେ ?

ପ୍ରଭୁ କହିଲେ,'' ବେଶ୍‍, ଉତ୍ତମ ଓ ବିଶ୍ୱସ୍ତ ଦାସ,'' ଏବଂ ସେମାନଙ୍କୁ ବହୁତ ବିଷୟ ଉପରେ ନିଯୁକ୍ତ କଲେ [୨୫:୨୦-୨୩] ।

Matthew 25:26

ଯେତେବେଳେ ସେ ଫେରିଲେ ,ଯେଉଁ ଦାସ କେବଳ ଗୋଟିଏ ତୋଡା ଦେଲା ତାହା ସହିତ କ'ଣ କଲେ ?

ପ୍ରଭୁ କହିଲେ ,''ରେ ଦୁଷ୍ଟ ଓ ଅଳସ ଦାସ,''ଗୋଟିଏ ତୋଡା ତାହାଠାରୁ ନେଲେ ଓ ତାହାକୁ ଅନ୍ଧାରରେ ଫୋଫାଡିଲେ [୨୫:୨୪-୩୦]।

Matthew 25:31

ଯେତେବେଳେ ମନୁଷ୍ୟ ପୁତ୍ର ଆସନ୍ତି ଓ ତାଙ୍କରି ଗୌରବମୟ ସିଂହାସନରେ ବସନ୍ତି କ'ଣ ହେବ ?

ମନୁଷ୍ୟ ପୁତ୍ର ସମସ୍ତ ଜାତି ଏକତ୍ର କରିବେ, ଆଉ ସେ ସେମାନଙ୍କୁ ପରସ୍ପରଠାରୁ ପୃଥକ୍‍ କରିବେ [୨୫:୩୧-୩୨]।

Matthew 25:34

ରାଜାଙ୍କର ଦକ୍ଷିଣ ହସ୍ତ ଲୋକମାନେ କ'ଣ ପାଇବେ ?

ରାଜାଙ୍କର ଦକ୍ଷିଣ ହସ୍ତ ଲୋକମାନେ ଜଗତର ନିର୍ମାଣ ପୂର୍ବରୁ ଯେଉଁ ରାଜ୍ୟ ସେମାନଙ୍କ ନିମନ୍ତେ ପ୍ରସ୍ତୁତି ହୋଇଅଛି ପ୍ରାପ୍ତ କରିବେ [୨୫:୩୪]।

ଯେଉଁମାନେ ରାଜାଙ୍କର ଦକ୍ଷିଣ ପାର୍ଶ୍ୱସ୍ଥ ଲୋକମାନେ ସେମାନେ ତା'ଙ୍କ ଜୀବନରେ କ'ଣ କରିଥିଲେ ?

ଯେଉଁମାନେ ରାଜାଙ୍କର ଦକ୍ଷିଣ ପାର୍ଶ୍ୱରେ ଥିଲେ ସେମାନେ କ୍ଷୁଧିତକୁ ଭୋଜନ କରିବାକୁ ଦେଇଥିଲେ , ତୃଷିତକୁ ପାନ କରିବାକୁ ଦେଇଥିଲେ, ପ୍ରବାସୀକୁ ଆଶ୍ରୟ ଦେଇଥିଲେ, ଉଲଙ୍ଗକୁ ବସ୍ତ୍ର ପରିଧାନ କରାଇଥିଲେ,ପୀଡ଼ିତକୁ ଯତ୍ନ ନେଇଥିଲେ,କାରାଗାରରେ ବନ୍ଦୀ ନିକଟକୁ ଯାଇଥିଲେ [୨୫:୩୫-୪୦]।

Matthew 25:41

ଯେଉଁମାନେ ରାଜାଙ୍କର ବାମ ପାର୍ଶ୍ୱରେ ଅଛନ୍ତି ସେମାନେ କ'ଣ ପାଇବେ ?

ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନିକୁ ଯେଉଁମାନେ ରାଜାଙ୍କର ବାମ ପାର୍ଶ୍ୱରେ ଅଛନ୍ତି ପ୍ରାପ୍ତ କରିବେ [୨୫:୪୧]।

Matthew 25:44

ଯେଉଁମାନେ ରାଜାଙ୍କର ବାମ ପାର୍ଶ୍ୱରେ ଥିବା ଲୋକମାନେ କ'ଣ ଜୀବନରେ କରି ନ ଥିଲେ ?

ରାଜାଙ୍କର ବାମ ପାର୍ଶ୍ୱରେ ଥିବା ଲୋକମାନେ ସେମାନେ କ୍ଷୁଧିତକୁ ଭୋଜନ କରିବାକୁ ଦେଇ ନ ଥିଲେ, ତୃଷିତକୁ ପାନ କରିବାକୁ ଦେଇ ନ ଥିଲେ, ପ୍ରବାସୀକୁ ଆଶ୍ରୟ ଦେଇ ନ ଥିଲେ, ଉଲଙ୍ଗକୁ ବସ୍ତ୍ର ପରିଧାନ କରାଇ ନ ଥିଲେ, ପୀଡ଼ିତକୁ ଯତ୍ନ ନେଇ ନ ଥିଲେ, କାରାଗାରରେ ବନ୍ଦୀ ନିକଟକୁ ଯାଇ ନ ଥିଲେ [୨୫:୪୨-୪୫]।


Chapter 26

1 ଯୀଶୁ ଏହି ସମସ୍ତ କଥା ଶେଷ କରି ଆପଣା ଶିଷ୍ୟମାନଙ୍କୁ କହିଲେ, 2 ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ, ଏହା ତୁମ୍ଭେମାନେ ଜାଣ, ପୁଣି, ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବେ । 3 ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ, 4 ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ; 5 କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ ।

6 ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଥିବା ସମୟରେ, 7 ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ । 8 କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି ? 9 ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା । 10 ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ ? ସେ ତ ମୋ ପ୍ରତି ଉତ୍ତମ କର୍ମ କରିଅଛି । 11 ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ପାଖରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ପାଖରେ ନ ଥିବି । 12 ଆଉ, ସେ ମୋର ସମାଧି-କ୍ରିୟାସ୍ୱରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି । 13 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ ।

14 ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଈଷ୍କାରିୟୋଥ ଯିହୂଦା ନାମକ ପ୍ରଧାନ ଯାଜକମାନଙ୍କ ପାଖକୁ ଯାଇ କହିଲା, 15 ମୋତେ କ'ଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି । ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟମୁଦ୍ରା ତୌଲି କରିଦେଲେ । 16 ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା ।

17 ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି ? 18 ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି । 19 ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ । 20 ପରେ ସନ୍ଧ୍ୟା ହୁଅନ୍ତେ, ସେ ଦ୍ୱାଦଶ ଶିଷ୍ୟମାନଙ୍କ ସହିତ ଭୋଜନରେ ବସିଲେ । 21 ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ । 22 ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ, ସେ କ'ଣ ମୁଁ ? 23 ସେ ଉତ୍ତର ଦେଲେ, ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ । 24 ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ; କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର; ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା । 25 ଏଥିରେ ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କ'ଣ ମୁଁ ? ସେ ତାହାକୁ କହିଲେ, ତୁମ୍ଭେ କହିଅଛ ।

26 ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ନେଇ ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ, ଭୋଜନ କର, ଏହା ମୋହର ଶରୀର । 27 ପୁଣି, ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, 28 ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ । 29 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ । 30 ପୁଣି, ସେମାନେ ସ୍ତବଗାନ କଲା ପରେ ଜୀତପର୍ବତକୁ ବାହାରିଗଲେ ।

31 ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ । 32 ମାତ୍ର ମୁଁ ଉଠିବା ପରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି । 33 କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ । 34 ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ । 35 ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ । ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ ।

36 ଏହାପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ‌୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ । 37 ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ନେଇ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ । 38 ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋ ସାଙ୍ଗରେ ଜାଗିଥାଅ । 39 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା । 40 ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ ? 41 ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ । 42 ପୁଣି, ଥରେ ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ । 43 ପୁଣି, ସେ ଆସି ପୁଣି, ଥରେ ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ିପଡ଼ୁଥିଲା । 44 ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁଣି, ଥରେ ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ । 45 ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଅଳ୍ପ ସମୟ ଶୋଇ କରି ବିଶ୍ରାମ କର, ଦେଖ, ସେହି ସମୟ ସନ୍ନିକଟ ହେଲାଣି, ପୁଣି, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି । 46 ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ ।

47 ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ଼୍ଗ ଓ ଯଷ୍ଟି ଧରି ଆସିଲେ । 48 ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ । 49 ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା । 50 କିନ୍ତୁ ଯୀଶୁ ତାହାକୁ କହିଲେ, ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର । ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ । 51 ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ । 52 ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼୍ଗ ପୁଣି, ଥରେ ଆପଣା ସ୍ଥାନରେ ରଖ, କାରଣ ଯେଉଁମାନେ ଖଡ୍ଗ ଧାରଣ କରନ୍ତି, ସେ ସମସ୍ତେ ଖଡ଼୍ଗ ଦ୍ୱାରା ବିନଷ୍ଟ ହେବେ । 53 ଅଥବା ତୁମ୍ଭେ କ'ଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରି ପାରେ ନାହିଁ ଓ ସେ ଏହିକ୍ଷଣି ମୋ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ ? 54 ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ ? 55 ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, ଡକଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ନେଇ ତୁମ୍ଭେମାନେ କ'ଣ ମୋତେ ଧରିବାକୁ ଆସିଲ ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; 56 ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି। ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ ।

57 ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ । 58 କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କ'ଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ । 59 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ, 60 ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ । ଶେଷରେ ଦୁଇ ଜଣ ବାହାରି କହିଲେ, 61 ଏହି ଲୋକଟା କହିଥିଲା, ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳି ଦେଇ ପାରେ । 62 ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କ'ଣ ? 63 କିନ୍ତୁ ଯୀଶୁ ମୌନ ହୋଇ ରହିଲେ । ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ? 64 ଯୀଶୁ ତାହାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । 65 ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ୱର ନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କ'ଣ ଆବଶ୍ୟକ ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ୱର ନିନ୍ଦା ଶୁଣିଲେ, 66 ଆପଣମାନଙ୍କର ମତ କ'ଣ ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ । 67 ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ, 68 ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା ?

69 ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ । 70 କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କ'ଣ କହୁଛ, ମୁଁ ଜାଣେ ନାହିଁ । 71 ପୁଣି, ସେ ଦାଣ୍ଡଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାହାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା । 72 ପୁଣି, ସେ ରାଣ ପକାଇ ଆଉ ଥରେ ଅସ୍ୱୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ । 73 ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ କଥାରୁ ତ ଜଣାପଡ଼ୁଅଛି । 74 ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ । 75 ସେହିକ୍ଷଣି କୁକୁଡ଼ା ଡାକିଲା । ଏଥିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ ।



Translation Questions

Matthew 26:1

ଦୁଇ ଦିନ ପରେ ଯିହୂଦୀ ମାନଙ୍କର କ'ଣ ପର୍ବ ଆସୁଅଛି ବୋଲି ଯୀଶୁ କହିଲେ ?

ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ଆସୁଅଛି ବୋଲି ଯୀଶୁ କହିଲେ [୨୬:୨]।

Matthew 26:3

ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହୋଇ କ'ଣ କରିବା ନିମନ୍ତେ ମନ୍ତ୍ରଣା କରୁଥିଲେ ?

ସେମାନେ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କରୁଥିଲେ [୨୬:୪]।

କେଉଁ ବିଷୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ ଭୟ କରୁଥିଲେ ?

ଯଦି ସେମାନେ ଯୀଶୁଙ୍କୁ ନିସ୍ତାର ପର୍ବ ସମୟରେ ହତ୍ୟା କରନ୍ତି ତେବେ ଲୋକମାନେ ଗଣ୍ଡଗୋଳ କରିପାରନ୍ତି ବୋଲି ସେମାନେ ଭୟ କରୁଥିଲେ [୨୬:୫]।

Matthew 26:6

ଯେତେବେଳେ ମହିଳା ଜଣକ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ଘେନି ଯୀଶୁଙ୍କର ମସ୍ତକରେ ଢାଳିବାକୁ ଲାଗିଲେ, ଶିଷ୍ୟମାନଙ୍କର କ'ଣ ପ୍ରତିକ୍ରିୟା ଥିଲା ?

କାହିଁକି ବହୁମୂଲ୍ୟ ସୁଗନ୍ଧି ତୈଳ ବିକ୍ରୀ କରି ଗରିବମାନଙ୍କୁ ଦାନ କରାଯାଇ ନାହିଁ ବୋଲି ଶିଷ୍ୟମାନେ ବିରକ୍ତ ହେଲେ [୨୬-୬-୯]।

Matthew 26:12

ସ୍ତ୍ରୀଲୋକଟି ଯୀଶୁଙ୍କ ଉପରେ ବହୁମୂଲ୍ୟ ସୁଗନ୍ଧି ତୈଳ କାହିଁକି ଢାଳିଲେ ବୋଲି ଯୀଶୁ କହିଲେ ?

ସେ ତାହାର ସମାଧି-କ୍ରିୟା ସ୍ୱରୂପେ ତାହାଙ୍କ ଶରୀରରେ ଏହି ତୈଳ ଢାଳିଦେଇ ଅଛି ବୋଲି ଯୀଶୁ କହିଲେ [୨୬:୧୨]।

Matthew 26:14

ଈଷ୍କରିୟୋଥ ଯିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ଧରାଇବାକୁ କ'ଣ ଦିଆଯାଇଥିଲା ?

ତିରିଶଗୋଟି ରୌପ୍ୟମୁଦ୍ରା ଈଷ୍କରିୟୋଥ ଯିହୂଦାକୁ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ଧରାଇବାକୁ ନିମନ୍ତେ ଦିଆଯାଇଥିଲା [୨୬:୧୪-୧୫]।

Matthew 26:23

ଯେ ଯୀଶୁଙ୍କୁ ବିଶ୍ଵାସଘାତ କରିବ ତାହାର ଭବିଷ୍ୟତ କ'ଣ ହେବ ବୋଲି ଯୀଶୁ କହିଲେ ?

ଯେ ତାଙ୍କୁ ବିଶ୍ଵାସଘାତ କରିବ ଯଦି ସେ ଜନ୍ମ ହୋଇ ନ ଥାନ୍ତା ତାହା ତାହା ପାଇଁ ଅଧିକ ଉତ୍ତମ ହୋଇଥାନ୍ତା ବୋଲି ଯୀଶୁ କହିଲେ [୨୬:୨୪] ।

ଯେତେବେଳେ ଈଷ୍କରିୟୋଥ ଯିହୂଦା ଯୀଶୁଙ୍କୁ ପଚାରିଲେ ସେ କି ଯେ ତାଙ୍କୁ ବିଶ୍ଵାସଘାତ କରିବା ବ୍ୟକ୍ତି ବୋଲି, ଯୀଶୁ କିପରି ଉତ୍ତର ଦେଲେ ?

''ତୁମ୍ଭେ କହି ଅଛ,'' ବୋଲି ଯୀଶୁ କହିଲେ [୨୬:୨୫]।

Matthew 26:26

ଯେତେବେଳେ ଯୀଶୁ ରୋଟୀ ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ସେ କ'ଣ କହିଲେ ?

''ନିଅ, ଭୋଜନ କର, ଏହା ମୋହର ଶରୀର,''ଯୀଶୁ କହିଲେ [୨୬:୨୬]।

Matthew 26:27

ଯୀଶୁ ପାନପାତ୍ର ବିଷୟରେ କ'ଣ କହି ତାହା ସେ ଶିଷ୍ୟମାନଙ୍କୁ ଦେଲେ ?

ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ତାଙ୍କର ସେହି ରକ୍ତର ପାନପାତ୍ର ବୋଲି ଯୀଶୁ କହିଲେ [୨୬:୨୮] ।

Matthew 26:30

ଜୀତ ପର୍ବତରେ ଯୀଶୁ ଶିଷ୍ୟମାନଙ୍କୁ ରାତ୍ରିରେ କ'ଣ କରିବାକୁ କହିଲେ ?

ଯୀଶୁ ତାଙ୍କରି ଶିଷ୍ୟମାନଙ୍କୁ କହିଲେ ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋ'ଠାରେ ବିଘ୍ନ ପାଇବ [୨୬:୩୦-୩୧]।

Matthew 26:33

ଯେତେବେଳେ ପିତର କହିଲେ, ସେ କେବେହେଲେ ବିଘ୍ନ ପାଇବେ ନାହିଁ ତା'ପରେ ଯୀଶୁ ସେହି ରାତ୍ରିରେ ପିତର କ'ଣ କରିବ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ପିତର ସେହି ରାତ୍ରିରେ କୁକୁଡ଼ା ଡାକିବା ପୂର୍ବରୁ ତୁମେ ମତେ ତିନିଥର ଅସ୍ୱୀକାର କରିବ [୨୬:୩୩-୩୪]।

Matthew 26:36

ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସେ ପ୍ରାର୍ଥନା କରିବା ସମୟରେ କ'ଣ କରିବାକୁ ଯୀଶୁ କହିଲେ ?

ଯୀଶୁ ସେମାନଙ୍କୁ ସେଠାରେ ରହି ତାଙ୍କ ସାଙ୍ଗରେ ରହିବାକୁ କହିଲେ [୨୬:୩୭-୩୮]।

Matthew 26:39

ଯୀଶୁ ତାଙ୍କରି ପ୍ରାର୍ଥନାରେ ପିତାଙ୍କୁ କ'ଣ ପ୍ରାର୍ଥନା କଲେ ?

ଯଦି ହୋଇ ପାରେ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର ହେଉ ବୋଲି ଯୀଶୁ ପ୍ରାର୍ଥନା କଲେ [୨୬:୩୯] ।

ନିଜ ଇଚ୍ଛାଠାରୁ ଅଧିକ କ'ଣ ପୁରା ହେଉ ବୋଲି ପ୍ରାର୍ଥନା କଲେ ?

ଯୀଶୁଙ୍କର ଇଚ୍ଛା ନୁହେଁ, ମାତ୍ର ପିତାଙ୍କର ଇଚ୍ଛା ହେଉ ବୋଲି ଯୀଶୁ ପ୍ରାର୍ଥନା କଲେ [୨୬:୩୯-୪୨] ।

Matthew 26:42

ଯେତେବେଳେ ଯୀଶୁ ପ୍ରାର୍ଥନା କଲା ପରେ ଫେରିଲେ ଶିଷ୍ୟମାନେ କ'ଣ କରୁଥିଲେ ?

.ଯେତେବେଳେ ଯୀଶୁ ପ୍ରାର୍ଥନା କଲା ପରେ ଫେରିଲେ ଶିଷ୍ୟମାନଙ୍କୁ ଶୋଇଥିବା ଦେଖିଲେ [୨୬:୪୦;୪୩;୪୫]।

କେତେଥର ଯୀଶୁ ଶିଷ୍ୟମାନଙ୍କୁ ଛାଡି ପ୍ରାର୍ଥନା କରିବାକୁ ଗଲେ ?

ଯୀଶୁ ତିନିଥର ଶିଷ୍ୟମାନଙ୍କୁ ଛାଡି ପ୍ରାର୍ଥନା କରିବାକୁ ଗଲେ [୨୬:୩୯-୩୪]।

Matthew 26:47

ଯିହୂଦା କେଉଁ ଚିହ୍ନ ଭିଡରେ ଯୀଶୁଙ୍କୁ ଚିହ୍ନିବା ପାଇଁ ଦେଲେ ?

ଯିହୂଦା ଯୀଶୁଙ୍କୁ ଚୁମ୍ବନ କରି ଲୋକମାନଙ୍କୁ ସଙ୍କେତ କରିଥିଲେ [୨୬:୪୭-୫୦]।

Matthew 26:51

ଯେତେବେଳେ ଯୀଶୁ ବନ୍ଦୀ ହୋଇଥିଲେ ସେତେବେଳେ ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଶିଷ୍ୟ କ'ଣ କଲେ ?

ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସର କାନ କାଟିପକାଇଲେ [୨୬:୫୧]।

ଯୀଶୁ ଯଦି ନିଜକୁ ରକ୍ଷା କରିବାକୁ ଇଛା କରନ୍ତେ ସେ କ'ଣ କରି ପାରନ୍ତେ ବୋଲି କହିଲେ ?

ଯୀଶୁ କହିଲେ ଯେ ସେ ଯଦି ପିତାଙ୍କୁ ବିନତୀ କରନ୍ତେ ସେ ଏହିକ୍ଷଣି ତାଙ୍କ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତମାନଙ୍କୁ ପଠାଇଦେବେ ବୋଲି କହିଲେ [୨୬:୫୩]।

ଏହି ଘଟଣା ଦ୍ୱାରା କ'ଣ ସଫଳ ହେଉଅଛି ବୋଲି ଯୀଶୁ କହିଲେ ?

ଏହି ଘଟଣା ଦ୍ୱାରା ଶାସ୍ତ୍ର ସଫଳ ହେଉଅଛି ବୋଲି ଯୀଶୁ କହିଲେ [୨୬:୫୪,୫୬]।

Matthew 26:55

ତା'ପରେ ଶିଷ୍ୟମାନେ କ'ଣ କଲେ ?

ତା'ପରେ ଶିଷ୍ୟମାନେ ତାଙ୍କୁ ଛାଡି ଚାଲିଗଲେ [୨୬:୫୬]।

Matthew 26:59

ପ୍ରଧାନ ଯାଜକ ଓ ମହାସଭା ଯୀଶୁଙ୍କୁ ହତ୍ୟା କରିବାକୁ କ'ଣ ଅନ୍ୱେଷଣ କରୁଥିଲେ ?

ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଅନ୍ୱେଷଣ ସେମାନେ କରୁଥିଲେ [୨୬:୫୯]।

Matthew 26:62

ଜୀବନ୍ତ ଈଶ୍ଵରଙ୍କ ନାମରେ ପ୍ରଧାନ ଯାଜକ ଯୀଶୁଙ୍କୁ କ'ଣ ଆଜ୍ଞା ଦେଲେ ?

ଯୀଶୁ ଈଶ୍ଵରଙ୍କ ପୁତ୍ର ,ଖ୍ରୀଷ୍ଟ କି ନୁହେଁ ସେମାନଙ୍କୁ କହିବାକୁ ପ୍ରଧାନ ଯାଜକ ଯୀଶୁଙ୍କୁ ଆଜ୍ଞା ଦେଲେ [୨୬:୬୩]।

ପ୍ରଧାନ ଯାଜକଙ୍କ ଆଜ୍ଞାକୁ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

''ଏହା ତୁମ୍ଭେ କହିଅଛ,'' ଯୀଶୁ ପ୍ରଧାନ ଯାଜକଙ୍କ ଆଜ୍ଞାକୁ ଉତ୍ତର ଦେଲେ [୨୬:୫୪]।

ପ୍ରଧାନ ଯାଜକ କ'ଣ ଦେଖିବେ ବୋଲି ଯୀଶୁ କହିଲେ ?

ପ୍ରଧାନ ଯାଜକ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ବୋଲି ଯୀଶୁ କହିଲେ [୨୬:୬୪]।

Matthew 26:65

ଯୀଶୁଙ୍କ ବିରୁଦ୍ଧରେ ପ୍ରଧାନ ଯାଜକ କ'ଣ ଅଭିଯୋଗ କଲେ ?

ଈଶ୍ଵରନିନ୍ଦା କରନ୍ତି ବୋଲି ପ୍ରଧାନ ଯାଜକ ଅଭିଯୋଗ କଲେ [୨୬:୬୫]।

Matthew 26:67

ସେ ଯୀଶୁଙ୍କୁ ନିନ୍ଦା କଲା ପରେ ସେମାନେ କ'ଣ କଲେ ?

ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରିଲେ [୨୬:୬୭] ।

Matthew 26:69

ଯୀଶୁ ତିନିଥର କ'ଣ ଉତ୍ତର ଯେତେବେଳେ ଜଣେ ତାଙ୍କୁ ପଚାରିଲେ ସେ ଯୀଶୁଙ୍କ ସହିତ ଥିଲା କି ନାହିଁ ବୋଲି ?

ସେ ଯୀଶୁଙ୍କୁ ଜାଣି ନାହାନ୍ତି ବୋଲି କହିଲେ [୨୬:୭୦,୭୨,୭୪] ।

Matthew 26:73

ଯେତେବେଳେ ପିତର ତିନିଥର ଉତ୍ତର ଦେଲେ କ'ଣ ହେଲା?

ଯେତେବେଳେ ପିତର ତିନି ଥର ଉତ୍ତର ଦେଲେ ସେଥିରେ କୁକୁଡ଼ା ଡାକିଲା [୨୬:୭୪] ।

ତିନି ଥର ଉତ୍ତର ଦେଲା ପରେ ପିତର କ'ଣ ସ୍ମରଣ କଲେ ?

କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ସେ ତିନି ଥର ଯୀଶୁଙ୍କୁ ଅସ୍ୱୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା [୨୬:୭୫] ।


Chapter 27

1 ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ, 2 ଆଉ ସେମାନେ ତାହାଙ୍କୁ ବାନ୍ଧି ନେଇଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ ।

3 ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟମୁଦ୍ରା ଫେରାଇ ଆଣି କହିଲା, 4 ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି । କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି ? 5 ତୁ ତାହା ବୁଝ । ତହିଁରେ ସେ ରୌପ୍ୟମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି, ଯାଇ ଆପଣାକୁ ଫାଶୀ ଦେଲା । 6 କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟମୁଦ୍ରାଗୁଡ଼ାକ ନେଇ କହିଲେ, ଏହା ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୁଲ୍ୟ । 7 ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ । 8 ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି । 9 ଏଥିରେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ମୂଲ୍ୟ ସ୍ୱରୂପ ସେହି ତିରିଶିଗୋଟି ରୌପ୍ୟମୁଦ୍ରା ସେମାନେ ନେଇ 10 ମୋ ପ୍ରତି ପ୍ରଭୁଙ୍କ ଆଦେଶ ଅନୁସାରେ କୁମ୍ଭକାରର କ୍ଷେତ୍ର ନିମନ୍ତେ ଦେଲେ ।

11 ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କ ରାଜା ? ଯୀଶୁ କହିଲେ, ଆପଣ କହୁଅଛନ୍ତି । 12 ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ । 13 ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ ? 14 ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ ।

15 କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନକର୍ତ୍ତାଙ୍କର ରୀତି ଥିଲା । 16 ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା । 17 ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ ? 18 କାରଣ ସେମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ । 19 ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ୱପ୍ନରେ ବହୁତ କଷ୍ଟ ଭୋଗିଅଛି । 20 ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକସମୂହକୁ ମଣାଇଲେ । 21 ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା ? ସେମାନେ କହିଲେ, ବାରବ୍ବାକୁ । 22 ପୀଲାତ ସେମାନଙ୍କୁ ପଚାରିଲେ, ତେବେ କାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି କ'ଣ କରିବା ? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ । 23 ସେଥିରେ ପୀଲାତ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି ? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ ।

24 ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରି ପାରୁ ନାହାଁନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ । 25 ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ । 26 ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ ।

27 ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ । 28 ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, 29 ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାଣୁ ପାତି, ହେ ଯିହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ । 30 ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ । 31 ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ ।

32 ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବହିବା ପାଇଁ ତାହାଙ୍କୁ ବାଧ୍ୟ କଲେ । 33 ଆଉ, ସେମାନେ ଗଲ୍‌ଗଥା ନାମକ ସ୍ଥାନ, ଅର୍ଥାତ୍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ 34 ତାହାଙ୍କୁ ପିତ୍ତା ମିଶାଯାଇଥିବା ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ । 35 ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ, 36 ପୁଣି, ସେଠାରେ ବସି ତାହାଙ୍କୁ ଜଗି ରହିଲେ । 37 ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୂଦୀମାନଙ୍କର ରାଜା ଯୀଶୁ । 38 ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ । 39 ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, 40 ରେ ମନ୍ଦିରଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ । 41 ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରିବାକୁ ଲାଗିଲେ, 42 ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରି ପାରୁ ନାହିଁ । ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା । 43 ସେ ଈଶ୍ୱରଙ୍କଠାରେ ବିଶ୍ୱାସ କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାକୁ ରକ୍ଷା କରନ୍ତୁ । ସେ ତ କହିଥିଲା, ମୁଁ ଈଶ୍ୱରଙ୍କ ପୁତ୍ର । 44 ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ ।

45 ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା । 46 ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍‌ଥାନୀ ? ଅର୍ଥାତ୍, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? 47 ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲିୟଙ୍କୁ ଡାକୁଅଛି । 48 ଆଉ ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ୍ ନେଇ ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା । 49 କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା । 50 କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ । 51 ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା, 52 ପୁଣି, ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା, 53 ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ । 54 ଶତସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ, ସତ୍ୟ, ଏ ଈଶ୍ୱରଙ୍କ ପୁତ୍ର ଥିଲେ । 55 ଆଉ, ଅନେକ ସ୍ତ୍ରୀଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ; 56 ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମାତା ମରିୟମ, ପୁଣି, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ ।

57 ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମାଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ । 58 ସେ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ । ସେଥିରେ ପୀଲାତ ତାହା ଦେବାକୁ ଆଜ୍ଞା କଲେ । 59 ଯୋଷେଫ ଶରୀରଟି ନେଇ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, 60 ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ । 61 ମଗ୍‌ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ ।

62 ତା'ପର ଦିନ, ଅର୍ଥାତ୍ ଆୟୋଜନ-ଦିବସର ପରବର୍ତ୍ତୀ ଦିନ ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ପାଖରେ ଏକତ୍ର ହୋଇ କହିଲେ, 63 ମହାଶୟ, ଆମ୍ଭମାନଙ୍କର ମନେ ପଢ଼ୁଅଛି, ସେହି ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, ତିନି ଦିନ ପରେ ମୁଁ ଉଠିବି । 64 ଅତଏବ, ତୃତୀୟ ଦିବସ ପର୍ଯନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନୋହିଲେ କେଜାଣି ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରି ଲୋକଙ୍କୁ କହିବେ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ତାହାହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ । 65 ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷା କର । 66 ତେଣୁ ସେମାନେ ଯାଇ ପ୍ରହରୀଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ ।



Translation Questions

Matthew 27:1

ପ୍ରଭାତରେ ପ୍ରଧାନ ଯାଜକ ଓ ପ୍ରାଚୀନ ମାନେ କେଉଁଠିକୁ ଯୀଶୁଙ୍କୁ ନେଲେ ?

ପ୍ରଭାତରେ ସେମାନେ ତାଙ୍କୁ ପୀଲାତ ଶାସନକର୍ତ୍ତାଙ୍କ ନିକଟକୁ ନେଲେ [୨୭:୨]।

Matthew 27:3

ଯେତେବେଳେ ଯିହୂଦା ଦେଖିଲେ ଯୀଶୁ ପ୍ରାଣଦଣ୍ଡାଜ୍ଞା ପାଇଅଛନ୍ତି ସେ କ'ଣ କଲେ ?

ଯିହୂଦା ଅନୁତାପ କରି, ସେହି ତିରିଶ ଗୋଟି ରୌପ୍ୟମୁଦ୍ରା ଫେରାଇ ସେ ବାହାରକୁ ଯାଇ ଆତ୍ମ ହତ୍ୟା କଲେ [୨୭:୩-୫]।

Matthew 27:6

ତିରିଶଗୋଟି ରୌପ୍ୟମୁଦ୍ରା ସହ ପ୍ରଧାନ ଯାଜକ କ'ଣ କଲେ ?

ପ୍ରଧାନ ଯାଜକମାନେ ସେହି ରୌପ୍ୟମୁଦ୍ରାଗୁଡ଼ାକ ଘେନି ଯେଉଁଠାରେ ବିଦେଶୀମାନଙ୍କର ସମାଧି କରନ୍ତି ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ [୨୬:୬-୭] ।

Matthew 27:9

କାହାର ଭବିଷ୍ୟବାଣୀକୁ ଏହି ଘଟଣା ସଫଳ କଲା?

ଯିରିମୀୟ ଭାବବାଦୀଙ୍କ ବାକ୍ୟକୁ ଏହି ଘଟଣା ସଫଳ କଲା [୨୭:୯-୧୦] ।

Matthew 27:11

ପୀଲାତ ଯୀଶୁଙ୍କୁ ପ୍ରଶ୍ନ କ'ଣ କଲେ ଏବଂ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ସେ କି ଯିହୂଦୀମାନଙ୍କର ରାଜା ବୋଲି ପୀଲାତ ପଚାରିଲେ ଏବଂ ଯୀଶୁ ଉତ୍ତର ଦେଲେ ,''ତୁମ୍ଭେ ତାହା କହୁଅଛ ''[୨୭:୧୧] ।

ଯୀଶୁ ସମସ୍ତ ପ୍ରଧାନ ଯାଜକ ଓ ପ୍ରାଚୀନ ଅଭିଯୋଗକାରୀମାନଙ୍କୁ କ'ଣ କହିଲେ ?

ଯୀଶୁ ଏମିତିକି ପଦେ ହେଲେ ଉତ୍ତର ଦେଲେ ନାହିଁ [୨୭:୧୨-୧୪] ।

Matthew 27:15

ନିସ୍ତାର ପର୍ବ ବିଧି ପ୍ରଥା ଅନୁସାରେ ପୀଲାତ ଯୀଶୁଙ୍କ ପ୍ରତି କ'ଣ କରିବାକୁ ଚାହୁଁ ଥିଲେ ?

ପର୍ବର ବିଧି ପ୍ରଥା ଅନୁସାରେ ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଚାହୁଁ ଥିଲେ [୨୭:୧୫-୧୮] ।

Matthew 27:17

ପୀଲାତଙ୍କ ସ୍ତ୍ରୀ କେଉଁ ସମ୍ବାଦ ପଠାଇଥିଲେ ଯେପରି ସେ ବିଚାରର ଆସନରେ ବସିଥିଲେ ?

ଏହି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ କିଛି ନ କରିବାକୁ ପୀଲାତଙ୍କୁ କହିଥିଲେ [୨୭:୧୯] ।

Matthew 27:20

କାହିଁକି ବାରବ୍‍ବା ଏବଂ ପର୍ବର ବିଧି ପ୍ରଥା ଅନୁସାରେ ଯୀଶୁ ମୁକ୍ତି ହେଲେ ନାହିଁ ?

ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍‍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବଦଳରେ ମାଗିବାକୁ ଲୋକସମୂହକୁ ମଣାଇଲେ [୨୭:୨୦]।

ଯୀଶୁଙ୍କୁ କ'ଣ କରିବାକୁ ଲୋକସମୂହ ଚିତ୍କାର କରି କହିଲେ ?

ଯୀଶୁଙ୍କୁ କ୍ରୁଶରେ ଚଡେଇବାକୁ ଲୋକସମୂହ ଚିତ୍କାର କରି କହିଲେ [୨୭:୨୨-୨୩]।

Matthew 27:23

ଯେତେବେଳେ ପୀଲାତ ଦେଖିଲେ ଗଣ୍ଡଗୋଳ ଆରମ୍ଭ ହେଉଥିଲା ସେ କ'ଣ କଲେ ?

ପୀଲାତ ଜଳ ଘେନି ହସ୍ତ ପ୍ରକ୍ଷାଳନ କରି କହିଲେ, ଏହି ରକ୍ତପାତରେ ସେ ନିର୍ଦ୍ଦୋଷ, ଏବଂ ଯୀଶୁଙ୍କୁ ଲୋକସମୂହ ଦିଆଯାଇଥିଲେ [୨୭:୨୪] ।

Matthew 27:25

ଯେତେବେଳେ ପୀଲାତ ଯୀଶୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ ଲୋକମାନେ କ'ଣ କହିଲେ ?

''ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ,''ଲୋକମାନେ କହିଲେ [୨୭:୨୫] ।

Matthew 27:27

ତା'ପରେ ଶସନକର୍ତ୍ତାର ସୈନ୍ୟମାନେ ଯୀଶୁଙ୍କୁ କ'ଣ କଲେ ?

ସୈନ୍ୟମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେଆଉ କଣ୍ଟାର ମୂକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ନମସ୍କାର, ତାହାଙ୍କୁ ପରିହାସ କଲେ ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ [୨୭:୨୭-୩୧]।

Matthew 27:32

ଶିମୋନ ନାମକ ଜଣେ କୂରୀଣୀୟ ବ୍ୟକ୍ତି କ'ଣ କରିବାକୁ ବାଧ୍ୟ କରା ଗଲେ ?

ଶିମୋନ କୂରୀଣୀୟକୁ ଯୀଶୁଙ୍କ କ୍ରୁଶ ବହିବା ପାଇଁ ବାଧ୍ୟ କଲେ [୨୭:୩୨] ।

ଯୀଶୁଙ୍କୁ କ୍ରୁଶରେ ଚଢ଼େଇବାକୁ ସେମାନେ କେଉଁଠିକୁ ଗଲେ ?

ସେମାନେ ଗଲ୍‍ଗଥା ନାମକ ସ୍ଥାନ, ଅର୍ଥାତ୍‍, ଯାହାକୁ ''କପାଳ ସ୍ଥଳ,'' ବୋଲି କହନ୍ତି, ସେଠାକୁ ଗଲେ [୨୭:୩୩]।

Matthew 27:35

ଯୀଶୁଙ୍କୁ କ୍ରୁଶରେ ଚଡେଇଲା ପରେ ସୈନ୍ୟମାନେ କ'ଣ କଲେ ?

ସୈନ୍ୟମାନେ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ ଏବଂ ସେଠାରେ ବସି ତାହାଙ୍କୁ ଜଗି ରହିଲେ [୨୭:୩୫-୩୬] ।

କେଉଁ ପତ୍ରକୁ ସେମାନେ ତାଙ୍କ ମସ୍ତକର ଉର୍ଦ୍ଧ୍ୱରେ ଲେଖିଲେ ?

''ଏ ଯିହୂଦୀମାନଙ୍କର ରାଜା ଯୀଶୁ,''ସେମାନେ ଲେଖିଲେ [୨୭:୩୭] ।

Matthew 27:38

ଯୀଶୁଙ୍କ ସହିତ କିଏ କ୍ରୁଶରେ ଚଡାଯାଇଥିଲେ ?

ଯୀଶୁଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ [୨୭:୩୮] ।

ଲୋକମାନେ ,ପ୍ରଧାନ ଯାଜକମାନେ ,ଶାସ୍ତ୍ରୀମାନେ ଏବଂ ପ୍ରାଚୀନ ମାନେ ଯୀଶୁଙ୍କୁ କ'ଣ କରିବାକୁ ଆହ୍ୱାନ କଲେ ?

ସେମାନେ ସମସ୍ତେ ଯୀଶୁ ନିଜକୁ ନିଜେ ରକ୍ଷା କରୁ ଏବଂ କ୍ରୁଶରୁ ଓହ୍ଲାଇ ଆସୁ ବୋଲି ଆହ୍ୱାନ କଲେ [୩୯:୪୪] ।

Matthew 27:45

ଛଅରୁ ନଅ ଘଣ୍ଟା ଯାଏ କ'ଣ ଘଟିଲା ?

ଛଅରୁ ନଅ ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା [୨୭:୪୫]।

ନଅ ଘଣ୍ଟିକା ସମୟରେ ଯୀଶୁ ଉଚ୍ଚ ସ୍ଵରରେ କ'ଣ ଡାକି କହିଲେ ?

''ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? ''ଯୀଶୁ ଡାକି କହିଲେ [୨୭:୪୬]।

Matthew 27:48

ପୁଣିଥରେ ଯୀଶୁ ଉଚ୍ଚ ସ୍ଵରରେ ଡାକି କହିଲା ପରେ କ'ଣ ଘଟିଲା ?

ଯୀଶୁ ତାହାଙ୍କର ପ୍ରାଣ ତ୍ୟାଗ କଲେ [୨୭:୫୦]।

Matthew 27:51

ଯୀଶୁ ପ୍ରାଣ ତ୍ୟାଗ କଲା ପରେ ମନ୍ଦିରରେ କ'ଣ ଘଟିଲା ?

ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଯୀଶୁ ପ୍ରାଣ ତ୍ୟାଗ କଲା ପରେ [୨୭:୫୧] ।

ଯୀଶୁ ପ୍ରାଣ ତ୍ୟାଗ କଲା ପରେ ସମାଧି ଗୁଡିକରେ କ'ଣ ହେଲା?

ଯୀଶୁଙ୍କ ମୃତ୍ୟୁ ପରେ, ସମାଧିରେ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍‍ଥାପିତ ହେଲେ ପୁଣି ଅନେକଙ୍କୁ ଦର୍ଶନ ଦେଲେ [୨୭:୫୨-୫୩] ।

Matthew 27:54

ଏହି ସମସ୍ତ ବିଷୟକୁ ଦେଖି , ଶତସେନାପତି କ'ଣ କହିଲେ ?

ଶତସେନାପତି କହିଲେ,''ସତ୍ୟ, ଏ ଈଶ୍ୱରଙ୍କ ପୁତ୍ର ଥିଲେ''[୨୭:୫୪] ।

Matthew 27:57

ଯୀଶୁଙ୍କର କ୍ରୁଶରେ ଚଡାଇଲା ପରେ ଯୀଶୁଙ୍କର ଶରୀର ସହ କ'ଣ ହେଲା?

ଯୀଶୁଙ୍କର ଜଣେ ଧନୀ ଶିଷ୍ୟ ଯୋଷେଫ,ପୀଲାତଙ୍କୁ ଶରୀର ମାଗି ଶରିରଟି ଘେନି ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ ଆପଣାର ଯେଉଁ ନୂତନ ସମାଧି ପାହାଡରେ ଖୋଲିଥିଲେ ସେଥିରେ ତାହାଙ୍କୁ ରଖିଲେ [୨୭:୬୦]।

Matthew 27:59

ଯେଉଁଠାରେ ଯୀଶୁଙ୍କର ଶରୀର ଥିଲା ସେହି ସମାଧି ଦ୍ଵାରରେ କ'ଣ ରଖା ଯାଇଥିଲା ?

ଯେଉଁଠାରେ ଯୀଶୁଙ୍କର ଶରୀର ଥିଲା ସେ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ରଖାଯାଇଥିଲା [୨୭:୬୦]।

Matthew 27:62

ତହିଁ ଆର ଦିନରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ନିକଟରେ କାହିଁକି ଏକତ୍ରୀତ ହୋଇଥିଲେ ?

ପ୍ରଧାନ ଯାଜକ ଓ ଫାରୂଶୀମାନେ ଚାହୁଁଥିଲେ ଯେ ସେମାନେ ସୁନିଶ୍ଚିତ ହେବାକୁ ଚାହୁଁଥିଲେ, ଯୀଶୁଙ୍କର ଶରୀର କେହି ଚୋରି କରି ନେଇ ନ ପାରେ [୨୭:୬୨-୬୪] ।

Matthew 27:65

ପୀଲାତ ସେମାନଙ୍କୁ ସମାଧି ପ୍ରତି କ'ଣ କରିବା ଅନୁମତି ଦେଲେ ?

ପୀଲାତ ପଥର ଉପରେ ମୁଦ୍ରାଙ୍କିତ କରିବା ପାଇଁ ଅନୁମତି ଦେଲେ ଓ ସମାଧିରେ ପ୍ରହରୀ ରଖ ବୋଲି ପୀଲାତ ଅନୁମତି ଦେଲେ [୨୭:୬୫-୬୬]।


Chapter 28

1 ବିଶ୍ରାମବାର ଶେଷ ହେଲା ପରେ ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ ମଗ୍‌ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ । 2 ଆଉ ଦେଖ, ମହା ଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇଦେଇ ତାହା ଉପରେ ବସିଲେ ।

3 ତାହାଙ୍କ ରୂପ ବିଜୁଳି ପରି ଓ ତାହାଙ୍କର ବସ୍ତ୍ର ବରଫ ପରି ଧଳା ରଙ୍ଗ ଥିଲା, 4 ପୁଣି, ତାହାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବ୍ୟକ୍ତିମାନଙ୍କ ପରି ହେଲେ ।

5 କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ, ତାହା ମୁଁ ଜାଣେ । 6 ସେ ଏଠାରେ ନାହାଁନ୍ତି, କାରଣ ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି । ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ । 7 ଆଉ, ତୁମ୍ଭେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ପୁଣି, ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି, ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ; ଦେଖ, ମୁଁ ତୁମ୍ଭମାନଙ୍କୁ କହିଲି ।

8 ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ଚାଲିଯାଇ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ପାଇଁ ଦୌଡ଼ିଲେ । 9 ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ । ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ । 10 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକୁ ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ ।

11 ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀଦଳ ମଧ୍ୟରେ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ । 12 ସେମାନେ ପ୍ରାଚୀନବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ପରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ, 13 ତୁମ୍ଭେମାନେ କୁହ, ଆମ୍ଭେମାନେ ଶୋଇପଡ଼ିଥିବା ସମୟରେ ତାହାଙ୍କର ଶିଷ୍ୟମାନେ ରାତିରେ ଆସି ତାହାଙ୍କୁ ଚୋରି କରି ନେଇଗଲେ ।

14 ପୁଣି, ଏକଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା । 15 ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ । ଏଣୁ ଏହି କଥା ଯିହୂଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି ।

16 କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକୁ ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ । 17 ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ ।

18 ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି । 19 ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,

20 ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।



Translation Questions

Matthew 28:1

ମଗ୍‌ଦଲିନୀ ଓ ଅନ୍ୟ ମରିୟମ କେଉଁ ଦିନ ଓ ସମୟ ଯୀଶୁଙ୍କ ସମାଧି ଦେଖିବାକୁ ଯାଇଥିଲେ ?

ବିଶ୍ରାମବାର ଦିନରେ ଓ ସପ୍ତାହର ପ୍ରଥମ ଦିବସରେ ପ୍ରତ୍ୟୁଷରେ ମଗ୍‌ଦଲିନୀ ଓ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଯାଇଥିଲେ [୨୮:୧]।

ଯୀଶୁଙ୍କର ସମାଧୀରୁ ପଥର ଖଣ୍ଡିକ କିପରି ଗଢାଇ ଦିଆଯାଇଥିଲା ?

କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ଵର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଢାଇ ଦେଇଥିଲେ [୨୮:୨]।

Matthew 28:3

ଯେତେବେଳେ ପ୍ରହରୀମାନେ ଦୂତ ଦେଖିଲେ ସେମାନେ କ'ଣ କଲେ ?

ଯେତେବେଳେ ପ୍ରହରୀମାନେ ଦୂତ ଦେଖିଲେ ସେମାନେ ଭୟରେ କମ୍ପମାନ ହୋଇ ମୃତବତ୍ ହେଲେ [୨୮:୪]।

Matthew 28:5

ଦୂତ ସ୍ତ୍ରୀମାନଙ୍କୁ ଯୀଶୁଙ୍କ ବିଷୟରେ କ'ଣ କହିଲେ ?

ଦୂତମାନେ କହିଲେ ଯେ ଯୀଶୁ ଉଠି ଅଛନ୍ତି ଓ ପୁଣି ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଉଛନ୍ତି [୨୮:୫-୭]।

Matthew 28:8

ସ୍ତ୍ରୀମାନେ ଶିଷ୍ୟମାନଙ୍କୁ କହିବା ନିମନ୍ତେ ସେମାନଙ୍କର ରାସ୍ତାରେ ଯାଉଥିବା ସମୟରେ କ'ଣ ଘଟିଲା ?

ସ୍ତ୍ରୀମାନେ ଯୀଶୁଙ୍କୁ ଭେଟିଲେ, ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ [୨୮:୮-୯]।

Matthew 28:11

ସମାଧିଠାରେ ଯେଉଁ ସବୁ ଘଟଣା ଘଟିଥିଲା ତାହା ଯେତେବେଳେ ପ୍ରହରୀମାନେ ଆସି ପ୍ରଧାନ ଯାଜକ ମାନଙ୍କୁ କହିଲେ ତେବେ ପ୍ରଧାନ ଯାଜକ କ'ଣ କଲେ ?

ପ୍ରଧାନ ଯାଜକମାନେ ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଲେ ଓ କହିବାକୁ କହିଲେ ଯେ ଯୀଶୁଙ୍କର ଶରୀରକୁ ଶିଷ୍ୟମାନେ ଚୋରି କରି ନେଇ ଯାଇ ଅଛନ୍ତି [୨୮:୧୧-୧୩]।

Matthew 28:16

ଶିଷ୍ୟମାନେ ଗାଲିଲୀରେ ଯୀଶୁଙ୍କୁ ଦେଖିଲା ପରେ ସେମାନେ କ'ଣ କଲେ ?

ଶିଷ୍ୟମାନେ ଯୀଶୁଙ୍କୁ ପ୍ରଣାମ କଲେ କିନ୍ତୁ କିଛି ସନ୍ଦେହ କଲେ [୨୮:୧୭]।

Matthew 28:18

କେଉଁ ଅଧିକାର ତାଙ୍କୁ ଦିଆଯାଇଅଛି ବୋଲି ଯୀଶୁ କହିଲେ ?

ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ତାହାଙ୍କୁ ପ୍ରଦତ୍ତ ହୋଇଅଛି ବୋଲି ଯୀଶୁ କହିଲେ [୨୮:୧୮]।

କେଉଁ ତିନି ବିଷୟ ଯୀଶୁ ଆପଣା ଶିଷ୍ୟମାନଙ୍କୁ କରିବାକୁ କହିଲେ ?

ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କରି, ବାପ୍ତିଜକ ଦେଇ ଏବଂ ଶିକ୍ଷା ଦେଇ ସେମାନଙ୍କୁ ସମସ୍ତ ଯୀଶୁଙ୍କର ଆଜ୍ଞା ପାଳନ କରିବାକୁ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ [୨୮:୧୯-୨୦]।

କେଉଁ ନାମରେ ବାପ୍ତିସ୍ମ ଦେବାକୁ ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ ?

ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ [୨୮:୧୯]।


Book: Mark

Mark

Chapter 1

1 ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ । 2 ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ; 3 ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର, 4 ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ । 5 ସେଥିରେ ସମଗ୍ର ଯିହୂଦା ପ୍ରଦେଶ ଓ ସମସ୍ତ ଯିରୂଶାଲମ ନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ । 6 ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ । 7 ସେ ଘୋଷଣା କରି କହିବାକୁ ଲାଗିଲେ, ମୋ'ଠାରୁ ଯେ ଅଧିକ ଶକ୍ତିମାନ, ସେ ମୋ' ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ । 8 ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ ।

9 ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ । 10 ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ, 11 ପୁଣି, ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ । 12 ସେହିକ୍ଷଣି ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ । 13 ଯୀଶୁ ପ୍ରାନ୍ତରରେ ଚାଳିଶ ଦିନ ରହି ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ; ସେ ବନ୍ୟ ପଶୁମାନଙ୍କ ସହିତ ରହିଲେ, ପୁଣି, ଦୂତମାନେ ତାହାଙ୍କ ସେବା କରୁଥିଲେ ।

14 ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ୱରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ, 15 କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ; ମନପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର । 16 ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ । 17 ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି । 18 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ । 19 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ନୌକାରେ ଜାଲ ସଜାଡ଼ୁଥିବା ଦେଖିଲେ । 20 ସେହିକ୍ଷଣି ସେ ସେମାନଙ୍କୁ ଡାକିଲେ, ପୁଣି, ସେମାନେ ସେମାନଙ୍କର ପିତା ଜେବଦୀଙ୍କି ମୂଲିଆମାନଙ୍କ ସହିତ ନୌକାରେ ଛାଡ଼ି ତାହାଙ୍କର ଅନୁଗମନ କଲେ ।

21 ପରେ ସେମାନେ କଫର୍ନାହୂମକୁ ଗଲେ, ଆଉ ସେହିକ୍ଷଣି ସେ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ । 22 ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ । 23 ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା, 24 ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି ? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି । 25 ଯୀଶୁ ତାହାକୁ ଧମକ ଦେଇ କହିଲେ, ଚୁପ୍ କର୍, ଏହାଠାରୁ ବାହାରିଯା । 26 ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା । 27 ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କ'ଣ ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା ! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି । 28 ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା ।

29 ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଅାନ୍ଦ୍ରିୟଙ୍କ ଗୃହକୁ ଗଲେ । 30 ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାଙ୍କ କଥା ଯୀଶୁଙ୍କୁ ଜଣାଇଲେ । 31 ସେଥିରେ ସେ ପାଖକୁ ଯାଇ ତାଙ୍କ ହସ୍ତ ଧରି ତାଙ୍କୁ ଉଠାଇଲେ, ଆଉ ତାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ । 32 ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତସମସ୍ତଙ୍କୁ ଆଣିବାକୁ ଲାଗିଲେ, 33 ପୁଣି, ନଗରବାସୀସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ । 34 ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ ।

35 ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ । 36 ଆଉ ଶିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି, 37 ସାକ୍ଷାତ୍ ପାଇ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ୱେଷଣ କରୁଅଛନ୍ତି । 38 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆସ, ଆମ୍ଭେମାନେ ଅନ୍ୟ ସ୍ଥାନକୁ, ଅର୍ଥାତ୍ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବା; ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି । 39 ପୁଣି, ସେ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ବାହାର କଲେ।

40 ଏଥିମଧ୍ୟରେ ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, "ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି ।" 41 ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । 42 ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା । 43 ପୁଣି, ସେ ତାହାକୁ ଦୃଢ଼ରୂପେ ଆଜ୍ଞା ଦେଇ ସେହିକ୍ଷଣି ବିଦାୟ କରି କହିଲେ, 44 ସାବଧାନ, କାହାକୁ କିଛି କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି, ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ସେହି ସବୁ ଆପଣାର ଶୁଚିକ୍ରିୟା ସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର । 45 କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରି ପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ।



Translation Questions

Mark 1:1

ପ୍ରଭୁ ଆସିବା ପୂର୍ବରୁ କ'ଣ ଘଟିବ ବୋଲି ଯିଶାଇୟ ଭାବବାଦୀ କହିଲେ ?

ଯିଶାଇୟ ଭବିଷ୍ୟବାଣୀ କରିକହିଲେ ଯେ, ଈଶ୍ଵର ଜଣେ ଦୂତଙ୍କୁ ପ୍ରେରଣ କରିବେ, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କର ପଥ ପ୍ରସ୍ତୁତ କରିବ [୧:୨-୩]।

Mark 1:4

ଯୋହନ କ'ଣ ପ୍ରଚାର କରି ଆସିଲେ ?

ଯୋହନ ପାପର କ୍ଷମା ନିମନ୍ତେ ମନଃପରିବାର୍ତ୍ତନର ବାପ୍ତିସ୍ମ ଘୋଷଣା କରି ଆସିଲେ [୧:୪]।

ଯେତେବେଳେ ଲୋକମାନେ ଯୋହନଙ୍କ ଦ୍ଵାରା ବାପ୍ତିସ୍ମ ହେଲେ ସେମାନେ କ'ଣ କଲେ ?

ଯେତେବେଳେ ଲୋକମାନେ ଯୋହନଙ୍କ ଦ୍ଵାରା ବାପ୍ତିସ୍ମ ହେଲେ ସେମାନେ ସେମାନଙ୍କର ପାପ ସ୍ଵୀକାର କଲେ [୧:୫]।

ଯୋହନ କ'ଣ ଖାଉଥିଲେ ?

ଯୋହନ ପଙ୍ଗପାଳ ଓ ବନମଧୁ ଖାଉଥିଲେ [୧:୬]।

Mark 1:7

ଯୋହନଙ୍କ ଉତ୍ତାରେ ଯେ ଆସୁଅଛନ୍ତି ସେ କାହା ସହିତ ବାପ୍ତିସ୍ମ ଦେବେ ବୋଲି ଯୋହନ କହିଲେ ?

ଯୋହନଙ୍କ ଉତ୍ତାରେ ଯେ ଆସୁଅଛନ୍ତି ସେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ ବୋଲି ଯୋହନ କହିଲେ [୧:୮]।

Mark 1:9

ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ହେବା ପରେ ଯୀଶୁ ଯେପରି ଜଳରୁ ବାହାରକୁ ଆସିଲେ ସେ କ'ଣ ଦେଖିଲେ ?

ବାପ୍ତିସ୍ମ ହେଲା ପରେ, ଯୀଶୁ ଆକାଶ ବିଦୀର୍ଣ୍ଣ ହେବାର ପୁଣି ଆତ୍ମାକୁ କପୋତ ପରି ଆପଣା ଉପରେ ଅବତରଣ କରିବା ଦେଖିଲେ [୧:୧୦]।

ଯୀଶୁ ବାପ୍ତିସ୍ମ ହେଲା ପରେ ଆକାଶରୁ କେଉଁ ବାଣୀ ହେଲା ?

ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର; ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ" [୧:୧୧]।

Mark 1:10

ପୃଥିବୀରେ ପାପ କ୍ଷମା କରିବାକୁ ଯୀଶୁଙ୍କର ଯେ ଅଧିକାର ଅଛି ତାହା ଯୀଶୁ କିପରିଭାବରେ ପ୍ରମାଣ କଲେ ?

ଯୀଶୁ ପକ୍ଷାଘାତୀ ଲୋକକୁ କହିଥିଲେ ଉଠ ତୁମର ଖଟିଆ ଘେନି ଆପଣା ଘରକୁ ଯାଅ ଓ ସେହି ଲୋକ ସେପରି କଲେ [୨:୮-୧୨]।

Mark 1:12

କିଏ ଯୀଶୁଙ୍କୁ ପ୍ରାନ୍ତରକୁ ଘେନିଗଲେ ?

ଆତ୍ମା ଯୀଶୁଙ୍କୁ ପ୍ରାନ୍ତରକୁ ଘେନିଗଲେ [୧:୧୨]।

କେତେ ସମୟ ପର୍ଯ୍ୟନ୍ତ ଯୀଶୁ ପ୍ରାନ୍ତରରେ ଥିଲେ, ପୁଣି ତାହାଙ୍କୁ ସେଠାରେ କ'ଣ ଘଟିଲା ?

ଚାଳିଶ ଦିନ ପର୍ଯ୍ୟନ୍ତ ଯୀଶୁ ପ୍ରାନ୍ତରରେ ରହିଲେ, ପୁଣି ସେ ଶୟତାନ ଦ୍ଵାରା ସେଠାରେ ପରୀକ୍ଷିତ ହୋଇଥିଲେ [୧:୧୩]।

Mark 1:14

କେଉଁ ସମ୍ବାଦ ଯୀଶୁ ପ୍ରଚାର କଲେ ?

ଯୀଶୁ ପ୍ରଚାର କଲେ ଯେ ଈଶ୍ଵରଙ୍କ ରାଜ୍ୟ ସନ୍ନିକଟ, ସେଥିପାଇଁ ଲୋକମାନେ ମନ ପରିବାର୍ତ୍ତନ କରି ପୁଣି ସୁସମାଚାରରେ ବିଶ୍ଵାସ କରିବା ଆବଶ୍ୟକ [୧:୧୫]।

Mark 1:16

ଶିମୋନ ଓ ଆନ୍ଦ୍ରିୟଙ୍କୁ ଯୀଶୁ କ'ଣ କରିବେ ବୋଲି ସେ କହିଲେ ?

ଶିମୋନ ଓ ଆନ୍ଦ୍ରିୟଙ୍କୁ ଯୀଶୁ ମନୁଷ୍ୟ ଧରିବା ଶିଖାଇବି ବୋଲି ସେ କହିଲେ [୧:୧୭]।

Mark 1:19

ଶିମୋନ, ଆନ୍ଦ୍ରିୟ, ଯାକୁବ, ଏବଂ ଯୋହନଙ୍କ ବୃତ୍ତି କ'ଣ ଥିଲା ?

ଶିମୋନ, ଆନ୍ଦ୍ରିୟ, ଯାକୁବ, ଏବଂ ଯୋହନ ମତ୍ସଜୀବୀ ଥିଲେ [୧:୧୬,୧୯]।

Mark 1:21

ସମାଜଗୃହର ଲୋକମାନଙ୍କୁ ଯୀଶୁଙ୍କର ଶିକ୍ଷା କାହିଁକି ଆଶ୍ଚର୍ଯ୍ୟନ୍ନିତ କଲା ?

ଯୀଶୁଙ୍କର ଶିକ୍ଷା ଆଶ୍ଚର୍ଯ୍ୟନ୍ନିତ କଲା ଯେହେତୁ ଯୀଶୁ ଅଧିକାର ସହ ଶିକ୍ଷା ଦେଉଥିଲେ [୧:୨୨]।

Mark 1:23

ସମାଜଗୃହରେ ଥିବା ଅଶୁଚି ଆତ୍ମା ଯୀଶୁଙ୍କୁ କେଉଁ ନାମ ଚିତ୍କାର କରିଥିଲା ?

ସମାଜଗୃହରେ ଥିବା ଅଶୁଚି ଆତ୍ମା ଯୀଶୁଙ୍କୁ ଈଶ୍ଵରଙ୍କର ପବିତ୍ର ବ୍ୟକ୍ତି କହି ଚିତ୍କାର କରିଥିଲା [୧:୨୪]।

Mark 1:27

ଯୀଶୁଙ୍କ ବିଷୟର ସମାଚାର ସହ କ'ଣ ଘଟିଲା ?

ଯୀଶୁଙ୍କ ସମ୍ବନ୍ଧୀୟ ସମାଚାର ପ୍ରତ୍ୟେକ ସ୍ଥାନରେ ବ୍ୟାପିଗଲା [୧:୨୮]।

Mark 1:29

ସେମାନେ ଯେତେବେଳେ ଶିମୋନଙ୍କର ଗୃହକୁ ଗଲେ, ଯୀଶୁ କାହାକୁ ସୁସ୍ଥ କଲେ ?

ଯେତେବେଳେ ସେମାନେ ଶିମୋନଙ୍କର ଗୃହକୁ ଗଲେ ଯୀଶୁ ତାହାଙ୍କ ଶାଶୁ ମାଁଙ୍କୁ ସୁସ୍ଥ କଲେ [୧:୩୦]।

Mark 1:32

ଯେତେବେଳେ ସନ୍ଧ୍ୟା ହେଲା କ'ଣ ଘଟିଲା ?

ଯେତେବେଳେ ଏହା ସନ୍ଧ୍ୟା ହେଲା ଉତ୍ତାରେ ଲୋକ ତାହାଙ୍କ ଛାମୁକୁ ପୀଡିତ ଓ ଭୁତଗ୍ରସ୍ତ ସମସ୍ତଙ୍କୁ ଆଣିବାକୁ ଲାଗିଲେ ଓ ଯୀଶୁ ସେମାନଙ୍କୁ ସୁସ୍ଥ କଲେ [୧:୩୨-୩୪]।

Mark 1:35

ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯୀଶୁ କ'ଣ କରୁଥିଲେ ?

ସୂର୍ଯ୍ୟ ଉଦୟ ହେବା ପୂର୍ବରୁ, ଯୀଶୁ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲି ଯାଉଥିଲେ ଓ ସେଠାରେ ସେ ପ୍ରାର୍ଥନା କରୁଥିଲେ [୧:୩୫]।

Mark 1:38

ଯୀଶୁ କ'ଣ କରିବାକୁ ଆସିଅଛନ୍ତି ବୋଲି ସେ ଶିମୋନଙ୍କୁ କହିଲେ ?

ଯୀଶୁ କହିଲେ ଯେ ମୁଁ ନିକଟବର୍ତ୍ତୀ ବଡ଼ ବଡ ଗ୍ରାମକୁ ଯାଇ ସେହି ପ୍ରଚାର ଉଦ୍ଦେଶ୍ୟରେ ମୁଁ ବାହାରିଅଛି [୧:୩୮-୩୯]।

Mark 1:40

ଯେଉଁ କୁଷ୍ଠ ରୋଗୀ ତାହାଙ୍କୁ ସୁସ୍ଥ କରିବା ନିମନ୍ତେ ସେ ଯୀଶୁଙ୍କୁ ବିନତି କରିଥିଲେ ତାହାର ପ୍ରତି ଯୀଶୁଙ୍କର ସ୍ଵଭାବ କିପରି ଥିଲା ?

ଯୀଶୁ କୁଷ୍ଠ ରୋଗୀ ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ ସୁସ୍ଥ କଲେ [୧:୪୦-୪୨]।

Mark 1:43

ଯୀଶୁ କୁଷ୍ଠ ରୋଗୀକୁ କ'ଣ କରିବାକୁ କହିଲେ ଓ କାହିଁକି ତାହା କରିବାକୁ କହିଲେ ?

ଯୀଶୁ କୁଷ୍ଠ ରୋଗୀକୁ କହିଲେ ଯାଅ ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି ସେହିସବୁ ଆପଣାର ଶୌଚକ୍ରିୟା ସ୍ଵରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର [୧:୪୪]।


Chapter 2

1 କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କଫର୍ନାହୁମରେ ପ୍ରବେଶ କରନ୍ତେ ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା । 2 ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ, ଦ୍ୱାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ, ପୁଣି, ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ । 3 ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକି ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ, 4 କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ । 5 ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକି କହିଲେ, "ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା ।" 6 କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ, 7 ଏ ଲୋକ କାହିଁକି ଏପରି କହୁଅଛି ? ସେ ଈଶ୍ୱର ନିନ୍ଦା କରୁଅଛି; କେବେଳ ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ ? 8 ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ ? 9 କ'ଣ ସହଜ ? ପକ୍ଷାଘାତ ରୋଗୀକି ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା ? 10 କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, 11 ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ । 12 ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ ।

13 ଯୀଶୁ ପୁନର୍ବାର ସମୁଦ୍ରକୂଳକୁ ବାହାରିଗଲେ, ଆଉ ଲୋକସମୂହ ତାହାଙ୍କ ନିକଟକୁ ଆସନ୍ତେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । 14 ପୁଣି, ସେ ଯାଉ ଯାଉ ଆଲଫିଙ୍କ ପୁତ୍ର ଲେବୀଙ୍କି କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, ମୋହର ଅନୁଗମନ କର । ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ । 15 ଆଉ ଯୀଶୁ ତାଙ୍କ ଗୃହରେ ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ, ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ; କାରଣ ସେମାନେ ଅନେକ ଥିଲେ ପୁଣି, ତାହାଙ୍କର ଅନୁଗମନ କରୁଥିଲେ । 16 ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ଏ କଅଣ ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି ! 17 ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି ।

18 ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି ? 19 ଯୀଶୁ ସେମାନଙ୍କୁ କହିଲେ, "ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରି ପାରନ୍ତି ? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ ଉପବାସ କରି ପାରନ୍ତି ନାହିଁ ।" 20 କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ । 21 କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶି ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ଚିରା ହୁଏ । 22 ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ଫାରେ ରଖେ ନାହିଁ; ରଖିଲେ ତାହା କୁମ୍ଫା ଫଟାଇଦିଏ, ପୁଣି, ଦ୍ରାକ୍ଷାରସ ଓ କୁମ୍ଫା ଉଭୟ ନଷ୍ଟ ହୁଏ । କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ଫାରେ ରଖିବା ଉଚିତ ।

23 ଥରେ ଯୀଶୁ ବିଶ୍ରାମବାରରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ଡାଇବାକୁ ଲାଗିଲେ । 24 ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, "ଦେଖ, ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, 25 ଏମାନେ କାହିଁକି ତାହା କରୁଅଛନ୍ତି ?" ସେ ସେମାନଙ୍କୁ କହିଲେ, "ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କ'ଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ ? 26 ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମମାନଙ୍କୁ ମଧ୍ୟ ଦେଇଥିଲେ ।" 27 ଆଉ ସେ ସେମାନଙ୍କୁ କହିଲେ, ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ । 28 ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି ।



Translation Questions

Mark 2:5

ଯୀଶୁ ପକ୍ଷଘାତୀ ରୋଗୀଙ୍କୁ କ'ଣ କହିଲେ ?

ଯୀଶୁ କହିଲେ ବତ୍ସ, "ତୁମର ପାପସବୁ କ୍ଷମା କରାଗଲା" [୨:୫]।

କେତେକ ଶାସ୍ତ୍ରୀମାନେ କାହିଁକି ଯୀଶୁ ଯାହା କହିଥିଲେ ସେହି ବିଷୟରେ ତର୍କବିତର୍କ କଲେ ?

କେତେକ ଶାସ୍ତ୍ରୀମାନେ କହିଲେ ଯେ ସେ ଈଶ୍ଵରନିନ୍ଦା କରୁଅଛି କାରଣ ଈଶ୍ଵର ହି ପାପ କ୍ଷମା କରିପାରନ୍ତି [୨:୬-୭]।

Mark 2:13

ଯେତେବେଳେ ଯୀଶୁ ଲେବିଙ୍କୁ କହିଲେ ମୋହର ଅନୁଗମନ କର ସେତେବେଳେ ଲେବି କ'ଣ କରୁଥିଲେ ?

ଯେତେବେଳେ ଯୀଶୁ ଲେବିଙ୍କୁ ତାହାଙ୍କ ପଛେ ଅନୁଗମନ କରିବାକୁ କହିଲେ ଲେବି କରଆଦୟକାରୀ ସ୍ଥାନରେ ବସି କର ଆଦାୟ କରୁଥିଲେ [୨:୧୩-୧୪]।

Mark 2:15

ଯୀଶୁ ଲେବିଙ୍କ ଗୃହରେ କ'ଣ କରୁଥିଲେ ଯେ, କରଗ୍ରାହୀମାନେ ଅସନ୍ତୁଷ୍ଟ ହେଲେ ?

ଯୀଶୁ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି ଏହା ଦେଖି ସେମାନେ ଅସନ୍ତୁଷ୍ଟ ଥିଲେ [୨:୧୫][୧୬]।

Mark 2:17

ଯୀଶୁ କହିଲେ ସେ କାହାକୁ ଆହ୍ୱାନ କରିବାକୁ ଆସିଥିଲେ ?

ଯୀଶୁ କହିଲେ ମୁଁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଥିଲେ [୨:୧୭]।

Mark 2:18

କେତେକ ଲୋକ ଉପବାସ ବିଷୟରେ ଯୀଶୁଙ୍କୁ କେଉଁ ପ୍ରଶ୍ନ ପଚାରିଲେ ?

ଯୋହନଙ୍କର ଶିଷ୍ୟମାନେଓ ଫାରୁଶୀମାନଙ୍କର ଶିଷ୍ୟମାନେଉପବାସ କରନ୍ତି କିନ୍ତୁ ଆପଣଙ୍କର ଶିଷ୍ୟମନେ କାହିଁକି ଉପବାସ କରନ୍ତି ନାହିଁ ବୋଲି ସେମାନେ ଯୀଶୁଙ୍କୁ ପ୍ରଶ୍ନ କରିଥିଲେ [୨:୧୮]।

Mark 2:20

ଯୀଶୁ ଉପବାସ ବିଷୟରେ କିପରି ଉତ୍ତର ଦେଲେ ?

ବରଯାତ୍ରୀମାନଙ୍କ ସହିତ ଥିବା ସମୟରେ ସେମାନେ ଉପବାସ କରନ୍ତି ନାହିଁ କିନ୍ତୁ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢିନିଆଯିବ ସେତେବେଳେ ସେମାନେ ଉପବାସ କରିବେ [୨:୧୯-୨୦]।

Mark 2:23

ଯୀଶୁଙ୍କର ଶିଷ୍ୟମାନେ ବିଶ୍ରାମବାରରେ ଶସ୍ୟକ୍ଷେତ୍ରରେ ଯାଉଥିବା ସମୟରେ କ'ଣ କଲେ ?

ଯୀଶୁଙ୍କର ଶିଷ୍ୟମାନେ ବିଶ୍ରାମବାରରେ ଯାଉ ଯାଉ ଶସ୍ୟର ଶିଷା ଛିଣ୍ଡାଇ ତାହା ସେମାନେ ଖାଇଥିଲେ [୨:୨୩-୨୪]।

Mark 2:25

ଯେଉଁମାନଙ୍କୁ ଯେ କୌଣସି ବିଷୟ ଖାଇବାକୁ ମନା କରାଯାଇଥାଏ ଆଉ ତାହା ସେମାନେ ଖାଆନ୍ତି, ଯୀଶୁ ସେପରି କେଉଁମାନଙ୍କର ଉଦାହରଣ ଦେଇଅଛନ୍ତି ?

ଯୀଶୁ ଦାଉଦଙ୍କ ବିଷୟରେ ଉଦାହରଣ ଦେଇଅଛନ୍ତି ଯେ ଯାଜକଙ୍କର ଦର୍ଶନ ରୋଟୀ ଭୋଜନ କରିଥିଲେ, ଯାହାକି ବିଧିସଙ୍ଗତ ନୁହେଁ[୨:୨୫-୨୬]।

Mark 2:27

ବିଶ୍ରାମବାର କାହା ନିମନ୍ତେ ହୋଇଥିଲା ବୋଲି ଯୀଶୁ କହିଲେ ?

ବିଶ୍ରାମବାର ଲୋକମାନଙ୍କ ନିମନ୍ତେ ହୋଇଥିଲା ବୋଲି ଯୀଶୁ କହିଲେ [୨:୨୭]।

ଯୀଶୁ ନିଜକୁ ନିଜେ କେଉଁ ଅଧିକାର ଦାବି କଲେ ?

ଯୀଶୁ ମଧ୍ୟ ସେ ବିଶ୍ରାମବାରର ପ୍ରଭୁ ଅଟନ୍ତି [୨:୨୮]।


Chapter 3

1 ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ । ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା । 2 ଆଉ, ସେ ତାହାକୁ କେଜାଣି ବିଶ୍ରାମବାରରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରନ୍ତି । 3 ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, ଆସ, ମଝିରେ ଠିଆ ହୁଅ । 4 ପୁଣି, ଯୀଶୁ ସେମାନଙ୍କୁ କହିଲେ, ବିଶ୍ରାମବାରରେ କଅଣ କରିବା ବିଧିସଙ୍ଗତ ? ଭଲ କରିବା ନା ମନ୍ଦ କରିବା ? ପ୍ରାଣ ରକ୍ଷା କରିବା ନା ବିନାଶ କରିବା ? କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ । 5 ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, ହାତ ବଢ଼ାଅ । ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା । 6 ତହିଁରେ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସେହିକ୍ଷଣି ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ ।

7 ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି, ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍‌ଗମନ କଲେ; ଆଉ ଯିହୂଦା, 8 ଯିରୂଶାଲମ, ଇଦୋମ, ଯର୍ଦ୍ଦନର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ । 9 ସେତେବେଳେ ଭୀଡ଼ ସକାଶେ, ଲୋକସମୂହ ଯେପରି ତାହାଙ୍କ ଉପରେ ମାଡ଼ି ନ ପଡ଼ନ୍ତି, ଏଥିପାଇଁ ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ଡଙ୍ଗା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ; 10 କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ । 11 ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ୱରଙ୍କ ପୁତ୍ର । 12 ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ ।

13 ସେ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ । 14 ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ, 15 ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ । 16 ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ । 17 ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ; 18 ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ, 19 ପୁଣି, ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା ।

20 ପରେ ସେ ଘରକୁ ଆସିଲେ; ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରି ପାରିଲେ ନାହିଁ । 21 ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ଘେନିଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି । 22 ଆଉ, ଯିରୂଶାଲମରୁ ଆସିଥିବା ଶାସ୍ତ୍ରୀମାନେ କହିଲେ, ଏହାକୁ ବାଲ୍‌ଜିବୂଲ୍ ଲାଗିଛି, ପୁଣି, ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ । 23 ଏଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି ଦୃଷ୍ଟାନ୍ତ କଥାରେ ସେମାନଙ୍କୁ କହିଲେ, ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ ? 24 ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ । 25 ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ । 26 ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି । 27 ମାତ୍ର କେହି ପ୍ରଥମେ ବଳବାନ ଲୋକକୁ ନ ବାନ୍ଧିଲେ ତାହାର ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଲୁଣ୍ଠନ କରି ପାରେ ନାହିଁ; ତାହାକୁ ଆଗେ ବାନ୍ଧିଲେ ସିନା ସେ ତାହାର ଗୃହ ଲୁଣ୍ଠନ କରିବ । 28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟ ସନ୍ତାନମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ୱର ନିନ୍ଦା କରନ୍ତି, ସେ ସମସ୍ତ କ୍ଷମା କରାଯିବ; 29 କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ । 30 ତାହାକୁ ଅଶୁଚି ଆତ୍ମା ଲାଗିଛି, ଏହା ସେମାନେ କହିବାରୁ ସେ ଏହି କଥା କହିଲେ ।

31 ସେତେବେଳେ ତାହାଙ୍କ ମା ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇପଠାଇଲେ । 32 ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି । 33 ସେ ସେମାନଙ୍କୁ ଉତ୍ତର ଦେଲେ, ମୋହର ମା ଓ ଭାଇମାନେ କିଏ ? 34 ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, ଦେଖ, ମୋହର ମା ଓ ମୋହର ଭାଇମାନେ । 35 ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା ।



Translation Questions

Mark 3:1

ସେମାନେ ସମାଜଗୃହରେ ବିଶ୍ରାମବାର ଦିନରେ ଯୀଶୁଙ୍କ ପ୍ରତି କ'ଣ ଲକ୍ଷ୍ୟ କରୁଥିଲେ ?

ସେମାନେ ଯୀଶୁଙ୍କୁ ଲକ୍ଷ୍ୟ କରୁଥିଲେ ଯେ ଯଦି ସେ ବିଶ୍ରାମବାରରେ ସୁସ୍ଥ କରିବେ ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବେ [୩:୧-୨]।

Mark 3:3

ବିଶ୍ରାମବାର ବିଷୟରେ ଯୀଶୁ ଲୋକମାନଙ୍କୁ କେଉଁ ପ୍ରଶ୍ନ ପଚାରିଥିଲେ ?

ଯୀଶୁ ସେମାନଙ୍କୁ କହିଥିଲେ ବିଶ୍ରାମବାରରେ କ'ଣ କରିବା ବିଧିସଙ୍ଗତ ଭଲ କରିବା ନା ମନ୍ଦ କରିବା [୩:୪]।

Mark 3:5

ଲୋକମାନଙ୍କର ଯୀଶୁଙ୍କର ପ୍ରଶ୍ନ ପ୍ରତି ଉତ୍ତର କିପରିଥିଲା ଓ ସେମାନଙ୍କ ପ୍ରତି ଯୀଶୁଙ୍କର ସ୍ଵଭାବ କିପରି ଥିଲା ?

ଲୋକମାନେ ନିରୁତ୍ତର ହୋଇ ରହିଲେ ଓ ଯୀଶୁ ସେମାନଙ୍କ ଉପରେ କ୍ରୋଧ ହୋଇଯାଇଥିଲେ [୩:୪-୫]।

ଯେତେବେଳେ ଯୀଶୁ କୁଷ୍ଠ ରୋଗୀଙ୍କୁ ସୁସ୍ଥ କଲେ ଫାରୂଶୀମାନେ କ'ଣ କଲେ ?

ଫାରୂଶୀମାନେ ବାହରକୁ ଯାଏ ଯୀଶୁଙ୍କୁ ବିନାଶ କରିବା ନିମନ୍ତେ ମନ୍ତ୍ରଣା କଲେ [୩:୬]।

Mark 3:7

ଯୀଶୁ ସମୁଦ୍ର କୂଳକୁ ବାହାରି ଗଲାପରେ ତାହାଙ୍କ ପଛରେ କେତେ ଲୋକ ଅନୁଗମନ କଲେ ?

ଏକ ମହା ଜନତା ଯୀଶୁଙ୍କର ପଛରେ ପଶ୍ଚାତଗମନ କଲେ [୩:୭-୯]।

Mark 3:11

ଯେତେବେଳେ ଭୂତମାନେ ଯୀଶୁଙ୍କୁ ଦେଖିଲେ କେମିତି ଚିତ୍କାର କଲେ ?

ଯେତେବେଳେ ଅଶୁଚି ଆତ୍ମାଗୁଡିକ ଯୀଶୁଙ୍କୁ ଦେଖିଲେ ସେମାନେ ତୁମେ ଈଶ୍ଵରଙ୍କ ପୁତ୍ର ବୋଲି ଚିତ୍କାର କରୁଥିଲେ [୩:୧୧]।

Mark 3:13

ଯୀଶୁ କେତେଜଣ ଲୋକଙ୍କୁ ପ୍ରେରିତ ଭାବରେ ନିଯୁକ୍ତ କରିଥିଲେ ଓ ସେମାନଙ୍କର କ'ଣ କରିବାର ଥିଲା ?

ତାହାଙ୍କ ସହିତ ରହିବା ନିମନ୍ତେ ଯୀଶୁ ବାରଜଣ ପ୍ରେରିତମାନଙ୍କୁ ନିଯୁକ୍ତ କରିଥିଲେ ପ୍ରଚାର କରିବା ପାଇଁ ଓ ଭୂତ ଛଡାଇବା ନିମନ୍ତେ ଅଧିକାର ଦେଲେ [୩:୧୪-୧୫]।

Mark 3:17

ଯେଉଁ ପ୍ରେରିତ ଯୀଶୁଙ୍କୁ ଧରାଇଥିଲେ ସେ କିଏ ଥିଲେ ?

ପ୍ରେରିତ ଯୀଶୁଙ୍କୁ ଧରାଇଥିଲେ ସେ ଇଷ୍କାରିୟୋତୀୟ ଯିହୂଦା ଥିଲେ [୩:୧୯]।

Mark 3:20

ଜନସମୂହ ଲୋକମାନଙ୍କ ବିଷୟରେ ଏବଂ ପରିପାର୍ଶ୍ୱସ୍ତ ଯୀଶୁଙ୍କ ଘଟଣା ବିଷୟରେ ଯୀଶୁଙ୍କର ଆତ୍ମୀୟମାନେ କ'ଣ ସବୁ ଭାବୁଥିଲେ ?

ଯୀଶୁଙ୍କର ଆତ୍ମୀୟମାନେ ଭାବୁଥିଲେ ଯେ ତାହାଙ୍କର ମତିଭ୍ରମ ହୋଇଅଛି [୩:୨୧]।

ଶାସ୍ତ୍ରୀମାନେ ଯୀଶୁଙ୍କର ବିରୁଦ୍ଧରେ କେଉଁ ଅଭିଯୋଗ ଆଣିଥିଲେ ?

ଶାସ୍ତ୍ରୀମାନେ କହିଲେ ଏହାକୁ ବାଆଲଜିବୂଲ୍ ଲାଗିଛି ପୁଣି ଭୂତପତିର ସାହାଯ୍ୟରେ ସେ ଭୂତ ଛଡାଉଅଛି [୩:୨୨]।

Mark 3:23

ଶାସ୍ତ୍ରୀମାନଙ୍କର ଅଭିଯୋଗ ବିରୁଦ୍ଧରେ ଯୀଶୁଙ୍କର ଉତ୍ତର କିପରି ଥିଲା ?

ଯୀଶୁ ଉତ୍ତର ଦେଲେ ଯେଉଁ ରାଜ୍ୟ ନିଜ ରାଜ୍ୟ ବିରୁଦ୍ଧରେ ବିଭାଗ କରେ ସେ ରାଜ୍ୟ କେବେ ସ୍ଥିର ହୋଇ ରହିପାରିବ ନାହିଁ [୩:୨୩-୨୬]।

Mark 3:28

ଯୀଶୁ କେଉଁ ପାପ କ୍ଷମା କରାଯିବ ନାହିଁ ବୋଲି କହିଲେ ?

ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାର କଥା କହେ ତାହାକୁ କେବେହେଲେ କ୍ଷମା କରାଯିବ ନାହିଁ ବୋଲି ଯୀଶୁ କହିଲେ [୩:୨୮-୩୦]।

Mark 3:33

ତାହାଙ୍କର ମାତା ଓ ଭାଇମାନେ କିଏ ଥିଲେ ବୋଲି ଯୀଶୁ କହିଲେ ?

ଯେଉଁମାନେ ଈଶ୍ଵରଙ୍କର ଇଚ୍ଛା ପାଳନ କରନ୍ତି ସେମାନେ ଯୀଶୁଙ୍କର ମାତା ଓ ଭାଇମାନେ ଅଟନ୍ତି ବୋଲି ଯୀଶୁ କହିଲେ [୩:୩୩-୩୫]।


Chapter 4

1 ସେ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ । 2 ସେତେବେଳେ ସେ ଦୃଷ୍ଟାନ୍ତରେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ, ପୁଣି, ଆପଣା ଶିକ୍ଷା ମଧ୍ୟରେ ସେମାନଙ୍କୁ କହିଲେ, ଶୁଣ ! 3 ଦେଖ, ଜଣେ ବୁଣାଳୀ ବୁଣିବାକୁ ବାହାରିଲା । 4 ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା, ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ । 5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, 6 କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା । 7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ । 8 ପୁଣି, ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା । 9 ପୁଣି, ସେ କହିଲେ, ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ ।

10 ସେ ଏକାକୀ ଥିବା ସମୟରେ ତାହାଙ୍କ ସଙ୍ଗୀମାନେ ଦ୍ୱାଦଶଙ୍କ ସହିତ ତାହାଙ୍କୁ ସେହି ଦୃଷ୍ଟାନ୍ତଗୁଡ଼ିକ ବିଷୟରେ ପଚାରିବାକୁ ଲାଗିଲେ । 11 ସେଥିରେ ସେ ସେମାନଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି, 12 ଯେପରି ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି, ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରିଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି ।

13 ଯୀଶୁ ପୁଣି, ସେମାନଙ୍କୁ କହିଲେ, ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁ ନାହଁ ? ତେବେ କିପରି ସମସ୍ତ ଦୃଷ୍ଟାନ୍ତ ବୁଝିବ ? 14 ବୁଣାଳୀ ବାକ୍ୟ ବୁଣେ । 15 ଯେଉଁମାନେ ଶୁଣନ୍ତି, ପୁଣି, ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ, ସେମାନେ ବାକ୍ୟ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ । 16 ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, 17 କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ । 18 ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି, ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପିପକାଏ ଓ ତାହା ଫଳହୀନ ହୁଏ, 19 ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । 20 ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

21 ପୁନଶ୍ଚ ସେ ସେମାନଙ୍କୁ କହିଲେ, ଦୀପ କ'ଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ ? ଦୀପରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ ? 22 କାରଣ ପ୍ରକାଶିତ ନ ହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ; ଆଉ ଯାହା ଗୁପ୍ତ ହୋଇଅଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି । 23 ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ । 24 ଯୀଶୁ ପୁଣି, ସେମାନଙ୍କୁ କହିଲେ, କଅଣ ଶୁଣୁଅଛ, ସେ ବିଷୟରେ ସାବଧାନ । ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇଦିଆଯିବ ଏବଂ ତୁମ୍ଭମାନଙ୍କୁ ଅଧିକ ଦିଆଯିବ । 25 କାରଣ ଯାହାର ଅଛି, ତାହାକୁ ଦିଆଯିବ; ଆଉ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ସୁଦ୍ଧା ତାହାଠାରୁ ନିଆଯିବ ।

26 ଆହୁରି ସେ କହିଲେ, ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର, ଯେପରି ଜଣେ ଲୋକ ଭୂମିରେ ବିହନ ବୁଣେ; 27 ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ । 28 ଭୂମି ଆପେ ଫଳ ଉତ୍ପନ୍ନ କରେ, ପ୍ରଥମରେ ପତ୍ର, ପରେ ଶିଁଷା, ତାହା ପରେ ଶିଁଷାରେ ପୂର୍ଣ୍ଣ ଶସ୍ୟ । 29 କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ ।

30 ଯୀଶୁ ପୁଣି, କହିଲେ, ଆମ୍ଭେମାନେ କାହା ସାଙ୍ଗରେ ଈଶ୍ୱରଙ୍କ ରାଜ୍ୟର ତୁଳନା କରିବା ? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା ? 31 ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର, 32 ମାତ୍ର ବୁଣାଗଲେ ତାହା ବଢ଼ି ଉଠି ସବୁ ଶାଗଠାରୁ ବଡ଼ ହୁଏ, ପୁଣି, ତାହାର ଏପରି ବଡ଼ ବଡ଼ ଡାଳ ହୁଏ ଯେ, ଆକାଶର ଚଢ଼େଇମାନେ ତାହାର ଛାୟାରେ ବାସ କରି ପାରନ୍ତି । 33 ସେ ଏହି ପ୍ରକାରେ ଅନେକ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କ ଶୁଣିବା ଶକ୍ତି ଅନୁସାରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଥିଲେ, 34 ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କ ନିକଟରେ କୌଣସି କଥା କହୁ ନ ଥିଲେ । କିନ୍ତୁ ସେ ଗୋପନରେ ଆପଣା ଶିଷ୍ୟମାନଙ୍କୁ ସମସ୍ତ ବିଷୟ ବୁଝାଇଦେଉଥିଲେ ।

35 ସେହି ଦିନ ସନ୍ଧ୍ୟା ହୁଅନ୍ତେ ଯୀଶୁ ସେମାନଙ୍କୁ କହିଲେ, ଆସ, ଆରପାରିକି ଯିବା । 36 ସେଥିରେ ସେମାନେ ଲୋକସମୂହକୁ ପରିତ୍ୟାଗ କରି, ସେ ଯେପରି ଥିଲେ, ସେହିପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ, ପୁଣି, ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା । 37 ଆଉ ପ୍ରବଳ ତୋଫାନ ହେଲା, ପୁଣି, ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା । 38 ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇପଡ଼ିଥିଲେ; ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କଅଣ ଚିନ୍ତା ନାହିଁ ? 39 ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ, ଚୁପ୍ କର୍ । ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା । 40 ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ ? ଏ କ'ଣ ! ତୁମ୍ଭମାନଙ୍କର ବିଶ୍ୱାସ ନାହିଁ ? 41 ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି ?



Translation Questions

Mark 4:1

ଯୀଶୁ କାହିଁକି ନୌକାରେ ଚଢି ଶିକ୍ଷା ଦେଇଥିଲେ ?

ଯୀଶୁ ନୌକାରେ ଚଢି ଶିକ୍ଷା ଦେଇଥିଲେ କାରଣ ତାହାଙ୍କର ଚାରିଆଡେ ଲୋକମାନେ ଘେରି ଯାଇଥିଲେ [୪:୧]।

Mark 4:3

ବାଟରେ ପଡିଥିବା ବିହନ ପ୍ରତି କ'ଣ ଘଟିଲା ?

ଚଢେଇମାନେ ଆସି ସେଗୁଡିକ ଖାଇଗଲେ [୪:୪]।

Mark 4:6

ପଥୁରିଆ ଭୁଇଁରେ ପଡିଥିବା ବିହନ ପ୍ରତି କ'ଣ ଘଟିଲା ?

ଶୀଘ୍ର ଗଜା ହେଲା, କିନ୍ତୁ ଚେର ନ ଥିବା ହେତୁ ଶୁଖିଗଲା [୪:୫-୬]।

କଣ୍ଟା ବୁଦାରେ ପଡିଥିବା ବିହନ ପ୍ରତି କ'ଣ ଘଟିଲା ?

କଣ୍ଟା ଗଛ ସେଗୁଡିକୁ ଚାପି ପକାଇଲା [୪:୭]।

Mark 4:8

ଉତ୍ତମ ଭୂଇଁରେ ପଡିଥିବା ବିହନ ପ୍ରତି କ'ଣ ଘଟିଲା ?

ବିହନ ଶସ୍ୟ ଉତ୍ପନ୍ନ କଲା କେତେକ ତିରିଶ ଗୁଣ କେତେକ ଷାଠିଏ ଗୁଣ ଓ କେତେକ ଶହେ ଗୁଣ ଫଳିଲା [୪:୮]।

Mark 4:10

ଯେଉଁମାନେ ବାହାରେ ଅଛନ୍ତି ସେମାନଙ୍କୁ ନୁହେଁକିନ୍ତୁ କେବଳ ବାର ଜଣକୁ କ'ଣ ଦିଆଯାଇଅଛି ବୋଲି ଯୀଶୁ କହିଲେ ?

ଈଶ୍ଵରଙ୍କ ରାଜ୍ୟର ନିଗୂଢତତ୍ତ୍ଵ ଜାଣିବା ନିମନ୍ତେ ବାର ଜଣଙ୍କୁ ଦିଆଯାଇଅଛି, କିନ୍ତୁ ବାହାର ଲୋକମାନଙ୍କୁ ନୁହେଁବୋଲି ଯୀଶୁ କହିଲେ [୪:୧୧]।

Mark 4:13

ଯୀଶୁଙ୍କର ଦୃଷ୍ଟାନ୍ତରେ, ବିହନ କ'ଣ ଅଟେ ?

ବିହନ ଈଶ୍ଵରଙ୍କ ବାକ୍ୟ ଅଟେ [୪:୧୪]।

ବାଟ ପାଖରେ ବୁଣା ଯାଇଥିବା ବିହନ କ'ଣ ବର୍ଣ୍ଣନା କରେ ?

ଏହା ବର୍ଣ୍ଣନା କରେ ଯେ ଯେଉଁମାନେ ଶୁଣନ୍ତି, ଶୁଣିବା କ୍ଷଣି ଶୟତାନ ଆସି ସେମାନଙ୍କଠାରୁ ବୁଣାଯାଇଥିବା ବାକ୍ୟ ହରଣ କରି ନିଏ ସେମାନେ ବାକ୍ୟ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ୍ୟ [୪:୧୫]।

Mark 4:16

ପଥୁରିଆ ଭୂଇଁରେ ବୁଣାଯାଇଥିବା ବିହନ କେଉଁ ବିଷୟକୁ ବର୍ଣ୍ଣନା କରେ ?

ଯେଉଁମାନେ ବାକ୍ୟ ଶୁଣିବା ପରେ ଆନନ୍ଦରେ ଗ୍ରହଣ କରନ୍ତି କିନ୍ତୁ ଯେତେବେଳେ କ୍ଲେଶ ବା ତାଡନା ଆସେ ସେମାନେ ଝୁଣ୍ଟି ପଡନ୍ତି [୪:୧୬-୧୭]।

Mark 4:18

କଣ୍ଟା ଗଛ ମଧ୍ୟରେ ପଡିଥିବା ବିହନ କେଉଁ ବିଷୟକୁ ବର୍ଣ୍ଣନା କରେ ?

ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି ସଂସାରିକ ଚିନ୍ତା ବାକ୍ୟକୁ ଚାପି ପକାଏ ଏହା ସେମାନଙ୍କ ବିଷୟରେ ବର୍ଣ୍ଣନା କରେ [୪:୧୮-୧୯]।

ଉତ୍ତମ ଭୂଇଁରେ ବୁଣାଯାଇଥିବା ବିହନ କେଉଁ ବିଷୟକୁ ବର୍ଣ୍ଣନା କରେ ?

ଏହା ସେମାନଙ୍କୁ ବୁଝାଏ ଯେଉଁମାନେ ବାକ୍ୟକୁ ଶୁଣନ୍ତି, ଗ୍ରହଣ କରନ୍ତି, ପୁଣି ଫଳ ଉତ୍ପନ୍ନ କରନ୍ତି [୪:୨୦]।

Mark 4:21

ଗୁପ୍ତ ଓ ଗୋପନ ବିଷୟ ପ୍ରତି କ'ଣ ଘଟିବ ବୋଲି ଯୀଶୁ କହିଅଛନ୍ତି ?

ଯୀଶୁ କହିଲେ ଯେ ଗୁପ୍ତ ଓ ଗୋପନ ବିଷୟସବୁ ପ୍ରକାଶିତ ହେବ [୪:୨୨]।

Mark 4:26

କିପରି ଭାବରେ ଈଶ୍ଵରଙ୍କ ରାଜ୍ୟ ଜଣେ ଲୋକ ଯେ ଭୂଇଁରେ ବିହନ ବୁଣେ ତାହା ସଦୃଶ ଅଟେ ?

ମଣିଷ ବିହନ ବୁଣେ ଓ ଏହାର ବୃଦ୍ଧି ପାଏ କିନ୍ତୁ ଏହା କିପରି ବୃଦ୍ଧି ପାଏ ସେ ଜାଣେ ନାହିଁ, ତା'ପରେ ଶସ୍ୟ ପାଚିଲା କ୍ଷଣି ଫସଲ ସମୟ ଉପସ୍ଥିତ ହେଲେ ସେ ଦା ଲଗାଏ [୪:୨୬-୨୯]।

Mark 4:30

କିପରି ଭାବରେ ଈଶ୍ଵରଙ୍କ ରାଜ୍ୟ ଏକ ସୋରିଷ ଦାନା ସଦୃଶ୍ୟ ?

ସୋରିଷ ଦାନା ସବୁଠାରୁ ଛୋଟ ଦାନା ତଥାପି ତାହା ବୁଣାଗଲେ ବଢି ଉଠି ସବୁ ଶାଗଠାରୁ ବଡ ହୁଏ, ପୁଣି ତାହା ଏପରି ବଡ ବଡ ଡାଳ ହୁଏ ଆକାଶର ଚଢେଇମାନେ ତାହାର ଛାୟାରେ ବାସ କରନ୍ତି [୪:୩୦-୩୨]।

Mark 4:35

ଯେତେବେଳେ ଯୀଶୁ ଓ ଶିଷ୍ୟମାନେହ୍ରଦର ଆରପାରିକି ଗଲେ ସେ ସମୟରେ କ'ଣ ଘଟିଲା ?

ଗୋଟିଏ ବହୁତ ବଡ଼ ପ୍ରବଳ ତୋଫାନ ହେଲା, ପୁଣି ତରଙ୍ଗର ଆଘାତରେ ନୈାକା ଜଳରେ ପରିପୁର୍ଣ୍ଣ ହୋଇଥିଲା [୪:୩୫-୩୭]।

Mark 4:38

ଯୀଶୁ ଏହି ସମୟରେ ନୈାକାରେ କ'ଣ କରୁଥିଲେ ?

ଯୀଶୁ ଶୋଇଥିଲେ [୪:୩୮]।

ଶିଷ୍ୟମାନେ ଯୀଶୁଙ୍କୁ କେଉଁ ପ୍ରଶ୍ନ ପଚାରିଥିଲେ ?

ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ, ହେ ଗୁରୁ ଆମ୍ଭେମାନେ ମଲୁ ଆପଣଙ୍କର କ'ଣ ଚିନ୍ତା ନାହିଁ [୪:୩୮]?

ଯୀଶୁ ତା'ପରେ କ'ଣ କଲେ ?

ଯୀଶୁ ତା'ପରେ ପବନକୁ ଧମକ ଦେଲେ ପୁଣି ସମୁଦ୍ର ସୁସ୍ଥିର ହେଲା [୪:୩୯]।

Mark 4:40

ଯୀଶୁ ଏହା କଲାପରେ, ଶିଷ୍ୟମାନଙ୍କର ଉତ୍ତର କ'ଣ ଥିଲା ?

ଶିଷ୍ୟମାନେଅତ୍ୟନ୍ତ ଭୟଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ କିଏ ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମନାନ୍ତି [୪:୪୧]।


Chapter 5

1 ପରେ ସେମାନେ ସମୁଦ୍ରର ଅପର ପାର୍ଶ୍ୱସ୍ଥ ଗରାଶୀୟମାନଙ୍କ ଅଞ୍ଚଳରେ ଉପସ୍ଥିତ ହେଲେ । 2 ଯୀଶୁ ନୌକାରୁ ଓହ୍ଲାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା । 3 ସେ ସମାଧି ସ୍ଥାନରେ ବାସ କରୁଥିଲା, ପୁଣି, କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ, 4 କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ଡାଇଦେଇ ବେଡ଼ିସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାର ବଳ ନ ଥିଲା । 5 ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି, ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା । 6 ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ିଆସି ତାହାଙ୍କୁ ପ୍ରଣାମ କଲା, 7 ଆଉ ଉଚ୍ଚସ୍ୱରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ୱରଙ୍କ ପୁତ୍ର ଯୀଶୁ , ତୁମ୍ଭ ସାଙ୍ଗରେ ମୋର କ'ଣ ଅଛି ? ତୁମ୍ଭକୁ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ । 8 କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା । 9 ଆଉ ଯୀଶୁ ତାହାକୁ ପଚାରିଲେ, ତୋର ନାଁ କ'ଣ ? ସେ ତାହାକୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମେ ଅନେକ । 10 ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା । 11 ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା । 12 ଆଉ ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମ୍ଭମାନଙ୍କୁ ସେମାନଙ୍କ ମଧ୍ୟକୁ ପଠାଅ । 13 ସେ ସେମାନଙ୍କୁ ଅନୁମତି ଦିଅନ୍ତେ ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ । ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା । 14 ସେମାନଙ୍କୁ ଚରାଉଥିବା ଲୋକମାନେ ପଳାଇଯାଇ ନଗର ଓ ପଲ୍ଲୀଗୁଡ଼ିକରେ ତାହା ଜଣାଇଲେ; ସେଥିରେ ଲୋକେ କଅଣ ଘଟିଛି ବୋଲି ଦେଖିବାକୁ ଆସିଲେ । 15 ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍ ଯାହାକୁ ପୁର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ । 16 ଆଉ ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ । 17 ସେଥିରେ ସେମାନେ ସେମାନଙ୍କ ସୀମାରୁ ବାହାରିଯିବାକୁ ତାହାଙ୍କୁ ବିନତି କରିବାକୁ ଲାଗିଲେ । 18 ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୁର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁଥର ବିନତି କଲା । 19 କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାକୁ କହିଲେ, ତୁମ୍ଭର ଗୃହକୁ , ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି, ପ୍ରଭୁ ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି, ସେହି ସବୁ ସେମାନଙ୍କୁ ଜଣାଅ । 20 ତହିଁରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହି ସବୁ ଦେକାପଲିରେ ଘୋଷଣା କରିବାକୁ ଲାଗିଲେ; ସେଥିରେ ସମସ୍ତେ ଚମତ୍କୃତ ହେଲେ ।

21 ଯୀଶୁ ନୌକାରେ ପାର ହୋଇ ପୁନର୍ବାର ଅପର ପାରିକି ବାହୁଡ଼ିଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ; ଆଉ ସେ ସମୁଦ୍ରକୂଳରେ ରହିଲେ । 22 ସେତେବେଳେ ସମାଜଗୃହ ଅଧ୍ୟକ୍ଷଙ୍କ ମଧ୍ୟରୁ ଯାଈରସ ନାମକ ଜଣେ ବ୍ୟକ୍ତି ଆସି ତାହାଙ୍କୁ ଦେଖି ତାହାଙ୍କ ଚରଣ ତଳେ ପଡ଼ିଲେ, 23 ପୁଣି, ବହୁତ ବିନତି କରି କହିଲେ, ମୋହର କନ୍ୟାଟି ମୃତପ୍ରାୟ; ସେ ଯେପରି ରକ୍ଷା ପାଇ ବଞ୍ଚିବ, ଏଥିପାଇଁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ । 24 ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ । 25 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, 26 ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା, 27 ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳି ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା; 28 କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । 29 ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା, ପୁଣି, ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଶରୀରରେ ଅନୁଭବ କଲା । 30 ସେହିକ୍ଷଣି ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକଗହଳି ମଧ୍ୟରେ ବୁଲିପଡ଼ିି କହିଲେ, କିଏ ମୋହର ଲୁଗା ଛୁଇଁଲା ? 31 ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, କିଏ ମୋତେ ଛୁଇଁଲା ? 32 କିନ୍ତୁ ଯେ ଏହା କରିଥିଲା, ତାହାକୁ ଦେଖିବା ନିମନ୍ତେ ସେ ଚାରିଆଡ଼େ ଦୃଷ୍ଟିପାତ କରିବାକୁ ଲାଗିଲେ । 33 ସେଥିରେ ସେହି ସ୍ତ୍ରୀଲୋକଟି ଆପଣା ପ୍ରତି ଯାହା ଘଟିଅଛି, ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା । 34 ତହିଁରେ ଯୀଶୁ ତାହାକୁ କହିଲେ, ବତ୍ସେ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲିଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇରହ । 35 ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷ୍ୟଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି ? 36 କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ପରି ସମାଜଗୃହର ଅଧ୍ୟକ୍ଷ୍ୟଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର । 37 ପୁଣି, ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଯିବାକୁ ଦେଲେ ନାହିଁ । 38 ସେମାନେ ସମାଜଗୃହର ଅଧ୍ୟକ୍ଷ୍ୟଙ୍କ ଘରକୁ ଆସନ୍ତେ, ସେ କୋଳାହଳ ହେଉଥିବା ଏବଂ ଲୋକେ ଅତ୍ୟନ୍ତ ରୋଦନ ଓ ବିଳାପ କରୁଥିବା ଦେଖିଲେ, 39 ପୁଣି, ଭିତରକୁ ଯାଇ ସେମାନଙ୍କୁ କହିଲେ, କାହିଁକି କୋଳାହଳ ଓ ରୋଦନ କରୁଅଛ ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ। 40 କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମା ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ, 41 ଆଉ ପିଲାର ହାତ ଧରି ତାହାକୁ କହିଲେ, 'ଟଲିଥାକୁମ୍', ଅର୍ଥାତ୍ ଆଗୋ ବାଳିକା, ମୁଁ ତୋତେ କହୁଅଛି ଉଠ୍ । 42 ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା । ଏଥିରେ ସେମାନେ ଅତିଶୟ ଆଚମ୍ବିତ ହୋଇଗଲେ । 43 ପୁଣି, କେହି ଯେପରି ଏହି ବିଷୟ ନ ଜାଣେ, ଏଥିପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ, ଆଉ ବାଳିକାକୁ କିଛି ଖାଇବାକୁ ଦେବା ପାଇଁ କହିଲେ ।



Translation Questions

Mark 5:1

ଯେତେବେଳେ ସେମାନେ ଗରାଶୀୟାମାନଙ୍କ ଅଞ୍ଚଳକୁ ଆସିଲେ କିଏ ଯୀଶୁଙ୍କୁ ସାକ୍ଷାତ କଲେ ?

ଜଣେ ଅଶୁଚି ଆତ୍ମା ବିଶିଷ୍ଟ ଲୋକ ଯୀଶୁଙ୍କୁ ଭେଟିଲେ [୫:୧-୨]।

Mark 5:3

ଏହି ମଣିଷ କ'ଣ ସବୁ କରୁଥିଲା ?

ଏହି ମଣିଷ ସମାଧିରେ ବାସ କରୁଥିଲା ଜଞ୍ଜିର ସବୁ ଭାଙ୍ଗି ପାକାଉଥିଲେ ବେଡି ମଧ୍ୟ ଛିଣ୍ଡାଇ ପକାଉଥିଲା ଦିନ ରାତି ଚିତ୍କାରର କରୁଥିଲା, ଆପଣାକୁ କ୍ଷତ ବିକ୍ଷତ କରୁଥିଲା [୫:୩-୫]।

Mark 5:7

ଯୀଶୁ ସେହି ମଣିଷକୁ କ'ଣ କହିଲେ ?

ଯୀଶୁ ସେହି ମଣିଷକୁ କହିଲେ, "ଆରେ ଅଶୁଚି ଆତ୍ମା ଏହି ଲୋକଠାରୁ ବାହାରି ଯା" [୫:୮]।

ଅଶୁଚି ଆତ୍ମା ଯୀଶୁଙ୍କୁ କେଉଁ ନାମରେ ଡାକିଥିଲେ ?

ପରାତ୍ପର ଈଶ୍ଵରଙ୍କ ପୁତ୍ର କହି ଯୀଶୁଙ୍କୁ ଅଶୁଚି ଆତ୍ମା ଡାକିଲେ [୫:୭]।

Mark 5:9

ଅଶୁଚି ଆତ୍ମାଙ୍କର ନାମ କ'ଣ ଥିଲା ?

ଅଶୁଚି ଆତ୍ମାଙ୍କର ନାମ ବାହିନୀ ଥିଲା କାରଣ ସେମାନେ ଅନେକ [୫:୯]।

Mark 5:11

ଯୀଶୁ ଅଶୁଚି ଆତ୍ମାକୁ ମନୁଷ୍ୟଠାରୁ ବାହାର କଲା ପରେ କ'ଣ ଘଟିଲା ?

ଅଶୁଚି ଆତ୍ମାଗୁଡିକ ବାହାରି ଘୁଷୁରୀମାନଙ୍କ ଭିତରେ ପଶିଲେ, ଅତି ବେଗରେ ଦୌଡିଯାଇ ତୀଖ ସ୍ଥାନରୁ ସମୁଦ୍ରରେ ବୁଡି ମଲେ [୫:୧୩]।

Mark 5:14

ଅଶୁଚି ଆତ୍ମା ବାହାର କଲା ପରେ, ଲୋକଟିର ଅବସ୍ଥା କେମିତି ଥିଲା ?

ଯୀଶୁଙ୍କ ସହିତ ସେହି ଲୋକ ବସିଥିଲା, ଲୁଗା ପିନ୍ଧି ଭଲ ମନରେ ବସିଥିଲା [୫:୧୫]।

Mark 5:16

ଏହି ଘଟଣା ପରେ ଏହି ଲୋକମାନଙ୍କର ପ୍ରତିକ୍ରିୟା କେମିତି ଥିଲା ଓ ସେମାନେ ଯୀଶୁଙ୍କୁ କ'ଣ କରିବା ନିମନ୍ତେ କହିଲେ ?

ଲୋକମାନେ ଭୟ କଲେ ଓ ଯୀଶୁଙ୍କୁ ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବା ନିମନ୍ତେ ତାହାଙ୍କୁ ବିନତି କରିଥିଲେ [୫:୧୫,୧୭]।

Mark 5:18

ଯେଉଁ ଲୋକ ସମାଧିରେ ବାସ କରୁଥିଲା ସେହି ଲୋକଙ୍କୁ ଯୀଶୁ ବର୍ତ୍ତମନା କ'ଣ କରିବାକୁ କହିଲେ ?

ପ୍ରଭୁ ତାହାଙ୍କ ନିମନ୍ତେ ଯାହା କରିଅଛନ୍ତି ତାହା ତାହାଙ୍କ ଲୋକମାନଙ୍କୁ କହିବାକୁ ଯୀଶୁ କହିଲେ [୫:୧୯]।

Mark 5:21

ସମାଜଗୃହର ଅଧ୍ୟକ୍ଷ ଯାଇରସ ଯୀଶୁଙ୍କୁ କ'ଣ ଅନୁରୋଧ କରିଥିଲେ ?

ଯାଇରସ ଯୀଶୁଙ୍କୁ କହିଲେ ମୋହର ଝିଅଟି ପ୍ରାୟ ମୃତପ୍ରାୟ ଆପଣ ଆସି ତାହା ଉପରେ ଆପଣା ହସ୍ତ ଥୁଅନ୍ତୁ [୫:୨୨-୨୩]।

ଯେଉଁ ସ୍ତ୍ରୀ ଯୀଶୁଙ୍କର ଲୁଗା ଛୁଇଁଥିଲା ତାହାର କ'ଣ ସମସ୍ୟା ଥିଲା ?

ସେହି ସ୍ତ୍ରୀ ବାରବର୍ଷ ପର୍ଯ୍ୟନ୍ତ ପ୍ରଦରରୋଗଗ୍ରସ୍ତାରେ ପୀଡିତ ଥିଲା [୫:୨୫]।

Mark 5:25

ଯେଉଁ ସ୍ତ୍ରୀ ଯୀଶୁଙ୍କର ଲୁଗା ଛୁଇଁଥିଲା ତାହାର କ'ଣ ସମସ୍ୟା ଥିଲା ?

ସେହି ସ୍ତ୍ରୀ ବାରବର୍ଷ ପର୍ଯ୍ୟନ୍ତ ପ୍ରଦରରୋଗଗ୍ରସ୍ତାରେ ପୀଡିତ ଥିଲା [୫:୨୫]।

Mark 5:28

କାହିଁକି ସେହି ସ୍ତ୍ରୀ ଯୀଶୁଙ୍କ ଲୁଗା ଛୁଇଁଲା ?

ସେହି ସ୍ତ୍ରୀ ଭାବିଲା ଯେ ଯଦି ସେ ଯୀଶୁଙ୍କର ଲୁଗା ଛୁଅନ୍ତି, ତେବେ ସେ ସୁସ୍ଥ ହେବେ [୫:୨୮]।

Mark 5:30

ଯେତେବେଳେ ସେହି ସ୍ତ୍ରୀ ଯୀଶୁଙ୍କର ଲୁଗା ଛୁଇଁଲା ସେତେବେଳେ ଯୀଶୁ କ'ଣ କଲେ ?

ଯୀଶୁ ଜାଣିଲେ ଯେ ଶକ୍ତି ତାହାଙ୍କଠାରୁ ନିର୍ଗତ ହୋଇଅଛି ସେଥିପାଇଁ ସେ ବୁଲିପଡି ପଚାରିଲେ କିଏ ତାହାଙ୍କୁ ଛୁଇଁଅଛି [୫:୩୦,୩୨]।

Mark 5:33

ଯେତେବେଳେ ସେହି ସ୍ତ୍ରୀ ଯୀଶୁଙ୍କୁ ସମସ୍ତ ସତ୍ୟ କହିଲେ, ସେତେବେଳେ ଯୀଶୁ ତାହାଙ୍କୁ କ'ଣ କହିଲେ ?

ଯୀଶୁ ତାହାଙ୍କୁ କହିଲେ ତୁମର ବିଶ୍ଵାସ ତୁମକୁ ସୁସ୍ଥ କରିଅଛି, ଶାନ୍ତିରେ ଚାଲି ଯାଅ [୫:୩୪]।

Mark 5:35

ଯେତେବେଳେ ଯୀଶୁ ଯାଇରସଙ୍କ ଗୃହରେ ପହଞ୍ଚିଲେ ସେତେବେଳେ ତାହାଙ୍କ ଝିଅଙ୍କ ଅବସ୍ଥା କିପରି ଥିଲା ?

ଯାଇରସ ଝିଅ ମରିଯାଇଥିଲା [୫:୩୫]।

Mark 5:36

ସେହି ସମୟରେ ଯୀଶୁ ଯାଇରସଙ୍କୁ କ'ଣ କହିଲେ ?

ଯୀଶୁ ଯାଇରସଙ୍କୁ ଭୟ ନ କରିବାକୁକହିଲେ, ପୁଣି କେବଳ ବିଶ୍ଵାସ କରିବାକୁ କହିଲେ [୫:୩୬-]।

Mark 5:39

ଯେତେବେଳେ ଯୀଶୁ ଯାଇରସଙ୍କ ଝିଅ ଶୋଇଅଛି ବୋଲି କହିଲେ ସେତେବେଳେ ଗୃହରେ ଥିବା ଲୋକମାନେ କ'ଣ କଲେ ?

ଯେତେବେଳେ ଯୀଶୁ ଯାଇରସଙ୍କ ଝିଅ ଶୋଇଅଛି ବୋଲି କହିଲେ ସେତେବେଳେ ଲୋକମାନେ ଯୀଶୁଙ୍କୁ ପରିହାସ କଲେ [୫:୪୦]।

ଯେଉଁଠାରେ ଶିଶୁ ଥିଲେ ସେହି କୋଠୋରୀକୁ ଯୀଶୁଙ୍କ ସହ କିଏ ଯାଇଥିଲେ ?

ଯୀଶୁ ଶିଶୁଙ୍କ ପିତା ଓ ମାତା, ପୁଣି ପିତର, ଯାକୁବ, ଏବଂ ଯୋହନଙ୍କୁ ସାଥିରେ ନେଲେ [୫:୩୭,୪୦]।

Mark 5:41

ଯେତେବେଳେ ଶିଶୁ ଉଠିଲେ ଏବଂ ଚାଲିଲେ, ସେତେବେଳେ ଲୋକମାନେ କିପରି ପ୍ରତିକ୍ରିୟା କଲେ ?

ଲୋକମାନେ ଅତିଶୟ ଆଚମ୍ବିତ ହେଲେ [୫:୪୨]।


Chapter 6

1 ସେ ସ୍ଥାନରୁ ସେ ପ୍ରସ୍ଥାନ କରି ନିଜ ପୈତୃକ ନଗରକୁ ଆସିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ । 2 ବିଶ୍ରାମବାର ଉପସ୍ଥିତ ହୁଅନ୍ତେ ସେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ; ଆଉ ଅନେକେ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏହି ସବୁ କେଉଁଠାରୁ ହେଲା ? ପୁଣି, ଏହାକୁ ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତିର କାର୍ଯ୍ୟ ଏହାର ହସ୍ତ ଦ୍ୱାରା ସାଧିତ ହେଉଅଛି, ଏସବୁ ବା କଅଣ ? 3 ଏ କି ସେହି ବଢ଼େଇ ନୁହେଁ ? ଏ କି ମରିୟମର ପୁଅ, ଆଉ ଯାକୁବ, ଯୋସି, ଯିହୁଦା ଓ ଶିମୋନର ଭାଇ ନୁହେଁ ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାଁନ୍ତି ? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । 4 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ । 5 ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରି ପାରିଲେ ନାହିଁ । 6 ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ ।

7 ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ । ଇତିମଧ୍ୟରେ ସେ ଦ୍ୱାଦଶଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ, 8 ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି କଟିବନ୍ଧନୀରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ; 9 କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ । 10 ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ । 11 ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ । 12 ସେଥିରେ ସେମାନେ ପ୍ରସ୍ଥାନ କରି ମନ ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ, 13 ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ ।

14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି । 15 କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲିୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ । 16 କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି । 17 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ । 18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ । 19 ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ; 20 କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍‌ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ । 21 ପରେ ସୁଯୋଗର ଦିନ ଉପସ୍ଥିତ ହେଲା । ହେରୋଦ ଆପଣା ଜନ୍ମ ଦିନରେ ପାତ୍ରମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ; 22 ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା । 23 ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା । 24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କ'ଣ ମାଗିବି ? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ । 25 ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ । 26 ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ । 27 ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ । ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା, 28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା । 29 ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ ।

30 ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହି ସବୁ ତାହାଙ୍କୁ ଜଣାଇଲେ । 31 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର । କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା । 32 ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ ।

33 କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ । 34 ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ । 35 ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି; 36 ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥି ନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ । 37 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କ'ଣ ଯାଇ ଶହେ ଟଙ୍କାର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା ? 38 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି ? ଯାଇ ଦେଖ । ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚଟି, ପୁଣି, ଦୁଇଟି ମାଛ । 39 ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ । 40 ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ । 41 ପରେ ଯୀଶୁ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ । 42 ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ, 43 ଆଉ ସେମାନେ ଭଙ୍ଗା ରୁଟି ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ । 44 ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ ।

45 ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍‌ସାଇଦା ଆଡ଼କୁ ଅପର ପାରିକି ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ । 46 ସେମାନଙ୍କଠାରୁ ବିଦାୟ ନେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ଗଲେ । 47 ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ । 48 ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ । 49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ, 50 କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍‍ବିଗ୍ନ ହୋଇଥିଲେ । ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, ସାହସ ଧର, ଏ ତ ମୁଁ , ଭୟ କର ନାହିଁ । 51 ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ବିତ ହେଲେ, 52 କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା ।

53 ସେମାନେ ପାର ହୋଇ ଗିନ୍ନେସରତ୍ ଅଞ୍ଚଳରେ ପହଞ୍ଚି କୂଳରେ ନୌକା ବାନ୍ଧିଲେ । 54 ଆଉ ସେମାନେ ନୌକାରୁ ଓହ୍ଲାନ୍ତେ ଲୋକମାନେ ସେହିକ୍ଷଣି ତାହାଙ୍କୁ ଚିହ୍ନି, 55 ସେହି ସମସ୍ତ ଅଞ୍ଚଳର ଚାରିଆଡ଼େ ଦୌଡ଼ିଗଲେ, ପୁଣି, ସେ ଯେଉଁ ଯେଉଁ ସ୍ଥାନରେ ଅଛନ୍ତି ବୋଲି ଶୁଣିଲେ, ସେହି ସେହି ସ୍ଥାନକୁ ପୀଡ଼ିତ ଲୋକମାନଙ୍କୁ ଖଟିଆରେ ବହି ଆଣିବାକୁ ଲାଗିଲେ । 56 ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହି ସବୁ ସ୍ଥାନର ହାଟବଜାର ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅଁନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ ।



Translation Questions

Mark 6:1

ଯୀଶୁଙ୍କ ନଗରର ଲୋକମାନେ ତାହାଙ୍କ ବିଷୟରେ ଆଶ୍ଚର୍ଯ୍ୟନ୍ନିତ ହେଲେ ?

ଯୀଶୁ ତାହାଙ୍କ ଶିକ୍ଷା, ତାହାଙ୍କ ଜ୍ଞାନ ଓ ଆଶ୍ଚର୍ଯ୍ୟ ଶକ୍ତି କେଉଁଠାରୁ ପାଇଥିଲେ ଲୋକମାନେ ତାହା ଜାଣିପାରିଲେ ନାହିଁ [୬:୨]।

Mark 6:4

ଜଣେ ଭବିଷ୍ୟତବକ୍ତା କେଉଁଠାରେ ଆଦର ପାଏ ନାହିଁ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଜଣେ ଭବିଷ୍ୟତବକ୍ତା ନିଜ ଦେଶରେ, ନିଜ ଆତ୍ମୀୟ ଲୋକମାନଙ୍କ ମଧ୍ୟରେ ଓ ନିଜର ଲୋକମାନଙ୍କଠାରେ ଆଦର ପାଏ ନାହିଁ [୬:୪]।

ଯୀଶୁ ତାହାଙ୍କର ପୈତୃକ ନଗରର ଲୋକମାନଙ୍କର କେଉଁ ବିଷୟରେ ଆଶ୍ଚର୍ଯ୍ୟ ହୋଇଥିଲେ ?

ସେମାନଙ୍କର ଅବିଶ୍ଵାସ ବିଷୟରେ ଯୀଶୁ ତାଙ୍କ ସ୍ୱସହରରେ ଚମତ‌୍‌କୃତ ହୋଇଥିଲେ [୬:୬]।

Mark 6:7

ଯେପରି ଯୀଶୁ ଦ୍ଵାଦଶଙ୍କୁ ପଠାଇଲେ ସେ ସେମାନଙ୍କୁ କେଉଁ ଅଧିକାର ଦେଲେ ?

ଅଶୁଚି ଆତ୍ମାଙ୍କ ଉପରେ ଦ୍ଵାଦଶଙ୍କୁ ଯୀଶୁ ଅଧିକାର ଦେଲେ [୬:୭]।

ସେମାନଙ୍କର ଯାତ୍ରାରେ ଦ୍ଵାଦଶମାନେ ସେମାନଙ୍କ ସହିତ କ'ଣ ନେଇଥିଲେ ?

ଦ୍ଵାଦଶ ଖଣ୍ଡେ ବାଡି, ପାଦୁକା ଓ ଗୋଟିଏ ଅଙ୍ଗରଖା ନେଲେ [୬:୮-୯]।

Mark 6:10

ଯେଉଁସ୍ଥାନରେ ସେମାନଙ୍କୁ ଗ୍ରହଣ କରିବେ ନାହିଁ ସେସ୍ଥାନରେ ଦ୍ଵାଦଶଙ୍କୁ କ'ଣ କିରବା ନିମନ୍ତେ ଯୀଶୁ କହିଲେ ?

ଯୀଶୁ ଦ୍ଵାଦଶଙ୍କୁ କହିଲେ ଯେଉଁମାନେ ତୁମର କଥା ଶୁଣିବେ ନାହିଁ ସେସ୍ଥାନରୁ ପ୍ରସ୍ଥାନ କରିବା ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟଦେବା ନିମନ୍ତେ ତୁମ୍ଭମାନଙ୍କର ପାଦ ଧୂଳି ଝାଡି ଦିଅ [୬:୧୧]।

Mark 6:14

ଲୋକମାନେ ଯୀଶୁ କିଏ ଥିଲେ ବୋଲି ମନେକଲେ ?

ଯୀଶୁ ବାପ୍ତିଜକ ଯୋହନ, କିମ୍ବା ଏଲିୟ, କିମ୍ବା ଭାବବାଦୀ ଥିଲେ ବୋଲି ଲୋକମାନେ ମନେକଲେ [୬:୧୪-୧୫]।

Mark 6:18

ଯୋହନ ହେରୋଦଙ୍କୁ ଆପଣ ଯାହା କରୁଅଛନ୍ତି ତାହା ବିଧିସଙ୍ଗତ ନୁହେଁ ବୋଲି ସେ କ'ଣ କହିଥିଲେ ?

ଯୋହନ ହେରୋଦଙ୍କୁ କହିଥିଲେ ଆପଣ ଆପଣଙ୍କର ଭାଇର ଭାର୍ଯାକୁ ରଖିବା ବିଧିସଙ୍ଗତ ନୁହେଁ[୬:୧୮]।

ଯେତେବେଳେ ସେ ଯୋହନଙ୍କ ପ୍ରଚାର ଶୁଣିଲେ ସେତେବେଳେ ହେରୋଦ କିପରି ପ୍ରତିକ୍ରିୟା କଲେ ?

ଯେତେବେଳେ ସେ ଯୋହନଙ୍କ ପ୍ରଚାର୍ ଶୁଣିଲେ ସେ ଦୂଃଖିତ ହେଲେ ତଥାପି ସେ ଆନନ୍ଦରେ ତାହାଙ୍କଠାରୁ ଶୁଣିଥିଲେ [୬:୨୦]।

Mark 6:23

ହେରୋଦ ହେରୋଦିଆଙ୍କୁ କେଉଁ ଶପଥ ପ୍ରତିଜ୍ଞା କରିଥିଲେ ?

ହେରୋଦ ପ୍ରତିଜ୍ଞା କରିଥଲେ ଯେ ତୁମେ ଆମକୁ ଯାହା ମାଗିବା ମାଗ ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମକୁ ଦେବା [୬:୨୩]।

ହେରୋଦିଆ କ'ଣ ମାଗିଥିଲେ ?

ବାପ୍ତିଜକ ଯୋହନଙ୍କର ମସ୍ତକ ଗୋଟିଏ ଥାଳିରେ ହେରୋଦିଆ ମାଗିଥିଲେ [୬:୨୫]।

Mark 6:26

କିପରି ହେରୋଦ ହେରୋଦିଆଙ୍କ ଅନୁରୋଧ ପ୍ରତି ପ୍ରତିକ୍ରିୟା କଲେ ?

ହେରୋଦ ବହୁତ ଦୁଃଖିତ ହୋଇଥିଲେ, ତଥାପି ସେ ତାହାର ଅନୁରୋଧକୁ ମନା କରିପାରିଲେ ନାହିଁ କାରଣ ସେ ଆପଣା ଅତିଥିମାନଙ୍କ ଆଗରେ ସେ ଶପଥ କରିଥିଲେ [୬:୨୬]।

Mark 6:30

ଯୀଶୁ ଓ ପ୍ରେରିତମାନେ ଯେତେବେଳେ ସେମାନେ ନିଜକୁ ନିଜେ ବିଶ୍ରାମ ନେବାକୁ ଚେଷ୍ଟା କରୁଥିଲେ ସେତେବେଳେ କ'ଣ ଘଟିଲା ?

ଅନେକ ଲୋକମାନେ ସେମାନଙ୍କୁ ଚିହ୍ନି ପାରିଲେ ଓ ଯୀଶୁ ଓ ପ୍ରେରିତମାନେ ସେଠାରେ ପହଞ୍ଚିଵା ଆଗରୁ ଦୌଡି ପଳାଇ ଆସିଥିଲେ [୬:୩୧-୩୩]।

Mark 6:33

ଯେଉଁ ଲୋକ ସମୁଁହ ତାହାଙ୍କୁ ଅପେକ୍ଷା କରିଥିଲେ, ସେମାନଙ୍କ ପ୍ରତି ଯୀଶୁଙ୍କର ସ୍ଵଭାବ କିପରି ଥିଲା ?

ଯେହେତୁ ସେମାନେ ଅରକ୍ଷକ ମେଷମାନଙ୍କ ପରି ଥିଲେ ସେଥିପାଇଁ ଯୀଶୁ ସେମାନଙ୍କ ପ୍ରତି ଦୟାରେ ବିଗଳିତ ହୋଇଥିଲେ [୬:୩୪]।

Mark 6:37

ଯେତେବେଳେ ଯୀଶୁଙ୍କ ଦ୍ଵାରା ପଚରାଗଲା, ଶିଷ୍ୟମାନେଲୋକମାନଙ୍କୁ ଖୁଆଇବା ନିମନ୍ତେ କ'ଣ କରିବାକୁ ପଡିବ ବୋଲି ଭାବିଲେ ?

ଶିଷ୍ୟମାନେଭାବିଲେ ଯେ ସେମାନଙ୍କୁ ଯିବାକୁ ପଡିବ ପୁଣି ଶହେ ଟଙ୍କାର ରୋଟୀ କିଣିବାକୁ ପଡିବ [୬:୩୭]।

ଶିଷ୍ୟମାନଙ୍କ ପାଖରେ କେଉଁ ଖାଦ୍ୟ ଥିଲା ?

ଶିଷ୍ୟମାନଙ୍କ ପାଖରେ ପାଞ୍ଚୋଟି ରୋଟୀ ଦୁଇଟି ମାଛ ଥିଲା [୬:୩୮]।

Mark 6:39

ଯେତେବେଳେ ଯୀଶୁ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଲେ ସେ କ'ଣ କଲେ ?

ଯୀଶୁ ସେହି ରୋଟୀ ଓ ମାଛକୁ ନେଲାପରେ, ସେ ଉର୍ଦ୍ଧ୍ୱ ଦୃଷ୍ଟିକରି, ଆଶୀର୍ବାଦ କଲେ ଏବଂ ରୋଟୀ ଭାଙ୍ଗିଲେ, ପୁଣି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେଲେ [୬:୪୧]।

Mark 6:42

ସମସ୍ତେ ଖାଇଲା ପରେ କେତେ ଖାଦ୍ୟ ବଳିଗଲା ?

ସମସ୍ତେ ଖାଇ ସାରିବା ପରେ ବାର ଟୋକେଇ ରୋଟୀ ଓ ମାଛ ବଳି ପଡିଲା [୬:୪୩]।

କେତେ ଜଣ ପୁରୁଷ ଖାଇଥିଲେ ?

ସେଠାରେ ପାଞ୍ଚ ହଜାର ପୁରୁଷ ଖାଇଥିଲେ [୬:୪୪]।

Mark 6:48

କିପରି ଯୀଶୁ ହ୍ରଦ ଉପରେ ଶିଷ୍ୟମାନଙ୍କ ନିକଟକୁ ଆସିଲେ ?

ହ୍ରଦ ଉପରେ ଚାଲି ଚାଲି ଯୀଶୁ ଶିଷ୍ୟମାନଙ୍କ ନିକଟକୁ ଆସିଲେ [୬:୪୮]।

ଯେତେବେଳେ ଶିଷ୍ୟମାନେଯୀଶୁଙ୍କୁ ଦେଖିଲେ ସେତେବେଳେ ସେ ସେମାନଙ୍କୁ କ'ଣ କହିଲେ ?

ଯୀଶୁ ଶିଷ୍ୟମାନଙ୍କୁ ସାହସ ଧରି ଭୟ ନ କରିବାକୁ କହିଲେ [୬:୫୦]।

Mark 6:51

କାହିଁକି ଶିଷ୍ୟମାନେରୋଟୀର ଚମତ୍କାର ବିଷୟରେ ବୁଝି ପାରିଲେ ନାହିଁ ?

ଶିଷ୍ୟମାନେରୋଟୀର ଚମତ୍କାର ବିଷୟରେ ବୁଝି ପାରିଲେ ନାହିଁ ଯେହେତୁ ସେମାନଙ୍କର ମନ ବୁଝିବାରେ ଧିର ଥିଲେ [୬:୫୨]।

Mark 6:53

ଯେତେବେଳେ ଅଞ୍ଚଳର ଲୋକମାନେ ଯୀଶୁଙ୍କୁ ଚିହ୍ନିଲେ ସେମାନେ କ'ଣ କଲେ ?

ଯେତେବେଳେ ଯୀଶୁ ଆସୁଅଛି ବୋଲି ସେମାନେ ଶୁଣିଲେ ସେତେବେଳେ ଲୋକମାନେ ପୀଡିତ ଲୋକମାନଙ୍କୁ ଖଟିଆରେ ଆଣିଲେ [୬:୫୫]।

Mark 6:56

ଯେଉଁମାନେ ଯୀଶୁଙ୍କର ବସ୍ତ୍ରର ଝୁମ୍ପା ଛୁଇଁଲେ ସେମାନଙ୍କ ପ୍ରତି କ'ଣ ଘଟିଲା ?

ଯେଉଁମାନେ ଯୀଶୁଙ୍କର ଝୁମ୍ପା ଛୁଇଁଲେ ସେମାନେ ସୁସ୍ଥ ହେଲେ [୬:୫୬]।


Chapter 7

1 ପରେ ଫାରୂଶୀମାନେ ଓ ଯିରୂଶାଲମରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ । 2 ସେମାନେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଅଶୁଚି, ଅର୍ଥାତ୍ ଅଧୁଆ ହାତରେ ଖାଇବା ଦେଖିଲେ । 3 ଫାରୂଶୀମାନେ ଓ ସମସ୍ତେ ଯିହୂଦୀ ଲୋକ ପ୍ରାଚୀନମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରି ଭଲରୂପେ ହାତ ନ ଧୋଇଲେ ଭୋଜନ କରନ୍ତି ନାହିଁ । 4 ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶ ପ୍ରାପ୍ତ ହୋଇଅଛନ୍ତି । 5 ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି ? 6 ସେ ସେମାନଙ୍କୁ କହିଲେ, ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖା ଅଛି, ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ । 7 ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି । 8 ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ । 9 ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କ ଆଜ୍ଞା ଅଧିକ ଅଗ୍ରାହ୍ୟ କରୁଅଛ ! 10 କାରଣ ମୋଶା କହିଅଛନ୍ତି, ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ଆପଣା ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ । 11 କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋ'ଠାରୁ, ଯାହା ଦ୍ବାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା 'କର୍ବାନ୍', ଅର୍ଥାତ୍ ଈଶ୍ୱରଙ୍କୁ ମାନତ ହୋଇଅଛି, 12 ତେବେ ତୁମ୍ଭେମାନେ ତାହାକୁ ପିତା କି ମାତାର କିଛି ଉପକାର କରିବାକୁ ଆଉ ଦେଉ ନ ଥାଅ; 13 ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ ।

14 ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, ତୁମ୍ଭେମାନେ ସମସ୍ତେ ମୋ' କଥା ଶୁଣ ଓ ବୁଝ । 15 ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରି ପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହି ସବୁ ତାହାକୁ ଅଶୁଚି କରେ । 16 [ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ ।] 17 ଆଉ ସେ ଲୋକସମୂହଠାରୁ ଗୃହ ମଧ୍ୟକୁ ଆସିଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତଟିର ଭାବ ପଚାରିବାକୁ ଲାଗିଲେ । 18 ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ ମଧ୍ୟ କଅଣ ସେହିପରି ଅବୋଧ ? ଯାହା କିଛି ବାହାରୁ ମନୁଷ୍ୟ ଭିତରେ ପ୍ରବେଶ କରେ, ତାହା ତାକୁ ଅଶୁଚି କରି ପାରେ ନାହିଁ, 19 କାରଣ ତାହା ତାହାର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ବାହ୍ୟ ସ୍ଥାନରେ ବର୍ହିଗତ ହୁଏ ଓ ଏହି ପ୍ରକାରେ ସମସ୍ତ ଖାଦ୍ୟ ପରିଷ୍କୃତ ହୋଇଥାଏ, ଏହା କ'ଣ ବୁଝୁ ନାହଁ ? 20 ଆଉ ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ । 21 କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ 22 ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୁର୍ଖତା; 23 ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ ।

24 ଏଥିଉତ୍ତାରେ ସେ ସେଠାରୁ ଉଠି ସୋର ସୀମାକୁ ଗଲେ, ଆଉ ଗୋଟିଏ ଗୃହରେ ପ୍ରବେଶ କରି, କେହି ଯେପରି ତାହା ନ ଜାଣେ, ଏହା ଇଚ୍ଛା କରୁଥିଲେ, ମାତ୍ର ସେ ଗୁପ୍ତ ହୋଇ ରହି ପାରିଲେ ନାହିଁ । 25 ସେହିକ୍ଷଣି ଜଣେ ସ୍ତ୍ରୀ, ଯାହାର ଝିଅଟିକୁ ଅଶୁଚି ଆତ୍ମା ଲାଗିଥିଲା, ସେ ତାହାଙ୍କ ବିଷୟ ଶୁଣି ତାହାଙ୍କ ଚରଣ ତଳେ ଆସି ପଡ଼ିଲା । 26 ସେ ସୁରଫୈନୀକୀୟା ଜାତିର ଜଣେ ଗ୍ରୀକ୍ ସ୍ତ୍ରୀଲୋକ ଥିଲା । ତାହାର ଝିଅଠାରୁ ଭୂତ ଛଡ଼ାଇବା ନିମନ୍ତେ ସେ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲା । 27 ସେଥିରେ ସେ ତାହାକୁ କହିଲେ, ପ୍ରଥମେ ସନ୍ତାନମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ । 28 କିନ୍ତୁ ସେ ତାହାଙ୍କୁ ଉତ୍ତର ଦେଲ, ହଁ, ପ୍ରଭୁ; କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟର ଗୁଣ୍ଡିଗୁଣ୍ଡା ଖାଆନ୍ତି । 29 ସେଥିରେ ଯୀଶୁ ତାହାକୁ କହିଲେ, ଏହି କଥା ନିମନ୍ତେ ଯାଅ, ତୁମ୍ଭ ଝିଅଠାରୁ ଭୂତ ବାହାରିଗଲାଣି । 30 ପୁଣି, ସେ ଘରକୁ ଯାଇ ପିଲାଟି ଶେଯରେ ଶୋଇଥିବା ଓ ଭୂତ ବାହାରିଯାଇଥିବା ଦେଖିଲା ।

31 ପୁନର୍ବାର ସେ ସୋର ସୀମାରୁ ପ୍ରସ୍ଥାନ କରି ସୀଦୋନ ଓ ଦେକାପଲୀ ସୀମା ମଧ୍ୟ ଦେଇ ଗାଲିଲୀ ସମୁଦ୍ର ନିକଟକୁ ଆସିଲେ । 32 ଆଉ ଲୋକ ଜଣେ କାଲ ଓ ଖନାକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହାତ ଥୋଇବା ନିମନ୍ତେ ତାହାଙ୍କୁ ବିନତି କଲେ । 33 ଯୀଶୁ ତାହାକୁ ଲୋକସମୂହ ମଧ୍ୟରୁ ଅନ୍ତର କରି ଏକାକୀ ଘେନିଯାଇ ତାହାର ଦୁଇ କାନରେ ଆପଣା ଆଙ୍ଗୁଳି ଦେଲେ ଓ ଛେପ ପକାଇ ତାହାର ଜିହ୍ୱାକୁ ଛୁଇଁଲେ, 34 ଆଉ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଦୀର୍ଘ ନିଶ୍ୱାସ ପକାଇ ତାହାକୁ କହିଲେ, 'ଇପ୍‌ପଥଃ', ଅର୍ଥାତ୍ ଫିଟିଯା । 35 ସେଥିରେ ତାହାର କର୍ଣ୍ଣ ଉନ୍ମୁକ୍ତ ହେଲା ଓ ଜିହ୍ୱାର ବନ୍ଧନ ସେହିକ୍ଷଣି ଫିଟିଗଲା, ଆଉ ସେ ସ୍ପଷ୍ଟରୂପେ କଥା କହିବାକୁ ଲାଗିଲା । 36 ପୁଣି, ଏ ବିଷୟ କାହାରିକି ନ କହିବା ନିମନ୍ତେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ; ମାତ୍ର ସେ ସେମାନଙ୍କୁ ଯେତେ ନିଷେଧ କଲେ, ସେମାନେ ସେତେ ଆହୁରି ଅଧିକ ତାହା ଘୋଷଣା କଲେ । 37 ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି; ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି ।



Translation Questions

Mark 7:2

ଯୀଶୁଙ୍କର କେତେକ ଶିଷ୍ୟମାନେକ'ଣ କରୁଥିଲେ ଯାହା ଫାରୂଶୀ ଏବଂ ଶାସ୍ତ୍ରୀମାନଙ୍କୁ ଆଘାତ କରିଥିଲା ?

କେତେକ ଶିଷ୍ୟମାନେଅଧୁଆ ହାତରେ ଖାଉଥିଲେ [୭:୨,୫]।

ଖାଇବା ଆଗରୁ ହାତ ଧୋଇବା ଥାଳି ପାତ୍ର, ତମ୍ବା ପାତ୍ର, ଶୋଇବା ସ୍ଥାନ ଧୋଇବା ଏହି ସବୁ କାହାର ପ୍ରଥା ଥିଲା ?

ଖାଇବା ପୂର୍ବରୁ ହାତ ଧୋଇବା, ପାତ୍ର, ତମ୍ବା ପାତ୍ର, ଶୋଇବା ସ୍ଥାନ ଇତ୍ୟାଦି ଧୋଇବାର ପ୍ରଥା ପ୍ରାଚୀନମାନଙ୍କର ଏକ ପ୍ରଥା ଥିଲା [୭:୩-୪]।

Mark 7:6

ଯୀଶୁ ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ ସେମାନଙ୍କର ଧୋଇବା ଶିକ୍ଷା ବିଷୟରେ କ'ଣ କହିଲେ ?

ଯୀଶୁ କହିଲେ ଯେ ଫାରୂଶୀ ଓ ଶାସ୍ତ୍ରୀମାନେ କପଟୀ, କାରଣ ସେମାନେ ଈଶ୍ଵରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ରୀତିନୀତି ବିଷୟରେ ଶିକ୍ଷା ଦେଉଅଛନ୍ତି [୭:୬-୯]।

Mark 7:11

ନିଜର ପିତା ଓ ମାତାଙ୍କୁ ସମାଦର କର ବୋଲି ଯାହା କୁହାଯାଇଛି ତାହା ଫାରୂଶୀମାନେ ଓ ଶାସ୍ତ୍ରୀମାନେ ଈଶ୍ଵରଙ୍କର ବାକ୍ୟକୁ କିପରି ଭାବରେ ସେମାନେ ବ୍ୟର୍ଥ କରିଥିଲେ ?

କେହି ଯେବେ ପିତା କି ମାତାଙ୍କୁ କହେ ସେଠାରୁ ଯାହା ଦ୍ଵାରା ତୁମର ଉପକାର ହୋଇଥାଆନ୍ତା ତାହା କାର୍ବନ ଅର୍ଥାତ୍ ମନାତ ହୋଇଅଛି ଏହି ରୂପେ ସେମାନେ ଈଶ୍ଵରଙ୍କ ବାକ୍ୟକୁ ଅମନା୍ୟ କରିଅଛନ୍ତି [୭:୧୦-୧୩]।

Mark 7:14

ଜଣେ ମଣିଷକୁ କ'ଣ ଅଶୁଚି କରେ ନାହିଁ ବୋଲି ଯୀଶୁ କହିଲେ ?

ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ ଯାହାକି ତାହାଙ୍କ ଭିତରେ ପ୍ରବେଶ କରି ଅଶୁଚି କରେ [୭:୧୫,୧୮-୧୯]।

ଜଣେ ମଣିଷକୁ କ'ଣ ଅଶୁଚି କରେ ବୋଲି ଯୀଶୁ କହିଲେ ?

ଯାହା ଜଣେ ମଣିଷର ମୁଖରୁ ଯାହା ବାହାରେ ତାହା ହିଁ ତାହାକୁ ଅଶୁଚି କରେ [୭:୧୫,୨୦-୨୩]।

Mark 7:17

କେଉଁ ପ୍ରକାର ଖାଦ୍ୟକୁ ଯୀଶୁ ଶୁଚି ବୋଲି ଘୋଷଣା କଲେ ?

ସମସ୍ତ ଖାଦ୍ୟ ଶୁଚି ବୋଲି ଯୀଶୁ ଘୋଷଣା କଲେ [୭:୧୯]।

Mark 7:20

କେଉଁ ତିନିଗୋଟି ବିଷୟରେ ଯୀଶୁ କହିଲେ ଯାହାକି ମଣିଷର ବାହାରେ ଆସି ତାହାକୁ ଅଶୁଚି କରି ପାରେ ?

ମନୁଷ୍ୟର ହୃଦୟରୁ କୁଚିନ୍ତା, ବେଶ୍ୟାଗମନ, ଚୌର୍ଯ୍ୟ, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଇର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୁର୍ଖତା ଏହିସବୁ ବାହାରି ମନୁଷ୍ୟକୁ ଅଶୁଚି କରିପାରେ ବୋଲି ଯୀଶୁ କହିଲେ [୭:୨୧-୨୨]।

Mark 7:24

ଜଣେ ସ୍ତ୍ରୀ ଯାହାଙ୍କର ଝିଅଙ୍କଠାରେ ଅଶୁଚି ଆତ୍ମା ଥିଲା ସେ ଜଣେ ଯିହୂଦୀ ନା ଗ୍ରୀକ୍ ଥିଲା ?

ଜଣେ ସ୍ତ୍ରୀ ଯାହାଙ୍କର ଝିଅଙ୍କଠାରେ ଅଶୁଚି ଆତ୍ମା ଥିଲା ସେ ଜଣେ ଗ୍ରୀକ୍ ଥିଲା [୭:୨୫-୨୬]।

Mark 7:27

ଯେତେବେଳେ ଯୀଶୁ ସ୍ତ୍ରୀଙ୍କୁ କହିଲେ ଯେ ଶିଶୁମାନଙ୍କ ଆହର କୁକୁରମାନଙ୍କୁ ଦିଆଯିବା ଯଥାର୍ଥ ନୁହଁ ସେତେବେଳେ ସେହି ସ୍ତ୍ରୀ କିପରି ଉତ୍ତର ଦେଲା ?

ସେହି ସ୍ତ୍ରୀ ଉତ୍ତର ଦେଲା କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟର ଗୁଣ୍ଡିଗୁଣ୍ଡା ଖାଆନ୍ତି [୭:୨୮]।

Mark 7:29

ସେହି ସ୍ତ୍ରୀ ନିମନ୍ତେ ଯୀଶୁ କ'ଣ କଲେ ?

ଯୀଶୁ ସେହି ସ୍ତ୍ରୀର ଝିଅଠାରୁ ଦୁଷ୍ଟ ଆତ୍ମାକୁ ବାହାର କରିଦେଲେ [୭:୨୯-୩୦]।

Mark 7:33

ଯେତେବେଳେ ଲୋକେ ଜଣେ କାଲ ଓ ଖନାକୁ ଯୀଶୁଙ୍କ ନିକଟକୁ ଆଣିଲେ, ତାହାକୁ ସୁସ୍ଥ କରିବାକୁ ସେ କ'ଣ କଲେ ?

ଯୀଶୁ ତାହାର ଦୁଇ କାନରେ ଆପଣା ଅଙ୍ଗୁଳି ଦେଲେ, ଓ ଛେପ ପକାଇ ତାହାର ଜିଭକୁ ଛୁଇଁଲେ, ପୁଣି ସ୍ଵର୍ଗଆଡେ ଉର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, "ଫିଟିଯା !" [୭:୩୩-୩୪]।

Mark 7:36

ଯେତେବେଳେ ଯୀଶୁ ଏହି ସୁସ୍ଥତା ବିଷୟରେ କାହାକୁ ନ କହିବାକୁ ଲୋକମାନଙ୍କୁ କହିଲେ ସେତେବେଳେ ସେମାନେ କ'ଣ କଲେ ?

ଯେତେ ଅଧିକ ସେମାନଙ୍କୁ ଯୀଶୁ ନ କହିବାକୁ କହିଲେ, ସେତେ ଆହୁରି ଅଧିକ ଲୋକମାନେ ଏହି ବିଷୟରେ ଘୋଷଣା କଲେ [୭:୩୬]।


Chapter 8

1 ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ, 2 ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋ' ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ । 3 ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି । 4 ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରି ପାରିବ ? 5 ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି ? ସେମାନେ କହିଲେ, ସାତୋଟି । 6 ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ ସେ ସେହି ସାତୋଟି ରୁଟି ଘେନି ଧନ୍ୟବାଦ ଦେଇ ସେହି ସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ । 7 ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ । 8 ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ବେତା ବଳକା ଭଙ୍ଗା ରୁଟି ଉଠାଇଲେ । 9 ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ । 10 ତାହା ପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହିକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍‌ମନୂଥା ଅଞ୍ଚଳକୁ ଆସିଲେ ।

11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ । 12 ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ବର୍ତ୍ତମାନ ପୁରୁଷ କାହିଁଁକି ଚିହ୍ନ ଅନ୍ୱେଷଣ କରୁଅଛି ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁଁ । 13 ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକି ବାହାରିଗଲେ ।

14 ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା । 15 ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ । 16 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁଁ ବୋଲି ସେ ଏହା କହୁଅଛନ୍ତି । 17 ସେ ତାହା ଜାଣି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ ? ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ ? 18 ତୁମ୍ଭମାନଙ୍କ ହୃଦୟ କ'ଣ ଜଡ଼ ହୋଇ ରହିଅଛି ? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ ? 19 ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ଡ ଉଠାଇନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ ? ସେମାନେ ତାହାଙ୍କୁ କହିଲେ, ବାର ଟୋକାଇ । 20 ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ବେତାଗୁଡିକ ଭଙ୍ଗା ଖଣ୍ଡ ଉଠାଇନେଇଥିଲ ? ସେମାନେ କହିଲେ, ସାତ ଟୋକେଇ । 21 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ବୁଝୁ ନାହଁ ?

22 ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ । ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ । 23 ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ ? 24 ସେ ଚାହିଁଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି । 25 ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁଁବାକୁ ଲାଗିଲା । 26 ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, ଏ ଗାଁ ଭିତରକୁ ସୁଦ୍ଧା ଯାଅନାହିଁଁ ।

27 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମୁଁ କିଏ ବୋଲି ଲୋକେ କଅଣ କହନ୍ତି ? 28 ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲିୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ । 29 ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ? ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ । 30 ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ ।

31 ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ କରିବାକୁ ହେବ । 32 ଏହି କଥା ସେ ସ୍ପଷ୍ଟରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ । 33 କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।

34 ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । 35 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ । 36 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ ? 37 ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ ? 38 ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ ।



Translation Questions

Mark 8:1

ଯୀଶୁଙ୍କ ପଛରେ ଅନୁଗମନ କରୁଥିବା ଲୋକସମୁଁହ ସମ୍ବନ୍ଧରେ ଯୀଶୁ କେଉଁ କଥା ପ୍ରକାଶ କଲେ ?

ବହୁ ସଂଖ୍ୟକ ଲୋକ ଯେଉଁମାନେ ତାହାଙ୍କ ପଛରେ ଅନୁଗମନ କରୁଥିଲେ ସେମାନେ ଯେ କିଛି ଖାଇ ନ ଥିଲେ ସେହି ସମ୍ବନ୍ଧରେ ଯୀଶୁ ପ୍ରକାଶ କଲେ [୮:୧-୨]।

Mark 8:5

କେତୋଟି ରୋଟୀ ଶିଷ୍ୟମାନଙ୍କ ପାଖରେ ଥିଲା ?

ଶିଷ୍ୟମାନଙ୍କ ପାଖରେ ସାତୋଟି ରୋଟୀ ଥିଲା [୮:୫]।

ଶିଷ୍ୟମାନଙ୍କର ରୋଟୀ ସହିତ ଯୀଶୁ କ'ଣ କଲେ ?

ଯୀଶୁ ଧନ୍ୟବାଦ ଦେଲେ, ରୋଟୀ ଭାଙ୍ଗିଲେ, ପୁଣି ସେମାନଙ୍କୁ ପରିବେଷଣ କରିବା ନିମନ୍ତେ ତାହାଙ୍କର ଶିଷ୍ୟମାନଙ୍କୁ ଦେଲେ [୮:୬]।

Mark 8:7

କେତେଜଣ ଲୋକ ଭୋଜନ କଲେ ପୁଣି ପରିତୃପ୍ତ ହେଲେ ?

ସେଠାରେ ପ୍ରାୟ ଚାରି ହଜାର ପୁରୁଷ ଥିଲେ ଯେଉଁମାନେ ଭୋଜନ କଲେ ପୁଣି ପରିତୃପ୍ତ ହେଲେ [୮:୯]।

ପ୍ରତ୍ୟେକ ଜଣ ଭୋଜନ କଲା ପରେ ଆଉ କେତେ ଖାଦ୍ୟ ବଳକା ରହିଲା ?

ପ୍ରତ୍ୟେକ ଜଣ ଭୋଜନ କଲା ପରେ ସାତ ବେତା ଖାଦ୍ୟ ସେଠାରେ ବଳିଗଲା [୮:୮]।

Mark 8:11

ତାହାଙ୍କୁ ପରୀକ୍ଷା କରିବାକୁ, ଫାରୂଶୀମାନେ ଯୀଶୁଙ୍କୁ କ'ଣ କରିବାକୁ ଚାହିଁଲେ ?

ଫାରୂଶୀମାନେ ଯୀଶୁଙ୍କୁ ସ୍ଵର୍ଗରୁ ଏକ ଚିହ୍ନ ସେମାନଙ୍କୁ ଦେବା ପାଇଁ ଚାହିଁଲେ [୮:୧୧]।

Mark 8:14

ଫାରୂଶୀମାନଙ୍କ ସମ୍ବନ୍ଧରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କେଉଁ ବିଷୟରେ ସାବଧାନ କଲେ ?

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଫାରୂଶୀମାନଙ୍କ ଖମୀରଠାରୁ ସାବଧାନ ହେବାକୁ କହିଲେ [୮:୧୫]।

Mark 8:16

ଯୀଶୁ କେଉଁ ବିଷୟରେ କହୁଥିବେ ବୋଲି ବିଶ୍ଵାସୀମାନେ ଭାବିଲେ ?

ସେମାନଙ୍କ ପାଖରେ ରୋଟୀ ନ ଥିଲା ବୋଲି ଯୀଶୁ ଏହି ବିଷୟରେ କହୁଥିଲେ ବୋଲି ଶିଷ୍ୟମାନେ ଭାବିଲେ [୮:୧୬]।

Mark 8:18

ଯୀଶୁ ଶିଷ୍ୟମାନଙ୍କୁ ଏହାର ଅର୍ଥ ବୁଝାଇବାକୁ କେଉଁ ଚମତ୍କାର ବିଷୟରେ ସେମାନଙ୍କୁ ସ୍ମରଣ କରାଇଲେ ?

ଯୀଶୁ ସେମାନଙ୍କୁ ପାଞ୍ଚ ହାଜାର, ପୁଣି ଚାରି ହଜାର ଲୋକମାନଙ୍କୁ ଖୁଆଇବା କଥା ସେମାନଙ୍କୁ ସ୍ମରଣ କରାଇଲେ [୮:୧୯-୨୧]।

Mark 8:22

ସେହି ଅନ୍ଧ ଲୋକର ଦୃଷ୍ଟିକୁ ସମ୍ପୂର୍ଣ୍ଣ ଭାବରେ ଫେରାଇବାକୁ ଯୀଶୁ କେଉଁ ତିନୋଟି ବିଷୟ କରିଥିଲେ ?

ପ୍ରଥମରେ ଯୀଶୁ ତାହାର ଆଖିରେ ଛେପ ପକାଇଲେ ଓ ତାହା ଉପରେ ହାତ ଥୋଇଲେ, ପୁଣି ତା'ପରେ ସେ ତାହାଙ୍କ ହାତ ତାହାଙ୍କ ଆଖି ଉପରେ ଥୋଇଲେ [୮:୨୩,୨୪]।

Mark 8:27

ଯୀଶୁ କିଏ ବୋଲି ଲୋକମାନେ କହୁଥିଲେ ?

ଯୀଶୁ ବାପ୍ତିଜକ ଯୋହନ, ଏଲିୟ, ଓ ଭାବବାଦୀମାନଙ୍କ ମଧ୍ୟରୁ ଜଣେ ଥିଲେ ବୋଲି ଲୋକମାନେ କହୁଥିଲେ [୮:୨୮]।

Mark 8:29

ଯୀଶୁ କିଏ ଥିଲେ ବୋଲି ପିତର କହିଲେ ?

ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ପିତର କହିଲେ [୮:୨୯]।

Mark 8:31

କେଉଁ ଭବିଷ୍ୟତ ବିଷୟରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସ୍ପଷ୍ଟ ଭାବରେ ଶିକ୍ଷା ଦେବାକୁ ଆରମ୍ଭ କଲେ ?

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ ମନୁଷ୍ୟପୁତ୍ର ଦୁଃଖଭୋଗ କରିବେ, ଅଗ୍ରାହ୍ୟ, ହତ, ପୁଣି ତିନି ଦିନ ପରେ ପୁନୁରୁତ୍ଥିତ ହେବେ [୮:୩୧]।

Mark 8:33

ଯେତେବେଳେ ପିତର ତାହାଙ୍କୁ ଅନୁଯୋଗ କରିବାକୁ ଲାଗିଲେ ସେତେବେଳେ ଯୀଶୁ କ'ଣ କହିଲେ ?

ଯୀଶୁ ପିତରଙ୍କୁ କହିଲେ, "ମୋ ଆଗରୁ ଦୂର ହୁଅ ଶୟତାନ !କାରଣ ତୁମେ ଈଶ୍ଵରଙ୍କ ବିଷୟ ନ ଭାବି, ମନୁଷ୍ୟର ବିଷୟ ଭାବୁଅଛ" [୮:୩୩]।

ଯେକେହି ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ ସେ କ'ଣ ଆବଶ୍ୟକ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେକେହି ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ଆପଣା କ୍ରୁଶ ବହନ କରୁ [୮:୩୪]।

Mark 8:35

ଜଣେ ମଣିଷ ଯେ ସମସ୍ତ ଜଗତକୁ ଲାଭ କରିବାକୁ ଇଚ୍ଛା କରେ ତାହା ବିଷୟରେ ଯୀଶୁ କ'ଣ କହିଲେ ?

ଯୀଶୁ କହିଲେ, "ଜଣେ ମଣିଷ ଯେବେ ସମସ୍ତ ଜଗତ ଲାଭ କରେ, ଓ ତାହାର ଜୀବନ ହରାଏ ତେବେ ତାହାର କି ଲାଭ ?" [୮:୩୬]।

Mark 8:38

ଯେଉଁମାନେ ଯୀଶୁଙ୍କ ପାଇଁ ଓ ତାହାଙ୍କ ପାଇଁ ଲଜ୍ଜାବୋଧ କରିବେ ସେମାନଙ୍କ ପ୍ରତି ଯୀଶୁ କ'ଣ କରିବେ ?

ମନୁଷ୍ୟ ପୁତ୍ର ଯେତେବେଳେ ପବିତ୍ର ଦୂତଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ [୮:୩୮]।


Chapter 9

1 ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ୱରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ । 2 ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ । 3 ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରି ପାରେ ନାହିଁ । 4 ପୁଣି, ମୋଶା ଏବଂ ଏଲିୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବାର ସେମାନେ ଦେଖିଲେ । 5 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ । 6 କାରଣ ଯୀଶୁ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ଯେଣୁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ । 7 ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର । 8 ପୁଣି, ହଠାତ୍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକି ଦେଖିଲେ ନାହିଁ । 9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହି ସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ । 10 ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଅଣ, ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ । 11 ଆଉ, ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲିୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି ? 12 ସେଥିରେ ସେ ସେମାନଙ୍କୁ କହିଲେ, ଏଲିୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟପୁତ୍ର ବହୁ ଦୁଃଖଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଲେଖା ଅଛି ? 13 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲିୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖା ଅଛି, ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଇଚ୍ଛା, ତାହା କରିଅଛନ୍ତି ।

14 ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ, ସେମାନଙ୍କ ଚତୁର୍ଦ୍ଦିଗରେ ବହୁସଂଖ୍ୟକ ଲୋକ, ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି । 15 ଲୋକସମୂହ ଯୀଶୁଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମୟାନ୍ୱିତ ହେଲେ ଓ ଦୌଡ଼ିଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ । 16 ସେଥିରେ ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ସେମାନଙ୍କ ସହିତ କଅଣ ବାଦାନୁବାଦ କରୁଅଛ ? 17 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି; 18 ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ । 19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି ? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି ? ତାହାକୁ ମୋ' ପାଖକୁ ଆଣ । 20 ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ । ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂଇଁରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା । 21 ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି ? ସେ କହିଲା, ପିଲାକାଳରୁ; 22 ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରି ପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ । 23 ସେଥିରେ ଯୀଶୁ ତାହାକୁ କହିଲେ, କ'ଣ କହିଲ ? ଯଦି କରି ପାରନ୍ତି ! ଯିଏ ବିଶ୍ୱାସ କରେ, ତା' ପକ୍ଷରେ ସମସ୍ତ ସମ୍ଭବ । 24 ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ । 25 ପରେ ଲୋକସମୂହ ଏକତ୍ର ଦୌଡ଼ିଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ । 26 ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା । 27 କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା । 28 ପୁଣି, ସେ ଗୃହକୁ ଆସନ୍ତେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ ? 29 ସେ ସେମାନଙ୍କୁ କହିଲେ, ପ୍ରାର୍ଥନା ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ ।

30 ସେମାନେ ସେହି ସ୍ଥାନରୁ ପ୍ରସ୍ଥାନ କରି ଗାଲିଲୀର ମଧ୍ୟ ଦେଇ ଯାତ୍ରା କଲେ, ଆଉ କେହି ତାହା ଜାଣନ୍ତୁ ବୋଲି ତାହାଙ୍କର ଇଚ୍ଛା ନ ଥିଲା; 31 କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ସେ ହତ ହେଲା ଉତ୍ତାରେ ତିନି ଦିନ ପରେ ପୁନରୁତ୍ଥାନ କରିବେ । 32 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ ଏବଂ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ ।

33 ପରେ ସେମାନେ କଫର୍ନାହୂମକୁ ଆସିଲେ। ଯୀଶୁ ଘରେ ପହଞ୍ଚି ଶିଷ୍ୟମାନଙ୍କୁ ପଚାରିଲେ, ତୁମ୍ଭେମାନେ ବାଟରେ କଅଣ ତର୍କବିତର୍କ କରୁଥିଲ ? 34 କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ, ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦାନୁବାଦ କରିଥିଲେ । 35 ସେଥିରେ ଯୀଶୁ ଉପବେଶ ନ କରିବାର ଜଣଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ । 36 ପୁଣି, ସେ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାକୁ ଆଲିଙ୍ଗନ କରି ସେମାନଙ୍କୁ କହିଲେ, 37 ଯେ କେହି ମୋ' ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେ କେହି ମୋତେ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ ।

38 ଯୋହନ ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭମାନଙ୍କ ଦଳରେ ନ ଥିବା ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ଦଳରେ ନ ଥିବାରୁ ତାହାକୁ ମନା କଲୁ । 39 କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋ' ନାମରେ ମହତର କାର୍ଯ୍ୟ କରି ହଠାତ୍ ମୋହର ନିନ୍ଦା କରି ପାରିବ, ଏପରି ଲୋକ କେହି ନାହିଁ; 40 କାରଣ ଯେ ଆମ୍ଭମାନଙ୍କ ବିପକ୍ଷ ନୁହେଁ, ସେ ଆମ୍ଭମାନଙ୍କର ସପକ୍ଷ । 41 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେ କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ ।

42 ଆଉ, ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା । 43 ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । 44 [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।] 45 ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ,ଦୁଇ ପାଦ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ । 46 [କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।] 47 ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ; 48 କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ । 49 ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ । 50 ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ୱହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ ? ତୁମ୍ଭେମାନେ ଆପଣମାନଙ୍କ ମଧ୍ୟରେ ଲବଣତ୍ଵ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ ।



Translation Questions

Mark 9:1

ଈଶ୍ଵରଙ୍କ ରାଜ୍ୟକୁ ପରାକ୍ରମ ସହିତ ଉପସ୍ଥିତ ହୋଇ ଆସୁଥିବା କେଉଁମାନେ ଦେଖିବେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ଈଶ୍ଵରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ଵାଦ ପାଇବେ ନାହିଁ [୯:୧]।

ଯେତେବେଳେ ପିତର, ଯାକୁବ, ଏବଂ ଯୋହନ ଯୀଶୁଙ୍କ ସହିତ ପର୍ବତ ଉପରକୁ ଗଲେ ସେତେବେଳେ ତାହାଙ୍କୁ କ'ଣ ଘଟିଲା ?

ଯୀଶୁ ରୂପାନ୍ତରିତ ହେଲେ ତାହାଙ୍କ ବସ୍ତ୍ର ଉଜ୍ଜଳ ଓ ଶୁଭ୍ରବର୍ଣ୍ଣ ହୋଇଗଲା [୯:୨-୩]।

Mark 9:4

ପର୍ବତ ଉପରେ କେଉଁମାନେ ଯୀଶୁଙ୍କ ସହିତ କଥା ହେଉଥିଲେ ?

ଏଲିୟ ଏବଂ ମୋଶା ଯୀଶୁଙ୍କ ସହିତ କଥା ହେଉଥିଲେ [୯:୪]।

Mark 9:7

ପର୍ବତ ଉପରେ ମେଘରୁ କେଉଁ ବାଣୀ ହେଲା ?

ଏହି ବାଣୀ ହେଲା, "ଏ ଆମ୍ଭର ପ୍ରିୟ ପୁତ୍ର । ତାହାଙ୍କ ବାକ୍ୟ ଶ୍ରବଣ କର" [୯:୭]।

Mark 9:9

ଯୀଶୁଙ୍କ ଶିଷ୍ୟମାନେଯାହା ପର୍ବତ ଉପରେ ଦେଖିଲେ ସେହି ବିଷୟରେ ସେମାନଙ୍କୁ କ'ଣ କରିବାକୁ ସେ ଦୃଢ ଆଜ୍ଞା ଦେଲେ ?

ଯୀଶୁ ଶିଷ୍ୟମାନଙ୍କୁ କହିଲେ ତୁମ୍ଭେମାନେ ଯାହା ଯାହା ଦେଖିଲେ ସେହି ସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟ ପୁତ୍ରଙ୍କ ପୁନୁରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ [୯:୯]।

Mark 9:11

ଏଲିୟଙ୍କ ଆଗମନ ବିଷୟରେ ଯୀଶୁ କ'ଣ କହିଲେ ?

ଯୀଶୁ କହିଲେ ଯେ ଏଲିୟ ଆସି ପୁନଃସ୍ଥାପନ କରିବା ସତ, କିନ୍ତୁ ଏଲିୟ ଆସିସାରିଲେଣି [୯:୧୧-୧୩]।

Mark 9:17

ପିତା ଓ ତାହାଙ୍କ ସନ୍ତାନ ନିମନ୍ତେ ଶିଷ୍ୟମାନେକ'ଣ କରିବାରେ ସକ୍ଷମ ହେଉ ନ ଥିଲେ ?

ଶିଷ୍ୟମାନେପିତାଙ୍କ ପୁତ୍ରଠାରୁ ଏକ ଭୂତକୁ ଛଡାଇ ପାରୁନଥିଲେ [୯:୧୭-୧୮]।

Mark 9:20

ଭୂତ ଆତ୍ମା ସେହି ବାଳକକୁ ବିନଷ୍ଟ କରିବା ନିମନ୍ତେ ସେ ତାହାକୁ କେଉଁଠାରେ ପକାଉଥିଲା ?

ଭୂତ ଆତ୍ମା ସେହି ବାଳକକୁ ବିନଷ୍ଟ କରିବା ନିମନ୍ତେ ନିଆଁ ଓ ପାଣିରେ ପକାଉଥିଲା [୯:୨୨]।

Mark 9:23

ଯେତେବେଳେ ଯୀଶୁ ବିଶ୍ଵାସ କରିବା ଲୋକମାନଙ୍କ ନିମନ୍ତେ ସମସ୍ତ ବିଷୟ ସମ୍ଭବ ବୋଲି କହିଲେ ସେତେବେଳେ ପିତା କିପରି ଉତ୍ତର ଦେଲେ ?

ପିତା ଉତ୍ତର ଦେଲେ, "ମୁଁ ବିଶ୍ଵାସ କରୁଅଛି ! ମୋହର ଅବିଶ୍ଵାସର ପ୍ରତିକାର କରନ୍ତୁ !" [୯:୨୩-୨୪]।

Mark 9:28

କାହିଁକି ଶିଷ୍ୟମାନେସେହି ବାଳକଠାରୁ ମୁକ ଓ ବଧିର ଆତ୍ମାକୁ ଛଡାଇ ପାରିଲେ ନାହିଁ ?

ଶିଷ୍ୟମାନେ ଭୂତ ଆତ୍ମା ଛଡାଇ ପାରିଲେ ନାହିଁ ଯେହେତୁ ବିନା ପ୍ରାର୍ଥନା ଦ୍ଵାରା ଭୂତ ଛଡାଯାଇ ପାରେ ନାହିଁ [୯:୨୮-୨୯]।

Mark 9:30

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ପ୍ରତି କ'ଣ ଘଟିବ ବୋଲି କହିଲେ ?

ଯୀଶୁ କହିଲେ ଯେ ସେ ବଧ ହେବେ, ପୁଣି ତିନିଦିନ ପରେ ସେ ପୁନୁରୁତ୍ଥାନ ହେବେ [୯:୩୧]।

Mark 9:33

ଶିଷ୍ୟମାନେରାସ୍ତାରେ ପରସ୍ପର କ'ଣ ବିବାଦ କରୁଥିଲେ ?

କିଏ ସେମାନଙ୍କ ମଧ୍ୟରେ ପ୍ରଧାନ ସେହି ବିଷୟରେ ଶିଷ୍ୟମାନେ ବିବାଦ କରୁଥିଲେ [୯:୩୩-୩୪]।

କିଏ ପ୍ରଧାନ ଅଟେ ବୋଲି ଯୀଶୁ କହିଲେ ?

ଯେ ସମସ୍ତଙ୍କର ସେବକ ସେ ପ୍ରଧାନ ବୋଲି ଯୀଶୁ କହିଲେ [୯:୩୫]।

Mark 9:36

ଯେତେବେଳେ କେହିଜଣେ ଛୋଟ ଶିଶୁକୁ ଯୀଶୁଙ୍କ ନାମରେ ଗ୍ରହଣ କରେ, ସେମାନେ ମଧ୍ୟ କାହାକୁ ଗ୍ରହଣ କରନ୍ତି ?

ଯେତେବେଳେ କେହିଜଣେ ଛୋଟ ଶିଶୁକୁ ଯୀଶୁଙ୍କ ନାମରେ ଗ୍ରହଣ କରେ, ସେମାନେ ଯୀଶୁଙ୍କୁ ଗ୍ରହଣ କରନ୍ତି ଏବଂ ତାହାର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରନ୍ତି [୯:୩୬-୩୭]।

Mark 9:42

ଯେକେହି ବିଶ୍ଵାସ କରୁଥିବା ଏହି କ୍ଷୁଦ୍ରତମମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ ତାହା ପ୍ରତି କ'ଣ ଭଲ ହୋଇଥାଆନ୍ତା ?

ତାହା ବେକରେ ଗୋଟିଏ ବଡ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା [୯:୪୨]।

ଯଦି କୌଣସି ବିଷୟ ତୁମ୍ଭର ବିଘ୍ନର କାରଣ ହୁଏ ତାହା ହେଲେ କ'ଣ କରିବାକୁ ଯୀଶୁ କହିଲେ ?

ଯଦି କୌଣସି ବିଷୟ ବିଘ୍ନର କାରଣ ହୁଏ ତାହାହେଲେ ତାହାକୁ ଉପାଡି ପକାଇବାକୁ ଯୀଶୁ କହିଲେ [୯:୪୩-୪୭]।

Mark 9:47

ନର୍କ ଭିତରେ କ'ଣ ହୁଏ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ନର୍କରେ କୀଟମାନେ ମରନ୍ତି ନାହିଁ ଓ ଅଗ୍ନି ନିର୍ବାପିତ ହୁଏ ନାହିଁ [୯:୪୮]।


Chapter 10

1 ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୂଦା ସୀମା ଓ ଯର୍ଦ୍ଦନର ଅପରପାରିକୁ ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି, ଶିକ୍ଷା ଦେବାକୁ ଲାଗିଲେ । 2 ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଆପଣା ସ୍ତ୍ରୀ ପରିତ୍ୟାଗ କରିବା କଅଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ ? 3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୋଶା ତୁମ୍ଭମାନଙ୍କୁ କି ଆଜ୍ଞା ଦେଇଅଛନ୍ତି ? 4 ସେମାନେ କହିଲେ, ତ୍ୟାଗପତ୍ର ଲେଖି ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ମୋଶା ଅନୁମତି ଦେଇଅଛନ୍ତି । 5 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ସେ ତୁମ୍ଭମାନଙ୍କ ନିମନ୍ତେ ଏହି ଆଜ୍ଞା ଲେଖିଅଛନ୍ତି । 6 କିନ୍ତୁ ସୃଷ୍ଟିର ଆରମ୍ଭରୁ ଈଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ । 7 ଏହି କାରଣରୁ ପୁରୁଷ ଆପଣା ପିତାମାତାଙ୍କଠାରୁ ଅଲଗା ହେବ, ଆଉ ସେମାନେ ଦୁହେଁ ଏକାଙ୍ଗ ହେବେ । 8 ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି । 9 ଅତଏବ, ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଭିନ୍ନ ନ କରୁ । 10 ପରେ ଶିଷ୍ୟମାନେ ଘରେ ଯୀଶୁଙ୍କୁ ଏ ବିଷୟ ପୁନର୍ବାର ପଚାରିବାକୁ ଲାଗିଲେ । 11 ସେଥିରେ ସେ ସେମାନଙ୍କୁ କହିଲେ, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ତାହା ବିରୁଦ୍ଧରେ ବ୍ୟଭିଚାର କରେ; 12 ଆଉ, ଯଦି ସ୍ତ୍ରୀ ଆପଣା ସ୍ୱାମୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ତେବେ ସେ ବ୍ୟଭିଚାର କରେ ।

13 ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ଶିଶୁମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ । 14 ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋ' ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର । 15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ । 16 ପୁଣି, ଯୀଶୁ ଶିଶୁମାନଙ୍କୁ କୋଳରେ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ ।

17 ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଆଣ୍ଠୁପାତି ତାହାଙ୍କୁ ପଚାରିଲେ, ହେ ସଦ୍‌ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି ? 18 ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋତେ ଉତ୍ତମ ବୋଲି କାହିଁକି କହୁଅଛ ? ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଅନ୍ୟ କେହି ଉତ୍ତମ ନୁହେଁ,। 19 ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର । 20 ସେ ତାହାଙ୍କୁ କହିଲେ, ହେ ଗୁରୁ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି । 21 ଯୀଶୁ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କୁ ସ୍ନେହ କଲେ ଓ କହିଲେ, ତୁମ୍ଭର ଗୋଟିଏ ବିଷୟ ଊଣା ଅଛି, ତୁମ୍ଭେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । 22 କିନ୍ତୁ ଏହି କଥାରେ ତାହାଙ୍କ ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାଙ୍କର ବହୁତ ସମ୍ପତ୍ତି ଥିଲା । 23 ସେଥିରେ ଯୀଶୁ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ ! 24 ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମୟାନ୍ୱିତ ହେଲେ । କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ବତ୍ସଗଣ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର ! 25 ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ଯିବାର ସହଜ । 26 ଏଥିରେ ସେମାନେ ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପରସ୍ପରକୁ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ ? 27 ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ୱରଙ୍କ ନିମନ୍ତେ ସମସ୍ତ ସାଧ୍ୟ । 28 ପିତର ତାହାଙ୍କୁ କହିବାକୁ ଲାଗିଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ । 29 ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭାଇ କି ଭଉଣୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି, 30 ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରିଲୋକ କେହି ନାହିଁ । 31 କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ ।

32 ସେମାନେ ଯିରୂଶାଲମକୁ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଥିଲେ ଓ ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ, ଆଉ ଶିଷ୍ୟମାନେ ବିସ୍ମୟାନ୍ୱିତ ଓ ପଛରେ ଆସୁଥିବା ଲୋକେ ଭୀତ ହୋଇଥିଲେ । ଏଣୁ ସେ ପୁନର୍ବାର ବାର ଶିଷ୍ୟଙ୍କୁ ଅନ୍ତର କରି, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହି ସବୁ ସେମାନଙ୍କୁ ଜଣାଇବାକୁ ଲାଗିଲେ । 33 ଯୀଶୁ କହିଲେ, ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ; ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, ଆଉ ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଦେଶ ଦେଇ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ, 34 ପୁଣି, ଶାସ୍ତ୍ରୀମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ ।

35 ପରେ ଜେବଦୀଙ୍କ ପୁତ୍ରମାନେ ଯାକୁବ ଓ ଯୋହନ ତାହାଙ୍କ ଛାମୁକୁ ଆସି କହିଲେ, ହେ ଗୁରୁ, ଆମ୍ଭମାନଙ୍କର ଇଚ୍ଛା ଯେ, ଆମ୍ଭେମାନେ ଆପଣଙ୍କଠାରୁ ଯାହା କିଛି ମାଗିବୁ, ତାହା ଆମ୍ଭମାନଙ୍କ ପାଇଁ ଆପଣ କରନ୍ତୁ । 36 ତହୁଁ ସେ ସେମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ ? 37 ସେମାନେ ତାହାଙ୍କୁ କହିଲେ, ଆପଣ ମହିମାପ୍ରାପ୍ତ ହେଲେ ଯେପରି ଆମ୍ଭମାନଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣକ ବାମ ପାର୍ଶ୍ୱରେ ବସିବ, ଆମ୍ଭମାନଙ୍କୁ ଏହି ବର ଦିଅନ୍ତୁ । 38 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କ'ଣ ମାଗୁଅଛ, ତାହା ଜାଣୁ ନାହଁ । ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର ? ଅବା ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ସେଥିରେ କି ତୁମ୍ଭେମାନେ ବାପ୍ତିଜିତ ହୋଇ ପାର ? 39 ସେମାନେ ତାହାଙ୍କୁ କହିଲେ, "ଆମ୍ଭେମାନେ ପାରୁ" । ଯୀଶୁ ସେମାନଙ୍କୁ କହିଲେ, ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ତୁମ୍ଭେମାନେ ସେଥିରେ ପାନ କରିବ, ପୁଣି, ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ତୁମ୍ଭେମାନେ ସେଥିରେ ବାପ୍ତିଜିତ ହେବ; 40 କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ । 41 ଅନ୍ୟ ଦଶ ଜଣ ଏହା ଶୁଣି ଯାକୁବ ଓ ଯୋହନଙ୍କ ଉପରେ ବିରକ୍ତ ହେବାକୁ ଲାଗିଲେ । 42 ସେଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ଯେଉଁମାନେ ଅଣଯିହୂଦୀମାନଙ୍କର ଶାସନକର୍ତ୍ତା ରୂପେ ଗଣିତ, ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ଅଣଯିହୂଦୀମାନଙ୍କର ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ । 43 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, 44 ପୁଣି, ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ହେଉ । 45 କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି ।

46 ପରେ ସେମାନେ ଯିରୀହୋରେ ଉପସ୍ଥିତ ହେଲେ, ଆଉ ସେ ଆପଣା ଶିଷ୍ୟସମୂହ ଓ ବହୁସଂଖ୍ୟକ ଲୋକ ସହିତ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ଟୀମାୟର ପୁତ୍ର ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା । 47 ସେ ଯେ ନାଜରିତୀୟ ଯୀଶୁ, ଏହା ଶୁଣି ସେ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ । 48 ଏଥିରେ ଅନେକେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ । 49 ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ । ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି । 50 ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା । 51 ଯୀଶୁ ତାହାକୁ ଉତ୍ତର ଦେଲେ, ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ ? ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ । 52 ଯୀଶୁ ତାହାକୁ କହିଲେ, ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି । ତତ୍‌କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା ।



Translation Questions

Mark 10:1

ଯୀଶୁଙ୍କୁ ପରୀକ୍ଷା କରିବାକୁ ଫାରୂଶୀମାନେ କେଉଁ ପ୍ରଶ୍ନ ତାହାଙ୍କୁ ପଚାରିଲେ ?

ଫାରୂଶୀମାନେ ଯୀଶୁଙ୍କୁ ପଚାରିଲେ ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା କ'ଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ [୧୦:୨]।

ମୋଶା ତ୍ୟାଗପତ୍ର ବିଷୟରେ କେଉଁ ଆଜ୍ଞା ଦେଇଥିଲେ ?

ଜଣେ ପୁରୁଷକୁ ତ୍ୟାଗପତ୍ର ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ମୋଶା ଅନୁମତି ଦେଇଥିଲେ [୧୦:୪]।

Mark 10:5

କାହିଁକି ମୋଶା ଯିହୂଦୀମାନଙ୍କୁ ତ୍ୟାଗପତ୍ର ବିଷୟରେ ଏହି ଆଜ୍ଞା ଦେଇଥିଲେ ?

ସେମାନଙ୍କର ହୃଦୟ କଠିନତା ହେତୁ ମୋଶା ଯିହୂଦୀମାନଙ୍କୁ ଏହି ଆଜ୍ଞା ଦେଇଥିଲେ [୧୦:୫]।

ଈଶ୍ଵର ପ୍ରଥମରୁ ଯେଉଁ ବିବାହ ଯୋଜନାର ଉଦ୍ଦେଶ୍ୟ କରିଅଛନ୍ତି ଯେତେବେଳେ ଯୀଶୁ ଫାରୂଶୀମାନଙ୍କୁ କହୁଥିଲେ ସେ ଇତିହାସର କେଉଁ ଘଟଣାକୁ ସୂଚାଉଥିଲ ?

ଯୀଶୁ ସୃଷ୍ଟିକୁ ସୂଚାଇଥିଲେ ସୃଷ୍ଟିର ଆରମ୍ଭରୁ ସେ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କରି ବିବାହ ଯୋଜନା କରିଅଛନ୍ତି [୧୦:୬]।

Mark 10:7

ଯେତେବେଳେ ଦୁଇ ଲୋକ, ପୁରୁଷ ଏବଂ ତାହାଙ୍କ ସ୍ତ୍ରୀ, ବିବାହ କରନ୍ତି ସେମାନେ ଦୁହେଁ କ'ଣ ହୁଅନ୍ତି ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ସେମାନେ ଦୁହେଁ ଏକାଙ୍ଗ ହୁଅନ୍ତି [୧୦:୭-୮]।

ବିବାହରେ ଈଶ୍ଵର ଯାହା ସଂଯୁକ୍ତ କରନ୍ତି ସେହି ବିଷୟରେ ଯୀଶୁ କ'ଣ କହିଲେ ?

ଯୀଶୁ କହିଲେ ଯାହା ଈଶ୍ଵର ସଂଯୁକ୍ତ କରନ୍ତି, ମନୁଷ୍ୟ ତାହା ଅଲଗା ନ କରୁ [୧୦:୯]।

Mark 10:13

ଯେତେବେଳେ ଶିଷ୍ୟମାନେଛୋଟ ଶିଶୁମାନଙ୍କୁ ଆଣୁଥିବା ଲୋକମାନଙ୍କୁ ଧମକଦେଲେ ସେତେବେଳେ ଯୀଶୁଙ୍କର ପ୍ରତିକ୍ରିୟା କ'ଣ ଥିଲା ?

ଯୀଶୁ ଶିଷ୍ୟମାନଙ୍କ ସହିତ କ୍ରୋଧିତ ହେଲେ ଏବଂ ଶିଶୁମାନଙ୍କୁ ଆସିବାକୁ ଅନୁମତି ଦେବାକୁ ସେମାନଙ୍କୁ କହିଲେ [୧୦:୧୩-୧୪]।

Mark 10:15

ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ଏହାକୁ କିପରି ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ଯୀଶୁ କହିଲେ ?

ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ଏହାକୁ ଶିଶୁ ପରି ଗ୍ରହଣ କରିବା ଆବଶ୍ୟକ ବୋଲି ଯୀଶୁ କହିଲେ [୧୦:୧୫]।

Mark 10:17

ଯୀଶୁ ସେହି ପୁରୁଷକୁ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ପ୍ରଥମେ କ'ଣ କରିବା ଆବଶ୍ୟକ ବୋଲି ସେ କହିଲେ ?

ଯୀଶୁ ସେହି ପୁରୁଷକୁ କହିଲେ ତୁମେ ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ପ୍ରତାରଣ କର ନାହିଁ ଏବଂ ଆପଣା ପିତାମାତାଙ୍କୁ ସମାଦର କର [୧୦:୧୯]।

Mark 10:20

କେଉଁ ଅତିରିକ୍ତ ଆଜ୍ଞା ଯୀଶୁ ସେହି ପୁରୁଷକୁ ଦେଲେ ?

ତା'ପରେ ଯୀଶୁ ସେହି ପୁରୁଷକୁ କହିଲେ ତୁମର ସର୍ବ ବିକ୍ରୟ କର ଏବଂ ମୋହର ଅନୁଗମନ କର [୧୦:୨୧]।

ଯେତେବେଳେ ଯୀଶୁ ତାହାକୁ ଏହି ଆଜ୍ଞା ଦେଲେ ସେହି ପୁରୁଷ କିପରି ପ୍ରତିକ୍ରିୟା କଲେ, ଏବଂ କାହିଁକି ?

ସେହି ପୁରୁଷର ମୁଖ ମଳିନ ହୋଇଗଲା ପୁଣି ଦୁଃଖିତ ହୋଇ ଚାଲିଗଲେ କାରଣ ତାହାର ବହୁତ ସମ୍ପତ୍ତି ଥିଲା [୧୦:୨୨]।

Mark 10:23

କେଉଁମାନେ ବଡ କଷ୍ଟରେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବେ ବୋଲି ଯୀଶୁ କହିଲେ ?

ଯେଉଁମାନଙ୍କର ଧନ ଅଛି ସେମାନେ ବଡ କଷ୍ଟରେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବେ ବୋଲି ଯୀଶୁ କହିଲେ [୧୦:୨୩-୨୫]।

Mark 10:26

ଜଣେ ଧନୀ ମଧ୍ୟ ପରିତ୍ରାଣ ପାଇପାରିବ ବୋଲି ଯୀଶୁ କିପରି କହିଲେ ?

ଏହା ମନୁଷ୍ୟ ସହିତ ଅସାଧ୍ୟ, କିନ୍ତୁ ଈଶ୍ଵରଙ୍କ ସହିତ ସମସ୍ତ ସାଧ୍ୟ ବୋଲି ଯୀଶୁ କହିଲେ [୧୦:୨୬-୨୭]।

Mark 10:29

ଯେକେହି ଯୀଶୁଙ୍କ ସକାଶେ ନିଜର ଘର, ପରିବାର ଓ ଜମି ପରିତ୍ୟାଗ କରେ ସେ କ'ଣ ପାଇବ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ସେମାନେ ଶତ ଗୁଣରେ ଏହି ଜଗତରେ ପାଇବେ, ତାଡନା ସାଥେ ସାଥେ, ଏବଂ ପରକାଳରେ ଅନନ୍ତ ଜୀବନ ପାଇବେ [୧୦:୨୯-୩୦]।

Mark 10:32

କେଉଁ ପଥ ଉପରେ ଯୀଶୁ ଏବଂ ଶିଷ୍ୟମାନେ ଯାତ୍ରା କରୁଥିଲେ ?

ଯୀଶୁ ଏବଂ ଶିଷ୍ୟମାନେ ଯିରୂଶାଲମକୁ ଯିବା ରାସ୍ତାରେ ଯାତ୍ରା କରୁଥିଲେ [୧୦:୩୨]।

ଯିରୂଶାଲମରେ ତାହାଙ୍କ ପ୍ରତି କ'ଣ ଘଟିବ ବୋଲି ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ?

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଯେ ସେ ବଧ କରାଯିବେ, ପୁଣି ତିନିଦିନ ଉତ୍ତାରେ ସେ ପୁନରୁତ୍ଥିତ ହେବେ [୧୦:୩୩-୩୪]।

Mark 10:35

ଯାକୁବ ଏବଂ ଯୋହନ ଯୀଶୁଙ୍କୁ କେଉଁ ଅନୁରୋଧ କଲେ ?

ଯୀଶୁଙ୍କ ମହିମାପ୍ରାପ୍ତ ହେବା ସମୟରେ ଯାକୁବ ଓ ଯୋହନ ଯୀଶୁଙ୍କ ଦକ୍ଷିଣ ଓ ବାମ ପାର୍ଶ୍ଵରେ ବସିବାକୁ ଅନୁରୋଧ କଲେ [୧୦:୩୫-୩୭]।

Mark 10:38

ଯାକୁବ ଓ ଯୋହନଙ୍କୁ କ'ଣ ସହ୍ୟ କରିବାକୁ ଯୀଶୁ କହିଲେ ?

ଯୀଶୁ ଯାକୁବ ଓ ଯୋହନଙ୍କୁ କହିଲେ ଯୀଶୁ ପାନ କରିଥିବା ପାତ୍ର ପାନ କରିବା, ପୁଣି ଯୀଶୁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିଲେ ସେଥିରେ ସେମାନେ ବାପ୍ତିଜିତ ହେବେ [୧୦:୩୯]।

ଯାକୁବ ଓ ଯୋହନଙ୍କ ଅନୁରୋଧକୁ ଯୀଶୁ ସ୍ଵୀକୃତି ଦେଲେ କି ?

ନାହିଁ, ଦକ୍ଷିଣ ଅବା ବାମ ପାର୍ଶ୍ଵରେ ବସିବାକୁ ଦେବା ମୋହର ଅଧିକାର ନାହିଁ ବୋଲି ଯୀଶୁ କହିଲେ [୧୦:୪୦]।

Mark 10:41

ବିଜାତିମାନଙ୍କର ଶାସନକର୍ତ୍ତାମାନେ ସେମାନଙ୍କର ଲୋକମାନଙ୍କୁ କିପରି ବ୍ୟବହାର କରୁଥିଲେ ବୋଲି ଯୀଶୁ କହିଲେ ?

ବିଜାତିମାନଙ୍କର ଶାସନକର୍ତ୍ତାମାନେ ସେମାନଙ୍କର ଲୋକମାନଙ୍କ ଉପରେ ପ୍ରଭୁତ୍ଵ କରୁଥିଲେ ବୋଲି ଯୀଶୁ କହିଲେ [୧୦:୪୨]।

Mark 10:43

ଶିଷ୍ୟମାନଙ୍କ ମଧ୍ୟରେ ପ୍ରଧାନ ହେବାକୁ ଯେକେହି ଇଚ୍ଛା କରେ ସେ କିପରି ବାସ କରିବା ଆବଶ୍ୟକ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେକେହି ଶିଷ୍ୟମାନଙ୍କ ମଧ୍ୟରେ ପ୍ରଧାନ ହେବାକୁ ଇଚ୍ଛା କରେ ସେ ସମସ୍ତଙ୍କର ସେବକ ହେବା ଆବଶ୍ୟକ ବୋଲି ଯୀଶୁ କହିଲେ [୧୦:୪୩-୪୪]।

Mark 10:46

ଯେତେବେଳେ ଅନେକେ ବାର୍ଟୀମୟ ନାମକ ଜଣେ ଅନ୍ଧକୁ ତୁନି ହେବାକୁ କହିଲେ ସେତେବେଳେ ସେ କ'ଣ କଲେ ?

ବାର୍ଟୀମୟ ଆହୁରି ଉଚ୍ଚ ସ୍ଵରରେ କହିବାକୁ ଲାଗିଲା, "ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ !" [୧୦:୪୮]।

Mark 10:51

ବାର୍ଟୀମୟକୁ କ'ଣ ସୁସ୍ଥ କରିଥିଲା ବୋଲି ଯୀଶୁ କହିଲେ ?

ବାର୍ଟୀମୟକୁ ତାହାଙ୍କ ବିଶ୍ଵାସ ତାହାକୁ ସୁସ୍ଥ କରିଥିଲା ବୋଲି ଯୀଶୁ କହିଲେ [୧୦:୫୨]।


Chapter 11

1 ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବେଥ୍‌ଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, 2 ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବାକ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ; ତାକୁ ଫିଟାଇ ଘେନିଆସ । 3 ଆଉ, ଯେବେ କେହି ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ, ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ । 4 ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ । 5 ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କ'ଣ କରୁଅଛ ? 6 ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ । 7 ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ । 8 ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ । 9 ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ ! 10 ଆମ୍ଭମାନଙ୍କ ପିତୃପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା ! 11 ପରେ ସେ ଯିରୂଶାଲମକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନିଆକୁ ବାହାରିଗଲେ,।

12 ତହିଁ ଆରଦିନ ବେଥନିଆରୁ ଆସୁଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ; 13 ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମ୍ବିରି ଗଛ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ । କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମ୍ବିରିଫଳର ସମୟ ନ ଥିଲା । 14 ସେଥିରେ ଯୀଶୁ ତାହାକୁ କହିଲେ, ଆଉ କଦାପି କେହି ତୋଠାରୁ ଫଳ ନ ଖାଉ । ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ ।

15 ତାହା ପରେ ସେମାନେ ଯିରୂଶାଲମକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ, 16 ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ, 17 ପୁଣି, ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, ଏହା କ'ଣ ଲେଖା ନାହିଁ, ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି କୁହାଯିବ ? କିନ୍ତୁ ତୁମ୍ଭେମାନେ ତାହାକୁ 'ଡକାୟତମାନଙ୍କ ଗହ୍ୱର' କରିଅଛ । 18 ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କିପ୍ରକାରେ ବିନାଶ କରି ପାରନ୍ତି, ତାହା ଚେଷ୍ଟା କରିବାକୁ ଲାଗିଲେ; କାରଣ ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ । 19 ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ ।

20 ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମ୍ବିରିଗଛଟି ମୂଳରୁ ଶୁଖିଯାଇଥିବା ଦେଖିଲେ । 21 ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରି ଗଛକୁ ଅଭିଶାପ ଦେଇଥିଲେ, ତାହା ଶୁଖିଗଲାଣି । 22 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କଠାରେ ବିଶ୍ୱାସ ରଖ । 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତା' ନିମନ୍ତେ ତାହା ଘଟିବ । 24 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ । 25 ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ । 26 [କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।]

27 ପରେ ସେମାନେ ପୁନର୍ବାର ଯିରୂଶାଲମକୁ ଆସିଲେ; ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, 28 ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା ? 29 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ, ତାହାହେଲେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି । 30 ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା ? ମୋତେ ଉତ୍ତର ଦିଅ । 31 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ? 32 ଅବା ମନୁଷ୍ୟଠାରୁ ବୋଲି କଅଣ କହିବା ? ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ । 33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।



Translation Questions

Mark 11:1

ସେମାନଙ୍କ ସମ୍ମୁଖରେ ଥିବା ଗ୍ରାମରେ କ'ଣ କରିବାକୁ ଯୀଶୁ ତାହାଙ୍କ ଦୁଇ ଶିଷ୍ୟମାନଙ୍କୁ ପଠାଇଲେ ?

ଯୀଶୁ ସେମାନଙ୍କୁ ଗୋଟିଏ ଗଧଛୁଆ ତାହାଙ୍କ ନିମନ୍ତେ ଆଣିବା ପାଇଁ କହିଲେ ଯାହା ଉପରେ କେବେ କେହି ଚଢି ନ ଥିଲେ [୧୧:୨]।

Mark 11:4

ଯେତେବେଳେ ଶିଷ୍ୟମାନେ ଗଧଛୁଆକୁ ଫିଟାଇଲେ ସେତେବେଳେ କ'ଣ ହେଲା ?

କେତେକ ଲୋକମାନେ ଶିଷ୍ୟମାନଙ୍କୁ ପଚାରିଲେ ସେମାନେ କ'ଣ କରୁଅଛନ୍ତି ବୋଲି, ସେମାନେ ଯୀଶୁ ଯେପରି କହିବାକୁ କହିଥିଲେ ସେମାନେ ସେମାନଙ୍କୁ ସେହିପରି କହିଲେ, ପୁଣି ଲୋକମାନେ ସେମାନଙ୍କୁ ସେମାନଙ୍କ ପଥରେ ଛାଡିଦେଲେ [୧୧:୫-୬]।

Mark 11:7

ଯେପରି ଯୀଶୁ ଗଧଛୁଆ ଉପରେ ବସିଲେ ଲୋକମାନେ ପଥରେ କ'ଣ ବିଛାଇଲେ ?

ଲୋକମାନେ ସେମାନଙ୍କର ଲୁଗା ବିଛାଇଲେ ଓ ସେମାନେ କ୍ଷେତରୁ କାଟିଥିବା ଡାଳ ବିଛାଇଲେ [୧୧:୮]।

ଯୀଶୁ ଯିରୂଶାଲମ ଆଡକୁ ଯାତ୍ରା କରୁଥିବା ସମୟରେ କେଉଁ ରାଜ୍ୟ ଆସୁଅଛି ବୋଲି ଲୋକମାନେ ଉଚ୍ଚ ସ୍ଵରରେ କହିଲେ ?

ସେମାନଙ୍କର ପିତୃପୁରୁଷ ଦାଉଦଙ୍କର ରାଜ୍ୟ ଆସୁଅଛି ବୋଲି ଲୋକମାନେ ଉଚ୍ଚ ସ୍ଵରରେ କହିଲେ [୧୧:୧୦]।

Mark 11:11

ଯେତେବେଳେ ଯୀଶୁ ମନ୍ଦିରର ନିକଟକୁ ଆସିଲେ ସେତେବେଳେ ସେ କ'ଣ କଲେ ?

ଯୀଶୁ ଚାରିପଟେ ଦେଖିଲେ ଏବଂ ତା'ପରେ ବେଥନୀକୁ ବାହାରି ଗଲେ [୧୧:୧୧]।

Mark 11:13

ଯେତେବେଳେ ଯୀଶୁ ଡିମ୍ବିରି ଗଛରେ ଫଳ ପାଇଲେ ନାହିଁ ସେତେବେଳେ ସେ କ'ଣ କଲେ ?

ଯୀଶୁ ଡିମ୍ବିରି ଗଛକୁ କହିଲେ, "ଆଉ କେବେ ହେଁ କେହି ତୋ'ଠାରୁ ଫଳ ନ ଖାଉ" [୧୧:୧୪]।

Mark 11:15

ଏହି ସମୟରେ ଯେତେବେଳେ ଯୀଶୁ ମନ୍ଦିରରେ ପ୍ରବେଶ କଲେ ସେତେବେଳେ ସେ କ'ଣ କଲେ ?

ଯୀଶୁ କ୍ରୟବିକ୍ରୟ ଲୋକମାନଙ୍କୁ ବାହାର କରିଦେଲେ ଆଉ ମନ୍ଦିର ମଧ୍ୟଦେଇ କାହାରିକି କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ [୧୧:୧୫-୧୬]।

Mark 11:17

ଶାସ୍ତ୍ର ଅନୁସାରେ, ମନ୍ଦିର କେମିତି ହେବା କଥା ବୋଲି ଯୀଶୁ କହିଲେ ?

ସମସ୍ତ ଜାତିମାନଙ୍କ ନିମନ୍ତେ ପ୍ରାର୍ଥନାର ଗୃହ ବୋଲି ବିଖ୍ୟାତ ହେବ ବୋଲି ଯୀଶୁ କହିଲେ [୧୧:୧୭]।

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ମନ୍ଦିରକୁ କ'ଣ କରିଅଛନ୍ତି ବୋଲି ଯୀଶୁ କହିଲେ ?

ସେମାନେ ଈଶ୍ଵରଙ୍କ ଗୃହକୁ ଦସ୍ୟୁମାନଙ୍କ ଗହ୍ଵର କରିଅଛନ୍ତି ବୋଲି ଯୀଶୁ କହିଲେ [୧୧:୧୭]।

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ସହ କ'ଣ କରିବାକୁ ଚେଷ୍ଟା କରୁଥିଲେ ?

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ବଧ କରିବାକୁ ଚେଷ୍ଟା କରୁଥିଲେ [୧୧:୧୮]।

Mark 11:20

ଯୀଶୁ ଯେଉଁ ଡିମ୍ବିରି ଗଛକୁ କହିଥିଲେ ତାହା ପ୍ରତି କ'ଣ ଘଟିଥିଲା ?

ଯୀଶୁ ଯେଉଁ ଡିମ୍ବିରି ଗଛକୁ କହିଥିଲେ ତାହା ମୁଁଳରୁ ଶୁଖିଯାଇଥିଲା [୧୧:୨୦]।

Mark 11:24

ପ୍ରାର୍ଥନାରେ ଆମେ ଯାହା କିଛି ମାଗୁ ସେହି ବିଷୟରେ ଯୀଶୁ କ'ଣ କହିଲେ ?

ଯାହା କିଛି ଆମେ ପ୍ରାର୍ଥନାରେ ଆମେ ମାଗୁ, ଆମେ ତାହା ପାଇଅଛୁ ବୋଲି ଯେ ବିଶ୍ଵାସ କରୁ, ତେବେ ସେହିସବୁ ପାଇବ ବୋଲି ଯୀଶୁ କହିଲେ [୧୧:୨୪]।

ସ୍ଵର୍ଗସ୍ଥ ପିତା ଆମ୍ଭମାନଙ୍କୁ କ୍ଷମା କରିବା ନିମନ୍ତେ ଆମ୍ଭେମାନେ କ'ଣ କରିବା ଆବଶ୍ୟକ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ ତାହାହେଲେ କ୍ଷମା କର, ଯେପରି ସ୍ଵର୍ଗସ୍ଥ ପିତା ଆମ୍ଭମାନଙ୍କୁ କ୍ଷମା କରିବେ [୧୧:୨୫]।

Mark 11:27

ମନ୍ଦିରରେ, ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନେ ଯୀଶୁଙ୍କଠାରୁ କ'ଣ ଜାଣିବାକୁ ଇଚ୍ଛା କଲେ ?

ସେମାନେ ଜାଣିବାକୁ ଚାହୁଁଥିଲେ ଯେ ସେ କେଉଁ ଅଧିକାରରେ ଏହି ସମସ୍ତ ବିଷୟ କରୁଥିଲେ [୧୧:୨୭-୨୮]।

Mark 11:29

କେଉଁ ପ୍ରଶ୍ନ ଯୀଶୁ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନଙ୍କୁ ପଚାରିଲେ ?

ଯୋହନଙ୍କର ବାପ୍ତିସ୍ମ ସ୍ଵର୍ଗରୁ ନା ମନୁଷ୍ୟଠାରୁ ହୋଇଥିଲା ବୋଲି ଯୀଶୁ ପଚାରିଲେ [୧୧:୩୦]।

Mark 11:31

କାହିଁକି ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନେ ଯୋହନଙ୍କର ବାପ୍ତିସ୍ମ ସ୍ଵର୍ଗରୁ ହୋଇଥିଲା ବୋଲି କହିବାକୁ ଚାହିଁଲେ ନାହିଁ ?

ସେମାନେ ଏହି ଉତ୍ତର ଦେବାକୁ ଚାହିଁଲେ ନାହିଁ ଯେହେତୁ ଯୀଶୁ ସେମାନଙ୍କୁ ପଚାରିବେ କାହିଁକି ସେମାନେ ଯୋହନଙ୍କୁ ବିଶ୍ଵାସ କଲ ନାହିଁ [୧୧:୩୩]।

କାହିଁକି ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନେ ଯୋହନଙ୍କର ବାପ୍ତିସ୍ମ ମନୁଷ୍ୟଠାରୁ ହୋଇଥିଲା ବୋଲି କହିବାକୁ ଇଚ୍ଛା କଲେ ନାହିଁ ?

ସେମାନେ ଏହି ଉତ୍ତର ଦେବାକୁ ଚାହିଁଲେ ନାହିଁ ଯେହେତୁ ସେମାନେ ଲୋକମାନଙ୍କୁ ଭୟ କଲେ, ଯେଉଁମାନେ ଯୋହନଙ୍କୁ ଭାବବାଦୀ ବୋଲି ବିଶ୍ଵାସ କରୁଥିଲେ [୧୧:୩୨]।


Chapter 12

1 ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ । 2 ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ । 3 କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ । 4 ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ । 5 ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ । 6 ତାଙ୍କ ନିକଟରେ ଜଣେ ମାତ୍ର ରହିଲେ, ସେ ତାଙ୍କ ପ୍ରିୟ ପୁତ୍ର । ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ଅବଶେଷରେ ତାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ । 7 ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ । 8 ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ । 9 ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କ'ଣ କରିବେ ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ । 10 ତୁମ୍ଭେମାନେ କି ଧର୍ମଶାସ୍ତ୍ରର ଏହି ବାକ୍ୟ ମଧ୍ୟ ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; 11 ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ ? 12 ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ ।

13 ପରେ ଯୀଶୁଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୂଶୀ ଓ ହେରୋଦୀୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ । 14 ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାରିକି ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି । କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ ? 15 ଆମ୍ଭେମାନେ ଦେବା କି ନାହିଁ ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, କାହିଁକି ମୋତେ ପରୀକ୍ଷା କରୁଅଛ ? ଗୋଟିଏ ମୁଦ୍ରା ମୋ' ପାଖକୁ ଆଣ, ମୁଁ ତାହା ଦେଖେ । 16 ତହିଁରେ ସେମାନେ ତାହା ଆଣିଲେ । ଯୀଶୁ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର ? ସେମାନେ ତାହାଙ୍କୁ କହିଲେ, କାଇସରଙ୍କର । 17 ସେଥିରେ ଯୀଶୁ ସେମାନଙ୍କୁ କହିଲେ, କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ । ତହିଁରେ ସେମାନେ ଯୀଶୁଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ ।

18 ଏଥିଉତ୍ତାରେ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିବା ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ, 19 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ । 20 ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; 21 ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା, 22 ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା । 23 ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ । 24 ଯୀଶୁ ସେମାନଙ୍କୁ କହିଲେ, ଧର୍ମଶାସ୍ତ୍ର ପୁଣି, ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ ? 25 ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି । 26 ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ୱର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ? 27 ସେ ମୃତମାନଙ୍କର ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର । ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ ।

28 ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ଯୀଶୁ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ ? 29 ଯୀଶୁ ଉତ୍ତର ଦେଲେ, ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି; 30 ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର । 31 ଦ୍ୱିତୀୟଟି ଏହି, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ । 32 ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି; 33 ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମ ଓ ବଳିଦାନ ଅପେକ୍ଷା ଗୁରୁତର । 34 ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ । ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ ।

35 କିନ୍ତୁ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ ଉତ୍ତର ଦେଲେ, ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଶାସ୍ତ୍ରୀମାନେ କିପରି କହନ୍ତି ? 36 ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ କହିଥିଲେ, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ । 37 ସ୍ୱୟଂ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ ?

38 ସର୍ବସାଧାରଣ ଲୋକେ ଆନନ୍ଦରେ ତାହାଙ୍କ କଥା ଶୁଣୁଥିଲେ । ପୁନଶ୍ଚ, ସେ ଆପଣା ଶିକ୍ଷା ମଧ୍ୟରେ କହିଲେ, ଶାସ୍ତ୍ରୀମାନଙ୍କଠାରୁ ସାବଧାନ ! ସେମାନେ ଲମ୍ବା ପୋଷାକ ପରିଧାନ କରି ଭ୍ରମଣ କରିବାକୁ, ପୁଣି, ହାଟ ବଜାରରେ ନମସ୍କାର, 39 ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି; 40 ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ ।

41 ପରେ ସେ ଭଣ୍ଡାର ସମ୍ମୁୁଖରେ ବସି ଲୋକସମୂହ କିପରି ସେଥିରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ । ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶି ପକାଇଲେ; 42 ଆଉ ଜଣେ ଦରିଦ୍ର ବିଧବା ଆସି ଏକ ଅଳ୍ପ ମୂଲ୍ୟର ଦୁଇ ତମ୍ବା ପଇସା ସେଥିରେ ପକାଇଲା । 43 ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି; 44 କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହି ସବୁ ପକାଇଲା ।



Translation Questions

Mark 12:1

ଦ୍ରାକ୍ଷାକୁଣ୍ଡ ଓ ପ୍ରହରୀଗୃହ ନିର୍ମାଣ କଲାପରେ ପୁଣି କୃଷକମାନଙ୍କୁ ସେହି କ୍ଷେତ ଭାଗରେ , ମାଲିକ କ'ଣ କଲେ ?

ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ନିର୍ମାଣ ପୁଣି କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଲା ପରେ, ମାଲିକ ବିଦେଶକୁ ଗମନ କଲେ [୧୨:୧]।

Mark 12:4

ଦ୍ରାକ୍ଷାକ୍ଷେତର ଫଳରୁ ଭାଗ ପାଇବା ନିମନ୍ତେ ମାଲିକ ତାହାଙ୍କର ଯେଉଁ ଦାସମାନଙ୍କୁ ସେ ପଠେଇଥିଲେ କୃଷକମାନେ ସେମାନଙ୍କ ପ୍ରତି କ'ଣ କଲେ ?

କୃଷକମାନେ ପିଟିଲେ, ଅଘାତ କଲେ ଓ ଦାସମାନଙ୍କୁ ମାରି ପକାଇଲେ [୧୨:୩-୫]।

Mark 12:6

ପରିଶେଷରେ ମାଲିକ କୃଷକମାନଙ୍କ ନିକଟକୁ କାହାକୁ ପଠାଇଲେ ?

ଶେଷରେ ମାଲିକ ତାହାଙ୍କର ପ୍ରିୟପୁତ୍ରଙ୍କୁ ପଠାଇଲେ [୧୨:୬]।

Mark 12:8

ମାଲିକଠାରୁ ଶେଷରେ ପଠାଯାଇଥିବା ଜଣଙ୍କପ୍ରତି କୃଷକମାନେ କ'ଣ କଲେ ?

କୃଷକମାନେ ତାହାଙ୍କୁ ଧରିଲେ, ଦ୍ରାକ୍ଷାକ୍ଷେତରୁ ତାହାକୁ ବାହାରକୁ ଫୋପାଡି ଦେଲେ [୧୨:୮]।

କୃଷକମାନଙ୍କ ପ୍ରତି ଦ୍ରାକ୍ଷାକ୍ଷେତର ମାଲିକ କ'ଣ କରିବେ ?

ଦ୍ରାକ୍ଷାକ୍ଷେତର ମାଲିକ ଆସିବେ ପୁଣି କୃଷକମାନଙ୍କୁ ବିନଷ୍ଟ କରିବେ ପୁଣି ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ ଦେବେ [୧୨:୯]।

Mark 12:10

ଶାସ୍ତ୍ରରେ, ଗୃହ ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ ସେହି ପ୍ରସ୍ତର ପ୍ରତି କ'ଣ ଘଟିଲା ?

ଗୃହ ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହେଲା [୧୨:୧୦]।

Mark 12:13

କେତେକ ଫାରୂଶୀ ଓ ହେରୋଦିୟାମାନେ କେଉଁ ପ୍ରଶ୍ନ ଯୀଶୁଙ୍କୁ ପଚାରିଲେ ?

ସେମାନେ ତାହାଙ୍କୁ ପଚାରିଲେ କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ[୧୨:୧୪]।

Mark 12:16

ଯୀଶୁ କିପରି ଏହି ପ୍ରଶ୍ନର ଉତ୍ତର ଦେଲେ ?

ଯୀଶୁ ସେମାନଙ୍କୁ କହିଲେ କାଇସରଙ୍କର ଯାହା ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ଵରଙ୍କ ଯାହା, ତାହା ଈଶ୍ଵରଙ୍କୁ ଦିଅ [୧୨:୧୭]।

Mark 12:18

ସାଦ୍ଦୁକୀମାନେ କେଉଁଠାରେ ବିଶ୍ଵାସ କରନ୍ତି ନାହିଁ ?

ସାଦ୍ଦୁକୀମାନେ ପୁନରୁତ୍ଥାନରେ ବିଶ୍ଵାସ କରନ୍ତି ନାହିଁ [୧୨:୧୮]।

Mark 12:20

ସାଦ୍ଦୁକୀମାନଙ୍କ ଦ୍ଵାରା କୁହାଯାଇଥିବା କାହାଣୀରେ, ସ୍ତ୍ରୀର କେତେ ସ୍ଵାମୀ ଥିଲେ ?

ସେହି ସ୍ତ୍ରୀର ସାତ ସ୍ଵାମୀ ଥିଲେ [୧୨:୨୨]।

ସ୍ତ୍ରୀର ବିଷୟରେ କେଉଁ ପ୍ରଶ୍ନ ସାଦ୍ଦୁକୀମାନେ ଯୀଶୁଙ୍କୁ ପଚାରିଲେ ?

ସେମାନେ ପଚାରିଲେ ପୁନୁରତ୍ଥାନ ସମୟରେ ସେହି ପୁରୁଷମାନଙ୍କ ମଧ୍ୟରୁ କିଏ ସେହି ସ୍ତ୍ରୀର ସ୍ଵାମୀ ହେବେ [୧୨:୨୩]।

Mark 12:24

ଯୀଶୁ ସାଦ୍ଦୁକୀମାନଙ୍କର କେଉଁ ଭ୍ରମର କାରଣ ଦେଇଥିଲେ ?

ଯୀଶୁ କହିଲେ ଯେ ତୁମ୍ଭେମାନେ ଧର୍ମଶାସ୍ତ୍ର ଜାଣ ନାହିଁ କି ଈଶ୍ଵରଙ୍କର ଶକ୍ତିକୁ ମଧ୍ୟ ଜାଣି ନାହିଁ ସେଥିପାଇଁ ତୁମ୍ଭେମାନେ ଭ୍ରାନ୍ତ ହେଉଅଛ [୧୨:୨୪]।

ସ୍ତ୍ରୀର ପ୍ରଶ୍ନ ବିଷୟରେ ଯୀଶୁ ସାଦ୍ଦୁକୀମାନଙ୍କୁ କେଉଁ ଉତ୍ତର ଦେଇଥିଲେ ?

ଯୀଶୁ ସାଦ୍ଦୁକୀମାନଙ୍କୁ କହିଥିଲେ ଯେ ପୁନରୁତ୍ଥାନରେ ପୁରୁଷ ଓ ସ୍ତ୍ରୀମାନେ ବିବାହ ହୁଅନ୍ତି ନାହିଁ କିନ୍ତୁ କେବଳ ସେମାନେ ଦୂତ ପରି ରୁହନ୍ତି [୧୨:୨୫]।

Mark 12:26

ସେଠାରେ ଏକ ପୁନରୁତ୍ଥାନ ଅଛି ବୋଲି ଯୀଶୁ ଧର୍ମଶାସ୍ତ୍ରରୂ କିପରି ଦେଖାଇଲେ ?

ଯୀଶୁ ମୋଶାଙ୍କର ପୁସ୍ତକକୁ ଉଲ୍ଲେଖ କଲେ, ଯେଉଁଠାରେ କି ଈଶ୍ଵର କହିଥିଲେ ଯେ ଆମ୍ଭେ ଅବ୍ରହାମଙ୍କ ଈଶ୍ଵର, ଇସହାକଙ୍କ ଈଶ୍ଵର, ଓ ଯାକୁବଙ୍କ ଈଶ୍ଵର-ସେମାନଙ୍କ ମଧ୍ୟରୁ ସମସ୍ତେ ଯେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି [୧୨:୨୬-୨୭]।

Mark 12:28

କେଉଁ ଆଜ୍ଞା ସବୁଠାରୁ ଶ୍ରେଷ୍ଠ ଅଟେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ତୁମେ ଆପଣାର ସମସ୍ତ ଅନ୍ତକରଣ, ସମସ୍ତ ପ୍ରାଣ, ସମସ୍ତ ମନ, ସମସ୍ତ ଶକ୍ତି ଦେଇ ପ୍ରଭୂ ଆପଣା ଈଶ୍ଵରଙ୍କୁ ପ୍ରେମ କର କାରଣ ଏହା ହି ଶ୍ରେଷ୍ଠ ଆଜ୍ଞା ଅଟେ [୧୨:୨୯-୩୦]।

ଯୀଶୁ କହିଥିବା ଦ୍ୱିତୀୟ ଆଜ୍ଞାଟି କ'ଣ ଅଟେ ?

ଯୀଶୁ କହିଲେ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର [୧୨:୩୧]।

Mark 12:30

ଏହି ସବୁ ବିଷୟ ନ ଘଟିବା ପର୍ଯ୍ୟନ୍ତ କ'ଣ କୌଣସି ପ୍ରକାରେ ଲୋପ ପାଇବ ନାହିଁ ବୋଲି ଯୀଶୁ କହିଥିଲେ ?

ଯୀଶୁ କହିଲେ ଏ ସମସ୍ତ ନ ଘଟିବ ପର୍ଯ୍ୟନ୍ତ ଏହି ବର୍ତ୍ତମନା ପୁରୁଷ ଲୋପ ପାଇବ ନାହିଁ [୧୩:୩୦]।

କ'ଣ କେବେ ହେଁ ଲୋପ ପାଇବ ନାହିଁ ବୋଲି ଯୀଶୁ କହିଥିଲେ ?

ଯୀଶୁ କହିଲେ ମୋହର ବାକ୍ୟ ସମୁଁହ କେବେ ହେଁ ଲୋପ ପାଇବ ନାହିଁ [୧୩:୩୧]।

ଏହି ସମସ୍ତ ବିଷୟ କେବେ ଘଟିବ ବୋଲି ଯୀଶୁ କହିଥିଲେ ?

ଯୀଶୁ କହିଥିଲେ ଯେ ସେହି ଦିନ କି ଦଣ୍ଡ କେହି ଜାଣନ୍ତି ନାହିଁ କେବଳ ପିତାଙ୍କ ବ୍ୟତୀତ [୧୩:୩୨]।

Mark 12:35

ଯୀଶୁ ଦାଉଦଙ୍କ ବିଷୟରେ ଶାସ୍ତ୍ରୀମାନଙ୍କୁ କେଉଁ ପ୍ରଶ୍ନ ପଚାରିଥିଲେ ?

ଯୀଶୁ କହିଲେ ଯେତେବେଳେ ଖ୍ରୀଷ୍ଟ ଦାଉଦଙ୍କ ସନ୍ତାନ ଅଟନ୍ତି ତେବେ ଦାଉଦ କିପରି ମୋହର ପ୍ରଭୁ ବୋଲି ସେ ଖ୍ରୀଷ୍ଟଙ୍କୁ ଡାକି ପାରିଲେ [୧୨:୩୫-୩୭]।

Mark 12:38

ଶାସ୍ତ୍ରୀମାନଙ୍କଠାରୁ ସାବଧାନ ହେବା ନିମନ୍ତେ ଯୀଶୁ ଲୋକମାନଙ୍କୁ କ'ଣ କହିଥିଲେ ?

ଯୀଶୁ କହିଲେ ଯେ ଶାସ୍ତ୍ରୀମାନେ ଲୋକମାନଙ୍କ ଦ୍ଵାରା ସମ୍ମନା ପାଇବା ପାଇଁ ଇଚ୍ଛା କରୁଥିଲେ, କିନ୍ତୁ ସେମାନେ ବିଧବାଙ୍କ ଗୃହକୁ ଗ୍ରାସ କରୁଥିଲେ, ଏବଂ ଲୋକମାନେ ଯେପରି ଦେଖିବେ ସେଥିପାଇଁ ଏକ ଦୀର୍ଘ ପ୍ରାର୍ଥନା କରୁଥିଲେ [୧୨:୩୮-୪୦]।

Mark 12:43

ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି ବୋଲି ଯୀଶୁ କାହିଁକି କହିଲେ ?

ଯୀଶୁ କହିଲେ ଯେ ସେ ସ୍ତ୍ରୀଟି ଅଧିକ ଦାନ ଦେଇଅଛି କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି ପକାଇଲେ କିନ୍ତୁ ଏ ଆପଣା ଅନାଟନ ଅବସ୍ଥାରେ ଥାଇ ତାହା ଦେଇଅଛି [୧୨:୪୪]।


Chapter 13

1 ଯୀଶୁ ମନ୍ଦିରରୁ ବାହାରିଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, କିପରି ପ୍ରସ୍ତର ଓ କିପରି ପ୍ରାସାଦ ! 2 ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ କ'ଣ ଏହି ସମସ୍ତ ବୃହତ୍ ପ୍ରାସାଦ ଦେଖୁଅଛ ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ।

3 ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ, 4 ପୁଣି, ଯେଉଁ ସମୟରେ ଏହି ସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କ'ଣ, ତାହା ଆମ୍ଭମାନଙ୍କୁ କହନ୍ତୁ । 5 ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ । 6 ଅନେକେ ମୋ ନାମରେ ଆସି, ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ । 7 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ; ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗାନ୍ତ ନୁହେଁ । 8 କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ; ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର । 9 କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ । 10 ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ । 11 ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କ'ଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି । 12 ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ; 13 ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।

14 କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ; 15 ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ; 16 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଫେରି ନ ଯାଉ । 17 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର ! 18 କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର । 19 କାରଣ ସେହି କାଳରେ ଏପରି କ୍ଲେଶ ଘଟିବ ଯେ, ଈଶ୍ୱରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେହିପରି ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ । 20 ଆଉ ପ୍ରଭୁ ସେହି ସମୟ ଯେବେ ଉଣା କରି ନ ଥାଆନ୍ତେ, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ; ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ସେହି ସମୟ ଊଣା କରିଅଛନ୍ତି । 21 ସେତେବେଳେ 'ଦେଖ, ଖ୍ରୀଷ୍ଟ ଏଠାରେ' କିମ୍ଵା 'ଦେଖ, ସେଠାରେ', କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ । 22 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ । 23 କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି ।

24 ମାତ୍ର ସେହି ସମୟରେ ସେହି କ୍ଲେଶ ଉତ୍ତାରେ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, 25 ପୁଣି, ନକ୍ଷତ୍ରମାଳା ଆକାଶରୁ ଖସି ପଡ଼ିବାକୁ ଲାଗିବେ ଓ ଆକାଶମଣ୍ଡଳସ୍ଥ ଶକ୍ତିସମୂହ ବିଚଳିତ ହେବେ । 26 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମରେ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ । 27 ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।

28 ଡିମ୍ବିରି ବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; 29 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ସେ ଦ୍ୱାରରେ ସନ୍ନିକଟ, ଏହା ଜାଣ । 30 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୀଢି କୌଣସି ପ୍ରକାରେ ଲୋପ ପାଇବ ନାହିଁ । 31 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

32 କିନ୍ତୁ ସେହି ଦିନ କି ସମୟ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗସ୍ଥ ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି । 33 ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ; କାରଣ ସେ ସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ । 34 ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରପାଳକକୁ ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି । 35 ଅତଏବ, କାଳେ ଗୃହକର୍ତ୍ତା ହଠାତ୍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି, 36 ଏଥି ନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟାବେଳେ, କିମ୍ବା ଅଧରାତିରେ, କିମ୍ବା କୁକୁଡ଼ା ଡାକିବା ସମୟରେ, କିମ୍ବା ସକାଳେ, କେତେବେଳେ ଯେ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ । 37 ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି, ତାହା ସମସ୍ତଙ୍କୁ କହୁଅଛି, ଜାଗ୍ରତ ଥାଅ ।



Translation Questions

Mark 13:1

ମନ୍ଦିରର ଆଶ୍ଚର୍ଯ୍ୟ ପ୍ରସ୍ତର ଓ ପ୍ରାସାଦ ବିଷୟରେ କ'ଣ ଘଟିବ ବୋଲି ଯୀଶୁ କହିଥିଲେ ?

ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ ସମସ୍ତ ହିଁ ଭୁମିସାତ୍ ହେବ ବୋଲି ଯୀଶୁ କହିଲେ [୧୩:୨]।

Mark 13:3

ତା'ପରେ ଶିଷ୍ୟମାନେ ଯୀଶୁଙ୍କୁ କେଉଁ ପ୍ରଶ୍ନ ପଚାରିଲେ ?

ଶିଷ୍ୟମାନେ ପଚାରିଲେ ଏସବୁ କେବେ ଘଟିବ ଓ ସେହି ସମୟର ଲକ୍ଷଣ କ'ଣ [୧୩:୪]।

Mark 13:5

କେଉଁ ବିଷୟରେ ସାବଧାନ ହେବା ନିମନ୍ତେ ଯୀଶୁ ଶିଷ୍ୟମାନଙ୍କୁ କହିଥିଲେ ?

ଯୀଶୁ କହିଲେ ଯେ ସାବଧାନ କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ [୧୩:୫-୬]।

Mark 13:7

କେଉଁ ସବୁ ପ୍ରସବ ବେଦନାର ଆରମ୍ଭ ମାତ୍ର ବୋଲି ଯୀଶୁ କହିଲେ ?

ଯୁଦ୍ଧ ଘଟିବ ସଂଗ୍ରାମର ଜନରବ ଶୁଣିବ, ଭୂମିକମ୍ପ ହେବ, ଓ ଦୁର୍ଭିକ୍ଷ ହେବ, ଏହି ସବୁ ଘଟଣାଗୁଡିକ ପ୍ରସବବେଦନାର ଆରମ୍ଭ ମାତ୍ର ବୋଲି ଯୀଶୁ କହିଲେ [୧୩:୭-୮]।

Mark 13:9

ଶିଷ୍ୟମାନଙ୍କ ପ୍ରତି କ'ଣ ଘଟିବ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ତୁମ୍ଭମାନଙ୍କୁ ବିଚାର ସଭାମାନଙ୍କରେ ସମର୍ପଣ କରିବେ, ସମାଜଗୃହରେ ପ୍ରହାରିତ ହେବ ଏବଂ ମୋହର ନିମନ୍ତେ ଶାସନକର୍ତ୍ତା ଓ ରାଜମାନଙ୍କର ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟଦେବା ନିମନ୍ତେ ଠିଆ କରାଯିବ [୧୩:୯]।

କେଉଁ ବିଷୟ ପ୍ରଥମେ ନିଶ୍ଚୟ ଘଟିବ ବୋଲି ଯୀଶୁ କହିଥିଲେ ?

ଯୀଶୁ କହିଲେ ଯେ ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ [୧୩:୧୦]।

Mark 13:11

ପରିବାର ସଦସ୍ୟମାନଙ୍କ ମଧ୍ୟରେ କ'ଣ ଘଟିବ ବୋଲି ଯୀଶୁ କହିଥିଲେ ?

ଯୀଶୁ କହିଲେ ଯେ ଜଣେ ପରିବାର ସଦସ୍ୟ ଅନ୍ୟଜଣ ପରିବାରର ସଦସ୍ୟକୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିବେ [୧୩:୧୨]।

କିଏ ପରିତ୍ରାଣ ପାଇବେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ [୧୩:୩]।

Mark 13:14

ଯେତେବେଳେ ସେମାନେ ସେହି ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ଦେଖିବେ ସେତେବେଳେ ସେହି ଦେଶର ଯିହୂଦାବାସୀ କ'ଣ କରିବା ଉଚିତ୍ ବୋଲି ଯୀଶୁ କହିଥିଲେ ?

ଯୀଶୁ କହିଲେ ଯେ ଯେତେବେଳେ ସେମାନେ ସେହି ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ଦେଖିବେ ସେମାନେ ଯିହୂଦାବାସୀ ପର୍ବତକୁ ପଳାଇଯିବା ଉଚିତ୍ ବୋଲି ଯୀଶୁ କହିଥିଲେ [୧୩:୧୪]।

Mark 13:17

ମନୋନୀତ ଲୋକମାନେ ଯେପରି ପରିତ୍ରାଣ ପାଇବେ ସେଥିପାଇଁ ପ୍ରଭୁ କ'ଣ କରିଅଛନ୍ତି ବୋଲି ଯୀଶୁ କହିଥିଲେ ?

ଯୀଶୁ କହିଲେ ଯେ ପ୍ରଭୁ ସେ ମନୋନୀତ ଲୋକମାନଙ୍କ ନିମନ୍ତେ ମହାକ୍ଲେଶ ସମୟ ଉଣା କରିଅଛନ୍ତି, ଯେପରି ଆମ୍ଭେ ସମସ୍ତେ ଉଦ୍ଧାର ପାଇବୁ [୧୩:୨୦]।

Mark 13:21

ଯୀଶୁ କହିଲେ ଲୋକମାନଙ୍କୁ ଭ୍ରାନ୍ତ କରିବା ନିମନ୍ତେ କିଏ ଉଠିବ ?

ଯୀଶୁ କହିଲେ ଯେ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠିବେ ଓ ଲୋକମାନଙ୍କୁ ଭ୍ରାନ୍ତ କରିବେ [୧୩:୨୨]।

Mark 13:24

ସେହି ସମୟରେ ସେହି ମହାକ୍ଲେଶ ଉତ୍ତାରେ ଆକାଶସ୍ଥ ଶକ୍ତି ସମୁଁହ କ'ଣ ହେବ ?

ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଉ ଆଲୋକ ଦେବା ନାହିଁ, ନକ୍ଷେତ୍ରମାନେ ଆକାଶରୁ ସ୍କଳିତ ହେବେ ଓ ଆକାଶସ୍ଥ ଶକ୍ତି ସମୁଁହ ବିଚଳିତ ହେବେ [୧୩:୨୪-୨୫]।

ସେତେବେଳେ ମେଘମାଳାରେ ଲୋକମାନେ କ'ଣ ଦେଖିବେ ?

ସେତେବେଳେ ଲୋକମାନେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମ ସହ ମେଘମାଳାରେ ଆଗମନ କରିବା ଦେଖିବେ [୧୩:୨୬]।

ଯେତେବେଳେ ମନୁଷ୍ୟପୁତ୍ର ଆସିବେ ସେ କ'ଣ କରିବେ ?

ମନୁଷ୍ୟପୁତ୍ର ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମାଠାରୁ ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ [୧୩:୨୭]।

Mark 13:33

ଯୀଶୁ ତାହାଙ୍କର ଆଗମନ ସମ୍ବନ୍ଧରେ କେଉଁ ଆଜ୍ଞା ତାହାଙ୍କର ଶିଷ୍ୟମାନଙ୍କୁ ଦେଇଥିଲେ ?

ଜାଗିରୁହ ପୁଣି ଜାଗ୍ରତ ଥାଅ ବୋଲି ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ [୧୩:୩୩,୩୫,୩୭]।


Chapter 14

1 ନିସ୍ତାର ପର୍ବ ଓ ଖମୀରଶୂନ୍ୟ ରୁଟିର ପର୍ବ ପଡ଼ିବାକୁ ଦୁଇ ଦିନ ଥିଲା । ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ଯୀଶୁଙ୍କୁ ଛଳରେ ଧରି ବଧ କରି ପାରନ୍ତି, ସେଥିର ଉପାୟ ଖୋଜୁଥିଲେ । 2 କାରଣ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ ।

3 ସେ ବେଥନିଆରେ କୁଷ୍ଠୀ ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ । 4 କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା ? 5 ଏହି ତୈଳ ତ ଦେଢ଼ଶହ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥା'ନ୍ତା । ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ । 6 କିନ୍ତୁ ଯୀଶୁ କହିଲେ, ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି । 7 କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରି ପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି । 8 ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି । 9 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ ।

10 ସେଥିରେ ବାର ଶିଷ୍ୟଙ୍କ ମଧ୍ୟରୁ ଇଷ୍କାରିୟୋତ ଯିହୂଦା ନାମକ ଜଣେ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନଙ୍କ ନିକଟକୁ ଗଲା । 11 ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାଙ୍କୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ । ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରାଇଦେଇ ପାରେ, ଏହା ଅନ୍ୱେଷଣ କରିବାକୁ ଲାଗିଲେ ।

12 ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି ? 13 ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣକୁ ଏହା କହି ପଠାଇଲେ, ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ; 14 ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ ? 15 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର । 16 ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ । 17 ସନ୍ଧ୍ୟା ହୁଅନ୍ତେ ସେ ବାର ଶିଷ୍ୟଙ୍କ ସହିତ ଆସିଲେ । 18 ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯେ କି ମୋ' ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ । 19 ସେଥିରେ ଶିଷ୍ୟମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କ'ଣ ମୁଁ ? 20 ଯୀଶୁ ସେମାନଙ୍କୁ କହିଲେ, ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋ' ସହିତ ପାତ୍ରରେ ହାତ ବୁଡ଼ାଉଅଛି । 21 ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର ! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାନ୍ତା ।

22 ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ନିଅ, ଏହା ମୋହର ଶରୀର । 23 ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ । 24 ଆଉ, ଯୀଶୁ ସେମାନଙ୍କୁ କହିଲେ, ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ । 25 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଦିନ ମୁଁ ଈଶ୍ୱରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ । 26 ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ ।

27 ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ । 28 କିନ୍ତୁ ମୁଁ ଉତ୍ଥିତ ହେବା ପରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି । 29 ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ । 30 ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ଏହି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ । 31 କିନ୍ତୁ ପିତର ଦୃଢ଼ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି, ସମସ୍ତେ ମଧ୍ୟ ସେହି ପ୍ରକାର କହିଲେ ।

32 ପରେ ସେମାନେ ଗେଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ । 33 ପୁଣି, ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟାକୁଳ ହେବାକୁ ଲାଗିଲେ । 34 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି; ତୁମ୍ଭେମାନେ ଏଠାରେ ରହି ଜାଗିଥାଅ । 35 ପୁଣି, ଯୀଶୁ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇ ପାରେ, ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥି ନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ । 36 ଆଉ ଯୀଶୁ କହିଲେ, ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା । 37 ପୁଣି, ସେ ଆସି ଶିଷ୍ୟମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ଶିମୋନ, ତୁମ୍ଭେ କ'ଣ ଶୋଇପଡ଼ିଲ ? ଘଣ୍ଟାଏ ହେଲେ ଜାଗି ପାରିଲ ନାହିଁ ? 38 ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ । 39 ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ । 40 ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ । 41 ଯୀଶୁ ତୃତୀୟ ଥର ଆସି ଶିଷ୍ୟମାନଙ୍କୁ କହିଲେ, ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର; ଯଥେଷ୍ଟ ହେଲାଣି; ସେହି ସମୟ ଉପସ୍ଥିତ; ଦେଖ, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି । 42 ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ ।

43 ଆଉ ତତ୍‌କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ଼୍ଗ ଓ ଠେଙ୍ଗା ଧରି ଆସିଲେ । 44 ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି; ତାହାଙ୍କୁ ଧରି ସାବଧାନରେ ଘେନିଯିବ । 45 ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା । 46 ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ । 47 କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ । 48 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ ? 49 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି । 50 ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ । 51 କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ, 52 ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା ।

53 ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ । 54 ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ । 55 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ; 56 କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ । 57 ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ, 58 ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି । 59 କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ । 60 ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ ? 61 କିନ୍ତୁ ସେ ନୀରବ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କି ମଙ୍ଗଳମୟଙ୍କ ପୁତ୍ର ଖ୍ରୀଷ୍ଟ ? 62 ଯୀଶୁ କହିଲେ, ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । 63 ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କ'ଣ ପ୍ରୟୋଜନ ? 64 ଆପଣମାନେ ତ ଈଶ୍ୱର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କ'ଣ ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ । 65 ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ ।

66 ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା, 67 ଆଉ ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ । 68 କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ । ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ; 69 ପୁଣି, ସେହି ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ । 70 କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ । ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ । 71 କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାକୁ ଜାଣେ ନାହିଁ । 72 ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ଡାକିଲା । ଏଥିରେ, କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ, ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ ।



Translation Questions

Mark 14:1

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କେମିତି କ'ଣ କରିବାକୁ ଚିନ୍ତା କରୁଥିଲେ ?

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ତାହାଙ୍କୁ ଛଳରେ ଧରି ବଧ କରି ପାରନ୍ତି ସେଥିର ଉପାୟ ସେମାନେ ଖୋଜୁଥିଲେ [୧୪:୧]।

ଖମୀର ରୋଟୀ ପର୍ବ ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କାହିଁକି ଏହି କାର୍ଯ୍ୟ କରି ନ ଥିଲେ ?

ଲୋକମାନଙ୍କ ମଧ୍ୟରେ ଏକ ମହା ଗଣ୍ଡଗୋଳ ହୋଇପାରେ ବୋଲି ସେମାନେ ଚିନ୍ତିତ ଥିଲେ [୧୪:୨]।

Mark 14:3

କୁଷ୍ଠୀ ଶିମୋନଙ୍କ ଗୃହରେ ଯୀଶୁ ବସିଥିବା ସମୟରେ ଜଣେ ସ୍ତ୍ରୀ ତାହାଙ୍କ ପ୍ରତି କ'ଣ କଲେ ?

ସ୍ତ୍ରୀଲୋକଟି ପାତ୍ରରେ ବହୁମୁଲ୍ୟ ବିଶୁଦ୍ଧ ଜଟାମାଂସୀତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କର ମସ୍ତକରେ ଢାଳି ଦେଇଥିଲେ [୧୪:୩]।

କ'ଣ ପାଇଁ କେତେକ ସ୍ତ୍ରୀଙ୍କୁ ଧମକ ଦେଉଥିଲେ ?

କେତେକ କହିଲେ ଯେ ଏହି ତୈଳ ତ ଦେଢଶ ଟଙ୍କାରୂ ଅଧିକ ମୁଁଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇପାରିଥାନ୍ତା [୧୪:୫]।

Mark 14:6

ସ୍ତ୍ରୀ ଲୋକଟି ତାହାଙ୍କ ପାଇଁ କ'ଣ କରିଅଛି ବୋଲି ଯୀଶୁ କହିଲେ ?

ଯୀଶୁ ତାହାଙ୍କୁ କହିଲେ ଯେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଶରୀରକୁ ଅଭିଷିକ୍ତ କରିଅଛି [୧୪:୮]।

ସେହି ସ୍ତ୍ରୀର କାର୍ଯ୍ୟ ବିଷୟରେ ଯୀଶୁ କ'ଣ ପ୍ରତିଜ୍ଞା କରିଅଛନ୍ତି ?

ଯୀଶୁ ପ୍ରତିଜ୍ଞା କରିଅଛନ୍ତି ଯେ ପୃଥିବୀର ଯେ କୌଣସି ସ୍ଥାନରେ ସୁସମାଚାର ପ୍ରଚାର କରାଯାଏ ସେହି ସ୍ଥାନରେ ଏହି ସ୍ତ୍ରୀର କାର୍ଯ୍ୟ ନିମନ୍ତେ ତାହାଙ୍କୁ ସ୍ମରଣ କରାଯିବ [୧୪:୯]।

Mark 14:10

ପ୍ରଧାନ ଯାଜକଙ୍କ ନିକଟକୁ ଇଷ୍କାରିୟୋତ ଯିହୂଦା କାହିଁକି ଯାଇଥିଲା ?

ପ୍ରଧାନ ଯାଜକଙ୍କ ହସ୍ତରେ ଯୀଶୁଙ୍କୁ ସମର୍ପଣ କରିବା ନିମନ୍ତେ ସେ ସେମାନଙ୍କ ନିକଟକୁ ଯାଇଥିଲେ [୧୪:୧୦]।

Mark 14:12

ନିସ୍ତାରପର୍ବର ଭୋଜସ୍ଥାନ ଶିଷ୍ୟମାନେ କିପରି ପାଇଲେ, ଯେଉଁ ସ୍ଥାନରେ ସେମାନଙ୍କୁ କରିବାର ଥିଲା ?

ଯୀଶୁ ସେମାନଙ୍କୁ କହିଲେ ନଗରକୁ ଯାଅ ଓ ଜଳକୁମ୍ଭ ଘେନିଯାଉଥିବା ଜଣେ ଲୋକଙ୍କ ପଛେ ପଛେ ଯାଅ ତା'ପରେ ତାହାଙ୍କୁ ପଚାର ଯେଉଁଠାରେ ନିସ୍ତାରପର୍ବର ଭୋଜ ପାଳନ କରିବୁ ସେମାନଙ୍କର ସେହି ଅତିଥିଶାଳା କାହିଁ [୧୪:୧୨-୧୪]।

Mark 14:17

ଭୋଜନରେ ବସିଥିବା ସମୟରେ ଯୀଶୁ ସେମାନଙ୍କୁ କ'ଣ କହିଲେ ?

ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଯେ କି ମୋ ସାଙ୍ଗରେ ଭୋଜନ କରିଅଛି ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ [୧୪:୧୮]।

Mark 14:20

କେଉଁ ଶିଷ୍ୟ ତାହାଙ୍କୁ ଧରାଇଦେବେ ବୋଲି ଯୀଶୁ କହିଲେ ?

ଯୀଶୁ ସେମାନଙ୍କୁ କହିଲେ ଯେ, ଯେ କି ମୋ ସହିତ ପାତ୍ରରେ ରୋଟୀ ବୁଡାଉଅଛି ସେ ମୋତେ ଧରାଇଦେବା [୧୪:୨୦]।

ଯେ ତାହାଙ୍କୁ ଧରାଇବେ ସେହି ଶିଷ୍ୟର ଲକ୍ଷ୍ୟ ବିଷୟରେ ଯୀଶୁ କ'ଣ କହିଥିଲେ ?

ଯୀଶୁ କହିଥିଲେ ଯେ, ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା [୧୪:୨୧]।

Mark 14:22

ଯୀଶୁ ରୋଟୀ ଭାଙ୍ଗିଲା ପରେ ତାହାଙ୍କର ଶିଷ୍ୟମାନଙ୍କୁ କ'ଣ କହିଲେ ?

ଯୀଶୁ କହିଲେ "ଏହା ନିଅ । ଏହା ମୋହର ଶରୀର" [୧୪:୨୨]।

ଯୀଶୁ ପାନପାତ୍ର ନେଲା ପରେ କ'ଣ କହିଲେ ?

ଯୀଶୁ କହିଲେ, "ଏହା ମୋହର ରକ୍ତରେ ସ୍ଥାପିତ ନିୟମ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାତିତ ହୋଇଅଛି" [୧୪:୨୪]।

ଯୀଶୁ ଦ୍ରାକ୍ଷାଫଳର ରସ ଆଉ କେବେ ପିଇବେ ବୋଲି ସେ କହିଥିଲେ ?

ଯୀଶୁ କହିଲେ ଈଶ୍ଵରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ [୧୪:୨୫]।

Mark 14:26

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଜୀତ ପର୍ବତରେ କ'ଣ ଭବିଷ୍ୟତବାଣୀ କରିଥିଲେ ?

ଯୀଶୁ ଭବିଷ୍ୟତବାଣୀ କଲେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ସକାଶେ ବିଘ୍ନ ପାଇବେ [୧୪:୨୭]।

Mark 14:30

ପିତର କହିଥିଲେ ଯେ ସେ କେବେହେଲେ ବିଘ୍ନ ପାଇବେ ନାହିଁ ସେତେବେଳେ ଯୀଶୁ ପିତରଙ୍କୁ କ'ଣ କହିଥିଲେ ?

ଯୀଶୁ ପିତରଙ୍କୁ କହିଥିଲେ ଯେ ଆଜି ଏହି ରାତିରେ କୁକୁଡା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମେ ମୋତେ ତିନି ଥର ଅସ୍ଵୀକାର କରିବ [୧୪:୩୦]।

Mark 14:32

ଯୀଶୁ ଯେତେବେଳେ ପ୍ରାର୍ଥନା କରୁଥିଲେ ସେତେବେଳେ ତାହାଙ୍କର ତିନୋଟି ଶିଷ୍ୟଙ୍କୁ କ'ଣ କରିବାକୁ କହିଥିଲେ ?

ଯୀଶୁ ସେମାନଙ୍କୁ ସେଠାରେ ରହି ଜାଗି ରହିବାକୁ କହିଲେ [୧୪:୩୨-୩୪]।

Mark 14:35

କ'ଣ ପାଇଁ ଯୀଶୁ ପ୍ରାର୍ଥନା କଲେ ?

ଯଦି ହୋଇପାରେ ସେହି ପାନପାତ୍ର ତାହାଙ୍କଠାରୁ ଯେପରି ଦୂର ହୁଏ ସେଥିନିମନ୍ତେ ଯୀଶୁ ପ୍ରାର୍ଥନା କଲେ [୧୪:୩୫]।

ପିତାଙ୍କଠାରୁ ତାହାଙ୍କ ପ୍ରାର୍ଥନାର ଉତ୍ତର କ'ଣ ହେଉ ବୋଲି ଯୀଶୁ ଇଚ୍ଛା ସହିତ ଗ୍ରହଣ କରିଥିଲେ ?

ତାହାଙ୍କ ପାଇଁ ପିତାଙ୍କର ଯାହା ଇଚ୍ଛା ତାହା ସେ ନିଜେ ଗ୍ରହଣ କରିଥିଲେ [୧୪:୩୬]।

Mark 14:37

ଯୀଶୁ ଯେତେବେଳେ ତିନୋଟି ଶିଷ୍ୟମାନଙ୍କ ନିକଟକୁ ଫେରିଲେ ସେ କ'ଣ ଦେଖିବାକୁ ପାଇଲେ ?

ଯୀଶୁ ତିନୋଟି ଶିଷ୍ୟମାନଙ୍କୁ ଶୋଇଥିବା ଦେଖିଲେ [୧୪:୩୭]।

Mark 14:40

ଯୀଶୁ ଯେତେବେଳେ ଦ୍ୱିତୀୟଥର ପ୍ରାର୍ଥନାରୁ ଫେରିଲେ ସେ କ'ଣ ଦେଖିବାକୁ ପାଇଲେ ?

ଯୀଶୁ ତିନୋଟି ଶିଷ୍ୟମାନଙ୍କୁ ଶୋଇଥିବା ଦେଖିଲେ [୧୪:୪୦]।

ଯୀଶୁ ଯେତେବେଳେ ତୃତୀୟ ଥର ପ୍ରାର୍ଥନାରୁ ଫେରିଲେ ସେ କ'ଣ ଦେଖିବାକୁ ପାଇଲେ ?

ଯୀଶୁ ତିନୋଟି ଶିଷ୍ୟମାନଙ୍କୁ ଶୋଇଥିବା ଦେଖିଲେ [୧୪:୪୧]।

Mark 14:43

ଯୀଶୁ ଯେ ସେହି ବ୍ୟକ୍ତି ବୋଲି ଯିହୂଦା ପ୍ରହରୀମାନଙ୍କୁ କେଉଁ ସଙ୍କେତ ଦେବା ପାଇଁ କହିଥିଲା ?

ଯୀଶୁ ଯେ ସେହି ବ୍ୟକ୍ତି ଅଟନ୍ତି ଯିହୂଦା ଚୁମ୍ବନ ଦ୍ଵାରା ଜଣାଇ ଦେଇଥିଲା [୧୪:୪୪-୪୫]।

Mark 14:47

ଯୀଶୁ ତାହାଙ୍କୁ ଧରାଯିବା ନିମନ୍ତେ ଯାହା କରାଗଲା ତାହା ଧର୍ମଶାସ୍ତ୍ର ସଫଳ ହେଲା ବୋଲି କେମିତି କହିଥିଲେ ?

ଯୀଶୁ କହିଥଲେ ଯେ ଯେତେବେଳେ ସେମାନେ ଚୋରପରି ଧରିବାକୁ ଆସିବେ ସେ ଧର୍ମଶାସ୍ତ୍ର ସଫଳ ହେଲା ବୋଲି କହିଥିଲେ [୧୪:୪୮-୪୯]।

ଯେତେବେଳେ ଯୀଶୁ ଧରାଗଲେ ସେତେବେଳେ ଯେଉଁମାନେ ତାହାଙ୍କ ସହିତ ଥିଲେ ସେମାନେ କ'ଣ କଲେ ?

ସେତେବେଳେ ସମସ୍ତେ ତାହାଙ୍କୁ ଛାଡି ପଳାଇଗଲେ [୧୪:୫୦]।

Mark 14:51

ଯେତେବେଳେ ଯୀଶୁଙ୍କୁ ଧରିଲେ ତାହାଙ୍କ ପଛରେ ଜଣେ ଯୁବକ ଅନୁସରଣ କରୁଥିଲା ସେ କ'ଣ କଲା ?

ସେ ଯୁବା ଲୋକ ତାହାର ସରୁ ଚାଦର ଖଣ୍ଡିକ ଛାଡିଦେଇ ଫୁଙ୍ଗା ଦେହରେ ପଳାଇଗଲା [୧୪:୫୧-୫୨]।

Mark 14:53

ଯେତେବେଳେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ନିଆଗଲା ପିତର ସେତେବେଳେ କେଉଁଠାରେ ଥିଲେ ?

;ପିତର ପଦାତିକମାନଙ୍କ ମଧ୍ୟରେ ବସିଥିଲେ, ପୁଣି ନିଆଁ ପୁଆଁଉଥିଲେ [୧୪:୫୩-୫୪]।

Mark 14:55

ଯୀଶୁଙ୍କ ବିରୁଦ୍ଧରେ ମହାସଭାକୁ ଦିଆଯାଇଥିବା ସାକ୍ଷ୍ୟରେ କ'ଣ ତ୍ରୁଟି ଥିଲା ?

ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ମିଥ୍ୟା ସାକ୍ଷ ମିଶିଲା ନାହିଁ [୧୪:୫୫-୫୯]।

Mark 14:60

ଯୀଶୁ କିଏ ଥିଲେ ବୋଲି ମହାଯାଜକ ଯୀଶୁଙ୍କୁ ପ୍ରଶ୍ନ ପଚାରିଥିଲେ ?

ମହାଯାଜକ ଯୀଶୁଙ୍କୁ ପଚାରିଲେ ତୁମ୍ଭେ କି ଖ୍ରୀଷ୍ଟ, ତୁମ୍ଭେ କି ମଙ୍ଗଳମୟଙ୍କର ପୁତ୍ର [୧୪:୬୧]।

ମହାଯାଜକଙ୍କର ପ୍ରଶ୍ନକୁ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ଯୀଶୁ ଉତ୍ତର ଦେଲେ ସେ ଖ୍ରୀଷ୍ଟ ଅଟନ୍ତି ମଙ୍ଗଳମୟଙ୍କର ପୁତ୍ର [୧୪:୬୨]।

Mark 14:63

ଯୀଶୁଙ୍କର ଉତ୍ତର ଶୁଣିଲା ପରେ, ମହାଯାଜକ ଯୀଶୁଙ୍କୁ କେଉଁ ଅପରାଧୀ ଥିଲେ ବୋଲି କହିଲେ ?

ମହାଯାଜକ କହିଲେ ଯୀଶୁ ଈଶ୍ଵର ନିନ୍ଦାର ଅପରାଧୀ ଅଟନ୍ତି [୧୪:୬୪]।

ଯୀଶୁ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ ବୋଲି ଭାବିଲା ପରେ ସେମାନେ ତାହାଙ୍କ ପ୍ରତି କ'ଣ କଲେ ?

ସେମାନେ ତାହାଙ୍କ ଉପରେ ଛେପ ପକାଇଲେ, ତାହାଙ୍କୁ ପିଟିଲେ ଓ ବିଧା ମାରିଲେ, ପୁଣି ଆଘାତ କଲେ [୧୪:୬୫]।

Mark 14:66

ପିତର ଯୀଶୁଙ୍କ ସହିତ ଥିଲେ ବୋଲି ଯେତେବେଳେ କହିଲେ ସେତେବେଳେ ତାହାଙ୍କର ଉତ୍ତର କ'ଣ ଥିଲା ?

ପିତର ଉତ୍ତର ଦେଲେ ମୁଁ ତାହାଙ୍କୁ ଜାଣେ ନାହିଁ ଆଉ ତୁମେ ଯାହା କହୁଅଛ ତାହା ମୁଁ ବୁଝେ ନାହିଁ [୧୪:୬୬-୬୮]।

Mark 14:71

ତୁମେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ବୋଲି ଯେତେବେଳେ ତୃତୀୟ ଥର ପଚାରାଗଲା ସେତେବେଳେ ପିତରଙ୍କ ଉତ୍ତର କ'ଣ ଥିଲା ?

ପିତର ଅଭିଶାପ ଦେଇ ଓ ରାଣ ପକାଇ କହିବାକୁ ଲାଗିଲେ ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ ମୁଁ ତାହାକୁ ଜାଣେ ନାହିଁ [୧୪:୭୧]।

ପିତର ତୃତୀୟ ଥର ଉତ୍ତର ଦେଲା ପରେ କ'ଣ ଘଟିଲା ?

ପିତର ତୃତୀୟ ଥର ଉତ୍ତର ଦେଲା ପରେ ସେହିକ୍ଷଣି କୁକୁଡାଦ୍ୱିତୀୟ ଥର ଡାକିଲା [୧୪:୭୨]।

କୁକୁଡା ଡାକିବାର ସ୍ଵର ଶୁଣିଲା ପରେ ପିତର କ'ଣ କଲେ ?

କୁକୁଡା ଡାକିବାର ସ୍ଵର ଶୁଣିଲା ପରେ ପିତର ଭାଙ୍ଗିପଡି ରୋଦନ କଲେ [୧୪:୭୨]।


Chapter 15

1 ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ । 2 ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କର ରାଜା ? ସେ ତାହାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି । 3 ଆଉ ପ୍ରଧାନ ଯାଜକମାନେ ଯୀଶୁଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବାକୁ ଲାଗିଲେ । 4 ସେଥିରେ ପୀଲାତ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ ? ଦେଖ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି । 5 କିନ୍ତୁ ଯୀଶୁ ଆଉ କୌଣସି ଉତ୍ତର ଦେଲେ ନାହିଁ, ସେଥିରେ ପୀଲାତ ଚମତ୍କୃତ ହେଲେ ।

6 ମାତ୍ର ପର୍ବ ସମୟରେ ଲୋକମାନେ ଯେଉଁ ବନ୍ଦୀକୁ ମାଗୁଥିଲେ, ତାହାକୁ ସେ ସେମାନଙ୍କ ନିମନ୍ତେ ମୁକ୍ତ କରୁଥିଲେ । 7 ଯେଉଁ ବିପ୍ଳବୀମାନେ ବିପ୍ଲବ ସମୟରେ ନରହତ୍ୟା କରିଥିଲେ, ସେମାନଙ୍କ ସହିତ ବାରବ୍ବା ନାମକ ଜଣେ ଲୋକ ବନ୍ଦୀ ଥିଲା । 8 ତେଣୁ ଲୋକସମୂହ ଉପରକୁ ଯାଇ ତାହାଙ୍କୁୂ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ । 9 ସେଥିରେ ପୀଲାତ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ଇଚ୍ଛା କରୁଅଛ ? ଆମ୍ଭେ କ'ଣ ତୁମ୍ଭମାନଙ୍କ ନିମନ୍ତେ ଯିହୂଦୀମାନଙ୍କ ରାଜାଙ୍କୁ ମୁକ୍ତ କରିଦେବା ? 10 କାରଣ ପ୍ରଧାନ ଯାଜକମାନେ ଯେ ଈର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ବୁଝିଲେ । 11 ମାତ୍ର ସେ ଯେପରି ସେମାନଙ୍କ ନିମନ୍ତେ ବରଞ୍ଚ ବାରବ୍ବାକୁ ମୁକ୍ତ କରନ୍ତି, ସେଥିପାଇଁ ପ୍ରଧାନ ଯାଜକମାନେ ଲୋକସମୂହକୁ ମତାଇଲେ । 12 କିନ୍ତୁ ପୀଲାତ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ତେବେ ଯାହାକୁ ତୁମ୍ଭେମାନେ ଯିହୂଦୀମାନଙ୍କର ରାଜା ବୋଲି କହୁଅଛ, ତାହା ପ୍ରତି ଆମ୍ଭେ କ'ଣ କରିବା ? 13 ଲୋକସମୂହ ପୁଣି, ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ । 14 ସେଥିରେ ପୀଲାତ ସେମାନଙ୍କୁ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି ? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ । 15 ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି, ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ |

16 ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ । 17 ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ; 18 ଆଉ, ହେ ଯିହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ବନ୍ଦନା କରିବାକୁ ଲାଗିଲେ । 19 ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ । 20 ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି ବାଇଗଣୀ ରଙ୍ଗର ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ । ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ ।

21 ସେତେବେଳେ ଆଲେକ୍‌ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ । 22 ଆଉ ସେମାନେ ତାହାଙ୍କୁ ଗଲ୍‌ଗଥା, ଅର୍ଥାତ୍ କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ । 23 ପୁଣି, ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ । 24 ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କ'ଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ । 25 ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ । 26 ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୂଦୀମାନଙ୍କର ରାଜା । 27 ପୁଣି, ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଦେଲେ । 28 [ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ ।] 29 ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ ! ରେ ମନ୍ଦିରଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, 30 କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର । 31 ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ମଧ୍ୟରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରି ପାରୁ ନାହିଁ । 32 ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ୱାସ କରିବା । ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ ।

33 ବାର ଘଣ୍ଟା ସମୟରେ ଦେଶଯାକ ଅନ୍ଧକାର ଘୋଟିଯାଇ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା । 34 ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, 'ଏଲୋହୀ, ଏଲୋହୀ, ଲାମା ଶବକ୍‌ଥାନୀ ?' ଅର୍ଥାତ୍ ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? 35 ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଦେଖ, ସେ ଏଲୀୟଙ୍କୁ ଡାକୁଛି । 36 ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ ଆମ୍ବିଳା ରସରେ ପୂର୍ଣ୍ଣ କରି ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ ଦେଖିବା । 37 କିନ୍ତୁ ଯୀଶୁ ଉଚ୍ଚ ସ୍ୱର କରି ପ୍ରାଣତ୍ୟାଗ କଲେ । 38 ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା । 39 ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ଶତସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ, ଏହି ବ୍ୟକ୍ତି ଈଶ୍ୱରଙ୍କ ପୁତ୍ର ଥିଲେ । 40 କେତେକ ସ୍ତ୍ରୀଲୋକ ମଧ୍ୟ ଦୂରରୁ ଦେଖୁଥିଲେ; ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରିୟମ, ସାନ ଯାକୁବ ଓ ଯୋସିଙ୍କ ମାତା ମରିୟମ, ପୁଣି, ଶଲୋମୀ ଥିଲେ; 41 ସେ ଗାଲିଲୀରେ ଥିବା ସମୟରେ ସେମାନେ ତାହାଙ୍କ ପଶ୍ଚାତ୍‌ଗମନ କରି ତାହାଙ୍କର ସେବା କରୁଥିଲେ; ତାହାଙ୍କ ସହିତ ଯିରୂଶାଲମକୁ ଆସିଥିବା ଆହୁରି ଅନେକ ସ୍ତ୍ରୀଲୋକ ମଧ୍ୟ ଦେଖୁଥିଲେ ।

42 ବେଳ ଗଡ଼ିଆସନ୍ତେ ସେହି ଦିନ ଆୟୋଜନ ଦିନ, ଅର୍ଥାତ୍ ବିଶ୍ରାମବାରର ପୂର୍ବ ଦିନ ଥିବାରୁ, 43 ହାରାମାଥିୟାର ଯୋଷେଫ ନାମକ ମହାସଭାର ଜଣେ ସମ୍ଭ୍ରାନ୍ତ ସଭ୍ୟ, ଯେ ନିଜେ ମଧ୍ୟ ଈଶ୍ୱରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ, ସେ ସାହସ ପୂର୍ବକ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ । 44 କିନ୍ତୁ ସେ ଯେ ମରିଗଲେଣି, ଏହା ଶୁଣି ପୀଲାତ ଚମତ୍କୃତ ହେଲେ, ଆଉ ଶତସେନାପତିଙ୍କୁ ନିକଟକୁ ଡକାଇ ତାହାଙ୍କୁ ପଚାରିଲେ, ସେ କ'ଣ ବହୁତ ବେଳ ହେଲା ମଲେଣି ? 45 ଶତସେନାପତିଙ୍କଠାରୁ ତାହା ଜ୍ଞାତ ହୋଇ ସେ ଶବଟି ଯୋଷେଫଙ୍କୁ ଦେଲେ । 46 ସେ ଖଣ୍ଡିଏ ସୂକ୍ଷ୍ମ ବସ୍ତ୍ର କିଣି ତାହାଙ୍କୁ ଓହ୍ଲାଇ ଆଣି ସେଥିରେ ତାହାଙ୍କୁ ଗୁଡ଼ାଇଲେ ଓ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ ସମାଧିରେ ତାହାଙ୍କୁ ଥୋଇଦେଇ ସମାଧି ଦ୍ୱାରରେ ଖଣ୍ଡିଏ ପଥର ଗଡ଼ାଇଦେଲେ । 47 ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍‌ଦଲୀନୀ ମରିୟମ ଓ ଯୋସିଙ୍କ ମାତା ମରିୟମ ଦେଖିଲେ ।



Translation Questions

Mark 15:1

ପ୍ରଭାତ ହେବା ମାତ୍ରେ, ମହାଯାଜକମାନେ ଯୀଶୁଙ୍କ ସହିତ କ'ଣ କଲେ ?

ପ୍ରଭାତ ହେବା ମାତ୍ରେ, ସେମାନେ ଯୀଶୁଙ୍କୁ ବାନ୍ଧି ପିଲାତଙ୍କ ହସ୍ତରେ ସମର୍ପଣ କଲେ [୧୫:୧]।

Mark 15:4

ଯେତେବେଳେ ପ୍ରଧାନ ଯାଜକମାନେ ଯୀଶୁଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଉପସ୍ଥାପନ କରିଥଲେ ତଥାପି ପିଲାତକୁ ଯୀଶୁଙ୍କ ବିଷୟରେ କ'ଣ ଚମକୃତ କରିଥିଲା ?

ପିଲାତ ଚମକୃତ ହୋଇଥିଲେ ଯେ ଯୀଶୁ ତାହାଙ୍କୁ ପଦେହେଲେ ଉତ୍ତର ଦେଲେ ନାହିଁ [୧୫:୫]।

Mark 15:6

ପିଲାତ ବ୍ୟବହାରିକ ଭାବରେ ପର୍ବ ସମୟରେ ଲୋକମାନଙ୍କ ନିମନ୍ତେ ସେ କ'ଣ କରୁଥିଲା ?

ପିଲାତ ବ୍ୟବହାରିକ ଭାବରେ ପର୍ବ ସମୟରେ ଜଣକୁ ସେ ବନ୍ଦୀମାନଙ୍କ ମଧ୍ୟରୁ ମୁକ୍ତ କରି ଦେଉଥିଲା [୧୫:୬]।

Mark 15:9

କାହିଁକି ପିଲାତ ଲୋକମାନଙ୍କ ନିମନ୍ତେ ଯୀଶୁଙ୍କୁ ମୁକ୍ତ କରିବାକୁ ଚାହୁଁଥିଲା ?

କାରଣ ପିଲାତ ବୁଝିଥିଲେ ଯେ ପ୍ରଧାନ ଯାଜକମାନଙ୍କର ଇର୍ଷା ହେତୁ ଯୀଶୁଙ୍କୁ ତାହାଙ୍କଠାରେ ସମର୍ପଣ କରିଥିଲେ [୧୫:୧୦]।

ଜନସମୂହ କାହାକୁ ମୁକ୍ତ କରିବା ନିମନ୍ତେ ଚିତ୍କାର କରୁଥିଲେ ଓ ସେ କ'ଣ କରିଥିଲେ ଯେ ସେ ବନ୍ଦୀ ଥିଲେ ?

ଜନସମୂହ ବାରବ୍ବାକୁ ମୁକ୍ତ କରିବା ନିମନ୍ତେ ଚିତ୍କାର କରୁଥିଲେ, ଯେ କି ଜଣେ ନରଘାତକ ଥିଲା [୧୫:୭,୧୧]।

Mark 15:12

ଯିହୂଦୀମାନଙ୍କ ରାଜା ପ୍ରତି କ'ଣ କରାଯିବା ଉଚିତ୍ ବୋଲି ଜନଗହଳି କହିଲେ ?

ଜନଗହଳି କହିଥିଲେ ଯେ ଯିହୂଦୀମାନଙ୍କର ରାଜାକୁ କ୍ରୁଶରେ ଚଢାଯିବା ଉଚିତ୍ ବୋଲି [୧୫:୧୨-୧୪]।

Mark 15:16

ସୈନିକମାନେ କିପରି ଯୀଶୁଙ୍କୁ ବସ୍ତ୍ରାନ୍ଵୀତ କଲେ ?

ସୈନିକମାନେ ଯୀଶୁଙ୍କୁ କୃଷ୍ଣ ଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ [୧୫:୧୭]।

Mark 15:19

ଯୀଶୁଙ୍କର କ୍ରୁଶକୁ କିଏ ବହନ କରିଥିଲା ?

ବାଟ ପାଖ ଦେଇ ଯାଉଥିବା କୂରଣୀୟ ଶିମୋନ କ୍ରୁଶ ବହିବାକୁ ବାଧ୍ୟ କରାଯାଇଥିଲା [୧୫:୨୧]।

Mark 15:22

ସୈନିକମାନେ ଯୀଶୁଙ୍କୁ କ୍ରୁଶବିଧ କରିବା ପାଇଁ ଆଣିଥିବା ସ୍ଥାନର ନାମ କ'ଣ ଥିଲା ?

ସେହି ସ୍ଥାନର ନାମ ଗଲଗଥା ଥିଲା, ଯାହାର ଅର୍ଥ କପାଳସ୍ଥଳ [୧୫:୨୨]।

ସୈନିକମାନେ ଯୀଶୁଙ୍କ ବସ୍ତ୍ର ସହିତ କ'ଣ କଲେ ?

ସୈନିକମାନେ ଯୀଶୁଙ୍କର ବସ୍ତ୍ର ନିମନ୍ତେ ଗୁଳିବାଣ୍ଟ କଲେ [୧୫:୨୪]।

Mark 15:25

ସୈନିକମାନେ ଯୀଶୁଙ୍କର ଫଳକରେ କେଉଁ ଅଭିଯୋଗ ଲେଖିଥିଲେ ?

ସୈନିକମାନେ ଫଳକରେ "ଯିହୂଦୀମାନଙ୍କର ରାଜା" ଲେଖିଥିଲେ [୧୫:୨୬]।

Mark 15:29

ଯେଉଁମାନେ ପଥ ମଧ୍ୟରେ ଯାଉଥିଲେ ସେମାନେ ଯୀଶୁଙ୍କୁ କ'ଣ କରିବା ନିମନ୍ତେ ଆହ୍ୱାନ କରିଥିଲେ ?

ଯେଉଁମାନେ ପଥ ମଧ୍ୟ ଦେଇ ଯାଉଥିଲେ ସେମାନେ ଯୀଶୁଙ୍କୁ ଆହ୍ୱାନ କଲେ ଯେ ନିଜକୁ ନିଜେ ରକ୍ଷା କର ଓ କ୍ରୁଶରୁ ଓହ୍ଲାଇ ଆ [୧୫:୨୯-୩୦]।

Mark 15:31

ପ୍ରଧାନ ଯାଜକମାନେ ଯୀଶୁଙ୍କୁ କ'ଣ କରିବା ଉଚିତ୍ ଯେପରି ସେମାନେ ତାହାଙ୍କଠାରେ ବିଶ୍ଵାସ କରିବେ ବୋଲି କହିଥିଲେ ?

ପ୍ରଧାନ ଯାଜକମାନେ କହିଥିଲେ ଯେ ସେ କ୍ରୁଶରୁ ଓହ୍ଲାଇ ଆସୁ ଯେପରି ସେମାନେ ତାହାଙ୍କଠାରେ ବିଶ୍ଵାସ କରିବେ [୧୫:୩୧-୩୨]।

ପ୍ରଧାନ ଯାଜକମାନେ ଯୀଶୁଙ୍କୁ ପରିହାସ କଲାବେଳେ ସେମାନେ କେଉଁ ଉପାଧି ଦେଇଥିଲେ ?

ପ୍ରଧାନ ଯାଜକମାନେ ଯୀଶୁଙ୍କୁ ଯୀଶୁ ଯେ ଖ୍ରୀଷ୍ଟ ଓ ଇସ୍ରାଏଲର ରାଜା ଉପାଧି ଦେଇଥିଲେ [୧୫:୩୨]।

Mark 15:33

ଛଅ ଘଣ୍ଟା ସମୟରେ କ'ଣ ଘଟିଲା ?

ଛଅ ଘଣ୍ଟା ସମୟରେ ସାରାଦେଶରେ ଅନ୍ଧକାର ହୋଇଥିଲା [୧୫:୩୩]।

ନଅ ଘଣ୍ଟା ସମୟରେ ଯୀଶୁ କ'ଣ ଉଚ୍ଚ ସ୍ଵରରେ କହିଲେ ?

ଯୀଶୁ ଉଚ୍ଚ ସ୍ଵରରେ କହିଲେ, "ମୋହର ଈଶ୍ଵର, ମୋହର ଈଶ୍ଵର, କାହିଁକି ମୋତେ ପରିତ୍ୟାଗ କରିଅଛ ?" [୧୫:୩୪]।

Mark 15:36

ଯୀଶୁ ମରିବା ପୂର୍ବରୁ କ'ଣ କଲେ ?

ଯୀଶୁ ମରିବା ପୂର୍ବରୁ ଉଚ୍ଚ ସ୍ଵର କରିଥିଲେ [୧୫:୩୭]।

ଯେତେବେଳେ ଯୀଶୁ ମୃତ୍ୟୁବରଣ କଲେ ସେତେବେଳେ ମନ୍ଦିରରେ କ'ଣ ହେଲା ?

ଯେତେବେଳେ ଯୀଶୁ ମୃତ୍ୟୁବରଣ କଲେ ସେତେବେଳେ ମନ୍ଦିରର ପରଦା ଦ୍ୱିଖଣ୍ଡ ହୋଇ ଉପରୁ ତଳ ପର୍ଯ୍ୟନ୍ତ ଚିରିଗଲା [୧୫:୩୮]।

Mark 15:39

ଯେତେବେଳେ ଶତସେନାପତି ଦେଖିଲେ ଯେ ଯୀଶୁ କିପରି ମଲେ ସେ କ'ଣ ସାକ୍ଷ୍ୟ ଦେଲେ ?

ଶତସେନାପତି ସାକ୍ଷ୍ୟ ଦେଲେ ଯେ ନିଶ୍ଚୟ ଏହି ବ୍ୟକ୍ତି ଈଶ୍ଵରଙ୍କ ପୁତ୍ର ଥିଲେ [୧୫:୩୯]।

Mark 15:42

ଯୀଶୁ କେଉଁ ଦିନ ମୃତ୍ୟୁବରଣ କଲେ ?

ବିଶ୍ରାମବାର ଦିନ ପୂର୍ବରୁ ଯୀଶୁ ମୃତ୍ୟୁବରଣ କଲେ [୧୫:୪୨]।

Mark 15:45

ହାରମାଥିୟାର ଯୋସେଫ ଯୀଶୁଙ୍କ ମୃତ୍ୟୁପରେ କ'ଣ କଲେ ?

ହାରାମାଥିୟାର ଯୋସେଫ ପିଲାତଙ୍କୁ ଯୀଶୁଙ୍କ ଶରୀର ମାଗିଥିଲେ, କ୍ରୁଶରୁ ତାହାଙ୍କୁ ଓହ୍ଲାଇଲେ, ସୂକ୍ଷ୍ମ ବସ୍ତ୍ରରେ ତାହାଙ୍କୁ ଗୁଡାଇଲେ, ସମାଧିରେ ଥୋଇଦେଲେ, ପୁଣି ସମାଧି ଦ୍ଵାରରେ ଖଣ୍ଡିଏ ପଥର ଗଡାଇଦେଲେ [୧୫:୪୩,୪୬]।


Chapter 16

1 ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍‌ଦଲୀନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ଶଲୋମୀ ସୁଗନ୍ଧିତ ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି । 2 ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଲା । 3 ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧିଦ୍ୱାରରୁ ପଥରଟା ଗଡ଼ାଇଦେବ ? କାରଣ ତାହା ଅତି ବୃହତ ଥିଲା । 4 ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି । 5 ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ । 6 ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାଁନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖଥିଲେ । 7 `କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ଯୀଶୁ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ । 8 ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ଆଶ୍ଚର୍ଯ୍ୟ ହୋଇଥିଲେ, ପୁଣି, କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ ।

9 [ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ଯୀଶୁ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍‌ଦଲୀନୀ ମରିୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ]। 10 ସେ ଯାଇ, ଯେଉଁମାନେ ତାହାଙ୍କ ସଙ୍ଗୀ ହୋଇଥିଲେ, ସେମାନଙ୍କୁ ସମ୍ବାଦ ଦେଲେ; ସେମାନେ ଶୋକ ଓ ରୋଦନ କରୁଥିଲେ । 11 ଯୀଶୁ ଯେ ଜୀବିତ ଅଟନ୍ତି ଓ ତାହାଙ୍କୁ ଦର୍ଶନ ଦେଇଅଛନ୍ତି, ଏହା ଶୁଣି ସେମାନେ ବିଶ୍ୱାସ କଲେ ନାହିଁ ।

12 ଏହି ସମସ୍ତ ଘଟଣା ଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୋଟିଏ ପଲ୍ଲୀଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ, 13 ପୁଣି, ସେମାନେ ଯାଇ ଅନ୍ୟମାନଙ୍କୁ ସମ୍ବାଦ ଦେଲେ; କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ୱାସ କଲେ ନାହିଁ ।

14 ଏଥିଉତ୍ତାରେ ଏକାଦଶ (ଏଗାର) ଶିଷ୍ୟ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ । 15 ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର । 16 ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ । 17 ଆଉ ଏହି ସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, 18 ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ ।

19 ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ । 20 କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ ।



Translation Questions

Mark 16:1

ସ୍ତ୍ରୀଲୋକମାନେ ଯୀଶୁଙ୍କର ଶରୀରକୁ ସୁଗନ୍ଧି ଦ୍ରବ୍ୟ ଲଗାଇବା ନିମନ୍ତେ ସମାଧିକୁ କେବେ ଯାଇଥିଲେ ?

ସ୍ତ୍ରୀଲୋକମାନେ ସପ୍ତାହର ପ୍ରଥମ ଦିନରେ ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଯାଇଥିଲେ [୧୬:୨]।

Mark 16:3

ସମାଧିର ସମ୍ମୁଖ ଦ୍ଵାରରେ ଗୋଟିଏ ବହୁତ ବଡ ପଥର ଗଡାଇ ଦିଆଯାଇଥିଲା ତଥାପି ସ୍ତ୍ରୀଲୋକମାନେ ସମାଧି ଭିତରକୁ କିପରି ପ୍ରବେଶ କରିଥିଲେ ?

କେହିଜଣେ ସମାଧିର ସମ୍ମୁଖ ଦ୍ଵାରରୁ ସେହି ବଡ ପଥରକୁ ଗଡାଇ ଦେଇଥିଲେ [୧୬:୪]।

Mark 16:5

ଯେତେବେଳେ ସେମାନେ ସମାଧି ନିକଟକୁ ଗଲେ ସେତେବେଳେ ସେମାନେ କ'ଣ ଦେଖିଲେ ?

ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଲବସ୍ତ୍ର ପରିହିତ ଜଣେ ଯୁବାକୁ ଦକ୍ଷିଣ ପାର୍ଶ୍ଵରେ ବସିବା ଦେଖିଲେ [୧୬:୫]।

ସେହି ଯୁବା ଲୋକ ଯୀଶୁଙ୍କ ବିଷୟରେ କ'ଣ କହିଲା ?

ସେହି ଯୁବା ଲୋକ ଯୀଶୁ ଉଠିଅଛନ୍ତି ଓ ସେ ସେଠାରେ ନାହାନ୍ତି ବୋଲି କହିଲା [୧୬:୬]।

ଶିଷ୍ୟମାନେଯୀଶୁଙ୍କୁ କେଉଁଠାରେ ସାକ୍ଷାତ କରିବେ ବୋଲି ଯୁବା ଲୋକ କହିଲେ ?

ଗାଲୀଲିରେ ଶିଷ୍ୟମାନେଯୀଶୁଙ୍କ ସହିତ ସାକ୍ଷାତ କରିବେ ବୋଲି ଯୁବା ଲୋକ କହିଲେ [୧୬:୭]।

Mark 16:9

ଯୀଶୁ ତାହାଙ୍କର ପୁନୁରୁତ୍ଥାନ ପରେ ପ୍ରଥମରେ କାହାକୁ ଦର୍ଶନ ଦେଇଥିଲେ ?

ଯୀଶୁ ପ୍ରଥମରେ ମଗଦଲୀନୀ ମରିୟମଙ୍କୁ ଦର୍ଶନ ଦେଇଥିଲେ [୧୬:୯]।

ଯେତେବେଳେ ମରିୟମ ଯୀଶୁ ଜୀବିତ ଥିବା ମୁଁ ଦେଖିଅଛି ବୋଲି ଯୀଶୁଙ୍କ ଶିଷ୍ୟମାନଙ୍କୁ କହିଲା ସେତେବେଳେ ସେମାନେ କିପରି ଉତ୍ତର ଦେଲେ ?

ଶିଷ୍ୟମାନେବିଶ୍ଵାସ କଲେ ନାହିଁ [୧୬:୧୧]।

Mark 16:12

ଯେତେବେଳେ ଅନ୍ୟ ଦୁଇ ଲୋକ ସେମାନଙ୍କୁ କହିଲେ ଯେ ସେମାନେ ଯୀଶୁଙ୍କୁ ଜୀବିତ ଦର୍ଶନ କରିଅଛନ୍ତି ସେତେବେଳେ ମଧ୍ୟ ଯୀଶୁଙ୍କର ଶିଷ୍ୟମାନଙ୍କର ଉତ୍ତର କିପରି ଥିଲା ?

ଶିଷ୍ୟମାନେବିଶ୍ଵାସ କଲେ ନାହିଁ [୧୬:୧୩]।

Mark 16:14

ଯେତେବେଳେ ସେ ଆପଣା ଶିଷ୍ୟମାନଙ୍କୁ ଦର୍ଶନ ଦେଲେ ସେମାନଙ୍କର ଅବିଶ୍ଵାସ ବିଷୟରେ ଯୀଶୁ ସେମାନଙ୍କୁ କ'ଣ କହିଲେ ?

ସେମାନଙ୍କର ଅବିଶ୍ଵାସ ହେତୁ ଯୀଶୁ ସେମାନଙ୍କୁ ଅନୁଯୋଗ କଲେ [୧୬:୧୪]।

କେଉଁ ଆଜ୍ଞା ଯୀଶୁ ଶିଷ୍ୟମାନଙ୍କୁ ଦେଲେ ?

ଯୀଶୁ ସେମାନଙ୍କୁ କହିଲେ ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମନାବ ଜାତି ନିକଟରେ ସୁସମାଚାର ଘୋଷଣା କର [୧୬:୧୫]।

କେଉଁମାନେ ପରିତ୍ରାଣ ପାଇବେ ବୋଲି ଯୀଶୁ କହିଲେ ?

ଯେଉଁମାନେ ବିଶ୍ଵାସ କରିବେ ପୁଣି ବାପ୍ତିସ୍ମ ନେବେ ସେମାନେ ପରିତ୍ରାଣ ପାଇବେ ବୋଲି ଯୀଶୁ କହିଲେ [୧୬:୧୬]।

କେଉଁମାନେ ଦଣ୍ଡାଜ୍ଞା ପାଇବେ ବୋଲି ଯୀଶୁ କହିଲେ ?

ଯେଉଁମାନେ ବିଶ୍ଵାସ କରିବେ ନାହିଁ ସେମାନେ ଦଣ୍ଡାଜ୍ଞା ପାଇବେ ବୋଲି ଯୀଶୁ କହିଲେ [୧୬:୧୬]।

Mark 16:17

ଯେଉଁମାନେ ବିଶ୍ଵାସ କରିବେ ସେମାନଙ୍କର କେଉଁ ସବୁ ଚିହ୍ନ ଅନୁବର୍ତ୍ତୀ ହେବ ?

ଯେଉଁମାନେ ବିଶ୍ଵାସ କରିବେ ସେମାନେ ଭୂତ ଛଡାଇବେ, ନୂତନ ଭାଷାରେ କଥା କହିବେ, ପ୍ରାଣ ନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କ୍ଷତି ହେବ ନାହି, ପୁଣି ଅନ୍ୟମାନଙ୍କୁ ସୁସ୍ଥ କରିବେ [୧୬:୧୭-୧୮]।


Book: Luke

Luke

Chapter 1

1 ଆରମ୍ଭରୁ ଯେଉଁମାନେ ଚାକ୍ଷୁଷ ସାକ୍ଷୀ ଓ ବାକ୍ୟର ପରିଚାରକ, ସେମାନେ ଆମ୍ଭମାନଙ୍କୁ ସମର୍ପଣ କରିବା ଅନୁସାରେ, 2 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଅନେକେ ଶୃଙ୍ଖଳିତ ରୂପେ ଲିପିବଦ୍ଧ କରିବାକୁ ଆଗ୍ରହ ପ୍ରକାଶ କରିଅଛନ୍ତି । 3 ଅତଏବ, ହେ ମାନ୍ୟବର ଥିୟଫିଲ, ଆରମ୍ଭରୁ ସମସ୍ତ ବିଷୟ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରି ସେଥିର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ଉଚିତ ମନେ କଲି, 4 ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷା ପାଇଅଛନ୍ତି, ସେ ସବୁର ନିଶ୍ଚୟତା ଜାଣି ପାରନ୍ତି ।

5 ଯିହୂଦା ଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମରେ ଜଣେ ଯାଜକ ଥିଲେ; ତାହାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାହାଙ୍କର ନାମ ଏଲୀଶାବେଥ । 6 ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ନିୟମ ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ । 7 କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲେ, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି, ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା ।

8 ସେ ଆପଣା ଦଳର ପାଳି ଅନୁସାରେ ଈଶ୍ୱରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ, 9 ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା, 10 ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ ।

11 ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପବେଦିର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇ ତାହାଙ୍କୁ ଦର୍ଶନ ଦେଲେ । 12 ଜିଖରୀୟ ତାହାଙ୍କୁ ଦେଖି ବିଚଳିତ ଓ ଭୟଗ୍ରସ୍ତ ହେଲେ । 13 କିନ୍ତୁ ଦୂତ ତାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ ।

14 ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି, ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ । 15 ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ମଦ୍ୟ କେବେ ହେଁ ପାନ କରିବ ନାହିଁ, ପୁଣି, ମାତାର ଉଦରରୁ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ,

16 ଆଉ ବାପ୍ତିଜକ ଯୋହନ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ପ୍ରତି ଫେରାଇବ । 17 ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ବାପ୍ତିଜକ ଯୋହନ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବ ।

18 ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ୱାରା ଏହା ଜାଣିବି ? କାରଣ ମୁଁ ତ ବୃଦ୍ଧ, ପୁଣି, ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି । 19 ଦୂତ ତାହାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ୱରଙ୍କ ଉପସ୍ଥିତିରେ ଠିଆ ହୁଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପଠାଯାଇଅଛି । 20 ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହି ସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ ।

21 ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ବ ଘଟିବାରେ ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ । 22 କିନ୍ତୁ ସେ ବାହାରି ଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୂକ ହୋଇ ରହିଲେ । 23 ପରେ ତାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଘରକୁ ଗଲେ ।

24 ଏଥିଉତ୍ତାରେ ତାହାଙ୍କ ଭାର୍ଯ୍ୟା ଏଲିଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ, 25 ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋ' ପ୍ରତି ଏପରି କରିଅଛନ୍ତି ।

26 ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ୱରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ; 27 ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ । 28 ସେ ଗୃହରେ ପ୍ରବେଶ କରି ତାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ । 29 କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ବିଚଳିତ ହୋଇ ଏହା କି ପ୍ରକାର ବାକ୍ୟ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ ।

30 ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପାଇଅଛ । 31 ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ । 32 ସେ ମହାନ ହେବେ ଓ ମହାନ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, 33 ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ ।

34 କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ ? ମୁଁ ତ ପୁରୁଷକୁ ଜାଣେ ନାହିଁ । 35 ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।

36 ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି । ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି; 37 କାରଣ ଈଶ୍ୱରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ । 38 ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋ' ପ୍ରତି ଘଟୁ । ତାହା ପରେ ଦୂତ ତାହାଙ୍କ ନିକଟରୁ ଗଲେ ।

39 ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳସ୍ଥ ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ, 40 ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ । 41 ଆଉ, ଏଲୀଶାବେଥ ମରିୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ

42 ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ । 43 ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋ' ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା ? 44 କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋ' କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋ' ଗର୍ଭରେ ଉଲ୍ଲାସରେ ନାଚି ଉଠିଲା । 45 ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହି ସବୁ ସଫଳ ହେବ ।

46 ଏଥିରେ ମରୀୟମ କହିଲେ, ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,

    47 ପୁଣି, ମୋହର ଆତ୍ମା ମୋ' ତ୍ରାଣକର୍ତ୍ତା ଈଶ୍ୱରଙ୍କଠାରେ ଆନନ୍ଦିତ ହୋଇଅଛି;

    48 କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି । ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ,

    49 କାରଣ ଯେ ଶକ୍ତିମାନ, ସେ ମୋ' ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,

    50 ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ ।

    51 ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଂକାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;

    52 ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ଦୀନହୀନମାନଙ୍କୁ ଉଠାଇଅଛନ୍ତି,

    53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି ।

    54 ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି,

    55 ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି ।

56 ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ ।

57 ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ, 58 ଆଉ ପ୍ରଭୁ ଯେ ତାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ ।

59 ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ । 60 କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ । 61 ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ ।

62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ । 63 ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ । ଏଥିରେ ସମସ୍ତେ ଚକିତ ହେଲେ ।

64 ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ୱରଙ୍କ ପ୍ରଶଂସା କରିବାକୁ ଲାଗିଲେ । 65 ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହି ସମସ୍ତ କଥା ଯିହୂଦା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକୋହି ହେଲେ, 66 ପୁଣି, ଶୁଣିବା ଲୋକ ସମସ୍ତେ ସେହି ସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କ’ଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ ।

67 ଆଉ, ତାହାର ପିତା ଜିଖରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ଭାବବାଣୀ କହିଲେ,

    68 ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ୱର, କାରଣ ସେ କୃପାଦୃଷ୍ଟି କରି ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;

    69 ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉଠାଇ,

    70 ପ୍ରାଚୀନକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା ଯେପରି କହିଥିଲେ,

    71 ସେପରି ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ପରିତ୍ରାଣ ସାଧନ କରିଅଛନ୍ତି,

    72 ଯେପରି ସେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,

    73 ଆମ୍ଭମାନଙ୍କ ପିତା ଅବ୍ରାହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି,

    74 ପୁଣି, ଯେପରି ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ନିର୍ଭୟରେ ଚିରକାଳ ତାହାଙ୍କ ଛାମୁରେ,

    75 ସାଧୁତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି ।

    76 ଆଉ ହେ ଶିଶୁ(ଯୋହନ), ତୁ ମଧ୍ୟ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;

    77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,

    78 ପୁଣି, ଆମ୍ଭମାନଙ୍କ ପାଦ ଶାନ୍ତିପଥକୁ ଆଣିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କ ପ୍ରତି ସ୍ୱର୍ଗରୁ ସୂର୍ଯ୍ୟ ଉଦୟ ହେବ,

    79 ସେହି ସ୍ନେହପୂର୍ଣ୍ଣ କରୁଣା ହେତୁ ପ୍ରଭୁଙ୍କ ଲୋକମାନଙ୍କୁ ସେମାନଙ୍କ ପାପମୋଚନ ଦ୍ୱାରା ପରିତ୍ରାଣ ଜ୍ଞାନ ଦେବା ନିମନ୍ତେ ତୁ (ବାପ୍ତିଜକ ଯୋହନ) ପ୍ରଭୁଙ୍କର ପଥ ପ୍ରସ୍ତୁତ କରିବାକୁ ତାହାଙ୍କର ଅଗ୍ରଗାମୀ ହେବୁ ।

80 ପୁଣି, ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ ।



Translation Questions

Luke 1:1

"ଚାକ୍ଷୁଷ ସାକ୍ଷୀ" କେଉଁମାନେ ଥିଲେ ଯାହାକୁ ଲୂକ ଉଲ୍ଲେଖ କରନ୍ତି ?

"ଚାକ୍ଷୁଷ ସାକ୍ଷୀ" ସେମାନେ ଅଟନ୍ତି ଯେଉଁମାନେ ଯୀଶୁଙ୍କର ସେବା କାର୍ଯ୍ୟର ଆରମ୍ଭରୁ ତାହାଙ୍କ ସହିତ ଥିଲେ [୧:୧-୨]।

କେତେକ ଚାକ୍ଷୁଷ ସାକ୍ଷୀମାନେ ଯୀଶୁ ଯାହା କରିଥିଲେ ତାହା ଦେଖିଲା ପରେ ସେମାନେ କ'ଣ କଲେ ?

ଯୀଶୁ ଯାହା କରିଥିଲେ ସେହିସବୁ ଘଟଣାବଳୀର ବିବରଣ ସେମାନେ ଲିପିବଦ୍ଧ କଲେ [୧:୨]।

କାହିଁକି ଲୂକ ଯୀଶୁ କହିଥିବା ପୁଣି କରିଥିବା ଘଟଣାବଳୀର ବିବରଣ ଦେବାକୁ ସ୍ଥିର କଲେ ?

ଥିୟଫିଲ ଯେଉଁ ଯେସମସ୍ତ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲା ସେସବୁର ସତ୍ୟ ଜାଣିବାକୁ ଲୂକ ଚାହିଁଲେ [୧:୪]।

Luke 1:5

କାହିଁକି ଈଶ୍ଵର ଜିଖରୀୟ ଓ ଏଲୀଶାବେଥଙ୍କୁ ଧାର୍ମିକ ବୋଲି ଗଣିତ କଲେ ?

ଈଶ୍ଵର ସେମାନଙ୍କୁ ଧାର୍ମିକ ବୋଲି ଗଣିତ କଲେ ଯେହେତୁ ସେମାନେ ତାହାଙ୍କର ଆଜ୍ଞାଗୁଡିକ ପାଳନ କରୁଥିଲେ [୧:୬]।

କାହିଁକି ଜିଖରୀୟ ଓ ଏଲୀଶାବେଥଙ୍କର ସନ୍ତାନ ନ ଥିଲା ?

ସେମାନଙ୍କର ସନ୍ତାନ ନ ଥିଲେ ଯେହେତୁ ଏଲୀଶାବେଥ ବନ୍ଧ୍ୟା ଥିଲେ । ବର୍ତ୍ତମାନ ସେ ଏବଂ ଜିଖରୀୟ ଅତି ବୃଦ୍ଧ ଥିଲେ [୧:୭]।

Luke 1:8

ଯିରୂଶାଲମର ମନ୍ଦିରରେ ଜିଖରୀୟ କେଉଁ କାମ କରୁଥିଲେ ?

ଜିଖରୀୟ ଯାଜକକାର୍ଯ୍ୟ କରୁଥିଲେ [୧:୮]।

ମନ୍ଦିରରେ ଜିଖରୀୟ କ'ଣ କରୁଥିଲେ ?

ସେ ଈଶ୍ଵରଙ୍କୁ ଧୂପ ଦେଉଥିଲେ [୧:୯]।

ଯେତେବେଳେ ଜିଖରୀୟ ମନ୍ଦିରରେ ଥିଲେ ସେତେବେଳେ ଲୋକମାନେ କ'ଣ କରୁଥିଲେ ?

ସମସ୍ତ ଜନତା ବାହାରେ ଓ ପ୍ରାର୍ଥନା କରୁଥିଲେ [୧:୧୦]।

Luke 1:11

ଯେତେବେଳେ ଜିଖରୀୟ ମନ୍ଦିରରେ ଥିଲେ ସେତେବେଳେ ତାହାଙ୍କୁ କିଏ ଦେଖାଦେଇଥିଲେ ?

ଜିଖରୀୟଙ୍କୁ ମନ୍ଦିରରେ ପ୍ରଭୁଙ୍କର ଦୂତ ଦେଖାଦେଇଥିଲେ [୧:୧୧]।

କିପରି ଜିଖରୀୟ ପ୍ରତିକ୍ରିୟା କଲେ ଯେତେବେଳେ ସେ ଦୂତଙ୍କୁ ଦେଖିଲେ ?

ଯେତେବେଳେ ଜିଖରୀୟ ଦୂତଙ୍କୁ ଦେଖିଲେ, ସେତେବେଳେ ସେ ଅତି ଉଦ୍‌ବିଗ୍ନ ଓ ଭୟଭୀତ ହେଲେ [୧:୧୨]।

ଦୂତ ଜିଖରୀୟଙ୍କୁ କ'ଣ କହିଲେ ?

ଦୂତ ଜିଖରୀୟଙ୍କୁ ଭୟ ନ କରିବାକୁ ପୁଣି ତାହାଙ୍କ ଭାର୍ଯ୍ୟା ପୁତ୍ର ପ୍ରସବ କରିବେ ବୋଲି କହିଥିଲେ । ପୁଣି ତାହାର ନାମ ଯୋହନ ଦେବ [୧:୧୩]।

Luke 1:16

ଯୋହନ ଇସ୍ରାଏଲ ସନ୍ତାନମାନଙ୍କ ନିମନ୍ତେ କ'ଣ କରିବେ ବୋଲି ଦୂତ କହିଲେ ?

ଯୋହନ ଇସ୍ରାଏଲ ସନ୍ତାନମାନଙ୍କୁ ପ୍ରଭୁ ସେମାନଙ୍କର ଈଶ୍ଵରଙ୍କ ପ୍ରତି ଫେରାଇବେ ବୋଲି ଦୂତ କହିଲେ [୧:୧୬]।

ଯୋହନଙ୍କ ସମସ୍ତ କାର୍ଯ୍ୟ କିପରି ଏକ ପ୍ରଜାମଣ୍ଡଳୀକୁ ପ୍ରସ୍ତୁତ କରିବ ?

ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବ [୧:୧୭]।

Luke 1:18

ଦୂତଙ୍କ ନାମ କ'ଣ ପୁଣି ସେ ସାଧାରଣତଃ କେଉଁଠାରେ ରହୁଥିଲେ ?

ଦୂତଙ୍କ ନାମ ଗାବ୍ରିଏଲ ଥିଲା ପୁଣି ସେ ସାଧାରଣତଃ ଈଶ୍ଵରଙ୍କ ଉପସ୍ଥିତିରେ ଉଭା ହେଉଥିଲେ [୧:୧୯]।

Luke 1:21

ଦୂତ ଜିଖରୀୟଙ୍କୁ କ'ଣ ଘଟିବ ବୋଲି କହିଲେ ଯେହେତୁ ସେ ଦୂତଙ୍କ ବାକ୍ୟରେ ବିଶ୍ଵାସ କଲେ ନାହିଁ ?

ଯେପର୍ଯ୍ୟନ୍ତ ଶିଶୁ ଜନ୍ମ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଜିଖରୀୟ କଥା କହି ପାରିବେ ନାହିଁ [୧:୨୧]।

Luke 1:26

ଏଲୀଶାବେଥଙ୍କ ଗର୍ଭଧାରଣର ଛଅ ମାସ ପରେ, ଈଶ୍ଵରଙ୍କ ଦ୍ଵାରା ଗାବ୍ରିଏଲ କାହାକୁ ଦେଖିବାକୁ ପଠାଯାଇଥିଲେ ?

ଦାଉଦଙ୍କ ବଂଶର, ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ବିବାହ ନିର୍ବନ୍ଧ ହୋଇଥିବା, ଏକ କନ୍ୟା ଯାହାଙ୍କ ନାମ ମରିୟମ ଥିଲା ଗାବ୍ରିଏଲ ତାହାଙ୍କୁ ଦେଖିବାକୁ ପଠାଯାଇଥିଲେ [୧:୨୭]।

Luke 1:30

ମରିୟମଙ୍କ ପ୍ରତି କ'ଣ ଘଟିବ ବୋଲି ଦୂତ କହିଲେ ?

ମରିୟମ ଗର୍ଭଧାରଣ କରିବ ବୋଲି ଦୂତ କହିଲେ [୧:୩୧]।

ସେହି ଶିଶୁଙ୍କ ନାମ କ'ଣ ହେବ ପୁଣି ସେ କ'ଣ କରିବେ ?

ସେହି ଶିଶୁଙ୍କ ନାମ ଯୀଶୁ ହେବ ପୁଣି ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ଵ କରିବେ, ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ [୧:୩୧,୩୩]।

Luke 1:34

ଯେହେତୁ ମରିୟମ କୁମାରୀ ଥିଲେ ସେଥିପାଇଁ କିପରି ଘଟିବ ବୋଲି ଦୂତ କହିଲେ ?

ଦୂତ କହିଲେ ଯେ ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବେ [୧:୩୫]।

ଏହି ପବିତ୍ର ଶିଶୁ କାହାରି ସନ୍ତାନ ହେବ ବୋଲି ଦୂତ କହିଲେ ?

ଏହି ଶିଶୁ ପବିତ୍ର ଈଶ୍ଵରଙ୍କ ପୁତ୍ର ବୋଲି ଖ୍ୟାତ ହେବ ବୋଲି ଦୂତ କହିଲେ [୧:୩୫]।

ଈଶ୍ଵରଙ୍କ ନିମନ୍ତେ କ'ଣ ଅସମ୍ଭବ ବୋଲି ଦୂତ କହିଲେ ?

କିଛି ନୁହଁ [୧:୩୫]।

Luke 1:39

ଯେତେବେଳେ ମରିୟମ ଏଲୀଶାବେଥଙ୍କୁ ନମସ୍କାର କଲେ, ସେତେବେଳେ ଏଲୀଶାବେଥଙ୍କ ଗର୍ଭସ୍ଥ ଶିଶୁଟି କ'ଣ କଲା ?

ତାହାଙ୍କ ଗର୍ଭରେ ଶିଶୁଟି ଆନନ୍ଦ ସକାଶେ ନାଚି ଉଠିଲା [୧:୪୧.୪୪]।

Luke 1:42

କିଏ ଧନ୍ୟ ଅଟନ୍ତି ବୋଲି ଏଲୀଶାବେଥ କହିଲେ ?

ମରିୟମ ପୁଣି ଗର୍ଭର ଫଳ ଧନ୍ୟ ବୋଲି ଏଲୀଶାବେଥ କହିଲେ [୧:୪୨]।

Luke 1:54

ଏହି ସମସ୍ତ ଈଶ୍ଵରଙ୍କ ମହାନ କାର୍ଯ୍ୟଗୁଡିକ କେଉଁ ଈଶ୍ଵରଙ୍କର ପ୍ରତିଜ୍ଞାକୁ ପୂର୍ଣ୍ଣ କରିବ ବୋଲି ମରିୟମ କହିଲେ ?

ସେମାନଙ୍କ ପ୍ରତି ଦୟା ଓ ସହାୟ ହେବାକୁ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କୁ ଦିଆଯାଇଥିବା ପ୍ରତିଜ୍ଞାଗୁଡିକୁ ଏହି କାର୍ଯ୍ୟଗୁଡିକ ପୂର୍ଣ୍ଣ କରିବ [୧:୫୪]।

Luke 1:59

ସୁନ୍ନତ ଦିନରେ, ସାଧାରଣତଃ ଏଲୀଶାବେଥଙ୍କ ପୁତ୍ରଙ୍କୁ କେଉଁ ନାମ ଦିଆଯାଇଥାଆନ୍ତା ?

ଜିଖରୀୟ [୧:୫୯]।

Luke 1:62

ଶିଶୁଙ୍କ ନାମ କ'ଣ ହେବା ଉଚିତ୍ ବୋଲି ଯେତେବେଳେ ଜିଖରୀୟଙ୍କୁ ପଚାରାଗଲା ସେତେବେଳେ ସେ କ'ଣ ଲେଖିଲେ, ପୁଣି ତ'ପରେ ଜିଖରୀୟ ପ୍ରତି କ'ଣ ଘଟିଲା ?

"ତାହାର ନାମ ଯୋହନ" ଜିଖରୀୟ ଲେଖିଲେ ତା'ପରେ ଜିଖରୀୟ କଥା କହିବା ଆରମ୍ଭ କଲେ [୧:୬୩-୬୪]।

Luke 1:64

ଏହି ସମସ୍ତ ଘଟଣା ସକାଶୁ ପ୍ରତ୍ୟେକ ଜଣ ଶିଶୁଙ୍କ ବିଷୟରେ କ'ଣ ହୃଦୟଙ୍ଗମ ହେଲେ ?

ପ୍ରଭୁଙ୍କ ହସ୍ତ ଯେ ତାହାଙ୍କ ସହିତ ଥିଲା ତାହା ସେମାନେ ହୃଦୟଙ୍ଗମ ହେଲେ [୧:୬୬]।

Luke 1:67

ଜିଖରୀୟ ଈଶ୍ଵରଙ୍କ ପ୍ରଶଂସା କଲେ ଯେହେତୁ ବର୍ତ୍ତମାନ ଈଶ୍ଵର କ'ଣ କରିବାକୁ ଆସିଥିଲେ ?

ଈଶ୍ଵର ତାହାଙ୍କ ଲୋକମାନଙ୍କୁ ମୁଁକ୍ତ କରିବାକୁ ଏକ ପଥ ତିଆରି କରିଥିଲେ [୧:୬୮]।

Luke 1:76

ତାହାଙ୍କ ଶିଶୁ ଲୋକମାନଙ୍କୁ କ'ଣ ଜାଣିବାକୁ ସାହାଯ୍ୟ କରିବେ ବୋଲି ଜିଖରୀୟ ଭାବବାଣୀ କରିଥିଲେ ?

ଲୋକମାନେ କିପରି ଆପଣା ଆପଣା ପାପରୁ ପରିତ୍ରାଣ ପାଇବେ ତାହା ଜାଣିବାକୁ ଯୋହନ ସେମାନଙ୍କୁ ସାହାଯ୍ୟ କରିବେ [୧:୭୭]।

Luke 1:80

ଜଣସାଧାରଣଙ୍କ ଆଗକୁ ଆସିବା ପୂର୍ବରୁ ଯୋହନ କେଉଁଠାରେ ବୃଦ୍ଧି ପାଇଲେ ପୁଣି ବସ ବାସ କଲେ ?

ଯୋହନ ପ୍ରାନ୍ତରରେ ବୃଦ୍ଧି ପାଇଲେ ପୁଣି ସେଠାରେ ବସ ବାସ କଲେ [୧:୮୦]।


Chapter 2

1 ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା । 2 ସିରିୟାର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମଲେଖା ହୋଇଥିଲା । 3 ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ ।

4 ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଯିହୂଦା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ; 5 ତାହାଙ୍କ ସହିତ ମରିୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ ।

6 ସେମାନେ ସେହି ସ୍ଥାନରେ ଥିବା ସମୟରେ ତାଙ୍କ ପ୍ରସବ କାଳ ଉପସ୍ଥିତ ହେଲା, 7 ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା ।

8 ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ମେଷପଲ ଜଗୁଥିଲେ । 9 ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି, ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କ ଚାରିଅାଡ଼େ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ ।

10 ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି, 11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ । 12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୁପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ ।

13 ପୁଣି, ହଠାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ,

    14 ଊର୍ଦ୍ଧ୍ୱଲୋକରେ ଈଶ୍ୱରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି ।

15 ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା । 16 ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରିୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ ।

17 ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ, 18 ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହି ସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ । 19 କିନ୍ତୁ ମରିୟମ ଏହି ସମସ୍ତ କଥା ହୃଦୟରେ ରଖି ଭାବିବାକୁ ଲାଗିଲେ । 20 ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ ।

21 ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା ।

22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା, 23 ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ, 24 ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମକୁ ନେଇଗଲେ ।

25 ଆଉ ଦେଖ, ଯିରୂଶାଲମରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ । 26 ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା ।

27 ସେ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ, 28 ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ୱରଙ୍କ ପ୍ରଶଂସା କରି କହିଲେ,

    29 ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;

    30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି,

    31 ଯାହା ତୁମ୍ଭେ ସମସ୍ତ ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କରି,

    32 ଅଣଯିହୂଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୁପ କରିଅଛ ।

33 ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ । 34 ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରିୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ, 35 ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ଼୍ଗ ବିଦ୍ଧ କରିବ ।

36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା । ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀ ସହିତ ବାସ କରିଥିଲେ ଓ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ । 37 ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ । 38 ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ୱରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ ।

39 ପରେ ସେମାନେ ପ୍ରଭୁଙ୍କ ମୋଶାଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ ।

40 ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା ।

41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମକୁ ଯାଉଥିଲେ । 42 ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ । 43 ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ । 44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାଙ୍କୁ ଖୋଜିବାକୁ ଲାଗିଲେ,

45 ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମକୁ ଫେରିଗଲେ । 46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ, 47 ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ ।

48 ସେମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଅଛୁ । 49 ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କ'ଣ ଜାଣି ନ ଥିଲ ?

50 କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ ।

51 ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ ।

52 ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ ।



Translation Questions

Luke 2:1

ଜନଗଣନା ପାଇଁ ନାମ ଲେଖାଇବା ନିମନ୍ତେ ଲୋକମାନେ କେଉଁଠାକୁ ଗଲେ ?

ଲୋକମାନେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଗଲେ [୨:୩]।

Luke 2:4

ମରିୟମଙ୍କ ସହିତ ଯୋଷେଫ ବେଥଲିହିମ ଗଲେ ଯେହେତୁ ସେ କେଉଁ ବଂଶର ଥିଲେ ?

ମରିୟମଙ୍କ ସହିତ ଯୋଷେଫ ବେଥଲିହିମ ଗଲେ ଯେହେତୁ ସେ ଦାଉଦଙ୍କ ବଂଶର ଥିଲେ [୨:୪]।

Luke 2:6

ଯେତେବେଳେ ମରିୟମ ତାଙ୍କର ପୁତ୍ରକୁ ଜନ୍ମ ଦେଲେ, ସେତେବେଳେ ସେ ତାହାକୁ କେଉଁଠାରେ ରଖିଲେ ?

ଯେତେବେଳେ ଶିଶୁ ଜନ୍ମ ହୋଇଥିଲେ, ସେତେବେଳେ ମରିୟମ ତାହାକୁ ଗୁହାଳକୁଣ୍ଡରେ ରଖିଲେ [୨:୭]।

Luke 2:8

ଦୂତ କାହାକୁ ଦେଖାଦେଲେ ?

ଦୂତ ମେଷପାଳକଙ୍କୁ ଦେଖାଦେଲେ ଯେଉଁମାନେ ସେମାନଙ୍କର ପଲ ଜଗୁଥିଲେ [୨:୮-୯]।

ମେଷପାଳକମାନେ କିପରି ପ୍ରତିକ୍ରିୟା କଲେ ଯେତେବେଳେ ସେମାନେ ଦୂତକୁ ଦେଖିଲେ ?

ମେଷପାଳକମାନେ ଅତି ଭୟଗ୍ରସ୍ଥ ଥିଲେ [୨:୯]।

Luke 2:10

କେଉଁ ଶୁଭ ସମ୍ବାଦ ଦୂତ ମେଷପାଳକମାନଙ୍କୁ ଦେଲେ ?

ଦୂତ କହିଲେ ଯେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି [୨:୧୧]।

Luke 2:15

ଦୂତମାନେ ପ୍ରସ୍ଥାନ କଲା ପରେ ମେଷପାଳକମାନେ କ'ଣ କଲେ ?

ମେଷପାଳକମାନେ ଜନ୍ମହୋଇଥିବା ଶିଶୁଙ୍କୁ ଦେଖିବାକୁ ବେଥଲିହିମ ଗଲେ [୨:୧୫-୧୬]।

Luke 2:21

ଯୀଶୁ କେବେ ସୁନ୍ନତ ହୋଇଥିଲେ ?

ତାହାଙ୍କ ଜନ୍ମର ଅଷ୍ଟମ ଦିନରେ ଯୀଶୁ ସୁନ୍ନତ ହୋଇଥିଲେ [୨:୨୧]।

Luke 2:22

କାହିଁକି ଯୋଷେଫ ଓ ମରିୟମ ଶିଶୁ ଯୀଶୁଙ୍କୁ ଯିରୂଶାଲମ ମନ୍ଦିରକୁ ଆଣିଲେ ?

ସେମାନେ ତାହାଙ୍କୁ ମନ୍ଦିରକୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ପୁଣି ବଳିଦାନ କରିବାକୁ ଆଣିଲେ, ଯାହା ମୋଶାାଙ୍କ ବ୍ୟବସ୍ଥାରେ ଆଜ୍ଞା ହୋଇଥିଲା [୨:୨୨-୨୪]।

Luke 2:25

ଶିମିୟୋନଙ୍କୁ ପବିତ୍ର ଆତ୍ମା କ'ଣ ପ୍ରକାଶ କଲେ ?

ଶିମିୟୋନ ଯେ ଖ୍ରୀଷ୍ଟ ପ୍ରଭୁଙ୍କୁ ନ ଦେଖିବା ପୂର୍ବରୁ ତାହାଙ୍କ ମୃତ୍ୟୁ ହେବ ନାହିଁ ତାହା ପବିତ୍ର ଆତ୍ମା ତାହାଙ୍କୁ ପ୍ରକାଶ କଲେ [୨:୨୬]।

Luke 2:30

ଯୀଶୁ କ'ଣ ହେବେ ବୋଲି ଶିମିୟୋନ କହିଲେ ?

ଯୀଶୁ ବିଜାତିମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତିଃ ପୁଣି ଈଶ୍ଵରଙ୍କ ଲୋକ ଇସ୍ରାଏଲର ଗୌରବ ହେବେ ବୋଲି ଶିମିୟୋନ କହିଲେ [୨:୩୨]।

Luke 2:33

ଯୀଶୁଙ୍କ ଫଳସ୍ଵରୂପେ ମରିୟମ ପ୍ରତି କ'ଣ ଘଟିବ ବୋଲି ଶିମିୟୋନ କହିଲେ ?

ତାହାଙ୍କ ପ୍ରାଣକୁ ଏକ ଖଡ୍ଗ ବିଦ୍ଧ କରିବ ବୋଲି ଶିମିୟୋନ କହିଲେ [୨:୩୫]।

Luke 2:36

ଯେତେବେଳେ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ମରିୟମ, ଯୋଷେଫ, ଓ ଯୀଶୁଙ୍କ ନିକଟରେ ଉପସ୍ଥିତ ହେଲେ ସେତେବେଳେ ସେ କ'ଣ କଲେ ?

ହାନ୍ନା ଈଶ୍ଵରଙ୍କ ସ୍ତୁତିବାଦ କଲେ ପୁଣି ଶିଶୁଙ୍କ ବିଷୟ ସମସ୍ତଙ୍କୁ କହିବାକୁ ଲାଗିଲେ [୨:୩୮]।

Luke 2:39

ଶିଶୁ ଯୀଶୁ ନାଜରିତକୁ ଫେରିଲା ପରେ ତାହାଙ୍କ ପ୍ରତି କ'ଣ ଘଟିଲା ?

ଯୀଶୁ ବୃଦ୍ଧି ଓ ଶକ୍ତିବାନ ହେଲେ, ଜ୍ଞାନରେ ପରିପୂର୍ଣ୍ଣ ହେବାକୁ ଲାଗିଲେ, ପୁଣି ଈଶ୍ଵରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା [୨:୪୦]।

Luke 2:41

କାହିଁକି ଯୀଶୁଙ୍କର ପିତାମାତା ନିସ୍ତାର ପର୍ବ ସମୟରେ ଯୀଶୁ ଯିରୂଶାଲମରେ ରହିବାର ଜାଣି ପାରି ନ ଥିଲେ ?

ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ସେମାନେ ମନେ କରିବା ହେତୁ ସେମାନେ ଜାଣି ପାରିଲେ ନାହିଁ [୨:୪୩-୪୪]।

Luke 2:45

କେଉଁଠାରେ ତାହାଙ୍କ ପିତାମାତା ଯୀଶୁଙ୍କୁ ପାଇଲେ ପୁଣି ସେ କ'ଣ କରୁଥିଲା ?

ତାହାଙ୍କ ପିତାମାତା ଯୀଶୁଙ୍କୁ ମନ୍ଦିରରେ ପାଇଲେ ଯେଉଁଠାରେ ସେ ପଣ୍ଡିତମାନଙ୍କ ମଧ୍ୟରେ ବସି, ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ [୨:୪୬]।

Luke 2:48

ଯେତେବେଳେ ମରିୟମ ତାହାଙ୍କୁ ଚିନ୍ତିତ ହୋଇ ଖୋଜୁଥିଲୁ ବୋଲି କହିଲେ ସେତେବେଳେ ଯୀଶୁ କ'ଣ ଉତ୍ତର ଦେଲେ ?

"ପିତାଙ୍କ ଗୃହରେ ରହିବା ଯେ ମୋହର ଆବଶ୍ୟକ ତାହା କ'ଣ ତୁମେ ଜାଣ ନାହିଁ [୨:୪୯]?"

Luke 2:51

ଯୀଶୁଙ୍କର ବ୍ୟବହାର ତାହାଙ୍କ ପିତାମାତାଙ୍କ ପ୍ରତି କିପରି ଥିଲା ଯେତେବେଳେ ସେମାନେ ନାଜରିତକୁ ଫେରିଲେ ?

ସେ ସେମାନଙ୍କର ବଶୀଭୂତ ହୋଇ ରହିଲେ [୨:୫୧]।

ଯେପରି ଯୀଶୁ ବୃଦ୍ଧି ପାଇଲେ, ସେ କି ପ୍ରକାର ଯୁବା ବ୍ୟକ୍ତି ଥିଲେ ?

ସେ ଜ୍ଞାନରେ ଓ ଶରୀରରେ ବୃଦ୍ଧି ପାଇଲେ, ପୁଣି ଈଶ୍ଵରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ [୨:୫୨]।


Chapter 3

1 ତିବିରିଅା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୁସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ 2 ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା ।

3 ସେଥିରେ ସେ ଯର୍ଦନର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ,

4 ଯେପରି ଯିଶାୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର;

    5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;

    6 ପୁଣି, ସମସ୍ତ ମର୍ତ୍ତ୍ୟ ଈଶ୍ୱରଙ୍କ ପରିତ୍ରାଣ ଦେଖିବେ ।

7 ଅତଏବ, ଯୋହନ ତାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା ?

8 ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରାହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି ।

9 ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ ।

10 ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କ'ଣ କରିବା ? 11 ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ପୋଷାକ ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ ।

12 କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କ'ଣ କରିବା ? 13 ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ ।

14 ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ, ଆମ୍ଭେମାନେ କ'ଣ କରିବା ? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ ।

15 ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାଙ୍କ ବିଷୟରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ, 16 ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ ।

17 ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ ।

18 ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି, ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ; 19 କିନ୍ତୁ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ନିଜେ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପାଇବାରୁ, 20 ସେ ତାହାଙ୍କୁ କାରାଗାରରେ ବନ୍ଦୀ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ ।

21 ସମସ୍ତ ଲୋକ ବାପ୍ତିଜିତ ହେଲା ପରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଖୋଲା ହେଲା, 22 ପୁଣି, ପବିତ୍ର ଆତ୍ମା କପୋତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ ।

23 ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶି ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର, 24 ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,

25 ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର, 26 ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,

27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍‌ବାବେଲଙ୍କ ପୁତ୍ର, ଜିରୁବ୍‌ବାବେଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର, 28 ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ଳଦାନଙ୍କ ପୁତ୍ର, ଏଲ୍ଳଦାନ ଏରଙ୍କ ପୁତ୍ର, 29 ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟେଜରଙ୍କ ପୁତ୍ର, ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,

30 ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲିୟାକୀମଙ୍କ ପୁତ୍ର, 31 ଏଲିୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର, 32 ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,

33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର, ହେସ୍ରୋଣ ଫେରସଙ୍କ ପୁତ୍ର, ଫେରସ ଯିହୂଦାଙ୍କ ପୁତ୍ର, 34 ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର, 35 ନାହୋର ସରୂଗଙ୍କ ପୁତ୍ର, ସରୂଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର,

36 ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର, 37 ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର, 38 କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର ।



Translation Questions

Luke 3:3

ଯର୍ଦ୍ଧନ ନଦୀର ନିକଟବର୍ତ୍ତୀ ଅଞ୍ଚଳରେ ଯୋହନ କେଉଁ ସମ୍ବାଦ ପ୍ରଚାର କଲେ ?

ପାପକ୍ଷମା ନିମନ୍ତେ ମନପରିବର୍ତ୍ତନର ବାପ୍ତିସ୍ମ ଯୋହନ ପ୍ରଚାର କରିଥିଲେ [୩:୩]।

Luke 3:4

ଯୋହନ କାହା ପାଇଁ ପଥ ପ୍ରସ୍ତୁତ କରୁଥିଲେ ବୋଲି କହିଲେ ?

ଯୋହନ କହିଲେ ଯେ ସେ ପ୍ରଭୁଙ୍କ ପଥ ପ୍ରସ୍ତୁତ କରୁଥିଲେ [୩:୪]।

Luke 3:8

ଅବ୍ରହାମ ଯେ ସେମାନଙ୍କର ପିତା ତାହା ସତ୍ୟ କିନ୍ତୁ ସେଠାରେ ଭରସା ନ କରି, ତାହା ବ୍ୟତୀତ ଯୋହନ ଲୋକମାନଙ୍କୁ କ'ଣ କରିବାକୁ କହିଲେ ?

ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କରିବାକୁ ଯୋହନ ସେମାନଙ୍କୁ କହିଲେ [୩:୮]।

Luke 3:9

ଯେଉଁ ଗଛ ଭଲ ଫଳ ନ ଫଳେ ତାହା ପ୍ରତି କ'ଣ ହେବ ଘଟିବ ବୋଲି ଯୋହନ କହିଲେ ?

ତାହା ହଣାଯାଇ ନିଆଁରେ ପକାଯିବ ବୋଲି ଯୋହନ କହିଲେ [୩:୯]।

Luke 3:12

କରଗ୍ରାହୀମାନେ ସେମାନଙ୍କର ସତ୍ୟ ମନପରିବର୍ତ୍ତନ ଦେଖାଇବାକୁ କ'ଣ କରିବା ଆବଶ୍ୟକ ବୋଲି ଯୋହନ କହିଲେ ?

ସେମାନଙ୍କ ନିମନ୍ତେ ଯାହା ନିରୂପିତ ତାହା ଅପେକ୍ଷା ଅଧିକ ଆଦାୟ ନ କରିବାକୁ ଯୋହନ କହିଲେ [୩:୧୩]।

Luke 3:15

ଯୋହନ କହିଲେ ଯେ ସେ ଜଳରେ ବାପ୍ତିସ୍ମ ଦେଉଅଛନ୍ତି, କିନ୍ତୁ ଯେ ଆସୁଅଛନ୍ତି ସେ କେଉଁଠାରେ ବାପ୍ତିସ୍ମ ଦେବେ ?

ଯେ ଆସୁଅଛନ୍ତି ସେ ପବିତ୍ର ଆତ୍ମାରେ ଓ ଅଗ୍ନିରେ ବାପ୍ତିସ୍ମ ଦେବେ ବୋଲି ଯୋହନ କହିଲେ [୩:୧୬]।

Luke 3:18

କାହିଁକି ଯୋହନ ହେରୋଦଙ୍କୁ ଅନୁଯୋଗ କଲେ ?

ଯୋହନ ହେରୋଦଙ୍କୁ ଅନୁଯୋଗ କଲେ ଯେହେତୁ ହେରୋଦ ନିଜ ଭାଇର ଭାର୍ଯାଙ୍କୁ ବିବାହିତ କରିଥିଲେ, ପୁଣି ଅନେକ ଦୁଷ୍କର୍ମ କରିଥିଲେ [୩:୧୯]।

କିଏ ଯୋହନଙ୍କୁ କାରାଗାରରେ ରଖିଲେ ?

ହେରୋଦ ଯୋହନଙ୍କୁ କାରାଗାରରେ ରଖିଲେ [୩:୨୦]।

Luke 3:21

ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେଲା ସାଙ୍ଗେ ସାଙ୍ଗେ କ'ଣ ହେଲା ?

ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେଲା ପରେ, ଆକାଶ ଉନ୍ମୁକ୍ତ ହେଲା ପୁଣି ପବିତ୍ର ଆତ୍ମା କପୋତ ପରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲା [୩:୨୧-୨୨]।

ଆକାଶରୁ କେଉଁ ବାଣୀ ହେଲା ?

ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ" [୩:୨୨]।

Luke 3:23

ଯୀଶୁ ପ୍ରାୟ କେତେ ବର୍ଷ ବୟସ ହୋଇଥିଲେ ଯେତେବେଳେ ସେ ଶିକ୍ଷା ଦେବାକୁ ଆରମ୍ଭ କଲେ ?

ଯୀଶୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲେ ଯେତେବେଳେ ସେ ଶିକ୍ଷା ଦେବା ଆରମ୍ଭ କଲେ [୩:୨୩]।


Chapter 4

1 ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ । 2 ସେହି ସମସ୍ତ ଦିନ ସେ କିଛି ଖାଇଲେ ନାହିଁ, ଆଉ ସେହି ସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ ।

3 ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ । 4 ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ ।

5 ଆଉ ସେ ତାହାଙ୍କୁ ଉପରକୁ ନେଇଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା । 6 ପୁଣି, ଶୟତାନ ତାହାଙ୍କୁ କହିଲା, ଆମ୍ଭେ ତୁମ୍ଭକୁ ଏସମସ୍ତ ଅଧିକାର ଓ ଏସବୁର ଏୗଶ୍ୱର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଚ୍ଛା, ତାହାକୁ ତାହା ଦେଉ । 7 ଅତଏବ, ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ ।

8 ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ ।

9 ପୁଣି, ସେ ତାହାଙ୍କୁ ଯିରୂଶାଲମକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯଦି ଈଶ୍ୱରଙ୍କ ପୁତ୍ର, ତାହାହେଲେ ଏଠାରୁ ତଳକୁ ଡେଇଁପଡ଼; 10 କାରଣ ଲେଖା ଅଛି, ତୁମ୍ଭକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ;

    11 ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ ।

12 ପୁଣି, ଯୀଶୁ ତାହାକୁ ଉତ୍ତର ଦେଲେ, ଶାସ୍ତ୍ରରେ ମଧ୍ୟ ଏହା ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ ।

13 ଶୟତାନ ଯୀଶୁଙ୍କୁ ସମସ୍ତ ପ୍ରକାର ପରୀକ୍ଷା ଶେଷ କଲା ପରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ଛାଡ଼ି ଚାଲିଗଲା ।

14 ଏହାପରେ ଯୀଶୁ ଆତ୍ମାଙ୍କ ଶକ୍ତିରେ ଗାଲିଲୀକୁ ଫେରିଗଲେ, ଆଉ ଚାରିଆଡ଼େ ସମସ୍ତ ଅଞ୍ଚଳରେ ତାହାଙ୍କ ଖ୍ୟାତି ବ୍ୟାପିଗଲା । 15 ପୁଣି, ସେ ସେମାନଙ୍କର ସମାଜଗୃହ ସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ ।

16 ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ । 17 ସେଥିରେ ଯିଶାଈୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,

    18 ପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,

    19 ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି ।

20 ପରେ ସେ ପୁସ୍ତକ ବନ୍ଦ କରି, ପରିଚାରକକୁ ତାହା ଫେରାଇଦେଇ ବସିଲେ । ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା । 21 ପୁଣି, ସେ ସେମାନଙ୍କୁ କହିବାକୁ ଲାଗିଲେ, ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ ଶୁଣିବା ଅନୁସାରେ ସଫଳ ହେଲା । 22 ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କ'ଣ ଯୋଷେଫର ପୁତ୍ର ନୁହେଁ ?

23 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ହେ ଚିକିତ୍ସକ, ନିଜେ ନିଜକୁ ସୁସ୍ଥ କର; କର୍ଫନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହି ସବୁ ଏହି ସ୍ଥାନରେ ନିଜ ପିତାଙ୍କ ନଗରରେ ମଧ୍ୟ କର । 24 ପୁଣି, ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପିତାଙ୍କ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ ।

25 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ବନ୍ଦ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ; 26 ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପଠା ନ ଯାଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପଠାଗଲେ । 27 ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠୀ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସିରିୟା ଦେଶୀୟ ନାମାନ ଶୁଚି କରାଯାଇଥିଲେ ।

28 ସମାଜଗୃହରେ ଏହି ସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ, 29 ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ; 30 କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ ।

31 ଯୀଶୁ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି, ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ, 32 ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା ।

33 ଦିନେ ସମାଜଗୃହରେ ଜଣେ ଅଶୁଚି ଭୂତଗ୍ରସ୍ତ ଲୋକ ଥିଲା; ସେ ଉଚ୍ଚ ସ୍ୱରରେ ଚିତ୍କାର କଲା, 34 ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କ'ଣ ଅଛି ? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି ।

35 ଯୀଶୁ ତାହାକୁ ଧମକ ଦେଇ କହିଲେ ଚୁପ୍ କର୍, ଏହାଠାରୁ ବାହାରିଯା । ସେଥିରେ ସେହି ଭୂତ ତାହାକୁ ମଧ୍ୟ ସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା । 36 ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା ? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି । 37 ସେଥିରେ ତାହାଙ୍କ ବିଷୟରେ ସମାଚାର ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସବୁଆଡ଼େ ବ୍ୟାପିଗଲା ।

38 ପରେ ସେ ସମାଜଗୃହରୁ ଉଠି ଶିମୋନଙ୍କ ଘରକୁ ଗଲେ । ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା, ଆଉ ସେମାନେ ତାହାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ । 39 ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେହିକ୍ଷଣି ଉଠି ସେମାନଙ୍କ ସେବା କରିବାକୁ ଲାଗିଲେ ।

40 ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନେ ଥିଲେ, ସେ ସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ । 41 ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ୱରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରିଗଲେ । ଆଉ, ଯୀଶୁ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ ।

42 ସକାଳ ହେବାରୁ, ସେ ବାହାରି ଏକ ନିର୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କୁ ଖୋଜି ଖୋଜି ତାହାଙ୍କ ନିକଟକୁ ଆସିଲେ, ପୁଣି, ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ । 43 କିନ୍ତୁ ସେ ସେମାନଙ୍କୁ କହିଲେ, ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପଠାଯାଇଅଛି ।

44 ପୁଣି, ସେ ଯିହୂଦା ଦେଶର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ ।



Translation Questions

Luke 4:1

ଯୀଶୁଙ୍କୁ ପ୍ରାନ୍ତରକୁ କିଏ ଚାଳିତ କଲେ ?

ପବିତ୍ର ଆତ୍ମା ଯୀଶୁଙ୍କୁ ପ୍ରାନ୍ତରକୁ ଚାଳିତ କଲେ [୪:୧]।

କେତେ ଦିନ ପର୍ଯ୍ୟନ୍ତ ଶୟତାନ ଯୀଶୁଙ୍କୁ ପ୍ରାନ୍ତରରେ ପରୀକ୍ଷା କଲେ ?

ଶୟତାନ ଯୀଶୁଙ୍କୁ ପ୍ରାନ୍ତରରେ ଚାଳିଶ ଦିନ ପଯ୍ୟନ୍ତ ପରୀକ୍ଷିତ କଲେ [୪:୨]।

Luke 4:3

ଭୂମି ଉପରେ ଥିବା ପଥରଗୁଡିକୁ କ'ଣ କରିବାକୁ ଶୟତାନ ଯୀଶୁଙ୍କୁ ଉଦ୍ୟମ କଲା ?

ଶୟତାନ ଯୀଶୁଙ୍କୁ ପଥରଗୁଡିକୁ ରୋଟୀ କରିବା ନିମନ୍ତେ ଉଦ୍ୟମ କଲା [୪:୩]।

ଶୟତାନ ପ୍ରତି ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ମନୁଷ୍ୟ କେବଳ ରୋଟୀରେ ଜୀବିତ ରହିବ ନାହିଁ [୪:୪]।

Luke 4:5

ଶୟତାନ ଉଚ୍ଚ ସ୍ଥାନରୁ ଯୀଶୁଙ୍କୁ କ'ଣ ଦେଖାଇଲା ?

ଶୟତାନ ପୃଥିବୀର ସମସ୍ତ ରାଜ୍ୟ ଯୀଶୁଙ୍କୁ ଦେଖାଇଲେ [୪:୫]।

ଶୟତାନ ଯୀଶୁଙ୍କୁ କ'ଣ କରିବାକୁ ଚାହିଁଲେ ?

ଶୟତାନ ଯୀଶୁଙ୍କୁ ତାହାଙ୍କ ଛାମୁଁରେ ପ୍ରଣାମ ଓ ଉପାସନା କରିବାକୁ ଚାହିଁଲେ [୪:୭]।

Luke 4:8

ଶୟତାନ ପ୍ରତି ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ସେବା କରିବ [୪:୮]।

Luke 4:9

ଶୟତାନ ଯୀଶୁଙ୍କୁ କ'ଣ କରିବାକୁ କହିଲେ ଯେତେବେଳେ ସେ ତାହାଙ୍କୁ ମନ୍ଦିରର ଛାତ ଉପରକୁ ନେଲେ ?

ସେ ସେଠାରୁ ତଳକୁ ଡେଇଁବାକୁ ଯୀଶୁଙ୍କୁ କହିଲେ [୪:୯]।

Luke 4:12

ଶୟତାନ ପ୍ରତି ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ [୪:୮]।

ଯେତେବେଳେ ଯୀଶୁ ମନ୍ଦିର ଉପରୁ ଡେଇଁବାକୁ ପରିତ୍ୟାଗ କଲେ ସେତେବେଳେ ଶୟତାନ କ'ଣ କଲା ?

ଶୟତାନ କିଛି କାଳ ପର୍ଯ୍ୟନ୍ତ ଯୀଶୁଙ୍କୁ ପରିତ୍ୟାଗ କରି ଚାଲିଗଲା [୪:୧୩]।

Luke 4:16

ଶାସ୍ତ୍ରରୁ କେଉଁ ଅଂଶ ଯୀଶୁ ପଢିଲେ ଯେତେବେଳେ ସେ ସମାଜଗୃହ ମଧ୍ୟରେ ଠିଆ ହେଲେ ?

ଯୀଶୁ ଯିଶାଇୟ ଭାବାବାଦୀଙ୍କ ପୁସ୍ତକ ପଢିଲେ [୪:୧୭]।

Luke 4:20

ସେହି ଦିନ କ'ଣ ସଫଳ ହେଲା ବୋଲି ଯୀଶୁ କହିଲେ ?

ଯିଶାଇୟ ପୁସ୍ତକରୁ ପଢିଥିବା ବାକ୍ୟ ସେହି ଦିନ ସଫଳ ହେଲା ବୋଲି ଯୀଶୁ କହିଲେ [୪:୨୧]।

Luke 4:23

କିପ୍ରକାର ଅଭ୍ୟର୍ଥନା ଜଣେ ଭାବବାଦୀ ଆପଣା ଦେଶରେ ଗ୍ରହଣ କରେ ବୋଲି ଯୀଶୁ କହିଲେ ?

କୌଣସି ଭାବବାଦୀ ଆପଣା ଦେଶରେ ଗ୍ରାହ୍ୟ ହୁଅନ୍ତି ନାହିଁ ବୋଲି ଯୀଶୁ କହିଲେ [୪:୨୧]।

Luke 4:25

ସମାଜଗୃହର ଲୋକମାନଙ୍କ ପ୍ରତି ଯୀଶୁଙ୍କର ପ୍ରଥମ ଉଦାହରଣରେ, ଈଶ୍ଵର କେହି ଜଣକୁ ସାହାଯ୍ୟ କରିବାକୁ ଏଲୀୟ ଙ୍କୁ କେଉଁଠାକୁ ପଠାଇଲେ ?

ଈଶ୍ଵର ଏଲୀୟ ଙ୍କୁ ସିଦୋନ ଦେଶର, ସାରିଫତକୁ ପଠାଇଲେ [୪:୨୬]।

ସମାଜଗୃହର ଲୋକମାନଙ୍କ ପ୍ରତି ଯୀଶୁଙ୍କର ଦ୍ଵିତୀୟ ଉଦାହରଣରେ, କେଉଁ ଦେଶର ଲୋକଙ୍କୁ ଈଶ୍ଵର ସାହାଯ୍ୟକରିବାକୁ ଇଲୀଶାୟଙ୍କୁ କହିଥିଲେ ?

ସୁରିଆଦେଶୀୟ ନାମାନଙ୍କୁ ସାହାଯ୍ୟ କରିବାକୁ ଈଶ୍ଵର ଇଲୀଶାୟଙ୍କୁ କହିଥିଲେ [୪:୨୭]।

Luke 4:28

ସମାଜଗୃହର ଲୋକମାନେ କ'ଣ କଲେ ଯେତେବେଳେ ସେମାନେ ଯୀଶୁଙ୍କଠାରୁ ଏହି ସବୁ ଉଦାହରଣ ଶୁଣିଲେ ?

ସେମାନେ କ୍ରୋଧରେ ପରିପୂର୍ଣ୍ଣ ହେଲେ ପୁଣି ତାହାଙ୍କୁ ପର୍ବତର ତୀଖ ସ୍ଥାନରୁ ତଳକୁ ପକାଇଦେବାକୁ ଚାହିଁଲେ [୪:୨୮-୨୯]।

ସମାଜଗୃହରେ ଥିବା ଲୋକମାନଙ୍କ ଦ୍ଵାରା ବଧ ହେବାର ଯୀଶୁ କିପରି ଅଗ୍ରାହ୍ୟ କଲେ ?

ଯୀଶୁ ସେମାନଙ୍କ ମଧ୍ୟଦେଇ ଗମନ କରି ଚାଲିଗଲେ [୪:୩୦]।

Luke 4:33

ସମାଜଗୃହରେ, ଭୂତତ୍ମା ଜଣେ ଲୋକ ଦ୍ଵାରା ଯୀଶୁଙ୍କ ବିଷୟରେ କ'ଣ ଜାଣିଥିବାର କହିଲା ?

ସେ ଯେ ଜାଣେ ଯୀଶୁ ଈଶ୍ଵରଙ୍କର ପବିତ୍ର ବ୍ୟକ୍ତି ତାହା ଭୂତତ୍ମା କହିଲା [୪:୩୪]।

Luke 4:35

ଯୀଶୁ ଭୂତତ୍ମା ବାହାର କଲା ପରେ ଲୋକମାନେ କିପରି ପ୍ରତିକ୍ରିୟା କଲେ ?

ଲୋକମାନେ ବିସ୍ମୟାନ୍ୱିତ ହେଲେ ପୁଣି ପରସ୍ପର କୁହାକୋହି ହେଲେ [୪:୩୬]।

Luke 4:40

ଯେଉଁ ପୀଡିତ ଲୋକମାନଙ୍କୁ ତାହାଙ୍କ ନିକଟକୁ ଅଣାଯାଇଥିଲା ସେମାନଙ୍କ ନିମନ୍ତେ ଯୀଶୁ କ'ଣ କଲେ ?

ଯୀଶୁ ପ୍ରତ୍ୟେକ ଜଣ ଉପରେ ହାତ ଥୋଇଲେ ପୁଣି ସେମାନଙ୍କୁ ସୁସ୍ଥ କଲେ [୪:୪୦]।

ଭୂତତ୍ମାମାନେ କ'ଣ କହିଲେ ଯେପରି ସେମାନଙ୍କୁ ବାହାର କରାଗଲା, ଏବଂ କାହିଁକି ଯୀଶୁ ସେମାନଙ୍କୁ କଥା କହିବାକୁ ଦେଲେ ନାହିଁ ?

ଭୂତତ୍ମାମାନେ ଯୀଶୁ ଯେ ଈଶ୍ଵରଙ୍କ ପୁତ୍ର ଚିତ୍କାର କରୁ କରୁ ବାହାରି ଗଲେ, ପୁଣି ଯୀଶୁ ସେମାନଙ୍କୁ କହିବାକୁ ଦେଲେ ନାହିଁ କାରଣ ସେ ଯେ ଖ୍ରୀଷ୍ଟ ସେମାନେ ଜାଣିଥିଲେ [୪:୪୧]।

Luke 4:42

କେଉଁ କାରଣରୁ ସେ ପ୍ରେରିତ ହୋଇଥିଲେ ବୋଲି ଯୀଶୁ କହିଲେ ?

ଅନ୍ୟାନ୍ୟ ନଗରରେ ଈଶ୍ଵରଙ୍କ ରାଜ୍ୟର ସୁସମାଚାର ବିଷୟରେ ପ୍ରଚାର କରିବାକୁ ପ୍ରେରିତ ହୋଇଥିଲେ ବୋଲି ଯୀଶୁ କହିଲେ [୪:୪୩]।


Chapter 5

1 ଦିନେ ଯେତେବେଳେ ଲୋକସମୂହ ତାହାଙ୍କ (ଯୀଶୁଙ୍କ) ଉପରେ ମାଡ଼ିପଡ଼ି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ; 2 ଆଉ ସେ ହ୍ରଦ କୂଳରେ ଦୁଇଟି ନୌକା ଥିବାର ଦେଖିଲେ; ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ । 3 ସେହି ନୌକାଗୁଡ଼ିକ ମଧ୍ୟରୁ ଯାହା ଶିମୋନଙ୍କର ଥିଲା, ସେଥିରେ ସେ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ; ଆଉ, ସେ ବସି ନୌକାରୁ ଲୋକସମୂହକୁ ଶିକ୍ଷା ଦେବାକୁ ଲାଗିଲେ ।

4 ସେ କଥା ଶେଷ କରି ଶିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ । 5 ଏଥିରେ ଶିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି । 6 ଆଉ, ସେମାନେ ତାହା ପକାଇ ବହୁତ ମାଛ ଧରିଲେ, ପୁଣି, ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା । 7 ସେଥିରେ ସେମାନଙ୍କର ଯେଉଁ ସହକର୍ମୀମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ । ଏଥିରେ ସେମାନେ ଆସି ଦୁଇଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ, ସେଗୁଡ଼ିକ ବୁଡ଼ିବାକୁ ଲାଗିଲା ।

8 କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ । 9 କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ଆଶ୍ଚର୍ଯ୍ୟ ହେଲେ; 10 ପୁଣି, ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ଶିମୋନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହି ପ୍ରକାର ଆଶ୍ଚର୍ଯ୍ୟାନ୍ୱିତ ହେଲେ । ପୁଣି, ଯୀଶୁ ଶିମୋନଙ୍କୁ କହିଲେ, ଭୟ କର ନାହିଁ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ । 11 ସେଥିରେ ସେମାନେ ନୌକାଗୁଡ଼ିକ କୂଳକୁ ଆଣି ସବୁ ଛାଡ଼ିଦେଇ ତାହାଙ୍କର ଅନୁଗମନ କଲେ ।

12 ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି । 13 ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ।

14 ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି, ମୋଶାଙ୍କ ଆଦେଶ ଅନୁସାରେ ଆପଣାର ଶୁଚିକ୍ରିୟାରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ବଳି ଉତ୍ସର୍ଗ କର ।

15 କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ; 16 ମାତ୍ର ସେ କେହି ନ ଥିବା ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ ।

17 ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି, ଯିହୂଦା ପ୍ରଦେଶ ଓ ଯିରୂଶାଲମରୁ ଆସିଥିବା ଫାରୂଶୀ ଓ ମୋଶାଙ୍କ ବ୍ୟବସ୍ଥା ଶିକ୍ଷକମାନେ ନିକଟରେ ବସିଥିଲେ । ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା ।

18 ପୁଣି, ଦେଖ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବୋହିଆଣି ତାହାକୁ ଭିତରକୁ ନେଇଯିବା ନିମନ୍ତେ ଓ ତାହାଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ । 19 କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ନେଇଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତ ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇଦେଲେ ।

20 ସେ ସେମାନଙ୍କର ବିଶ୍ୱାସ ଦେଖି କହିଲେ, ହେ ମନୁଷ୍ୟ, ତୁମ୍ଭର ପାପସବୁ କ୍ଷମା କରାଯାଇଅଛି । 21 ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କରିବାକୁ ଲାଗିଲେ, ଏ ଯେ ଈଶ୍ୱର ନିନ୍ଦା କରୁଅଛି, ଏ କିଏ ? କେବଳ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ ?

22 କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଇ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଆପଣା ଆପଣା ମନରେ କ'ଣ ତର୍କବିତର୍କ କରୁଅଛ ? 23 କ'ଣ ସହଜ ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା ? 24 କିନ୍ତୁ, ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, ମୁଁ ତୁମ୍ଭକୁ କହୁଅଛି, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଯାଅ ।

25 ସେଥିରେ ସେ ସେହିକ୍ଷଣି ସେମାନଙ୍କ ସାକ୍ଷାତରେ ଉଠି, ଯାହା ଉପରେ ସେ ଶୋଇଥିଲେ, ତାହା ନେଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ନିଜ ଗୃହକୁ ଚାଲିଗଲେ ।

26 ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ ଓ ଅତିଶୟ ଭୟ କରି କହିଲେ, ଆଜି ଆମ୍ଭେମାନେ ଆଶ୍ଚର୍ଯ୍ୟ ଘଟଣା ଦେଖିଲୁ ।

27 ଏଥିଉତ୍ତାରେ ସେ ବାହାରିଯାଇ ଲେବୀ ନାମକ ଜଣେ କରଗ୍ରାହୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାଙ୍କୁ କହିଲେ, ମୋହର ଅନୁଗମନ କର । 28 ସେଥିରେ ସେ ସମସ୍ତ ପରିତ୍ୟାଗ କରି ଉଠି ତାହାଙ୍କର ଅନୁଗମନ କରିବାକୁ ଲାଗିଲେ ।

29 ପୁଣି, ଲେବୀ ନିଜ ଘରେ ତାହାଙ୍କ ନିମନ୍ତେ ଗୋଟିଏ ବଡ଼ ଭୋଜି କଲେ, ଆଉ ବହୁସଂଖ୍ୟକ କରଗ୍ରାହୀ ଓ ଅନ୍ୟାନ୍ୟ ଲୋକ ସେମାନଙ୍କ ସାଙ୍ଗରେ ଭୋଜନ କରିବାକୁ ବସିଲେ । 30 ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଛ ? 31 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସୁସ୍ଥ ଲୋକମାନଙ୍କର ଚିକିତ୍ସକଙ୍କଠାରେ ଆବଶ୍ୟକତା ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକତା ଅଛି । 32 ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନ ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଅଛି ।

33 ସେମାନେ ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଖିଆପିଆ କରନ୍ତି । 34 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ତୁମ୍ଭେମାନେ କି ସେମାନଙ୍କୁ ଉପବାସ କରାଇ ପାର ? 35 କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ ।

36 ପୁଣି, ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, କେହି ନୂଆ ଲୁଗାରୁ ତାଳି (କାନି) ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି (କାନି) ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ ।

37 ଆଉ, କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ଫାରେ (ଚମଡ଼ାରେ ତିଆରି ପାତ୍ରରେ) ରଖେ ନାହିଁ; ରଖିଲେ ନୂଆ ଦ୍ରାକ୍ଷାରସ କୁମ୍ଫାକୁ (ଚମଡ଼ାରେ ତିଆରି ପାତ୍ରକୁ) ଫଟାଇ ପଡ଼ିଯିବ, ଆଉ କୁମ୍ଫା (ଚମଡ଼ାରେ ତିଆରି ପାତ୍ର) ନଷ୍ଟ ହେବ । 38 . କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ଫାରେ ରଖିବା ଉଚିତ । 39 ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, ପୁରୁଣା ତ ଭଲ ।



Translation Questions

Luke 5:4

ଲୋକମାନଙ୍କୁ ଶିକ୍ଷା ଦେବାକୁ ଶିମୋନଙ୍କ ନୌକାକୁ ଏକ ସ୍ଥାନରୂପେ ବ୍ୟବହାର କଲା ପରେ, ଯୀଶୁ ତାହାଙ୍କ ନୌକା ସହ ଶିମୋନଙ୍କୁ କ'ଣ କରିବାକୁ ଅନୁରୋଧ କଲେ ?

ନୌକାକୁ ଗଭୀର ଜଳକୁ ନିଅ ପୁଣି ମାଛ ଧରିବା ନିମନ୍ତେ ତାହାଙ୍କ ଜାଲ ପକାଇବାକୁ ଅନୁରୋଧ କଲେ [୫:୪]।

ଯଦିଓ ପିତର ଗତ ରାତ୍ର କିଛି ଧରି ନ ଥିଲେ, ତଥାପି ସେ କ'ଣ କଲେ ?

ସେ ଆଜ୍ଞା ମାନିଲେ ପୁଣି ଜାଲ ପକାଇଲେ [୫:୫]।

କ'ଣ ହେଲା ଯେତେବେଳେ ସେମାନେ ଜାଲ ପକାଇଲେ ?

ସେମାନେ ବହୁତ ମାଛ ଏକାଠି କଲେ, ଅଧିକ ଧରିଲେ ଯେ ସେମାନଙ୍କର ଜାଲ ଛିଣ୍ଡିବାକୁ ଲାଗିଲା [୫:୬]।

Luke 5:8

ତା'ପରେ ଶିମୋନ ଯୀଶୁଙ୍କୁ କ'ଣ କରିବାକୁ ଚାହିଁଲେ ? ଏବଂ କାହିଁକି ?

ଶିମୋନ ତାହାଙ୍କ ନିକଟରୁ ଯୀଶୁଙ୍କୁ ଚାଲିଯିବାକୁ ଚାହିଁଲେ ଯେହେତୁ ଶିମୋନ ଜାଣିଲେ ଯେ ସେ ଜଣେ ପାପୀ ମନୁଷ୍ୟ ଥିଲେ [୫:୮]।

ଯୀଶୁ ଶିମୋନଙ୍କୁ ତାହାଙ୍କ ଭବିଷ୍ୟତ କାର୍ଯ୍ୟ ବିଷୟରେ କ'ଣ କହିଲେ ?

ବର୍ତ୍ତମାନଠାରୁ ସେ ଯେ ମନୁଷ୍ୟମାନଙ୍କୁ ଧରିବେ ତାହା ଯୀଶୁ କହିଲେ [୫:୧୦]।

Luke 5:15

ଏହି ସମୟରେ, କେତେକ ଲୋକମାନେ ଯୀଶୁଙ୍କ ଶିକ୍ଷା ଶୁଣିବାକୁ ପୁଣି ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସୁଥିଲେ ?

ମହାନ ଲୋକସମୂହ ଯୀଶୁଙ୍କ ନିକଟକୁ ଆସୁଥିଲେ ।[୫:୧୫]।

Luke 5:20

ଯୀଶୁ ପକ୍ଷାଘାତରୋଗୀଙ୍କୁ କ'ଣ କହିଲେ ଯାହାକୁ ତାହାଙ୍କ ସାଥୀମାନେ ଘରର ଛାତ ଦେଇ ତଳକୁ ଓହ୍ଲାଇ ଥିଲେ ?

ହେ ମନୁଷ୍ୟ, ତୁମ୍ଭର ପାପସବୁ କ୍ଷମା ହୋଇଅଛି [୫:୨୦]।

ଏହି ଉକ୍ତି ଈଶ୍ଵରନିନ୍ଦା ଥିଲା ବୋଲି ଶାସ୍ତ୍ରୀ ଓ ଫାରୂଶୀମାନେ କାହିଁକି ମନେ କଲେ ?

ଯେହେତୁ ଈଶ୍ଵର ଏକା ହିଁ ପାପକ୍ଷମା କରିପାରନ୍ତି [୫:୨୧]।

Luke 5:22

ପୃଥିବୀରେ କ'ଣ କରିବାର ଅଧିକାର ତାହାଙ୍କର ଥିଲା ବୋଲି ପ୍ରମାଣ କରିବାକୁ ଯୀଶୁ ପକ୍ଷାଘାତ ମନୁଷ୍ୟକୁ ଏହିପରି ଭାବରେ ସୁସ୍ଥ କଲେ ?

ପୃଥିବୀରେ ପାପ କ୍ଷମା କରିବାର ଯେ ତାହାଙ୍କର ଅଧିକାର ଥିଲା ତାହା ପ୍ରମାଣ କରିବାକୁ ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ [୫:୨୪]।

Luke 5:29

ଯେତେବେଳେ ଯୀଶୁ ଲେବୀଙ୍କ ଗୃହରେ ଭୋଜନ ଓ ପାନ କରୁଥିଲେ, ସେତେବେଳେ ସେ କ'ଣ ପାଇଁ ଆସିଥିଲେ ବୋଲି ଯୀଶୁ କହିଲେ ?

ସେ ମନପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଅଛନ୍ତି [୫:୩୨]।

Luke 5:33

କେବେ ତାହାଙ୍କ ଶିଷ୍ୟମାନେ ଉପବାସ କରିବେ ବୋଲି ଯୀଶୁ କହିଲେ ?

ଯେତେବେଳେ ଯୀଶୁ ସେମାନଙ୍କଠାରୁ କାଢି ନିଆଯିବେ ସେତେବେଳେ ତାହାଙ୍କ ଶିଷ୍ୟମାନେ ଉପବାସ କରିବେ [୫:୩୫]।

Luke 5:36

ଯୀଶୁଙ୍କ ଦୃଷ୍ଟାନ୍ତରେ, ଯଦି ନୂଆ ଲୁଗାର ତାଳି ପୁରୁଣା ଲୁଗାର ମରାମତି ପାଇଁ ବ୍ୟବହାର କରାଯାଏ ତେବେ କ'ଣ ଘଟିବ ?

ନୂଆ ଲୁଗା ଚିରିହେବ, ପୁଣି ତାହା ପୁରୁଣା ସାଙ୍ଗରେ ମିଶିବ ନାହିଁ [୫:୩୬]।

Luke 5:37

ଯୀଶୁଙ୍କ ଦ୍ଵିତୀୟ ଦୃଷ୍ଟାନ୍ତରେ, ଯଦି ନୂଆ ଦ୍ରାକ୍ଷାାରସ ପୁରୁଣା କୁମ୍ପାରେ ରଖାଯାଏ ତେବେ କ'ଣ ଘଟିବ ?

ପୁରୁଣା କୁମ୍ପା ଫାଟିଯିବ ପୁଣି ନୂଆ ଦ୍ରାକ୍ଷାାରସ ପଡିଯିବ [୫:୩୭]।

ନୂଆ ଦ୍ରାକ୍ଷାାରସକୁ ଉପଯୁକ୍ତ ଭାବରେ ରଖିବାକୁ ହେଲେ କ'ଣ କରାଯିବା ଉଚିତ୍ ବୋଲି ଯୀଶୁ କହିଲେ ?

ନୂଆ ଦ୍ରାକ୍ଷାାରସ ନୂଆ କୁମ୍ପାରେ ରଖାଯିବା ଉଚିତ୍ [୫:୩୮]।


Chapter 6

1 ଥରେ ବିଶ୍ରାମବାରରେ ସେ ଶସ୍ୟକ୍ଷେତ୍ର ଦେଇ ଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନେ ଶିଁଷା ଛିଣ୍ଡାଇ ଛିଣ୍ଡାଇ ହାତରେ ମଳି ଖାଉଥିଲେ । 2 କିନ୍ତୁ ଫାରୂଶୀମାନଙ୍କ ମଧ୍ୟରୁ କେତେକ କହିଲେ, ବିଶ୍ରାମବାରରେ ଯାହା କରିବା ନିୟମ ନାହିଁ, ତାହା ତୁମ୍ଭେମାନେ କାହିଁକି କରୁଅଛ ?

3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଦାଉଦ ଓ ତାଙ୍କ ସଙ୍ଗୀମାନେ ଭୋକିଲା ଥିବା ସମୟରେ ସେ କ'ଣ କରିଥିଲେ, ତାହା ସୁଦ୍ଧା କି ତୁମ୍ଭେମାନେ ପଢ଼ି ନାହଁ ? 4 ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ବିନା ଆଉ କାହାରି ଖାଇବା ନିୟମ ନାହିଁ, ତାହା ନେଇ ଖାଇଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ । 5 ଆଉ, ସେ ସେମାନଙ୍କୁ କହିଲେ, ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି ।

6 ସେ ଆଉ ଗୋଟିଏ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେଉଥିଲେ; ସେଠାରେ ଜଣେ ଲୋକ ଥିଲା, ତାହାର ଡାହାଣ ହାତ ଶୁଖିଯାଇଥିଲା । 7 ଆଉ, ସେ କେଜାଣି ବିଶ୍ରାମବାରରେ ସୁସ୍ଥ କରନ୍ତି, ଏହା ଦେଖିବା ପାଇଁ ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ଭୁଲ୍ ପାଇ ପାରନ୍ତି । 8 କିନ୍ତୁ ସେ ସେମାନଙ୍କର ମନୋଭାବ ଜାଣି ପାରି, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, ଉଠ, ମଝିରେ ଠିଆ ହୁଅ । ପୁଣି, ସେ ଉଠି ଠିଆ ହେଲା ।

9 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ପଚାରୁଅଛି, ବିଶ୍ରାମବାରରେ କ'ଣ କରିବା ଉଚିତ ? ଭଲ କରିବା ନା ମନ୍ଦ କରିବା ? ଜୀବନ ରକ୍ଷା କରିବା ନା ବିନାଶ କରିବା ? 10 ଆଉ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ତାହାଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ । ସେଥିରେ ସେ ତାହା କଲା, ଆଉ ତାହାର ହାତ ପୁଣି, ଭଲ ହୋଇଗଲା । 11 କିନ୍ତୁ ସେମାନେ କ୍ରୋଧରେ ପୂର୍ଣ୍ଣ ହେଲେ, ଆଉ ଯୀଶୁଙ୍କ ପ୍ରତି କ'ଣ କରି ପାରନ୍ତି, ସେ ବିଷୟରେ ପରସ୍ପର କଥାବାର୍ତ୍ତା କରିବାକୁ ଲାଗିଲେ ।

12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ବିତାଇଲେ । 13 ସକାଳ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରୁ ବାର ଜଣକୁ ମନୋନୀତ କଲେ; ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ,

14 ସେମାନେ ଶିମୋନ, ଯାହାକୁ ସେ ମଧ୍ୟ ପିତର ନାମ ଦେଲେ, ଆଉ ତାହାଙ୍କ ଭାଇ ଆନ୍ଦ୍ରୀୟ, ଯାକୁବ ଓ ଯୋହନ, ଫିଲିପ୍ପ ଓ ବାର୍ଥଲମୀ, 15 ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ, ଯାହାଙ୍କୁ ଉଦ୍‌ଯୋଗୀ ବୋଲି କହନ୍ତି, 16 ଯାକୁବଙ୍କ ପୁତ୍ର ଯିହୂଦା ଓ ଈଷ୍କାରିୟୋତୀୟ ଯିହୂଦା, ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା ।

17 ଆଉ ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ, ପୁଣି, ତାହାଙ୍କର ଅନେକ ଶିଷ୍ୟ ଏବଂ ସମସ୍ତ ଯିହୂଦା ପ୍ରଦେଶ, ଯିରୂଶାଲମ ଆଉ ସୋର ଓ ସୀଦୋନର ଉପକୂଳରୁ ଅନେକେ ଉପସ୍ଥିତ ହେଲେ; 18 ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେମାନେ ସୁସ୍ଥ କରାଗଲେ; 19 ପୁଣି, ଲୋକସମୂହ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କଠାରୁ ଶକ୍ତି ବାହାରି ସମସ୍ତଙ୍କୁ ସୁସ୍ଥ କରୁଥିଲା ।

20 ସେ ସମୟରେ ସେ ଆପଣା ଶିଷ୍ୟମାନଙ୍କୁ ଦେଖି କହିଲେ, ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର । 21 ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ । ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ ।

22 ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ଅଲଗା କରନ୍ତି ପୁଣି, ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ । 23 ସେହି ଦିନ ଆନନ୍ଦରେ ନୃତ୍ୟ କର, କାରଣ ଦେଖ, ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ ।

24 କିନ୍ତୁ ହାୟ, ଦଣ୍ଡର ପାତ୍ର ଧନୀ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଆପଣା ଆପଣା ସୁଖଭୋଗ କରିଅଛ । 25 ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ । ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଦୁଃଖ ଓ ରୋଦନ କରିବ ।

26 ଯେତେବେଳେ ଲୋକ ସମସ୍ତେ ତୁମ୍ଭମାନଙ୍କର ପ୍ରଶଂସା କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ ।

27 କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର; 28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର ।

29 ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡା଼ ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା (ପୋଷାକ) ମଧ୍ୟ ନେବାକୁ ମନା କର ନାହିଁ । 30 ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ ।

31 ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କର । 32 ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ ? କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି । 33 ଆଉ, ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି, ଯଦି ତୁମ୍ଭେମାନେ ସେମାନଙ୍କର ମଙ୍ଗଳ କର, ତେବେ ତୁମ୍ଭେମାନେ କି ଅନୁଗ୍ରହ ପାଇବ ? କାରଣ ପାପୀମାନେ ସୁଦ୍ଧା ତାହା କରନ୍ତି । 34 ପୁଣି, ଯେଉଁମାନଙ୍କଠାରୁ ତୁମ୍ଭମାନଙ୍କର ପାଇବାର ଆଶା ଥାଏ, ସେମାନଙ୍କୁ ଋଣ ଦେଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ ? ପାପୀମାନେ ସୁଦ୍ଧା ସମାନ ପରିମାଣରେ ପରିଶୋଧ ପାଇବା ନିମନ୍ତେ ପାପୀମାନଙ୍କୁ ଋଣ ଦିଅନ୍ତି ।

35 ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି, ପରିଶୋଧର ଆଶା ନ ରଖି ଋଣ ଦିଅ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ମହାନ ଈଶ୍ୱରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ଦୟାଳୁ ଅଟନ୍ତି । 36 ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ ।

37 ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ । କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ;

38 ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ; କାରଣ ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି, ମପାଇଦିଆଯିବ ।

39 ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, ଅନ୍ଧ କ'ଣ ଅନ୍ଧକୁ ବାଟ କଢ଼ାଇପାରେ ? ସେମାନେ କ'ଣ ଉଭୟେ ଗାତରେ ପଡ଼ିବେ ନାହିଁ ? 40 ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେଁ; କିନ୍ତୁ ପ୍ରତ୍ୟେକ ଶିଷ୍ୟ ସିଦ୍ଧ ହୋଇ ଆପଣା ଗୁରୁଙ୍କ ତୁଲ୍ୟ ହେବ ।

41 ଆଉ, କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କାଠପଟା ଅଛି, ତାହା ଭାବି ଦେଖୁ ନାହଁ ? 42 ତୁମ୍ଭେ ଆପଣା ଆଖିରେ ଥିବା କାଠପଟା ନ ଦେଖି କିପରି ନିଜ ଭାଇ କି କହିପାର, ଭାଇ, ଆସ, ତୁମ୍ଭ ଆଖିରେ ଥିବା କୁଟାଟିକକ ବାହାର କରିଦେବି ? କପଟୀ, ଆଗେ ଆପଣା ଆଖିରୁ କାଠପଟା ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରେ ଥିବା କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟରୂପେ ଦେଖି ପାରିବ ।

43 କାରଣ ଏପରି କୌଣସି ଭଲ ଗଛ ନାହିଁ, ଯାହାକି ମନ୍ଦ ଫଳ ଫଳେ, ଅନ୍ୟ ପକ୍ଷରେ ଏପରି କୌଣସି ମନ୍ଦ ଗଛ ନାହିଁ, ଯାହାକି ଭଲ ଫଳ ଫଳେ । 44 କାରଣ ପ୍ରତ୍ୟେକ ଗଛ ନିଜର ଫଳ ଦ୍ୱାରା ଚିହ୍ନାଯାଏ; କଣ୍ଟାଗଛରୁ ତ ଲୋକମାନେ ଡିମ୍ବିରି ତୋଳନ୍ତି ନାହିଁ, କିମ୍ବା କଣ୍ଟାବୁଦାରୁ ଦ୍ରାକ୍ଷାଫଳ ତୋଳନ୍ତି ନାହିଁ ।

45 ଉତ୍ତମ ଲୋକ ଆପଣା ହୃଦୟରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ; କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ ।

46 ଆଉ, ତୁମ୍ଭେମାନେ କାହିଁକି ମୋତେ ପ୍ରଭୁ, ପ୍ରଭୁ ବୋଲି କହୁଅଛ, ମାତ୍ର ମୋହର ବାକ୍ୟ ପାଳନ କରୁ ନାହଁ ? 47 ଯେ କେହି ମୋ ନିକଟକୁ ଆସି ମୋହର କଥା ଶୁଣି ସେହି ସବୁ ପାଳନ କରେ, ସେ କାହା ପରି, ମୁଁ ତୁମ୍ଭମାନଙ୍କୁ ଜଣାଇବି । 48 ସେ ଏପରି ଜଣେ ଘର ନିର୍ମାଣକାରୀ ଲୋକ ପରି, ଯେ ଗଭୀର ଗାତ ଖୋଳି ମୂଳଦୁଆ ପଥର ଉପରେ ବସାଇଲେ; ଆଉ, ବଢ଼ି ହୁଅନ୍ତେ ସୁଅ ସେହି ଘରକୁ ପ୍ରବଳଭାବରେ ଧକ୍କା ମାରିଲା, କିନ୍ତୁ ତାହା ହଲାଇ ପାରିଲା ନାହିଁ, କାରଣ ତାହା ଉତ୍ତମ ରୂପେ ନିର୍ମାଣ କରାଯାଇଥିଲା ।

49 କିନ୍ତୁ ଯେ ଶୁଣି ପାଳନ କରେ ନାହିଁ, ସେ ମୂଳଦୁଆ ନ ବସାଇ ମାଟି ଉପରେ ଘର ନିର୍ମାଣକାରୀ ଲୋକ ପରି; ବନ୍ୟା ଜଳ ସେହି ଘର ଉପରେ ପ୍ରବଳଭାବରେ ଧକ୍କା ମାରିବାରୁ ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା ।



Translation Questions

Luke 6:1

ଯୀଶୁଙ୍କର ଶିଷ୍ୟମାନେ ବିଶ୍ରାମବାର ଦିନ କ'ଣ କରୁଥିଲେ ଯେ ବ୍ୟବସ୍ଥା ବିରୁଦ୍ଧରେ ଥିଲା ବୋଲି କହିଲେ ?

ସେମାନେ ଶିଷା ଛିଣ୍ଡାଉଥିଲେ, ସେଗୁଡିକୁ ହାତରେ ଘଷି, ପୁଣି ଶସ୍ୟ ଖାଉଥିଲେ [୬:୧]।

Luke 6:3

କେଉଁ ନାମ ଯୀଶୁ ଆପଣା ନିମନ୍ତେ ଦାବି କଲେ ଯେ ଯାହା ବିଶ୍ରାମବାରରେ କ'ଣ ବିଧିସଙ୍ଗତ ତାହା କହିବାକୁ ତାହାଙ୍କୁ ଅଧିକାର ଦେଲା ?

ବିଶ୍ରାମବାରର ପ୍ରଭୁ, ଯୀଶୁ ଏହି ନାମ ଦାବି କଲେ [୬:୫]।

Luke 6:9

ଯେତେବେଳେ ଯୀଶୁ ବିଶ୍ରାମବାରରେ ହାତ ଶୁଖିଯାଇଥିବା ଜଣେ ଲୋକଙ୍କୁ ସୁସ୍ଥ କଲେ, ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନେ କିପରି ପ୍ରତିକ୍ରିୟା କଲେ ?

ସେମାନେ କ୍ରୋଧରେ ପୂର୍ଣ୍ଣ ହେଲେ, ଆଉ ଯୀଶୁଙ୍କ ପ୍ରତି ସେମାନେ କ'ଣ କରି ପାରନ୍ତି ସେହି ବିଷୟରେ କଥାବାର୍ତ୍ତା ହେଲେ [୬:୧୧]।

Luke 6:12

ଯୀଶୁ ପର୍ବତ ଉପରେ ମନୋନୀତ କରିଥିବା ଦ୍ଵାଦଶ ଜଣକୁ କେଉଁ ନାମ ଦେଇଥିଲା ?

ଯୀଶୁ ସେମାନଙ୍କୁ "ପ୍ରେରିତ" ନାମ ଦେଲେ [୬:୧୩]।

Luke 6:20

କିପ୍ରକାର ଲୋକମାନେ ଧନ୍ୟ ବୋଲି ଯୀଶୁ କହିଲେ ?

ଯେଉଁମାନେ ଦୀନହୀନ, କ୍ଷୁଧିତ, ମନୁଷ୍ୟପୁତ୍ରଙ୍କ ନିମନ୍ତେ ଘୃଣିତ ସେମାନେ ଧନ୍ୟ [୬:୨୦]।

Luke 6:22

ଯୀଶୁଙ୍କ ଅନୁସାରେ, କାହିଁକି ସେହିପରି ଲୋକମାନେ ଆନନ୍ଦ ଓ ନୃତ୍ୟ କରିବା ଉଚିତ୍ ?

କାରଣ ସ୍ଵର୍ଗରେ ସେମାନଙ୍କ ପୁରସ୍କାର ପ୍ରଚୁର ହେବ [୬:୨୩]।

Luke 6:27

ତାହାଙ୍କ ଶିଷ୍ୟମାନେ ସେମାନଙ୍କର ଶତ୍ରୁମାନଙ୍କ ପ୍ରତି ପୁଣି ଯେଉଁମାନେ ସେମାନଙ୍କୁ ଘୃଣା କରନ୍ତି ସେମାନଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ସେମାନେ ସେମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କରିବା ଉଚିତ୍ ପୁଣି ଯେଉଁମାନେ ସେମାନଙ୍କୁ ଘୃଣା କରନ୍ତି ସେମାନଙ୍କୁ ମଙ୍ଗଳ କରିବା ଉଚିତ୍ [୬:୨୭,୩୫]।

Luke 6:35

ଅକୃତଜ୍ଞ ଓ ଦୁଷ୍ଟ ଲୋକମାନଙ୍କ ପ୍ରତି ପରାତ୍ପର ପିତାଙ୍କ ସ୍ଵଭାବ କ'ଣ ଅଟେ ?

ସେ ସେମାନଙ୍କ ପ୍ରତି ଦୟାଳୁ ପୁଣି କୃପାବନ ଅଟନ୍ତି [୬:୩୫-୩୬]।

Luke 6:41

ଆମ୍ଭର ଭାଇର ଆଖିରୁ କୁଟାଟିକକ ବାହାର କରିବା ପୂର୍ବରୁ, ଆମ୍ଭମାନଙ୍କୁ କ'ଣ କରିବା ଆବଶ୍ୟକ ବୋଲି ଯୀଶୁ କହିଲେ ?

ପ୍ରଥମେ, ଆମ୍ଭେମାନେ ଆମ୍ଭମାନଙ୍କର ଆଖିରୁ କଡିକାଠ ବାହାର କରିବା ଆବଶ୍ୟକ ଯଦ୍ଵାରା ଆମ୍ଭେମାନେ କପଟୀ ନ ଅଟୁ [୬:୪୨]।

Luke 6:45

ଉତ୍ତମ ଲୋକର ଉତ୍ତମ ହୃଦୟରୂପ ଉତ୍ତମ ଭଣ୍ଡାରରୁ କ'ଣ ବାହାରି ଆସେ ?

ଉତ୍ତମ ଲୋକର ଉତ୍ତମ ହୃଦୟରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ବାହାରି ଆସେ [୬:୪୫]।

ମନ୍ଦ ଲୋକର ମନ୍ଦ ହୃଦୟରୂପ ମନ୍ଦ ଭଣ୍ଡାରରୁ କ'ଣ ବାହାରି ଆସେ ?

ମନ୍ଦ ଲୋକର ମନ୍ଦ ହୃଦୟରୂପ ମନ୍ଦ ଭଣ୍ଡାରରୁ ମନ୍ଦ ବାହାରି ଆସେ [୬:୪୫]।

ଯେଉଁ ଲୋକ ମୂଳଦୁଆ ପଥର ଉପରେ ଘର ନିର୍ମାଣ କରେ ସେ ଯୀଶୁଙ୍କ ବାକ୍ୟ ସହ କ'ଣ କରେ ?

?

Luke 6:46

ଯେଉଁ ଲୋକ ମୂଳଦୁଆ ପଥର ଉପରେ ଘର ନିର୍ମାଣ କରେ ସେ ଯୀଶୁଙ୍କ ବାକ୍ୟ ସହ କ'ଣ କରେ ?

ସେ ଯୀଶୁଙ୍କର କଥା ଶୁଣେ ପୁଣି ସେହିସବୁ ପାଳନ କରେ [୬:୪୭]।

Luke 6:49

ଯେଉଁ ଲୋକ ମୂଳଦୁଆ ବିନା ଘର ନିର୍ମାଣ କରେ ସେ ଯୀଶୁଙ୍କ ବାକ୍ୟ ସହ କ'ଣ କରେ ?

ସେ ଯୀଶୁଙ୍କର କଥା ଶୁଣେ ପୁଣି ସେହିସବୁ ପାଳନ କରେ ନାହିଁ [୬:୪୭]।


Chapter 7

1 ସେ ଲୋକମାନଙ୍କ କର୍ଣ୍ଣଗୋଚରରେ ଆପଣାର ସବୁ କଥା ଶେଷ କରି କଫର୍ନାହୂମରେ ପ୍ରବେଶ କଲେ ।

2 ସେ ସମୟରେ ଜଣେ ଶତସେନାପତିଙ୍କର ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ । 3 ସେ ଯୀଶୁଙ୍କ ବିଷୟରେ ଖବର ପାଇ, ସେ ଯେପରି ଆସି ତାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥି ନିମନ୍ତେ ତାହାଙ୍କ ପାଖକୁ ଯିହୂଦୀମାନଙ୍କର କେତେକ ପ୍ରାଚୀନମାନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ । 4 ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି; 5 କାରଣ ସେ ଆମ୍ଭମାନଙ୍କ ଜାତିକୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି ।

6 ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ । ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; 7 ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ । 8 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ ।

9 ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ । 10 ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ ।

11 ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ । 12 ସେ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ । 13 ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, ରୋଦନ କର ନାହିଁ । 14 ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ । 15 ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ ।

16 ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ୱର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି । 17 ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦା ଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା ।

18 ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ । 19 ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କ'ଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ ? 20 ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ ?

21 ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧଙ୍କୁ ଦେଖିବାର ଶକ୍ତି ଦେଲେ । 22 ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହି ସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠୀମାନେ ସୁସ୍ଥ ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ; 23 ଆଉ, ଯେଉଁ ବ୍ୟକ୍ତି ମୋ'ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ ।

24 ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କ'ଣ ପବନରେ ଦୋହଲୁଥିବା ଗୋଟିଏ ନଳ ? 25 ତାହା ନ ହେଲେ ତୁମ୍ଭେମାନେ କ'ଣ ଦେଖିବା ପାଇଁ ବାହାରିଯାଇଥିଲ ? କ'ଣ ଦାମୀ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ? ଦେଖ, ଯେଉଁମାନେ ସୁନ୍ଦର ପୋଷାକ ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି । 26 ତାହା ନ ହେଲେ କ'ଣ ଦେଖିବା ନିମନ୍ତେ ବାହାରି ଯାଇଥିଲ ? କ'ଣ ଜଣେ ଭାବବାଦୀଙ୍କୁ ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ।

27 ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି ।

28 ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାଁନ୍ତି; ତଥାପି ଈଶ୍ୱରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ ।

29 ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ; 30 କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ୱରଙ୍କ ଯୋଜନା ଅଗ୍ରାହ୍ୟ କଲେ ।

31 ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ ? 32 ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି ।

33 କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ସେ ଭୂତଗ୍ରସ୍ତ । 34 ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଛ, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ । 35 ମାତ୍ର ଜ୍ଞାନ ଆପଣା ସମସ୍ତ ସନ୍ତାନଙ୍କ ଦ୍ୱାରା ଉଚିତ ବୋଲି ପ୍ରମାଣିତ ହେଲା ।

36 ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ । ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ । 37 ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି, 38 ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧିତ ତୈଳ ଲଗାଇ ଦେବାକୁ ଲାଗିଲା ।

39 ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା । 40 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି । ସେ କହିଲେ, ଗୁରୁ, କୁହନ୍ତୁ ।

41 ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଓ ଆଉ ଜଣେ ପଚାଶ ଟଙ୍କା ଋଣ କରିଥିଲା । 42 ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ । ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ ? 43 ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ । ସେ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ବିଚାର କଲ ।

44 ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକୁ ଦେଖୁଅଛ ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋର ପାଦ ଓଦା କରି ନିଜ କେଶରେ ତାହା ପୋଛିଦେଲା । 45 ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ ।

46 ତୁମ୍ଭେ ମୋହର ମସ୍ତକରେ ତେଲ ଲଗାଇଲ ନାହିଁ ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧିତ ତୈଳ ଲଗାଇଲା । 47 ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ ।

48 ଆଉ ସେ ସେହି ସ୍ତ୍ରୀକୁ କହିଲେ, ତୋହର ପାପସବୁ କ୍ଷମା ହୋଇଅଛି । 49 ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ ? 50 କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ ।



Translation Questions

Luke 7:2

ଶତସେନାପତି ଯୀଶୁଙ୍କୁ କ'ଣ କରିବାକୁ ଅନୁରୋଧ କଲେ ଯେତେବେଳେ ସେ ଯିହୁଦୀ ପ୍ରାଚୀନମାନଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ ?

ସେ ଯୀଶୁଙ୍କୁ ତାହାଙ୍କ ଗୃହକୁ ଆସିବାକୁ ପୁଣି ତାହାଙ୍କ ଦାସକୁ ସୁସ୍ଥ କରିବାକୁ ଅନୁରୋଧ କଲେ [୭:୩]।

Luke 7:6

ତା'ପରେ କାହିଁକି ଶତସେନାପତି ତାହାଙ୍କ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇ ସେ ଯେ ତାହାଙ୍କ ଗୃହକୁ ଆସିବାର ଆବଶ୍ୟକ ନାହିଁ ବୋଲି କହିଲେ ?

ଶତସେନାପତି କହିଲେ ଯେ ଯୀଶୁ ତାହାଙ୍କ ଗୃହକୁ ଆସିବାର ସେ ଯୋଗ୍ୟ ନୁହଁ ବୋଲି [୭:୬]।

ତା'ପରେ ଶତସେନାପତି କିପରି ଯୀଶୁଙ୍କୁ ସେହି ଦାସକୁ ସୁସ୍ଥ କରିବାକୁ ଇଚ୍ଛା କଲେ ?

ତା'ପରେ ପଦେ ବାକ୍ୟ କହିବା ଦ୍ଵାରା ଶତସେନାପତି ଯୀଶୁଙ୍କୁ ସେହି ଦାସକୁ ସୁସ୍ଥ କରିବାକୁ ଇଚ୍ଛା କଲେ [୭:୭]।

Luke 7:9

ଶତସେନାପତିଙ୍କ ବିଶ୍ଵାସ ବିଷୟରେ ଯୀଶୁ କ'ଣ କହିଲେ ?

ଇସ୍ରାଏଲ ମଧ୍ୟରେ ସୁଦ୍ଧା ଯୀଶୁ ଏଡ଼େ ବଡ ବିଶ୍ଵାସ ପାଇଲେ ନାହିଁ ବୋଲି ସେ କହିଲେ [୭:୯]।

Luke 7:11

ବିଧବା ଯାହାର ଏକମାତ୍ର ପୁତ୍ର ମୃତ ହୋଇଥିଲା ତାହାଙ୍କ ପ୍ରତି ଯୀଶୁଙ୍କ ସ୍ଵଭାବ କ'ଣ ଥିଲା ?

ସେ ଦୟାରେ ବିଗଳିତ ହୋଇଥିଲେ [୭:୧୩]।

Luke 7:16

ଯୀଶୁ ବିଧବାର ପୁତ୍ରକୁ ମୃତ୍ୟୁରୁ ଉତ୍ଥିତ କଲା ପରେ ଲୋକମାନେ ଯୀଶୁଙ୍କ ବିଷୟରେ କ'ଣ କହିଲେ ?

ସେମାନେ କହିଲେ ଯେ ସେମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି, ପୁଣି ଈଶ୍ଵର ଆପଣା ଲୋକମାନଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି [୭:୧୬]।

Luke 7:21

ସେ ଯେ ଆଗାମୀ ବ୍ୟକ୍ତି ଥିଲେ ଯୀଶୁ ଯୋହନଙ୍କ ଶିଷ୍ୟମାନଙ୍କୁ କିପରି ତାହା ପ୍ରମାଣ କଲେ ?

ଯୀଶୁ ଅନ୍ଧ, ପଙ୍ଗୁ, କୁଷ୍ଠୀ, ଏବଂ ବଧିରମାନଙ୍କୁ ସୁସ୍ଥ କଲେ ପୁଣି ସେ ମୃତ୍ୟୁରୂ ଉତ୍ଥିତ କଲେ [୭:୨୨]।

Luke 7:24

ଯୋହନ କିଏ ଥିଲେ ବୋଲି ଯୀଶୁ କହିଲେ ?

ଯୋହନ ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଥିଲେ ବୋଲି ଯୀଶୁ କହିଲେ [୭:୨୬]।

Luke 7:29

ଫାରୁଶୀ ଏବଂ ଯିହୁଦୀୟ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ଆପଣା ନିମନ୍ତେ କ'ଣ କଲେ ଯେତେବେଳେ ସେମାନେ ଯୋହନଙ୍କ ଦ୍ଵାରା ବାପ୍ତିସ୍ମ ହେବାକୁ ଅଗ୍ରାହ୍ୟ କଲେ ?

ସେମାନେ ଆପଣା ନିମନ୍ତେ ଈଶ୍ଵରଙ୍କ ପରାମର୍ଶକୁ ଅଗ୍ରାହ୍ୟ କଲେ [୭:୩୦]।

Luke 7:33

ବାପ୍ତିଜିତ ଯୋହନଙ୍କ ବିରୁଦ୍ଧରେ କେଉଁ ନିନ୍ଦା କରାଯାଇଥିଲା ଯେହେତୁ ସେ ରୋଟୀ ଖାଇଲେ ନାହିଁ କିମ୍ବା ଦ୍ରାକ୍ଷାରସ ପିଇଲେ ନାହିଁ ?

ସେମାନେ କହିଲେ, "ସେ ଭୂତଗ୍ରସ୍ତ [୭:୩୩]।"

ଯୀଶୁଙ୍କ ବିରୁଦ୍ଧରେ କେଉଁ ନିନ୍ଦା କରାଯାଇଥିଲା ଯେହେତୁ ସେ ଭୋଜନପାନ କରିଆସିଲେ ?

ସେମାନେ କହିଲେ, ସେ ପେଟୁକ ଓ ମଦୁଆ ଲୋକ ଅଟେ [୭:୩୪]।"

Luke 7:36

ଫାରୂଶୀଙ୍କ ଗୃହରେ ନଗରର ସ୍ତ୍ରୀ ଯୀଶୁଙ୍କୁ କ'ଣ କଲେ ?

ସେ ତାହାର ଅଶ୍ରୁ ସହିତ ଯୀଶୁଙ୍କ ପାଦ ସିକ୍ତ କଲେ, ତାହାଙ୍କ କେଶରେ ତାହା ପୋଛିଲେ, ତାହାଙ୍କୁ ପାଦକୁ ଚୁମ୍ବନ କଲେ, ପୁଣି ସୁଗନ୍ଧି ତୈଳ ସହ ତାହାଙ୍କ ପାଦକୁ ଅଭିଷିକ୍ତ କଲେ [୭:୩୮]।

Luke 7:46

ଯୀଶୁ କହିଲେ ଯେ ଯେହେତୁ ତାହାର ପାପକ୍ଷମା ହୋଇଅଛି, ସେ କ'ଣ କରିଥାଆନ୍ତା ?

ସେ ବହୁତ ପ୍ରେମ କରିଥାଆନ୍ତା [୭:୪୭]।

Luke 7:48

କିପରି ମେଜରେ ବସିଥିବା ଲୋକମାନେ ପ୍ରତିକ୍ରିୟା କଲେ ଯେତେବେଳେ ଯୀଶୁ ସେହି ସ୍ତ୍ରୀକୁ ତାହାର ପାପକ୍ଷମା ହୋଇଅଛି ବୋଲି କହିଲେ ?

ସେମାନେ କହିଲେ, "ଏ କିଏ ଯେ ପାପ ସୁଦ୍ଧା କ୍ଷମା କରୁଅଛି [୭:୪୯]?"


Chapter 8

1 ଏଥିର ଅଳ୍ପ ସମୟ ପରେ ଯୀଶୁ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରି ଯାତ୍ରା କରିବାକୁ ଲାଗିଲେ, ଆଉ ବାର ଜଣ ଶିଷ୍ୟ ତାହାଙ୍କ ସାଙ୍ଗରେ ଥିଲେ, 2 ପୁଣି, ଯେଉଁ ସ୍ତ୍ରୀମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀଲୋକ, ଅର୍ଥାତ୍ ମଗ୍‌ଦଲୀନୀ ନାମକ ମରିୟମ, ଯାହାଙ୍କଠାରୁ ସାତ ଭୂତ ବାହାରିଯାଇଥିଲେ, 3 ହେରୋଦଙ୍କ ପରିଚାଳକ ଖୁଜା ଓ ତାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି, ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ନିଜ ନିଜ ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ ।

4 ବହୁସଂଖ୍ୟକ ଲୋକ ଏକତ୍ର ହୁଅନ୍ତେ ଓ ନଗରୁ ନଗରୁ ଲୋକେ ତାହାଙ୍କ ନିକଟକୁ ଆସନ୍ତେ ସେ ଦୃଷ୍ଟାନ୍ତ ଦେଇ କହିଲେ, 5 ଜଣେ ବୁଣାଳୀ ଆପଣା ବିହନ ବୁଣିବାକୁ ବାହାରିଲା । ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ଓ ପାଦ ତଳେ ଦଳିହୋଇଗଲା, ପୁଣି, ଆକାଶର ଚଢ଼େଇମାନେ ସେଗୁଡ଼ିକ ଖାଇଗଲେ । 6 ଆଉ କେତେକ ପଥର ଉପରେ ପଡ଼ିଲା, ପୁଣି, ଗଜା ହୋଇ ରସ ନ ପାଇବାରୁ ଶୁଖିଗଲା ।

7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା । 8 ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା ଆଉ ବଢ଼ି ଶହେ ଗୁଣ ଫଳ ଫଲିଲା । ସେ ଏହା କହୁ କହୁ ଉଚ୍ଚ ସ୍ୱରରେ କହିଲେ, ଯାହାର ଶୁଣିବା ପାଇଁ କାନ ଅଛି, ସେ ଶୁଣୁ ।

9 ତାହାଙ୍କ ଶିଷ୍ୟମାନେ ଏହି ଦୃଷ୍ଟାନ୍ତର ଅର୍ଥ କ'ଣ ବୋଲି ପଚାରିବାକୁ ଲାଗିଲେ । 10 ସେଥିରେ ସେ କହିଲେ, ଈଶ୍ୱରଙ୍କ ରାଜ୍ୟର ରହସ୍ୟ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ଅନ୍ୟମାନଙ୍କୁ ଦୃଷ୍ଟାନ୍ତରେ କୁହାଯାଏ, ଯେପରି ସେମାନେ ଦେଖୁ ଦେଖୁ ଦେଖିବେ ନାହିଁ ଓ ଶୁଣୁ ଶୁଣୁ ବୁଝିବେ ନାହିଁ ।

11 ଦୃଷ୍ଟାନ୍ତର ଅର୍ଥ ଏହି, ବିହନ ଈଶ୍ୱରଙ୍କ ବାକ୍ୟ, 12 ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି, ସେମାନେ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥି ନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ନେଇଯାଏ । 13 ପୁଣି, ଯେଉଁମାନେ ପଥର ଉପରେ ଅଛନ୍ତି, ସେମାନେ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି; କିନ୍ତୁ ସେମାନଙ୍କର ଚେର ନ ଥିବାରୁ ସେମାନେ ଅଳ୍ପ ସମୟ ବିଶ୍ୱାସ କରନ୍ତି ଓ ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି ।

14 ଆଉ, କଣ୍ଟାଗଛଗୁଡ଼ାକ ମଧ୍ୟରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଯେଉଁମାନେ ଶୁଣି ସାଂସାରିକ ଚିନ୍ତା, ଧନ ଓ ସୁଖଭୋଗର ବସବର୍ତ୍ତୀ ହୋଇ ଜୀବନ ଯାତ୍ରା କରୁ କରୁ ଚାପି ହୋଇଯାନ୍ତି, ପୁଣି, ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ । 15 ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି ।

16 କେହି ଦୀପ ଜାଳି ପାତ୍ର ଦ୍ୱାରା ତାହା ଘୋଡ଼ାଇ ରଖେ ନାହିଁ, କିମ୍ବା ଖଟ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି । 17 କାରଣ ଯାହା ପ୍ରକାଶିତ ନ ହେବ, ଏପରି ଗୁପ୍ତ ବିଷୟ କିଛି ନାହିଁ, ଅବା ଯାହା ଜଣାଯାଇ ପ୍ରକାଶ ନ ପାଇବ, ଏପରି ଗୁପ୍ତ ବିଷୟ କିଛି ନାହିଁ । 18 ଅତଏବ, କିପରି ଶୁଣୁଅଛ, ସେ ବିଷୟରେ ସାବଧାନ; କାରଣ ଯାହାର ଅଛି, ତାହାକୁ ଦିଆଯିବ, ଆଉ ଯାହାର ନାହିଁ, ସେ ଯାହା ନିଜର ଅଛି ବୋଲି ମନେ କରେ, ତାହା ସୁଦ୍ଧା ତାହାଠାରୁ ନିଆଯିବ ।

19 ତାହାଙ୍କ ମା' ଓ ଭାଇମାନେ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ଲୋକଗହଳି ହେତୁ ତାହାଙ୍କ ସହିତ ଦେଖା କରି ପାରୁ ନ ଥିଲେ । 20 ସେଥିରେ ତାହାଙ୍କୁ ଏହି ଖବର ଦିଆଗଲା, ଆପଣଙ୍କର ମା' ଓ ଭାଇମାନେ ଆପଣଙ୍କ ସହିତ ଦେଖା କରିବାକୁ ଇଚ୍ଛା କରି ବାହାରେ ଠିଆ ହୋଇଅଛନ୍ତି । 21 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମା' ଓ ଭାଇମାନେ ।

22 ସେହି ସମୟରେ ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଢ଼ିଲେ, ଆଉ ସେ ସେମାନଙ୍କୁ କହିଲେ, ଆସ, ହ୍ରଦର ଆରପାରିକୁ ଯିବା । ସେଥିରେ ସେମାନେ ନୌକା ଫିଟାଇଦେଲେ । 23 କିନ୍ତୁ ସେମାନେ ନୌକା ବାହି ଯାଉଥିବା ସମୟରେ ଯୀଶୁ ଶୋଇପଡ଼ିଲେ । ସେତେବେଳେ ହ୍ରଦରେ ତୋଫାନ ହେଲା, ଆଉ ସେମାନଙ୍କ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ଓ ସେମାନେ ବିପଦରେ ପଡ଼ିଲେ ।

24 ସେଥିରେ ଶିଷ୍ୟମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ । ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗକୁ ଧମକ ଦେଲେ, ଆଉ ସେହି ସବୁ ବନ୍ଦ ହୋଇ ସୁସ୍ଥିର ହେଲା । 25 ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ବିଶ୍ୱାସ କାହିଁ ? କିନ୍ତୁ ସେମାନେ ଭୀତ ଓ ଚକିତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି ।

26 ପରେ ସେମାନେ ଗାଲିଲୀର ସମ୍ମୁଖବର୍ତ୍ତୀ ସେପାରିର ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ଚିଲେ । 27 ସେ ନୌକାରୁ ବାହାରି କୂଳରେ ଓହ୍ଲାନ୍ତେ ସେହି ନଗରର ଜଣେ ଭୂତଗ୍ରସ୍ତ ଲୋକ ତାହାଙ୍କୁ ଭେଟିଲା; ସେ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି ସ୍ଥାନରେ ରହୁଥିଲା ।

28 ସେ ଯୀଶୁଙ୍କୁ ଦେଖି ଚିତ୍କାର କରି ତାହାଙ୍କ ଚରଣ ତଳେ ପଡ଼ି ଉଚ୍ଚସ୍ୱରରେ କହିଲା, ହେ ମହାନ ଈଶ୍ୱରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କ'ଣ ଅଛି ? ମୁଁ ତୁମ୍ଭକୁ ନିବେଦନ କରୁଅଛି, ମୋତେ କଷ୍ଟ ଦିଅ ନାହିଁ । 29 କାରଣ ସେ ଅଶୁଚି ଆତ୍ମାକୁ ସେହି ମନୁଷ୍ୟଠାରୁ ବାହାରିଯିବା ପାଇଁ ଆଜ୍ଞା ଦେବାକୁ ଯାଉଥିଲେ । ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା, ପୁଣି, ଲୋକେ ତାହାକୁ ଶିକୁଳି ଓ ହାତ କଡ଼ି ଦ୍ୱାରା ବାନ୍ଧି ରଖୁଥିଲେ, ମାତ୍ର ସେ ବନ୍ଧନସବୁ ଛିଣ୍ଡାଇପକାଇ ଭୂତ ଦ୍ୱାରା ପ୍ରାନ୍ତରକୁ ଚାଳିତ ହେଉଥିଲା ।

30 ଯୀଶୁ ତାହାଙ୍କୁ ପଚାରିଲେ, ତୋର ନାଁ କ'ଣ ? ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ । 31 ପୁଣି, ସେ ଯେପରି ସେମାନଙ୍କୁ ପାତାଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବାକୁ ଲାଗିଲେ ।

32 ସେଠାରେ ପର୍ବତ ଉପରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା, ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଘୁଷୁରିଗୁଡ଼ାକ ମଧ୍ୟରେ ପଶିବା ପାଇଁ ଅନୁମତି ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କଲେ । 33 ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଭୂତଗୁଡ଼ାକ ସେହି ମନୁଷ୍ୟଠାରୁ ବାହାରି ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ; ସେଥିରେ ସେହି ଘୁଷୁରୀ ପଲ ଅତି ବେଗରେ ପାହାଡ଼ ଉପରୁ ଦୌଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ି ମଲେ ।

34 ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲୀଗୁଡି଼କରେ ତାହା ଜଣାଇଲେ । 35 ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭୟ କଲେ ।

36 ଆଉ, ଯେଉଁମାନେ ଦେଖିଲେ, ସେମାନେ ସେହି ଭୂତଗ୍ରସ୍ତ ଲୋକ କିପରି ସୁସ୍ଥ ହେଲା, ତାହା ସେମାନଙ୍କୁ ଜଣାଇଲେ ।

37 ସେଥିରେ ଗରାଶୀୟମାନଙ୍କ ଅଞ୍ଚଳର ଚାରିପାଖରେ ଥିବା ସମସ୍ତ ଲୋକ ସେମାନଙ୍କଠାରୁ ଯିବା ପାଇଁ ତାହାଙ୍କୁ ଅନୁରୋଧ କଲେ, କାରଣ ସେମାନେ ଅତ୍ୟନ୍ତ ଭୟଗ୍ରସ୍ତ ହୋଇଥିଲେ; ଆଉ, ସେ ଗୋଟିଏ ନୌକାରେ ଚଢ଼ି ଫେରିଆସିଲେ ।

38 କିନ୍ତୁ ଯେଉଁ ଲୋକଠାରୁ ଭୂତଗୁଡ଼ାକ ବାହାରିଯାଇଥିଲେ, ସେ ଯୀଶୁଙ୍କ ସାଙ୍ଗରେ ରହିବା ନିମନ୍ତେ ନିବେଦନ କରିବାକୁ ଲାଗିଲା; 39 ମାତ୍ର ସେ ତାହାଙ୍କୁ ବିଦାୟ କରି କହିଲେ, ତୁମ୍ଭ ଘରକୁ ଫେରିଯାଅ, ପୁଣି, ଈଶ୍ୱର ତୁମ୍ଭ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି ସେହି ସବୁ ବର୍ଣ୍ଣନା କର । ସେଥିରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହି ସବୁ ନଗରଯାକ ଘୋଷଣା କରିବାକୁ ଲାଗିଲା ।

40 ଯୀଶୁ ଫେରିଆସନ୍ତେ ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ । 41 ଆଉ, ଦେଖ, ଯାଈରସ ନାମକ ଜଣେ ବ୍ୟକ୍ତି ଆସିଲେ; ସେ ସମାଜଗୃହର ନେତା ଥିଲେ । ସେ ଯୀଶୁଙ୍କ ପାଦ ତଳେ ପଡ଼ି ଆପଣା ଗୃହକୁ ଆସିବା ନିମନ୍ତେ ତାହାଙ୍କୁ ବିନତି କଲେ, 42 କାରଣ ତାହାଙ୍କର ପ୍ରାୟ ବାର ବର୍ଷ ବୟସର ଏକମାତ୍ର କନ୍ୟା ଥିଲା, ଆଉ ସେ ମୃତପ୍ରାୟ ହୋଇଥିଲା । କିନ୍ତୁ ସେ ଯାଉଥିବା ସମୟରେ ଲୋକସମୂହ ତାହାଙ୍କ ଉପରେ ମାଡ଼ିପଡୁଥିଲେ ।

43 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ୱାରା ସୁସ୍ଥ ହୋଇ ପାରି ନ ଥିଲା, 44 ସେ ପଛଆଡ଼ୁ ଆସି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା, ଆଉ, ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା ।

45 ସେଥିରେ ଯୀଶୁ କହିଲେ, କିଏ ମୋତେ ଛୁଇଁଲା ? ମାତ୍ର ସମସ୍ତେ ଅସ୍ୱୀକାର କରନ୍ତେ, ପିତର କହିଲେ, ହେ ଗୁରୁ, ଲୋକସମୂହ ଯନ୍ତାଯନ୍ତି ହୋଇ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି । 46 କିନ୍ତୁ ଯୀଶୁ କହିଲେ, କେହି ଜଣେ ମୋତେ ଛୁଇଁଲା, କାରଣ ମୋ’ ଠାରୁ ଶକ୍ତି ବାହାରିଗଲା ବୋଲି ମୁଁ ଜାଣିଲି ।

47 ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା । 48 ସେଥିରେ ଯୀଶୁ ତାହାଙ୍କୁ କହିଲେ, ଝିଅ, ତୋହର ବିଶ୍ୱାସ ତତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା ।

49 ସେ ଏହି କଥା କହୁଥିବା ସମୟରେ ସମାଜଗୃହର ନେତାଙ୍କ ଘରୁ ଜଣେ ଆସି କହିଲା, ଆପଣଙ୍କ ଝିଅ ମରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ । 50 କିନ୍ତୁ ଯୀଶୁ ଏହା ଶୁଣି ତାହାଙ୍କୁ ଉତ୍ତର ଦେଲେ, ଭୟ କର ନାହିଁ କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ ।

51 ପୁଣି, ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ, ପୁଣି, ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ । 52 ମାତ୍ର ସମସ୍ତେ ତାହା ପାଇଁ ରୋଦନ କରୁ କରୁ ଛାତିରେ ମାରିହେଉଥିଲେ । ସେଥିରେ ସେ କହିଲେ, ରୋଦନ କର ନାହିଁ; ସେ ମରି ନାହିଁ, ମାତ୍ର ଶୋଇପଡ଼ିଅଛି । 53 କିନ୍ତୁ ସେ ମରିଯାଇଅଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ ।

54 ମାତ୍ର ସେ ତାହାର ହାତ ଧରି ଡାକି କହିଲେ, ଆଗୋ ବାଳିକା, ଉଠ । 55 ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା, ପୁଣି, ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ । 56 ଏଥିରେ ତାହାର ପିତାମାତା ଆଚମ୍ଭିତ ହେଲେ; କିନ୍ତୁ ସେହି ଘଟଣାର କଥା କାହାକୁ ନ କହିବା ପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ ।



Translation Questions

Luke 8:1

ଅନେକ ସ୍ତ୍ରୀଲୋକମାନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ କ'ଣ କଲେ ?

ଅନେକ ସ୍ତ୍ରୀଲୋକମାନେ ଆପଣା ଆପଣା ସମ୍ପତ୍ତିରୁ ସେମାନଙ୍କ ନିମନ୍ତେ ପ୍ରଦାନ କଲେ [୮:୩]।

Luke 8:11

ଯୀଶୁଙ୍କ ଦୃଷ୍ଟାନ୍ତରେ, ବୁଣାଯାଇଥିବା ବିହନ କ'ଣ ଅଟେ ?

ବିହନ ଈଶ୍ଵରଙ୍କ ବାକ୍ୟ ଅଟେ [୮:୧୧]।

ବାଟ ପାଖରେ ପଡିଥିବା ବିହନଗୁଡିକ କେଉଁମାନେ ଅଟନ୍ତି, ପୁଣି ସେମାନଙ୍କ ପ୍ରତି କ'ଣ ଘଟିଲା ?

ସେହି ଲୋକମାନେ ଏମାନେ ଯେଉଁମାନେ ବାକ୍ୟ ଶୁଣନ୍ତି, କିନ୍ତୁ ତା'ପରେ ଶୟତାନ ଆସି ତାହା ହରଣ କରିନିଏ, ଯେପରି ସେମାନ ବିଶ୍ଵାସ ନ କରନ୍ତି ପୁଣି ପରିତ୍ରାଣ ପାଆନ୍ତି ନାହିଁ [୮:୧୨]।

ପଥରେ ଉପରେ ପଡିଥିବା ବିହନଗୁଡିକ କେଉଁମାନେ ଅଟନ୍ତି, ପୁଣି ସେମାନଙ୍କ ପ୍ରତି କ'ଣ ଘଟିଲା ?

ସେହି ଲୋକମାନେ ଏମାନେ ଯେଉଁମାନେ ଆନନ୍ଦର ସହ ବାକ୍ୟ ଗ୍ରହଣ କରନ୍ତି, କିନ୍ତୁ ତା'ପରେ ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି [୮:୧୩]।

Luke 8:14

କଣ୍ଟାଗଛଗୁଡାକ ମଧ୍ୟରେ ପଡିଥିବା ବିହନଗୁଡିକ କେଉଁମାନେ ଅଟନ୍ତି, ପୁଣି ସେମାନଙ୍କ ପ୍ରତି କ'ଣ ଘଟିଲା ?

ସେହି ଲୋକମାନେ ଏମାନେ ଯେଉଁମାନେ ବାକ୍ୟ ଶୁଣନ୍ତି, କିନ୍ତୁ ତା'ପରେ ସାଂସାରିକ ଚିନ୍ତା ଓ ଧନ ଓ ସୁଖଭୋଗ ଦ୍ଵାରା ଚାପିହୋଇଯାଆନ୍ତି, ପୁଣି ସେମାନେ ପରିପକ୍ଵ ଫଳ ଉତ୍ପନ୍ନ କରନ୍ତି ନାହିଁ [୮:୧୪]।

ଉତ୍ତମ ଭୂମି ଉପରେ ପଡିଥିବା ବିହନଗୁଡିକ କେଉଁମାନେ ଅଟନ୍ତି, ପୁଣି ସେମାନଙ୍କ ପ୍ରତି କ'ଣ ଘଟିବ ?

ସେହି ଲୋକମାନେ ଏମାନେ ଯେଉଁମାନେ ବାକ୍ୟ ଶୁଣନ୍ତି, ତାହା ଧରି ରଖନ୍ତି, ଏବଂ ଧୈର୍ଯ୍ୟ ସହକାରେ ଫଳ ଉତ୍ପନ୍ନ କରନ୍ତି [୮:୧୫]।

Luke 8:19

ତାହାଙ୍କର ମା ଓ ଭାଇମାନେ କେଉଁମାନେ ଅଟନ୍ତି ବୋଲି ଯୀଶୁ କହିଲେ ?

ଯେଉଁଲୋକମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି [୮:୨୧]।

Luke 8:24

ଶିଷ୍ୟମାନେ କ'ଣ କହିଲେ ଯେତେବେଳେ ଯୀଶୁ ବାୟୁ ଓ ଜଳକୁ ସ୍ଥିର କଲେ ?

ସେମାନେ କହିଲେ, "ଏ କିଏ ଯେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି [୮:୨୫]?"

Luke 8:28

ଗରାଶୀୟମାନଙ୍କ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଭୂତମାନେ କ'ଣ କଲେ ?

ସେମାନେ ତାହାଙ୍କୁ ବିନା ଲୁଗାରେ ସ୍ଥାନରେ ରଖିଲେ, ସେମାନେ ତାହାଙ୍କୁ ଜଞ୍ଜିର ଓ ବେଡିକୁ ଛିଣ୍ଡାଇବାକୁ ସାହାଯ୍ୟକଲେ, ପୁଣି ସେମାନେ ଅନେକ ସମୟରେ ତାହାଙ୍କୁ ପ୍ରାନ୍ତରକୁ ଚାଳିତ କଲେ [୮:୨୭,୨୯]।

Luke 8:32

ଯୀଶୁ ସେମାନଙ୍କୁ ସେହି ବ୍ୟକ୍ତିଙ୍କଠାରୁ ଛାଡି ଚାଲିଯିବାକୁ କହିଲା ପରେ ଭୂତଗୁଡାକ କେଉଁଠାକୁ ଗଲେ ?

ଭୂତଗୁଡାକ ଘୁଷୁରି ପଲ ଭିତରେ ପଶିଲେ, ଯାହା ଅତି ବେଗରେ ହ୍ରଦ ଭିତରକୁ ଦୌଡିଗଲେ ପୁଣି ବୁଡି ମଲେ [୮:୩୩]।

Luke 8:38

ସେହି ଲୋକଙ୍କୁ ଯାଇ କ'ଣ କରିବାକୁ ଯୀଶୁ କହିଲେ ?

ଘରକୁ ଯାଇ ଈଶ୍ଵର ତାହାଙ୍କ ନିମନ୍ତେ ଯେଉଁ ମହାନ କର୍ମ କରିଥିଲେ ସେହିସବୁ ବର୍ଣ୍ଣନା କରିବାକୁ ଯୀଶୁ ତାହାଙ୍କୁ କହିଲେ [୮:୩୯]।

Luke 8:47

ଯୀଶୁଙ୍କ ଅନୁସାରେ, ପ୍ରଦରରୋଗଗ୍ରସ୍ତା ଜଣେ ସ୍ତ୍ରୀର ସୁସ୍ଥ ହେବାର କାରଣ କ'ଣ ଥିଲା ?

ଯୀଶୁଙ୍କଠାରେ ତାହାର ବିଶ୍ଵାସ ହେତୁ ସେ ସୁସ୍ଥ ହୋଇଥିଲା [୮:୪୮]।

Luke 8:54

ଯାଇରସଙ୍କ ଘରେ ଯୀଶୁ କ'ଣ କଲେ ?

ଯୀଶୁ ଯାଇରସଙ୍କ ଝିଅଙ୍କୁ ମୃତ୍ୟୁରୁ ଉଠାଇଲେ [୮:୫୫]।


Chapter 9

1 ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ । 2 ଆଉ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ ।

3 ଏବଂ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା (ବସ୍ତ୍ର) ସାଙ୍ଗରେ ରଖ ନାହିଁ । 4 ଆଉ ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ନ ବାହାରିବା ପର୍ଯ୍ୟନ୍ତ ସେଠାରେ ରୁହ ।

5 ଆଉ ଯେତେ ଲୋକ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେହି ନଗରରୁ ବାହାରିବା ସମୟରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ । 6 ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ ।

7 ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ; 8 ପୁଣି, କେହି କେହି ଏଲିୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ । 9 କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ ।

10 ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହି ସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ । ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥସାଇଦା ନାମକ ନଗରକୁ ଚାଲିଗଲେ । 11 କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ୱରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ ।

12 ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ସାଇଗୁଡ଼ିକକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ । 13 କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କ'ଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା ? 14 କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ । ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ ।

15 ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ । 16 ଆଉ, ସେ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହି ସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । 17 ସେଥିରେ ସମସ୍ତେ ଖାଇ ତୃପ୍ତ ହେଲେ, ଆଉ ସେମାନେ ସେମାନଙ୍କ ନିକଟରେ ବଳିଥିବା ବାର ଟୋକେଇ ଭଙ୍ଗା ଖଣ୍ଡ ଉଠାଇନେଲେ ।

18 ଥରେ ସେ ଏକୁଟିଆ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ, ଆଉ ସେ ସେମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକସାଧାରଣ କ'ଣ କହନ୍ତି ? 19 ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲିୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ।

20 ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ? ପିତର ଉତ୍ତର ଦେଲେ, ଆପଣ ଈଶ୍ୱରଙ୍କ ଖ୍ରୀଷ୍ଟ" ।

21 ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, 22 ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ଉଠିବାକୁ ହେବ ।

23 ସେତବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । 24 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ । 25 ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ ?

26 ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ । 27 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ ।

28 ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ । 29 ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା ।

30 ଆଉ ଦେଖ, ମୋଶା ଓ ଏଲିୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ; 31 ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ ।

32 ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ । 33 ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ । କିନ୍ତୁ ସେ କ'ଣ କହୁଅଛନ୍ତି, ତାହା ଜାଣିଲେ ନାହିଁ ।

34 ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ । 35 ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ । 36 ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ । ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ ।

37 ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ । 38 ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋ' ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା; 39 ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ, ତାହା ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ । 40 ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ ।

41 ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି ? ତୁମ୍ଭର ପୁଅକୁ ଏଠିକି ନେଇଆସ । 42 ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ ।

43 ସେଥିରେ ସମସ୍ତେ ଈଶ୍ୱରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ । ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,

44 ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି । 45 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ , ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ ।

46 ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା । 47 କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣି ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ, 48 ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ ।

49 ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ । 50 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ ।

51 ପରେ ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମକୁ ଯିବା ନିମନ୍ତେ ମନକୁ ଦୃଢ଼ କରି, 52 ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ; 53 କିନ୍ତୁ ସେ ଯିରୂଶାଲମକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ ।

54 ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୁ, [ଏଲିୟ ମଧ୍ୟ ଯେପରି କରିଥିଲେ, ସେହିପରି] ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କ'ଣ ଆପଣଙ୍କର ଇଚ୍ଛା ? 55 କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ । ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି । 56 ତାପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ ।

57 ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି । 58 ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର (ଯୀଶୁ) ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ ।

59 ପୁଣି, ସେ ଆଉ ଜଣକୁ କହିଲେ, ମୋହର ଅନୁସରଣ କର । କିନ୍ତୁ ସେ କହିଲେ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ । 60 ମାତ୍ର ସେ ତାହାଙ୍କୁ କହିଲେ, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ୱରଙ୍କ ରାଜ୍ୟ ପ୍ରଚାର କର ।

61 ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ । 62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ ।



Translation Questions

Luke 9:1

ଯୀଶୁ ଦ୍ଵାଦଶଙ୍କୁ କ'ଣ କରିବାକୁ ପ୍ରେରଣ କଲେ ?

ଯୀଶୁ ସେମାନଙ୍କୁ ଈଶ୍ଵରଙ୍କ ରାଜ୍ୟ ଘୋଷଣା କରିବାକୁ ପୁଣି ସୁସ୍ଥ କରିବାକୁ ପ୍ରେରଣ କଲେ [୯:୨]।

Luke 9:7

କେତେକ ଲୋକମାନଙ୍କଠାରୁ ହେରୋଦ ଯୀଶୁ କିଏ ଥିଲେ ସେହି ସମ୍ବନ୍ଧରେ ତିନୋଟି ସମ୍ଭବ ବ୍ୟାଖ୍ୟା ଶୁଣିଥିଲେ । ସେଗୁଡିକ କ'ଣ ଥିଲା ?

କେତେକ କହିଲେ ମୃତମାନଙ୍କ ମଧ୍ୟରୁ ଉଠିଥିବା ବାପ୍ତିଜିତ ଯୋହନ ଯୀଶୁ ଥିଲେ ବୋଲି, କେହି କେହି କହିଲେ ଏଲୀୟ ଦର୍ଶନ ଦେଇଥିଲେ ବୋଲି, ପୁଣି କେତେକ କହିଲେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହୋଇଥିଲେ ବୋଲି [୯:୭-୮]।

Luke 9:12

ପ୍ରାନ୍ତର ସ୍ଥାନରେ ଥିବା ଲୋକସମୂହ ମଧ୍ୟରେ ପ୍ରାୟ କେତେ ଜଣ ପୁରୁଷ ଯୀଶୁଙ୍କ ଅନୁଗମନ କରୁଥିଲେ ?

ପ୍ରାୟ ପାଞ୍ଚହଜାର ପୁରୁଷ ସେଠାରେ ଥିଲେ [୯:୧୪]।

Luke 9:15

ଲୋକସମୂହକୁ ଭୋଜନ ଦେବାକୁ ଶିଷ୍ୟମାନଙ୍କ ପାଖରେ କେଉଁ ଖାଦ୍ୟ ଥିଲା ?

ସେମାନଙ୍କ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଥିଲା [୯:୧୩,୧୬]।

ଯୀଶୁ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ସହ କ'ଣ କଲେ ?

ସେ ସ୍ଵର୍ଗଆଡେ ଉର୍ଦ୍ଧ୍ୱଦୃଷ୍ଟି କଲେ, ସେହି ସବୁକୁ ଆଶୀର୍ବାଦ କଲେ, ପୁଣି ସେଗୁଡିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ, ଏବଂ ଲୋକସମୂହକୁ ପରିବେଷଣ କରିବାକୁ ଶିଷ୍ୟମାନଙ୍କୁ ଦେଲେ [୯:୧୬]।

ସେଠାରେ କେତେକ ଟୋକେଇ ବଳକା ଖାଦ୍ୟ ଥିଲା ?

ସେଠାରେ ପୂର୍ଣ୍ଣ ବାର ଟୋକେଇ ଖାଦ୍ୟ ଥିଲା [୯:୧୭]।

Luke 9:20

ଯେତେବେଳେ ଯୀଶୁ ଶିଷ୍ୟମାନଙ୍କୁ ସେ କିଏ ଥିଲେ ବୋଲି ପଚାରିଲେ, ସେତେବେଳେ ପିତର କ'ଣ ଉତ୍ତର ଦେଲେ ?

ସେ କହିଲେ, "ଈଶ୍ଵରଙ୍କ ଖ୍ରୀଷ୍ଟ [୯:୨୦]।"

Luke 9:23

ଯୀଶୁ କହିଲେ ଯଦି କେହି ମୋହର ଅନୁଗାମୀ ହେବାକୁ ଚାହେଁ, ତେବେ ସେ କ'ଣ କରିବା ଆବଶ୍ୟକ ?

ସେ ନିଜକୁ ଅସ୍ଵୀକାର କରୁ, ପ୍ରତିଦିନ ଆପଣ କ୍ରୁଶ ବହନ କରୁ, ପୁଣି ଯୀଶୁଙ୍କ ଅନୁଗମନ କରୁ [୯:୨୩]।ଙ

Luke 9:28

ପର୍ବତ ଉପରେ ଯୀଶୁଙ୍କ ରୂପ ପ୍ରତି କ'ଣ ହେଲା ?

ତାହାଙ୍କ ମୁଁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଶୁଭ୍ରବର୍ଣ୍ଣ ଓ ଅତି ଉଜ୍ଜଳ ହେଲା [୯:୨୯]।

Luke 9:30

ଯୀଶୁଙ୍କ ସହିତ କିଏ ଦେଖାଗଲେ ?

ଯୀଶୁଙ୍କ ସହିତମୋଶାଓ ଏଲୀୟ ଦେଖାଗଲେ [୯:୩୦]।

Luke 9:34

ସେମାନଙ୍କୁ ଆଚ୍ଛାଦନ କରିଥିବା ମେଘରୁ ବାଣୀ କହିଲା ?

ଏହି ବାଣୀ ହେଲା, "ଏହା ଆମ୍ଭର ମନୋନୀତ ପୁତ୍ର; ତାହାଙ୍କ ବାକ୍ୟ ଶୁଣ [୯:୩୫]।"

Luke 9:37

ଯୀଶୁ ଭୂତକୁ ବାହାର କରିବା ପୂର୍ବରୁ, ତାହା ଜଣେ ଲୋକର ପୁତ୍ରକୁ କ'ଣ କରୁଥିଲା ?

ଭୂତ ତାହାକୁ ଚିତ୍କାର କରିବାକୁ ଉଦ୍ୟମ କରାଉଥିଲା ପୁଣି ତାହାକୁ ମୋଡି ପକାଉଥିଲା ଯେ ତାହାର ମୁଁହଁରେ ଫେଣ ବାହାରୁ ଥିଲା [୯:୩୯]।

Luke 9:43

କେଉଁ ଉକ୍ତି ଶିଷ୍ୟମାନଙ୍କ ସମ୍ମୁଁଖରେ ଯୀଶୁ କହିଲେ ଯେ ସେମାନେ ତାହା ବୁଝି ପାରିଲେ ନାହିଁ ?

ସେ କହିଲେ, "ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ [୯:୪୪]।"

Luke 9:46

ଶିଷ୍ୟମାନଙ୍କ ମଧ୍ୟରୁ କିଏ ଜଣେ ଶ୍ରେଷ୍ଠ ବୋଲି ଯୀଶୁ କହିଲେ ?

ସେମାନଙ୍କ ମଧ୍ୟରେ ଯେ କ୍ଷୁଦ୍ର ସେ ଶ୍ରେଷ୍ଠ ଅଟେ [୯:୪୮]।

Luke 9:51

ଯେତେବେଳେ ଯୀଶୁଙ୍କ ସ୍ଵର୍ଗରୋହଣର ଦିନ ପାଖେଇ ଆସୁଥିଲା, ସେତେବେଳେ ସେ କ'ଣ କଲେ ?

ସେ ଯିରୂଶାଲମ ଯିବାକୁ ତାହାଙ୍କ ମନକୁ ଦୃଢ କଲେ [୯:୫୧]।

Luke 9:61

ଈଶ୍ଵରଙ୍କ ରାଜ୍ୟ ନିମନ୍ତେ ଯୋଗ୍ୟ ହେବାକୁ, ଜଣେ ବ୍ୟକ୍ତି ଥରେ "ତାହାର ଲଙ୍ଗଳରେ ହାତ ଦେଲା ପରେ" କ'ଣ ନ କରିବା ଉଚିତ୍ ?

ସେହି ବ୍ୟକ୍ତି ପଛକୁ ଚାହିଁବା ଉଚିତ୍ ନୁହେଁ [୯:୬୨]।


Chapter 10

1 ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ । 2 ପୁଣି, ସେ ସେମାନଙ୍କୁ କହିଲେ, ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ; ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ନିକଟରେ ନିବେଦନ କର ।

3 ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି । 4 ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ ।

5 ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ । 6 ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ । 7 ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ । ଘରକୁ ଘର ଯାଅ ନାହିଁ ।

8 ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର, 9 ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ ।

10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ, 11 ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ିଦେଉଅଛୁ; ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ । 12 ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ ।

13 ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ । 14 ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ । 15 ଆଉ, ରେ କଫର୍ନାହୂମ ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ ।

16 ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋ' କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋ' ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ ।

17 ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି । 18 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି । 19 ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ । 20 ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି, ଏଥିରେ ଆନନ୍ଦ କର ।

21 ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥି ନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା ।

22 ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋ’ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ ।

23 ପୁଣି, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହି ସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ । 24 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ ସେହି ସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ ।

25 ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି ? 26 ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥାରେ କ'ଣ ଲେଖା ଅଛି ? ତୁମ୍ଭେ କିପରି ପାଠ କରୁଅଛ ? 27 ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । 28 ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ ।

29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ ? 30 ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା । ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ ।

31 ଘଟଣା ପରେପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ । 32 ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ ।

33 କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ, 34 ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତେଲ ଓ ଦ୍ରାକ୍ଷାରସ ଢ଼ାଳି ସେହି ସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ । 35 ତହିଁ ଆରଦିନ ସେ ଦୁଇଟି ଟଙ୍କା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି ।

36 ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡ଼ରେ ପଡିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ ? 37 ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ । ଯୀଶୁ ତାହାଙ୍କୁ କହିଲେ, ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର ।

38 ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମରେ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ଡାକିଲେ । 39 ତାହାଙ୍କର ଜଣେ ଭଉଣୀ ଥିଲେ ତାଙ୍କ ନାମ ମରିୟମ , ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ ।

40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋ’ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କ'ଣ ଆପଣଙ୍କର ମନ ନାହିଁ ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ । 41 କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ, 42 କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକ; ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ ।



Translation Questions

Luke 10:3

ସତୁରି ଜଣଙ୍କୁ ସେମାନଙ୍କ ସହିତ କ'ଣ ନ ନେବାକୁ ଯୀଶୁ କହିଲେ ?

ସେମାନେ ଟଙ୍କାର ଥଳି, ଯେକୌଣସି ଝୋଲି, କିମ୍ବା ଯୋତା ନ ନେବା ଆବଶ୍ୟକ [୧୦:୪]।

Luke 10:8

ପ୍ରତ୍ୟେକ ନଗରରେ ଯୀଶୁ ସତୁରି ଜଣଙ୍କୁ କ'ଣ କରିବାକୁ କହିଲେ ?

ସେ ସେମାନଙ୍କୁ ପୀଡିତମାନଙ୍କୁ ସୁସ୍ଥ କରିବାକୁ, "ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟକୁ ଆସିଅଛି ବୋଲି ଲୋକମାନଙ୍କୁ କହିବାକୁ କହିଲେ [୧୦:୯]।"

Luke 10:10

ଯୀଶୁ ଯେଉଁମାନଙ୍କୁ ପ୍ରେରଣ କରିଥିଲେ ଯଦି ସେମାନଙ୍କୁ ଏକ ନଗର ଗ୍ରହଣ କରେ ନାହିଁ, ତେବେ ସେହି ନଗରର ନ୍ୟାୟ କିପରି ହେବ ?

ସଦୋମର ନ୍ୟାୟ ଅପେକ୍ଷା ସେହି ନଗରର ନ୍ୟାୟ ଅଧିକ ହେବ [୧୦:୧୨]।

Luke 10:17

ଯେତେବେଳେ ସତୁରି ଜଣ ଫେରିଆସିଲେ ଏବଂ ସେମାନେ ଯେ ଭୂତମାନଙ୍କୁ ବାହର କଲେ ତାହା ଆନନ୍ଦ ସହ ଜଣାଇଲେ, ସେତେବେଳେ ଯୀଶୁ ସେମାନଙ୍କୁ କ'ଣ କହିଲେ ?

ସେ କହିଲେ, "ଏଥିରେ ଆନନ୍ଦ କରିବା ଅପେକ୍ଷା ତୁମ୍ଭମାନଙ୍କ ନାମ ଯେ ସ୍ଵର୍ଗରେ ଲେଖା ହୋଇଅଛି ସେଥିରେ ଆନନ୍ଦ କର [୧୦:୨୦]।"

Luke 10:21

ଈଶ୍ଵରଙ୍କ ରାଜ୍ୟ କାହାକୁ ପ୍ରକାଶ କରିବାରେ ପିତାଙ୍କ ଦୃଷ୍ଟିରେ ସନ୍ତୋଷର ବିଷୟ ଥିଲା ବୋଲି ଯୀଶୁ କହିଲେ ?

ଈଶ୍ଵରଙ୍କ ରାଜ୍ୟ ଯେଉଁମାନେ ଅଶିକ୍ଷିତ, ଶିଶୁମାନଙ୍କ ପରି ଲୋକମାନଙ୍କୁ ପ୍ରକାଶ କରିବାରେ ପିତାଙ୍କ ଦୃଷ୍ଟିରେ ସନ୍ତୋଷର ବିଷୟ ଥିଲା [୧୦:୨୧]।

Luke 10:25

ଯୀଶୁଙ୍କ ଅନୁସାରେ, ଜଣେ ବ୍ୟକ୍ତି ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ କ'ଣ କରିବା ଆବଶ୍ୟକ ବୋଲି ଯିହୁଦୀମାନଙ୍କର ବ୍ୟବସ୍ଥା କହେ ?

ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି, ସମସ୍ତ ମନ, ଦେଇ ଆପଣା ପ୍ରଭୁ ଈଶ୍ଵରଙ୍କୁ ପ୍ରେମ କରିବା ଆବଶ୍ୟକ, ପୁଣି ଆପଣା ପ୍ରତିବାସୀକୁ ଆତ୍ମାତୁଲ୍ୟ ପ୍ରେମ କରିବା ଆବଶ୍ୟକ [୧୦:୨୭]।

Luke 10:31

ଯୀଶୁଙ୍କ ଦୃଷ୍ଟାନ୍ତରେ, ଜଣେ ଯିହୁଦୀୟ ଯାଜକ କ'ଣ କଲେ ଯେତେବେଳେ ସେ ବାଟରେ ଦରମରା ଅବସ୍ଥାରେ ପଡିଥିବା ଲୋକକୁ ଦେଖିଲେ ?

ସେ ଆରପାଖ ଦେଇ ଚାଲିଗଲେ [୧୦:୩୧]।

ଲେବୀୟ କ'ଣ କଲା ଯେତେବେଳେ ସେ ସେହି ଲୋକକୁ ଦେଖିଲା ?

ସେ ଆରପାଖ ଦେଇ ଚାଲିଗଲେ [୧୦:୩୨]।

Luke 10:33

ଶମିରୋଣୀୟ କ'ଣ କଲା ଯେତେବେଳେ ସେ ସେହି ଲୋକକୁ ଦେଖିଲା ?

ସେ ତାହାର କ୍ଷତସବୁ ବାନ୍ଧିଲେ, ତାହାଙ୍କ ବାହନ ଉପରେ ତାହାକୁ ରଖିଲେ, ଗୋଟିଏ ପାନ୍ଥାଶାଳକୁ ଆଣିଲେ, ପୁଣି ତାହାର ସେବା ଶୁଶ୍ରୂଷା କଲେ [୧୦:୩୪]।

Luke 10:36

ଏହି ଦୃଷ୍ଟାନ୍ତ କହିଲା ପରେ, ଯିହୁଦୀୟ ବ୍ୟବସ୍ଥାର ଶିକ୍ଷକମାନଙ୍କୁ ଯାଇ କ'ଣ କରିବାକୁ ଯୀଶୁ କହିଲେ ?

ଦୃଷ୍ଟାନ୍ତର ଶମିରୋଣ ପରି ଯାଅ ପୁଣି ଲୋକମାନଙ୍କ ପ୍ରତି ଦୟା କର [୧୦:୩୭]।

Luke 10:38

ସେହି ସମୟରେ ମରିୟମ କ'ଣ କଲେ ?

ସେ ଯୀଶୁଙ୍କ ପାଦ ତଳେ ବସିଲେ ପୁଣି ତାହାଙ୍କୁ ଶୁଣିଲେ [୧୦:୩୯]।

Luke 10:40

ମାର୍ଥା କ'ଣ କଲେ ଯେତେବେଳେ ଯୀଶୁ ତାହାଙ୍କ ଗୃହକୁ ଆସିଲେ ?

ସେ ଭୋଜନ ପ୍ରସ୍ତୁତରେ ବହୁତ ବ୍ୟସ୍ତ ଥିଲେ [୧୦:୪୦]।

କିଏ ଉତ୍ତମ ଭାଗ ମନୋନୀତ କରିଥିଲା ବୋଲି ଯୀଶୁ କହିଲେ ?

ମରିୟମ ଉତ୍ତମ ଭାଗ କରିବାକୁ ମନୋନୀତ କରିଥିଲେ ବୋଲି ସେ କହିଲେ [୧୦:୪୨]।


Chapter 11

1 ଥରେ ସେ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ; ସେ ପ୍ରାର୍ଥନା ସମାପ୍ତ କରନ୍ତେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଅନ୍ତୁ ।

2 ଏଥିରେ ସେ ସେମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ ।

3 ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ । 4 ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧିକୁ କ୍ଷମା କରୁ । ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ ।

5 ଆଉ, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ କହିବ, ହେ ବନ୍ଧୁ, ମୋତେ ତିନୋଟି ରୁଟି ଉଧାର ଦିଅ, 6 କାରଣ ମୋହର ଜଣେ ପଥିକ ବନ୍ଧୁ ମୋ' ନିକଟକୁ ଆସିଅଛନ୍ତି, ତାହାଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ମୋ' ପାଖରେ କିଛି ନାହିଁ, 7 ଆଉ ସେ ଭିତରୁ ଏପରି ଉତ୍ତର ଦେବ, ମୋତେ କଷ୍ଟ ଦିଅ ନାହିଁ; ଦ୍ୱାର ବନ୍ଦ ହେଲାଣି, ଆଉ ମୋର ପିଲାମାନେ ମୋ’ ସାଙ୍ଗରେ ଶୋଇଛନ୍ତି; ମୁଁ ଉଠି ତୁମ୍ଭକୁ ଦେଇ ପାରିବି ନାହିଁ ? 8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁଥର ମାଗିବାରୁ ସେ ଉଠି, ତାହାର ଯେତେ ଆବଶ୍ୟକ, ତାହାକୁ ସେତେ ଦେବ ।

9 ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇଦିଆଯିବ । 10 କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଦ୍ୱାର ଫିଟାଦିଆଯିବ ।

11 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ ? 12 କିମ୍ବା ଅଣ୍ଡା ମାଗିଲେ ସେ ତାହାକୁ ବିଛା ଦେବ ? 13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ !

14 ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା । ଭୂତ ବାହାରିଗଲା ପରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚକିତ ହେଲେ । 15 କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତ ଛଡ଼ାଏ ।

16 ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଏକ ଚିହ୍ନ ମାଗିଲେ । 17 କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇ ଯାଏ, ପୁଣି, ଗୃହ ଗୃହ ଉପରେ ପଡ଼େ ।

18 ଆଉ ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ ? ମୁଁ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ । 19 କିନ୍ତୁ ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି ? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ । 20 କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି ।

21 ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ; 22 କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହି ସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ । 23 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋ’ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ ।

24 ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରିଆସିଥିଲି, ମୋହର ସେହି ଘରକୁ ଫେରିଯିବି; 25 ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ । 26 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟି ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ ।

27 ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ କହିଲେ, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ । 28 ମାତ୍ର ସେ କହିଲେ, ନା, ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେହିମାନେ ଧନ୍ୟ ।

29 ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, ଏହି କାଳର ଲୋକମାନେ ଦୁଷ୍ଟ; ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ । 30 କାରଣ ଯୂନସ ଯେପରି ନୀନିବୀୟମାନଙ୍କ ପ୍ରତି ଚିହ୍ନ ଭଳି ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ଯୁଗର ଲୋକମାନଙ୍କ ପ୍ରତି ହେବେ ।

31 ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।

32 ନୀନିବୀର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।

33 କେହି ଦୀପ ଜାଳି ଗୁପ୍ତ କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି । 34 ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ । ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ । 35 ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ । 36 ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ ।

37 ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ ।

38 କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ ।

39 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳୀର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତରେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ । 40 ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ ? 41 ବରଂ ଭିତରେ ଯାହା ଯାହା ଅଛି, ସେହି ସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ ।

42 କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ୱରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ ।

43 ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ । 44 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ ।

45 ଏଥିରେ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଏହା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି । 46 ସେ କହିଲେ, ହାୟ, ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ ଏବଂ ନିଜେ ଗୋଟିଏ ଆଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ ।

47 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର କବର ତିଆରି କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃପୁରୁଷମାନେ ସେମାନଙ୍କୁ ବଧ କରିଥିଲେ । 48 ଅତଏବ ତୁମ୍ଭମାନଙ୍କ ପିତୃପୁରୁଷଙ୍କ କର୍ମ ବିଷୟରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର କବର ସ୍ତମ୍ଭ ତିଆରି କରୁଥାଅ ।

49 ତେଣୁ ଈଶ୍ୱର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ, 50 ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟସ୍ଥଳରେ ହତ ହେଲେ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି, 51 ସେ ସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ ।

52 ହାୟ ଦଣ୍ଡର ପାତ୍ର ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର ଚାବି ହରଣ କଲ; ତୁମ୍ଭେମାନେ ନିଜେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ବାଧା ଦେଲ ।

53 ଆଉ, ସେ ସେଠାରୁ ବାହାରିଗଲା ପରେ ଶାସ୍ତ୍ରୀ ଓ ଫାରୂଶୀମାନେ ଅତିଶୟ ଈର୍ଷା କରି 54 ତାହାଙ୍କ ମୁଖର କୌଣସି କଥା ଧରିବା ନିମନ୍ତେ ଫାନ୍ଦ ପକାଇ ତାହାଙ୍କୁ ଅନେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ ।



Translation Questions

Luke 11:3

କେଉଁ ପ୍ରାର୍ଥନା ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କରିବାକୁ ଶିଖାଇଲେ ?

ସେ ପ୍ରାର୍ଥନା କଲେ, "ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ । ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହର ଦିଅ ଓ ଆମ୍ଭମାନଙ୍କ ପାପ ସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧିକୁ କ୍ଷମା କରୁ । ଏବଂ ଆମ୍ଭମାନଙ୍କୁ ପରୀକ୍ଷାରେ ଆଣ ନାହିଁ [୧୧:୨-୪]।"

Luke 11:5

ଯୀଶୁଙ୍କ ଦୃଷ୍ଟାନ୍ତରେ, କାହିଁକି ଜଣେ ଲୋକ ଉଠିଲା ପୁଣି ମଧ୍ୟରାତ୍ରିରେ ତାହାଙ୍କ ବନ୍ଧୁଙ୍କୁ ରୋଟୀ ଦେଲେ ?

ବନ୍ଧୁଙ୍କର ଅବିରତ ହେତୁ [୧୧:୮]।

Luke 11:11

ସ୍ଵର୍ଗସ୍ଥ ପିତା ସେମାନଙ୍କୁ କ'ଣ ଦେବେ ଯେଉଁମାନେ ତାହାଙ୍କୁ ମାଗନ୍ତି ?

ସେ ପବିତ୍ର ଆତ୍ମା ଦେବେ [୧୧:୧୩]।

Luke 11:14

ଯେତେବେଳେ ତାହାଙ୍କୁ ଭୂତମାନଙ୍କୁ ଛଡାଇବା ଦେଖିଲେ, କେତେକ ଯୀଶୁଙ୍କ ବିରୁଦ୍ଧରେ କ'ଣ ନିନ୍ଦା କଲେ ?

ଭୂତପତି, ବାଆଲଜିବୂଲର ଦ୍ଵାରା ସେ ଭୂତ ଛଡାଉଅଛି ବୋଲି ତାହାଙ୍କୁ ନିନ୍ଦା କଲେ [୧୧:୧୫]।

Luke 11:18

ଯୀଶୁ କେଉଁ ଶକ୍ତି ଦ୍ଵାରା ଭୂତମାନଙ୍କୁ ଛଡାଉଅଛନ୍ତି ବୋଲି ସେ ଉତ୍ତର ଦେଲେ ?

ଈଶ୍ଵରଙ୍କ ଆଙ୍ଗୁଳି ଦ୍ଵାରା ସେ ଭୂତମାନଙ୍କୁ ଛଡାଇଲେ [୧୧:୨୦]।

Luke 11:24

ଯଦି ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରି ଯାଏ ପୁଣି ପରେ ଫେରିଆସେ, ସେହି ମନୁଷ୍ୟର ଶେଷ ଅବସ୍ଥା କ'ଣ ହେବ ?

ସେହି ଲୋକର ପ୍ରଥମ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥା ଅଧିକ ମନ୍ଦ ହେବ [୧୧:୨୬]।

Luke 11:27

ଯେତେବେଳେ ଜଣେ ସ୍ତ୍ରୀ ଉଚ୍ଚ ସ୍ଵରରେ କହିଲା, ଧନ୍ୟ ଯୀଶୁଙ୍କ ମାତା, ସେତେବେଳେ ଯୀଶୁ କିଏ ଧନ୍ୟ ବୋଲି କହିଲେ ?

ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଏବଂ ତାହା ପାଳନ କରନ୍ତି [୧୧:୨୮]।

Luke 11:32

କେଉଁ ଦୁଇ ପୁରାତନ ନିୟମର ଲୋକମାନଙ୍କଠାରୁ ଯୀଶୁ ଶ୍ରେଷ୍ଠ ଥିଲେ ବୋଲି ସେ କହିଲେ ?

ଶଲୋମନ ଓ ଯୂନସ [୧୧:୩୧-୩୨]।

Luke 11:42

କ'ଣ ଫାରୂଶୀମାନେ ଅବହେଳା କଲେ ବୋଲି ଯୀଶୁ କହିଲେ ?

ସେମାନେ ନ୍ୟାୟ ଓ ଈଶ୍ଵରଙ୍କ ପ୍ରେମ ଅବହେଳା କଲେ [୧୧:୪୨]।

Luke 11:45

ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ଅନ୍ୟମାନଙ୍କ ପ୍ରତି କ'ଣ କରୁଥିଲେ ବୋଲି ଯୀଶୁ କହିଲେ ?

ସେମାନେ ଲୋକମାନଙ୍କୁ ଅଧିକ ଭାର ଲଦୁ ଥିଲେ ଯାହା ବହିନେବାରେ କଷ୍ଟକର, କିନ୍ତୁ ନିଜେ ସେହିସବୁକୁ ସ୍ପର୍ଶ କରୁ ନ ଥିଲେ [୧୧:୪୬]।

Luke 11:49

କ'ଣ ପାଇଁ ଏହି ପିଢି ଦାୟୀ ହେବ ବୋଲି ଯୀଶୁ କହିଲେ ?

ସେମାନେ ଜଗତର ଆରମ୍ଭଠାରୁ ଘଟିଥିବା ସମସ୍ତ ଭାବବାଦୀମାନଙ୍କ ରକ୍ତପାତର ଦାୟୀ ହେବେ [୧୧:୫୦]।

Luke 11:53

ଯୀଶୁଙ୍କ ବାକ୍ୟ ଶୁଣିଲା ପରେ ଶାସ୍ତ୍ରୀ ଓ ଫାରୂଶୀମାନେ କ'ଣ କଲେ ?

ସେମାନେ ତାହାଙ୍କ ବିରୋଧ କଲେ ପୁଣି ତାହାଙ୍କ ସହିତ ତର୍କବିତର୍କ କଲେ, ପୁଣି ତାହାଙ୍କ କଥାକୁ ଧରି ତାହାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଥିଲେ [୧୧:୫୪]।


Chapter 12

1 ଏଥିମଧ୍ୟରେ ଅସଂଖ୍ୟ ଅସଂଖ୍ୟ ଲୋକ ଏକତ୍ର ହୋଇ ପରସ୍ପର ଉପରେ ମାଡ଼ି ପଡ଼ୁଥିଲେ; ସେତେବେଳେ ସେ ପ୍ରଥମେ ଆପଣା ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, ଫାରୂଶୀମାନଙ୍କ ଖମୀର ସ୍ୱରୂପ କପଟତା ବିଷୟରେ ସାବଧାନ ହୋଇଥାଅ ।

2 କିନ୍ତୁ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ, । 3 ଅତଏବ ତୁମ୍ଭେମାନେ ଯାହା ଅନ୍ଧକାରରେ କହିଅଛ, ସେହି ସବୁ ଆଲୋକରେ ଶୁଣାଯିବ, ପୁଣି, ଯାହା ଗୁପ୍ତ କୋଠରୀରେ ଗୋପନରେ କହିଅଛ, ତାହା ଘର ଛାତ ଉପରେ ଘୋଷଣା କରାଯିବ ।

4 କିନ୍ତୁ ମୋର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ । 5 କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର ।

6 ପାଞ୍ଚୋଟି ଘରଚଟିଆ କ'ଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ୱର ଭୁଲିଯାଆନ୍ତି ନାହିଁ । 7 କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଛି । ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ ।

8 ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଲୋକମାନଙ୍କ ଆଗରେ ମୋତେ ସ୍ୱୀକାର କରିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ; 9 କିନ୍ତୁ ଯେ ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ତାହାକୁ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ୱୀକାର କରାଯିବ । 10 ଆଉ ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ; ମାତ୍ର ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହିବ, ତାହାକୁ କ୍ଷମା ଦିଆଯିବ ନାହିଁ ।

11 ଆଉ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, ଶାସନକର୍ତ୍ତା ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବାକି କଥା ଉତ୍ତର ଦେବ କିମ୍ବା କ'ଣ କହିବ, ସେ ବିଷୟରେ ଚିନ୍ତା କର ନାହିଁ; 12 କାରଣ କ'ଣ କହିବାକୁ ହେବ, ତାହା ପବିତ୍ର ଆତ୍ମା ସେହି ସମୟରେ ତୁମ୍ଭମାନଙ୍କୁ ଶିଖାଇବେ ।

13 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋ'ର ଭାଇକୁ ମୋ' ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ । 14 କିନ୍ତୁ ସେ ତାହାଙ୍କୁ କହିଲେ, ହେ ଭାଇ. କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ମଧ୍ୟସ୍ଥ କରି ନିଯୁକ୍ତ କଲା ? 15 ପୁଣି, ସେ ସେମାନଙ୍କୁ କହିଲେ, ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ ।

16 ଆଉ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା । 17 ସେଥିରେ ସେ ମନେ ମନେ ଚିନ୍ତା କରି କହିଲେ, କ'ଣ କରିବି ? କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ । 18 ପୁଣି, ସେ କହିଲା, ଏହା କରିବି; ମୋର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି, 19 ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;

20 କିନ୍ତୁ ଈଶ୍ୱର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହି ସବୁ କାହାର ହେବ ? 21 ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ ।

22 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । 23 କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ ।

24 କାଉମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଭଣ୍ଡାରଘର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ ! 25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇ ପାରେ ? 26 ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ ?

27 ଫୁଲଗୁଡ଼ିକ ବିଷୟ ଭାବି ଦେଖ, ସେଗୁଡ଼ିକ କିପରି ସୁତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ । 28 କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ !

29 ପୁଣି, କ'ଣ ଖାଇବ ଓ କ'ଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ, 30 କାରଣ ଜଗତର ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି; କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ପିତା ଜାଣନ୍ତି ।

31 ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ ।

32 ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କର ପିତାଙ୍କର ମହା ଆନନ୍ଦ ।

33 ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଥଳି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା ପୋକ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର, 34 କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ ।

35 ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ; 36 ଆଉ ପ୍ରଭୁ ବିବାହ-ଉତ୍ସବରୁ ଫେରିଆସି ଦ୍ୱାରରେ ମାରିବା ମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ସେହିକ୍ଷଣି ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ ।

37 ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ, ସେମାନେ ଧନ୍ୟ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ଆପଣାର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ । 38 ଆଉ ସେ ଯଦି ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ ।

39 କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ । 40 ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ ।

41 ସେଥିରେ ପିତର କହିଲେ, ହେ ପ୍ରଭୁ, ଆପଣ କେବଳ ଆମ୍ଭମାନଙ୍କୁ ନା ସମସ୍ତଙ୍କୁ ଏହି ଦୃଷ୍ଟାନ୍ତ କହୁଅଛନ୍ତି ? 42 ପ୍ରଭୁ କହିଲେ, ଏଣୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ନିରୂପିତ ଭାଗ ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ବେବର୍ତ୍ତା କିଏ ? 43 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ । 44 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସମସ୍ତ ସମ୍ପତ୍ତି ଉପରେ ଦାୟିତ୍ୱ ଦେବେ ।

45 କିନ୍ତୁ ଯଦି ସେହି ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଦାସଦାସୀମାନଙ୍କୁ ପ୍ରହାର କରିବାକୁ ଏବଂ ଭୋଜନପାନ କରି ମତ୍ତ ହେବାକୁ ଆରମ୍ଭ କରେ, 46 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ ।

47 ଆଉ ଯେଉଁ ଦାସ ନିଜ ପ୍ରଭୁଙ୍କ ଇଚ୍ଛା ଜାଣି ପ୍ରସ୍ତୁତ ହୋଇ ନ ଥାଏ କିମ୍ବା ତାହାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ନ ଥାଏ, 48 ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ । ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ ।

49 ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କ'ଣ ବାଞ୍ଛା ? 50 ମାତ୍ର ମୋତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ, ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ଭାରାକ୍ରାନ୍ତ ହେଉଅଛି ।

51 ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି ବୋଲି କ'ଣ ତୁମ୍ଭେମାନେ ମନେ କରୁଅଛ ? ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ବରଂ ଭେଦ କରିବାକୁ ଆସିଅଛି । 52 କାରଣ ଅଦ୍ୟାବଧି ଗୋଟିଏ ଗୃହରେ ପାଞ୍ଚ ଜଣ ଥିଲେ ଦୁଇ ଜଣଙ୍କ ବିରୁଦ୍ଧରେ ତିନି ଜଣ ଓ ତିନି ଜଣଙ୍କ ବିରୁଦ୍ଧରେ ଦୁଇ ଜଣ ବିଭିନ୍ନ ହେବେ । 53 ପୁତ୍ର ବିରୁଦ୍ଧରେ ପିତା, ପିତା ବିରୁଦ୍ଧରେ ପୁତ୍ର, କନ୍ୟା ବିରୁଦ୍ଧରେ ମାତା, ମାତା ବିରୁଦ୍ଧରେ କନ୍ୟା, ବୋହୂ ବିରୁଦ୍ଧରେ ଶାଶୁ ଓ ଶାଶୁ ବିରୁଦ୍ଧରେ ବୋହୂ ଭିନ୍ନ ହେବେ ।

54 ପୁଣି, ସେ ଲୋକମାନଙ୍କୁ ମଧ୍ୟ କହିଲେ, ପଶ୍ଚିମ ଦିଗରେ ମେଘ ଉଠୁଥିବା ଦେଖିଲେ ସେହିକ୍ଷଣି ତୁମ୍ଭେମାନେ କୁହ, ବର୍ଷା ଆସୁଅଛି, ଆଉ ସେହିପରି ଘଟେ; 55 ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ । 56 ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ ?

57 ଆଉ ନିଜେ ନିଜେ କାହିଁକି ନ୍ୟାୟବିଚାର କରୁ ନାହଁ ? 58 କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ନେଇଯିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ହସ୍ତରେ ସମର୍ପଣ କରିବେ, ଆଉ ଉଚ୍ଚପଦସ୍ଥ କର୍ମଚାରୀ ତୁମ୍ଭକୁ କାରାଗାରରେ ପକାଇବ । 59 ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଶେଷ କଉଡ଼ିଟି ନ ସୁଝିବା ପର୍ଯ୍ୟନ୍ତ ସେହି ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସି ପାରିବ ନାହିଁ ।



Translation Questions

Luke 12:2

ଯୀଶୁଙ୍କ ଅନୁସାରେ, ତୁମ୍ଭେମାନେ ଯାହା ଯାହା ଅନ୍ଧକାରରେ କହିଅଛ ତାହା ପ୍ରତି କ'ଣ ହେବ ?

ତାହା ଆଲୋକରେ ଶୁଣାଯିବ [୧୨:୩]।

Luke 12:4

କାହାକୁ ତୁମ୍ଭେମାନେ ଭୟ କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ନରକରେ ନିକ୍ଷେପ କରିବାର ଯାହାର ଅଧିକାର ଅଛି ତାହାଙ୍କୁ ତୁମ୍ଭେମାନେ ଭୟ କରିବା ଉଚିତ୍ [୧୨:୫]।

Luke 12:8

ଲୋକମାନେଙ୍କ ସମ୍ମୁଁଖରେ ଯେଉଁମାନେ ଯୀଶୁଙ୍କ ନାମକୁ ସ୍ଵୀକାର କରନ୍ତି ସେମାନଙ୍କ ନିମନ୍ତେ ଯୀଶୁ କ'ଣ କରିବେ ?

ଈଶ୍ଵରଙ୍କ ଦୂତମାନଙ୍କ ସମ୍ମୁଁଖରେ ଯୀଶୁ ସେହି ବ୍ୟକ୍ତିର ନାମକୁ ସ୍ଵୀକାର କରିବେ [୧୨:୮]।

Luke 12:13

ଯୀଶୁଙ୍କ ଅନୁସାରେ, ଆମ୍ଭମାନଙ୍କ ଜୀବନ କାହା ଉପରେ ନିର୍ଭର କରେ ନାହିଁ ?

ଆମ୍ଭମାନଙ୍କ ଜୀବନ ଆମ୍ଭମାନଙ୍କ ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ [୧୨:୧୫]।

Luke 12:16

ଯୀଶୁଙ୍କ ଦୃଷ୍ଟାନ୍ତରେ, ଧନୀ ଲୋକ କ'ଣ କରିବାକୁ ଯାଉଥିଲା ଯେହେତୁ ତାହର କ୍ଷେତରେ ପ୍ରଚୁର ଫସଲ ହେଲା ?

ସେ ତାହାର ଅମାରସବୁ ଭାଙ୍ଗି ବଡ ଅମାରସବୁ ନିର୍ମାଣ କରିବାକୁ ଯାଉଥିଲା, ପୁଣି ବିଶ୍ରାମ, ଭୋଜନ, ପୁଣି ଆମୋଦ କରିବାକୁ ଯାଉଥିଲା [୧୨:୧୮-୧୯]।

Luke 12:20

ଈଶ୍ଵର ସେହି ଧନୀ ଲୋକଙ୍କୁ କ'ଣ କହିଲେ ?

ସେ କହିଲେ, "ନିର୍ବୋଧ ଲୋକ, ଆଜି ରାତିରେ ତୋହର ପ୍ରାଣ ତୁମ୍ଭଠାରୁ ନିଆଯିବ; ଏବଂ ଯାହା ଯାହା ତୁମ୍ଭେ ଆୟୋଜନ କରିଅଛ, ସେହିସବୁ କାହାର ହେବ [୧୨:୨୦]?"

Luke 12:31

ଜୀବନର ବସ୍ତୁ ବିଷୟରେ ଚିନ୍ତା କରିବା ଅପେକ୍ଷା, ଆମ୍ଭେମାନେ କ'ଣ କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ଆମ୍ଭମାନଙ୍କୁ ଈଶ୍ଵରଙ୍କ ରାଜ୍ୟ ଅନ୍ୱେଷଣ କରିବା ଉଚିତ୍ [୧୨:୩୧]।

Luke 12:33

ଆମ୍ଭମାନଙ୍କ ଧନକୁ ଆମ୍ଭେମାନେ କେଉଁଠାରେ ସଞ୍ଚୟ କରିବା ଉଚିତ୍ ବୋଲି ଯୀଶୁ କହିଲେ, ଏବଂ କାହିଁକି ?

ସ୍ଵର୍ଗରେ ଆମ୍ଭମାନଙ୍କ ଧନକୁ ଆମ୍ଭେମାନେ ସଞ୍ଚୟ କରିବା ଉଚିତ୍, କାରଣ ସେଠାକୁ ଚୋର ଆସନ୍ତି ନାହିଁ ପୁଣି କୀଟ ନଷ୍ଟ କରେ ନାହିଁ [୧୨:୩୩]।

Luke 12:37

ଯୀଶୁଙ୍କ ଅନୁସାରେ, କେଉଁ ଈଶ୍ଵରଙ୍କ ଦାସମାନେ ଧନ୍ୟ ଅଟନ୍ତି ?

ସେମାନେ ଧନ୍ୟ ଅଟନ୍ତି ଯେଉଁମାନେ ଯୀଶୁଙ୍କ ଆଗମନ ବେଳେ ଜାଗ୍ରତ ପୁଣି ପ୍ରସ୍ତୁତ ଅଟନ୍ତି [୧୨:୩୭]।

Luke 12:39

ଆମ୍ଭେମାନେ ଯୀଶୁଙ୍କ ଆଗମନ ସମୟ ଜାଣୁ କି ?

ନାହିଁ [୧୨:୪୦]।

Luke 12:45

ଯେଉଁ ଦାସ ଅନ୍ୟ ଦାସମାନଙ୍କୁ ଅପବ୍ୟବହାର କରେ ପୁଣି ତାହାଙ୍କ ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ନ ଥାଏ ତାହାଙ୍କ ପ୍ରତି କ'ଣ ଘଟିବ ?

ପ୍ରଭୁ ତାହାଙ୍କୁ ଦ୍ଵିଖଣ୍ଡ କରିବେ ପୁଣି ତାହାଙ୍କ ନିମନ୍ତେ ଅବିଶ୍ଵସ୍ତମାନଙ୍କ ସହିତ ଏକ ସ୍ଥାନ ନିଯୁକ୍ତ କରିବେ [୧୨:୪୬]।

Luke 12:47

ଯେଉଁମାନଙ୍କୁ ବହୁତ ପ୍ରଦତ୍ତ ହୋଇଅଛି ସେମାନଙ୍କଠାରୁ କ'ଣ ଦାବି କରାଯାଏ ?

ସେମାନଙ୍କଠାରୁ ବହୁତ ଦାବି କରାଯାଇଅଛି [୧୨:୪୮]।

Luke 12:51

ଯୀଶୁଙ୍କ ଅନୁସାରେ, ସେ କିପ୍ରକାର ଭେଦ ପୃଥିବୀ ଉପରେ ଆଣିବେ ?

ପରସ୍ପର ବିରୁଦ୍ଧରେ ଭେଦ ହୋଇ ଲୋକମାନେ ଏକ ଘରେ ରହିବେ [୧୨:୫୨-୫୩]।

Luke 12:57

ଯୀଶୁଙ୍କ ଅନୁସାରେ, ବିବାଦୀ ସହିତ ଶାସନକର୍ତ୍ତାଙ୍କ ପାଖକୁ ଯିବା ପୂର୍ବରୁ ଆମ୍ଭମାନଙ୍କୁ କ'ଣ କରିବା ଉଚିତ୍ ?

ସମର୍ପିତ ହେବା ପୂର୍ବରୁ ଆମ୍ଭେମାନେ ଘଟଣାକୁ ସମାଧନ କରିବା ଉଚିତ୍ [୧୨:୫୮]।


Chapter 13

1 ୧. ସେହି ସମୟରେ କେତେକ ଲୋକ ଆସି, ପୀଲାତ ଯେଉଁ ଗାଲିଲୀୟମାନଙ୍କ ରକ୍ତ ସେମାନଙ୍କର ବଳି ସହିତ ମିଶାଇଥିଲେ, ସେମାନଙ୍କ ବିପକ୍ଷରେ ତାହାଙ୍କୁ ଜଣାଇଲେ । 2 ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ ? 3 ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହି ପ୍ରକାରେ ବିନଷ୍ଟ ହେବ ।

4 କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ ? 5 ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ ।

6 ଆଉ, ସେ ଏହି ଦୃଷ୍ଟାନ୍ତ କହିଲେ, ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରି ଗଛ ଲଗାଯାଇଥିଲା । ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ । 7 ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି ?

8 ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, 9 ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ ।

10 ଥରେ ସେ ବିଶ୍ରାମବାରରେ ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିଲେ । 11 ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍‌ଜା ହୋଇ କୌଣସି ପ୍ରକାରେ ଆପଣାକୁ ସିଧା କରି ପାରୁ ନ ଥିଲା ।

12 ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ । 13 ଆଉ, ସେ ତାହା ଉପରେ ହାତ ରଖିଲେ, ସେଥିରେ ସେ ସେହିକ୍ଷଣି ସଳଖ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା । 14 କିନ୍ତୁ ଯୀଶୁ ବିଶ୍ରାମବାରରେ ସୁସ୍ଥ କରିବାରୁ ସମାଜଗୃହର ମୁଖିଆ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହି ସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାରରେ ଆସ ନାହିଁ ।

15 କିନ୍ତୁ ପ୍ରଭୁ ତାହାଙ୍କୁ ଉତ୍ତର ଦେଲେ, ରେ କପଟୀମାନେ, ତୁମ୍ଭେମାନେ ପ୍ରତ୍ୟେକେ କ'ଣ ବିଶ୍ରାମବାରରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳରୁ ଫିଟାଇ ନେଇ ପାଣି ପିଆଅ ନାହିଁ ? 16 ତେବେ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଶୟତାନ ଦ୍ୱାରା ବନ୍ଧା ହୋଇ ଅବ୍ରାହାମଙ୍କ କନ୍ୟା ଏହି ସ୍ତ୍ରୀଲୋକଟି କ'ଣ ବିଶ୍ରାମବାରରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନ ଥିଲା ?

17 ଆଉ, ସେ ଏହି କଥାସବୁ କହନ୍ତେ, ତାହାଙ୍କ ବିପକ୍ଷ ସମସ୍ତେ ଲଜ୍ଜିତ ହେବାକୁ ଲାଗିଲେ, ମାତ୍ର ଲୋକମାନେ ଯୀଶୁ କରିଥିବା ସମସ୍ତ ମହତ କାର୍ଯ୍ୟ ସକାଶେ ଆନନ୍ଦ କରିବାକୁ ଲାଗିଲେ ।

18 ସେଥିରେ ସେ କହିଲେ, ଈଶ୍ୱରଙ୍କ ରାଜ୍ୟ କାହା ପରି ? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି ? 19 ତାହା ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା, ଆଉ ତାହା ବଢ଼ି ଗଛ ହେଲା, ପୁଣି, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କଲେ ।

20 ସେ ଆହୁରି କହିଲେ, ମୁଁ କାହା ସହିତ ଈଶ୍ୱରଙ୍କ ରାଜ୍ୟର ତୁଳନା କରିବି ? 21 ତାହା ଖମୀର ପରି, ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା ।

22 ଏହାପରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ । 23 ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କ' ଣ ଅଳ୍ପ ? ସେଥିରେ ସେ ସେମାନଙ୍କୁ କହିଲେ, 24 ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ ।

25 ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ, ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ । 26 ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ; 27 ଆଉ, ସେ ତୁମ୍ଭମାନଙ୍କୁ କହିବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ; ହେ ଅଧର୍ମାଚାରୀ ସମସ୍ତେ ମୋ’ ପାଖରୁ ଦୂର ହୁଅ ।

28 ଯେତେବେଳେ ତୁମ୍ଭେମାନେ ଅବ୍ରାହାମ, ଇସ୍‌ହାକ, ଯାକୁବ ପୁଣି, ସମସ୍ତ ଭାବବାଦୀଙ୍କୁ ଈଶ୍ୱରଙ୍କ ରାଜ୍ୟରେ ଥିବା ଓ ଆପଣା ଆପଣାକୁ ବାହାରେ ପକାଉଥିବା ଦେଖିବ, ସେତେବେଳେ ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ । 29 ପୁଣି, ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି ଈଶ୍ୱରଙ୍କ ରାଜ୍ୟରେ ଭୋଜନରେ ବସିବେ । 30 ଆଉ ଦେଖ, ଶେଷରେ ଥିବା କେତେକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଶେଷରେ ପଡ଼ିବେ ।

31 ସେହି ଦଣ୍ଡରେ କେତେକ ଫାରୂଶୀ ତାହାଙ୍କ ପାଖକୁ ଆସି କହିଲେ, ଏ ସ୍ଥାନ ଛାଡ଼ି ବାହାରି ଯାଉନ୍ତୁ, କାରଣ ହେରୋଦ ଆପଣଙ୍କୁ ମାରିବା ପାଇଁ ଇଚ୍ଛା କରୁଅଛନ୍ତି । 32 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯାଇ ସେହି କୋକିଶିଆଳିକି କୁହ, ଦେଖ, ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ସୁସ୍ଥ କରୁଅଛି, ପୁଣି, ତୃତୀୟ ଦିନରେ ମୁଁ ସିଦ୍ଧ ହେବି । 33 ଯାହା ହେଉ, ଆଜି, କାଲି ଓ ପଅର ଦିନ ମୋତେ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମର ବାହାରେ ଭାବବାଦୀର ନିହତ ହେବା ଉଚିତ ନୁହେଁ ।

34 ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ । 35 ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି; ଆଉ, ମୁଁ ତୁମ୍ଭମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ, ତୁମ୍ଭେମାନେ ଯେଉଁ ଦିନ ଏହି କଥା କହିବ, ସେହି ଦିନ ନ ଆସିବା ପର୍ଯ୍ୟନ୍ତ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ ।



Translation Questions

Luke 13:1

ଯେହେତୁ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ସେମାନେ ଅଧିକ ପାପୀ ଥିଲେ ସେଥିପାଇଁ କି ଗାଲିଲୀୟମାନେ ପୀଲାତଙ୍କ ଦ୍ଵାରା ଏହିପରି ଭାବରେ ବଧ ହୋଇଥିଲେ ?

ନାହିଁ [୧୩:୩]।

Luke 13:8

ଯୀଶୁଙ୍କ ଦୃଷ୍ଟାନ୍ତରେ, ତିନି ବର୍ଷ ପରେ ଫଳ ନ ଫଳିଥିବା ଡିମ୍ବିରି ଗଛ ସହ କ'ଣ କରାଯାଇଥିଲା ?

ତାହାକୁ ଫଳ ଫଳିବାକୁ ଖତ ଏବଂ ଅନ୍ୟ ଏକ ବର୍ଷ ଦିଆଯାଇଥିଲା; ଯଦି ତାହା ଫଳ ଫଳିଲା ନାହିଁ, ତାହାକୁ ହଣାଯିବ [୧୩:୮-୯]।

Luke 13:10

ସମାଜଗୃହରେ, ଅଠର ବର୍ଷ ପର୍ଯ୍ୟନ୍ତ ସେହି କୁବ୍‌ଜା ହୋଇ ବସିଥିବାର କାରଣ କ'ଣ ଥିଲା ?

ଶୟତାନଠାରୁ ଏକ ଦୁର୍ବଳକାରୀ ଆତ୍ମା ତାହାଙ୍କୁ ବାନ୍ଧିଥିଲା [୧୩:୧୧,୧୬]।

Luke 13:12

କାହିଁକି ସମାଜଗୃହର ଶାସକ ଅଧିକ କ୍ରୋଧିତ ହେଲେ ଯେତେବେଳେ ଯୀଶୁ ସେହି ସ୍ତ୍ରୀଲୋକଙ୍କୁ ସୁସ୍ଥ କଲେ ?

ଯେହେତୁ ଯୀଶୁ ତାହାଙ୍କୁ ବିଶ୍ରାମବାରରେ ସୁସ୍ଥ କଲେ [୧୩:୧୪]।

Luke 13:15

ସମାଜଗୃହର ଶାସକ କପଟୀଥିଲେ ବୋଲି ଯୀଶୁ କିପରି ପ୍ରମାଣ କଲେ ?

ବିଶ୍ରାମବାରରେ ସେ ଯେ ଆପଣା ପଶୁକୁ ଗୁହାଳରୁ ଫିଟାଉଥିଲେ ତାହା ଯୀଶୁ ତାହାଙ୍କୁ ସ୍ମରଣ କରାଇଲେ, ତଥାପି ସେ କ୍ରୋଧିତ ଥିଲେ ଯେତେବେଳେ ଯୀଶୁ ବିଶ୍ରାମବାରରେ ସ୍ତ୍ରୀଲୋକଟିକୁ ବନ୍ଧନରୁ ମୁଁକ୍ତ କଲେ [୧୩:୧୫]।

Luke 13:18

କିପରି ଈଶ୍ଵରଙ୍କ ରାଜ୍ୟ ଏକ ସୋରିଷ ଦାନା ସଦୃଶ୍ୟ ଅଟେ ?

କାରଣ ଏହା ଏକ ପ୍ରକାର ଦାନା ପରି, କିନ୍ତୁ ତା'ପରେ ତାହା ଅନେକ ଶାଖା ସହିତ ବଡ ହୋଇଯାଏ [୧୩:୧୯]।

Luke 13:22

ଯେତେବେଳେ ଅନେକେ ପରିତ୍ରାଣ ପାଇବେ କି ପଚାରଗଲା, ସେତେବେଳେ ଯୀଶୁ କ'ଣ ଉତ୍ତର ଦେଲେ ?

ସେ କହିଲେ, "ସଂକୀର୍ଣ୍ଣ ଦ୍ଵାରା ଦେଇ ପ୍ରବେଶ କରିବାକୁ ପ୍ରାଣ ପଣ କର, ଯେହେତୁ ଅନେକେ ଚେଷ୍ଟା କରିବେ ଏବଂ ପ୍ରବେଶ କରିବାରେ ସକ୍ଷମ ହେବେ ନାହିଁ [୧୩:୨୪]।"

Luke 13:28

ଈଶ୍ଵରଙ୍କ ରାଜ୍ୟର ଭୋଜନ ମେଜରେ କିଏ ଏକତ୍ରୀତ ହେବେ ?

ଅବ୍ରହାମ, ଇସହାକ, ଭାବବାଦୀମାନେ, ଏବଂ ଅନେକେ ପୂର୍ବରୁ, ପଶ୍ଚିମ, ଉତ୍ତର, ଏବଂ ଦକ୍ଷିଣରୁ ଏକତ୍ରୀତ ହେବେ [୧୩:୨୮-୨୯]।

Luke 13:31

ଯୀଶୁ କେଉଁଠାରେ ବଧ ହେବେ ବୋଲି ସେ କହିଲେ ?

ସେ ଯିରୂଶାଲମରେ ବଧ ହେବେ [୧୩:୩୩]।

Luke 13:34

ଯିରୂଶାଲମର ଲୋକମାନଙ୍କର ସହିତ ଯୀଶୁ କ'ଣ କରିବାକୁ ଇଚ୍ଛା କଲେ ?

କୁକକୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ ସେପରି ସେ ସେମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲେ [୧୩:୩୪]।

କିପରି ଯିରୂଶାଲମର ଲୋକମାନେ ସେମାନଙ୍କ ନିମନ୍ତେ ଯୀଶୁଙ୍କର ଇଚ୍ଛା ଯାହା ଥିଲା ତାହା ପ୍ରତି ଉତ୍ତର ଦେଲେ ?

ସେମାନେ ତାହା ଅଗ୍ରାହ୍ୟ କଲେ [୧୩:୩୪]।

ସେଥିପାଇଁ, ଯୀଶୁ ଯିରୂଶାଲମ ଓ ସେଥିର ଲୋକମାନଙ୍କ ବିଷୟରେ କ'ଣ ଭାବବାଣୀ କଲେ ?

ସେମାନଙ୍କର ଗୃହ ପରିତ୍ୟାଗ ହୋଇଥିଲା, ପୁଣି ସେମାନେ ଯେପର୍ଯ୍ୟନ୍ତ "ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ" କହିନାହାନ୍ତି ସେପର୍ଯ୍ୟନ୍ତ ସେମାନେ ଯୀଶୁଙ୍କୁ ଦେଖିବେ ନାହିଁ [୧୩:୩୫]।"


Chapter 14

1 ଥରେ ସେ ବିଶ୍ରାମବାରରେ ଭୋଜନ କରିବା ନିମନ୍ତେ ଫାରୂଶୀମାନଙ୍କର ଜଣେ ନେତାଙ୍କ ଗୃହରେ ପ୍ରବେଶ କରନ୍ତେ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ । 2 ଆଉ ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଜଳୋଦର ରୋଗରେ ପୀଡ଼ିତ ଲୋକ ଥିଲେ । 3 ସେଥିରେ ଯୀଶୁ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଉତ୍ତର ଦେଲେ, ବିଶ୍ରାମବାରରେ ସୁସ୍ଥ କରିବା ନିୟମସଙ୍ଗତ କି ନୁହେଁ ? କିନ୍ତୁ ସେମାନେ ନୀରବ ରହିଲେ ।

4 ପୁଣି, ସେ ତାହାକୁ ଧରି ସୁସ୍ଥ କଲେ ଓ ବିଦାୟ ଦେଲେ । 5 ଆଉ, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ କୂଅରେ ପଡ଼ିଲେ କ'ଣ ତାହାକୁ ବିଶ୍ରାମବାରରେ ସେହିକ୍ଷଣି ଉଠାଇବ ନାହିଁ ? 6 ଆଉ ସେମାନେ ଏହି ସମସ୍ତ କଥାର କୌଣସି ଉତ୍ତର ଦେଇ ପାରିଲେ ନାହିଁ ।

7 ପୁଣି, ନିମନ୍ତ୍ରିତ ଲୋକମାନେ କେମିତି ପ୍ରଧାନ ପ୍ରଧାନ ଆସନ ବାଛୁଥିଲେ, ଏହା ଲକ୍ଷ କରି ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ, 8 ଯେତେବେଳେ ତୁମ୍ଭେ କୌଣସି ଲୋକ ଦ୍ୱାରା ବିବାହ ଭୋଜିକୁ ନିମନ୍ତ୍ରିତ ହୁଅ, ସେତେବେଳେ ପ୍ରଧାନ ଆସନରେ ବସ ନାହିଁ, କାଳେ ତୁମ୍ଭଠାରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ତାହାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବେ, 9 ଆଉ ଯେ ତୁମ୍ଭକୁ ଓ ତାହାଙ୍କୁ ନିମନ୍ତ୍ରଣ କଲେ, ସେ ଆସି ତୁମ୍ଭକୁ କହିବେ, ଏହାଙ୍କୁ ସ୍ଥାନ ଦିଅ; ଆଉ, ସେତେବେଳେ ତୁମ୍ଭେ ଲଜ୍ଜାରେ ନିମ୍ନତମ ସ୍ଥାନ ଗ୍ରହଣ କରିବାକୁ ଯିବ ।

10 କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ଆଗରେ ତୁମ୍ଭର ଗୌରବ ହେବ । 11 କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ ।

12 ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କୁ ମଧ୍ୟ କହିଲେ, ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭାଇ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ ।

13 କିନ୍ତୁ ଭୋଜ ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର; 14 ତାହାହେଲେ ତୁମ୍ଭେ ଧନ୍ୟ ହେବ, କାରଣ ତୁମ୍ଭକୁ ପ୍ରତିଦାନ ଦେବା ନିମନ୍ତେ ସେମାନଙ୍କର କିଛି ନାହିଁ; ଆଉ, ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ତୁମ୍ଭକୁ ପ୍ରତିଦାନ ଦିଆଯିବ ।

15 ତାହା ଶୁଣି ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଯେଉଁ ଲୋକ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବ, ସେ ଧନ୍ୟ । 16 କିନ୍ତୁ ସେ ତାହାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ; 17 ଆଉ, ଭୋଜନର ସମୟ ଉପସ୍ଥିତ ହୁଅନ୍ତେ, ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି ।

18 କିନ୍ତୁ ସମସ୍ତେ ଏକ ମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ । ପ୍ରଥମ ଜଣ ତାହାକୁ କହିଲେ, ମୁଁ ଖଣ୍ଡେ କ୍ଷେତ କିଣିଅଛି, ମୋତେ ତାହା ଦେଖିବାକୁ ପଡ଼ିବ; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର । 19 ଆଉ ଜଣେ କହିଲା, ମୁଁ ପାଞ୍ଚ ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର । 20 ଅନ୍ୟ ଜଣେ କହିଲା, ମୁଁ ବିବାହ କରିଅଛି, ତେଣୁ ଯାଇ ପାରୁ ନାହିଁ ।

21 ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହି ସବୁ ଜଣାଇଲା । ସେଥିରେ ଗୃହକର୍ତ୍ତା ରାଗିଯାଇ ଆପଣା ଦାସକୁ କହିଲେ, ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ନେଇଆସ । 22 ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଦେଶ ଅନୁସାରେ କରାଯାଇଅଛି, ତଥାପି ଆହୁରି ସ୍ଥାନ ଅଛି ।

23 ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ରାଜଦାଣ୍ଡ ଓ ଗଛମୂଳକୁ ଯାଇ, ମୋହର ଗୃହ ଯେପେରି ପୂର୍ଣ୍ଣ ହୁଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ କୁହ । 24 ଯେଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ କେହି ମୋହର ଭୋଜର ଆସ୍ୱାଦ ପାଇବ ନାହିଁ ।

25 ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ଯାଉଥିଲେ, ଆଉ ସେ ବୁଲିପଡ଼ି ସେମାନଙ୍କୁ କହିଲେ, 26 କେହି ଯେବେ ମୋ’ ପାଖକୁ ଆସି ନିଜର ବାପା, ମା, ସ୍ତ୍ରୀ, ସନ୍ତାନ, ଭାଇ ଓ ଭଉଣୀମାନଙ୍କୁ ଏପରିକି ନିଜ ପ୍ରାଣକୁ ସୁଦ୍ଧା ଅଧିକ ପ୍ରେମ ନ କରେ, ତେବେ ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ । 27 ଯେ କେହି ଆପଣା କ୍ରୁଶ ବହନ କରି ମୋହର ଅନୁସରଣ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।

28 କାରଣ ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରହରୀଗୃହ ତିଆରି କରିବାକୁ ଇଚ୍ଛା କରି ତାହା ସମ୍ପୂର୍ଣ୍ଣ କରିବା ପାଇଁ ତାହାର ଅର୍ଥବଳ ଅଛି କି ନାହିଁ, ଏହା ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ ? 29 କାଳେ ସେ ମୂଳଦୂଆ ବସାଇ ଶେଷ କରି ନ ପାରିଲେ, ଯେତେ ଲୋକ ତାହା ଦେଖିବେ, ସମସ୍ତେ ତାହାକୁ ପରିହାସ କରି କହିବାକୁ ଲାଗିବେ, 30 ଏ ଲୋକଟା ତିଆରି କରିବାକୁ ଆରମ୍ଭ କରି ଶେଷ କରି ପାରିଲା ନାହିଁ ।

31 କିମ୍ବା କେଉଁ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ଯାଉଥିବା ସମୟରେ, କୋଡ଼ିଏ ହଜାର ସୈନ୍ୟ ଘେନି ତାଙ୍କ ବିରୁଦ୍ଧରେ ଆସୁଥିବା ରାଜାଙ୍କ ସହିତ ଦଶ ହଜାର ସୈନ୍ୟ ନେଇ ଯୁଦ୍ଧ କରିବାକୁ ସକ୍ଷମ କି ନାହିଁ, ତାହା ପ୍ରଥମେ ବସି ବିବେଚନା କରିବେ ନାହିଁ ? 32 ଯଦି ପାରନ୍ତି ନାହିଁ, ତେବେ ଅନ୍ୟ ରାଜା ଦୂରରେ ଥାଉ ଥାଉ ସେ ଦୂତ ପଠାଇ ସନ୍ଧି ପ୍ରାର୍ଥନା କରନ୍ତି । 33 ସେହି ପ୍ରକାରେ ତୁମ୍ଭମାନଙ୍କ ମଧ୍ୟରୁ ଯେ କେହି ଆପଣାର ସବୁ କିଛି ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।

34 ଲବଣ ତ ଉତ୍ତମ; କିନ୍ତୁ ଲବଣ ମଧ୍ୟ ଯଦି ସ୍ୱାଦ ଦିଏ ନାହିଁ, ତେବେ ତାହା କାହିଁରେ ସ୍ୱାଦଯୁକ୍ତ କରାଯିବ ? 35 ତାହା ଭୂମି କିମ୍ବା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି । ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ ।



Translation Questions

Luke 14:1

ଜଳୋଦର ରୋଗରେ ପୀଡିତ ଥିବା ବ୍ୟକ୍ତି ତାହାଙ୍କ ସମ୍ମୁଁଖରେ ଠିଆହୋଇଥିବା ବେଳେ, ଯୀଶୁ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଯୀଶୁ କ'ଣ ପଚାରିଲେ ?

ବିଶ୍ରାମବାରରେ ସୁସ୍ଥ କରିବା ବିଧିସଙ୍ଗତ ଅଟେ, କି ନାହିଁ [୧୪:୩]?

Luke 14:4

ବ୍ୟବସ୍ଥାଶାସ୍ତ୍ରଜ୍ଞ ଏବଂ ଫାରୂଶୀମାନଙ୍କର ଉତ୍ତର କ'ଣ ଥିଲା ?

ସେମାନେ ନୀରବ ରହିଲେ [୧୪:୪]।

ସେହି ବ୍ୟକ୍ତିଙ୍କୁ ସୁସ୍ଥ କଲା ପରେ, ବ୍ୟବସ୍ଥା ଶାସ୍ତ୍ରଜ୍ଞ ଏବଂ ଫାରୂଶୀମାନେ କପଟୀ ଥିଲେ ବୋଲି ଯୀଶୁ କିପରି ଦେଖାଇଲେ ?

ବିଶ୍ରାମବାରରେ ସେମାନଙ୍କର ପୁଅ କିମ୍ବା ବଳଦ କୂଅରେ ପଡିଲେ ସେମାନେ ସାହାଯ୍ୟକରିବେ ତାହା ଯୀଶୁ ସେମାନଙ୍କୁ ସ୍ମରଣ କରାଇଲେ [୧୪:୫]।

Luke 14:10

ଯେକେହି ନିଜକୁ ଉନ୍ନତ କରେ ସେମାନଙ୍କ ପ୍ରତି କ'ଣ ଘଟିବ ବୋଲି ଯୀଶୁ କହିଲେ ?

ସେ ନତ ହେବେ [୧୪:୧୧]।

ଯେକେହି ନିଜକୁ ନତ କରେ ସେମାନଙ୍କ ପ୍ରତି କ'ଣ ଘଟିବ ବୋଲି ଯୀଶୁ କହିଲେ ?

ସେ ଉନ୍ନତ ହେବ [୧୪:୧୧]।

Luke 14:13

ଯୀଶୁଙ୍କ ଅନୁସାରେ, ଜଣେ ବ୍ୟକ୍ତି ଯେ ଦରିଦ୍ର, ପଙ୍ଗୁ, ଖଞ୍ଜ, ଏବଂ ଅନ୍ଧମାନଙ୍କୁ ଆପଣା ଗୃହକୁ ନିମନ୍ତ୍ରଣ କରେ ସେ କିପରି ପୁରଷ୍କୃତ ହେବେ ?

ଧାର୍ମିକମାନଙ୍କ ପୁନରୁତ୍ଥାନରେ ସେମାନଙ୍କୁ ପ୍ରତିଦାନ ଦିଆଯିବ [୧୪:୧୪]।

Luke 14:18

ଯୀଶୁଙ୍କର ମହାଭୋଜର ଦୃଷ୍ଟାନ୍ତରେ, ଯେଉଁମାନେ ପ୍ରକୃତରେ ନିମନ୍ତ୍ରିତ ହୋଇଥିଲେ ସେହି ଲୋକମାନେ କ'ଣ କଲେ ?

ସେମାନେ କାହିଁକି ମହାଭୋଜକୁ ଆସିପାରିଲେ ନାହିଁ ସେଥିନିମନ୍ତେ ସେମାନେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ [୧୪:୧୮]।

Luke 14:21

ତା'ପରେ ପ୍ରଭୁ ତାହାଙ୍କ ମହାଭୋଜକୁ କେଉଁମାନଙ୍କୁ ନିମନ୍ତ୍ରଣ କଲେ ?

ଦରିଦ୍ର, ପଙ୍ଗୁ, ଅନ୍ଧ, ଏବଂ ଖଞ୍ଜ [୧୪:୨୧]।

Luke 14:25

ଯୀଶୁଙ୍କ ଅନୁସାରେ, ତାହାଙ୍କ ଶିଷ୍ୟମାନେ କ'ଣ କରିବା ଆବଶ୍ୟକ ?

ସେମାନେ ଆପଣା ପରିବାର ଓ ଜୀବନକୁ ଘୃଣା କରିବା ଆବଶ୍ୟକ, ଆପଣା କ୍ରୁଶ ବହନ କରି, ତାହାଙ୍କ ଅନୁଗାମୀ, ଏବଂ ସେମାନଙ୍କର ସର୍ବସ୍ଵ ତ୍ୟାଗ କରିବା ଆବଶ୍ୟକ [୧୪:୨୬-୨୭,୩୩]।

Luke 14:28

ତାହାଙ୍କ ଅନୁଗାମୀ ହେବା ବିଷୟର ଏକ ଯୀଶୁଙ୍କ ଉଦାହରଣରେ, ଯେଉଁ ବ୍ୟକ୍ତି ପ୍ରହରୀ ଗୃହ ନିର୍ମାଣ କରିବାକୁ ଇଚ୍ଛା କରେ ସେ ପ୍ରଥମେ କ'ଣ କରିବା ଆବଶ୍ୟକ ?

ସେହି ବ୍ୟକ୍ତି ବସି ବ୍ୟୟ ହିସାବ ଦେଖିବା ଆବଶ୍ୟକ [୧୪:୨୮]।

Luke 14:34

ଯଦି ଲବଣ ତାହାର ସ୍ଵାଦକୁ ହରାଏ, ତେବେ ତାହା ସହିତ କ'ଣ କରାଯାଏ ?

ଏହାକୁ ଫୋପାଡି ଦିଆଯାଏ [୧୪:୩୫]।


Chapter 15

1 ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ । 2 ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ !

3 ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, 4 ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ , ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶତଙ୍କୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ ? 5 ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ,

6 ପୁଣି, ଆପଣା ବନ୍ଧୁ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ମୋ’ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି । 7 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ ।

8 ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ଟଙ୍କା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ ? 9 ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ଟଙ୍କାଟି ହଜାଇଥିଲି, ତାହା ପାଇଲି । 10 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ ।

11 ସେ ଆହୁରି କହିଲେ, ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ । 12 ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ । ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ ।

13 ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା । 14 କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା ।

15 ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ; 16 ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ଇଚ୍ଛା କରୁଥିଲା, କିନ୍ତୁ କେହି ତାହାକୁ ଦେଉ ନ ଥିଲେ ।

17 ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି । 18 ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି; 19 ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ ।

20 ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା । କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ । 21 ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡ଼କାଯିବାର ମୁଁ ଆଉ ଯୋଗ୍ୟ ନୁହେଁ ।

22 କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୂଦି ଓ ପାଦରେ ପାଦୁକା ଦିଅ, 23 ପୁଣି, ମୋଟା ବାଛୁରିଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, 24 କାରଣ ମୋହର ଏହି ପୁଅ ମରିଥିଲା, ପୁନର୍ବାରେ ବଞ୍ଚିଲା; ହଜିଯାଇଥିଲା, ଆଉ ମିଳିଲା । ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ ।

25 ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା । ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି, 26 ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହି ସବୁ କ'ଣ ବୋଲି ପଚାରିବାକୁ ଲାଗିଲା । 27 ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ମୋଟା ବାଛୁରିଟିଏ ମାରିଅଛନ୍ତି ।

28 ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ । 29 ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ; 30 କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ମୋଟା ବାଛୁରିଟି ମାରିଲ ।

31 ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହି ସବୁ ତୋହର; 32 କିନ୍ତୁ ଏହି ଯେ ତୋହର ଭାଇଟି ମରିଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ ଥିଲା ।



Translation Questions

Luke 15:3

ଯୀଶୁଙ୍କ ଦୃଷ୍ଟାନ୍ତରେ, ଜଣେ ମେଷପାଳକ କ'ଣ କରେ ଯାହାର ଶହେ ମେଣ୍ଡାମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ ?

ସେ ଅନେଶ୍ଵତଙ୍କୁ ଛାଡେ ପୁଣି ହଜିଥିବା ମେଣ୍ଡାକୁ ଖୋଜିବାକୁ ଯାଏ, ତା'ପରେ ତାହାକୁ ଆନନ୍ଦରେ ଘେନିଆସେ [୧୫:୪-୫]।

Luke 15:8

ଯେତେବେଳେ ଜଣେ ପାପୀ ମନପରିବର୍ତ୍ତନ କରେ ସେତେବେଳେ ସ୍ଵର୍ଗରେ କ'ଣ ହୁଏ ?

ଈଶ୍ଵରଙ୍କ ଦୂତମାନଙ୍କ ଉପସ୍ଥିତିରେ ସେଠାରେ ଆନନ୍ଦ ହୁଏ [୧୫:୭,୧୦]।

Luke 15:11

ଯୀଶୁଙ୍କ ଦୃଷ୍ଟାନ୍ତରେ, ସାନ ପୁଅ ତାହାଙ୍କ ବାପାଙ୍କୁ କେଉଁ ଅନୁରୋଧ କଲା ?

ସମ୍ପତ୍ତିର ଯେଉଁ ଭାଗ ମୁଁ ପାଇବାକୁ ଯୋଗ୍ୟ ବର୍ତ୍ତମାନ ମୋତେ ଦିଅନ୍ତୁ [୧୫:୧୨]।

Luke 15:15

ତାହାଙ୍କ ଟଙ୍କା ସରିଗଲା ପରେ, ସାନ ପୁଅ ବଞ୍ଚିବା ନିମନ୍ତେ କ'ଣ କଲା ?

ସେ ନିଜେ ଜଣେ ଲୋକର ଘୁଷୁରି ଚରାଇବା ପାଇଁ ଆଶ୍ରୟ ନେଲା [୧୫:୧୫]।

Luke 15:17

ଯେତେବେଳେ ସେ ସ୍ପଷ୍ଟ ଭାବରେ ଚିନ୍ତା କରିବା ଆରମ୍ଭ କଲା, ସାନ ପୁଅ କ'ଣ କରିବାକୁ ସ୍ଥିର କଲା ?

ତାହାଙ୍କ ବାପାଙ୍କ ପାଖକୁ ଯାଇ ତାହାର ପାପ ସ୍ଵୀକାର କରିବାକୁ ସ୍ଥିର କଲା, ଏବଂ ତାହାଙ୍କର ଜଣେ ମୂଲିଆ ପରି ତାହାକୁ ରଖିବାକୁ ଅନୁରୋଧ କଲା [୧୫:୧୮-୧୯]।

Luke 15:20

ବାପା କ'ଣ କଲେ ଯେତେବେଳେ ସେ ତାହାର ସାନ ପୁଅ ଫେରି ଆସିବାର ଦେଖିଲେ ?

ସେ ଦୌଡି ଗଲେ ଓ ଆଲିଙ୍ଗନ କଲେ ପୁଣି ତାହାଙ୍କୁ ଚୁମ୍ବନ ଦେଲେ [୧୫:୨୦]।

Luke 15:22

ସାନ ପୁଅ ନିମନ୍ତେ ଯଥାଶୀଘ୍ର ବାପା କ'ଣ କଲେ ?

ବାପା ତାହାଙ୍କୁ ଲୁଗା, ମୁଦି, ଏବଂ ପାଦୁକା, ଏବଂ ଏକ ଭୋଜ ପ୍ରସ୍ତୁତ କଲେ [୧୫:୨୨-୨୩]।

Luke 15:28

ବଡ ପୁଅଙ୍କର ପ୍ରତିକ୍ରିୟା କ'ଣ ଥିଲା ଯେତେବେଳେ ସାନ ପୁଅଙ୍କ ନିମନ୍ତେ ଭୋଜ ପ୍ରସ୍ତୁତର କଥା କୁହାଗଲା ?

ସେ କ୍ରୋଧିତ ହେଲେ ପୁଣି ଭୋଜ ଭିତରକୁ ଯିବା ପାଇଁ ଇଚ୍ଛା କଲେ ନାହିଁ [୧୫:୨୮]।

ବାପାଙ୍କୁ ବଡ ପୁଅଙ୍କର ଅଭିଯୋଗ କ'ଣ ଥିଲା ?

ବଡ ପୁଅ ଅଭିଯୋଗ କଲେ ଯେ ସେ ବାପାଙ୍କର ସମସ୍ତ ଆଜ୍ଞା ପାଳନ କରିଥିଲେ, କିନ୍ତୁ ତାହାର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ଗୋଟିଏ ଛେଳିଛୁଆଟି କେବେ ହେଁ ଦେଲେ ନାହିଁ [୧୫:୨୯]।

Luke 15:31

ବଡ ପୁଅଙ୍କୁ ବାପାଙ୍କର ଉତ୍ତର କ'ଣ ଥିଲା ?

ସେ କହିଲେ, "ପୁଅ, ତୁମେ ମୋ ସହିତ ସବୁବେଳେ ଅଛ, ଓ ଯାହା ସବୁ ମୋହର ସେହିସବୁ ତୁମ୍ଭର [୧୫:୩୧]।"

ସାନ ପୁଅଙ୍କ ନିମନ୍ତେ ଏହା ଭୋଜ ପ୍ରସ୍ତୁତ କରିବାର ଉପଯୁକ୍ତ ଥିଲା ବୋଲି କାହିଁକି ବାପା କହିଲେ ?

କାରଣ ସାନ ପୁଅ ହଜିଯାଇଥିଲା ପୁଣି ବର୍ତ୍ତମାନ ମିଳିଲା [୧୫:୩୨]।


Chapter 16

1 ସେ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, ଜଣେ ଧନୀ ଲୋକ ଥିଲେ; ତାହାଙ୍କର ଜଣେ ବେବର୍ତ୍ତା ଥିଲେ, ଆଉ ସେ ତାହାଙ୍କର ସମ୍ପତ୍ତି ଅଯଥା ଖର୍ଚ୍ଚ କରିଦେଉଅଛି ବୋଲି ତାହା ବିଷୟରେ ଶୁଣି ସେ ତାହାକୁ ଡାକି କହିଲେ, 2 ମୁଁ ତୁମ୍ଭ ବିଷୟରେ ଏ କି କଥା ଶୁଣୁଅଛି ? ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ, କାରଣ ତୁମ୍ଭେ ଆଉ ବେବର୍ତ୍ତା ହୋଇ ରହି ପାରିବ ନାହିଁ ।

3 ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କ'ଣ କରିବି ? ମୋହର ପ୍ରଭୁ ତ ମୋଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି । ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି । 4 ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କ'ଣ କରିବି, ତାହା ବୁଝିଲିଣି ।

5 ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଛ ? ସେ କହିଲା, ଶହେ ମହଣ ତେଲ । 6 ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଶୀଘ୍ର ବସି ପଚାଶ ବୋଲି ଲେଖ । 7 ତାହା ପରେ ସେ ଆଉ ଜଣକୁ କହିଲା, ତୁମ୍ଭେ କେତେ ଧାର ନେଇଅଛ ? ସେ କହିଲା, ଶହେ ଭରଣ ଗହମ । ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଅଶୀ ବୋଲି ଲେଖ ।

8 ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ । 9 ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ ।

10 ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ଅଟେ, ପୁଣି, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ । 11 ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ ? 12 ଆଉ, ଯଦି ତୁମ୍ଭେମାନେ ପରର ବିଷୟରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ନିଜ ବିଷୟ ଦେବ ?

13 କୌଣସି ଦାସ ଦୁଇ ପ୍ରଭୁଙ୍କର ସେବା କରି ପାରିବ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାରିବ ନାହିଁ ।

14 ଏହି ସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ । 15 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଯେଉଁମାନେ ନିଜ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହି ପ୍ରକାର ଲୋକ, କିନ୍ତୁ ଈଶ୍ୱର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଘୃଣିତ ।

16 ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମ ପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି । 17 କିନ୍ତୁ ମୋଶାଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ ।

18 ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ପୁଣି, ଯେ ସ୍ୱାମୀ ଦ୍ୱାରା ପରିତ୍ୟାଗ କରାଯାଇଥିବା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।

19 ଜଣେ ଧନୀ ଲୋକ ଥିଲା, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା; 20 କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା, 21 ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ ।

22 କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରାହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା । 23 ଆଉ, ସେ ନର୍କଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲେ ।

24 ସେଥିରେ ସେ ଡାକି କହିଲେ, ହେ ପିତା ଅବ୍ରାହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି ।

25 କିନ୍ତୁ ଅବ୍ରାହାମ କହିଲେ, ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ । 26 ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ ।

27 ସେଥିରେ ସେ କହିଲେ, ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ, 28 କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ ।

29 କିନ୍ତୁ ଅବ୍ରାହାମ କହିଲେ, ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ । 30 ସେଥିରେ ସେ କହିଲେ, ହେ ପିତା ଅବ୍ରାହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ ପରିବର୍ତ୍ତନ କରିବେ । 31 କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ ।



Translation Questions

Luke 16:1

ଜଣେ ଧନୀ ତାହାଙ୍କ ବେବର୍ତ୍ତା ବିଷୟରେ କ'ଣ ତଥ୍ୟ ଜାଣିବାକୁ ପାଇଲା ?

ଧନୀ ଲୋକର ସମ୍ପତ୍ତି ବେବର୍ତ୍ତା ଅପବ୍ୟୟ କରୁଥିବା ସେ ଶୁଣିବାକୁ ପାଇଲା [୧୬:୧]।

Luke 16:5

ବେବର୍ତ୍ତା ତାହାଙ୍କ କାମ ବାଧ୍ୟତାମୂଳକ ଛାଡିବା ପୂର୍ବରୁ ସେ କ'ଣ କଲେ ?

ସେ ଧନୀ ଲୋକର ପ୍ରତ୍ୟେକ ଖାତକକୁ ପାଖକୁ ଡାକିଲେ ପୁଣି ସେମାନଙ୍କର ପାଉଣା ଉଣା କଲେ [୧୬:୫-୭]।

Luke 16:8

ବେବର୍ତ୍ତାଙ୍କ କାର୍ଯ୍ୟ ପ୍ରତି ଧନୀ ଲୋକର ଉତ୍ତର କ'ଣ ଥିଲା ?

ଯେହେତୁ ସେ ବୁଦ୍ଧି ସହିତ କାର୍ଯ୍ୟ କରିଥିଲେ ସେଥିପାଇଁ ସେ ବେବର୍ତ୍ତାଙ୍କୁ ପ୍ରଶଂସା କଲେ [୧୬:୮]।

ଏହି କାହାଣୀ ଉପରେ ଆଧାର କରି ଯୀଶୁ ଅନ୍ୟମାନଙ୍କୁ କ'ଣ କରିବାକୁ କହିଲେ ?

ସେ କହିଲେ, "ଅଧର୍ମ ଧନରେ ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହୁଏ, ସେମାନେ ତୁମ୍ଭମାନଙ୍କ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ [୧୬:୯]।"

Luke 16:10

ଯେଉଁ ବ୍ୟକ୍ତି ଅଳ୍ପ ବିଷୟରେ ବିଶ୍ଵସ୍ତ ସେ ଆଉ କେଉଁଥିରେ ବିଶ୍ଵସ୍ତ ହେବେ ବୋଲି ଯୀଶୁ କହିଲେ ?

ସେ ବହୁତ ବିଷୟରେ ମଧ୍ୟ ବିଶ୍ଵସ୍ତ ରହିବେ [୧୬:୧୦]।

Luke 16:13

କେଉଁ ପ୍ରଭୁମାନଙ୍କ ମଧ୍ୟରେ ଆମ୍ଭମାନଙ୍କୁ ସେବା କରିବାକୁ ମନୋନୀତ କରିବା ଆବଶ୍ୟକ ବୋଲି ଯୀଶୁ କହିଲେ ?

ଈଶ୍ଵର ଓ ଧନ ମଧ୍ୟରୁ ଆମ୍ଭମାନଙ୍କୁ ମନୋନୀତ କରିବା ଆବଶ୍ୟକ [୧୬:୧୩]।

Luke 16:16

ଯୀଶୁଙ୍କ ଅନୁସାରେ, ଯୋହନଙ୍କ ଆଗମନ ପର୍ଯ୍ୟନ୍ତ କ'ଣ ପ୍ରଚଳିତ ଥିଲା ?

ବ୍ୟବସ୍ଥା ଓ ଭାବବାଦୀମାନେ ପ୍ରଚଳିତ ଥିଲେ [୧୬:୧୬]।

ଯୀଶୁଙ୍କ ଅନୁସାରେ, ବର୍ତ୍ତମାନ କ'ଣ ପ୍ରଚାର କରାଯାଉଅଛି ?

ଈଶ୍ଵରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରାଯାଉଅଛି [୧୬:୧୬]।

Luke 16:18

ଯୀଶୁଙ୍କ ଅନୁସାରେ, ଯେ ଆପାଣା ସ୍ତ୍ରୀକୁ ପରିତ୍ୟାଗ କରେ ପୁଣି ଅନ୍ୟକୁ ବିବାହ କରେ ସେ କିପ୍ରକାର ବ୍ୟକ୍ତି ଅଟେ ?

ସେହି ବ୍ୟକ୍ତି ଜଣେ ବ୍ୟଭିଚାରୀ ଅଟେ [୧୬:୧୮]।

Luke 16:22

ଯୀଶୁଙ୍କ କାହାଣୀରେ, ଭିକାରୀ ଲାଜାର ତାହାର ମୃତ୍ୟୁ ପରେ କେଉଁଠାକୁ ଗଲେ ?

ଅବ୍ରହାମ କୋଳରେ ସ୍ଵାନ୍ତନା ପାଇବାକୁ ନିଆଗଲେ [୧୬:୨୨,୨୫]।

ଧନୀ ଲୋକ ମଲା ସେ କେଉଁଠିକୁ ଗଲେ ?

ନରକ ଯନ୍ତ୍ରଣାରେ କଲବଲ ହେବାକୁ ଗଲେ [୧୬:୨୩]।

Luke 16:24

ଅବ୍ରହାମଙ୍କୁ ସେହି ଧନୀ ବ୍ୟକ୍ତିର ପ୍ରଥମ ଅନୁରୋଧ କ'ଣ ଥିଲା ?

ସେ କହିଲେ, "ଦୟାକରି ଲାଜାର ଆସି ଟିକିଏ ପାଣି ଦିଅନ୍ତୁ ଯେହେତୁ ମୁଁ ନିଆଁରେ କଲବଲ ହେଉଅଛି [୧୬:୨୪]।"

Luke 16:25

ଧନୀ ଲୋକଙ୍କ ପ୍ରତି ଅବ୍ରହାମଙ୍କ ଉତ୍ତର କ'ଣ ଥିଲା ?

ସେ କହିଲେ, "ଆମ୍ଭମାନଙ୍କ ମଧ୍ୟରେ ସେଠାରେ ବୃହତ ବ୍ୟବଧନ ଅଛି ଯାହା କୌଣସି ଲୋକ ଅତିକ୍ରମ କରି ପାରନ୍ତି ନାହିଁ [୧୬:୨୬]।"

Luke 16:27

ଅବ୍ରହାମଙ୍କୁ ସେହି ଧନୀ ବ୍ୟକ୍ତିର ଦ୍ୱିତୀୟ ଅନୁରୋଧ କ'ଣ ଥିଲା ?

ସେ କହିଲେ, "ଦୟାକରି ଏହି ସ୍ଥାନ ବିଷୟରେ ମୋହର ଭାଇମାନଙ୍କୁ ସାବଧନ କରାଇବାକୁ ଲାଜାରଙ୍କୁ ପଠାନ୍ତୁ [୧୬:୨୭-୨୮]।"

Luke 16:29

ଧନୀ ଲୋକଙ୍କ ପ୍ରତି ଅବ୍ରହାମଙ୍କର ଉତ୍ତର କ'ଣ ଥିଲା ?

ସେ କହିଲେ, "ସେମାନଙ୍କ ପାଖରେମୋଶାଓ ଭାବବାଦୀମାନେ ଅଛନ୍ତି; ସେମାନେ ସେମାନଙ୍କୁ ଶୁଣନ୍ତୁ [୧୬:୨୯]।"

ଅବ୍ରହାମ କହିଲେ ଯେ ଯଦି ସେମାନେମୋଶାଓ ଭାବବାଦୀମାନଙ୍କୁ ଶୁଣନ୍ତି ନାହିଁ, ସେମାନଙ୍କୁ କ'ଣ ପ୍ରବର୍ତ୍ତାଇବ ନାହିଁ ?

ଯଦି ଜଣେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ମନାଇବେ ନାହିଁ [୧୬"୩୧]।


Chapter 17

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର; 2 ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବାଧାର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାନ୍ତା ।

3 ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ । ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ । 4 ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର ।

5 ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ । 6 ପ୍ରଭୁ କହିଲେ, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳିଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ ।

7 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରିଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ ? 8 ସେ କ'ଣ ବରଂ ତାହାକୁ କହିବ ନାହିଁ, ମୋର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋର ସେବା କର, ତାହା ପରେ ତୁ ଖିଆପିଆ କରିବୁ ?

9 ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କ'ଣ ତାହାକୁ ଧନ୍ୟବାଦ ଦିଏ ? 10 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ ।

11 ସେ ଯିରୂଶାଲକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ । 12 ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ୍ କଲେ; 13 ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ ।

14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ । ଆଉ ସେମାନେ ଯାଉ ଯାଉ ଶୁଚି ହେଲେ । 15 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି, 16 ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ ।

17 ସେଥିରେ ଯୀଶୁ ଉତ୍ତର ଦେଲେ, ଦଶ ଜଣ କ'ଣ ଶୁଚି ହେଲେ ନାହିଁ ? 18 ତେବେ ଆଉ ନଅ ଜଣ କାହାନ୍ତି ? ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୂଦୀ ଲୋକଟି ଛଡ଼ା କ'ଣ ଆଉ କେହି ଫେରିଆସି ନାହିଁ ? 19 ପୁଣି, ସେ ତାହାକୁ କହିଲେ, ଉଠି ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି ।

20 ଈଶ୍ୱରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କ ରାଜ୍ୟ ଦୃଶ୍ୟଭାବରେ ଆସେ ନାହିଁ; 21 କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି ।

22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ । 23 ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ । 24 କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର (ଯୀଶୁ) ଆପଣା ଦିନରେ ସେହିପରି ହେବେ ।

25 ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ । 26 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ; 27 ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳ ପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା ।

28 ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗେଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ, 29 କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା ।

30 ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ । 31 ସେହିଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ ।

32 ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ । 33 ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ ।

34 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ । 35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ । 36 [ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ ।] 37 ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ ? ସେ ସେମାନଙ୍କୁ କହିଲେ, ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ ।



Translation Questions

Luke 17:3

ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ବିରୁଦ୍ଧରେ ପାପ କରେ ପୁଣି ଫେରି ଆସି କହେ, "ମୁଁ ମନ ପରିବର୍ତ୍ତନ କରୁଅଛି" ଆମ୍ଭେମାନେ କ'ଣ କରିବା ଆବଶ୍ୟକ ବୋଲି ଯୀଶୁ କହିଲେ ?

ଆମ୍ଭେମାନେ ତାହାକୁ କ୍ଷମା କରିବା ଆବଶ୍ୟକ [୧୭:୪]।

Luke 17:9

ଦାସମାନଙ୍କ ପରି, ଆମ୍ଭର ପ୍ରଭୁଙ୍କ ଦ୍ଵାରା ଆମ୍ଭର ସମସ୍ତ କର୍ମ ପାଇଁ ପ୍ରଶଂସିତ ହେଲା ପରେ ଆମ୍ଭମାନଙ୍କୁ କ'ଣ କହିବା ଉଚିତ୍ ?

ଆମ୍ଭେମାନେ କହିବା ଉଚିତ୍, "ଆମ୍ଭେମାନେ ଅଯୋଗ୍ୟ ଦାସମାନେ; ଆମ୍ଭେମାନେ ଯାହା କରିବା ଉଚିତ୍ କେବଳ ତାହା ହିଁ ଆମ୍ଭେମାନେ କରିଅଛୁ [୧୭:୧୦]।"

Luke 17:11

ସେମାନେ ଯୀଶୁଙ୍କୁ କ'ଣ କହିଲେ ?

ସେମାନେ କହିଲେ, "ଯୀଶୁ, ପ୍ରଭୁ, ଆମ୍ଭମାନଙ୍କ ଉପରେ ଦୟା କର [୧୭:୧୩]।"

Luke 17:14

ଯୀଶୁ ସେମାନଙ୍କୁ କ'ଣ କରିବାକୁ କହିଲେ ?

ସେ ସେମାନଙ୍କୁ ଯିବାକୁ କହିଲେ ପୁଣି ଆପଣା ଆପଣାକୁ ଯାଜକମାନଙ୍କୁ ଦେଖାଇବାକୁ କହିଲେ [୧୭:୧୪]।

ଯେପରି କୁଷ୍ଠୀମାନେ ଗଲେ ସେମାନଙ୍କ ପ୍ରତି କ'ଣ ଘଟିଲ ?

ସେମାନେ ଶୁଚି ହୋଇଗଲେ [୧୭:୧୪]।

ଦଶ କୁଷ୍ଠୀମାନଙ୍କ ମଧ୍ୟରୁ କେତେ ଜଣ ଯୀଶୁଙ୍କୁ ଧନ୍ୟବାଦ ଦେବାକୁ ବାହୁଡିଆସିଲେ ?

କେବଳ ଜଣେ ବାହୁଡିଆସିଲା [୧୭:୧୫]।

ଯେଉଁ କୁଷ୍ଠୀ ଯୀଶୁଙ୍କୁ ଧନ୍ୟବାଦ ଦେବାକୁ ବାହୁଡିଆସିଲେ ସେ କେଉଁଠିର ଥିଲେ ?

ସେ ଶମିରୀୟାରୁ ଥିଲେ [୧୭:୧୬]।

Luke 17:20

ଯେତେବେଳେ ଆଗାମୀ ରାଜ୍ୟ ବିଷୟରେ ପଚାରାଗଲା, ସେତେବେଳେ ଯୀଶୁ ଈଶ୍ଵରଙ୍କ ରାଜ୍ୟ କେଉଁଠି ଅଛି ବୋଲି କହିଲେ ?

ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି [୧୭:୨୧]।

Luke 17:22

ଯେତେବେଳେ ଯୀଶୁ ପୁନର୍ବାର ଦେଖାଯିବେ, ସେତେବେଳେ ସେହି କିପରି ହେବେ ବୋଲି ସେ କହିଲେ ?

ବିଜୁଳି ମାରି ଯେପରି ଆକାଶର ଗୋଟିଏ ପାଖରୁ ଆର ପାଖ ପର୍ଯ୍ୟନ୍ତ ଆଲୁଅ ଦିଏ ତାହା ଏହିପରି ହେବ [୧୭:୨୪]।

Luke 17:25

ପ୍ରଥମେ କ'ଣ ଘଟିବା ଆବଶ୍ୟକ ବୋଲି ଯୀଶୁ କହିଲେ ?

ସେ ଅନେକ ଦୁଃଖଭୋଗ କରିବା ଆବଶ୍ୟକ ପୁଣି ଏହି ପିଢି ଦ୍ଵାରା ଅଗ୍ରାହ୍ୟ ହେବା ଆବଶ୍ୟକ [୧୭:୨୫]।

କିପରି ମନୁଷ୍ୟପୁତ୍ରଙ୍କ ଦିନ ନୋହଙ୍କ ଦିନ ପୁଣି ଲୋଟଙ୍କ ଦିନମାନଙ୍କ ସଦୃଶ୍ୟ ହେବ ?

ଅନେକେ ଭୋଜନ, ପାନ, ବିବାହ, ବିକ୍ରୀ, ରୋପଣ, ଏବଂ ନିର୍ମାଣ କରିବେ, ବିନାଶର ଦିନ ପ୍ରତି ସାବଧନ ନ ଥିବେ [୧୭:୨୭]।

Luke 17:30

ଆମ୍ଭେମାନେ କିପରି ଲୋଟଙ୍କ ସ୍ତ୍ରୀ ସଦୃଶ୍ୟ ନ ହେବା ଉଚିତ୍ ?

ଆମ୍ଭେମାନେ ସେହି ଦିନ ଆମ୍ଭର ଜାଗତିକ ସମ୍ପତ୍ତି ପ୍ରତି ନ ଫେରୁ, ଯେପରି ସେ କଲେ ପୁଣି ବିନାଶ ହେଲେ [୧୭:୩୧-୩୨]।

Luke 17:34

ଯୀଶୁ କେଉଁ ପ୍ରାକୃତିକ ଛବିକୁ ବ୍ୟବହାର କଲେ ତାହାଙ୍କ ଶିଷ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ, "କେଉଁଠାରେ, ପ୍ରଭୁ ?"

ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡିକ ଏକାଠି ହୁଅନ୍ତି [୧୭:୩୭]।


Chapter 18

1 କ୍ଲାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏହି ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ, 2 ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ ।

3 ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା । 4 ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସହମତ ହେଉ ନ ଥିଲେ; କିନ୍ତୁ ପରେ ସେ ମନେ ମନେ କହିଲେ, ଯଦିବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ, 5 ତଥାପି ଏହି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବି, ନୋହିଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ ।

6 ସେଥିରେ ପ୍ରଭୁ କହିଲେ, ଏହି ଅଧାର୍ମିକ ବିଚାରକର୍ତ୍ତା କ'ଣ କହୁଅଛନ୍ତି, ତାହା ଶୁଣ । 7 ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କର ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁୁ ଅଟନ୍ତି ? 8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ । ତଥାପି ମନୁଷ୍ୟପୁତ୍ର (ଯୀଶୁ) ଆସି ପୃଥିବୀରେ କ'ଣ ବିଶ୍ୱାସ ଦେଖିବେ ?

9 ନିଜ ନିଜକୁ ଧାର୍ମିକ ମନେ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ, 10 ଦୁଇ ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ, ଜଣେ ଫାରୂଶୀ ଓ ଅନ୍ୟ ଜଣକ କର ଆଦାୟକାରୀ ।

11 ଫାରୂଶୀ ଠିଆ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, ହେ ଈଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କର ଆଦାୟକାରୀ ପରି ସୁଦ୍ଧା ନୁହେଁ; 12 ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆଦାୟର ଦଶମାଂଶ ଦେଇଥାଏ ।

13 କିନ୍ତୁ କରଗ୍ରାହୀ ଦୂରରେ ଠିଆ ହୋଇ ସ୍ୱର୍ଗଆଡ଼େ ଅନେଇବାକୁ ସୁଦ୍ଧା ସାହସ କଲା ନାହିଁ, କିନ୍ତୁ ନିଜ ଛାତିରେ ମାରିହୋଇ କହିବାକୁ ଲାଗିଲା, ହେ ଈଶ୍ୱର, ମୁଁ ପାପୀ ମୋତେ ଦୟା କରନ୍ତୁ । 14 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ କର ଆଦାୟକାରୀ ଧାର୍ମିକ ଗଣିତ ହୋଇ ନିଜ ଘରକୁ ଚାଲିଗଲା; କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ ।

15 ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ସେମାନଙ୍କୁ ମଧ୍ୟ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ତାହା ଦେଖି ସେମାନଙ୍କୁ ଧମକ ଦେବାକୁ ଲାଗିଲେ । 16 କିନ୍ତୁ ସେ ସେମାନଙ୍କୁ ଆପଣା ପାଖକୁ ଡାକି କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ଆଉ ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର । 17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ ।

18 ଜଣେ ଯିହୂଦୀ ଧର୍ମଗୁରୁ ତାହାଙ୍କୁ ପଚାରିଲେ, ହେ ସଦ୍‌ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି ? 19 ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋତେ ସତ୍ ବୋଲି କାହିଁକି କହୁଅଛ ? ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ । 20 ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆପଣା ପିତାମାତାଙ୍କୁ ସମାଦର କର । 21 ସେ କହିଲେ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି ।

22 ଯୀଶୁ ଏହା ଶୁଣି ତାହାଙ୍କୁ କହିଲେ, ତୁମ୍ଭର ଆଉ ଗୋଟିଏ ବିଷୟ ଉଣା ଅଛି; ତୁମ୍ଭେ ନିଜର ସବୁ ବିକି ଦେଇ ଗରିବମାନଙ୍କୁ ବାଣ୍ଟିଦିଅ, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । 23 କିନ୍ତୁ ସେ ଏହି ସମସ୍ତ କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ ।

24 ସେଥିରେ ଯୀଶୁ ତାହାଙ୍କୁ ଦେଖି କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରନ୍ତି ! 25 କାରଣ ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚୀର କଣା ଦେଇ ଓଟର ପ୍ରବେଶ କରିବା ସହଜ ।

26 ଯେଉଁମାନେ ଏହା ଶୁଣିଲେ, ସେମାନେ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ ? 27 କିନ୍ତୁ ସେ କହିଲେ, ଯାହା ମଣିଷର ଅସମ୍ଭବ, ତାହା ଈଶ୍ୱରଙ୍କର ସମ୍ଭବ ।

28 ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ନିଜ ନିଜର ସବୁ କିଛି ଛାଡ଼ି ଆପଣଙ୍କ ଅନୁଗାମୀ ହୋଇଅଛୁ । 29 ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଗୃହ କି ସ୍ତ୍ରୀକୁ ଭାଇ କି ବାପା ମା କି ସନ୍ତାନସନ୍ତତି ପରିତ୍ୟାଗ କରିଅଛନ୍ତି 30 ସେମାନେ ଏହିକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ ।

31 ପରେ ସେ ବାର ଜଣ ଶିଷ୍ୟଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାଉଅଛୁ, ଆଉ ଭାବବାଦୀମାନଙ୍କ ଦ୍ୱାରା ଯେଉଁ ସମସ୍ତ ବିଷୟ ଲେଖାଯାଇଅଛି, ସେ ସମସ୍ତ ମନୁଷ୍ୟପୁତ୍ରଙ୍କଠାରେ ସଫଳ ହେବ; 32 କାରଣ ଯୀଶୁ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପିତ ହେବେ, ପୁଣି, ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ପ୍ରତି ଅତ୍ୟାଚାର କରି ତାହାଙ୍କ ଉପରେ ଛେପ ପକାଇବେ, 33 ତାହାଙ୍କୁ କୋରଡ଼ା ମାରି ବଧ କରିବେ, ଆଉ ତୃତୀୟ ଦିନରେ ସେ ପୁନର୍ବାର ଉଠିବେ ।

34 କିନ୍ତୁ ଶିଷ୍ୟମାନେ ଏହି ସବୁ ବିଷୟ କିଛି ବୁଝିଲେ ନାହିଁ; ଏହି ବାକ୍ୟ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା, ପୁଣି, ଯାହା କୁହାଯାଉଥିଲା, ସେ ସବୁ ବୁଝୁ ନ ଥିଲେ ।

35 ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା । 36 ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କ'ଣ ବୋଲି ପଚାରିବାକୁ ଲାଗିଲା । 37 ସେମାନେ ତାହାକୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି ।

38 ସେଥିରେ ସେ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ । 39 ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ମୋତେ ଦୟା କରନ୍ତୁ ।

40 ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ, 41 ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ ? ଅନ୍ଧ କହିଲା, ହେ ପ୍ରଭୁ, ମୁଁ ଯେପରି ଦେଖି ପାରିବି ।

42 ଯୀଶୁ ତାହାକୁ କହିଲେ, ଦୃଷ୍ଟି ପାଅ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି । 43 ସେହିକ୍ଷଣି ସେ ଦେଖି ପାରିଲେ ଏବଂ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ୱରଙ୍କ ପ୍ରଶଂସା କଲେ ।



Translation Questions

Luke 18:3

ଅଧାର୍ମିକ ବିଚାରକର୍ତ୍ତାଙ୍କୁ ଜଣେ ବିଧବା କ'ଣ ମାଗୁଥିଲା ?

ତାହାର ପ୍ରତିପକ୍ଷ ବିରୁଦ୍ଧରେ ସେ ନ୍ୟାୟ ନିମନ୍ତେ ପଚାରୁଥିଲେ [୧୮:୩]।

କିଛି ସମୟ ପରେ, ଅଧାର୍ମିକ ବିଚାରକର୍ତ୍ତା ନିଜକୁ ନିଜେ କ'ଣ କହିଲେ ?

ସେ କହିଲେ, "କାରଣ ଏହି ବିଧବା ମୋତେ କଷ୍ଟ ଦେଉଅଛି ପୁଣି ବାରମ୍ବାର ମୋ' ନିକଟକୁ ଆସୁଅଛି, ମୁଁ ତାହାକୁ ନ୍ୟାୟ ପାଇବା ନିମନ୍ତେ ସାହାଯ୍ୟ କରିବି [୧୮:୫]।

Luke 18:6

ଏହି କାହାଣୀରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା ବିଷୟରେ କ'ଣ ଶିକ୍ଷା ଦେବାକୁ ଚାହିଁଲେ ?

ସେ ସେମାନଙ୍କୁ ଶିକ୍ଷା ଦେବାକୁ ଚାହିଁଲେ ଯେ ସେମାନେ ନିରାଶ ନ ହୋଇ ସବୁବେଳେ ପ୍ରାର୍ଥନା କରିବା ଉଚିତ୍, ଏବଂ ଯେଉଁମାନେ ତାହାଙ୍କ ନିକଟରେ କ୍ରନ୍ଦନ କରନ୍ତି ଈଶ୍ଵର ସେମାନଙ୍କ ପ୍ରତି ନ୍ୟାୟ ଆଣନ୍ତି [୧୮:୧,୮]।

Luke 18:9

ଯୀଶୁଙ୍କ କାହାଣୀରେ, କେଉଁ ଦୁଇ ବ୍ୟକ୍ତି ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ ?

ଜଣେ ଫାରୂଶୀ ପୁଣି ଜଣେ କରଗ୍ରାହୀ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ [୧୮:୧୦]।

Luke 18:11

ଆପଣା ଧାର୍ମିକତା ବିଷୟରେ ପୁଣି ଅନ୍ୟ ଲୋକମାନଙ୍କ ବିଷୟରେ ଫାରୂଶୀଙ୍କ ମନୋଭାବ କ'ଣ ଥିଲା ?

ସେ ଆପଣାକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଧାର୍ମିକ ବୋଲି ଭାବିଲେ [୧୮:୯,୧୧-୧୨]।

Luke 18:13

ମନ୍ଦିରରେ ଈଶ୍ଵରଙ୍କ ନିକଟରେ କରଗ୍ରାହୀଙ୍କ ପ୍ରାର୍ଥନା କ'ଣ ଥିଲା ?

ସେ ପ୍ରାର୍ଥନା କଲେ, "ଈଶ୍ଵର, ମୋତେ ଦୟା କର, ମୁଁ ଜଣେ ପାପୀ [୧୮:୧୩]।"

କେଉଁ ଲୋକ ଈଶ୍ଵରଙ୍କ ନିକଟରେ ଧାର୍ମିକ ଗଣିତ ହୋଇ ଆପଣା ଗୃହକୁ ଗଲା ?

ଈଶ୍ଵରଙ୍କ ନିକଟରେ କରଗ୍ରାହୀ ଧାର୍ମିକ ଗଣିତ ହୋଇଥିଲେ [୧୮:୧୪]।

Luke 18:15

ଈଶ୍ଵରଙ୍କ ରାଜ୍ୟ କାହାର ବୋଲି ଯୀଶୁ କହିଲେ ?

ଏହା ଶିଶୁମାନଙ୍କ ପରି ଲୋକମାନଙ୍କର ଅଟେ [୧୮:୧୬-୧୭]।

Luke 18:22

କେଉଁ ଗୋଟିଏ ବିଷୟ ଯୀଶୁ ସେହି ଶାସକଙ୍କୁ (ଯେ ଯୌବନ ଅବସ୍ଥାରୁ ଈଶ୍ଵରଙ୍କ ଆଜ୍ଞାଗୁଡିକୁ ପାଳନ କରିଥିଲା) କରିବାକୁ କହିଲେ ?

ଯୀଶୁ ତାହାଙ୍କୁ କହିଲେ ତାହାର ସର୍ବସ୍ଵ ଯାହା ଥିଲା ତାହା ବିକ୍ରୀ କରି ଦରିଦ୍ରମାନଙ୍କୁ ବିତରଣ କରିବାକୁ [୧୮:୨୨]।

ଯୀଶୁଙ୍କ ଉକ୍ତି ପ୍ରତି ଶାସକ କିପରି ଉତ୍ତର ଦେଲା ପୁଣି କାହିଁକି ?

ସେ ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ [୧୮:୨୩]।

Luke 18:28

ଯେଉଁମାନେ ଈଶ୍ଵରଙ୍କ ରାଜ୍ୟ ନିମନ୍ତେ ଜାଗତିକ ବିଷୟସବୁ ପରିତ୍ୟାଗ କରିଅଛନ୍ତି ସେମାନଙ୍କୁ ଯୀଶୁ କ'ଣ ପ୍ରତିଜ୍ଞା କଲେ ?

ଯୀଶୁ ପ୍ରତିଜ୍ଞା କଲେ ଏହି ପୃଥିବୀରେ ବହୁଗୁଣ, ପୁଣି ଆଗାମୀ ପୃଥିବୀରେ ଅନନ୍ତ ଜୀବନ [୧୮:୩୦]।

Luke 18:31

ଯୀଶୁଙ୍କ ଅନୁସାରେ, ପୂରାତନ ନିୟମର ଭାବବାଦୀମାନେ ମନୁଷ୍ୟପୁତ୍ର ବିଷୟରେ କ'ଣ ଲେଖିଥିଲେ ?

ସେ ବିଜାତିମାନଙ୍କ ହସ୍ତରେ ସମର୍ପିତ ହେବେ, ପରିହାସ ଏବଂ ଲଜ୍ୟାଜନକ ଭାବରେ ବ୍ୟବହାର ହେବେ, କୋରଡା ମାରିବେ, ଏବଂ ବଧ କରିବେ, କିନ୍ତୁ ତୃତୀୟ ଦିବସରେ ସେ ପୁନରୁତ୍ଥିତ ହେବେ [୧୮:୩୨-୩୩]।

Luke 18:38

ରାସ୍ତା ପାର୍ଶ୍ୱରେ ବସିଥିବା ଅନ୍ଧ ଯୀଶୁଙ୍କୁ ଉଚ୍ଚ ସ୍ଵରରେ କ'ଣ କହିଲା ?

ସେ କହିଲା, "ଯୀଶୁ, ଦାଉଦଙ୍କ ସନ୍ତାନ, ମୋ ପ୍ରତି ଦୟା କରନ୍ତୁ [୧୮:୩୮-୩୯]।"

Luke 18:42

ସେହି ଅନ୍ଧ ଲୋକ ସୁସ୍ଥ ହେଲା ପରେ ଲୋକମାନେ କିପରି ପ୍ରତିକ୍ରିୟା କଲେ ?

ସେମାନେ ଈଶ୍ଵରଙ୍କ ମହିମା କୀର୍ତ୍ତନ କଲେ ପୁଣି ଈଶ୍ଵରଙ୍କୁ ପ୍ରଶଂସା ଦେଲେ [୧୮:୪୩]।


Chapter 19

1 ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ । 2 ଆଉ ଦେଖ, ସେଠାରେ ଜଖିୟ ନାମରେ ଜଣେ ଲୋକ ଥିଲେ । ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ ।

3 ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ । 4 ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରି ଗଛରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା ।

5 ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, ଜଖିୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ । 6 ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ । 7 ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି ।

8 କିନ୍ତୁ ଜଖିୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି । 9 ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରାହାମଙ୍କ ଜଣେ ସନ୍ତାନ; 10 କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି ।

11 ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ୱରଙ୍କ ରାଜ୍ୟ ଅତିଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ । 12 ଏଣୁ ସେ କହିଲେ, ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ ।

13 ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶ ଗୋଟି ମୁଦ୍ରା ଦେଇ କହିଲେ, ମୋର ଆସିବା ପର୍ଯ୍ୟନ୍ତ ବେପାର କର । 14 କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବେ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ । 15 ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ ।

16 ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୁଦ୍ରା ଆଉ ଦଶଟି ମୁଦ୍ରା ଲାଭ କରିଅଛି । 17 ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ ।

18 ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୁଦ୍ରା ପାଞ୍ଚୋଟି ମୁଦ୍ରା ଲାଭ କରିଅଛି । 19 ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚୋଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ ।

20 ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୁଦ୍ରା, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି; 21 କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି ।

22 ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି । ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କ'ଣ ଜାଣିଥିଲୁ ? 23 ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି ।

24 ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୁଦ୍ରା ନେଇଯାଇ, ଯାହାର ଦଶ ମୁଦ୍ରା ଅଛି, ତାହାକୁ ଦିଅ । 25 ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୁଦ୍ରା ଅଛି ।

26 ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ । କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ । 27 କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର ।

28 ଏହି ସମସ୍ତ କଥା କହି ଯୀଶୁ ଆଗକୁ ଯାଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ ।

29 ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବେଥଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, 30 ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ । 31 ଆଉ ଯଦି କେହି ତୁମ୍ଭମାନଙ୍କୁ କାହିଁକି ଫିଟାଉଅଛ ବୋଲି ପଚାରେ, ତେବେ ଏପରି କହିବ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି ।

32 ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ । 33 ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ଅଧିକାରୀମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ ? 34 ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି । 35 ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ । 36 ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ ।

37 ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚ ସ୍ୱର କରି ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ, 38 ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ । ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା ।

39 ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ । 40 ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ ।

41 ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ, 42 ତୁ, ହଁ, ତୁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ ! ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି ।

43 ଯେତେବେଳେ ଈଶ୍ୱର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋ' ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରିଯାଇ ଅବରୋଧ କରିବେ, 44 ପୁଣି, ତୋତେ ଓ ତୋ ମଧ୍ୟରେ ଥିବା ତୋ ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋ ଉପରେ ଆସିବ ।

45 ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀ ମାନଙ୍କୁ ବାହାର କରିବାକୁ ଲାଗିଲେ, 46 ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଦୁଷ୍କର୍ମକାରୀମାନଙ୍କର ବାସସ୍ଥାନ କରିଅଛ ।

47 ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ, 48 କିନ୍ତୁ ଲୋକ ସମସ୍ତେ ଆଗ୍ରହରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କ'ଣ କରିବେ ବୋଲି ସ୍ଥିର କରି ପାରୁ ନ ଥିଲେ ।



Translation Questions

Luke 19:1

ଯୀଶୁଙ୍କୁ ଦେଖିବାକୁ କିଏ ଗଛ ଉପରେ ଚଢିଲେ, ପୁଣି ତାହାଙ୍କର ବୃତ୍ତି କ'ଣ ଥିଲା ଏବଂ ସମାଜରେ ତାହାଙ୍କର ସ୍ଥାନ କ'ଣ ଥିଲା ?

ସେ ଜଖିୟ ଥିଲେ, ଜଣେ ଧନୀ କରଗ୍ରାହୀ [୧୯:୨]।

Luke 19:5

ଯେତବେଳେ ଯୀଶୁ ଜଖିୟଙ୍କ ଗୃହକୁ ଗଲେ ସେତେବେଳେ ପ୍ରତ୍ୟେକ କ'ଣ ଅଭିଯୋଗ କଲେ ?

ସେମାନେ କହିଲେ, "ଜଣେ ପାପୀଙ୍କୁ ଦର୍ଶନ କରିବାକୁ ଯୀଶୁ ଯାଇଅଛନ୍ତି [୧୯:୭]।"

Luke 19:8

ଜଖିୟ ଦରିଦ୍ରମାନଙ୍କୁ ଦାନ କଲା ପରେ ଯୀଶୁ ଜଖିୟଙ୍କ ବିଷୟରେ କ'ଣ କହିଲେ ?

ସେ କହିଲେ, "ଆଜି ପରିତ୍ରାଣ ଏହି ଗୃହରେ ଉପସ୍ଥିତ ହୋଇଅଛି [୧୯:୯]।"

Luke 19:11

ଯେତେବେଳେ ଯୀଶୁ ଯିରୂଶାଲମ ପହଞ୍ଚିଲେ ସେତେବେଳେ ଲୋକମାନେ କ'ଣ ଘଟିବ ବୋଲି ଆଶା କଲେ ?

ସେମାନେ ଭାବିଲେ ଯେ ଈଶ୍ଵରଙ୍କ ରାଜ୍ୟ ଯଥାଶୀଘ୍ର ପ୍ରକାଶ ପାଇବ [୧୯:୧୧]।

ଯୀଶୁଙ୍କ ଦୃଷ୍ଟାନ୍ତରେ, ଜଣେ କୁଳୀନ ବ୍ୟକ୍ତି କେଉଁଠାକୁ ଯାତ୍ରା କରୁଥିଲେ ?

ସେ ଏକ ରାଜ୍ୟ ପାଇବା ପାଇଁ ଦୂର ଦେଶକୁ ଯାଉଥିଲେ, ପୁଣି ତା'ପରେ ସେ ବାହୁଡି ଆସିବେ [୧୯:୧୨]।

Luke 19:18

ଯେଉଁ ଦାସମାନେ ସେମାନଙ୍କର ଧନ ସହିତ ବିଶ୍ଵସ୍ତ ଥିଲେ ଯୀଶୁ ସେମାନଙ୍କ ନିମନ୍ତେ କ'ଣ କଲେ ?

ସେ ସେମାନଙ୍କୁ ନଗରଗୁଡିକ ଉପରେ ଅଧିକାର ଦେଲେ [୧୯:୧୭,୧୯]।

Luke 19:20

କୁଳୀନ ବ୍ୟକ୍ତି କିପ୍ରକାର ଲୋକ ଥିଲେ ବୋଲି ଦୁଷ୍ଟ ଦାସ ମନେ କଲେ ?

କୁଳୀନ ବ୍ୟକ୍ତି ଜଣେ କୋଠର ଲୋକ ଥିଲେ ବୋଲି ସେ ମନେ କଲେ [୧୯:୨୧]।

Luke 19:24

ଦୁଷ୍ଟ ଦାସ ସହିତ କୁଳୀନ ବ୍ୟକ୍ତି କ'ଣ କଲେ ?

ସେ ଦୁଷ୍ଟ ଦାସଙ୍କ ନେଇଗଲେ [୧୯:୨୪]।

Luke 19:26

କୁଳୀନ ବ୍ୟକ୍ତି କ'ଣ କଲେ ଯେଉଁମାନେ ତାହାଙ୍କୁ ସେମାନଙ୍କ ଉପରେ ରାଜତ୍ଵ କରିବାକୁ ଚାହିଁଲେ ନାହିଁ ?

କୁଳୀନ ବ୍ୟକ୍ତି ତାହାଙ୍କ ସାକ୍ଷାତରେ ସେମାନଙ୍କୁ ବଧ କଲେ [୧୯:୨୭]।

Luke 19:29

ଯୀଶୁ କି ପ୍ରକାର ପଶୁ ଉପରେ ଚଢିଲେ ଯେତେବେଳେ ସେ ଯିରୂଶାଲମକୁ ଗଲେ ?

ଏକ ଗଧ ଛୁଆ ଯାହା ଉପରେ କେହି କେବେ ବସି ନ ଥିଲେ [୧୯:୩୦]।

Luke 19:37

ଯେପରି ଯୀଶୁ ଜୀତପର୍ବତର ଅବତରଣ କରୁଥିଲେ ସେତେବେଳେ ଲୋକସମୂହ କ'ଣ ଉଚ୍ଚ ସ୍ଵରରେ କହିବାକୁ ଲାଗିଲେ ?

ସେମାନେ କହିଲେ, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ [୧୯:୩୮] !"

Luke 19:39

ଯଦି ଲୋକସମୂହ ଆନନ୍ଦରେ ଉଚ୍ଚ ସ୍ଵର କରିବେ ନାହିଁ ତେବେ କ'ଣ ହେବ ବୋଲି ଯୀଶୁ କହିଲେ ?

ପଥରଗୁଡାକ ପାଟି କରିବେ ସେ କହିଲେ [୧୯:୪୦]।

Luke 19:41

ଯେତେବେଳେ ଯୀଶୁ ନଗରର ନିକଟବର୍ତ୍ତୀ ହେଲେ ସେତେବେଳେ ସେ କ'ଣ କଲେ ?

ସେ ରୋଦନ କଲେ [୧୯:୪୧]।

Luke 19:43

ତା'ପରେ ସେହି ଲୋକମାନଙ୍କ ପ୍ରତି ଏବଂ ନଗର ପ୍ରତି କ'ଣ ଘଟିବ ବୋଲି ଯୀଶୁ ଭାବବାଣୀ କଲେ ?

ସେ କହିଲେ ଯେ ଲୋକମାନେ ଭୂମିସାତ ହେବେ ପୁଣି ଗୋଟିଏ ପଥର ଉପରେ ଅନ୍ୟ ଗୋଟିଏ ପଥର ରହିବ ନାହିଁ [୧୯:୪୪]।

Luke 19:47

କିଏ ଯୀଶୁଙ୍କୁ ବଧ କରିବାକୁ ଚାହିଁଲେ ଯେତେବେଳେ ସେ ମନ୍ଦିରରେ ଶିକ୍ଷା ଦେଉଥିଲେ ?

ପ୍ରଧାନ ଯାଜକ ଏବଂ ଶାସ୍ତ୍ରୀମାନେ ଏବଂ ଲୋକମାନଙ୍କର ନେତାମାନେ ଯୀଶୁଙ୍କୁ ବଧ କରିବାକୁ ଚାହିଁଲେ [୧୯:୪୭]।

ଏହି ସମୟରେ କାହିଁକି ସେମାନେ ବଧ କରି ପାରିଲେ ନାହିଁ ?

ଯେହେତୁ ଲୋକମାନେ ତାହାଙ୍କୁ ଏକଚିତ୍ତରେ ଶୁଣୁଥିଲେ [୧୯:୪୮]।


Chapter 20

1 ଏଥିମଧ୍ୟରେ ଦିନେ ଯୀଶୁ ଯେତେବେଳେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ପ୍ରାଚୀନମାନଙ୍କ ସହିତ ଆସି ତାହାଙ୍କୁ କହିଲେ, 2 ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ, ଅବା, ଯେ ତୁମ୍ଭକୁ ଏ ଅଧିକାର ଦେଲା, ସେ କିଏ, ଆମ୍ଭମାନଙ୍କୁ କୁହ ।

3 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ କୁହ, 4 ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା ?

5 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ? 6 କିନ୍ତୁ ଯଦି ମନୁଷ୍ୟଠାରେ ବୋଲି କହିବୁ, ତେବେ ଲୋକ ସମସ୍ତେ ଆମ୍ଭମାନଙ୍କୁ ପଥର ଫୋପାଡ଼ି ମାରିପକାଇବେ, କାରଣ ଯୋହନ ଯେ ଜଣେ ଭାବବାଦୀ, ଏହା ସେମାନଙ୍କର ଦୃଢ଼ ବିଶ୍ୱାସ ।

7 ଏଣୁ ତାହା କେଉଁଠାରୁ ହେଲା, ଏହା ଜାଣି ନାହୁଁ ବୋଲି ସେମାନେ ଉତ୍ତର ଦେଲେ । 8 ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।

9 ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ । 10 ଆଉ କୃଷକମାନେ ଯେପରି ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥି ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଖାଲି ହାତରେ ଫେରାଇଦେଲେ ।

11 ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ; 12 ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ ।

13 ସେଥିରେ ଅଙ୍ଗୁର କ୍ଷେତ୍ରର ମାଲିକ କହିଲେ, ମୁଁ କ'ଣ କରିବି ? ମୋର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ । 14 ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ ।

15 ଆଉ ସେମାନେ ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ବାହାରେ ପକାଇ ବଧ କଲେ । ଅତଏବ ଅଙ୍ଗୁର କ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କ'ଣ କରିବେ ? 16 ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଅଙ୍ଗୁର କ୍ଷେତ୍ର ଦେବେ । ଏହା ଶୁଣି ସେମାନେ କହିଲେ, ତାହା ନ ହେଉ ।

17 କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତେବେ ଏହି ଯେଉଁ ବାକ୍ୟ ଲେଖା ଅଛି, ତାହାର ଅର୍ଥ କ'ଣ, ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହେଲା ? 18 ଯେ କେହି ସେହି ପଥର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ସେହି ପଥର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୁର୍ଣ୍ଣବିଚୂର୍ଣ୍ଣ କରିବ ।

19 ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୁର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ । 20 ସେଥିରେ ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧିନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ଉଦ୍ଦେଶ୍ୟରେ ଯେଉଁମାନେ କପଟରେ ନିଜ ନିଜକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ ।

21 ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଠିକ୍ କଥା କହନ୍ତି ଓ ଶିକ୍ଷା ଦିଅନ୍ତି, ପୁଣି, କାହାରି ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ପଥ ବିଷୟରେ ଶିକ୍ଷା ଦିଅନ୍ତି । 22 କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ଉଚିତ କି ନାହିଁ ?

23 କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ବୁଝି ସେମାନଙ୍କୁ କହିଲେ, ମୋତେ ଗୋଟିଏ ଅଧୁଲି (ମୁଦ୍ରା) ଦେଖାଅ । 24 ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି ? ସେମାନେ କହିଲେ, କାଇସରଙ୍କର ।

25 ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ । 26 ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ ।

27 ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, 28 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ ।

29 ଆଚ୍ଛା, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; 30 ପରେ ଦ୍ୱିତୀୟଟି ଓ ତୃତୀୟଟି ତାହାକୁ ଗ୍ରହଣ କଲେ; 31 ସେହି ପ୍ରକାର ସାତ ଜଣଯାକ ନିଃସନ୍ତାନ ହୋଇ ମଲେ । 32 ଶେଷରେ ସ୍ତ୍ରୀଟି ମଧ୍ୟ ମଲା । 33 ତେବେ ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ ।

34 ଯୀଶୁ ସେମାନଙ୍କୁ କହିଲେ, ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି, 35 କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ; 36 ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଦୂତମାନଙ୍କ ପରି ରୁହନ୍ତି ଏବଂ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ୱରଙ୍କ ସନ୍ତାନ ଅଟନ୍ତି ।

37 ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ପ୍ରଭୁଙ୍କୁ ଅବ୍ରାହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ବୋଲି କହି ସୂଚନା ଦେଇଅଛନ୍ତି । 38 ସେ ତ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି ।

39 ସେଥିରେ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ଉତ୍ତର ଦେଲେ, ହେ ଗୁରୁ, ଆପଣ ଠିକ୍ କହିଲେ । 40 କାରଣ ସେମାନେ ତାହାଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ଆଉ ସାହସ କଲେ ନାହିଁ ।

41 କିନ୍ତୁ ସେ ସେମାନଙ୍କୁ ପଚାରିଲେ, ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି ? 42 କାରଣ ଦାଉଦ ନିଜେ ଗୀତସଂହିତାରେ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ (ଯୀଶୁ) କହିଲେ,

    43 ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ ।

44 ଅତଏବ ଦାଉଦ ଯୀଶୁଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ଯୀଶୁ କିପ୍ରକାରେ ଦାଉଦର ସନ୍ତାନ ?

45 ପରେ ସେ ସମସ୍ତ ଲୋକଙ୍କ ଆଗରେ ଶିଷ୍ୟମାନଙ୍କୁ କହିଲେ, 46 ଶାସ୍ତ୍ରୀମାନଙ୍କଠାରୁ ସାବଧାନ ! ସେମାନେ ଲମ୍ବା ପୋଷାକ ପିନ୍ଧି ବୁଲିବାକୁ, ପୁଣି, ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି; 47 ସେମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରନ୍ତି ଓ ଛଳନାରେ ବହୁତ ସମୟ ଧରି ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ ।



Translation Questions

Luke 20:3

ଯେତେବେଳେ ଯିହୁଦୀ ନେତାମାନେ ଯୀଶୁଙ୍କୁ ପଚାରିଲେ କେଉଁ ଅଧିକାର ଦ୍ଵାରା ସେ ଶିକ୍ଷା ଦେଉଥିଲେ, ସେତେବେଳେ ଯୀଶୁ ସେମାନଙ୍କୁ କେଉଁ ପ୍ରଶ୍ନ ପଚାରିଲେ ?

ସେ ସେମାନଙ୍କୁ ପଚାରିଲେ, "ଯୋହନଙ୍କ ବାପ୍ତିସ୍ମ ସ୍ଵର୍ଗରୁ ନା ମନୁଷ୍ୟଠାରୁ [୨୦:୪]?"

Luke 20:5

ଯଦି ସେମାନେ ଉତ୍ତର ଦେବେ, "ସ୍ଵର୍ଗରୁ," ଯୀଶୁ ସେମାନଙ୍କୁ କ'ଣ କହିବେ ବୋଲି ଯିହୁଦୀ ନେତାମାନେ ମନେ କଲେ ?

ଯିହୁଦୀ ନେତାମାନେ ଯୀଶୁ ଏହା କହିବେ ବୋଲି ମନେ କଲେ, "ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ଵାସ କଲ ନାହିଁ [୨୦:୫]?"

ଯଦି ସେମାନେ ଉତ୍ତର ଦେବେ, "ମନୁଷ୍ୟଠାରୁ," ଲୋକମାନେ ସେମାନଙ୍କୁ କ'ଣ କହିବେ ବୋଲି ସେମାନେ ମନେ କଲେ ?

ଲୋକମାନେ ସେମାନଙ୍କୁ ପଥର ଫୋପାଡିବେ ବୋଲି ସେମାନେ ମନେ କଲେ [୨୦:୬]।

Luke 20:9

ଯୀଶୁଙ୍କ ଦୃଷ୍ଟାନ୍ତରେ, କୃଷକମାନେ କ'ଣ କଲେ ଯେତେବେଳେ ପ୍ରଭୁ ତାହାଙ୍କ ଦାସମାନଙ୍କୁ ଦ୍ରାକ୍ଷାକ୍ଷେତ୍ରର ଫଳ ପାଇବାକୁ ପଠାଇଲେ ?

ସେମାନେ ଦାସମାନଙ୍କୁ ପ୍ରହାର କଲେ, ସେମାନଙ୍କୁ ଲଜ୍ୟାଜନକ ଭାବରେ ବ୍ୟବହାର କଲେ, ଏବଂ ଶୂନ୍ୟ ହସ୍ତରେ ଫୋପାଡିଦେଲେ [୨୦:୧୦-୧୨]।

Luke 20:13

ପରିଶେଷରେ, ପ୍ରଭୁ କୃଷକମାନଙ୍କ ପାଖକୁ କାହାକୁ ପଠାଇଲେ ?

ସେ ତାହାଙ୍କ ପ୍ରିୟ ପୁତ୍ରକୁ ପଠାଇଲେ [୨୦:୧୩]।

Luke 20:15

କୃଷକମାନେ କ'ଣ କଲେ ଯେତେବେଳେ ପୁତ୍ର ଦ୍ରାକ୍ଷାକ୍ଷେତ୍ରକୁ ଆସିଲେ ?

ସେମାନେ ତାହାକୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ଫୋପାଡିଲେ ପୁଣି ତାହାକୁ ବଧ କଲେ [୨୦:୧୫]।

ଦ୍ରାକ୍ଷାକ୍ଷେତ୍ରର ପ୍ରଭୁ ସେହି କୃଷକମାନଙ୍କ ପ୍ରତି କରିବେ ?

ସେ ସେହି କୃଷକମାନଙ୍କୁ ବିନାଶ କରିବେ ପୁଣି ଅନ୍ୟମାନଙ୍କୁ ସେହି ଦ୍ରାକ୍ଷାକ୍ଷେତ୍ର ଦେବେ [୨୦:୧୬]।

Luke 20:19

କାହା ବିରୁଦ୍ଧରେ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ ?

ଶାସ୍ତ୍ରୀମାନଙ୍କ ପୁଣି ପ୍ରଧାନ ଯାଜକମାନଙ୍କ ବିରୁଦ୍ଧରେ ସେ ଏହି ଦୃଷ୍ଟାନ୍ତ କହିଲେ [୨୦:୧୯]।

Luke 20:25

କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ ଏହି ବିଷୟର ପ୍ରଶ୍ନକୁ ଯୀଶୁ କିପରି ଉତ୍ତର ଦେଲେ ?

ସେ କହିଲେ କାଇସରଙ୍କ ଯାହା ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ଵରଙ୍କ ଯାହା ତାହା ଈଶ୍ଵରଙ୍କୁ ଦିଅ [୨୦:୨୫]।

Luke 20:27

କେଉଁ ଘଟଣାରେ ସାଦ୍ଦୁକୀମନେ ବିଶ୍ଵାସ କଲେ ନାହିଁ ?

ସେମାନେ ମୃତମାନଙ୍କ ପୁନରୁତ୍ଥାନରେ ବିଶ୍ଵାସ କଲେ ନାହିଁ [୨୦:୨୭]।

Luke 20:34

ଏହି ଜଗତର ବିବାହ ଏବଂ ଅନନ୍ତ କାଳ ଜଗତର ବିବାହ ବିଷୟରେ ଯୀଶୁ କ'ଣ କହିଲେ ?

ଏହି ଜଗତରେ ବିବାହ ଅଛି, କିନ୍ତୁ ଅନନ୍ତ କାଳ ଜଗତରେ ବିବାହ ନାହିଁ [୨୦:୩୪-୩୫]।

Luke 20:37

ପୁନରୁତ୍ଥାନର ସତ୍ୟ ପ୍ରମାଣ କରିବାକୁ ପୂରାତନ ନିୟମର କେଉଁ କାହାଣୀକୁ ଯୀଶୁ ସ୍ମରଣ କଲେ ?

ଯୀଶୁ ମୋଶା ଏବଂ ବୁଦାର କାହାଣୀକୁ ସ୍ମରଣ କଲେ, ଯେଉଁଥିରେ ମୋଶା ପ୍ରଭୁଙ୍କୁ ଅବ୍ରହାମଙ୍କ ଈଶ୍ଵର, ଇସହାକଙ୍କ ଈଶ୍ଵର, ଏବଂ ଯାକୁବଙ୍କ ଈଶ୍ଵର ବୋଲି ଡାକନ୍ତି [୨୦:୩୭]।

Luke 20:41

ଶାସ୍ତ୍ରୀମାନଙ୍କୁ ପ୍ରଶ୍ନ କରିବାରେ ଯୀଶୁ ଗୀତସଂହିତାରୁ ଦାଉଦଙ୍କ କେଉଁ ଉକ୍ତିକୁ ଉଲ୍ଲେଖ କଲେ ?

ସେ ଉଲ୍ଲେଖ କଲେ, "ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ମୋହର ଦକ୍ଷିଣରେ ବସିଥାଅ [୨୦:୪୨-୪୩]।"

Luke 20:45

ସେମାନଙ୍କର ବାହ୍ୟ ଧାର୍ମିକ କାର୍ଯ୍ୟ ପଛରେ, ଶାସ୍ତ୍ରୀମାନେ କେଉଁ ଦୁଷ୍ଟ କାର୍ଯ୍ୟସବୁ କରୁଥିଲେ ?

ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥିଲେ, ଏବଂ ଛଳନାରେ ଦୀର୍ଘ ପ୍ରାର୍ଥନା କରୁଥିଲେ [୨୦:୪୭]।

ଏହି ଶାସ୍ତ୍ରୀମାନେ କିପରି ବିଚାରିତ ହେବେ ବୋଇ ଯୀଶୁ କହିଲେ ?

ସେମାନେ ମହାନ ଦଣ୍ଡ ପାଇବେ [୨୦:୪୭]।


Chapter 21

1 ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ଦାନ ପକାଉଥିବା ଦେଖିଲେ । 2 ଆଉ ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇଟି ଛୋଟ ମୁଦ୍ରା ପକାଉଥିବା ଦେଖି କହିଲେ, 3 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି, 4 କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହି ସବୁ ପକାଇଲା ।

5 ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ, 6 ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ।

7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ ? ପୁଣି, ଯେଉଁ ସମୟରେ ଏହି ସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କ'ଣ ? 8 ସେଥିରେ ଯୀଶୁ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ । 9 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଲବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ; କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ ।

10 ତାପରେ ସେ ସେମାନଙ୍କୁ କହିଲେ, ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ, 11 ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ ।

12 କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ; 13 ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ ।

14 ଅତଏବ କ'ଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର; 15 କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ ।

16 କିନ୍ତୁ ତୁମ୍ଭେମାନେ ବାପା ମା', ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ, 17 ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ । 18 କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ; 19 ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।

20 କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ । 21 ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ; 22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ ।

23 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର ! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ, 24 ଆଉ ସେମାନେ ଖଡ଼୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୂଦୀ ମଧ୍ୟକୁ ନିଆ ହେବେ, ପୁଣି, ଅଣଯିହୂଦୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦତଳିତ ହୋଇ ରହିବ ।

25 ପୁଣି, ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ, 26 ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ ।

27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ । 28 କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ ।

29 ଆଉ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର; 30 ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ; 31 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ ।

32 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ । 33 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।

34 କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ; 35 କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ ।

36 କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ ।

37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତିରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ । 38 ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ ।



Translation Questions

Luke 21:1

ସମସ୍ତଙ୍କ ମଧ୍ୟରୁ ଦରିଦ୍ର ବିଧବା ଅଧିକ ଦାନ ପକାଇଅଛନ୍ତି ବୋଲି ଯୀଶୁ କାହିଁକି କହିଲେ ?

କାରଣ ସେ ତାହାର ଦରିଦ୍ରତାରୁ ଦାନ ଦେଲେ ଏବଂ ଅନ୍ୟମାନେ ସେମାନଙ୍କର ଅତିରିକ୍ତ ଧନରୁ ଦାନ ଦେଲେ [୨୧:୪]।

Luke 21:5

ଯିରୂଶାଲମର ମନ୍ଦିରକୁ କ'ଣ ଘଟିବ ବୋଲି ଯୀଶୁ କହିଲେ ?

ସେ କହିଲେ ଯେ ଏହି ଭୂମିସାତ ହେବ ଏବଂ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ [୨୧:୬]।

Luke 21:7

ମନ୍ଦିର ବିଷୟରେ କେଉଁ ଦୁଇ ପ୍ରଶ୍ନଗୁଡିକ ଲୋକମାନେ ଯୀଶୁଙ୍କୁ ପଚାରିଲେ ?

ସେମାନେ ପଚାରିଲେ, "ଏହିସବୁ କେବେ ଘଟିବ, ଏବଂ ଏହିସବୁ ଘଟଣାର ଲକ୍ଷଣ କଅନ [୨୧:୭]?"

ଯୀଶୁ ସେମାନଙ୍କୁ ସାବଧନ କରାଇଲେ ଯେ ଅନେକେ ପ୍ରତାରକମାନେ ଆସିବେ । ଏହି ପ୍ରତାରକମାନେ କ'ଣ କହିବେ ?

ସେମାନେ କହିବେ, "ମୁଁ ସେ," ପୁଣି "ସମୟ ସନ୍ନିକଟ । [୨୧:୮]"

Luke 21:10

ଯୁଗାନ୍ତ ପୂର୍ବରୁ କେଉଁ ଭୟଙ୍କର ଘଟଣାଗୁଡିକ ହେବ ବୋଲି ଯୀଶୁ କହିଲେ ?

ସେଠାରେ ଯୁଦ୍ଧ ହେବ, ଭୂମିକମ୍ପ, ଦୁର୍ଭିକ୍ଷ, ମହାମାରୀ, ଏବଂ ଆକାଶରୁ ମହା ମହା ଲକ୍ଷଣ ଦେଖାଯିବ [୨୧:୯,୧୧]।

Luke 21:12

ବିଶ୍ଵାସୀମାନଙ୍କର ତାଡନା କେଉଁ ସୁଯୋଗକୁ ସୃଷ୍ଟି କରିବ ?

ଏହା ସେମାନଙ୍କର ସାକ୍ଷ୍ୟ ନିମନ୍ତେ ଏକ ସୁଯୋଗକୁ ସୃଷ୍ଟି କରିବ [୨୧:୧୩]।

Luke 21:20

ଯିରୂଶାଲମର ବିନାଶ ସନ୍ନିକଟ ବୋଲି କେଉଁ ଘଟଣା ଦର୍ଶାଇବା ?

ଯେତେବେଳେ ଯିରୂଶାଲମ ସୈନ୍ୟମାନଙ୍କ ଦ୍ଵାରା ପରିବେଷ୍ଟିତ, ଏହାର ବିନାଶ ସନ୍ନିକଟ [୨୧:୨୦]।

ଯେଉଁମାନେ ଯିରୂଶାଲମର ବିନାଶ ଦେଖିଲେ ଯୀଶୁ ସେହି ଲୋକମାନଙ୍କୁ କ'ଣ କରିବାକୁ କହିଲେ ?

ସେ ସେମାନଙ୍କୁ ପର୍ବତମାଳାକୁ ପଳାଇବାକୁ କହିଲେ, ନଗର ଛାଡିବାକୁ, ପୁଣି ନଗରରେ ପ୍ରବେଶ ନ କରିବାକୁ କହିଲେ [୨୧:୨୧]।

ଯିରୂଶାଲମର ବିନାଶର ଦିନଗୁଡିକୁ ଯୀଶୁ କ'ଣ ବୋଲି କହିଲେ ?

ସେ କହିଲେ ଏହିସବୁ ସମୁଚିତ ଦଣ୍ଡର ସମୟ, ସମସ୍ତ ଲିଖିତ ବିଷୟସବୁ ସଫଳ ହେବାର ସମୟ [୨୧:୨୨]।

Luke 21:23

ବିଜାତିମାନଙ୍କ ଦ୍ଵାରା କେତେ ସମୟ ପର୍ଯ୍ୟନ୍ତ ଯିରୂଶାଲମ ଦଳିତ ହୋଇ ରହିବ ?

ବିଜାତିମାନଙ୍କ କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ବିଜାତିମାନଙ୍କ ଦ୍ଵାରା ଦଳିତ ହୋଇ ରହିବ [୨୧:୨୪]।

Luke 21:25

ଶକ୍ତି ଓ ମହା ମହିମ ସହ ତାହାଙ୍କ ଆଗମନ ପୂର୍ବରୁ କେଉଁ ଲକ୍ଷଣ ସବୁ ଦେଖା ଦେବ ବୋଲି ଯୀଶୁ କହିଲେ ?

ସୁର୍ଯ୍ୟ, ଚନ୍ଦ୍ର, ଏବଂ ନକ୍ଷତ୍ରରେ ଲକ୍ଷଣ ଦେଖାଯିବ, ପୁଣି ପୃଥିବୀର ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ ବୋଲି ସେ କହିଲେ [୨୧:୨୫]।

Luke 21:29

ଯେତେବେଳେ ଏକ ନୂତନ ଋତୁ ଆସିଥାଏ ତାହାର ଶ୍ରୋତାମାନେ କିପରି ଜାଣନ୍ତି ବୋଲି ଯୀଶୁ କେଉଁ ଉଦାରହଣ ଦେଲେ ?

ସେ ଏକ ଡିମ୍ବିରି ଗଛକୁ ଦର୍ଶାଇଲେ - ଯେତେବେଳେ ତାହା ପଲ୍ଲବିତ ହୁଏ ସେତେବେଳେ ସେମାନେ ଜାଣନ୍ତି ଯେ ଗ୍ରୀଷ୍ମ ଋତୁ ସନ୍ନିକଟ ବୋଲି [୨୧:୩୦]।

Luke 21:32

କ'ଣ ଲୋପ ପାଇବ ବୋଲି ଯୀଶୁ କହିଲେ ?

ସ୍ଵର୍ଗ ଓ ପୃଥିବୀ ଲୋପ ପାଇବ [୨୧:୩୩]।

କ'ଣ କେବେହେଁ ଲୋପ ପାଇବ ନାହିଁ ?

ଯୀଶୁଙ୍କ ବାକ୍ୟ କଦାପି ଲୋପ ପାଇବ ନାହିଁ [୨୧:୩୩]।

Luke 21:34

ଯେହେତୁ ସେହି ଦିନ ହଠାତ୍ ଆସିବ ସେଥିପାଇଁ ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ କ'ଣ ନ କରିବାକୁ କହିଲେ ?

ସେମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ, ପୁଣି ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଯେପରି ଭାରଗ୍ରସ୍ତ ନ ହୁଏ ସେଥିପାଇଁ ସେ ସେମାନଙ୍କୁ ସାବଧନ କରାଇଲେ [୨୧:୩୪]।

Luke 21:36

ଯେହେତୁ ସେହି ଦିନ ହଠାତ୍ ଆସିବ ସେଥିପାଇଁ ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ କ'ଣ କରିବାକୁ କହିଲେ ?

ପ୍ରାର୍ଥନା କରି ଜାଗି ରହିବାକୁ ଯୀଶୁ ସେମାନଙ୍କୁ ସାବଧନ କରାଇଲେ [୨୧:୩୬]।


Chapter 22

1 ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା । 2 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରି ପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ ।

3 ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଈଷ୍କାରିୟୋଥ ନାମକ ଯିହୂଦା ଠାରେ ଶୟତାନ ପ୍ରବେଶ କଲା; 4 ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା ।

5 ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ । 6 ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା ।

7 ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା; 8 ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରି ପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର । 9 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି ?

10 ଯୀଶୁ ସେମାନଙ୍କୁ କହିଲେ, ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ପାଣି ମାଠିଆ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ, 11 'ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ"?

12 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠୋରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର । 13 ଆଉ, ସେହି ଦୁଇ ଜଣ ଶିଷ୍ୟ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ ।

14 ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ । 15 ଆଉ ସେ ସେମାନଙ୍କୁ କହିଲେ, "ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି । 16 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ ।"

17 ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର, 18 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଅଙ୍ଗୁର ଫଳର ରସ ଆଉ ପାନ କରିବି ନାହିଁ ।

19 ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର । 20 ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ,ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ ।

21 କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋ' ସହିତ ମେଜ ଉପରେ ଅଛି । 22 କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର ! 23 ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ ।

24 ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା । 25 ସେଥିରେ ସେ ସେମାନଙ୍କୁ କହିଲେ, ଅଣଯିହୂଦୀମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ବ କରନ୍ତି, ସେମାନେ ଲୋକସେବକ ବୋଲି ଖ୍ୟାତ ହୁଅନ୍ତି ।

26 କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ । 27 କାରଣ କିଏ ଶ୍ରେଷ୍ଠ ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି ? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି ।

28 ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋ' ସହିତ ରହି ଆସିଅଛ; 29 ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି, 30 ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ ।

31 ଶିମୋନ, ଶିମୋନ,ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି; 32 କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର ।

33 ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି । 34 କିନ୍ତୁ ସେ କହିଲେ, ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବା ।

35 ଆଉ, ସେ ସେମାନଙ୍କୁ କହିଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଟଙ୍କା ରଖିବା ମୁଣା, ଝୋଲି ଓ ଯୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା ? ସେମାନେ କହିଲେ, କିଛି ନାହିଁ । 36 ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ, ଯାହାର ଟଙ୍କା ରଖିବାର ମୁଣା ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ଚାଦରଖଣ୍ଡକ ବିକି ଖଣ୍ଡା କିଣୁ ।

37 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ଲେଖାଅଛି, ତାହା ମୋଠାରେ ସିଦ୍ଧ ହେବା ଆବଶ୍ୟକ; ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ, ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି । 38 ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି । ପୁଣି, ସେ ସେମାନଙ୍କୁ କହିଲେ, ଯଥେଷ୍ଟ ।

39 ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ । 40 ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର ।

41 ଆଉ ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଆଣ୍ଠୁପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ, 42 ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ ।

43 ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ । 44 ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂଇଁରେ ପଡ଼ିଲା ।

45 ଆଉ ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ; 46 ପୁଣି, ସେ ସେମାନଙ୍କୁ କହିଲେ, କାହିଁକି ଶୋଉଅଛ ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର ।

47 ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା 48 କିନ୍ତୁ ଯୀଶୁ ତାହାକୁ ହହିଲେ, ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ ?

49 ଏଥିରେ କ'ଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କ'ଣ ଖଡ଼୍ଗରେ ଆଘାତ କରିବା ? 50 ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ । 51 କିନ୍ତୁ ଯୀଶୁ ଉତ୍ତର ଦେଲେ,ଏତିକି ସହିଥାଅ; ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ ।

52 ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, ଡକାୟତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କ'ଣ ବାହାରି ଆସିଲ ? 53 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ; କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ ।

54 ପରେ ସେମାନେ ତାହାଙ୍କୁ ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ । 55 ଆଉ ସେମାନେ ଅଗଣା ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ ।

56 ଜଣେ ଦାସୀ ତାହାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା । 57 କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ । 58 ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାହାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ ।

59 ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହା ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ । 60 କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ । ସେହିକ୍ଷଣି ସେ କହୁ କହୁ କୁକୁଡ଼ା ରାବିଲା;

61 ପୁଣି, ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ, ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ ତାହା ତାହାଙ୍କ ମନରେ ପଡ଼ିଲା, 62 ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ ।

63 ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ, 64 ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ ! କହ ତ କିଏ ତୋତେ ମାଇଲା ? 65 ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ '

66 ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ । 67 କିନ୍ତୁ ସେ ସେମାନଙ୍କୁ କହିଲେ, ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ; 68 ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ । 69 କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ୱରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ । 70 ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କ'ଣ ଈଶ୍ୱରଙ୍କ ପୁତ୍ର ? ସେ ସେମାନଙ୍କୁ କହିଲେ, ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି । 71 ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ ।



Translation Questions

Luke 22:1

ଏହି ସମୟରେ, ଯିହୁଦୀମାନଙ୍କର କେଉଁ ପର୍ବ ପାଖେଇ ଆସୁଥିଲା ?

ନିସ୍ତାରପର୍ବ ନାମକ ଖମୀରଶୂନ୍ୟ ରୋଟୀର ପର୍ବ ନିକଟ ହୋଇ ଆସୁଥିଲା [୨୨:୧]।

Luke 22:5

କେଉଁ ପରିସ୍ଥିତିରେ ଯିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବାକୁ ସୁଯୋଗ ଅନ୍ୱେଷଣ କରୁଥିଲେ ?

ଯୀଶୁ ଲୋକସମୂହରୁ ଅସାକ୍ଷାତ ସୁଯୋଗ ସେ ଅନ୍ୱେଷଣ କରୁଥିଲେ [୨୨:୬]।

Luke 22:12

ଯୀଶୁ ଏବଂ ଶିଷ୍ୟମାନେ କେଉଁଠାରେ ନିସ୍ତାରପର୍ବର ଭୋଜ ପାଳନ କଲେ ?

ଯିରୂଶାଲମରେ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀରେ ସେମାନେ ପାଳନ କଲେ [୨୨:୧୦-୧୨]।

Luke 22:14

କେବେ ଯୀଶୁ ପୁନର୍ବାର ନିସ୍ତାରପର୍ବ ପାଳନ କରିବେ ବୋଲି କହିଲେ ?

ସେ ନିସ୍ତାରପର୍ବ ପୁନର୍ବାର ଭୋଜନ କରିବେ ଯେତେବେଳେ ଈଶ୍ଵରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ହେବ [୨୨:୧୬]।

Luke 22:19

ଯେତେବେଳେ ଯୀଶୁ ଭାଙ୍ଗିଲେ ପୁଣି ତାହା ଶିଷ୍ୟମାନଙ୍କୁ ଦେଲେ ସେତେବେଳେ ସେ କ'ଣ କହିଲେ ?

ସେ କହିଲେ, "ଏହା ମୋହର ଶରୀର ଯାହା ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହୋଇଅଛି । ମୋତେ ସ୍ମରଣ କରିବା ନିମନ୍ତେ ଏହା କର [୨୨:୧୯]।"

ଯେତେବେଳେ ଯୀଶୁ ଶିଷ୍ୟମାନଙ୍କୁ ପାନପାତ୍ର ଦେଲେ ସେତେବେଳେ ସେ କ'ଣ କହିଲେ ?

ସେ କହିଲେ, "ଏହା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ, ଯାହା ତୁମ୍ଭମାନଙ୍କ ନିମନ୍ତେ ପାତିତ ହୋଇଅଛି [୨୨:୨୦]।"

Luke 22:21

କିଏ ଯୀଶୁଙ୍କୁ ବିଶ୍ଵାସଘାତକ କରିବାକୁ ଯାଉଥିଲା ତାହା ଶିଷ୍ୟମାନ ଜାଣି ଥିଲେ କି ?

ନାହିଁ [୨୨:୨୩]।

ଯୀଶୁ ଯେ ବିଶ୍ଵାସଘାତକ ହେବେ ଏହା ଈଶ୍ଵରଙ୍କ ଯୋଜନା ଥିଲା କି ?

ହଁ [୨୨:୨୨]।

Luke 22:26

ଶିଷ୍ୟମାନଙ୍କ ମଧ୍ୟରେ କିଏ ମହାନ ବୋଲି ଯୀଶୁ କହିଲେ ?

ଯେ ସେବକ ସେ ମହାନ ଅଟେ [୨୨:୨୬]।

କିପରି ଯୀଶୁ ଶିଷ୍ୟମାନଙ୍କ ମଧ୍ୟରେ ରହିଲେ ?

ସେ ଜଣେ ସେବକ ପରି ରହିଲେ [୨୨:୨୭]।

Luke 22:28

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କେଉଁଠାରେ ବସିବେ ବୋଲି କହିଲେ ?

ସେ କହିଲେ ସେମାନେ ସିଂହାସନ ଉପରେ ବସିବେ, ଇସ୍ରାଏଲର ଦ୍ଵାଦଶ ଗୋଷ୍ଠୀକୁ ଶାସନ କରିବେ [୨୨:୩୦]।

Luke 22:33

ପିତର କ'ଣ କରିବେ ବୋଲି ଯୀଶୁ କହିଲେ ?

ସେ କହିଲେ ଯେ ପିତର କୁକୁଡା ନ ଡାକିବା ପୂର୍ବରୁ ତିନିଥର ଲୋକସମୂହରେ ଯୀଶୁଙ୍କୁ ଅସ୍ଵୀକାର କରିବେ [୨୨:୩୪]।

Luke 22:37

ଏହି ଘଟଣାରେ ଯୀଶୁଙ୍କ ବିଷୟରେ ଲିଖିତ କେଉଁ ଭାବବାଣୀ ସଫଳ ହୋଇଥିଲା ?

ଲିଖିତ ଶାସ୍ତ୍ରର କହେ, "ଏବଂ ସେ ଅଧାର୍ମିକମାନଙ୍କ ମଧ୍ୟରୁ ଜଣେ ହେବେ [୨୨:୩୭]।"

Luke 22:39

ଜୀତପର୍ବତ ଉପରେ, କ'ଣ ପାଇଁ ପ୍ରାର୍ଥନା କରିବାକୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ?

ସେମାନେ ଯେପରି ପରୀକ୍ଷାରେ ନ ପଡନ୍ତି ସେଥିନିମନ୍ତେ ସେ ସେମାନଙ୍କୁ ପ୍ରାର୍ଥନା କାରିବାକୁ ଚାହିଁଲେ [୨୨:୪୦]।

Luke 22:41

ଜୀତପର୍ବତ ଉପରେ, ଯୀଶୁ କ'ଣ ପ୍ରାର୍ଥନା କଲେ ?

ସେ ପ୍ରାର୍ଥନା କଲେ, "ପିତଃ, ଯଦି ତୁମ୍ଭର ଇଚ୍ଛା ହୁଏ, ତେବେ ଏହି ପାନପତ୍ର ମୋ'ଠାରୁ ଦୂର କର । ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ [୨୨:୪୨]।"

Luke 22:45

ଯେତେବେଳେ ଯୀଶୁ ପ୍ରାର୍ଥନାରୁ ବାହୁଡି ଆସିଲେ ସେତେବେଳେ ଶିଷ୍ୟମାନେ କ'ଣ କରୁଥିଲେ ?

ସେମାନେ ଶୋଇଥିଲେ [୨୨:୪୫]।

Luke 22:47

ଲୋକସମୂହଙ୍କ ନିକଟରେ କିପରି ଯିହୂଦା ଯୀଶୁଙ୍କୁ ବିଶ୍ଵାସଘାତକତା କଲେ ?

ଏକ ଚୁମ୍ବନ ସହିତ ସେ ଯୀଶୁଙ୍କୁ ବିଶ୍ଵାସଘାତକତା କଲା [୨୨:୪୭-୪୮]।

Luke 22:49

ଲୋକସମୂହଙ୍କ ନିକଟରେ କିପରି ଯିହୂଦା ଯୀଶୁଙ୍କୁ ବିଶ୍ଵାସଘାତକତା କଲେ ?

ଏକ ଚୁମ୍ବନ ସହିତ ସେ ଯୀଶୁଙ୍କୁ ବିଶ୍ଵାସଘାତକତା କଲା [୨୨:୪୭-୪୮]।

ଯେଉଁ ଲୋକର କାନ କାଟି ହୋଇଥିଲା ତାହା ସହିତ ଯୀଶୁ କ'ଣ କଲେ ?

ସେ ତାହାର କାନକୁ ସ୍ପର୍ଶ କଲା, ଏବଂ ତାହାଙ୍କୁ ସୁସ୍ଥ କଲା [୨୨:୫୧]।

Luke 22:52

କେଉଁଠାରେ ଯୀଶୁ ପ୍ରଧାନ ଯାଜକମାନଙ୍କ ସହିତ ପ୍ରତିଦିନ ଥିଲେ ବୋଲି ସେ କହିଲେ ?

ସେ ମନ୍ଦିରରେ ଥିଲେ [୨୨:୫୩]।

Luke 22:54

ତାହାଙ୍କୁ ଧରିଲା ପରେ, ସେମାନେ ଯୀଶୁଙ୍କୁ କେଉଁଠାକୁ ନେଲେ ?

ସେମାନେ ମହାଯାଜକଙ୍କ ଗୃହକୁ ତାହାଙ୍କୁ ନେଲେ [୨୨:୫୪]।

Luke 22:56

ଯେତେବେଳେ ନିର୍ଦ୍ଧିଷ୍ଟ ନାରୀ ପିତର ଯୀଶୁଙ୍କ ସହିତ ଥିଲେ ବୋଲି କହିଲେ ସେତେବେଳେ ପିତର କ'ଣ କହିଲେ ?

ସେ କହିଲେ, "ସ୍ତ୍ରୀ, ମୁଁ ତାହାଙ୍କୁ ଜାଣେ ନାହିଁ [୨୨:୫୭]।"

Luke 22:59

ତୃତୀୟଥର ପିତର ଯୀଶୁଙ୍କୁ ଅସ୍ଵୀକାର କଲା ପରେ ସେହିକ୍ଷଣି କ'ଣ ଘଟିଲା ?

ସେହିକ୍ଷଣି କୁକୁଡା ଡାକିଲା [୨୨:୬୦]।

Luke 22:61

ଯୀଶୁ ତାହାଙ୍କୁ ଦେଖିଲା ପରେ ପିତର କ'ଣ କଲେ ?

ସେ ବାହାରକୁ ଗଲେ ପୁଣି ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ [୨୨:୬୨]।

Luke 22:63

ଯୀଶୁଙ୍କୁ ଧରି ରଖିଥିବା ଲୋକମାନେ ତାହାଙ୍କ ପ୍ରତି କ'ଣ କଲେ ?

ସେମାନେ ତାହାଙ୍କୁ ପରିହାସ ଏବଂ ପ୍ରହାର କଲେ, ଏବଂ ତାହାଙ୍କୁ ନିନ୍ଦା କଲେ [୨୨:୬୩-୬୫]।

Luke 22:66

ଯେତେବେଳେ ମହାସଭା ଯୀଶୁଙ୍କୁ ଯଦି ସେ ଖ୍ରୀଷ୍ଟ ଅଟନ୍ତି କହିବାକୁ ଦାବି କଲେ, ଯୀଶୁ କହିଲେ ଯଦି ସେ ସେମାନଙ୍କୁ କହିବେ, ସେମାନେ କ'ଣ କରିବେ ନାହିଁ ?

ସେମାନେ ବିଶ୍ଵାସ କରିବେ ନାହିଁ [୨୨:୬୭]।

Luke 22:69

ଯୀଶୁ ନିଜକୁ ଯେ ଖ୍ରୀଷ୍ଟ ବୋଲି କହିଲେ ତାହାର ସାକ୍ଷ୍ୟ ଆବଶ୍ୟକ ନାହିଁ ବୋଲି କାହିଁକି ମହାସଭା କହିଲେ ?

କାରଣ ସେମାନେ ଯୀଶୁଙ୍କ ନିଜ ମୁଖରୁ ତାହା ଶୁଣିଥିଲେ [୨୨:୭୧]।


Chapter 23

1 ପରେ ସଭାରେ ସମସ୍ତେ ଉଠି ପୀଲାତଙ୍କ ନିକଟକୁ ଯୀଶୁଙ୍କୁ ଘେନିଗଲେ । 2 ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହୀ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି ।

3 ଏଥିରେ ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କର ରାଜା ? ସେ ତାହାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି । 4 ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ । 5 କିନ୍ତୁ ସେମାନେ ଆହୁରି ଦୃଢ଼ରୂପେ କହିବାକୁ ଲାଗିଲେ, ଏ ସମଗ୍ର ଯିହୂଦା ଦେଶରେ ଶିକ୍ଷା ଦେଇ ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା ଲୋକସାଧାରଣଙ୍କୁ ମତାଉଅଛି ।

6 କିନ୍ତୁ ପୀଲାତ ଏହା ଶୁଣି ପଚାରିଲେ, ଏ ଲୋକଟା କ'ଣ ଜଣେ ଗାଲିଲୀୟ ? 7 ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧିନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ ।

8 ହେରୋଦ ଯୀଶୁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ, କାରଣ ସେ ତାହାଙ୍କ ବିଷୟ ଶୁଣିଥିବାରୁ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ, ପୁଣି, ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ । 9 ଏଣୁ ସେ ତାହାଙ୍କୁ ଅନେକ କଥା ପଚାରିବାକୁ ଲାଗିଲେ, କିନ୍ତୁ ସେ ତାହାଙ୍କୁ କୌଣସି ଉତ୍ତର ଦେଲେ ନାହିଁ । 10 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ତୀବ୍ରଭାବରେ ଅଭିଯୋଗ କରୁଥିଲେ ।

11 ପୁଣି, ହେରୋଦ ଆପଣା ସୈନ୍ୟମାନଙ୍କ ସହିତ ତାହାଙ୍କୁ ତୁଚ୍ଛ କରି ପରିହାସପୂର୍ବକ ଚାକଚକ୍ୟ ବସ୍ତ୍ର ପିନ୍ଧାଇ ପୀଲାତଙ୍କ ନିକଟକୁ ପୁନର୍ବାର ପଠାଇଦେଲେ । 12 ସେହି ଦିନ ହେରୋଦ ଓ ପୀଲାତ ପରସ୍ପର ବନ୍ଧୁ ହେଲେ; ଏଥିପୂର୍ବେ ସେମାନଙ୍କ ପରସ୍ପର ମଧ୍ୟରେ ଶତ୍ରୁତା ଥିଲା ।

13 ଏଥିଉତ୍ତାରେ ପୀଲାତ ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହିଲେ, 14 ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ । ହେରୋଦ ମଧ୍ୟ ପାଇ ନାହାଁନ୍ତି,

15 କାରଣ ସେ ତାହାକୁ ଆମ୍ଭମାନଙ୍କ ନିକଟକୁ ପୁଣି, ପଠାଇଦେଲେ; ଆଉ ଦେଖ, ଏହି ବ୍ୟକ୍ତି ପ୍ରାଣଦଣ୍ଡ ଯୋଗ୍ୟ କୌଣସି କର୍ମ କରି ନାହିଁ; 16 ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ 17 [ପର୍ବ ସମୟରେ ସେମାନଙ୍କ ନିମନ୍ତେ ତାହାଙ୍କୁ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା ।]

18 ମାତ୍ର ସେମାନେ ସମସ୍ତେ ଏକତ୍ର ଚିତ୍କାର କରି କହିଲେ, ଏହାକୁ ବଧ କର, ଆମ୍ଭମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କର । 19 ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଲବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା ।

20 ମାତ୍ର ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ସେମାନଙ୍କୁ ପୁନର୍ବାର ବୁଝାଇଲେ । 21 କିନ୍ତୁ ସେମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ । 22 ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି ? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା ।

23 ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ ହେଲା । 24 ପୁଣି, ସେମାନଙ୍କର ଦାବି ଅନୁସାରେ କରାଯାଉ ବୋଲି ପୀଲାତ ଆଦେଶ ଦେଲେ; 25 କିନ୍ତୁ ବିପ୍ଲବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବି କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧିନରେ ସମର୍ପଣ କଲେ ।

26 ସେମାନେ ତାହାଙ୍କୁ ଘେନିଯିବା ସମୟରେ ପଲ୍ଲୀଗ୍ରାମରୁ ଆସୁଥିବା ଶିମୋନ ନାମକ ଜଣେ କୁରୀଣୀୟ ଲୋକଙ୍କୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବହିବା ନିମନ୍ତେ ତାହାଙ୍କ କାନ୍ଧରେ ତାହା ଥୋଇଲେ ।

27 ପୁଣି, ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିବା ସ୍ତ୍ରୀଲୋକମାନଙ୍କର ମହାଜନତା ତାହାଙ୍କର ପଶ୍ଚାଦ୍‌ଗମନ କରୁଥିଲେ । 28 କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲିପଡ଼ି କହିଲେ, ଗୋ ଯିରୂଶାଲମର କନ୍ୟାମାନେ, ମୋ' ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର;

29 କାରଣ ଦେଖ, ଯେଉଁମାନେ ବନ୍ଧ୍ୟା, ପୁଣି, ଯେଉଁମାନେ କେବେ ହେଁ ଗର୍ଭବତୀ ହୋଇ ନାହାଁନ୍ତି ଓ ସ୍ତନ୍ୟପାନ କରାଇ ନାହାଁନ୍ତି, ସେମାନଙ୍କୁ ଲୋକେ ଯେତେବେଳେ ଧନ୍ୟ ଧନ୍ୟ ବୋଲି କହିବେ ଏପରି ସମୟ ଆସୁଅଛି । 30 ସେତେବେଳେ ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼, ଆଉ ଉପପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ । 31 କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କ'ଣ ନ ଘଟିବ ?

32 ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ ।

33 ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ। 34 ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ । ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ ।

35 ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ । ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦୃପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ୱରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ ।

36 ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଲରସ ଯାଚି ତାହାଙ୍କୁ ପରିହାସ କରି କହିଲେ, 37 ତୁ ଯଦି ଯିହୂଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର । 38 ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, "ଏ ଯିହୂଦୀମାନଙ୍କର ରାଜା ।"

39 ଆଉ କ୍ରୁଶରେ ଚଢ଼ାଯାଇ ଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୋହୁଁ ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର । 40 କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁ ନାହୁଁ ? 41 ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାଁନ୍ତି ।

42 ପୁଣି, ସେ କହିଲା, ହେ ଯୀଶୁ , ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ । 43 ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।

44 ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଆଉ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା, 45 ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା ।

46 ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି । ଏହା କହି ସେ ପ୍ରାଣତ୍ୟାଗ କଲେ । 47 ଶତସେନାପତି ଏହି ଘଟଣା ଦେଖି ଈଶ୍ୱରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ ।

48 ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହି ସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ । 49 କିନ୍ତୁ ତାହାଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହି ସବୁ ଦେଖୁଥିଲେ ।

50 ଆଉ ଦେଖ, ଯିହୂଦୀମାନଙ୍କର ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ, 51 ଆଉ ସେମାନଙ୍କର ମନ୍ତ୍ରଣା ଓ କର୍ମରେ ସମ୍ମତ ହୋଇ ନ ଥିଲେ ପୁଣି, ଈଶ୍ୱରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ ।

52 ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ, 53 ପୁଣି, ତାହା ଓହ୍ଲାଇ ଆଣି ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, ଯହିଁରେ କେହି କେବେ ରଖାଯାଇ ନ ଥିଲା, ପାହାଡ଼ରେ ଖୋଳା ହୋଇଥିବା ଏପରି ଗୋଟିଏ ସମାଧିରେ ତାହାଙ୍କୁ ଥୋଇଲେ ।

54 ସେହି ଦିନ ଆୟୋଜନ ଦିନ ଥିଲା, ପୁଣି, ବିଶ୍ରାମବାର ନିକଟ ହୋଇ ଆସୁଥିଲା 55 ଆଉ ଗାଲିଲୀରୁ ତାହାଙ୍କ ସହିତ ଆସିଥିବା ସ୍ତ୍ରୀଲୋକମାନେ ପଛେ ପଛେ ଯାଇ ସମାଧି ସ୍ଥଳ ଓ ତାହାଙ୍କ ଶରୀର କିପରି ରଖାଗଲା, ତାହା ଦେଖିଲେ, 56 ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ ।



Translation Questions

Luke 23:1

ପୀଲାତଙ୍କ ନିକଟରେ ଯିହୁଦୀୟ ନେତାମାନେ ଯୀଶୁଙ୍କ ବିରୁଦ୍ଧରେ କେଉଁ ନିନ୍ଦା କଲେ ?

ସେମାନେ କହିଲେ ଯେ ଯୀଶୁ ଜାତିକୁ ଅପବ୍ୟବହାର କରୁଥିଲା, କାଇସରଙ୍କୁ କର ଦେବାକୁ ନିଷେଧ କରୁଥିଲା, ଏବଂ ସେ ଯେ ଖ୍ରୀଷ୍ଟ, ଏକ ରାଜା ବୋଲି କହୁଥିଲା [୨୩:୨]।

Luke 23:3

ଯୀଶୁଙ୍କୁ ପ୍ରଶ୍ନକଲା ପରେ, ପୀଲାତ ତାହାଙ୍କ ବିଷୟରେ କ'ଣ କହିଲେ ?

ସେ କହିଲେ, "ମୁଁ ଏହି ଲୋକଠାରେ କୌଣସି ଦୋଷ ପାଇଲି ନାହିଁ [୨୩:୪]।"

Luke 23:8

କାହିଁକି ହେରୋଦ ଯୀଶୁଙ୍କୁ ଦେଖିବାକୁ ଇଚ୍ଛା କଲେ ?

ଯୀଶୁ ଏକ ଆଶ୍ଚର୍ଯ୍ୟକର୍ମ କରିବାର ହେରୋଦ ଦେଖିବାକୁ ଇଚ୍ଛା କଲେ [୨୩:୮]।

ହେରୋଦଙ୍କ ପ୍ରଶ୍ନକୁ ଯୀଶୁ କିପରି ଉତ୍ତର ଦେଲେ ?

ଯୀଶୁ ତାହାଙ୍କୁ କୌଣସି ଉତ୍ତର ଦେଲେ ନାହିଁ [୨୩:୯]।

Luke 23:13

ଯୀଶୁ ଯେତେବେଳେ ପୀଲାତଙ୍କ ନିକଟକୁ ଫେରି ଆସିଲେ, ପୀଲାତ ଯୀଶୁଙ୍କ ବିଷୟରେ ଲୋକସମୂହକୁ କ'ଣ କହିଲେ ?

ସେ କହିଲେ, "ଏହି ଲୋକଠାରେ ମୁଁ କୌଣସି ଦୋଷ ପାଇଲି ନାହିଁ [୨୩:୧୪]।"

Luke 23:18

ନିସ୍ତାରପର୍ବର ଭୋଜ ନିମନ୍ତେ ଲୋକସମୂହ କାହାକୁ ବନ୍ଦୀଠାରୁ ମୁକ୍ତ କରିବାକୁ ଚାହିଁଲେ ?

ସେମାନେ ବାରବ୍ବାଙ୍କୁ ଚାହିଁଲେ, ଜଣେ ନରହତ୍ୟା [୨୩:୧୮]।

Luke 23:20

ଲୋକସମୂହ ଯୀଶୁଙ୍କୁ କ'ଣ କରାଯିବା ଉଚିତ୍ ବୋଲି ଉଚ୍ଚ ସ୍ଵରରେ କହିଲେ ?

ସେମାନେ ଉଚ୍ଚ ସ୍ଵରରେ କହିଲେ, "ତାହାକୁ କ୍ରୁଶରେ ଚଢାଅ, ତାହାକୁ କ୍ରୁଶରେ ଚଢାଅ [୨୩:୨୧]।

ତୃତୀୟ ଥର ପାଇଁ, ପୀଲାତ ଯୀଶୁଙ୍କ ବିଷୟରେ ଲୋକସମୂହକୁ କ'ଣ କହିଲେ ?

ପୀଲାତ କହିଲେ, "ମୁଁ ତାହାଙ୍କଠାରେ ପ୍ରାଣ ଦଣ୍ଡର କୌଣସି ଦୋଷ ପାଉନାହିଁ [୨୩:୨୨]।"

Luke 23:23

ପରିଶେଷରେ ପୀଲାତ କାହିଁକି ଲୋକସମୂହର ଦାବି ଯୀଶୁଙ୍କୁ କ୍ରୁଶରେ ଚଢାଇବାକୁ ଆଦେଶ ଦେଲେ ?

କାରଣ ସେମାନେ ବାରମ୍ବାର ଉଚ୍ଚ ସ୍ଵରରେ କହୁଥିଲେ [୨୩:୨୪]।

Luke 23:26

ଯୀଶୁଙ୍କ କ୍ରୁଶକୁ କିଏ ବହିନେଲେ, ଏବଂ ଯୀଶୁଙ୍କ ପଛରେ ଅନୁଗମନ କଲେ ?

କୁରୁଣୀୟର ଶିମୋନ ଯୀଶୁଙ୍କୁ କ୍ରୁଶକୁ ବହିନେଲେ [୨୩:୨୬]।

Luke 23:27

ଯିରୂଶାଲମର ସ୍ତ୍ରୀଲୋକମାନଙ୍କୁ ତାହାଙ୍କ ବଦଳରେ ରୋଦନ ନ କରି କାହା ନିମନ୍ତେ ରୋଦନ କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ସେମାନେ ଆପଣା ନିମନ୍ତେ ପୁଣି ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରିବା ଉଚିତ୍ [୨୩:୨୮]।

Luke 23:32

ଯୀଶୁଙ୍କ ସହିତ କିଏ କ୍ରୁଶାପିତ ହୋଇଥିଲା ?

ଦୁଇଜଣ ଦୁଷ୍କର୍ମକାରୀମାନେ ଯୀଶୁଙ୍କ ସହିତ କ୍ରୁଶାପିତ ହୋଇଥିଲେ [୨୩:୩୨]।

Luke 23:33

କ୍ରୁଶ ଉପରୁ, ଯେଉଁମାନେ ତାହାଙ୍କୁ କ୍ରୁଶାପିତ କରୁଥିଲେ ସେମାନଙ୍କ ନିମନ୍ତେ ଯୀଶୁ କ'ଣ ପ୍ରାର୍ଥନା କଲେ ?

ସେ ପ୍ରାର୍ଥନା କଲେ, "ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ'ଣ କରୁଅଛନ୍ତି ସେମାନେ ତାହା ଜାଣନ୍ତି ନାହିଁ [୨୩:୩୪]।"

Luke 23:35

ଯେହେତୁ ଯୀଶୁ ନିଜକୁ ଖ୍ରୀଷ୍ଟ ବୋଲି କହିଲେ, ଲୋକମାନେ, ସୈନ୍ୟମାନେ, ଏବଂ ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ କ'ଣ କରିବାକୁ ଦାବି କଲେ ?

ଆପଣାକୁ ରକ୍ଷା କରିବାକୁ ସେମାନେ ଦାବି କଲେ [୨୩:୩୫,୩୭,୩୯,]।

Luke 23:36

ଯୀଶୁଙ୍କ ଉର୍ଦ୍ଧ୍ୱରେ କେଉଁ ଲିପି ଲେଖା ହୋଇଥିଲା ?

ଏହିପରି ଥିଲା, "ଏହି ଯିହୁଦୀମାନଙ୍କର ରାଜା ଅଟେ [୨୩:୩୮]।"

Luke 23:42

ଦ୍ୱିତୀୟ ଦୁଷ୍କର୍ମକାରୀ ଯୀଶୁଙ୍କୁ କ'ଣ ଅନୁରୋଧ କଲା ?

ସେ କହିଲା, "ତୁମ୍ଭେ ଯେତେବେଳେ ତୁମ୍ଭର ରାଜ୍ୟକୁ ଆସିବ ମୋତେ ସ୍ମରଣ କରିବ [୨୩:୪୨]।"

ଦ୍ୱିତୀୟ ଦୁଷ୍କର୍ମକାରୀଙ୍କୁ ଯୀଶୁ କ'ଣ ପ୍ରତିଜ୍ଞା କଲେ ?

ସେ କହିଲେ, "ଆଜି ତୁମେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ [୨୩:୪୩]।"

Luke 23:44

ଯୀଶୁଙ୍କ ମୃତ୍ୟୁ ପୂର୍ବରୁ କେଉଁ ଆଶ୍ଚର୍ଯ୍ୟକର୍ମ ହଠାତ୍ ଦେଖାଦେଲା ?

ଅନ୍ଧକାର ଦେଶ ଉପରେ ଆସିଲା ଏବଂ ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା [୨୩:୪୪-୪୫]।

Luke 23:46

ଯୀଶୁଙ୍କ ମୃତ୍ୟୁପରେ ଶତସେନାପତି ଯୀଶୁଙ୍କ ବିଷୟରେ କ'ଣ କହିଲେ ?

ସେ କହିଲେ, "ନିଶ୍ଚୟ ଏ ଧାର୍ମିକ ଲୋକ ଥିଲେ [୨୩:୪୭]।"

Luke 23:52

ଯୀଶୁଙ୍କ ମୃତ୍ୟୁପରେ ହାରାମାଥୀୟା ନଗରର ଯୋଷେଫ କ'ଣ କଲେ ?

ଶରୀର ନିମନ୍ତେ ସେ ପୀଲାତଙ୍କୁ ଅନୁରୋଧ କଲେ ଏବଂ ତାହାକୁ ସମାଧିରେ ଥୋଇଲେ [୨୩:୫୨-୫୩]।

Luke 23:54

ଯେତେବେଳେ ଯୀଶୁ ସମାଧିସ୍ଥ ଥିଲେ ସେହି ସମୟରେ କେଉଁ ଦିନ ଆରମ୍ଭ ହେବାକୁ ଯାଉଥିଲା ?

ବିଶ୍ରାମବାର ଆରମ୍ଭ ହେବାକୁ ଯାଉଥିଲା [୨୩:୫୪]।

ଯୀଶୁଙ୍କ ସହିତ ଥିବା ସ୍ତ୍ରୀଲୋକମାନେ ବିଶ୍ରାମବାରରେ କ'ଣ କଲେ ?

ଈଶ୍ଵରଙ୍କ ଆଜ୍ଞାନୁସାରେ ସେମାନେ ବିଶ୍ରାମ କଲେ [୨୩:୫୬]।


Chapter 24

1 ଆଉ ବିଶ୍ରାମବାରରେ ସେମାନେ ବିଧି ଅନୁସାରେ ବିଶ୍ରାମ କଲେ, କିନ୍ତୁ ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ ସେମାନେ ସେମାନଙ୍କ ପ୍ରସ୍ତୁତ ସୁଗନ୍ଧିଦ୍ରବ୍ୟ ଘେନି ସମାଧି ନିକଟକୁ ଗଲେ । 2 ପୁଣି, ସେମାନେ ସମାଧିରୁ ପଥରଟା ଗଡ଼ାଇ ଦିଆଯାଇଥିବା ଦେଖିଲେ, 3 କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ ।

4 ଆଉ, ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହେଉଅଛନ୍ତି, ଏପରି ସମୟରେ ଦେଖ, ଉଜ୍ଜ୍ୱଳ ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; 5 ସେଥିରେ ସେମାନେ ଭୀତ ହୋଇ ଅଧୋମୁଖ ହୁଅନ୍ତେ ସେମାନେ ସେମାନଙ୍କୁ କହିଲେ, ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ୱେଷଣ କରୁଅଚ୍ଛ ?

6 ସେ ଏଠାରେ ନାହାଁନ୍ତି, ମାତ୍ର ଉଠିଅଛନ୍ତି । ମନୁଷ୍ୟପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ, 7 ଏହି ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର ।

8 ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ, 9 ପୁଣି, ସମାଧିରୁ ବାହୁଡ଼ିଯାଇ ଏକାଦଶ ଓ ଅନ୍ୟ ସମସ୍ତଙ୍କୁ ଏହି ସବୁ ସମ୍ବାଦ ଦେଲେ । 10 ଏମାନେ ମଗ୍‌ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ; ଏମାନେ ପ୍ରେରିତମାନଙ୍କୁ ଏହି ସବୁ ବିଷୟ ଜଣାଇଲେ ।

11 ମାତ୍ର ଏସମସ୍ତ କଥା ସେମାନଙ୍କ ନିକଟରେ କଳ୍ପିତ ଗଳ୍ପ ପରି ଲାଗିଲା, ଆଉ ସେମାନେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ । 12 [କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ ପୁଣି, ନଇଁପଡ଼ି ଚାହିଁ କେବଳ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ, ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ ।]

13 ଆଉ ଦେଖ, ସେହି ଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯିରୂଶାଲମଠାରୁ ପ୍ରାୟ ସାତ ମାଇଲ୍ ଦୂରବର୍ତ୍ତୀ ଇମ୍ମାୟୁ ଗ୍ରାମକୁ ଯାଉଥିଲେ 14 ଓ ଏହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ ।

15 ସେମାନେ କଥାବାର୍ତ୍ତା ଓ ବାଦାନୁବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ; 16 କିନ୍ତୁ ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ, ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ ।

17 ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ଚାଲୁ ଚାଲୁ ଯେଉଁ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଅଛ, ସେ ସବୁ କ'ଣ ? ସେଥିରେ ସେମାନେ ଦୁଃଖି ମୁଖରେ ଠିଆ ହୋଇ ରହିଲେ । 18 ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କ'ଣ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ ?

19 ସେ ସେମାନଙ୍କୁ ପଚାରିଲେ, କି କି ପ୍ରକାର ଘଟଣା ? ସେମାନେ ତାହାଙ୍କୁ କହିଲେ, ନାଜରିତୀୟ ଯୀଶୁଙ୍କ ବିଷୟ; ସେ ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ, 20 ଆଉ, ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ କିପରି ତାହାଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ସମର୍ପଣ କରି ତାହାଙ୍କୁ କ୍ରୁଶରେ ବଧ କଲେ, ଏହି ସମସ୍ତ ବିଷୟ ।

21 କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହାଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା ।

22 ଆହୁରି ମଧ୍ୟ ଆମ୍ଭମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକ ଆମ୍ଭମାନଙ୍କୁ ଆଚମ୍ଭିତ କରିଅଛନ୍ତି; ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ 23 ଆଉ, ତାହାଙ୍କ ଶରୀର ନ ପାଇ ଆସି କହିଲେ ଯେ, ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି ଓ ସେହି ଦୂତମାନେ କହିଲେ ଯେ, ସେ ଜୀବିତ ଅଛନ୍ତି । 24 ଆଉ, ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଯାଇ, ସ୍ତ୍ରୀଲୋକମାନେ ଯେପରି କହିଥିଲେ, ସେପରି ଦେଖିଲେ, କିନ୍ତୁ ଯୀଶୁଙ୍କୁ ଦେଖିଲେ ନାହିଁ

25 ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳଚିତ୍ତମାନେ, 26 ଏହି ସମସ୍ତ ଦୁଃଖଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କ'ଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନ ଥିଲା ? 27 ପୁଣି, ମୋଶା ଓ ସମସ୍ତ ଭାବବାଦୀଙ୍କଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ ।

28 ଆଉ ସେମାନେ ଯେଉଁ ଗ୍ରାମକୁ ଯାଉଥିଲେ, ସେଥିର ନିକଟବର୍ତ୍ତୀ ହୁଅନ୍ତେ ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ । 29 କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ, ଆମ୍ଭମାନଙ୍କ ସାଙ୍ଗରେ ରହନ୍ତୁ, କାରଣ ସନ୍ଧ୍ୟା ହୋଇ ଆସୁଅଛି ଓ ବେଳ ଗଡ଼ିଗଲାଣି । ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ ।

30 ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଆଶୀର୍ବାଦ କଲେ, ପୁଣି, ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ । 31 ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ; ଆଉ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ । 32 ସେଥିରେ ସେମାନେ ପରସ୍ପର କହିଲେ, ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଅଣ ଆମ୍ଭମାନଙ୍କ ହୃଦୟ ଉତ୍ତପ୍ତ ହେଉ ନ ଥିଲା ?

33 ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ; 34 ସେମାନେ କହୁଥିଲେ ପ୍ରଭୁ ନିଶ୍ଚୟ ଉଠିଅଛନ୍ତି ଓ ଶିମୋନଙ୍କୁ ଦର୍ଶନ ଦେଇଅଛନ୍ତି । 35 ଆଉ ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୁଟି ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ୱାରା ଚିହ୍ନାଗଲେ, ସେହି ସବୁ ବର୍ଣ୍ଣନା କରିବାକୁ ଲାଗିଲେ ।

36 କିନ୍ତୁ ସେମାନେ ଏହି ସବୁ କଥା କହୁଥିବା ସମୟରେ ସେ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ । 37 ମାତ୍ର ସେମାନେ ଆତଙ୍କିତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ ।

38 ସେଥିରେ ସେ ସେମାନଙ୍କୁ କହିଲେ, କାହିଁକି ଉଦ୍‌ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି ? 39 ଏ ଯେ ସ୍ୱୟଂ ମୁଁ, ମୋର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ । 40 [ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ ।]

41 ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ୱାସ କରି ଚମତ୍କୃତ ହେବାରୁ ସେ ସେମାନଙ୍କୁ ପଚାରିଲେ, ଏଠାରେ ତୁମ୍ଭମାନଙ୍କ ପାଖରେ କ'ଣ ଖାଦ୍ୟ ଅଛି ? 42 ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ । 43 ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତାରେ ଭୋଜନ କଲେ ।

44 ପୁଣି, ସେ ସେମାନଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତାରେ ଧର୍ମଶାସ୍ତ୍ରରେ ମୋ' ବିଷୟରେ ଯାହା ଯାହା ଲେଖା ଅଛି, ସେହି ସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି ।

45 ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ; 46 ଆଉ ସେମାନଙ୍କୁ କହିଲେ, ଏହି ପ୍ରକାରେ ଲେଖା ଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ, 47 ପୁଣି, ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ ।

48 ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ 49 ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ ।

50 ତତ୍ପରେ ସେ ସେମାନଙ୍କୁ ବେଥନିଅାକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ ଓ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ । 51 ପୁଣି, ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କଠାରୁ ଅଲଗା ହୋଇ ସ୍ୱର୍ଗକୁ ନୀତ ହେଲେ ।

52 ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମକୁ ବାହୁଡ଼ିଗଲେ, 53 ପୁଣି, ସର୍ବଦା ମନ୍ଦିରରେ ରହି ଈଶ୍ୱରଙ୍କ ସ୍ତବ କରିବାକୁ ଲାଗିଲେ ।



Translation Questions

Luke 24:1

କେବେ ସ୍ତ୍ରୀଲୋକମାନେ ଯୀଶୁଙ୍କ ସମାଧି ନିକଟକୁ ଆସିଲେ ?

ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ ସେମାନେ ଆସିଲେ [୨୪:୧]।

ସ୍ତ୍ରୀଲୋକମାନେ ସମାଧିରେ କ'ଣ ପାଇଲେ ?

ପଥର ଗଡାଇ ଦିଆଯାଇଥିବା ପାଇଲେ ପୁଣି ସେଠାରେ ସେମାନେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ [୨୪:୨-୩]।

Luke 24:6

ଯୀଶୁଙ୍କୁ କ'ଣ ହୋଇଥିଲା ବୋଲି ଉଜ୍ଜଳ ବସ୍ତ୍ରପରିହିତ (ଦୂତମାନେ) ଦୁଇଜଣ ଲୋକ କହିଲେ ?

ଯୀଶୁ ପୁନରୁତ୍ଥିତ ହୋଇଥିଲେ ବୋଲି ସେମାନେ କହିଲେ [୨୪:୬]।

Luke 24:11

ଯେତେବେଳେ ସ୍ତ୍ରୀଲୋକମାନେ ସମାଧିରେ ଅନୁଭବ କରିଥିବା କଥା କହିଲେ ପ୍ରେରିତମାନଙ୍କର ପ୍ରତିକ୍ରିୟା କ'ଣ ଥିଲା ?

ସେମାନେ ଅକାମୀ କଥା ପରି ଦୂର କରିଦେଲେ [୨୪:୧୧]।

ପିତର କ'ଣ ଦେଖିଲେ ଯେତେବେଳେ ସେ ସମାଧି ଭିତରକୁ ଯାଇ ଦେଖିଲେ ?

ସେ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ [୨୪:୧୨]।

Luke 24:15

କାହିଁକି ଇମ୍ମାୟୁ ଯାଉଥିବା ଦୁଇଜଣ ବିଶ୍ଵାସୀ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ ଯେତେବେଳେ ଯୀଶୁ ସେମାନଙ୍କ ଯାଉଥିଲେ ?

ସେମାନଙ୍କର ଚକ୍ଷୁ ତାହାଙ୍କୁ ଚିହ୍ନିବା ଠାରୁ ରୁଦ୍ଧ ହୋଇଥିଲା [୨୪:୧୬]।

Luke 24:21

ଯୀଶୁ ଜୀବିତ ଥିବା ସମୟରେ, ସେ କ'ଣ କରିବେ ବୋଲି ଶିଷ୍ୟମାନ ଆଶା କରୁଥିଲେ ?

ସେ ଇସ୍ରାଏଲଙ୍କୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ମୁକ୍ତ କରିବେ ବୋଲି ଆଶା କରୁଥିଲେ [୨୪:୨୧]।

Luke 24:25

ଶାସ୍ତ୍ରରୁ ଯୀଶୁ ଦୁଇ ଲୋକଙ୍କୁ କ'ଣ ବ୍ୟାଖ୍ୟା କଲେ ?

ତାହାଙ୍କ ସମ୍ବନ୍ଧରେ ଶାସ୍ତ୍ର କ'ଣ କୁହେ ତାହା ସେ ବ୍ୟାଖ୍ୟା କଲେ [୨୪:୨୭]।

Luke 24:30

ଯେତେବେଳେ ସେମାନେ ତାହାଙ୍କୁ ଚିହ୍ନି ପାରିଲେ ସେତେବେଳେ ଯୀଶୁ କ'ଣ କଲେ ?

ସେ ସେମାନଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲେ [୨୪:୩୧]।

Luke 24:36

ପ୍ରଥମେ ଯୀଶୁ କ'ଣ କହିଲେ ଯେତେବେଳେ ସେ ଯିରୂଶାଲମରେ ଶିଷ୍ୟମାନଙ୍କୁ ଦେଖାଦେଲେ ?

ସେ କହିଲେ, "ଶାନ୍ତି ତୁମ୍ଭମାନଙ୍କ ସହିତ ଥାଉ [୨୪:୩୬]।"

Luke 24:38

କିପରି ଯୀଶୁ ପ୍ରମାଣ କଲେ ଯେ ସେ ଏକ ଆତ୍ମା ନ ଥିଲେ ବୋଲି ?

ସେ ତାହାଙ୍କ ଶିଷ୍ୟମାନଙ୍କୁ ସ୍ପର୍ଶ କରିବାକୁ କହିଲେ, ସେ ସେମାନଙ୍କୁ ତାହାର ହାତ ଓ ପାଦ ଦେଖାଇଲେ, ଏବଂ ସେ ସେମାନଙ୍କ ସାକ୍ଷାତରେ ମାଛ ଭୋଜନ କଲେ [୨୪:୩୯-୪୩]।

Luke 24:41

କିପରି ଯୀଶୁ ପ୍ରମାଣ କଲେ ଯେ ସେ ଏକ ଆତ୍ମା ନ ଥିଲେ ବୋଲି ?

ସେ ତାହାଙ୍କ ଶିଷ୍ୟମାନଙ୍କୁ ସ୍ପର୍ଶ କରିବାକୁ କହିଲେ, ସେ ସେମାନଙ୍କୁ ତାହାର ହାତ ଓ ପାଦ ଦେଖାଇଲେ, ଏବଂ ସେ ସେମାନଙ୍କ ସାକ୍ଷାତରେ ମାଛ ଭୋଜନ କଲେ [୨୪:୩୯-୪୩]।

Luke 24:45

ତା'ପରେ ଶିଷ୍ୟମାନେ କିପରି ଶାସ୍ତ୍ରକୁ ବୁଝିବାରେ ସକ୍ଷମ ହେଲେ ?

ଯୀଶୁ ସେମାନଙ୍କର ମନକୁ ଉନ୍ମୁକ୍ତ କଲେ ଯେପରି ସେମାନେ ବୁଝିପାରିବେ [୨୪:୪୫]।

ସମସ୍ତ ଜାତିମାନଙ୍କ ନିକଟରେ କ'ଣ ପ୍ରଚାର ହେବା ଉଚିତ୍ ବୋଲି ଯୀଶୁ କହିଲେ ?

ମନଃପରିବର୍ତ୍ତନ ଓ ପାପ କ୍ଷମା ସମସ୍ତ ଜାତିମାନଙ୍କ ନିକଟରେ ପ୍ରଚାରିତ ହେବା ଉଚିତ୍ [୨୪:୪୭]।

Luke 24:48

କ'ଣ ପାଇଁ ଯୀଶୁ ଶିଷ୍ୟମାନଙ୍କୁ ଅପେକ୍ଷା କରିବାକୁ କହିଲେ ?

ଯେପର୍ଯ୍ୟନ୍ତ ସେମାନେ ଉର୍ଦ୍ଧ୍ୱର ଶକ୍ତି ସହ ବସ୍ତ୍ରାନ୍ୱିତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କୁ ସେ ଅପେକ୍ଷା କରିବାକୁ କହିଲେ [୨୪:୪୯]।

Luke 24:50

ଯେପରି ସେ ଶିଷ୍ୟମାନଙ୍କୁ ବେଥାନୀଆ ନିକଟରେ ଆଶୀର୍ବାଦ କଲେ ସେହିକ୍ଷଣି ଯୀଶୁଙ୍କ ପ୍ରତି କ'ଣ ଘଟିଲା ?

ସେ ସ୍ଵର୍ଗକୁ ନୀତ ହେଲେ [୨୪:୫୧]।


Book: John

John

Chapter 1

1 ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ । 2 ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ । 3 ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ । 4 ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ । 5 ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ । 6 ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ । 7 ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ । 8 ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ । 9 ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ । 10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ । 11 ସେ ଆପଣା ରାଜ୍ୟକୁଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ । 12 ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; 13 ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କଠାରୁ ଜାତ ହେଲେ । 14 ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ । 15 ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରରେ କହିଲେ, ଯେ ମୋ' ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି । 16 ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ । 17 କାରଣ ମୋଶାଙ୍କ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା । 18 କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ ।

19 ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୂଦୀମାନେ ଯେତେବେଳେ ଯିରୂଶାଲମରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ, 20 ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ । 21 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କ'ଣ ? ଆପଣ କ'ଣ ଏଲୀୟ ? ସେ କହିଲେ, ମୁଁ ନୁହେଁ । ଆପଣ କ'ଣ ସେହି ଭାବବାଦୀ ? ସେ ଉତ୍ତର ଦେଲେ, ନା । 22 ସେଥିରେ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶେ ଆପଣ କିଏ ? ଆପଣ ନିଜ ବିଷୟରେ କ'ଣ କହୁଅଛନ୍ତି ? 23 ସେ କହିଲେ, ଯିଶାଇୟ ଭାବବାଦୀ ଯେପରି କହିଥିଲେ, ମୁଁ ସେହି ପ୍ରକାର ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର । 24 ପୁଣି, ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ । 25 ସେମାନେ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତାହାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି? 26 ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି; ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ସେ ତୁମ୍ଭମାନଙ୍କ ମଧ୍ୟରେ ବିଦ୍ୟମାନ; 27 ସେ ମୋ' ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ । 28 ଯର୍ଦନର ପରପାରସ୍ଥ ଯେଉଁ ବେଥନୀଆରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହି ସବୁ ଘଟିଲା ।

29 ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି । 30 ମୋ' ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି । 31 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି । 32 ଆଉ, ଯୋହନ ସାକ୍ଷ୍ୟ ଦେଇ କହିଲେ, ମୁଁ ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି, ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ । 33 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି । 34 ଆଉ, ମୁଁ ତାହା ଦେଖିଅଛି ଓ ସେ ଈଶ୍ୱରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି ।

35 ତହିଁ ଆରଦିନ ପୁନର୍ବାର ଯୋହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ; 36 ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଈଶ୍ୱରଙ୍କ ମେଷଶାବକ । 37 ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ । 38 ଯୀଶୁ ବୁଲିପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, ତୁମ୍ଭେମାନେ କ'ଣ ଖୋଜୁଅଛ ? ସେମାନେ ତାହାଙ୍କୁ ପଚାରିଲେ, ରାବ୍ବୀ (ଅନୁବାଦ କଲେ ଏହାର ଅର୍ଥ ଗୁରୁ), ଆପଣ କେଉଁଠାରେ ରୁହନ୍ତି ? 39 ସେ ସେମାନଙ୍କୁ କହିଲେ, ଆସ, ଦେଖିବ । ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; ସେତେବେଳେ ସକାଳ ପ୍ରାୟ ଦଶ ଘଣ୍ଟା ହୋଇଥିଲା । 40 ଯେଉଁ ଦୁଇ ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରୀୟ ଥିଲେ । 41 ସେ ପ୍ରଥମେ ଆପଣା ଭାଇ ଶିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସୀହଙ୍କର (ଅନୁବାଦ କଲେ ଏହି ନାମର ଅର୍ଥ ଖ୍ରୀଷ୍ଟ) ଦେଖା ପାଇଅଛୁ । 42 ସେ ତାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ । ଯୀଶୁ ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ । ତୁମ୍ଭେ କୈଫା (ଅନୁବାଦ କଲେ ଏହାର ଅର୍ଥ ପିତର) ନାମରେ ଖ୍ୟାତ ହେବ ।

43 ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଯିବା ପାଇଁ ଇଚ୍ଛା କଲେ, ଆଉ ସେ ଫିଲିପ୍ପଙ୍କ ଦେଖା ପାଇ ତାଙ୍କୁ କହିଲେ, ମୋହର ଅନୁଗମନ କର । 44 ଫିଲିପ୍ପ ବେଥ୍‍ସାଇଦାର ଲୋକ ଥିଲେ, ତାହା ଆନ୍ଦ୍ରୀୟ ଓ ପିତରଙ୍କର ନଗର ଥିଲା । 45 ଫିଲିପ୍ପ ନିଥନିୟେଲଙ୍କ ଦେଖା ପାଇ ତାଙ୍କୁ କହିଲେ, ଯାହାଙ୍କ ବିଷୟରେ ମୋଶା ମୋଶାଙ୍କ ବ୍ୟବସ୍ଥାରେ ଲେଖିଅଛନ୍ତି, ପୁଣି, ଭାବବାଦୀମାନେ ମଧ୍ୟ ଲେଖିଅଛନ୍ତି, ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ; ସେ ଯୋଷେଫଙ୍କ ପୁତ୍ର ନାଜରିତୀୟ ଯୀଶୁ । 46 ନିଥନିୟେଲ ତାଙ୍କୁ ପଚାରିଲେ, ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇ ପାରେ ? ଫିଲିପ୍ପ ତାଙ୍କୁ କହିଲେ, ଆସି ଦେଖ । 47 ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାଙ୍କ ବିଷୟରେ କହିଲେ, ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ । 48 ନିଥନିୟେଲ ତାହାଙ୍କୁ ପଚାରିଲେ, ଆପଣ ମୋତେ କିପରି ଚିହ୍ନିଲେ ? ଯୀଶୁ ତାଙ୍କୁ ଉତ୍ତର ଦେଲେ, ଫିଲିପ୍ପ ତୁମ୍ଭକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମ୍ବିରି ଗଛ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି । 49 ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ ଆପଣ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା । 50 ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି ବୋଲି କହିବାରୁ କି ତୁମ୍ଭେ ବିଶ୍ୱାସ କରୁଅଛ ? ତୁମ୍ଭେ ଏହାଠାରୁ ଆହୁରି ମହତ‍୍ ମହତ‍୍ ବିଷୟ ଦେଖିବ । 51 ପୁଣି, ସେ ତାହାଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ ।



Translation Questions

John 1:1

କିଏ ଆଦ୍ୟରେ ଥିଲେ ?

ବାକ୍ୟ ଅଦ୍ୟରେ ଥିଲେ [୧:୧] ।

କାହା ସଙ୍ଗରେ ବାକ୍ୟ ଥିଲେ ?

ଈଶ୍ଵରଙ୍କ ସଙ୍ଗରେ ବାକ୍ୟ ଥିଲେ [୧:୧-୨]।

ବାକ୍ୟ ବିନା କୌଣସି ବିଷୟ ସୃଷ୍ଟି ହୋଇଥିଲା କି ?

ବାକ୍ୟ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେସମସ୍ତ ସୃଷ୍ଟ ହୋଇଅଛି, ସେଥି ମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ [୧:୩]।

John 1:4

କ'ଣ ବାକ୍ୟରେ ଥିଲା ?

ଜୀବନ ତା'ଙ୍କଠାରେ ଥିଲା [୧:୪]।

John 1:6

ଈଶ୍ଵରଙ୍କଠାରୁ ପଠାଯାଇଥିବା ବ୍ୟକ୍ତିଙ୍କ ନାମ କ'ଣ ଥିଲା ?

ତାହାର ନାମ ଯୋହନ ଥିଲା [୧:୬]।

ଯୋହନ କ'ଣ କରିବାକୁ ଆସିଲେ ?

ଯେପରି ସମସ୍ତେ ଯେ ତାହା ଦ୍ଵାରା ବିଶ୍ଵାସ କରିବେ,ସେ ଆଲୋକ ବିଷୟରେ ସାକ୍ଷ୍ୟୀ ହେବାକୁ ଆସିଲେ [୧:୭]।

John 1:10

କ'ଣ ଜଗତ ଜ୍ୟୋତିଃକୁ ଜାଣିଲା କିମ୍ବା ସ୍ୱୀକାର କଲାକି ଯାହା ଯୋହନ ଜ୍ୟୋତିଃ ବିଷୟରେ କହିବାକୁ ଆସିଲେ ?

ଯୋହନ ଯେଉଁ ଜ୍ୟୋତିଃ ବିଷୟରେ କହିବାକୁ ଆସିଲେ ଜଗତ ତାହାଙ୍କୁ ଚିହ୍ନିଲା ନାହିଁ, ଏବଂ ସେ ଜ୍ୟୋତିଃଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ [୧:୧୦-୧୧]।

John 1:12

ଯେଉଁମାନେ ତାହାଙ୍କ ନାମରେ ବିଶ୍ଵାସ କଲେ ସେମାନଙ୍କ ପାଇଁ ଜ୍ୟୋତିଃ କ'ଣ କଲେ ?

ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ [୧:୧୩]।

ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେମାନେ କିପରି ଈଶ୍ୱରଙ୍କ ସନ୍ତାନ ହେଲେ ?

ସେମାନେ ଈଶ୍ଵରଙ୍କଠାରୁ ଜାତ ହୋଇ ଈଶ୍ୱରଙ୍କ ସନ୍ତାନ ହେଲେ [୧:୧୩]।

John 1:14

ପିତାଙ୍କଠାରୁ ଆସିଥିବା ବାକ୍ୟପରି,ସେଠାରେ ଅନ୍ୟ ବ୍ୟକ୍ତି କିଏ ଅଛି କିମ୍ବା ଥିଲା କି ?

ନୁହଁ ! କେବଳ ବାକ୍ୟ ହିଁ ଅଦ୍ୱିତୀୟ ଯିଏ ପିତାଙ୍କଠାରୁ ଆସିଲେ [୧:୧୪]।

John 1:16

ଏହି ପୁର୍ଣ୍ଣତାଠାରୁ ଯାହା ଯୋହନ କହୁଥିଲେ ଆମ୍ଭେମାନେ କ'ଣ ପ୍ରାପ୍ତ କରିଅଛୁ ?

ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ବିନାମୁଲ୍ୟରେ ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ [୧:୧୬]।

ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା କ'ଣ ଆସିଲା ?

ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆସିଲା [୧:୧୭] ।

କିଏ କେବେ ଈଶ୍ଵରଙ୍କୁ ଦେଖି ଅଛି ?

କେହି ପୁରୁଷ କେବେ ଈଶ୍ୱରଙ୍କୁ ଦେଖି ନାହିଁ [୧:୧୮]।

କିଏ ଈଶ୍ଵରଙ୍କୁ ଆମ୍ଭମାନଙ୍କୁ ପ୍ରକାଶ କଲେ ?

ଯିଏ ପିତାଙ୍କ କୋଳରେ ଅଛନ୍ତି ସେ ତାହାଙ୍କୁ ଆମ୍ଭମାନଙ୍କୁ ପ୍ରକାଶ କଲେ [୧:୧୮] ।

John 1:22

ଯେତେବେଳେ ଯିରୂଶାଲମର ଯାଜକ ଓ ଲେବୀୟମାନେ ପଚାରିଲେ, ସେ କିଏ ଥିଲେ ବୋଲି ଯୋହନ କହିଲେ ?

''ମୁଁ ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର,''ସେ କହିଲେ [୧:୧୯-୨୩] ।

John 1:29

ଯୋହନ ଯୀଶୁଙ୍କୁ ତା'ଙ୍କ ଆଡକୁ ଆସୁଥିବା ଯେତେବେଳେ ଦେଖିଲେ ସେ କ'ଣ କହିଲେ ?

'' ଦେଖ ସେଠାରେ , ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇଯାଆନ୍ତି,''ସେ କହିଲେ [୧:୨୯] ।

କାହିଁକି ଯୋହନ ଜଳରେ ବାପ୍ତିଜିତ କରିବାକୁ ଆସିଲେ ?

ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇଯାଆନ୍ତି ,ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହେବେ , ଏଥିସକାଶେ ଯୋହନ ଜଳରେ ବାପ୍ତିସ୍ମ ଦେବାକୁ ଆସିଲେ [୧:୩୧] ।

John 1:32

ଚିହ୍ନ କ'ଣ ଥିଲା ଯାହା ଯୋହନକୁ ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ପ୍ରକାଶ କଲା ?

ଆତ୍ମା ଅବତରଣ କରି ଯାହା ଉପରେ ଅବସ୍ଥାନ କରିବା ଯୋହନ ଦେଖେ ,ସେହି ଜଣକ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି[୧:୩୨-୩୪]।

John 1:37

ଯେତେବେଳେ ଯୋହନ ଯୀଶୁଙ୍କୁ ,''ଈଶ୍ଵରଙ୍କ ମେଷ ବୋଲି କହିଲେ ,'' ଯୋହନଙ୍କ ଦୁଇ ଶିଷ୍ୟ କ'ଣ କଲେ ?

ସେମାନେ ଯୀଶୁଙ୍କ ପଛେ ପଛେ ଗଲେ [୧:୩୫-୩୭]।

John 1:40

ଦୁଇ ଜଣକ ମଧ୍ୟରୁ ଜଣକର ନାମ କ'ଣ ଯିଏ ଯୋହନକୁ ଶୁଣିଲା ଏବଂ ଯୀଶୁଙ୍କ ପଛେ ପଛେ ଗଲା ?

ଜଣଙ୍କର ନାମ ଆନ୍ଦ୍ରୀୟ ଥିଲା [୧:୪୦] ।

ଯୀଶୁଙ୍କ ବିଷୟରେ ଶିମୋନଙ୍କୁ ଆନ୍ଦ୍ରୀୟ କ'ଣ କହିଲେ ?

''ଆମ୍ଭେମାନେ ମସୀହଙ୍କର ଦେଖା ପାଇଅଛୁ,'' ଶିମୋନଙ୍କୁ ଆନ୍ଦ୍ରୀୟ କହିଲେ [୧:୪୧] ।

ଶିମୋନ କ'ଣ ଡକାଯିବେ ବୋଲି କହିଲେ ?

''କେଫା,'' (ଏହାର ଅର୍ଥ ପିତର) ଶିମୋନ ଏହି ନାମରେ ଡକାଯିବେ ବୋଲି କହିଲେ [୧:୪୨] ।

John 1:43

ଆନ୍ଦ୍ରୀୟ ଓ ପିତର ନଗର କ'ଣ ଥିଲା ?

ବେଥ୍‍ସାଇଦା ଆନ୍ଦ୍ରୀୟ ଓ ପିତରଙ୍କର ନଗର ଥିଲା [୧:୪୪]।

John 1:49

ଯୀଶୁଙ୍କ ବିଷୟରେ ନିଥନିୟେଲ କ'ଣ କହିଲେ ?

ନିଥନିୟେଲ କହିଲେ,'' ହେ ରାବ୍‍ବୀ, ଆପଣ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା ଅଟ ,''[୧:୪୯]।

ନିଥନିୟେଲ କ'ଣ ଦେଖିବେ ବୋଲି ଯୀଶୁ କହିଲେ ?

ଯୀଶୁ ନିଥନିୟେଲକୁ କହିଲେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ସେ ଦେଖିପାରିବେ [୧:୫୧] ।


Chapter 2

1 ତୃତୀୟ ଦିବସରେ ଗାଲିଲୀର କାନାରେ ଗୋଟିଏ ବିବାହ ହେଲା, ଆଉ ଯୀଶୁଙ୍କ ମାତା ସେଠାରେ ଥିଲେ; 2 ଯୀଶୁ ମଧ୍ୟ ଆପଣା ଶିଷ୍ୟମାନଙ୍କ ସହିତ ସେହି ବିବାହକୁ ନିମନ୍ତ୍ରିତ ହେଲେ । 3 ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ । 4 ସେଥିରେ ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ । 5 ତାହାଙ୍କ ମାତା ପରିଚାରକମାନଙ୍କୁ କହିଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା କର । 6 ଆଉ, ସେଠାରେ ଯିହୂଦୀମାନଙ୍କ ଶୁଚିକରଣ ରୀତି ଅନୁସାରେ ଦୁଇ ବା ତିନି ମହଣିଆ ଛଅଗୋଟା ପଥର ଜାହାଲା ରଖାଯାଇଥିଲା । 7 ଯୀଶୁ ସେମାନଙ୍କୁ କହିଲେ, ଜାହାଲାଗୁଡ଼ିକ ପାଣିରେ ଭର୍ତ୍ତି କର । ସେଥିରେ ସେମାନେ ସେହି ସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ । 8 ଆଉ, ସେ ସେମାନଙ୍କୁ କହିଲେ, ଏବେ କାଢ଼ିନେଇ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନିଯାଅ । ସେଥିରେ ସେମାନେ ଘେନିଗଲେ । 9 ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସ ହୋଇଥିବା ସେହି ପାଣିକୁ ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ, 10 ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ । 11 ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ । 12 ଏଥିଉତ୍ତାରେ ସେ ଆପଣା ମାତା, ଭାଇବୃନ୍ଦ ଓ ଶିଷ୍ୟମାନଙ୍କ ସହିତ କଫର୍ନାହୂମକୁ ଗଲେ; ପୁଣି, ସେମାନେ ସେଠାରେ ଅଧିକ ଦିନ ରହିଲେ ନାହିଁ ।

13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା, ଆଉ ଯୀଶୁ ଯିରୂଶାଲମକୁ ଗଲେ । 14 ପୁଣି, ସେ ମନ୍ଦିରରେ ଗୋରୁ, ମେଣ୍ଢା ଓ କାପ୍ତା ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ; 15 ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ; 16 ଆଉ, ସେ କାପ୍ତା ବ୍ୟବସାୟୀମାନଙ୍କୁ କହିଲେ, ଏଗୁଡ଼ାକ ଏଠାରୁ ଘେନିଯାଅ, ମୋହର ପିତାଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ । 17 ତୁମ୍ଭ ଗୃହ ନିମନ୍ତେ ଉଦ୍‍ଯୋଗ ମୋତେ ଗ୍ରାସ କରିବ, ଏହା ଲେଖା ଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା । 18 ସେଥିରେ ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯେ ଏ ସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ ? 19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ ତିନି ଦିନ ମଧ୍ୟରେ ମୁଁ ତାହା ତୋଳି ଦେବି । 20 ସେଥିରେ ଯିହୂଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ଛୟାଳିଶ ବର୍ଷ ଲାଗିଅଛି; ଆଉ ତୁମ୍ଭେ କ'ଣ ତାହାକୁ ତିନି ଦିନରେ ତୋଳି ଦେବ ? 21 କିନ୍ତୁ ସେ ଆପଣା ଶରୀରରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ । 22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ ।

23 ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଯିରୂଶାଲମରେ ଥିବା ସମୟରେ ଅନେକେ ତାହାଙ୍କ ସାଧିତ ଆଶ୍ଚର୍ଯ୍ୟ କର୍ମଗୁଡ଼ିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ, 24 କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କଠାରୁ ଆପଣାକୁ ପୃଥକ୍‍ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣୁଥିଲେ, 25 ପୁଣି, କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନ ଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କ'ଣ ଅଛି, ତାହା ସେ ଆପେ ଜାଣୁଥିଲେ ।



Translation Questions

John 2:1

ଗାଲିଲୀର କାନ୍ନାରେ ବିବାହ ଭୋଜରେ କିଏ ଥିଲେ ?

ଯୀଶୁ,ତାହାଙ୍କ ମାତା ଓ ଶିଷ୍ୟମାନେ ଗାଲିଲୀର କାନ୍ନାରେ ବିବାହ ଭୋଜରେ ଥିଲେ [୨:୧ ଓ ୧୧]।

John 2:3

ଯୀଶୁଙ୍କ ମାତା କାହିଁକି,''ସେମାନଙ୍କର ଦ୍ରାକ୍ଷାରସ ନାହିଁ,'' ବୋଲି ଯୀଶୁଙ୍କୁ କହିଲେ ?

ସେ ଏହା ଯୀଶୁଙ୍କୁ କହିଲେ କାରଣ ସେ ଆଶା କରିଥିଲେ ଯେ ସେ ପରିସ୍ଥିତି ବିଷୟରେ କିଛି କରିପାରିବେ [୨:୫]।

John 2:6

କେଉଁ ଦୁଇ ବିଷୟ ଯୀଶୁ ଦାସମାନଙ୍କୁ କରିବାକୁ କହିଲେ ?

ସେ ପ୍ରଥମେ ସେମାନଙ୍କୁ କହିଲେ, ଜାହାଲାଗୁଡ଼ିକ ପାଣିରେ ଭର୍ତ୍ତି କରିବାକୁ କହିଲେ, ଆଉ କିଛି ପାଣି କାଢ଼ିନେଇ ଭୋଜର ଅଧ୍ୟକ୍ଷଙ୍କଙ୍କୁ ଦେବାକୁ ସେ ଦାସମାନଙ୍କୁ କହିଲେ [୨:୭-୮]।

John 2:9

ପାଣିକୁ ଚାଖିଲା ପରେ ଯାହା ଦ୍ରାକ୍ଷାରସ ପରିଣତ ହୋଇଥିଲା ଭୋଜର ଅଧ୍ୟକ୍ଷ କ'ଣ କହିଲେ ?

ଭୋଜର ଅଧ୍ୟକ୍ଷ କହିଲେ ,''ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ପରେ ମନ୍ଦ ଦିଅନ୍ତି; କିନ୍ତୁ ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ [୨:୧୦]।

John 2:11

ଆଶ୍ଚର୍ଯ୍ୟର ଚିହ୍ନଦେଖିଲା ପରେ ଯୀଶୁଙ୍କ ଶିଷ୍ୟମାନଙ୍କର କ'ଣ ଉତ୍ତର ଥିଲା ?

ଯୀଶୁଙ୍କ ଶିଷ୍ୟମାନେ ଯୀଶୁଙ୍କଠାରେ ବିଶ୍ଵାସ କଲେ [୨:୧୧] ।

John 2:13

ଯୀଶୁ ଯେତେବେଳେ ଯିରୂଶାଲମର ମନ୍ଦିରକୁ ଗଲେ ସେ କ'ଣ ଦେଖିଲେ ?

ଗୋରୁ, ମେଣ୍ଢା ଓ କାପ୍ତା ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ଦେଖିଲେ [୨:୧୪]।

John 2:15

ଯୀଶୁ ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ଦେଖି କ'ଣ କଲେ ?

ସେ ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ ଆଉ, ମୁଦ୍ରା ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇପକାଇଲେ [୨:୧୫]।

ଯୀଶୁ କପୋତ ବ୍ୟବସାୟୀମାନଙ୍କୁ କ'ଣ କହିଲେ ?

ସେ କହିଲେ, "ଏହି ଜିନିଷଗୁଡିକ ଏହି ସ୍ଥାନରୁ ବାହାର କର । ମୋହର ପିତାଙ୍କ ଗୃହକୁ ବ୍ୟବସାୟୀମାନଙ୍କ ସ୍ଥାନ କରିବା ବନ୍ଦ କର ।" [୨:୧୬]

John 2:17

କିପରି ଯିହୂଦୀ ଅଧିକାରୀମାନେ ମନ୍ଦିରରେ ଯୀଶୁଙ୍କ କାର୍ଯ୍ୟକୁ ଉତ୍ତର ଦେଲେ ?

ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କୁ କି ଚିହ୍ନ ଦେଖାଇବ କାରଣ ତୁମ୍ଭେ ଯେ ଏସମସ୍ତ କରୁଅଛ ?''[୨:୧୮]

କିପରି ଯୀଶୁ ଯିହୂଦୀ ଅଧିକାରୀମାନଙ୍କୁ ଉତ୍ତର ଦେଲେ ?

''ଏହି ମନ୍ଦିରକୁ ବିନାଶ କର, ଆଉ ତିନି ଦିନ ମଧ୍ୟରେ ମୁଁ ତାହା ତୋଳି ଦେବି,''ଏହା କହି ଯୀଶୁ ସେମାନଙ୍କୁ ଉତ୍ତର ଦେଲେ [୨:୧୯] ।

John 2:20

କେଉଁ ମନ୍ଦିରକୁ ଯୀଶୁ ସୂଚୀତ କରୁଥିଲେ ?

ଯୀଶୁ ଆପଣା ଶରୀରରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ [୨:୨୧] ।

John 2:23

କାହିଁକି ଅନେକ ଯୀଶୁଙ୍କ ନାମରେ ବିଶ୍ଵାସ କଲେ ?

ସେମାନେ ବିଶ୍ଵାସ କଲେ କାରଣ ସେମାନେ ଯୀଶୁଙ୍କର ସମସ୍ତ ଆଶ୍ଚର୍ଯ୍ୟ କର୍ମଗୁଡିକ ଦେଖିଥିଲେ [୨:୨୩] ।

କାହିଁକି ଯୀଶୁ ସ୍ୱୟଂ ଲୋକଙ୍କଠାରେ ଭରସା କଲେ ନାହିଁ ?

ଯୀଶୁ ସ୍ୱୟଂ ଲୋକଙ୍କଠାରେ ଭରସା କଲେ ନାହିଁ କାରଣ ସେ ସମସ୍ତଙ୍କୁ ଜାଣିଥିଲେ, ମନୁଷ୍ୟ ଅନ୍ତରରେ କଅଣ ଅଛି ଏବଂ ସେ କେହି ମନୁଷ୍ୟ ବିଷୟରେ ସାକ୍ଷ୍ୟ୍ୟ ଦେବ,ଏହା ତାହାଙ୍କର ପ୍ରୟୋଜନ ନ ଥିଲା [୨:୨୪-୨୫]।


Chapter 3

1 ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୂଦୀମାନଙ୍କର ଜଣେ ନେତା । 2 ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନ ଥିଲେ ସେହି ସବୁ କେହି କରି ପାରେ ନାହିଁ । 3 ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରେ ନାହିଁ । 4 ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇ ପାରେ ? ସେ କ'ଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇ ପାରେ ? 5 ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ । 6 ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା । 7 ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ । 8 ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର । 9 ନୀକଦୀମ ତାହାଙ୍କୁ ଉତ୍ତର ଦେଲେ, ଏହି ସବୁ କିପରି ହୋଇ ପାରେ ? 10 ଯୀଶୁ ତାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କ'ଣ ଏହି ସବୁ ବୁଝୁ ନାହଁ ? 11 ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଅଛି, ଆମ୍ଭେମାନେ ଯାହା ଜାଣୁ, ତାହା କହୁ, ପୁଣି, ଯାହା ଦେଖିଅଛୁ, ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କର ସାକ୍ଷ୍ୟ ଗ୍ରହଣ କରୁ ନାହଁ । 12 ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ ? 13 ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ । 14 ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ, 15 ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ । 16 କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ । 17 ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ । 18 ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ । 19 ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ । 20 କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ । 21 କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ୱରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ ।

22 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୂଦା ପ୍ରଦେଶକୁ ଗଲେ, ଆଉ ସେ ସେ ସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ ଦେବାକୁ ଲାଗିଲେ । 23 ଯୋହନ ମଧ୍ୟ ଶାଲମ ନିକଟସ୍ଥ ଏନୋନରେ ବାପ୍ତିସ୍ମ ଦେଉଥିଲେ, କାରଣ ସେ ସ୍ଥାନରେ ବହୁତ ଜଳ ଥିଲା, ଆଉ ଲୋକେ ଆସି ବାପ୍ତିସ୍ମ ଗ୍ରହଣ କରୁଥିଲେ । 24 ଯେଣୁ ଯୋହନ ସେପର୍ଯ୍ୟନ୍ତ କାରାଗାରରେ ନିକ୍ଷିପ୍ତ ହୋଇ ନ ଥିଲେ । 25 ସେଥିମଧ୍ୟରେ ଶୌଚକ୍ରିୟା ସମ୍ବନ୍ଧରେ ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଜଣେ ଯିହୂଦୀ ସହିତ ବାଦାନୁବାଦ ଘଟିଲା । 26 ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦନର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି । 27 ଯୋହନ ଉତ୍ତର ଦେଲେ, ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇ ପାରେ ନାହିଁ । 28 ମୁଁ ଯେ ଖ୍ରୀଷ୍ଟ ନୁହେଁ, କିନ୍ତୁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି, ଏହା ମୁଁ କହିଥିଲି ବୋଲି ତୁମ୍ଭେମାନେ ନିଜେ ନିଜେ ମୋହର ସାକ୍ଷୀ । 29 ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ । ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି । 30 ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ । 31 ଯେ ଊର୍ଦ୍ଧ୍ୱରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ୱର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ । 32 ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ବନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ । 33 ଯେ ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି, ଈଶ୍ୱର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି । 34 କାରଣ ଈଶ୍ୱର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ଆତ୍ମା ପ୍ରଦାନ କରନ୍ତି ନାହିଁ । 35 ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପୁଣି, ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି । 36 ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ ।



Translation Questions

John 3:1

କିଏ ନିକଦୀମ ଥିଲେ ?

ନୀକଦୀମ ଜଣେ ଫାରୂଶୀ ଥିଲେ, ଏବଂ ଯିହୂଦୀମାନଙ୍କ ସଭାର ଜଣେ ନେତା ଥିଲେ [୩:୧]।

କ'ଣ ନିକଦୀମ ଯୀଶୁଙ୍କୁ ପରୀକ୍ଷା କଲେ ?

ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆସିଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ [୩:୨]।

John 3:3

କେଉଁ ପ୍ରଶ୍ନ ନିକଦୀମ ଯୀଶୁଙ୍କୁ ପଚାରିଲେ ଯାହା ଆମ୍ଭମାନଙ୍କୁ ଜାଣିବାକୁ ଦିଏ ଯେ ଯୀଶୁଙ୍କର ବାକ୍ୟ ଅସ୍ପଷ୍ଟକଲା ଏବଂ ନୀକଦୀମକୁ ବଣା କଲା ?

ନୀକଦୀମ ପଚାରିଲେ,'' ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇ ପାରେ ? ସେ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇ ପାରେ କି ?'' ନୀକଦୀମ ପଚାରିଲେ ,'' ଏହିସବୁ କିପରି ହୋଇ ପାରେ ?'' [୩:୪ ଓ ୯]।

John 3:9

କିପରି ନୀକଦୀମକୁ ଯୀଶୁ ଭର୍ତ୍ସନା କଲେ ?

ସେ ନୀକଦୀମକୁ କହି ଭର୍ତ୍ସନା କଲେ ''ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କଅଣ ଏହିସବୁ ବୁଝୁ ନାହଁ ? ସେ ଆଉ ନୀକଦୀମ କହି ଭର୍ତ୍ସନା କଲେ ,'' ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ ତୁମ୍ଭେମାନେ କିପରି ବିଶ୍ୱାସ କରିବ ?''[୩:୧୦-୧୨]।

John 3:12

କିଏ ସ୍ୱର୍ଗାରୋହଣ କରିଅଛି ?

ମନୁଷ୍ୟପୁତ୍ର, ଯେ ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ [୩:୧୩]।

John 3:14

କାହିଁକି ମନୁଷ୍ୟ ପୁତ୍ର ଉର୍ଦ୍ଧ୍ୱକୁ ଉଠାଯିବା ଉଚିତ୍ ?

ସେ ଉର୍ଦ୍ଧ୍ୱକୁ ଉଠାଯିବା ଉଚିତ୍ ତେଣୁ ଯେକେହି ତାହାଙ୍କଠାରେ ବିଶ୍ଵାସ କରେ ଅନନ୍ତ ଜୀବନକୁ ପ୍ରାପ୍ତ କରିବ [୩:୧୪-୧୫] ।

John 3:16

କିପରି ଈଶ୍ଵର ଜଗତକୁ ତା'ଙ୍କରି ପ୍ରେମ ପ୍ରକାଶ କଲେ ?

ସେ ତା'ଙ୍କରି ଏକମାତ୍ର ପୁତ୍ରଙ୍କୁ ଦେଇ ଆପଣା ପ୍ରେମ ପ୍ରକାଶ କଲେ,ତେଣୁ ଯେକେହି ତାହାଙ୍କଠାରେ ବିଶ୍ଵାସ କରେ ନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ [୩:୧୬] ।

କ'ଣ ଈଶ୍ଵର ଆପଣା ପୁତ୍ରଙ୍କୁ ଜଗତର ବିଚାର କରିବାକୁ ପଠାଇଲେ କି ?

ନୁହେଁ ! ଈଶ୍ଵର ଆପଣା ପୁତ୍ରଙ୍କୁ ଜଗତକୁ ଉଦ୍ଧାର କରିବାକୁ ପଠାଇଲେ [୩:୧୭] ।

John 3:19

,କାହିଁକି ଲୋକମାନେ ବିଚାରରେ ପଡନ୍ତି ?

ଲୋକମାନେ ବିଚାରରେ ପଡନ୍ତି କାରଣ ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ଅନ୍ଧକାରକୁ ବହୁତ ଭଲ ପାଇନ୍ତି , ଯେଣୁ ସେମାନଙ୍କର କର୍ମସବୁ ମନ୍ଦ [୩:୧୯] ।

କାହିଁକି ଯେଉଁମାନେ ମନ୍ଦ କର୍ମ କରନ୍ତି ଜ୍ୟୋତିଃକୁ ଆସିବେ ନାହିଁ ?

ଯେକେହି କୁକର୍ମ କରେ, ଜ୍ୟୋତିଃକୁ ଘୃଣା କରେ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ,କାରଣ ସେମାନେ ସେମାନଙ୍କ କର୍ମକୁ ପ୍ରକାଶିତ କରିବାକୁ ଚାହାଁନ୍ତି ନାହିଁ [୩:୨୦] ।

କାହିଁକି ଯେଉଁମାନେ ସତ୍ୟକୁ ଅଭ୍ୟାସ କରନ୍ତି ଜ୍ୟୋତିଃକୁ ଆସିବେ ?

ସେମାନେ ଜ୍ୟୋତିଃ ନିକଟକୁ ଆସନ୍ତି, ଯେପରି ସେମାନଙ୍କର କର୍ମସବୁ ଈଶ୍ୱରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହେବ ଓ ଜଣାଯିବ [୩:୨୧] ।

John 3:29

ଯେତେବେଳେ ଯୋହନଙ୍କର ଶିଷ୍ୟମାନେ ଅଭିଯୋଗ କଲେ ଯେ ଯୀଶୁ ବାପ୍ତିସ୍ମ ଦେଉଥିଲେ ଏବଂ ସମସ୍ତ ଲୋକମାନେ ଯୀଶୁଙ୍କ ନିକଟକୁ ଯାଉଥିଲେ, ଯୋହନ କ'ଣ କହିଲେ ?

ଯୋହନ କହିଲେ ,''ଅବଶ୍ୟ ସେ ବୃଦ୍ଧି ହୁଅନ୍ତୁ, କିନ୍ତୁ ମୁଁ ହ୍ରାସ ପାଉ [୩:୨୬ ଓ ୩୦] ।

John 3:31

?

• ପୃଥିବୀ • ସ୍ଵର୍ଗ,ଆକାଶ,ସ୍ଵର୍ଗସମୂହ;ସ୍ଵର୍ଗୀୟ • ସାକ୍ଷ୍ୟ୍ୟ.ସାକ୍ଷ୍ୟ୍ୟ ଦେବା • ଈଶ୍ଵର • ସତ୍ୟ,ସତ୍ୟତା


Chapter 4

1 ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି 2 (ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ, 3 ସେତେବେଳେ ସେ ଯିହୂଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ । 4 କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା । 5 ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ; 6 ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା । ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ । ସେତେବେଳେ ମଧ୍ୟାହ୍ନ ହୋଇଥିଲା । 7 ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା । ଯୀଶୁ ତାହାକୁ କହିଲେ, ମୋତେ ପିଇବାକୁ ଦିଅ । 8 କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ । 9 ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୂଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋ' ହାତରୁ ପିଇବାକୁ ମାଗୁଅଛନ୍ତି ? କାରଣ ଶମିରୋଣୀୟମାନଙ୍କ ସହିତ ଯିହୂଦୀମାନଙ୍କର ବ୍ୟବହାର ନାହିଁ । 10 ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ । 11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି ? 12 ଆମ୍ଭମାନଙ୍କର ଯେଉଁ ପିତୃପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ ? 13 ଯୀଶୁ ତାହାକୁ ଉତ୍ତର ଦେଲେ, ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ; 14 କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ । 15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥି ନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ । 16 ଯୀଶୁ ତାକୁ କହିଲେ, ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ । 17 ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋର ସ୍ୱାମୀ ନାହିଁ । ଯୀଶୁ ତାଙ୍କୁ କହିଲେ, ମୋହର ସ୍ୱାମୀ ନାହିଁ, ଏହା ତ ଠିକ‍ କହିଲ; 18 କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ । 19 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି । 20 ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମରେ ଅଛି । 21 ଯୀଶୁ ତାହାକୁ କହିଲେ, ଆଗୋ ନାରୀ, ମୋ' କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି । 22 ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୂଦୀମାନଙ୍କ ମଧ୍ୟରୁ ଆସେ । 23 କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାଁନ୍ତି । 24 ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ । 25 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ । 26 ଯୀଶୁ ତାହାକୁ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ । 27 ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କ'ଣ ଚାହାଁନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ । 28 ସେଥିରେ ସେହି ସ୍ତ୍ରୀ ଆପଣା ଜଳପାତ୍ର ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ, 29 ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା ? 30 ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ । 31 ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରିବା ହେଉନ୍ତୁ । 32 କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି । 33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଛି ପରା ? 34 ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ । 35 ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହି ସବୁ କଟାଯିବା ନିମନ୍ତେ ପାଚିଗଲାଣି । 36 ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି । 37 କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ । 38 ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ । 39 ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ । 40 ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ । 41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ; 42 ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ ।

43 ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକୁ ଗଲେ । 44 କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ । 45 ପୁଣି, ସେ ଗାଲିଲୀକୁ ଆସନ୍ତେ, ପର୍ବ ସମୟରେ ସେ ଯିରୂଶାଲମରେ ଯାହା ଯାହା କରିଥିଲେ, ସେହି ସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ, ଯେଣୁ ସେମାନେ ମଧ୍ୟ ପର୍ବକୁ ଯାଇଥିଲେ । 46 ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ । ଆଉ ଜଣେ ରାଜକର୍ମଚାରୀ ଥିଲେ, ତାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା । 47 ଯୀଶୁ ଯିହୂଦା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍‍ ହୋଇଥିଲା । 48 ସେଥିରେ ଯୀଶୁ ତାଙ୍କୁ କହିଲେ, ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ । 49 ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ । 50 ଯୀଶୁ ତାଙ୍କୁ କହିଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ । ଯୀଶୁ ସେହି ବ୍ୟକ୍ତିଙ୍କି ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ । 51 ପୁଣି, ସେ ଯାଉ ଯାଉ ତାଙ୍କ ଦାସମାନେ ତାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ । 52 ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ । ସେଥିରେ ସେମାନେ ତାଙ୍କୁ କହିଲେ, କାଲି ସାତଟାବେଳେ ତାହାକୁ ଜ୍ୱର ଛାଡ଼ିଗଲା । 53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ ତୁମ୍ଭର ପୁତ୍ର ବଞ୍ଚିଲାଣି ବୋଲି ତାଙ୍କୁ କହିଥିଲେ, ଠିକ‍୍ ସେହି ସମୟରେ ଏହା ଘଟିଥିଲା । ଆଉ, ସେ ଆପେ ଓ ତାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ । 54 ଯିହୂଦାରୁ ପୁର୍ନବାର ଗାଲିଲୀକୁ ଆସି ଯୀଶୁ ଏହି ଦ୍ୱିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ ।



Translation Questions

John 4:1

କେବେ ଯୀଶୁ ଯିହୂଦା ପ୍ରଦେଶ ପରିତ୍ୟାଗ କରି ଗାଲିଲୀକୁ ପ୍ରସ୍ଥାନ କଲେ ?

ଯେତେବେଳେ ଯୀଶୁ ଜାଣିଲେ ଯେ ସେ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି ବୋଲି ଫାରୂଶୀ ମାନେ ଜାଣିଲେ, ଯୀଶୁ ଯିହୂଦା ପ୍ରଦେଶ ପରିତ୍ୟାଗ କରି ଗାଲିଲୀକୁ ପ୍ରସ୍ଥାନ କଲେ [୪:୫-୬]।

John 4:4

କେଉଁଠାରେ ଯୀଶୁ ଗାଲିଲୀକୁ ଯିବା ପଥରେ ରହିଲେ ?

ଯାକୁବଙ୍କ କୂପ ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ସ୍ଥାନରେ ଯୀଶୁ ରହିଲେ [୪:୫-୬]।

John 4:6

କିଏ ଯାକୁବଙ୍କ କୂପ ନିକଟକୁ ଆସିଲା ଯେତେବେଳେ ଯୀଶୁ ସେଠାରେ ଥିଲେ ?

ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ସେଠାକୁ ଆସିଲା [୪:୭] ।

କେଉଁଠାରେ ଯୀଶୁଙ୍କର ଶିଷ୍ୟମାନେ ଥିଲେ ?

ସେମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ [୪:୮]।

କ'ଣ ପ୍ରଥମେ ଯୀଶୁ ଶମିରୋଣୀୟା ସ୍ତ୍ରୀକୁ କହିଲେ ?

ଯୀଶୁ କହିଲେ,'' ମୋତେ କିଛି ପାଣି ପିଇବାକୁ ଦିଅ'' [୪:୭]।

John 4:9

କାହିଁକି ଶମିରୋଣୀୟା ସ୍ତ୍ରୀ ଯୀଶୁ ତାହାରି ସହିତ କଥା ହେବାରୁ ଆଶ୍ଚର୍ଯ୍ୟ ହେଲା ?

ସେ ଆଶ୍ଚର୍ଯ୍ୟ ହେଲା ଶମିରୋଣୀୟମାନଙ୍କ ସହିତ ଯିହୂଦୀମାନଙ୍କର ବ୍ୟବହାର ନ ଥିଲା [୪:୯] ।

ଈଶ୍ଵରଙ୍କ ବିଷୟରେ ବାର୍ତ୍ତାଳାପ କରିବାକୁ ଯୀଶୁ କ'ଣ କହିଲେ ?

ଯୀଶୁ ତାହାକୁ କହିଲେ , ଈଶ୍ୱରଙ୍କ ଦାନ ଓ ଯେ ତାହାକୁ କହୁଅଛନ୍ତି,ଯଦି ସେ ଜାଣିଥାଆନ୍ତା, ତାହାହେଲେ ସେ ତାହାଙ୍କୁ ମାଗିଥାଆନ୍ତା, ଆଉ ସେ ତାହାକୁ ଜୀବନ୍ତ ଜଳ ଦେଇଥାଆନ୍ତେ [୪:୧୦]।

John 4:11

ସ୍ତ୍ରୀ ଯୀଶୁଙ୍କର ଆତ୍ମିକ ବାକ୍ୟକୁ ବୁଝି ପାରିଲେ ନାହିଁ ବୋଲି ସୂଚୀତ କରିବାକୁ ସେ କେଉଁ ବାକ୍ୟ ବ୍ୟବହାର କଲେ ?

ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା,'' ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ, ଏବଂ କୂଅ ତ ବହୁତ ଗଭୀର ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ କାଢିବ ?'' [୪:୧୧]।

John 4:15

ଜଳ ବିଷୟରେ ଯୀଶୁ ସ୍ତ୍ରୀକୁ କ'ଣ କହିଲେ ଯେଉଁଜଳ ସେ ତାହାକୁ ଦେବେ ?

ଯୀଶୁ ସ୍ତ୍ରୀକୁ କହିଲେ,ଯେଉଁଜଳ ସେ ଦେବେ, ତାହା ଯେକେହି ପାନ କରିବ, ସେ କେବେ ହେଁ ତୃଷାର୍ତ୍ତ ହେବ ନାହିଁ, ବରଂ ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଚୁଳି ଉଠୁଥିବ [୪:୧୫] ।

କାହିଁକି ବର୍ତ୍ତମାନ ସ୍ତ୍ରୀ ଏହି ଜଳ ଯାହା ଯୀଶୁ ଦିଅନ୍ତି ଚାହିଁଲା?

ଯେପରି ସେହି ସ୍ତ୍ରୀକୁ ଶୋଷ ନ ଲାଗେ, ପୁଣି ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ ତେଣୁକରି ସେ ଏହି ଜଳ ଚାହେଁ [୪:୧୫]।

ତା'ପରେ ଯୀଶୁ ବାର୍ତ୍ତାଳାପର ବିଷୟ ପରିବର୍ତ୍ତନ କରନ୍ତି ,ସେ ସ୍ତ୍ରୀକୁ କ'ଣ କୁହନ୍ତି ?

ଯୀଶୁ ତାକୁ କହିଲେ, ''ଯାଅ, ତୁମ୍ଭ ସ୍ୱାମୀକି ଡାକି ଏଠାକୁ ଆସ'' [୪:୧୬] ।

John 4:17

ଯେତେବେଳେ ଯୀଶୁ ସ୍ତ୍ରୀକୁ ତାହାର ସ୍ୱାମୀମାନଙ୍କୁ ଡାକି ଆଣିବାକୁ କହିଲେ ସ୍ତ୍ରୀ କ'ଣ ଉତ୍ତର ଦେଲା ?

ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ତାହାର ସ୍ୱାମୀ ନାହିଁ ବୋଲି [୪:୧୭] ।

ଯୀଶୁ କ'ଣ କହିଲେ ଯାହା ସ୍ତ୍ରୀକୁ ଯୀଶୁ ଭାବବାଦୀ ବୋଲି ବିଶ୍ଵାସ କରେଇଲା ?

ସେ ତାହାକୁ ତାହାର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ପାଖରେ ଯେ ଅଛି, ସେ ତାହାର ସ୍ୱାମୀ ନୁହେଁ ବୋଲି ତାହାକୁ କହିଲେ [୪:୧୮-୧୯] ।

John 4:19

ଯୀଶୁ କ'ଣ କହିଲେ ଯାହା ସ୍ତ୍ରୀକୁ ଯୀଶୁ ଭାବବାଦୀ ବୋଲି ବିଶ୍ଵାସ କରେଇଲା ?

ସେ ତାହାକୁ ତାହାର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ପାଖରେ ଯେ ଅଛି, ସେ ତାହାର ସ୍ୱାମୀ ନୁହେଁ ବୋଲି ତାହାକୁ କହିଲେ [୪:୧୮-୧୯] ।

ଉପାସନା ବିଷୟରେ ସ୍ତ୍ରୀ ଯୀଶୁଙ୍କ ନିକଟକୁ କେଉଁ ବିବାଦ ଆଣିଲା ?

କେଉଁଠାରେ ଉପାସନାର ଉପଯୁକ୍ତ ସ୍ଥାନ ଅଛି ବୋଲି ସେ ବିବାଦ କଲା [୪:୨୦] ।

John 4:23

କେଉଁ ପ୍ରକାରର ଉପାସକମାନଙ୍କୁ ପିତା ଚାହାନ୍ତି ବୋଲି ଯୀଶୁ ସ୍ତ୍ରୀକୁ କହିଲେ ?

ଈଶ୍ଵରତ ଆତ୍ମା ଅଟନ୍ତି ଓ ପୁଣି ଯେଉଁ ମାନେ ତାହାଙ୍କର ଉପାସନା କରନ୍ତି, ଆତ୍ମାରେ ଓ ସତ୍ୟରେ ସେମାନେ ଉପାସନା କରିବା ଉଚିତ ବୋଲି ଯୀଶୁ ସ୍ତ୍ରୀକୁ କହିଲେ [୪:୨୩-୨୪]।

John 4:25

ସ୍ତ୍ରୀକୁ ଯୀଶୁ କ'ଣ କହିଲେ ଯେତେବେଳେ ସେ ଯୀଶୁଙ୍କୁ କହିଲେ ଯେ ଯେବେ ମସୀହ ଆସିବେ ସେ ସମସ୍ତ ବିଷୟ ସେମାନଙ୍କୁ କହିବେ ?

ଯୀଶୁ ତାହାକୁ କୁହନ୍ତି ଯେ ସେ ସେହି ମସୀହ ଅଟନ୍ତି (ଖ୍ରୀଷ୍ଟ), [୪:୨୫-୨୬]।

John 4:28

ସ୍ତ୍ରୀ ଯୀଶୁଙ୍କ ସହିତ ବିବାଦ କଲା ପରେ ସେ କ'ଣ କଲା ?

ତା'ପରେ ସେହି ସ୍ତ୍ରୀ ଆପଣା ଜଳପାତ୍ର ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା,'' ଆସ, ଜଣଙ୍କୁ ଦେଖିବ, ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ, ସେ କେଜାଣି ଖ୍ରୀଷ୍ଟ ହେବେ ପରା,ନୁହଁ କି ?'' [୪:୨୮-୨୯]

ସ୍ତ୍ରୀର କଥା ଶୁଣିଲାପରେ ନଗରର ଲୋକମାନେ କ'ଣ କଲେ ?

ସେମାନେ ନଗର ଛାଡି ଯୀଶୁଙ୍କ ନିକଟକୁ ଆସିଲେ [୪:୩୦]।

John 4:34

ଯୀଶୁ ଆପଣା ଖାଦ୍ୟ କ'ଣ ବୋଲି କହିଲେ ?

ଆପଣା ପ୍ରେରଣକର୍ତ୍ତା'ଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ତା'ଙ୍କର ଖାଦ୍ୟ ବୋଲି ଯୀଶୁ କହିଲେ [୪:୩୪] ।

ଫସଲ ଅମଳ କରିବାର ଲାଭ କ'ଣ ?

କଟାଳିମାନେ ମୂଲ ପାଉଅଛନ୍ତି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛନ୍ତି , ତେଣୁ ଯେ ବୁଣେ ଓ ଯେ କାଟେ ଉଭୟ ମିଳି ଆନନ୍ଦ କରନ୍ତି [୪:୩୬] ।

John 4:39

କେଉଁ ଦୁଇ ବିଷୟ ଶମିରୋଣୀୟମାନଙ୍କୁ ଯୀଶୁଙ୍କଠାରେ ବିଶ୍ଵାସ କରେଇଲା ?

ସ୍ତ୍ରୀର କଥା ଅନେକ ଶମିରୋଣୀୟମାନଙ୍କୁ ନଗରରେ ଯୀଶୁଙ୍କଠାରେ ବିଶ୍ଵାସ କରେଇଲେ, ଏବଂ ଅନେକ ଯୀଶୁଙ୍କର ବାକ୍ୟ ହେତୁ ଯୀଶୁଙ୍କଠାରେ ବିଶ୍ଵାସ କଲେ [୪:୩୯&୪୧]।

John 4:41

ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କଠାରେ କ'ଣ ବିଶ୍ଵାସ କଲେ ?

ସେମାନେ କହିଲେ ,''ଏ ଯେ ବାସ୍ତବରେ ଜଗତର ତ୍ରାଣକର୍ତ୍ତା, ଏହା ବର୍ତ୍ତମାନ ସେମାନେ ଜାଣିଅଛନ୍ତି [୪:୪୨]।

John 4:43

କାହିଁକି ଗାଲିଲୀୟମାନେ ଯୀଶୁଙ୍କୁ ଗ୍ରହଣ କଲେ ଯେତେବେଳେ ସେ ଗାଲିଲୀକୁ ଆସିଲେ ?

ପର୍ବରେ ଯିରୂଶାଲମରେ ଯାହା ଯାହା ସେ କରିଥିଲେ, ସେହିସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ [୪:୪୫] ।

John 4:46

ଯୀଶୁ ଯିହୂଦା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଲା ପରେ, ଯୀଶୁଙ୍କୁ ସାକ୍ଷ୍ୟାତ କରିବାକୁ କିଏ ଆସିଲା ଏବଂ ସେ କ'ଣ ଚାହିଁଲା ?

ଜଣେ ରାଜକର୍ମଚାରୀଙ୍କ ପୁତ୍ର ପୀଡ଼ିତ ଥିଲା ସେ ଯୀଶୁଙ୍କ ନିକଟକୁ ଆସି ତା'ଙ୍କ ପୁତ୍ରକୁ ସୁସ୍ଥ କରିବାକୁ ଅନୁରୋଧ କରିବାକୁ ଲାଗିଲେ [୪:୪୬-୪୭]।

John 4:48

ଚିହ୍ନ ଓ ଅଦ୍ଭୁତ କର୍ମମାନ ବିଷୟରେ ଯୀଶୁ ରାଜକୀୟ କର୍ମଚାରୀଙ୍କୁ କ'ଣ କହିଲେ ?

ଯୀଶୁ ତା'ଙ୍କୁ କହିଲେ, ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ଲୋକମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ [୪:୪୮] ।

ରାଜକୀୟ କର୍ମଚାରୀ କ'ଣ କଲେ ଯେତେବେଳେ ଯୀଶୁ ତା'ଙ୍କ ସହିତ ଗଲେ ନାହିଁ କିନ୍ତୁ କହିଲେ ,''ଯାଅ, ତୁମ୍ଭର ପୁଅ ବଞ୍ଚିଅଛି''?

ଯୀଶୁ ଯେଉଁବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ [୪:୫୦]।

John 4:53

ଅସୁସ୍ଥ ପୁତ୍ରର ପିତା ତାହାର ସନ୍ତାନ ଜୀବିତ ଏବଂ ପୂର୍ବ ଦିନ ସାତଟାବେଳେ ତାହାକୁ ଜ୍ୱର ଛାଡ଼ିଗଲା ଯେଉଁ ସମୟରେ ଯୀଶୁ ତାହାକୁ କହିଥିଲେ ଯେ,'' ତୁମ୍ଭର ପୁତ୍ର ଜୀବିତ ବୋଲି'' କୁହାଗଲା କଣ ପରିଣାମ ହେଲା ?

ପରିଣାମ ଥିଲା ଯେ ରାଜକୀୟ କର୍ମଚାରୀ ଓ ତାହାର ସମସ୍ତ ପରିବାର ବିଶ୍ଵାସ କଲେ [୪:୫୩]।


Chapter 5

1 ଏଥିଉତ୍ତାରେ ଯିହୂଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଯିରୂଶାଲମକୁ ଯାତ୍ରା କଲେ । 2 ଯିରୂଶାଲମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ । 3 ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ । [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ; 4 କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା ।] 5 ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା । 6 ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ? 7 ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ' ଆଗରୁ ପଶିଯାଏ । 8 ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ । 9 ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା । ସେ ଦିନ ବିଶ୍ରାମବାର ଥିଲା । 10 ଅତଏବ, ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ । 11 କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, ତୁମ୍ଭର ଖଟିଆ ଘେନି ଚାଲ । 12 ସେମାନେ ତାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ ? 13 କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ । 14 ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ । 15 ସେହି ଲୋକ ଚାଲିଯାଇ, ଯେ ତାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୂଦୀମାନଙ୍କୁ କହିଲା । 16 ତେଣୁ ଯୀଶୁ ବିଶ୍ରାମବାରରେ ଏହା କରୁଥିବାରୁ ଯିହୂଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ । 17 ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ, ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି । 18 ଏହି କାରଣରୁ ଯିହୂଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବାକୁ ଲାଗିଲେ, ଯେଣୁ ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କରୁଥିଲେ, କେବଳ ତାହା ନୁହେଁ, ମାତ୍ର ଈଶ୍ୱରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ ।

19 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, ତାହା ଛଡ଼ା ସେ ନିଜେ କିଛି ହିଁ କରି ପାରନ୍ତି ନାହିଁ । କାରଣ ସେ ଯାହା ଯାହା କରନ୍ତି, ପୁତ୍ର ମଧ୍ୟ ସେହି ସବୁ ସେପ୍ରକାରେ କରନ୍ତି । 20 କାରଣ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି, ପୁଣି, ଆପେ ଯାହା ଯାହା କରନ୍ତି, ସେହି ସବୁ ତାହାଙ୍କୁ ଦେଖାନ୍ତି, ଆଉ ତୁମ୍ଭେମାନେ ଯେପରି ଚମତ୍କୃତ ହୁଅ, ଏଥି ନିମନ୍ତେ ସେ ତାହାଙ୍କୁ ଏହାଠାରୁ ଆହୁରି ମହତ‍ ମହତ‍ କର୍ମ ଦେଖାଇବେ । 21 ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି । 22 ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି । 23 ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ । 24 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି । 25 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ । 26 କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି; 27 ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ । 28 ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, 29 ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।

30 ମୁଁ ନିଜେ କିଛି କରି ପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ । 31 ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ । 32 ମୋ' ବିଷୟରେ ଯେ ସାକ୍ଷ୍ୟ ଦିଅନ୍ତି, ସେ ଆଉ ଜଣେ; ପୁଣି, ମୋ' ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ, ତାହା ମୁଁ ଜାଣେ । 33 ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଅଛ ଓ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି; 34 କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହି ସବୁ କହୁଅଛି । 35 ସେ ଜ୍ୱଳନ୍ତ ଓ ତେଜୋମୟ ପ୍ରଦୀପ ଥିଲେ, ଆଉ ତୁମ୍ଭେମାନେ ଅଳ୍ପ କାଳ ତାହାଙ୍କ ଜ୍ୟୋତିଃରେ ଉଲ୍ଲାସ କରିବା ନିମନ୍ତେ ଇଚ୍ଛୁକ ହେଲ । 36 କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହି ସବୁ ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି । 37 ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋ' ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି । ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ, 38 ପୁଣି, ତାହାଙ୍କ ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ, ତାହାଙ୍କୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ । 39 ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି । 40 କିନ୍ତୁ ତୁମ୍ଭେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ' ନିକଟକୁ ଆସିବାକୁ ଇଚ୍ଛା କରୁ ନାହଁ । 41 ମୁଁ ମନୁଷ୍ୟମାନଙ୍କଠାରୁ ଗୌରବ ଗ୍ରହଣ କରେ ନାହିଁ, 42 ମାତ୍ର ମୁଁ ତୁମ୍ଭମାନଙ୍କୁ ଜାଣିଅଛି, ତୁମ୍ଭମାନଙ୍କ ଅନ୍ତରରେ ଈଶ୍ୱରଙ୍କ ପ୍ରେମ ନାହିଁ । 43 ମୁଁ ମୋହର ପିତାଙ୍କ ନାମରେ ଆସିଅଛି, ଆଉ ତୁମ୍ଭେମାନେ ତ ମୋତେ ଗ୍ରହଣ କରୁ ନାହଁ; ଅନ୍ୟ ଜଣେ ଯଦି ନିଜ ନାମରେ ଆସିବ, ତେବେ ତୁମ୍ଭେମାନେ ତାହାକୁ ଗ୍ରହଣ କରିବ । 44 ତୁମ୍ଭେମାନେ କିପରି ବିଶ୍ୱାସ କରି ପାର ? ତୁମ୍ଭେମାନେ ତ ପରସ୍ପରଠାରୁ ଗୌରବ ଗ୍ରହଣ କରୁଅଛ, ପୁଣି, ଏକମାତ୍ର ଈଶ୍ୱରଙ୍କଠାରୁ ଯେଉଁ ଗୌରବ, ତାହା ପାଇବା ପାଇଁ ଚେଷ୍ଟା କରୁ ନାହଁ । 45 ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ; ଯେଉଁ ମୋଶାଙ୍କଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି । 46 କାରଣ ତୁମ୍ଭେମାନେ ଯଦି ମୋଶାଙ୍କୁ ବିଶ୍ୱାସ କରିଥାନ୍ତ, ତେବେ ମୋତେ ବିଶ୍ୱାସ କରିଥାନ୍ତ, ଯେଣୁ ସେ ମୋ' ବିଷୟରେ ଲେଖିଅଛନ୍ତି । 47 କିନ୍ତୁ ତୁମ୍ଭେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁ ନାହଁ, ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ ?



Translation Questions

John 5:1

ଯିରୂଶାଲମର ପୁଷ୍କରିଣୀର ନାମ କ'ଣ ଥିଲା, ଯାହାର ମେଷଦ୍ୱାର ନିକଟରେ ତାହାର ପାଞ୍ଚୋଟି ମଣ୍ଡପ ଥିଲା ?

ପୁଷ୍କରିଣୀକୁ ବେଥେସ୍‍ଦା ବୋଲି କୁହାଯାଉଥିଲା [୫:୨]।

କିଏ ବେଥେସ୍‍ଦା ନିକଟରେ ଥିଲା ?

ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ବେଥେସ୍‍ଦା ମଣ୍ଡପରେ ପଡ଼ିରହୁଥିଲେ [୫:୩-୪]।

John 5:5

ବେଥେସ୍‍ଦାରେ କାହାକୁ ଯୀଶୁ ପଚାରିଲେ ,''ତୁମ୍ଭେ କଅଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ?''

ଯୀଶୁ ସେଠାରେ ଅଠତିରିଶ ବର୍ଷ ରୋଗଗ୍ରସ୍ତ ଜଣେ ଲୋକ ଥିଲା ଏବଂ ବହୁକାଳରୁ ପଡ଼ିରହିଥିଲା ତାକୁ ପଚାରିଲେ [୫:୫-୬]।

John 5:7

''ତୁମ୍ଭେ କଅଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ?,'' ଯୀଶୁଙ୍କର ପ୍ରଶ୍ନକୁ ରୋଗଗ୍ରସ୍ତ ଲୋକର କ'ଣ ଉତ୍ତର ଥିଲା ?

''ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହାନ୍ତି, ଯେତେବେଳେ ମୁଁ ଯାଏ ଅନ୍ୟ ଜଣେ ମୋ' ଆଗରୁ ପଶିଯାଏ'' [୫:୭] ।

John 5:9

''ଉଠ, ତୁମ୍ଭର ଖଟିଆ ଘେନି ଚାଲ'' ଯୀଶୁ କହିଲେ କ'ଣ ହେଲା ?

ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା [୫:୮-୯] ।

John 5:10

ଯେତେବେଳେ ସେମାନେ ସୁସ୍ଥ ହୋଇଥିବା ଲୋକକୁ ଆପଣା ଖଟିଆ ଘେନି ଚାଲିଯିବା ଦେଖିଲେ, ଏହା ଯିହୂଦୀମାନଙ୍କୁ କାହିଁକି ଅସ୍ତବ୍ୟସ୍ତ କଲା ?

ଏହା ସେମାନଙ୍କୁ ଅସ୍ତବ୍ୟସ୍ତ କଲା କାରଣ ଏହା ବିଶ୍ରାମବାର ଥିଲା ଏବଂ ସେମାନେ କହିଲେ ବିଶ୍ରାମବାରରେ ନିଜ ଖଟିଆ ବୋହି ନେବା ବ୍ୟକ୍ତିକୁ ଅନୁମତି ନାହିଁ [୫:୯-୧୦]।

John 5:14

ଯୀଶୁ ସେହି ରୋଗଗ୍ରସ୍ତ ଲୋକକୁ ସୁସ୍ଥ କଲାପରେ ମନ୍ଦିରରେ ଦେଖା ପାଇ କ'ଣ କହିଲେ ?

ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ,'' ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୂର୍ଦ୍ଦଶା ନ ଘଟେ [୫:୧୪] ।

ପାପ ନ କରିବାକୁ ଯୀଶୁ କହିଲା ପରେ ସୁସ୍ଥ ହୋଇଥିବା ବ୍ୟକ୍ତି କ'ଣ କଲେ ?

ସେହି ଲୋକ ଚାଲିଯାଇ, ଯେ ତାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୂଦୀମାନଙ୍କୁ କହିଲା [୫:୧୫]।

John 5:16

ଯିଏ ତା'ଙ୍କୁ ତାଡନା କରୁଥିଲେ କିପରି ଯୀଶୁ ଯିହୂଦୀ ନେତାମାନଙ୍କୁ ଉତ୍ତର ଦେଲେ କାରଣ ବିଶ୍ରାମବାରରେ ଏସବୁ(ସୁସ୍ଥତା) କରୁଅଛି ?

ଯୀଶୁ ସେମାନଙ୍କୁ କହିଲେ''ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କାର୍ଯ୍ୟ କରେ'' [୫:୧୭] ।

କାହିଁକି ଯୀଶୁଙ୍କର ବାକ୍ୟ ଯିହୂଦୀ ନେତାମାନଙ୍କୁ ତା'ଙ୍କୁ ବଧ କରିବାକୁ ତିଆରି କଲେ?

ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କଲେ, କେବଳ ତାହା ନୁହେଁ [ସେମାନଙ୍କ ଚିନ୍ତାଧାରାରେ],କିନ୍ତୁ ଈଶ୍ୱରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ ତେଣୁ ଏହା ଘଟିଲା [୫:୧୮] ।

John 5:19

ଯୀଶୁ କ'ଣ କଲେ ?

ପିତା କଣ କରୁଥିବା ଯାହା ଦେଖିଲେ ସେ କଲେ [୫:୧୯]।

John 5:21

କେଉଁ ମହାନ ବିଷୟ ପିତା ପୁତ୍ରଙ୍କୁ ଦେଖାଇଲେ ଯେଉଁଥିରେ ଯିହୂଦୀ ନେତାମାନେ ଚକିତ ହେବେ ?

ପିତା ମୃତ୍ୟୁମାନଙ୍କୁ ଉଠାଇ ସେମାନଙ୍କୁ ଜୀବନ ଦେଲେ ଏବଂ ଠିକ୍ ସେହିପରି ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା କଲେ, ସେମାନଙ୍କୁ ଜୀବିତ କରନ୍ତି [୫:୨୦-୨୧] ।

କାହିଁକି ପିତା ପୁତ୍ରଙ୍କୁ ସମସ୍ତ ବିଚାରର ଅଧିକାର ଦେଇଅଛନ୍ତି ?

ସମସ୍ତେ ପିତାଙ୍କୁ ଯେଉଁପ୍ରକାରେ ସମାଦର କରନ୍ତି,ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ପିତା ଦେଇଅଛନ୍ତି [୫:୨୨:୨୩] ।

ଯଦି ତୁମ୍ଭେ ପୁତ୍ରଙ୍କୁ ସମାଦର ନ କର କ'ଣ ହେବ ?

ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ [୫:୨୩] ।

John 5:24

କ'ଣ ହୁଏ ଯଦି ତୁମ୍ଭେ ଯୀଶୁଙ୍କର ବାକ୍ୟରେ ବିଶ୍ଵାସ କର ଏବଂ ପିତା ଯିଏ ତାହାଙ୍କୁ ପଠାଇଲେ ?

ଯଦି ସେମିତି, ତୁମ୍ଭେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି [୫:୨୪]।

John 5:26

?

ପିତା ପୁତ୍ରଙ୍କୁ ଜୀବନ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି [୫:୨୬]।

ଯେଉଁସମୟରେ ସମାଧିସ୍ଥ ସମସ୍ତେ ପିତାଙ୍କ ସ୍ୱର ଶୁଣିବେ, କ'ଣ ହେବ ?

?

John 5:28

ଯେଉଁସମୟରେ ସମାଧିସ୍ଥ ସମସ୍ତେ ପିତାଙ୍କ ସ୍ୱର ଶୁଣିବେ, କ'ଣ ହେବ ?

ଯେଉଁମାନେ ସତ୍‍କର୍ମ କରିଅଛନ୍ତି, ସେମାନେ ଜୀବନର ପୁନରୁତ୍‍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍‍ଥାନ ନିମନ୍ତେ ବାହାର ହୋଇ ଆସିବେ [୫:୨୮-୨୯] ।

John 5:30

କାହିଁକି ଯୀଶୁଙ୍କର ବିଚାର ଧାର୍ମିକତା ଅଟେ ?

ତା'ଙ୍କର ବିଚାର ଧାର୍ମିକତା ଅଟେ କାରଣ ସେ ଆପଣାର ଇଚ୍ଛା ସାଧନ ନ କରି ତାହାର ପ୍ରେରଣକର୍ତ୍ତା'ଙ୍କର ଇଚ୍ଛାକୁ ସାଧନ କରେ [୫:୩୦] ।

John 5:36

କେଉଁ ଦୁଇ ବିଷୟ ଯୀଶୁଙ୍କ ନିମନ୍ତେ ମନୁଷ୍ୟଠାରୁ ସାକ୍ଷ୍ୟ୍ୟ ଗ୍ରହଣ କରେ ନାହିଁ ?

ଯୀଶୁ ଯାହା କାର୍ଯ୍ୟ କଲେ,ତାହା ପିତା ତା'ଙ୍କୁ ପୁରା କରିବାକୁ କାର୍ଯ୍ୟ ଦେଲେ, ପିତା ସାକ୍ଷ୍ୟ୍ୟ ଦେବା ଯୀଶୁଙ୍କୁ ପଠାଇଲେ, ପିତା ମଧ୍ୟ ନିଜେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ୍ୟ ଦେଲେ [୫:୩୪-୩୭] ।

କେଉଁମାନେ ପିତାଙ୍କ ବାକ୍ୟକୁ ଶୁଣି ନ ଥିଲେ କିମ୍ବା ସେମାନେ କେବେ ପିତାଙ୍କୁ ଦେଖି ନ ଥିଲେ ?

ଯିହୂଦୀମାନେ କେବେ ପିତାଙ୍କ ବାକ୍ୟକୁ ଶୁଣି ନ ଥିଲେ କିମ୍ବା ସେମାନେ କେବେ ପିତାଙ୍କୁ ଦେଖି ନ ଥିଲେ [୫:୩୭]।

John 5:39

କାହିଁକି ଯିହୂଦୀ ନେତାମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କଲେ ?

ସେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କଲେ, କାରଣ ସେଥିରେ ଅନନ୍ତ ଜୀବନ ସେମାନେ ପ୍ରାପ୍ତ ହୋଇଅଛନ୍ତି ବୋଲି ମନେ କଲେ [୫:୩୯] ।

କାହା ବିଷୟରେ ଧର୍ମଶାସ୍ତ୍ର ସାକ୍ଷ୍ୟ୍ୟ ଦିଏ ?

ଧର୍ମଶାସ୍ତ୍ର ଯୀଶୁଙ୍କ ବିଷୟରେ ସାକ୍ଷ୍ୟ୍ୟ ଦିଏ [୫:୩୯]।

John 5:43

କାହାଠାରୁ ଯିହୂଦୀ ନେତାମାନେ ଗୌରବ ଚାହୁଁ ନ ଥିଲେ ?

କେବଳ ଈଶ୍ୱରଙ୍କଠାରୁ ଯେଉଁ ଗୌରବ, ତାହା କେବଳ ସେମାନେ ଚାହୁଁ ନ ଥିଲେ [୫:୪୪]।

John 5:45

ପିତାଙ୍କ ଛାମୁରେ କିଏ ଯିହୂଦୀ ନେତାମାନଙ୍କୁ ଅଭିଯୋଗ କରିବାକୁ ଯାଉଥିଲେ ?

ମୋଶା ପିତାଙ୍କ ଛାମୁରେ ଯିହୂଦୀ ନେତାମାନଙ୍କୁ ଅଭିଯୋଗ କରିବାକୁ ଯାଉଥିଲେ [୪:୪୫]।

ସେ କହନ୍ତି ଯଦି ସେମାନେ ମୋଶାଙ୍କୁ ବିଶ୍ଵାସ କଲେ ଯିହୂଦୀ ନେତାମାନେ ଯୀଶୁଙ୍କୁ ବିଶ୍ଵାସ କରିପାରନ୍ତି ?

ଯଦି ଯିହୂଦୀ ନେତାମାନେ ମୋଶାଙ୍କୁ ବିଶ୍ଵାସ କଲେ ସେମାନେ ଯୀଶୁଙ୍କୁ ବିଶ୍ଵାସ କରିବେ କାରଣ ମୋଶା ଯୀଶୁଙ୍କ ବିଷୟରେ ଲେଖିଲେ [୫:୪୬-୪୭]।


Chapter 6

1 ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍‍, ତିବିରୀୟା ସମୁଦ୍ରର ଆରପାରିକୁ ଗଲେ । 2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେ ଯେ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହି ସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ । 3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ । 4 ସେତେବେଳେ ଯିହୂଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା । 5 ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କ କହିଲେ, ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା ? 6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କ'ଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ । 7 ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଶହେ ଟଙ୍କାର ରୁଟି ଯଥେଷ୍ଟ ନୁହେଁ । 8 ଶିମୋନ ପିତରଙ୍କର ଭାଇ ଆନ୍ଦ୍ରୀୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, 9 ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କ'ଣ ହେବ ? 10 ଯୀଶୁ କହିଲେ, ଲୋକମାନଙ୍କୁ ବସାଅ । ସେ ସ୍ଥାନରେ ବହୁତ ଘାସ ଥିଲା । ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ । 11 ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ । 12 ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଯେପରି କିଛି ନଷ୍ଟ ନ ହୁଏ, ଏଥି ନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର । 13 ସେଥିରେ ସେମାନେ ସେହି ସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ । 14 ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି । 15 ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ ।

16 ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ 17 ଓ ନୌକାରେ ଚଢ଼ି ସମୁଦ୍ର ସେପାରସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ । ଅନ୍ଧକାର ହୋଇଗଲା, ପୁଣି, ଯୀଶୁ ସେପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲେ, 18 ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା । 19 ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ ବାହିଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହେଲେ । 20 କିନ୍ତୁ ସେ ସେମାନଙ୍କୁ କହିଲେ, ଏ ତ ମୁଁ, ଭୟ କର ନାହିଁ । 21 ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍‍କ୍ଷଣାତ୍‍ ସେହି ସ୍ଥାନରେ ପହଞ୍ଚିଲା ।

22 ସେ ସ୍ଥାନରେ ଗୋଟିଏ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ । 23 ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା; 24 ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାଁନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସବୁ ନୌକାରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ । 25 ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ ? 26 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ । 27 କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ୱର ମୁଦ୍ରାଙ୍କିତ କଲେ । 28 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ୱରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କ'ଣ କରିବାକୁ ହେବ? 29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ । 30 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନ ସ୍ୱରୂପ କ'ଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରି ପାରୁ ? 31 ଆପଣ କ'ଣ ସାଧନ କରୁଅଛନ୍ତି ? ଆମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ । 32 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାଁନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି; 33 କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ୱରଦତ୍ତ ଆହାର । 34 ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ । 35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର; ଯେ ମୋ' ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ । 36 କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି । 37 ପିତା ଯେସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋ' ନିକଟକୁ ଆସିବେ; ଆଉ, ଯେ ମୋ' ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ; 38 କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି । 39 ଆଉ, ମୋହର ପ୍ରେରଣକର୍ତ୍ତା ଯେସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା । 40 କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି । 41 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ, ସେ ଏହା କହିବାରୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, 42 ଏ କ'ଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କ'ଣ ଏହାର ପିତାମାତାକୁ ଜାଣୁ ନାହୁଁ ? ତେବେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି ବୋଲି ସେ ଏବେ କିପରି କହୁଅଛି ? 43 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆପଣା ଆପଣା ମଧ୍ୟରେ ବଚସା କର ନାହିଁ । 44 ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋ' ନିକଟକୁ ଆସି ପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି । 45 ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ସମସ୍ତେ ଈଶ୍ୱରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ । ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋ' ନିକଟକୁ ଆସେ । 46 କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ୱରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି । 47 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି । 48 ମୁଁ ଜୀବନଦାୟକ ଆହାର । 49 ତୁମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ । 50 କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ । 51 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି । 52 ଏଥିରେ ଯିହୂଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ ? 53 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ । 54 ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି । 55 କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ । 56 ଯେ ମୋହର ମାଂସ ଭୋଜନ କରେ ଓ ମୋ' ରକ୍ତ ପାନ କରେ, ସେ ମୋ'ଠାରେ ରହେ ଓ ମୁଁ ତାହାଠାରେ ରହେ । 57 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ' ହେତୁ ଜୀବିତ ରହିବ । 58 ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ । 59 ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ ।

60 ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ ? 61 କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, ଏହା କ'ଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି ? 62 ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କ'ଣ ? 63 ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହି ସବୁ ଆତ୍ମା ଓ ଜୀବନ ଅଟେ । 64 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାଁନ୍ତି । କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ । 65 ଆଉ ସେ କହିଲେ, ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋ' ନିକଟକୁ ଆସି ପାରେ ନାହିଁ । 66 ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ । 67 ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ତୁମ୍ଭେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ ? 68 ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା ? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; 69 ଆଉ, ଆପଣ ଯେ ଈଶ୍ୱରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ । 70 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ କ'ଣ ତୁମ୍ଭ ଦ୍ୱାଦଶଙ୍କୁ ମନୋନୀତ କରି ନାହିଁ ? ଆଉ, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ । 71 ସେ ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଲେ, କାରଣ ସେ ଦ୍ୱାଦଶଙ୍କ ମଧ୍ୟରେ ଜଣେ, ଆଉ ସେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା ।



Translation Questions

John 6:1

ଗାଲିଲୀ ସମୁଦ୍ରର ଅନ୍ୟ ନାମ କ'ଣ ଥିଲା ?

ଗାଲିଲୀ ସମୁଦ୍ରର ଅନ୍ୟ ନାମ ତିବିରୀୟା ଥିଲା [୬:୧]।

କାହିଁକି ଏକ ଜନଗହଳି ଯୀଶୁଙ୍କୁ ପଶ୍ଚାତ୍‍ଗମନ କରୁଥିଲେ ?

ଜନଗହଳି ଯୀଶୁଙ୍କୁ ପଶ୍ଚାତ୍‍ଗମନ କରୁଥିଲେ କାରଣ ସେମାନେ ଆଶ୍ଚର୍ଯ୍ୟକର୍ମ ଦେଖୁଥିଲେ ଯାହା ଯୀଶୁ ରୋଗୀ ଲୋକଙ୍କ ସହ କରୁଥିଲେ[୬:୨] ।

John 6:4

ଯୀଶୁ ଯେତେବେଳେ ଆପଣା ଶିଷ୍ୟମାନଙ୍କ ସହ ପାହାଡ ପାଖରେ ବସିଲେ ଏବଂ ସେ ଦୃଷ୍ଟିପାତ କରି କ'ଣ ଦେଖିଲେ ?

ସେ ଦେଖିଲେ ଏକ ବଡ଼ ଲୋକସମୂହ ତା'ଙ୍କ ନିକଟକୁ ଆସୁଅଛି [୬:୪-୫] ।

''ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା ?''କାହିଁକି ଯୀଶୁ ଫିଲିପ୍ପପକୁ ପଚାରିଲେ ?

ଏହା ଫିଲପ୍ପକୁ ପରୀକ୍ଷା କରିବାକୁ ଯୀଶୁ ପଚାରିଲେ [୬:୫-୬]।

John 6:7

ଯୀଶୁଙ୍କର ପ୍ରଶ୍ନକୁ ଫିଲିପ୍ପପର ଉତ୍ତର କ'ଣ ଥିଲା, ''ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା ?''

ଫିଲିପ୍ପପ କହିଲେ,''ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଦୁଇଶହ ଟଙ୍କାର ରୁଟି ଯଥେଷ୍ଟ ନୁହେଁ '' [୬:୭]।

ଆନ୍ଦ୍ରୀୟର ଉତ୍ତର କ'ଣ ଥିଲା, ''ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା ?''

ଆନ୍ଦ୍ରୀୟ କହିଲେ,''ଏଠାରେ ଜଣେ ବାଳକ ଅଛି, ତାହା ପାଖରେ ଯବର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଅଣ ହେବ ?'' [୬:୮-୯] ।

John 6:10

ସେହି ସ୍ଥାନରେ ପ୍ରାୟ କେତେ ଲୋକ ଥିଲେ ?

ସେଠାରେ ପ୍ରାୟ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ [୬:୧୦]।

ଯୀଶୁ ସେହି ମାଛ ଓ ରୁଟିକୁ କ'ଣ କଲେ ?

ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ [୬:୧୧] ।

କେତେ ଲୋକମାନେ ଭୋଜନ କରିବାକୁ ପ୍ରାପ୍ତ ହେଲେ ?

ସେମାନେ ଯେତେ ଚାହିଁଲେ, ସେତେ ଦେଲେ ଭୋଜନ କଲେ [୬:୧୧] ।

John 6:13

କେତେ ରୁଟି ଭୋଜନ କଲା ପରେ ସଂଗ୍ରହ କରାଯାଇଥିଲା ?

ଶିଷ୍ୟମାନେ ସେହିସବୁ ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗା ଖଣ୍ଡଗୁଡ଼ିକ ବଳିଥିଲା ସବୁ ଏକାଠି କରି ବାର ଟୋକେଇ ପୂର୍ଣ୍ଣ କଲେ, ଲୋକମାନଙ୍କର ଖାଇବା ପରେ ଯେଉଁ ଭଙ୍ଗା ଖଣ୍ଡଗୁଡ଼ିକ ବଳିଥିଲା [୬:୧୩] ।

କାହିଁକି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ ?

ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ [ପାଞ୍ଚ ହଜାର ଲୋକମାନଙ୍କୁ ଭୋଜନ ଦେଲା ପରେ], ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଆସୁଛନ୍ତି ଏହାଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ [୬:୧୫-୧୬]।

John 6:16

ଯେତେବେଳେ ଶିଷ୍ୟମାନେ ନୌକାରେ ଚଢ଼ି ସମୁଦ୍ର ସେପାରିସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ, ସେତେବେଳେ କ'ଣ ଘଟିଲା ?

ଯେତେବେଳେ ଶିଷ୍ୟମାନେ ନୌକାରେ ଚଢ଼ି ସମୁଦ୍ର ସେପାରିସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ, ସେତେବେଳେ ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠିବାକୁ ଲାଗିଲା [୬:୧୮] ।

John 6:19

ଶିଷ୍ୟମାନେ କାହିଁକି ଭୟ କରିବା ଆରମ୍ଭ କଲେ ?

ସେମାନେ ଭୟଭୀତ ହେଲେ କାରଣ ଯୀଶୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖିଲେ [୬:୧୯] ।

ଯୀଶୁ ଶିଷ୍ୟମାନଙ୍କୁ କ'ଣ କହିଲେ ଯାହା ସେମାନଙ୍କୁ ଯୀଶୁଙ୍କୁ ଗ୍ରହଣ କରିବାକୁ ଇଚ୍ଛା ସୃଷ୍ଟି କଲା ?

ଯୀଶୁ ସେମାନଙ୍କୁ କହିଲେ ,''ଏ ତ ମୁଁ, ଭୟ କର ନାହିଁ'' [୬:୨୦] ।

John 6:26

କେଉଁ କାରଣରୁ ଲୋକମାନେ ତା'ଙ୍କୁ ଅନ୍ୱେଷଣ କରୁଅଛନ୍ତି ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ସେମାନେ ତାହାଙ୍କ ଅନ୍ୱେଷଣ କରୁଅଛନ୍ତି, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ତାହାର ଅନ୍ୱେଷଣ କରୁଅଛନ୍ତି [୬:୨୬] ।

ଯୀଶୁ ଲୋକମାନଙ୍କୁ କହିଲେ କ'ଣ କରିବା ଉଚିତ ଓ କ'ଣ ନ କରିବା ଉଚିତ ?

ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କରିବାକୁ କହିଲେ [୬:୨୭] ।

John 6:28

ଯୀଶୁ କିପରି ଈଶ୍ଵରଙ୍କ କାର୍ଯ୍ୟ ଲୋକଙ୍କ ପ୍ରତି ବ୍ୟାଖ୍ୟା କଲେ ?

ଈଶ୍ୱର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ କହି ଯୀଶୁ ଲୋକଙ୍କ ପ୍ରତି ବ୍ୟାଖ୍ୟା କଲେ [୬:୨୯] ।

John 6:32

ଲୋକମାନେ ଯୀଶୁଙ୍କୁ ଏକ ଚିହ୍ନ ମାନ୍ନା ପରି ମାଗିଲେ ,ସ୍ୱର୍ଗରୁ ଆହାର ଯେପରି ସେମାନଙ୍କର ପିତୃପୁରୁଷ ସେମାନଙ୍କୁ ଭୋଜନ କରିବାକୁ ଦେଲେ ,ତେବେ କେଉଁ ରୁଟି ବିଷୟରେ ଯୀଶୁ କହୁଅଛି ?

ଯୀଶୁ ପିତାଙ୍କଠାରୁ ସ୍ୱର୍ଗରୁ ପ୍ରକୃତ ଆହାର ବିଷୟରେ କହୁଅଛନ୍ତି ଯାହା ଜଗତକୁ ଜୀବନ ପ୍ରଦାନ କରେ ,ତା'ପରେ ଯୀଶୁ କହିଲେ, ମୁଁ ସେହି ଜୀବନଦାୟକ ଆହାର [୬:୩୦-୩୫]।

John 6:35

ଯୀଶୁଙ୍କ ନିକଟକୁ କିଏ ଆସିବ?

ପିତା ଯେସମସ୍ତଙ୍କୁ ତା'ଙ୍କୁ ଦାନ କରନ୍ତି, ସେମାନେ ତାହାଙ୍କ ନିକଟକୁ ଆସିବେ [୬:୩୭] ।

John 6:38

ଯିଏ ଯୀଶୁଙ୍କୁ ପ୍ରେରଣ କଲେ ପିତାଙ୍କର ଇଚ୍ଛା କ'ଣ ରହିଛି ?

ପିତା ଯେସମସ୍ତଙ୍କୁ ତା'ଙ୍କୁ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ସେ ନ ହରାନ୍ତି କିନ୍ତୁ ଯେକେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ ଏବଂ ସେ ଶେଷ ଦିନରେ ତାହାଙ୍କୁ ଉତ୍‍ଥାପନ କରିବେ ଏହା ହିଁ ପିତାଙ୍କର ଇଚ୍ଛା [୬:୩୯-୪୦]।

John 6:43

କିପରି ଜଣେ ବ୍ୟକ୍ତି ଯୀଶୁଙ୍କ ନିକଟକୁ ଆସିପାରିବ ?

ପିତା ଯାହାକୁ କେବଳ ଆକର୍ଷଣ କରନ୍ତି ସେ କେବଳ ଯୀଶୁଙ୍କ ନିକଟକୁ ଆସି ପାରିବ [୬:୪୪] ।

John 6:46

ପିତାଙ୍କୁ କିଏ ଦେଖିଅଛନ୍ତି ?

ଯେ ଈଶ୍ୱରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି [୬:୪୬] ।

John 6:50

କେଉଁ ରୁଟି ଯୀଶୁ ଜଗତର ଜୀବନ ନିମନ୍ତେ ଦେବେ ?

ଯେଉଁ ଆହାର ଯୀଶୁ ଦେବେ, ତାହା ତାହାଙ୍କର ଶରୀର ଜଗତର ଜୀବନ ନିମନ୍ତେ ଦେବେ [୬:୫୧]।

John 6:52

ଏହି ଜୀବନକୁ ପାଇବାକୁ ତୁମ୍ଭକୁ କ'ଣ କରିବାକୁ ହେବ?

ଏହି ଜୀବନକୁ ପାଇବା ନିମନ୍ତେ ତୁମ୍ଭକୁ ମନୁଷ୍ୟ ପୁତ୍ରର ମାଂସ ଓ ତାହାରି ରକ୍ତକୁ ପାନ କରିବାକୁ ପଡିବ [୬:୫୩] ।

John 6:54

ଆମ୍ଭେମାନେ କିପରି ଯୀଶୁଙ୍କଠାରେ ରହି ପାରିବା ଓ ସେ ଆମ୍ଭମାନଙ୍କଠାରେ ରହିବେ ?

ଯଦି ଆମ୍ଭେମାନେ ତାହାରି ମାଂସ ଭୋଜନ କରିବା ଏବଂ ତାହାରି ରକ୍ତ ପାନ କରିବା ସେ ଆମ୍ଭଠାରେ ଏବଂ ଆମ୍ଭେମାନେ ତାହାଠାରେ ରହିବା [୬:୫୬]।

John 6:57

ଯୀଶୁ କାହିଁକି ଜୀବିତ ଅଟନ୍ତି ?

ପିତାଙ୍କ ନିମନ୍ତେ ଯୀଶୁ ଜୀବିତ ଅଟନ୍ତି [୬:୫୭]।

John 6:64

କିପରି ଜଣେ ବ୍ୟକ୍ତି ଯୀଶୁଙ୍କ ନିକଟକୁ ଆସିପାରିବ ?

ପିତା ଯାହାକୁ କେବଳ ଆକର୍ଷଣ କରନ୍ତି ସେ କେବଳ ଯୀଶୁଙ୍କ ନିକଟକୁ ଆସି ପାରିବ [୬:୪୪] ।

John 6:66

ଯେତେବେଳେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ ,''ତୁମ୍ଭେମାନେ ମଧ୍ୟ କଅଣ ଚାଲିଯିବାକୁ ଇଚ୍ଛା କରୁଅଛ,କଅଣ ତୁମ୍ଭେ ''କିଏ ଉତ୍ତର ଦେଲା ଓ କ'ଣ ସେ କହିଲା ?

ଶିମୋନ ପିତର ତାହାଙ୍କୁ କହିଲେ , ପ୍ରଭୁ, କାହା ପାଖକୁ ଆମ୍ଭେମାନେ ଯିବୁ ? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; ଆଉ, ଆପଣ ଯେ ଈଶ୍ୱରଙ୍କର ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ [୬:୬୭-୬୯] ।

John 6:70

ଦ୍ୱାଦଶଙ୍କ ମଧ୍ୟରୁ ଜଣେ ମନ୍ଦ ବୋଲି ଯେତେବେଳେ ଯୀଶୁ କହିଲେ,ତାହାଙ୍କର ଅର୍ଥ କ'ଣ ଥିଲା ?

ଯୀଶୁ ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦା ବିଷୟରେ କହିଲେ, କାରଣ ସେ ଦ୍ୱାଦଶଙ୍କ ମଧ୍ୟରେ ଜଣେ, ଯିଏ ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବ [୬:୭୦-୭୧] ।


Chapter 7

1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ ଯିହୂଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ । 2 କିନ୍ତୁ ଯିହୂଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ, 3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହି ସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦା ପ୍ରଦେଶକୁ ଯାଅ, 4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ । ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର । 5 କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ । 6 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ । 7 ଜଗତ ତୁମ୍ଭମାନଙ୍କୁ ଘୃଣା କରି ପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି । 8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ । 9 ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ । 10 କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ ପ୍ରକାର ଗୋପନରେ । 11 ଏଣୁ ଯିହୂଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ ? 12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି । 13 ତଥାପି ଯିହୂଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ । 14 କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ । 15 ଏଥିରେ ଯିହୂଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା ? 16 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୋହର ଶିକ୍ଷା ମୋ' ନିଜର ନୁହେଁ, କିନ୍ତୁ ମୋ' ପ୍ରେରଣକର୍ତ୍ତାଙ୍କର । 17 କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ୱରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ । 18 ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ । 19 ମୋଶା କ'ଣ ତୁମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଦେଇ ନାହାଁନ୍ତି ? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ । ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ ? 20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି ? 21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ । 22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାରରେ ମନୁଷ୍ୟର ସୁନ୍ନତ କରୁଅଛ । 23 ମୋଶାଙ୍କର ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାରରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାରରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋ' ଉପରେ କ୍ରୋଧ କରୁଅଛ? 24 ବାହ୍ୟ ବିଷୟ ଦେଖି ବିଚାର ନ କରି ନ୍ୟାୟବିଚାର କର ।

25 ଏଥିରେ ଯିରୂଶାଲମ ନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କ'ଣ ସେ ନୁହେଁ? 26 ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାଁନ୍ତି । ଏ ଯେ ଖ୍ରୀଷ୍ଟ, ଏହା କ'ଣ ନେତାମାନେ ସତେ ଜାଣି ସାରିଲେଣି ? 27 ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି । 28 ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, ତୁମ୍ଭେମାନେ ମୋତେ ଓ ମୋର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ । 29 ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ । 30 ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା । 31 କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କ'ଣ ଅଧିକ କରିବେ ?

32 ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ । 33 ସେଥିରେ ଯୀଶୁ କହିଲେ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି । 34 ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ । 35 ଏଥିରେ ଯିହୂଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ ? ଏ କ'ଣ ଗ୍ରୀକ୍‍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଯିହୂଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍‍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି ? 36 ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ, ସେ ଏହି ଯେଉଁ କଥା କହିଲେ, ସେ କ'ଣ ?

37 ଶେଷଦିନ, ଅର୍ଥାତ୍‍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ, ତେବେ ସେ ମୋ' ନିକଟକୁ ଆସି ପାନ କରୁ । 38 ଯେ ମୋ'ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ । 39 ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ ।

40 ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ । 41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କ'ଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ ? 42 ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କ'ଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ ? 43 ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା; 44 ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ । 45 ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ? 46 ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ । 47 ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କ'ଣ ଭ୍ରାନ୍ତ ହୋଇଅଛ? 48 ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କ'ଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି? 49 କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ । 50 ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ, 51 ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କ'ଣ ତାହାକୁ ଦୋଷୀ କରେ ? 52 ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କ'ଣ ଜଣେ ଗାଲିଲୀୟ ଲୋକ ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ ।

53 [ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ,



Translation Questions

John 7:1

କାହିଁକି ଯୀଶୁ ଯିହୂଦାରେ ପ୍ରବେଶ କରିବାକୁ ଚାହୁଁ ନ ଥିଲେ ?

ଯିହୂଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦା ପ୍ରଦେଶକୁ ଯିବାକୁ ଇଚ୍ଛା କରୁ ନ ଥିଲେ [୭:୧]।

John 7:3

କାହିଁକି ଯୀଶୁଙ୍କର ଭାଇମାନେ ଯୀଶୁଙ୍କୁ କୁଟୀରବାସ ପର୍ବରେ ଯିହୂଦାକୁ ଯିବାକୁ କହିଲେ ?

ସେମାନେ ତା'ଙ୍କୁ ଯିବାକୁ କହିଲେ ଯେପରି ସେ ଯାହା କରୁଥିଲେ ଯୀଶୁଙ୍କର ଶିଷ୍ୟମାନେ ଦେଖିପାରିବେ ଏବଂ ସେହିପରି ଜଗତ ଜାଣିବ [୭:୨-୪]।

John 7:5

ଯୀଶୁ ପର୍ବକୁ ନ ଯିବା ନିମନ୍ତେ କେଉଁ କାରଣ ଦର୍ଶାଇଲେ ?

ଯୀଶୁ ଆପଣା ଭାଇମାନଙ୍କୁ କହିଲେ ଯେ ତା'ଙ୍କର ଏପର୍ଯ୍ୟନ୍ତ ସମୟ ଉପସ୍ଥିତ ହୋଇନାହିଁ [୭:୭]।

କାହିଁକି ଯୀଶୁଙ୍କୁ ଜଗତ ଘୃଣା କରେ ?

ଯୀଶୁ କହିଲେ ଜଗତ ତାହାଙ୍କୁ ଘୃଣା କରେ କାରଣ ସେ ସାକ୍ଷ୍ୟ୍ୟ ଦିଅନ୍ତି ଯେ ଜଗତର କାର୍ଯ୍ୟଗୁଡିକ ମନ୍ଦ ଅଟେ ।

John 7:10

କେତେବେଳେ ଏବଂ କିପରି ଯୀଶୁ ପର୍ବକୁ ଗଲେ ?

ଆପଣା ଭାଇମାନେ ପର୍ବକୁ ଗଲା ପରେ ଯୀଶୁ ଲୋକଙ୍କ ଆଗରେ ପର୍ବକୁ ନ ଯାଇ ଗୁପ୍ତରେ ଗଲେ [୭:୧୦]।

John 7:12

ଜନଗହଳିରେ ଲୋକମାନେ ଯୀଶୁଙ୍କ ବିଷୟରେ କ'ଣ କହିଲେ ?

କିଛି କହିଲେ ,"ସେ ଜଣେ ଭଲ ଲୋକ", କିଛି ଲୋକ କହିଲେ,''ନୁହଁ,ସେ ଲୋକମାନଙ୍କୁ ବିପଥରେ ନେଉଅଛି''[୭:୧୨]।

କାହିଁକି କେହି ଯୀଶୁଙ୍କ ବିଷୟରେ ପ୍ରକାଶ କରି କହିଲେ ନାହିଁ ?

ଏହା ଯିହୂଦୀ ମାନଙ୍କୁ ଭୟ କରି କେହି ଯୀଶୁଙ୍କ ବିଷୟରେ ପ୍ରକାଶ କରି କହିଲେ ନାହିଁ [୭:୧୩]।

John 7:14

କେତେବେଳେ ଯୀଶୁ ମନ୍ଦିର ମଧ୍ୟକୁ ଉଠିଯାଇ ଶିକ୍ଷା ଦେବାକୁ ଲାଗିଲେ ?

ଯେତେବେଳେ ପର୍ବ ଅଧା ସରିଲା ଯୀଶୁ ,ମନ୍ଦିର ମଧ୍ୟକୁ ଉଠିଯାଇ ଶିକ୍ଷା ଦେବାକୁ ଲାଗିଲେ [୭:୧୪]।

John 7:17

କିପରି ଜଣେ ଜାଣିବ ଯେ ଯୀଶୁଙ୍କର ଶିକ୍ଷା ଈଶ୍ଵରଙ୍କଠାରୁ କିମ୍ବା ଯୀଶୁ ନିଜଠାରୁ ହିଁ କହୁଥିଲେ ?

ଯଦି କେହି ଯିଏ ଯୀଶୁଙ୍କୁ ପଠାଇଅଛନ୍ତି ତା'ଙ୍କରି ଇଚ୍ଛାକୁ କରିବାକୁ ଇଚ୍ଛା କରେ ସେ ଯୀଶୁଙ୍କର ଶିକ୍ଷା ଈଶ୍ଵରଙ୍କଠାରୁ କି ନାହିଁ ଜାଣିପାରିବ [୭:୧୭]।

ଯିଏ ତାହାଙ୍କୁ ପଠାଇଅଛନ୍ତି ତାହାଙ୍କର ମହିମାକୁ ଯିଏ ଚାହେଁ ତାହା ବିଷୟରେ ଯୀଶୁ କ'ଣ କହିଲେ ?

ଯୀଶୁ କହିଲେ ଯେ ସେହି ବ୍ୟକ୍ତି ବାସ୍ତବିକ ଅଟେ ଏବଂ ତାହାଠାରେ କୌଣସି ଅଧାର୍ମିକତା ନାହିଁ [୭:୧୮]।

John 7:19

ଯୀଶୁଙ୍କ ଅନୁସାରେ ବ୍ୟବସ୍ଥାକୁ କିଏ ପାଳନ କରେ ?

ଯୀଶୁ କହିଲେ ତୁମ୍ଭମାନଙ୍କ ମଧ୍ୟରୁ କେହି ବ୍ୟବସ୍ଥାକୁ ପାଳନ କରେ ନାହିଁ [୭:୧୯]।

John 7:23

ବିଶ୍ରାମଦିନରେ ସୁସ୍ଥ କରିବାକୁ ନେଇ ଯୀଶୁଙ୍କର ବିବାଦ କ'ଣ ଥିଲା ?

''ବିଶ୍ରାମଦିନରେ ତୁମ୍ଭେମାନେ ଜଣକୁ ସୁନ୍ନତ କରିବ ତେବେ ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ହୁଏ ନାହିଁ । ତେବେ କାହିଁକି ତୁମ୍ଭେମାନେ ମୋ' ଉପରେ କ୍ରୋଧ କରୁଅଛ ବିଶ୍ରାମବାରରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ''ଏହା ଯୀଶୁଙ୍କର ବିବାଦ ଥିଲା [୭:୨୨-୨୩]।

କିପରି ବିଚାର କରିବାକୁ ଯୀଶୁ ଲୋକମାନଙ୍କୁ କହିଲେ ?

ଯୀଶୁ ଲୋକମାନଙ୍କୁ ବାହ୍ୟ ବିଷୟ ଦେଖି ବିଚାର ନ କରି କିନ୍ତୁ ନ୍ୟାୟରେ ବିଚାର କରିବାକୁ କହିଲେ [୭:୨୪] ।

John 7:25

ଯୀଶୁ ମସୀହ ବୋଲି ବିଶ୍ଵାସ ନ କରିବା ନିମନ୍ତେ ଲୋକମାନେ କ'ଣ ବିବାଦ କଲେ ?

ଲୋକେ କହିଲେ ଯୀଶୁ କେଉଁଠାରୁ ଆସିଥିଲେ ସେମାନେ ଜାଣନ୍ତି କିନ୍ତୁ ମସୀହ ଯେତେବେଳେ ଆସନ୍ତି ସେ କେଉଁଠାରୁ ଆସନ୍ତି କେହି ଜାଣିବେ ନାହିଁ [୭:୨୭]।

John 7:30

କିଏ ଅଧିକାରୀମାନଙ୍କୁ ଯୀଶୁଙ୍କୁ ଧରିବାକୁ ପଠାଇଲେ ?

ପ୍ରଧାନ ଯାଜକ ଓ ଫାରୂଶୀମାନବେ ଅଧିକାରୀମାନଙ୍କୁ ଯୀଶୁଙ୍କୁ ଧରିବାକୁ ପଠାଇଲେ [୭:୩୨]।

John 7:35

ଯୀଶୁ ଯେତେବେଳେ କହିଲେ କ'ଣ ଯିହୂଦୀମାନେ ତାହାଙ୍କର ଅର୍ଥକୁ ବୁଝିପାରିଲେ,''ତଥାପି କିଛି ସମୟ ପାଇଁ ମୁଁ ତୁମ୍ଭମାନଙ୍କ ସହିତ ଅଛି ,ଏବଂ ମୁଁ ମୋହର ପ୍ରେରଣକର୍ତ୍ତା'ଙ୍କ ନିକଟକୁ ଯାଉଛି, ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ,ଆଉ ମୁଁ ଯେଉଁଠିକୁ ଯିବି, ତୁମ୍ଭେମାନେ ସେଠାକୁ ଯାଇ ପାରିବ ନାହିଁ ''?

ସେମାନଙ୍କ ବାର୍ତ୍ତାଳାପ ଦ୍ଵାରା ସେମାନେ ଯୀଶୁଙ୍କର ବାକ୍ୟକୁ ବୁଝିପାରିଲେ ନାହିଁ ବୋଲି ସୂଚୀତ କଲେ [୭:୩୫-୩୬]।

John 7:39

ଯେତେବେଳେ ଯୀଶୁ କହିଲେ ସେ କ'ଣ ସୂଚୀତ କଲେ,'ଯଦି କେହି ତୃଷିତ ହୁଏ, ତେବେ ସେ ମୋ' ନିକଟକୁ ଆସି ପାନ କରୁ ଯେ ମୋ'ଠାରେ ବିଶ୍ୱାସ କରେ,ଯେପରି ଧର୍ମଶାସ୍ତ୍ରର ଉକ୍ତିଅଛି ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେବ ?

ଯୀଶୁ ଆତ୍ମା ବିଷୟରେ କହୁଥିଲେ ଯିଏ ତାହାଠାରେ ବିଶ୍ଵାସ କରିବ ସେମାନେ ପ୍ରାପ୍ତ କରିପାରିବେ [୭:୩୯]।

John 7:45

କିପରି ଅଧିକାରୀମାନେ ଉତ୍ତର ଦେଲେ,ପ୍ରଧାନ ଯାଜକ ଓ ଫାରୂଶୀମାନେ ଯିଏ ସେମାନଙ୍କୁ କହିଥିଲେ ,'' ତୁମ୍ଭେମାନେ ତାହାକୁ[ଯୀଶୁଙ୍କୁ]କାହିଁକି ଆଣିଲ ନାହିଁ ?''

ଅଧିକାରୀମାନେ କହିଲେ ,''ପୂର୍ବରୁ ଏପରି କେହି କହି ନାହାନ୍ତି ,''[୭:୪୫] ।

John 7:50

କିପରି ନିକଦୀମ ଫାରୂଶୀମାନଙ୍କୁ ଉତ୍ତର ଦେଲେ ଯେତେବେଳେ ଫାରୂଶୀମାନେ ଯୀଶୁଙ୍କୁ ବନ୍ଧି କରିବାକୁ ପଠେଇଲେ ,''କ'ଣ ତୁମ୍ଭେ ମଧ୍ୟ ବିପଥରେ ଯାଇଅଛ ? କ'ଣ କେହି ନେତା'ଙ୍କ ମଧ୍ୟରୁ ତାହାଠାରେ ବିଶ୍ଵାସ କରିଅଛି କିମ୍ବା କେହି ଫାରୂଶୀ ଅଛନ୍ତି କି ?

ଫାରୂଶୀକୁ ନିକଦୀମ କହିଲେ ,''ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ ?''[୭:୫୦-୫୧]।


Chapter 8

1 କିନ୍ତୁ ଯୀଶୁ ଜୀତପର୍ବତକୁ ଗଲେ । 2 ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ, ପୁଣି, ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ, ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । 3 ଆଉ, ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟଭିଚାର କର୍ମରେ ଧୃତା ଜଣେ ସ୍ତ୍ରୀଲୋକକୁ ଘେନିଆସି ତାହାକୁ ମଧ୍ୟସ୍ଥଳରେ ଠିଆ କରାଇ ତାହାଙ୍କୁ କହିଲେ, 4 ହେ ଗୁରୁ, ଏହି ସ୍ତ୍ରୀଲୋକଟି ବ୍ୟଭିଚାର କର୍ମ କରୁଥିବା ସମୟରେ ଧରାପଡ଼ିଅଛି । 5 ଏହିପରି ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ମୋଶା ଆମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି; ତେବେ ଆପଣ କ'ଣ କହୁଅଛନ୍ତି ? 6 ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥି ନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ । କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ । 7 ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ । 8 ପୁନର୍ବାର ସେ ଅଧୋମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ । 9 ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ । 10 ପୁଣି, ଯୀଶୁ ମସ୍ତକ ଉତ୍ତୋଳନ କରି ତାକୁ କହିଲେ, ଗୋ ନାରୀ, ସେମାନେ କାହାନ୍ତି ? କେହି କ'ଣ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ ? 11 ସେ କହିଲା, କେହି ନାହିଁ, ପ୍ରଭୁ । ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁ ନାହିଁ; ଯାଅ, ଆଜିଠାରୁ ଆଉ ପାପ କର ନାହିଁ ।]

12 ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ । 13 ସେଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ତୁମ୍ଭେ ନିଜ ବିଷୟରେ ସାକ୍ଷ୍ୟ ଦେଉଅଛ, ତୁମ୍ଭର ସାକ୍ଷ୍ୟ ସତ୍ୟ ନୁହେଁ । 14 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ, ତେବେ ସୁଦ୍ଧା ମୋହର ସାକ୍ଷ୍ୟ ସତ୍ୟ, କାରଣ ମୁଁ କେଉଁ ସ୍ଥାନରୁ ଆସିଅଛି ଓ କେଉଁ ସ୍ଥାନକୁ ଯାଉଅଛି, ତାହା ଜାଣେ, କିନ୍ତୁ ମୁଁ କେଉଁ ସ୍ଥାନରୁ ଆସେ କିମ୍ବା କେଉଁ ସ୍ଥାନକୁ ଯାଏ, ତାହା ତୁମ୍ଭେମାନେ ଜାଣ ନାହିଁ । 15 ତୁମ୍ଭେମାନେ ମନୁଷ୍ୟ ଭାବରେ ବିଚାର କରିଥାଅ, ମୁଁ କାହାରି ବିଚାର କରେ ନାହିଁ । 16 କିନ୍ତୁ ମୁଁ ଯଦି ବିଚାର କରେ, ତେବେ ସୁଦ୍ଧା ମୋହର ବିଚାର ଯଥାର୍ଥ; କାରଣ ମୁଁ ଏକାକୀ ନୁହେଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ମୋ' ସାଙ୍ଗରେ ଅଛନ୍ତି । 17 ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥାରେ ମଧ୍ୟ ଲେଖା ଅଛି । 18 ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋ' ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି । 19 ସେଥିରେ ସେମାନେ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁମ୍ଭର ପିତା କାହାନ୍ତି ? ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ ମୋତେ ଜାଣ ନାହିଁ କିମ୍ବା ମୋହର ପିତାଙ୍କୁ ମଧ୍ୟ ଜାଣ ନାହିଁ; ଯଦି ମୋତେ ଜାଣନ୍ତ, ତେବେ ମୋହର ପିତାଙ୍କୁ ମଧ୍ୟ ଜାଣନ୍ତ । 20 ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ଡାର ନିକଟରେ ଏହି ସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା । 21 ସେଥିରେ ସେ ପୁନର୍ବାର ସେମାନଙ୍କୁ କହିଲେ, ମୁଁ ଯାଉଅଛି, ଆଉ ତୁମ୍ଭେମାନେ ମୋତେ ଖୋଜିବ ଓ ଆପଣା ଆପଣା ପାପରେ ମରିବ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ । 22 ତେଣୁ ଯିହୂଦୀମାନେ କହିବାକୁ ଲାଗିଲେ, ଏ କ'ଣ ଆତ୍ମହତ୍ୟା କରିବ ବୋଲି କହୁଅଛି, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ ? 23 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଧଃସ୍ଥାନରୁ ଉତ୍ପନ, ମୁଁ ଊର୍ଦ୍ଧ୍ୱସ୍ଥାନରୁ ଉତ୍ପନ; ତୁମ୍ଭେମାନେ ଜଗତରୁ ଉତ୍ପନ , ମୁଁ ଜଗତରୁ ଉତ୍ପନ ନୁହେଁ । 24 ତେଣୁ ତୁମ୍ଭେମାନେ ଆପଣା ଆପଣା ପାପରେ ମରିବ, ମୁଁ ତୁମ୍ଭମାନଙ୍କୁ ଏହା କହିଲି; କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ । 25 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କିଏ ? ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ସଙ୍ଗରେ କଥା କହିଲେ ଲାଭ କ'ଣ ? 26 ତୁମ୍ଭମାନଙ୍କ ସମ୍ବନ୍ଧରେ କଥା କହିବାକୁ ଓ ବିଚାର କରିବାକୁ ମୋର ଅନେକ ବିଷୟ ଅଛି; ଯାହା ହେଉ, ମୋହର ପ୍ରେରଣକର୍ତ୍ତା ସତ୍ୟ, ଆଉ ମୁଁ ତାହାଙ୍କଠାରୁ ଯାହା ଯାହା ଶ୍ରବଣ କଲି, ସେହି ସବୁ ଜଗତକୁ ଜଣାଉଅଛି । 27 ସେ ଯେ ପିତାଙ୍କ ସମ୍ବନ୍ଧରେ ସେମାନଙ୍କୁ କହୁଥିଲେ, ଏହା ସେମାନେ ବୁଝିଲେ ନାହିଁ । 28 ଅତଏବ, ଯୀଶୁ କହିଲେ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ । 29 ମୋହର ପ୍ରେରଣକର୍ତ୍ତା ମୋ' ସାଙ୍ଗରେ ଅଛନ୍ତି; ସେ ମୋତେ ଏକାକୀ କରି ନାହାନ୍ତି, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ । 30 ସେ ଏହି ସମସ୍ତ କଥା କହନ୍ତେ, ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ ।

31 ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ,

32 ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ । 33 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଅବ୍ରହାମଙ୍କର ବଂଶ, ଆଉ କେବେ ହେଁ କାହାରି ଦାସ ହୋଇ ନାହୁଁ, ତେବେ ତୁମ୍ଭେମାନେ ମୁକ୍ତ ହେବ ବୋଲି ତୁମ୍ଭେ କିପରି କହୁଅଛ ? 34 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ପାପ କରେ, ସେ ପାପର ଦାସ । 35 ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ । 36 ଅତଏବ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ । 37 ତୁମ୍ଭେମାନେ ଯେ ଅବ୍ରହାମଙ୍କର ବଂଶ, ତାହା ମୁଁ ଜାଣେ; କିନ୍ତୁ ମୋହର ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ନ ପାଇବାରୁ ତୁମ୍ଭେମାନେ ମୋତେ ବଧ କରିବାକୁ ଚେଷ୍ଟା କରୁଅଛ । 38 ମୁଁ ପିତାଙ୍କ ନିକଟରେ ଯାହା ଯାହା ଦେଖିଅଛି, ସେହି ସବୁ କହୁଅଛି; ଅତଏବ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପିତା ନିକଟରୁ ଯାହା ଯାହା ଶୁଣିଅଛ, ସେହି ସବୁ କର ।

39 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା । ଯୀଶୁ ସେମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର; 40 କିନ୍ତୁ ଯେ ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ ତୁମ୍ଭମାନଙ୍କୁ କହୁଅଛି, ଏପରିଲୋକ ଯେ ମୁଁ, ମୋତେ ତୁମ୍ଭେମାନେ ଏବେ ବଧ କରିବାକୁ ଚେଷ୍ଟା କରୁଅଛ; ଅବ୍ରହାମ ଏପରି କର୍ମ କଲେ ନାହିଁ । 41 ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ୱର । 42 ଯୀଶୁ ସେମାନଙ୍କୁ କହିଲେ, ଈଶ୍ୱର ଯଦି ତୁମ୍ଭମାନଙ୍କର ପିତା ହୋଇଥାଆନ୍ତେ, ତାହାହେଲେ ତୁମ୍ଭେମାନେ ମୋତେ ପ୍ରେମ କରନ୍ତ; କାରଣ ମୁଁ ଈଶ୍ୱରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ । 43 ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ । 44 ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା । ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ । ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା । 45 କିନ୍ତୁ ମୁଁ ସତ୍ୟ କହିଥିବାରୁ ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ । 46 ମୋ'ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି ? ମୁଁ ଯେବେ ସତ୍ୟ କହେ, ତେବେ ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁ ନାହଁ ? 47 ଯେ ଈଶ୍ୱରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ୱରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଉତ୍ପନ୍ନ ନୁହଁ ।

48 ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁ ଯେ ଜଣେ ଶମିରୋଣୀୟ ଓ ତୋତେ ଯେ ଭୂତ ଲାଗିଅଛି, ଏହା କ'ଣ ଆମ୍ଭେମାନେ ଠିକ‍ କହୁ ନାହୁଁ ? 49 ଯୀଶୁ ଉତ୍ତର ଦେଲେ, ମୋତେ ଭୂତ ଲାଗି ନାହିଁ, କିନ୍ତୁ ମୁଁ ମୋହର ପିତାଙ୍କୁ ସମାଦର କରୁଅଛି, ଆଉ ତୁମ୍ଭେମାନେ ମୋତେ ଅନାଦର କରୁଅଛ । 50 କିନ୍ତୁ ମୁଁ ନିଜର ଗୌରବ ଅନ୍ୱେଷଣ କରେ ନାହିଁ; ଯେ ଅନ୍ୱେଷଣ କରନ୍ତି ଓ ବିଚାର କରନ୍ତି, ଏପରି ଜଣେ ଅଛନ୍ତି । 51 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁ ଦର୍ଶନ କରିବ ନାହିଁ । 52 ଯିହୂଦୀମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ । 53 ତୁ କ'ଣ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ଅପେକ୍ଷା ଶ୍ରେଷ୍ଠ? ସେ ତ ମୃତ୍ୟୁଭୋଗ କରିଅଛନ୍ତି, ଭାବବାଦୀମାନେ ମଧ୍ୟ ମୃତ୍ୟୁଭୋଗ କରିଅଛନ୍ତି; ତୁ ନିଜକୁ କିଏ ବୋଲି କହୁଅଛୁ ? 54 ଯୀଶୁ ଉତ୍ତର ଦେଲେ, ମୁଁ ଯଦି ନିଜର ଗୌରବ କରୁଥାଏ, ତେବେ ମୋହର ଗୌରବ କିଛି ନୁହେଁ; ମୋହର ଯେଉଁ ପିତାଙ୍କୁ ତୁମ୍ଭେମାନେ ତୁମ୍ଭମାନଙ୍କ ଈଶ୍ୱର ବୋଲି କହୁଅଛ, ସେ ମୋହର ଗୌରବ କରୁଅଛନ୍ତି ; 55 ଆଉ, ତୁମ୍ଭେମାନେ ତାହାଙ୍କୁ ଜାଣି ନାହଁ, କିନ୍ତୁ ମୁଁ ତାହାଙ୍କୁ ଜାଣେ । ପୁଣି, ମୁଁ ତାହାଙ୍କୁ ଜାଣେ ନାହିଁ ବୋଲି ଯଦି କହିବି, ତାହାହେଲେ ମୁଁ ତୁମ୍ଭମାନଙ୍କ ପରି ମିଥ୍ୟାବାଦୀ ହେବି, କିନ୍ତୁ ମୁଁ ତାହାଙ୍କୁ ଜାଣେ ଓ ତାହାଙ୍କର ବାକ୍ୟ ପାଳନ କରେ । 56 ତୁମ୍ଭମାନଙ୍କର ପିତା ଅବ୍ରାହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ । 57 ସେଥିରେ ଯିହୂଦୀମାନେ ତାହାଙ୍କୁ କହିଲେ, ତୁମ୍ଭକୁ ତ ଏଯାଏଁ ପଚାଶ ବର୍ଷ ବୟସ ହୋଇ ନାହିଁ, ତୁମ୍ଭେ କ'ଣ ଅବ୍ରହାମଙ୍କୁ ଦେଖିଅଛ ? 58 ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି । 59 ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ ।



Translation Questions

John 8:1

ଯେତେବେଳେ ଯୀଶୁ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଶାସ୍ତ୍ରୀ ଓ ଫାରୂଶୀମାନେ କ'ଣ କଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟଭିଚାର କର୍ମରେ ଧୃତା ଜଣେ ସ୍ତ୍ରୀଲୋକକୁ ଘେନିଆସି ତାହାକୁ ମଧ୍ୟସ୍ଥଳରେ ଠିଆ କରାଇ ତାହାଙ୍କୁ କହିଲେ ଯେ ସେ ତାହା ବିଷୟରେ କ'ଣ କହିବେ (ତାକୁ ଦୋଷୀ କରିବାକୁ ), [୮:୨-୩] ।

John 8:4

କାହିଁକି ଶାସ୍ତ୍ରୀ ଓ ଫାରୂଶୀମାନେ ପ୍ରକୃତରେ ଏହି ସ୍ତ୍ରୀକୁ ଯୀଶୁଙ୍କ ନିକଟକୁ ଆଣିଲେ ?

ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥିନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହି ସ୍ତ୍ରୀକୁ ପ୍ରକୃତରେ ଯୀଶୁଙ୍କ ନିକଟକୁ ଘେନି ଆସିଲେ [୮:୬] ।

John 8:7

ଯେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟଭିଚାର ଦୋଷରେ ଆଣିଥିବା ସ୍ତ୍ରୀ ବିଷୟରେ ବାରମ୍ବାର କହିବାକୁ ଲାଗିଲେ ଯୀଶୁ କ'ଣ କହିଲେ ?

ଯୀଶୁ ସେମାନଙ୍କୁ କହିଲେ ,''ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ [୮:୭] ।

John 8:9

ବ୍ୟଭିଚାରରେ ଆଣିଥିବା ସ୍ତ୍ରୀକୁ କିଏ ପ୍ରଥମେ ପଥର ଫୋଫାଡିବା ଉଚିତ ବୋଲି ଯୀଶୁ କହିବା ପରେ ଲୋକମାନେ କ'ଣ କଲେ ?

ଯୀଶୁ କହିଲା ପରେ ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରି ଯିବାକୁ ଲାଗିଲେ [୮:୯] ।

ସ୍ତ୍ରୀ[ଯିଏ ବ୍ୟଭିଚାରରେ ଧରା ପଡିଥିଲେ]କ'ଣ କରିବାକୁ କହିଲେ ?

ଯାଅ, ଆଜିଠାରୁ ଆଉ ପାପ କର ନାହିଁ ବୋଲି ଯୀଶୁ ସେହି ସ୍ତ୍ରୀକୁ କହିଲେ [୮:୧୧]।

John 8:12

''ମୁଁ ଜଗତର ଜ୍ୟୋତିଃ ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, କିନ୍ତୁ ଜୀବନର ଜ୍ୟୋତିଃ ପାଇବ'' ଫାରୂଶୀମାନେ ଯୀଶୁ କହିଲା ପରେ କ'ଣ ଅଭିଯୋଗ କଲେ?

ଯୀଶୁ ନିଜ ବିଷୟରେ ସାକ୍ଷ୍ୟ୍ୟ ଦେଉଅଛି, ତାହାର ସାକ୍ଷ୍ୟ୍ୟ ସତ୍ୟ ନୁହେଁ ବୋଲି ଫାରୂଶୀମାନେ ଅଭିଯୋଗ କଲେ [୮:୧୩] ।

John 8:17

କିପରି ଯୀଶୁ ତାହାରି ସାକ୍ଷ୍ୟ୍ୟ ସତ୍ୟ ବୋଲି ପ୍ରମାଣ କଲେ ?

ଏହା ବ୍ୟବସ୍ଥାରେ ମଧ୍ୟ ଲେଖା ଅଛି, ଦୁଇ ଜଣଙ୍କର ସାକ୍ଷ୍ୟ୍ୟ ଯେ ସତ୍ୟ,ତେବେ ଯେ ସାକ୍ଷ୍ୟୀ ଦିଏ, ସେ ଓ ତାହାର ପ୍ରେରଣକର୍ତ୍ତା ପିତା ତାହା ବିଷୟରେ ସାକ୍ଷ୍ୟ୍ୟ ଦେଉଅଛନ୍ତି ବୋଲି ଯୀଶୁ କହିଲେ [୮:୧୭-୧୮] ।

John 8:23

ଯୀଶୁ କେଉଁ ଉପରେ ଆଧାରକରି ଫାରୂଶୀମାନଙ୍କ ବିଷୟରେ ତା'ଙ୍କର ବାକ୍ୟ କହିଲେ ଯେ ସେମାନେ ତା'ଙ୍କରି ପାପରେ ମରିବେ ବୋଲି ?

ଯୀଶୁ ସେମାନଙ୍କୁ ତା'ଙ୍କରି ଜ୍ଞାନ ଉପରେ ଆଧାର କରି ବାକ୍ୟ କହିଲେ ଯେ ସେମାନେ ଅଧଃସ୍ଥାନରୁ ଉତ୍ପନ୍ନ, ସେ ଉର୍ଦ୍ଧ୍ୱସ୍ଥାନରୁ ଉତ୍ପନ୍ନ, ସେମାନେ ଜଗତରୁ ଉତ୍ପନ୍ନ, ସେ ଏ ଜଗତରୁ ଉତ୍ପନ୍ନ ନୁହେଁ [୮:୨୩-୨୪]।

କିପରି ଫାରୂଶୀମାନେ ପାପର ମୃତ୍ୟୁରୁ ଉଦ୍ଧାର ପାଇବେ ?

ଯୀଶୁ କହିଲେ ସେମାନେ ସେମାନଙ୍କର ପାପରେ ମରିବେ ଯେପର୍ଯ୍ୟନ୍ତ ସେମାନେ ମୁଁ ଯେ ସେହି ବ୍ୟକ୍ତି ବୋଲି ବିଶ୍ଵାସ ନ କରନ୍ତି [୮:୨୪] ।

John 8:25

କେଉଁ ବିଷୟ ଯୀଶୁ ଜଗତକୁ କହିଲେ ?

ଯୀଶୁ ପିତାଙ୍କଠାରୁ ଯାହା ଯାହା ଶୁଣିଲେ ସେ ଜଗତକୁ କହିଲେ [୮:୨୬-୨୭] ।

John 8:28

କାହିଁକି ପିତା ଯେ ଯୀଶୁଙ୍କୁ ପଠାଇଲେ ସେ ତାହାଙ୍କ ସାଥିରେ ରୁହନ୍ତି ଏବଂ ତାହାକୁ କେବେ ଏକାକୀ ଭୁଲନ୍ତି ନାହିଁ ସର୍ବଦା ସାଥିରେ ରୁହନ୍ତି ?

ପିତା ଯୀଶୁଙ୍କ ସାଥିରେ ଥିଲେ ଏବଂ ତା'ଙ୍କୁ ଏକୁଟିଆ ଛାଡି ନ ଥିଲେ କାରଣ ଯୀଶୁ ସର୍ବଦା ପିତାଙ୍କୁ ସନ୍ତୁଷ୍ଟ କରୁଥିବା ବିଷୟ କଲେ [୮:୨୯]।

John 8:31

କିପରି ଯୀଶୁ କହିଲେ ଯିହୂଦୀ ଯେଉଁମାନେ ତା'ଙ୍କୁ ବିଶ୍ଵାସ କଲେ ବାସ୍ତବରେ ଶିଷ୍ୟ ଥିଲେ ବୋଲି ଜାଣିପାରିବେ ?

ଯୀଶୁଙ୍କ ବାକ୍ୟରେ ରହି ସେମାନେ ଯୀଶୁଙ୍କର ବାସ୍ତବରେ ଶିଷ୍ୟ ଥିଲେ ବୋଲି ସେମାନେ ଜାଣିବେ [୮:୩୧]।

ଯିହୂଦୀମାନେ କ'ଣ ବିଶ୍ଵାସ କଲେ ଯାହା ଯୀଶୁ ମନେ କଲେ ତାହା ସେ କହିଲା ବେଳେ ସୂଚୀତ କରୁଥିଲେ ,''...ଏବଂ ତୁମ୍ଭେ ସତ୍ୟ ଜାଣିବ ଏବଂ ସତ୍ୟ ତୁମ୍ଭକୁ ମୁକ୍ତ କରିବ,''?

ସେହି ଯିହୂଦୀମାନେ ଭାବିଲେ ଯୀଶୁ ସେମାନଙ୍କୁ ଦାସ ହେବାକୁ କହୁଅଛନ୍ତି କିମ୍ବା ମନୁଷ୍ୟର ଦାସତ୍ୱ ହେବା [୮:୩୩]।

John 8:34

ଯେତେବେଳେ ଯୀଶୁ କହିଲେ ସେ କ'ଣ ସୂଚୀତ କରୁଥିଲେ ,''ଯେବେ ତୁମ୍ଭେ ସତ୍ୟକୁ ଜ୍ଞାତ ହେବ ସତ୍ୟ ତୁମ୍ଭକୁ ମୁକ୍ତି କରିବ ,''?

ପାପର ଦାସତ୍ୱରୁ ମୁକ୍ତି ହେବାକୁ ଯୀଶୁ ସୂଚୀତ କରୁଥିଲେ [୮:୩୪]।

John 8:37

ଯୀଶୁଙ୍କ ଅନୁସାରେ,ଯିହୂଦୀମାନେ ଯୀଶୁଙ୍କୁ ବଧ କରିବାକୁ ଚାହୁଁ ଥିଲେ ,କାରଣ କ'ଣ ଥିଲା ?

ସେମାନେ ତା'ଙ୍କୁ ବଧ କରିବାକୁ ଚାହୁଁଥିଲେ କାରଣ ତାହାଙ୍କର ବାକ୍ୟ ନିମନ୍ତେ ସେମାନଙ୍କ ହୃଦୟରେ ସ୍ଥାନ ନ ଥିଲା [୮:୩୭]।

John 8:39

କାହିଁକି ଏହି ଯିହୂଦୀମାନେ ଅବ୍ରହାମଙ୍କର ସନ୍ତାନ ନ ଥିଲେ ବୋଲି ଯୀଶୁ କହିଲେ ?

ଯିହୂଦୀମାନେ ଅବ୍ରହାମଙ୍କର ସନ୍ତାନ ନ ଥିଲେ ବୋଲି ଯୀଶୁ କହିଲେ କାରଣ ସେମାନେ ଅବ୍ରହାମଙ୍କର କର୍ମ କରୁ ନ ଥିଲେ ବଦଳରେ ସେମାନେ ଯୀଶୁଙ୍କୁ ବଧ କରିବାକୁ ଚାହୁଁ ଥିଲେ [୮:୩୯-୪୦]।

John 8:42

ଯେତେବେଳେ ଯିହୂଦୀମାନେ ସେମାନଙ୍କର ଗୋଟିଏ ପିତା,ଈଶ୍ଵର ଅଛନ୍ତି , ଯୀଶୁ କିପରି ସେମାନଙ୍କୁ ଖଣ୍ଡନ କଲେ ?

ଯୀଶୁ ସେମାନଙ୍କୁ କହିଲେ ,''ଈଶ୍ୱର ଯଦି ତୁମ୍ଭମାନଙ୍କର ପିତା ହୋଇଥାଆନ୍ତେ, ତାହାହେଲେ ତୁମ୍ଭେମାନେ ମୋତେ ପ୍ରେମ କରନ୍ତ; କାରଣ ମୁଁ ଈଶ୍ୱରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ [୮:୪୨]।

ଏହି ଯିହୂଦୀମାନଙ୍କର ପିତା ବୋଲି ଯୀଶୁ କାହାକୁ କହିଲେ ?

ସେମାନଙ୍କ ପିତା ଶୟତାନ ବୋଲି ଯୀଶୁ କହିଲେ [୮:୪୪]।

ଶୟତାନ ବିଷୟରେ ଯୀଶୁ କ'ଣ କହିଲେ ?

ଯୀଶୁ କହିଲେ ଯେ ଶୟତାନ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ । ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା ଅଟେ [୮:୪୪] ।

John 8:45

କିଏ ଈଶ୍ଵରଙ୍କ ବାକ୍ୟ ଶୁଣେ?

ଯେ ଈଶ୍ୱରଙ୍କର, ସେ ଈଶ୍ୱରଙ୍କ ବାକ୍ୟ ଶୁଣେ [୮:୪୭]।

John 8:50

କ'ଣ ହେବ ବୋଲି ଯୀଶୁ କହିଲେ ଯଦି କେହି ଯୀଶୁଙ୍କର ବାକ୍ୟ ପାଳନ କରେ ?

ଯଦି କେହି ଯୀଶୁଙ୍କର ବାକ୍ୟ ପାଳନ କରେ ସେ କଦାପି ମୃତ୍ୟୁ ଦେଖିବ ନାହିଁ [୮:୫୧]।

John 8:52

କାହିଁକି ଯିହୂଦୀମାନେ ଯୀଶୁଙ୍କର କଦାପି ମୃତ୍ୟୁ ନ ଦେଖିବା ବାକ୍ୟକୁ ବିଜାତୀୟ ମନେ କଲେ ?

ସେମାନେ ଏପରି ମନେ କଲେ କାରଣ ସେମାନେ ଶରୀର ଶାରୀରିକ ମୃତ୍ୟୁକୁ ମନେ କରୁଥିଲେ ,ଏମିତିକି ଅବ୍ରହାମ ଓ ଭାବବାଦୀମାନେ ଶାରୀରିକ ମୃତ୍ୟୁ ଭୋଗ କଲେ (ସେମାନଙ୍କ ଶାରୀରିକ ଶରୀର ), [୮:୫୨-୫୩]।

John 8:57

ଅବ୍ରହାମ ବର୍ତ୍ତମାନ ଜୀବିତ ଏବଂ ଯୀଶୁ ଅବ୍ରହାମଙ୍କଠାରୁ ଶ୍ରେଷ୍ଠ ବୋଲି କହିବାକୁ ଯୀଶୁ କେଉଁ ବାକ୍ୟକୁ ବ୍ୟବହାର କଲେ ?

''ତୁମ୍ଭମାନଙ୍କର ପିତା ଅବ୍ରହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ,''ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି''ଏହି ବାକ୍ୟ ସୂଚୀତ କରେ ଯେ ଅବ୍ରହାମ ଜୀବିତ ଅଛନ୍ତି ଏବଂ ଯୀଶୁ ଅବ୍ରହାମଠାରୁ ଶ୍ରେଷ୍ଠ ଅଟନ୍ତି [୮:୫୬-୫୮]।


Chapter 9

1 ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ । 2 ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା ? ନିଜେ ନା ଏହାର ପିତାମାତା ? 3 ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି । 4 ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରି ପାରେ ନାହିଁ, ଏପରି ରାତ୍ରି ଆସୁଅଛି । 5 ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ । 6 ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, ଯାଅ, 7 ଶିଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) ପୋଖରୀରେ ଧୋଇ ହୁଅ । ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା । 8 ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କ'ଣ ସେହି ନୁହେଁ ? 9 କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି । ସେ କହିଲା, ମୁଁ ସେହି । 10 ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା ? 11 ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶିଲୋହକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି । 12 ସେମାନେ ତାହାକୁ ପଚାରିଲେ, ସେ କାହିଁ ? ସେ କହିଲା, ମୁଁ ଜାଣେ ନାହିଁ । 13 ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ । 14 ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମବାର । 15 ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ । ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି । 16 ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ୱରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ । ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟ କର୍ମସବୁ କରି ପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା । 17 ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତା' ବିଷୟରେ କ'ଣ କହୁଛୁ ? ସେ କହିଲା, ସେ ଜଣେ ଭାବବାଦୀ । 18 ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ ଯିହୂଦୀମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ । 19 ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କ'ଣ ତୁମ୍ଭମାନଙ୍କର ସେହି ପୁଅ ? ତାହାହେଲେ ସେ କିପରି ଏବେ ଦେଖୁଅଛି ? 20 ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ; 21 କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହିଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହୁଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ । 22 ତାହାର ପିତାମାତା ଯିହୂଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯିହୂଦୀମାନେ ଏକମତ ହୋଇଥିଲେ । 23 ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ । 24 ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ୱରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ । 25 ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି । 26 ତେଣୁ ସେମାନେ ତାକୁ କହିଲେ, ସେ ତୋତେ କ'ଣ କଲା ? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା ? 27 ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି ? ଆପଣମାନେ ମଧ୍ୟ କ'ଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି ? 28 ସେଥିରେ ସେମାନେ ତାକୁ ଗାଳି ଦେଇ କହିଲେ, ତୁ ତାହାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ । 29 ଆମ୍ଭେମାନେ ଜାଣୁ ଯେ, ଈଶ୍ୱର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ । 30 ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା । 31 ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ୱରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତା'ର କଥା ଶୁଣନ୍ତି । 32 କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା । 33 ଏ ଈଶ୍ୱରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ । 34 ସେମାନେ ତାକୁ ଉତ୍ତର ଦେଲେ, ତୁ ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ ? ସେଥିରେ ସେମାନେ ତାକୁ ବାହାର କରିଦେଲେ । 35 ସେମାନେ ଯେ ତାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତା'ର ଦେଖା ପାଇ କହିଲେ, ତୁମ୍ଭେ କ'ଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ ? 36 ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି ? 37 ଯୀଶୁ ତାକୁ କହିଲେ, ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି । 38 ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା । 39 ପୁଣି, ଯୀଶୁ କହିଲେ, ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି । 40 ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କ'ଣ ଅନ୍ଧ ? 41 ଯୀଶୁ ସେମାନଙ୍କୁ କହିଲେ, ଯଦି ଅନ୍ଧ ହୋଇଥା'ନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ ।



Translation Questions

John 9:1

କାହିଁକି ବ୍ୟକ୍ତି ଅନ୍ଧ ହୋଇ ଜନ୍ମ ହେଲା ବୋଲି ଶିଷ୍ୟମାନଙ୍କର ଧାରଣା କ'ଣ ଥିଲା ?

ଶିଷ୍ୟମାନେ ଧାରଣା କରୁଥିଲେ ଯେ ସେ ଅନ୍ଧ ହୋଇ ଜନ୍ମ ହେବାର କାରଣ ହେଲା ସେ କିମ୍ବା ତାହାର ମାତାପିତା କରିଥିବା ପାପ [୯:୨]।

John 9:3

ବ୍ୟକ୍ତି ଅନ୍ଧ ହୋଇ ଜନ୍ମ ହେବାର କାରଣ କ'ଣ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ, ଏ ବ୍ୟକ୍ତି ଅନ୍ଧ ହୋଇ ଜନ୍ମ ହୋଇଅଛି ଯେପରି ଈଶ୍ୱରଙ୍କ କର୍ମ ଏହାଠାରେ ପ୍ରକାଶିତ ହେବ [୯:୩] ।

John 9:6

ଯୀଶୁ କ'ଣ କଲେ ଓ ଅନ୍ଧ ବ୍ୟକ୍ତିକୁ କ'ଣ କହିଲେ ?

ଯୀଶୁ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଦେଇ,ତା'ପରେ ଯୀଶୁ ତାହାକୁ କହିଲେ, ଯାଇ ଶିଲୋହ ପୋଖରୀରେ ଧୋଇ ହୁଅ [୯:୬-୭]।

ଅନ୍ଧ ବ୍ୟକ୍ତି ଶିଲୋହ ପୋଖରୀରେ ଧୋଇ ହେଲାପରେ କ'ଣ ହେଲା?

ସେ ଦୃଷ୍ଟି ପାଇ ଚାଲି ଆସିଲା [୯:୭]।

John 9:8

ଜନ୍ମରୁ ଅନ୍ଧ ବ୍ୟକ୍ତି ଯେ ବସି ଭିକ୍ଷା ମାଗୁଥିଲା ନା ଆଉ କିଏ ବୋଲି ବିବାଦ ସୃଷ୍ଟି ହେଲା ସେହି ବ୍ୟକ୍ତି କ'ଣ ପ୍ରମାଣ ଦେଲା ?

ସେ ବ୍ୟକ୍ତି କହିଲା ମୁଁ ସେହି ଭିକାରୀ ଥିଲି [୯:୯] ।

John 9:13

ପୂର୍ବରୁ ଅନ୍ଧ ଭିକାରୀ ସହିତ ଲୋକମାନେ କ'ଣ କଲେ ?

ସେମାନେ ସେହି ବ୍ୟକ୍ତିକୁ ଫାରୂଶୀମାନଙ୍କ ନିକଟକୁ ନେଲେ [୯:୧୩] ।

କେତେବେଳେ ସୁସ୍ଥକରିବା ସ୍ଥାନ ନେଲା ?

ବିଶ୍ରାମ ଦିନରେ ଅନ୍ଧ ବ୍ୟକ୍ତି ସୁସ୍ଥହେବା ସ୍ଥାନ ନେଲା [୯:୧୪] ।

ପୂର୍ବରୁ ଅନ୍ଧ ବ୍ୟକ୍ତିକୁ ଫାରୂଶୀମାନେ କ'ଣ ପଚାରିଲେ ?

ସେ କିପରି ତାହାର ଦୃଷ୍ଟିଶକ୍ତି ପ୍ରାପ୍ତ କଲା ବୋଲି ସେମାନେ ତାହାକୁ ପଚାରିଲେ [୯:୧୫] ।

John 9:16

ଫାରୂଶୀମାନଙ୍କ ମଧ୍ୟରେ କ'ଣ ମତଭେଦ ହେଲା ?

କିଛି ଫାରୂଶୀମାନେ କହିଲେ ଯୀଶୁ ଈଶ୍ଵରଙ୍କଠାରୁ ନୁହଁ ବୋଲି କାରଣ ସେ ବିଶ୍ରାମ ଦିନକୁ ପାଳନ କଲେ ନାହିଁ [ସେ ବିଶ୍ରାମ ଦିନରେ ସୁସ୍ଥ କରିଥିଲେ] କିଛି ଫାରୂଶୀମାନେ କହିଲେ କିପରି ଜଣେ ପାପୀ ମନୁଷ୍ୟ ଏପରି ଚିହ୍ନ ଦେଖାଇପାରେ [୯:୧୬] ।

ଯେତେବେଳେ ପୂର୍ବରୁ ଅନ୍ଧ ବ୍ୟକ୍ତିକୁ ପଚାରିଲେ ସେ ଯୀଶୁଙ୍କ ବିଷୟରେ କ'ଣ କହିଲେ ?

ସେ ଅନ୍ଧ ବ୍ୟକ୍ତି କହିଲା,'' ସେ ଜଣେ ଭାବବାଦୀ'' [୯:୧୭] ।

କାହିଁକି ଯିହୂଦୀ ଲୋକମାନେ ଅନ୍ଧ ବ୍ୟକ୍ତିର ପିତାମାତାକୁ ଡାକିଲେ ଯେ ଦୃଷ୍ଟିଶକ୍ତି ପ୍ରାପ୍ତ କରିଥିଲା ?

ସେମାନେ ପିତାମାତାକୁ ଡାକିଲେ କାରଣ ସେମାନେ ଏହି ଯେ ସେହି ଅନ୍ଧ ବ୍ୟକ୍ତି ବୋଲି ବିଶ୍ଵାସ କଲେ ନାହିଁ [୯:୧୮-୧୯] ।

John 9:19

ବ୍ୟକ୍ତିର ମାତାପିତା ତା'ଙ୍କରି ପୁତ୍ର ବିଷୟରେ କ'ଣ ପ୍ରମାଣ ଦେଲେ ?

ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା ବ୍ୟକ୍ତିର ପିତାମାତା ବୋଲି ପ୍ରମାଣ ଦେଲେ [୯:୨୦]।

ବ୍ୟକ୍ତିର ମାତାପିତା କ'ଣ ଜାଣନ୍ତି ନାହିଁ ବୋଲି କହିଲେ ?

ସେ କିପରି ଏବେ ଦେଖୁଅଛି, କିମ୍ବା କିଏ ତାହାର ଆଖି ଫିଟାଇଦେଲେ ତାହା ଜାଣୁ ନାହୁଁ ବୋଲି ସେମାନେ କହିଲେ [୯:୨୧]।

John 9:22

କାହିଁକି ବ୍ୟକ୍ତିର ମାତାପିତା କହିଲେ ,''ସେ ବୟସ୍କ ପ୍ରାପ୍ତ, ତାହାକୁ ପଚାରନ୍ତୁ''?

ସେମାନେ ଏହା କହିଲେ କାରଣ ଯଦି କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଚ୍ୟୁତ କରାଯିବ ବୋଲି ପୂର୍ବରୁ ଯିହୂଦୀମାନେ ଏକମତ ହୋଇଥିଲେ [୯:୨୨] ।

John 9:24

ଯେତେବେଳେ ପୂର୍ବରେ ଅନ୍ଧ ବ୍ୟକ୍ତିକୁ ଫାରୂଶୀମାନେ ଦ୍ୱିତୀୟଥର ଡାକି କ'ଣ କହିଲେ ?

ସେମାନେ କହିଲେ ,''ଈଶ୍ୱରଙ୍କୁ ଗୌରବ ଦିଅ, ସେ ଲୋକଟା[ଯୀଶୁ] ଯେ ପାପୀ'' [୯:୨୪]।

ଯେତେବେଳେ ଫାରୂଶୀମାନେ ଯୀଶୁଙ୍କୁ ପାପୀ କହିଲେ ପୂର୍ବରେ ଅନ୍ଧ ବ୍ୟକ୍ତିର ଉତ୍ତର କ'ଣ ଥିଲା ?

ସେ ଉତ୍ତର ଦେଲା ,''ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖିପାରୁଅଛି [୯:୨୫] ।

John 9:26

କାହିଁକି ଫାରୂଶୀମାନେ ପୂର୍ବରେ ଅନ୍ଧ ବ୍ୟକ୍ତିକୁ ତୀରସ୍କାର କଲେ ?

ଫାରୂଶୀମାନେ ପୂର୍ବରେ ଅନ୍ଧ ବ୍ୟକ୍ତିକୁ ତୀରସ୍କାର କଲେ କାରଣ ସେ ବ୍ୟକ୍ତି କହିଲା ,'' ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି ? ଆପଣମାନେ ମଧ୍ୟ କଅଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି ?''[୯:୨୬-୨୮]।

John 9:32

ଯେତେବେଳେ ଫାରୂଶୀମାନେ ପୂର୍ବରେ ଅନ୍ଧ ବ୍ୟକ୍ତିକୁ ତିରସ୍କାର କଲେ ଅନ୍ଧ ବ୍ୟକ୍ତି କ'ଣ ପାଲଟା ଉତ୍ତର ଦେଲା ?

ବ୍ୟକ୍ତି ପାଲଟା ଉତ୍ତର ଦେଲା ,''କାହିଁକି ଏ ତ ଆଶ୍ଚର୍ଯ୍ୟ କଥା ,ସେ ମୋହର ଆଖି ଫିଟାଇଦେଲେ, ଆଉ ସେ[ଯୀଶୁ] କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ୱର ଭକ୍ତହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତା'ର କଥା ଶୁଣନ୍ତି କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କେବେହେଲେ ଶୁଣାଯାଇ ନ ଥିଲା ,ଏ ଈଶ୍ୱରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ '' [୯:୩୦-୩୩]।

ଅନ୍ଧ ବ୍ୟକ୍ତିର ପାଲଟା ଉତ୍ତରକୁ କିପରି ଫାରୂଶୀମାନେ ଉତ୍ତର ଦେଲେ ?

ବ୍ୟକ୍ତିକୁ ସେମାନେ କହିଲେ ଯେ ସେ ପାପରେ ଜନ୍ମ ଓ ତୁ ଆମକୁ ଶିକ୍ଷା ଦେବାକୁ ସାହସ କରୁଅଛୁ । ତା'ପରେ ସେମାନେ ତାହାକୁ ସମାଜ ଗୃହର ବାହାର କରିଦେଲେ [୯:୩୪]।

John 9:35

ଯେତେବେଳେ ଯୀଶୁ ଶୁଣିଲେ ପୂର୍ବରେ ଅନ୍ଧ ବ୍ୟକ୍ତି ସମାଜରୁ ବାହାର କରାଯାଇଅଛି ଯୀଶୁ କ'ଣ କଲେ ?

ଯୀଶୁ ତାହାକୁ ଦେଖିବାକୁ ଗଲେ ଏବଂ ତାହାକୁ ପାଇଲେ [୯:୩୫]।

ଯୀଶୁ ପୂର୍ବରେ ଅନ୍ଧ ବ୍ୟକ୍ତିକୁ ପାଇଲେ ପରେ କ'ଣ କହିଲେ ?

ଅନ୍ଧ ବ୍ୟକ୍ତିକୁ ଯୀଶୁ ପଚାରିଲେ ,''ଯଦି ସେ ମନୁଷ୍ୟ ପୁତ୍ରଙ୍କୁ ବିଶ୍ଵାସ କରେ ଏବଂ ତା'ପରେ ପୂର୍ବରେ ଅନ୍ଧ ବ୍ୟକ୍ତିକୁ ସେ [ଯୀଶୁ]ମନୁଷ୍ୟ ପୁତ୍ର ଥିଲେ କହିଲେ [୯:୩୫-୩୬]।

କିପରି ପୂର୍ବରେ ଅନ୍ଧ ବ୍ୟକ୍ତି ସେ ମନୁଷ୍ୟ ପୁତ୍ର ସୂଚନାକୁ ଉତ୍ତର ଦେଲେ ?

ପୂର୍ବରେ ଅନ୍ଧ ବ୍ୟକ୍ତି ସେ ଯୀଶୁଙ୍କୁ ବିଶ୍ଵାସ କରେ କହିଲା ଏବଂ ଯୀଶୁଙ୍କୁ ପ୍ରଣାମ କଲା [୯:୩୮]।

John 9:39

ଫାରୂଶୀମାନଙ୍କ ପାପ ବିଷୟରେ ଯୀଶୁ କ'ଣ କହିଲେ ?

ଯୀଶୁ ସେମାନଙ୍କୁ କହିଲେ ,''ଯଦି ତୁମ୍ଭେ ଅନ୍ଧ ହୋଇଥା'ନ୍ତ; ତାହାହେଲେ ତୁମ୍ଭମାନଙ୍କର ପାପରେ ନ ଥାଆନ୍ତା । କିନ୍ତୁ ବର୍ତ୍ତମାନ ତୁମ୍ଭେ କୁହ ,ଆମ୍ଭେ ଦେଖୁ ,ତେଣୁ ତୁମ୍ଭମାନଙ୍କର ପାପ ରହୁଅଛି [୯:୪୧] ।


Chapter 10

1 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ; 2 କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ । 3 ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତା'ର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ । 4 ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି; 5 କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ । 6 ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହି ସବୁ କ'ଣ ବୋଲି ସେମାନେ ବୁଝିଲେ ନାହିଁ । 7 ତେଣୁ ଯୀଶୁ ପୁନର୍ବାର କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର । 8 ଯେତେ ଜଣ ମୋ' ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ । 9 ମୁଁ ଦ୍ୱାର, ଯଦି କେହି ମୋ' ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ । 10 ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି । 11 ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ । 12 ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ), 13 କାରଣ ସେ ମୂଲିଆ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ । 14 ମୁଁ ଉତ୍ତମ ମେଷପାଳକ । ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ, 15 ସେହିପରି ମୁଁ ମୋ' ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋ' ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋର ପ୍ରାଣ ଦିଏ । 16 ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ । 17 ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ । 18 କେହି ମୋ'ଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ । ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି । ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି । 19 ଏହି ସମସ୍ତ କଥା ହେତୁ ଯିହୂଦୀମାନଙ୍କ ମଧ୍ୟରେ ପୁନର୍ବାର ମତଭେଦ ଘଟିଲା । 20 ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ ? 21 ଅନ୍ୟମାନେ କହିଲେ, ଏହି ସବୁ କଥା ତ ଭୂତ ଲାଗିଥିବା ଲୋକର ନୁହେଁ; ଭୂତ କ'ଣ ଅନ୍ଧର ଆଖି ଫିଟାଇ ପାରେ ?

22 ସେତେବେଳେ ଯିରୂଶାଲମରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା; ସେ ସମୟ ଶୀତକାଳ, 23 ଆଉ ଯୀଶୁ ମନ୍ଦିରରେ ଶଲୋମନଙ୍କ ମଣ୍ଡପରେ ବୁଲୁଥିଲେ । 24 ସେଥିରେ ଯିହୂଦୀମାନେ ତାହାଙ୍କୁ ଚାରିଆଡ଼େ ଘେରି ପଚାରିବାକୁ ଲାଗିଲେ, ଆଉ କେତେ କାଳ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ ? ଯଦି ତୁମ୍ଭେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟରୂପେ କୁହ । 25 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହି ସବୁ ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି; 26 କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ । 27 ମୋ' ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, 28 ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋ' ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ । 29 ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରି ପାରେ ନାହିଁ । 30 ମୁଁ ଓ ପିତା ଏକ । 31 ଯିହୂଦୀମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ । 32 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କଠାରୁ ଅନେକ ଉତ୍ତମ କର୍ମ ତୁମ୍ଭମାନଙ୍କୁ ଦେଖାଇଅଛି; ସେହି ସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ ? 33 ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ୱର ନିନ୍ଦା ନିମନ୍ତେ, ପୁଣି, ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ୱର ବୋଲାଉଥିବାରୁ । 34 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭମାନଙ୍କ ମୋଶାଙ୍କ ବ୍ୟବସ୍ଥାରେ ଏହା କ'ଣ ଲେଖା ନାହିଁ, ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ୱରଗଣ ? 35 ଯେଉଁମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ୱରଗଣ ବୋଲି କହିଲେ (ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇ ପାରେ ନାହିଁ), 36 ତାହାହେଲେ ଯାହାଙ୍କୁ ଈଶ୍ୱର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କ'ଣ ତୁମ୍ଭେମାନେ, ମୁଁ ଈଶ୍ୱରଙ୍କ ପୁତ୍ର, ଏହା ମୁଁ କହିବାରୁ, ତୁ ଈଶ୍ୱର ନିନ୍ଦା କରୁଅଛୁ ବୋଲି କହୁଅଛ ? 37 ଯଦି ମୁଁ ମୋହର ପିତାଙ୍କ କର୍ମସବୁ କରେ ନାହିଁ, ତାହାହେଲେ ମୋତେ ବିଶ୍ୱାସ କର ନାହିଁ; 38 କିନ୍ତୁ ଯଦି ମୁଁ କରେ, ତାହାହେଲେ ଯଦ୍ୟପି ତୁମ୍ଭେମାନେ ମୋତେ ବିଶ୍ୱାସ ନ କର, ତଥାପି ପିତା ଯେ ମୋ'ଠାରେ ଅଛନ୍ତି ଓ ମୁଁ ପିତାଙ୍କଠାରେ ଅଛି, ଏହା ଯେପରି ତୁମ୍ଭେମାନେ ଜାଣ ଓ ବୁଝ, ଏଥି ନିମନ୍ତେ କର୍ମସବୁ ବିଶ୍ୱାସ କର । 39 ସେଥିରେ ସେମାନେ ତାହାଙ୍କୁ ଧରିବା ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଲାଗିଲେ, କିନ୍ତୁ ସେ ସେମାନଙ୍କ ହସ୍ତରେ ନ ପଡ଼ି ବାହାରିଗଲେ । 40 ଏଥିଉତ୍ତାରେ ସେ ପୁନର୍ବାର ଯର୍ଦନର ଆରପାରିକୁ ଚାଲିଯାଇ, ଯୋହନ ଯେଉଁ ସ୍ଥାନରେ ପୂର୍ବେ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନକୁ ଆସି ସେଠାରେ ରହିଲେ । 41 ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେ ସମସ୍ତ କଥା କହିଲେ, ସେହି ସବୁ ସତ୍ୟ; 42 ଆଉ, ସେ ସ୍ଥାନରେ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ ।



Translation Questions

John 10:1

ଯୀଶୁଙ୍କ ଅନୁସାରେ କିଏ ଜଣେ ଚୋର ଓ ଜଣେ ଡକାଇତ ଅଟେ ?

ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ଦ୍ୱାର ଦେଇ ଚଢ଼ି ପ୍ରବେଶ କରେ, ସେ ଜଣେ ଚୋର ଓ ଜଣେ ଡକାଇତ ଅଟେ [୧୦:୧]।

କିଏ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ କରେ ?

ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ ଅଟେ [୧୦:୨] ।

John 10:3

କାହିଁକି ମେଷଗୁଡିକ ଯେତେବେଳେ ମେଷପାଳକ ଡାକନ୍ତି ସେମାନେ ଅନୁସରଣ କରନ୍ତି ?

ସେମାନେ ମେଷପାଳକକୁ ଅନୁସରଣ କରନ୍ତି କାରଣ ସେମାନେ ତାହାର ସ୍ଵର ଜାଣନ୍ତି [୧୦:୩-୪] ।

John 10:5

ଅଚିହ୍ନା ଲୋକର ପଛେ ପଛେ ମେଷଗୁଡିକ କେବେ ଚାଲିବେ କି ?

ନୁହେଁ,ସେମାନେ ଜଣେ ଅଚିହ୍ନା ଲୋକର ପଛେ ପଛେ ଚାଲିବେ ନାହିଁ [୧୦:୫]।

John 10:7

ଯୀଶୁଙ୍କ ପୂର୍ବରୁ ଯେଉଁ ସମସ୍ତ ଲୋକମାନେ ଆସିଥିଲେ ସେମାନେ କ'ଣ ଥିଲେ ?

ଯୀଶୁଙ୍କ ପୂର୍ବରୁ ଯେଉଁ ସମସ୍ତ ଲୋକମାନେ ଆସିଥିଲେ ସେମାନେ ଚୋର ଓ ଡକାଇତ ଥିଲେ ଏବଂ ମେଷଗୁଡିକ ସେମାନଙ୍କୁ ଶୁଣିଲେ ନାହିଁ [୧୦:୭]।

John 10:9

ସେ ଦ୍ୱାର ବୋଲି ଯୀଶୁ କହିଲେ ,ଯେଉଁମାନେ ଦ୍ୱାର ଦେଇ ପ୍ରବେଶ କରନ୍ତି ସେମାନଙ୍କୁ କ'ଣ ହୁଏ ?

ଯେଉଁମାନେ ଯୀଶୁଙ୍କ ଦ୍ୱାର ଦେଇ ପ୍ରବେଶ କରନ୍ତି ,ରକ୍ଷା ପାଇବେ ,ସେମାନେ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ [୧୦:୯] ।

John 10:11

ଯୀଶୁ କ'ଣ ଥିଲେ ,ଉତ୍ତମ ମେଷପାଳକ କରିବାକୁ ଇଚ୍ଛା କରନ୍ତି ଏବଂ ସେ ମେଷମାନଙ୍କ ନିମନ୍ତେ କ'ଣ କରନ୍ତି ?

ଯୀଶୁ ଉତ୍ତମ ମେଷପାଳକ ଇଚ୍ଛା କରୁଥିଲେ ଏବଂ ତାହାରି ମେଷମାନଙ୍କ ନିମନ୍ତେ ଜୀବନ ଦେଲେ [୧୦:୧୧ ଓ ୧୫]।

John 10:14

କ'ଣ ଯୀଶୁଙ୍କର ଅନ୍ୟ ମେଷପଲ ଅଛି ,ଯଦି ଅଛି ସେମାନଙ୍କୁ କ'ଣ ହେବ ?

ଯୀଶୁ କହିଲେ ତା'ଙ୍କର ଅନ୍ୟ ମେଷଗୁଡ଼ିକ ଅଛନ୍ତି,ଯେଉଁମେଷଗୁଡ଼ିକ ଏହି ମେଷଶାଳାର ନୁହନ୍ତି,ସେ କହିଲେ ସେମାନଙ୍କୁ ମଧ୍ୟ ଆଣିବାକୁ ହେବ, ପୁଣି ସେମାନେ ତା'ଙ୍କର ସ୍ୱର ଶୁଣିବେ; ଏବଂ ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ [୧୦:୧୬] ।

John 10:17

କାହିଁକି ପିତା ଯୀଶୁଙ୍କୁ ପ୍ରେମ କରନ୍ତି ?

ପିତା ଯୀଶୁଙ୍କୁ ପ୍ରେମ କରନ୍ତି କାରଣ ଯୀଶୁ ତା'ଙ୍କର ପ୍ରାଣ ଦାନ କରନ୍ତି ଏବଂ ସେ ଯେପରି ତା'ଙ୍କର ପ୍ରାଣ ପୁନର୍ବାର ଗ୍ରହଣ କରନ୍ତି [୧୦:୧୭] ।

କ'ଣ କିଏ ଯୀଶୁଙ୍କର ଜୀବନ ନେଇ ପାରେ କି ?

ନୁହଁ ,ସେ ଆପେ ତାହା ଦାନ କରନ୍ତି [୧୦:୧୮] ।

କେଉଁଠାରୁ ଯୀଶୁ ନିଜର ଜୀବନକୁ ଦାନ କରିବା ଏବଂ ପୁଣି ଥରେ ପ୍ରାପ୍ତ କରିବାକୁ ଅଧିକାର ପାଇଅଛନ୍ତି ?

ପିତାଙ୍କଠାରୁ ଯୀଶୁ ଆଜ୍ଞା ପ୍ରାପ୍ତ କରିଅଛନ୍ତି [୧୦:୧୮]।

John 10:19

ଯୀଶୁଙ୍କର ବାକ୍ୟ କାରଣରୁ ଯିହୂଦୀମାନେ କ'ଣ କହିଲେ ?

ଅନେକ କହିଲେ ,''ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ ? ଅନ୍ୟମାନେ କହିଲେ, ଏହିସବୁ କଥା ତ ଭୂତ ଲାଗିଥିବା ଲୋକର ନୁହେଁ; ଭୂତ କଅଣ ଅନ୍ଧର ଆଖି ଫିଟାଇ ପାରେ ?'' [୧୦:୧୯-୨୧]

John 10:22

ଯୀଶୁଙ୍କୁ ଯିହୂଦୀମାନେ କ'ଣ ପଚାରିଲେ, ଯେତେବେଳେ ସେମାନେ ତା'ଙ୍କୁ ଶଲୋମନଙ୍କ ମଣ୍ଡପରେ ଚାରିଆଡ଼େ ଘେରିଲେ?

ସେମାନେ ପଚାରିଲେ ,''ଆଉ କେତେ କାଳ ତୁମ୍ଭେ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ ? ଯଦି ତୁମ୍ଭେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କୁହ [୧୦:୨୪] ।

John 10:25

କିପରି ଯୀଶୁ ଶଲୋମନଙ୍କ ମଣ୍ଡପରେ ଯିହୂଦୀମାନଙ୍କୁ ଉତ୍ତର ଦେଲେ ?

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସେ ସେମାନଙ୍କୁ କହିଅଛନ୍ତି[ଯେ ସେ ଖ୍ରୀଷ୍ଟ], କିନ୍ତୁ ସେମାନେ ବିଶ୍ୱାସ କଲେ ନାହଁ କିନ୍ତୁ ତୁମ୍ଭେମାନେ ବିଶ୍ୱାସ କଲ ନାହିଁ କାରଣ ସେମାନେ ତାହାରି ମେଷପଲର ନ ଥିଲେ [୧୦:୨୫-୨୬] ।

John 10:27

ଯୀଶୁ ତାହାରି ମେଷମାନଙ୍କ ପ୍ରତି ଯତ୍ନ ଓ ସୁରକ୍ଷା ବିଷୟରେ କ'ଣ କହିଲେ ?

ଯୀଶୁ କହିଲେ ସେ ଆପଣା ମେଷମାନଙ୍କ ପ୍ରତି ଅନନ୍ତ ଜୀବନ ଦିଅନ୍ତି,ସେମାନେ କେବେ ହିଁ ବିନାଶ ହେବେ ନାହିଁ ଏବଂ ସେମାନଙ୍କୁ ତା'ଙ୍କ ହସ୍ତଠାରୁ କେହି ହରଣ କରିବ ନାହିଁ [୧୦:୨୮]।

John 10:29

ମେଷଗୁଡିକୁ ଯୀଶୁଙ୍କୁ କିଏ ଦେଲେ ?

ପିତା ମେଷଗୁଡିକୁ ଯୀଶୁଙ୍କୁ ଦେଲେ [୧୦:୨୯]।

ପିତାଙ୍କଠାରୁ କେହି ବଡ଼ ଅଛି କି ?

ପିତା ସମସ୍ତଙ୍କଠାରୁ ବଡ଼ ଅଟନ୍ତି [୧୦:୨୯]।

John 10:32

ଯୀଶୁ କ'ଣ କହିଲେ ,''ମୁଁ ଓ ପିତା ଏକ'' କାହିଁକି ଯିହୂଦୀମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ?

କାରଣ ସେମାନେ ବିଶ୍ଵାସ କଲେ ଯୀଶୁ ଈଶ୍ୱରନିନ୍ଦା କରୁଅଛନ୍ତି ଏବଂ ନିଜେ ମନୁଷ୍ୟ ହୋଇ ଆପଣାକୁ ଈଶ୍ୱର କହୁଅଛି [୧୦:୩୦-୩୩]।

John 10:34

ଯୀଶୁ ନିଜକୁ ଈଶ୍ଵର ନିନ୍ଦାର ଅଭିଯୋଗରୁ ରକ୍ଷା କରିବାକୁ କ'ଣ କଲେ ?

ଯୀଶୁ କଥାକହି ନିଜକୁ ରକ୍ଷା କଲେ ,''ତୁମ୍ଭମାନଙ୍କ ବ୍ୟବସ୍ଥାରେ ଏହା କଅଣ ଲେଖା ନାହିଁ, ମୁଁ କହିଲି , ତୁମ୍ଭେମାନେ ଈଶ୍ୱରଗଣ'' ?ଯେଉଁମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ୱରଗଣ ବୋଲି କହିଲେ (ଧର୍ମଶାସ୍ତ୍ର ଖଣ୍ଡନ କରାଯାଇ ପାରେ ନାହିଁ) ତାହାହେଲେ ଯାହାଙ୍କୁ ଈଶ୍ୱର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କଅଣ ତୁମ୍ଭେମାନେ, ମୁଁ ଈଶ୍ୱରଙ୍କ ପୁତ୍ର, ଏହା ମୁଁ କହିବାରୁ, ତୁ ଈଶ୍ୱରନିନ୍ଦା କରୁଅଛୁ ବୋଲି କହୁଅଛ''? [୧୦:୩୪-୩୬]

John 10:37

ତା'ଙ୍କଠାରେ ବିଶ୍ଵାସ କିମ୍ବା ବିଶ୍ଵାସ ନ କରିବାକୁ ଯୀଶୁ ଯିହୂଦୀମାନଙ୍କୁ କ'ଣ ନିଶ୍ଚିତ କରିବାକୁ କହିଲେ ?

ଯୀଶୁ ଯିହୂଦୀମାନଙ୍କୁ ତାହାରି କର୍ମ ସବୁ ଦେଖିବାକୁ କହିଲେ, ଯଦି ଯୀଶୁ ପିତାଙ୍କ କର୍ମସବୁ କରେ ନାହିଁ, ତାହାହେଲେ ତା'ଙ୍କୁ ବିଶ୍ୱାସ କର ନାହିଁ; କିନ୍ତୁ ଯଦି ସେ କରେ, ତାହାହେଲେ ବିଶ୍ୱାସ କର [୧୦:୩୭-୩୮]।

ଯୀଶୁ କ'ଣ ଯିହୂଦୀମାନେ ଜାଣିପାରିବେ ଓ ବୁଝିପାରିବେ ବୋଲି କହିଲେ ଯଦି ସେମାନେ ଯୀଶୁଙ୍କ କର୍ମରେ ବିଶ୍ଵାସ କରିବେ ?

ପିତା ଯେ ମୋ'ଠାରେ ଅଛନ୍ତି ଓ ମୁଁ ପିତାଙ୍କଠାରେ ଅଛି ସେମାନେ ଦେଖିବେ ଏବଂ ବୁଝିପାରିବେ ବୋଲି ଯୀଶୁ କହିଲେ [୧୦:୩୮] ।

ଯୀଶୁଙ୍କର ବାକ୍ୟ ପିତା ଯୀଶୁଙ୍କଠାରେ ଏବଂ ଯୀଶୁ ପିତାଙ୍କଠାରେ ରହିବାକୁ ନେଇ ଯିହୂଦୀମାନଙ୍କର ଉତ୍ତର କ'ଣ ଥିଲା ?

ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଲାଗିଲେ [୧୦:୩୯]।

John 10:40

ଏହି ଘଟଣା ପରେ ଯୀଶୁ କୁଆଡେ ଗଲେ ?

ଏଥିଉତ୍ତାରେ ଯୀଶୁ ପୁନର୍ବାର ଯର୍ଦ୍ଦନର ପରପାରିକି, ଯୋହନ ଯେଉଁସ୍ଥାନରେ ପୂର୍ବେ ବାପ୍ତିସ୍ମ ଦେଉଥିଲେ ସେଠାକୁ ଗଲେ [୧୦:୪୦]।

ଯୀଶୁଙ୍କ ନିକଟକୁ ଆସିଥିବା ଅନେକ ଲୋକ କ'ଣ କହିଲେ ଏବଂ କଲେ ?

ସେମାନେ ବାରମ୍ବାର କହିବାକୁ ଲାଗିଲେ ,''ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେ ସମସ୍ତ କଥା କହିଲେ,ସେହିସବୁ ସତ୍ୟ; ଆଉ, ସେ ସ୍ଥାନରେ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ [୧୦:୪୧-୪୨]।


Chapter 11

1 ବେଥନୀୟା ନିବାସୀ ଲାଜାର ନାମକ ଜଣେ ଲୋକ ପୀଡ଼ିତ ଥିଲେ; ମରିୟମ ଓ ତାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ । 2 ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଏ ସେହି ମରିୟମ; ତାଙ୍କର ଭାଇ ଲାଜାର ପୀଡ଼ିତ ଥିଲେ । 3 ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି । 4 କିନ୍ତୁ ଯୀଶୁ ତାହା ଶୁଣି କହିଲେ, ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ଵାରା ଈଶ୍ୱରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି । 5 ଯୀଶୁ ମାର୍ଥା, ତାଙ୍କ ଭଉଣୀ ଓ ଲାଜାରଙ୍କୁ ସ୍ନେହ କରୁଥିଲେ । 6 ଅତଏବ, ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଗଲେ । 7 ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦା ପ୍ରଦେଶକୁ ଯିବା । 8 ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୂଦୀମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି, ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି ? 9 ଯୀଶୁ ଉତ୍ତର ଦେଲେ, ଦିନରେ କ'ଣ ବାର ଘଣ୍ଟା ନାହିଁ ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ; 10 କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ । 11 ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି । 12 ସେଥିରେ ଶିଷ୍ୟମାନେ ତାହାଙ୍କୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି, ତାହାହେଲେ ସେ ସୁସ୍ଥ ହେବେ । 13 ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, କିନ୍ତୁ ସେ ନିଦ୍ରାରେ ଶୋଇପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ କଲେ । 14 ଅତଏବ, ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟରୂପେ କହିଲେ, ଲାଜାର ମରିଯାଇଛନ୍ତି; 15 ଆଉ, ମୁଁ ଯେ ସେ ସ୍ଥାନରେ ନ ଥିଲି, ଏଥିସକାଶେ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମ୍ଭେମାନେ ବିଶ୍ୱାସ କରିବ; କିନ୍ତୁ ଚାଲ, ଆମ୍ଭେମାନେ ତାଙ୍କ ନିକଟକୁ ଯିବା । 16 ସେଥିରେ ଥୋମା, ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ମଧ୍ୟ ଯାଇ ତାହାଙ୍କ ସାଙ୍ଗରେ ମରିବା ।

17 ଯୀଶୁ ପହଞ୍ଚି ଶୁଣିଲେ ଯେ, ସେ ଚାରି ଦିନ ହେଲା ସମାଧିରେ ରଖାଗଲେଣି । 18 ବେଥନୀୟା ଯିରୂଶାଲମ ନିକଟରେ ଥିଲା, ପ୍ରାୟ ଏକ କ୍ରୋଶ ଦୂର; 19 ଆଉ, ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ । 20 ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରିୟମ ଗୃହରେ ବସି ରହିଲେ । 21 ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥା'ନ୍ତା । 22 କିନ୍ତୁ ଆପଣ ଈଶ୍ୱରଙ୍କୁ ଯାହା କିଛି ମାଗିବେ, ଈଶ୍ୱର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ । 23 ଯୀଶୁ ତାଙ୍କୁ କହିଲେ, ତୁମ୍ଭ ଭାଇ ପୁଣି, ଉଠିବ । 24 ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ । 25 ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ, 26 ପୁଣି, ଯେ କେହି ବଞ୍ଚେ ଓ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କ'ଣ ବିଶ୍ୱାସ କରୁଅଛ ? 27 ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ୱରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ ।

28 ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରିୟମଙ୍କୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି । 29 ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ । 30 ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ । 31 ଅତଏବ, ଯେଉଁ ଯିହୂଦୀମାନେ ତାଙ୍କ ସହିତ ଗୃହରେ ଥାଇ ତାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରିୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାଙ୍କ ପଛେ ପଛେ ଗଲେ । 32 ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରିୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋ' ଭାଇ ମରି ନ ଥା'ନ୍ତା । 33 ଅତଏବ, ଯୀଶୁ ତାଙ୍କୁ ଓ ତାଙ୍କ ସହିତ ଆସିଥିବା ଯିହୂଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଆଲୋଡିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଂକଳ୍ପରେ ପଚାରିଲେ, 34 ତାଙ୍କୁ କେଉଁଠାରେ ରଖିଅଛ ? ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ । 35 ଯୀଶୁ କାନ୍ଦିଲେ । 36 ସେଥିରେ ଯିହୂଦୀମାନେ କହିଲେ, ଦେଖ, ସେ ତାଙ୍କୁ କିପରି ସ୍ନେହ କରୁଥିଲେ । 37 କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଥିଲେ, ସେ କ'ଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରି ପାରି ନ ଥାଆନ୍ତେ ?

38 ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତା' ମୁହଁରେ ଗୋଟାଏ ପଥର ଥିଲା । 39 ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇଦିଅ । ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି । 40 ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ । 41 ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି । 42 ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି । 43 ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, ଲାଜାର, ବାହାରି ଆସ । 44 ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା । ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ ।

45 ଅତଏବ, ଯିହୂଦୀମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍‍ ଯେଉଁମାନେ ମରିୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ; 46 ପୁଣି, ସେମାନଙ୍କ ମଧ୍ୟରୁ କେହି କେହି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହି ସବୁ ସେମାନଙ୍କୁ ଜଣାଇଲେ । 47 ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କ'ଣ କରୁଅଛୁ ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି । 48 ଯଦି ଆମ୍ଭେମାନେ ତାହାକୁ ଏପରି ଛାଡ଼ିଦେବା, ତାହାହେଲେ ସମସ୍ତେ ତାହାଠାରେ ବିଶ୍ୱାସ କରିବେ, ଆଉ ରୋମୀୟମାନେ ଆସି ଆମ୍ଭମାନଙ୍କର ଏହି ସ୍ଥାନ ଓ ଜାତି ଉଭୟଙ୍କୁ ନଷ୍ଟ କରିଦେବେ । 49 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍, କୟାଫା ନାମକ ସେହି ବର୍ଷର ମହାଯାଜକ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଜାଣ ନାହିଁ; 50 ସମୁଦାୟ ଜାତି ବିନଷ୍ଟ ନ ହୋଇ ଲୋକସାଧାରଣଙ୍କ ନିମନ୍ତେ ଜଣେ ଯେ ମରିବା ତୁମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ, ଏହା ମଧ୍ୟ ତୁମ୍ଭେମାନେ ବିଚାର କରୁ ନାହଁ । 51 ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ, 52 ଆଉ କେବଳ ସେହି ଜାତି ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଛିନ୍ନଭିନ୍ନ ସନ୍ତାନମାନଙ୍କୁ ମଧ୍ୟ ସଂଗ୍ରହ କରି ଏକ କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ଏଥିସକାଶେ ଏହି ଭାବବାଣୀ କହିଲେ । 53 ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ । 54 ଅତଏବ, ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେ ସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଏଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ । 55 ଯିହୂଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ଥିଲା, ପୁଣି, ପଲ୍ଲୀଗ୍ରାମଗୁଡ଼ିକରୁ ଅନେକେ ଆପଣା ଆପଣାକୁ ଶୁଚି କରିବା ନିମନ୍ତେ ନିସ୍ତାର ପର୍ବ ପୂର୍ବେ ଯିରୂଶାଲମକୁ ଯାତ୍ରା କଲେ । 56 ସେଥିରେ ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ମନେ କରୁଅଛ ? ସେ କି ପର୍ବକୁ ଆସିବେ ନାହିଁ ? 57 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କୁ ଧରିବା ଉଦ୍ଦେଶ୍ୟରେ, ସେ କେଉଁଠାରେ ଅଛନ୍ତି, ଏହା ଯଦି କେହି ଜାଣେ, ତାହା ପ୍ରକାଶ କରିବାକୁ ଆଜ୍ଞା ଦେଇଥିଲେ ।



Translation Questions

John 11:1

ଏହି ଲାଜାର କିଏ ଥିଲା ?

ବେଥନୀୟା ନିବାସୀ ଲାଜାର ଥିଲେ । ମରୀୟମ ଓ ତା'ଙ୍କ ଭଉଣୀ ମାର୍ଥା ତାହାର ଭଉଣୀମାନେ ଥିଲେ , ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ,ଏ ସେହି ମରୀୟମ ଥିଲେ [୧୧:୧-୨] ।

John 11:3

ଯେତେବେଳେ ଯୀଶୁ ଲାଜାରର ପୀଡିତ କଥା ଶୁଣିଲେ, ଲାଜାର ବିଷୟରେ ଯୀଶୁ କ'ଣ କହିଲେ ?

''ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ଦ୍ୱାରା ଈଶ୍ୱରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି'' ଯୀଶୁ କହିଲେ [୧୧:୪] ।

John 11:5

ଲାଜାର ଯେତେବେଳେ ପୀଡିତ ବୋଲି ଯୀଶୁ ଶୁଣିଲେ ସେ କ'ଣ କଲେ ?

ଯୀଶୁ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ସେ ଦୁଇ ଦିନ ରହିଲେ [୧୧:୬] ।

John 11:8

ଯୀଶୁଙ୍କର ଶିଷ୍ୟମାନେ କ'ଣ କହିଲେ ଯେତେବେଳେ ସେ କହିଲେ ,''ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦା ପ୍ରଦେଶକୁ ଯିବା ?

ଶିଷ୍ୟମାନେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଯିହୂଦୀମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି ?'' [୧୧:୮]

ରାତିରେ ଓ ଦିନରେ ଚାଲିବା ବିଷୟରେ ଯୀଶୁ କ'ଣ କହିଲେ ?

ଯୀଶୁ ସେମାନଙ୍କୁ କହିଲେ ,''ଯେ ଦିନରେ ଚାଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ କିନ୍ତୁ ଯେ ରାତିରେ ଚାଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ [୧୧:୯-୧୦]।

John 11:12

ଶିଷ୍ୟମାନେ କ'ଣ ମନେ କଲେ ଯେତେବେଳେ ଯୀଶୁ କହିଲେ ,''ଲାଜାର ଶୋଇଅଛି ଏବଂ ସେ ତାହାକୁ ଉଠେଇବାକୁ ଯାଉଅଛନ୍ତି ?

ଶିଷ୍ୟମାନେ ସ୍ଵାଭାବିକ ମନେ କଲେ କାରଣ ସେମାନେ କହିଲେ,''ଯଦି ସେ ନିଦ୍ରା ଯାଇଅଛି, ତାହାହେଲେ ସେ ସୁସ୍ଥ ହେବ [୧୧:୧୧-୧୨] ।

ଯେତେବେଳେ ଯୀଶୁ ଲାଜାର ଶୋଇଅଛି କହିଲେ ତା'ଙ୍କର ଅର୍ଥ କ'ଣ ଥିଲା ?

ଯୀଶୁ ଯେତେବେଳେ ଲାଜାର ଶୋଇଅଛି ବୋଲି କହିଲେ ସେ ଲାଜାରର ମୃତ୍ୟୁ ବିଷୟରେ କହୁଥିଲେ [୧୧:୧୩]।

John 11:15

କାହିଁକି ଯୀଶୁ ଆନ୍ଦିତ ହେଲେ ଯତେବେଳେ ସେ ଲାଜାରର ମୃତ୍ୟୁ ସମୟରେ ସେଠାରେ ନ ଥିଲେ ?

ଯୀଶୁ କହିଲେ ,''ମୁଁ ଯେ ସେସ୍ଥାନରେ ନ ଥିଲି, ଏଥିସକାଶେ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମ୍ଭେମାନେ ବିଶ୍ୱାସ କରିବ'' [୧୧:୧୫]।

ଯଦି ସେମାନେ ଯିହୂଦା ପ୍ରଦେଶକୁ ପୁଣି ଫେରି ଯାଆନ୍ତି କ'ଣ ହେଇପାରେ ବୋଲି ଥୋମା ମନେ କଲେ ?

ସେମାନେ ସମସ୍ତେ ମରିବେ ବୋଲି ଥୋମା ମନେ କଲେ [୧୧:୧୬] ।

John 11:17

ଯେତେବେଳେ ଯୀଶୁ ଆସିଲେ କେତେ ସମୟ ଲାଜାର ସମାଧିରେ ଥିଲେ ?

ଚାରି ଦିନ ପର୍ଯ୍ୟନ୍ତ ଲାଜାର ସମାଧିରେ ଥିଲେ [୧୧:୧୭] ।

ମାର୍ଥା କ'ଣ କଲେ ଯେତେବେଳେ ସେ ଶୁଣିଲେ ଯୀଶୁ ଆସୁଛନ୍ତି ବୋଲି ଶୁଣିଲେ ?

ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ [୧୧:୨୦]।

John 11:21

ଈଶ୍ଵର ଯୀଶୁଙ୍କ ନିମନ୍ତେ କ'ଣ କରିବେ ବୋଲି ମାର୍ଥା ମନେ କଲେ ?

ମାର୍ଥା କହିଲେ ,''ଆପଣ ଈଶ୍ୱରଙ୍କୁ ଯାହା କିଛି ମାଗିବେ, ଈଶ୍ୱର ଯେ ତାହା ଆପଣଙ୍କୁ ଦେବେ,ମୁଁ ଜାଣେ'' [୧୧:୨୨] ।

John 11:24

ଯେତେବେଳେ ଯୀଶୁ ମାର୍ଥାକୁ କହିଲେ ,'' ତୁମ୍ଭର ଭାଇ ପୁଣି ଥରେ ଉଠିବେ'' ତାହାର ଉତ୍ତର କ'ଣ ଥିଲା ?

ସେ ଯୀଶୁଙ୍କୁ କହିଲେ ,''ସେ ଯେ ଶେଷଦିନରେ ପୁନରୁତ୍‍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ'' [୧୧:୨୪] ।

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି କ'ଣ ହେବେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ,ଯେ ତାହା'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ ପୁଣି ଯେକେହି ବଞ୍ଚେ ଓ ତାହା'ଠାରେ ବିଶ୍ୱାସ କରେ, ସେ କଦାପି କେବେ ହେଁ ମରିବ ନାହିଁ [୧୧:୨୫-୨୬]।

John 11:27

ଯୀଶୁ କିଏ ବୋଲି ମାର୍ଥା କହିଲେ ?

ମାର୍ଥା ଯୀଶୁଙ୍କୁ କହିଲେ.,''ହଁ, ପ୍ରଭୁ, ଯେ ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ୱରଙ୍କ ପୁତ୍ର , ଖ୍ରୀଷ୍ଟ, ଏହା ମୁଁ ବିଶ୍ୱାସ କରେ [୧୧:୨୭]।

John 11:30

ଯେତେବେଳେ ମରୀୟମ ଶୀଘ୍ର ଉଠି ବାହାରକୁ ଚାଲିଗଲେ ,ଯେଉଁ ଯିହୂଦୀମାନେ ତା'ଙ୍କ ସହିତ ଥିଲେ କ'ଣ ମନେ କଲେ ଏବଂ କଲେ ?

ଯେଉଁ ଯିହୂଦୀମାନେ ତା'ଙ୍କ ସହିତ ଗୃହରେ ଥିଲେ, ସେମାନେ ମରୀୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତା'ଙ୍କ ପଛେ ପଛେ ଗଲେ [୧୧:୩୧]।

ମରୀୟମ କୁଆଡେ ଯାଉଥିଲେ ?

ମରୀୟମ ଯୀଶୁଙ୍କୁ ସାକ୍ଷ୍ୟାତ କରିବାକୁ ଯାଉଥିଲେ [୧୧:୨୯ ଓ ୩୨]।

John 11:33

ଯୀଶୁଙ୍କୁ ଆତ୍ମାରେ ରୋଦନ କରିବାକୁ କ'ଣ ଉତ୍ତେଜିତ କଲା ?

ମରୀୟମ ଓ ଯିହୂଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଉତ୍ତେଜିତ ହୋଇ ଯୀଶୁ ରୋଦନ କଲେ [୧୧:୩୩ ଓ ୩୫]।

John 11:36

ଯୀଶୁଙ୍କୁ ରୋଦନ କରିବା ଦେଖି ଯିହୂଦୀମାନେ କ'ଣ ନିବାରଣ କଲେ ?

ସେମାନେ ଯୀଶୁ ଲାଜାରକୁ ଅଧିକ ସ୍ନେହ କରୁଥିଲେ ବୋଲି ନିବାରଣ କଲେ [୧୧:୩୬]।

John 11:38

ଯେଉଁଠାରେ ଲାଜାରକୁ ରଖାଯାଇଥିଲା ସମାଧିର ପଥର କାଢିବାକୁ ଯୀଶୁଙ୍କର ଆଜ୍ଞାକୁ ମାର୍ଥା କ'ଣ ପ୍ରତିରୋଧ କଲେ ?

ମାର୍ଥା କହିଲେ ,''ପ୍ରଭୁ, ବର୍ତ୍ତମାନ ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି [୧୧:୩୯]।

ପଥର କାଢିବାକୁ ମାର୍ଥାର ପ୍ରତିରୋଧକୁ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ଯୀଶୁ ମାର୍ଥାକୁ କହିଲେ ,''ଯଦି ତୁମ୍ଭେ ବିଶ୍ୱାସ କର, ତା'ହାହେଲେ ତୁମ୍ଭେ ଈଶ୍ୱରଙ୍କ ମହିମା ଦେଖିବ, ଏହା କଅଣ ମୁଁ ତୁମ୍ଭକୁ କହି ନ ଥିଲି ?'' [୧୧:୪୦]।

John 11:41

ସେମାନେ ପଥର ଘୁଞ୍ଚାଇଦେଲା ପରେ ଯୀଶୁ ଶୀଘ୍ର କ'ଣ କଲେ ?

ଉର୍ଦ୍ଧ୍ୱଦୃଷ୍ଟି କଲେ , ଏବଂ ପିତାଙ୍କୁ ପ୍ରାର୍ଥନା କଲେ [୧୧:୪୧]।

କାହିଁକି ଉଚ୍ଚ ସ୍ଵରରେ ପ୍ରାର୍ଥନା କଲେ ଏବଂ ସେ ଆପଣା ପିତାଙ୍କୁ କ'ଣ କହିଲେ ?

ସେ ଉଚ୍ଚ ସ୍ଵରରେ ପ୍ରାର୍ଥନା କଲେ ଓ ଯାହା ସେ କଲେ ଚତୁର୍ଦ୍ଦିଗରେ ଠିଆହୋଇଥିବା ଲୋକଙ୍କ ନିମନ୍ତେ କଲେ, ତେଣୁ ପିତା ତାହାଙ୍କୁ ପ୍ରେରଣ କରିଅଛନ୍ତି ବୋଲି ସେମାନେ ଯେପରି ବିଶ୍ୱାସ କରିବେ [୧୧:୪୨]।

John 11:43

''ଲାଜାର ବାହାରିଆସ'',ଯେତେବେଳେ ଯୀଶୁ ଉଚ୍ଚ ସ୍ଵରରେ ରୋଦନ କଲେ କ'ଣ ହେଲା ?

ମୃତ ଲୋକଟି ବାହାରି ଆସିଲେ, ତା'ଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି ତା'ଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା [୧୧:୪୪] ।

John 11:45

ଯେତେବେଳେ ଲାଜାର ସମାଧିରୁ ବାହାରି ଆସିଲେ ତାହା ଦେଖି ଯିହୂଦୀମାନେ କ'ଣ ଉତ୍ତର ଦେଲେ ?

ଯିହୂଦୀମାନଙ୍କ ମଧ୍ୟରେ ଅନେକେ ଯୀଶୁଙ୍କ କର୍ମ ଦେଖିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ ପୁଣି, ସେମାନଙ୍କ ମଧ୍ୟରୁ କିଛି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହିସବୁ ସେମାନଙ୍କୁ ଜଣାଇଲେ [୧୧:୪୫-୪୬] ।

John 11:49

ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ମହାସଭାରେ କୟାଫା କ'ଣ ଭାବବାଣୀ କଲେ ?

ସମୁଦାୟ ଜାତି ବିନଷ୍ଟ ନ ହୋଇ ଲୋକସାଧାରଣଙ୍କ ନିମନ୍ତେ ଜଣେ ଯେ ମରିବା ସେମାନଙ୍କ ପକ୍ଷରେ ମଙ୍ଗଳଜନକ ବୋଲି କୟାଫା କହିଲେ [୧୧:୫୦-୫୧] ।

John 11:51

ସେଦିନଠାରୁ ମହାସଭା କ'ଣ ମନ୍ତ୍ରଣା କଲେ ?

ଯୀଶୁଙ୍କୁ ବଧ କିପରି କରିବେ ସେମାନେ ମନ୍ତ୍ରଣା କଲେ [୧୧:୫୩]।

John 11:54

ଲାଜାରକୁ ଉଠାଇଲା ପରେ ଯୀଶୁ କ'ଣ କଲେ ?

ଯୀଶୁ ଆଉ ଯିହୂଦୀମାନଙ୍କ ମଧ୍ୟରେ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଏଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟଙ୍କ ସହିତ ସେଠାରେ ରହିଲେ [୧୧:୫୭]।

John 11:56

କେଉଁ ଆଜ୍ଞା ପ୍ରଧାନ ଯାଜକ ଓ ଫାରୂଶୀମାନେ ଦେଲେ ?

ଯୀଶୁ କେଉଁଠାରେ ଅଛନ୍ତି, ଏହା ଯଦି କେହି ଜାଣେ, ତାହା ସେ ପ୍ରକାଶ କରିବାକୁ ଆଜ୍ଞା ଦେଲେ ତେଣୁ ସେମାନେ ଯୀଶୁଙ୍କୁ ଧରି ପାରିବେ [୧୧:୫୭]।


Chapter 12

1 ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ । 2 ତେଣୁ ସେମାନେ ତାହାଙ୍କ ନିମନ୍ତେ ସେହି ସ୍ଥାନରେ ଗୋଟିଏ ରାତ୍ରିଭୋଜ ପ୍ରସ୍ତୁତ କଲେ; ମାର୍ଥା ପରିଚର୍ଯ୍ୟା କରୁଥିଲେ, ଆଉ ଯେଉଁମାନେ ତାହାଙ୍କ ସହିତ ଭୋଜନରେ ବସିଲେ, ଲାଜାର ସେମାନଙ୍କ ମଧ୍ୟରୁ ଜଣେ ଥିଲେ । 3 ସେତେବେଳେ ମରିୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା । 4 କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା, 5 ଏହି ତୈଳ ଦେଢ଼ଶହ ଟଙ୍କାରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା ? 6 ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା, ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କାଥଳୀ ଥିବାରୁ, ସେଥିରେ ଯାହା ଯାହା ରଖାଯାଉଥିଲା, ତାହା ସେ ଚୋରି କରି ନେଇଯାଉଥିଲା । 7 ସେଥିରେ ଯୀଶୁ କହିଲେ, ଏହାକୁ ଛାଡ଼ିଦିଅ, ଯେପରି ମୋର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ । 8 ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି ।

9 ଇତିମଧ୍ୟରେ ବହୁସଂଖ୍ୟକ ଯିହୂଦୀ ଲୋକ ସେ ସେଠାରେ ଅଛନ୍ତି ବୋଲି ଜାଣି ପାରି କେବଳ ଯୀଶୁଙ୍କ ସକାଶେ ନୁହେଁ, ମାତ୍ର ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାଙ୍କୁ ଦେଖିବା ନିମନ୍ତେ ମଧ୍ୟ ଆସିଲେ । 10 କିନ୍ତୁ ଲାଜାରଙ୍କୁ ମଧ୍ୟ ବଧ କରିବା ନିମନ୍ତେ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ, 11 କାରଣ ତାଙ୍କ ଯୋଗୁଁ ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ ।

12 ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମକୁ ଆସୁଅଛନ୍ତି ବୋଲି ଶୁଣି 13 ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା । ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା । 14 ଆଉ, ଯୀଶୁ ଗୋଟିଏ ଗର୍ଦ୍ଦଭ ଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖା ଅଛି, 15 ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭ ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି । 16 ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହି ସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା । 17 ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ । 18 ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ । 19 ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି ।

20 ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍‍ ଲୋକ ଥିଲେ । 21 ସେମାନେ ଗାଲିଲୀସ୍ଥ ବେଥ୍‍ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା । 22 ଫିଲିପ୍ପ ଯାଇ ଆନ୍ଦ୍ରୀୟଙ୍କୁ କହିଲେ, ପୁଣି, ଆନ୍ଦ୍ରୀୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ । 23 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ । 24 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ । 25 ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ । 26 କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ ।

27 ଏବେ ମୋହର ପ୍ରାଣ ଉଦ୍ବିଗ୍ନ ହୋଇଅଛି, ଆଉ ମୁଁ କ'ଣ କହିବି ? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର ? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି । 28 ପିତଃ, ଆପଣା ନାମ ମହିମାନ୍ୱିତ କର । ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ । 29 ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି । 30 ଯୀଶୁ ଉତ୍ତର ଦେଲେ, ମୋ' ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି । 31 ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ । 32 ଆଉ, ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି । 33 ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ । 34 ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ ? ଏହି ମନୁଷ୍ୟପୁତ୍ର କିଏ ? 35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି । ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥି ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ । 36 ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର । ଯୀଶୁ ଏହି ସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ ।

37 କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ, 38 ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି ? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି ? 39 ଏହି କାରଣରୁ ସେମାନେ ବିଶ୍ୱାସ କରି ପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି, 40 ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ । 41 ଯିଶାଇୟ ଏହି ସବୁ କହିଲେ, କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ । 42 ତଥାପି ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ, 43 କାରଣ ସେମାନେ ଈଶ୍ୱରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ ।

44 ଯୀଶୁ ଉଚ୍ଚସ୍ୱରରେ କହିଲେ, ଯେ ମୋ'ଠାରେ ବିଶ୍ୱାସ କରେ, ସେ ମୋ'ଠାରେ ବିଶ୍ୱାସ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ; 45 ଆଉ, ଯେ ମୋତେ ଦର୍ଶନ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଦର୍ଶନ କରେ । 46 ଯେ କେହି ମୋ'ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି । 47 କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି । 48 ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ । 49 କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କ'ଣ କହିବି ଓ କ'ଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି; 50 ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ । ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ ।



Translation Questions

John 12:1

ଯୀଶୁ ବେଥନିୟାକୁ କେବେ ଆସିଲେ ?

ସେ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନିୟାକୁ ଆସିଲେ [୧୨:୧] ।

ମରୀୟମ ରାତ୍ରିଭୋଜ ସମୟରେ କ'ଣ କଲେ ଯାହା ଯୀଶୁଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିଲା ?

ମରୀୟମ ଅଧ ସେର ଅତି ବହୁମୁଲ୍ୟ ଜଟାମାଂସୀ ତୈଳକୁ ନେଇ ଯୀଶୁଙ୍କ ପାଦରେ ଢ଼ାଳିଲେ ଏବଂ ତାହାଙ୍କ ଆପଣା କେଶ ଦ୍ଵାରା ତାହାଙ୍କ ପାଦ ପୋଛିଲେ [୧୨:୩] ।

John 12:4

ଯିହୂଦା ଇଷ୍କାରିୟୋତୀୟ, ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ କାହିଁକି ଅଭିଯୋଗ କଲେ ଯେ ତୈଳକୁ ବିକ୍ରୀ କରି ଟଙ୍କା ଦରିଦ୍ରମାନଙ୍କୁ ଦିଆଯିବା ଉଚିତ୍ ଥିଲା ?

ଯିହୂଦା ଏହା କହିଲେ, ଏହାର କାରଣ ନୁହେଁ ଯେ ସେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତିତ ଥିଲେ, କିନ୍ତୁ କାରଣ ସେ ଜଣେ ଚୋର ଥିଲେ: ତାହାଙ୍କ ଟଙ୍କାଥାଳିର ଦାୟିତ୍ଵ ଥିଲା ଏବଂ ସେଥିରେ ଯାହା ଥିଲା, ସେଥିରୁ ନିଜ ପାଇଁ କିଛି ନିଜ ପାଇଁ ନେଇପାରିବ [୧୨:୪-୬] ।

John 12:7

ଯୀଶୁ କିପରି ମରୀୟମଙ୍କ ତୈଳ ବ୍ୟବହାରକୁ ପ୍ରତିବାଦ କଲେ ?

ଯୀଶୁ କହିଲେ, "ଏହାକୁ ଛାଡିଦିଅ ଯାହା ସେ ମୋର ସମାଧି ଦିନ ନିମନ୍ତେ ରଖିପାରେ । ଦରିଦ୍ର ଲୋକମାନେ ସବୁବେଳେ ତୁମ୍ଭମାନଙ୍କ ସହିତ ଅଛନ୍ତି, କିନ୍ତୁ ମୁଁ ତୁମ୍ଭମାନଙ୍କ ସହିତ ସବୁବେଳେ ରହିବି ନାହିଁ [୧୨:୭-୮] ।

John 12:9

ବେଥନୀୟାରେ କାହିଁକି ଏକ ବୃହତ୍ ଜନଗହଳି ଜମା ହେଲେ ?

ସେମାନେ ଯୀଶୁଙ୍କ ନିମନ୍ତେ ଏବଂ ଲାଜାରକୁ ଦେଖିବା ପାଇଁ ଆସିଥିଲେ, ଯାହାକୁ ଯୀଶୁ ମୃତରୁ ଉଠାଇଥିଲେ [୧୨:୯] ।

କାହିଁକି ପ୍ରଧାନଯାଜକମାନେ ଲାଜାରକୁ ହତ୍ୟା କରିବାକୁ ଚାହୁଁଥିଲେ ?

ସେମାନେ ଲାଜାରକୁ ହତ୍ୟା କରିବାକୁ ଚାହୁଁଥିଲେ କାରଣ ତାହାର କାରଣରୁ ଅନେକ ଯିହୂଦୀମାନେ ଚାଲିଗଲେ ଏବଂ ଯୀଶୁଙ୍କୁ ବିଶ୍ଵାସ କଲେ [୧୨:୧୦-୧୧] ।

John 12:12

ଜନଗହଳି ପର୍ବ ସମୟରେ କ'ଣ କଲେ ଯେତେବେଳେ ସେମାନେ ଯୀଶୁଙ୍କୁ ଆସୁଥିବାର ଶୁଣିଲେ ?

ସେମାନେ ଖଜୁରୀ ବୃକ୍ଷର ଡାଳଗୁଡିକ ନେଲେ ଏବଂ ତାହାଙ୍କୁ ସାକ୍ଷ୍ୟାତ କରିବାକୁ ଗଲେ ଏବଂ ଉଚ୍ଚ ସ୍ଵରରେ କରି କହିଲେ, "ହୋଶାନ୍ନା'! ସେ ଧନ୍ୟ ଯିଏ ପ୍ରଭୁଙ୍କ ନାମରେ ଆସନ୍ତି, ଇସ୍ରାଏଲର ରାଜା" [୧୨:୧୩] ।

John 12:14

କେଉଁ ବିଷୟ ଯୀଶୁଙ୍କ ଶିଷ୍ୟମାନେ ପ୍ରଥମେ ବୁଝିପାରିଲେ ନାହିଁ କିନ୍ତୁ ଯୀଶୁ ଗୌରବାନ୍ଵିତ ହେଲା ପରେ ସେମାନେ ସ୍ମରଣ କଲେ ଯେ ସେମାନେ ତାହାଙ୍କ ସହିତ ଏହିଗୁଡିକ କଲେ ?

ଶିଷ୍ୟମାନେ ଏହା ସ୍ମରଣ କଲେ ଯେ ଏହା ଯୀଶୁଙ୍କ ବିଷୟରେ ଲେଖାଯାଇଥିଲା, "ଭୟ କର ନାହିଁ, ସିୟୋନର କନ୍ୟା, ଦେଖ ତୁମ୍ଭ ରାଜା ଆସୁଅଛନ୍ତି, ଗର୍ଦ୍ଦଭଶାବକ ଉପରେ ଆରୋହଣ କରି ଆସୁଛନ୍ତି [୧୨:୧୩-୧୬] ।

John 12:17

ଜନଗହଳି କାହିଁକି ପର୍ବ ସମୟରେ ଯୀଶୁଙ୍କୁ ସାକ୍ଷ୍ୟାତ କରିବାକୁ ଗଲେ ?

ସେମାନେ ଯୀଶୁଙ୍କୁ ସାକ୍ଷ୍ୟାତ କରିବାକୁ ଗଲେ କାରଣ ସେମାନେ ସାକ୍ଷ୍ୟ୍ୟମାନଙ୍କଠାରୁ ଶୁଣିଥିଲେ ଯେ ଯୀଶୁ ଲାଜାରଙ୍କୁ ସମାଧିରୁ ଡାକିଲେ ଏବଂ ତାହାଙ୍କୁ ମୃତ୍ୟୁରୁ ଉଠାଇଲେ [୧୨:୧୭-୧୮] ।

John 12:23

ଆନ୍ଦ୍ରିୟ ଏବଂ ଫିଲିପ୍ପପ ଯୀଶୁଙ୍କୁ କେତେକ ଗ୍ରୀକ୍ ଲୋକମାନେ ଦେଖିବାକୁ ଚାହୁଁଥିଲେ ବୋଲି କହିଲା ପରେ ଯୀଶୁ ହଠାତ୍ କ'ଣ କହିଲେ ?

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ଏବଂ କହିଲେ, "ମନୁଷ୍ୟପୁତ୍ର ମହିମାନ୍ଵିତ ହେବାର ସମୟ ଉପସ୍ଥିତ ହୋଇଅଛି....." [୧୨:୨୩] ।

ଗହମ ବୀଜ ଯଦି ମୃତ୍ତିକାରେ ପଡେ ଏବଂ ମରେ, ତେବେ କ'ଣ ହେବ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ଯଦି ଏହା ମରେ ତେବେ ବହୁତ ଫଳ ଫଳିବ [୧୨:୨୪] ।

John 12:25

ଯୀଶୁ କ'ଣ କହିଲେ ଯଦି ଜଣେ ଯିଏ ଏହି ଜଗତରେ ତାହାର ପ୍ରାଣକୁ ପ୍ରେମ କରେ ଏବଂ ଅନ୍ୟ ଜଣକୁ ଘୃଣା କରେ, ତେବେ କ'ଣ ହେବ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯଦି ଜଣେ ତାହାର ପ୍ରାଣକୁ ପ୍ରେମ କରେ ସେ ତାହା ହରାଇବ, କିନ୍ତୁ ଜଣେ ଏହି ଜଗତରେ ଯିଏ ଆପଣା ପ୍ରାଣକୁ ଘୃଣା କରେ ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିଵ [୧୨:୨୫] ।

କ'ଣ ଘଟିଥାଏ ଯଦି କେହି ଜଣେ ଯୀଶୁଙ୍କୁ ସେବା କରନ୍ତି ?

ପିତା ତାହାଙ୍କୁ ଆଦର କରିବେ [୧୨:୨୬] ।

John 12:27

କ'ଣ ହେଲା ଯେତେବେଳେ ଯୀଶୁ କହିଲେ, "ପିତା, ଆପଣଙ୍କ ନାମ ମହିମାନ୍ଵିତ କର"?

ଏକ ବାଣୀ ଆକାଶରୁ ହେଲା ଏବଂ କହିଲା, "ମୁଁ ମହିମାନ୍ଵିତ କରିଅଛି ଏବଂ ପୁନର୍ବାର ମହିମାନ୍ଵିତ କରିବି" [୧୨:୨୮] ।

John 12:30

ଆକାଶରୁ ବାଣୀ ହେବାର କାରଣ କ'ଣ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ, "ମୋହର ନିମନ୍ତେ ଏହି ବାଣୀ ହୋଇନାହିଁ, ବରଂ ଆପଣମାନଙ୍କ (ଯିହୂଦୀମାନେ) ନିମନ୍ତେ ହୋଇଅଛି [୧୨:୩୦] ।

ବର୍ତ୍ତମାନ କ'ଣ ଘଟିବାକୁ ଯାଉଅଛି ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ, "ବର୍ତ୍ତମାନ ଜଗତର ବିଚାର ଉପସ୍ଥିତ: ବର୍ତ୍ତମାନ ଏହି ଜଗତର ଅଧିପତିକୁ ବାହାର କରାଯିବ [୧୨:୩୧] ।

John 12:32

ଯୀଶୁ କାହିଁକି କହିଲେ, "ଏବଂ ଯଦି ମୁଁ ଜଗତରୁ ଉତ୍ଥିତ ହେଲା ପରେ, ସମସ୍ତ ଲୋକମାନଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି" ।

ଯୀଶୁ ତାହାଙ୍କ ମୃତ୍ୟୁ କେଉଁ ପ୍ରକାର ହେବ, ତାହାର ସୂଚନା ଦେଇ କହିଲେ [୧୨:୩୩] ।

John 12:34

ଯେତେବେଳେ ଜନଗହଳି ପଚାରିଲେ, "ଆପଣ କିପରି କହିପାରନ୍ତି, 'ମନୁଷ୍ୟପୁତ୍ର ଉର୍ଦ୍ଧ୍ୱକୁ ଉତ୍ଥିତ ହେବେ' ? ଏହି ମନୁଷ୍ୟପୁତ୍ର କିଏ ? "ଯୀଶୁ ସିଧାସଳଖ ଭାବେ ଉତ୍ତର ଦେଲେ କି ?

ନୁହଁ, ସେ ସିଧାସଳଖ ଭାବେ ସେମାନଙ୍କ ଉତ୍ତର ଦେଲେ ନାହିଁ [୧୨:୩୫-୩୬] ।

ଯୀଶୁ ଆଲୋକ ବିଷୟରେ କ'ଣ କହିଲେ ?

ଯୀଶୁ କହିଲେ, ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି । ଯେତେବେଳେ ପର୍ଯ୍ୟନ୍ତ ଜ୍ୟୋତିଃ ତୁମ୍ଭମାନଙ୍କ ସହିତ ଅଛି, ଗମନାଗମନ କର........." ସେ ଆଉ କହିଲେ, "ଯେତେବେଳେ ଜ୍ୟୋତିଃ ତୁମ୍ଭମାନଙ୍କ ଠାରେ ଅଛି, ଜ୍ୟୋତିଃଠାରେ ବିଶ୍ଵାସ କର ଯେପରି ତୁମ୍ଭେମାନେ ଜ୍ୟୋତିଃର ସନ୍ତାନମାନେ ହୋଇପାରିବ [୧୨:୩୫-୩୬] ।

John 12:37

କାହିଁକି ଲୋକମାନେ ଯୀଶୁଙ୍କୁ ବିଶ୍ଵାସ କଲେ ନାହିଁ ?

ସେମାନେ ବିଶ୍ଵାସ କଲେ ନାହିଁ ଯେପରି ଯିଶାଇୟ ଭବିଷ୍ୟତବକ୍ତା'ଙ୍କ ବାଣୀ ସଫଳ ହେବ, ଯେପରି ସେ କହିଲେ : "ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ଵାସ କରିଅଛି ?ଏବଂ କାହା ନିକଟରେ ପ୍ରଭୁଙ୍କ ବାହୁ ପ୍ରକାଶିତ ହୋଇଅଛି ?"[୧୨:୩୭-୩୮] ।

John 12:39

କାହିଁକି ଲୋକମାନେ ଯୀଶୁଙ୍କୁ ବିଶ୍ଵାସ କରିପାରୁ ନ ଥିଲେ ?

ସେମାନେ ଯୀଶୁଙ୍କୁ ବିଶ୍ଵାସ କରିପାରୁ ନ ଥିଲେ କାରଣ ଯେପରି ଯିଶାଇୟ କହିଲେ, "ସେ ସେମାନଙ୍କ ଚକ୍ଷୁଗୁଡିକୁ ଅନ୍ଧ କରିଦେଇଅଛି ଏବଂ ସେ ସେମାନଙ୍କ ହୃଦୟଗୁଡିକୁ କଠିନ କରିଅଛି; ନହେଲେ ସେମାନେ ସେମାନଙ୍କ ଚକ୍ଷୁଗୁଡିକ ଦ୍ଵାରା ଦେଖିବେ ଏବଂ ସେମାନଙ୍କ ହୃଦୟଗୁଡିକ ଦ୍ଵାରା ବୁଝିବେ, ଏବଂ ଫେରିବେ, ଏବଂ ମୁଁ ସେମାନଙ୍କୁ ସୁସ୍ଥ କରିବି" ।[୧୨:୩୯-୪୦] ।

John 12:41

କାହିଁକି ଯିଶାଇୟ ଏହି ବିଷୟଗୁଡିକ କହିଲା ?

ସେ ଏହି ବିଷୟଗୁଡିକ କହିଲେ କାରଣ ସେ ଯୀଶୁଙ୍କ ମହିମାକୁ ଦେଖିଲେ [୧୨:୪୧] ।

କାହିଁକି ଶାସକମାନେ ସ୍ୱୀକାର କରୁ ନ ଥିଲେ ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରୁଥିଲେ ?

ସେମାନେ ସ୍ୱୀକାର କରିଲେ ନାହିଁ କାରଣ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ ଏବଂ ଯେପରି ସେମାନଙ୍କୁ ଆରାଧନାଳୟରୁ ମନା ନ କରାଯାଏ । ସେମାନେ ଈଶ୍ଵରଙ୍କଠାରୁ ଆସୁଥିବା ଗୌରବ ଅପେକ୍ଷା ଲୋକମାନଙ୍କରଠାରୁ ପ୍ରଶଂସାକୁ ପ୍ରେମ କରୁଥିଲେ ।[୧୨:୪୨-୪୩] ।

John 12:44

ଯୀଶୁ ଆପଣା ଏବଂ ତାହାଙ୍କ ପିତାଙ୍କ ବିଷୟରେ କ'ଣ ଧାରଣା ପ୍ରକାଶ କରନ୍ତି ?

ଯୀଶୁ କହିଲେ, "ଜଣେ ଯିଏ ମୋ'ଠାରେ ବିଶ୍ଵାସ କରେ, ମୋ'ଠାରେ କେବଳ ବିଶ୍ଵାସ କରେ ନାହିଁ କିନ୍ତୁ ତାହାଙ୍କୁ ବିଶ୍ଵାସ କରେ ଯିଏ ମୋତେ ପଠାଇଅଛନ୍ତି, ଏବଂ ଜଣେ ଯିଏ ମୋତେ ଦେଖିଅଛି ତାହାଙ୍କୁ ଦେଖିଅଛି ଯିଏ ମୋତେ ପଠାଇଅଛନ୍ତି ।[୧୨:୪୪-୪୫] ।

John 12:46

ଯୀଶୁ କ'ଣ କହିଲେ ଯେ ସେ ଏହି ଜଗତରେ କ'ଣ କରିବାକୁ ଆସିଛନ୍ତି ?

ଯୀଶୁ କହିଲେ ସେ ଏହି ଜଗତକୁ ରକ୍ଷା କରିବାକୁ ଆସିଛନ୍ତି [୧୨:୪୭] ।

John 12:48

କ'ଣ ସେମାନଙ୍କୁ ବିଚାର କରିଵ ଯେଉଁମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରନ୍ତି ଏବଂ ଅହଂ ବାକ୍ୟକୁ ଗ୍ରହଣ କରନ୍ତି ନାହିଁ ?

ଯୀଶୁ କହିଥିବା ବାକ୍ୟ ସମସ୍ତଙ୍କୁ ବିଚାର କରିଵ ଯେଉଁମାନେ ଶେଷକାଳରେ ତାହାଙ୍କୁ ଅଗ୍ରାହ୍ୟ କରିବେ । [୧୨:୪୮] ।

ଯୀଶୁ କ'ଣ ଆପଣାଠାରୁ କହିଲେ କି ?

ନୁହେଁ, ପିତା ଯିଏ ଯୀଶୁଙ୍କୁ ପଠାଇଥିଲେ କହିବାକୁ ଏବଂ ବ୍ୟକ୍ତ କରିବାକୁ ଆଜ୍ଞା ଦେଲେ ।[୧୨:୪୯] ।

କାହିଁକି ଯୀଶୁ ଲୋକମାନଙ୍କୁ କହିଲେ ଯେପରି ପିତା ତାହାଙ୍କୁ କହିଥିଲେ ?

ଯୀଶୁ ଏହା କହିଲେ କାରଣ ସେ ଜାଣିଥିଲେ ଯେ ତାହାଙ୍କ ପିତାଙ୍କ ଆଜ୍ଞା ଅନନ୍ତକାଲୀନ ଜୀବନ ଅଟେ । [୧୨:୫୦] ।


Chapter 13

1 ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ । 2 ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା, 3 ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ୱରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ୱରଙ୍କ ନିକଟକୁ ଯାଉଅଛନ୍ତି, 4 ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ । 5 ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ । 6 କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋର ପାଦ ଧୋଇ ଦେଉଅଛନ୍ତି ? 7 ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ । 8 ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋର ପାଦ ଧୋଇଦେବେ ନାହିଁ । ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋ' ସହିତ ତୁମ୍ଭର କୌଣସି ଅଂଶ ନାହିଁ । 9 ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ । 10 ଯୀଶୁ ତାଙ୍କୁ କହିଲେ, ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ । 11 କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ । 12 ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପ୍ରତି କ'ଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ ? 13 ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି । 14 ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ । 15 କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି । 16 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ । 17 ଯଦି ତୁମ୍ଭେମାନେ ଏହି ସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ । 18 ମୁଁ ତୁମ୍ଭ ସମସ୍ତଙ୍କ ସମ୍ବନ୍ଧରେ କହୁ ନାହିଁ; କେଉଁ ପ୍ରକାର ଲୋକମାନଙ୍କୁ ମୁଁ ମନୋନୀତ କରିଅଛି, ତାହା ମୁଁ ଜାଣେ; କିନ୍ତୁ ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିପାଇଁ ଏହିପରି ଘଟୁଅଛି, ଯେ ମୋହର ଅନ୍ନ ଖାଏ, ସେ ମୋହର ବିରୁଦ୍ଧରେ ଗୋଇଠା ଉଠାଇଲା । 19 ତାହା ଘଟିବା ସମୟରେ, ମୁଁ ସେହି ଅଟେ ବୋଲି ତୁମ୍ଭେମାନେ ଯେପରି ବିଶ୍ୱାସ କର, ଏଥି ନିମନ୍ତେ ତାହା ଘଟିବା ପୂର୍ବେ ମୁଁ ବର୍ତ୍ତମାନ ତୁମ୍ଭମାନଙ୍କୁ କହୁଅଛି । 20 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ପ୍ରେରିତ ବ୍ୟକ୍ତିଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ ।

21 ଯୀଶୁ ଏହି ସମସ୍ତ କଥା କହିଲା ଉତ୍ତାରେ ଆତ୍ମାରେ ଉଦ୍ବିଗ୍ନ ହେଲେ ଓ ସାକ୍ଷ୍ୟ ଦେଇ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ। 22 ସେ କାହା ସମ୍ବନ୍ଧରେ କହିଲେ, ସେ ବିଷୟରେ ହତବୁଦ୍ଧି ହୋଇ ଶିଷ୍ୟମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ । 23 ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ - ଯାହାକୁ ଯୀଶୁ ପ୍ରେମ କରୁଥିଲେ - ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ । 24 ଅତଏବ, ଶିମୋନ ପିତର ତାଙ୍କୁ ସଙ୍କେତ କରି କହିଲେ, ସେ କାହା ସମ୍ବନ୍ଧରେ କହୁଅଛନ୍ତି, ତାହା କୁହ । 25 ସେ ସେହି ପ୍ରକାର ବସିଥାଇ ଯୀଶୁଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି ତାହାଙ୍କୁ ପଚାରିଲେ, ପ୍ରଭୁ, ସେ କିଏ ? 26 ତେଣୁ ଯୀଶୁ ଉତ୍ତର ଦେଲେ, ଯାହା ନିମନ୍ତେ ମୁଁ ଏହି ରୁଟିଖଣ୍ଡକ ବୁଡ଼ାଇବି ଓ ଯାହାକୁ ତାହା ଦେବି, ସେ । ତହିଁରେ ସେ ସେହି ରୁଟିଖଣ୍ଡକ ବୁଡ଼ାଇ ତାହା ଘେନି ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଦେଲେ । 27 ସେ ରୁଟିଖଣ୍ଡକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା । ସେଥିରେ ଯୀଶୁ ତାକୁ କହିଲେ, ଯାହା କରୁଅଛ, ତାହା ଶୀଘ୍ର କର । 28 କିନ୍ତୁ ସେ କି ଉଦ୍ଦେଶ୍ୟରେ ତାକୁ ଏହି କଥା କହିଥିଲେ, ତାହା ଭୋଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ କେହି ଜାଣିଲେ ନାହିଁ । 29 କାରଣ ଯିହୂଦା ନିକଟରେ ଟଙ୍କାଥଳୀ ଥିବାରୁ, ପର୍ବ ନିମନ୍ତେ ଯାହା ଯାହା ପ୍ରୟୋଜନ, ତାହା କ୍ରୟ କରିବାକୁ କିମ୍ବା ଦରିଦ୍ରମାନଙ୍କୁ କିଛି ଦାନ କରିବାକୁ ଯୀଶୁ ତାକୁ କହିଲେ ବୋଲି କେହି କେହି ମନେ କଲେ ।

30 ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ । 31 ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ୱର ମହିମାନ୍ୱିତ ହେଲେ । 32 ଯଦି ଈଶ୍ୱର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ୱର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ । 33 ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି । ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୂଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି । 34 ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର । 35 ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଵାରା ଜ୍ଞାତ ହେବେ ।

36 ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁଠାକୁ ଯାଉଅଛନ୍ତି ? ଯୀଶୁ ଉତ୍ତର ଦେଲେ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ । 37 ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି । 38 ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ମୋ' ନିମନ୍ତେ ନିଜ ପ୍ରାଣ ଦେବ ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ ।



Translation Questions

John 13:1

ଯୀଶୁ କେତେ ଦୀର୍ଘ ସମୟ ନିଜ ଲୋକମାନଙ୍କୁ ପ୍ରେମ କଲେ ?

ସେ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରେମ କଲେ । [୧୩:୧]

ଶୟତାନ ଯିହୂଦା ଇଷ୍କାରିୟୋତିୟକୁ କ'ଣ କଲା ?

ଶୟତାନ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ପାଇଁ ଯିହୂଦାର ହୃଦୟରେ କାର୍ଯ୍ୟ କଲା ।[୧୩:୨]

John 13:3

ପିତା ଯୀଶୁଙ୍କୁ କ'ଣ ଦେଇଥିଲେ ?

ପିତା ସମସ୍ତ ବିଷୟ ଯୀଶୁଙ୍କ ହସ୍ତରେ ସମର୍ପଣ କରିଛନ୍ତି [୧୩:୩] ।

ଯୀଶୁ କେଉଁଠାରୁ ଆସିଥିଲେ ଏବଂ କେଉଁଠାକୁ ଯାଉଥିଲେ ?

ଯୀଶୁ ଈଶ୍ଵରଙ୍କଠାରୁ ଆସିଥିଲେ ଏବଂ ଈଶ୍ଵରଙ୍କ ନିକଟକୁ ଯାଉଥିଲେ [୧୩:୩] ।

ଯେତେବେଳେ ସେ ରାତ୍ରିଭୋଜରୁ ଉଠିଲା ପରେ ଯୀଶୁ କ'ଣ କଲେ ?

ସେ ଆପଣା ବସ୍ତ୍ର କାଢିନେଲେ, ଏକ ଗାମୁଛା ଘେନି ଆପଣା କଟୀ ବାନ୍ଧିଲେ, ଏକ ପାତ୍ରରେ ଜଳ ଢାଲିଲେ ଏବଂ ଶିଷ୍ୟମାନଙ୍କର ପାଦ ଧୋଇବାକୁ ଏବଂ ଗାମୁଛା ସହିତ ପୋଛିବାକୁ ଆରମ୍ଭ କଲେ [୧୩:୪-୫] ।

John 13:6

ଯୀଶୁ କ'ଣ କହିଲେ ଯେତେବେଳେ ପିତର ଯୀଶୁଙ୍କୁ ତାହାଙ୍କ ପାଦ ଧୋଇବାକୁ ମନା କଲେ ?

ଯୀଶୁ କହିଲେ, "ଯଦି ମୁଁ ଧୌତ ନ କରେ, ତୁମ୍ଭର ମୋ' ସହିତ କୌଣସି ସମ୍ପର୍କ ନାହିଁ" [୧୩:୮] ।

John 13:10

କାହିଁକି ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, "ସମସ୍ତ ଶୁଚି ନୁହଁ" ?

ଯୀଶୁ ଏହା କହିଲେ କାରଣ ତାହାଙ୍କୁ ବିଶ୍ଵାସଘାତ କରିବାକୁ ଯାଉଥିବାର ବୋଲି ସେ ଜାଣିଲେ ।[୧୩:୧୧]

John 13:12

କାହିଁକି ଯୀଶୁ ଶିଷ୍ୟମାନଙ୍କର ପାଦକୁ ଧୋଇଲେ ?

ଯୀଶୁ ଶିଷ୍ୟମାନଙ୍କୁ ଏକ ଉଦାହରଣ ଦେବା ପାଇଁ ଶିଷ୍ୟମାନଙ୍କ ପାଦକୁ ଧୋଇଲେ ଯେପରି ସେମାନେ ସେପରି କରିବା ଉଚିତ୍ ଯେପରି ସେ ସେମାନଙ୍କ ପାଇଁ କଲେ [୧୩:୧୪-୧୫] ।

John 13:16

କ'ଣ ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ଅଟେ କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ଅଟନ୍ତି କି ?

ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହନ୍ତି ଏବଂ ପ୍ରେରିତ ପ୍ରେରକଠାରୁ ଶ୍ରେଷ୍ଠ ନୁହନ୍ତି [୧୩:୧୬] ।

କିଏ ଯୀଶୁଙ୍କ ବିରୁଦ୍ଧରେ ଆପଣା ଗୋଇଠା ଉଠାଇଲା ?

ଜଣେ ଯିଏ ଯୀଶୁଙ୍କ ରୁଟି ଖାଇଲା ବ୍ୟକ୍ତି ଯୀଶୁଙ୍କ ବିରୁଦ୍ଧରେ ଗୋଇଠା ଉଠାଇଲା [୧୩:୧୮] ।

John 13:19

କାହିଁକି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, "ଆପଣମାନେ ସମସ୍ତ ଶୁଚି ନୁହଁ" ଏବଂ "ସେ ଯିଏ ମୋହର ରୁଟି ଖାଏ ମୋର ବିରୁଦ୍ଧରେ ଗୋଇଠା ଉଠାଇଲା" ?

ଯୀଶୁ ଏହା ଘଟିବା ପୂର୍ବରୁ ସେମାନଙ୍କୁ କହିଲେ ଯେପରି ଯେତେବେଳେ ଏହା ଘଟିଲା ସେମାନେ ବିଶ୍ଵାସ କରିପାରିଲେ ସେ ଆମ୍ଭେ ଅଟନ୍ତି [୧୩:୧୯] ।

ଆପଣମାନେ କାହାକୁ ଗ୍ରହଣ କରିବ ଯଦି ଆପଣ ଯୀଶୁଙ୍କୁ ଗ୍ରହଣ କରିଥାଅ ?

ଯଦି ଆପଣମାନେ ଯୀଶୁଙ୍କୁ ଗ୍ରହଣ କର ଆପଣମାନେ ତାହାଙ୍କୁ ଗ୍ରହଣ କର ଯାହାକୁ ସେ ପଠାନ୍ତି ଏବଂ ଆପଣମାନେ ତାହାଙ୍କୁ ଗ୍ରହଣ ଯିଏ ଯୀଶୁଙ୍କୁ ପଠାଇଅଛନ୍ତି [୧୩:୨୦] ।

John 13:23

ଯୀଶୁ କେତେବେଳେ କହିଲେ ଯେ ସେମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବେ, ଶିମୋନ ପିତର କ'ଣ କଲେ ?

ଶିମୋନ ପିତର ସେହି ଶିଷ୍ୟ ଆଡକୁ ଯାହାକୁ ଯୀଶୁ ପ୍ରେମ କରୁଥିଲେ, ବୁଲିପଡିଲେ ଏବଂ କହିଲେ, "ସେ କାହା ସମ୍ବନ୍ଧରେ କହୁଛନ୍ତି ଆମ୍ଭମାନଙ୍କୁ କୁହ" [୧୩:୨୪] ।

John 13:26

ଯୀଶୁ କିପରି ପ୍ରତିଉତ୍ତର ଦେଲେ ଯେତେବେଳେ ଶିଷ୍ୟ ଯାହାକୁ ଯୀଶୁ ପ୍ରେମ କରୁଥିଲେ ଯୀଶୁଙ୍କୁ ପଚାରିଲେ ଯେ କିଏ ଯୀଶୁଙ୍କୁ ବିଶ୍ଵାସଘାତ କରିବାକୁ ଯାଉଛନ୍ତି ?

ଯୀଶୁ ଉତ୍ତର ଦେଲେ, "ଯାହା ନିମନ୍ତେ ଏହି ରୁଟି ଖଣ୍ଡକ ବୁଡାଇବି ଏବଂ ଯାହାକୁ ଦେବି, ସେ ଅଟେ "ତା'ପରେ ଯୀଶୁ ରୁଟିକୁ ବୁଡାଇଲେ ଏବଂ ଯିହୂଦା, ଶିମୋନ ଇଷ୍କାରିୟୋତିୟକୁ ଦେଲେ [୧୩:୨୬] ।

ଯିହୂଦାକୁ କ'ଣ ହେଲା ଏବଂ ଯୀଶୁ ଯିହୂଦାକୁ ରୁଟି ଖଣ୍ଡ ଦେଲା ପରେ ସେ କ'ଣ କଲା ?

ଯିହୂଦା ରୁଟିକୁ ନେଲା ପରେ, ଶୟତାନ ତା'ର ହୃଦୟକୁ ପ୍ରବେଶ କଲା ଏବଂ ସେ ସଙ୍ଗେ ସଙ୍ଗେ ଚାଲିଗଲା ।[୧୩:୨୭,୩୦]

John 13:31

କିପରି ଈଶ୍ଵର ମହିମାନ୍ଵିତ ହେଲେ ?

ଈଶ୍ଵର ମନୁଷ୍ୟ ପୁତ୍ର ଦ୍ଵାରା ଗୌରବାନ୍ଵିତ ହେବାକୁ ଯାଉଥିଲେ ଯେତେବେଳେ ମନୁଷ୍ୟ ପୁତ୍ର ମହିମାନ୍ଵିତ ହେଲେ ଯେଉଁଦ୍ଵାରା ଈଶ୍ଵର ମହିମାନ୍ଵିତ ହେଲେ । [୧୩:୨୧]

John 13:34

କେଉଁ ନୂତନ ଆଜ୍ଞା ଯୀଶୁ ଶିଷ୍ୟମାନଙ୍କୁ ଦେଲେ ?

ନୂତନ ଆଜ୍ଞା ଏହା ଥିଲା ଯେ ସେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍ ଯେପରି ଯୀଶୁ ସେମାନଙ୍କୁ ପ୍ରେମ କଲେ । [୧୩:୩୪] ।

ଯୀଶୁ କ'ଣ ହେବ ବୋଲି କହିଲେ ଯଦି ତାହାଙ୍କ ଶିଷ୍ୟମାନେ ପରସ୍ପରକୁ ପ୍ରେମ କରିବା ଆଜ୍ଞା ପାଳନ କରନ୍ତି ପାଳନ କରନ୍ତି ?

ଯୀଶୁ କହିଲେ ଯେ ସେମାନେ ଏହି ଆଜ୍ଞା ପାଳନ କରିବା ଦ୍ଵାରା ସମସ୍ତ ଲୋକମାନେ ଏହା ଜାଣିବେ ଯେ ସେମାନେ ତାହାଙ୍କ ଶିଷ୍ୟ ଥିଲେ ।[୧୩:୩୫]

ଯୀଶୁ କେଉଁଠାକୁ ଯାଉଥିଲେ ବୋଲି ଯେତେବେଳେ ଯୀଶୁ କହିଲେ, "ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ଆସିପାରିବ ନାହିଁ" ବୋଲି କ'ଣ ଶିମୋନ ପିତର ବୁଝିଥିଲେ ?

ନୁହଁ, ଶିମୋନ ପିତର ବୁଝିନଥିଲେ କାରଣ ସେ ଯୀଶୁଙ୍କୁ ପଚାରିଲେ, "ପ୍ରଭୁ, ଆପଣ କେଉଁଠାକୁ ଯାଉଛନ୍ତି" [୧୩:୩୩,୩୬] ।

John 13:38

ଯୀଶୁ କିପରି ଉତ୍ତର ଦେଲେ ଯେତେବେଳେ ଶିମୋନ ପିତର ପଚାରିଲେ, "ମୁଁ ଆପଣମାନଙ୍କ ନିମନ୍ତେ ନିଜ ପ୍ରାଣ ଦେବି" ?

ଯୀଶୁ ଉତ୍ତର ଦେଲେ, "କ'ଣ ତୁମ୍ଭେ ତୁମ୍ଭ ପ୍ରାଣ ମୋ' ନିମନ୍ତେ ଦେବ ? ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, କୁକୁଡା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ [୧୩:୩୮] ।


Chapter 14

1 ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କର, ମୋ'ଠାରେ ମଧ୍ୟ ବିଶ୍ୱାସ କର । 2 ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି; 3 ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି । 4 ପୁଣି, ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତାହାର ପଥ ତୁମ୍ଭେମାନେ ଜାଣ । 5 ଥୋମା ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହିଁ; ପଥ ବା କିପରି ଜାଣି ପାରୁ ? 6 ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ । 7 ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ । 8 ଫିଲିପ୍ପ ତାହାଙ୍କୁ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ, ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ । 9 ଯୀଶୁ ତାହାଙ୍କୁ କହିଲେ, ଫିଲିପ୍ପ, ଏତେକାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କ'ଣ ମୋତେ ଜାଣିଲ ନାହିଁ ? ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି; ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ ବୋଲି ତୁମ୍ଭେ କିପରି କହୁଅଛ ? 10 ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ଏକଥା କ'ଣ ବିଶ୍ୱାସ କରୁ ନାହଁ ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହି ସବୁ ମୋ' ନିଜରୁ କହେ ନାହିଁ, କିନ୍ତୁ ପିତା ମୋ'ଠାରେ ଥାଇ ଆପଣା କର୍ମ କରୁଅଛନ୍ତି । 11 ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର । 12 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ'ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହି ସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ‍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି । 13 ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି । 14 ଯଦି ତୁମ୍ଭେମାନେ ମୋ' ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି ।

15 ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ । 16 ଆଉ, ମୁଁ ପିତାଙ୍କୁ ନିବେଦନ କରିବି, ପୁଣି, ତୁମ୍ଭମାନଙ୍କ ସାଙ୍ଗରେ ଅନନ୍ତକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ, 17 ଅର୍ଥାତ୍‍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ । ଜଗତ ତାହାଙ୍କୁ ଗ୍ରହଣ କରି ପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ; ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି, ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ । 18 ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି । 19 ଅଳ୍ପମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ; ମାତ୍ର ତୁମ୍ଭେମାନେ ମୋତେ ଦେଖିବ, କାରଣ ମୁଁ ଜୀବିତ, ଆଉ ତୁମ୍ଭେମାନେ ମଧ୍ୟ ଜୀବିତ ରହିବ । 20 ମୁଁ ଯେ ମୋହର ପିତାଙ୍କଠାରେ ପୁଣି, ତୁମ୍ଭେମାନେ ଯେ ମୋ'ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ଅଛି, ଏହା ସେ ଦିନ ତୁମ୍ଭେମାନେ ଜାଣିବ । 21 ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି । 22 ଯିହୂଦା (ଇଷ୍କାରିୟୋତୀୟ ନୁହେଁ) ତାହାଙ୍କୁ କହିଲେ, ହେ ପ୍ରଭୁ, କ'ଣ ହେଲା ଯେ, ଆପଣ ଜଗତ ନିକଟରେ ଆପଣାକୁ ପ୍ରକାଶ ନ କରି ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି ? 23 ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା । 24 ଯେ ମୋତେ ପ୍ରେମ କରେ ନାହିଁ, ସେ ମୋହର ବାକ୍ୟ ପାଳନ କରେ ନାହିଁ, ଆଉ ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣୁଅଛ, ତାହା ମୋହର ନୁହେଁ, ମାତ୍ର ମୋହର ପ୍ରେରଣକର୍ତ୍ତା ପିତାଙ୍କର । 25 ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଥାଉ ଥାଉ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଲି । 26 କିନ୍ତୁ ସେହି ସାହାଯ୍ୟକାରୀ, ଅର୍ଥାତ୍‍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ' ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହି ସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ । 27 ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି; ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁ ନାହିଁ । ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ । 28 ମୁଁ ଯେ ଯାଉଅଛି ଓ ତୁମ୍ଭମାନଙ୍କ ନିକଟକୁ ପୁଣି, ଆସୁଅଛି, ମୋହର ଏହି କଥା ତ ଶୁଣିଅଛ । ଯଦି ତୁମ୍ଭେମାନେ ମୋତେ ପ୍ରେମ କରୁଥାଆନ୍ତ, ତାହାହେଲେ ମୁଁ ମୋହର ପିତାଙ୍କ ନିକଟକୁ ଯାଉଅଛି ବୋଲି ଆନନ୍ଦ କରିଥାଆନ୍ତ, କାରଣ ପିତା ମୋ'ଠାରୁ ମହାନ‍ । 29 ଆଉ, ତାହା ଘଟିବା ସମୟରେ ତୁମ୍ଭେମାନେ ଯେପରି ବିଶ୍ୱାସ କରିବ, ଏଥି ନିମନ୍ତେ ତାହା ଘଟିବା ପୂର୍ବେ ମୁଁ ଏବେ ତୁମ୍ଭମାନଙ୍କୁ କହିଅଛି । 30 ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ କଥାବାର୍ତ୍ତା କରିବି ନାହିଁ, କାରଣ ଜଗତର ଅଧିପତି ଆସୁଅଛି; ଆଉ, ମୋ'ଠାରେ ତାହାର କିଛି ହିଁ ନାହିଁ; 31 କିନ୍ତୁ ମୁଁ ଯେ ପିତାଙ୍କୁ ପ୍ରେମ କରେ ଓ ପିତାଙ୍କ ଆଜ୍ଞାନୁସାରେ କର୍ମ କରେ, ଏହା ଯେପରି ଜଗତ ଜାଣି ପାରେ, ଏଥି ନିମନ୍ତେ ଏପରି ଘଟୁଅଛି । ଉଠ, ଆମ୍ଭେମାନେ ଏହି ସ୍ଥାନରୁ ଚାଲିଯାଉ ।



Translation Questions

John 14:1

ପିତାଙ୍କ ଗୃହରେ କ'ଣ ଅଛି ?

ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି [୧୪:୨] ।

ଯୀଶୁ ତା'ଙ୍କ ଶିଷ୍ୟମାନଙ୍କ ସହିତ କ'ଣ କରିବାକୁ ଯାଉଥିଲେ ?

ଯୀଶୁ ସେମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଥିଲେ । [୧୪:୩]

କାହିଁକି ଶିଷ୍ୟମାନଙ୍କ ହୃଦୟ ଉଦ୍‌ବିଘ୍ନ ହେବା ଉଚିତ୍ ନୁହଁ ?

ସେମାନଙ୍କ ହୃଦୟ ଉଦ୍‌ବିଘ୍ନ ହେବା ଉଚିତ୍ ନୁହଁ କାରଣ ଯୀଶୁ ସେମାନଙ୍କ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଏବଂ ଯୀଶୁ ସେମାନଙ୍କୁ ଆପଣା ନିକଟକୁ ଘେନିଯିବା ପାଇଁ ପୁନର୍ବାର ଆସିବେ ଯେପରି ସେମାନେ ମଧ୍ୟ ଯୀଶୁ ଯେଉଁସ୍ଥାନରେ ଅଛନ୍ତି, ରହିବେ । [୧୪:୧-୩]

John 14:4

ପିତାଙ୍କ ନିକଟକୁ ଆସିବା ପାଇଁ ଏକମାତ୍ର ପଥ କ'ଣ ଅଟେ ?

କେବଳ ଯୀଶୁଙ୍କ ଦ୍ଵାରା ପିତାଙ୍କ ନିକଟକୁ ଆସିପାରିବେ [୧୪:୬] ।

John 14:8

ଶିଷ୍ୟମାନଙ୍କ ନିମନ୍ତେ ଯଥେଷ୍ଟ ଅଟେ ବୋଲି ଫିଲିପ୍ପ ଯୀଶୁ କ'ଣ କହିଲେ ?

ଫିଲିପ୍ପ ଯୀଶୁଙ୍କୁ କହନ୍ତି, "ପ୍ରଭୁ ଆମ୍ଭମାନଙ୍କୁ ପିତାଙ୍କୁ ଦେଖାଅ, ଏବଂ ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ଅଟେ" । [୧୪:୮] ।

John 14:10

କ'ଣ ଯୀଶୁ ଶିଷ୍ୟମାନଙ୍କୁ ଆପଣା ବାକ୍ୟ କହୁଥିଲେ ?

ଯୀଶୁ ସେମାନଙ୍କୁ ଆପଣା ବାକ୍ୟ କହୁ ନ ଥିଲେ, ବରଂ, ପିତା ତାହାଙ୍କ ଠାରେ ଥାଇ, ଯିଏ ପିତାଙ୍କ କାମ କରୁଥିଲେ । [14:10]

ଯଦି ଅନ୍ୟ କୌଣସି କାରଣ ପାଇଁ ନୁହେଁ, କାହିଁକି ଯୀଶୁ କହିଲେ ଶିଷ୍ୟମାନେ ବିଶ୍ଵାସ କରିବା ଉଚିତ୍ ଯେ ଯୀଶୁ ପିତାଙ୍କ ଠାରେ ଏବଂ ପିତା ଯୀଶୁଙ୍କ ଠାରେ ଅଛନ୍ତି ?

ଯୀଶୁ କହନ୍ତି ସେମାନେ ଏହା ବିଶ୍ଵାସ କରିବା ଉଚିତ୍ ଯଦି ଅନ୍ୟ କୌଣସି କାରଣ ପାଇଁ ନୁହେଁ, ତେବେ ଯୀଶୁଙ୍କ କାର୍ଯ୍ୟ ଯୋଗୁଁ ଅଟେ । [14:11]

John 14:12

କାହିଁକି ଯୀଶୁ କହନ୍ତି ଶିଷ୍ୟମାନେ ତାହାଙ୍କ କାର୍ଯ୍ୟ ଠାରୁ ଅଧିକ ମହାନ୍ କାର୍ଯ୍ୟଗୁଡିକ କରିବେ ?

ଯୀଶୁ କହନ୍ତି ଶିଷ୍ୟମାନେ ଅଧିକ ମହତ୍ କାର୍ଯ୍ୟଗୁଡିକ କରିବେ କାରଣ ଯୀଶୁ ତାହାଙ୍କ ପିତାଙ୍କ ନିକଟକୁ ଯାଉଛନ୍ତି । [14:12]

ଶିଷ୍ୟମାନେ ତାହାଙ୍କ ନାମରେ ଯାହାକିଛି ନିବେଦନ କରନ୍ତି, ଯୀଶୁ କାହିଁକି ଉତ୍ତର ଦେବେ ?

ଯୀଶୁ ତାହା କରିବେ ଯେପରି ପିତା ପୁତ୍ରଙ୍କଠାରେ ରହି ମହିମାନ୍ଵିତ ହେବେ । [14:13]

John 14:15

ଯୀଶୁ କ'ଣ କରିବାକୁ କହନ୍ତି ଯଦି ତୁମ୍ଭେ ତାହାଙ୍କୁ ପ୍ରେମ କର ?

ଯୀଶୁ କହନ୍ତି ତୁମ୍ଭେ ତାହାଙ୍କ ଆଜ୍ଞାଗୁଡିକ ପାଳନ କର ଯଦି ତୁମ୍ଭେ ତାହାଙ୍କୁ ପ୍ରେମ କର । [14:15]

ଯୀଶୁ ସେହି ଅନ୍ୟ ସାହାଯ୍ୟକାରୀଙ୍କୁ କ'ଣ ବୋଲି ଡାକନ୍ତି ଯାହା ଶିଷ୍ୟମାନଙ୍କ ସହିତ ଚିରକାଳ ରହିବା ପାଇଁ ଦେବେ ?

ଯୀଶୁ ସେମାନଙ୍କୁ ସତ୍ୟର ଆତ୍ମା ବୋଲି ଡାକନ୍ତି । [14:17]

କାହିଁକି ଜଗତ ସତ୍ୟର ଆତ୍ମାକୁ ଗ୍ରହଣ କରିପାରେ ନାହିଁ ?

ଜଗତ ସତ୍ୟର ଆତ୍ମାକୁ ଗ୍ରହଣ କରିପାରେ ନାହିଁ କାରଣ ଏହ ତାହାଙ୍କୁ ଦେଖନ୍ତି କିମ୍ବା ଜାଣନ୍ତି ନାହିଁ । [14:17]

ସତ୍ୟର ଆତ୍ମା କେଉଁଠାରେ ରହନ୍ତି ବୋଲି ଯୀଶୁ କହନ୍ତି ?

ସତ୍ୟର ଆତ୍ମା ଶିଷ୍ୟମାନଙ୍କ ଠାରେ ରହନ୍ତି ବୋଲି ଯୀଶୁ କହନ୍ତି । [14:17]

John 14:21

ଯାହାଙ୍କ ଠାରେ ଯୀଶୁଙ୍କ ଆଜ୍ଞା ଅଛି ଏବଂ ପାଳନ କରନ୍ତି, ତାହାଙ୍କୁ କ'ଣ ହେବ ?

ସେହି ଲୋକମାନେ ଯୀଶୁ ଏବଂ ତାହାଙ୍କ ପିତାଙ୍କ ଦ୍ଵାରା ପ୍ରେମ କରାଯିବେ ଏବଂ ଯୀଶୁ ଆପଣାକୁ ସେ ଲୋକମାନଙ୍କୁ ପ୍ରକାଶ କରିବେ । [14:21]

John 14:25

ସାହାଯ୍ୟକାରୀ, ପବିତ୍ରଆତ୍ମା କ'ଣ କରନ୍ତି ଯେତେବେଳେ ପିତା ତାହାଙ୍କୁ ପଠାନ୍ତି ?

ସାହାଯ୍ୟକାରୀ, ପବିତ୍ରଆତ୍ମା ଶିଷ୍ୟମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ ଏବଂ ଯୀଶୁ ସେମାନଙ୍କୁ ଶିକ୍ଷା ଦେଇଥିବା ସମସ୍ତ ବିଷୟ ସେମାନଙ୍କ ସ୍ମରଣ କରାଇବେ । [14:26]

John 14:28

ଯୀଶୁ ସେମାନଙ୍କଠାରୁ ଦୂରକୁ ଯାଉଥିଲେ ଯେ କାହିଁକି ଶିଷ୍ୟମାନେ ଆନନ୍ଦ କରିବା ଉଚିତ୍ ?

ଯୀଶୁ କହିଲେ ସେମାନେ ଆନନ୍ଦ କରିବା ଉଚିତ୍ କାରଣ ଯୀଶୁ ପିତାଙ୍କ ନିକଟକୁ ଯାଉଥିଲେ ଏବଂ ଯେ ପିତା ଯୀଶୁଙ୍କଠାରୁ ମହାନ୍ ଅଟନ୍ତି । [14:28]

John 14:30

ସେ ଆଉ ଶିଷ୍ୟମାନଙ୍କ ସହିତ ଅଧିକ କଥା ହେବେ ନାହିଁ ବୋଲି ଯୀଶୁ କେଉଁ କାରଣ ଦିଅନ୍ତି ?

ଯୀଶୁ ଏହି କାରଣ ଦିଅନ୍ତି ଯେ ଜଗତର ଅଧିପତି ଆସୁଅଛନ୍ତି । [14:30]


Chapter 15

1 ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ । 2 ମୋ'ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି । 3 ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିଯୋଗୁଁ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ । 4 ମୋ'ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି । ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ'ଠାରେ ନ ରହିଲେ ଫଳ ଫଳି ପାର ନାହିଁ । 5 ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋ'ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋ' ବିନା ତୁମ୍ଭେମାନେ କିଛି କରି ପାର ନାହିଁ । 6 କେହି ଯେବେ ମୋ'ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ । 7 ଯଦି ତୁମ୍ଭେମାନେ ମୋ'ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ । 8 ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ । 9 ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ । 10 ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ । 11 ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥି ନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି । 12 ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା । 13 ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ । 14 ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ । 15 ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ କର୍ତ୍ତା କ'ଣ କରନ୍ତି, ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହି ସବୁ ତୁମ୍ଭମାନଙ୍କୁ ଜଣାଇଅଛି । 16 ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥି ନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି । ସେଥିରେ ତୁମ୍ଭେମାନେ ମୋ' ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ; 17 ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି ।

18 ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ । 19 ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥି ନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ । 20 ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର । ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ । 21 କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ । 22 ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହା- ହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରି ପାରନ୍ତି ନାହିଁ । 23 ଯେ ମୋତେ ଘୃଣା କରେ, ସେ ମୋର ପିତାଙ୍କୁ ମଧ୍ୟ ଘୃଣା କରେ । 24 ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହି ସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି । 25 ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ, ସେମାନଙ୍କ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏପରି ଘଟୁଅଛି । 26 ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋ' ବିଷୟରେ ସାକ୍ଷ୍ୟ ଦେବେ; 27 ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋ' ସହିତ ରହିଅଛ ।



Translation Questions

John 15:1

କିଏ ପ୍ରକୃତ ଦ୍ରାକ୍ଷାଲତା ଅଟନ୍ତି ?

ଯୀଶୁ ହିଁ ପ୍ରକୃତ ଦ୍ରାକ୍ଷାଲତା ଅଟନ୍ତି । [15:1]

କିଏ କୃଷକ ଅଟନ୍ତି ?

ପିତା କୃଷକ ଅଟନ୍ତି । [15:1]

ସେହି ଡାଳଗୁଡିକ ସହିତ ପିତା କ'ଣ କରନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଆନ୍ତି ?

ପିତା ସେହି ଡାଳଗୁଡିକୁ କାଟନ୍ତି ଯାହା ଫଳ ଉତ୍ପନ୍ନ କରେ ନାହିଁ ଏବଂ ସେ ପ୍ରତ୍ୟେକ ଡାଳଗୁଡିକୁ ଶୁଚି କରନ୍ତି ଯାହା ଫଳ ଉତ୍ପନ୍ନ କରେ ଯେପରି ତାହା ଅଧିକ ଫଳ ଉତ୍ପନ୍ନ କରିବ । [15:2]

John 15:3

କାହିଁକି ଶିଷ୍ୟମାନେ ଶୁଚି ଅଟନ୍ତି ?

ସେମାନେ ଶୁଚି ଅଟନ୍ତି କାରଣ ଯୀଶୁ ସେମାନଙ୍କୁ ସମ୍ବାଦ କହିଛନ୍ତି । [15:3]

John 15:5

ଡାଳ ଗୁଡିକ କିଏ ଅଟନ୍ତି ?

ଆମ୍ଭେମାନେ ଡାଳଗୁଡିକ ଅଟୁ । [15:5]

ଫଳ ଉତ୍ପନ୍ନ କରିବା ପାଇଁ ଆମ୍ଭମାନଙ୍କୁ କ'ଣ କରିବା ଉଚିତ୍ ?

ଫଳ ଉତ୍ପନ୍ନ କରିବା ପାଇଁ ଆମ୍ଭେମାନେ ଯୀଶୁଙ୍କଠାରେ ରହିବା ଉଚିତ୍ । [୧୫:୫]

କ'ଣ ହୁଏ ଯଦି ଆପଣମାନେ ଯୀଶୁଙ୍କଠାରେ ନ ରହନ୍ତି ?

ଯଦି କେହିହେଲେ ଯୀଶୁଙ୍କଠାରେ ନ ରୁହନ୍ତି, ସେ ଶାଖାପରି ବାହାରେ ପକାଯିବ ଏବଂ ଶୁଖିଯାଏ । [୧୫:୬]

ଆମ୍ଭେମାନେ କ'ଣ କରିବା ଉଚିତ୍ ଯେପରି ଯାହାକିଛି ଆମ୍ଭେମାନେ ନିବେଦନ କରିବା, ତାହା ଆମ୍ଭମାନଙ୍କ ନିମନ୍ତେ କରାଯିବ ?

ଆମ୍ଭେମାନେ ଯୀଶୁଙ୍କଠାରେ ରହିବା ଉଚିତ୍ ଏବଂ ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ରହିବା ଆବଶ୍ୟକ ତେବେ ଯାହା କିଛି ଆମ୍ଭେମାନଙ୍କୁ ଆବଶ୍ୟକ, ତାହା ଆମ୍ଭମାନଙ୍କ ନିମନ୍ତେ କରାଯିବ । [୧୫:୭]

John 15:8

କେଉଁ ଦୁଇ ମାର୍ଗ ଦ୍ଵାରା ପିତା ମହିମାନ୍ଵିତ ହେବେ ?

ଯେତେବେଳେ ଆମ୍ଭେମାନେ ଅଧିକ ଫଳ ଉତ୍ପନ୍ନ କରୁ ଏବଂ ପିତା ମହିମାନ୍ଵିତ ହେବେ ଯେତେବେଳେ ଆମ୍ଭେମାନେ ଯୀଶୁଙ୍କ ଶିଷ୍ୟ ହେବା । [୧୫:୮]

John 15:10

ଯୀଶୁଙ୍କ ପ୍ରେମରେ ରହିବା ପାଇଁ ଆମ୍ଭମାନଙ୍କୁ କ'ଣ କରିବାକୁ ହେବ ?

ଆମ୍ଭେମାନେ ତାହାଙ୍କ ଆଜ୍ଞାଗୁଡିକ ପାଳନ କରିବା ଉଚିତ୍ । [୧୫:୧୦]

John 15:12

ଜଣେ ବ୍ୟକ୍ତି କେଉଁ ଶ୍ରେଷ୍ଠ ପ୍ରେମ କରିପାରେ ?

ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ । [୧୫:୧୩]

John 15:14

ଯୀଶୁଙ୍କ ବନ୍ଧୁ ଅଟୁ ବା ନାହିଁ ବୋଲି ଆମ୍ଭେ କିପରି ଜାଣିପାରିବା ?

ଆମ୍ଭେମାନେ ତାହାଙ୍କ ବନ୍ଧୁମାନେ ଅଟୁ ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞାଗୁଡିକୁ ପାଳନ କରିବା । [୧୫:୧୪]

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କାହିଁକି ବନ୍ଧୁ ବୋଲି କହିଲେ ?

ସେ ସେମାନଙ୍କୁ ବନ୍ଧୁ ବୋଲି କହିଲେ, କାରଣ ସେ ସେମାନଙ୍କୁ ସମସ୍ତ ବିଷୟ ଜଣାଇଛନ୍ତି ଯାହା ସେ ଆପଣା ପିତାଙ୍କଠାରୁ ଶୁଣିଥିଲେ । [୧୫:୧୫]

John 15:18

ଜଗତ କାହିଁକି ସେମାନଙ୍କୁ ଘୃଣା କରେ, ଯିଏ ଯୀଶୁଙ୍କୁ ଅନୁଗମନ କରେ ?

ଜଗତ ସେମାନଙ୍କୁ ଘୃଣା କରେ ଯେଉଁମାନେ ଯୀଶୁଙ୍କୁ ଘୃଣା କରନ୍ତି କାରଣ ସେମାନେ ଏହି ଜଗତର ନୁହନ୍ତି ଏବଂ ଯେହେତୁ ଯୀଶୁ ସେମାନଙ୍କୁ ଏହି ଜଗତରୁ ମନୋନୀତ କରିଛନ୍ତି । [୧୫:୧୯]

John 15:23

ଯୀଶୁ କ'ଣ କରନ୍ତି ଯେପରି ଜଗତ ସେମାନଙ୍କ ପାପରୁ ବଞ୍ଚିତ ହୋଇପାରିବେ ନାହିଁ

ଜଗତ ସେମାନଙ୍କ ପାପରୁ ବଞ୍ଚିତ ହୋଇପାରିବେ ନାହିଁ କାରଣ ଯୀଶୁ ଆସିଲେ ଏବଂ ସେମାନଙ୍କ ମଧ୍ୟରେ କେହି ନ କରିଥିବା କାର୍ଯ୍ୟଗୁଡିକୁ କଲେ । [୧୫:୨୪]

John 15:26

ଯୀଶୁଙ୍କ ନିମନ୍ତେ କିଏ ସାକ୍ଷ୍ୟ ହେବ ?

ସାହାଯ୍ୟକାରୀ, ଯିଏ ସତ୍ୟର ଆତ୍ମା ଅଟନ୍ତି, ଏବଂ ଯୀଶୁଙ୍କ ଶିଷ୍ୟମାନେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ବହନ କରିବେ । [୧୫:୨୬-୨୭]

କାହିଁକି ଶିଷ୍ୟମାନେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ବହନ କରିବେ ?

ସେମାନେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ବହନ କରିବେ କାରଣ ସେମାନେ ଆରମ୍ଭରୁ ତାହାଙ୍କ ସହିତ ଥିଲେ । [୧୫:୨୭]


Chapter 16

1 ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଅଛି । 2 ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ । 3 ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାଁନ୍ତି । 4 ମାତ୍ର ଏସମସ୍ତ ଘଟିବାର ସମୟ ଉପସ୍ଥିତ ହେଲେ, ମୁଁ ଯେ ତୁମ୍ଭମାନଙ୍କୁ କହିଥିଲି, ଏହା ଯେପରି ତୁମ୍ଭେମାନେ ସ୍ମରଣ କର, ଏଥି ନିମନ୍ତେ ମୁଁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଅଛି । ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ ।

5 କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ । 6 ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିବାରୁ ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହୋଇଅଛି । 7 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି । 8 ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ; 9 ପାପ ବିଷୟରେ - କାରଣ ସେମାନେ ମୋ'ଠାରେ ବିଶ୍ୱାସ କରନ୍ତି ନାହିଁ; 10 ଧାର୍ମିକତା ବିଷୟରେ- କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; 11 ବିଚାର ବିଷୟରେ- କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି । 12 ମୋହର ତୁମ୍ଭମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମ୍ଭେମାନେ ଏବେ ସେହି ସବୁ ସହି ପାର ନାହିଁ । 13 କିନ୍ତୁ ସେ, ଅର୍ଥାତ୍‍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହି ସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ । 14 ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋ' ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ । 15 ଯାହା ଯାହା ପିତାଙ୍କର, ସେହି ସବୁ ମୋହର; ଏହି ହେତୁ ମୁଁ କହିଲି, ସେ ମୋହର ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ ।

16 ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ । 17 ସେଥିରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେହି କେହି ପରସ୍ପର କହିଲେ, ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ ଓ ମୁଁ ପିତାଙ୍କ ନିକଟକୁ ଯାଉଅଛି, ଏହି ଯେଉଁ କଥା ସେ ଆମ୍ଭମାନଙ୍କୁ କହୁଅଛନ୍ତି, ଏହା କ'ଣ ? 18 ଏଣୁ ସେମାନେ କହିଲେ, ଅଳ୍ପ ସମୟ ବୋଲି ଏ କ'ଣ କହୁଅଛନ୍ତି ? ସେ କ'ଣ କହୁଅଛନ୍ତି, ଆମ୍ଭେମାନେ ବୁଝି ପାରୁ ନାହୁଁ । 19 ସେମାନେ ତାହାଙ୍କୁ ପଚାରିବାକୁ ଇଚ୍ଛା କରୁଅଛନ୍ତି ବୋଲି ବୁଝି ଯୀଶୁ ସେମାନଙ୍କୁ କହିଲେ, ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ, ମୁଁ ଏହି ଯେଉଁ କଥା କହିଲି, ସେ ବିଷୟ ଘେନି ତୁମ୍ଭେମାନେ କ'ଣ ପରସ୍ପର ବାଦାନୁବାଦ କରୁଅଛ ? 20 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ରୋଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦ କରିବ; ତୁମ୍ଭେମାନେ ଦୁଃଖିତ ହେବ, କିନ୍ତୁ ତୁମ୍ଭମାନଙ୍କ ଦୁଃଖ ଆନନ୍ଦରେ ପରିଣତ ହେବ। 21 ପ୍ରସବ ସମୟ ଉପସ୍ଥିତ ହେଲେ ସ୍ତ୍ରୀଲୋକ ଦୁଃଖ ପାଏ; କିନ୍ତୁ ସେ ସନ୍ତାନ ପ୍ରସବ କଲା ଉତ୍ତାରେ ଜଗତରେ ଜଣେ ମାନବ ଜନ୍ମଗ୍ରହଣ କଲା, ଏହି ଆନନ୍ଦ ଯୋଗୁଁ ଆଉ କଷ୍ଟ ସ୍ମରଣ କରେ ନାହିଁ । 22 ସେହିପରି ତୁମ୍ଭେମାନେ ବର୍ତ୍ତମାନ ଦୁଃଖ ପାଉଅଛ, କିନ୍ତୁ ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଦର୍ଶନ ଦେବି, ଆଉ ତୁମ୍ଭମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ଆନନ୍ଦ ହରଣ କରିବ ନାହିଁ । 23 ସେ ଦିନ ତୁମ୍ଭେମାନେ ମୋତେ କିଛି ପଚାରିବ ନାହିଁ । ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋ' ନାମରେ ସେ ତୁମ୍ଭମାନଙ୍କୁ ତାହା ଦେବେ । 24 ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋ' ନାମରେ କିଛି ମାଗି ନାହଁ; ମାଗ, ପୁଣି, ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ ।

25 ମୁଁ ତୁମ୍ଭମାନଙ୍କୁ ଉପମା ଦ୍ୱାରା ଏହି ସମସ୍ତ କଥା କହିଅଛି; ସମୟ ଆସୁଅଛି, ଯେତେବେଳେ ମୁଁ ଆଉ ଉପମା ଦ୍ୱାରା ତୁମ୍ଭମାନଙ୍କୁ କହିବି ନାହିଁ, କିନ୍ତୁ ପିତାଙ୍କ ବିଷୟ ସ୍ପଷ୍ଟରୂପେ ତୁମ୍ଭମାନଙ୍କୁ ଜଣାଇବି । 26 ସେ ଦିନ ତୁମ୍ଭେମାନେ ମୋ' ନାମରେ ମାଗିବ; ଆଉ, ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ନିବେଦନ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁ ନାହିଁ; 27 କାରଣ ପିତା ସ୍ୱୟଂ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ଯେଣୁ ତୁମ୍ଭେମାନେ ମୋତେ ସ୍ନେହ କରିଅଛ ଓ ମୁଁ ଯେ ଈଶ୍ୱରଙ୍କ ନିକଟରୁ ଆସିଅଛି, ତାହା ତୁମ୍ଭେମାନେ ବିଶ୍ୱାସ କରିଅଛ । 28 ମୁଁ ପିତାଙ୍କ ନିକଟରୁ ଜଗତକୁ ଆସିଅଛି; ପୁନର୍ବାର ମୁଁ ଜଗତ ପରିତ୍ୟାଗ କରି ପିତାଙ୍କ ନିକଟକୁ ଯାଉଅଛି । 29 ତାହାଙ୍କ ଶିଷ୍ୟମାନେ କହିଲେ, ଦେଖନ୍ତୁ, ବର୍ତ୍ତମାନ ଆପଣ ସ୍ପଷ୍ଟରୂପେ କହୁଅଛନ୍ତି ଓ ଉପମା କଥା ଆଉ କହୁ ନାହାଁନ୍ତି । 30 ଆପଣ ଯେ ସମସ୍ତ ବିଷୟ ଜାଣନ୍ତି, ପୁଣି, କେହି ଆପଣଙ୍କୁ ପ୍ରଶ୍ନ କରିବାର ଯେ ଆପଣଙ୍କର ପ୍ରୟୋଜନ ନାହିଁ, ତାହା ଏବେ ଆମ୍ଭେମାନେ ଜାଣିଲୁ; ଈଶ୍ୱରଙ୍କ ନିକଟରୁ ଆପଣ ଆସିଅଛନ୍ତି ବୋଲି ଆମ୍ଭେମାନେ ଏହା ଦ୍ୱାରା ବିଶ୍ୱାସ କରୁଅଛୁ । 31 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ଏବେ ବିଶ୍ୱାସ କରୁଅଛ ? 32 ଦେଖ, ସମୟ ଆସୁଅଛି, ହଁ, ଆସିଲାଣି, ଯେତେବେଳେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ; ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋ' ସାଙ୍ଗରେ ଅଛନ୍ତି । 33 ତୁମ୍ଭେମାନେ ଯେପରି ମୋ'ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସବୁ ବିଷୟ କହିଅଛି । ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି ।



Translation Questions

John 16:1

କାହିଁକି ଯୀଶୁ ଶିଷ୍ୟମାନଙ୍କୁ ଏହିସବୁ କଥାଗୁଡିକ କହିଲେ ?

ଯୀଶୁ ସେମାନଙ୍କୁ ଏହିସବୁ କଥାଗୁଡିକ କହିଲେ ଯେପରି ସେମାନେ ଝୁଣ୍ଟି ନ ପଡନ୍ତି । [୧୬:୧]

John 16:3

ଲୋକମାନେ କାହିଁକି ଯୀଶୁଙ୍କ ଶିଷ୍ୟମାନଙ୍କୁ ଆରାଧନାଳୟରୁ ବାହାର କଲେ ଏବଂ ହତ୍ୟା କରିବାକୁ ଚେଷ୍ଟା କଲେ ?

ସେମାନେ ଏହା କରିବେ କାରଣ ସେମାନେ ଯୀଶୁଙ୍କ ପିତାଙ୍କୁ ଜାଣିନାହାନ୍ତି ।

ଯୀଶୁ କାହିଁକି ଏହି ସମସ୍ତ ବିଷୟ ଆରମ୍ଭରୁ ଶିଷ୍ୟମାନଙ୍କୁ କହି ନ ଥିଲେ ?

ଯୀଶୁ ଏହି ସମସ୍ତ ବିଷୟ ଶିଷ୍ୟମାନଙ୍କୁ ଆରମ୍ଭରୁ କହି ନ ଥିଲେ କାରଣ ସେ ସେମାନଙ୍କ ସହିତ ଥିଲେ ।

John 16:5

ଯୀଶୁଙ୍କୁ ପ୍ରସ୍ଥାନ କରିବାର କାହିଁକି ଉତ୍ତମ ଥିଲା ?

ଯୀଶୁଙ୍କୁ ପ୍ରସ୍ଥାନ କରିବାର ଉତ୍ତମ ଅଟେ କାରଣ ଯୀଶୁ ଯଦି ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସାହାଯ୍ୟକାରୀ ଆସିବେ ନାହିଁ; କିନ୍ତୁ ଯଦି ଯୀଶୁ ପ୍ରସ୍ଥାନ କରନ୍ତି, ଯୀଶୁ ସେମାନଙ୍କ ନିକଟକୁ ସାହାଯ୍ୟକାରୀକୁ ପଠାଇବେ । [୧୬:୭]

John 16:8

କେଉଁ ବିଷୟରେ ସାହାଯ୍ୟକାରୀ ଜଗତକୁ ପ୍ରମାଣ ଦେବେ ?

ସାହାଯ୍ୟକାରୀ ଜଗତକୁ ପାପ, ଧାର୍ମିକତା ଏବଂ ବିଚାର ବିଷୟରେ ପ୍ରମାଣ ଦେବେ । [୧୬:୮]

John 16:12

ଯେତେବେଳେ ସେ ଆସନ୍ତି, ସତ୍ୟର ଆତ୍ମା ଶିଷ୍ୟମାନଙ୍କ ନିମନ୍ତେ କ'ଣ କରନ୍ତି ?

ସେ ଶିଷ୍ୟମାନଙ୍କୁ ସମସ୍ତ ସତ୍ୟର ପଥ ଦେଖାଇବ, କାରଣ ସେ ଆପଣାଠାରୁ କିଛି କହିବେ ନାହିଁ, କିନ୍ତୁ ସେ ଯାହାକିଛି ଶୁଣନ୍ତି, ସେ ସମସ୍ତ କଥାଗୁଡିକ କହିବେ ଏବଂ ଆସୁଥିବା ସମସ୍ତ ବିଷୟଗୁଡିକୁ ସେମାନଙ୍କୁ ଘୋଷଣା କରିବେ । [୧୬:୧୩]

ସତ୍ୟର ଆତ୍ମା କିପରି ଯୀଶୁଙ୍କୁ ମହିମାନ୍ଵିତ କରିବେ ?

ସେ ଯୀଶୁଙ୍କ ବିଷୟଗୁଡିକ ଘେନି ଯୀଶୁଙ୍କୁ ମହିମାନ୍ଵିତ କରାଇବେ ଏବଂ ଶିଷ୍ୟମାନଙ୍କୁ ଘୋଷଣା କରାଇବେ । [୧୬:୧୪]

John 16:15

ସତ୍ୟର ଆତ୍ମା ଯୀଶୁଙ୍କ କେଉଁ ବିଷୟଗୁଡିକ ନେବେ ?

ସତ୍ୟର ଆତ୍ମା ପିତାଙ୍କ ବିଷୟଗୁଡିକ ନେବେ ପିତାଙ୍କର ସମସ୍ତ ବିଷୟଗୁଡିକ ଯୀଶୁଙ୍କର ଅଟେ । [୧୬:୧୫]

John 16:17

ଯୀଶୁଙ୍କ କେଉଁ କଥାସବୁ ଶିଷ୍ୟମାନେ ବୁଝିପାରିଲେ ନାହିଁ ?

ସେମାନେ ବୁଝିପାରିଲେ ନାହିଁ ଯେତେବେଳେ ଯୀଶୁ କହିଲେ, "କିଛି କ୍ଷଣ ଭିତରେ, ତୁମ୍ଭେମାନେ ମୋତେ ଦେଖିବ ନାହିଁ; ଅଳ୍ପ କ୍ଷଣ ଭିତରେ ପୁନର୍ବାର, ତୁମ୍ଭେମାନେ ମୋତେ ଦେଖିବ "ଏବଂ ଯେତେବେଳେ ସେ କହିଲେ, "ଯେହେତୁ ମୁଁ ପିତାଙ୍କ ନିକଟକୁ ଯାଉଅଛି" । [୧୬:୧୭-୧୮]

John 16:19

ଶିଷ୍ୟମାନଙ୍କ ଦୁଃଖକୁ କ'ଣ ହେବ ?

ତାହା ଆନନ୍ଦରେ ପରିଣତ ହେବ । [୧୬:୨୦]

John 16:22

ଶିଷ୍ୟମାନଙ୍କ ଆନନ୍ଦ କରିବାର କାରଣ କ'ଣ ହେବ ?

ସେମାନେ ପୁନର୍ବାର ଯୀଶୁଙ୍କୁ ଦେଖିବେ ଏବଂ ସେମାନଙ୍କ ହୃଦୟ ଆନନ୍ଦିତ ହେବ । [୧୬:୨୨]

କାହିଁକି ଯୀଶୁ ଶିଷ୍ୟମାନଙ୍କୁ ପଚାରିବାକୁ ଏବଂ ପ୍ରାପ୍ତ କରିବାକୁ କହିଲେ ?

ଯୀଶୁ ଏହା କରିବାକୁ କହନ୍ତି ଯେପରି ସେମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ । [୧୬:୨୪]

John 16:26

କେଉଁ କାରଣରୁ ପିତା ନିଜେ ଯୀଶୁଙ୍କ ଶିଷ୍ୟମାନଙ୍କୁ ପ୍ରେମ କରନ୍ତି ?

ପିତା ଶିଷ୍ୟମାନଙ୍କୁ ପ୍ରେମ କରନ୍ତି କାରଣ ଶିଷ୍ୟମାନେ ଯୀଶୁଙ୍କୁ ପ୍ରେମ କଲେ ଏବଂ ବିଶ୍ଵାସ କଲେ ଯେ ସେ ପିତାଙ୍କ ଠାରୁ ଆସିଛନ୍ତି । [୧୬:୨୭]

ଯୀଶୁ କେଉଁଠାରୁ ଆସିଥିଲେ ଏବଂ ସେ କେଉଁଠାକୁ ଯାଉଥିଲେ ?

ଯୀଶୁ ପିତାଙ୍କଠାରୁ ଏହି ଜଗତକୁ ଆସିଥିଲେ ଏବଂ ଜଗତରୁ ପ୍ରସ୍ଥାନ କରି ପିତାଙ୍କ ନିକଟକୁ ଯାଉଥିଲେ । [୧୬:୨୮]

John 16:32

ସେହି ଘଟିକାରେ ଶିଷ୍ୟମାନେ କ'ଣ କରିବାକୁ ଯୀଶୁ କହିଲେ ?

ଯୀଶୁ କହିଲେ ଶିଷ୍ୟମାନେ ଛିନ୍ନଭିନ୍ନ ହେବେ, ପ୍ରତ୍ୟେକେ ଆପଣା ଘରକୁ ପଲାଇଯିବେ, ଏବଂ ସେମାନେ ଯୀଶୁଙ୍କୁ ଏକାକୀ କରି ଛାଡିଦେବେ । [୧୬:୩୨]

ଶିଷ୍ୟମାନେ ତାହାଙ୍କୁ ଏକାକୀ ଛାଡିଲା ପରେ ମଧ୍ୟ କିଏ ଯୀଶୁଙ୍କ ସହିତ ଥିଲେ ?

ପିତା ଯୀଶୁଙ୍କ ସାଙ୍ଗରେ ଥିଲେ । [୧୬:୩୨] ।

କାହିଁକି ଯୀଶୁ ଶିଷ୍ୟମାନଙ୍କୁ ଉତ୍ସାହିତ ହେବାକୁ କହିଲେ ଯଦିଓ ଜଗତରେ ସେମାନେ କ୍ଲେଶ ଭୋଗ କରିବେ ?

ଯୀଶୁ ସେମାନଙ୍କୁ ଉତ୍ସାହିତ ହେବାକୁ କହିଲେ କାରଣ ସେ ଜଗତକୁ ଜୟ କରିଥିଲେ । [୧୬:୩୩]


Chapter 17

1 ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି, 2 ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମର୍ତ୍ତ୍ୟ ଉପରେ ଅଧିକାର ଦେଲ । 3 ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ । 4 ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି । 5 ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ବାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର । 6 ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି । 7 ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହି ସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି; 8 କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହି ସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି, ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି । 9 ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର; 10 ଯାହା ଯାହା ମୋହର, ସେହି ସବୁ ତୁମ୍ଭର, ପୁଣି, ଯାହା ଯାହା ତୁମ୍ଭର, ସେହି ସବୁ ମୋହର; ଆଉ, ମୁଁ ସେମାନଙ୍କଠାରେ ମହିମାନ୍ୱିତ ହୋଇଅଛି । 11 ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି । ପବିତ୍ର ପିତଃ, ତୁମ୍ଭ ନାମରେ ସେମାନଙ୍କୁ ରକ୍ଷା କର (ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ), ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି । 12 ସେମାନଙ୍କ ସହିତ ରହୁଥିବା ସମୟରେ ମୁଁ ସେମାନଙ୍କୁ ତୁମ୍ଭ ନାମରେ ରକ୍ଷା କରି ଅାସିଅଛି (ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ), ଆଉ ମୁଁ ସେମାନଙ୍କୁ ସାବଧାନରେ ରକ୍ଷା କରିଅଛି ଓ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥି ନିମନ୍ତେ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ ଜଣେ କେହି ବିନଷ୍ଟ ହୋଇ ନାହିଁ । 13 କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଯାଉଅଛି, ଆଉ ସେମାନଙ୍କ ଅନ୍ତରେ ମୋହର ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ସେଥିନିମନ୍ତେ ଜଗତରେ ଥାଉ ଥାଉ ମୁଁ ଏହାସବୁ କହୁଅଛି । 14 ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହଁନ୍ତି । 15 ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି । 16 ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହଁନ୍ତି । 17 ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ । 18 ତୁମ୍ଭେ ମୋତେ ଯେପରି ଜଗତକୁ ପ୍ରେରଣ କରିଅଛ, ମୁଁ ମଧ୍ୟ ସେମାନଙ୍କୁ ସେପରି ଜଗତକୁ ପ୍ରେରଣ କରିଅଛି । 19 ଆଉ, ସେମାନେ ସୁଦ୍ଧା ଯେପରି ସତ୍ୟ ଦ୍ୱାରା ପବିତ୍ରୀକୃତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି । 20 ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ୱାରା ଯେଉଁମାନେ ମୋ'ଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି, 21 ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋ'ଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ । 22 ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି; 23 ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋ'ଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି, ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ । 24 ହେ ପିତା, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ ଓ ଜଗତର ପତ୍ତନ ପୂର୍ବେ ତୁମ୍ଭେ ମୋତେ ପ୍ରେମ କରିଥିବାରୁ ମୋତେ ଯେଉଁ ମହିମା ଦେଇଅଛ, ମୋହର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋହର ଇଚ୍ଛା । 25 ହେ ଧାର୍ମିକ ପିତା, ଜଗତ ତୁମ୍ଭକୁ ଜାଣି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣିଅଛି; ଆଉ, ତୁମ୍ଭେ ଯେ ମୋତେ ପ୍ରେରଣ କଲ, ତାହା ଏମାନେ ଜାଣିଅଛନ୍ତି; 26 ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି ।



Translation Questions

John 17:1

ସମସ୍ତ ମର୍ତ୍ତ୍ୟ ଉପରେ ପିତା କାହିଁକି ଯୀଶୁଙ୍କୁ ଅଧିକାର ଦେଲେ ?

ପିତା ଏପରି କଲେ ଯେପରି ସେ ସମସ୍ତଙ୍କୁ ଅନନ୍ତ ଜୀବନ ଦେବେ ଯେଉଁମାନଙ୍କୁ ତୁମ୍ଭେ ତାହାଙ୍କୁ ଦେବ । [୧୭:୨]

John 17:3

ଅନନ୍ତ ଜୀବନ କ'ଣ ଅଟେ ?

ଅନନ୍ତ ଜୀବନ ସତ୍ୟ ଈଶ୍ଵର ଯିଏ ପିତା ଅଟନ୍ତି, ଏବଂ ତାହାଙ୍କୁ ଯାହାକୁ ସେ ପଠାଇଅଛନ୍ତି, ଯୀଶୁ ଖ୍ରୀଷ୍ଟ । [୧୭:୩]

ଜଗତରେ ଯୀଶୁ କିପରି ପିତାଙ୍କୁ ମହିମାନ୍ଵିତ କଲେ ?

ସେ କର୍ମକୁ ସମାପ୍ତ କରିବା ଦ୍ଵାରା ସମାପ୍ତ କଲେ ଯାହା ପିତା ତାହାଙ୍କୁ କରିବାକୁ ଦେଇଥିଲେ । [୧୭:୪]

କେଉଁ ମହିମା ଯୀଶୁ ଚାହୁଁଥିଲେ ?

ସେ ସେହି ମହିମା ଚାହିଁଥିଲେ ଯାହା ପୃଥିବୀ ସୃଷ୍ଟି ହେବା ପୂର୍ବରୁ ପିତାଙ୍କ ସହିତ ଥିଲା । [୧୭:୫]

John 17:6

କେଉଁମାନଙ୍କୁ ଯୀଶୁ ପିତାଙ୍କ ନାମ ପ୍ରକାଶ କଲେ ?

ଯୀଶୁ ଲୋକମାନଙ୍କୁ ପିତାଙ୍କ ନାମ ପ୍ରକାଶ କଲେ ଯେଉଁମାନଙ୍କୁ ପିତା ଏହି ଜଗତରୁ ମନୋନୀତ କରିଥିଲେ । [୧୭:୬]

ପିତା ଯୀଶୁଙ୍କୁ ଯେଉଁମାନଙ୍କୁ ଦାନ କଲେ, କିପରି ଯୀଶୁଙ୍କୁ ପ୍ରତିଉତ୍ତର ଦେଲେ ?

ସେମାନେ ଯୀଶୁଙ୍କ ବାକ୍ୟକୁ ଗ୍ରହଣ କଲେ ଏବଂ ଜାଣିଲେ ଯେ ଯୀଶୁ ପିତାଙ୍କ ଠାରୁ ଆସିଥିଲେ ଏବଂ ସେମାନେ ବିଶ୍ଵାସ କଲେ ଯେ ପିତା ଯୀଶୁଙ୍କୁ ପଠାଇଥିଲେ । [୧୭:୮]

John 17:9

କାହା ନିମନ୍ତେ ପ୍ରାର୍ଥନା କରୁ ନାହାନ୍ତି ବୋଲି ଯୀଶୁ କହନ୍ତି ?

ଯୀଶୁ କହନ୍ତି ସେ ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହାନ୍ତି । [୧୭:୯]

John 17:11

ଅଳ୍ପ ଶବ୍ଦରେ ଯୀଶୁ ସେମାନଙ୍କ ନିମନ୍ତେ କ'ଣ କରିବା ପାଇଁ ପିତାଙ୍କୁ କହିଲେ ଯେଉଁମାନଙ୍କୁ ପିତା ଯୀଶୁଙ୍କୁ ଦେଇଥିଲେ ?

ସେମାନଙ୍କୁ ପିତାଙ୍କ ନାମରେ ରକ୍ଷା କରିବାକୁ ଯୀଶୁ ପିତାଙ୍କୁ ପଚାରିଲେ ଯେପରି ସେମାନେ ଏକ ହୁଅନ୍ତି, ମନ୍ଦଠାରୁ ସେମାନଙ୍କୁ ରକ୍ଷା କରିବାକୁ, ସତ୍ୟରେ ସେମାନଙ୍କୁ ପବିତ୍ର କରିବାକୁ, ସେମାନେ ଉଭୟ ଯୀଶୁ ଏବଂ ପିତାଙ୍କଠାରେ ରହନ୍ତି ଏବଂ ସେ ଯେଉଁସ୍ଥାନରେ ଅଛନ୍ତି, ସେହି ସ୍ଥାନରେ ସେମାନେ ତାହାଙ୍କ ସହିତ ରହିବେ । [୧୭:୧୧,୧୫,୨୧,୨୪]

John 17:12

ଯେତେବେଳେ ଯୀଶୁ ଏହି ଜଗତରେ ଥିଲେ, ଯୀଶୁ ସେମାନଙ୍କ ନିମନ୍ତେ କ'ଣ କଲେ ଯେଉଁମାନଙ୍କୁ ପିତା ଦାନ କରିଥିଲେ ?

ଯୀଶୁ ସେମାନଙ୍କୁ ରକ୍ଷା କଲେ । [୧୭:୧୨]

John 17:18

ଯୀଶୁ କାହିଁକି ଆପଣାକୁ ପବିତ୍ର କଲେ ?

ଯୀଶୁ ଆପଣାକୁ ପବିତ୍ର କଲେ ଯେପରି ସେମାନେ ଯେପରି ସତ୍ୟରେ ପବିତ୍ର ହେବେ ଯେଉଁମାନଙ୍କୁ ପିତା ତାହାଙ୍କ ହସ୍ତରେ ସମର୍ପଣ କରିଥିଲେ । [୧୭:୧୯]

John 17:20

କାହା ନିମନ୍ତେ ଯୀଶୁ ପ୍ରାର୍ଥନା କରନ୍ତି ?

ଯୀଶୁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି ଯେଉଁମାନେ ତାହାଙ୍କୁ ସେମାନଙ୍କ ବାକ୍ୟ ଦ୍ଵାରା ଯେଉଁମାନେ ସେହି କ୍ଷଣିକ ତାହାଙ୍କୁ ଅନୁଗମନ କଲେ ବିଶ୍ଵାସ କରିବେ । [୧୭:୨୦]

John 17:22

ଯୀଶୁଙ୍କୁ ଦେଇଥିବା ସେମାନଙ୍କୁ ପିତା କିପରି ପ୍ରେମ କରନ୍ତି ?

ପିତା ସେମାନଙ୍କୁ ପ୍ରେମ କରନ୍ତି ଯେପରି ସେ ଯୀଶୁଙ୍କୁ ପ୍ରେମ କଲେ । [୧୭:୨୩]

John 17:25

କାହିଁକି ଯୀଶୁ ପିତାଙ୍କ ନାମ ସେମାନଙ୍କୁ ଜଣାଇଲେ ଏବଂ ଜଣାଇବେ ଯେଉଁମାନଙ୍କୁ ପିତା ତାହାଙ୍କୁ ଦେଲେ ?

ଯୀଶୁ ଜଣାଇଲେ ଏବଂ ଜଣାଇବେ ଯେପରି ଯେଉଁ ପ୍ରେମରେ ପିତା ଯୀଶୁଙ୍କୁ ପ୍ରେମ କଲେ ଯୀଶୁ ଯେପରି ସେମାନଙ୍କ ଅନ୍ତରରେ ରହିବେ ଏବଂ ଯୀଶୁ ସେମାନଙ୍କ ଅନ୍ତରରେ ରହିବେ । [୧୭:୨୬]


Chapter 18

1 ଯୀଶୁ ଏହି ସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ । ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ । 2 ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେ ସ୍ଥାନକୁ ଯାଉଥିଲେ । 3 ଅତଏବ, ଯିହୂଦା ସୈନ୍ୟଦଳ ପୁଣି, ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା । 4 ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହି ସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହାକୁ ଖୋଜୁଅଛ ? 5 ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ । ସେ ସେମାନଙ୍କୁ କହିଲେ, ମୁଁ ସେହି । ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା । 6 ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ । 7 ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, ତୁମ୍ଭେମାନେ କାହାକୁ ଖୋଜୁଅଛ ? ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ । 8 ଯୀଶୁ ଉତ୍ତର ଦେଲେ, ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି । ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ । 9 ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ । 10 ଶିମୋନ ପିତରଙ୍କ ପାଖରେ ଖଣ୍ଡା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍‍ଖ । 11 ସେଥିରେ ଯୀଶୁ ପିତରଙ୍କୁ କହିଲେ, ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କ'ଣ ସେଥିରୁ ପାନ କରିବି ନାହିଁ ?

12 ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି, ଯିହୂଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ 13 ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ୱଶୁର ଥିଲେ । 14 ଲୋକସାଧାରଣଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ବୋଲି ଯିହୂଦୀମାନଙ୍କୁ ଯେ ପରାମର୍ଶ ଦେଇଥିଲେ, ଏ ସେହି କୟାଫା ।

15 ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ । ସେହି ଶିଷ୍ୟ ମହାଯାଜକଙ୍କର ପରିଚିତ ଥିଲେ ଓ ଯୀଶୁଙ୍କ ସହିତ ମହାଯାଜକଙ୍କ ପ୍ରାଙ୍ଗଣରେ ପ୍ରବେଶ କଲେ; 16 କିନ୍ତୁ ପିତର ବାହାରେ ଦ୍ୱାର ନିକଟରେ ଠିଆ ହୋଇ ରହିଲେ । ଅତଏବ, ସେହି ଯେଉଁ ଅନ୍ୟ ଶିଷ୍ୟ ମହାଯାଜକଙ୍କ ପରିଚିତ ଥିଲେ, ସେ ବାହାରକୁ ଯାଇ ଦ୍ୱାରରକ୍ଷିକାକୁ କହି ପିତରଙ୍କୁ ଭିତରକୁ ଆଣିଲେ । 17 ସେଥିରେ ସେହି ଦ୍ୱାରରକ୍ଷିକା ଦାସୀ ପିତରଙ୍କୁ କହିଲା, ତୁମ୍ଭେ ମଧ୍ୟ କ'ଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ ? ସେ କହିଲେ, ମୁଁ ନୁହେଁ । 18 ଶୀତ ହେତୁ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଠିଆ ହୋଇ ନିଆଁ ପୋଉଁଥିଲେ; ପିତର ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇ ନିଆଁ ପୋଉଁଥିଲେ ।

19 ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ବନ୍ଧରେ ପଚାରିଲେ । 20 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୂଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ । 21 ମୋତେ କାହିଁକି ପଚାରୁଅଛନ୍ତି ? ମୁଁ ସେମାନଙ୍କୁ କ'ଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହି ସବୁ ଜାଣନ୍ତି । 22 ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ ? 23 ଯୀଶୁ ତାକୁ ଉତ୍ତର ଦେଲେ, ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ ? 24 ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ ।

25 ଇତିମଧ୍ୟରେ ଶିମୋନ ପିତର ଠିଆ ହୋଇ ନିଆଁ ପୋଉଁଥିଲେ । ସେଥିରେ ସେମାନେ ତାଙ୍କୁ ପଚାରିଲେ, ତୁମ୍ଭେ ମଧ୍ୟ କ'ଣ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ ? ସେ ଅସ୍ୱୀକାର କରି କହିଲେ, ମୁଁ ନୁହେଁ । 26 ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କ'ଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି ? 27 ସେଥିରେ ପିତର ପୁନର୍ବାର ଅସ୍ୱୀକାର କଲେ; ଆଉ, ସେହିକ୍ଷଣି କୁକୁଡ଼ା ଡାକିଲା ।

28 ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରି ପାରନ୍ତି, ଏଥି ନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ । 29 ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ ? 30 ସେମାନେ ତାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ । 31 ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ମୋଶାଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର । ଯିହୂଦୀମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ । 32 ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥି ନିମନ୍ତେ ସେମାନେ ଏହା କହିଲେ । 33 ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା ? 34 ଯୀଶୁ ଉତ୍ତର ଦେଲେ, ଆପଣ କ'ଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋ' ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି ? 35 ପୀଲାତ ଉତ୍ତର ଦେଲେ, ଆମ୍ଭେ କ'ଣ ଜଣେ ଯିହୂଦୀ ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କ'ଣ କରିଅଛ ? 36 ଯୀଶୁ ଉତ୍ତର ଦେଲେ, ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୂଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ । 37 ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କ'ଣ ଜଣେ ରାଜା ନୁହଁ ? ଯୀଶୁ ଉତ୍ତର ଦେଲେ, ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା । ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥି ନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି । ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ । 38 ପୀଲାତ ତାହାଙ୍କୁ କହିଲେ, ସତ୍ୟ କ'ଣ ? ଏହା କହି ସେ ପୁଣି, ଯିହୂଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ ।

39 କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୂଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କ'ଣ ତୁମ୍ଭମାନଙ୍କର ଇଚ୍ଛା ? 40 ସେଥିରେ ସେମାନେ ପୁନର୍ବାର ଚିତ୍କାର କରି କହିଲେ, ଏ ଲୋକଟାକୁ ନୁହେଁ, କିନ୍ତୁ ବାରବ୍‍ବାକୁ । ଏହି ବାରବ୍ବା ଜଣେ ଡକାଇତ ଥିଲା ।



Translation Questions

John 18:1

ଯୀଶୁ ଏହିସବୁ କହିଲା ପରେ, ସେ କେଉଁଠାକୁ ଗଲେ ?

ସେ ତା'ଙ୍କ ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଉପତ୍ୟକାର ଆରପାରିକୁ ଏକ ଉଦ୍ୟାନକୁ ଗଲେ ଏବଂ ସେ ପ୍ରବେଶ କଲେ । [୧୮:୧]

ଯିହୂଦା କିପରି ଉଦ୍ୟାନ ବିଷୟରେ ଜାଣିଲା ?

ସେ ଏହା ବିଷୟରେ ଜାଣିଲା କାରଣ ଯୀଶୁ ବହୁବାର ଶିଷ୍ୟମାନଙ୍କ ସହିତ ଯାଇଥିଲେ । [୧୮:୨]

ଉଦ୍ୟାନକୁ ଆଉ କେଉଁମାନେ ବତୀ, ମଶାଲ ଏବଂ ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ ?

ଯିହୂଦା, ସୈନ୍ୟଦଳ ଏବଂ ପ୍ରଧାନ ଯାଜକମାନଙ୍କ ପଦାଧିକାରୀମାନେ ଏବଂ ଫାରୂଶୀମାନେ ଉଦ୍ୟାନକୁ ଆସିଥିଲେ । [୧୮:୩]

John 18:4

ଯୀଶୁ ଏହି ଲୋକଦଳମାନଙ୍କୁ କ'ଣ ପଚାରିଲେ ?

ଯୀଶୁ ସେମାନଙ୍କୁ ପଚାରିଲେ, "କାହାକୁ ତୁମ୍ଭେ ଖୋଜୁଅଛ" ? [୧୮:୪]

John 18:6

କ'ଣ ଘଟିଲା, ଯେତେବେଳେ ଲୋକଦଳ କହିଲେ ଯେ ସେମାନେ ନାଜରୀତ ଯୀଶୁଙ୍କୁ ଖୋଜୁଛନ୍ତି ଏବଂ ଯୀଶୁ ଉତ୍ତର ଦେଲେ, "ମୁଁ ଅଟେ" ?

ସୈନ୍ୟଦଳ ଏବଂ ସେମାନଙ୍କ ସହିତ ଅନ୍ୟମାନେ ପଛକୁ ହଟିଯାଇ ଭୂମିରେ ପଡିଗଲେ । [୧୮:୬]

John 18:8

କାହିଁକି ଯୀଶୁ କହିଲେ, "ମୁଁ କହିଅଛି ଯେ ମୁଁ ସେ ଅଟୁ; ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତେବେ ଏମାନେ ଯାଆନ୍ତୁ" ?

ଯୀଶୁ ଏହା କହିଲେ ଯେପରି ବାକ୍ୟ ସଫଳ ହୁଏ ଯେ ସେ କହନ୍ତି: "ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଅଛ, ମୁଁ କାହାକୁ ହରାଇନାହିଁ" । [୧୮:୮-୯]

John 18:10

ପିତର ମାଲାଖ ନାମକ, ପ୍ରଧାନ ଯାଜକଙ୍କ ଦାସର କାନକୁ କାଟିଲା ପରେ ଯୀଶୁ ପିତରକୁ କ'ଣ କହିଲେ ?

ଯୀଶୁ ପିତରକୁ କହିଲେ, "ତୁମ ଖଣ୍ଡା ଖୋପରେ ରଖ ଯେଉଁ ପାତ୍ର ପିତା ମୋତେ ଦେଇଛନ୍ତି, ସେଥିରୁ ମୁଁ କି ପାନ କରିବି ନାହିଁ ?" [୧୮:୧୦-୧୧]

John 18:12

ଏହାପରେ, ସୈନ୍ୟଦଳ, ପ୍ରଧାନ ସେନାପତି ଏବଂ ଯିହୂଦୀମାନଙ୍କ ପଦାଧିକାରୀମାନେ ଯୀଶୁଙ୍କୁ ବାନ୍ଧିଲେ, ସେମାନେ ଯୀଶୁଙ୍କୁ କେଉଁଠାକୁ ଘେନିଗଲେ ?

ସେମାନେ ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ । [୧୮:୧୩]

ହାନାନ କିଏ ଥିଲେ ?

ହାନାନ କୈଫାଙ୍କର ଶ୍ୱଶୁର ଥିଲେ, ଯିଏ ସେ ବର୍ଷରେ ମହାଯାଜକ ଥିଲେ । [୧୮:୧୩]

John 18:15

ପିତର କିପରି ମହାଯାଜକଙ୍କ ପ୍ରାଙ୍ଗଣରେ ପ୍ରବେଶ କଲେ ?

ଅନ୍ୟ ଶିଷ୍ୟ ଯିଏ ମହାଯାଜକଙ୍କୁ ଜାଣିଥିଲେ, ବାହାରକୁ ଗଲେ ଏବଂ ଜଣେ ଦାସୀ ସ୍ତ୍ରୀକୁ ଯିଏ ଦ୍ଵାରରକ୍ଷିକାକୁ କହି ପିତରକୁ ଭିତରକୁ ଆଣିଲେ । [୧୮:୧୬]

John 18:17

କିଏ ପିତରକୁ ପଚାରିଲେ ଯେ ପିତର ଯୀଶୁଙ୍କୁ ଜାଣିଥିଲେ ନା ଯୀଶୁଙ୍କ ସହିତ ଥିଲେ ?

ପ୍ରାଙ୍ଗଣରେ ଦ୍ଵାରରକ୍ଷିକା ସ୍ତ୍ରୀ, ଜଳୁଥିବା କୋଇଲା ଅଗ୍ନିର ଚାରିପାଖରେ ଥିବା ଲୋକମାନେ ଏବଂ ପ୍ରଧାନ ଯାଜକଙ୍କ ଜଣେ ଦାସ ଯିଏ ସେହି ଦାସଙ୍କ ବନ୍ଧୁ ଥିଲେ ଯାହାର କାନ ପିତର କାଟିଥିଲେ, ସମସ୍ତେ ପିତରଙ୍କୁ ପଚାରିଲେ ଯେ ସେ ଯୀଶୁଙ୍କ ସହିତ ଥିଲେ ନା ଯୀଶୁଙ୍କ ଜଣେ ଶିଷ୍ୟ ଥିଲେ । [୧୮:୧୭]

John 18:19

ଅଳ୍ପ ଶବ୍ଦରେ ଯୀଶୁ କିପରି ଉତ୍ତର ଦେଲେ ଯେତେବେଳେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ଏବଂ ତାହାଙ୍କ ଶିକ୍ଷା ବିଷୟରେ ପଚାରିଲେ ?

ଯୀଶୁ ଖୋଲା ଭାବରେ ଲୋକମାନଙ୍କୁ କହି ଉତ୍ତର ଦେଲେ ସେ ମହାଯାଜକଙ୍କୁ ସେମାନଙ୍କୁ ପଚାରିବାକୁ କହିଲେ ଯେଉଁମାନେ ତା'ଙ୍କୁ ଶୁଣିଲେ ସେହି ବିଷୟରେ ଯାହା ସେ କହିଲେ । [୧୮:୧୯-୨୧]

John 18:22

ହାନାନ ଯୀଶୁଙ୍କୁ ପଚାରିଲା ଉତ୍ତାରେ କେଉଁଠାକୁ ସେ ଯୀଶୁଙ୍କୁ ପଠାଇଲେ ?

ହାନାନ ଯୀଶୁଙ୍କୁ କୈଫା ମହାଯାଜକଙ୍କ ନିକଟକୁ ପଠାଇଲେ । [୧୮:୨୪]

John 18:25

ପିତର ଖ୍ରୀଷ୍ଟଙ୍କ ସହ ଥିଲେ ବୋଲି ତୃତୀୟ ଥର ମନା କରିବାରୁ କ'ଣ ହଠାତ୍ ଘଟିଲା ?

ପିତର ତୃତୀୟ ଥର ଖ୍ରୀଷ୍ଟଙ୍କ ସହ ଥିଲେ ବୋଲି ମନା କରିବାରୁ କୁକୁଡା ହଠାତ୍ ରାବିଲା । [୧୮:୨୭]

John 18:28

କାହିଁକି ସେମାନେ ଯେଉଁମାନେ ଯୀଶୁଙ୍କୁ ଘେନିଗଲେ ପ୍ରାସାଦକୁ ପ୍ରବେଶ କଲେ ନାହିଁ ?

ସେମାନେ ପ୍ରାସାଦକୁ ପ୍ରବେଶ କଲେ ନାହିଁ ଯେପରି ସେମାନେ ଅଶୁଚି ନ କରନ୍ତି ଯାହାଦ୍ଵାରା ସେମାନେ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରିବେ । [୧୮:୨୮]

ଯୀଶୁଙ୍କ ଅଭିଯୋଗକାରୀମାନେ କିପରି ଉତ୍ତର ଦେଲେ ଯେତେବେଳେ ସେ ସେମାନଙ୍କୁ ପଚାରିଲେ, "କେଉଁ ଅଭିଯୋଗ ଏହି ବ୍ୟକ୍ତି ବିରୁଦ୍ଧରେ ତୁମ୍ଭେମାନେ ଆଣିଅଛ ?

ସେମାନେ ଏହା ଉତ୍ତର ଦେଇ ତା'ଙ୍କୁ କହିଲେ, "ଯଦି ଏହି ବ୍ୟକ୍ତି ମନ୍ଦକର୍ମକାରୀ ନ ଥାଆନ୍ତା, ଆମ୍ଭେମାନେ ତା'ଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ । [୧୮:୨୯:୩୦]

John 18:31

କାହିଁକି ଯିହୂଦୀମାନେ ଯୀଶୁଙ୍କୁ ନିଜେ ଦଣ୍ଡ ଦେବା ପରିବର୍ତ୍ତେ ପୀଲାତଙ୍କ ନିକଟକୁ ଘେନିଗଲେ ?

ଯିହୂଦୀମାନେ ଯୀଶୁଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଏବଂ ଏହା ସେମାନଙ୍କ ନିମନ୍ତେ କୌଣସି ବ୍ୟକ୍ତିକୁ ରୋମୀୟ ଅଧିକାରୀମାନଙ୍କ(ପୀଲାତ)ଠାରୁ ଅନୁମତି ବିନା ହତ୍ୟା କରିବାର ନିୟମ ନ ଥିଲା । [୧୮:୩୧]

John 18:33

ପୀଲାତ ଯୀଶୁଙ୍କୁ କ'ଣ ପଚାରିଲେ ?

ପୀଲାତ ଯୀଶୁଙ୍କୁ ପଚାରିଲେ ଯଦି ସେ ଯିହୂଦୀମାନଙ୍କ ରାଜା ଥିଲେ, ଏବଂ ଯାହା ସେ କରିଥିଲେ ସେ ମଧ୍ୟ ଯୀଶୁଙ୍କୁ ପଚାରିଲେ । [୧୮:୩୩-୩୫]

John 18:36

ଯୀଶୁ କ'ଣ ଯୀଶୁଙ୍କ ରାଜ୍ୟ ବିଷୟରେ ପୀଲାତଙ୍କୁ ପଚାରିଲେ ?

ଯୀଶୁ ପୀଲାତଙ୍କୁ କହିଲେ ଯେ ତା'ଙ୍କ ରାଜ୍ୟ ଏହି ଜଗତର ନୁହେଁ ଏବଂ ଏହାଠାରୁ ଆସେ ନାହିଁ । [୧୮:୩୬]

କେଉଁ ଉଦ୍ଦେଶ୍ୟରେ ଯୀଶୁ ଜନ୍ମ ହୋଇଥିଲେ ?

ଯୀଶୁ ଏକ ରାଜା ହେବା ପାଇଁ ଜନ୍ମ ହୋଇଥିଲେ । [୧୮:୩୭]

John 18:38

ଯୀଶୁଙ୍କ ସହ କଥା ହେଲା ପରେ ପୀଲାତଙ୍କ ବିଚାର କ'ଣ ଥିଲା ?

ପୀଲାତ ଯୀଶୁଙ୍କୁ କହିଲେ, "ମୁଁ ଏହି ବ୍ୟକ୍ତିଙ୍କଠାରେ କୌଣସି ଭୁଲ୍ ପାଉନାହିଁ । [୧୮:୩୮]

ଯେତେବେଳେ ପୀଲାତ ଯୀଶୁଙ୍କୁ ଛାଡିବାକୁ ନିର୍ଣ୍ଣୟ ନେଲେ, ଯିହୂଦୀମାନେ ପୀଲାତଙ୍କଠାରେ ଚିତ୍କାର କରି କ'ଣ କହିଲେ ?

ଯିହୂଦୀମାନେ ପୁନର୍ବାର ଚିତ୍କାର କଲେ ଏବଂ କହିଲେ, "ଏହି ବ୍ୟକ୍ତି ନୁହଁ, କିନ୍ତୁ ବାରବା" । [୧୮:୩୯-୪୦]


Chapter 19

1 ଅତଏବ, ପୀଲାତ ଯୀଶୁଙ୍କୁ ଘେନିଯାଇ କୋରଡ଼ା ପ୍ରହାର କରାଇଲେ । 2 ପୁଣି, ସୈନ୍ୟମାନେ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣ ବସ୍ତ୍ର ପିନ୍ଧାଇଲେ; 3 ସେମାନେ ତାହାଙ୍କ ନିକଟକୁ ଆସି କହିଲେ, ହେ ଯିହୂଦୀମାନଙ୍କ ରାଜା, ନମସ୍କାର; ପୁଣି, ସେମାନେ ତାହାଙ୍କୁ ଚାପୁଡ଼ା ମାରିବାକୁ ଲାଗିଲେ । 4 ପୀଲାତ ପୁନର୍ବାର ବାହାରକୁ ଯାଇ ସେମାନଙ୍କୁ କହିଲେ, ଦେଖ, ଆମ୍ଭେ ଯେ ତାହାଠାରେ କୌଣସି ଦୋଷ ପାଉ ନାହୁଁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥି ନିମନ୍ତେ ଆମ୍ଭେ ତାହାକୁ ତୁମ୍ଭମାନଙ୍କ ନିକଟକୁ ବାହାର କରି ଆଣୁଅଛୁ । 5 ସେଥିରେ ଯୀଶୁ ସେହି କଣ୍ଟାର ମୁକୁଟ ଓ କୃଷ୍ଣଲୋହିତ ବର୍ଣ୍ଣ ବସ୍ତ୍ରରେ ପରିହିତ ହୋଇ ବାହାରକୁ ଆସିଲେ । ପୀଲାତ ସେମାନଙ୍କୁ କହିଲେ, ଦେଖ, ସେହି ଲୋକ ! 6 ସେଥିରେ ପ୍ରଧାନ ଯାଜକ ଓ ପଦାତିକମାନେ ତାହାଙ୍କୁ ଦେଖି ଚିତ୍କାର କରି କହିଲେ, କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ । ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ତାହାକୁ ଘେନିଯାଇ କ୍ରୁଶରେ ଚଢ଼ାଅ, କାରଣ ଆମ୍ଭେ ତାହାଠାରେ କୌଣସି ଦୋଷ ପାଉ ନାହୁଁ । 7 ଯିହୂଦୀମାନେ ତାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ମୋଶାଙ୍କ ବ୍ୟବସ୍ଥା ଅଛି ଓ ସେହି ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି କହିଅଛି 8 ସେଥିରେ ପୀଲାତ ଏହି କଥା ଶୁଣି ଅଧିକ ଭୀତ ହେଲେ; 9 ପୁଣି, ସେ ପୁନର୍ବାର ପ୍ରାସାଦରେ ପ୍ରବେଶ କରି ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଅଛ ? କିନ୍ତୁ ଯୀଶୁ ତାଙ୍କୁ ଉତ୍ତର ଦେଲେ ନାହିଁ । 10 ସେଥିରେ ପୀଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁ ନାହଁ ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମ୍ଭର ଅଧିକାର ଅଛି, ଏହା କି ତୁମ୍ଭେ ଜାଣୁ ନାହଁ ? 11 ଯୀଶୁ ଉତ୍ତର ଦେଲେ, ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋ' ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର । 12 ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ । 13 ଅତଏବ, ପୀଲାତ ଏହି ସମସ୍ତ କଥା ଶୁଣି ଯୀଶୁଙ୍କୁ ବାହାର କରି ଆଣି "ପ୍ରସ୍ତରମଣ୍ଡପ', ଯାହାକୁ ଏବ୍ରୀ ଭାଷାରେ "ଗବ୍‍ବଥା' ବୋଲି କହନ୍ତି, ସେହି ସ୍ଥାନରେ ବିଚାରାସନରେ ଉପବିଷ୍ଟ ହେଲେ । 14 ସେ ଦିନ ନିସ୍ତାର ପର୍ବର ଆୟୋଜନ ଦିନ, ଆଉ ସେତେବେଳେ ସକାଳ ପ୍ରାୟ ଛଅ ଘଣ୍ଟା ହୋଇଥିଲା । ପୁଣି, ସେ ଯିହୂଦୀମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ରାଜା ! 15 ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ । ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କ'ଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା ? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ । 16 ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥି ନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ ।

17 ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍‍ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ । 18 ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଚଢ଼ାଇଲେ, ଦୁଇ ପାଖରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ । 19 ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ । ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୂଦୀମାନଙ୍କ ରାଜା । 20 ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍‍ ଓ ଗ୍ରୀକ୍‍ ଭାଷାରେ ଲେଖା ହୋଇଥିଲା । 21 ତେଣୁ ଯିହୂଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୂଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୂଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ । 22 ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ । 23 ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ । ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା । 24 ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି, ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ । ତେଣୁ ସୈନ୍ୟମାନେ ଏହାସବୁ କଲେ । 25 କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଗ୍ନୀ, କ୍ଳୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍‍ଦଲୀନୀ ମରିୟମ ଠିଆ ହୋଇଥିଲେ । 26 ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର ! 27 ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, ଦେଖ, ତୁମ୍ଭର ମାତା ! ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାଙ୍କୁ ଆପଣା ଗୃହକୁ ଘେନିଗଲେ ।

28 ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମୋତେ ତୃଷା ଲାଗୁଅଛି । 29 ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ସ୍ପଞ୍ଜ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ । 30 ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, ସମାପ୍ତ ହେଲା; ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ ।

31 ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାରରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୂଦୀମାନେ ପୀଲାତଙ୍କୁ ଅନୁରୋଧ କଲେ । 32 ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ । 33 ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34 କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା । 35 ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି । 36 କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ । 37 ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ ।

38 ଏହି ସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୂଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ । ସେଥିରେ ପୀଲାତ ଅନୁମତି ଦେଲେ । ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ । 39 ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ । 40 ସେମାନେ ଯୀଶୁଙ୍କର ଶରୀର ଘେନି ଯିହୂଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତାହା ସୁଗନ୍ଧିଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଦେଲେ । 41 ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନ ଥିଲା । 42 ଅତଏବ, ଯିହୂଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା ।



Translation Questions

John 19:1

ପୀଲାତ ଯୀଶୁଙ୍କୁ କୋରଡ଼ାଘାତ ପାଇଁ ଆଦେଶ ଦେବା ପରେ ସୈନ୍ୟମାନେ ଯୀଶୁଙ୍କୁ କଣ କଲେ ?

ସୈନ୍ୟମାନେ କଣ୍ଟାଗୁଡିକୁ ମୁକୁଟ ତିଆରି କରିବା ପାଇଁ ନେଲେ, ଯୀଶୁଙ୍କ ମସ୍ତକରେ ରଖିଲେ ଏବଂ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ସେମାନେ ତାହାଙ୍କ ନିକଟକୁ ଆସିଲେ ଏବଂ କହିଲେ, "ହେ ଯିହୂଦୀମାନଙ୍କ ରାଜା!" ଏବଂ ସେମାନେ ସେମାନଙ୍କର ହାତ ଦ୍ଵାରା ଚାପୁଡା ମାରିଲେ । [୧୯:୨-୩]

John 19:4

ପୀଲାତ କାହିଁକି ପୁଣି ଥରେ ଯୀଶୁଙ୍କୁ ଲୋକମାନଙ୍କ ମଧ୍ୟରୁ ବାହାରକୁ ଆଣିଲେ ?

ପୀଲାତ ଯୀଶୁଙ୍କୁ ଲୋକମାନଙ୍କ ମଧ୍ୟରୁ ବାହାରକୁ ଆଣିଲେ ଯେପରି ସେମାନେ ଜାଣିପାରିବେ ଯେ ପୀଲାତ ଯୀଶୁଙ୍କଠାରେ କୌଣସି ଭୁଲ୍ ପାଇ ନ ଥିଲେ । [୧୯:୪]

ଯୀଶୁ କ'ଣ ପିନ୍ଧିଥିଲେ ଯେତେବେଳେ ପୀଲାତ ଯୀଶୁଙ୍କୁ ଲୋକମାନଙ୍କ ମଧ୍ୟରୁ ବାହାରକୁ ଆଣିଲେ ?

ଯୀଶୁ କଣ୍ଟାର ମୁକୁଟ ଏବଂ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲେ । [୧୯:୫]

ପ୍ରଧାନଯାଜକମାନେ ଏବଂ ପଦାଧିପତିମାନେ କ'ଣ କହିଲେ ଯେତେବେଳେ ସେମାନେ ଯୀଶୁଙ୍କୁ ଦେଖିଲେ ?

ସେମାନେ ଚିତ୍କାର କଲେ ଏବଂ କହିଲେ, "ତା'ଙ୍କୁ କ୍ରୁଶବିଦ୍ଧ କର, ତା'ଙ୍କୁ କ୍ରୁଶବିଦ୍ଧ କର!" [୧୯:୬]

John 19:7

ଯିହୂଦୀମାନେ କ'ଣ କହିଲେ ଯାହା ପୀଲାତଙ୍କୁ ଅତ୍ୟଧିକ ଭୟଭୀତ କଲା ?

ଯିହୂଦୀମାନେ ପୀଲାତଙ୍କୁ କହିଲେ, "ଆମ୍ଭମାନଙ୍କର ବ୍ୟବସ୍ଥା ଅଛି, ଏବଂ ସେ ବ୍ୟବସ୍ଥା ଅନୁସାରେ ତାହାଙ୍କୁ ମାରିବାକୁ ପଡିବ କାରଣ ସେ ନିଜକୁ ଈଶ୍ଵରଙ୍କ ପୁତ୍ର ଭାବରେ କହନ୍ତି" । [୧୯:୭-୮]

ଯୀଶୁ କ'ଣ କହିଲେ ଯେତେବେଳେ ପୀଲାତ ଯୀଶୁଙ୍କୁ ପଚାରିଲେ, "କେଉଁଠାରୁ ତୁମ୍ଭେ ଆସୁଅଛ ?

ଯୀଶୁ ପୀଲାତଙ୍କୁ କୌଣସି ଉତ୍ତର ଦେଲେ ନାହିଁ । [୧୯:୯]

John 19:10

ଯୀଶୁଙ୍କ ଉପରେ ଅଧିକାର ପୀଲାତଙ୍କୁ କିଏ ଦେଲା ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ, "ତୁମ୍ଭର ମୋ' ବିରୁଦ୍ଧରେ କୌଣସି ଅଧିକାର ନାହିଁ ଯେପର୍ଯ୍ୟନ୍ତ ଉର୍ଦ୍ଧ୍ୱରୁ ତୁମ୍ଭକୁ ଅଧିକାର ଦିଆ ନ ଯାଏ । [୧୯:୧୧]

John 19:12

ଯଦିଓ, ପୀଲାତ ଯୀଶୁଙ୍କୁ ଛାଡିବାକୁ ଚାହୁଁଥିଲେ, ଯିହୂଦୀମାନେ କ'ଣ କହିଲେ ଯାହା ଯୀଶୁଙ୍କୁ ନିବାରଣ କଲା ?

ଯିହୂଦୀମାନେ ଚିତ୍କାର କରି କହିଲେ, "ଯଦି ତୁମ୍ଭେ ଏହି ବ୍ୟକ୍ତିକୁ ଛାଡ, ତୁମ୍ଭେ କାଇସରଙ୍କ ବନ୍ଧୁ ନୁହଁ : ପ୍ରତ୍ୟେକ ଜଣ ଯିଏ ଆପଣାକୁ ରାଜା ବୋଲି କୁହେ, ସେ କାଇସରଙ୍କ ବିରୁଦ୍ଧରେ ଅଟେ । [୧୯:୧୨]

John 19:14

ପୀଲାତ ଯୀଶୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରିବା ପୂର୍ବରୁ ପ୍ରଧାନଯାଜକମାନେ ଶେଷ ବିଷୟ କ'ଣ କହିଲେ ?

ପ୍ରଧାନଯାଜକମାନେ କହିଲେ, କାଇସରଙ୍କ ଛଡା ଆମ୍ଭମାନଙ୍କର ଅନ୍ୟ କୌଣସି ରାଜା ନାହିଁ" । [୧୯:୧୫-୧୬]

John 19:17

ସେମାନେ ଯୀଶୁଙ୍କୁ କେଉଁଠାରେ କ୍ରୁଶାର୍ପିତ କଲେ ?

ସେମାନେ ଯୀଶୁଙ୍କୁ ଗଲ୍‌ଗଥା ନାମକ ସ୍ଥାନରେ ଯାହାର ଅର୍ଥ କପାଳସ୍ଥଳ ଅଟେ । [୧୯:୧୭-୧୮]

ସେହି ଦିନରେ ସେଠାରେ କ୍ରୁଶାର୍ପିତ ହେବାପାଇଁ କେବଳ ଯୀଶୁ ଥିଲେ ?

ନୁହଁ, ଅନ୍ୟ ଦୁଇ ଜଣ, ପ୍ରତ୍ୟେକ ଜଣ ଯୀଶୁଙ୍କ ଉଭୟ ପାର୍ଶ୍ଵରେ କ୍ରୁଶାର୍ପିତ ହୋଇଥିଲେ । [୧୯:୧୮]

John 19:19

କେଉଁ ଅଭିଯୋଗ ପତ୍ର ଯୀଶୁଙ୍କ କ୍ରୁଶ ଉପରେ ଯେ ପୀଲାତ ଟଙ୍ଗାଇଲେ ?

ଅଭିଯୋଗ ପତ୍ରରେ ଲେଖାଯାଇଥିଲା, "ନାଜରିତ ଯୀଶୁ, ଯିହୂଦୀମାନଙ୍କ ରାଜା" । [୧୯:୧୯]

କେଉଁ କେଉଁ ଭାଷାମାନଙ୍କରେ ଯୀଶୁଙ୍କ କ୍ରୁଶରେ ଅଭିଯୋଗ ପତ୍ର ଲେଖାହୋଇଥିଲା ?

ଅଭିଯୋଗ ପତ୍ର ଏବ୍ରୀ, ଲାଟିନ୍, ଏବଂ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା । [୧୯:୨୦]

John 19:23

ସୈନ୍ୟମାନେ ଯୀଶୁଙ୍କ ବସ୍ତ୍ର ସହିତ କ'ଣ କଲେ ?

ପ୍ରତ୍ୟେକ ଭାଗ ପ୍ରତ୍ୟେକ ସୈନ୍ୟ ନିମନ୍ତେ ସୈନ୍ୟମାନେ ଯୀଶୁଙ୍କ ବସ୍ତ୍ରକୁ ଚାରିଭାଗରେ ବାଣ୍ଟିଲେ । କିନ୍ତୁ ସେମାନେ ଯୀଶୁଙ୍କ ଅଙ୍ଗରଖାକୁ ଗୁଳିବାଣ୍ଟ କଲେ ଯାହା ସିଲାଇ ହୋଇ ନ ଥିଲା । [୧୯:୨୩-୨୪]

ସୈନ୍ୟମାନେ କାହିଁକି ଏହିପରି କଲେ ଯାହା ସେମାନେ ଯୀଶୁଙ୍କ ବସ୍ତ୍ର ସହିତ କଲେ ?

ଏହା ଘଟିଲା ଯେପରି ଶାସ୍ତ୍ରରେ ଯାହା ଲେଖାଯାଇଛି ତାହା ସଫଳ ହେବ, "ସେମାନେ ମୋହର ବସ୍ତ୍ରକୁ ସେମାନଙ୍କ ମଧ୍ୟରେ ବାଣ୍ଟିଲେ, ଏବଂ ମୋହର ବସ୍ତ୍ର ପାଇଁ ସେମାନେ ଗୁଳିବାଣ୍ଟ କଲେ । [୧୯:୨୩-୨୪]

John 19:25

କିଏ ଯୀଶୁଙ୍କ କ୍ରୁଶ ନିକଟରେ ଠିଆ ହୋଇଥଲେ ?

ଯୀଶୁଙ୍କ ମାତା, ତାହାଙ୍କ ମାତା'ଙ୍କ ଭଉଣୀ, କ୍ଲୋପାଙ୍କ ସ୍ତ୍ରୀ ମରୀୟମ, ମଗ୍‌ଦଲୀନୀ ମରୀୟମ, ଏବଂ ସେହି ଶିଷ୍ୟ ଯାହାକୁ ଯୀଶୁ ପ୍ରେମ କରୁଥିଲେ ଯୀଶୁଙ୍କ କ୍ରୁଶ ନିକଟରେ ଠିଆ ହୋଇଥିଲେ । [୧୯:୨୫-୨୬]

ଯୀଶୁ ତାହାଙ୍କ ମାଆଙ୍କୁ କ'ଣ କହିଲେ ଯେତେବେଳେ ସେ ତାହାଙ୍କ ମାଆଙ୍କୁ ଏବଂ ସେ ପ୍ରେମ କରୁଥିବା ଶିଷ୍ୟଙ୍କୁ କ୍ରୁଶ ନିକଟରେ ଠିଆ ହୋଇଥିବାର ଦେଖିଲେ ?

ଯୀଶୁ ତାହାଙ୍କୁ କହିଲେ, "ସ୍ତ୍ରୀ, ଦେଖ, ଏହା ତୁମ୍ଭର ପୁତ୍ର !" [୧୯:୨୬]

ଯୀଶୁ ପ୍ରେମ କରୁଥିବା ଶିଷ୍ୟ କ'ଣ କଲେ ଯେତେବେଳେ ଯୀଶୁ ତାହାଙ୍କୁ କହିଲେ, "ଦେଖ, ଏହା ତୁମ୍ଭର ମାଆ ?

ସେହି ସମୟଠାରୁ ଯୀଶୁ ପ୍ରେମ କରୁଥିବା ଶିଷ୍ୟ ଯୀଶୁଙ୍କ ମାଆଙ୍କୁ ତା'ଙ୍କ ଗୃହକୁ ନେଲେ । [୧୯:୨୭]

John 19:28

ଯୀଶୁ କାହିଁକି କହିଲେ, "ମୁଁ ତୃଷିତ ଅଟେ"

ଯୀଶୁ ଏଥିପାଇଁ କହିଲେ ଶାସ୍ତ୍ର ଯେପରି ସଫଳ ହୁଏ । [୧୯:୨୮]

ସ୍ପଞ୍ଜରୁ ଅମ୍ଲରସ ଯାହା ଯୀଶୁଙ୍କ ମୁଖରେ ଦେଲା ପରେ ଯୀଶୁ କ'ଣ କଲେ ?

ଅମ୍ଲରସ ନେଲା ପରେ ଯୀଶୁ କହିଲେ, "ସମ୍ପୂର୍ଣ୍ଣ ହେଲା" ତା'ପରେ ସେ ନିଜ ମସ୍ତକକୁ ନୁଆଇଲେ ଏବଂ ତାହାଙ୍କ ପ୍ରାଣ ଛାଡିଲେ । [୧୯:୨୯-୩୦]

John 19:31

କାହିଁକି ଯିହୂଦୀମାନେ ପୀଲାତଙ୍କୁ ସେହି କ୍ରୁଶରେ ଥିବା ଲୋକାମାନଙ୍କ ଗୋଡ ଭଙ୍ଗାଯାଉ ବୋଲି ଚାହୁଁଥିଲେ ?

ଏହା ପ୍ରସ୍ତୁତୀକରଣ ଥିଲା, ଏବଂ ବିଶ୍ରାମବାର ନିମନ୍ତେ ଶରୀରଗୁଡିକୁ କ୍ରୁଶରେ ରଖାଯିବା ଉଚିତ୍ ନୁହେଁ(ଯେହେତୁ ବିଶ୍ରାମବାର ଏକ ଗୁରୁତ୍ଵପୂର୍ଣ୍ଣ ଦିବସ ଅଟେ), ଯିହୂଦୀମାନେ ପୀଲାତଙ୍କୁ ସେ ବ୍ୟକ୍ତିମାନଙ୍କର ଗୋଡଗୁଡିକ ଭଙ୍ଗାଯାଉ ଏବଂ ସେମାନଙ୍କ ଶରୀରଗୁଡିକ ତଳକୁ ଓହ୍ଲାଇ ଦିଆଯାଉ । [୧୯:୩୧]

କାହିଁକି ସୈନ୍ୟମାନେ ଯୀଶୁଙ୍କ ଗୋଡକୁ ଭାଙ୍ଗିଲେ ନାହିଁ ?

ସେମାନେ ଯୀଶୁଙ୍କ ଗୋଡକୁ ଭାଙ୍ଗିଲେ ନାହିଁ କାରଣ ସେମାନେ ଦେଖିଲେ ସେ ପ୍ରାୟ ମୃତ ହୋଇ ସାରିଥିଲେ । [୧୯:୩୩]

John 19:34

ସୈନ୍ୟମାନେ ଯୀଶୁଙ୍କୁ କ'ଣ କଲେ ଯେତେବେଳେ ସେମାନେ ଦେଲହିଲେ ଯେ ସେ ପ୍ରାୟ ମୃତ ହୋଇସାରିଛନ୍ତି ?

ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କ ବକ୍ଷତଳେ ବର୍ଚ୍ଛାରେ ବିନ୍ଧିଲା । [୧୯:୩୪]

John 19:35

ଯୀଶୁଙ୍କ ଗୋଡଗୁଡିକୁ କାହିଁକି ଭଙ୍ଗାଗଲା ନାହିଁ ଏବଂ କାହିଁକି ଯୀଶୁଙ୍କୁ ବର୍ଚ୍ଛା ଦ୍ଵାରା ବିନ୍ଧାଗଲା ?

ଏହିବିଷୟଗୁଡିକ ଏଥିପାଇ ଘଟିଲା ଯେପରି ଶାସ୍ତ୍ର ସଫଳ ହୁଏ, ତାହାଙ୍କର ଏକ ଅସ୍ଥି ମଧ୍ୟ ଭାଙ୍ଗିଯିବ ନାହିଁ । "ଏବଂ ପୁନର୍ବାର, "ସେମାନେ ତାହାଙ୍କୁ ଦେଖିବେ ଯାହାକୁ ସେମାନେ ବର୍ଚ୍ଛାରେ ବିନ୍ଧାଇଲେ । [୧୯:୩୬-୩୭]

କାହିଁକି ଜଣେ ଯିଏ ଯୀଶୁଙ୍କ କ୍ରୁଶାର୍ପଣର ସମସ୍ତ ବିଷୟ ଦେଖିଲେ, ସାକ୍ଷ୍ୟ ବହନ କରନ୍ତି ?

ଜଣେ ଯିଏ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ବହନ କରେ ଯେପରି ତୁମ୍ଭେ ମଧ୍ୟ ବିଶ୍ଵାସ କର । [୧୯:୩୫]

John 19:38

କିଏ ଆସିଲେ ଏବଂ ଯୀଶୁଙ୍କ ଶରୀରକୁ ନେବାପାଇଁ ପଚାରିଲେ ?

ହାରାମାଥୀୟାର ଯୋଶେଫ ପୀଲାତଙ୍କୁ ପଚାରିଲେ ଯେପରି ସେ ଯୀଶୁଙ୍କ ଶରୀରକୁ ନେଇପାରିବେ [୧୯:୩୮]

କିଏ ହାରାମାଥୀୟା ଯୋଶେଫଙ୍କ ସହ ଯୀଶୁଙ୍କ ଶରୀର ନେବାକୁ ଆସିଥିଲେ ?

ନୀକଦୀମ ହାରାମାଥିୟା ଯୋଶେଫଙ୍କ ସହ ଯୀଶୁଙ୍କ ଶରୀର ନେବା ପାଇଁ ଆସିଥିଲେ । [୧୯:୩୯]

John 19:40

ଯୀଶୁଙ୍କ ଶରୀର ସହ ହାରାମାଥିୟା ଯୋଶେଫ ଏବଂ ନୀକଦୀମ କ'ଣ କଲେ ?

ସେମାନେ ଯୀଶୁଙ୍କ ଶରୀରକୁ ସୁଗନ୍ଧିଦ୍ରବ୍ୟ ସହ ସୂକ୍ଷ୍ମ ବସ୍ତ୍ରରେ ଗୁଡାଇଲେ ସେମାନେ ଯୀଶୁଙ୍କ ଶରୀରକୁ ଉଦ୍ୟାନରେ ଥିବା ଏକ ନୂତନ କବରରେ ରଖିଲେ । [୧୯:୪୦-୪୧]


Chapter 20

1 ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍‍ଦଲୀନୀ ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ । 2 ତେଣୁ ସେ ଦୌଡ଼ିଯାଇ ଶିମୋନ ପିତର ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ, ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, କେଉଁମାନେ ସମାଧିରୁ ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ପୁଣି, ତାହାଙ୍କୁ କେଉଁଠାରେ ରଖିଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହୁଁ । 3 ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ । 4 ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ, 5 ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ଲୁଗାସବୁ ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ । 6 ପରେ ଶିମୋନ ପିତର ମଧ୍ୟ ତାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ଲୁଗାଗୁଡ଼ିକ ପଡ଼ିଅଛି, 7 ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି । 8 ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଥିଲେ, ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ; 9 କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ଉତ୍ଥାନ କରିବାକୁ ହେବ, ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେପର୍ଯ୍ୟନ୍ତ ବୁଝି ନ ଥିଲେ । 10 ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କ ଗୃହକୁ ଚାଲିଗଲେ ।

11 କିନ୍ତୁ ମରିୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ; ପୁଣି, ରୋଦନ କରୁ କରୁ ସେ ନଇଁପଡ଼ି ସମାଧି ଭିତରକୁ ଚାହିଁ, 12 ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ । 13 ସେମାନେ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ତାହା ମୁଁ ଜାଣେ ନାହିଁ । 14 ସେ ଏହା କହି ପଛକୁ ବୁଲିପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ, ତାହା ଜାଣିଲେ ନାହିଁ । 15 ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ ? କାହାର ଅନ୍ୱେଷଣ କରୁଅଛ ? ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି । 16 ଯୀଶୁ ତାଙ୍କୁ କହିଲେ, ମରିୟମ । ସେ ବୁଲିପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବ୍ବୂନୀ, ଅର୍ଥାତ୍‍, ହେ ଗୁରୁ । 17 ଯୀଶୁ ତାଙ୍କୁ କହିଲେ, ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ୱର ଓ ତୁମ୍ଭମାନଙ୍କର ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି । 18 ମଗ୍‍ଦଲୀନୀ ମରିୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହି ସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ ।

19 ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୂଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । 20 ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ । ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ । 21 ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି । 22 ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର । 23 ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ ।

24 କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ । 25 ଅତଏବ, ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ । କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହି ସବୁ ସ୍ଥାନରେ ମୋହର ଆଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ । 26 ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ । ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । 27 ପରେ ସେ ଥୋମାଙ୍କୁ କହିଲେ, ଏଆଡ଼େ ତୁମ୍ଭର ଆଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ । 28 ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର । 29 ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ ।

30 ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ; 31 କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ଏସମସ୍ତ ଲେଖାଯାଇଅଛି ।



Translation Questions

John 20:1

ମଗ୍‌ଦଲୀନୀ ମରୀୟମ କବରକୁ କେବେ ଆସିଲେ ?

ସେ କବରକୁ ସପ୍ତାହର ପ୍ରଥମ ଦିବସର ଭୋର ସକାଳୁ ଆସିଲେ । [୨୦:୧]

ମଗ୍‌ଦଲୀନୀ ମରୀୟମ କ'ଣ ଦେଖିଲେ ଯେତେବେଳେ ସେ କବର ନିକଟକୁ ଦେଲେ ?

ସେ କବରରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ । [୨୦:୧]

ମଗ୍‌ଦଲୀନୀ ମରୀୟମ ଦୁଇ ଶିଷ୍ୟମାନଙ୍କୁ କ'ଣ କହିଲେ ?

ସେ ସେମାନଙ୍କୁ କହିଲେ, "ସେମାନେ କବରରୁ ପ୍ରଭୁଙ୍କୁ ଘେନିନେଇଯାଇଛନ୍ତି, ଏବଂ ଆମ୍ଭେମାନେ ଜାଣିନାହୁଁ, କେଉଁସ୍ଥାନରେ ସେମାନେ ତାହାଙ୍କୁ ରଖିଛନ୍ତି । [୨୦:୨]

John 20:3

ସେମାନେ ମଗ୍‌ଦଲୀନୀ କହିଥିବା କଥା ଶୁଣିଲା ପରେ ଶିମୋନ ପିତର ଏବଂ ଅନ୍ୟ ଶିଷ୍ୟମାନେ କ'ଣ କଲେ ?

ସେମାନେ ଉଭୟେ କବର ନିକଟକୁ ଦୌଡିଗଲେ । [୨୦:୩-୪]

John 20:6

କବରରେ ଶିମୋନ ପିତର କ'ଣ ଦେଖିଲେ ?

ପିତର ସେହିଠାରେ ସୂକ୍ଷ୍ମ ବସ୍ତ୍ର ପଡିଥିବାର ଦେଖିଲେ । ଯେଉଁ ଲୁଗା ସେପରି ନ ଥିଲା ଯେପରି ତାହାଙ୍କ ମୁଣ୍ଡରେ ସୂକ୍ଷ୍ମ ବସ୍ତ୍ର ସହିତ ଥିଲା କିନ୍ତୁ ତାହାକୁ ତାହାର ସ୍ଥାନରେ ଗୁଡାଇ ହୋଇ ରଖାଯାଇଥିଲା । [୨୦:୬-୭]

John 20:8

ଅନ୍ୟ ଶିଷ୍ୟର କବରକୁ ଦେଖିଲା ପରେ ତାହାର ପ୍ରତ୍ୟୁତ୍ତର କ'ଣ ଥିଲା ?

ସେ ଦେଖିଲା ଏବଂ ବିଶ୍ଵାସ କଲା । [୨୦:୮]

John 20:11

ମରୀୟମ କ'ଣ ଦେଖିଲେ ଯେତେବେଳେ ସେ ରୋଦନ କଲେ ଏବଂ କବର ମଧ୍ୟକୁ ଦେଖିଲେ ?

ସେ ଶୁକ୍ଲ ବସ୍ତ୍ର ପିନ୍ଧିଥିବା ଦୁଇଜଣ ଦୂତମାନଙ୍କୁ, ମୁଣ୍ଡ ପାଖରେ ଜଣେ, ଏବଂ ପାଦ ପାଖରେ ଜଣେ ଥିଲେ, ଯେଉଁଠାରେ ଯୀଶୁଙ୍କ ଶରୀର ରଖାଯାଇଥିଲା । [୨୦:୧୨]

ଦୂତମାନେ ମରୀୟମଙ୍କୁ କ'ଣ କହିଲେ ?

ସେମାନେ ତାହାଙ୍କୁ କହିଲେ, "ସ୍ତ୍ରୀ, କାହିଁକି ତୁମେ ରୋଦନ କରୁଅଛ ?" [୨୦:୧୩]

John 20:14

ଯେତେବେଳେ ମରୀୟମ ବୁଲି ପଡିଲେ ସେ କ'ଣ ଦେଖିଲେ ?

ସେ ଯୀଶୁଙ୍କୁ ଠିଆ ହୋଇଥିବାର ଦେଖିଲେ, କିନ୍ତୁ ସେ ଜାଣିଲେ ନାହିଁ ଯେ ତାହା ଯୀଶୁ ଅଟନ୍ତି । [୨୦:୧୪]

ମରୀୟମ ଯୀଶୁଙ୍କୁ କ'ଣ ବୋଲି ମନେ କଲେ ?

ସେ ଜଣେ ଉଦ୍ୟାନକାରୀ ଥିଲେ ବୋଲି ସେ ମନେ କଲେ । [୨୦:୧୫]

John 20:16

ମରୀୟମ ଯୀଶୁଙ୍କୁ କେତେବେଳେ ଚିହ୍ନିପାରିଲେ ?

ସେ ଯୀଶୁଙ୍କୁ ଚିହ୍ନିପାରିଲେ ଯେତେବେଳେ ସେ ତାହାଙ୍କୁ ନାମ ଧରି ଡାକିଲେ, "ମରୀୟମ" । [୨୦:୧୬]

ମରୀୟମ କାହିଁକି ତା'ଙ୍କୁ ନ ଛୁଇଁବାକୁ ଯୀଶୁ କହିଲେ ?

ଯୀଶୁ ତା'ଙ୍କୁ ନ ଛୁଇଁବାକୁ ମରୀୟମଙ୍କୁ କହିଲେ କାରଣ ସେ ଯେପର୍ଯ୍ୟନ୍ତ ପିତାଙ୍କ ପାଖକୁ ଉତ୍ଥାନ ହୋଇ ନ ଥିଲେ । [୨୦:୧୭]

ଯୀଶୁ କ'ଣ ମରୀୟମଙ୍କୁ ତା'ଙ୍କ ଭାଇମାନଙ୍କ ପାଖକୁ ଯାଇ କହିବାକୁ କହିଲେ ?

ଯୀଶୁ ତାହାଙ୍କୁ ତାହାଙ୍କର ଭାଇମାନଙ୍କ ପାଖକୁ ଯାଇ ଏପରି କହିବାକୁ କହିଲେ, ଯେ ମୁଁ ମୋହର ଏବଂ ତୁମ୍ଭମାନଙ୍କର ପିତା, ଏବଂ ମୋହର ଈଶ୍ଵର ଏବଂ ତୁମ୍ଭର ଈଶ୍ଵର ନିକଟକୁ ଯିବି । [୨୦:୧୭]

John 20:19

କ'ଣ ଘଟିଲା ଯେଉଁଠାରେ ଶିଷ୍ୟମାନେ ସପ୍ତାହର ପ୍ରଥମ ଦିନର ସନ୍ଧ୍ୟା ସମୟରେ ଥିଲେ ?

ଯୀଶୁ ଆସିଲେ ଏବଂ ସେମାନଙ୍କ ମଧ୍ୟରେ ଠିଆ ହେଲେ । [୨୦:୧୯]

ଯୀଶୁ ଶିଷ୍ୟମାନଙ୍କୁ କ'ଣ ଦେଖାଇଲେ ?

ସେ ସେମାନଙ୍କୁ ତାହାଙ୍କ ହାତ ଏବଂ ତାଙ୍କର ବକ୍ଷତଳକୁ ଦେଖାଇଲେ । [୨୦:୨୦]

John 20:20

ମସେ ପଥରକୁ ଘୁଞ୍ଚା ହୋଇଥିବାର ଦେଖିଲା ପରେ ମଗ୍‌ଦଲୀନୀ ମରୀୟମ କ'ଣ କଲେ ?

ସେ ଦୌଡ଼ିଲେ ଏବଂ ଶିମୋନ ପିତରଙ୍କ ଏବଂ ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ ଯାହାକୁ ଯୀଶୁ ପ୍ରେମ କରୁଥିଲେ । [୨୦:୨୦]

John 20:21

ସେ ଶିଷ୍ୟମାନଙ୍କୁ କ'ଣ କରୁଥିଲେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ସେ ଶିଷ୍ୟମାନଙ୍କୁ ପଠାଇଲେ ଯେପରି ତାହାଙ୍କ ପିତା ତାଙ୍କୁ ପଠାଇଲେ । [୨୦:୨୧]

ସେ ସେମାନଙ୍କ ଉପରେ ପ୍ରଶ୍ଵାସ ଛାଡିଲା ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କ'ଣ କହିଲେ ?

ସେ ସେମାନଙ୍କୁ କହିଲେ, "ପବିତ୍ରଆତ୍ମାକୁ ଗ୍ରହଣ କର" ଯେଉଁମାନଙ୍କ ପାପକୁ ତୁମ୍ଭେମାନେ କ୍ଷମା କର, ସେମାନେ ସେମାନଙ୍କ ପାପ କ୍ଷମା ଦେବେ; ଯେଉଁମାନଙ୍କ ପାପ କ୍ଷମା ନ କରିବ , ସେମାନଙ୍କ ପାପ କ୍ଷମା ହେବ ନାହିଁ" । [୨୦:୨୨-୨୩]

John 20:24

ଶିଷ୍ୟମାନଙ୍କ ମଧ୍ୟରୁ କେଉଁ ଶିଷ୍ୟ ଅନ୍ୟ ଶିଷ୍ୟମାନଙ୍କ ସହ ଉପସ୍ଥିତ ନ ଥିଲେ ଯେତେବେଳେ ସେମାନେ ଯୀଶୁଙ୍କୁ ଦେଖିଲେ ?

ଥୋମା, ବାର ଜଣକ ମଧ୍ୟରୁ ଜଣେ, ଯାହାକୁ ଦିଦୁମ କୁହାଯାଏ, ଅନ୍ୟ ଶିଷ୍ୟମାନଙ୍କ ସହ ଉପସ୍ଥିତ ନ ଥିଲେ ଯେତେବେଳେ ଯୀଶୁ ଆସିଲେ । [୨୦:୨୪]

ଯୀଶୁ ଜୀବିତ ଅଛନ୍ତି ବୋଲି ସେ ବିଶ୍ଵାସ କରିବାକୁ ଥୋମା କ'ଣ କହିଲେ ?

ଥୋମା କହିଲେ ସେ ଯୀଶୁଙ୍କୁ ବିଶ୍ଵାସ କରିବା ପୂର୍ବରୁ ଯୀଶୁଙ୍କ ହସ୍ତରେ କଣ୍ଟାର ଚିହ୍ନ ସବୁ ଦେଖିବାକୁ ହେବ ଏବଂ ତାହାର ଅଙ୍ଗୁଳିରେ କଣ୍ଟାର ଚିହ୍ନ ସବୁ ରଖିବ ଏବଂ ତାହାର ହସ୍ତକୁ ଯୀଶୁଙ୍କର ବକ୍ଷତଳେ ରଖିବେ । [୨୦:୨୫]

John 20:26

କେତେବଲେ ଥୋମା ଯୀଶୁଙ୍କୁ ଦେଖିଲେ ?

ଆଠ ଦିନ ପରେ ଥୋମା ଅନ୍ୟ ଶିଷ୍ୟମାନଙ୍କ ସହିତ ଥିଲା ସମୟରେ ଯୀଶୁ ଆସିଲେ ଯେତେବେଳେ ଦ୍ଵାର ବନ୍ଦ ଥିଲା ଏବଂ ସେମାନଙ୍କ ମଧ୍ୟରେ ଠିଆ ହେଲେ । [୨୦:୨୬]

ଯୀଶୁ ଥୋମାକୁ କ'ଣ କରିବାକୁ କହିଲେ ?

ଯୀଶୁ ଥୋମାକୁ ତାହାର ଅଙ୍ଗୁଲୀ ରେ ଯୀଶୁଙ୍କର ହାତରେ ଏବଂ ତାହାର ହାତ ଦ୍ଵାରା ଯୀଶୁଙ୍କର ବକ୍ଷତଳେ ଛୁଇଁବାକୁ କହିଲେ । ତାହା ପରେ ଯୀଶୁ ଥୋମାକୁ କହିଲେ ଅଳ୍ପବିଶ୍ଵାସୀ ନ ହୋଇ, କିନ୍ତୁ ବିଶ୍ଵାସ କରିବାକୁ କହିଲେ । [୨୦:୨୭]

John 20:28

ଥୋମା ଯୀଶୁଙ୍କୁ କ'ଣ କହିଲା ?

ଥୋମା କହିଲା, "ମୋ' ପ୍ରଭୁ ଏବଂ ମୋ' ଈଶ୍ଵର" । [୨୦:୨୮]

କିଏ ଧନ୍ୟ ଅଟନ୍ତି ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ, "ଯେଉଁମାନେ ନ ଦେଖି ବିଶ୍ଵାସ କରିଅଛନ୍ତି, ସେମାନେ ଧନ୍ୟ" । [୨୦:୨୯]

John 20:30

ଯୀଶୁ କ'ଣ ଅନ୍ୟ ଆଶ୍ଚର୍ଯ୍ୟ କର୍ମ କରିଥିଲେ ଯାହା ଏହି ପୁସ୍ତକରେ ଲେଖାଯାଇ ନ ଥିଲା ?

ହଁ, ଯୀଶୁ ଶିଷ୍ୟମାନଙ୍କ ସମ୍ମୁଖରେ ଅନେକ ଆଶ୍ଚର୍ଯ୍ୟକର୍ମ କରିଥିଲେ ଯାହା ଯୋହନଙ୍କ ପୁସ୍ତକରେ ଲେଖାଯାଇ ନ ଥିଲା । [୨୦:୩୦]

କାହିଁକି ଆଶ୍ଚର୍ଯ୍ୟଗୁଡିକ ଏହି ପୁସ୍ତକରେ ଲେଖାଯାଇଥିଲା ?

ସେଗୁଡିକ ଏଥିପାଇଁ ଲେଖାଯାଇଥିଲା ଯେପରି ତୁମ୍ଭେମାନେ ବିଶ୍ଵାସ କରିବ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି, ଈଶ୍ଵରଙ୍କ ପୁତ୍ର, ଏବଂ ତୁମ୍ଭେମାନେ ଯେପରି ବିଶ୍ଵାସ କର, ତାହାଙ୍କ ନାମରେ ଜୀବନ ଅଛି । [୨୦:୩୧]


Chapter 21

1 ଏଥିଉତ୍ତାରେ ଯୀଶୁ ତିବିରୀୟା ସମୁଦ୍ରକୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ । ସେ ଏହି ପ୍ରକାରେ ଦର୍ଶନ ଦେଲେ; 2 ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ । 3 ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି । ସେମାନେ ତାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ । ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ । 4 କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ । 5 ଯୀଶୁ ସେମାନଙ୍କୁ କହିଲେ, ପିଲାମାନେ ତୁମ୍ଭମାନଙ୍କ ପାଖରେ କ'ଣ କିଛି ଖାଇବାର ଅଛି ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ । 6 ସେ ସେମାନଙ୍କୁ କହିଲେ, ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ । ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ । 7 ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଫୁଙ୍ଗା ଦେହ ହୋଇଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ; 8 କିନ୍ତୁ ଅନ୍ୟ ଶିଷ୍ୟମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଟାଣି ଟାଣି ସାନ ନାଆରେ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ । 9 ସେମାନେ କୂଳରେ ଓହ୍ଳାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ । 10 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ । 11 ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ । 12 ଯୀଶୁ ସେମାନଙ୍କୁ କହିଲେ, ଆସି ଭୋଜନ କର । ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ । 13 ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ । 14 ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ ।

15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷଶାବକମାନଙ୍କୁ ଚରାଅ । 16 ସେ ପୁନର୍ବାର ଦ୍ୱିତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ପ୍ରତିପାଳନ କର । 17 ସେ ତୃତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ସ୍ନେହ କରୁଅଛ ? ତୁମ୍ଭେ କ'ଣ ମୋତେ ସ୍ନେହ କରୁଅଛ, ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୋ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ଯୀଶୁ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ଚରାଅ । 18 ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ । 19 ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ । ଏହା କହିଲା ଉତ୍ତାରେ ସେ ତାଙ୍କୁ କହିଲେ, ମୋହର ଅନୁଗାମୀ ହୁଅ ।

20 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ । 21 ପିତର ତାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କ'ଣ ? 22 ଯୀଶୁ ତାଙ୍କୁ କହିଲେ, ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ'ଣ ଅଛି ? ତୁମ୍ଭେ ମୋହର ଅନୁଗାମୀ ହୁଅ । 23 ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାଙ୍କୁ କହି ନ ଥିଲେ, କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ'ଣ ଅଛି ବୋଲି କହିଥିଲେ । 24 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ ।

25 ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହି ସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହି ସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ ।



Translation Questions

John 21:1

ଶିଷ୍ୟମାନେ କେଉଁଠାରେ ଥିଲେ ଯେତେବେଳେ ଯୀଶୁ ଆପଣାକୁ ସେମାନଙ୍କୁ ପୁନର୍ବାର ଦେଖାଇଲେ ?

ଶିଷ୍ୟମାନେ ତିବିରୀୟା ସମୁଦ୍ରକୂଳରେ ଥିଲେ ଯେତେବେଳେ ଯୀଶୁ ଆପଣାକୁ ପୁନର୍ବାର ଶିଷ୍ୟମାନଙ୍କୁ ଦେଖାଇଲେ । [୨୧:୧]

କେଉଁ ଶିଷ୍ୟମାନେ ତିବିରୀୟାର ସମୁଦ୍ରକୂଳରେ ଥିଲେ ?

ଶିମୋନ ପିତର, ଥୋମା ଯିଏ ଦିଦୁମ ଅଟନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦିଙ୍କ ପୁତ୍ରମାନେ ଏବଂ ଯୀଶୁଙ୍କ ଅନ୍ୟ ଦୁଇ ଜଣ ଶିଷ୍ୟମାନେ ତିବିରୀୟାର ସମୁଦ୍ରକୂଳରେ ଥିଲେ । [୨୧:୨]

ଏହି ଶିଷ୍ୟମାନେ କ'ଣ କରୁଥିଲେ ?

ଏହି ଶିଷ୍ୟମାନେ ମାଛ ଧରିବାକୁ ଯାଇଥିଲେ କିନ୍ତୁ ରାତ୍ରି ସାରା କିଛି ଧରି ନ ଥିଲେ । [୨୧:୩]

John 21:4

ଯୀଶୁ ଶିଷ୍ୟମାନଙ୍କୁ କ'ଣ କରିବାକୁ କହିଲେ ?

ଯୀଶୁ ଶିଷ୍ୟମାନଙ୍କୁ ସେମାନଙ୍କ ଜାଲକୁ ନୌକାର ଡାହାଣ ପାର୍ଶ୍ଵରେ ପକାଇବାକୁ କହିଲେ ଏବଂ ସେମାନଙ୍କୁ କେତେକ ମାଛ ଧରିବାକୁ କହିଲେ । [୨୧:୬]

କ'ଣ ହେଲା ଯେତେବେଳେ ଶିଷ୍ୟମାନେ ସେମାନଙ୍କ ଜାଲକୁ ପକାଇଲେ ?

ସେମାନେ ସେମାନଙ୍କ ଜାଲରେ ଧରିପାରିଲେ ନାହିଁ କାରଣ ସେଥିରେ ଅନେକ ମାଛଗୁଡିକ ଥିଲା । [୨୧:୬]

John 21:7

ଶିମୋନ ପିତର କ'ଣ କଲା, ଯେତେବେଳେ ଯୀଶୁ ପ୍ରେମ କରୁଥିବା ଶିଷ୍ୟ କହିଲେ, "ଏହା ପ୍ରଭୁ ଅଟନ୍ତି"

ସେ ତାହାର ଅଙ୍ଗରଖାକୁ ପିନ୍ଧିଲେ ଏବଂ ନିଜେ ସମୁଦ୍ରରେ ଡେଇଁପଡିଲେ । [୨୧:୭]

ଅନ୍ୟ ଶିଷ୍ୟମାନେ କ'ଣ କଲେ ?

ଅନ୍ୟ ଶିଷ୍ୟମାନେ ଜାଲରେ ପୂର୍ଣ୍ଣ ହୋଇଥିବା ଜାଲ ସହିତ ନୌକା ନିକଟକୁ ଆସିଲେ । [୨୧:୮]

John 21:10

ସେମାନେ ଧରିଥିବା କେତେକ ମାଛଗୁଡିକ ସହିତ ଯାହା ସେମାନେ ଧରିଥିଲେ କ'ଣ କରିବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ ?

ଯୀଶୁ ଶିଷ୍ୟମାନଙ୍କୁ ଧରିଥିବା ଅଳ୍ପ କେତେକ ମାଛଗୁଡିକୁ ଯାହା ସେମାନେ ଧରିଥିଲେ ଆଣିବାକୁ କହିଲେ । [୨୧:୧୦]

John 21:12

ସେ ପୁନରୁତ୍ଥାନ ହେଲା ପରେ ଯୀଶୁ ଆପଣାକୁ କେତେ ଥର ଶିଷ୍ୟମାନଙ୍କୁ ଦେଖାଦେଇଥିଲେ ?

ଏହା ତୃତୀୟ ଥର ଥିଲା ସେ ପୁନରୁତ୍ଥାନ ହେଲା ପରେ ଯୀଶୁ ଆପଣାକୁ ଶିଷ୍ୟମାନଙ୍କୁ ଦେଖାଦେଇଥିଲେ । [୨୧:୧୪]

John 21:15

?

ଯୀଶୁ ଶିମୋନ ପିତରକୁ ପଚାରିଲେ କଅଣ ଶିମୋନ ଯୀଶୁଙ୍କୁ ଏହି ସମସ୍ତ ଠାରୁ ଅଧିକ ପ୍ରେମ କରନ୍ତି । [୨୧:୧୫]

John 21:17

ତୃତୀୟ ଥର ଯେତେବେଳେ ଯୀଶୁ ଶିମୋନ ପିତରଙ୍କୁ କଅଣ ସେ ଯୀଶୁଙ୍କୁ ପ୍ରେମ କରନ୍ତି ବିଷୟରେ ପଚାରିଲେ, ଶିମୋନ ପିତର ଯୀଶୁଙ୍କୁ କ'ଣ କହିଲେ ?

ତୃତୀୟ ଥର ତାହାକୁ ପଚାରିବା ସମୟରେ ପିତର ଉତ୍ତର ଦେଲେ, "ପ୍ରଭୁ, ତୁମ୍ଭେ ସମସ୍ତ ବିଷୟ ଜାଣିଅଛ, ତୁମ୍ଭେ ଜାଣ ଯେ ମୁଁ ତୁମ୍ଭକୁ ପ୍ରେମ କରେ" । [୨୧:୧୭]

ତୃତୀୟ ଥର ପିତର ଯୀଶୁଙ୍କ ପ୍ରଶ୍ନକୁ ଉତ୍ତର ଦେଲେ, "ତୁମ୍ଭେ ମୋତେ ପ୍ରେମ କର କି ?" ଯୀଶୁ ପିତରକୁ କ'ଣ କରିବାକୁ କହିଲେ ?

ତୃତୀୟ ଥର ଯୀଶୁ ତାହାକୁ କହିଲେ, ମୋହର ମେଷମାନଙ୍କୁ ଚରାଅ" । [୨୧:୧୭]

ଯୀଶୁ ଶିମୋନ ପିତରଙ୍କ ଜୀବନରେ କ'ଣ ଘଟିବାକୁ ଯାଉଅଛି ବୋଲି କହିଲେ ଯେତେବେଳେ ଶିମୋନ ବୟସ୍କ ହେବେ ?

ଯୀଶୁ ଶିମୋନ ପିତରକୁ କହିଲେ ଯେ ଯେତେବେଳେ ସେ ବୃଦ୍ଧ ହୁଅନ୍ତି, ସେ ତାହାର ହସ୍ତ ବିସ୍ତାର କରିବ, ଏବଂ ଅନ୍ୟ ଜଣେ ତୁମର କଟିବନ୍ଧନ କରିବ ଏବଂ ଯେଉଁଆଡେ ତୁମ୍ଭର ଇଚ୍ଛା ନ ଥିବ ସେଆଡେ ତୁମକୁ ନେଇଯିବ । [୨୧:୧୮]

John 21:19

ପିତର ଯେତେବେଳେ ବୃଦ୍ଧ ହେବ, ପିତରକୁ କ'ଣ ଘଟିବାକୁ ଯାଉଅଛି ବୋଲି ଯୀଶୁ କାହିଁକି ପିତରକୁ କହିଲେ ?

ଯୀଶୁ ଏହା କହିବାର କାରଣ ସେ ସୂଚନା ଦେଉଥିଲେ ଯେ ପିତର କେଉଁ ପ୍ରକାର ମୃତ୍ୟୁ ଦ୍ଵାରା ଈଶ୍ଵରଙ୍କ ମହିମା କରିବେ । [୨୧:୧୯]

John 21:20

ଶିମୋନ ପିତର ଯୀଶୁଙ୍କୁ ସେହି ଶିଷ୍ୟ ବିଷୟରେ ଯାହାକୁ ଯୀଶୁ ପ୍ରେମ କରୁଥିଲେ କ'ଣ ପଚାରିଲେ ?

ପିତର ଯୀଶୁଙ୍କୁ ପଚାରିଲେ, "ପ୍ରଭୁ, ଏହି ବ୍ୟକ୍ତି କ'ଣ କରିବ ?"

ଯୀଶୁ କିପରି ପିତରଙ୍କ ପ୍ରଶ୍ନକୁ ଉତ୍ତର ଦେଲେ, "ପ୍ରଭୁ, ଏହି ବ୍ୟକ୍ତି କ'ଣ କରିବ ?"

ଯୀଶୁ ପିତରଙ୍କୁ କହିଲେ, "ମୋହର ଅନୁଗମନ କର" । [୨୧:୨୨]


Book: Acts

Acts

Chapter 1

1 ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ, 2 ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟ ନେଇ ମୁଁ ପ୍ରଥମ ଲୂକ ପୁସ୍ତକଟି ଲେଖିଅଛି । 3 ସେ ମଧ୍ୟ ଆପଣା ଦୁଃଖଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟ ଗୁଡ଼ିକ କହିଲେ । 4 ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଯିରୂଶାଲମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ'ଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ; 5 କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ ।

6 ଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; "ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି ?" 7 ସେ ସେମାନଙ୍କୁ କହିଲେ, ''ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତାର ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ । 8 କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।" 9 ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା । 10 ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, 11 ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ ।

12 ଏହାପରେ ସେମାନେ ଜୀତ ନାମକ ପର୍ବତରୁ ଯିରୂଶାଲମକୁ ବାହୁଡ଼ି ଆସିଲେ । ସେହି ପର୍ବତ ଯିରୂଶାଲମ ପାଖରେ, ଗୋଟିଏ ବିଶ୍ରାମବାରର ବାଟ ଦୂରରେ ଥିଲା । 13 ସେମାନେ, ଅର୍ଥାତ୍ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, 'ଉଦ୍‌ଯୋଗୀ' ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ । 14 ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରିୟମ ଓ ତାହାଙ୍କ ଭାଇମାନଙ୍କ ସହିତ ଏକ ମନରେ ପ୍ରାର୍ଥନାରେ ଲାଗି ରହିଲେ । 15 ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ; (ସେଠାରେ ଯୀଶୁଙ୍କର ଅନୁଗତ ପ୍ରାୟ ଶହେ କୋଡ଼ିଏ ଜଣ ଥିଲେ), 16 ମୋର ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା; 17 କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଇଥିଲା ଓ ଏହି ସେବାପଦରେ ଅଂଶ ପ୍ରାପ୍ତ ହୋଇଥିଲା । 18 ଏହି ଲୋକ (ଯିହୂଦା) ଅଧର୍ମର ମୁଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା, ପୁଣି, ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରିପଡ଼ିଲା; 19 ଆଉ, ଏହା ଯିରୂୂଶାଲମରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ 'ହକଲ୍‌ଦମା', ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା । 20 ଆଉ, ଗୀତସଂହିତାରେ ଲେଖା ଅଛି, ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ । ଏବଂ ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣଙ୍କୁ ଦିଆଯାଉ । 21 ଅତଏବ, ପ୍ରଭୁ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ନେବା ସମୟଠାରୁ ଆରମ୍ଭ କରି, ଆମ୍ଭମାନଙ୍କ ନିକଟରୁ ଊର୍ଦ୍ଧ୍ୱକୁ ନିଆଯିବା ଦିନ ପର୍ଯ୍ୟନ୍ତ ଯେତେ ସମୟ ଆମ୍ଭମାନଙ୍କ ମଧ୍ୟରେ ଗମନାଗମନ କରୁଥିଲେ, 22 ସେହି ସମୟରେ ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ । 23 ସେଥିରେ ସେମାନେ ଦୁଇ ଜଣଙ୍କୁ, ଅର୍ଥାତ୍ ଯୋଷେଫଙ୍କୁ, ଯାହାକୁ ବର୍ଶବ୍ବା ବୋଲି କହନ୍ତି ଓ ଯାହାଙ୍କ ଉପନାମ ଯୂସ୍ତ, ତାଙ୍କୁ ଓ ମଥିୟଙ୍କୁ ପୃଥକ୍ କରି ଏହି ପ୍ରାର୍ଥନା କଲେ, 24 "ହେ ପ୍ରତ୍ୟେକ ହୃଦୟକୁ ଜାଣିବାର ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି, 25 ସେହି ପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ ।" 26 ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି, ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏଗାର ଜଣ ପ୍ରେରିତଙ୍କ ସହିତ ଗଣିତ ହେଲେ ।



Translation Questions

Acts 1:1

ନୂତନ ନିୟମର କେଉଁ ଦୁଇ ପୁସ୍ତକ ଲୂକ ଲେଖିଥିଲେ?

ଲୂକ ଲିଖିତ ସୁସମାଚାର ଓ ପ୍ରେରିତମାନଙ୍କ କାର୍ଯ୍ୟ ଲେଖିଲେ[୧:୧]।

ଯୀଶୁ ତା'ଙ୍କର ଦୁଃଖଭୋଗ ପରେ ଚାଳିଶ ଦିନ ପର୍ଯ୍ୟନ୍ତ କ'ଣ କଲେ?

ଯୀଶୁ ସ୍ଵର୍ଗରାଜ୍ୟ ବିଷୟରେ କହି ତା'ଙ୍କରି ଶିଷ୍ୟଙ୍କ ନିକଟରେ ଜୀବିତ ଦେଖାଇଲେ[୧:୩]।

Acts 1:4

ଯୀଶୁ ତା'ଙ୍କରି ଶିଷ୍ୟମାନଙ୍କୁ କ'ଣ ପାଇଁ ଅପେକ୍ଷା କରିବାକୁ ଆଜ୍ଞା ଦେଲେ?

ଯୀଶୁ ତା'ଙ୍କରି ଶିଷ୍ୟମାନଙ୍କୁ ପିତା'ଙ୍କ ପ୍ରତିଜ୍ଞାକୁ ଅପେକ୍ଷା କରିବାକୁ କହିଲେ [୧:୪]।

ଅଳ୍ପ ଦିନ ମଧ୍ୟରେ ପ୍ରେରିତମାନେ କହ ସହିତ ବାପ୍ତିଜିତ ହେବେ?

ପ୍ରେରିତମାନେ ପବିତ୍ର ଆତ୍ମସହ ବାପ୍ତିଜିତ ହେବେ ।

Acts 1:6

ଯେତେବେଳେ ପ୍ରେରିତମାନେ ରାଜ୍ୟର ପୁନଃସ୍ଥାପନ ସମୟକୁ ଜାଣିବାକୁ ଇଚ୍ଛା କଲେ, କିପରି ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ?

ଯୀଶୁ ସେମାନଙ୍କୁ କହିଲେ ଯେ ଏହି ସମୟ ସେମାନେ ଜାଣିବା ଉଚିତ ନୁହେଁ [୧:୭]।

ପବିତ୍ର ଆତ୍ମାଙ୍କ ଠାରୁ ପ୍ରେରିତ ମାନେ କ'ଣ ଗ୍ରହଣ କରିବେ ବୋଲି ଯୀଶୁ କହିଲେ?

ପ୍ରେରିତମାନେ ଶକ୍ତି ଗ୍ରହଣ କରିବେ ବୋଲି ଯୀଶୁ କହିଲେ [୧:୮]।

Acts 1:9

କିପରି ତା'ଙ୍କରି ପ୍ରେରିତ ମାନଙ୍କଠାରୁ ପୃଥକ ହେଲେ?

ଯୀଶୁ ଉର୍ଦ୍ଧକୁ ନିତ ହେଲେ ଏବଂ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିରୁ ଘେନିଗଲେ[୧:୯]।

କିପରି ଦୂତମାନେ କହିଲେ ଯେ ପୁନର୍ବାର ଯୀଶୁ ଜଗତକୁ ଫେରିବେ?

ଦୂତ କହିଲେ ଯେ ଯୀଶୁ ଯେପରି ସ୍ଵର୍ଗକୁ ଗଲେ ସେହିପରେ ଫେରି ଅସିବେ[୧:୧୧]।

Acts 1:12

ପ୍ରେରିତମାନେ,ସ୍ତ୍ରୀଲୋକମାନେ,ମରିୟମ ଏବଂ ଯୀଶୁଙ୍କ ଭାଇମାନେ ଉପର କୋଠରୀରେ କ'ଣ କରୁଥିଲେ?

ସେମାନେ ଏକଚିତ୍ତରେ ପ୍ରାର୍ଥନା କରୁଥିଲେ ।

Acts 1:15

ଯିହୁଦା ଯିଏ ଯୀଶୁଙ୍କୁ ଧରାଇଲେ ତା'ଙ୍କ ଜୀବନରେ କ'ଣ ସଫଳ ହୋଇଥିଲେ?

ଶାସ୍ତ୍ର ଯିହୁଦାଙ୍କ ଦ୍ଵାରା ସଫଳ ହୋଇଥିଲା[୧:୧୬]।

Acts 1:17

ସେ ଯୀଶୁଙ୍କୁ ଧରାଇବା ନିମନ୍ତେ, ଟଙ୍କା ଗ୍ରହଣ କଲା ଉତ୍ତାରେ ଯିହୁଦାର କ'ଣ ହେଲା?

ଯିହୁଦା ଖଣ୍ଡିଏ କ୍ଷେତ କିଣିଲା ପୁଣି ସେ ମୁଣ୍ଡ ମାଡି ହୋଇ ପଡ଼ିବାରୁ ତାହାର ଶରୀର ଫାଟିଗଲା ଓ ଅନ୍ତବୁଜୁଳି ବାହାରି ପଡ଼ିଲା[୧:୧୮]।

Acts 1:20

ଗୀତସଂହିତାରେ ଯିହୁଦାର ନେତୃତ୍ୱ ସ୍ଥାନ ସହ କ'ଣ ଘଟିବା ଉଚିତ୍ ବୋଲି ଏହା କୁହେ?

ଅନ୍ୟ ଜଣଙ୍କ ଦ୍ଵାରା ଯିହୁଦାର ନେତୃତ୍ୱ ସ୍ଥାନ ପ୍ରାପ୍ତ ହେବେ ବୋଲି ଗୀତସଂହିତା କହେ[୧:୨୦]।

Acts 1:21

ଯିହୁଦାର ନେତୃତ୍ୱ ସ୍ଥାନ ଯେଉଁ ପୁରୁଷ ନେବେ ତାହା ନିମନ୍ତେ କ'ଣ ଆବଶ୍ୟକତା ଥିଲା?

ଯୋହନ ବାପ୍ତିସ୍ମ ଦେବା ସମୟ ଠାରୁ ସେ ପୁରୁଷ ପ୍ରେରିତମାନଙ୍କ ସହ ସାଥିରେ ଥିବା ଆବଶ୍ୟକ ପୁଣି ଯୀଶୁଙ୍କଠାରେ ପୁନରୁତ୍‌ଥାନ ସାକ୍ଷୀ ହେବା ଆବଶ୍ୟକ ଥିଲା[୧:୨୧-୨୨]।

Acts 1:24

ଦୁଇ ଜଣଙ୍କ ମଧ୍ୟରୁ କିଏ ଯିହୁଦା ଦ୍ଵାରା ସ୍ଥାନ ପ୍ରାପ୍ତ କରିବ ବୋଲି କିପରି ପ୍ରେରିତମାନେ ନିଶ୍ଚୟ କଲେ?

ପରମେଶ୍ଵର ତା'ଙ୍କର ପସନ୍ଦକୁ ପ୍ରକାଶ କରିବା ନିମନ୍ତେ ପ୍ରେରିତମାନେ ପ୍ରାର୍ଥନା କଲେ ଏବଂ ପୁଣି ସେମାନେ ଗୁଳିବାଣ୍ଟ କଲେ[୧:୨୧-୨୬]।

ଏକାଦଶ ପ୍ରେରିତଙ୍କ ସହ କିଏ ଗଣିତ ହେଲେ?

ଏକାଦଶ ପ୍ରେରିତମାନଙ୍କ ସହ ମଥିୟ ଗଣିତ ହେଲେ[୧:୨୬]।


Chapter 2

1 ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ । 2 ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା, 3 ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଉହ୍ଲାଇ ଆସିଲା । 4 ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ । 5 ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୂଦୀମାନେ ଆସି ଯିରୂୂଶାଲମରେ ବାସ କରୁଥିଲେ । 6 ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ । 7 ପୁଣି, ସେମାନେ ଆଚମ୍ବିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ,ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କ'ଣ ଗାଲିଲୀୟ ନୁହଁନ୍ତି ? 8 ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ ? 9 ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି, ମେସପଟାମିଆ, ଯିହୂଦା ଦେଶ ଓ କାପ୍ପାଦକିଆ, ପନ୍ତ ଓ ଆସିଆ, 10 ଫ୍ରୁଗିଆ ଓ ଫଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆସିଥିବା ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀ ପ୍ରବାସୀ, 11 ପୁଣି, କ୍ରୀତୀୟ ଓ ଆରବୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭେମାନେ ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ୱରଙ୍କ ମହତ ମହତ କର୍ମର କଥା କହିବା ଶୁଣୁଅଛୁ । 12 ଆଉ, ସମସ୍ତେ ଆଚମ୍ବିତ ଓ ଅବାକ୍ ହୋଇ ପରସ୍ପର କହିବାକୁ ଲାଗିଲେ,ଏହାର ଅର୍ଥ କ'ଣ ? 13 କିନ୍ତୁ ଅନ୍ୟମାନେ ପରିହାସ କରି କହିଲେ, ଏମାନେ ନୂତନ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି ।

14 କିନ୍ତୁ ପିତର ଏଗାରଜଣଙ୍କ ସହିତ ଠିଆ ହୋଇ ଉଚ୍ଚ ସ୍ଵରରେ ସେମାନଙ୍କ ନିକଟରେ ବକ୍ତୃତା ଦେଇ କହିଲେ, ହେ ଯିହୂଦୀ ଲୋକେ, ଓ ଯିରୂଶାଲମ ନିବାସୀ ସମସ୍ତେ, ଆପଣମାନେ ଏହା ଜାଣନ୍ତୁ ଓ ମୋହର କଥା ଶୁଣନ୍ତୁ । 15 କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି,ଏମାନେ ସେପରି ମାତାଲ ନୁହଁନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର । 16 କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି,ଏହା ସେହି ଘଟଣା ଅଟେ; 17 ଈଶ୍ୱର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଅାମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ । 18 ହଁ, ସେହି କାଳରେ ଅାମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ । 19 ଅାମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୂତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା । 20 ପ୍ରଭୁଙ୍କର ମହତ ଓ ପ୍ରସିଦଧ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତମୟ ହୋଇଯିବ । 21 ଆଉ,ଏପରି ଘଟିବ ଯେ, ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ । 22 ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ । ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ୱର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି,ଏହା ଅାପଣମାନେ ନିଜେ ଜାଣନ୍ତି; 23 ସେହି ବ୍ୟକ୍ତି ଈଶ୍ୱରଙ୍କ ନିରୂୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାରୋପଣ କରି ବଧ କରିଥିଲେ; 24 କିନ୍ତୁ ଈଶ୍ୱର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ । 25 ଦାଉଦ ତ ତାହାଙ୍କ ବିଷୟରେ କହନ୍ତି, ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି । 26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ, 27 କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ । 28 ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ । 29 ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି । 30 ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାଙ୍କ ସିଂହାସନରେ ରାଜା କରି ବସାଇବା ପାଇଁ ପରମେଶ୍ୱର ତାକୁ ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ । 31 ଏହା ଜାଣିବାରୁ ସେ ଭବିଷ୍ୟଦ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ । 32 ଏହି ଯୀଶୁଙ୍କୁ ଈଶ୍ୱର ଉଠାଇଅଛନ୍ତି, ସେହି ବିଷୟରେ ଅମ୍ଭେମାନେ ସମସ୍ତେ ସାକ୍ଷୀ । 33 ଅତଏବ, ଈଶ୍ୱର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି । 34 କାରଣ ଦାଉଦ ସ୍ୱର୍ଗାରୋହଣ କରି ନ ଥିଲେ, କିନ୍ତୁ ସେ ନିଜେ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, 35 ଅାମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ "ଆମ୍ଭର ଦକ୍ଷିଣରେ ବସିଥାଅ" । 36 ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ୱର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି । 37 ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି, ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ,ଭାଇମାନେ, ଆମ୍ଭେମାନେ କ'ଣ କରିବା ? 38 ସେଥିରେ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ । 39 କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ । 40 ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, "ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷା ପ୍ରାପ୍ତ ହେଉନ୍ତୁ" । 41 ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହି ଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ ।

42 ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ । 43 ଆଉ, ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା । 44 ମାତ୍ର ଯେଉଁମାନେ ବିଶ୍ୱାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ । 45 ପୁଣି, ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ । 46 ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୁଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ୱରଙ୍କ ପ୍ରଶଂସା କରୁଥିଲେ । 47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ ପୁଣି, ପ୍ରଭୁ, ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ ।



Translation Questions

Acts 2:1

ଯିହୁଦୀମାନଙ୍କ ପର୍ବର କେଉଁ ଦିନ ସମସ୍ତ ଶିଷ୍ୟମାନେ ଏକାଠି ଥିଲେ ?

ପେଣ୍ଟିକଷ୍ଟ ଦିବସରେ ସମସ୍ତ ଶିଷ୍ୟମାନେ ସମବେତ ଥିଲେ [୨:୧]।

ଯେତେବେଳେ ପବିତ୍ର ଆତ୍ମଗୃହ ଭିତରକୁ ଆସିଲେ, ଶିଷ୍ୟମାନେ କ'ଣ କରିବାକୁ ଆରମ୍ଭ କଲେ ?

ଶିଷ୍ୟମାନେ ଅନ୍ୟାନ୍ୟ ଭଷାରେ କଥା କହିବା ଆରମ୍ଭ କଲେ [୨:୪]।

Acts 2:5

ଏହି ସମୟରେ ଯିରୂଶାଲମରେ ସେଠାରେ କେଉଁଠାରୁ ଭକ୍ତ ଯିହୁଦୀମାନେ ଆସିଥିଲେ ?

ସ୍ଵର୍ଗର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ ଭକ୍ତ ଯିହୁଦୀମାନେ ସେଠାରେ ଥିଲେ [୨:୫]।

ଯେତେବେଳେ ସେମାନେ କଥା କହିବା ଶୁଣିଲେ ବହୁ ଜନତା କାହିଁକି ହତବୁଦ୍ଧି ହେଲେ?

ଯେହେତୁ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହିବା ଶୁଣିଲେ[୨:୬]।

Acts 2:8

ଶିଷ୍ୟମାନେ କେଉଁ ବିଷୟରେ କହୁଥିଲେ?

ଶିଷ୍ୟମାନେ ଈଶ୍ଵରଙ୍କ କାର୍ଯ୍ୟ ବିଷୟରେ କହୁଥିଲେ [୨:୧୧]।

Acts 2:12

ଯେଉଁମାନେ ଶିଷ୍ୟମାନଙ୍କୁ ପରିହାସ କରୁଥିଲେ ସେମାନେ କ'ଣ ଭାବିଲେ ?

ଅନ୍ୟମାନେ ପରିହାସ କଲେ ପୁଣି ସେମାନେ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି ବୋଲି ଭାବିଲେ[୨:୧୩]।

Acts 2:16

ଏହି ସମୟରେ ପିତର କ'ଣ ସଫଳ ହୋଇଅଛି ବୋଲି କହିଲେ?

ଯୋୟେଲଙ୍କ ଭାବବାଣୀ ଯାହା କହେ ଈଶ୍ଵର ସମସ୍ତଙ୍କ ଉପରେ ଆପଣା ଆତ୍ମବୃଷ୍ଠି କରିବେ ତାହା ସଫଳ ହୋଇଅଛି [୨:୧୬-୧୭]।

Acts 2:20

ଯୋୟେଲଙ୍କ ଭାବବାଣୀରେ କେଉଁମାନେ ଉଦ୍ଧାର ପାଇଅଛନ୍ତି?

ଯେକେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ ସେମାନେ ସେ ପରିତ୍ରାଣ ପାଇବେ[୨:୨୧]।

Acts 2:22

କିପରି ଯୀଶୁଙ୍କ ସେବାକାର୍ଯ୍ୟ ପରମେଶ୍ଵରଙ୍କ ଦ୍ଵାରା ପ୍ରମାଣିତ ହୋଇଅଛି?

ଯୀଶୁଙ୍କ ସେବାକାର୍ଯ୍ୟ ଅଦ୍ଭୁତ କର୍ମ ଓ କ୍ଷମତା ଦ୍ଵାରା ପ୍ରମାଣିତ ହୋଇଅଛି ଯାହା ପରମେଶ୍ଵର ତାହାଙ୍କ ମଧ୍ୟ ଦେଇ କଲେ[୨:୨୩]।

ଯୀଶୁ କ୍ରୁଶବିଦ୍ଧ ହେବେ ଏହା କାହାର ଯୋଜନା ଥିଲା?

ପରମେଶ୍ଵରଙ୍କ ସଂକଳ୍ପିତ ଯୋଜନା ଦ୍ଵାରା ଯୀଶୁ କ୍ରୁଶବିଦ୍ଧ ହେଲେ[୨:୨୩]।

Acts 2:27

ଈଶ୍ଵରଙ୍କ ପବିତ୍ର ରାଜା ଦାଉଦ ପୁରାତନ ନିୟମରେ କ'ଣ ଭାବବାଣୀ କଲେ?

ରାଜା ଦାଉଦ କହିଲେ ଯେ ପରମେଶ୍ଵର ତା'ଙ୍କରି ପବିତ୍ର ଭକ୍ତଙ୍କୁ କ୍ଷୟ ହେବାକୁ ଦେବେ ନାହିଁ[୨:୨୫,୨୭,୩୧]।

Acts 2:29

ପରମେଶ୍ଵର ରାଜା ଦାଉଦଙ୍କୁ ତା'ଙ୍କରି ଉତ୍ତରାଧିକାରୀମାନଙ୍କ ବିଷୟରେ କ'ଣ ପ୍ରତିଜ୍ଞା କରିଥିଲେ?

ପରମେଶ୍ଵର ରାଜା ଦାଉଦଙ୍କୁ ତା'ଙ୍କରି ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ଜଣେ ସିଂହାସନ ଉପରେ ବସିବେ ବୋଲି ପ୍ରତିଜ୍ଞା କରିଥିଲେ[୨:୩୦]।

Acts 2:32

ପରମେଶ୍ଵରଙ୍କ ପବିତ୍ର ଭକ୍ତ କିଏ ଥିଲା ଯିଏ କ୍ଷୟକ୍ଷତି ହେଲା ନାହିଁ ପୁଣି ସିଂହାସନ ଉପରେ ବସନ୍ତି?

ଯୀଶୁ ଭାବବାଣୀ ହୋଇଥିବା ପବିତ୍ର ଜଣ ଏବଂ ରାଜା ଅଟନ୍ତି[୨:୩୨]।

Acts 2:34

ଈଶ୍ଵର ବର୍ତ୍ତମାନ କେଉଁ ଦୁଇ ପଦ ଯୀଶୁଙ୍କୁ ଦେଇଥଲେ ବୋଲି ପିତର ପ୍ରଚାର କଲେ ?

ଈଶ୍ଵର ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦ ଯୀଶୁଙ୍କୁ ଦେଇଥିଲେ [୨:୩୬]।

Acts 2:37

ଯେତେବେଳେ ବହୁ ଜନତା ପିତରଙ୍କ ପ୍ରଚାର ଶୁଣିଲେ ସେମାନଙ୍କର ଉତ୍ତର କ'ଣ ଥିଲା?

କ'ଣ ସେମାନଙ୍କୁ କରିବା ଉଚିତ ବୋଲି ଜନତା ପଚାରିଲେ[୨:୩୭]।

ପିତର ବହୁ ଜନତାକୁ କ'ଣ କରିବାକୁ କହିଲେ ?

ପିତର ବହୁ ଜନତାକୁ ଅନୁତାପ କରିବାକୁ କହିଲେ ଆଉ ସେମାନଙ୍କର ପାପ କ୍ଷମା ନିମନ୍ତେ ବାପ୍ତିଜିତ ହେବାକୁ କହିଲେ[୨:୩୮]।

ଈଶ୍ଵରଙ୍କ ପ୍ରତିଜ୍ଞା କାହା ପାଇଁ ଥିଲା ବୋଲି ପିତର କହିଲେ?

ଈଶ୍ଵରଙ୍କ ପ୍ରତିଜ୍ଞା ବହୁଜନତା ନିମନ୍ତେ, ସେମାନଙ୍କ ସନ୍ତାନ ନିମନ୍ତେ ପୁଣି ଦୂରରେ ଥିବା ଲୋକମାନଙ୍କ ନିମନ୍ତେ ଥିଲା ବୋଲି ପିତର କହିଲେ[୨:୩୯]।

Acts 2:40

ସେହିଦିନ କେତେ ଜଣ ବାପ୍ତିଜିତ ହେଲେ?

ପ୍ରାୟ ତିନି ସହସ୍ର ଲୋକ ବାପ୍ତିଜିତ ହେଲେ[୨:୪୧]।

ବାପ୍ତିଜିତ ଲୋକମାନେ କ'ଣ କରିବାକୁ ଲାଗିଲେ?

ପ୍ରେରିତମାଙ୍କର ଶିକ୍ଷାରେ, ସହଭାଗିତାରେ, ରୋଟୀ ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ସେମାନେ ନିବିଷ୍ଟ ହୋଇ ରହିଲେ[୨:୪୪-୪୫]।

Acts 2:43

ଯେଉଁମାନେ ବିଶ୍ଵାସ କଲେ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିବାକୁ ସେମାନେ କ'ଣ କଲେ?

ସେମାନେ ସେମାନଙ୍କର ସମ୍ପତ୍ତି ପଦାର୍ଥ ବିକ୍ରୀ କଲେ ଓ ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ବାଣ୍ଟି ଦେଲେ[୨:୪୪-୪୫]।

Acts 2:46

ଏହି ସମୟରେ ବିଶ୍ଵାସୀମାନେ କେଉଁଠାରେ ସମବେତ ହୋଇଥିଲେ ?

ବିଶ୍ଵାସୀମାନେ ମନ୍ଦିରରେ ସମବେତ ହୋଇଥିଲେ [୨:୪୬]।

ବିଶ୍ଵାସୀମାନଙ୍କର ସମୂହକୁ କିଏ ଦିନ ପରେ ଦିନ ସଂଯୁକ୍ତ କରୁଥିଲେ ?

ପ୍ରଭୁ ପରିତ୍ରାଣ ପ୍ରାପ୍ତ ହୋଇଥିବା ଲୋକମାନଙ୍କୁ ପ୍ରତିଦିନ ସଂଯୁକ୍ତ କଲେ [୨:୪୭]।


Chapter 3

1 ଦିନେ ପ୍ରାର୍ଥନାର ନିର୍ଦ୍ଧିଷ୍ଟ ସମୟରେ, ଅର୍ଥାତ୍ ଅପରାହ୍ନ ତିନି ଘଣ୍ଟା ବେଳେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ । 2 ଏପରି ସମୟରେ ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା । ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାହାକୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ୱାରରେ ରଖିଦେଉଥିଲେ । 3 ସେ ପିତର ଓ ଯୋହନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଯାଉଥିବା ଦେଖି ଭିକ୍ଷା ମାଗିବାକୁ ଲାଗିଲା 4 ପିତର ଓ ଯୋହନ ତାହା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ପୁଣି, ପିତର କହିଲେ, "ଆମ୍ଭମାନଙ୍କ ଆଡ଼଼କୁ ଚାହଁ ।" 5 ସେଥିରେ ସେ ସେମାନଙ୍କଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡ଼଼କୁ ଚାହିଁ ରହିଲା । 6 କିନ୍ତୁ ପିତର କହିଲେ, "ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ଚାଲ ।" 7 ପୁଣି, ସେ ତା'ର ଡାହାଣ ହାତ ଧରି ତାକୁ ଉଠାଇଲେ; ସେଥିରେ ସେହିକ୍ଷଣି ତା'ର ପାଦ ଓ ଗୋଡ଼ର ଗଣ୍ଠିସବୁ ବଳ ପାଇଲା, 8 ଆଉ ସେ କୁଦା ମାରି ଠିଆ ହେଲା; ପୁଣି, ଚାଲିବାକୁ ଲାଗିଲା; ଆଉ, ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ, ପୁଣି, ଈଶ୍ୱରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା । 9 ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ, 10 ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର-ଦ୍ୱାର ନିକଟରେ ବସି ଭିକ୍ଷା ମାଗୁଥିଲା,ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ, ପୁଣି, ତା' ପ୍ରତି ଯାହା ଘଟିଥିଲା, ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ବିତ ହେଲେ । 11 ସେ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ ଲୋକ ସମସ୍ତେ ଅତିଶୟ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପରେ ସେମାନଙ୍କ ନିକଟକୁ ଏକତ୍ର ଦୌଡ଼ିଆସିଲେ । 12 ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି ? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି ? 13 ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ଈଶ୍ୱର, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିିତ କରିଅଛନ୍ତି; ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ, ପୁଣି, ଯେତେବେଳେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ । 14 ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ,ଏହା ପ୍ରାର୍ଥନା କଲେ, 15 କିନ୍ତୁ ଜୀବନର କର୍ତ୍ତାଙ୍କୁ ବଧ କଲେ; ତାହାଙ୍କୁୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ଆମ୍ଭେମାନେ ସେଥିର ସାକ୍ଷୀ । 16 ପୁଣି, ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକକୁ ଆପଣମାନେ ଦେଖୁଛନ୍ତି ଓ ଜାଣିଅଛନ୍ତି,ଏହାକୁ ତାହାଙ୍କ ନାମ ବଳବାନ କରିଅଛି; ହଁ, ତାହାଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱାସ ଆପଣ ସମସ୍ତଙ୍କ ସାକ୍ଷାତରେ ଏହାକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦାନ କରିଅଛି । 17 ଆଉ ଏବେ, ହେ ଭାଇମାନେ, ଆପଣମାନଙ୍କ ଅଧ୍ୟକ୍ଷମାନେ ଯେପରି, ଆପଣମାନେ ମଧ୍ୟ ସେପରି ଅଜ୍ଞାନତା ହେତୁ ଏହା କରିଅଛନ୍ତି ବୋଲି ମୁଁ ଜାଣେ । 18 କିନ୍ତୁ ଈଶ୍ୱର ଆପଣା ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ସମସ୍ତ ଭାବବାଦୀଙ୍କ ମୁଖ ଦ୍ୱାରା ଯାହା ଯାହା ପୂର୍ବରୁ ପ୍ରଚାର କରିଥିଲେ, ସେହି ସବୁ ସେ ଏହି ପ୍ରକାରେ ସଫଳ କରିଅଛନ୍ତି । 19 ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇ ପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରି ଆସନ୍ତୁ, 20 ତାହାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ; ପୁଣି, ଆପଣମାନଙ୍କ ନିମନ୍ତେ ପୂର୍ବନିରୂପିତ ଖ୍ରୀଷ୍ଟଙ୍କୁ ଅର୍ଥାତ୍ ଯୀଶୁଙ୍କୁ ସେ ପ୍ରେରଣ କରିବେ । 21 ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନକାଳରୁ ଈଶ୍ୱର ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ । 22 ମୋଶା ତ କହିଥିଲେ, ପ୍ରଭୁ ଈଶ୍ୱର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ; ଯେଉଁ ଯେଉଁ ବିଷୟରେ ସେ ତୁମ୍ଭମାନଙ୍କୁ କହିବେ, ସେହି ସବୁ ବିଷୟରେ ତୁମ୍ଭେମାନେ ତାହାଙ୍କ କଥା ଶୁଣିବ । 23 କିନ୍ତୁ ଏପରି ଘଟିବ ଯେ, ଯେଉଁ ପ୍ରାଣୀ ସେହି ଭାବବାଦୀଙ୍କର କଥା ଶୁଣିବ ନାହିଁ, ସେ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ । 24 ହଁ, ଶାମୁୟେଲ ଓ ତାହାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହି କାଳର ବିଷୟ ପ୍ରଚାର କରିଅଛନ୍ତି 25 ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ୱର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି । 26 ଈଶ୍ୱର ପ୍ରଥମେ ଆପଣମାନଙ୍କ ନିମନ୍ତେ ଆପଣାର ସେହି ଦାସଙ୍କୁ ଉତ୍ପନ୍ନ କରି ପ୍ରେରଣ କଲେ, ଯେପରି ସେ ଆପଣମାନଙ୍କର ପ୍ରତ୍ୟେକ ଜଣଙ୍କୁ ନିଜ ନିଜ ଦୁଷ୍ଟତାରୁ ଫେରାଇ ଆଶୀର୍ବାଦ କରନ୍ତି ।



Translation Questions

Acts 3:1

ପିତର ଓ ଯୋହନ ମନ୍ଦିରକୁ ଯାଉଥିବା ରାସ୍ତାରେ ସେମାନେ କାହାକୁ ଦେଖିଲେ?

ଜନ୍ମଠାରୁ ଜଣେ ଲେଙ୍ଗଡ଼ା ବ୍ୟକ୍ତି ଯିଏ ମନ୍ଦିରରେ ଭିକ୍ଷା ମାଗୁଥିଲା [୩:୨]।

Acts 3:4

ପିତର ସେହି ଲୋକକୁ କ'ଣ ଦେଲେ?

ପିତର ସେହି ଲୋକକୁ ରୂପା କି ସୁନା ଦେଲେ ନାହିଁ[୩:୬]।

Acts 3:7

ପିତର ସେହି ଲୋକକୁ କ'ଣ ଦେଲେ?

ପିତର ସେହି ଲୋକକୁ ଚାଲିବାକୁ ଶକ୍ତି ଦେଲେ[୩:୬,୭]।

ପିତର ତାହାକୁ ଯାହା ଦେଲେ ତାହାର କ'ଣ ପ୍ରତିକ୍ରିୟା ଥିଲା?

ଚାଲୁ ଚାଲୁ, କୁଦା ମାରି ଓ ଈଶ୍ଵର ପ୍ରଶଂସା କରି ମନ୍ଦିରରେ ପ୍ରବେଶ କଲା[୩:୮]।

Acts 3:9

ଯେଉଁମାନେ ସେ ବ୍ୟକ୍ତିଙ୍କୁ ଦେଖିଲେ ମନ୍ଦିରରେ ଦେଖିଲେ ସେମାନେ କିପରି ପ୍ରତିକ୍ରିୟା କଲେ?

ଲୋକମାନେ ବିସ୍ମୟପୂର୍ଣ୍ଣ ଓ ଚକିତ ହେଲେ[୩:୧୦]।

Acts 3:13

ପିତର ଲୋକମାନଙ୍କୁ କ'ଣ ସ୍ମରଣ କରାଇଲେ ଯାହା ସେମାନେ ଯୀଶୁଙ୍କ ସହ କରିଥିଲେ?

ସେମାନେ ଯୀଶୁଙ୍କୁ ପିଲାତଙ୍କ ହସ୍ତରେ ସମର୍ପଣ କଲେ, ତା'ଙ୍କୁ ପରିତ୍ୟାଗ କଲେ ପୁଣି ତା'ଙ୍କୁ ବଧ କଲେ ବୋଲି ପିତର ଲୋକମାନଙ୍କୁ ସ୍ମରଣ କରାଇଲେ[୩:୧୩-୧୫]।

Acts 3:15

ସେହି ଲୋକକୁ କେଉଁ ବିଷୟ ସୁସ୍ଥ କରିଥିଲା ?

ଯୀଶୁଙ୍କ ନାମରେ ବିଶ୍ଵାସ ହିଁ ସେହି ଲୋକଙ୍କୁ ସୁସ୍ଥ କରିଅଛି ବୋଲି ପିତର କହିଲେ[୩:୧୬]।

Acts 3:19

ପିତର ଲୋକମାନଙ୍କୁ କ'ଣ କରିବାକୁ କହିଲେ?

ପିତର ଲୋକମାନଙ୍କୁ ଅନୁତାପ କରିବାକୁ କହିଲେ[୩:୧୯]।

Acts 3:21

କେଉଁ ସମୟ ପର୍ଯ୍ୟନ୍ତ ସ୍ଵର୍ଗ ଯୀଶୁଙ୍କୁ ଗ୍ରହଣ କରିବ ବୋଲି ପିତର କହିଲେ?

ପିତର କହିଲେ ସମସ୍ତ ବିଷୟରେ ପୁନଃସ୍ଥାପନ ପର୍ଯ୍ୟନ୍ତ ଯୀଶୁ ସ୍ଵର୍ଗର ଗୃହିତ ହେବେ[୩:୨୧]।

ମୋଶା ଯୀଶୁଙ୍କ ବିଷୟରେ କ'ଣ କହିଲେ?

ମୋଶା କହିଲେ, ଭାବବାଦୀଙ୍କୁ ଉତ୍ପନ୍ନ ଯାହାଙ୍କ କଥା ଲୋକମାନେ ଶୁଣିବେ[୩:୨୨]।

ଯିଏ ଯୀଶୁଙ୍କ କଥା ଶୁଣେ ନାହିଁ, ସେ ପ୍ରତ୍ୟେକଙ୍କୁ କ'ଣ ଘଟିବ?

ଯେଉଁ ବ୍ୟକ୍ତି ଯୀଶୁଙ୍କୁ ଶୁଣେ ନାହିଁ, ସେ ସମ୍ପୂର୍ଣ୍ଣ ଭାବରେ ଉଚ୍ଛିନ୍ନ ହେବ[୩:୨୩]।

Acts 3:24

ପୁରାତନ ନିୟମରେ କେଉଁ ଚୁକ୍ତିର ପ୍ରତିଜ୍ଞାକୁ ପିତର ଲୋକମାନଙ୍କୁ ସ୍ମରଣ କରାଇଲେ?

ଯେତେବେଳେ ଈଶ୍ଵର କହିଲେ''ତୁମ୍ଭର ବଂଶ ଦ୍ଵାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ''ଏହି ବାକ୍ୟ ଈଶ୍ଵର ଅବ୍ରାହାମଙ୍କୁ କହି ଯେଉଁ ନିୟମ ସ୍ଥାପନ କରିଥିଲେ ସେମାନେ ସେହି ନିୟମର ସନ୍ତାନ ଅଟନ୍ତି ବୋଲି ପିତର ଲୋକମାନଙ୍କୁ ସ୍ମରଣ କରାଇଲେ[୩:୨୫]।

କିପରି ଈଶ୍ଵର ଯିହୁଦୀମାନଙ୍କୁ ଆଶୀର୍ବାଦ କରିବାକୁ ଇଛା କରୁଥିଲେ?

ଈଶ୍ଵର ପ୍ରଥମେ ଯୀଶୁଙ୍କୁ ଯିହୁଦୀମାନଙ୍କ ନିକଟକୁ ପଠାଇ ସେମାନଙ୍କୁ ସେମାନଙ୍କର ଦୁଷ୍ଟତାରୁ ଫେରାଇ ଆଣି ସେମାନଙ୍କୁ ଆଶୀର୍ବାଦ କରିବାକୁ ଇଚ୍ଛା କରୁଥିଲେ[୩:୨୬]।


Chapter 4

1 ସେମାନେ ଲୋକମାନଙ୍କ ନିକଟରେ କଥା କହୁଥିବା ସମୟରେ ଯାଜକମାନେ, ମନ୍ଦିର ସେନାପତି ଓ ସାଦ୍ଦୂକୀମାନେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; 2 ସେମାନେ ବିରକ୍ତ ହୋଇଥିଲେ, କାରଣ ପ୍ରେରିତମାନେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ଯୀଶୁଙ୍କ କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ବିଷୟ ପ୍ରଚାର କରୁଥିଲେ । 3 ପୁଣି, ସେମାନେ ଶିଷ୍ୟମାନଙ୍କୁ ଧରି ପରଦିନ ପର୍ଯ୍ୟନ୍ତ କାରାଗାରରେ ରଖିଲେ, କାରଣ ସେତେବେଳେ ସନ୍ଧ୍ୟା ହୋଇଥିଲା । 4 ତଥାପି ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକେ ବିଶ୍ୱାସ କଲେ, ଆଉ ପୁରୁଷମାନଙ୍କର ସଂଖ୍ୟା ପ୍ରାୟ ପାଞ୍ଚ ହଜାର ହେଲା । 5 ପରଦିନ ଲୋକମାନଙ୍କର ଅଧ୍ୟକ୍ଷ, ପ୍ରାଚୀନ ଓ ଶାସ୍ତ୍ରୀମାନେ ଯିରୂୂଶାଲମରେ ଏକତ୍ରିତ ହେଲେ; 6 ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍‌ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ । 7 ସେମାନେ ପ୍ରେରିତମାନଙ୍କୁ ମଧ୍ୟ ସ୍ଥାନରେ ଠିଆ କରାଇ ପଚାରିବାକୁ ଲାଗିଲେ, କି ଶକ୍ତିରେ ବା କେଉଁ ନାମରେ ତୁମ୍ଭେମାନେ ଏହା କରିଅଛ ? 8 ସେଥିରେ ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, ହେ ଲୋକମାନଙ୍କର ଅଧ୍ୟକ୍ଷ ଓ ପ୍ରାଚୀନମାନେ, 9 ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ,ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି ? 10 ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ ଯେ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି । 11 ଗୃହ ନିର୍ମାଣକାରୀ ଯେ ଆପଣମାନେ, ଆପଣମାନଙ୍କ ଦ୍ୱାରା ଯେଉଁ ପ୍ରସ୍ତର ଅଗ୍ରାହ୍ୟ ହୋଇଥିଲା, ଯାହା କୋଣର ପ୍ରଧାନ ପ୍ରସ୍ତର ହେଲା, ସେ ସେହି ପ୍ରସ୍ତର ଅଟନ୍ତି । 12 ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ । 13 ସେମାନେ ପିତର ଓ ଯୋହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ,ଏହା ବୁଝି ଆଶ୍ଚର୍ଯ୍ୟ ହେଲେ, ପୁଣି, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ, 14 ଆଉ ସେହି ସୁସ୍ଥ ହୋଇଥିବା ଲୋକଟି ସେମାନଙ୍କ ସାଙ୍ଗରେ ଠିଆ ହୋଇଥିବାର ଦେଖି, ସେମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ । 15 ପରେ ସେମାନଙ୍କୁ ସଭାରୁ ବାହାରିଯିବାକୁ ଆଜ୍ଞା ଦେଇ ସେମାନେ ପରସ୍ପର ମଧ୍ୟରେ ପରାମର୍ଶ କରି କହିବାକୁ ଲାଗିଲେ ଏହି ଲୋକମାନଙ୍କ ପ୍ରତି କ'ଣ କରିବା ? 16 କାରଣ ଏମାନଙ୍କ ଦ୍ୱାରା ଯେ, ଗୋଟିଏ ମହା ଆଶ୍ଚର୍ଯ୍ୟକର୍ମ ସାଧିତ ହୋଇଅଛି ଏହା ଯିରୂୂଶାଲମ ନିବାସୀସମସ୍ତଙ୍କ ନିକଟରେ ପ୍ରକାଶିତ ହୋଇଅଛି, ଆଉ ଆମ୍ଭେମାନେ ତାହା ଅସ୍ୱୀକାର କରି ନ ପାରୁ; 17 କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା । 18 ପରେ ସେମାନଙ୍କୁ ଡାକି ଯୀଶୁଙ୍କ ନାମରେ ଆଦୌ କଥା ନ କହିବାକୁ ବା ଶିକ୍ଷା ନ ଦେବାକୁ ଦୃଢ଼ରୂପେ ସେମାନଙ୍କୁ ଅାଜ୍ଞା ଦେଲେ । 19 କିନ୍ତୁ ପିତର ଓ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣମାନେ ବିଚାର କରନ୍ତୁ 20 କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହି ସବୁ ନ କହି ରହି ନ ପାରୁ । 21 ସେଥିରେ ସେମାନେ ଲୋକମାନଙ୍କ ହେତୁ ସେମାନଙ୍କୁ ଦଣ୍ଡ ଦେବାର କୌଣସି ବାଟ ନ ପାଇବାରୁ ସେମାନଙ୍କୁ ଅଧିକ ଭୟ ଦେଖାଇ ଛାଡ଼ିଦେଲେ, ଯେଣୁ ଯାହା ଘଟିଥିଲା, ସେଥିନିମନ୍ତେ ଲୋକ ସମସ୍ତେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ, 22 କାରଣ ଯେଉଁ ଲୋକଠାରେ ସେହି ଆରୋଗ୍ୟର ଆଶ୍ଚର୍ଯ୍ୟକର୍ମ କରାଯାଇଥିଲା, ତାହାର ବୟସ ଚାଳିଶ ବର୍ଷରୁ ଊର୍ଦ୍ଧ୍ୱ ଥିଲା ।

23 ଶିଷ୍ୟମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ସେମାନଙ୍କୁ ଯାହା ଯାହା କହିଥିଲେ, ସେହି ସବୁ ଜଣାଇଲେ । 24 ସେମାନେ ତାହା ଶୁଣି ଏକଚିତ୍ତରେ ଈଶ୍ୱରଙ୍କ ନିକଟରେ ଉଚ୍ଚସ୍ୱରରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେ ସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛ । 25 ତୁମ୍ଭେ ଆପଣା ଦାସ ଆମ୍ଭମାନଙ୍କ ପିତା ଦାଉଦଙ୍କ ମୁଖ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହି କଥା କହିଅଛ, ଅଣଯିହୂଦୀମାନେ କାହିଁକି କଳହ କଲେ, ଆଉ ଲୋକମାନେ କାହିଁକି ଅନର୍ଥକ ବିଷୟ କଳ୍ପନା କଲେ ? 26 ପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ, ପୃଥିବୀର ରାଜାମାନେ ଠିଆ ହେଲେ, ପୁଣି, ଶାସନକର୍ତ୍ତାମାନେ ଏକତ୍ର ହେଲେ । 27 କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତିୟ ପୀଲାତ ଉଭୟ ଅଣଯିହୂଦୀ ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ, 28 ତୁମ୍ଭର ସଂକଳ୍ପ ଦ୍ୱାରା ଯେ ସମସ୍ତ ବିଷୟ ଘଟିବ ବୋଲି ପୂର୍ବରୁ ନିରୂପିତ ହୋଇଥିଲା, ତାହା କରିବାକୁ ଏକତ୍ର ହେଲେ । 29 ଆଉ ଏବେ, ହେ ପ୍ରଭୁ, ସେମାନଙ୍କ ତର୍ଜନଗର୍ଜନ ପ୍ରତି ଦୃଷ୍ଟିପାତ କର; ପୁଣି, ତୁମ୍ଭର ଦାସମାନଙ୍କୁୁ ପୂର୍ଣ୍ଣ ସାହସ ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ, 30 ଆଉ ସେଥି ସଙ୍ଗେ ସଙ୍ଗେ ତୁମ୍ଭର ପବିତ୍ର ଦାସ ଯୀଶୁଙ୍କ ନାମରେ ସୁସ୍ଥ କରିବା ନିମନ୍ତେ ଏବଂ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିବା ପାଇଁ ତୁମ୍ଭର ହସ୍ତ ବିସ୍ତାର କର । 31 ସେମାନେ ପ୍ରାର୍ଥନା କଲା ଉତ୍ତାରେ, ଯେଉଁ ସ୍ଥାନରେ ଏକତ୍ର ହୋଇଥିଲେ, ତାହା କମ୍ପି ଉଠିଲା, ପୁଣି, ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ ହୋଇ, ସାହସରେ ଈଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ ।

32 ବିଶ୍ୱାସକାରୀ ଲୋକସମୂୂହ ଏକଚିତ୍ତ ଓ ଏକପ୍ରାଣ ଥିଲେ; ସେମାନଙ୍କ ମଧ୍ୟରୁ କେହିହେଲେ ଆପଣା ସମ୍ପତ୍ତି ମଧ୍ୟରୁ କିଛି ନିଜର ବୋଲି କହୁ ନ ଥିଲେ, କିନ୍ତୁ ସେମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା । 33 ପ୍ରେରିତମାନେ ମହାଶକ୍ତି ସହିତ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ, ପୁଣି, ସମସ୍ତଙ୍କ ଉପରେ ମହା ଅନୁଗ୍ରହ ଥିଲା । 34 ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂୂଲ୍ୟ ଆଣି ପ୍ରେରିତମାନଙ୍କର ପାଦ ତଳେ ରଖୁଥିଲେ, 35 ଆଉ ପ୍ରତ୍ୟେକ ଜଣକୁ ତା'ର ଅଭାବ ଅନୁସାରେ ତାହା ବିତରଣ କରାଯାଉଥିଲା । 36 ପୁଣି, ଯୋଷେଫ, ଯେ ଲେବୀ ବଂଶଜାତ ଜଣେ ସାଇପ୍ରସ୍ ଜାତିର ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅନୁବାଦ କଲେ ଏହାର ଅର୍ଥ ସାନ୍ତ୍ୱନାର ପୁତ୍ର), 37 ତାଙ୍କର ଖଣ୍ଡେ କ୍ଷେତ୍ର ଥିଲା; ସେ ତାହା ବିକ୍ରୟ କରି ସେଥିର ଟଙ୍କା ଆଣି ପ୍ରେରିତମାନଙ୍କର ପାଦ ତଳେ ଥୋଇଲେ ।



Translation Questions

Acts 4:1

ମନ୍ଦିରରେ ପିତର ଓ ଯୋହନ ଲୋକମାନଙ୍କୁ କ'ଣ ଶିକ୍ଷା ଦେଉଥିଲେ?

ପିତର ଓ ଯୋହନ ଯୀଶୁ ଓ ତାହାଙ୍କ ପୁନରୁତ୍ଥାନ ବିଷୟରେ ଶିକ୍ଷା ଦେଉଥିଲେ[୪:୨]।

କିପରି ଲୋକମାନେ ପିତର ଓ ଯୋହନଙ୍କ ଶିକ୍ଷାକୁ ପ୍ରତିକ୍ରିୟା କଲେ?

ଅନେକ, ପ୍ରାୟ ପାଞ୍ଚ ସହସ୍ର ଲୋକ ବିଶ୍ଵାସ କଲେ[୪:୪]।

ପିତର ଓ ଯୋହନଙ୍କ ଶିକ୍ଷାକୁ ମନ୍ଦିରର ସେନାପତି, ଯାଜକମାନେ ଓ ସାଦ୍ଦୁକୀମାନେ କିପରି ପ୍ରତିକ୍ରିୟା କଲେ?

ସେମାନେ ପିତର ଓ ଯୋହନଙ୍କୁ ବନ୍ଦୀ କରି ସେମାନଙ୍କୁ କାରାଗାରରେ ରଖିଲେ[୪:୩]।

Acts 4:8

କେଉଁ ଶକ୍ତି ଦ୍ଵାରା କିମ୍ବା କେଉଁ ନାମରେ ମନ୍ଦିରରେ ଥିବା ଲୋକକୁ ସେ ସୁସ୍ଥ କରିଥିଲେ ବୋଲି ପିତର କହିଲେ?

ମନ୍ଦିରରେ ଥିବା ଲୋକକୁ ସେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସୁସ୍ଥ କରିଥିଲେ ବୋଲି ପିତର କହିଲେ[୪:୧୦]।

Acts 4:11

ଏକ ମାତ୍ରା ମାର୍ଗ ଯାହା ଦ୍ଵାରା ଆମ୍ଭେମାନେ ପରିତ୍ରାଣ ପାଇବାକୁ ହେବ ବୋଲି ପିତର କହିଲେ?

ସେଠାରେ ଯୀଶୁଙ୍କ ବିନା କୌଣସି ନାମ ନାହିଁ ଯାହା ଦ୍ଵାରା ଆମ୍ଭେମାନେ ପରିତ୍ରାଣ ପାଇବାକୁ ହେବ ବୋଲି ପିତର କହିଲେ[୪:୧୨]।

Acts 4:13

କାହିଁକି ଯିହୁଦୀ ନେତାମାନେ ପିତର ଓ ଯୋହନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ?

ଯେହେତୁ ଯେଉଁ ଲୋକ ସୁସ୍ଥ ହୋଇଥିଲା ପିତର ଓ ଯୋହନଙ୍କ ସହ ଠିଆ ହୋଇଥିବା ଦେଖି ନେତାମାନେ କିଛି କହି ପାରିଲେ ନାହିଁ[୪:୧୪]।

Acts 4:15

ଯିହୁଦୀ ନେତାମାନେ ପିତର ଓ ଯୋହନଙ୍କୁ କ'ଣ କରିବାକୁ ଆଜ୍ଞା ଦେଲେ?

ଯିହୁଦୀ ନେତାମାନେ ପିତର ଓ ଯୋହନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ନ ଦେବାକୁ ଆଜ୍ଞା ଦେଲେ[୪:୧୮]।

Acts 4:19

କିପରି ପିତର ଓ ଯୋହନ ଯିହୁଦୀନେତାମାନଙ୍କୁ ଉତ୍ତର ଦେଲେ?

ସେମାନେ ସାହାଯ୍ୟ କରିବେ ନାହିଁ କିନ୍ତୁ ସେମାନେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହି ବିଷୟରେ କହିବେ ବୋଲି ପିତର ଓ ଯୋହନ କହିଲେ[୪:୨୦]।

Acts 4:29

ଯିହୁଦୀ ନେତାମାନଙ୍କର ସଚେତନାବାଣୀର ପ୍ରତ୍ୟୁତ୍ତରରେ ବିଶ୍ଵାସୀମାନେ ପରମେଶ୍ଵରଙ୍କୁ କ'ଣ ପଚାରିଲେ?

ବାକ୍ୟ କହିବାକୁ ସାହସ ଓ ଯୀଶୁଙ୍କ ନାମରେ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ ନିମନ୍ତେ ବିଶ୍ଵାସୀମାନେ ପଚାରିଲେ[୪:୨୯,୩୦]।

ବିଶ୍ଵାସୀମାନେ ସେମାନଙ୍କର ପ୍ରାର୍ଥନା ଶେଷ କଲା ପରେ କ'ଣ ଘଟିଲା?

ସେମାନେ ପ୍ରାର୍ଥନା କଲା ଉତ୍ତାରେ,ଯେଉଁ ସ୍ଥାନରେ ଏକତ୍ର ହୋଇଥିଲେ ତାହା କମ୍ପି ଉଠିଲା, ପୁଣି ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ସାହସରେ ସେମାନେ ବାକ୍ୟ କହିଲେ[୪:୩୧]।

Acts 4:32

କିପରି ଭାବରେ ବିଶ୍ଵାସୀମାନଙ୍କର ଆବଶ୍ୟକତାକୁ ଯୋଗାଇ ଦିଆଯାଇଥିଲା?

ଯେଉଁ ଲୋକଙ୍କର ସମ୍ପତ୍ତି ଥିଲା ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂଲ୍ୟ ଆଣି ଅବଶ୍ୟକତା ଅନୁସାରେ ବାଣ୍ଟିବାକୁ ଦେଉଥିଲେ, ପୁଣି ବିଶ୍ଵାସୀମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା[୪:୩୨,୩୪,୩୫]।

Acts 4:36

ଯେଉଁ ବ୍ୟକ୍ତି ତାହାର ଖଣ୍ଡେ କ୍ଷେତ୍ର ବିକ୍ରୀ କରି ସେଥିର ଟଙ୍କା ଆଣି ପ୍ରେରିତମାନଙ୍କୁ ଦେଲେ ତାହାକୁ କେଉଁ ନୂତନ ନାମ ଦିଆଯାଇଥିଲା ଯାହାର ଅର୍ଥ ''ସାନ୍ତ୍ୱନାର ସନ୍ତାନ'' ?

''ସାନ୍ତ୍ୱନାର ସନ୍ତାନ''ରେ ନାମିତ ବ୍ୟକ୍ତିର ନାମ ବର୍ଣ୍ଣବା ଥିଲା[୪:୩୬,୩୭]।


Chapter 5

1 ତେବେ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ହନନୀୟ ଓ ଯାହାଙ୍କ ଭାର୍ଯ୍ୟାଙ୍କ ନାମ ଶଫୀରା ଥିଲା ସେ ଏବଂ ଶଫୀରା ଏକତ୍ର ସେମାନଙ୍କ ସମ୍ପତ୍ତିରୁ କିଛି ବିକ୍ରୟ କଲେ । 2 ପୁଣି, ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂୂଲ୍ୟରୁ କିଛି ଲୁଚାଇ ରଖି, ଅବଶିଷ୍ଟ ଅଂଶମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା । 3 ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛନ୍ତି ? 4 ବିକ୍ରୟ ନ ହେବା ପୂର୍ବେ ତାହା କ'ଣ ତୁମ୍ଭ ନିଜର ହୋଇ ରହି ନ ଥିଲା ? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା ? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଲ । 5 ଏହି ସବୁ କଥା ଶୁଣି ହନନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା । ସେଥିରେ ଯେତେ ଲୋକ ଏହା ଶୁଣିଲେ, ସମସ୍ତେ ଅତିଶୟ ଭୟ କଲେ । 6 ଆଉ, ଯୁବକମାନେ ଉଠି ତାହାକୁ ଲୁଗାରେ ଗୁଡ଼ାଇଲେ ଏବଂ ବାହାରକୁ ଘେନିଯାଇ ସମାଧି ଦେଲେ । 7 ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କ'ଣ ଘଟିଅଛି, ତାହା ସେ ଜାଣି ନ ଥିଲା । 8 ଆଉ, ପିତର ତାହାକୁ ଉତ୍ତର ଦେଲେ, "କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ" ? ସେ କହିଲା, ହଁ, ସେତିକିରେ । 9 ସେଥିରେ ପିତର ତାହାକୁ କହିଲେ, "ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ" ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ । 10 ସେହିକ୍ଷଣୀ ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ । 11 ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହି ସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ ।

        12 ପ୍ରେରିତମାନଙ୍କ ହସ୍ତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା, ଆଉ ସମସ୍ତ ମଣ୍ଡଳୀ ଏକଚିତ୍ତରେ ଶଲୋମନଙ୍କ ମଣ୍ଡପରେ ଉପସ୍ଥିତ ହେଉଥିଲେ, 13 କିନ୍ତୁ ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହି ସେମାନଙ୍କ ସହିତ ଯୋଗ ଦେବାକୁ ସାହସ କରୁ ନ ଥିଲେ; ତଥାପି ଲୋକମାନେ ସେମାନଙ୍କର ପ୍ରଶଂସା କରୁଥିଲେ, 14 ପୁଣି, ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ, 15 ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ,ଏଥି ନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ । 16 ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ ।

        17 ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ଜ୍ୱଳିତ ହୋଇ ଉଠିଲେ 18 ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ । 19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ, 20 "ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ" । 21 ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ । ଇତିମଧ୍ୟରେ ମହାଯାଜକ ଓ ତାହାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି, ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ । 22 କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ, 23 "ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ ।" 24 ଏହି ସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କ'ଣ ହେବ ଭାବି ସେମାନଙ୍କ ବିଷୟରେ ଅବାକ୍ ହେବାକୁ ଲାଗିଲେ । 25 ଏପରି ସମୟରେ ଜଣେ ଆସି ସେମାନଙ୍କୁ ସମ୍ବାଦ ଦେଲା, ଦେଖନ୍ତୁ, ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ, ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି । 26 ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ, କିନ୍ତୁ ବଳପୂର୍ବକ ନୁହେଁ, କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ,ଏହା ଭୟ କରୁଥିଲେ । 27 ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ । ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ, 28 "ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ରୂପେ ନିଷେଧ କରିଥିଲୁୁ", ତଥାପି "ଦେଖ, ତୁମ୍ଭେମାନେ ତୁମ୍ଭମାନଙ୍କ ଶିକ୍ଷାରେ ଯିରୂୂଶାଲମ ପୂୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ ।" 29 କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ , ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ । 30 ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱର ତାହାଙ୍କୁ ଉଠାଇଅଛନ୍ତି । 31 ପୁଣି, ସେ ଯେପରି ଇସ୍ରାଏଲକୁ ମନ ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥି ନିମନ୍ତେ ଈଶ୍ୱର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଅଧିପତି ଓ ତ୍ରାଣକର୍ତ୍ତା ସ୍ୱରୂୂପେ ଉନ୍ନତ କରିଅଛନ୍ତି । 32 ପୁଣି, ଆମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ, ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ୱର ଆପଣା ଆଜ୍ଞା ପାଳନକାରୀମାନଙ୍କୁ ଦେଇଅଛନ୍ତି, ସେ ମଧ୍ୟ ସାକ୍ଷୀ । 33 ଏହି କଥା ଶୁଣି ସେମାନେ ଅତିଶୟ ରାଗିଗଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ସ୍ଥିର କଲେ । 34 କିନ୍ତୁ ଗମଲୀୟେଲ୍ ନାମକ ଜଣେ ଫାରୂଶୀ, ଯେ କି ମୋଶାଙ୍କ ବ୍ୟବସ୍ଥା ଶିକ୍ଷକ ଓ ସମସ୍ତଙ୍କ ନିକଟରେ ସମ୍ମାନପାତ୍ର ଥିଲେ, ସେ ମହାସଭାରେ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ନିମନ୍ତେ ବାହାର କରିଦେବାକୁ ଆଜ୍ଞା ଦେଲେ, 35 ପୁଣି, ସେ ସେମାନଙ୍କୁ କହିଲେ, ହେ ଇସ୍ରାଏଲୀୟ ଲୋକମାନେ, ଏମାନଙ୍କ ପ୍ରତି ଆପଣମାନେ କ'ଣ କରିବାକୁ ଉଦ୍ୟତ ହେଉଅଛନ୍ତି, ସେହି ବିଷୟରେ ସାବଧାନ ହେଉନ୍ତୁ । 36 କାରଣ ଏଥିପୂୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରି ଶହ ଲୋକ ତାହା ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି, ଯେତେ ଲୋକ ତାହାର ଅନୁସରଣ କଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ । 37 ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲୀୟ ଯିହୂଦା ଉଠି ଲୋକମାନଙ୍କୁ ଆପାଣା ପଛରେ ଟାଣିନେଇ ବିପ୍ଳବ କରାଇଲା; ସେ ମଧ୍ୟ ବିନଷ୍ଟ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ । 38 ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତା'ହା ଉଚ୍ଛିନ୍ନ ହୋଇଯିବ; 39 କିନ୍ତୁ ଯଦି ତାହା ଈଶ୍ୱରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ । 40 ସେମାନେ ତାହାଙ୍କ କଥାରେ ସମ୍ମତ ହେଲେ, ପୁଣି, ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ି ଦେଲେ । 41 ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ; 42 ଆଉ ସେମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାକୁ ଓ ଯୀଶୁ ଯେ ଖ୍ରୀଷ୍ଟ,ଏହି ସୁସମାଚାର ପ୍ରଚାର କରିବାକୁ ବନ୍ଦ କଲେ ନାହିଁ ।



Translation Questions

Acts 5:1

ହନନୀୟ ଓ ଶଫୀରା କେଉଁ ପାପ କଲେ?

ହନନୀୟ ଓ ଶଫୀରା ମିଛ କହିଲେ, ସେମାନେ କହୁଥିଲେ ଯେ ସେମାନଙ୍କର ସମ୍ପତ୍ତିର ସମସ୍ତ ମୂଲ୍ୟ ଦେଉଅଛନ୍ତି ବୋଲି କିନ୍ତୁ ପ୍ରକୃତରେ ବିକ୍ରୟ ମୂଲ୍ୟର କିଛି ଅଂଶ ଦେଉଥିଲେ[୫:୧-୩]।

Acts 5:3

ହନନୀୟ ଓ ଶଫୀରା ତାହାକୁ ମିଛ କହିଥିଲେ ବୋଲି ପିତର କାହାକୁ କହିଲେ?

ହନନୀୟ ଓ ଶଫୀରା ପବିତ୍ର ଆତ୍ମାକୁ ମିଛ କହିଥିଲେ ବୋଲି ପିତର କହିଲେ[୫:୩]।

Acts 5:9

ଈଶ୍ଵରଙ୍କ ନ୍ୟାୟ ହନନୀୟ ଓ ଶଫୀରାଙ୍କ ଉପରେ କ'ଣ ଥିଲା?

ହନନୀୟ ଓ ଶଫୀରାଙ୍କୁ ଈଶ୍ଵର ମାରି ଦେଲେ[୫:୫,୧୦]।

ମଣ୍ଡଳୀ ଓ ଯେଉଁମାନେ ହନନୀୟ ଓ ଶଫୀରାଙ୍କ ବିଷୟରେ ଶୁଣିଲେ ସେମାନଙ୍କର ପ୍ରତିକ୍ରିୟା କ'ଣ ଥିଲା?

ମଣ୍ଡଳୀ ଓ ଯେତେ ଲୋକ ହନନୀୟ ଓ ଶଫୀରାଙ୍କ ବିଷୟରେ ଶୁଣିଲେ ଅତିଶୟ ଭୟଭୀତ ହେଲେ[୫:୧୧]।

Acts 5:14

ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ କିଛି ଲୋକ କ'ଣ କରୁଥିଲେ?

କେତେକ ଲୋକ, ଯେପରି ସେମାନଙ୍କ ଉପରେ ପିତରଙ୍କ ଛାଇ ପଡିବ, ଏବଂ ଅନ୍ୟମାନେ ରୋଗୀମାନଙ୍କୁ ସହରଗୁଡିକରୁ ଯିରୂଶାଲମକୁ ଆଣୁଥିଲେ[୫:୧୫-୧୬]।

Acts 5:17

କିପରି ସାଦ୍ଦୁକୀମାନେ ଯିରୂଶାଲମରେ ସୁସ୍ଥ ହୋଇଥିବା ଲୋକମାନଙ୍କ ପ୍ରତି ପ୍ରତିକ୍ରିୟା କଲେ?

ସାଦ୍ଦୁକୀମାନେ ଈର୍ଷାରେ ପରିପୂର୍ଣ୍ଣ ହେଲେ ପୁଣି ପ୍ରେରିତମାନଙ୍କୁ କାରାଗାରରେ ରଖିଲେ[୫:୧୭-୧୮]।

Acts 5:19

କିପରି ପ୍ରେରିତମାନେ କାରାଗାରରୁ ବାହାରି ଆସିଲେ?

ଦୂତ ଆସିଲେ ଓ କାରାଗାରର ଦ୍ଵାରା ସବୁ ଫିଟାଇଦେଲେ ପୁଣି ସେମାନଙ୍କୁ ବାହର କଲେ[୫:୧୯]।

Acts 5:22

ମହାଯାଜକଙ୍କର କର୍ମଚାରୀମାନେ ଯେତେବେଳେ କାରାଗାରକୁ ଗଲେ ସେମାନେ କ'ଣ ପାଇଲେ?

କର୍ମଚାରୀମାନେ କାରାଗାରକୁ ଦୃଢ ରୂପେ ରୁଦ୍ଧ ପାଇଲେ କିନ୍ତୁ ଭିତରେ କେହି ନ ଥିଲେ[୫:୨୩]।

Acts 5:26

କାହିଁକି କର୍ମଚାରୀମାନେ ପ୍ରେରିତମାନଙ୍କୁ ବିନା ବଳପୂର୍ବକ ସହ ମହାଯାଜକ ଓ ସଭା ନିକଟକୁ ଆଣିଲେ?

ଲୋକମାନେ ସେମାନଙ୍କୁ ପଥର ଫୋଫାଡିବେ ବୋଲି କର୍ମଚାରୀମାନେ ଭୟ କଲେ[୫:୨୬]।

Acts 5:29

ଯେତେବେଳେ ସେମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ଦେବାକୁ ନିଷେଧ କରାଯାଇଥିଲା ଓ ସେମାନେ କାହିଁକି ଶିକ୍ଷା ଦେଉଅଛନ୍ତି ଏ ବିଷୟରେ ଯେତେବେଳେ ପ୍ରଶ୍ନ କରାଗଲା ପ୍ରେରିତମାନେ କ'ଣ କହିଲେ?

ପ୍ରେରିତମାନେ କହିଲେ''ମନୁଷ୍ୟ ମାନଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ଵରଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ''[୫:୨୯]।

ଯୀଶୁଙ୍କୁ ବଧ କରିବାରେ ଦାୟୀ କିଏ ଥିଲେ ବୋଲି ପ୍ରେରିତମାନେ କହିଲେ?

ଯୀଶୁଙ୍କୁ ବଧ କରିବାରେ ମହାଯାଜକ ଓ ମହାସଭାର ସଦସ୍ୟମାନେ ଦାୟୀ ଥିଲେ ବୋଲି ପ୍ରେରିତମାନେ କହିଲେ[୫:୩୦]।

Acts 5:33

ଯୀଶୁଙ୍କ ବଧର ଦାୟୀ ସେମାନେ ଥିଲେ ଏହି ଉକ୍ତିକୁ ମହାସଭାର ସଦସ୍ୟମାନେ କିପରି ପ୍ରତିକ୍ରିୟା କଲେ?

ମହାସଭାରେ ସଦସ୍ୟମାନେ ମର୍ମାହତ ହେଲେ ପୁଣି ପ୍ରେରିତମାନଙ୍କୁ ବଧ କରିବାକୁ ଚାହିଁଲେ[୫:୩୩]।

Acts 5:38

ମହାସଭାକୁ ଗମଲୀୟଲଙ୍କ ପରାମର୍ଶ କ'ଣ ଥିଲା?

ଗମଲୀୟଲ ପ୍ରେରିତମାନଙ୍କୁ ଏକାକୀ ଛାଡିବାକୁ ମହାସଭାକୁ ପରାମର୍ଶ ଦେଲେ[୫:୩୮]।

ଯଦି ସେମାନେ ପ୍ରେରିତମାନଙ୍କୁ ବଳପୂର୍ବକ କ୍ଷମତାରୁ ଦୂର କରିବାକୁ ଚେଷ୍ଟା କରନ୍ତି ସେମାନେ କେଉଁଠାରେ ସମାପ୍ତି ହେବେ ବୋଲି ଗମଲୀୟଲ ମହାସଭାକୁ ସଚେତନ କଲେ?

ଶେଷରେ ସେମାନେ ଈଶ୍ଵରଙ୍କ ବିରୁଦ୍ଧରେ ଯୁଦ୍ଧ କରିପାରନ୍ତି ବୋଲି ଗମଲୀୟଲ୍ ମାହାସଭାକୁ ସଚେତନ କଲେ[୫:୩୯]।

Acts 5:40

ପରିଶେଷରେ ମହାସଭା ପ୍ରେରିତମାନଙ୍କ ସହିତ କ'ଣ କଲା?

ମହାସଭା ସେମାନଙ୍କୁ ପ୍ରହାର କଲା ଏବଂ ସେମାନଙ୍କୁ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡିଦେଲେ[୫:୪୦]।

ପ୍ରେରିତମାନେ ମହାସଭାରୁ ପାଇଥିବା ବ୍ୟବହାରର କିପରି ପ୍ରତିକ୍ରିୟା କଲେ?

ଯୀଶୁଙ୍କ ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହେଲେ ବୋଲି ପ୍ରେରିତମାନେ ଆନନ୍ଦିତ ହେଲେ[୫:୪୧]।

ମହାସଭା ସହିତ ସେମାନଙ୍କର ସାକ୍ଷାତ ହେଲା ପରେ ପ୍ରେରିତମାନେ ପ୍ରତ୍ୟେକ ଦିନ କ'ଣ କଲେ?

ପ୍ରେରିତମାନେ ପ୍ରତ୍ୟେକ ଦିନ ଯୀଶୁ ଯେ ଖ୍ରୀଷ୍ଟ ଥିଲେ, ଏହା ଶିକ୍ଷା ଓ ପ୍ରଚାର କଲେ[୫:୪୨]।


Chapter 6

1 ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍ ଭାଷାବାଦୀ ଯିହୂଦୀମାନେ ଏବ୍ରୀୟମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ଖାଦ୍ୟ ବିତରଣ କରିବାରେ ବିଧବାମାନଙ୍କୁ ଅବହେଳା କରାଯାଉଥିଲା । 2 ସେଥିରେ ବାର ଜଣ, ଶିଷ୍ୟସମୂହକୁ ନିକଟକୁ ଡାକି କହିଲେ, ଈଶ୍ୱରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁଁ । 3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରି ପାରୁ,ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ; 4 କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପ୍ରଚାର ସେବା କାର୍ଯ୍ୟରେ ଏକାଗ୍ରଭାବେ ଲାଗିରହିବା । 5 ଏହି କଥା ସମସ୍ତ ବିଶ୍ୱାସୀମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କି, ପୁଣି, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୂଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନୀତ କରି, 6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ । 7 ଏଣୁ ଈଶ୍ୱରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ ।

        8 ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ । 9 କିନ୍ତୁ ଲିବର୍ତ୍ତୀନ, କୂୂରୀଣୀୟ ଓ ଅାଲେକଜାଣ୍ଡ୍ରୀୟମାନଙ୍କ ନାମରେ ଖ୍ୟାତ ଯିହୂଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଆସିଆନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, 10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ । 11 ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ୱରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ । 12 ଆଉ, ସେମାନେ ଜନସାଧାରଣଙ୍କୁ, ପୁଣି, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାହାଙ୍କୁୁ ବଳରେ ଧରି ମହାସଭାକୁ ଆଣିଲେ, 13 ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ,ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ଦତ୍ତ ନିୟମ ବିରୁଦ୍ଧରେ କଥା କହିବାକୁ ବନ୍ଦ କରୁ ନାହିଁ, 14 କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହି ସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ । 15 ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ ।



Translation Questions

Acts 6:1

ଏବ୍ରୀୟମାନଙ୍କ ବିରୁଦ୍ଧରେ ଗ୍ରୀକ୍ ଭାଷାବାଦୀ ଯିହୁଦୀୟମାନଙ୍କ ଠାରୁ କ'ଣ ଅଭିଯୋଗ ଉଠିଲା?

ଗ୍ରୀକ୍ ଭାଷାବାଦୀ ଯିହୁଦୀୟମାନେ ସେମାନଙ୍କର ବିଧବାମାନଙ୍କୁ ଦୈନିକ ଖାଦ୍ୟ ବିତରଣରେ ଉପେକ୍ଷା କରାଯାଉଛି ବୋଲି ଅଭିଯୋଗ କଲେ[୬:୧]।

Acts 6:2

ଖାଦ୍ୟ ବିତରଣ କାର୍ଯ୍ୟ କରିବାକୁ ସାତ ଜଣକୁ କିଏ ନିଯୁକ୍ତ କଲେ?

ଶିଷ୍ୟମାନେ(ବିଶ୍ଵାସୀମାନେ)ଏହି ସାତଜଣଙ୍କୁ ନିଯୁକ୍ତ କଲେ[୬:୩;୬]।

ସାତଜଣଙ୍କ ମଧ୍ୟରୁ ଜଣକୁ ମନୋନୀତ ହେବା ନିମନ୍ତେ କେଉଁ ଯୋଗ୍ୟତା ଆବଶ୍ୟକତା ଥିଲା?

ସାତ ଜଣ ସୁଖ୍ୟାତିସମ୍ପନ୍ନ, ଆତ୍ମଓ ଜ୍ଞାନରେ ପରିପୂର୍ଣ୍ଣ ହେବାର ଆବଶ୍ୟକତା ଥିଲା[୬:୩]।

ପ୍ରେରିତମାନେ କେଉଁଥିରେ ଲାଗି ରହିଥିଲେ?

ପ୍ରେରିତମାନେ ପ୍ରାର୍ଥନା ଓ ବାକ୍ୟର ସେବା କାର୍ଯ୍ୟରେ ଲାଗି ରହିଥିଲେ[୬:୪]।

Acts 6:5

ଯେତେବେଳେ ବିଶ୍ଵାସୀମାନେ ସାତ ଜଣଙ୍କୁ ଆଣିଲେ ପ୍ରେରିତମାନେ କ'ଣ କଲେ?

ପ୍ରେରିତମାନେ ପ୍ରାର୍ଥନା କଲେ ଏବଂ ସେମାନଙ୍କର ହସ୍ତ ସେମାନଙ୍କ ଉପରେ ରଖିଲେ[୬:୬]।

Acts 6:7

ଯିରୂଶାଲମରେ ଶିଷ୍ୟମାନଙ୍କ ସହିତ କ'ଣ ଘଟିଥିଲା?

ଶିଷ୍ୟମାନଙ୍କ ସଂଖ୍ୟା ଅନେକ ଯାଜକଙ୍କୁ ଅନ୍ତର୍ଭୁକ୍ତ କରି ଅଧିକ ବୃଦ୍ଧି ପାଇଲା[୬:୭]।

Acts 6:10

ଅବିଶ୍ଵାସୀ ଯିହୁଦୀୟ ଓ ସ୍ତିଫାନଙ୍କ ମଧ୍ୟରେ କିଏ ବାଦାନୁବାଦରେ ବିଜୟଲାଭ କରୁଥିଲେ?

ଅବିଶ୍ଵାସୀ ଯିହୁଦୀୟମାନେ ସ୍ତିଫାନ ଯେଉଁ ଆତ୍ମଓ ଜ୍ଞାନରେ କହିଲେ ତାହା ବିରୁଦ୍ଧରେ ଠିଆ ହୋଇ ପାରିଲେ ନାହିଁ[୬:୧୦]।

Acts 6:12

ମହାସଭାରେ ମିଥ୍ୟା ସାକ୍ଷ୍ୟ ଦ୍ଵାରା ସ୍ତିଫାନଙ୍କ ବିରୁଦ୍ଧରେ କେଉଁ ଅଭିଯୋଗ କରାଯାଇଥିଲା?

ମିଥ୍ୟା ସାକ୍ଷ୍ୟ ଦ୍ଵାରା ଦାବି କରାଯାଇଥିଲା ଯେ ସ୍ତିଫାନ କହିଲେ ଯେ ଯୀଶୁ ଏହି ସ୍ଥାନକୁ ଧ୍ୱଂସ କରିବେ ପୁଣି ମୋଶାଙ୍କର ରୀତିନୀତିକୁ ପରିବର୍ତ୍ତନ କରିବେ[୬:୧୪]।

ଯେତେବେଳେ ମହାସଭା ସ୍ତିଫାନଙ୍କୁ ଦେଖିଲା ସେମାନେ କ'ଣ ଦେଖିଲେ?

ସେମାନେ ତା'ଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ[୬:୧୫]।


Chapter 7

1 ସେଥିରେ ମହାଯାଜକ ପଚାରିଲେ,ଏହି ସମସ୍ତ ଅଭିଯୋଗ କି ସତ୍ୟ? 2 ସ୍ତିଫାନ କହିଲେ, ହେ ଭାଇ ଓ ପିତାମାନେ, ଶୁଣନ୍ତୁ । ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣରେ ବାସ କରିବା ପୂୂର୍ବେ ଯେତେବେଳେ ସେ ମେସପଟାମିଆରେ ଥିଲେ,ସେତେବେଳେ ସେ ଗୌରବମୟ ଈଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ, 3 ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରି ଆସ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ । 4 ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି,ଏହି ଦେଶକୁ ଈଶ୍ୱର ତାହାଙ୍କୁ ନେଇଆସିଲେ, 5 ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟଦ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ । 6 ଈଶ୍ୱର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ । 7 ପୁଣି, ଈଶ୍ୱର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ । 8 ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍‌ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ । 9 ପିତୃକୁଳପତିମାନେ ଯୋଷେଫଙ୍କୁ ଈର୍ଷା କରି ମିସରକୁ ନିଆଯିବା ନିମନ୍ତେ ତାହାଙ୍କୁ ବିକ୍ରୟ କଲେ; କିନ୍ତୁ ଈଶ୍ୱର ତାହାଙ୍କ ସହିତ ଥିଲେ, 10 ପୁଣି, ତାଙ୍କ ସମସ୍ତ କ୍ଲେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ଦେଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ । 11 ପରେ ସମସ୍ତ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିଲା, ପୁଣି, ମହାକ୍ଲେଶ ଘଟିଲା, ଆମ୍ଭମାନଙ୍କ ପିତୃପୁରୁଷମାନେ ଖାଦ୍ୟ ପାଇ ପାରିଲେ ନାହିଁ । 12 କିନ୍ତୁ ମିସରରେ ଶସ୍ୟ ଅଛି ବୋଲି ଶୁଣି, ଯାକୁବ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ପ୍ରଥମରେ ପ୍ରେରଣ କଲେ । 13 ପୁଣି, ଦ୍ୱିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ । 14 ତା'ପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ଡକାଇପଠାଇଲେ । ସେଥିରେ ଯାକୁବ ମିସରକୁ ଗଲେ, 15 ପୁଣି, ସେ ନିଜେ ଓ ଆମ୍ଭମାନଙ୍କର ପିତୃପୁରୁଷମାନେ ପ୍ରାଣତ୍ୟାଗ କଲେ, 16 ଆଉ ସେମାନେ ଶିଖିମକୁ ନିଆଯାଇ, ଅବ୍ରହାମ ସେଠାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୂୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ । 17 କିନ୍ତୁ ଈଶ୍ୱର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ, ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ । 18 ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ । 19 ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ, ପୁଣି, ଆମ୍ଭମାନଙ୍କ ପିତୃପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁ ବାହାରେ ପକାଇ ଦିଅନ୍ତି, ଏଥି ନିମନ୍ତେ ସେମାନଙ୍କ ପ୍ରତି ଅତ୍ୟାଚାର କଲେ । 20 ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ । 21 ପରେ ସେ ଯେତେବେଳେ ବାହାରେ ପକାଗଲେ, ସେତେବେଳେ ଫାରୋଙ୍କ କନ୍ୟା ତାହାଙ୍କୁ ଉଠାଇନେଇ ଆପଣା ପୁତ୍ରରୂପେ ପ୍ରତିପାଳନ କଲେ । 22 ଆଉ ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ । 23 ତା'ଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍ ଇସ୍ରାଏଲ ସନ୍ତାନମାନଙ୍କୁ, ପରିଦର୍ଶନ କରିବା ନିମନ୍ତେ ତା'ଙ୍କ ଇଚ୍ଛା ଜାତ ହେଲା । 24 ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ସେ ତାହାର ସପକ୍ଷ ହେଲେ ଓ ସେହି ମିସରୀୟଲୋକକୁ ବଧ କରି ଅତ୍ୟାଚାରିତ ହେଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ । 25 ତାହାଙ୍କ ହସ୍ତ ଦ୍ୱାରା ଈଶ୍ୱର ଯେ ତାହାଙ୍କ ଭାଇମାନଙ୍କୁ ଉଦ୍ଧାର କରୁଅଛନ୍ତି,ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ । 26 ପରଦିନ ସେମାନେ ଝଗଡ଼ା କରୁଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ ଆରେକ ପ୍ରତି ଅନ୍ୟାୟ କରୁଅଛ ? 27 କିନ୍ତୁ ଯେଉଁ ଜଣକ ପ୍ରତିବାସୀ ପ୍ରତି ଅନ୍ୟାୟ କରୁଥିଲା, ସେ ତାହାଙ୍କୁ ପେଲିଦେଇ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନକର୍ତ୍ତା ଓ ବିଚାରକସ୍ୱରୂପେ ନିଯୁକ୍ତ କଲା ? 28 କାଲି ଯେପରି ସେହି ମିସରୀୟକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ ? 29 ଏହି କଥା ଶୁଣି ମୋଶା ପଳାଇଯାଇ ମିଦୀୟନ ଦେଶରେ ପ୍ରବାସୀ ହେଲେ; ସେଠାରେ ତାହାଙ୍କର ଦୁଇ ପୁତ୍ର ଜନ୍ମ ହେଲେ। 30 ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ । 31 ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି, ଭଲରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା, 32 ଆମ୍ଭେ ତୁମ୍ଭ ପିତୃପୁରୁଷମାନଙ୍କ ଈଶ୍ୱର, ଅବ୍ରହାମ, ଇସ୍‌ହାକ ଓ ଯାକୁବର ଈଶ୍ୱର । ସେଥିରେ ମୋଶା କମ୍ପି ଉଠି, ଭଲରୂପେ ଦେଖିବାକୁ ସାହାସ କଲେ ନାହିଁ । 33 ତା'ପରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼ିପକାଅ, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ, ତାହା ପବିତ୍ର ଭୂମି । 34 ମିସରରେ ମୋର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି । 35 କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାହାଙ୍କୁ ଈଶ୍ୱର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ । 36 ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ । 37 ଏହି ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ଈଶ୍ୱର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ । 38 ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସୀନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ; ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ । 39 ଆମ୍ଭମାନଙ୍କର ପିତୃପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାହାଙ୍କୁ ଅଗ୍ରାହ୍ୟ କଲେ, ପୁଣି, ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ, 40 ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ । 41 ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ। 42 କିନ୍ତୁ ଈଶ୍ୱର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖା ଅଛି, ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ? 43 ବରଂ ତୁମ୍ଭେମାନେ ଉପାସନା କରିବା ନିମନ୍ତେ ଯେଉଁ ମୁର୍ତ୍ତିଗୁଡ଼ିକ ଗଢ଼ିଥିଲ, ସେହି ମୋଲଖର ତମ୍ବୁ ଓ ରେମ୍ଫାନ୍ ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ । ଏଣୁ ମୁଁ ତୁମ୍ଭମାନଙ୍କୁ ବାବିଲର ଆରପାଖକୁ ବନ୍ଦୀ କରି ପଠାଇବି । 44 ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟ ତମ୍ବୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶ ଅନୁଯାୟୀ ଆମ୍ଭମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟ ତମ୍ବୁ ପାଇଥିଲେ । 45 ଆଉ ଆମ୍ଭମାନଙ୍କ ପିତୃପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ୱର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ । 46 ଦାଉଦ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ୱରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ । 47 କିନ୍ତୁ ଶଲୋମନ ଈଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କଲେ । 48 ତଥାପି ଯେ ମହାନ ଈଶ୍ୱର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି, 49 ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ ? 50 ଆମ୍ଭର ହସ୍ତ କ'ଣ ଏହି ସମସ୍ତ ବିଷୟ ସୃଷ୍ଟି କରି ନାହିଁ ? 51 ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି । 52 ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି; 53 ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ (ଆଦ୍ୟ) ପ୍ରତିଷ୍ଠିତ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ ।

54 ଏହି ସମସ୍ତ କଥା ଶୁଣି ସେମାନେ ଅତିଶୟ ରାଗିଗଲେ, ପୁଣି, ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ । 55 କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ, 56 ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି । 57 କିନ୍ତୁ ସେମାନେ ଉଚ୍ଚସ୍ୱରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ବନ୍ଦ କଲେ, ଆଉ ଏକସଙ୍ଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ, 58 ପୁଣି, ସେମାନେ ତାହାଙ୍କ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ । 59 ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର । 60 ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ । ସେ ଏହା କହି ମହାନିଦ୍ରା (ମୃତ୍ୟୁ) ପ୍ରାପ୍ତ ହେଲେ ।



Translation Questions

Acts 7:1

ସ୍ତିଫାନ କାହାକୁ କରାଯାଇଥିବା ପରମେଶ୍ଵରଙ୍କ ପ୍ରତିଜ୍ଞା ସହ ଯିହୁଦୀ ଲୋକଙ୍କର ଇତିହାସକୁ ସମାଲୋଚନା କରିବା ଆରମ୍ଭ କଲେ?

ସ୍ତିଫାନ ଅବ୍ରହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞା ବିଷୟରେ କହି ତାହାଙ୍କ ଇତିହାସ କହିବା ଆରମ୍ଭ କଲେ [୭:୨]।

Acts 7:4

ଅବ୍ରହାମଙ୍କ ନିମନ୍ତେ ପରମେଶ୍ଵରଙ୍କର ପ୍ରତିଜ୍ଞା କ'ଣ ଥିଲା ?

ପରମେଶ୍ଵରଙ୍କର ଅବ୍ରହାମଙ୍କ ଓ ତାଙ୍କ ବଂଶଧରଙ୍କୁ ଏକ ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ [୭:୫]।

କାହିଁକି ଈଶ୍ଵରଙ୍କ ପ୍ରତିଜ୍ଞା ଅବ୍ରହାମଙ୍କ ପ୍ରତି ପରିପୂର୍ଣ୍ଣ ହେବା ଅସମ୍ଭବ ଦେଖାଗଲା ?

ଈଶ୍ଵରଙ୍କ ପ୍ରତିଜ୍ଞା ଅସମ୍ଭବ ଦେଖାଗଲା ଯେହେତୁ ଅବ୍ରହାମଙ୍କ ସନ୍ତାନ ନ ଥିଲା [୭:୫]।

Acts 7:6

ଚାରି ଶହ ବର୍ଷ ପାଇଁ ଅବ୍ରହାମଙ୍କ ବଂଶକୁ କ'ଣ ଘଟିବା ବୋଲି ଈଶ୍ଵର ପ୍ରଥମେ କହିଲେ?

ଈଶ୍ଵର କହିଲେ ଅବ୍ରହାମଙ୍କ ବଂଶ ବିଦେଶରେ ଚାରି ଶହ ବର୍ଷ ପାଇଁ ଦାସତ୍ଵ ହେବ[୭:୬]।

ପରମେଶ୍ଵର କେଉଁ ବିଧି ଅବ୍ରହାମଙ୍କୁ ଦେଲେ?

ପରମେଶ୍ଵର ଅବ୍ରହାମଙ୍କୁ ସୁନ୍ନତ ବିଧି ଦେଲେ[୭:୮]।

Acts 7:9

କିପରି ଯୋଷେଫ ମିଶରରେ ଏକ ଦାସ ହେଲେ?

ତାହାଙ୍କ ଭାଇମାନେ ତାହାଙ୍କୁ ଈର୍ଷା କରି ତା'ଙ୍କୁ ବିକ୍ରୀ କଲେ[୭:୯]।

କିପରି ଯୋଷେଫ ମିଶର ଉପରେ ଶାସନ କର୍ତ୍ତା ହେଲେ?

ଫାରୋୋଙ୍କ ଉପସ୍ଥିତିରେ ପରମେଶ୍ଵର ଯୋଷେଫଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ[୭:୧୦]।

Acts 7:11

ଯେତେବେଳେ କିଣାନଠାରେ ଦୂର୍ଭିକ୍ଷ ଥିଲା ଯାକୁବ କ'ଣ କଲେ?

ଯାକୁବ ତା'ଙ୍କରି ପୁତ୍ରମାନଙ୍କୁ ମିଶରକୁ ପଠାଇଲେ କାରଣ ସେଠାରେ ଶସ୍ୟ ଅଛି ବୋଲି ଶୁଣିଲେ[୭:୧୨-୧୩]।

Acts 7:14

କାହିଁକି ଯାକୁବ ଓ ତାଙ୍କରି ସମ୍ପର୍କିତ ଲୋକମାନେ ମିଶରକୁ ଗଲେ?

ଯୋଷେଫ ଯାକୁବଙ୍କୁ ମିଶରକୁ ଆସିବାକୁ ତାଙ୍କରି ଭାଇମାନଙ୍କୁ କହି ପଠାଇଲେ[୭:୧୪]।

Acts 7:17

ଯେପରି ଅବ୍ରହାମଙ୍କୁ କରାଯାଇଥିବା ପ୍ରତିଜ୍ଞାର ସମୟ ଆସିଲା ଇସ୍ରାଏଲ ଲୋକମାନଙ୍କର ସଂଖ୍ୟାକୁ କ'ଣ ଘଟିଲା?

ମିସରରେ ଇସ୍ରାଏଲ ଲୋକମାନେ ବୃଦ୍ଧି ପାଇଲେ ଓ ବହୁ ସଂଖ୍ୟକ ହେଲେ[୭:୧୭]।

କିପରି ନୂତନ ରାଜା ଇସ୍ରାଏଲ ମାନଙ୍କର ସଂଖ୍ୟାକୁ ହ୍ରାସ କରିବାକୁ ଚେଷ୍ଟା କଲା?

ମିସରର ନୂତନ ରାଜା ଇସ୍ରାଏଲ ମାନଙ୍କର ସନ୍ତାନମାନଙ୍କୁ ବାହାରେ ଫୋଫାଡିବାକୁ ବାଧ୍ୟ କଲେ ଯେପରି ସେମାନେ ଜୀବିତ ନ ରୁହନ୍ତି[୭:୧୯]।

Acts 7:20

ମୋଶା କିପରି ବାହାରେ ଫୋଫଡା ଗଲା ପରେ ଜୀବିତ ରହିଲେ?

ଫାରୋଙ୍କ କନ୍ୟା ମୋଶାଙ୍କୁ ନେଲେ ଓ ଆପଣା ପୁତ୍ର ରୂପେ ପ୍ରତିପାଳନ କଲେ[୭:୨୧]।

Acts 7:22

କିପରି ମୋଶା ଶିକ୍ଷା ଲାଭ କରିଥିଲେ?

ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇଥିଲେ[୭:୨୨]।

ଯେତେବେଳେ ସେ ଚାଳିଶ ବର୍ଷର ଥିଲେ, ଜଣେ ଇସ୍ରାଏଲ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ମୋଶା କ'ଣ କଲେ?

ମୋଶା ଇସ୍ରାଏଲୀୟଙ୍କ ସପାର୍ଶ୍ୱରେ ମିସରୀୟ ଲୋକଙ୍କୁ ବଧ କଲେ[୭:୨୪]।

Acts 7:29

ମୋଶା କେଉଁଠିକୁ ପଳାଇଗଲେ?

ମୋଶା ମିଦିୟନକୁ ପଳାଇଗଲେ[୭:୨୯]।

ଯେତେବେଳେ ମୋଶା ଅଶୀ ବର୍ଷର ଥିଲେ,ମୋଶା କ'ଣ ଦେଖିଲେ?

ମୋଶା ବୁଦାର ଅଗ୍ନିଶିଖାରେ ଜଣେ ଦୂତଙ୍କୁ ଦେଖିଲେ[୭:୩୦]।

Acts 7:33

ମୋଶାଙ୍କୁ ପରମେଶ୍ଵର କେଉଁଠାକୁ ଯିବାକୁ ଆଜ୍ଞା ଦେଲେ ଓ ସେଠାରେ ପରମେଶ୍ଵର କ'ଣ କରିବାକୁ କହିଲେ ?

ପ୍ରଭୁ ମୋଶାଙ୍କୁ ମିସରକୁ ଯିବାକୁ ଆଜ୍ଞା ଦେଲେ କାରଣ ପରମେଶ୍ଵର ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବାକୁ ଯାଉଥିଲେ[୭:୩୪]।

Acts 7:35

କେତେ ସମୟ ମୋଶା ଇସ୍ରାଏଲୀୟମାନଙ୍କୁ ପ୍ରାନ୍ତରରେ ନେତୃତ୍ଵ କଲେ?

ଚାଳିଶ ବର୍ଷ ପର୍ଯ୍ୟନ୍ତ ମୋଶା ଇସ୍ରାଏଲୀୟମାନଙ୍କୁ ପ୍ରାନ୍ତରରେ ନେତୃତ୍ଵ କଲେ[୭:୩୬]।

ଇସ୍ରାଏଲୀୟମାନଙ୍କୁ ମୋଶା କେଉଁ ଭାବବାଣୀ କଲେ?

ଈଶ୍ଵର ସେମାନଙ୍କର ଭାଇ ମାନଙ୍କ ମଧ୍ୟରୁ ତାହାଙ୍କ ସଦୃଶ ଜଣେ ଭାବବାଦୀ କରିବେ ବୋଲି ମୋଶା ଇସ୍ରାଏଲୀୟମାନଙ୍କୁ ଭାବବାଣୀ କଲେ[୭:୩୭]।

Acts 7:41

କିପରି ଇସ୍ରାଏଲୀୟମାନେ ସେମାନଙ୍କର ହୃଦୟକୁ ମିସର ପ୍ରତି ଫେରାଇଲେ ?

ଇସ୍ରାଏଲୀୟମାନେ ଗୋଟିଏ ବାଛୁରୀ ନିର୍ମାଣ କଲେ ଏବଂ ପ୍ରତିମାକୁ ବଳିଦାନ କଲେ[୭:୪୧]। ।

ଇସ୍ରାଏଲୀୟମାନେ ତା'ଙ୍କଠାରୁ ବିମୁଖ ହୋଇ ଈଶ୍ଵରଙ୍କୁ କିପରି ଉତ୍ତର ଦେଲେ ?

ଈଶ୍ଵର ଇସ୍ରାଏଲୀୟମାନଙ୍କରଠାରୁ ବିମୁଖ ହେଲେ ଏବଂ ସ୍ଵର୍ଗ ବାହିନୀର ଉପାସନା କରିବାକୁ ଛାଡି ଦେଲେ[୭:୪୨]।।

Acts 7:43

ଈଶ୍ଵର ଇସ୍ରାଏଲୀୟମାନଙ୍କୁ କେଉଁଠାକୁ ନେଇଥାନ୍ତେ ବୋଲି କହଲେ?

ବାବିଲକୁ ନେଇଥାନ୍ତେ ବୋଲି ଈଶ୍ଵର ଇସ୍ରାଏଲୀୟମାନଙ୍କୁ କହିଲେ[୭:୪୩]।।

Acts 7:44

ପ୍ରାନ୍ତରରେ ଈଶ୍ଵର ଇସ୍ରାଏଲୀୟମାନଙ୍କୁ କ'ଣ ନିର୍ମାଣ କରିବାକୁ ଆଜ୍ଞା ଦେଲେ, ଯାହାକୁ ପରେ ସେମାନେ ଦେଶକୁ ବୋହିନେଲେ ?

ପରେ ଇସ୍ରାଏଲୀୟମାନେ ସାକ୍ଷ୍ୟତମ୍ବୁ ନିର୍ମାଣ କଲେ[୭:୪୪-୪୫]।

କିଏ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ଜାତିମାନଙ୍କୁ ବାହର କରିଦେଲେ ?

ଈଶ୍ଵର ଇସ୍ରାଏଲୀୟ ସମ୍ମୁଖରେ ଜାତିମାନଙ୍କୁ ବାହାର କରିଦେଲେ[୭:୪୫]।

Acts 7:47

କିଏ ପରମେଶ୍ଵରଙ୍କ ନିମନ୍ତେ ଏକ ବାସସ୍ଥାନ ନିର୍ମାଣ କରିବାକୁ ପଚାରିଲେ, ପୁଣି ପ୍ରକୃତରେ କିଏ ପରମେଶ୍ଵରଙ୍କ ନିମନ୍ତେ ଗୃହ ନିର୍ମାଣ କଲେ?

ଦାଉଦ ପରମେଶ୍ଵରଙ୍କ ନିମନ୍ତେ ଏକ ବାସସ୍ଥାନ ନିର୍ମାଣ କରିବାକୁ ପଚାରିଲେ କିନ୍ତୁ ଶଲୋମନ ପରମେଶ୍ଵରଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କଲେ[୭:୪୬-୪୭]।

ସର୍ବୋପରିସ୍ଥଙ୍କ ସିଂହାସନ କେଉଁଠି ଅଛି?

ସ୍ଵର୍ଗ ସର୍ବୋପରିସ୍ଥଙ୍କ ସିଂହାସନ ଅଟେ[୭:୪୯]।

Acts 7:51

ଲୋକମାନେ କ'ଣ ସର୍ବଦା କରୁଅଛନ୍ତି ଯେପରି ସେମାନଙ୍କର ପିତୃପୁରୁଷମାନେ କରିଥିଲେ ବୋଲିସ୍ତିଫାନ ନିନ୍ଦା କଲେ?

ସ୍ତିଫାନ ଲୋକମାନଙ୍କୁ ପବିତ୍ର ଆତ୍ମାଙ୍କୁ ପ୍ରତିରୋଧ କରୁଅଛନ୍ତି ବୋଲି ନିନ୍ଦା କଲେ[୭:୫୧]।

ଧାର୍ମିକ ଜଣକ ବିଷୟରେ ଲୋକମାନେ ଦୋଷୀ ଥିଲେ ବୋଲି ସ୍ତିଫାନ କ'ଣ କହିଲେ?

ଧାର୍ମିକ ଜଣଙ୍କୁ ଲୋକମାନେ ବିଶ୍ୱାସଘାତ ଓ ବଧ କରିଥିଲେ ବୋଲି ସ୍ତିଫାନ ଲୋକମାନଙ୍କୁ କହିଲେ[୭:୫୨]।

Acts 7:54

କିପରି ମହାସଭାର ସଦସ୍ୟମାନେ ସ୍ତିଫାନଙ୍କ ନିନ୍ଦାର ଜବାବ ଦେଲେ?

ମହାସଭାର ସଦସ୍ୟମାନେ ମର୍ମାହତ ହେଲେ ପୁଣି ସ୍ତିଫାନଙ୍କ ପ୍ରତି ଦାନ୍ତ କଡ଼ମଡ କଲେ[୭:୫୪]।

ଯେମିତି ସେ ସ୍ଵର୍ଗ ଆଡକୁ ଦୃଷ୍ଟି କଲେ ସ୍ତିଫାନ କ'ଣ ଦେଖିଲେ ବୋଲି ସେ କହିଲେ?

ସ୍ତିଫାନ କହିଲେ ଯେ ସେ ଯୀଶୁଙ୍କୁ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖିଲେ[୭:୫୫-୫୬]।

Acts 7:57

ତା'ପରେ ମହାସଭାର ସଦସ୍ୟମାନେ ସ୍ତିଫାନଙ୍କୁ କ'ଣ କଲେ?

ମହାସଭାର ସଦସ୍ୟମାନେ ତା'ଙ୍କ ଉପରକୁ ମାଡି ପଡିଲେ ଓ ତାହାଙ୍କୁ ନଗରରୁ ବାହର କରିଦେଲେ ଏବଂ ତା'ଙ୍କୁ ପଥର ଫୋଫାଡିଲେ[୭:୫୭-୫୮]।

ସ୍ତିଫାନଙ୍କୁ ପଥର ଫୋଫାଡିବା ସମୟରେ ସାକ୍ଷୀମାନେ ସେମାନଙ୍କର ବସ୍ତ୍ରକୁ କେଉଁ ଠାରେ ରଖିଲେ?

ସାକ୍ଷୀମାନେ ସେମାନଙ୍କର ବସ୍ତ୍ର ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ରଖିଲେ[୭:୫୮]।

Acts 7:59

ସ୍ତିଫାନ ମରିବା ପୂର୍ବରୁ କେଉଁ ଶେଷ ବିଷୟ ସେ ପ୍ରାର୍ଥନା କରିଥିଲେ?

ସ୍ତିଫାନ ପରମେଶ୍ଵରଙ୍କୁ ଏହି ପାପ ଲୋକମାନଙ୍କ ବିରୁଦ୍ଧରେ ଗଣନା ନ କରିବାକୁ ପ୍ରାର୍ଥନା କଲେ[୭:୬୦]।


Chapter 8

1 ଶାଉଲ, ସ୍ତିଫାନ‍ଙ୍କ ପ୍ରାଣନାଶରେ ଏକମତ ଥିଲେ । ସେହି ଦିନ ଯିରୂଶାଲମରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ । 2 ତଥାପି କେତେକ ଜଣ ଭକ୍ତ ଲୋକ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ । 3 କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ସମର୍ପଣ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ ।

4 ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ,ସେମାନେ ଚତୁର୍ଦ୍ଦିଗରେ ଭ୍ରମଣ କରୁ କରୁ ସୁସମାଚାରର ବାକ୍ୟ ପ୍ରଚାର କଲେ । 5 ପୁଣି, ଫିଲିପ୍ପ ଶମିରୋଣର ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ । 6 ଆଉ ଲୋକସମୂହ ଫିଲିପ୍ପଙ୍କ କଥା ଶୁଣି ଓ ସେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ଦେଖି ଏକଚିତ୍ତରେ ତାହାଙ୍କ କଥାରେ ମନୋଯୋଗ କରୁଥିଲେ । 7 କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମାଗୁଡ଼ାକ ଉଚ୍ଚସ୍ୱରରେ ଚିତ୍କାର କରି ବାହାରିଆସିବାକୁ ଲାଗିଲେ, ପୁଣି, ଅନେକ ପକ୍ଷାଘାତରୋଗୀ ଓ ଖଞ୍ଜ ସୁସ୍ଥ ହେଲେ । 8 ସେଥିରେ ସେ ନଗରରେ ମହା ଆନନ୍ଦ ହେଲା ।

9 କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଜାତି କି ଆଚମ୍ବିତ କରୁଥିଲା; 10 ଈଶ୍ୱରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ । 11 ସେମାନେ ତାହାକୁ ମାନ୍ୟ କରୁଥିବାର କାରଣ ଏହି ଯେ, ସେ ବହୁକାଳ ହେଲା ନିଜ କୁହୁକକର୍ମ ଦ୍ୱାରା ସେମାନଙ୍କୁ ଆଚମ୍ବିତ କରିଥିଲା । 12 କିନ୍ତୁ ଫିଲିପ୍ପ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ । 13 ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ବିତ ହେବାକୁ ଲାଗିଲା ।

14 ଶମିରୋଣର ଲୋକମାନେ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି,ଏହା ଯେତେବେଳେ ଯିରୂଶାଲମରେ ଥିବା ପ୍ରେରିତମାନେ ଶୁଣିଲେ, ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ । 15 ସେମାନେ ଯାଇ,ସେହି ଲୋକମାନେ ଯେପରି ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି, ଏଥି ନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ, 16 କାରଣ ଏପର୍ଯ୍ୟନ୍ତ ସେ ସେମାନଙ୍କ ମଧ୍ୟରୁ କାହାରି ଉପରେ ଆସି ନ ଥିଲେ, କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ । 17 ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ । 18 ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମା ଆସୁଥିବା ଦେଖି, ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା, 19 ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ । 20 କିନ୍ତୁ ପିତର ତାହାକୁ କହିଲେ, ତୁମ୍ଭର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଟଙ୍କା ଦ୍ୱାରା ଈଶ୍ୱରଙ୍କ ଦାନ କିଣିବାକୁ ଭାବିଲ । 21 ଏବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ, କାରଣ ଈଶ୍ୱରଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ । 22 ଅତଏବ, ତୁମ୍ଭର ଏହି ଦୁଷ୍ଟ ପଣରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇ ପାରେ; 23 କାରଣ ତୁମ୍ଭେ ତିକ୍ତ ବିଷରେ ପରିପୂର୍ଣ୍ଣ ହୋଇ ଅଧର୍ମରୂପ ବନ୍ଧନରେ ଆବଦ୍ଧ ଅଛ ବୋଲି ମୁଁ ଦେଖୁଅଛି । 24 ସେଥିରେ ଶିମୋନ ଉତ୍ତର କଲା, ଆପଣମାନେ ଯାହା ଯାହା କହିଲେ, ସେଥିରୁ କୌଣସି ବିଷୟ ଯେପରି ମୋ ପ୍ରତି ନ ଘଟେ, ଏଥିପାଇଁ ଆପଣମାନେ ମୋ ନିମନ୍ତେ ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ । 25 ଏହି ପ୍ରକାରେ ସେମାନେ ସାକ୍ଷ୍ୟ ଦେଇ ଓ ପ୍ରଭୁଙ୍କ ବାକ୍ୟ କହି ଶମିରୋଣୀୟମାନଙ୍କ ଅନେକ ଗ୍ରାମରେ ସୁସମାଚାର ପ୍ରଚାର କରୁ କରୁ ଯିରୂଶାଲମକୁ ବାହୁଡ଼ିଗଲେ ।

26 ପରେ ପ୍ରଭୁଙ୍କ ଜଣେ ଦୂତ ଫିଲିପ୍ପଙ୍କ କହିଲେ, ଉଠ, ଦକ୍ଷିଣ ଦିଗରେ ଯେଉଁ ପଥ ଯିରୂଶାଲମରୁ ଗଜ୍ଜା ଆଡ଼କୁ ପଡ଼ିଅଛି, ସେହି ପଥକୁ ଯାଅ । ତାହା ମରୁଭୂମି । 27 ସେଥିରେ ସେ ଉଠି ଗମନ କଲେ । ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧିନସ୍ଥ ଜଣେ ଉଚ୍ଚ ପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଧନଭଣ୍ଡାରର ବେବର୍ତ୍ତା (କୋଷାଧ୍ୟକ୍ଷ) ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଆସିଥିଲେ; 28 ସେ ବାହୁଡ଼ି ଯାଉ ଯାଉ ଆପଣା ରଥରେ ବସି ଯିଶାୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିଲେ । 29 ସେତେବେଳେ ଆତ୍ମା ଫିଲିପ୍ପଙ୍କ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର । 30 ସେଥିରେ ଫିଲିପ୍ପ ଦୌଡ଼ିଯାଇ ସେ ଯିଶାୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିବା ଶୁଣି ପଚାରିଲେ, ଆପଣ ଯାହା ପାଠ କରୁଅଛନ୍ତି, ତାହା କଅଣ ବୁଝୁଅଛନ୍ତି ? 31 ସେ କହିଲେ, କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝି ପାରିବି ? ଆଉ, ସେ ଫିଲିପ୍ପଙ୍କ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ । 32 ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି, ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ, ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକଯେପରି ନୀରବ ରୁହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ । 33 ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରି ପାରିବ ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା । 34 ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏକଥା କହନ୍ତି ? ଆପଣା ବା ଆଉ କାହା ବିଷୟରେ ? 35 ସେଥିରେ ଫିଲିପ୍ପ ମୁଖ ଫିଟାଇ ଶାସ୍ତ୍ରର ଏହି ବାକ୍ୟରୁ ଆରମ୍ଭ କରି ତାହାଙ୍କ ନିକଟରେ ଯୀଶୁଙ୍କ ସୁସମାଚାର ପ୍ରଚାର କଲେ । 36 ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ,ଏଠାରେ ତ ଜଳ ଅଛି,ମୋହର ବାପ୍ତିଜିତ ହେବା ନିମନ୍ତେ କ'ଣ ବାଧା ଅଛି ? 37 [ଫିଲିପ୍ପ କହିଲେ, ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି, ତାହାହେଲେ ହୋଇ ପାରେ । ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କ ପୁତ୍ର,ଏହା ମୁଁ ବିଶ୍ୱାସ କରୁଅଛି ।] 38 ପୁଣି, ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ, ଆଉ ଫିଲିପ୍ପ ଓ ନପୁଂସକ ଉଭୟ ଜଳ ଭିତରକୁ ଓହ୍ଲାଇଗଲେ, ଆଉ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ । 39 ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ । 40 କିନ୍ତୁ ଫିଲିପ୍ପ ଅଷ୍‌ଦୋଦ୍ ନାମକ ସ୍ଥାନରେ ଦେଖାଗଲେ, ଆଉ ସେ ଯାଉ ଯାଉ ନଗରେ ନଗରେ ସୁସମାଚାର ପ୍ରଚାର କରି କାଇସରିୟାରେ ଯାଇ ପହଞ୍ଚିଲେ ।



Translation Questions

Acts 8:1

ସ୍ତିଫାନଙ୍କୁ ପଥର ଫୋପାଡିବା ବିଷୟରେ ଶାଉଲ କ'ଣ ମନେ କଲେ?

ଶାଉଲ ସ୍ତିଫାନଙ୍କ ମୃତ୍ୟୁରେ ସମ୍ମତ ଥିଲେ[୮:୧]।

ସ୍ତିଫାନଙ୍କୁ ଯେଉଁ ଦିନ ପଥର ଫୋଫାଡ଼ା ଯାଇଥିଲା ସେହିଦିନ କ'ଣ ହେଲା?

ସ୍ତିଫାନଙ୍କୁ ଯେଉଁ ଦିନ ପଥର ଫୋଫାଡ଼ା ଯାଇଥିଲା ସେହିଦିନ ଯିରୂଶାଲମ ମଣ୍ଡଳୀ ବିରୁଦ୍ଧରେ ଅତିଶୟ ତାଡନା ଆରମ୍ଭ ହେଲା[୮:୧]।

ଯିରୂଶାଲମର ବିଶ୍ଵାସୀମାନେ କ'ଣ କଲେ?

ଯିରୂଶାଲମର ବିଶ୍ଵାସୀମାନେ ଯିହୁଦା ପ୍ରଦେଶ ଓ ଶମିରୋଣ ପ୍ରଦେଶ କ୍ଷେତ୍ରରେ ଚାରିଆଡେ ଛିନ୍ନଭିନ୍ନ ହୋଇଥିଲେ ପୁଣି ଚାରିଆଡେ ଭ୍ରମଣ କରୁ କରୁ ସୁସମାଚାର ପ୍ରଚାର କଲେ[୮:୧,୪]।

Acts 8:6

ଶମିରୋଣର ଲୋକମାନେ କାହିଁକି ଫିଲିପ୍ପ କହିବା କଥା ପ୍ରତି ମନୋଯୋଗ କଲେ?

ଯେତେବେଳେ ସେମାନେ ଫିଲିପ୍ପଙ୍କ ଆଶ୍ଚର୍ଯ୍ୟକର୍ମସବୁ ଦେଖିଲେ ସେମାନେ ତା'ଙ୍କ ପ୍ରତି ମନୋଯୋଗ କଲେ [୮:୬]।

Acts 8:9

ଶମିରୋଣର ଲୋକମାନେ ଶିମୋନକୁ କାହିଁକି ମନୋଯୋଗ ହୋଇଥିଲେ?

ଯେତେବେଳେ ସେମାନେ ଫିଲିପ୍ପଙ୍କ ଆଶ୍ଚର୍ଯ୍ୟକର୍ମ ସବୁ ଦେଖିଲେ ସେମାନେ ମନୋଯୋଗ କଲେ [୮:୯-୧୧]।

Acts 8:12

ଯେତେବେଳେ ଶିମୋନ ଫିଲିପ୍ପଙ୍କ ସମ୍ବାଦ ଶୁଣିଲେ, ସେ କ'ଣ କଲେ?

ଶିମୋନ ମଧ୍ୟ ବିଶ୍ଵାସ କଲେ ପୁଣି ବାପ୍ତିଜିତ ହେଲେ[୮:୧୩]।

Acts 8:14

ଯେତେବେଳେ ପିତର ଓ ଯୋହନ ଶମିରୋଣରେ ବିଶ୍ଵାସୀମାନଙ୍କ ଉପରେ ହସ୍ତାର୍ପଣ କଲେ, କ'ଣ ଘଟିଲା?

ଶମିରୋଣର ବିଶ୍ଵାସୀମାନେ ପବିତ୍ର ଆତ୍ମପ୍ରାପ୍ତ ହେଲେ[୮:୧୭]।

Acts 8:18

ଶିମୋନ ପ୍ରେରିତମାନଙ୍କୁ କ'ଣ ଯାଚିଲେ?

ଶିମୋନ ପ୍ରେରିତମାନଙ୍କୁ ଟଙ୍କା ଯାଚି କହିଲେ, ସେମାନଙ୍କ ଉପରେ ହସ୍ତ ରଖି ପବିତ୍ର ଆତ୍ମାଙ୍କ ଶକ୍ତି ପ୍ରଦାନ କର[୮:୧୮-୧୯]।

Acts 8:20

ଶିମୋନ ପ୍ରେରିତମାନଙ୍କୁ ଏହା ଯାଚିଲା ପରେ,ପିତର ତାହାଙ୍କ ଆତ୍ମିକ ଅବସ୍ଥା କ'ଣ ଥିଲା ବୋଲି କହିଲେ ?

ଶିମୋନ ତିକ୍ତ ବିଷରେ ଓ ଅଧର୍ମର ବନ୍ଧନରେ ଥିଲେ ବୋଲି ପିତର କହିଲେ[୮:୨୩]।

Acts 8:26

ଫିଲିପ୍ପଙ୍କୁ ଦୂତ କ'ଣ କରିବାକୁ କହିଲେ?

ଦୂତ ଫିଲିପ୍ପଙ୍କୁ ଦକ୍ଷିଣ ଦିଗର ଗଜ୍ଜା ଆଡକୁ ଯାଉଥିବା ମରୁଭୂମି ପଥକୁ ଯିବାକୁ କହିଲେ[୮:୨୬]।

କାହାକୁ ଫିଲିପ୍ପ ସାକ୍ଷାତ କଲେ ଓ ସେହି ବ୍ୟକ୍ତି କ'ଣ କରୁଥିଲେ?

ଫିଲିପ୍ପ ଏକ ପଦପ୍ରାପ୍ତ କୂଶୀୟ ନପୁଂସକଙ୍କୁ ସାକ୍ଷାତ କଲେ ଯିଏ ତାହାର ରଥରେ ବସି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ର ପଢ଼ୁଥିଲେ[୮:୨୭-୨୮]।

Acts 8:29

ଫିଲିପ୍ପ କେଉଁ ପ୍ରଶ୍ନ ସେହି ବ୍ୟକ୍ତିଙ୍କୁ ପଚାରିଲେ?

ଫିଲିପ୍ପ ସେହି ବ୍ୟକ୍ତିଙ୍କୁ ପଚାରିଲେ,''ଆପଣ ଯାହା ପଢ଼ୁଅଛନ୍ତି, ତାହା କ'ଣ ଆପଣ ବୁଝିପାରୁଛନ୍ତି?[୮:୩୦]।

ସେହି ବ୍ୟକ୍ତି ଫିଲିପ୍ପଙ୍କୁ କ'ଣ କରିବାକୁ କହିଲେ?

ସେହି ବ୍ୟକ୍ତି ଫିଲିପ୍ପଙ୍କୁ ରଥକୁ ଆସିବାକୁ କହିଲେ ଏବଂ ସେ ଯାହା ପଢ଼ୁଥିଲେ ତାହା ବୁଝାଇବାକୁ କହିଲେ[୮:୩୧]।

Acts 8:32

ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ବ୍ୟକ୍ତିଙ୍କର କ'ଣ ହେଲା?

ବ୍ୟକ୍ତି ମେଷ ତୁଲ୍ୟ ହତ ହେବାକୁ ନିତ ହେଲେ, କିନ୍ତୁ ତାହାଙ୍କ ମୁଖ ଫିଟାଉ ନାହାନ୍ତି[୮:୩୨]।

Acts 8:34

ଯେଉଁ ଶାସ୍ତ୍ର ବିଷୟରେ ସେ ପଢ଼ୁଥିଲେ, ପୁରୁଷ କେଉଁ ପ୍ରଶ୍ନ ଫିଲିପ୍ପଙ୍କୁ କଲେ?

ଭାବବାଦୀ ଆପଣା ବିଷୟରେ କି ଆଉ କାହା ବିଷୟରେ କହୁଥିଲେ ବୋଲି ସେହି ପୁରୁଷ ଫିଲିପ୍ପଙ୍କୁ ପଚାରିଲେ[୮:୩୪]।

ଯିଶାଇୟ ଶାସ୍ତ୍ରର ବ୍ୟକ୍ତି କିଏ ବୋଲି ଫିଲିପ୍ପ କହିଲେ?

ଯିଶାଇୟ ଶାସ୍ତ୍ରର ବ୍ୟକ୍ତି ଯୀଶୁ ଥିଲେ ବୋଲି ଫିଲିପ୍ପ ସ୍ପଷ୍ଟ କଲେ[୮:୩୫]।

Acts 8:36

ତା'ପରେ ଫିଲିପ୍ପ ସେହି ପୁରୁଷଙ୍କୁ କ'ଣ କଲେ?

ଫିଲିପ୍ପ ଓ ନପୁଂସକ ଉଭୟ ଜଳ ଭିତରକୁ ଗଲେ ଏବଂ ଫିଲିପ୍ପ ତାହାଙ୍କୁ ବାପ୍ତିଜିତ କଲେ[୮:୩୮]।

Acts 8:39

ଫିଲିପ୍ପଙ୍କୁ କ'ଣ ଘଟିଲା ଯେତେବେଳେ ସେ ଜଳରୁ ବାହାରକୁ ଆସିଲେ?

ପ୍ରଭୁଙ୍କ ଆତ୍ମଫିଲିପ୍ପଙ୍କୁ ଘେନି ଗଲେ ଯେତେବେଳେ ସେ ଜଳରୁ ବାହାରକୁ ଆସିଲେ[୮:୩୯]।

ଯେତେବେଳେ ନପୁଂସକ ଜଳରୁ ବାହାରି ଆସିଲେ ସେ କ'ଣ କଲେ?

ନପୁଂସକ ଜଳରୁ ବାହାରି ଆସି ଆନନ୍ଦରେ ଘରକୁ ଫେରିଗଲେ[୮:୩୯]।


Chapter 9

1 କିନ୍ତୁ ଶାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ, 2 ପୁଣି, ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲମକୁ ଆଣି ପାରନ୍ତି,ଏଥିସକାଶେ ଦମ୍ମେସକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ । 3 ପରେ ସେ ଯାଉ ଯାଉ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକିଉଠିଲା । 4 ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ ? 5 ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ । 6 କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କ'ଣ କରିବାକୁ ହେବ, ତାହା କୁହାଯିବ । 7 ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକି ନ ଦେଖିବାରୁ ଅବାକ୍ ହୋଇ ରହିଲେ । 8 ପୁଣି,ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ । ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେସକକୁ ଘେନିଗଲେ । 9 ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି, କିଛି ଖାଇଲେ ନାହିଁ କି ପିଇଲେ ନାହିଁ । 10 ଦମ୍ମେସକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, ହନନୀୟ । ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ । 11 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି; 12 ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥି ନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି । 13 କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୂ, ଯିରୂଶାଲମରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି । 14 ଆଉ, ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି । 15 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ଯାଅ; କାରଣ ସେ ଅଣଯିହୂଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ; 16 ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା । 17 ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ,ଏଥି ନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି । 18 ସେହିକ୍ଷଣି ତାହାଙ୍କ ଆଖିରୁ କାତି ପରି କ'ଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ, 19 ଆଉ ସେ ଭୋଜନ କରି ବଳ ପାଇଲେ ।ଏଥିଉତ୍ତାରେ ସେ ଦମ୍ମେସକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ;

20 ପୁଣି, ଯୀଶୁ ଯେ ଈଶ୍ୱରଙ୍କର ପୁତ୍ର, ଏହା ସେ ଅବିଳମ୍ବରେ ସମାଜଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ । 21 ଆଉ, ଯେଉଁମାନେ ତାହାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ବିତ ହୋଇ କହିବାକୁ ଲାଗିଲେ,ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇ ପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା,ଏ କି ସେହି ନୁହେଁ ? 22 କିନ୍ତୁ, 'ଶାଉଲ' ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି, ଏ ଯେ ଖ୍ରୀଷ୍ଟ,ଏହା ପ୍ରମାଣ କରି ଦମ୍ମେସକନିବାସୀ ଯିହୂଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ । 23 ଅନେକ ଦିନ ଗତ ହେଲା ଉତ୍ତାରେ ଯିହୂଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ; 24 କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା । ଆଉ, ସେମାନେ ଯେପରି ତାହାଙ୍କୁ ବଧ କରି ପାରନ୍ତି,ଏଥି ନିମନ୍ତେ ଦିବାରାତ୍ର ମଧ୍ୟ ନଗର-ଦ୍ୱାରସବୁ ଜଗି ରହିଲେ, 25 କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ ।

26 ପରେ ସେ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ । 27 କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେସକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ,ଏହି ସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ । 28 ଆଉ,ସେ ସେମାନଙ୍କ ସହିତ ଯିରୂଶାଲମରେ ଗମନାଗମନ କରି, 29 ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି, ସେ ଗ୍ରୀକ୍ ଭାଷାବାଦୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ । 30 ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ । 31 ଏହି ପ୍ରକାରେ ସମୁଦାୟ ଯିହୂଦା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ ।

32 ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦନିବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ । 33 ସେ ସ୍ଥାନରେ ସେ ଏନୀୟ ନାମକ ଜଣେ ଲୋକଙ୍କର ଦେଖାପାଇଲେ, ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ; ତାହାଙ୍କୁ ପକ୍ଷାଘାତ ହୋଇଥିଲା । 34 ପିତର ତାହାଙ୍କୁ କହିଲେ, ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି; ଉଠ, ତୁମ୍ଭର ଶେଯ ସଜାଡ଼ । ସେଥିରେ ସେ ସେହିକ୍ଷଣି ଉଠିଲେ । 35 ଆଉ, ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ । 36 ଯାଫୋରେ ଟାବୀଥା ନାମରେ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା । ସେ ନାନା ସତ୍‌କର୍ମ ଓ ଦାନକ୍ରିୟାରେ ପୂର୍ଣ୍ଣ ଥିଲେ । 37 ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ, ସେଥିରେ ସେମାନେ ତାହାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇଦେଲେ । 38 ପୁଣି, ଲୂଦ ଯାଫୋର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି, ଦୁଇ ଜଣ ଲୋକଙ୍କୁ ତାହାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ, ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ବ କରନ୍ତୁ ନାହିଁ । 39 ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ । ସେ ଆସନ୍ତେ, ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବୁଣିଥିଲେ, ସେହି ସବୁ ଦେଖାଇବାକୁ ଲାଗିଲେ । 40 କିନ୍ତୁ, ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି, ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ । ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ । 41 ପୁଣି, ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ । 42 ଏହି କଥା ଯାଫୋର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ । 43 ପୁଣି, ପିତର ଅନେକ ଦିନ ଯାଫୋରେ ଶିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ ।



Translation Questions

Acts 9:1

କ'ଣ କରିବାକୁ ଶାଉଲ ଯିରୂଶାଲମରେ ମହାଯାଜକଙ୍କୁ ଅନୁମତି ମାଗିଲେ?

ଶାଉଲ ପତ୍ର ମାଗିଲେ ଯେପରି ସେ ଦମ୍ମେସକକୁ ଯାଇପାରିବେ ଏବଂ ଯେକୌଣସି ସ୍ତ୍ରୀ ଓ ପୁରୁଷ ମାର୍ଗରେ ଦେଖା ଦେବେ ବାନ୍ଧିଆଣିବେ[୯:୧-୨]।

Acts 9:3

ଶାଉଲ ଯେମିତି ଦମ୍ମେସକର ନିକଟବର୍ତ୍ତୀ ହେଲେ ସେ କ'ଣ ଦେଖିଲେ?

ଯେମିତି ଶାଉଲ ଦମ୍ମେସକର ନିକଟବର୍ତ୍ତୀ ହେଲେ ସେ ସ୍ଵର୍ଗରୁ ଏକ ଆଲୋକ ଦେଖିଲେ[୯:୩]।

ସେହି ସ୍ଵର ଶାଉଲଙ୍କୁ କ'ଣ କହିଲା?

ସ୍ଵର କହିଲା,''ଶାଉଲ,ଶାଉଲ, କାହିଁକି ତୁମେ ମୋତେ ତାଡନା କରୁଅଛ''[୯:୪]।

Acts 9:5

ଯେତେବେଳେ ଶାଉଲ ପଚାରିଲେ କିଏ ତାହାକୁ କହୁଥିଲେ, ଉତ୍ତରଟି କ'ଣ ଥିଲା?

A,''ମୁଁ ଯୀଶୁ ଅଟେ, ଯାହାକୁ ତୁମେ ତାଡନା କରୁଅଛ'' ଉତ୍ତରଟି ଏହା ଥିଲା[୯:୫]।

Acts 9:8

ଶାଉଲ ଯେତେବେଳେ ଭୂମିରୁ ଉଠିଲେ ତାହାକୁ କ'ଣ ଘଟିଥିଲା?

ଭୂମିରୁ ଯେତେବେଳେ ସେ ଉଠିଲେ ସେ କିଛି ଦେଖି ପାରିଲେ ନାହିଁ[୯:୮]।

ତା'ପରେ ଶାଉଲ କେଉଁଠିକୁ ଗଲେ ଏବଂ ସେ କ'ଣ କଲେ?

ଶାଉଲ ଦମ୍ମେସକକୁ ଗଲେ ଏବଂ ସେଠାରେ ସେ ତିନି ଦିନ ପର୍ଯ୍ୟନ୍ତ ଖାଇଲେ ନାହିଁ କିମ୍ବା ପିଇଲେ ନାହିଁ[୯:୯]।

Acts 9:10

ପ୍ରଭୁ ହନନୀୟଙ୍କୁ କ'ଣ କହିବାକୁ କହିଲେ?

ହନନୀୟଙ୍କୁ ପ୍ରଭୁ କହିଲେ ଯାଇ ଶାଉଲଙ୍କ ଉପରେ ହସ୍ତ ରଖିବାକୁ ଯେପରି ଶାଉଲ ଦୃଷ୍ଟି ପ୍ରାପ୍ତ ହେବେ[୯:୧୧-୧୨]।

Acts 9:13

କେଉଁ ବିଷୟ ହନନୀୟ ପ୍ରଭୁଙ୍କୁ ପ୍ରକାଶ କଲେ?

ହନନୀୟ ଚିନ୍ତିତ ଥିଲେ କାରଣ ସେ ଜାଣିଥିଲେ ଯେ ଶାଉଲ ପ୍ରଭୁଙ୍କୁ ଡାକୁଥିବା ପ୍ରତ୍ୟେକଙ୍କୁ ବନ୍ଦୀ କରି ନେବା ପାଇଁ ଦମ୍ମେସକକୁ ଆସିଛନ୍ତି [୯:୧୩-୧୪]।

ତାଙ୍କର ମନୋନୀତ ବ୍ୟକ୍ତି ଶାଉଲଙ୍କ ପ୍ରତି କେଉଁ କାର୍ଯ୍ୟ ରଖିଛନ୍ତି ବୋଲି ପ୍ରଭୁ କହିଲେ?

ଶାଉଲ ବିଜାତି, ରାଜା, ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖକୁ ପ୍ରଭୁଙ୍କ ନାମ ନେବେ ବୋଲି ପ୍ରଭୁ କହିଲେ[୯:୧୫]।

ଶାଉଲଙ୍କ କାର୍ଯ୍ୟ ସହଜ କିମ୍ବା କଠିନ ହେବ ବୋଲି ପ୍ରଭୁ କହିଲେ କି?

ପ୍ରଭୁଙ୍କ ନାମ ସକାଶେ ଶାଉଲ ଅଧିକ ଦୁଃଖ ପାଇବେ ବୋଲି ପ୍ରଭୁ କହିଲେ[୯:୧୬]।

Acts 9:17

ଶାଉଲଙ୍କ ଉପରେ ହନନୀୟ ହସ୍ତ ଥୋଇଲା ପରେ କ'ଣ ଘଟିଥିଲା?

ଶାଉଲଙ୍କ ଉପରେ ହନନୀୟ ହସ୍ତ ଥୋଇଲା ପରେ ଶାଉଲ ଦୃଷ୍ଟି ପ୍ରାପ୍ତ ହେଲେ, ବାପ୍ତିଜିତ ହେଲେ ଏବଂ ଖାଇଲେ[୯:୧୯]।

Acts 9:20

ଶାଉଲ ସଙ୍ଗେ ସଙ୍ଗେ କ'ଣ କରିବା ଆରମ୍ଭ କଲେ?

ସଙ୍ଗେ ସଙ୍ଗେ ଶାଉଲ ଯୀଶୁ ଯେ ଈଶ୍ଵରଙ୍କ ପୁତ୍ର ଏହା ସମାଜ ଗୃହରେ ପ୍ରଚାର କଲେ[୯:୨୦]।

Acts 9:26

ଶାଉଲ ଯେତେବେଳେ ଯିରୂଶାଲମକୁ ଆସିଲେ, ଶିଷ୍ୟମାନେ କିପରି ତାହାଙ୍କୁ ଗ୍ରହଣ କଲେ?

ଯିରୂଶାଲମରେ ଶିଷ୍ୟମାନେ ଶାଉଲଙ୍କୁ ଭୟ କରୁଥିଲେ[୯:୨୬]। ତା'ପରେ ଶାଉଲଙ୍କୁ ପ୍ରେରିତମାନଙ୍କ ନିକଟକୁ ଆଣିଲେ ଏବଂ ଶାଉଲଙ୍କୁ ଦମ୍ମେସକରେ କ'ଣ ଘଟିଥିଲା ତାହା ସ୍ପଷ୍ଟ କଲେ[୯:୨୭]।

Acts 9:28

'ଯିରୂଶାଲମରେ ଶାଉଲ କ'ଣ କଲେ?

ପ୍ରଭୁ ଯୀଶୁଙ୍କ ନାମରେ ଶାଉଲ ସାହସରେ କହିଲେ[୯:୨୯]।

Acts 9:31

ଶାଉଲଙ୍କୁ ତାର୍ଷକୁ ପଠାଗଲା ପରେ ଯିହୁଦା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀର ଅବସ୍ଥା କ'ଣ ଥିଲା?

ଯିହୁଦା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀରେ ଅବସ୍ଥା ଶାନ୍ତି ଥିଲା ଓ ସଂଖ୍ୟାରେ ବୃଦ୍ଧି ପାଇ ଗଢି ଉଠିଲା[୯:୩୧]।

Acts 9:33

ଲୂଦରେ କ'ଣ ଘଟିଥିଲା ଯାହା ସମସ୍ତଙ୍କୁ ପ୍ରଭୁଙ୍କ ଆଡକୁ ବୁଲିବାର କାରଣ ହେଲା?

ଲୂଦରେ ପିତର ପକ୍ଷାଘାତ ବ୍ୟକ୍ତିଙ୍କୁ କହିଲେ ପୁଣି ଯେ ଯୀଶୁଙ୍କ ଦ୍ଵାରା ସୁସ୍ଥ ହୋଇଥିଲେ[୯:୩୩-]।

Acts 9:36

ଯୋଫା କ'ଣ ଘଟିଥିଲା ଯାହା ଅନେକ ଲୋକଙ୍କୁ ପ୍ରଭୁଙ୍କଠାରେ ବିଶ୍ଵାସ କରିବାର କାରଣ ହେଲା?

ପିତର ଟାବିଥା ନାମକ ଜଣେ ମୃତ ମହିଳାଙ୍କ ପାଇଁ ପ୍ରାର୍ଥନା କଲେ, ଯିଏ ପୁଣି ଥରେ ଜୀବିତ ହୋଇଥିଲେ[୯:୩୬-୪୨]।


Chapter 10

1 କାଇସରିୟା ନଗରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତସେନାପତି ଥିଲେ; 2 ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ୱରଙ୍କୁ ଭୟ କରୁଥିଲେ । ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ । 3 ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ୱରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ । 4 ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କ'ଣ ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ୱରଙ୍କ ଛାମୁରେ ଉଠିଅଛି । 5 ଏବେ ତୁମ୍ଭେ ଯାଫୋକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାହାଙ୍କ ଉପନାମ ପିତର; 6 ସେ ଶିମୋନ ନାମକ ଜଣେ ଚର୍ମକାରଙ୍କ ଅତିଥିସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ । 7 ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ, 8 ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋକୁ ପଠାଇଲେ ।

9 ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ, 10 ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ, 11 ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି; 12 ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି । 13 ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, ହେ ପିତର, ଉଠ, ବଧ କରି ଖାଅ । 14 କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ । 15 ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, ଈଶ୍ୱର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ । 16 ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା । 17 ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କ'ଣ, ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ, 18 ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ । 19 ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି । 20 ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ । 21 ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି । ତୁମ୍ଭମାନଙ୍କ ଆସିବାର କାରଣ କ'ଣ ? 22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ୱରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୂଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି । 23 ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ । ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ ।

24 ପରଦିନ ସେମାନେ କାଇସରିିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ । 25 ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ । 26 କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ । 27 ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି, 28 ଆଉ ସେ ସେମାନଙ୍କୁ କହିଲେ, ଅନ୍ୟ ଜାତିର କୌଣସି ଲୋକ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୂଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ୱର ମୋତେ ଦେଖାଇଅଛନ୍ତି । 29 ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି । ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି ? 30 କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି, 31 ପୁଣି, ତୁମ୍ଭର ଦାନସବୁ ଈଶ୍ୱରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି । 32 ଅତଏବ ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି । 33 ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି । ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ । 34 ସେଥିରେ ପିତର ମୁଖ ଫିଟାଇ କହିଲେ, ଈଶ୍ୱର ଯେ ପକ୍ଷପାତ କରନ୍ତି ନାହିଁ,

35 କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି । 36 ସେ ତ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ । 37 ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ସମୟରୁ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦା ରେ ପ୍ରଚାରିତ ହୋଇଅଛି, 38 ଅର୍ଥାତ୍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ୱର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ । 39 ପୁଣି, ସେ ଯିହୂଦୀମାନଙ୍କ ଦେଶ ଓ ଯିରୂଶାଲମରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ । 40 ତାହାଙ୍କୁ ଈଶ୍ୱର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ; 41 ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ୱରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ । ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ, 42 ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି, ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ୱର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ । 43 ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପ କ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ।

44 ପିତର ଏହି ସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ । 45 ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତ ବିଶ୍ୱାସୀମାନେ ସମସ୍ତେ ଅଣଯିହୂଦୀମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ଭିତ ହେଲେ; 46 କାରଣ ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ୱରଙ୍କ ପ୍ରଶଂସା କରୁଥିବା ଶୁଣୁଥିଲେ । 47 ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ ହୋଇଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥିନିମନ୍ତେ କି କେହି ଜଳ ନିଷେଧ କରି ପାରେ ? 48 ପୁଣି, ସେ ସେମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବା ନିମନ୍ତେ ଆଦେଶ ଦେଲେ । ପରେ ସେମାନେ କିଛି ଦିନ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ ।



Translation Questions

Acts 10:1

କର୍ଣ୍ଣିଲୀୟ କେଉଁ ପ୍ରକାରର ବ୍ୟକ୍ତି ଥିଲେ?

କର୍ଣ୍ଣିଲୀୟ ଜଣେ ଭକ୍ତ ବ୍ୟକ୍ତି ଥିଲେ ଯିଏ ଈଶ୍ଵରଙ୍କୁ ଭୟ କରୁଥିଲେ, ଦାନଶୀଳ ଥିଲେ ଏବଂ ସର୍ବଦା ଈଶ୍ଵରଙ୍କୁ ପ୍ରାର୍ଥନା କରୁଥିଲେ[୧୦:୦୨]।

Acts 10:3

କର୍ଣ୍ଣିଲୀୟଙ୍କ ବିଷୟରେ ଈଶ୍ଵରଙ୍କୁ କ'ଣ ସ୍ମରଣ କରାଇବାର କାରଣ ଥିଲାବୋଲି ଦୂତ କହିଲେ?

ଦୂତ କହିଲେ, କର୍ଣ୍ଣିଲୀୟଙ୍କ ପ୍ରାର୍ଥନା ଓ ଦରିଦ୍ରମାନଙ୍କୁ ଦାନ ବିଷୟ ଈଶ୍ଵରଙ୍କୁ କର୍ଣ୍ଣିଲୀୟଙ୍କ ବିଷୟରେ ସ୍ମରଣ କରାଇଥିଲେ[୧୦:୦୪]।

ଦୂତ କର୍ଣ୍ଣିଲୀୟଙ୍କୁ କ'ଣ କରିବାକୁ କହିଲେ ?

ଯୋଫାକୁ ଲୋକ ପଠାଇ ପିତରକୁ ଆଣିବାକୁ ଦୂତ କର୍ଣ୍ଣିଲୀୟଙ୍କୁ କହିଲେ[୧୦:୦୫]।

Acts 10:9

ପରବର୍ତ୍ତୀ ଦିନ ପିତର ଯେତେବେଳେ ଛାତ ଉପରେ ପ୍ରାର୍ଥନା କରୁଥିଲେ ସେ କ'ଣ ଦେଖିଲେ?

ପିତର ଦେଖିଲେ ଗୋଟିଏ ବଡ଼ ଚାଦର ,ସେଥିରେ ପୃଥିବୀର ସର୍ବପ୍ରକାର ଚତୁଷ୍ପଦ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି[୧୦:୧୧-୧୨]।

Acts 10:13

ଯେପରି ପିତର ଦର୍ଶନ ଦେଖିଲେ, ଏକ ବାଣୀ ତାହାଙ୍କୁ କ'ଣ କହିଲେ?

''ପିତର ଉଠ ବଧ କରି ଖାଅ''ଏକ ବାଣୀ ପିତରକୁ କହିଲେ[୧୦:୧୩]।

ବାଣୀଙ୍କୁ ପିତରଙ୍କର କ'ଣ ପ୍ରତିଉତ୍ତର ଥିଲା?

ସେ କେବେ ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହାନ୍ତି ବୋଲି ପିତର ମନା କଲେ[୧୦:୧୪]।

ଏହାପରେ ସେହି ବାଣୀ ପିତରଙ୍କୁ କ'ଣ କହିଲେ?

ଏକ ବାଣୀ ହେଲା,''ଈଶ୍ୱର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ''[୧୦:୧୫]।

Acts 10:19

ଆତ୍ମପିତରଙ୍କୁ କ'ଣ କରିବାକୁ କହିଲେ ଯେତେବେଳେ କର୍ଣ୍ଣିଲୀୟଙ୍କ ଠାରୁ ଲୋକମାନେ ଗୃହରେ ପହଞ୍ଚିଲେ?

ଆତ୍ମପିତରଙ୍କୁ କହିଲେ ତଳକୁ ଯାଇ ସେମାନଙ୍କ ସାଙ୍ଗରେ ଯାଅ[୧୦:୨୦]।

Acts 10:22

କର୍ଣ୍ଣିଲୀୟଙ୍କ ଲୋକମାନେ ପିତରଙ୍କୁ ଡାକି କର୍ଣ୍ଣିଲୀୟଙ୍କ ଘରେ କ'ଣ କରିବାର ଆଶା କଲେ?

କର୍ଣ୍ଣିଲୀୟଙ୍କ ଲୋକମାନେ ପିତରଙ୍କୁ ଆସି କର୍ଣ୍ଣିଲୀୟଙ୍କ ଗୃହରେ ସମ୍ବାଦ ଦେବାକୁ ଆଶା କଲେ[୧୦:୨୨]।

Acts 10:25

ପିତର କ'ଣ କହିଲେ ଯେତେବେଳେ କର୍ଣ୍ଣିଲୀୟ ପିତରଙ୍କ ଚରଣ ତଳେ ପଡିଲେ?

ପିତର କର୍ଣ୍ଣଲୀୟଙ୍କୁ ଉଠିବାକୁ କହିଲେ, କାରଣ ସେ ମଧ୍ୟ କେବଳ ଜଣେ ମନୁଷ୍ୟ ଥିଲେ[୧୦:୨୬]।

Acts 10:27

ପିତର କ'ଣ କରୁଥିଲେ ଯାହା ପୂର୍ବରୁ ଯିହୁଦୀମାନଙ୍କୁ ଅନୁମତି ନ ଥିଲା ଏବଂ ସେ ବର୍ତ୍ତମାନ କାହିଁକି କରୁଥିଲେ?

ପିତର ଅନ୍ୟ ଜାତି ଲୋକଙ୍କ ସହ ମିଶୁଥିଲେ କାରଣ ଈଶ୍ଵର ତାହାଙ୍କୁ ଦେଖାଇଥିଲେ ଯେ ସେ ଅନ୍ୟ କାହାକୁ ଅପବିତ୍ର ଓ ଅଶୁଚି କହିବା ଉଚିତ ନୁହଁ[୧୦:୨୮]।

Acts 10:34

କିଏ ଈଶ୍ଵରଙ୍କ ଗ୍ରହଣ ଯୋଗ୍ୟ ବୋଲି ପିତର କହିଲେ?

ଯେ କେହି ଈଶ୍ଵରଙ୍କୁ ଭୟ କରେ ଓ ଧାର୍ମିକ କାର୍ଯ୍ୟ କରେ ସେ ଈଶ୍ଵରଙ୍କ ଗ୍ରହଣ ଯୋଗ୍ୟ ଅଟେ ବୋଲି ପିତର କହିଲେ[୧୦:୩୫]।

Acts 10:36

କେଉଁ ସମ୍ବାଦ ଲୋକମାନେ ଯୀଶୁଙ୍କ ବିଷୟରେ କର୍ଣ୍ଣଲୀୟଙ୍କ ଗୃହରେ ଶୁଣି ସାରିଥିଲେ?

ଯୀଶୁ ପବିତ୍ର ଆତ୍ମଓ ଶକ୍ତି ଦ୍ଵାରା ଅଭିଷିକ୍ତ ଥିଲେ ସେ ପିଡିତ ଲୋକମାନଙ୍କୁ ସୁସ୍ଥ କରିଥିଲେ, କାରଣ ଈଶ୍ଵର ତା'ଙ୍କ ସହିତ ଥିଲେ ଏହା ଆଗରୁ ଲୋକମାନେ ଶୁଣିସାରିଥିଲେ[୧୦:୩୮]।

Acts 10:39

ମୃତ୍ୟୁ ପରେ ଯୀଶୁଙ୍କୁ କ'ଣ ଘଟିଥିଲା ବୋଲି ପିତର ଘୋଷଣା କଲେ ଏବଂ କିପରି ପିତର ଏହା ଜାଣିଲେ?

ପିତର ଘୋଷଣା କଲେ ଯେ ଈଶ୍ଵର ଯୀଶୁଙ୍କୁ ତୃତୀୟ ଦିବସରେ ଉଠାଇଥିଲେ ଏବଂ ସେ ଯୀଶୁଙ୍କ ସହ ପୁନରୁତ୍‌ଥାନ ପରେ ଭୋଜନ କରିଥିଲେ[୧୦:୪୦-୪୧]।

Acts 10:42

ଯୀଶୁ ସେମାନଙ୍କୁ କେଉଁ ଆଜ୍ଞା ଲୋକମାନଙ୍କୁ ପ୍ରଚାର କରିବାକୁ ଦେଅଛନ୍ତି ବୋଲି ପିତର କହିଲେ?

ଯୀଶୁ ସେମାନଙ୍କୁ ପ୍ରଚାର କରିବାକୁ କହିଲେ ଯେ ସେ ଈଶ୍ଵରଙ୍କ ଦ୍ଵାରା ମୃତଙ୍କ ଉପରେ ନ୍ୟାୟ କରିବା ନିମନ୍ତେ ମନୋନୀତ ହୋଇଅଛନ୍ତି ବୋଲି[୧୦:୪୨]।

ଯେଉଁ ସମସ୍ତେ ଯୀଶୁଙ୍କୁ ବିଶ୍ଵାସ କରନ୍ତି ସେମାନେ କ'ଣ ପ୍ରାପ୍ତ କରିବେ ବୋଲି ପିତର କହିଲେ?

ଯେଉଁ ସମସ୍ତେ ଯୀଶୁଙ୍କୁ ବିଶ୍ଵାସ କରନ୍ତି ପାପରୁ କ୍ଷମା ପ୍ରାପ୍ତ କରିବେ ବୋଲି ପିତର କହିଲେ[୧୦:୪୩]।

Acts 10:44

ପିତର କଥା କହୁଥିବା ସମୟରେ ପିତରଙ୍କ କଥା ଶୁଣୁଥିବା ଲୋକମାନଙ୍କ ପ୍ରତି କ'ଣ ଘଟିଲା ?

ଯେଉଁ ସମସ୍ତ ଲୋକମାନେ ପିତରଙ୍କୁ ଶୁଣୁଥିଲେ ତା'ଙ୍କ ଉପରେ ପବିତ୍ର ଆତ୍ମଅବତରଣ କଲେ[୧୦:୪୪]।

ଯେଉଁ ବିଶ୍ଵାସୀମାନେ ସୁନ୍ନତ ସମୂହର ଥିଲେ କାହିଁକି ଆଶ୍ଚର୍ଯ୍ୟଚକିତ ହେଲେ?

ଯେଉଁ ବିଶ୍ଵାସୀମାନେ ସୁନ୍ନତ ସମୂହର ଥିଲେ ଆଶ୍ଚର୍ଯ୍ୟଚକିତ ହେଲେ ଯେହେତୁ ପବିତ୍ର ଆତ୍ମାଙ୍କର ଦାନ ଅନ୍ୟଜାତିମାନଙ୍କ ଉପରେ ମଧ୍ୟ ବୃଷ୍ଟି କରାଯାଇଥିଲା[୧୦:୪୫]।

Acts 10:46

ଲୋକମାନେ କ'ଣ କରୁଥିଲେ ଯାହା ପବିତ୍ର ଆତ୍ମାର ଅବତରଣ ସେମାନଙ୍କ ଉପରେ ହୋଇଅଛି ବୋଲି ପ୍ରମାଣ କରେ?

ଅନ୍ୟାନ୍ୟ ଭାଷାରେ ଲୋକମାନେ କଥା କହି ଈଶ୍ଵରଙ୍କର ପ୍ରଂଶସା କରୁଥିଲେ ଯାହା ପବିତ୍ର ଆତ୍ମାର ଅବତରଣ ସେମାନଙ୍କ ଉପରେ ହୋଇଅଛି ବୋଲି ପ୍ରମାଣ କରେ[୧୦:୪୬]।

ଲୋକମାନେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ପରେ ସେମାନଙ୍କ ପ୍ରତି କ'ଣ କରାଯିବ ବୋଲି ପିତର ଆଜ୍ଞା ଦେଲେ?

ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବାକୁ ପିତର ଆଜ୍ଞା ଦେଲେ[୧୦:୪୮]।


Chapter 11

1 ଅଣଯିହୂଦୀମାନେ ମଧ୍ୟ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୂଦା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ । 2 ଆଉ, ଯେତେବେଳେ ପିତର ଯିରୂଶାଲମକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ, 3 ତୁମ୍ଭେ ଅସୁନ୍ନତି ଲୋକମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ । 4 କିନ୍ତୁ ପିତର ବିଷୟଟିର ସବୁ କଥା ବୁଝାଇବାକୁ ଆରମ୍ଭ କରି କହିଲେ, 5 ମୁଁ ଯାଫୋ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି, 6 ଆଉ ତାହା ମୋ ପର୍ଯ୍ୟନ୍ତ ଆସିଲା; ମୁଁ ତାହା ପ୍ରତି ଏକଦୃଷ୍ଟିରେ ଚାହିଁ ଚିନ୍ତା କରିବାକୁ ଲାଗିଲି ଓ ସେଥିରେ ପୃଥିବୀର ଚାରିଗୋଡ଼ିଆ ପ୍ରାଣୀ, ବନ୍ୟପଶୁ, ସରୀସୃପ ଓ ଆକାଶର ପକ୍ଷୀସବୁ ଦେଖିଲି, 7 ପୁଣି, ମୋତେ କୁହାଯାଉଥିବା ଗୋଟିଏ ବାଣୀ ମଧ୍ୟ ମୁଁ ଶୁଣିଲି, ହେ ପିତର, ଉଠ, ବଧ କରି ଭୋଜନ କର । 8 କିନ୍ତୁ ମୁଁ କହିଲି, ନାହିଁ, ପ୍ରଭୁ ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେହେଲେ ପ୍ରବେଶ କରି ନାହିଁ । 9 କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, ଈଶ୍ୱର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ । 10 ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା । 11 ପୁଣି, ଦେଖନ୍ତୁ, ସେହିକ୍ଷଣି ତିନି ଜଣ ଲୋକ, ଆମ୍ଭେମାନେ ଯେଉଁ ଗୃହରେ ଥିଲୁ, ସେଥିର ସମ୍ମୁଖରେ ଆସି ଠିଆ ହେଲେ, ସେମାନେ କାଇସରିୟାରୁ ମୋ ନିକଟକୁ ପ୍ରେରିତ ହୋଇଥିଲେ । 12 ପୁଣି, କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯିବା ନିମନ୍ତେ ଆତ୍ମା ମୋତେ କହିଲେ । ଆଉ, ଏହି ଛଅ ଜଣ ଭାଇ ମଧ୍ୟ ମୋ ସାଙ୍ଗରେ ଗଲେ, ପୁଣି, ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ଗୃହରେ ପ୍ରବେଶ କଲୁ । 13 ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ, ତାହା ଆମ୍ଭମାନଙ୍କୁ ଜଣାଇଲେ, ସେହି ଦୂତ କିପରି ତାହାଙ୍କ ଗୃହରେ ଠିଆ ହୋଇ କହିଲେ, ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ; 14 ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହି ସବୁ କହିବେ । 15 ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲାପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ । 16 ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ । 17 ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ୱର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ୱରଙ୍କୁ ପ୍ରତିରୋଧ କରି ପାରିଥାନ୍ତି ? 18 ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି ।

19 ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନଭିନ୍ନ ହୋଇ ଯାଇଥିଲେ, ସେମାନେ ଫୈନିକିଆ, ସାଇପ୍ରସ୍ ଓ ଆନ୍ତିୟଖିଆ ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଯିହୂଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁ ନ ଥିଲେ । 20 କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସାଇପ୍ରସ୍ ଓ କୂରୀଣୀୟ ଲୋକ ଆନ୍ତିୟଖିଆକୁ ଗ୍ରୀକ୍‌ମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ । 21 ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା, ପୁଣି, ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ । 22 ସେମାନଙ୍କ ବିଷୟକ ସମ୍ବାଦ ଯିରୂଶାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିୟଖିଆ ପର୍ଯ୍ୟନ୍ତ ବର୍ଣ୍ଣବ୍ବାଙ୍କୁ ପ୍ରେରଣ କଲେ । 23 ସେ ଉପସ୍ଥିତ ହୋଇ ଈଶ୍ୱରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ, ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥିନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ; 24 କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି, ପବିତ୍ର ଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ । ଏହି ପ୍ରକାରେ ଅନେକ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ । 25 ପରେ ସେ ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷକୁ ବାହାରିଗଲେ, 26 ପୁଣି, ସେ ତାହାଙ୍କୁ ପାଇ ଆନ୍ତିୟଖିଆକୁ ଘେନି ଆସିଲେ । ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ । 27 ସେହି ସମୟରେ କେତେକ ଜଣ ଭାବବାଦୀ ଯିରୂଶାଲମରୁ ଆନ୍ତିୟଖିଆକୁ ଆସିଲେ । 28 ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ବ୍ୟକ୍ତି ଉଠି ସମୁଦାୟ ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ ବୋଲି ଆତ୍ମାଙ୍କ ଦ୍ୱାରା ଜଣାଇଲେ; ତାହା କ୍ଲାଉଦିଅଙ୍କ ସମୟରେ ଘଟିଲା । 29 ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୂଦା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ, 30 ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ ।



Translation Questions

Acts 11:1

କେଉଁ ଖବର ପ୍ରେରିତମାନେ ଓ ଯିହୂଦାର ଭାଇମାନେ ଶୁଣିଲେ?

ପ୍ରେରିତମାନେ ଓ ଯିହୁଦାର ଭାଇମାନେ ଶୁଣିଲେ ଯେ ବିଜାତିମାନେ ମଧ୍ୟ ଈଶ୍ଵରଙ୍କ ବାକ୍ୟକୁ ଗ୍ରହଣ କରିଅଛନ୍ତି [୧୧:୧]।

କେଉଁ ସମାଲୋଚନାକୁ ପିତରଙ୍କ ବିରୁଦ୍ଧରେ ଯିରୂଶାଲମର ସୁନ୍ନତ ସମୂହ କଲେ?

ଯିରୂଶାଲମର ସେହି ସୁନ୍ନତ ସମୂହ ପିତର ବିଜାତିମାନଙ୍କ ସହ ଭୋଜନ କରୁଅଛନ୍ତି ବୋଲି ପିତରଙ୍କୁ ସମାଲୋଚନା କଲେ[୧୧:୨-୩]।

Acts 11:15

କେଉଁପରି ପିତର ତା'ଙ୍କରି ବିରୁଦ୍ଧ ସମାଲୋଚନାକୁ ପ୍ରତ୍ୟୁତ୍ତର ଦେଲେ?

ବିଜାତିମାନଙ୍କ ପବିତ୍ର ଆତ୍ମାରେ ବାପ୍ତିଜିତ ଓ ଚାଦର ଦର୍ଶନକୁ ବାଖ୍ୟା କରିବା ଦ୍ଵାରା ପିତର ସମାଲୋଚନାର ପ୍ରତ୍ୟୁତ୍ତର ଦେଲେ[୧୧:୪-୧୬]।

Acts 11:17

ଯେତେବେଳେ ସେମାନେ ପିତରଙ୍କ ବ୍ୟାଖ୍ୟା ଶୁଣିଲେ ସୁନ୍ନତି ସମୂହ ଗୋଷ୍ଠୀଙ୍କର ସମାପ୍ତି କ'ଣ ଥିଲା?

ସେମାନେ ଈଶ୍ଵରଙ୍କ ପ୍ରଶଂସା କଲେ ଏବଂ ଈଶ୍ଵର ବିଜାତିମାନଙ୍କୁ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ ମନପରିବର୍ତ୍ତନର ଦାନ ଦେଇଅଛନ୍ତି ବୋଲି ସମାପ୍ତ କଲେ[୧୧:୧୮]।

Acts 11:19

ଅଧିକାଂଶ ବିଶ୍ଵାସୀ ଯେଉଁମାନେ ସ୍ତିଫାନଙ୍କ ମୃତ୍ୟୁ ପରେ ଛିନ୍ନଭିନ୍ନ ହୋଇଥିଲେ, କ'ଣ କଲେ?

ଅଧିକାଂଶ ଛିନ୍ନଭିନ୍ନ ବିଶ୍ଵାସୀ ଯେଉଁମାନେ ଯୀଶୁଙ୍କ ବିଷୟରେ କେବଳ ଯିହୁଦୀମାନଙ୍କୁ ସମ୍ବାଦ କହିଲେ[୧୧:୧୯]।

ଯେତେବେଳେ ଛିନ୍ନଭିନ୍ନ ବିଶ୍ଵାସୀମାନେ ଗ୍ରୀକ୍ ମାନଙ୍କୁ ପ୍ରଭୁ ଯୀଶୁଙ୍କ ବିଷୟରେ ପ୍ରଚାର କଲେ, କ'ଣ ଘଟିଲା?

ଯେତେବେଳେ ଗ୍ରୀକ୍‌ମାନଙ୍କୁ ପ୍ରଭୁ ଯୀଶୁଙ୍କ ବିଷୟରେ ପ୍ରଚାର କଲେ ଅଧିକ ସଂଖ୍ୟାରେ ଲୋକମାନେ ବିଶ୍ଵାସ କଲେ[୧୧:୨୦-୨୧]।

Acts 11:22

ଗ୍ରୀକ୍ ବିଶ୍ଵାସୀମାନଙ୍କୁ ଆନ୍ତିୟଖିଆ ଠାରେ ଯିରୂଶାଲମର ବର୍ଣ୍ଣବ୍‍ବା କ'ଣ କହିଲେ?

ବର୍ଣ୍ଣବ୍‍ବା ଗ୍ରୀକ୍ ବିଶ୍ଵାସୀମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ହୃଦୟ ସହ ପ୍ରଭୁଙ୍କଠାରେ ରହିବାକୁ ଉତ୍ସାହିତ କଲେ[୧୧:୨୨-୨୩]।

Acts 11:25

କିଏ ଏକ ବର୍ଷ ପୁରା ଆନ୍ତିୟଖିଆ ମଣ୍ଡଳୀରେ ରହିଲେ?

ବର୍ଣ୍ଣବ୍‍ବା ଓ ଶାଉଲ ପୁରା ଏକ ବର୍ଷ ଆନ୍ତିୟଖିଆ ମଣ୍ଡଳୀରେ ରହିଲେ[୧୧:୨୬]।

ଆନ୍ତିୟଖିଆଠାରେ କେଉଁ ନାମ ପ୍ରଥମ ଥର ପାଇଁ ଶିଷ୍ୟମାନେ ପ୍ରାପ୍ତ କଲେ?

ଆନ୍ତିୟଖିଆଠାରେ ଖ୍ରୀଷ୍ଟିୟାନ ବୋଲି ନାମ ପ୍ରଥମରେ ଶିଷ୍ୟମାନେ ଖ୍ୟାତ ହେଲେ [୧୧:୨୬]।

Acts 11:27

ଭାବବାଦୀ ଆଗାବ କ'ଣ ଘଟିଥାନ୍ତା ବୋଲି ଭାବବବାଣୀ କହିଲେ?

ଆଗାବ ସମଗ୍ର ପୃଥିବୀରେ ମହା ଅକାଳ ଦେଖାଦେବ ବୋଲି ଭାବବାଣୀ କଲେ[୧୧:୨୮]।

Acts 11:29

ଶିଷ୍ୟମାନେ ଆଗବର ଭାବବାଣୀକୁ କିପରି ପ୍ରତ୍ୟୁତ୍ତର ଦେଲେ?

ଶିଷ୍ୟମାନେ ବର୍ଣ୍ଣବ୍‍ବା ଓ ଶାଉଲଙ୍କ ଦ୍ଵାରା ଯିହୂଦାର ଭାଇମାନଙ୍କୁ ସାହାଯ୍ୟ ପଠାଇଲେ[୧୧:୨୯-୩୦]।


Chapter 12

1 ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଅତ୍ୟାଚାର କରିବା ନିମନ୍ତେ ହସ୍ତକ୍ଷେପ କଲେ । 2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ଼୍ଗରେ ବଧ କଲେ । 3 ଆଉ ଯିହୂଦୀମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ । ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା । 4 ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ । 5 ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ର ଭାବରେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା ।

6 ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଶିକୁଳିରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ । 7 ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି, କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ । ସେଥିରେ ତାହାଙ୍କ ହାତରୁ ଶିକୁଳି ଖସିପଡ଼ିଲା । 8 ପୁଣି, ଦୂତ ତାହାଙ୍କୁ କହିଲେ, କଟି ବନ୍ଧନ କର ଓ ପାଦୁକା ପିନ୍ଧ । ସେ ସେପରି କଲେ । ଆଉ ସେ ତାହାଙ୍କୁ କହିଲେ, ଦେହରେ ଚାଦର ପକାଇ ମୋହର ପଛେ ପଛେ ଆସ । 9 ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ । 10 ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ । 11 ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୂଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି । 12 ସେ ଏହି କଥା ଆଲୋଚନା କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା ମରିୟମଙ୍କ ଗୃହକୁ ଆସିଲେ; ସେହି ସ୍ଥାନରେ ଅନେକେ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ । 13 ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା । 14 ସେ ପିତରଙ୍କର ସ୍ୱର ବାରି ଆନନ୍ଦ ସକାଶେ ଦ୍ୱାର ନ ଫିଟାଇ ଭିତରକୁ ଦୌଡ଼ିଯାଇ, ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା । 15 ସେମାନେ ତାହାକୁ କହିଲେ, ତୁ ବାୟାଣୀ । କିନ୍ତୁ ସେ ତାହା ସତ ବୋଲି ଦୃଢ଼ରୂପେ କହିବାକୁ ଲାଗିଲା । ସେମାନେ କହିଲେ, ଏ ତାଙ୍କର ଦୂତ । 16 କିନ୍ତୁ ପିତର ଦ୍ୱାରରେ ବାରମ୍ବାର ଆଘାତ କରୁଥିଲେ, ଆଉ ସେମାନେ ଫିଟାଇ ତାହାଙ୍କୁ ଦେଖି ଆଚମ୍ଭିତ ହେଲେ । 17 କିନ୍ତୁ ସେ ସେମାନଙ୍କୁ ତୁନି ହୋଇ ରହିବା ପାଇଁ ହାତରେ ଠାରି, ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାର କରି ଆଣିଅଛନ୍ତି, ତାହା ସେମାନଙ୍କ ନିକଟରେ ବର୍ଣ୍ଣନା କଲେ । ପୁଣି, ସେ କହିଲେ, ଏହି ସମସ୍ତ କଥା ଯାକୁବ ଓ ଭାଇମାନଙ୍କୁ ଜଣାଅ । ଆଉ ସେ ପ୍ରସ୍ଥାନ କରି ଅନ୍ୟ ସ୍ଥାନକୁ ଚାଲିଗଲେ । 18 ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା । 19 ଆଉ ହେରୋଦ ତାହାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ । ପରେ ସେ ଯିହୂଦା ପ୍ରଦେଶରୁ କାଇସରିୟାକୁ ଯାଇ ସେଠାରେ ରହିଲେ ।

20 ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା । 21 ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ଭାଷଣ ଦେଲେ; 22 ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର ମନୁଷ୍ୟର ସ୍ୱର ନୁହେଁ । 23 ତତ୍‌କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ । 24 କିନ୍ତୁ ଈଶ୍ୱରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା । 25 ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମରୁ ବାହୁଡ଼ିଗଲେ ।



Translation Questions

Acts 12:1

ଯାକୁବ ଯୋହନଙ୍କ ଭାଇଙ୍କୁ ହେରୋଦ ରାଜା କ'ଣ କଲେ?

ହେରୋଦ ରାଜା ରାଗରେ ଯାକୁବଙ୍କ ଭାଇଙ୍କୁ ବଧ କଲେ[୧୨:୨]।

Acts 12:3

ରାଜା ହେରୋଦ ପିତରଙ୍କୁ କ'ଣ କଲେ?

ରାଜା ହେରୋଦ ପିତରଙ୍କୁ ବନ୍ଦୀ କଲେ ଏବଂ କାରାଗାରରେ ରଖିଲେ ଏବଂ ନିସ୍ତାର ପର୍ବ ହେଲାପରେ ଲୋକମାନଙ୍କ ନିକଟକୁ ଆଣିବାକୁ ମନସ୍ଥ କଲେ[୧୨:୩-୪]।

Acts 12:5

ମଣ୍ଡଳୀ ପିତରଙ୍କ ନିମନ୍ତେ କ'ଣ କରୁଥିଲେ?

ମଣ୍ଡଳୀ ଏକଭାବରେ ପିତରଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ[୧୨:୫]।

Acts 12:7

କିପରି ପିତର କାରାଗାରରୁ ବାହାରକୁ ଆସିଲେ?

ତା'ଙ୍କ ପାଖରେ ଏକ ଦୂତ ଦୃଶ୍ୟମାନ ହେଲେ, ତା'ଙ୍କ ହାତରୁ ଜଞ୍ଜିର ଖସିପଡ଼ିଲା ଏବଂ ସେ ବାହାରି ତାହାଙ୍କ ପଛେ ପଛେ ଗଲେ[୧୨:୭-୧୦]।

Acts 12:13

ଯେତେବେଳେ ପିତର ଗୃହକୁ ଆସିଲେ,ଯେଉଁଠାରେ ବିଶ୍ଵାସୀମାନେ ପ୍ରାର୍ଥନା କରୁଥିଲେ, କିଏ ଦ୍ଵାର ଖୋଲିଲେ ଓ କ'ଣ କଲେ?

ରୋଦା ନାମରେ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା ଏବଂ , ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି ଜାଣିଲା କିନ୍ତୁ ସେ ଦ୍ୱାର ଫିଟାଇଲା ନାହିଁ[୧୨:୧୩-୧୪]।

କିପରି ତାହାର ସମ୍ବାଦ ପ୍ରତି ସେମାନେ ପ୍ରତିକ୍ରିୟା କଲେ?

ପ୍ରଥମରେ ସେମାନେ ରୋଦା ବାୟାଣୀ ଥିଲେ ବୋଲି କହିଲେ କିନ୍ତୁ ପରେ ସେମାନେ ଦ୍ୱାରକୁ ଫିଟାଇଲେ ଏବଂ ପିତରଙ୍କୁ ଦେଖିଲେ[୧୨:୧୫-୧୬]।

Acts 12:16

,ବିଶ୍ଵାସୀମାନଙ୍କୁ କହିଲା ପରେ ତାହାଙ୍କୁ କ'ଣ ଘଟିଥିଲା, ପିତର ସେମାନଙ୍କୁ କ'ଣ କରିବାକୁ କହିଲେ?

ଏହି ସମସ୍ତ କଥା ଯାକୁବ ଓ ଭାଇମାନଙ୍କୁ କହିବାକୁ ପିତର ସେମାନଙ୍କୁ କହିଲେ[୧୨:୧୭]।

Acts 12:18

ଯେଉଁ ବ୍ୟକ୍ତି ପିତରଙ୍କୁ ସୁରକ୍ଷା ଦେଇ ଆସୁଥିଲେ ତାହାଙ୍କୁ କ'ଣ ହେଲା?

ହେରୋଦ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା [ଦେଲେ୧୨:୧୯]

Acts 12:22

ହେରୋଦଙ୍କ ଭାଷଣରେ ଲୋକମାନେ କ'ଣ ପାଟି କଲେ ?

ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତା'ଙ୍କ ସ୍ୱର, ମନୁଷ୍ୟର ସ୍ୱର ନୁହେଁ[୧୨:୨୨]।

ହେରୋଦଙ୍କୁ ତାହାର ଭାଷଣ ପରେ କ'ଣ ଓ କାହିଁକି ଘଟିଲା?

ପ୍ରଭୁଙ୍କର ଜଣେ ଦୂତ ତା'ଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ସେ କୀଟ ଦ୍ୱାରା ଭକ୍ଷିତ ହୋଇ ପ୍ରାଣତ୍ୟାଗ କଲେ [୧୨-୨୩]।

Acts 12:24

ଏହି ସମୟରେ ଈଶ୍ଵରଙ୍କ ବାକ୍ୟ ସହ କ'ଣ ଘଟୁଥିଲା?

ଏହି ସମୟରେ ଈଶ୍ୱରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା[୧୨:୨୪]।

କାହାକୁ ବର୍ଣ୍ଣବ୍‍ବା ଓ ଶାଉଲ ଆପଣାମାନଙ୍କର ସାଙ୍ଗରେ ଘେନି ବାହୁଡ଼ିଗଲେ?

ବର୍ଣ୍ଣବ୍‍ବା ଓ ଶାଉଲ ଆପଣାମାନଙ୍କର ଯୋହନ ମାର୍କଙ୍କୁ ସାଙ୍ଗରେ ଘେନି ବାହୁଡ଼ିଗଲେ[୧୨:୨୫]।


Chapter 13

1 ସେତେବେଳେ ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ବର୍ଣ୍ଣବ୍ବା, ଶିମିୟୋନ, ଯାହାଙ୍କୁ ନିଗର ବୋଲି କହନ୍ତି, କୂରୀଣୀୟ ଲୂକୀୟ, ସାମନ୍ତରାଜା ହେରୋଦଙ୍କ ସହପାଳିତ ମନହେମ୍ ଓ ଶାଉଲ, ଏହିପରି ଭାବବାଦୀ ଓ ଶିକ୍ଷକମାନେ ଥିଲେ । 2 ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା କହିଲେ, ଯେଉଁ କର୍ମ ନିମନ୍ତେ ଆମ୍ଭେ ବର୍ଣ୍ଣବ୍ବା ଓ ଶାଉଲକୁ ଆହ୍ୱାନ କରିଅଛୁ, ସେଥିପାଇଁ ସେମାନଙ୍କୁ ପୃଥକ୍ କର । 3 ସେଥିରେ ସେମାନେ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ ।

4 ଏହି ପ୍ରକାରେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆକୁ ଗଲେ; ସେଠାରୁ ସେମାନେ ଜାହାଜରେ ଚଢ଼ି କୁପ୍ରକୁ ଗଲେ । 5 ସେମାନେ ସାଲାମିରେ ପହଞ୍ଚିଲା ଉତ୍ତାରେ ଯିହୂଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ । 6 ପୁଣି, ସେମାନେ ସମସ୍ତ ଦ୍ୱୀପ ପରିଭ୍ରମଣ କରି ପାଫକୁ ଆସି ଜଣେ ମାୟାବୀ ଭଣ୍ଡ ଭାବବାଦୀକୁ ଦେଖିଲେ; ସେ ଜଣେ ଯିହୂଦୀ, ଆଉ ତାହାର ନାମ ବର୍ଯୀଶୁ । 7 ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି । ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ । 8 କିନ୍ତୁ ସେହି ମାୟାବୀ ଅଲ୍ଲୀମା (ଅନୁବାଦ କଲେ ଏହି ନାମର ଅର୍ଥ ମାୟାବୀ) ସେହି ଶାସନକର୍ତ୍ତାଙ୍କୁ ବିଶ୍ୱାସରୁ ବିମୁଖ କରିବା ଚେଷ୍ଟାରେ ସେମାନଙ୍କର ପ୍ରତିରୋଧ କରିବାକୁ ଲାଗିଲା । 9 ମାତ୍ର ଶାଉଲ, ଯାହାକୁ ପାଉଲ ମଧ୍ୟ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାକୁ ନିରୀକ୍ଷଣ କରି କହିଲେ, 10 ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ ? 11 ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ । ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା । 12 ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ ।

        13 ପରେ ପାଉଲ ଓ ତାଙ୍କ ସଙ୍ଗୀମାନେ ପାଫରୁ ଜଳଯାତ୍ରା କରି ପଂଫୂଲିଆର ପର୍ଗୀକୁ ଆସିଲେ; କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କରି ଯିରୂଶାଲାମକୁ ବାହୁଡ଼ିଗଲେ । 14 ସେମାନେ ପର୍ଗୀଠାରେ ଯାତ୍ରା କରି ପିସିଦିଆର ଆନ୍ତିୟଖିଆରେ ପହଞ୍ଚିଲେ, ଆଉ ବିଶ୍ରାମବାରରେ ସମାଜଗୃହକୁ ଯାଇ ବସିଲେ । 15 ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର କଥା ଅଛି, ତେବେ କହନ୍ତୁ । 16 ସେଥିରେ ପାଉଲ ଠିଆ ହୋଇ ହସ୍ତରେ ସଙ୍କେତ କରି କହିବାକୁ ଲାଗିଲେ, ହେ ଇସ୍ରାଏଲୀୟ ଲୋକମାନେ ଓ ଈଶ୍ୱର ଭୟକାରୀମାନେ, ଶ୍ରବଣ କରନ୍ତୁ । 17 ଏହି ଇସ୍ରାଏଲ ଜାତିର ଈଶ୍ୱର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ, ଆଉ ସେମାନେ ମିସର ଦେଶରେ ପ୍ରବାସ କରୁଥିବା ସମୟରେ ସେମାନଙ୍କୁ ଉନ୍ନତ କଲେ, ପୁଣି, ପରାକ୍ରମୀ ବାହୁ ଦ୍ୱାରା ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ । 18 ପରେ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ, 19 ପୁଣି, କିଣାନ ଦେଶରେ ସାତଗୋଟି ଜାତିକୁ ବିନାଶ କରି ପ୍ରାୟ ଚାରିଶ ପଚାଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ସେମାନଙ୍କ ଦେଶ ଅଧିକାରସ୍ୱରୂପେ ଦେଲେ । 20 ଏଥିଉତ୍ତାରେ ଭାବବାଦୀ ଶାମୁଏଲଙ୍କ ପର୍ଯ୍ୟନ୍ତ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ । 21 ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ୱର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ । 22 ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦକୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ । 23 ତାହାଙ୍କ ବଂଶରୁ ଈଶ୍ୱର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି । 24 ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ; 25 ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ । କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ । 26 ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ୱର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି । 27 କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାରରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ, 28 ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ । 29 ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖା ଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ । 30 କିନ୍ତୁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, 31 ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ । 32 ଆଉ ପିତୃପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ, 33 ଈଶ୍ୱର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି, ଯେପରି ଗୀତସଂହିତା ଦୁଇ ଅଧ୍ୟାୟରେ ମଧ୍ୟ ଲେଖା ଅଛି, "ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ" । 34 ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏବିଷୟରେ ସେ ଏହି ପ୍ରକାର କହିଅଛନ୍ତି, ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା । 35 ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି, ''ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ ।'' 36 ଦାଉଦ ତ ଆପଣା ସମକାଳୀନ ଲୋକମାନଙ୍କ ମଧ୍ୟରେ ଈଶ୍ୱରଙ୍କର ସଙ୍କଳ୍ପ ଅନୁସାରେ ସେବକର କାର୍ଯ୍ୟ କଲା ଉତ୍ତାରେ ମହାନିଦ୍ରାପ୍ରାପ୍ତ ହେଲେ ଏବଂ ଆପଣା ପିତୃପୁରୁଷମାନଙ୍କ ନିକଟରେ ସମାଧିସ୍ଥ ହୋଇ କ୍ଷୟ ପାଇଲେ; 37 କିନ୍ତୁ ଯାହାଙ୍କୁ ଈଶ୍ୱର ଉଠାଇଅଛନ୍ତି, ସେ କ୍ଷୟ ପାଇ ନାହାଁନ୍ତି । 38 ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ୱାରା ଆପଣମାନଙ୍କ ନିକଟରେ ପାପ କ୍ଷମା ପ୍ରଚାର କରାଯାଉଅଛି, 39 ପୁଣି, ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ସମସ୍ତ ବିଷୟରୁ ଆପଣମାନେ ମୁକ୍ତ ହୋଇ ଧାର୍ମିକ ଗଣିତ ହୋଇ ପାରିଲେ ନାହିଁ, ବିଶ୍ୱାସକାରୀ ପ୍ରତ୍ୟେକ ଲୋକ ତାହାଙ୍କ ଦ୍ୱାରା ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି । 40 ତେଣୁ ସାବଧାନ, କାଳେ ଭାବବାଦୀମାନଙ୍କ ଶାସ୍ତ୍ରରେ ଯାହା କୁହାଯାଇଅଛି, ତାହା ଯେପରି ଆପଣମାନଙ୍କ ପ୍ରତି ନ ଘଟେ, 41 "ହେ ଅବଜ୍ଞାକାରୀମାନେ, ତୁମ୍ଭେମାନେ ଦେଖି ପୁଣି, ଚମତ୍କୃତ ହୋଇ ବିନଷ୍ଟ ହୁଅ; ଯେଣୁ ଆମ୍ଭେ ତୁମ୍ଭମାନଙ୍କ ସମୟରେ ଗୋଟିଏ କାର୍ଯ୍ୟ ସାଧନ କରୁଅଛୁ, ଯଦି କେହି ସେହି କାର୍ଯ୍ୟ ତୁମ୍ଭମାନଙ୍କ ନିକଟରେ ବର୍ଣ୍ଣନା କରେ, ତେବେ ତୁମ୍ଭେମାନେ କୌଣସି ପ୍ରକାରେ ତାହା ବିଶ୍ୱାସ କରିବ ନାହିଁ"। 42 ସେମାନେ ବାହାରିଯାଉଥିବା ସମୟରେ, ଯେପରି ପରବର୍ତ୍ତୀ ବିଶ୍ରାମବାରରେ ସେହି ସବୁ କଥା ସେମାନଙ୍କୁ କୁହାଯାଏ, ଏଥିପାଇଁ ସେମାନେ ବିନତି କରିବାକୁ ଲାଗିଲେ । 43 ସଭା ସମାପ୍ତ ହେଲା ଉତ୍ତାରେ ଯିହୂଦୀ ଓ ଯିହୂଦୀମତାବଲମ୍ବୀ ଅଣଯିହୂଦୀମାନଙ୍କ ମଧ୍ୟରୁ ଅନେକେ ପାଉଲ ଓ ବର୍ଣ୍ଣବ୍ବାଙ୍କ ପଛେ ପଛେ ଗଲେ; ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା କରି ଈଶ୍ୱରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଲେ ।

44 ପୁଣି, ପରବର୍ତ୍ତୀ ବିଶ୍ରାମବାରରେ ପ୍ରାୟ ସମସ୍ତ ନଗରବାସୀ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ଏକତ୍ରିତ ହେଲେ । 45 କିନ୍ତୁ ଯିହୂଦୀମାନେ ଲୋକସମୂହଙ୍କୁ ଦେଖି ଇର୍ଷାରେ ପୂର୍ଣ୍ଣ ହେଲେ, ପୁଣି, ନିନ୍ଦା କରୁ କରୁ ପାଉଲଙ୍କ କଥାର ପ୍ରତିବାଦ କରିବାକୁ ଲାଗିଲା । 46 ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୂଦୀମାନଙ୍କ ନିକଟକୁ ଯାଉଅଛୁ, 47 କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଜ୍ଞା ଦେଇଅଛନ୍ତି, "ଆମ୍ଭେ ତୁମ୍ଭକୁ ଅଣଯିହୂଦୀମାନଙ୍କ ନିମନ୍ତେ ଆଲୋକସ୍ୱରୂପେ ସ୍ଥାପନ କରିଅଛୁ, ଯେପରି ତୁମ୍ଭେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବ" । 48 ଅଣଯିହୂଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଆଉ ଈଶ୍ୱରଙ୍କ ବାକ୍ୟର ଗୌରବ କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଅନନ୍ତ ଜୀବନ ନିମନ୍ତେ ନିରୂପିତ ହୋଇଥିଲେ, ସେମାନେ ବିଶ୍ୱାସ କଲେ, 49 ଆଉ ସମୁଦାୟ ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ବ୍ୟାପିଗଲା । 50 କିନ୍ତୁ ଯିହୂଦୀମତାବଲମ୍ବୀ ଅଣଯିହୂଦୀ ପ୍ରମୁଖ ମହିଳାମାନଙ୍କୁ ଓ ନଗରର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଯିହୂଦୀମାନେ ଉତ୍ତେଜିତ କଲେ, ପୁଣି, ପାଉଲ ଓ ବର୍ଣ୍ଣବ୍ବାଙ୍କ ପ୍ରତି ତାଡ଼ନା ଘଟାଇ ଆପଣାମାନଙ୍କ ସୀମାରୁ ସେମାନଙ୍କୁ ବାହାର କରିଦେଲେ । 51 ସେଥିରେ ସେମାନେ ଆପଣା ଆପଣା ପାଦର ଧୂଳି ସେମାନଙ୍କ ବିରୁଦ୍ଧରେ ଝାଡ଼ିଦେଇ ଇକନୀୟକୁ ଗଲେ, 52 ଆଉ ଶିଷ୍ୟମାନେ ଆନନ୍ଦରେ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଲାଗିଲେ ।



Translation Questions

Acts 13:1

ଆନ୍ତିୟଖିଆସ୍ଥିତ ମଣ୍ଡଳୀ କ'ଣ କରୁଥିଲେ ଯେତେବେଳେ ପବିତ୍ର ଆତ୍ମସେମାନଙ୍କୁ କଥା କହିଲେ?

ଯେତେବେଳେ ପବିତ୍ର ଆତ୍ମକଥା କହିଲେ, ଆନ୍ତିୟଖିଆସ୍ଥିତ ମଣ୍ଡଳୀ ପ୍ରଭୁଙ୍କ ସେବା ଓ ଉପବାସ କରୁଥିଲେ[୧୩:୨]।

କ'ଣ କରିବାକୁ ପବିତ୍ର ଆତ୍ମସେମାନଙ୍କୁ କହିଲେ?

ଯେଉଁ କାର୍ଯ୍ୟ କରିବାକୁ ସେମାନଙ୍କୁ ଆତ୍ମଆହ୍ୱାନ କରୁଥିଲେ,ସେହି କାର୍ଯ୍ୟ କରିବାକୁ ବର୍ଣ୍ଣବ୍‍ବା ଓ ଶାଉଲକୁ ପୃଥକ କରିବାକୁ, ପବିତ୍ର ଆତ୍ମସେମାନଙ୍କୁ କହିଲେ [୧୩:୨]।

ଆତ୍ମାଙ୍କଠାରୁ ଏହା ଶୁଣିଲା ପରେ ମଣ୍ଡଳୀ କ'ଣ କଲେ?

ମଣ୍ଡଳୀ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ[୧୩:୩]।

Acts 13:4

ସେମାନଙ୍କ ସହ କିଏ ଥିଲେ, ଯେତେବେଳେ ବର୍ଣ୍ଣବ୍‍ବା ଓ ଶାଉଲ ସାଇପ୍ରସ୍‍କୁ ଗଲେ?

ସାଇପ୍ରସ୍‌ର ଯୋହନ ମାର୍କ ପରିଚାରକ ସ୍ଵରୂପେ ସେମାନଙ୍କ ସହିତ ଥିଲେ[୧୩:୫]। ।

Acts 13:6

ବର୍ଯୀଶୁ କିଏ ଥିଲେ?

ବର୍ଯୀଶୁ ଜଣେ ଯିହୁଦୀ ମାୟାବୀ ଭଣ୍ଡ ଭାବବାଦୀ ଥିଲେ ଯିଏ ଶାସନକର୍ତ୍ତା ସହ ସଂଯୁକ୍ତ ଥିଲେ[୧୩:୬-୭]।

କାହିଁକି ଶାସନକର୍ତ୍ତା ବର୍ଣ୍ଣବ୍‍ବା ଓ ଶାଉଲଙ୍କୁ ଡାକିଲେ ?

ଶାସନକର୍ତ୍ତା ବର୍ଣ୍ଣବ୍‍ବା ଓ ଶାଉଲଙ୍କୁ ଡାକିଲେ କାରଣ ସେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ[୧୩:୭]।

Acts 13:9

ଶାଉଲଙ୍କର ଅନ୍ୟ ନାମ କ'ଣ ଥିଲା ଯାହା ଦେଇ ସେ ଜଣା ଯାଉଥିଲା?

ଶାଉଲ ପାଉଲ ନାମରେ ମଧ୍ୟ ଜଣାଯାଇଥିଲେ[୧୩:୯]।

Acts 13:11

ପାଉଲ କ'ଣ କଲେ ଯେତେବେଳେ ବର୍ଯୀଶୁ ଶାସନକର୍ତ୍ତା'ଙ୍କୁ ବିଶ୍ଵାସର ବିରୁଦ୍ଧରେ ଭୁଲାଇବା ଚେଷ୍ଟା କଲେ?

ପାଉଲ ବର୍ଯୀଶୁକୁ କହିଲେ ଯେ ସେ ଶୟତାନର ସନ୍ତାନ ଥିଲେ ଏବଂ ସେ କିଛି ସମୟ ପର୍ଯ୍ୟନ୍ତ ଦେଖି ପାରିବେ ନାହିଁ ବୋଲି କହଲେ[୧୩:୧୦-୧୧]।

ବର୍ଯୀଶୁକୁ ଯାହା ଘଟିଲା ତାହା ଦେଖି ଶାସନକର୍ତ୍ତା କିପରି ଭାବରେ ପ୍ରତିକ୍ରିୟା ସୃଷ୍ଟି କଲେ?

ଶାସନକର୍ତ୍ତା ବିଶ୍ଵାସ କଲେ[୧୩:୧୨]।

Acts 13:13

ଯୋହନ ମାର୍କ କ'ଣ କଲେ ଯେତେବେଳେ ପାଉଲ ଓ ତାହାଙ୍କ ସାଥୀମାନେ ପର୍ଗୀକୁ ଯାତ୍ରା କଲେ?

ଯୋହନ ମାର୍କ ,ପାଉଲ ଓ ତାହାର ସାଥୀମାନଙ୍କୁ ତ୍ୟାଗ କରି ଯିରୂଶାଲମକୁ ଫେରିଆସିଲେ[୧୩:୧୩]।

ପିସିଦିଆର ଆନ୍ତିୟଖିଆଠାରେ କେଉଁଠି ପାଉଲକୁ କହିବାକୁ କୁହା ଯାଇଥିଲା?

ପିସିଦିଆର ଆନ୍ତିୟଖିଆଠାରେ ଯିହୁଦୀମାନଙ୍କ ସମୁଖରେ କହିବାକୁ ପାଉଲକୁ କୁହାଯାଇଥିଲା[୧୩:୧୫]।

Acts 13:21

ପାଉଲଙ୍କ ଭାଷାରେ କେଉଁ ଇତିହାସକୁ ସେ ପୁନର୍ବାର କହିଲେ?

ପାଉଲଙ୍କ ଭାଷାରେ, ସେ ଇସ୍ରାଏଲ ଲୋକମାନଙ୍କର ଇତିହାସକୁ ପୁନର୍ବାର କହିଲେ[୧୩:୧୭-୨୨]।

Acts 13:23

.କାହାଠାରୁ ପରମେଶ୍ଵର ଇସ୍ରାଏଲ ନିମନ୍ତେ ଏକ ତ୍ରାଣକର୍ତ୍ତା ଆଣିଲେ?

ଦାଉଦ ରାଜାଙ୍କ ଠାରୁ ପରମେଶ୍ଵର ଇସ୍ରାଏଲ ନିମନ୍ତେ ଏକ ତ୍ରାଣକର୍ତ୍ତା ଆଣିଲେ[୧୩:୨୩]।

ଆସୁଥିବା ତ୍ରାଣକର୍ତ୍ତାଙ୍କ ପାଇଁ କିଏ ପଥ ପ୍ରସ୍ତୁତ କରୁଥିଲେ ବୋଲି ପାଉଲ କହିଲେ?

ପାଉଲ କହିଲେ ଯେ ବାପ୍ତିଜିତ ଯୋହନ ଆସୁଥିବା ତ୍ରାଣକର୍ତ୍ତାଙ୍କ ପାଇଁ ପଥ ପ୍ରସ୍ତୁତ କରିଥିଲେ[୧୩:୨୪-୨୫]।

Acts 13:26

କିପରି ଯିରୂଶାଲମର ଲୋକମାନେ ଭାବବାଦୀଙ୍କ ସମ୍ବାଦକୁ ପୂର୍ଣ୍ଣ କଲେ?

ଯିରୂଶାଲମର ଲୋକମାନେ ଓ ଶାସକମାନେ ଯୀଶୁଙ୍କୁ ମୃତ୍ୟୁ ଦଣ୍ଡଦେବାକୁ କହିବା ଦ୍ଵାରା ଭାବବାଦୀର ସମ୍ବାଦକୁ ପୂର୍ଣ୍ଣ କଲେ[୧୩:୨୭]।

Acts 13:30

ବର୍ତ୍ତମାନ କିଏ ଯୀଶୁଙ୍କର ସାକ୍ଷ୍ୟ ଭାବରେ ଥିଲେ?

ଯୀଶୁଙ୍କର ପୁନରୁତ୍‌ଥାନ ପରେ ଯେଉଁମାନେ ଯୀଶୁଙ୍କୁ ଦେଖିଥିଲେ ସେମାନେ ବର୍ତ୍ତମାନ ତାହାର ସାକ୍ଷୀ ହେଲେ[୧୩:୩୧]।

Acts 13:32

ପରମେଶ୍ଵର ଯିହୁଦୀଙ୍କୁ ଦେଇଥିବା ପ୍ରତିଜ୍ଞାକୁ କିପରି ରକ୍ଷା କରିଥିଲେ?

ଯୀଶୁଙ୍କୁ ମୃତ୍ୟୁରୁ ଉଠାଇବା ଦ୍ଵାରା ପରମେଶ୍ଵର ଦେଖାଇଲେ ଯେ ସେ ତା'ଙ୍କର ପ୍ରତିଜ୍ଞାକୁ ରଖିଥିଲେ[୧୩:୩୩]।

Acts 13:35

ଗୀତସଂହିତାମାନଙ୍କରୁ ଗୋଟିଏ ଗୀତସଂହିତାରେ ପରମେଶ୍ଵର ପବିତ୍ର ଜଣଙ୍କୁ କ'ଣ ପ୍ରତିଜ୍ଞା କଲେ?

ପରମେଶ୍ଵର ପ୍ରତିଜ୍ଞା କଲେ ଯେ ପବିତ୍ର ଜଣ କ୍ଷୟ ହେବ ନାହିଁ[୧୩:୩୫]।

Acts 13:38

ପ୍ରତ୍ୟେକ ଜଣ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କଲେ ପାଉଲ ସେମାନଙ୍କ ନିମନ୍ତେ କ'ଣ ପ୍ରଚାର କଲେ?

ପ୍ରତ୍ୟେକ ଜଣ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କଲେ, ସେମାନଙ୍କର ପାପମୋଚନ ପାଉଲ ପ୍ରଚାର କଲେ[୧୩:୩୮]।

Acts 13:40

ପାଉଲ ତାଙ୍କରି ଶ୍ରବଣକାରୀମାନଙ୍କୁ କ'ଣ ଚେତାବନୀ ଦେଲେ?

ଭାବବାଦୀମାନଙ୍କ ଶାସ୍ତ୍ରରେ ଯାହା କୁହାଯାଇଅଛି ଯିଏ ପରମେଶ୍ଵରଙ୍କ କାର୍ଯ୍ୟ ଘୋଷଣାକୁ ଶୁଣନ୍ତି କିନ୍ତୁ ଏହା ବିଶ୍ଵାସ କରନ୍ତି ନାହିଁ ସେମାନଙ୍କ ପରି ହେବାକୁ ପାଉଲ ତାଙ୍କର ଶ୍ରବଣକାରୀମାନଙ୍କୁ ଚେତାବନୀ ଦେଇଥିଲେ[୧୩:୪୦-୪୧]।

Acts 13:44

ଆନ୍ତିୟଖିଆରେ ପରବର୍ତ୍ତୀ ବିଶ୍ରାମ ଦିନ କିଏ ପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆସିଲେ?

ପ୍ରାୟ ସମସ୍ତ ନଗରୀ ପରବର୍ତ୍ତୀ ବିଶ୍ରାମବାରରେ ପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆସିଲେ[୧୩:୪୪]।

କିପରି ଯିହୁଦୀମାନେ ପ୍ରତିକ୍ରିୟା କଲେ, ଯେତେବେଳେ ସେମାନେ ଲୋକସମୂହକୁ ଦେଖିଲେ?

ଯିହୁଦୀମାନେ ଈର୍ଷାରେ ପୂର୍ଣ୍ଣ ହେଲେ,ଏବଂ ନିନ୍ଦା କରୁ କରୁ ପାଉଲଙ୍କ ସମ୍ବାଦକୁ ବିରୋଧ କଲେ[୧୩:୪୫]।

Acts 13:46

ସେମାନଙ୍କୁ କୁହାଯାଇଥିବା ଈଶ୍ଵରଙ୍କ ବାକ୍ୟ ସହ ଯିହୁଦୀମାନେ କ'ଣ କରୁଥିଲେ ବୋଲି ପାଉଲ କହିଲେ?

ସେମାନଙ୍କୁ କୁହାଯାଉଥିବା ଈଶ୍ଵରଙ୍କ ବାକ୍ୟକୁ ଯିହୁଦୀମାନେ ଆଗ୍ରହ୍ୟ କରୁଥିଲେ ବୋଲି ପାଉଲ କହିଲେ[୧୩:୪୬]।

Acts 13:48

ବିଜାତିମାନଙ୍କର ପ୍ରତିକ୍ରିୟା କ'ଣ ଥିଲା, ଯେତେବେଳେ ସେମାନେ ଶୁଣିଲେ ଯେ ପାଉଲ ସେମାନଙ୍କ ନିକଟକୁ ଫେରୁଛନ୍ତି?

ବିଜାତିମାନେ ଆନନ୍ଦିତ ହେଲେ ଓ ଈଶ୍ଵରଙ୍କ ବାକ୍ୟକୁ ଗୌରବ କଲେ[୧୩:୪୮]।

କେତେ ବିଜାତିମାନେ ବିଶ୍ଵାସ କଲେ?

ଯେତେଲୋକ ଅନନ୍ତ ଜୀବନ ନିମନ୍ତେ ନିଯୁକ୍ତ ହୋଇଥିଲେ ବିଶ୍ଵାସ କଲେ[୧୩:୪୮]।

Acts 13:50

ଯିହୁଦୀମାନେ ପାଉଲ ଓ ବର୍ଣ୍ଣବ୍‍ବାଙ୍କୁ କ'ଣ କଲେ?

ଯିହୁଦୀମାନେ ବିରୁଦ୍ଧରେ ତାଡନାକୁ ଉତ୍ତେଜିତ କଲେ ଏବଂ ସେମାନଙ୍କୁ ନଗରରୁ ବାହାରକୁ ବାହାର କରିଦେଲେ[୧୩:୫୦]।

?

ପାଉଲ ଓ ବର୍ଣ୍ଣବ୍‍ବା ସେମାନଙ୍କ ପାଦରେ ଧୂଳି ଆନ୍ତିଖିଆର ସହର, ଯେଉଁମାନେ ସେମାନଙ୍କୁ ବାହାର କରିଦେଇଥିଲେ ସେମାନଙ୍କ ବିରୁଦ୍ଧରେ ଝାଡି ଦେଲେ[୧୩:୫୧]।


Chapter 14

1 ଇକନୀୟରେ ମଧ୍ୟ ସେହି ପ୍ରକାର ଘଟିଲା; ସେମାନେ ଯିହୂଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୂଦୀ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ । 2 କିନ୍ତୁ ଯେଉଁ ଯିହୂଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ଅଣଯିହୂଦୀମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ । 3 ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ ସେ ସେମାନଙ୍କ ହସ୍ତ ଦ୍ୱାର ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହ ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ । 4 କିନ୍ତୁ ନଗରର ଲୋକସମୂହ ଦୁଇ ଦଳ ହେଲେ, ଦଳେ ଯିହୂଦୀମାନଙ୍କ ପକ୍ଷରେ ଆଉ ଦଳେ ପ୍ରେରିତମାନଙ୍କ ପକ୍ଷରେ । 5 ଯେତେବେଳେ ଅଣଯିହୂଦୀ ଓ ଯିହୂଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ, 6 ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆର ଲୁସ୍ତ୍ରା ଓ ଦର୍ବୀ ନଗର ପୁଣି, ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ, 7 ଆଉ ସେମାନେ ସେଠାରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ ।

8 ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା । 9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା । ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ, 10 ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ । ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା । 11 ପାଉଲ ଯାହା କରିଅଛନ୍ତି, ଲୋକସମୂହ ତାହା ଦେଖି ଲୁକାୟନିଆ ଭାଷାରେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ଦେବତାମାନେ ମନୁଷ୍ୟରୂପରେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛନ୍ତି । 12 ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି, ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ । 13 ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକ କେତେକ ବୃଷ ଓ ପୁଷ୍ପହାର ଦ୍ୱାରା ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ । 14 କିନ୍ତୁ ପ୍ରେରିତମାନେ, ଅର୍ଥାତ୍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, 15 ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି ? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହି ସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ଫେରନ୍ତି । ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି; 16 ସେ ଅତୀତ ପୁରୁଷପରମ୍ପରାରେ ସମସ୍ତ ଜାତିର ଲୋକଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ିଦେଇଥିଲେ । 17 ତଥାପି ସେ ଆପଣାକୁ ସାକ୍ଷ୍ୟ ବିହୀନ କରି ରଖି ନାହାଁନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି । 18 ଏହି ସବୁ କଥା କହି ସେମାନେ ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ ।

19 କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ ସେଠାକୁ ଯିହୂଦୀମାନେ ଆସି ଲୋକସମୂହକୁ ପ୍ରବର୍ତ୍ତାଇଲେ, ପୁଣି, ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ । 20 ମାତ୍ର ଶିଷ୍ୟମାନେ ତାହାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ନଗର ମଧ୍ୟରେ ପ୍ରବେଶ କଲେ । ପରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ବାହାରିଗଲେ । 21 ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଓ ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ି ଆସିଲେ, 22 ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ । 23 ଆଉ ସେମାନେ ସେମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ, ପୁଣି, ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ ।

24 ପରେ ସେମାନେ ପିସିଦିଆ ମଧ୍ୟ ଦେଇ ପଂଫୂଲିଆକୁ ଆସିଲେ, 25 ଆଉ ପର୍ଗୀରେ ବାକ୍ୟ ପ୍ରଚାର କରି ଆତ୍ତାଲିଆକୁ ଗଲେ । 26 ସେଠାରୁ ସେମାନେ ଆନ୍ତିୟଖିଆକୁ ଜାହାଜରେ ଯାତ୍ରା କଲେ; ସେମାନେ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ତାହା କରିବା ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହରେ ସମର୍ପିତ ହୋଇ ସେ ସ୍ଥାନରୁ ବାହାରିଥିଲେ । 27 ସେମାନେ ପହଞ୍ଚି ମଣ୍ଡଳୀ କି ଏକତ୍ର କଲେ, ପୁଣି, ଈଶ୍ୱର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ଅଣଯିହୂଦୀମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇଦେଇଥିଲେ, ସେହି ସବୁ ବର୍ଣ୍ଣନା କଲେ । 28 ଆଉ ସେମାନେ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ ।



Translation Questions

Acts 14:1

ଅନେକ ସଂଖ୍ୟାରେ ଲୋକମାନେ ପାଉଲ ଓ ବର୍ଣ୍ଣବ୍‍ବାଙ୍କ ପ୍ରଚାରରେ ବିଶ୍ଵାସ କଲା ପରେ ଅବିଶ୍ଵାସୀ ଯିହୁଦୀମାନେ ଇକନିୟରେ କ'ଣ କଲେ?

ଅବିଶ୍ଵାସୀ ଯିହୁଦୀମାନେ ବିଜାତିମାନଙ୍କ ମନକୁ ଉତ୍ତେଜିତ ପୁଣି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଲେ[୧୪:୧-୨]।

Acts 14:3

କିପରି ପରମେଶ୍ଵର ତାଙ୍କର ଅନୁଗ୍ରହର ସମ୍ବାଦ ବିଷୟରେ ସାକ୍ଷ୍ୟ ଦେଲେ?

ପାଉଲ ଓ ବର୍ଣ୍ଣବ୍‍ବାଙ୍କ ଦ୍ଵାରା ନାନା ଲକ୍ଷଣ ଓ ଅଭୁତ କର୍ମ ସାଧନ କରି ତାହାରି ଅନୁସାରେ ସମ୍ବାଦ ବିଷୟରେ ପରମେଶ୍ଵର ସାକ୍ଷ୍ୟ ଦେଲେ[୧୪:୩]।

Acts 14:5

କାହିଁକି ପାଉଲ ଓ ବର୍ଣ୍ଣବ୍‍ବା ଇକନିୟ ପରିତ୍ୟାଗ କଲେ?

ଅକ୍ପ ବିଜାତି ଓ ଯିହୁଦୀମାନେ ପାଉଲ ଓ ବର୍ଣ୍ଣବ୍‍ବାଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋଫଡିବାକୁ ସେମାନଙ୍କର ନେତାମାନଙ୍କୁ ଉଦ୍ୟମ କଲେ[୧୪-୫-୭]।

Acts 14:8

ପାଉଲ କ'ଣ କଲେ ଯାହା ଲୁସ୍ତ୍ରାରେ କୋଳାହଳର କାରଣ ହେଲା?

ପାଉଲ ଯେ ଜନ୍ମରୁ ଛୋଟା ଥିବା ବ୍ୟକ୍ତିକୁ ସୁସ୍ଥ କରିଥିଲେ[୧୪:୮-୧୦]।

Acts 14:11

ଲୁସ୍ତ୍ରାର ଲୋକମାନେ ପାଉଲ ଓ ବର୍ଣ୍ଣବ୍‍ବା ନିମନ୍ତେ କ'ଣ କରିବାକୁ ମନସ୍ଥ କଲେ?

ଲୋକମାନେ ବୃହସ୍ପତିଙ୍କ ଯାଜକ ଦ୍ଵାରା ପାଉଲ ଓ ବର୍ଣ୍ଣବ୍‍ବାଙ୍କୁ ବଳିଦାନ ଦେବାକୁ ଇଚ୍ଛା କଲେ[୧୪:୧୧-୧୩,୧୮]।

Acts 14:14

କିପରି ପାଉଲ ଓ ବର୍ଣ୍ଣବ୍‍ବା ଉତ୍ତର ଦେଲେ ଯାହା ଲୋକମାନେ ସେମାନଙ୍କ ନିମନ୍ତେ କରିବାକୁ ଇଚ୍ଛା କଲେ ?

ପାଉଲ ଓ ବର୍ଣ୍ଣବ୍‍ବା ସେମାନଙ୍କର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ଗଲେ ପୁଣି ଉଚ୍ଚସ୍ଵରରେ କ୍ରଦନ କରି କହିଲେ ଲୋକମାନେ ଏହିସବୁ ଅସାର ବସ୍ତୁ ଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ଵରଙ୍କ ପ୍ରତି ଫେରିବା ଉଚିତ[୧୪-୧୪-୧୫]।

Acts 14:17

ପରମେଶ୍ଵର ଅତୀତରେ ଆପଣା ପଥରେ ଚାଲିବା ବିଜାତିମାନଙ୍କ ନିମନ୍ତେ କ'ଣ କରିଥିଲେ ବୋଲି ପାଉଲ ଓ ବର୍ଣ୍ଣବ୍‍ବା କହିଲେ?

ପରମେଶ୍ଵର ଜାତିମାନଙ୍କୁ ବୃଷ୍ଟିପାତ ଫଳଦାୟକ ଋତୁଗୁଡିକ ଦେଇଥିଲେ ପୁଣି ସେମାନଙ୍କର ହୃଦୟକୁ ପରିତୃପ୍ତ କରିଥିଲେ[୧୪-୧୬-୧୭]।

Acts 14:19

ଲୁସ୍ତ୍ରାରେ ଲୋକସମୂହ ପରେ ପାଉଲଙ୍କୁ କ'ଣ କଲେ?

ଲୁସ୍ତ୍ରାରେ ଲୋକସମୂହ ପରେ ପାଉଲଙ୍କୁ ପଥରରେ ମାରିଲେ ପୁଣି ନଗରରୁ ବାହାରକୁ ଟାଣି ନେଲେ[୧୪:୧୯]।

ଯେମିତି ଶିଷ୍ୟମାନେ ତା'ଙ୍କ ଚାରିପଟେ ଠିଆହୋଇବା ସମୟରେ ପାଉଲ କ'ଣ କଲେ?

ପାଉଲ ଉଠିଲେ ଓ ନଗରକୁ ପ୍ରବେଶ କଲେ[୧୪:୨୦]।

Acts 14:21

ଈଶ୍ଵରଙ୍କ ରାଜ୍ୟ ମଧ୍ୟରେ କିପରି ପ୍ରବେଶ କରିବାକୁ ହେବ ବୋଲି ପାଉଲ କହିଲେ?

ପାଉଲ କହିଲେ, ଅନେକ କ୍ଲେଶ ଦେଇ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ଉଚିତ [୧୪:୨୨]।

Acts 14:23

ପାଉଲ ଓ ବର୍ଣ୍ଣବ୍‍ବା ପ୍ରତ୍ୟେକ ବିଶ୍ଵାସୀମାନଙ୍କର ମଣ୍ଡଳୀରେ ସେମାନେ ବିଚାର କରାଯିବା ପୂର୍ବରୁ କ'ଣ କଲେ?

ପାଉଲ ଓ ବର୍ଣ୍ଣବ୍‍ବା ପ୍ରତ୍ୟେକ ବିଶ୍ଵାସୀମାନଙ୍କର ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ ପୁଣି ବିଶ୍ଵାସୀମାନଙ୍କୁ ପ୍ରଭୁଙ୍କଠାରେ ସମର୍ପଣ କଲେ[୧୪:୨୩]।

Acts 14:27

ପାଉଲ ଓ ବର୍ଣ୍ଣବ୍‍ବା କ'ଣ କଲେ, ଯେତେବେଳେ ସେମାନେ ଆନ୍ତିୟଖିଆକୁ ଫେରିଲେ?

ଯେତେବେଳେ ସେମାନେ ଆନ୍ତିୟଖିଆକୁ ଫେରିଲେ ପରମେଶ୍ଵର ସେମାନଙ୍କ ସହ କ'ଣ କରିଥିଲେ ପୁଣି କିପରି ବିଜାତିମାନଙ୍କ ନିମନ୍ତେ ସେ ବିଶ୍ଵାସର ଦ୍ଵାରା ଖୋଲିଥିଲେ, ସେହି ସବୁ ବର୍ଣ୍ଣନା କଲେ[୧୪:୨୭]।


Chapter 15

1 ଏଥିମଧ୍ୟରେ କେତେକ ଲୋକ ଯିହୂଦା ପ୍ରଦେଶରୁ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେବାକୁ ଲାଗିଲେ, ମୋଶାଙ୍କ ବିଧି ଅନୁସାରେ ତୁମ୍ଭମାନଙ୍କର ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବ ନାହିଁ । 2 ଏଥିରେ ପାଉଲ ଓ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍‌ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ । 3 ଅତଏବ ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୖେନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ଅଣଯିହୂଦୀମାନଙ୍କ ମନ ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ । 4 ପରେ ସେମାନେ ଯିରୂଶାଲମରେ ଉପସ୍ଥିତ ହୋଇ ମଣ୍ଡଳୀ ପୁଣି, ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ଅଭ୍ୟର୍ଥନା ପ୍ରାପ୍ତ ହେଲେ, ଆଉ ଈଶ୍ୱର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ, ସେହି ସବୁ ବର୍ଣ୍ଣନା କଲେ । 5 କିନ୍ତୁ ଫାରୂଶୀଦଳର କେତେକ ଜଣ ଯେଉଁମାନେ ବିଶ୍ୱାସ କରୁଥିଲେ ଉଠି କହିଲେ, ଅଣଯିହୂଦୀ ଶିଷ୍ୟମାନଙ୍କୁ ସୁନ୍ନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ । 6 ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ । 7 ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୂଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ୱର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ । 8 ଅନ୍ତର୍ଯ୍ୟାମୀ ଈଶ୍ୱର ଆମ୍ଭମାନଙ୍କୁ ଯେପରି ପବିତ୍ର ଆତ୍ମା ଦାନ କରିଅଛନ୍ତି, ସେମାନଙ୍କୁ ମଧ୍ୟ ସେହିପରି ଦାନ କରି ସେମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି । 9 ଆଉ ସେ ଆମ୍ଭମାନଙ୍କ ଓ ସେମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନ ରଖି ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟ ଶୁଚି କରିଅଛନ୍ତି । 10 ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ୱରଙ୍କ ପରୀକ୍ଷା କରୁଅଛନ୍ତି ? 11 କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ । 12 ଏଥିରେ ସଭାସ୍ଥ ସମସ୍ତେ ନୀରବ ରହିଲେ, ଆଉ ବର୍ଣ୍ଣବ୍ବା ଓ ପାଉଲଙ୍କ ଦ୍ୱାରା ଅଣଯିହୂଦୀମାନଙ୍କ ମଧ୍ୟରେ ଈଶ୍ୱର ଯେ ସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ, ସେମାନଙ୍କଠାରୁ ସେଥିର ବିବରଣୀ ଶୁଣିବାକୁ ଲାଗିଲେ । 13 ସେମାନଙ୍କ କଥା ଶେଷ ହେଲା ଉତ୍ତାରେ ଯାକୁବ ଉତ୍ତର ଦେଇ କହିଲେ, ହେ ଭାଇମାନେ ମୋହର କଥା ଶୁଣନ୍ତୁ । 14 ଈଶ୍ୱର ଆପଣା ନାମ ନିମନ୍ତେ ଅଣଯିହୂଦୀମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି । 15 ପୁଣି, ଭାବବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି, ଯେପରି ଲେଖା ଅଛି, 16 ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା, ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା, 17 ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୂଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି । 18 ପ୍ରାଚୀନ କାଳରୁ ଈଶ୍ୱର ଆପଣାର ସମସ୍ତ କର୍ମ ଜଣାଇଛନ୍ତି । 19 ଅତଏବ, ମୋହର ବିଚାର ଏହି, ଅଣଯିହୂଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ୱରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ; 20 କିନ୍ତୁ ପ୍ରତିମା ସମ୍ବନ୍ଧୀୟ ଅଶୁଚିତା, ପରଦାର, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ । 21 କାରଣ ପ୍ରାଚୀନକାଳରୁ ପ୍ରତି ନଗରରେ ମୋଶାଙ୍କର ପ୍ରଚାରକମାନେ ଅଛନ୍ତି, ଯେଣୁ ପ୍ରତି ବିଶ୍ରାମବାରରେ ସମାଜଗୃହସମୂହରେ ତାହାଙ୍କ ମୋଶାଙ୍କ ବ୍ୟବସ୍ଥା ପାଠ କରାଯାଉଅଛି ।

22 ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍ ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ନିଷ୍ପତ୍ତି ନେଲେ, 23 ଆଉ, ସେମାନେ ସେମାନଙ୍କ ହାତରେ ଏହା ଲେଖି ପଠାଇଲେ, ଆନ୍ତିୟଖିଆ, ସିରିୟା ଓ କିଲିକିୟାସ୍ଥ ଅଣଯିହୂଦୀ ଭ୍ରାତୃବୃନ୍ଦଙ୍କୁ ପ୍ରେରିତ ଓ ପ୍ରାଚୀନ ଭ୍ରାତୃବୃନ୍ଦଙ୍କର ନମସ୍କାର । 24 ଆମ୍ଭେମାନେ ଶୁଣିଅଛୁ ଯେ, ଆମ୍ଭେମାନେ ଯେଉଁ ଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ, ଆମ୍ଭମାନଙ୍କ ମଧ୍ୟରୁ ଏପ୍ରକାର କେତେକ ଲୋକ କଥା ଦ୍ୱାରା ଆପଣମାନଙ୍କର ମନକୁ ଅସ୍ଥିର କରି ଆପଣମାନଙ୍କୁ ବିଚଳିତ କରିଅଛନ୍ତି; 25 ଏଥି ନିମନ୍ତେ ଆମ୍ଭମାନଙ୍କର ପ୍ରିୟପାତ୍ର ଯେଉଁ ବର୍ଣ୍ଣବ୍ବା ଓ ପାଉଲ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ନିମନ୍ତେ ପ୍ରାଣପଣ କରିଅଛନ୍ତି, 26 ଆମ୍ଭେମାନେ ଏକମତ ହୋଇ କେତେକ ଲୋକଙ୍କୁ ମନୋନୀତ କରି ସେମାନଙ୍କ ସହିତ ଆପଣମାନଙ୍କ ନିକଟକୁ ପଠାଇବା ଉଚିତ ମନେକଲୁ । 27 ଏଣୁ ଆମ୍ଭେମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଲୁ, ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହି ସମସ୍ତ କଥା ଜଣାଇଦେବେ । 28 କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ପରଦାରରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ, ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା; 29 ଏହି ସବୁରୁ ଆପଣା ଆପଣାକୁ ଯତ୍ନ ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ । ଆପଣମାନଙ୍କର ମଙ୍ଗଳ ହେଉ । 30 ସେମାନେ ବିଦାୟ ହୋଇ ଆନ୍ତିୟଖିଅାକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ । 31 ସେମାନେ ତାହା ପାଠ କରି ଆଶ୍ୱାସନା ପାଇ ଆନନ୍ଦିତ ହେଲେ । 32 ପୁଣି, ଯିହୂଦା ଓ ଶୀଲା ନିଜେ ନିଜେ ମଧ୍ୟ ଭାବବାଦୀ ଥିବାରୁ ଅନେକ କଥା ଦ୍ୱାରା ଭାଇମାନଙ୍କୁ ଉତ୍ସାହ ଦେଇ ସେମାନଙ୍କୁ ସୁସ୍ଥିର କଲେ । 33 ଆଉ ସେମାନେ ସେଠାରେ କେତେକ କାଳ ରହିଲା ପରେ ସେମାନଙ୍କୁ ପ୍ରେରଣ କରିଥିବା ଲୋକମାନଙ୍କ ନିକଟକୁ ବାହୁଡ଼ିଯିବାକୁ ଭାଇମାନଙ୍କଠାରୁ ଶାନ୍ତିରେ ବିଦାୟ ନେଲେ, 34 (କିନ୍ତୁ ଶୀଲା ସେଠାରେ ରହିବା ଉତ୍ତମ ମନେ କଲେ ।) 35 ପୁଣି, ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହି ଅନ୍ୟାନ୍ୟ ଅନେକ ଲୋକଙ୍କ ସହିତ ମଧ୍ୟ ପ୍ରଭୁଙ୍କ ବାକ୍ୟ ଶିକ୍ଷା ଦେଇ ସୁସମାଚାର ପ୍ରଚାର କରିବାକୁ ଲାଗିଲେ ।

36 କେତେକ ଦିନ ପରେ ପାଉଲ ବର୍ଣ୍ଣବ୍ବାଙ୍କୁ କହିଲେ, ଆସ, ଆମ୍ଭେମାନେ ଯେଉଁ ସବୁ ନଗରରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଥିଲୁ, ସେହି ସମସ୍ତ ନଗରକୁ ଏବେ ବାହୁଡ଼ିଯାଇ ଭାଇମାନଙ୍କୁ ସାକ୍ଷାତ କରି, ସେମାନେ କିପ୍ରକାରେ ଅଛନ୍ତି ଦେଖିବା । 37 ସେଥିରେ ମାର୍କ ନାମରେ ଖ୍ୟାତ ଯୋହନଙ୍କୁ ମଧ୍ୟ ସାଙ୍ଗରେ ଘେନିଯିବା ପାଇଁ ବର୍ଣ୍ଣବ୍ବାଙ୍କର ଇଚ୍ଛା ଥିଲା, 38 କିନ୍ତୁ ସେ ସେମାନଙ୍କୁ ଛାଡ଼ି ପଂଫୂଲିଆରୁ ଚାଲି ଆସିଥିଲେ ଓ ସେମାନଙ୍କ ସହିତ କାର୍ଯ୍ୟକୁ ଯାଇ ନ ଥିଲେ, ତାହାଙ୍କୁ ସାଙ୍ଗରେ ନେବାକୁ ପାଉଲ ଉଚିତ ମନେ କଲେ ନାହିଁ । 39 ସେଥିରେ ଘୋର ବିବାଦ ଘଟିବାରୁ ସେମାନେ ପରସ୍ପରଠାରୁ ପୃଥକ୍ ହେଲେ, ବର୍ଣ୍ଣବ୍ବା ମାର୍କଙ୍କୁ ସାଙ୍ଗରେ ଘେନି ଜାହାଜରେ କୁପ୍ରକୁ ଗମନ କଲେ, 40 କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି ଭାଇମାନଙ୍କ ଦ୍ୱାରା ପ୍ରଭୁଙ୍କ ଅନୁଗ୍ରହରେ ସମର୍ପିତ ହୋଇ ପ୍ରସ୍ଥାନ କଲେ, 41 ଆଉ ସେ ସିରିୟା ଓ କିଲିକିୟା ଦେଇ ଯାଉ ଯାଉ ମଣ୍ଡଳୀସମୂହଙ୍କୁ ସୁସ୍ଥିର କଲେ ।



Translation Questions

Acts 15:1

ଯିହୁଦାରୁ କେତେ ଲୋକ ଆସି ଭାଇମାନଙ୍କୁ କ'ଣ ଶିକ୍ଷା ଦେଲେ?

ଯିହୁଦାରୁ କେତେ ଲୋକ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେଲେ ଯେ ଯେପର୍ଯ୍ୟନ୍ତ ଭାଇମାନେ ସୁନ୍ନତ ହୋଇ ନାହାନ୍ତି, ସେମାନେ ପରିତ୍ରାଣ ପାଇ ପାରିବେ ନାହିଁ[୧୫:୧]।

କିପରି ଭାଇମାନେ ଏହି ପ୍ରଶ୍ନର ସମାଧାନ ହେବା ଉଚିତ ବୋଲି ନିଷ୍ପତ୍ତି ନେଲେ?

ପାଉଲ, ବର୍ଣ୍ଣବ୍‍ବା ପୁଣି ଅନ୍ୟ କେତେକଙ୍କୁ ଯିରୂଶାଲମରୁ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯିବାର ଉଚିତ ଥିଲା ବୋଲି ଭାଇମାନେ ସ୍ଥିର କଲେ[୧୫-୨]।

Acts 15:3

ପାଉଲ ଓ ତାହାର ସାଥୀମାନେ ଫୈନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ କେଉଁ ସମ୍ବାଦକୁ ପ୍ରଚାର କରିଥିଲେ?

ପାଉଲ ଓ ତାହାର ସାଥୀମାନେ ବିଜାତିମାନଙ୍କର ମନପରିବର୍ତ୍ତନର ବିଷୟକୁ ପ୍ରଚାର କରିଥିଲେ[୧୫:୩]।

Acts 15:5

ବିଶ୍ଵାସୀମାନଙ୍କ ମଧ୍ୟରୁ କେଉଁ ଦଳ ଭାବିଲେ ଯେ ବିଜାତୀୟମାନଙ୍କୁ ସୁନ୍ନତ କରିବା ଆବଶ୍ୟକ ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ?

ଫାରୂଶୀ ଦଳର କେତେଜଣ ବିଶ୍ଵାସ କଲେ ଯେ ବିଜାତିମାନେ ସୁନ୍ନତ କରିବା ଆବଶ୍ୟକ ଓ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବା ଆବଶ୍ୟକ[୧୫:୫]।

Acts 15:7

ପରମେଶ୍ଵର ବିଜାତୀୟମାନଙ୍କ ନିମନ୍ତେ କ'ଣ ଦେଇଛନ୍ତି ଓ କରିଛନ୍ତି ବୋଲି ପିତର କହିଲେ?

ପିତର କହିଲେ ଯେ ପରମେଶ୍ଵର ବିଜାତୀୟମାନଙ୍କୁ ପବିତ୍ର ଆତ୍ମଦେଇଅଛନ୍ତି ପୁଣି ସେମାନଙ୍କର ହୃଦୟକୁ ବିଶ୍ଵାସ ଦ୍ଵାରା ଶୁଚି କରି ଅଛନ୍ତି[୧୫:୮-୯]।

Acts 15:10

କିପରି ଉଭୟ ଯିହୁଦୀ ଓ ବିଜାତୀୟମାନେ ପରିତ୍ରାଣ ପାଇଅଛନ୍ତି ବୋଲି ପିତର କହିଲେ?

ପ୍ରଭୁ ଯୀଶୁଙ୍କର ଅନୁଗ୍ରହରେ ଉଭୟ ଯିହୁଦୀ ଓ ବିଜାତୀୟମାନେ ପରିତ୍ରାଣ ପାଇଅଛନ୍ତି ବୋଲି ପିତର କହିଲେ[୧୫:୧୧]।

Acts 15:12

ପାଉଲ ଓ ବର୍ଣ୍ଣବ୍‍ବା ମଣ୍ଡଳୀକୁ କ'ଣ ବର୍ଣ୍ଣନା କଲେ?

ପରମେଶ୍ଵର ଯେଉଁ ଲକ୍ଷଣ ଓ ଅଭୁତ କର୍ମମାନ ସାଧନ କରିଥିଲେ ତାହାକୁ ପାଉଲ ଓ ବର୍ଣ୍ଣବ୍‍ବା ବର୍ଣ୍ଣନା କଲେ[୧୫:୧୨]।

Acts 15:15

ଯେଉଁ ଭାବବାଣୀକୁ ଯାକୁବ ଏଠାରେ ନେଇ ଅଛନ୍ତି ତାହା କ'ଣ କୁହେ ଯେ ପରମେଶ୍ଵର ପୁନଃନିର୍ମାଣ କରିବେ ଏବଂ ଏହା କାହାକୁ ଅନ୍ତର୍ଭୁକ୍ତ କରିଵ ?

ଭାବବାଣୀ କୁହେ ଯେ ପରମେଶ୍ଵର ଦାଉଦଙ୍କ ସହ ଆବାସ ପୁନଃନିର୍ମାଣ କରିବେ ଏବଂ ତାହା ବିଜାତୀୟମାନଙ୍କୁ ଅନ୍ତର୍ଭୁକ୍ତ କରିଵ[୧୫:୧୩-୧୭]।

Acts 15:19

ପରିବର୍ତ୍ତିତ ବିଜାତୀୟମାନଙ୍କୁ କେଉଁ ଆଜ୍ଞା ଦେବା ପାଇଁ ଯାକୁବ ପରାମର୍ଶ ଦେଲେ ?

ପ୍ରତିମା ସମ୍ବନ୍ଧୀୟ ଅଶୁଚିତା ପରଦାର ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍‍ ରହିବା ନିମନ୍ତେ ସେମାନଙ୍କୁ ରହିବାକୁ ଯାକୁବ ପରାମର୍ଶ ଦେଲେ[୧୫:୨୦]।

Acts 15:27

ବିଜାତୀୟମାନଙ୍କୁ ଶିଖାଯାଇଥିବା ପତ୍ରରେ ବିଜାତୀୟମାନଙ୍କ ନିମନ୍ତେ ଶେଷରେ ଦିଆଯାଇଥିବା ଆବଶ୍ୟକତା ଅନ୍ୟମାନଙ୍କ ସହ କିଏ ସହମତି ଦେଇଅଛନ୍ତି ବୋଲି କୁହାଯାଏ?

ପତ୍ର ଲେଖକ ଏବଂ ପବିତ୍ର ଆତ୍ମଶେଷ ଲେଖା ସହ ସହମତି ଥିଲେ ବୋଲି କୁହାଯାଏ[୧୫:୨୮]।

Acts 15:30

ବିଜାତୀୟମାନଙ୍କର ଉତ୍ତର କ'ଣ ଥିଲା ଯେତେବେଳେ ସେମାନେ ଯିରୂଶାଲମ ଠାରୁ ଆସିଥିବା ପତ୍ରକୁ ଶୁଣିଲେ?

ପତ୍ରରେ ଆଶ୍ୱାସନା ହେତୁ ବିଜାତୀୟମାନେ ଆନନ୍ଦ କଲେ[୧୫:୩୧]।

Acts 15:33

ପାଉଲ ଓ ବର୍ଣ୍ଣବ୍‍ବା ଯେପରି ଆନ୍ତିଖିଆରେ ରହିଲେ ସେମାନେ କ'ଣ କଲେ?

ପାଉଲ ଓ ବର୍ଣ୍ଣବ୍‍ବା ପ୍ରଭୁଙ୍କ ବାକ୍ୟକୁ ଶିକ୍ଷା ଦେଲେ ଓ ପ୍ରଚାର କଲେ[୧୫:୩୫]।

Acts 15:36

ପାଉଲ କ'ଣ କରିବାକୁ ଇଛା କରନ୍ତି ବୋଲି ବର୍ଣ୍ଣବ୍‍ବାଙ୍କୁ କହିଲେ?

ପାଉଲ ବର୍ଣ୍ଣବ୍‍ବାଙ୍କୂ କହିଲେ ଯେ ଯେଉଁ ସବୁ ନଗରରେ ସେମାନେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଥିଲେ ସେ ସେଠାକୁ ବାହୁଡିଯାଇ ଭାଇମାନଙ୍କୁ ସାକ୍ଷାତ କରିବାକୁ ଇଛା କଲେ[୧୫:୩୬]।

Acts 15:39

କାହିଁକି ପାଉଲ ଓ ବର୍ଣ୍ଣବ୍‍ବା ଅଲଗା ହେଲେ ଏବଂ ଅନ୍ୟ ଦିଗରେ ଗମନ କଲେ ?

ବର୍ଣ୍ଣବ୍‍ବା ମାର୍କକୁ ସାଥିରେ ନେବାକୁ ଇଛା କଲେ କିନ୍ତୁ ପାଉଲ ତା'ଙ୍କୁ ନେବାକୁ ଉଚିତ ମନେ କଲେ ନାହିଁ[୧୫:୩୭]।


Chapter 16

1 ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୂଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍ ଲୋକ । 2 ଲୁସ୍ତ୍ରା ଓ ଇକନୀୟରେ ଥିବା ଭାଇମାନେ ତାଙ୍କ ସୁଖ୍ୟାତି କରୁଥିଲେ । 3 ତାଙ୍କୁ ସାଙ୍ଗରେ ନେଇଯିବାକୁ ପାଉଲ ଇଚ୍ଛା କଲେ, ଆଉ ସେହି ସବୁ ଅଞ୍ଚଳରେ ଥିବା ଯିହୂଦୀମାନଙ୍କ ହେତୁ ତାହାଙ୍କୁ ଘେନିଯାଇ ସୁନ୍ନତ କଲେ; କାରଣ ତାହାଙ୍କର ପିତା ଜଣେ ଗ୍ରୀକ୍ ଲୋକ ବୋଲି ସମସ୍ତେ ଜାଣିଥିଲେ । 4 ପୁଣି, ସେମାନେ ନଗରସମୁହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ । 5 ଏହି ପ୍ରକାରେ ମଣ୍ଡଳୀସମୂହ ବିଶ୍ୱାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲା ।

6 ସେମାନେ ଆସିଆରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ, 7 ଆଉ ସେମାନେ ମୂସିଆ ନିକଟରେ ଉପସ୍ଥିତ ହୋଇ ବୀଥୂନିଆକୁ ଯିବା ପାଇଁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ । 8 ସେମାନେ ମୂସିଆ ପାଖ ଦେଇ ତ୍ରୋୟାକୁ ଆସିଲେ । 9 ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର । 10 ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ ।

11 ତେଣୁ ତ୍ରୋୟାରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀକୁ ଓ ପରଦିନ ନିୟାପଲିକୁ ଗଲୁ, 12 ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆର ସେହି ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ । 13 ବିଶ୍ରାମବାରରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କୁ କଥା କହିବାକୁ ଲାଗିଲୁ । 14 ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ୱରଭକ୍ତା ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ । ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି,ଏଥି ନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ । 15 ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ ।

16 ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ମନ୍ଦ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା । 17 ସେ ପାଉଲ ଓ ଆମ୍ଭମାନଙ୍କର ପଛେ ପଛେ ଆସି ଚିତ୍କାର କରି କହିବାକୁ ଲାଗିଲା, ଏହି ବ୍ୟକ୍ତିମାନେ ପରମ ପ୍ରଧାନ ଈଶ୍ୱରଙ୍କର ଦାସ, ସେମାନେ ତୁମ୍ଭମାନଙ୍କୁ ପରିତ୍ରାଣର ପଥ ଜଣାଉଅଛନ୍ତି । 18 ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା । କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି । ଏଥିରେ ସେ ସେହି ମୁହୁର୍ତ୍ତରେ ବାହାରିଗଲା । 19 କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ । 20 ଆଉ ସେମାନେ ସେମାନଙ୍କ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ,ଏହି ଲୋକଗୁଡ଼ାକ ଯିହୂଦୀ,ଏମାନେ ଆମ୍ଭମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି । 21 ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି । 22 ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ । 23 ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ । 24 ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ କାଠଗଣ୍ଡି ବାନ୍ଧିଦେଲେ ।

25 କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ । 26 ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା । 27 ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ । 28 କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ । 29 ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ, 30 ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ ? 31 ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ । 32 ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟ କହିଲେ । 33 ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ । 34 ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ୱରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ । 35 ସକାଳ ହୁଅନ୍ତେ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ିଦିଅ । 36 ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇଅଛନ୍ତି । ଏଣୁ ଏବେ ବାହାରି ଆସି ଶାନ୍ତିରେ ଚାଲିଯାଉନ୍ତୁ । 37 କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ,ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛନ୍ତି ? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ । 38 ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ,ଏହା ଶୁଣି ଲୋକମାନେ ଭୟ କଲେ, 39 ଆଉ ସେମାନେ ଆସି ସେମାନଙ୍କୁ ବିନତି କଲେ, ପୁଣି, ସେମାନଙ୍କୁ ବାହାର କରି ଆଣି ନଗରରୁ ବାହାରିଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ । 40 ସେଥିରେ ସେମାନେ କାରାଗାରରୁ ବାହାରିଯାଇ ଲୂଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ ।



Translation Questions

Acts 16:1

ସେମାନେ ଏକତ୍ର ଗମନ କରିବା ପୂର୍ବରୁ ପାଉଲ ତୀମଥିଙ୍କ ସହ କ'ଣ କଲେ ଏବଂ କାହିଁକି?

ପାଉଲ ତୀମଥିଙ୍କୁ ସୁନ୍ନତ କଲେ ଯେହେତୁ ସେ ସ୍ଥାନରେ ଯିହୁଦୀମାନେ ତୀମଥିଙ୍କ ପିତା ଗ୍ରୀକ୍ ଥିଲେ ବୋଲି ଜାଣିଥିଲେ[୧୬:୩]।

Acts 16:4

ପାଉଲ ଓ ସେମାନଙ୍କର ରାସ୍ତାରେ ମଣ୍ଡଳୀମାନଙ୍କୁ ଦ୍ଵାରା ଲେଖାଯାଇଥିବା କେଉଁ ଆଜ୍ଞାସବୁ ପାଉଲ ସମର୍ପଣ କଲେ?

ଯିରୂଶାଲମସ୍ଥିତ ପ୍ରେରିତ ପ୍ରାଚୀନମାନଙ୍କ ଦ୍ଵାରା ଲେଖାଯାଇଥିବା ଆଜ୍ଞା ସବୁ ପାଉଲ ସମର୍ପଣ କଲେ[୧୬:୪]।

Acts 16:9

ପରମେଶ୍ଵର ତାହାଙ୍କୁ ମାକିଦିନିଆରେ ପ୍ରଚାର କରିବାକୁ ଡାକୁଅଛନ୍ତି ବୋଲି ପାଉଲ କିପରି ଜାଣିଲେ?

ମାକିଦିନିଆର ଜଣେ ଲୋକ ସେଠାରେ ଆସି ସେମାନଙ୍କୁ ଉପକାର କରିବାକୁ ଡାକୁଥିବା ଏକ ଦର୍ଶନ ପାଉଲ ଦେଖିଥିଲେ[୧୬:୯]।

Acts 16:11

ବିଶ୍ରାମ ଦିନରେ କାହିଁକି ପାଉଲ ଫିଲିପ୍ପିୟର ଦ୍ଵାରରୁ ବାହାରି ନଦୀକୂଳକୁ ଗଲେ?

ପାଉଲ ଭାବିଲେ ଯେ ସେଠାରେ ଏକ ପ୍ରାର୍ଥନାର ସ୍ଥାନ ଥିବ ବୋଲି[୧୬:୧୩]।

Acts 16:14

ଯେପରି ପାଉଲ କହିଲେ ପ୍ରଭୁ ଲୂଦିଆଙ୍କ ପ୍ରତି କ'ଣ କଲେ?

ପାଉଲଙ୍କ ଦ୍ଵାରା ଯାହା ସବୁ କୁହା ଯାଇଥିଲା ତାହା ପ୍ରତି ମନୋଯାଗ କରିବାକୁ ପ୍ରଭୁ ଲୂଦିଆଙ୍କ ହୃଦୟକୁ ଫିଟାଇ ଦେଲେ[୧୬:୧୪]।

ନଦୀ କୂଳରେ ପାଉଲ କହିବା ଉତ୍ତାରେ କିଏ ବାପ୍ତିଜିତ ହୋଇଥିଲେ?

ପାଉଲ କିହିଲା ପରେ ଲୂଦିଆ ଓ ତାଙ୍କରି ପରିବାର ବାପ୍ତିଜିତ ହୋଇଥିଲେ[୧୬:୧୫]।

Acts 16:16

କିପରି ଯୁବତୀ ସ୍ତ୍ରୀ ଜଣକ ଏକ ଆତ୍ମସହିତ ତାହାରି କର୍ତ୍ତା ମାନଙ୍କ ନିମନ୍ତେ ଟଙ୍କା ଲାଭ କରୁଥିଲେ?

ଭାଗ୍ୟଗଣନା ଦ୍ଵାରା ସେ ତାଙ୍କରି କର୍ତ୍ତାମାନଙ୍କ ନିମନ୍ତେ ଟଙ୍କା ଲାଭ କରୁଥିଲେ[୧୬:୧୬]।

ପାଉଲ କ'ଣ କଲେ ଯେତେବେଳେ ଯୁବତୀ ସ୍ତ୍ରୀ ଅନେକ ଦିନ ଧରି ତାଙ୍କରି ଗମନ କରିଥିଲେ?

ପାଉଲ ଭୁଲିପଡି ସେହି ଆତ୍ମାକୁ ଆଜ୍ଞା ଦେଲେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତାହା ଠାରୁ ବାହାରି ଯାଅ[୧୬:୧୭-୧୮]।

Acts 16:19

କେଉଁ ନିନ୍ଦା ଯୁବତୀ ସ୍ତ୍ରୀର କର୍ତ୍ତାମାନେ ପାଉଲ ଓ ଶୀଲାଙ୍କ ବିରୁଦ୍ଧରେ ଅଣିଲେ?

ଯେଉଁ ରୀତିନୀତି ରୋମୀୟମାନଙ୍କ ନିମନ୍ତେ ପାଳନ କରିବା ବା ଗ୍ରହଣ କରିବା ନ୍ୟାୟପୂର୍ଣ୍ଣ ନୁହେଁ ତାହା ସବୁ ପାଉଲ ଓ ଶୀଲା ଶିକ୍ଷା ଦେଉଅଛନ୍ତି ବୋଲି ସେମାନେ ନିନ୍ଦା କଲେ[୧୬:୨୧]।

Acts 16:22

ବିଚାରକର୍ତ୍ତାମାନଙ୍କଠାରୁ ପାଉଲ ଓ ଶୀଲା କେଉଁ ଦଣ୍ଡ ପାଇଲେ?

ସେମାନଙ୍କୁ ବେତ୍ରାଘାତ କରାଯାଇଥିଲା ଓ କାରାଗାରରେ ନିକ୍ଷେପ କରାଯାଇଥିଲା[୧:୨୨-୨୪]।

Acts 16:25

ପ୍ରାୟ ମଧ୍ୟ ରାତ୍ରରେ ପାଉଲ ଓ ଶୀଲା ବନ୍ଦୀଗୃହରେ କ'ଣ କରୁଥିଲେ?

ସେମାନେ ଈଶ୍ଵରଙ୍କଠାରେ ପ୍ରାର୍ଥନା ଓ ସ୍ତୁତିଗାନ କରୁଥିଲେ[୧୬:୨୫]।

କ'ଣ ଘଟିଲା ଯେହେତୁ କାରାରକ୍ଷକ ନିଜକୁ ବଧ କରିବାକୁ ପ୍ରସ୍ତୁତ ହେଲେ?

ସେଠାରେ ଏକ ଭୂମିକମ୍ପ ହେଲା ଯେ, ସମସ୍ତ ବନ୍ଦୀ ମାନଙ୍କ ଦ୍ଵାରା ମେଲା ହୋଇଗଲା ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା[୧୬:୨୬]।

Acts 16:29

କେଉଁ ପ୍ରଶ୍ନ କାରାଗାରର ରକ୍ଷକ ପାଉଲ ଓ ଶୀଲାଙ୍କୁ ପଚାରିଲେ?

କାରାଗାରର ରକ୍ଷକ ପାଉଲ ଓ ଶୀଲାଙ୍କୁ ପଚାରିଲେ,ମହାଶୟ,''ପରିତ୍ରାଣ ପାଇବାକୁ ମତେ କ'ଣ କରିବାକୁ ହେବ''[୧୬:୩୦]?

କେଉଁ ଉତ୍ତର ପାଉଲ ଓ ଶୀଲା କାରାଗାରର ରକ୍ଷକକୁ ଦେଲେ?

ପାଉଲ ଓ ଶୀଲା ଉତ୍ତର ଦେଲେ,''ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ଵାସ କର, ତହିଁରେ ତୁମେ ଓ ତୁମର ପରିବାର ପରିତ୍ରାଣ ପାଇବ[୧୬:୩୧]।

Acts 16:32

ସେହି ରାତ୍ରିରେ କିଏ ବାପ୍ତିଜିତ ହୋଇଥିଲେ?

ସେହି ରାତ୍ରିରେ କାରାଗାରର ରକ୍ଷକ ଓ ତାଙ୍କରି ପରିବାର ବାପ୍ତିଜିତ ହୋଇଥିଲେ[୧୬:୩୩]।

Acts 16:35

ସେମାନେ ପାଉଲ ଓ ଶୀଲାଙ୍କୁ ଯିବାକୁ କହି ବାକ୍ୟ ପଠାଇଲା ପରେ ବିଚାରକର୍ତ୍ତାମାନଙ୍କୁ କ'ଣ ଭୟଭୀତ କଲା?

ବିଚାରକର୍ତ୍ତାମାନେ ଭୟଭୀତ ଥିଲେ, ଯେହେତୁ ସେମାନେ ଜାଣିପାରିଲେ ଯେ ସେମାନେ ଦୁଇ ରୋମୀୟ ଲୋକଙ୍କୁ ପ୍ରକାଶରେ ପ୍ରହାର କରିଅଛନ୍ତି[୧୬:୩୫-୩୮]।

Acts 16:40

ବିଚାରକର୍ତ୍ତାମାନେ ସେମାନଙ୍କୁ ନଗର ପରିତ୍ୟାଗ କରିବାକୁ କହିଲା ପରେ, ପାଉଲ ଓ ଶୀଲା କ'ଣ କଲେ?

ପାଉଲ ଓ ଶୀଲା ଲୂଦିଆଙ୍କ ଗୃହକୁ ଗଲେ ଆଉ ଭାଇମାନଙ୍କୁ ଉତ୍ସାହିତ କଲେ ଏବଂ ଫିଲିପ୍ପିଠାରୁ ପ୍ରସ୍ଥାନ କଲେ[୧୬:୪୦]।


Chapter 17

1 ପରେ ସେମାନେ ଆଂଫିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନୀକୀକୁ ଆସିଲେ; ସେଠାରେ ଯିହୂଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା । 2 ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି, ତିନୋଟି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ, 3 ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ,ଏହାର ସ୍ପଷ୍ଟ ପ୍ରମାଣ ଦେଲେ । 4 ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୂଦୀମତାବଲମ୍ବୀ ଗ୍ରୀକ୍‌ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ। 5 କିନ୍ତୁ ଯିହୂଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ । 6 ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରି ପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି । 7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି । 8 ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ । 9 ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ି ଦେଲେ ।

10 ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟାକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୂଦୀମାନଙ୍କ ସମାଜଗୃହକୁ ଗଲେ । 11 ଥେସଲନୀକୀରେ ଥିବା ଯିହୂଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ । ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ । 12 ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ । 13 କିନ୍ତୁ ଯେତେବେଳେ ଥେସଲନୀକୀୟ ଯିହୂଦୀମାନେ ଜାଣିଲେ ଯେ, ଈଶ୍ୱରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ । 14 ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ । 15 କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଏଥେନ୍ସ୍ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତିଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ ।

16 ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା । 17 ତେଣୁ ସେ ସମାଜଗୃହରେ ଯିହୂଦୀ ଓ ଯିହୂଦୀମତାବଲମ୍ବୀ ଅଣଯିହୂଦୀମାନଙ୍କ ସହିତ, ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ । 18 ସେଥିରେ ଏପିକୂୂରୀୟ ଓ ସ୍ତୋୟିକ କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କ'ଣ କହିବାକୁ ଇଚ୍ଛା କରୁଅଛ ? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ । 19 ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କ'ଣ ବୋଲି ଆମ୍ଭେମାନେ ଜାଣି ପାରିବା କି ? 20 କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କ'ଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ । 21 ଆଥିନୀରେ ଲୋକ ସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳକ୍ଷେପଣ କରୁ ନ ଥିଲେ ।

22 ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀର ଲୋକମାନେ , ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି । 23 କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, 'ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ ।' ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି । 24 ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୂହରେ ବାସ କରନ୍ତି ନାହିଁ, 25 କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି । 26 ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି, 27 ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାଁନ୍ତି । 28 କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, "କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ ।" 29 ତେବେ, ଆମ୍ଭେମାନେ ଈଶ୍ୱରଙ୍କର ବଂଶ ହେବାରୁ ଈଶ୍ୱରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ ନୁହେଁ । 30 ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି; 31 କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି । 32 ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା । 33 ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ । 34 କିନ୍ତୁ କୌଣସି କୌଣସି ଲୋକ ତାହାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ; ସେମାନଙ୍କ ମଧ୍ୟରେ ଏରିୟପାଗୀୟ ଦିୟନୂସୀୟ, ଦାମାରି ନାମ୍ନୀ ଜଣେ ମହିଳା ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ ।



Translation Questions

Acts 17:1

ଥେସଲନୀକକୁ ଆସିଲା ପରେ,ଶାସ୍ତ୍ରରୁ ଯୀଶୁଙ୍କ ବିଷୟରେ କହିବାକୁ ପାଉଲ କେଉଁଠିକୁ ଗଲେ?

ଶାସ୍ତ୍ରରୁ ଯୀଶୁଙ୍କ ବିଷୟରେ କହିବାକୁ ପାଉଲ ପ୍ରଥମେ ପାଉଲ ଯିହୁଦୀମାନଙ୍କର ସମାଜଗୃହକୁ ଗଲେ[୧୭:୧-୨]।

Acts 17:3

ଶାସ୍ତ୍ରଠାରୁ ପାଉଲ କ'ଣ ଦେଖାଇଲେ ଯାହା ଆବଶ୍ୟକ ଥିଲା?

ଖ୍ରୀଷ୍ଟଙ୍କର ଯେ ମୃତ୍ୟୁଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍‍ଥାନ ହେବା ଆବଶ୍ୟକ ଥିଲା, ପାଉଲ ତାହା ଦେଖାଇଲେ[୧୭:୩]।

Acts 17:5

ପାଉଲ ଓ ଶୀଲାଙ୍କ ବିରୁଦ୍ଧରେ କେଉଁ ନିନ୍ଦା ନଗରର ଶାସନକର୍ତ୍ତାମାନଙ୍କୁ କରାଯାଇଥିଲା?

ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରନ୍ତି ବୋଲି ପାଉଲ ଓ ଶୀଲାଙ୍କୁ ନିନ୍ଦା କରାଯାଇଥିଲା[୧୭:୭]।

Acts 17:10

ଯେତେବେଳେ ପାଉଲ ଓ ଶୀଲା ବେରିୟାକୁ ଆସିଲେ ସେମାନେ କେଉଁଠିକୁ ଗଲେ?

ପାଉଲ ଓ ଶୀଲା ଯିହୁଦୀୟ ସମାଜ ଗୃହକୁ ଗଲେ[୧୭:୧୦]।

ବେରିୟାରେ ଲୋକ କ'ଣ କଲେ ଯେତେବେଳେ ସେମାନେ ପାଉଲଙ୍କ ସମ୍ବାଦ ଶୁଣିଲେ?

ବେରିୟାର ଲୋକମାନେ ବାକ୍ୟ ଗ୍ରହଣ କଲେ ଏବଂ ପାଉଲ ଯାହା କହିଲେ ତାହା ସତ୍ୟ କି ନୁହେଁ ଜାଣିବା ପାଇଁ ଶାସ୍ତ୍ର ଅନୁସନ୍ଧାନ କଲେ[୧୭:୧୧]।

Acts 17:13

କାହିଁକି ପାଉଲଙ୍କୁ ବେରୟା ଛାଡିବାକୁ ପଡିଲା ଏବଂ ସେ କୁଆଡେ ଗଲେ?

ପାଉଲଙ୍କୁ ବେରୟା ଛାଡିବାକୁ ପଡିଲା ଯେହେତୁ ଥେସଲନୀକୀୟ ଯିହୁଦୀମାନେ ବେରୟାରେ ଲୋକସମୂହକୁ ଉତ୍ତେଜିତ କଲେ, ଏକିପରି ପାଉଲ ଆଥୀନୀକୁ ଗଲେ[୧୭:୧୭]।

Acts 17:16

ପାଉଲ କେଉଁଠିକୁ ଗଲେ ଯେତେବେଳେ ସେ ଆଥୀନୀକୁ ଆସିଲେ?

ପାଉଲ ଯିହୁଦୀ ସମାଜଗୃହ ଓ ବଜାରଛକକୁ ଶାସ୍ତ୍ରରୁ ଉପଦେଶ ଦେବାକୁ ଗଲେ[୧୭:୧୭]।

Acts 17:19

ତାଙ୍କରି ଶିକ୍ଷାକୁ ସ୍ପଷ୍ଟ କରିବାକୁ ପାଉଲ କେଉଁଠିକୁ ଅଣାଗଲା?

ପାଉଲ ତାଙ୍କର ଶିକ୍ଷାକୁ ସ୍ପଷ୍ଟ କରିବାକୁ ଆରୟପାଗଙ୍କ ପାଖକୁ ଆଣାଯାଇଥିଲା[୧୭:୧୯-୨୦]।

Acts 17:22

ପାଉଲ ଆଥୀନୀରେ କେଉଁ ବେଦୀ ପାଇଲେ,ଯାହାକୁ ଲୋକମାନଙ୍କୁ ସେ ସ୍ପଷ୍ଟ କରିବାକୁ ଇଚ୍ଛା କଲେ?

ପାଉଲ ''ଆଜ୍ଞାତ ଦେବତା'ଙ୍କ ଉଦ୍ଦେଶ୍ୟ''ଲେଖାଯାଇଥିବା ଏକ ଯଜ୍ଞବେଦୀ ପାଇଲେ ଯାହା ସେ ଲୋକମାନଙ୍କୁ ସ୍ପଷ୍ଟ କରିବାକୁ ଇଚ୍ଛା କଲେ[୧୭:୨୩]।

Acts 17:24

ଯେଉଁ ପରମେଶ୍ଵର ସମସ୍ତ ସୃଷ୍ଟି କଲେ ଲୋକମାନଙ୍କୁ ସେ କ'ଣ ଦିଅନ୍ତି ବୋଲି ପାଉଲ କହିଲେ ?

ଯେଉଁ ପରମେଶ୍ଵର ସମସ୍ତ ସୃଷ୍ଟି କଲେ ସେ ସମସ୍ତଙ୍କୁ ଜୀବନ, ବିଶ୍ଵାସ ଓ ସମସ୍ତ ପଦାର୍ଥ ଦିଅନ୍ତି ବୋଲି ପାଉଲ କହିଲେ [୧୭:୨୫]।

Acts 17:26

କେଉଁଠାରୁ ପରମେଶ୍ଵର ପ୍ରତ୍ୟେକ ଜାତିର ଲୋକମାନଙ୍କୁ ସୃଷ୍ଟି କଲେ?

ଏକ ବ୍ୟକ୍ତିଠାରୁ ପରମେଶ୍ଵର ପ୍ରତ୍ୟେକ ଜାତିର ଲୋକମାନଙ୍କୁ ସୃଷ୍ଟି କଲେ[୧୭:୨୬]।

ଯେକୌଣସି ବ୍ୟକ୍ତିଠାରୁ ପରମେଶ୍ଵର କେତେ ଦୂରରେ ଅଛନ୍ତି ବୋଲି ପାଉଲ କହିଲେ?

ପାଉଲ କହିଲେ ପରମେଶ୍ଵର କୌଣସି ବ୍ୟକ୍ତିଠାରୁ ଦୂରରେ ନାହାନ୍ତି[୧୭:୨୭]।

Acts 17:28

କିପରି ଆମ୍ଭେମାନେ ପରମେଶ୍ଵରଙ୍କ ବିଷୟରେ ଭାବିବା ଉଚିତ ନୁହେଁ ବୋଲି ପାଉଲ କହିଲେ?

ପାଉଲ କହିଲେ ଯେ ଆମ୍ଭେମାନେ ପରମେଶ୍ଵଙ୍କୁ ସୁନା କି ରୂପା ସଦୃଶ କିମ୍ବା ଶିଳ୍ପ ଓ ମନୁଷ୍ୟ ଦ୍ଵାରା ଖୋଦିତ ତୁଲ୍ୟ ମନେ କରିବା ଉଚିତ[୧୭:୨୯]।

Acts 17:30

ବର୍ତ୍ତମାନ ପରମେଶ୍ଵର ପ୍ରତ୍ୟେକ ସ୍ଥାନରେ ଲୋକମାନଙ୍କୁ କ'ଣ କରିବାକୁ ଡାକନ୍ତି?

ବର୍ତ୍ତମାନ ପରମେଶ୍ଵର ପ୍ରତ୍ୟେକ ସ୍ଥାନରେ ଲୋକମାନଙ୍କୁ ମନପରିବର୍ତ୍ତନ କରିବାକୁ ଡାକନ୍ତି[୧୭:୩୦]।

କ'ଣ ପାଇଁ ପରମେଶ୍ଵର ଏକ ନିର୍ଦ୍ଦିଷ୍ଟ ଦିନକୁ ନିରୂପିତ କରିଅଛନ୍ତି?

ପରମେଶ୍ଵର ଏକ ନିର୍ଦ୍ଦିଷ୍ଟ ଦିନକୁ ନିରୂପିତ କରିଅଛନ୍ତି ଯେତେବେଳେ ଯୀଶୁ ଧାର୍ମିକତାରେ ଜଗତକୁ ବିଚାର କରିବେ[୧୭:୩୧]।

ଯୀଶୁ ଜଗତର ବିଚାରକର୍ତ୍ତା ଭାବରେ ମନୋନୀତ ହୋଇଅଛନ୍ତି ବୋଲି ପରମେଶ୍ଵର କ'ଣ ପ୍ରମାଣ ଦେଇଅଛନ୍ତି?

ତାହାକୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍‌ଥାନ କରି ପରମେଶ୍ଵର ଯୀଶୁଙ୍କୁ ଜଗତର ବିଚାରକର୍ତ୍ତାଭାବେ ମନୋନୀତ ତାଙ୍କର କରିଅଛନ୍ତି[୧୭:୩୧]।

Acts 17:32

ଯେତେବେଳେ ପାଉଲ ମୃତଙ୍କର ପୁନରୁତ୍‌ଥାନ ବିଷୟରେ କହୁଥିବାର ସେମାନେ ଶୁଣିଲେ ଅଳ୍ପ ଲୋକ କ'ଣ କଲେ, ପୁଣି ଅଳ୍ପ ଲୋକ କ'ଣ କଲେ?

ଅଳ୍ପ ଲୋକ ପାଉଲଙ୍କୁ ପରିହାସ କଲେ ଯେତେବେଳେ ସେମାନେ ମୃତକମାନଙ୍କର ପୁନରୁତ୍‌ଥାନ କହିବା ବିଷୟରେ ତାଙ୍କଠାରୁ ଶୁଣିଲେ[୧୭:୩୨]।

ପାଉଲ ଯାହା କହିଲେ ସେଠାରେ କେହି ବିଶ୍ଵାସ କଲେ କି ?

ହଁ,ନିର୍ଦ୍ଦିଷ୍ଟ ଲୋକ ପାଉଲଙ୍କୁ ବିଶ୍ଵାସ କଲେ ପୁଣି ସେମାନଙ୍କ ସହ ଅନ୍ୟ କେତେକ[୧୭:୩୪]।


Chapter 18

1 ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀରୁ ପ୍ରସ୍ଥାନ କରି କରିନ୍ଥକୁ ଆସିଲେ । 2 ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୂଦୀଙ୍କ ଦେଖାପାଇଲେ, ପନ୍ତ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୂଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ । ସେ ସେମାନଙ୍କ ସହିତ ସାକ୍ଷାତ୍ କରିବାକୁ ଗଲେ, 3 ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ । 4 ପୁଣି, ପ୍ରତି ବିଶ୍ରାମବାରରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୂଦୀ ଓ ଗ୍ରୀକ୍ ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ । 5 ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୂଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ । 6 କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୂଦୀମାନଙ୍କ ନିକଟକୁ ଯିବି । 7 ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତୀତସ୍ ଯୂସ୍ତ ନାମକ ଜଣେ ଈଶ୍ୱରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା । 8 କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ । 9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, "ଭୟ କର ନାହିଁ, ନୀରବ ନ ରହି କଥା କୁହ, 10 କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ, କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି ।" 11 ପୁଣି, ସେ ସେମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ । 12 କିନ୍ତୁ ଗାଲ୍ଲିୟୋନ୍ ଆଖାୟାର ଶାସନକର୍ତ୍ତା ଥିବା ସମୟରେ ଯିହୂଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ, 13 ଏହି ଲୋକଟା ମୋଶାଙ୍କ ବ୍ୟବସ୍ଥାର ବିପରୀତ ଭାବରେ ଈଶ୍ୱରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ବାଧ୍ୟ କରେ । 14 କିନ୍ତୁ ପାଉଲ ମୁଖ ଫିଟାଇ କଥା କହିବାକୁ ଉଦ୍ୟତ ହୁଅନ୍ତେ, ଗାଲ୍ଲୀୟୋନ୍ ଯିହୂଦୀମାନଙ୍କୁ କହିଲେ, କୌଣସି ପ୍ରକାର ଅନ୍ୟାୟ ବା ଦୁଷ୍କର୍ମ ଯଦି ହୋଇଥାନ୍ତା, ତେବେ, ହେ ଯିହୂଦୀମାନେ, ଧିର ହୋଇ ତୁମ୍ଭମାନଙ୍କର କଥା ଶୁଣିବା ଯୁକ୍ତିସଙ୍ଗତ ହୋଇଥାନ୍ତା, 15 ମାତ୍ର ଯଦି ଏହି ସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ମୋଶାଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହି ସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ । 16 ପୁଣି, ସେ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡ଼ିଦେଲେ । 17 ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥୋନାଙ୍କୁ ଧରି ବିଚାରାସନ ସମ୍ମୁଖରେ ପ୍ରହାର କରିବାକୁ ଲାଗିଲେ; କିନ୍ତୁ ଗାଲ୍ଲିୟୋନ୍ ସେହି ସମସ୍ତ ବିଷୟରେ ଦୃଷ୍ଟି କଲେ ନାହିଁ ।

18 ଏହା ଉତ୍ତାରେ ପାଉଲ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସିରିୟାକୁ ଯାତ୍ରା କଲେ । ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାଙ୍କ ସାଙ୍ଗରେ ଗଲେ; ତାଙ୍କର ଗୋଟିଏ ମାନତ ଥିବାରୁ ସେ କେଙ୍କ୍ରେୟାରେ ଆପଣା ମସ୍ତକ ମୁଣ୍ଡନ କରାଇଲେ । 19 ପରେ ସେମାନେ ଏଫିସକୁ ଆସିଲେ, ପୁଣି, ସେ ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୂଦୀମାନଙ୍କୁ ଉପଦେଶ ଦେଲେ । 20 ପୁଣି, ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ଏକମତ ହେଲେ ନାହିଁ, 21 ମାତ୍ର ସେମାନଙ୍କଠାରୁ ବିଦାୟ ଘେନି କହିଲେ, ଈଶ୍ୱରଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି, ସେ ଏଫିସରୁ ପ୍ରସ୍ଥାନ କଲେ । 22 କାଇସରିୟାରେ ପହଞ୍ଚି ସେ ଜାହାଜରୁ ଓହ୍ଲାଇଲେ, ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ । 23 ସେ ସ୍ଥାନରେ କେତେକ ସମୟ ରହିଲା ପରେ ସେ ପ୍ରସ୍ଥାନ କଲେ, ପୁଣି, କ୍ରମାନ୍ୱୟେ ଗାଲାତୀୟ ଅଞ୍ଚଳ ଓ ଫ୍ରୁଗିଆ ଦେଇ ଯାତ୍ରା କରୁ କରୁ ଶିଷ୍ୟସମସ୍ତଙ୍କୁ ସୁସ୍ଥିର କରୁଥିଲେ ।

24 ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୂଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ ଆଲେକ୍‌ଜାଣ୍ଡ୍ରିଆ; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ । 25 ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ପୁଣି, ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମରୂପେ କହି ଶିକ୍ଷା ଦେଉଥିଲେ, କିନ୍ତୁ ସେ କେବେଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ; 26 ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ । କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ୱରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ । 27 ସେ ଆଖାୟା ଦେଶକୁ ଯିବା ପାଇଁ ଇଚ୍ଛା କରିବାରୁ ଭାଇମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ । ସେ ସେଠାରେ ଉପସ୍ଥିତ ହୋଇ, ଯେଉଁମାନେ ବିଶ୍ୱାସ କରିଥିଲେ, ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କର ବହୁତ ଉପକାର କଲେ, 28 କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଧର୍ମଶାସ୍ତ୍ର ଦ୍ୱାରା ପ୍ରମାଣ କରି ସେ ପ୍ରକାଶରେ ଶକ୍ତି ସହିତ ଯିହୂଦୀମାନଙ୍କର ଯୁକ୍ତିସବୁ ଖଣ୍ଡନ କରିବାକୁ ଲାଗିଲେ ।



Translation Questions

Acts 18:1

ଆପଣାକୁ ସାହାଯ୍ୟ କରିବାକୁ ପାଉଲ କ'ଣ କାର୍ଯ୍ୟ କଲେ?

ଆପଣାକୁ ସାହାଯ୍ୟ କରିବାକୁ ପାଉଲ ତମ୍ବୁ ନିର୍ମାଣକାରୀଭାବେ କାର୍ଯ୍ୟ କଲେ[୧୮:୩]।

Acts 18:4

କରିନ୍ଥରେ ପାଉଲ ଯିହୁଦୀମାନଙ୍କୁ କ'ଣ ସାକ୍ଷ୍ୟ ଦେଲେ?

ଯୀଶୁ ଯେ ଖ୍ରୀଷ୍ଟ ଥିଲେ ଏହା ଯିହୁଦୀମାନଙ୍କୁ ପାଉଲ ସାକ୍ଷ୍ୟ ଦେଲେ[୧୮:୫]।

ଯେତେବେଳେ ଯିହୁଦୀମାନେ ପାଉଲଙ୍କୁ ଆଗ୍ରହ୍ୟ କଲେ,ସେତେବେଳେ ସେ କ'ଣ କଲେ?

ପାଉଲ ଯିହୁଦୀମାନଙ୍କ ସେମାନଙ୍କର ରକ୍ତ ସେମାନଙ୍କର ମସ୍ତକ ଉପରେ ବର୍ଷୁ ବୋଲି କହିଲେ ପୁଣି ତା'ପରେ ସେ ଯିହୁଦୀମାନଙ୍କ ନିକଟକୁ ଗଲେ[୧୮:୬]।

Acts 18:9

କରନ୍ଥୀଠାରୁ ପାଉଲ କେଉଁ ଉତ୍ସାହିତ ଗ୍ରହଣ କଲେ?

ପ୍ରଭୁ ନିରନ୍ତର ପାଉଲଙ୍କୁ କହିବାକୁ ଲାଗିଲେ, କାରଣ ସେଠାରେ କେହି ତାହାକୁ ଆଘାତ କରି ନ ଥାନ୍ତେ[୧୮:୯-୧୦]।

Acts 18:12

ପାଉଲଙ୍କ ବିରୁଦ୍ଧରେ ଯିହୁଦୀମାନେ କେଉଁ ନିନ୍ଦା ଶାସନକର୍ତ୍ତା ପାଖକୁ ଆଣିଲେ?

ବ୍ୟବସ୍ଥାର ବିପରୀତ ଭାବରେ ଉପାସନା କରିବାକୁ ଶିକ୍ଷା ଦେଉଛି କହି ଯିହୁଦୀମାନେ ପାଉଲଙ୍କୁ ନିନ୍ଦା କଲେ[୧୮:୧୨-୧୩]।

Acts 18:14

କିପରି ଶାସନକର୍ତ୍ତା ପାଉଲଙ୍କ ବିରୁଦ୍ଧରେ ଯିହୁଦୀମାନଙ୍କର ନିନ୍ଦାକୁ ଉତ୍ତର ଦେଲେ?

ଶାସନକର୍ତ୍ତା କହିଲେ ସେ ଯିହୁଦୀମାନଙ୍କ ବ୍ୟବସ୍ଥା ସମ୍ଵନ୍ଧୀୟ ବିଚାରକର୍ତ୍ତା ହେବାକୁ ସେ ଇଛା କଲେ ନାହିଁ[୧୮:୧୫]।

Acts 18:18

କେଉଁ ସ୍ଵାମୀ ଓ ସ୍ତ୍ରୀ ପାଉଲଙ୍କ ସହ ଏଫିସକୁ ଯାତ୍ରା କଲେ?

ପ୍ରୀସ୍କିଲ୍ଲା ଓ ଆକ୍ୱିଲା ପାଉଲଙ୍କ ସହ ଏଫିସକୁ ଯାତ୍ରା କଲେ[୧୮:୧୮-୧୯]।

Acts 18:22

ଏଫିସରୁ ପ୍ରସ୍ଥାନ କଲା ପରେ କେଉଁ ଦୁଇ ସ୍ଥାନକୁ ପାଉଲ ଗେଲେ?

ଏଫିସରୁ ପ୍ରସ୍ଥାନ କଲା ପରେ ପାଉଲ ଯିରୂଶାଲମକୁ ଯାତ୍ରା କଲେ ତା'ପରେ ଅନ୍ତିୟଖିଆକୁ[୧୮:୨୨]।

Acts 18:24

ଆପଲ୍ଲ କେଉଁ ଶିକ୍ଷାକୁ ସଠିକ ଭାବରେ ବୁଝିଲେ, ପୁଣି କେଉଁ ଶିକ୍ଷାରେ ତା'ଙ୍କୁ ଅଧିକ ସୂଚନାର ଆବଶ୍ୟକତା ଥିଲେ?

ଆପଲ୍ଲ ଯୀଶୁଙ୍କ ବିଷୟରେ ଶିକ୍ଷାକୁ ସଠିକ ଭାବରେ ବୁଝିଲେ, କିନ୍ତୁ ସେ କେବଳ ଯୋହନଙ୍କର ବାପ୍ତିସ୍ମ ଜାଣିଥିଲେ[୧୮:୨୫]।

ପ୍ରୀସ୍କିଲ୍ଲା ଓ ଆକ୍ୱିଲା ଆପଲ୍ଲଙ୍କ ନିମନ୍ତେ କ'ଣ କଲେ?

ପ୍ରୀସ୍କିଲ୍ଲା ଓ ଆକ୍ୱିଲା ଆପଲ୍ଲଙ୍କ ସହିତ ବନ୍ଧୁ ହେଲେ ଏବଂ ଅଧିକ ସଠିକ ଭାବରେ ଈଶ୍ଵରଙ୍କ ମାର୍ଗ ବିଷୟରେ ତା'ଙ୍କୁ ସ୍ପଷ୍ଟ କଲେ[୧୮:୨୬]।

Acts 18:27

ଆପଲ୍ଲ ତାଙ୍କର ସ୍ପଷ୍ଟ ଭାଷଣ ପୁଣି ଶାସ୍ତ୍ର ଜ୍ଞାନ ସହ କ'ଣ କରିବାକୁ ସକ୍ଷମ ଥିଲେ?

ଯୀଶୁ ଯେ ଖ୍ରୀଷ୍ଟ ଥିଲେ ଏହା ଦେଖାଇ ଆପଲ୍ଲ ଯିହୁଦୀମାନଙ୍କର ଯୁକ୍ତି ସମୂହକୁ ଖଣ୍ଡନ କରିବାରେ ସକ୍ଷମ ଥିଲେ[୧୮:୨୮]।


Chapter 19

1 ଆପଲ୍ଲ କରିନ୍ଥରେ ଥିବା ସମୟରେ ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ । 2 ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କ'ଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣିନାହୁଁ । 3 ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ । 4 ସେଥିରେ ପାଉଲ କହିଲେ, ଯୋହନ ମନପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ । 5 ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ, 6 ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ । 7 ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ । 8 ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ । 9 କିନ୍ତୁ ସେତେବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ଏହି ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ, ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ । 10 ଏହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା; ସେଥିରେ ଆସିଆ ନିବାସୀ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ ।

11 ପୁଣି, ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ, 12 ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦଆତ୍ମାଗୁଡ଼ାକ ବାହାରିଯାଉଥିଲେ । 13 କିନ୍ତୁ ଭ୍ରମଣକାରୀ ଯିହୂଦୀୟ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି । 14 ପୁଣି, ସ୍କେବା ନାମକ ଜଣେ ଯିହୂଦୀୟ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ । 15 ସେଥିରେ ମନ୍ଦଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁଁ; ମାତ୍ର ତୁମ୍ଭେମାନେ କିଏ ? 16 ସେତେବେଳେ ମନ୍ଦଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡ଼ି ସେ ଦୁଇ ଜଣଙ୍କୁ ପରାସ୍ତ କରି ସେମାନଙ୍କୁ ଏପରି ଆଘାତ କଲା ଯେ, ସେମାନେ ଉଲଙ୍ଗ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ। 17 ଏହି କଥା ଏଫିସ ନିବାସୀ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ଜାଣିଲେ । ସେଥିରେ ସମସ୍ତେ ଭୀତ ହେଲେ, ଆଉ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେବାକୁ ଲାଗିଲା । 18 ପୁଣି, ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣା କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ, 19 ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେ ସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ଟଙ୍କା ବୋଲି ଦେଖିଲେ । 20 ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା ।

21 ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମକୁ ଯିବାକୁ ମନରେ ସ୍ଥିର କରି କହିଲେ, ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ । 22 ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଆସିଆରେ ରହିଲେ । 23 ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା । 24 କାରଣ ଦୀମିତ୍ରୀୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି, ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା । 25 ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି; 26 ଆଉ ହାତ ତିଆରି ଦେବତାମାନେ ଈଶ୍ୱର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଆସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି । 27 ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଆସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି । 28 ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି । 29 ଏଥିରେ ନଗରଟି ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଅାର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ । 30 ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ । 31 ଆଉ ଆସିଅାର ପ୍ରଧାନ କର୍ମଚାରୀମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୁରୋଧ କଲେ । 32 ସେତେବେଳେ କେହି କେହି ଏକଥା, କେହି କେହି ବା ସେ କଥା କହି ଚିତ୍କାର କରୁଥିଲେ, କାରଣ ସଭା ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଥିଲା, ଆଉ ସେମାନେ ଯେ କାହିଁକି ଏକତ୍ର ହୋଇଅଛନ୍ତି, ତାହା ଅଧିକାଂଶ ଜାଣି ନ ଥିଲେ । 33 ଆଉ ଯିହୂଦୀମାନେ ଆଲେକ୍‌ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍‌ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା । 34 କିନ୍ତୁ ସେ ଜଣେ ଯିହୂଦୀ ବୋଲି ଯେତେବେଳେ ସେମାନେ ଜାଣିଲେ, ସେତେବେଳେ ସମସ୍ତେ ଏକସ୍ୱରରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି । 35 ପରେ ନଗରବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ ? 36 ଅତଏବ ଏହି ସବୁ କଥା ଅଖଣ୍ଡନୀୟ ହେବାରୁ ତୁମ୍ଭମାନଙ୍କର ଶାନ୍ତ ହେବା ଓ ଅବିବେଚନା ରେ କୌଣସି କର୍ମ ନ କରିବା ଉଚିତ । 37 କାରଣ ଏହି ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଘେନି ଆସିଅଛ, ଏମାନେ ତ ମନ୍ଦିର ଲୁଣ୍ଠନକାରୀ ନୁହଁନ୍ତି, କିମ୍ବା ଆମ୍ଭମାନଙ୍କ ଦେବୀଙ୍କ ନିନ୍ଦକ ନୁହଁନ୍ତି । 38 ଏଣୁ ଯଦି କାହାରି ବିରୁଦ୍ଧରେ ଦୀମିତ୍ରୀୟର ଓ ତାହାର ସଙ୍ଗୀ ଶିଳ୍ପକରମାନଙ୍କର କୌଣସି କଥା ଥାଏ , ତାହାହେଲେ ବିଚାରାଳୟ ଉନ୍ମୁକ୍ତ ଅଛି ଓ ଶାସନକର୍ତ୍ତାମାନେ ଅଛନ୍ତି; ସେମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରନ୍ତୁ । 39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ । 40 କାରଣ ପ୍ରକୃତରେ ଆଜିର ଗଣ୍ଡଗୋଳ ଘେନି ଆମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ ହେବାର ଆଶଙ୍କା ଅଛି; ଆମ୍ଭେମାନେ ଏହି ଗଣ୍ଡଗୋଳର କୌଣସି କାରଣ ଦେଖାଇ ପାରିବୁ ନାହିଁ । 41 ଏହା କହି ସେ ସଭାସ୍ଥ ସମସ୍ତଙ୍କୁୁ ବିଦାୟ ଦେଲେ ।



Translation Questions

Acts 19:1

ଏଫିସରେ ପାଉଲ ସାକ୍ଷାତ କରିଥିବା ଶିଷ୍ୟମାନେ କେଉଁ ବିଷୟରେ ଶୁଣି ନ ଥିଲେ ଯେତେବେଳେ ସେମାନେ ବିଶ୍ଵାସ କଲେ?

ପବିତ୍ର ଆତ୍ମାଙ୍କ ବିଷୟରେ ଶିଷ୍ୟମାନେ ଶୁଣି ନ ଥିଲେ[୧୯:୨]।

Acts 19:3

ଯୋହନଙ୍କ ବାପ୍ତିସ୍ମ କେଉଁ ବାପ୍ତିସ୍ମ ଥିଲା?

ଯୋହନଙ୍କ ବାପ୍ତିସ୍ମ ମନପରିବର୍ତ୍ତନର ବାପ୍ତିସ୍ମ ଥିଲା[୧୯:୪]।

କାହା ଉପରେ ବିଶ୍ଵାସ କରିବାକୁ ଯୋହନ ଲୋକମାନଙ୍କୁ କହିଲେ?

ତା'ଙ୍କ ପରେ ଯିଏ ଆସିବେ ତାହାଙ୍କ ଉପରେ ବିଶ୍ଵାସ କରିବାକୁ ଯୋହନ ଲୋକମାନଙ୍କୁ କହିଲେ [୧୯:୪]।

Acts 19:5

କେଉଁ ନାମରେ ପାଉଲ ଏଫିସରେ ଶିଷ୍ୟମାନଙ୍କୁ ବାପ୍ତିସ୍ମ ଦେଲେ?

ପ୍ରଭୁ ଯୀଶୁଙ୍କ ନାମରେ ପାଉଲ ସେମାନଙ୍କୁ ବାପ୍ତିସ୍ମ ଦେଲେ[୧୯:୫]।

ସେମାନେ ବାପ୍ତିସ୍ମ ହେଲା ପରେ ସେହି ଲୋକଙ୍କ ସହ କ'ଣ ହେଲା, ଯେତେବେଳେ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କଲେ?

ପବିତ୍ର ଆତ୍ମସେମାନଙ୍କ ଉପରେ ଅବତରଣ କଲେ ଏବଂ ସେମାନେ ଅନ୍ୟ ଭାଷାରେ କଥା କହିଲେ ଓ ଭାବବାଣୀ କହିଲେ[୧୯:୬]।

Acts 19:8

ଯେତେବେଳେ କେତେକ ଏଫିସର ଯିହୁଦୀମାନେ ଯୀଶୁଙ୍କ ମାର୍ଗ ବିଷୟରେ ମନ୍ଦ କହିବା ଆରମ୍ଭ କଲେ ସେତେବେଳେ ପାଉଲ କ'ଣ କଲେ?

ପାଉଲ ବିଶ୍ଵାସୀମାନଙ୍କ ସହ ପୃଥକ ହୋଇ ତୁରାନ୍ନରବିଦ୍ୟାଳୟରେ ଉପଦେଶ ଦେବାକୁ ଆରମ୍ଭ କଲେ[୧୯:୯]।

Acts 19:11

ପାଉଲଙ୍କ ହସ୍ତ ଦ୍ଵାରା ପରମେଶ୍ଵର କେଉଁ ସ୍ଵତନ୍ତ୍ର ଆଶ୍ଚର୍ଯ୍ୟ କର୍ମ କଲେ?

ଯେତେବେଳେ ରୁମାଲ ଏବଂ ଗାମୁଛା ପାଉଲଙ୍କଠାରୁ ଦିଆଗଲା, ଲୋକମାନେ ସୁସ୍ଥ ହେଲେ ପୁଣି ଦୁଷ୍ଟ ଆତ୍ମଗୁଡିକ ବାହାରିଗଲା[୧୯:୧୨]।

Acts 19:15

ଯେତେବେଳେ ସାତ ଯିହୁଦୀ ରୁଢୀୟାମାନେ ଯୀଶୁଙ୍କ ନାମ ଉଚ୍ଚାରଣ କରି ଦୁଷ୍ଟ ଆତ୍ମାଙ୍କୁ ବାହାର କରିବାକୁ ଚେଷ୍ଟା କଲେ ସେତେବେଳେ କ'ଣ ହେଲା?

ଦୁଷ୍ଟ ଆତ୍ମସେମାନଙ୍କୁ ଅଘାତ କଲା ପୁଣି ସେମାନେ ଉଲଙ୍ଗ ଓ କ୍ଷତବିକ୍ଷତ ହୋଇ ବାହାରି ପଳାଇଗଲେ[୧୯:୧୬]।

Acts 19:18

ଏଫିସରେ ଯେଉଁମାନେ ଯାଦୁକ୍ରିୟା କରୁଥିଲେ କ'ଣ କଲେ?

ଯାଦୁକ୍ରିୟା କରୁଥିବା ଅନେକ ସେମାନଙ୍କର ପୁସ୍ତକଗୁଡିକୁ ସମସ୍ତଙ୍କ ସାକ୍ଷାତରେ ପୋଡି ପକାଇଲେ[୧୯:୧୯]।

Acts 19:21

ଯିରୂଶାଲମକୁ ଗଲା ପରେ ପାଉଲ କେଉଁଠାକୁ ସେ ଯିବେ ବୋଲି କହିଲେ ?

ପାଉଲ କହିଲେ ସେ ଯିରୂଶାଲମ ଗଲା ପରେ ସେ ରୋମକୁ ଯିବେ [୧୯:୨୧]।

Acts 19:26

କେଉଁ ବିଷୟରେ ସ୍ଵର୍ଣ୍ଣକାର ଦୀମୀତ୍ରିୟ ଅନ୍ୟ କର୍ମୀମାନଙ୍କୁ ବ୍ୟକ୍ତ କଲେ ?

ହସ୍ତନିର୍ମିତ ଦେବତାମାନେ ଈଶ୍ୱର ନୁହନ୍ତି ବୋଲି କହି ପାଉଲ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଏବଂ ଆର୍ତ୍ତେମୀଙ୍କୁ ନଗଣ୍ୟ ହୋଇପଡ଼ିବାର ଆଶଙ୍କା ଅଛି ବୋଲି ଦୀମୀତ୍ରିୟ ଚିନ୍ତିତ ଥିଲେ[୧୯:୨୬]।

Acts 19:28

ଦୀମୀତ୍ରିୟଙ୍କ ବିଷୟକୁ କିପରି ଲୋକମାନେ ପ୍ରତିକ୍ରିୟା କଲେ?

ଲୋକମାନେ କ୍ରୋଧିତ ହେଲେ ଏବଂ ଚିତ୍କାର କରି କହିବାକୁ ଲାଗିଲେ ଆର୍ତ୍ତେମୀ ମହାଦେବୀ ଅଟନ୍ତି, ପୁଣି ସାରା ନଗରଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା[୧୯:୨୮-୨୯]।

Acts 19:30

କାହିଁକି ପାଉଲ ଲୋକସମୂହକୁ କହିଲେ ନାହିଁ ଯଦିଓ ସେ ଇଚ୍ଛା କଲେ?

ଶିଷ୍ୟମାନେ ପୁଣି କିଛି କର୍ମଚାରୀମାନେ ଲୋକସମୂହକୁ କହିବାକୁ ଅନୁମତି ଦେଲେ ନାହିଁ[୧୯:୩୦-୩୧]।

Acts 19:38

ନଗରକର୍ତ୍ତା ଲୋକମାନଙ୍କୁ ଗଣ୍ଡଗୋଳ କରିବା ବଦଳରେ କ'ଣ କରିବାକୁ କହିଲେ ?

ନଗରକର୍ତ୍ତା ଲୋକମାନଙ୍କୁ ସେମାନଙ୍କର ନିନ୍ଡାକୁ ବିଚାରଳୟକୁ ଆଣିବାକୁ କହିଲେ[୧୯:୩୮]।

ଲୋକମାନେ କେଉଁ ଆଶଙ୍କାରେ ଥିଲେ ବୋଲି ନଗରକର୍ତ୍ତା କହିଲେ?

ନଗରକର୍ତ୍ତା କହିଲେ ଲୋକମାନେ ଗଣ୍ଡଗୋଳ ନିମନ୍ତେ ଅଭିଯୋଗ ହେବାର ଆଶଙ୍କା ଥିଲା, ପୁଣି ସ୍ପଷ୍ଟୀକରଣ ପାଇଁ ସେଠାରେ କିଛି କାରଣ ନ ଥିଲା[୧୯:୪୦]।


Chapter 20

1 ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ 2 ସେହି ସମସ୍ତ ଅଞ୍ଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉତ୍ସାହ ଦେବା ପରେ ଗ୍ରୀସ୍‍କୁ ଆସିଲେ । 3 ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୂଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ । 4 ଆଉ, ବେରିୟାନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀୟମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଆସିଆର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ । 5 ଏମାନେ ସମସ୍ତେ ପ୍ରଥମରେ ଯାଇ ତ୍ରୟାରେ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ । 6 ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ ।

7 ଆମ୍ଭେମାନେ ସପ୍ତାହର ପ୍ରଥମ ଦିନରେ ଯେତେବେଳେ ରୁଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲେ, ପାଉଲ ସେତେବେଳେ ଆରଦିନ ଯିବେ ବୋଲି ଉଦ୍ୟତ ହେଉଥିବାରୁ, ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ମଧ୍ୟରାତ୍ର ଯାଏ ଦୀର୍ଘ ଭାଷଣ ଦେଲେ । 8 ଯେଉଁ ଉପର କୋଠରୀରେ ଆମ୍ଭେମାନେ ଏକତ୍ର ହୋଇଥିଲୁ, ସେ ସ୍ଥାନରେ ଅନେକ ଦୀପ ଥିଲା । 9 ଆଉ, ଝରକା ଉପରେ ଇଉତୁଖ ନାମକ ଜଣେ ଯୁବା ଲୋକ ବସିଥିଲା, ତାହାକୁ ଭାରୀ ନିଦ ଲାଗୁଥିଲା; ପୁଣି, ପାଉଲ ଆହୁରି ଦୀର୍ଘ ଉପଦେଶ କରିବାରୁ ସେ ନିଦ୍ରା ମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା, ଆଉ ତାହାକୁ ଉଠାଇଲା ବେଳକୁ, ସେ ମୃତ ବୋଲି ଜଣାଗଲା । 10 ପାଉଲ ସେଥିରେ ତଳକୁ ଓହ୍ଲାଇ ଆସି ତାହା ଉପରେ ପଡି ତାହାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି । 11 ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ । 12 ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସ ପାଇଲେ । 13 କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍‌କୁ ଯାତ୍ରା କଲୁ, ସେଠାରୁ ପାଉଲକୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ । 14 ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍‌ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀକୁ ଆସିଲୁ, 15 ଆଉ ସେହି ସ୍ଥାନରୁ ଜାହାଜ ଫିଟାଇ ଆମ୍ଭେମାନେ ପରଦିନ ଖୀୟସ୍ ସମ୍ମୁଖରେ ଉପସ୍ଥିତ ହେଲୁ, ଦ୍ୱିତୀୟ ଦିନରେ ଜାହାଜ ସାମରେ ଲଗାଇଲୁ ଓ ଆରଦିନ ମୀଲୀତରେ ପହଞ୍ଚିଲୁ । 16 କାରଣ ପାଉଲଙ୍କ ଆସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଯିରୁଶାଲମରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ ।

17 ମୀଲୀତରୁ ସେ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ । 18 ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କୁ କହିଲେ, ଆସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି, 19 ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୂଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହି ସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି, 20 କିପରି କୌଣସି ହିତକର ବିଷୟ ତୁମ୍ଭମାନଙ୍କ ପାଖରେ ଜଣାଇବାକୁ ପୁଣି, ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ 21 ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ବିଷୟରେ ଯିହୂଦୀ ଓ ଗ୍ରୀକ୍‌ମାନଙ୍କ ପାଖରେ ସାକ୍ଷ୍ୟ ଦେଉଥିଲି,ତାହା ତୁମ୍ଭେମାନେ ଜାଣ । 22 ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କ'ଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ; 23 ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି 24 କିନ୍ତୁ ମୁଁ ଯେପରି ମୋହର ନିରୁପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରି ପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି । 25 ପୁଣି, ଏବେ ଦେଖ, ଯେଉଁମାନଙ୍କ ମଧ୍ୟରେ ମୁଁ ଈଶ୍ୱରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ, ଆଉ ମୋହର ମୁଖ ଦେଖିବ ନାହିଁ ବୋଲି ମୁଁ ଜାଣେ । 26 ଏ ହେତୁରୁ ମୁଁ ଯେ ପ୍ରତ୍ୟେକଙ୍କ ରକ୍ତର ଦାୟିତ୍ୱରୁ ମୁକ୍ତ, ମୁଁ ଆଜି ଏହି ସାକ୍ଷ୍ୟ ତୁମ୍ଭମାନଙ୍କୁ ଦେଉଅଛି । 27 ମୁଁ ଈଶ୍ୱରଙ୍କ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ପଛେଇ ଯାଇ ନ ଥିଲି । 28 ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ୱର ଆପଣା ନିଜ ରକ୍ତରେ କିଣିଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ । 29 ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ, 30 ପୁଣି, ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ । 31 ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ ବନ୍ଦ କରି ନ ଥିଲି, ଏହା ମନେ ପକାଅ । 32 ମୁଁ ଏବେ ତୁମ୍ଭମାନଙ୍କୁ ଈଶ୍ୱରଙ୍କଠାରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଅଛି, ସେ ତୁମ୍ଭମାନଙ୍କୁ ନିଷ୍ଠାବାନ କରିବା ନିମନ୍ତେ ଓ ପବିତ୍ରୀକୃତ ସମସ୍ତଙ୍କ ମଧ୍ୟରେ ଅଧିକାର ଦେବା ନିମନ୍ତେ ସମର୍ଥ ଅଟନ୍ତି । 33 ମୁଁ କାହାରି ରୁପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି । 34 ମୋର ଏହି ହାତ ଦୁଇଟି ଯେ ମୋହର ଓ ମୋ ସଙ୍ଗୀମାନଙ୍କର ଅଭାବ ପୁରଣ ନିମନ୍ତେ ସେବା କରି ଆସୁଛି, ନିଜେ ଏହା ତୁମ୍ଭେମାନେ ଜାଣ । 35 ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳ ମାନଙ୍କୁ ସାହାଯ୍ୟ କରିବା, ପୁଣି, "ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ", ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି । 36 ଏହି ସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ, । 37 ଆଉ ସେମାନେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ, 38 ସେମାନେ ତାହାଙ୍କ ମୁଖ ପୁଣି, ଆଉ ଥରେ ଦେଖିବେ ନାହିଁ ବୋଲି ପାଉଲ ଯେ କଥା କହିଥିଲେ, ସେଥିପାଇଁ ବିଶେଷରୂପେ ଦୁଃଖ କଲେ । ପରେ ସେମାନେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଘେନିଗଲେ ।



Translation Questions

Acts 20:7

ସପ୍ତାହର କେଉଁ ଦିନ ପାଉଲ ଓ ବିଶ୍ଵାସୀମାନେ ରୋଟୀ ଭାଙ୍ଗିବାକୁ ଏକତ୍ରୀତ ହେଲେ?

ସପ୍ତାହର ପ୍ରଥମ ଦିନ ପାଉଲ ଓ ବିଶ୍ଵାସୀମାନେ ରୋଟୀ ଭାଙ୍ଗିବାକୁ ଏକତ୍ରୀତ ହେଲେ[୨୦:୭]।

Acts 20:9

ଯେତେବେଳେ ପାଉଲ କହୁଥିଲେ, ଯେଉଁ ଯୁବକ ଝରକା ଦେଇ ପଡିଗଲେ ତା'ଙ୍କୁ କ'ଣ ହେଲା?

ଯୁବକ ବ୍ୟକ୍ତି ଯେ ତୃତୀୟ ମହଲାରୁ ତଳେ ପଡିଲା ତା'ଙ୍କୁ ଉଠାଇବା ବେଳକୁ ସେ ମୃତ ଜଣାଗଲା, କିନ୍ତୁ ପାଉଲ ତା'ଙ୍କ ଉପରେ ପ୍ରସାରିତ ହେଲେ ଏବଂ ସେ ପୁଣି ଜୀବନ ପାଇଲେ[୨୦:୯-୧୦]।

Acts 20:15

କାହିଁକି ପାଉଲ ଯିରୂଶାଲମକୁ ଯିବାକୁ ତରବରିଆ ହୋଇଥିଲେ?

ପେଣ୍ଟିକଷ୍ଟ ଦିନରେ ଯିରୂଶାଲମରେ ଉପସ୍ଥିତ ହେବା ପାଇଁ ପାଉଲ ଚଞ୍ଚଳ ହେଉଥିଲେ[୨୦:୧୬]।

Acts 20:17

ଏସିଆରେ ସେ ପାଦ ରଖିବାଠାରୁ କେଉଁ ବିଷୟରେ ପାଉଲ ଉଭୟ ଯିହୁଦୀ ଓ ଗ୍ରୀକ୍‌ମାନଙ୍କୁ ସଚେତନ କଲେ ବୋଲି କହିଲେ ?

ପରମେଶ୍ଵରଙ୍କ ପ୍ରତି ମନପରିବର୍ତ୍ତନ, ପୁଣି ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ ବିଷୟରେ ସେ ଉଭୟ ଯିହୁଦୀ ଓ ଗ୍ରୀକ୍‌ମାନଙ୍କୁ ସଚେତନ କଲେ ବୋଲି କହିଲେ [୨୦:୧୮,୨୦,୨୧]।

Acts 20:22

ଯେପରି ସେ ଯିରୂଶାଲମ ଆଡକୁ ଯାତ୍ରା କଲେ କେଉଁ ବିଷୟରେ ପବିତ୍ର ଆତ୍ମପାଉଲଙ୍କୁ ପ୍ରତ୍ୟେକ ନଗରରେ ସାକ୍ଷ୍ୟ ଦେଉଥିଲେ?

ପବିତ୍ର ଆତ୍ମପାଉଲଙ୍କୁ ପ୍ରତ୍ୟେକ ନଗରରେ ସାକ୍ଷ୍ୟ ଦେଉଥିଲେ ଯେ ବନ୍ଧନ ଓ କ୍ଲେଶ ତା'ଙ୍କ ପାଇଁ ରହିଅଛି[୨୦:୨୩]।

ପ୍ରଭୁ ଯୀଶୁଙ୍କଠାରେ ପାଉଲ କେଉଁ ସେବା ପାଇଲେ?

ପରମେଶ୍ଵରଙ୍କ ଅନୁଗ୍ରହର ସୁସମାଚାରର ସାକ୍ଷୀହେବା ପାଉଲଙ୍କ ସେବା ଥିଲା[୨୦:୨୪]।

Acts 20:25

ସେ କୌଣସି ମଣିଷର ରକ୍ତର ନିର୍ଦୋଷ ଥିଲେ ବୋଲି କାହିଁକି ପାଉଲ କହିଲେ ?

ପାଉଲ କହିଲେ ଯେ ସେ ସେମାନଙ୍କର ରକ୍ତର ନିର୍ଦୋଷ ଥିଲେ ବୋଲି ଯେହେତୁ ସେ ସେମାନଙ୍କୁ ପରମେଶ୍ଵରଙ୍କ ସମସ୍ତ ସଂକଳ୍ପ ଜଣାଇଥିଲେ[୨୦:୨୭]।

Acts 20:28

ପାଉଲ ଏଫିସୀୟ ପ୍ରାଚୀନମାନଙ୍କୁ ତାହାର ପ୍ରସ୍ଥାନ ପରେ ଯତ୍ନ ପୂର୍ବକ କ'ଣ କରିବାକୁ ଆଜ୍ଞା ଦେଲେ?

ପାଉଲ ପ୍ରାଚୀନମାନଙ୍କୁ ପଲର ଯତ୍ନ ପୂର୍ବକ ପ୍ରତିପାଳନ କରିବା ନିମନ୍ତେ ଆଜ୍ଞା ଦେଲେ[୨୦:୨୮]।

ପାଉଲ ତାଙ୍କରି ପ୍ରସ୍ଥାନ ପରେ ଏଫିସୀୟ ପ୍ରାଚୀନମାନଙ୍କ ମଧ୍ୟରେ କ'ଣ ଘଟିପାରେ ବୋଲି କହିଲେ ?

ପ୍ରାଚୀନମାନଙ୍କ ମଧ୍ୟରୁ କେତେକ ଶିଷ୍ୟମାନଙ୍କୁ ସେମାନଙ୍କ ପଛେ ପଛେ ଟାଣି ନେବା ନିମନ୍ତେ ବିପରୀତ କଥା କହିପାରନ୍ତି ବୋଲି ପାଉଲ କହିଲେ [୨୦:୩୦]।

Acts 20:31

ପାଉଲ ଏଫିସୀୟ ପ୍ରାଚୀନମାନଙ୍କୁ କାହାଠାରେ ସମାର୍ପଣ କଲେ?

ପାଉଲ ଏଫିସୀୟ ପ୍ରାଚୀନମାନଙ୍କୁ ପରମେଶ୍ଵରଙ୍କଠାରେ ସମର୍ପଣ କଲେ [୨୦:୩୨]।

Acts 20:33

କାମ ସମ୍ବନ୍ଧରେ ପାଉଲ କେଉଁ ଉଦାହରଣ ଏଫିସୀୟମାନଙ୍କ ନିମନ୍ତେ ସ୍ଥାପନ କଲେ ?

ପାଉଲ ନିଜର ଆବଶ୍ୟକତା ନିମନ୍ତେ ପୁଣି ତାଙ୍କର ସାଥୀମାନଙ୍କ ନିମନ୍ତେ କାମ କଲେ ପୁଣି ଦୁର୍ବଳମାନଙ୍କୁ ସାହାଯ୍ୟ କଲେ[୨୦:୩୪-୩୫]।

Acts 20:36

ଏଫିସୀୟ ପ୍ରାଚୀନମାନଙ୍କୁ କେଉଁ ବିଷୟ ଅଧିକ ଦୁଃଖିତ କଲା?

ଏଫିସୀୟ ପ୍ରାଚୀନମାନେ ବିଶେଷ ଦୁଃଖୀ ଥିଲେ ଯେହେତୁ ତା'ଙ୍କ ମୁହଁ ଆଉ ଦେଖିବେ ନାହିଁ ବୋଲି ପାଉଲ କହିଥିଲେ [୨୦:୩୮]।


Chapter 21

1 ସେମାନଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ଜାହାଜରେ ଚଢ଼ି ସିଧା ବାଟରେ କୋସ୍‌କୁ ଆସିଲୁ, ପରଦିନ ରୋଦାକୁ, ପୁଣି, ସେ ସ୍ଥାନରୁ ପାତାରା କୁ ଆସିଲୁ । 2 ସେଠାରେ ଆମ୍ଭେମାନେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ସେଥିରେ ଚଢ଼ି ଯାତ୍ରା କଲୁ । 3 ପରେ କୁପ୍ର ଦେଖିବା ମାତ୍ରେ ଆମ୍ଭେମାନେ ବାମ ପାଖ ଛାଡ଼ି ସିରିୟାକୁ ଯାତ୍ରା କରି ସୋରରେ ଉପସ୍ଥିତ ହେଲୁ, କାରଣ ସେଠାରେ ଜାହାଜରୁ ମାଲପତ୍ର ଖଲାସ କରିବାର ଥିଲା । 4 ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ । 5 ଆମ୍ଭେମାନେ ସାତ ଦିନ ରହିଲା ଉତ୍ତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି, ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡ଼ିବା ନିମନ୍ତେ ଆସିଲେ, 6 ଆଉ ଆମ୍ଭେମାନେ ସମୁଦ୍ରକୂଳରେ ଆଣ୍ଠୁପାତି ପ୍ରାର୍ଥନା କଲୁ, ପୁଣି, ପରସ୍ପରଠାରୁ ବିଦାୟ ନେଲୁ; ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ିଗଲେ । 7 ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ପତଲମାଇରେ ପହଞ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ । 8 ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ । ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ । 9 ତାହାଙ୍କର ଚାରି ଜଣ କୁମାରୀ କନ୍ୟା, ଭାବବାଦିନୀ ଥିଲେ । 10 ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦା ପ୍ରଦେଶରୁ ଆସିଲେ । 11 ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୂଦୀମାନେ ଏହିପରି ବାନ୍ଧି ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ । 12 ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୂଶାଲମକୁ ନ ଯିବା ପାଇଁ ବିନତି କଲୁ । 13 ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କ'ଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି । 14 ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ । 15 ଆମ୍ଭେମାନେ ଏହି ସମସ୍ତ ଦିନ ଉତ୍ତାରେ ଜିନିଷପତ୍ର ନେଇ ଯିରୂଶାଲମକୁ ଯାତ୍ରା କଲୁ । 16 ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ କୁପ୍ରର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ,ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା ।

17 ଆମ୍ଭେମାନେ ଯିରୂଶାଲମରେ ପହଞ୍ଚନ୍ତେ ଆମ୍ଭମାନଙ୍କୁ ଭାଇମାନେ ଆନନ୍ଦରେ ଗ୍ରହଣ କଲେ । 18 ତହିଁ ଆରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ଗୃହକୁ ଗଲେ, ଆଉ ସେ ସ୍ଥାନରେ ସମସ୍ତ ପ୍ରାଚୀନ ଉପସ୍ଥିତ ହେଲେ । 19 ସେ ସେମାନଙ୍କୁ ନମସ୍କାର କଲା ଉତ୍ତାରେ, ଈଶ୍ୱର ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ ତାହାଙ୍କ ସେବା ଦ୍ୱାରା ସାଧନ କରିଥିଲେ, ଗୋଟି ଗୋଟି କରି ସେହି ସବୁ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ । 20 ସେମାନେ ତାହା ଶୁଣି ଈଶ୍ୱରଙ୍କ ମହିମା ଗୁଣାନୁବାଦ କରିବାକୁ ଲାଗିଲେ, ପୁଣି, ତାହାଙ୍କୁ କହିଲେ, ହେ ଭାଇ, ଯିହୂଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସ କରିଅଛନ୍ତି, ଏହା ତୁମ୍ଭେ ଦେଖୁଅଛ, ସେ ସମସ୍ତେ ମୋଶାଙ୍କ ବ୍ୟବସ୍ଥା ପକ୍ଷରେ ଉଦ୍‍ଯୋଗୀ । 21 ପୁଣି, ଅଣଯିହୂଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୂଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ଦେଇଅଛନ୍ତି । 22 ତେବେ କ'ଣ କରାଯାଏ ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ । 23 ଏଣୁ ଆମ୍ଭେମାନେ ତୁମ୍ଭଙ୍କୁ ଯାହା କହୁଅଛୁ, ତାହା କର । ଆମ୍ଭମାନଙ୍କ ପାଖରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ବ୍ରତ ନେଇଅଛନ୍ତି; 24 ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟ ଭାର ବହନ କର,ତାହାହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ । 25 କିନ୍ତୁ ଯେଉଁ ଅଣଯିହୂଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ପରଦାରଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖି ଅଛୁ । 26 ପାଉଲ ସେଥିରେ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିର ଭିତରେ ପ୍ରବେଶ କଲେ, ପୁଣି, ସେମାନଙ୍କ ପ୍ରତ୍ୟେକଙ୍କ ନିମନ୍ତେ ନୈବେଦ୍ୟ ଉତ୍ସର୍ଗ ହେବା ପର୍ଯ୍ୟନ୍ତ ଶୌଚକର୍ମରେ କେତେ ଦିନ ଲାଗିବ, ତାହା ଜଣାଇ ଦେଲେ ।

27 ସେହି ସାତ ଦିନ ପ୍ରାୟ ସମ୍ପୂର୍ଣ୍ଣ ହୁଅନ୍ତେ, ଆସିଆର ଯିହୂଦୀମାନେ ମନ୍ଦିରରେ ତାହାଙ୍କୁ ଦେଖି ଲୋକସମୂହକୁ ଉତ୍ତେଜିତ କଲେ, ପୁଣି, ତାହାଙ୍କୁ ଧରି ଚିତ୍କାର କରିବାକୁ ଲାଗିଲେ, 28 ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍‌ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି । 29 କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସର ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ । 30 ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା । 31 ପୁଣି, ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେଷ୍ଟା କରନ୍ତେ ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା । 32 ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ । ସେମାନେ ସହସ୍ର ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ । 33 ସେତେବେଳେ ସହସ୍ର ସେନାପତି ପାଖକୁ ଆସି ତାଙ୍କୁ ଧରି ଦୁଇଟା ଶିକୁଳିରେ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି, ସେ କିଏ ଓ କ'ଣ କରିଅଛି ବୋଲି ପଚାରିଲେ । 34 ସେଥିରେ ଲୋକମାନଙ୍କ ମଧ୍ୟରୁ କେହି ଏକଥା, କେହି କେହି ସେ କଥା କହି ଚିତ୍କାର କରିବାକୁ ଲାଗିଲେ । ଆଉ, ସେ ଗଣ୍ଡଗୋଳର କାରଣ ନିଶ୍ଚୟରୂପେ କିଛି ଜାଣି ନ ପାରିବାରୁ, ତାଙ୍କୁ ଗଡ଼କୁ ନେଇଯିବା ପାଇଁ ଆଦେଶ ଦେଲେ । 35 ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାଙ୍କୁ ବୋହି ନେଇଯିବାକୁ ପଡ଼ିଲା, 36 କାରଣ ତାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ ।

37 ସେମାନେ ପାଉଲଙ୍କୁ ଗଡ଼ ଭିତରକୁ ନେଇଯିବା ପାଇଁ ଚେଷ୍ଟା କରିବା ସମୟରେ, ସେ ସହସ୍ର-ସେନାପତିଙ୍କୁ କହିଲେ, ମୁଁ ଆପଣଙ୍କୁ କିଛି କହିପାରେ କି ? ସେଥିରେ ସେ କହିଲେ ତୁମ୍ଭେ କି ଗ୍ରୀକ୍ ଜାଣ ? 38 ତେବେ, ଏଥିପୂର୍ବେ ଯେଉଁ ମିସରୀୟ ଲୋକ ବିଦ୍ରୋହ ଲଗାଇ ଚାରି ହଜାର ଡକାଇତମାନଙ୍କୁ ପ୍ରାନ୍ତରରୁ ଘେନିଯାଇଥିଲେ, ତୁମ୍ଭେ କି ସେହି ନୁହଁ ? 39 ସେଥିରେ ପାଉଲ କହିଲେ, ମୁଁ ତ ଜଣେ ଯିହୂଦୀ, ତାର୍ଷ ନଗରର ଲୋକ, କିଲିକିଆର ଏକ ଅସାମାନ୍ୟ ନଗରର ନାଗରିକ; ଏହି ଲୋକମାନଙ୍କୁ କଥା କହିବା ପାଇଁ ମୋତେ ଅନୁମତି ଦେବା ନିମନ୍ତେ ମୁଁ ଆପଣଙ୍କୁ ନିବେଦନ କରୁଅଛି । 40 ସେ ଅନୁମତି ଦେବାରୁ ପାଉଲ ସୋପାନରେ ଠିଆ ହୋଇ ଲୋକମାନଙ୍କୁ ହସ୍ତ ଦ୍ୱାରା ସଂକେତ କଲେ; ଆଉ ସମସ୍ତେ ନିରବ ହେଲା ଉତ୍ତାରେ ସେ ଏବ୍ରୀ ଭାଷାରେ ସେମାନଙ୍କୁ କହିବାକୁ ଲାଗିଲେ,



Translation Questions

Acts 21:3

ଆତ୍ମାଙ୍କ ଦ୍ଵାରା ଶିଷ୍ୟମାନେ ସୋରରେ ପାଉଲଙ୍କୁ କ'ଣ କହିଲେ?

ଆତ୍ମାଙ୍କ ଦ୍ଵାରା ଶିଷ୍ୟମାନେ ପାଉଲଙ୍କୁ କହିଲେ, ଯେ ସେ ଯିରୂଶାଲମରେ ପଦାର୍ପଣ କରିବେ ନାହିଁ [୨୧:୪]।

Acts 21:7

ଆମ୍ଭେମାନେ ପ୍ରଚାରକ ଫିଲପଙ୍କ ସନ୍ତାନମାନଙ୍କ ବିଷୟରେ କ'ଣ ଜାଣୁ?

ଫିଲିପ୍ପଙ୍କର ଚାରିଜଣ କୁମାରୀ କନ୍ୟା ଥିଲେ ,ସେମାନେ ଭାବବାଣୀ କରୁଥିଲେ [୨୧:୯]।

Acts 21:10

ଆଗାବ ଭାବବାଦୀ ପାଉଲଙ୍କୁ କ'ଣ କହିଲେ ?

ଯିରୂଶାଲମ ନିବାସୀ ଯିହୁଦୀମାନେ ପାଉଲଙ୍କୁ ବାନ୍ଧି ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ ବୋଲି ଆଗାବ ପାଉଲଙ୍କୁ କହିଲେ [୨୧:୧୧]।

Acts 21:12

ପାଉଲ କ'ଣ କହିଲେ ଯେତେବେଳେ ପ୍ରତ୍ୟେକ ଜଣ ତା'ଙ୍କୁ ଯିରୂଶାଲମ ନ ଯିବାକୁ ବିନତି କଲେ?

ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ପାଉଲ ବନ୍ଦୀ ହେବା ପାଇଁ ପ୍ରସ୍ତୁତ ଥିଲେ ପୁଣି ଯିରୂଶାଲମରେ ମରିବାକୁ ସୁଦ୍ଧା ପ୍ରସ୍ତୁତ ଥିଲେ ବୋଲି ପାଉଲ କହିଲେ [୨୧:୧୩]।

Acts 21:17

କାହା ସହିତ ପାଉଲ ସାକ୍ଷାତ କଲେ ଯେତେବେଳେ ସେ ଯିରୂଶାଲମକୁ ଆସିଲେ?

ପାଉଲ ଯାକୁବ ଓ ସମସ୍ତ ପ୍ରାଚୀନ ସହିତ ସାକ୍ଷାତ କଲେ [୨୧:୧୮]।

Acts 21:20

ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ କି ଅଭିଯୋଗ କଲେ?

ବିଜାତିମାନଙ୍କ ମଧ୍ୟରେ ବାସ କରୁଥିବା ଯିହୁଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥାକୁ ପରିତ୍ୟାଗ କରିବାକୁ ଶିକ୍ଷା ଦେଉଅଛି ବୋଲି ଯିହୁଦୀମାନେ ପାଉଲଙ୍କୁ ନିନ୍ଦା କଲେ [୨୦:୨୧]।

Acts 21:22

କାହିଁକି ଯାକୁବ ଓ ପ୍ରାଚୀନ ମାନେ ପାଉଲଙ୍କୁ ଶପଥ କରିଥିବାଙ୍କ ଚାରି ଜଣ ସହ ନିଜକୁ ଶୁଚି କରିବାକୁ ଇଚ୍ଛା କଲେ ?

ଯେପରି ପାଉଲ ସୁଦ୍ଧା ଯିହୁଦୀ ଅଟନ୍ତି ପୁଣି ବ୍ୟବସ୍ଥା ପାଳନ କରନ୍ତି ଏହା ପ୍ରତ୍ୟେକେ ଜାଣନ୍ତୁ ବୋଲି ସେମାନେ ଇଚ୍ଛା କଲେ [୨୧:୨୪]।

Acts 21:25

ବିଜାତୀୟମାନେ ଯିଏ ବିଶ୍ଵାସ କଲେ କ'ଣ କରିବା ଉଚିତ ବୋଲି ଯାକୁବ କହିଲେ?

ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ, ଆଉ ପରଦାରଠାରୁ ଆପଣା ଆପଣାକୁ ବିଜାତି ବିଶ୍ୱାସୀମାନେ ପୃଥକ ରଖିବା ଉଚିତ ବୋଲି ଯାକୁବ କହିଲେ [୨୧:୨୫]।

Acts 21:27

ଆସିଆର ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ କେଉଁ ଅଭିଯୋଗ ପ୍ରସ୍ତୁତ କଲେ ?

ମନ୍ଦିର ଭିତରକୁ ଗ୍ରୀକ୍‌ମାନଙ୍କୁ ଆଣି ମନ୍ଦିରକୁ ଅଶୁଚି କରୁଅଛି ବୋଲି ପୁଣି ବ୍ୟବସ୍ଥା ବିରୁଦ୍ଧରେ ଶିକ୍ଷା ଦେଉଅଛି ବୋଲି ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ [୨୧:୨୮]।

Acts 21:30

ଏହି ଅଭିଯୋଗଗୁଡିକୁ ପ୍ରସ୍ତୁତ କଲା ପରେ, ଯିହୁଦୀମାନେ ପାଉଲଙ୍କୁ କ'ଣ କଲେ ?

ଯିହୁଦୀମାନେ ପାଉଲଙ୍କୁ ମନ୍ଦିର ବାହାରକୁ ଟାଣି ନେଲେ ପୁଣି ତାହାଙ୍କୁ ମାରିପକାଇବାକୁ ଚେଷ୍ଟା କଲେ [୨୧:୩୧]।

Acts 21:32

ସୈନ୍ୟଦଳର ସହସ୍ର ସେନାପତି କ'ଣ କଲେ, ଯେତେବେଳେ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ଶୁଣିଲେ?

ସହସ୍ର ସେନାପତି ପାଉଲଙ୍କୁ ଧରିଲେ ଦୁଇଟି ଶିକୂଳିରେ ତାହାଙ୍କୁ ବାନ୍ଧିଲେ ପୁଣି ସେ କିଏ ଥିଲେ ଓ ସେ କ'ଣ କରିଥିଲେ ବୋଲି ପଚାରିଲେ [୨୧:୩୩]।

Acts 21:34

ଯେପରି ସୈନ୍ୟମାନେ ପାଉଲଙ୍କୁ ଗଢ଼କୁ ଘେନିଗଲେ ଲୋକସମୂହ କ'ଣ କହି ଚିତ୍କାର କରୁଥିଲେ ?

''ତାହାକୁ ବଧ କର''ବୋଲି ଲୋକମାନେ ଚିତ୍କାର କରୁଥିଲେ [୨୧:୩୬]।

Acts 21:39

ପାଉଲ ସହସ୍ର ସେନାପତିଙ୍କୁ କେଉଁ ବିନତି କଲେ?

ପାଉଲ ଲୋକମାନଙ୍କୁ କଥା କହିବାକୁ ଅନୁମତି ଦେବାକୁ ନିବେଦନ କଲେ [୨୧:୩୯]।

ଯିରୂଶାଲମର ଲୋକମାନଙ୍କୁ କେଉଁ ଭାଷାରେ ପାଉଲ କଥା କହିଲେ ?

ଯିରୂଶାଲମର ଲୋକମାନଙ୍କୁ ପାଉଲ ଏବ୍ରୀ ଭାଷାରେ କଥା କହିଲେ [୨୧:୪୦]।


Chapter 22

1 ଭାଇମାନେ ଓ ପିତାମାନେ, ମୁଁ ଆପଣମାନଙ୍କ ନିକଟରେ ବର୍ତ୍ତମାନ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ । 2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ । 3 ସେଥିରେ ସେ କହିଲେ, ମୁଁ ଜଣେ ଯିହୂଦୀ, କିଲିକିଆର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ମୋଶାଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍‍ଯୋଗୀ ଅଟନ୍ତି, ଈଶ୍ୱରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‍ଯୋଗୀ ଥିଲି; 4 ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି । 5 ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେସକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି ।

6 କିନ୍ତୁ ମୁଁ ଯାଉ ଯାଉ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକିଉଠିଲା । 7 ମୁଁ ସେଥିରେ ଭୂମିରେ ପଡ଼ିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ, ଆମ୍ଭମାନଙ୍କୁ କାହିଁକି ତାଡ଼ନା କରୁଅଛ ? 8 ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ ? ସେଥିରେ ସେ ମୋତେ କହିଲେ, ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି । 9 ଯେଉଁମାନେ ମୋ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ସେମାନେ ତାହାଙ୍କ ସ୍ୱର ଶୁଣିଲେ ନାହିଁ । 10 ସେଥିରେ ମୁଁ କହିଲି, ପ୍ରଭୁ ମୁଁ କ'ଣ କରିବି ? ପୁଣି, ପ୍ରଭୁ ମୋତେ କହିଲେ, ଉଠ, ଦମ୍ମେସକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୁପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ । 11 ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେସକକୁ ଆସିଲି । 12 ସେହି ସ୍ଥାନରେ ଥିବା ସମସ୍ତ ଯିହୂଦୀଙ୍କ ନିକଟରେ ସୁକ୍ଷାତିସମ୍ପନ୍ନ ହନନୀୟ ନାମକ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ, 13 ମୋ' ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ । ସେହି ମୁହୁର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି । 14 ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃପୁରୁଷଙ୍କର ଈଶ୍ୱର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି, 15 କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହି ସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ । 16 ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ । 17 ଏଥିଉତ୍ତାରେ ମୁଁ ଯିରୂଶାଲମକୁ ଫେରିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି । 18 ସେ ମୋତେ କହିଲେ, ବିଳମ୍ବ ନ କରି ଶୀଘ୍ର ଯିରୂଶାଲମରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ । 19 ସେଥିରେ ମୁଁ କହିଲି, ପ୍ରଭୁ, ମୁଁ ଯେ ଆପଣଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି; 20 ଆଉ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ଯେତେବେଳେ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି, ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି ।

21 ସେଥିରେ ସେ ମୋତେ କହିଲେ, ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ଅଣଯିହୂଦୀମାନଙ୍କ ନିକଟକୁ ପଠାଇବୁ । 22 ଲୋକମାନେ ଏହି କଥା ଶୁଣିବା ପରେ ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାହାର ବଞ୍ଚି ରହିବାର ଉଚିତ ନୁହେଁ । 23 ପୁଣି, ଯେତେବେଳେ ସେମାନେ ଚିତ୍କାର କରି ନିଜ ନିଜ ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ, 24 ସେତେବେଳେ ସହସ୍ର ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ । 25 ସେମାନେ ତାହାଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ,ସେ ନିକଟରେ ଠିଆ ହୋଇଥିବା ଶତ ସେନାପତିଙ୍କି କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ ? 26 ସେହି ଶତସେନାପତି ଏହା ଶୁଣି ସହସ୍ର ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କ'ଣ କରିବାକୁ ଯାଉଅଛନ୍ତି ? 27 ସେଥିରେ ସହସ୍ର ସେନାପତି ଆସି ତାହାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ ? ସେ କହିଲେ ହଁ । 28 ସେଥିରେ ସହସ୍ର ସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି । ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ । 29 ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ ।

30 କିନ୍ତୁ କାହିଁକି ସେ ଯିହୂଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ ।



Translation Questions

Acts 22:1

ଯେତେବେଳେ ଲୋକସମୂହ ପାଉଲଙ୍କୁ ଏବ୍ରୀ ଭାଷାରେ କଥା କହିବା ଶୁଣିଲେ, ସେମାନେ କ'ଣ କଲେ ?

ଯେତେବେଳେ ଲୋକସମୂହ ପାଉଲଙ୍କୁ ଏବ୍ରୀ ଭାଷାରେ କଥା କହିବା ଶୁଣିଲେ, ସେମାନେ ନିରବ ହୋଇ ରହିଲେ [୨୨:୨]।

Acts 22:3

ପାଉଲ କେଉଁଠାରେ ଶିକ୍ଷାଗ୍ରହଣ କରିଥଲେ, ପୁଣି ତାଙ୍କର ଶିକ୍ଷକ କିଏ ଥିଲେ ?

ପାଉଲ ଯିରୂଶାଲମରେ ଶିକ୍ଷାଗ୍ରହଣ କରିଥିଲେ, ପୁଣି ତାହାଙ୍କ ଶିକ୍ଷକ ଗମଲୀୟେଲ ଥିଲେ [୨୨:୩]।

ଯେଉଁମାନେ ଏହି ମାର୍ଗରେ ଅନୁଗମନ କରୁଥିଲେ ପାଉଲ ସେମାନଙ୍କୁ କିପରି ବ୍ୟବହାର କଲେ ?

ଯେଉଁମାନେ ଏହି ମାର୍ଗରେ ଅନୁଗମନ କରୁଥିଲେ ପାଉଲ ସେମାନଙ୍କୁ ବାନ୍ଧି କାରାଗାରରେ ପାକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡନା କରୁଥିଲେ [୨୨:୪]।

Acts 22:6

ସେ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ପାଉଲଙ୍କୁ ସ୍ଵର୍ଗ ବାଣୀ କ'ଣ କହିଲା?

ସ୍ଵର୍ଗରୁ ଏହି ବାଣୀ ହେଲା,''ଶାଉଲ, ଶାଉଲ କାହିଁକି ଆମ୍ଭକୁ ତାଡନା କରୁଅଛ?''[୨୨:୭]।

ପାଉଲ କାହାକୁ ତାଡନା କରୁଥିଲେ?

ପାଉଲ ନାଜାରିତୀୟ ଯୀଶୁଙ୍କୁ ତାଡନା କରୁଥିଲେ [୨୨:୮]।

Acts 22:9

କାହିଁକି ପାଉଲ ଦେଖି ପାରିଲେ ନାହିଁ?

ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ପାଉଲ ଯେଉଁ ଆଲୋକର ତେଜ ଦେଖିଲେ, ସେଥିପାଇଁ ସେ ଦେଖିପାରିଲେ ନାହିଁ [୨୨:୧୧]।

Acts 22:12

କିପରି ପାଉଲଙ୍କର ଦୃଷ୍ଟି ଫେରି ଆସିଥିଲା ?

ହନନୀୟ ନାମକ ଜଣେ ଭକ୍ତ ଲୋକ ପାଉଲଙ୍କ ନିକଟକୁ ଆସି ଠିଆ ହୋଇ କହିଲେ ,''ଶାଉଲ ଭାଇ ଦୃଷ୍ଟି ପ୍ରାପ୍ତ ହୁଅ'' [୨୨:୧୨-୧୩]।

Acts 22:14

ହନନୀୟ ପାଉଲଙ୍କୁ ଉଠି କ'ଣ କରିବାକୁ କହିଲେ,ପୁଣି କାହିଁକି ?

ହନନୀୟ ପାଉଲଙ୍କୁ ଉଠି ବାପ୍ତିଜିତ ହୋଇ ତାହାର ପାପ ସବୁ ଧୋଇବାକୁ କହିଲେ [୨୨:୧୬]।

Acts 22:17

ଯେତେବେଳେ ଯୀଶୁ ପାଉଲଙ୍କୁ ମନ୍ଦିରରେ କଥା କହିଲେ, କିପରି ଯିହୁଦୀମାନେ ତା'ଙ୍କ ବିଷୟରେ ପାଉଲଙ୍କ ସାକ୍ଷ୍ୟକୁ ପ୍ରତିକ୍ରିୟା କରିବେ ବୋଲି କହିଲେ ?

ଯେତେବେଳେ ଯୀଶୁ ପାଉଲଙ୍କୁ ମନ୍ଦିରରେ କଥା କହିଲେ, ଯିହୁଦୀମାନେ ତା'ଙ୍କ ବିଷୟରେ ପାଉଲଙ୍କ ସାକ୍ଷ୍ୟକୁ ଗ୍ରହଣ କରିବେ ନାହିଁ ବୋଲି କହିଲେ [୨୨:୧୮]।

Acts 22:19

ତା'ପରେ ପାଉଲଙ୍କୁ ଯୀଶୁ କାହା ନିକଟକୁ ପଠାଇଲେ ?

ପାଉଲଙ୍କୁ ଯୀଶୁ ବିଜାତୀୟମାନଙ୍କ ନିକଟକୁ ପଠାଇଲେ [୨୨:୨୧]।

Acts 22:22

ଯେତେବେଳେ ସେମାନେ ପାଉଲଙ୍କୁ ବିଜାତି ଲୋକେ କିପରି ପ୍ରତିକ୍ରିୟା କଲେ ବିଷୟରେ କହୁଥିବା ଶୁଣିଲେ ?

ଲୋକମାନେ ଚିତ୍କାର କଲେ ପୁଣି ସେମାନଙ୍କ ବସ୍ତ୍ର ଫୋପାଡିଲେ,ପୁଣି ଆକାଶ ଆଡକୁ ଧୂଳି ଫୋପାଡିଲେ [୨୨:୨୩]।

Acts 22:27

କିପରି ପାଉଲ ରୋମୀୟ ନାଗରିକ ହେଲେ?

ପାଉଲ ରୋମୀୟ ନାଗରିକ ଭାବେ ଜନ୍ମ ହୋଇଥିଲେ [୨୨:୨୮]।

Acts 22:30

ସହସ୍ରସେନାପତି କ'ଣ କଲେ ଯେତେବେଳେ ପାଉଲ ଜଣେ ରୋମୀୟ ନାଗରିକ ଥିଲେ ବୋଲି ଜାଣିଲେ ?

ସହସ୍ରସେନାପତି ପାଉଲଙ୍କ ବନ୍ଧନକୁ ଫିଟାଇ ଦେଲେ,ପୁଣି [ପାଉଲଙ୍କୁ ସେମାନଙ୍କ ମଧ୍ୟରେ ରଖି]। ପ୍ରଧାନ ଯାଜକ ଓ ସମସ୍ତ ମହାସଭା ଏକତ୍ର ସାକ୍ଷାତ କରିବାକୁ ଆଜ୍ଞା ଦେଲେ [୨୨:୩୦]।


Chapter 23

1 ପୁଣି, ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଭାଇମାନେ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବିବେକରେ ଈଶ୍ୱରଙ୍କ ସାକ୍ଷାତରେ ଆଚାର ବ୍ୟବହାର କରି ଆସିଅଛି । 2 ସେଥିରେ ମହାଯାଜକ ହାନାନ ତାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁଖରେ ଆଘାତ କରିବା ପାଇଁ ଆଜ୍ଞା ଦେଲେ । 3 ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ୱର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ ? 4 ସେଥିରେ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, ତୁ କି ଈଶ୍ୱରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ ? 5 ପୁଣି, ପାଉଲ କହିଲେ, ଭାଇମାନେ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲିଖିତ ଅଛି, ତୁମ୍ଭେ ନିଜ ଲୋକମାନଙ୍କ ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ । 6 ପାଉଲ ଏକ ଭାଗ ସାଦ୍ଦୂକୀ ଆଉ ଅପର ଭାଗ ଫାରୂଶୀ ବୋଲି ଜାଣି ମହାସଭାରେ ଉଚ୍ଚସ୍ୱରରେ କହିଲେ, ଭାଇମାନେ, ମୁଁ ଜଣେ ଫାରୂଶୀ ଓ ଫାରୂଶୀର ପୁତ୍ର; ପୁଣି, ଏହି ଭରସା, ଅର୍ଥାତ୍ ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ବିଚାରିତ ହେଉଅଛି । 7 ସେ ଏହି କଥା କହିବାରୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବିବାଦ, ଓ ସଭାରେ ଦଳଭେଦ ଘଟିଲା । 8 କାରଣ ସାଦ୍ଦୂକୀମାନେ ପୁନରୁତ୍ଥାନ, ଦୂତ ଅବା ଆତ୍ମା ନାହାଁନ୍ତି ବୋଲି କହନ୍ତି, କିନ୍ତୁ ଫାରୂଶୀମାନେ ଉଭୟ ସ୍ୱୀକାର କରନ୍ତି । 9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି । 10 ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ । 11 ପରରାତ୍ରରେ ପ୍ରଭୁ ତାହାଙ୍କ ପାଖରେ ଠିଆ ହୋଇ କହିଲେ, ସାହସ ଧର, କାରଣ ତୁମ୍ଭେ ଯେପରି ଯିରୂଶାଲମରେ ଆମ୍ଭ ବିଷୟରେ ସାକ୍ଷ୍ୟ ଦେଇଅଛ, ସେହିପରି ତୁମ୍ଭକୁ ରୋମରେ ମଧ୍ୟ ସାକ୍ଷ୍ୟ ଦେବାକୁ ହେବ ।

12 ଦିନ ହୁଅନ୍ତେ ଯିହୂଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି, ଶପଥରେ ନିଜ ନିଜକୁ ଆବଦ୍ଧ କଲେ । 13 ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ । 14 ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ । 15 ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର ସେନାପତିଙ୍କୁ ନିବେଦନ କରନ୍ତୁ । ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ । 16 କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣି ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲା । 17 ସେଥିରେ ପାଉଲ ଜଣେ ଶତ ସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ର ସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି । 18 ତେଣୁ ସେ ତାହାଙ୍କୁ ସହସ୍ରସେନାପତିଙ୍କ ନିକଟକୁ ନେଇଯାଇ କହିଲେ, ବନ୍ଦୀ ପାଉଲ ଆପଣା ନିକଟକୁ ମୋତେ ଡାକି ଆପଣଙ୍କ ପାଖକୁ ଏହି ଯୁବାକୁ ନେଇ ଆସିବା ପାଇଁ ଅନୁରୋଧ କଲା, ଆପଣଙ୍କୁ କହିବା ନିମନ୍ତେ ଏହାର କିଛି କଥା ଅଛି । 19 ସହସ୍ର ସେନାପତି ତାହାକୁ ହାତ ଧରି ତାହାକୁ ନିର୍ଜନକୁ ନେଇଯାଇ ପଚାରିଲେ, ମୋତେ ଜଣାଇବା ନିମନ୍ତେ ତୁମ୍ଭର କ'ଣ ଅଛି? 20 ସେ କହିଲା, ପାଉଲଙ୍କ ବିଷୟରେ ଅଧିକ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରିବା ଛଳରେ ଯିହୂଦୀମାନେ ତାହାଙ୍କୁ କାଲି ମହାସଭା ନିକଟକୁ ଆଣିବା ନିମନ୍ତେ ଆପଣଙ୍କୁ ଅନୁରୋଧ କରିବା ପାଇଁ ଏକମତ ହୋଇଅଛନ୍ତି । 21 ଏଣୁ ଆପଣ ସେମାନଙ୍କ କଥାରେ ସମ୍ମତ ହେବେ ନାହିଁ, କାରଣ ତାହାଙ୍କୁ ବଧ ନ କରିବା ଯାଏ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ନିଜ ନିଜକୁ ଶପଥରେ ଆବଦ୍ଧ କରି ଚାଳିଶ ଜଣରୁ ଅଧିକ ଲୋକ ତାହାଙ୍କୁ ଛକି ରହିଅଛନ୍ତି, ଆଉ ଏବେ ସେମାନେ ଆପଣଙ୍କଠାରୁ ଅନୁମତି ପାଇବା ନିମନ୍ତେ ଅପେକ୍ଷା କରି ପ୍ରସ୍ତୁତ ହୋଇ ରହିଅଛନ୍ତି । 22 ସେଥିରେ ସହସ୍ର ସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ ।

23 ପରେ ସେ ଦୁଇ ଜଣ ଶତ ସେନାପତିଙ୍କୁ ଡାକି କହିଲେ, କାଇସରିୟା ପର୍ଯ୍ୟନ୍ତ ଯିବା ନିମନ୍ତେ ରାତ୍ର ତିନି ଘଟିକା ସମୟରେ ଦୁଇ ଶହ ସୈନ୍ୟ, ସତୁରି ଜଣ ଅଶ୍ଵାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର । 24 ପୁଣି, ସେମାନେ ଯେପରି ପାଉଲଙ୍କୁ ବାହନ ଉପରେ ବସାଇ ଶାସନକର୍ତ୍ତା ଫେଲୀକ୍ସ୍‌ଙ୍କ ନିକଟକୁ ନିରାପଦରେ ନେଇଯାଆନ୍ତି, ଏଥିପାଇଁ ତାହା ଆୟୋଜନ କରିବା ନିମନ୍ତେ ସେ ଆଦେଶ ଦେଲେ । 25 ଆଉ, ସେ ଏହି ପ୍ରକାରେ ଗୋଟିଏ ଚିଠି ଲେଖିଲେ, 26 ମହାମହିମ ଶାସନକର୍ତ୍ତା ଫେଲିକ୍ସ୍‍ଙ୍କୁ କ୍ଲାଉଦିୟ ଲୂସିୟାଙ୍କର ନମସ୍କାର । 27 ଯିହୂଦୀମାନେ ଏହି ଲୋକକୁ ଧରି ବଧ କରିବାକୁ ଯାଉଥିଵା ସମୟରେ ମୁଁ ସୈନ୍ୟମାନଙ୍କ ସହିତ ଯାଇ ସେ ଜଣେ ରୋମୀୟ ବୋଲି ଜାଣି ଏହାକୁ ଉଦ୍ଧାର କଲି । 28 କେଉଁ କାରଣରୁ ସେମାନେ ଏହାର ବିରୁଦ୍ଧରେ ଦୋଷାରୋପ କରୁଅଛନ୍ତି, ତାହା ଜାଣିବାକୁ ଇଚ୍ଛା କରି ମୁଁ ଏହାକୁ ସେମାନଙ୍କର ମହାସଭା ନିକଟକୁ ନେଇଗଲି । 29 ପ୍ରାଣଦଣ୍ଡ ବା ବନ୍ଧନ ଯୋଗ୍ୟ କୌଣସି ବିଷୟ ଏହାର ବିରୁଦ୍ଧରେ ଅଭିଯୋଗ କରା ନ ଯାଇ ସେମାନଙ୍କ ମୋଶାଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ବିଷୟରେ ଅଭିଯୋଗ କରାଯାଉଅଛି ବୋଲି ମୁଁ ବୁଝିଲି । 30 ଏହି ଲୋକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବ ବୋଲି ମୋତେ ଖବର ଦିଆଯିବାରୁ ମୁଁ ଏହାକୁ ଅବିଳମ୍ବରେ ଆପଣଙ୍କ ନିକଟକୁ ପଠେଇଲି; ଏହାର ଅଭିଯୋଗକାରୀମାନଙ୍କୁ ମଧ୍ୟ ଆପଣଙ୍କ ସମ୍ମୁଖରେ, ଏହା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଆଦେଶ ଦେଲି । 31 ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ନେଇ ରାତ୍ରିକାଳରେ ତାହାଙ୍କୁ ଆନ୍ତିପାତ୍ରିକୁ ଆଣିଲେ । 32 ପରଦିନ ସେମାନେ ଅଶ୍ୱାରୋହୀମାନଙ୍କୁ ତାହାଙ୍କ ସାଙ୍ଗରେ ଯିବା ପାଇଁ ଛାଡ଼ିଦେଇ ଗଡ଼କୁ ଫେରିଗଲେ । 33 ପରେ ଅଶ୍ୱାରୋହୀମାନେ କାଇସରିୟାକୁ ଆସି ଶାସନକର୍ତ୍ତା ଫେଲିକ୍ସ୍‍ଙ୍କୁ ଚିଠି ଦେଲେ, ପୁଣି, ପାଉଲଙ୍କୁ ମଧ୍ୟ ତାହାଙ୍କ ଛାମୁରେ ଉପସ୍ଥିତ କଲେ । 34 ସେ ଚିଠିଟି ପଢ଼ିଲା ଉତ୍ତାରେ, ସେ କେଉଁ ପ୍ରଦେଶର ଲୋକ ବୋଲି ପଚାରିଲେ; ପୁଣି, ସେ ଯେ କିଲିକିଆର ଲୋକ, ଏହା ଜାଣି ସେ କହିଲେ, 35 ତୁମ୍ଭର ଅଭିଯୋଗକାରୀମାନେ ମଧ୍ୟ ଉପସ୍ଥିତ ହେଲେ ଆମ୍ଭେ ତୁମ୍ଭର କଥା ଶୁଣିବା । ଆଉ ସେ ହେରୋଦଙ୍କ ପ୍ରାସାଦରେ ତାହାଙ୍କୁ ରଖିବା ନିମନ୍ତେ ଆଦେଶ ଦେଲେ ।



Translation Questions

Acts 23:1

କାହିଁକି ମହାଯାଜକ ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକଙ୍କୁ ତା'ଙ୍କ ମୁଖରେ ଆଘାତ କରିବାକୁ ଆଜ୍ଞା ଦେଲେ ?

ମହାଯାଜକ କ୍ରୋଧିତ କାରଣ ପାଉଲ କହିଲେ ଯେ ସେ ପରମେଶ୍ଵରଙ୍କ ଆଗରେ ସମ୍ପୂର୍ଣ୍ଣ ସୁବିବେକରେ ବ୍ୟବହାର କରିଥିଲେ [୨୩:୧-୨]।

Acts 23:6

କେଉଁ କାରଣ ନିମନ୍ତେ ପାଉଲ ମହାସଭାରେ ବିଚାରିତ ହୋଇ ଆସୁଥିଲେ ବୋଲି କହିଲେ ?

ପାଉଲ କହିଲେ ପୁନରୁତଥାନରେ ତାଙ୍କର ଭରସାା ହେତୁ ସେ ବିଚାରିତ ହେଉଥିଲେ [୨୩:୬]।

କାହିଁକି ମହାସଭାରେ ବିବାଦ ଆରମ୍ଭ ହେଲା ଯେତେବେଳେ ପାଉଲ ତାଙ୍କର ବିଚାରର କାରଣ କହିଲେ ?

ବିବାଦ ଆରମ୍ଭ ହେଲା ଯେହେତୁ ଫାରୂଶୀ ପୁନରୁତ୍‌ଥାନ ଅଛି ବୋଲି କହନ୍ତି କିନ୍ତୁ ସାଦ୍ଦୁକୀମାନେ ପୁନରୁତ୍‌ଥାନ ନାହିଁ ବୋଲି କୁହନ୍ତି [୨୩:୭-୮]।

Acts 23:9

କାହିଁକି ସହସ୍ରସେନାପତି ପାଉଲଙ୍କୁ ମହାସଭରୁ ଗଡକୁ ନେଲେ?

ମହାସଭାର ସଦସ୍ୟମାନଙ୍କ ଦ୍ଵାରା ପାଉଲ କାଳେ ଖଣ୍ଡବିଖଣ୍ଡ ହେବେ ବୋଲି ସହସ୍ରସେନାପତି ଭୟ କଲେ [୨୩:୧୦]।

Acts 23:11

ପରରାତ୍ରିରେ ପ୍ରଭୁ ପାଉଲଙ୍କୁ କେଉଁ ପ୍ରତିଜ୍ଞା ଦେଲେ ?

ପ୍ରଭୁ ପାଉଲଙ୍କୁ ଭୟ ନ କରିବାକୁ କହିଲେ ଯେହେତୁ ସେ ଯିରୂଶାଲମରେ ପୁଣି ରୋମରେ ସାକ୍ଷ୍ୟ ଦେବେ [୨୩:୧୧]।

Acts 23:12

ଅଳ୍ପ କେତେକ ଯିହୁଦୀ ଲୋକ ପାଉଲଙ୍କ ସମ୍ବନ୍ଧରେ କେଉଁ ଶପଥ ପ୍ରସ୍ତୁତ କଲେ?

ସେମାନେ ଯେପର୍ଯ୍ୟନ୍ତ ପାଉଲଙ୍କୁ ବଧ କରିନାହାନ୍ତି ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରାୟ ଚାଳିଶ ଯିହୁଦୀ ଲୋକ ଏକ ଶପଥ ପ୍ରସ୍ତୁତ କଲେ [୨୩:୧୨-୧୩]।

Acts 23:14

ଚାଳିଶଜଣ ଯିହୁଦୀ କେଉଁ ଯୋଜନାକୁ ପ୍ରଧାନଯାଜକ ଓ ପ୍ରାଚୀନମାନଙ୍କ ନିକଟରେ ଉପସ୍ଥାପନ କଲେ?

ପାଉଲଙ୍କୁ ମହାସଭାକୁ ଆଣିବାକୁ ସେମାନେ ପ୍ରଧାନ ଯାଜକ ପୁଣି ପ୍ରାଚୀନମାନଙ୍କୁ ପଚାରିଲେ ଯାହା ଫଳରେ ସେମାନେ ପାଉଲଙ୍କୁ ବଧ କରିପାରିବେ [୨୩:୧୪-୧୪]।

Acts 23:20

କିପରି ସହସ୍ରସେନାପତି ଚାଳିଶ ଯିହୁଦୀ ଲୋକଙ୍କର ଯୋଜନାକୁ ଜାଣିପାରିଲେ?

ପାଉଲଙ୍କ ଭଣଜା ସେମାନଙ୍କ କଥା ଶୁଣିଲେ ପୁଣି ଏହି ବିଷୟରେ ସହସ୍ରସେନାପତିଙ୍କୁ କହିଲେ [୨୩:୧୬-୨୧]।

Acts 23:22

କିପରି ସହସ୍ରସେନାପତି ଉତ୍ତର ଦେଲେ ଯେତେବେଳେ ଚାଳିଶ ଯିହୁଦୀମାନଙ୍କର ଯୋଜନା ବିଷୟରେ ଜାଣିଲେ?

ସହସ୍ରସେନାପତି ରାତ୍ର ତିନି ଘଣ୍ଟିକା ସମୟରେ ଶାସନକର୍ତ୍ତା ଫେଲୀକସ୍୍‌ଙ୍କ ପାଉଲଙ୍କୁ ଘେନିଯିବାକୁ ଆଜ୍ଞାଦେଲେ [୨୩:୨୩-୨୪]।

Acts 23:28

ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ ବିଷୟକୁ ଶାସନକର୍ତ୍ତା ଫେଲୀକସ୍୍‌ଙ୍କ ନିକଟକୁ ତା'ଙ୍କ ପତ୍ରରେ ଶତସେନାପତି କ'ଣ କହିଲେ?

ଶତସେନାପତି କହିଲେ ପ୍ରାଣ ଦଣ୍ଡ ବା ବନ୍ଧନର ଯୋଗ୍ୟ ନୁହଁ କିନ୍ତୁ ଯିହୁଦୀ ବ୍ୟବସ୍ଥା ସମ୍ବନ୍ଧୀୟ ପ୍ରଶ୍ନରେ କିଛି ଅଭିଯୋଗ କରାଯାଇଥିଲା [୨୩:୨୯]।

Acts 23:34

କେତେବେଳେ ଶାସନକର୍ତ୍ତା ଫେଲୀକସ୍୍ ପାଉଲଙ୍କର ଅଭିଯୋଗ ଶୁଣିଥାନ୍ତେ ବୋଲି କହିଲେ?

ଯେତେବେଳେ ପାଉଲଙ୍କର ଅଭିଯୋଗକାରୀମାନେ ଏଠାକୁ ଆସିବେ ସେତେବେଳେ ଫେଲୀକସ୍୍ ପାଉଲଙ୍କ ଅଭିଯୋଗ ଶୁଣିଥାନ୍ତେ ବୋଲି କହିଲେ [୨୩:୩୫]।

ପାଉଲଙ୍କୁ ତା'ଙ୍କର ବିଚାର ପର୍ଯ୍ୟନ୍ତ କେଉଁ ଠାରେ ରଖାଯାଇଥିଲା?

ପାଉଲଙ୍କୁ ତା'ଙ୍କର ବିଚାର ପର୍ଯ୍ୟନ୍ତ, ହେରୋଦଙ୍କ ପ୍ରାସାଦରେ ରଖାଯାଇଥିଲା [୨୩:୩୫]।


Chapter 24

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକୀଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ । 2 ତାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାହାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍ସ୍, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି, ଆପଣଙ୍କର ଦୂରଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି, 3 ଏହା ଆମ୍ଭେମାନେ ସର୍ବତୋଭାବରେ ଓ ସର୍ବସ୍ଥାନରେ ସମ୍ପୂର୍ଣ୍ଣ କୃତଜ୍ଞତା ସହିତ ସ୍ପୀକାର କରୁଅଛୁ । 4 କିନ୍ତୁ ମୁଁ ଯେପରି ଆପଣଙ୍କର ଅଧିକ କ୍ଲାନ୍ତି ନ ଜନ୍ମାଏ, ଏଥିପାଇଁ ଆପଣ ନିଜ ଦୟା ଗୁଣରେ ଆମ୍ଭମାନଙ୍କ କେତୋଟି କଥା ଶୁଣିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରୁଅଛି । 5 କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ; 6 ଆହୁରି ମଧ୍ୟ ଏ ମନ୍ଦିର ଅଶୁଚି କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମ୍ଭେମାନେ ଏହାକୁ ଧରିଲୁ ଆଉ ଆପଣଙ୍କ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ । 7 କିନ୍ତୁ ସହସ୍ରସେନାପତି ଲୂସୀୟା ଆସି ଅତିଶୟ ଜୋର୍‍ରେ ଏହାକୁ ଆମ୍ଭମାନଙ୍କ ହାତରୁ ଛଡ଼ାଇନେଲେ, 8 ଆଉ ଏହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆଦେଶ ଦେଲେ । ଏହି ଯେ ସମସ୍ତ ବିଷୟରେ ଆମ୍ଭେମାନେ ଏହା ବିରୁଦ୍ଧରେ ଅଭିଯୋଗ କରୁଅଛୁ, ଆପଣ ନିଜେ ଏହାକୁ ପଚାରିଲେ ସେହି ସବୁ ଅବଗତ ହୋଇ ପାରିବେ । 9 ଯିହୂଦୀମାନେ ମଧ୍ୟ ଅଭିଯୋଗରେ ମିଶି ଏହି ସମସ୍ତ କଥା ସତ୍ୟ ବୋଲି କହିଲେ ।

10 ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷ ସମର୍ଥନ କରୁଅଛି । 11 ବାର ଦିନରୁ ଅଧିକ ହେବ ନାହିଁ ମୁଁ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି 12 ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାଁନ୍ତି, 13 ପୁଣି, ଏବେ ଏମାନେ ମୋ ବିରୁଦ୍ଧରେ ଯେଉଁ ସମସ୍ତ ବିଷୟ ନେଇ ଅଭିଯୋଗ କରୁଅଛନ୍ତି, ସେହି ସବୁ ଆପଣଙ୍କ ନିକଟରେ ପ୍ରମାଣ କରି ପାରନ୍ତି ନାହିଁ । 14 କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀଶାସ୍ତ୍ରରେ ଲିଖିତ ଅଛି, ସେହି ସବୁ ମୁଁ ବିଶ୍ୱାସ କରେ; 15 ପୁଣି, ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ବୋଲି ଯାହା ଏମାନେ ନିଜେ ଅପେକ୍ଷା କରନ୍ତି, ମୁଁ ମଧ୍ୟ ଈଶ୍ୱରଙ୍କଠାରେ ସେହି ପ୍ରକାର ଭରସା ରଖିଅଛି ବୋଲି ଆପଣଙ୍କ ନିକଟରେ ସ୍ୱୀକାର କରୁଅଛି । 16 ଏ ହେତୁରୁ ମୁଁ ମଧ୍ୟ ନିଜେ ସର୍ବଦା ଈଶ୍ୱରଙ୍କ ଓ ମନୁଷ୍ୟର ପ୍ରତି ନିର୍ଦ୍ଦୋଷ ବିବେକ ରକ୍ଷା କରିବାକୁ ଯତ୍ନ କରୁଥାଏ । 17 ଅନେକ ବର୍ଷ ପରେ ମୁଁ ମୋର ଜାତି ନିକଟକୁ ଦାନ କରିବା ନିମନ୍ତେ ଓ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଆସିଥିଲି 18 ସେହି ସମୟରେ ଏମାନେ ମୋତେ ମନ୍ଦିରରେ ଶୁଚି ହୋଇଥିବାର ଦେଖିଲେ; ମୁଁ କୌଣସି ଜନତା କିମ୍ବା ଗଣ୍ଡଗୋଳରେ ମିଶି ନ ଥିଲି, କିନ୍ତୁ ଆସିଆର କେତେକ ଯିହୂଦୀ ଥିଲେ; 19 ଯଦି ସେମାନଙ୍କର ମୋ, ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ ହୋଇଥାଆନ୍ତା 20 ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ୱରରେ ଏହି ଯେଉଁ କଥା କହିଥିଲି, 21 କେବଳ ସେହି ଗୋଟିଏ କଥା ଛଡ଼ା ମୁଁ ମହାସଭା ସମ୍ମୁଖରେ ଠିଆ ହେବା ସମୟରେ ଏମାନେ ମୋହର କି ଦୋଷ ପାଇଅଛନ୍ତି ତାହା ଏମାନେ ନିଜେ କହନ୍ତୁ ।

22 କିନ୍ତୁ ଫେଲୀକ୍ସ୍ ସେହି ମାର୍ଗ ବିଷୟ କେତେକ ପରିମାଣରେ ଜାଣିଥିବାରୁ ବିଚାର ସ୍ଥଗିତ ରଖି କହିଲେ, ସହସ୍ରସେନାପତି ଲୂସୀୟା ଆସିଲେ ଆମ୍ଭେ ତୁମ୍ଭମାନଙ୍କ ବିଷୟ ନିଷ୍ପତ୍ତି କରିବା 23 ପୁଣି, ସେ ଶତସେନାପତିଙ୍କି ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାଙ୍କୁ ବନ୍ଦୀରୂପେ ରକ୍ଷା କରି ତାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ । 24 କେତେକ ଦିନ ପରେ ଫେଲୀକ୍ସ୍ ଦ୍ରୂସିଲ୍ଲା ନାମ୍ନୀ ଆପଣା ଯିହୂଦୀୟା ଭାର୍ଯ୍ୟାଙ୍କ ସହିତ ଆସି ପାଉଲଙ୍କୁ ଡକାଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟ ତାଙ୍କଠାରୁ ଶୁଣିଲେ । 25 କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍ସ୍ ଭୟର ସହିତ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା । 26 ଆହୁରି ମଧ୍ୟ ପାଉଲ ତାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁଥର ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ । 27 କିନ୍ତୁ ଦୁଇ ବର୍ଷ ପୂର୍ଣ୍ଣ ହେଲା ଉତ୍ତାରେ ପର୍କୀୟ ଫେଷ୍ଟସ୍ ଫେଲୀକସ୍‌ଙ୍କ ପଦରେ ନିଯୁକ୍ତ ହେଲେ, ଆଉ ଫେଲୀକ୍ସ୍ ଯିହୂଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ ।



Translation Questions

Acts 24:4

ତର୍ତ୍ତୁଲ୍ଲ ଓକିଲ ପାଉଲଙ୍କ ବିରୁଦ୍ଧରେ କେଉଁ ଅଭିଯୋଗ ଆଣିଲେ?

ପାଉଲ ଯିହୁଦୀମାନଙ୍କୁ ବିଦ୍ରୋହ କରିବାକୁ ପୁଣି ମନ୍ଦିରକୁ ଅଶୁଚି କରିବାର କାରଣ ବୋଲି କହି ତର୍ତ୍ତୁଲ୍ଲ ଅଭିଯୋଗ କଲେ [୨୪:୫-୬]।

ପାଉଲ କେଉଁ ସମ୍ପ୍ରଦାୟର ନେତା ବୋଲି ତର୍ତ୍ତୁଲ୍ଲ କହିଲେ?

ନାଜରିତୀୟ ଦଳର ଜଣେ ନେତା ଥିଲେ ବୋଲି ତର୍ତ୍ତୁଲ୍ଲ କହିଲେ [୨୪:୫]।

Acts 24:10

ମନ୍ଦିରରେ,ସମାଜଗୃହରେ ଓ ନଗରରେ କ'ଣ କରିଲେ ବୋଲି ପାଉଲ କହିଲେ ?

ପାଉଲ କହିଲେ ସେ କୌଣସି ଲୋକ ସହ ବିବାଦ କରି ନ ଥିଲେ ଏବଂ ଲୋକସମୂହକୁ ଉତ୍ତେଜିତ କରି ନ ଥିଲେ ୨୪:୧୨।

Acts 24:14

କେଉଁଥିରେ ପାଉଲ ବିଶ୍ଵାସଯୋଗ୍ୟ ଥିଲେ ବୋଲି ସେ କହିଲେ?

ପାଉଲ କହିଲେ ସେ ସମସ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଲିଖିତ ସମସ୍ତ ବିଷୟରେ ବିଶ୍ଵାସଯୋଗ୍ୟ ଥିଲେ ବୋଲି କହିଲେ [୨୪:୧୪]।

କେଉଁ ଆଶା ବିଷୟରେ ପାଉଲ ଅଭିଯୋଗ କରୁଥିବା ଯିହୁଦୀ ମାନଙ୍କୁ କହିଲେ ?

ଧାର୍ମିକମାନଙ୍କର ଆଗାମୀ ପୁନରୁତ୍‌ଥାନ ଏବଂ ଅଧାର୍ମିକମାନଙ୍କର ମୃତ୍ୟୁ ସମ୍ପର୍କରେ ଈଶ୍ୱରଙ୍କଠାରେ ସେମାନଙ୍କର ଭରସାାକୁ ଜଣାଇଲେ [୨୪:୧୫]।

Acts 24:17

କାହିଁକି ପାଉଲ ଯିରୁଶାଲମକୁ ଆସିଅଛି ବୋଲି କହିଲେ ?

ସେ ତାଙ୍କର ଦେଶକୁ ସହାୟତା ଓ ଅର୍ଥର ଉପହାର ଆଣିବାକୁ ଆସିଥିଲେ ବୋଲି କହିଲେ [୨୪:୧୮]।

ଯେତେବେଳେ ସେ କିଛି ଆସିଆର ଯିହୁଦୀମାନଙ୍କ ଦ୍ୱାରା ଧରାଗଲେ ପାଉଲ କ'ଣ କରୁଥିଲେ ବୋଲି ସେ କହିଲେ ?

ଯେତେବେଳେ ତାହାକୁ ଧରାଯାଇଥିଲା ସେ ଏକ ଶୁଚି ହେବା ରୀତିରେ ଥିଲେ ବୋଲି ପାଉଲ କହିଲେ [୨୪:୧୮]।

Acts 24:22

କେଉଁ ବିଷୟରେ ଶାସନକର୍ତ୍ତା ଫେଲୀକସ୍ ଭଲଭାବରେ ଜାଣିଥିଲେ ?

ଶାସନକର୍ତ୍ତା ଫେଲୀକସ୍ ମାର୍ଗ ବିଷୟରେ ଭଲଭାବରେ ଜାଣିଥିଲେ [୨୪:୨୨]।

କେବେ ପାଉଲଙ୍କର ଅଭିଯୋଗକୁ ଫେଲୀକସ୍ ବିଚାର କରିବେ ବୋଲି କହିଲେ ?

ଶତସେନାପତି ଲୁସିୟା ଯେବେ ଯିରୂଶାଲମରୁ ଆସିବେ ତେବେ ସେ ପାଉଲଙ୍କର ଅଭିଯୋଗକୁ ବିଚାର କରିବେ ବୋଲି ଫେଲୀକସ୍ କହିଲେ [୨୪:୨୨]।

Acts 24:24

କେଉଁ ବିଷୟରେ କିଛି ଦିନ ପରେ ପାଉଲ ଫେଲୀକସ୍‌ଙ୍କୁ କହିଲେ ?

ପାଉଲ ଫେଲୀକସ୍‌ଙ୍କୁ ଯୀଶୁଙ୍କଠାରେ ବିଶ୍ୱାସ, ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କହିଲେ [୨୪:୨୪-୨୫]।

ପାଉଲଙ୍କ କଥା ଶୁଣିଲାପରେ ଫେଲୀକସ୍ କିପରି ପ୍ରତିକ୍ରିୟା କଲେ?

ଫେଲୀକସ୍ ଭୟଭୀତ ହେଲେ ଏବଂ ପାଉଲଙ୍କୁ ସେହି ସ୍ଥାନରୁ ବର୍ତ୍ତମାନ ଚାଲିଯିବାକୁ କହିଲେ[୨୪:୨୫]।

Acts 24:26

ଦୁଇ ବର୍ଷ ପରେ ଫେଲୀକସ୍ ପାଉଲଙ୍କୁ ବନ୍ଧୀ ଅବସ୍ଥାରେ କାହିଁକି ଛାଡିଦେଲେ ?

ଫେଲୀକ୍‍ସ୍‍ ଯିହୁଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା କରୁଥିଲେ ତେଣୁ ସେ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖିଚାଲିଗଲେ [୨୪:୨୭]।


Chapter 25

1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମକୁ ଗଲେ, 2 ପୁଣି, ପ୍ରଧାନ ଯାଜକମାନେ ଓ ଯିହୂଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାଙ୍କ ନିକଟରେ ଆବେଦନ କଲେ 3 ଆଉ ସେ ଯେପରି ତାଙ୍କୁ ଯିରୂଶାଲମକୁ ଡକାଇ ପଠାନ୍ତି ଏଥି ନିମନ୍ତେ ବିନତିପୁର୍ବକ ତାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାଙ୍କୁ ବାଟରେ ବଧ କରିବା ପାଇଁ ଛକି ବସିଲେ । 4 ସେଥିରେ ଫେଷ୍ଟସ୍ ଉତ୍ତର ଦେଲେ, ପାଉଲ କାଇସରିିୟାରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ । 5 ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ । 6 ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିୟାକୁ ବାହୁଡ଼ି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ । 7 ସେ ଆସନ୍ତେ ଯିରୂଶାଲମରୁ ଆଗତ ଯିହୂଦୀମାନେ ତାଙ୍କ ଚାରିଆଡ଼େ ଠିଆ ହୋଇ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହି ସବୁ ପ୍ରମାଣ କରି ପାରିଲେ ନାହିଁ । 8 ସେଥିରେ ପାଉଲ ଆପଣା ପକ୍ଷ ସମର୍ଥନ କରି କହିଲେ, ଯିହୂଦୀମାନଙ୍କ ମୋଶାଙ୍କ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ । 9 କିନ୍ତୁ ଫେଷ୍ଟସ୍ ଯିହୂଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୂଶାଲମକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହି ସବୁ ବିଷୟ ନେଇ ବିଚାରିତ ହେବାକୁ ଇଚ୍ଛା କରୁଅଛ ? 10 ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ । ମୁଁ ଯିହୂଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି । 11 ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ମନା କରୁ ନାହିଁ; କିନ୍ତୁ ଏମାନେ ମୋ, ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହି ସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରି ପାରିବେ ନାହିଁ । ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି । 12 ସେଥିରେ ଫେଷ୍ଟସ୍ ମନ୍ତ୍ରୀମଣ୍ଡଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ ।

13 କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସଙ୍କୁ ସାକ୍ଷାତ କଲେ । 14 ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍‌ସ୍ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଯାଇଅଛନ୍ତି । 15 ମୁଁ ଯିରୂଶାଲମରେ ଥିବା ସମୟରେ ଯିହୂଦୀମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋ, ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ଡାଜ୍ଞା ବିନତି କଲେ । 16 ମୁଁ ସେମାନଙ୍କୁ ଉତ୍ତର ଦେଲି, ଅଭିଯୁକ୍ତକାରୀ ଓ ଅଭିଯୁକ୍ତ ମୁଖାମୁଖୀ ନ ହେବା ପର୍ଯ୍ୟନ୍ତ ପୁଣି, ଅଭିଯୁକ୍ତ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ବନ୍ଧରେ ଆତ୍ମପକ୍ଷ ସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାହାକୁ ସମର୍ପଣ କରିବା ରୋମୀୟ ମାନଙ୍କର ବିଧି ନୁହେଁ । 17 ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି । 18 ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ବନ୍ଧରେ ଆଣିଲେ ନାହିଁ, 19 କିନ୍ତୁ ସେମାନଙ୍କ ସ୍ୱଧର୍ମ ପୁଣି, ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି, ଯାହାକୁ ପାଉଲ ସଜୀବ ବୋଲି କହୁଥିଲା, ସେହି ସବୁ ବିଷୟରେ ତାହା ବିରୁଦ୍ଧରେ ସେମାନଙ୍କର କେତେକ ବିବାଦ ଥିଲା । 20 ଏହି ସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି । 21 କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ନିବେଦନ କରନ୍ତେ, ମୁଁ ତାଙ୍କୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଦେଶ ଦେଲି । 22 ସେଥିରେ ଆଗ୍ରିପ୍ପା ଫେଷ୍ଟସଙ୍କୁ କହିଲେ ଆମ୍ଭେ ମଧ୍ୟ ସ୍ୱୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ । ସେ କହିଲେ, କାଲି ଆପଣ ତାହାଙ୍କ କଥା ଶୁଣିବେ । 23 ଅତଏବ, ପରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହା ସମାରୋହରେ ଆସି ପ୍ରଧାନ ପ୍ରଧାନ ସେନାପତି ଓ ନଗରର ମୁଖ୍ୟ ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରେ ପ୍ରବେଶ ହୁଅନ୍ତେ ଫେଷ୍ଟସ୍ ଆଦେଶ ଅନୁସାରେ ପାଉଲ ଅଣାଗଲେ । 24 ସେଥିରେ ଫେଷ୍ଟସ୍ କହିଲେ, ହେ ରାଜନ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟ ବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖିଅଛନ୍ତି; ଏହା ବିରୁଦ୍ଧରେ ଓ ଯିରୂଶାଲମରେ ଏହି ସ୍ଥାନରେ ମଧ୍ୟ ଯିହୂଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାହାର ଆଉ ବଞ୍ଚି ରହିବାର ଉଚିତ ନୁହେଁ ବୋଲି ଚିତ୍କାର କଲେ । 25 କିନ୍ତୁ ସେ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାଙ୍କୁ ପଠାଇବା ନିମନ୍ତେ ସ୍ଥିର କଲି । 26 ମୋର ପ୍ରଭୁଙ୍କ ଛାମୁକୁ ତା'ର ବିଷୟରେ ଲେଖିବା ନିମନ୍ତେ ମୋର କୌଣସି ନିଶ୍ଚିତ ବିଷୟ ନାହିଁ । ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାଙ୍କୁ ଆପଣମାନଙ୍କ, ବିଶେଷତଃ ହେ ରାଜନ ଆଗ୍ରିପ୍ପା ଆପଣଙ୍କ ସମ୍ମୁଖକୁ ଆଣିଅଛି; 27 କାରଣ ବନ୍ଦୀକି ପଠାଇବା ସମୟରେ ତା' ବିରୁଦ୍ଧରେ ଅଭିଯୋଗ ଗୁଡ଼ିକ ନିର୍ଦ୍ଦେଶ ନ କରିବା ମୋତେ ଅସଙ୍ଗତ ବୋଧ ହେଉଅଛି ।



Translation Questions

Acts 25:1

ଫେଷ୍ଟଙ୍କୁ ପ୍ରଧାନ ଯାଜକ ଓ ମୁଖ୍ୟ ଯିହୁଦୀମାନେ କ'ଣ କରିବାକୁ ଅନୁଗ୍ରହ ପ୍ରାର୍ଥନା କଲେ?

ସେ ଯେମିତି ପାଉଲଙ୍କୁ ଯିରୂଶାଲମକୁ ଡକାଇ ପଠାନ୍ତି, ଏଥିନିମନ୍ତେ ବିନତିପୂର୍ବକ ସେମାନେ ଫେଷ୍ଟଙ୍କୁ ଅନୁଗ୍ରହ ପ୍ରାର୍ଥନା କଲେ, ଯେମିତିକି ସେମାନେ ପାଉଲଙ୍କୁ ବାଟରେ ବଧ କରିପାରିବେ [୨୫:୩]।

Acts 25:4

ଫେଷ୍ଟଙ୍କୁ ପ୍ରଧାନ ଯାଜକ ଓ ମୁଖ୍ୟ ଯିହୁଦୀମାନେ କ'ଣ କରିବାକୁ କହିଲେ ?

ଫେଷ୍ଟ ସେମାନଙ୍କୁ କାଇସରିଆକୁ ଯିବାକୁ କହିଲେ, ଏବଂ ସେମାନେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବେ [୨୫:୫]।

Acts 25:9

ପାଉଲଙ୍କ ଅଭିଯୋଗକୁ କାଇସରରେ ବିଚାର କରିବା ସମୟରେ, କେଉଁ ପ୍ରଶ୍ନ ଫେଷ୍ଟ ପାଉଲଙ୍କୁ ପଚାରିଲେ ?

ଫେଷ୍ଟ ପାଉଲଙ୍କୁ ପଚାରିଲେ, ସେ ଯିରୂଶାଲମକୁ ଯାଇ ଯଦି ସେଠାରେ ବିଚାରିତ ହେବାକୁ ଚାହୁଁଛନ୍ତି କି [୨୫:୯]।

କାହିଁକି ଏହି ପ୍ରଶ୍ନ ପାଉଲଙ୍କୁ ଫେଷ୍ଟ ପଚାରିଲେ?

ଫେଷ୍ଟ ଏହି ପ୍ରଶ୍ନ ପାଉଲଙ୍କୁ ପଚାରିଲେ କାରଣ ସେ ଯିହୁଦୀ ଲୋକଙ୍କର ପ୍ରିୟ ହେବାକୁ ଚାହୁଁ ଥିଲେ [୨୫:୯]।

Acts 25:11

ଫେଷ୍ଟଙ୍କ ପ୍ରଶ୍ନର ପାଉଲ କି ପ୍ରତ୍ୟୁତ୍ତର ଦେଲେ?

ପାଉଲ କହିଲେ ଯେ ସେ କୌଣସି ଅନ୍ୟାୟ ଯିହୁଦୀମାନଙ୍କ ପ୍ରତି କରି ନ ଥିଲେ, ଏବଂ ସେ କାଇସରଙ୍କ ଛାମୁରେ ବିଚାରିତ ହେବାକୁ ନିବେଦନ କଲେ [୨୫:୧୦-୧୧]।

ପାଉଲଙ୍କ ଅଭିଯୋଗ ସହ କ'ଣ କରିବାକୁ ଫେଷ୍ଟ ନିଷ୍ପତ୍ତି କଲେ?

ଯେହେତୁ ପାଉଲ କାଇସରଙ୍କ ଛାମୁରେ ବିଚାରିତ ହେବାକୁ ନିବେଦନ କରିଥିଲେ, ତେବେ ସେ କାଇସରଙ୍କ ନିକଟକୁ ଯିବେ ବୋଲି ଫେଷ୍ଟ ନିଷ୍ପତ୍ତି କଲେ [୨୫:୧୨]।

Acts 25:13

ଅପରାଧି ଲୋକମାନଙ୍କ ସମ୍ବନ୍ଧରେ ରୋମୀୟମାନଙ୍କର କ'ଣ ଆଇନ ଥିଲା ବୋଲି ଫେଷ୍ଟ କହିଲେ ?

ରୋମୀୟମାନେ ଅଭିଯୁକ୍ତ ବ୍ୟକ୍ତିକୁ ତାହାର ଅଭିଯୋଗକାରୀ ସହ ମୁଖାମୁଖୀ ହେବାକୁ ପୁଣି ଅଭିଯୋଗ ସମ୍ବନ୍ଧରେ ପକ୍ଷ କରିବାକୁ ସୁଯୋଗ ଦିଅନ୍ତି ବୋଲି ଫେଷ୍ଟ କହିଲେ [୨୫:୧୬]।

Acts 25:17

ପାଉଲଙ୍କ ବିରୁଦ୍ଧରେ କେଉଁ ଅଭିଯୋଗ ଯିହୁଦୀମାନେ ଆଣିଥିଲେ ବୋଲି ଫେଷ୍ଟ କହିଲେ ?

ସେମାନଙ୍କର ଧର୍ମ ପୁଣି ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ଯାହାକୁ ପାଉଲ ସଜୀବ ବୋଲି କହନ୍ତି, ଏଥିରେ କିଛି ବିବାଦ ରହିଛି [୨୫:୧୯]।

Acts 25:25

ରାଜା ଆଗ୍ରିପ୍‍ପା ଛାମୁକୁ ଫେଷ୍ଟ ପାଉଲଙ୍କୁ କାହିଁକି କହିବାକୁ ଆଣିଲେ ?

ପାଉଲଙ୍କ ଅଭିଯୋଗ ବିଷୟରେ ସମ୍ରାଟ କିଛି ଲେଖିବାରେ ରାଜା ଆଗ୍ରିପ୍‍ପା ସାହାଯ୍ୟ କରିବାକୁ ଫେଷ୍ଟ ଚାହିଁଲେ [୨୫:୨୬]।

ପାଉଲଙ୍କୁ ସମ୍ରାଟଙ୍କ ନିକଟକୁ ପଠାଇଲେ କ'ଣ ଅନ୍ୟାୟ ତା'ଙ୍କ ନିମନ୍ତେ ହେବ ବୋଲି ଫେଷ୍ଟ କହିଲେ ?

ତା'ଙ୍କ ବିରୁଦ୍ଧରେ ଅଭିଯୋଗଗୁଡିକ ନିର୍ଦୋଷ ନ କରି ପାଉଲଙ୍କୁ ସମ୍ରାଟ ନିକଟକୁ ପଠାଇବା ତା'ଙ୍କ ନିମନ୍ତେ ଅନ୍ୟାୟ ବୋଲି ଫେଷ୍ଟ କହିଲେ [୨୫:୨୭]।


Chapter 26

1 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ଆପଣା ସପକ୍ଷରେ କଥା କହିବା ନିମନ୍ତେ ଅନୁମତି ଦିଆଗଲା । ସେଥିରେ ପାଉଲ ହସ୍ତ ବିସ୍ତାର କରି ଆପଣା ପକ୍ଷ ସମର୍ଥନ କରିବାକୁ ଲାଗିଲେ, 2 ହେ ରାଜନ ଆଗ୍ରିପ୍ପା, ଯିହୂଦୀମାନେ ମୋ ବିରୁଦ୍ଧରେ ଯେ ସମସ୍ତ ଅଭିଯୋଗ କରୁଅଛନ୍ତି, ସେ ସମ୍ବନ୍ଧରେ ମୁଁ ଯେ ଆଜି ଆପଣଙ୍କ ଛାମୁରେ ଆତ୍ମପକ୍ଷ ସମର୍ଥନ କରିବାକୁ ସୁଯୋଗ ପାଇଅଛି, ଏଥିପାଇଁ ମୁଁ ଆପଣଙ୍କୁ ସମୃଦ୍ଧିମାନ ମନେ କରୁଅଛି, 3 ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୂଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ବନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋହର କଥା ଶୁଣିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି । 4 ଯୌବନକାଳାବଧି ଆଦ୍ୟରୁ ସ୍ୱଜାତି ମଧ୍ୟରେ ଓ ଯିରୂଶାଲମରେ ମୋହର ଆଚାର ବ୍ୟବହାର ଯିହୂଦୀମାନେ ସମସ୍ତେ ଜାଣନ୍ତି; 5 ସେମାନେ ମୋତେ ପ୍ରଥମରୁ ଜାଣିଥିବାରୁ ଯଦି ଇଚ୍ଛା କରନ୍ତି, ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନ ଯାପନ କଲି । 6 ପୁଣି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ନିକଟରେ ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାର ପ୍ରତ୍ୟାଶା ନିମନ୍ତେ ମୁଁ ବିଚାରିତ ହେବା ପାଇଁ ଏବେ ଠିଆ ହୋଇଅଛି | 7 ଆମ୍ଭମାନଙ୍କ ବାର ଗୋଷ୍ଠୀ ସେହି ପ୍ରତିଜ୍ଞାର ଫଳ ପ୍ରାପ୍ତି ଆଶାରେ ଦିବାରାତ୍ର ଏକାଗ୍ର ଚିତ୍ତରେ ଈଶ୍ୱରଙ୍କ ସେବା କରୁଅଛନ୍ତି । ହେ ରାଜନ, ସେହି ପ୍ରତ୍ୟାଶା ହେତୁ ମୁଁ ଯିହୂଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହେଉଅଛି । 8 ଈଶ୍ୱର ଯେ ମୃତମାନଙ୍କୁ ଉଠାନ୍ତି, ତାହା କାହିଁକି ଆପଣମାନଙ୍କ ବିଚାରରେ ଅବିଶ୍ୱାସ୍ୟ ବୋଲି ବୋଧ ହୁଏ ? 9 ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ମୋହର ଅନେକ କାର୍ଯ୍ୟ କରିବା ଯେ କର୍ତ୍ତବ୍ୟ ଏହା ମୁଁ ନିଜେ ମନେ କରିଥିଲି । 10 ଆଉ, ଯିରୂଶାଲମରେ ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ଡ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି, 11 ଆଉ ସମସ୍ତ ସମାଜଗୃହରେ ଥରକୁଥର ସେମାନଙ୍କୁ ଶାସ୍ତି ଦେଇ ଯୀଶୁଙ୍କ ନିନ୍ଦା କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରୁଥିଲି, ପୁଣି, ସେମାନଙ୍କ ବିରୁଦ୍ଧରେ ଅତ୍ୟନ୍ତ ଉନ୍ନତ୍ତ ହୋଇ ବିଦେଶୀୟ ନଗରଗୁଡ଼ିକ ପର୍ଯ୍ୟନ୍ତ ସୁଧା ସେମାନଙ୍କୁ ତାଡ଼ନା କରୁଥିଲି ।

12 ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଦେଶପତ୍ର ଘେନି ଦମ୍ମେସକକୁ ଯାଉଥିବା ସମୟରେ, 13 ହେ ରାଜନ, ମଧ୍ୟାହ୍ନ କାଳରେ ପଥ ମଧ୍ୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜୋମୟ ଆଲୋକ ମୋହର ଓ ମୋ' ସହଯାତ୍ରୀମାନଙ୍କ ଚତୁର୍ଦିଗରେ ପ୍ରକାଶମାନ ହେବାର ଦେଖିଲି । 14 ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏବ୍ରୀ ଭାଷାରେ ମୋ, ପ୍ରତି ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ ? ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର । 15 ସେଥିରେ ମୁଁ କହିଲି, ପ୍ରଭୁ, ଆପଣ କିଏ ? ତେଣୁ ପ୍ରଭୁ କହିଲେ ଯେଉଁ ଯୀଶୁଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି । 16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ସାକ୍ଷୀସ୍ୱରୂପେ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ । 17 ସ୍ୱଜାତି ଓ ଅଣଯିହୂଦୀମାନେ ଯେପରି ଅନ୍ଧକାରରୁ ଆଲୋକ ପ୍ରତି ଓ ଶୟତାନର ଶକ୍ତିରୁ ଈଶ୍ୱରଙ୍କ ପ୍ରତି ଫେରନ୍ତି, ପୁଣି, ପାପ କ୍ଷମା ଓ ଆମ୍ଭଠାରେ ବିଶ୍ୱାସ ଦ୍ୱାରା ପବିତ୍ରୀକୃତ ଲୋକମାନଙ୍କ ମଧ୍ୟରେ ଅଧିକାରପ୍ରାପ୍ତ ହୁଅନ୍ତି, 18 ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ ।

19 ଅତଏବ, ହେ ରାଜନ ଆଗ୍ରିପ୍ପା ମୁଁ ସେହି ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ, 20 କିନ୍ତୁ ପ୍ରଥମେ ଦମ୍ମେସକର ଓ ଯିରୂଶାଲମର ଲୋକମାନଙ୍କ ନିକଟରେ, ପରେ ଯିହୂଦା ପ୍ରଦେଶର ସମସ୍ତ ଅଞ୍ଚଳରେ, ପୁଣି, ଅଣଯିହୂଦୀମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନ ପରିବର୍ତ୍ତନ କରି ଈଶ୍ୱରଙ୍କ ପ୍ରତି ଫେରିଆସନ୍ତି ଓ ମନପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି । 21 ଏହି କାରଣରୁ ଯିହୂଦୀମାନେ ମନ୍ଦିରର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ । 22 ଅତଏବ, ଈଶ୍ୱରଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହୋଇ ମୁଁ ଆଜି ପର୍ଯ୍ୟନ୍ତ କ୍ଷୁଦ୍ର ଓ ମହାନ ସମସ୍ତଙ୍କ ନିକଟରେ ସାକ୍ଷ୍ୟ ଦେଇ ଆସୁଅଛି, ପୁଣି, ଭାବବାଦୀମାନେ ଓ ମୋଶା ଯାହା ଯାହା ଘଟିବ ବୋଲି କହିଅଛନ୍ତି, ସେହି ସବୁ ଛଡ଼ା ଆଉ କିଛି କହୁ ନାହିଁ, 23 ଅର୍ଥାତ୍ ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ କରି ପୁଣି, ପ୍ରଥମେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇ ସ୍ୱଜାତି ଓ ଅଣଯିହୂଦୀମାନଙ୍କ ନିକଟରେ ଆଲୋକ ପ୍ରକାଶ କରିବେ । 24 ଏହି ପ୍ରକାରେ ସେ ଅାତ୍ମପକ୍ଷ ସମର୍ଥନ କରୁଥିବା ସମୟରେ ଫେଷ୍ଟସ୍ ଉଚ୍ଚସ୍ୱରରେ କହିଲେ, ପାଉଲ, ତୁମ୍ଭେ ପାଗଳ; ବହୁ ବିଦ୍ୟା ତୁମ୍ଭକୁ ପାଗଳ କରୁଅଛି । 25 କିନ୍ତୁ ପାଉଲ କହିଲେ, ହେ ମହାମହିମ ଫେଷ୍ଟସ୍, ମୁଁ ପାଗଳ ନୁହେଁ, ମାତ୍ର ସତ୍ୟ ଓ ସ୍ଥିର ବୁଦ୍ଧିର ବାକ୍ୟ ବ୍ୟକ୍ତ କରୁଅଛି । 26 ରାଜା ତ ଏସମସ୍ତ ବିଷୟ ଜାଣନ୍ତି, ଆଉ ମୁଁ ତାଙ୍କ ଛାମୁରେ ମଧ୍ୟ ସାହସରେ କଥା କହୁଅଛି, କାରଣ ଏହି ସମସ୍ତ ବିଷୟର କୌଣସି କଥା ତାଙ୍କର ଅଜଣା ନାହିଁ ବୋଲି ମୋହର ବିଶ୍ୱାସ; ଏହା ତ ଗୋପନରେ କରା ହୋଇ ନାହିଁ । 27 ହେ ରାଜନ ଅାଗ୍ରିପ୍ପା, ଆପଣ କ'ଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି ? ଆପଣ ବିଶ୍ୱାସ କରନ୍ତି ବୋଲି ମୁଁ ଜାଣେ । 28 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ଟିଆନ କରି ପାର ବୋଲି ମନେ କରୁଅଛ । 29 ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହଁନ୍ତି, ମାତ୍ର ଯେତେ ଲୋକ ଆଜି ମୋର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛି । 30 ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ବସିଥିବା ବ୍ୟକ୍ତିମାନେ ଉଠିଯାଇ, 31 ଅନ୍ତର ହୋଇ ପରସ୍ପର କଥାବାର୍ତ୍ତା କରୁ କରୁ କହିଲେ, ଏହି ଲୋକ ମୃତ୍ୟୁ କି ବନ୍ଧନ ଯୋଗ୍ୟ କୌଣସି କର୍ମ କରି ନାହିଁ । 32 ଆଉ ଆଗ୍ରିପ୍ପା ଫେଷ୍ଟସଙ୍କୁ କହିଲେ, ଏହି ଲୋକ ଯଦି କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରି ନ ଥାଆନ୍ତା, ତେବେ ମୁକ୍ତ କରାଯାଇ ପାରିଥାଆନ୍ତା ।



Translation Questions

Acts 26:1

କାହିଁକି ପାଉଲ ରାଜା ଆଗ୍ରିପ୍‍ପାଙ୍କ ଛାମୁରେ ତାଙ୍କର ଆତ୍ମ ସମର୍ଥନ କରିବାକୁ ଆନନ୍ଦିତ ଥିଲେ ?

ରାଜା ଆଗ୍ରିପ୍‍ପାଙ୍କ ଛାମୁରେ ଆତ୍ମ ସମର୍ଥନ କରିବାକୁ ସୁଯୋଗ ପାଇ ଅଛନ୍ତି ବୋଲି ପାଉଲ ଆନନ୍ଦିତ ଥିଲେ ଯେହେତୁ ରାଜା ଆଗ୍ରିପ୍‍ପା ଯିହୁଦୀମାନଙ୍କର ରାଜନୀତି ମତାମତ ବିଷୟରେ ନିପୁଣ ଥିଲେ [୨୬:୩]।

Acts 26:4

ପାଉଲ ଯିରୂଶାଲମରେ ତାଙ୍କର ଯୌବନ ଅବସ୍ଥା କିପରି କାଟିଥିଲେ?

ପାଉଲ କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନ ଯାପନ କଲେ [୨୫:୫]।

Acts 26:6

ପରମେଶ୍ଵରଙ୍କ କେଉଁ ପ୍ରତିଜ୍ଞାରେ ଉଭୟ ସେ ଏବଂ ଯିହୁଦୀମାନେ ପହଞ୍ଚିବାକୁ ଆଶା କରିଛନ୍ତି ବୋଲି ପାଉଲ କହିଲେ ?

ସେ ଏବଂ ଯିହୁଦୀମାନେ ଯେ ପୁନରୁତ୍‌ଥାନର ପ୍ରତିଜ୍ଞାକୁ ପହଞ୍ଚିବାକୁ ପ୍ରତ୍ୟାଶା କରୁଛନ୍ତି ବୋଲି ପାଉଲ କହିଲେ [୨୬:୬-୮]।

Acts 26:9

ତାଙ୍କର ପରିବର୍ତ୍ତନ ପୂର୍ବରୁ ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ପାଉଲ କ'ଣ କରୁଥିଲେ ?

ପାଉଲ ସାଧୁମାନଙ୍କୁ କାରାବାସରେ ବନ୍ଦ କରୁଥିଲେ ପୁଣି ସେମାନଙ୍କର ମୃତ୍ୟୁରେ ସହମତି ଦେଉଥିଲେ ଓ ସେମାନଙ୍କୁ ବିଦେଶୀୟ ନଗରଗୁଡିକ ପର୍ଯ୍ୟନ୍ତ ତାଡନା କରୁଥିଲେ [୨୬:୯-୧୧]।

Acts 26:12

ଦମ୍ମେସକକୁ ଯାଉଥିବା ରାସ୍ତାରେ ପାଉଲ କ'ଣ ଦେଖିଲେ?

ଆକାଶର ସୁର୍ଯ୍ୟଠାରୁ ଅଧିକ ତେଜୋମୟ ଆଲୋକ ପ୍ରକାଶ ହେବାର ପାଉଲ ଦେଖିଲେ [୨୬:୧୩]।

ଦମମେସକ ଯାଉଥିବା ରାସ୍ତାରେ ପାଉଲ କ'ଣ ଶୁଣିଲେ ?

ପାଉଲ ଏକ ବାଣୀ କହିବା ଶୁଣିଲେ, ''ଶାଉଲ, ଶାଉଲ କାହିଁକି ତୁମେ ଆମ୍ଭକୁ ତାଡନା କରୁଅଛ ?'' [୨୬:୧୪]।

Acts 26:15

ଦମ୍ମେସକର ରାସ୍ତାରେ କିଏ ପାଉଲଙ୍କୁ କହୁଥିଲେ ?

ଦମ୍ମେସକ ଯାଉଥିବା ରାସ୍ତାରେ ଯୀଶୁ ପାଉଲଙ୍କୁ କହୁଥିଲେ [୨୬:୧୫]।

ପାଉଲଙ୍କୁ କ'ଣ ହେବାକୁ ଯୀଶୁ ନିଯୁକ୍ତ କଲେ ?

ପାଉଲଙ୍କୁ ଏକ ସେବକ ଓ ବିଜାତିମାନଙ୍କ ନିକଟରେ ସାକ୍ଷୀ ହେବାକୁ ଯୀଶୁ ନିଯୁକ୍ତ କଲେ [୨୬:୧୬-୧୭]।

ବିଜାତୀୟମାନଙ୍କୁ କ'ଣ ପ୍ରାପ୍ତ କରିବାକୁ ଯୀଶୁ ଚାହୁଁ ଥିଲେ ବୋଲି ସେ କହିଲେ ?

ଯୀଶୁ କହିଲେ ସେ ଚାହୁଁ ଥିଲେ ଯେ ବିଜାତୀୟମାନେ ଯେପରି ପାପ କ୍ଷମା ଓ ପରମେଶ୍ୱରଙ୍କଠାରୁ ଅଧିକାର ପ୍ରାପ୍ତ ହେବେ [୨୬:୧୮]।

Acts 26:19

ଯେକୌଣସି ସ୍ଥାନକୁ ଗଲେ ପାଉଲ କେଉଁ ଦୁଇଟି ବିଷୟରେ ପ୍ରଚାର କରୁଥିଲେ ?

ଲୋକମାନେ ମନପରିବର୍ତ୍ତନ କରି ଈଶ୍ଵରଙ୍କ ପ୍ରତି ଫେରିବା ଉଚିତ ବୋଲି ପାଉଲ କହିଲେ [୨୬:୨୦]।

Acts 26:22

ଭାବବାଦୀମାନେ ଓ ମୋଶା କ'ଣ ଘଟିପାରେ ବୋଲି କହିଲେ ?

ଭାବବାଦୀମାନେ ଓ ମୋଶା କହିଲେ ଯେ ଖ୍ରୀଷ୍ଟ ଦୁଃଖଭୋଗ କରି, ମୃତମାନଙ୍କ ମଧ୍ୟରୁ ପୁନରୁତ୍‌ଥିତ ହେବେ ଓ ଯିହୁଦୀମାନଙ୍କୁ ଓ ବିଜାତୀୟମାନଙ୍କ ନିକଟରେ ଆଲୋକ ପ୍ରକାଶ କରିବେ [୨୬:୨୨-୨୩]।

Acts 26:24

ପାଉଲଙ୍କ ଆତ୍ମ ସମର୍ଥନ ଶୁଣିଲାପରେ ଫେଷ୍ଟ ପାଉଲଙ୍କ ବିଷୟରେ କ'ଣ ଚିନ୍ତା କଲେ ?

ଫେଷ୍ଟ ଭାବିଲେ ଯେ ପାଉଲ ପାଗଳ ଥିଲେ [୨୬:୨୪-୨୫]।

Acts 26:27

ରାଜା ଆଗ୍ରିପ୍‍ପାଙ୍କ ନିମନ୍ତେ ପାଉଲ କ'ଣ ଇଛା କଲେ ?

ପାଉଲ ଇଛା କଲେ ଯେ ରାଜା ଆଗ୍ରିପ୍‍ପା ଖ୍ରୀଷ୍ଟିୟାନ ହେବେ [୨୬:୨୮-୨୯]।

Acts 26:30

ଆଗ୍ରିପ୍‍ପା, ଫେଷ୍ଟ ଓ ବର୍ଣ୍ଣୀକୀ ପାଉଲଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ବନ୍ଧରେ କ'ଣ ନିଷ୍ପତ୍ତି କଲେ ?

ସେମାନେ ଏକମତ ହେଲେ ଯେ ପାଉଲ ମୃତ୍ୟୁ କି ବନ୍ଧନଯୋଗ୍ୟ କୌଣସି କର୍ମ କରି ନାହାନ୍ତି ପୁଣି ଯଦି ସେ କାଇସରଙ୍କ ଛାମୁରେ ବିଚାରିତ ହେବାକୁ ନିବେଦନ କରି ନ ଥାନ୍ତା ତେବେ ସେ ମୁକ୍ତ କରାଯାଇ ପାରିଥାନ୍ତା ବୋଲି କହିଲେ [୨୬:୩୧-୩୨]।


Chapter 27

1 ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ରାଜକୀୟ ସୈନ୍ୟଦଳର ଯୂଲିଅ ନାମକ ଜଣେ ଶତସେନାପତିଙ୍କ ହସ୍ତରେ ସମର୍ପିତ ହେଲେ । 2 ସେଥିରେ ଆସିଆ ଉପକୂଳରେ ବିଭିନ୍ନ ସ୍ଥାନକୁ ଯିବା ନିମନ୍ତେ ଉଦ୍ୟତ ଗୋଟିଏ ଆଦ୍ରାମୁତ୍ତୀୟ ଜାହାଜରେ ଆମ୍ଭେମାନେ ଚଢ଼ି ଜାହାଜ ଫିଟାଇଦେଲୁ; ଆଉ ମାକିଦନିଆର ଆରିସ୍ତାର୍ଖ ନାମକ ଜଣେ ଥେସଲନୀକୀୟ ଲୋକ ଆମ୍ଭମାନଙ୍କ ସାଙ୍ଗରେ ଥିଲେ । 3 ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ପାଖକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ । 4 ସେହି ସ୍ଥାନରୁ ଜାହାଜ ଫିଟାଇ ପ୍ରତିକୂଳ ପବନ ହେତୁ ଆମ୍ଭେମାନେ କୁପ୍ରର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କରି, 5 କିଲିକିୟା ଓ ପଂଫୂଲିଆ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆର ମୁରାକୁ ଆସିଲୁ । 6 ସେଠାରେ ଶତସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ । 7 ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ସମ୍ମୁଖ ଦେଇ କ୍ରୀତୀର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ, 8 ପୁଣି, କଷ୍ଟରେ କୂଳେ କୂଳେ ଯାଇ 'ସୁନ୍ଦର ବନ୍ଦର' ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସେଥିର ନିକଟବର୍ତ୍ତୀ । 9 ଏହି ପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି, ଜଳଯାତ୍ରା ବର୍ତ୍ତମାନ ବିପଦଜନକ ହୋଇ ପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ସମାପ୍ତ ହୋଇଥିଲା । ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ, 10 ମହାଶୟମାନେ ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି । 11 କିନ୍ତୁ ଶତସେନାପତି ପାଉଲଙ୍କ କଥା ଅପେକ୍ଷା ଜାହାଜର ଚାଳକ ଓ ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ । 12 ଆଉ ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନିକ୍ସ୍ ରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନିକ୍ସ୍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣପୂର୍ବ ଅଭିମୁଖୀ ।

13 ପରେ ଦକ୍ଷିଣା ପବନ ଧୀରେ ଧୀରେ ବହିବାରୁ ସେମାନେ ନିଜ ନିଜର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମନେ କରି ଲଙ୍ଗର (ଛୋଟ ଲଙ୍ଗରରେ ବନ୍ଧା ହୋଇଥିବା ମୋଟା ଦୌଡ଼ିରେ ନୌକାକୁ ଟାଣିବା), ତୋଳି କ୍ରୀତୀର କୂଳର ଅତି ନିକଟ ଦେଇ ଯିବାକୁ ଲାଗିଲେ । 14 କିନ୍ତୁ ଅଳ୍ପ ସମୟ ଉତ୍ତାରେ, ଯାହାକୁ ଇଉରକ୍ୱିଲୋ ବୋଲି କହନ୍ତି, ସେହି ପ୍ରଚଣ୍ଡ ପବନ କୂଳରୁ ବହି ଆଘାତ କରିବାକୁ ଲାଗିଲା । 15 ଜାହାଜଟି ତୋଫାନରେ ପଡ଼ି ପବନର ସମ୍ମୁଖିନ ହୋଇ ନ ପାରିବାରୁ ଆମ୍ଭେମାନେ ତାହାକୁ ଭାସିଯିବାକୁ ଛାଡ଼ିଦେଲୁ । 16 ପୁଣି, କ୍ଲାଉଦ ନାମକ ଗୋଟିଏ କ୍ଷୁଦ୍ର ଦ୍ୱୀପର ଆଶ୍ରୟସ୍ଥଳୀରେ ଯାଇ କଷ୍ଟରେ ଜାହାଜର ନୌକାଖଣ୍ଡିକ ଧରି ରକ୍ଷା କରିବାକୁ ସକ୍ଷମ ହେଲୁ, 17 ଆଉ ସେମାନେ ତାହାକୁ ଉଠାଇନେଲା ଉତ୍ତାରେ ନାନା ଉପାୟରେ ଜାହାଜକୁ ତଳୁ ଘେରିଦେଇ ବାନ୍ଧିଲେ, ପୁଣି, କାଳେ ସେମାନେ ସୁର୍ତ୍ତି ନାମକ ଚଡ଼ାରେ (ଭୂସଂଲଘ୍ନ ବାଲିରେ) ଲାଗିଯିବେ, ଏହି ଭୟରେ ପାଲସବୁ ପକାଇଦେଇ ଭାସିବାକୁ ଲାଗିଲେ । 18 ତୋଫାନରେ ଆମ୍ଭମାନଙ୍କର ଅତିଶୟ କଷ୍ଟ ହେବାରୁ ତହିଁ ଆରଦିନ ନାବିକମାନେ ମାଲ ଫୋପାଡ଼ିବାକୁ ଲାଗିଲେ, 19 ପୁଣି, ତୃତୀୟ ଦିନରେ ନିଜ ହାତରେ ଜାହାଜର ସରଞ୍ଜାମସବୁ ଫୋପାଡ଼ିଦେଲେ । 20 ଅନେକ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ନକ୍ଷତ୍ର ଦେଖା ନ ଯିବାରୁ, ପୁଣି, ଭୀଷଣ ଝଡ଼ ଲାଗିରହିବାରୁ ଶେଷରେ ଆମ୍ଭମାନଙ୍କ ରକ୍ଷା ପାଇବାର ସମସ୍ତ ଆଶା ଦୂର ହେଲା । 21 ଆଉ, ସମସ୍ତେ ଅନେକ ଦିନ ପର୍ଯ୍ୟନ୍ତ ଅନାହାରରେ ରହିଲା ପରେ ପାଉଲ ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ମହାଶୟମାନେ, ମୋହର କଥା ମାନି କ୍ରୀତୀରୁ ଜାହାଜ ନ ଫିଟାଇବା, ପୁଣି, ଏହି ଅନିଷ୍ଟ ଓ କ୍ଷତି ନିବାରଣ କରିବା ଆପଣମାନଙ୍କର ଉଚିତ ଥିଲା । 22 ଯାହା ହେଉ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହାସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ । 23 ଯେଣୁ ମୁଁ ଯେଉଁ ଈଶ୍ୱରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ, 24 ପାଉଲ, ଭୟ କର ନାହିଁଁ; କାଇସରଙ୍କର ସମ୍ମୁଖରେ ତୁମ୍ଭକୁ ଠିଆ ହେବାକୁ ହେବ, ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ୱର ତୁମ୍ଭକୁ ଦାନ କରିଅଛନ୍ତି । 25 ଅତଏବ, ମହାଶୟମାନେ, ସାହସ ଧରନ୍ତୁ, କାରଣ ଈଶ୍ୱରଙ୍କଠାରେ ମୋହର ବିଶ୍ୱାସ ଅଛି ଯେ, ମୋତେ ଯେପରି କୁହା ହୋଇଅଛି, ଠିକ୍ ସେହିପରି ଘଟିବ । 26 କିନ୍ତୁ ଆମ୍ଭମାନଙ୍କୁ କୌଣସି ଗୋଟିଏ ଦ୍ୱୀପରେ ଯାଇ ପଡ଼ିବାକୁ ହେବ । 27 ଏହି ରୂପେ ଆମ୍ଭେମାନେ ଆଦ୍ରିଆ ସମୁଦ୍ରରେ ଇତଃସ୍ତତଃ ଚାଳିତ ହେଉ ହେଉ ଯେତେବେଳେ ଚତୁର୍ଦ୍ଦଶ ରାତ୍ରି ଉପସ୍ଥିତ ହେଲା, ସେତେବେଳେ ପ୍ରାୟ ଅର୍ଦ୍ଧରାତ୍ରି ସମୟରେ ନାବିକମାନେ କୌଣସି ସ୍ଥଳର ନିକଟବର୍ତ୍ତୀ ହେଉଛନ୍ତି ବୋଲି ଅନୁମାନ କଲେ । 28 ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାନୀ ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ । 29 କାଳେ ଆମ୍ଭେମାନେ କୌଣସି ପଥୁରିଆ ଭୁଇଁରେ ଯାଇ ପଡ଼ୁ, ଏହି ଭୟରେ ସେମାନେ ଚାରିଟା ଲଙ୍ଗର ପକାଇଦେଇ ଦିନ ଅପେକ୍ଷାରେ ରହିଲେ । 30 ପୁଣି, ନାବିକମାନେ ଜାହାଜର ସମ୍ମୁଖଭାଗରୁ ଲଙ୍ଗର ପକାଇବା ଛଳରେ ନୌକାଖଣ୍ଡିକ ସମୁଦ୍ରକୁ ଓହ୍ଲାଇ ଦେଇ ଜାହାଜରୁ ପଳାଇଯିବା ନିମନ୍ତେ ଚେଷ୍ଟା କରନ୍ତେ, 31 ପାଉଲ ଶତସେନାପତି ଓ ସୈନ୍ୟମାନଙ୍କୁ କହିଲେ, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇ ପାରିବେ ନାହିଁ । 32 ସେଥିରେ ସୈନ୍ୟମାନେ ନୌକାର ଦୌଡ଼ିସବୁ କାଟିଦେଇ ତାକୁ ଜଳରେ ପକାଇଦେଲେ । 33 ଆଉ, ଦିନ ହୋଇ ଆସୁଥିବା ପର୍ଯ୍ୟନ୍ତ ପାଉଲ ସେମାନଙ୍କୁ କିଛି ଭୋଜନ କରିବା ନିମନ୍ତେ ଉତ୍ସାହ ଦେଇ କହିଲେ, ଆଜିକି ଚଉଦ ଦିନ ହେଲା ଆପଣମାନେ ଅପେକ୍ଷାରେ ଥାଇ କିଛି ଭୋଜନ ନ କରି ଅନାହାରରେ ରହିଅଛନ୍ତି । 34 ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଅାପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ । 35 ସେ ଏହି ସବୁ କଥା କହି ରୁଟି ଘେନି ସମସ୍ତଙ୍କ ସାକ୍ଷାତରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ତାହା ଭାଙ୍ଗି ଭୋଜନ କରିବାକୁ ଲାଗିଲେ । 36 ସେଥିରେ ସେମାନେ ସମସ୍ତେ ସାହାସ ପ୍ରାପ୍ତ ହୋଇ ନିଜେ ନିଜେ ମଧ୍ୟ ଭୋଜନ କଲେ । 37 ଆମ୍ଭେମାନେ ଜାହାଜରେ ସର୍ବସୁଧା ଦୁଇ ଶହ ଛଅସ୍ତରୀ ଜଣ ପ୍ରାଣୀ ଥିଲୁ । 38 ସେମାନେ ଯଥେଷ୍ଟ ଭୋଜନ କଲା ପରେ ସମୁଦ୍ରରେ ଗହମ ପକାଇଦେଇ ଜାହାଜକୁ ହାଲୁକା କରିବାକୁ ଲାଗିଲେ,

39 ଦିନ ହୁଅନ୍ତେ, ସେ ସ୍ଥଳ ସେମାନେ ଚିହ୍ନି ପାରିଲେ ନାହିଁ, ମାତ୍ର ସେମାନେ ବାଲିକୂଳ ଥିବା ଗୋଟିଏ ଖାଲ ଦେଖି କୌଣସି ପ୍ରକାରେ ସେଠାରେ ଜାହାଜ ଲଗାଇବା ନିମନ୍ତେ ପରାମର୍ଶ କଲେ । 40 ଏଣୁ ସେମାନେ ଲଙ୍ଗରସବୁ କାଟି ସେଗୁଡ଼ିକ ସମୁଦ୍ରରେ ଛାଡ଼ି ଦେଲେ, ଆଉ ସାଙ୍ଗେ ସାଙ୍ଗେ ମଙ୍ଗର ଦୌଡ଼ିସବୁ ଫିଟାଇ ପବନ ଆଡ଼କୁ ଆଗ ପାଲ ଉଠାଇ କୂଳ ଆଡ଼କୁ ଯିବାକୁ ଚେଷ୍ଟା କଲେ । 41 କିନ୍ତୁ ସେମାନେ ଦୁଇ ସମୁଦ୍ର ମିଶିଥିବା ସ୍ଥାନରେ ଯାଇ ପଡ଼ନ୍ତେ, ଜାହାଜଟି ଚଡ଼ାରେ(ଭୂସଂଲଘ୍ନ ବାଲିରେ) ଲାଗିଗଲା; ତା'ର ସମ୍ମୁଖଭାଗ ଲାଖିଯାଇ ଅଚଳ ହୋଇ ରହିଲା, କିନ୍ତୁ ପଛ ଭାଗ ତରଙ୍ଗର ପ୍ରଚଣ୍ଡତାରେ ଭାଙ୍ଗି ଯିବାକୁ ଲାଗିଲା । 42 ସେତେବେଳେ କାଳେ ବନ୍ଦୀମାନଙ୍କ ମଧ୍ୟରୁ କେହି ପହଁରି ପଳାଇଯାଏ, ଏଥିପାଇଁ ସେମାନଙ୍କୁ ବଧ କରିବା ନିମନ୍ତେ ସୈନ୍ୟମାନେ ପରାମର୍ଶ କଲେ, 43 କିନ୍ତୁ ଶତସେନାପତି ପାଉଲଙ୍କୁ ରକ୍ଷା କରିବା ଇଚ୍ଛାରେ ସେମାନଙ୍କ ସଙ୍କଳ୍ପରୁ ସେମାନଙ୍କୁ କ୍ଷାନ୍ତ କରି ଆଜ୍ଞା ଦେଲେ ଯେ, ଯେଉଁମାନେ ପହଁରି ଜାଣନ୍ତି, ସେମାନେ ସମୁଦ୍ରରେ ଡେଇଁପଡ଼ିିି ପ୍ରଥମେ ସ୍ଥଳକୁ ଯାଆନ୍ତୁ, 44 ପୁଣି, ଅବଶିଷ୍ଟମାନଙ୍କ ମଧ୍ୟରୁ କେହି କେହି ତକ୍ତା(କାଠପଟା) ଓ ଆଉ କେହି କେହି ଜାହାଜର ଅନ୍ୟାନ୍ୟ ଭଙ୍ଗା ଖଣ୍ଡ ଧରି ଯାଉନ୍ତୁ । ଏହି ପ୍ରକାରେ ସମସ୍ତେ ନିରାପଦରେ ସ୍ଥଳରେ ପହଞ୍ଚିଲେ ।



Translation Questions

Acts 27:3

ରୋମକୁ ଯାତ୍ରା କରିବା ପ୍ରାରମ୍ଭରେ ଯୂଲିଅ ଶତସେନାପତି ପାଉଲଙ୍କୁ କିପରି ବ୍ୟବହାର କଲେ ?

ଯୂଲିଅ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କଲେ ପୁଣି ତାଙ୍କର ମିତ୍ରମାନଙ୍କ ନିକଟକୁ ଯାଇ ସେମାନଙ୍କର ସେବା ପାଇବା ନିମନ୍ତେ ଅନୁମତି ଦେଲେ [୨୭:୩]।

Acts 27:7

କଷ୍ଟର ସହ କେଉଁ ଦ୍ୱୀପରେ ପାଉଲଙ୍କ ଜାହାଜ ଉପସ୍ଥିତ ହେଲା?

କଷ୍ଟ ସହ ଧିରେ ଧିରେ ଜାହାଜ ଯାଇ କ୍ରୀତୀର ଦ୍ୱୀପରେ ଉପସ୍ଥିତ ହେଲା [୨୭:୭-୮]।

Acts 27:9

କାହିଁକି ଯୂଲିଅ ଶତସେନାପତି ଯାତ୍ରାର ବିପଦ ବିଷୟରେ ପାଉଲ ଯେଉଁ ଅସୁବିଧା କହିଲେ ତାଙ୍କର ଅନୁଗମନ କଲେ ନାହିଁ ?

ଯୂଲିଅ ପାଉଲଙ୍କର ସତର୍କତାକୁ ମନୋଯୋଗ କଲେ ନାହିଁ ଯେହେତୁ ସେ ଜାହାଜର ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ [୨୭:୧୦-୧୧]।

Acts 27:14

ଏକ ଶାନ୍ତ ଯାତ୍ରା ଆରମ୍ଭ କଲା ପରେ, କେଉଁ ପବନ ଏଣୁ ତେଣୁ ଜାହାଜକୁ ଆଘାତ କଲା ?

ଏକ ଶାନ୍ତ ଆରମ୍ଭ ଉତ୍ତାରେ, ଯାହାକୁ ଇଉରକ୍ୱିଲୋ ବୋଲି କହନ୍ତି, ସେହି ପ୍ରଚଣ୍ଡ ପବନ କୂଳରୁ ବହି ଜାହାଜକୁ ଆଘାତ କରିବାକୁ ଲାଗିଲା [୨୭:୧୪]।

Acts 27:19

କେତେକ ଦିନ ପରେ ଜାହାଜର ନାବିକ ନିଜ ଦ୍ୱାରା କେଉଁ ଆଶା ପରିତ୍ୟକ୍ତ ହୋଇଥିଲେ ?

କେତେକ ଦିନ ପରେ ଜାହାଜର ନାବିକ ନିଜେ ରକ୍ଷା ପାଇବାର ସମସ୍ତ ଆଶା ପରିତ୍ୟକ୍ତ କଲେ [୨୭:୨୦]।

Acts 27:23

ଯାତ୍ରା ବିଷୟରେ ପରମେଶ୍ଵରଙ୍କ ଦୂତ ପାଉଲଙ୍କୁ କେଉଁ ସମ୍ବାଦ ଦେଲେ ?

ଦୂତ ପାଉଲଙ୍କୁ କହିଲେ ସେ ଓ ସମସ୍ତ ନାବିକମାନେ ଜୀବିତ ରହିବେ କିନ୍ତୁ ଜାହାଜ ନଷ୍ଟ ହେବ ବୋଲି କହିଲେ [୨୭:୨୨-୨୪]।

Acts 27:27

ଚତୁର୍ଦ୍ଦଶରାତ୍ରିର ପ୍ରାୟ ଅର୍ଦ୍ଧରାତ୍ର ସମୟରେ ନାବିକମାନେ କ'ଣ ହୋଇଥିଲା ବୋଲି ଅନୁମାନ କଲେ?

ନାବିକମାନେ ଅନୁମାନ କଲେ ଯେ ସେମାନେ କୌଣସି ସ୍ଥଳର ନିକଟବର୍ତ୍ତୀ ହେଉଛନ୍ତି ବୋଲି [୨୭:୨୭]।

Acts 27:30

ନାବିକମାନେ କ'ଣ କରିବା ନିମନ୍ତେ ଏକ ରାସ୍ତା ଖୋଜୁଥିଲେ ?

ନାବିକମାନେ ଜାହାଜକୁ ପରିତ୍ୟାଗ କାରିବାକୁ ଏକ ରାସ୍ତା ଖୋଜୁଥିଲେ [୨୭:୩୦]।

ନାବିକମାନଙ୍କ ବିଷୟରେ ପାଉଲ ଶତସେନାପତି ଓ ସୈନ୍ୟମାନଙ୍କୁ କ'ଣ କହିଲେ ?

ଯେଉଁ ପର୍ଯ୍ୟନ୍ତ ନାବିକମାନେ ଜାହାଜରେ ନ ରୁହନ୍ତି ଶତସେନାପତି ଓ ସୈନ୍ୟମାନେ ରକ୍ଷା ପାଇପାରିବେ ନାହିଁ ବୋଲି ପାଉଲ ଶତସେନାପତି ଓ ସୈନ୍ୟମାନଙ୍କୁ କହିଲେ [୨୭:୩୧]।

Acts 27:33

ଯେତେବେଳେ ଦିନ ହୋଇ ଆସୁଥିଲା, ପାଉଲ ପ୍ରତ୍ୟେକଙ୍କୁ କ'ଣ କରିବାକୁ କହିଲେ ?

ପାଉଲ ପ୍ରତ୍ୟେକଙ୍କୁ କିଛି ଖାଦ୍ୟ ଭୋଜନ କରିବାକୁ ବାଧ୍ୟ କଲେ [୨୭:୩୩]।

Acts 27:39

ନାବିକ ଦଳ ସମୁଦ୍ରକୁ ଜାହାଜକୁ ନେବାକୁ କିପରି ନିଷ୍ପତ୍ତି ନେଲେ ପୁଣି କ'ଣ ହେଲା ?

ଜାହାଜର ନାବିକମାନେ ସିଧା କୂଳ ଆଡକୁ ଯାଇ ଜାହାଜକୁ କୂଳରେ ଲଗାଇବାକୁ ନିଷ୍ପତ୍ତି ନେଲେ କିନ୍ତୁ ଜାହାଜର ଆଗ ଭାଗ ଲାଖିଯାଇ ଅଚଳ ହୋଇ ରହିଲା ପୁଣି ପଛ ଭାଗ ପ୍ରଚଣ୍ଡତାରେ ଭାଙ୍ଗିଯିବାକୁ ଲାଗିଲା [୨୭:୩୯-୪୧]।

Acts 27:42

ଏହି ସମୟରେ ସୈନ୍ୟମାନେ ବନ୍ଦୀମାନଙ୍କ ସହ କ'ଣ କରିବାକୁ ଯାଉଥିଲେ ?

ସେମାନଙ୍କ ମଧ୍ୟରୁ କେହି ଯେପରି ପଳାଇ ଯାଆନ୍ତି ଏଥିପାଇଁ ସୈନ୍ୟମାନେ ବନ୍ଦୀମାନଙ୍କୁ ବଧ କରିବାକୁ ଯାଉଥିଲେ [୨୭:୪୨]।

କାହିଁକି ଶତସେନାପତି ସୈନ୍ୟମାନଙ୍କ ସଂକଳ୍ପକୁ ବନ୍ଦ କଲେ?

ଶତସେନାପତି ସୈନ୍ୟମାନଙ୍କ ସଂକଳ୍ପକୁ ବନ୍ଦ କଲେ ଯେହେତୁ ସେ ପାଉଲଙ୍କୁ ରକ୍ଷା କରିବାକୁ ଇଛା କଲେ [୨୭:୪୩]।

କିପରି ଜାହାଜର ସମସ୍ତ ଲୋକ ସ୍ଥଳ ଭାଗକୁ ନିରାପଦରେ ଆସିଲେ ?

ଯେଉଁମାନେ ପହଁରି ଜାଣନ୍ତି ପ୍ରଥମେ ଡେଇଁ ପଡିଲେ ପୁଣି ଅବଶିଷ୍ଟ ମାନଙ୍କ ମଧ୍ୟରୁ କାଠ ଓ ଜାହାଜର ଅନ୍ୟାନ୍ୟ ଭଙ୍ଗାଖଣ୍ଡ ଧରି ଆସିଲେ [୨୭:୪୪]।


Chapter 28

1 ଆମ୍ଭେମାନେ ରକ୍ଷା ପାଇଲା ପରେ ସେହି ଦ୍ୱୀପ ମେଲିତୀ ବୋଲି ଜାଣିଲୁ । 2 ଆଉ, ବର୍ବରମାନେ ଆମ୍ଭମାନଙ୍କ ପ୍ରତି ଅସାଧାରଣ ଦୟା ଦେଖାଇଲେ, କାରଣ ବୃଷ୍ଟି ଓ ଶୀତ ହେଉଥିବାରୁ ସେମାନେ ଅଗ୍ନି ଜାଳି ଆମ୍ଭ ସମସ୍ତଙ୍କୁ ଅବ୍ୟର୍ଥନା କଲେ । 3 କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସାପ ବାହାରି ତାଙ୍କ ହାତରେ କାମୁଡ଼ି ଲାଗିରହିଲା । 4 ବର୍ବରମାନେ ତାଙ୍କ ହାତରେ ସେହି ଜନ୍ତୁଟା ଝୁଲିଥିବାର ଦେଖି ପରସ୍ପର କହିବାକୁ ଲାଗିଲେ, ଏ ଲୋକଟା ନିଶ୍ଚୟ ଖୁଣୀ, ସମୁଦ୍ରରୁ ରକ୍ଷା ପାଇଲେ ସୁଦ୍ଧା ଧର୍ମ ଏହାକୁ ବଞ୍ଚିବାକୁ ଦେଲେ ନାହିଁ । 5 କିନ୍ତୁ ପାଉଲ ଜନ୍ତୁଟାକୁ ଝାଡ଼ି ନିଆଁରେ ପକାଇଦେଲେ, ଆଉ ତାଙ୍କର କିଛି କ୍ଷତି ହେଲା ନାହିଁ । 6 ସେ ଯେ ଫୁଲିଯିବେ କିମ୍ବା ହଠାତ୍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ନିଜ ନିଜ ମନ ବଳାଇ କହିଲେ, ଏ ଜଣେ ଦେବତା । 7 ସେହି ସ୍ଥାନ ନିକଟରେ ପୁବ୍ଲିୟ ନାମକ ସେହି ଦ୍ୱୀପର ପ୍ରଧାନ ବ୍ୟକ୍ତିଙ୍କ ଗୃହ ଓ ଭୂମି ଥିଲା; ସେ ଆମ୍ଭମାନଙ୍କୁ ଗ୍ରହଣ କରି ତିନି ଦିନ ପର୍ଯ୍ୟନ୍ତ ସାଦରେ ଆମ୍ଭମାନଙ୍କର ଆତିଥ୍ୟସତ୍କାର କଲେ । 8 ସେହି ସମୟରେ ପୁବ୍ଲିୟଙ୍କର ପିତା ଜ୍ୱର ଓ ଅମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ, ଆଉ ପାଉଲ ଭିତରକୁ ତାହାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାହାଙ୍କ ଉପରେ ହାତ ଥୋଇ ତାହାଙ୍କୁ ସୁସ୍ଥ କଲେ । 9 ଏହି ଘଟଣା ପରେ ସେହି ଦ୍ୱୀପରେ ଥିବା ଅବଶିଷ୍ଟ ପୀଡ଼ିତମାନେ ମଧ୍ୟ ଆସି ସୁସ୍ଥ ହେଲେ; 10 ସେମାନେ ମଧ୍ୟ ଆମ୍ଭମାନଙ୍କୁ ବହୁତ ସମ୍ମାନ ଦ୍ୱାରା ସମାଦର କଲେ, ପୁଣି, ଆମ୍ଭମାନଙ୍କର ପ୍ରସ୍ଥାନ କରିବା ସମୟରେ ଆମ୍ଭମାନଙ୍କ ପ୍ରୟୋଜନୀୟ ପଦାର୍ଥସବୁ ଯୋଗାଇଦେଲେ ।

11 ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ । 12 ସୁରାକୂସାରେ ପହଞ୍ଚି ଆମ୍ଭେମାନେ ସେଠାରେ ତିନି ଦିନ ରହିଲୁ, 13 ପୁଣି, ସେ ସ୍ଥାନରୁ ବୁଲି ରେଗୀୟରେ ପହଞ୍ଚିଲୁ ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ୱିତୀୟ ଦିନରେ ପୁତେଅଲିକୁ ଆସିଲୁ; 14 ସେ ସ୍ଥାନରେ ଆମ୍ଭେମାନେ ଭାଇମାନଙ୍କୁ ଭେଟିଲୁ, ଆଉ ସେମାନଙ୍କ ସହିତ ସାତ ଦିନ ରହିବା ପାଇଁ ସେମାନେ ଅମ୍ଭମାନଙ୍କୁ ଅନୁରୋଧ କଲେ; ଏହି ପ୍ରକାରେ ଆମ୍ଭେମାନେ ରୋମରେ ପହଞ୍ଚିଲୁ । 15 ଭାଇମାନେ ଆମ୍ଭମାନଙ୍କ ସମ୍ବାଦ ପାଇ ସେହି ସ୍ଥାନରୁ ଆପ୍ପୀୟଙ୍କ ହାଟ 'ଓ 'ତିନି ସରେଇଘର 'ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଭେଟିବା ପାଇଁ ଆସିଲେ, ପୁଣି, ପାଉଲ ସେମାନଙ୍କୁ ଦେଖି ଈଶ୍ୱରଙ୍କ ଧନ୍ୟବାଦ କରି ସାହାସ ପାଇଲେ । 16 ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା ।

17 ତିନି ଦିନ ପରେ ସେ ଯିହୂଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ୱଜାତି ବିରୁଦ୍ଧରେ କିମ୍ବା ଆମ୍ଭମାନଙ୍କ ପିତୃପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମରୁ ବନ୍ଦୀରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି । 18 ସେମାନେ ମୋହର ବିଚାର କରି ମୋଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ; 19 କିନ୍ତୁ ଯିହୂଦୀମାନେ ସେଥିର ବିରୁଦ୍ଧରେ କହିବାରୁ ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାକୁ ବାଧ୍ୟ ହେଲି; ମୋହର ଯେ ସ୍ୱଜାତି ବିରୁଦ୍ଧରେ ଅଭିଯୋଗ କରିବାର କିଛି ଥିଲା, ତାହା ନୁହେଁ । 20 ଅତଏବ ଏହି କାରଣରୁ ମୁଁ ଆପଣମାନଙ୍କୁ ମୋ ସହିତ ସାକ୍ଷାତ ଓ କଥାବାର୍ତ୍ତା କରିବାକୁ ଅନୁରୋଧ କଲି, କାରଣ ଇସ୍ରାଏଲର ଭରସା ଯୋଗୁଁ ମୁଁ ଏହି ଜଞ୍ଜିରରେ ବନ୍ଧାଯାଇଅଛି । 21 ସେଥିରେ ସେମାନେ ତାହାଙ୍କୁ କହିଲେ, ଆପଣଙ୍କ ସମ୍ବନ୍ଧରେ ଯିହୂଦା ଦେଶରୁ ଆମ୍ଭେମାନେ କୌଣସି ପତ୍ର ପାଇ ନାହୁଁ, କି ଭାଇମାନଙ୍କ ମଧ୍ୟରୁ କେହି ଏଠାକୁ ଆସି ଆପଣଙ୍କ ବିଷୟରେ କୌଣସି ମନ୍ଦ ସମ୍ବାଦ ଦେଇ ନାହାଁନ୍ତି ବା କହି ନାହାଁନ୍ତି । 22 କିନ୍ତୁ ଆପଣଙ୍କ ଭାବ କଅଣ, ତାହା ଆମ୍ଭେମାନେ ଆପଣଙ୍କଠାରୁ ଶୁଣିବାକୁ ଇଚ୍ଛା କରୁଅଛୁ; କାରଣ ଏହି ଦଳ ସମ୍ବନ୍ଧରେ ଆମ୍ଭେମାନେ ଜାଣୁ ଯେ, ସର୍ବତ୍ର ତାହା ବିରୁଦ୍ଧରେ କଥା କୁହାଯାଉଅଛି । 23 ଏଥିରେ ସେମାନେ ତାହାଙ୍କ ସହିତ ଗୋଟିଏ ଦିନ ନିରୂପଣ କରି ବହୁସଂଖ୍ୟାରେ ତାଙ୍କ ବସାକୁ ଆସିଲେ, ଆଉ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ବ୍ୟାଖ୍ୟା କରି ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ପୁଣି, ମୋଶାଙ୍କ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ର ନେଇ ଯୀଶୁଙ୍କ ସମ୍ବନ୍ଧରେ ସେମାନଙ୍କ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ । 24 ସେଥିରେ କେହି କେହି କୁହାଯାଇଥିବା ବିଷୟରେ ବିଶ୍ୱାସ କଲେ, କିନ୍ତୁ କେହି କେହି ବିଶ୍ୱାସ କଲେ ନାହିଁ । 25 ପୁଣି, ସେମାନେ ନିଜ ନିଜ ମଧ୍ୟରେ ଏକମତ ନ ହେବାରୁ ବିଦାୟ ନେଲେ; ସେମାନଙ୍କ ଯିବା ପୂର୍ବେ ପାଉଲ ଏହି ଗୋଟିଏ କଥା କହିଲେ, ଆପଣମାନଙ୍କ ପିତୃପୁରୁଷଙ୍କୁ ଭାବବାଦୀ ଯିଶାଇୟଙ୍କ ଦ୍ୱାରା ପବିତ୍ର ଆତ୍ମା ଯଥାର୍ଥରୂପେ କହିଥିଲେ, 26 ଏହି ଲୋକମାନଙ୍କ ପାଖକୁ ଯାଇ କୁହ, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ,କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ; 27 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ନିଜ ନିଜ ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ । 28 ଅତଏବ ଈଶ୍ୱରଙ୍କ ଏହି ପରିତ୍ରାଣ ଅଣଯିହୂଦୀମାନଙ୍କ ନିକଟକୁ ଯେ ପ୍ରେରିତ ହୋଇଅଛି, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ; ସେମାନେ ମଧ୍ୟ ଶ୍ରବଣ କରିବେ । 29 [ଆଉ ସେ ଏହି ସବୁ କଥା କହନ୍ତେ ଯିହୂଦୀମାନେ ନିଜ ନିଜ ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ ।] 30 ସେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପର୍ଯ୍ୟନ୍ତ ଆପଣା ଭଡ଼ାଘରେ ରହିଲେ, 31 ପୁଣି, ଯେତେ ଲୋକ ତାହାଙ୍କ ନିକଟକୁ ଆସୁଥିଲେ, ସମସ୍ତଙ୍କୁ ସେ ଗ୍ରହଣ କରି ପୂର୍ଣ୍ଣ ସାହସରେ ଓ ନିର୍ବିଘ୍ନରେ ଈଶ୍ୱରଙ୍କ ରାଜ୍ୟରେ କଥା ପ୍ରଚାର କରୁଥିଲେ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ବିଷୟସବୁ ଶିକ୍ଷା ଦେଉଥିଲେ ।



Translation Questions

Acts 28:1

କିପରି ମେଲିତୀ ଦ୍ୱୀପରେ ଜନ୍ମଗତ ଲୋକମାନେ ପାଉଲ ଓ ଜାହାଜର ନାବିକ ଦଳ ପ୍ରତି ବ୍ୟବହାର କାଲେ ?

ଅସାଧାରଣ ଦୟା ଲୋକମାନେ ସେମାନଙ୍କୁ ଦେଖାଇଲେ [୨୮:୨]।

Acts 28:3

ଲୋକମାନେ କ'ଣ ଭାବିଲେ ଯେତେବେଳେ ସେମାନେ ପାଉଲଙ୍କ ହାତରେ ଏକ କାଳସର୍ପ ଝୁଲୁଥିବା ଦେଖିଲେ ?

ଲୋକମାନେ ଭାବିଲେ ଯେ ପାଉଲ ଜଣେ ହତ୍ୟାକାରୀ ଥିଲେ ଯାହାକୁ ଧର୍ମ ଜୀବିତ ରହିବାକୁ ଦିଏ ନାହିଁ [୨୮:୪]।

Acts 28:5

ଲୋକେ କ'ଣ ଭାବିଲେ ଯେତେବେଳେ ପାଉଲ କାଳ ସର୍ପ ଦ୍ୱାରା ମରିବା ଦେଖିଲେ ନାହିଁ?

ଲୋକେ ଭାବିଲେ ସେ ଜଣେ ଦେବତା ଥିଲେ ବୋଲେ ସେମାନେ ଭାବିଲେ [୨୮-୨]।

Acts 28:7

ପାଉଲ ପୁବ୍ଳିୟଙ୍କର ପିତା, ଦ୍ୱୀପର ପ୍ରଧାନ ବ୍ୟକ୍ତିଙ୍କୁ ସୁସ୍ଥ କଲା ପରେ କ'ଣ ଘଟିଲା?

ଦ୍ୱୀପର ଅବଶିଷ୍ଟ ଲୋକମାନେ ଆସି ସୁସ୍ଥ ହେଲେ [୨୮:୬]।

Acts 28:11

ମେଲତୀ ଦ୍ୱୀପରେ କେତେ ସମୟ ପାଉଲ ଓ ଜାହାଜର ନାବିକ ଦଳ ରହିଲେ ?

ତିନି ମାସ ଧରି ପାଉଲ ଓ ଜାହାଜର ନାବିକଦଳ ମେଲତୀ ଦ୍ୱୀପରେ ରହିଲେ [୨୮:୧୧]।

Acts 28:13

ପାଉଲ କ'ଣ କହିଲେ ଯେତେବେଳେ ରୋମର ଭାଇମାନେ ତା'ଙ୍କୁ ଦେଖା କରିବାକୁ ଆସିଥିବା ସେ ଜାଣିଲେ ?

ଯେତେବେଳେ ସେ ଭାଇମାନଙ୍କୁ ଦେଖିଲେ ପାଉଲ ପରମେଶ୍ଵରଙ୍କୁ ଧନ୍ୟବାଦ କଲେ ପୁଣି ସାହସ ପାଇଲେ [୨୮:୧୫]।

Acts 28:16

ରୋମରେ ପାଉଲଙ୍କୁ ଜୀବନ ଧାରଣ କରିବାକୁ ଏକ ବନ୍ଦୀ ପରି କ'ଣ ବନ୍ଦବସ୍ତ ଥିଲା?

ପାଉଲଙ୍କୁ ଆପଣା ପ୍ରହରୀ ସୈନ୍ୟ ସହିତ ସ୍ବତନ୍ତ୍ର ଭାବେ ବାସ କରିବା ନିମନ୍ତେ ଅନୁମତି ଦିଆ ଯାଇଥିଲା[୨୮:୧୬]।

Acts 28:19

ରୋମର ଯିହୁଦୀୟ ନେତାମାନଙ୍କୁ କେଉଁ କାରଣରୁ ସେ ଜଞ୍ଜିରରେ ବନ୍ଧା ହୋଇ ଆସିଥିଲେ ବୋଲି ପାଉଲ କହିଲେ ?

ଇସ୍ରାଏଲର ଭରସା ଯୋଗୁଁ ଜଞ୍ଜିରରେ ବନ୍ଧା ହୋଇଆସିଥିଲେ ବୋଲି ପାଉଲ ରୋମୀୟ ଯିହୁଦୀ ନେତାମାନଙ୍କୁ କାହିଲେ [୨୮:୨୦]।

Acts 28:21

ରୋମର ଯିହୁଦୀ ନେତାମାନେ ଖ୍ରୀଷ୍ଟିୟାନ ଦଳ ବିଷୟରେ କ'ଣ ଜାଣିଥିଲେ ?

ପ୍ରତ୍ୟେକ ସ୍ଥାନରେ ଏହି ଦଳ ବିରୁଦ୍ଧରେ କୁହାଯାଉଥିଲା ବୋଲି ରୋମର ଯିହୁଦୀ ନେତାମାନେ ଏହା ଜାଣିଥିଲେ [୨୮:୨୨]।

Acts 28:23

ଯେତେବେଳେ ଯିହୁଦୀ ନେତାମାନେ ପୁନର୍ବାର ପାଉଲଙ୍କ ପାଖକୁ ତା'ଙ୍କ ବସାକୁ ଆସିଲେ ,ସକାଳ ଠାରୁ ସନ୍ଦ୍ୟା ପର୍ଯ୍ୟନ୍ତ ପାଉଲ କ'ଣ କରିବାକୁ ଚେଷ୍ଟା କଲେ ?

ପାଉଲ ଉଭୟ ମୋଶାଙ୍କ ବ୍ୟବସ୍ଥା ଠାରୁ ଭାବବାଦୀ ମାନଙ୍କଠାରୁ ଯୀଶୁଙ୍କ ବିଷୟରେ ସେମାନଙ୍କୁ ବିଶ୍ଵାସ ଜନ୍ମାଇବାକୁ ଚେଷ୍ଟା କଲେ [୨୮:୨୩]।

ପାଉଲଙ୍କ ଉପସ୍ଥାପନ ପ୍ରତି ଯିହୁଦୀୟ ନେତା ମାନଙ୍କର ଉତ୍ତର କ'ଣ ଥିଲା?

ଯେତେବେଳେ ଯିହୁଦୀୟ ନେତାମାନେ ବିଶ୍ଵାସ କଲେ, ଯଦିଓ ଅନ୍ୟମାନେ ବିଶ୍ଵାସ କଲେ ନାହିଁ[୨୮:୨୪]।

Acts 28:27

ପାଉଲଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଶେଷ ଶାସ୍ତ୍ର ଯିହୁଦୀ, ନେତା'ଙ୍କ ବିଷୟରେ ଯେ ବିଶ୍ଵାସ କଲେ ନାହିଁ କ'ଣ କୁହେ ?

ଶେଷ ଶାସ୍ତ୍ର ଯାହା ପାଉଲ ଉଲ୍ଲେଖ କରିଥିଲେ ତାହା କହେ ଯେଉଁମାନେ ବିଶ୍ଵାସ କଲେ ନାହିଁ ସେମାନେ ସେମାନଙ୍କର ଆଖି ବନ୍ଦ କରିଥିଲେ ପୁଣି କାନକୁ ପରମେଶ୍ଵରଙ୍କ ବାକ୍ୟ ପ୍ରତି ବନ୍ଦ କଲେ [୨୮:୨୫-୨୭]। ।

Acts 28:28

ପରମେଶ୍ୱରଙ୍କ ପରିତ୍ରାଣର ସମ୍ବାଦ କେଉଁଠିକୁ ପ୍ରେରିତ ହୋଇଅଛି ଓ ଏହାର ଉତ୍ତର କ'ଣ ହେବ ବୋଲି ପାଉଲ କହିଲେ ?

ପରମେଶ୍ୱରଙ୍କର ପରିତ୍ରଣର ସମ୍ବାଦ ବିଜାତିମାନଙ୍କୁ ପ୍ରେରିତ ହୋଇଅଛି ପୁଣି ସେମାନେ ଶୁଣିବେ ବୋଲି ପାଉଲ କହିଲେ [୨୮:୨୮]।


Book: Romans

Romans

Chapter 1

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ୱର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ, 2 ସେ ରୋମରେ ଥିବା ଈଶ୍ୱରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି । 3 ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ, 4 କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ୱରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ 5 ଆଉ, ଯେଉଁ ଅଣଯିହୂଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ, 6 ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୂଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥି ନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ । 7 ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।

8 ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ୱାସର ସୁସମ୍ବାଦ ଯେ ସମୁଦାୟ ଜଗତରେ ଶୁଣାଯାଉଅଛି, ଏଥି ନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି । 9 କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ୱରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇ ପାରେ, 10 ଏଥି ନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ୱରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି । 11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇ ପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି, 12 ବରଂ ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ । 13 ହେ ଭାଇମାନେ, ଅବଶିଷ୍ଟ ଅଣଯିହୂଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ । 14 ଗ୍ରୀକ୍‍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ । 15 ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ ।

16 କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୂଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ। 17 ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, "ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ'' ।

18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଅଛି 19 ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି । 20 ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ । 21 କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା; 22 ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ, 23 ପୁଣି, ଅକ୍ଷୟ ଈଶ୍ୱରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ । 24 ଏଣୁ ଈଶ୍ୱର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ । 25 କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ । ଆମେନ୍‍ । 26 ଏହି କାରଣରୁ ଈଶ୍ୱର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ, 27 ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ । 28 ଆଉ, ଯେପରି ସେମାନେ ଈଶ୍ୱର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ୱର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ । 29 ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ; 30 ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ୱରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଂକାରୀ, ଦୁଷ୍ଟକର୍ମର ଉତ୍ପାଦକ, 31 ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି । 32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ୱରଙ୍କର ଏହି ବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି ।



Translation Questions

Romans 1:1

ପାଉଲଙ୍କ ସମୟ ପୂର୍ବେ ଈଶ୍ଵର କାହା ଦ୍ଵାରା ସୁସମାଚାର ପ୍ରତିଜ୍ଞା କରିଥିଲେ ?

ଧର୍ମ ଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ଵାରା ଈଶ୍ଵର ସୁସମାଚାର ପ୍ରତିଜ୍ଞା କରିଥିଲେ [୧:୧-୨]।

ଶରୀର ଅନୁସାରେ ଈଶ୍ଵରଙ୍କ ପୁତ୍ର କାହା ବଂଶରୁ ଜନ୍ମ ହୋଇଥିଲେ ?

ଶରୀର ଅନୁସାରେ ଈଶ୍ଵରଙ୍କ ପୁତ୍ର ଦାଉଦଙ୍କ ବଂଶରୁ ଜନ୍ମ ହୋଇଥିଲେ [୧:୩]।

Romans 1:4

କେଉଁ ଘଟଣା ଦ୍ଵାରା ଯୀଶୁ ଖ୍ରୀଷ୍ଟ ଈଶ୍ଵରଙ୍କ ପୁତ୍ର ବୋଲି ନିର୍ଦ୍ଧିଷ୍ଟ ହେଲେ ?

ମୃତ୍ୟୁରୁ ଜୀବିତ ହେବା ଦ୍ଵାରା ଯୀଶୁ ଖ୍ରୀଷ୍ଟ ଈଶ୍ଵରଙ୍କ ପୁତ୍ର ବୋଲି ନିର୍ଦ୍ଧିଷ୍ଟ ହେଲେ [୧:୪]।

କେଉଁ ଉଦ୍ଦେଶ୍ୟ ନିମନ୍ତେ ପାଉଲ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଏବଂ ପ୍ରେରିତ ପଦ ପାଇଅଛନ୍ତି ?

ବିଜାତି ସମସ୍ତେ ଯେପରି ବିଶ୍ଵାସ କରି ଆଜ୍ଞାକାରୀ ହୁଅନ୍ତି ସେଥିନିମନ୍ତେ ପାଉଲ ଅନୁଗ୍ରହ ଏବଂ ପ୍ରେରିତ ପଦ ପାଇଅଛନ୍ତି [୧:୫]।

Romans 1:8

ପାଉଲ ରୋମର ବିଶ୍ଵାସୀମାନଙ୍କର କେଉଁ ବିଷୟ ସମ୍ବନ୍ଧରେ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି ?

ଯେହେତୁ ସେମାନଙ୍କର ବିଶ୍ଵାସ ସମୁଦାୟ ଜଗତରେ ପ୍ରଚାର ହୋଇଅଛି ସେଥିପାଇଁ ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି [୧:୮]।

Romans 1:11

କାହିଁକି ରୋମର ବିଶ୍ଵାସୀମାନଙ୍କୁ ଦେଖିବାକୁ ପାଉଲ ଇଚ୍ଛା କରନ୍ତି ?

ସେମାନେ ଯେପରି ସ୍ଥିର ହୋଇ ରହିବେ ସେଥିପାଇଁ ସେମାନଙ୍କୁ କିଛି ଆତ୍ମିକ ଦାନ ଦେବା ନିମନ୍ତେ ପାଉଲ ସେମାନଙ୍କୁ ଦେଖିବାକୁ ଇଚ୍ଛା କରନ୍ତି [୧:୧୧]।

Romans 1:13

କାହିଁକି ପାଉଲ ରୋମର ବିଶ୍ଵାସୀମାନଙ୍କ ନିକଟକୁ ଏପର୍ଯ୍ୟନ୍ତ ଯିବାରେ ସକ୍ଷମ ହୋଇନଥିଲେ ?

ପାଉଲ ଯିବାରେ ସକ୍ଷମ ହୋଇ ନ ଥିଲେ କାରଣ ସେ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିଲେ [୧:୧୩]।

Romans 1:16

ସୁସମାଚାର କ'ଣ ଅଟେ ବୋଲି ପାଉଲ କହନ୍ତି ?

ସୁସମାଚାର ପ୍ରତ୍ୟେକ ବିଶ୍ଵାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ଵରଙ୍କ ଶକ୍ତି ଅଟେ ବୋଲି ପାଉଲ କହନ୍ତି [୧:୧୬]।

ଧାର୍ମିକ କିପରି ବଞ୍ଚିବା ସେହି ବିଷୟରେ ପାଉଲ କେଉଁ ଶାସ୍ତ୍ର ଉଲ୍ଲେଖ କରନ୍ତି ?

"ଧାର୍ମିକ ବିଶ୍ଵାସ ଦ୍ଵାରା ବଞ୍ଚିବ" ଏହି ଶାସ୍ତ୍ରକୁ ପାଉଲ ଉଲ୍ଲେଖ କରନ୍ତି [୧:୧୭]।

Romans 1:18

ଯଦିଓ ସେମାନେ ଈଶ୍ଵର ସମ୍ବନ୍ଧରେ ଜ୍ଞାତବ ଯାହା ଈଶ୍ଵର ସେମାନଙ୍କୁ ପ୍ରକାଶିତ କରିଅଛନ୍ତି ତଥାପି ଅପବିତ୍ର ଏବଂ ଅଧାର୍ମିକମାନେ କ'ଣ କରନ୍ତି ?

ଅପବିତ୍ର ଏବଂ ଅଧାର୍ମିକମାନେ ସତ୍ୟକୁ ପ୍ରତିରୋଧ କରିଅଛନ୍ତି ଯଦିଓ ସେମାନେ ଈଶ୍ଵର ସମ୍ବନ୍ଧରେ ଜ୍ଞାତବ ଯାହା ଈଶ୍ଵର ସେମାନଙ୍କୁ ପ୍ରକାଶିତ କରିଅଛନ୍ତି [୧:୧୮-୧୯]।

Romans 1:20

କିପରି ଈଶ୍ଵରଙ୍କ ଅଦୃଶ୍ୟ ବସ୍ତୁଗୁଡିକ ସ୍ପଷ୍ଟରୂପେ ଦୃଶ୍ୟମାନ ହୋଇଅଛି ?

ସୃଷ୍ଟବସ୍ତୁଗୁଡିକ ଦ୍ଵାରା ଈଶ୍ଵରଙ୍କ ଅଦୃଶ୍ୟ ବସ୍ତୁଗୁଡିକ ସ୍ପଷ୍ଟରୂପେ ଦୃଶ୍ୟମାନ ହୋଇଅଛି [୧:୨୦]।

ଈଶ୍ଵରଙ୍କ କେଉଁ ବିଶେଷ ଗୁଣଗୁଡିକ ସ୍ପଷ୍ଟରୂପେ ଦୃଶ୍ୟମାନ ହୋଇଅଛି ?

ଈଶ୍ଵରଙ୍କ ଅନାଦି ଅନନ୍ତ ଶକ୍ତି ଓ ଈଶ୍ଵରତ୍ଵ ବସ୍ତୁଗୁଡ଼ିକ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଅଛି [୧:୨୦]।

ଯେଉଁମାନେଙ୍କ ଈଶ୍ଵରଙ୍କୁ ଗୌରବ ବା ତାହାଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ ସେମାନଙ୍କର ଭାବନା ଓ ମନକୁ କ'ଣ ହୁଏ ?

ଯେଉଁମାନେଙ୍କ ଈଶ୍ଵରଙ୍କୁ ଗୌରବ ବା ତାହାଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ ସେମାନଙ୍କର ଭାବନାରେ ଅବୋଧ ଏବଂ ସେମାନଙ୍କର ମନ ଅନ୍ଧକାରମୟ ହୁଏ [୧:୨୧]।

Romans 1:22

ଯେଉଁମାନେଙ୍କ କ୍ଷୟଣୀୟ ମନୁଷ୍ୟର ଏବଂ ପଶୁମାନଙ୍କର ପ୍ରତିମୂର୍ତ୍ତି ନିମନ୍ତେ ଈଶ୍ଵରଙ୍କ ଗୌରବକୁ ଅଦଳ ବଦଳ କରନ୍ତି ଈଶ୍ଵର ସେମାନଙ୍କ ପ୍ରତି କ'ଣ କରନ୍ତି ?

ଈଶ୍ଵର ସେମାନଙ୍କର ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କରନ୍ତି, ଏବଂ ସେମାନଙ୍କ ମଧ୍ୟରେ ସେମାନଙ୍କର ଶରୀର କଳୁଷିତ ହୁଏ [୧:୨୩-୨୪]।

Romans 1:26

ଏହି ସ୍ତ୍ରୀ ଓ ପୁରୁଷମାନେ ସେମାନଙ୍କର କେଉଁ ଅସ୍ଵାଭାବିକ କାମନାରେ ଦଗ୍ଧ ହୁଅନ୍ତି ?

ସ୍ତ୍ରୀମାନେ ପରସ୍ପର ଆପଣା କାମନାରେ ଦଗ୍ଧ ହୁଅନ୍ତି, ଏବଂ ପୁରୁଷମାନେ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହୁଅନ୍ତି [୧:୨୬-୨୭]।

Romans 1:28

ଯେଉଁମାନେଙ୍କ ଈଶ୍ଵରଙ୍କ ଜ୍ଞାନ ପାଇଲେ ସୁଦ୍ଧା ନିଜ ନିଜ ବିବେଚନାରେ ସତର୍କ ହେଲେ ନାହିଁ ଈଶ୍ଵର ସେମାନଙ୍କ ପ୍ରତି କ'ଣ କରନ୍ତି ?

ଈଶ୍ଵର ସେମାନଙ୍କୁ ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କରନ୍ତି [୧:୨୮]।

Romans 1:29

କଳୁଷିତ ମନ ଥିବା ବ୍ୟକ୍ତିମାନଙ୍କର କିଛି ବିଶେଷ ଗୁଣଗୁଡିକ କ'ଣ ଅଟେ ?

ଯେଉଁମାନେଙ୍କର କଳୁଷିତ ମନ ସେମାନେ ଇର୍ଷା, ହତ୍ୟା, ବିବାଦ, ଛଳ, ଓ ମନ୍ଦତାରେ ପରିପୁର୍ଣ୍ଣ ଅଟନ୍ତି [୧:୨୯]।

Romans 1:32

କଳୁଷିତ ମନ ଥିବା ବ୍ୟକ୍ତିମାନେ ଈଶ୍ଵରଙ୍କ ବିଧାନର ବିଷୟକୁ ସେମାନେ କିପରି ବୁଝନ୍ତି ?

କଳୁଷିତ ମନ ଥିବା ବ୍ୟକ୍ତିମାନେ ଜାଣନ୍ତି ଯେ ଯେଉଁମାନେଙ୍କ ଏହିସବୁ ବ୍ୟବହାର କରନ୍ତି ସେମାନେ ମୃତ୍ୟୁର ଯୋଗ୍ୟ [୧:୩୨]।

ଯଦିଓ କଳୁଷିତ ମନ ଥିବା ବ୍ୟକ୍ତିମାନେ ଈଶ୍ଵରଙ୍କ ବିଧାନର ବିଷୟକୁ ବୁଝନ୍ତି, ତଥାପି ସେମାନେ କ'ଣ କରନ୍ତି ?

ତଥାପି ସେମାନେ ଅଧାର୍ମିକ ବିଷୟସବୁ କରନ୍ତି, ଏବଂ ଯେଉଁମାନେଙ୍କ ଏହିପରି ଆଚରଣ କରନ୍ତି ସେମାନଙ୍କୁ ମଧ୍ୟ ସମର୍ଥନ କରନ୍ତି [୧:୩୨]।


Chapter 2

1 ଅତଏବ, ହେ ମନୁଷ୍ୟ, ବିଚାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଯେ କେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ, କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ବିଚାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ନିଜେ ସେହି ପ୍ରକାର କର୍ମ କରୁଥାଅ । 2 ଆଉ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ ବିଚାର ଯେ ନ୍ୟାୟସଙ୍ଗତ, ଏହା ଆମ୍ଭେମାନେ ଜାଣୁ । 3 ଆଉ, ହେ ମନୁଷ୍ୟ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହି ପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ୱରଙ୍କ ବିଚାରରୁ ପଳାୟନ କରି ପାର ବୋଲି କ'ଣ ମନେ କରୁଅଛ ? 4 କିମ୍ବା ଈଶ୍ୱରଙ୍କ କୃପା ଯେ ତୁମ୍ଭକୁ ମନ ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର କୃପା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ ? 5 କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ୱରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ; 6 ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ; 7 ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ, 8 କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ । 9 ପ୍ରଥମରେ ଯିହୂଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଳେଶ ଓ ସଙ୍କଟ ଘଟିବ, 10 ମାତ୍ର ପ୍ରଥମରେ ଯିହୂଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ସତ୍କର୍ମକାରୀ ପ୍ରତି ଗୌରବ, ସମ୍ମାନ ଓ ଶାନ୍ତି ଘଟିବ । 11 କାରଣ ଈଶ୍ୱରଙ୍କ ନିକଟରେ ମୁଖାପେକ୍ଷା ନାହିଁ ।

12 ଯେଣୁ ଯେତେ ମୋଶାଙ୍କ ବ୍ୟବସ୍ଥାବିହୀନ ହୋଇ ପାପ କରିଅଛନ୍ତି, ସେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ବିନା ବିନଷ୍ଟ ହେବେ; ଆଉ, ଯେତେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ବିଚାରିତ ହେବେ, 13 କାରଣ ମୋଶାଙ୍କ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ନୁହଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ । 14 ଯେଣୁ ଅଣଯିହୂଦୀମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ୱରୂପ ଅଟନ୍ତି; 15 କାରଣ ସେମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ; 16 ଯେଉଁ ଦିନରେ ଈଶ୍ୱର ମୋହର ସୁସମାଚାର ଅନୁସାରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ଏହା ପ୍ରକାଶ ପାଇବ । 17 କିନ୍ତୁ ଯଦି ତୁମ୍ଭେ ଯିହୂଦୀ ନାମ ବହନ କରି ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ୱରଙ୍କଠାରେ ଗର୍ବ କରୁଅଛ, 18 ଆଉ ମୋଶାଙ୍କ ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ ହୋଇ ତାହାଙ୍କ ଇଚ୍ଛା ଜାଣୁଅଛ, ପୁଣି, ଭଲ ମନ୍ଦର ପ୍ରଭେଦ ବୁଝୁଅଛ, 19 ଆଉ ମୋଶାଙ୍କ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ, 20 ଯଦି ତୁମ୍ଭେ ଆପଣାକୁ ଅନ୍ଧର ପଥପ୍ରଦର୍ଶକ, ଅନ୍ଧକାରବାସୀଙ୍କର ଆଲୋକ, ମୂର୍ଖର ସଂଶୋଧକ ଓ ଶିଶୁମାନଙ୍କର ଶିକ୍ଷକ ବୋଲି ବିଶ୍ୱାସ କରୁଅଛ, 21 ତେବେ ପରକୁ ଶିକ୍ଷା ଦେଉଅଛ ଯେ ତୁମ୍ଭେ, ତୁମ୍ଭେ କ'ଣ ଆପଣାକୁ ଶିକ୍ଷା ଦେଉ ନାହଁ ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ ? 22 ବ୍ୟଭିଚାର କର ନାହିଁ ବୋଲି କହି ତୁମ୍ଭେ କି ବ୍ୟଭିଚାର କରୁଅଛ ? ପ୍ରତିମା ଘୃଣା କରୁଅଛ ଯେ ତୁମ୍ଭେ, ତୁମ୍ଭେ କ'ଣ ମନ୍ଦିର ଲୁଣ୍ଠନ କରୁଅଛ ? 23 ମୋଶାଙ୍କ ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ୱରଙ୍କୁ ଅନାଦର କରୁ ନାହଁ ? 24 କାରଣ ଯେପରି ଲେଖା ଅଛି, "ତୁମ୍ଭମାନଙ୍କ ହେତୁ ଅଣଯିହୂଦୀମାନଙ୍କ ମଧ୍ୟରେ ଈଶ୍ୱରଙ୍କ ନାମ ନିନ୍ଦିତ ହେଉଅଛି ।'' 25 ଯଦି ତୁମ୍ଭେ ମୋଶାଙ୍କ ବ୍ୟବସ୍ଥା ପାଳନ କର, ତେବେ ପ୍ରକୃତରେ ସୁନ୍ନତ ଲାଭଜନକ, କିନ୍ତୁ ଯଦି ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କର, ତେବେ ତୁମ୍ଭର ସୁନ୍ନତ ଅସୁନ୍ନତରେ ପରିଣତ ହୁଏ । 26 ଅତଏବ, ଯଦି ଅସୁନ୍ନତ ଲୋକ ମୋଶାଙ୍କ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କ'ଣ ସୁନ୍ନତ ବୋଲି ଗଣିତ ହେବ ନାହିଁ ? 27 ପୁଣି, ସ୍ୱାଭାବିକ ଅସୁନ୍ନତି ଲୋକ ଯଦି ମୋଶାଙ୍କ ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ମୋଶାଙ୍କ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ । 28 କାରଣ ବାହାରେ ଯେ ଯିହୂଦୀ, ସେ ଯିହୂଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ; 29 କିନ୍ତୁ ଅନ୍ତରରେ ଯେ ଯିହୂଦୀ, ସେ ଯିହୂଦୀ, ପୁଣି, ଆକ୍ଷରିକ ଭାବରେ ନୁହେଁ, ମାତ୍ର ଆତ୍ମିକ ଭାବରେ ହୃଦୟର ଯେ ସୁନ୍ନତ, ତାହା ପ୍ରକୃତ ସୁନ୍ନତ । ଏପରିଲୋକ ମନୁଷ୍ୟମାନଙ୍କଠାରୁ ପ୍ରଶଂସା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଈଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ ।



Translation Questions

Romans 2:1

ବିଚାର କରୁଥିବା କେତେକ ଲୋକମାନଙ୍କୁ କାହିଁକି କ୍ଷମା ନାହିଁ ?

ବିଚାର କରୁଥିବା କେତେକ ଲୋକମାନଙ୍କୁ କ୍ଷମା ନାହିଁ କାରଣ ଯେଉଁ ବିଷୟରେ ସେମାନେ ଅନ୍ୟର ବିଚାର କରନ୍ତି ସେମାନେ ନିଜେ ସେହି କର୍ମ କରନ୍ତି [୨:୧]।

ଈଶ୍ଵର ଯେତେବେଳେ ଅଧାର୍ମିକ ଲୋକମାନଙ୍କୁ ବିଚାର କରିବେ ସେମାନଙ୍କୁ ଈଶ୍ଵର କିପରି ବିଚାର କରିବେ ?

ଈଶ୍ଵର ଯେତେବେଳେ ଅଧାର୍ମିକ ଲୋକମାନଙ୍କୁ ବିଚାର କରିବେ ସେମାନଙ୍କୁ ସେ ନ୍ୟାୟ ସଙ୍ଗତ ଅନୁସାରେ ବିଚାର କରିବେ [୨:୨]।

Romans 2:3

ଈଶ୍ଵରଙ୍କ ଧୈର୍ଯ୍ୟ ଏବଂ ଉତ୍ତମତା କ'ଣ କରିବାକୁ ଚେଷ୍ଟା କରେ ?

ଈଶ୍ଵରଙ୍କ ଧୈର୍ଯ୍ୟ ଏବଂ ଉତ୍ତମତା ଜଣେ ବ୍ୟକ୍ତିଙ୍କୁ ମନପରିବର୍ତ୍ତନ ଆଡକୁ ଘେନିନିଏ [୨:୪]।

Romans 2:5

ଯେଉଁମାନେଙ୍କ କଠିନ ଓ ଅପରିବର୍ତ୍ତିତ ହୃଦୟ ସେମାନେ ନିଜକୁ ନିଜେ ଈଶ୍ଵରଙ୍କ ପାଇଁ କ'ଣ କରୁଅଛନ୍ତି ?

ଯେଉଁମାନେଙ୍କ କଠିନ ଓ ଅପରିବର୍ତ୍ତିତ ହୃଦୟ ସେମାନେ ଈଶ୍ଵରଙ୍କ କ୍ରୋଧର ଦିନ ନିମନ୍ତେ ଆପଣା ଆପଣା ପାଇଁ କ୍ରୋଧ ସଂଚୟ କରୁଅଛନ୍ତି [୨:୫]।

ଯେଉଁମାନେଙ୍କ ଅବିରୋଧ ହୋଇ ଉତ୍ତମ କର୍ମ କରିଅଛନ୍ତି ସେମାନେ କ'ଣ ପାଇବେ ?

ଯେଉଁମାନେଙ୍କ ଉତ୍ତମ କର୍ମ କରିଅଛନ୍ତି ସେମାନେ ଅନନ୍ତ ଜୀବନ ପାଇବେ [୨:୭]।

Romans 2:8

ଅଧାର୍ମିକତାର ଆଜ୍ଞାବହମାନେ କ'ଣ ପାଇବେ ?

ଯେଉଁମାନେଙ୍କ ଅଧାର୍ମିକତାର ଆଜ୍ଞାବହ ସେମାନଙ୍କ ପ୍ରତି କ୍ରୋଧ, କୋପ, କ୍ଲେଶ, ଏବଂ ସଙ୍କଟ ଘଟିବ [୨:୮-୯]।

Romans 2:10

ଈଶ୍ଵର ଯିହୁଦୀ ଓ ଗ୍ରୀକ୍ ମଧ୍ୟରେ ବିଚାରରେ କିପରି ପକ୍ଷପାତ କରିବେ ନାହିଁ ?

ଯିହୁଦୀ ହେଉ କି ଗ୍ରୀକ୍ ହେଉ ଯେଉଁମାନେଙ୍କ ପାପ କରିବେ ସେମାନେ ପ୍ରତ୍ୟେକେ ବିନଷ୍ଟ ହେବେ [୨:୧୨]।

Romans 2:13

ଈଶ୍ଵରଙ୍କ ସାକ୍ଷାତରେ କିଏ ଧାର୍ମିକ ଅଟେ ?

ବ୍ୟବସ୍ଥା ପାଳନକାରୀମାନେ ଈଶ୍ଵରଙ୍କ ନିକଟରେ ଧାର୍ମିକ ଗଣିତ ହେବେ [୨:୧୩]।

ଜଣେ ବିଜାତି ଆପଣା ହୃଦୟରେ ବ୍ୟବସ୍ଥା ଲେଖା ହୋଇଅଛି ବୋଲି କାର୍ଯ୍ୟ ଦ୍ଵାରା କିପରି ଦେଖାଇଥାଏ ?

ଜଣେ ବିଜାତି ଦେଖାଇଥାଏ ଯେ ଯେତେବେଳେ ସେମାନେ ସ୍ଵାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ, କର୍ମ ଦ୍ଵାରା ବ୍ୟବସ୍ଥା ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି [୨:୧୭-୨୧]।

Romans 2:17

ଯେଉଁ ଯିହୁଦୀମାନେ ବ୍ୟବସ୍ଥାରେ ନିର୍ଭର କରନ୍ତି ଓ ବ୍ୟବସ୍ଥାନୁସାରେ ଶିକ୍ଷା ଦିଅନ୍ତି, ପାଉଲ ସେମାନଙ୍କୁ କେଉଁ ଆହ୍ୱାନ ଦେଇଅଛନ୍ତି ?

ପାଉଲ ସେମାନଙ୍କୁ କହନ୍ତି ଯେ ସେମାନେ ଅନ୍ୟମାନଙ୍କୁ ବ୍ୟବସ୍ଥା ଶିଖାନ୍ତି, ସେମାନେ ମଧ୍ୟ ନିଜକୁ ନିଜେ ବ୍ୟବସ୍ଥା ଶିଖାଇବା ଉଚିତ୍ [୨:୧୭-୨୧]।

Romans 2:21

ଯିହୁଦୀମାନଙ୍କର ବ୍ୟବସ୍ଥା ଶିକ୍ଷକମାନଙ୍କୁ କେଉଁ ସବୁ ପାପ ବନ୍ଦ କରିବାକୁ ପାଉଲ ଉଲ୍ଲେଖ କରିଅଛନ୍ତି ?

ଚୋରି କରିବାର ପାପ, ବ୍ୟଭିଚାର କରିବାର ପାପ, ମନ୍ଦିରକୁ ଲୁଣ୍ଠନ କରିବାର ପାପ ସବୁ ପାଉଲ ଉଲ୍ଲେଖ କରନ୍ତି [୨:୨୧-୨୨]।

Romans 2:23

ଯିହୁଦୀ ବ୍ୟବସ୍ଥା ଶିକ୍ଷକମାନଙ୍କ ଦ୍ଵାରା ବିଜାତିମାନଙ୍କ ମଧ୍ୟରେ ଈଶ୍ଵରଙ୍କ ନାମ କିପରି ଅପମାନିତ ହେଉଅଛି ?

ଯିହୁଦୀ ବ୍ୟବସ୍ଥା ଶିକ୍ଷକମାନେ ଈଶ୍ଵରଙ୍କ ବ୍ୟବସ୍ଥାକୁ ଉଲଂଘନ କରିବା ଦ୍ଵାରା ଈଶ୍ଵରଙ୍କ ନାମ ଅପମାନିତ ହେଉଅଛି [୨:୨୩-୨୪]।

Romans 2:25

ଜଣେ ଯିହୁଦୀ ବ୍ୟକ୍ତିର ସୁନ୍ନତ କିପରି ଅସୁନ୍ନତ ହୁଏ ବୋଲି ପାଉଲ କହନ୍ତି ?

ଯଦି ସେହି ବ୍ୟକ୍ତି ବ୍ୟବସ୍ଥାର ଉଲଂଘନକାରୀ ତେବେ ଜଣେ ଯିହୁଦୀ ବ୍ୟକ୍ତିର ସୁନ୍ନତ ଅସୁନ୍ନତ ହୁଏ ବୋଲି ପାଉଲ କହନ୍ତି [୨:୨୫]।

ଜଣେ ବିଜାତି ବ୍ୟକ୍ତିର ଅସୁନ୍ନତା କିପରି ସୁନ୍ନତା ହୋଇପାରେ ବୋଲି ପାଉଲ କହନ୍ତି ?

ଯଦି ସେହି ବ୍ୟକ୍ତି ବ୍ୟବସ୍ଥାର ବିଧି ବିଧାନକୁ ପାଳନ କରେ ତେବେ ଜଣେ ବିଜାତି ବ୍ୟକ୍ତିର ଅସୁନ୍ନତା ସୁନ୍ନତା ହୋଇପାରେ ବୋଲି ପାଉଲ କହନ୍ତି [୨:୨୬]।

Romans 2:28

କିଏ ଜଣେ ସତ୍ୟ ଯିହୁଦୀ ଅଟନ୍ତି ବୋଲି ପାଉଲ କହନ୍ତି ?

ହୃଦୟର ସୁନ୍ନତା ସହିତ, ଯେ ଅନ୍ତରରେ ଯିହୁଦୀ ଅଟେ ସେ ଜଣେ ସତ୍ୟ ଯିହୁଦୀ ବୋଲି ପାଉଲ କହନ୍ତି [୨:୨୮-୨୯]।

ଜଣେ ସତ୍ୟ ଯିହୁଦୀ କାହାଠାରୁ ପ୍ରଶଂସା ପାଏ ?

ଜଣେ ସତ୍ୟ ଯିହୁଦୀ ଈଶ୍ଵରଙ୍କଠାରୁ ପ୍ରଶଂସା ପାଏ [୨:୨୯]।


Chapter 3

1 ତେବେ ଯିହୂଦୀ ଲୋକର ବିଶେଷ କ'ଣ ? ସୁନ୍ନତର ବା ଉପକାର କ'ଣ ? ସବୁ ପ୍ରକାରେ ବହୁତ । 2 ସର୍ବପ୍ରଥମେ, ଈଶ୍ୱରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା । 3 ତେବେ କ'ଣ ? ଯଦି ଯିହୁଦୀମାନଙ୍କ ମଧ୍ୟରୁ କେହି କେହି ଅବିଶ୍ୱସ୍ତ ହେଲେ, ସେମାନଙ୍କର ଅବିଶ୍ୱସ୍ତତା କ'ଣ ଈଶ୍ୱରଙ୍କ ବିଶ୍ୱସ୍ତତାକୁ ନିଷ୍ଫଳ କରିବ ? 4 ତାହା କେବେ ହେଁ ନ ହେଉ, ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହେଉ, କିନ୍ତୁ ଈଶ୍ୱର ସତ୍ୟ ବୋଲି ସ୍ୱୀକାର କରାଯାଉ, ଯେପରି ଲେଖା ଅଛି, "ତୁମ୍ଭେ ଆପଣା ବାକ୍ୟରେ ଧାର୍ମିକ ବୋଲି ଜଣାଯିବ, ପୁଣି, ବିଚାରିତ ହେବା ସମୟରେ ବିଜୟୀ ହେବ ।'' 5 କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଆମ୍ଭେମାନେ କ'ଣ କହିବା ? ଯେଉଁ ଈଶ୍ୱର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ ? ମୁଁ ମନୁଷ୍ୟ ଭାବରେ କହୁଅଛି । 6 ତାହା କେବେ ହେଁ ନ ହେଉ, କାରଣ ତାହାହେଲେ ଈଶ୍ୱର କିପରି ଜଗତର ବିଚାର କରିବେ ? 7 କିନ୍ତୁ ଯଦି ମୋହର ମିଥ୍ୟା ଦ୍ୱାରା ଈଶ୍ୱରଙ୍କ ସତ୍ୟ ତାହାଙ୍କ ଗୌରବ ନିମନ୍ତେ ପ୍ରଚୁର ଭାବରେ ବୃଦ୍ଧି ପାଇଲା, ତାହାହେଲେ ମୁଁ ମଧ୍ୟ ଆଉ କାହିଁକି ପାପୀ ବୋଲି ବିଚାରିତ ହେଉଅଛି ? 8 ଆଉ, ଭଲ ଫଳ ଫଳିବା ନିମନ୍ତେ ଆସ, ମନ୍ଦ କର୍ମ କରୁ, ଏହା ଆମ୍ଭେମାନେ କହୁଅଛୁ ବୋଲି ଯେପରି କେହି କେହି ଆମ୍ଭମାନଙ୍କର ଗ୍ଳାନି କରି କହନ୍ତି, ସେପରି ବା କାହିଁକି ନ କରିବା ? ଏମାନଙ୍କର ଦଣ୍ଡ ଯଥାର୍ଥ ।

9 ତେବେ କ'ଣ ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ? ନା, କୌଣସି ପ୍ରକାରେ ନୁହେଁ, କାରଣ ଯିହୂଦୀ ଓ ଗ୍ରୀକ୍‍ ସମସ୍ତେ ଯେ ପାପର ଅଧିନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ, 10 ଯେପରି ଲେଖା ଅଛି, ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ, 11 ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ, ଏପରି ଜଣେ ନାହିଁ; 12 ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି ଯେ ସତ୍କର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ହେଲେ ନାହିଁ । 13 ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ୱାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି, 14 ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣ; 15 ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ, 16 ସେମାନଙ୍କ ପଥରେ ବିନାଶ ଓ କ୍ଳେଶ, 17 ପୁଣି, ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ । 18 ଈଶ୍ୱରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ । 19 ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହି ସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ; 20 କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ ।

21 କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି, 22 ଅର୍ଥାତ୍‍, ଈଶ୍ୱରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତିବର୍ତ୍ତେ, କାରଣ କୌଣସି ପ୍ରଭେଦ ନାହିଁ, 23 ସମସ୍ତେ ତ ପାପ କରିଅଛନ୍ତି, ପୁଣି, ଈଶ୍ୱରଙ୍କ ଗୌରବରହିତ ହୋଇଅଛନ୍ତି, 24 ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି । 25 ଈଶ୍ୱର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ, ତାହାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି, 26 ପୁଣି, ବର୍ତ୍ତମାନ କାଳରେ ଆପଣା ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି, ଯେପରି ସେ ସ୍ୱୟଂ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ୱାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି । 27 ତେବେ ଗର୍ବ କେଉଁଠାରେ ? ତାହା ଦୂରୀକୃତ ହେଲା । କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା ? କ୍ରିୟାକର୍ମ ଦ୍ୱାରା ? ନୁହେଁ, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା । 28 ତେବେ ଆମ୍ଭମାନଙ୍କ ମୀମାଂସା ଏହି, ମନୁଷ୍ୟ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ବ୍ୟତୀତ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୁଏ। 29 କିମ୍ବା ଈଶ୍ୱର କି କେବଳ ଯିହୂଦୀମାନଙ୍କର ଈଶ୍ୱର ? ସେ କି ଅଣଯିହୂଦୀମାନଙ୍କର ମଧ୍ୟ ଈଶ୍ୱର ନୁହଁନ୍ତି ? ହଁ, ଅଣଯିହୂଦୀମାନଙ୍କର ମଧ୍ୟ । 30 କାରଣ ଈଶ୍ୱର ତ ଏକ, ଆଉ ସେ ବିଶ୍ୱାସ ହେତୁ ସୁନ୍ନତିକୁ ଓ ବିଶ୍ୱାସ ଦ୍ୱାରା ଅସୁନ୍ନତିକୁ ଧାର୍ମିକ ଗଣିବେ । 31 ତେବେ, ଆମ୍ଭେମାନେ କି ବିଶ୍ୱାସ ଦ୍ୱାରା ମୋଶାଙ୍କ ବ୍ୟବସ୍ଥାକୁ ଲୋପ କରୁଅଛୁ ? ତାହା କେବେ ହେଁ ନ ହେଉ, ବରଂ ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାକୁ ସଂସ୍ଥାପନ କରୁଅଛୁ ।



Translation Questions

Romans 3:1

ଯିହୁଦୀମାନଙ୍କ ମଧ୍ୟରେ ପ୍ରଥମ ସୁଯୋଗ କ'ଣ ଅଟେ ?

ଯିହୁଦୀମାନଙ୍କ ମଧ୍ୟରେ ସର୍ବ ପ୍ରଥମ ସୁଯୋଗ ଥିଲା ଯାହା ହେଉଛି ସେମାନଙ୍କୁ ସର୍ବ ପ୍ରଥମେ ଈଶ୍ଵରଙ୍କ ବାକ୍ୟ ସମର୍ପିତ କରାଯାଇଥିଲା [୩:୧-୨]।

Romans 3:3

ସମସ୍ତ ମନୁଷ୍ୟ ମିଥ୍ୟାବାଦୀ ହେଲେ ସୁଦ୍ଧା, ଈଶ୍ଵର କ'ଣ ମିଥ୍ୟାବାଦୀ ହୋଇପାରନ୍ତି ନାହିଁ ?

ସମସ୍ତ ମନୁଷ୍ୟ ମିଥ୍ୟାବାଦୀ ହେଲେ ସୁଦ୍ଧା, ଈଶ୍ଵର କେବେ ହେଁ ମିଥ୍ୟାବାଦୀ ହୋଇପାରିବେ ନାହିଁ [୩:୪]।

Romans 3:5

ଯେହେତୁ ଈଶ୍ଵର ଧାର୍ମିକ ଅଟନ୍ତି, ସେ କ'ଣ କରିବାରେ ସକ୍ଷମ ଅଟନ୍ତି ?

ଯେହେତୁ ଈଶ୍ଵର ଧାର୍ମିକ ଅଟନ୍ତି, ସେ ଜଗତକୁ ବିଚାର କରିବାରେ ସକ୍ଷମ ଅଟନ୍ତି [୩:୫-୬]।

Romans 3:7

ଯେଉଁମାନେଙ୍କ "ଭଲ ଫଳ ଫଳିବା ନିମନ୍ତେ, ଆସ ମନ୍ଦ କର୍ମ କରୁ" ବୋଲି କହନ୍ତି ସେମାନଙ୍କ ଉପରେ କ'ଣ ବର୍ତ୍ତେ ?

ଯେଉଁମାନେଙ୍କ "ଭଲ ଫଳ ଫଳିବା ନିମନ୍ତେ, ଆସ ମନ୍ଦ କର୍ମ କରୁ" ବୋଲି କହନ୍ତି ସେମାନଙ୍କ ଉପରେ ଦଣ୍ଡ ବର୍ତ୍ତେ [୩:୮]।

Romans 3:9

ଯିହୁଦୀ ଓ ଗ୍ରୀକ୍ ଉଭୟଙ୍କ ମଧ୍ୟରେ ଜଣେ ସୁଦ୍ଧା ଧାର୍ମିକ ନାହିଁ ବୋଲି ବାକ୍ୟରେ କ'ଣ ଲେଖାଅଛି ?

ଏହା ଲେଖାଅଛି, ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ [୩:୯-୧୦]।

Romans 3:11

ଲେଖାନୁସାରେ, ଯେ ବୁଝେ ଓ ଯେ ଈଶ୍ଵରଙ୍କୁ ଅନ୍ୱେଷଣ କରେ ସେ କିଏ ଅଛି ?

ଲେଖାନୁସାରେ, ଯେ ବୁଝେ ଏପରି କେହି ନାହିଁ ଯେ ଈଶ୍ଵରଙ୍କୁ ଅନ୍ୱେଷଣ କରେ ଏପରି ଜଣେ ସୁଦ୍ଧା ନାହିଁ [୩:୧୧]।

Romans 3:19

ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା କିଏ ଧାର୍ମିକ ଗଣିତ ହେବେ ?

ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା କୌଣସି ପ୍ରାଣୀ ଧାର୍ମିକ ଗଣିତ ହେବେ ନାହିଁ [୩:୨୦]।

ବ୍ୟବସ୍ଥା ଦ୍ଵାରା କ'ଣ ଆସେ ?

ବ୍ୟବସ୍ଥା ଦ୍ଵାରା ପାପର ଜ୍ଞାନ ଜନ୍ମେ [୩:୨୦]।

Romans 3:21

ବ୍ୟବସ୍ଥା ବ୍ୟତୀତ ବର୍ତ୍ତମାନ କେଉଁ ଅଧାର୍ମିକ ସାକ୍ଷ୍ୟ ଦ୍ଵାରା ଜଣାଇଦିଆଯାଇଅଛି ?

ବ୍ୟବସ୍ଥା ବ୍ୟତୀତ ଈଶ୍ଵରଙ୍କ ଧାର୍ମିକତା ପ୍ରକାଶିତ ହୋଇଅଛି ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି [୩:୨୧]।

କେଉଁ ଧାର୍ମିକତା ବ୍ୟବସ୍ଥା ବ୍ୟତୀତ ବର୍ତ୍ତମାନ ଜଣାଇ ଦିଆଯାଇଅଛି ?

ଈଶ୍ଵରଙ୍କ ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ସମସ୍ତଙ୍କ ପ୍ରତି ଘଟେ, ବର୍ତ୍ତମାନ ଏହିପରି ଭାବରେ ଜଣାଇ ଦିଆଯାଇଅଛି [୩:୨୨]।

Romans 3:23

ଜଣେ ବ୍ୟକ୍ତି ଈଶ୍ଵରଙ୍କ ଦୃଷ୍ଟିରେ କିପରି ଧାର୍ମିକ ଗଣିତ ହୁଏ ?

ଜଣେ ବ୍ୟକ୍ତି ଯେ ବିନା ମୂଲ୍ୟରେ ଯୀଶୁଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ଵାରା ସେ ଧାର୍ମିକ ଗଣିତ ହୁଏ [୩:୨୪]।

Romans 3:25

ଈଶ୍ଵର ଯୀଶୁ ଖ୍ରୀଷ୍ଟଙ୍କୁ କେଉଁ ଉଦ୍ଦେଶ୍ୟରେ ଦେଇଥିଲେ ?

ଈଶ୍ଵର ଖ୍ରୀଷ୍ଟ ଯୀଶୁଙ୍କୁ ତାହାଙ୍କ ରକ୍ତରେ ବିଶ୍ଵାସ ଦ୍ଵାରା ପ୍ରାୟଶ୍ଚିତ୍ତ ବଳି ରୂପେ ପ୍ରଦର୍ଶନ କରିଅଛନ୍ତି [୩:୨୫]।

ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ସମସ୍ତ ଘଟିବ ବୋଲି ଈଶ୍ଵର କ'ଣ ଦେଖାଇଅଛନ୍ତି ?

ଯେଉଁମାନେଙ୍କ ଯୀଶୁଙ୍କ ଉପରେ ବିଶ୍ଵାସ କରିଅଛନ୍ତି ସେ ସମସ୍ତଙ୍କୁ ଧାର୍ମିକ ଗଣିତ କରିବେ ବୋଲି ଈଶ୍ଵର ଦେଖାଇଅଛନ୍ତି [୩:୨୬]।

Romans 3:27

ନ୍ୟାୟ ପକ୍ଷ ସମର୍ଥନରେ ବ୍ୟବସ୍ଥାର କ୍ରିୟାକର୍ମର କେଉଁ ଭୂମିକା ଥାଏ ?

ଜଣେ ମନୁଷ୍ୟ ବ୍ୟବସ୍ଥାର କ୍ରିୟାକର୍ମ ବ୍ୟତୀତ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହୁଏ [୩:୨୮]।

Romans 3:29

ଈଶ୍ଵର ସୁନ୍ନତି ଯିହୁଦୀ ଓ ଅସୁନ୍ନତି ବିଜାତିକୁ କିପରି ଧାର୍ମିକ ଗଣିତ କରନ୍ତି ?

ଈଶ୍ଵର ଉଭୟଙ୍କୁ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ କରନ୍ତି [୩:୩୦]।

Romans 3:31

ବିଶ୍ଵାସ ଦ୍ଵାରା ଆମେ ବ୍ୟବସ୍ଥାକୁ କ'ଣ କରୁଅଛୁ ?

ବିଶ୍ଵାସ ଦ୍ଵାରା ଆମେ ବ୍ୟବସ୍ଥାକୁ ସଂସ୍ଥାପନ କରୁଅଛୁ [୩:୩୧]।


Chapter 4

1 ତେବେ ଶରୀର ଅନୁସାରେ ଆମ୍ଭମାନଙ୍କ ପିତୃପୁରୁଷ ଅବ୍ରହାମ କ'ଣ ପାଇଅଛନ୍ତି ବୋଲି ଆମ୍ଭେମାନେ କହିବା ? 2 କାରଣ ଅବ୍ରହାମ ଯଦି କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ, ତେବେ ତାହାଙ୍କ ଗର୍ବର କାରଣ ଅଛି; କିନ୍ତୁ ଈଶ୍ୱରଙ୍କ ନିକଟରେ ନୁହେଁ । 3 କାରଣ ଶାସ୍ତ୍ର କ'ଣ କୁହେ ? ଅବ୍ରହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା । 4 ଯେ କର୍ମ କରେ, ତାହା ପକ୍ଷରେ ତା'ର ବେତନ ଅନୁଗ୍ରହ ରୂପେ ଗଣିତ ହୁଏ ନାହିଁ, ମାତ୍ର ଦେୟ ବୋଲି ଗଣିତ ହୁଏ । 5 କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି, ତାହାଙ୍କଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତା'ର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ । 6 ଏହି ପ୍ରକାରେ ଯେଉଁ ଲୋକ ପକ୍ଷରେ ଈଶ୍ୱର କ୍ରିୟାକର୍ମ ବ୍ୟତୀତ ଧାର୍ମିକତା ଗଣନା କରନ୍ତି, ଦାଉଦ ମଧ୍ୟ ତାକୁ ଧନ୍ୟ ବୋଲି କହନ୍ତି, ଯଥା, 7 "ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ । 8 ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ ।' 9 ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ବା ଅସୁନ୍ନତିମାନଙ୍କୁ ମଧ୍ୟ କୁହାଯାଏ ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା । 10 ତେବେ, ତାହା କିପରି ଗଣିତ ହେଲା ? ତାଙ୍କର ସୁନ୍ନତି ଅବସ୍ଥାରେ ନା ଅସୁନ୍ନତି ଅବସ୍ଥାରେ ? ସୁନ୍ନତି ଅବସ୍ଥାରେ ନୁହେଁ, କିନ୍ତୁ ଅସୁନ୍ନତି ଅବସ୍ଥାରେ । 11 ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ୱାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି, 12 ପୁଣି, ଯେପରି ସେ ସୁନ୍ନତିମାନଙ୍କର ପିତା ହୋଇ ପାରନ୍ତି, ଅର୍ଥାତ୍‍ ଯେଉଁମାନେ ସୁନ୍ନତ ପ୍ରାପ୍ତ, କେବଳ ସେମାନଙ୍କର ନୁହେଁ, ମାତ୍ର ଅସୁନ୍ନତି ଅବସ୍ଥାରେ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା ସେଥିର ପଦଚିହ୍ନ ଦେଇ ଯେଉଁମାନେ ଗମନ କରନ୍ତି, ସେମାନଙ୍କର ମଧ୍ୟ ।

13 କାରଣ ଅବ୍ରହାମ କିମ୍ବା ତାଙ୍କ ବଂଶକୁ ଜଗତର ଅଧିକାରୀ ହେବା ନିମନ୍ତେ ପ୍ରତିଜ୍ଞା ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଦିଆଯାଇ ନ ଥିଲା, ମାତ୍ର ବିଶ୍ୱାସର ଧାର୍ମିକତା ଦ୍ୱାରା ଦିଆଯାଇଥିଲା । 14 ଯେଣୁ ଯଦି ମୋଶାଙ୍କ ବ୍ୟବସ୍ଥାବଲମ୍ବୀମାନେ ଅଧିକାରୀ ହୁଅନ୍ତି, ତାହାହେଲେ ବିଶ୍ୱାସ ବ୍ୟର୍ଥ କରାଯାଇଅଛି ଓ ପ୍ରତିଜ୍ଞା ନିଷ୍ପଳ କରାଯାଇଅଛି । 15 କାରଣ ମୋଶାଙ୍କ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ । 16 ଏଣୁ ଏହି ପ୍ରତିଜ୍ଞା ବିଶ୍ୱାସ ହେତୁ ପ୍ରାପ୍ତ ହୁଏ, ଯେପରି ତାହା ଅନୁଗ୍ରହ ଅନୁସାରେ ହୁଏ, ଆଉ ତଦ୍ୱାରା ସମସ୍ତ ବଂଶ ପକ୍ଷରେ, କେବଳ ମୋଶାଙ୍କ ବ୍ୟବସ୍ଥାବଲମ୍ବୀ ବଂଶ ପକ୍ଷରେ ନୁହେଁ, ମାତ୍ର ଅବ୍ରହାମଙ୍କ ବିଶ୍ୱାସାବଲମ୍ବୀ ବଂଶ ପକ୍ଷରେ ସୁଦ୍ଧା ସେହି ପ୍ରତିଜ୍ଞା ଅଟଳ ରହେ; 17 ଯେଉଁ ଈଶ୍ୱରଙ୍କୁ ସେ ବିଶ୍ୱାସ କଲେ, ଯେ ମୃତମାନଙ୍କୁ ଜୀବିତ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ୱରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖା ଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ । 18 "ଏହିପରି ତୁମ୍ଭର ବଂଶ ହେବ," ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନ ଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ୱାସ କଲେ । 19 ତାଙ୍କ ବୟସ ପ୍ରାୟ ଏକ ଶତ ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତବତ୍‍ ଓ ସାରାଙ୍କ ଗର୍ଭକୁ ମୃତ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ, 20 ବରଂ ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ, 21 କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ । 22 ଏଥିପାଇଁ ମଧ୍ୟ ଏହା ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା 23 ତାଙ୍କ ପକ୍ଷରେ ଯେ ଗଣିତ ହେଲା, ଏହା କେବଳ ତାଙ୍କ ନିମନ୍ତେ ଲିଖିତ ହୋଇ ନାହିଁ, 24 ମାତ୍ର ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଲେଖା ହୋଇଅଛି; କାରଣ ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କଲେ, ତାହାଙ୍କଠାରେ ବିଶ୍ୱାସ କରୁଅଛୁ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପକ୍ଷରେ ମଧ୍ୟ ତାହା ଗଣିତ ହେବ; 25 ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି, ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ ।



Translation Questions

Romans 4:1

ଅବ୍ରହାମଙ୍କର ଗର୍ବ କରିବାର କେଉଁ କାରଣ ଅଛି ?

ଅବ୍ରାହମ ଯଦି କ୍ରିୟାକର୍ମ ଦ୍ଵାରା ଧାର୍ମିକ ଗଣିତ ହେଲେ ତେବେ ତାହାଙ୍କର ଗର୍ବର କାରଣ ଅଛି [୪:୨]।

ଅବ୍ରହାମ କିପରି ଧାର୍ମିକ ଗଣିତ ହୋଇଥିଲେ ଏହି ବିଷୟରେ ଶାସ୍ତ୍ର କ'ଣ କୁହେ ?

ଶାସ୍ତ୍ର କହେ ଯେ ଅବ୍ରହାମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା [୪:୩]।

Romans 4:4

କେଉଁ ପ୍ରକାର ଲୋକମାନଙ୍କୁ ଈଶ୍ଵର ଧାର୍ମିକ ଗଣିତ କରନ୍ତି ?

ଈଶ୍ଵର ଅଧାର୍ମିକ ଲୋକମାନଙ୍କୁ ଧାର୍ମିକ ଗଣିତ କରିନ୍ତି [୪:୫]।

Romans 4:6

ଦାଉଦଙ୍କ ଅନୁସାରେ, କିପରି ଭାବରେ ମନୁଷ୍ୟ ଈଶ୍ଵରଙ୍କ ଦ୍ଵାରା ଧନ୍ୟ ?

ଦାଉଦଙ୍କ ଅନୁସାରେ, ଯେଉଁମାନେଙ୍କର ଅପରାଧସବୁ କ୍ଷମା ହୋଇଅଛି ଆଉ ଯେଉଁମାନେଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି ସେମାନେ ଧନ୍ୟ [୪:୬-୮]।

Romans 4:9

ସୁନ୍ନତି ପୂର୍ବେ ନା ଅସୁନ୍ନତି ପରେ ଅବ୍ରହାମ ଧାର୍ମିକ ଗଣିତ ହୋଇଥିଲେ ?

ତାହାଙ୍କର ସୁନ୍ନତି ପୂର୍ବେ ଅବ୍ରହାମ ଧର୍ମିକ ଗଣିତ ହୋଇଥିଲେ [୪:୯-୧୦]।

Romans 4:11

କେଉଁ ଲୋକମାନଙ୍କ ଦଳର ପିତା ଅବ୍ରହାମ ଅଟନ୍ତି ?

ସୁନ୍ନତ ଓ ଅସୁନ୍ନତ ଉଭୟ ଯେଉଁମାନେଙ୍କ ବିଶ୍ଵାସ କରନ୍ତି ସେ ସେମାନଙ୍କର ପିତା ଅଟନ୍ତି [୪:୧୧-୧୨]।

Romans 4:13

ଧାର୍ମିକତାର ବିଶ୍ଵାସ ଦ୍ଵାରା ଅବ୍ରହାମଙ୍କୁ ଓ ତାହାଙ୍କର ବଂଶକୁ କେଉଁ ପ୍ରତିଜ୍ଞା ଦିଆଯାଇଥିଲା ?

ଅବ୍ରହାମ ଓ ତାଙ୍କରି ବଂଶକୁ ଜଗତର ଅଧିକାର ହେବା ନିମନ୍ତେ ବିଶ୍ଵାସର ଧାର୍ମିକତା ହେବା ଦ୍ଵାରା ପ୍ରତିଜ୍ଞା ଦିଆଯାଇଥିଲା [୪:୧୩]।

ଯଦି ପ୍ରତିଜ୍ଞା ଅବ୍ରହାମଙ୍କୁ ବ୍ୟବସ୍ଥା ଦ୍ଵାରା ଆସିଥାନ୍ତା ତେବେ କ'ଣ ସତ ହୋଇଥାନ୍ତା ?

ଯଦି ପ୍ରତିଜ୍ଞା ଅବ୍ରହାମଙ୍କୁ ବ୍ୟବସ୍ଥା ଦ୍ଵାରା ଆସିଥାନ୍ତା, ତେବେ ବିଶ୍ଵାସ ବ୍ୟର୍ଥ ପୁଣି ପ୍ରତିଜ୍ଞା ନିଷ୍ଫଳ ହୋଇଥାନ୍ତା [୪:୧୪]।

Romans 4:16

କେଉଁ କାରଣରୁ ବିଶ୍ଵାସ ଦ୍ଵାରା ପ୍ରତିଜ୍ଞା ଦିଆଯାଇଅଛି ?

ବିଶ୍ଵାସ ଦ୍ଵାରା ପ୍ରତିଜ୍ଞା ଦିଆଯାଇଅଛି ଯଦ୍ୱାରା ଏହା ଅନୁଗ୍ରହ ଦ୍ଵାରା, ଏବଂ ଏହା ସୁନିଶ୍ଚିତ [୪:୧୬]।

କେଉଁ ଦୁଇ ବସ୍ତୁ ଈଶ୍ଵର କରନ୍ତି ବୋଲି ପାଉଲ କହନ୍ତି ?

ଈଶ୍ଵର ମୃତ୍ୟୁମାନଙ୍କୁ ସଜୀବ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି ବୋଲି ପାଉଲ କହନ୍ତି [୪:୧୭]।

Romans 4:18

ଯେତେବେଳେ ଈଶ୍ଵର ଅବ୍ରହାମଙ୍କ ସହିତ ପ୍ରତିଜ୍ଞା କଲେ ଆମ୍ଭେ ତୁମକୁ ବହୁଜାତିର ପିତା କରିବା ସେତେବେଳେ ଅବ୍ରହାମ କେଉଁ ପ୍ରକାର ଅସୁବିଧାର ପରିସ୍ଥିତିରେ ଥିଲେ ?

ଯେତେବେଳେ ଈଶ୍ଵର ଅବ୍ରହାମଙ୍କ ସହିତ ପ୍ରତିଜ୍ଞା କଲେ, ସେତେବେଳେ ଅବ୍ରହାମଙ୍କ ବୟସ ଶହେ ବର୍ଷ ଥିଲା ଓ ସାରାଙ୍କ ଗର୍ଭ ମୃତ୍ୟୁବତ ହୋଇଥିଲା [୪:୧୮-୧୯]।

Romans 4:20

ଶାରୀରିକ ଭାବରେ ଦୁର୍ବଳ ଥିଲେ ସୁଦ୍ଧା ଅବ୍ରହାମ ଈଶ୍ଵରଙ୍କ ପ୍ରତିଜ୍ଞାକୁ କିପରି ଉତ୍ତର ଦେଲେ ?

ଅବ୍ରହାମ ଦୃଢଭାବରେ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଓ ଅବିଶ୍ଵାସରେ ପଛଘୁଞ୍ଚା ହେଲେ ନାହିଁ [୪:୧୮, ୨୦]।

Romans 4:23

ଅବ୍ରହାମଙ୍କର ଗଣିତ କାହା ନିମନ୍ତେ ଲେଖା ଯାଇଅଛି ?

ଅବ୍ରହାମଙ୍କର ଗଣିତ ତାହାଙ୍କର ନିମନ୍ତେ, ଏବଂ ଆମ୍ଭମାନଙ୍କର ନିମନ୍ତେ ଲେଖା ଯାଇଅଛି [୪:୨୩-୨୪]।

ଈଶ୍ଵର କ'ଣ କରିଅଛନ୍ତି ବୋଲି ଆମ୍ଭେମାନେ ବିଶ୍ଵାସ କରୁ ?

ଈଶ୍ଵର ଯୀଶୁଙ୍କୁ ମୃତ୍ୟୁରୁ ଉତ୍ଥାପିତ କରିଅଛନ୍ତି, ଯେ ଆମ୍ଭମାନଙ୍କର ଅପରାଧ ନିମନ୍ତେ ସମର୍ପିତ ହେଲେ ଏବଂ ଆମ୍ଭମାନଙ୍କ ଧାର୍ମିକ ଗଣିତ ହେବା ନିମନ୍ତେ ଏହା ଆମ୍ଭେ ବିଶ୍ଵାସ କରୁଅଛୁ [୪:୨୫]।


Chapter 5

1 ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ; 2 ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ । 3 କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, 4 ପୁଣି, ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ । 5 ଆଉ, ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପ୍ରବାହିତ ହୋଇଅଛି । 6 କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ । 7 ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ, ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରି ପାରେ । 8 କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି । 9 ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା । 10 କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା । 11 ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ |

12 ଅତଏବ, ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ । 13 କାରଣ ମୋଶାଙ୍କ ବ୍ୟବସ୍ଥା ପର୍ଯ୍ୟନ୍ତ ପାପ ଜଗତରେ ଥିଲା, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ନ ଥିଲେ ପାପ ଗଣାଯାଏ ନାହିଁ; 14 ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞାଲଙ୍ଘନ ସଦୃଶ ପାପ କରି ନ ଥିଲେ, ଆଦମଙ୍କଠାରୁ ମୋଶାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା; ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ । 15 କିନ୍ତୁ ଅପରାଧ ଯେପରି, ଅନୁଗ୍ରହ ଦାନ ମଧ୍ୟ ଯେ ସେହିପରି, ତାହା ନୁହେଁ, କାରଣ ଯଦି ଜଣକର ଅପରାଧ ଦ୍ୱାରା ଅନେକେ ମୃତ୍ୟୁଭୋଗ କଲେ, ତାହାହେଲେ ଈଶ୍ୱରଙ୍କ ଅନୁଗ୍ରହ ଓ ଜଣେ ମନୁଷ୍ୟଙ୍କ, ଅର୍ଥାତ୍‍ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଦତ୍ତ ଦାନ ଅନେକଙ୍କ ପ୍ରତି ଅଧିକ ପ୍ରଚୁର ହେଲା। 16 ଆଉ, ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ, କାରଣ ଜଣକ ହେତୁ ଯେଉଁ ବିଚାର, ସେଥିର ଫଳ ଦଣ୍ଡାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ସ୍ଥଳେ ଯେଉଁ ଅନୁଗ୍ରହ ଦାନ, ସେଥିର ଫଳ ଧାର୍ମିକଗଣନା ହେଲା 17 ଯେଣୁ ଯଦି ଜଣକର ଅପରାଧରେ ସେହି ଜଣକ ଦ୍ୱାରା ମୃତ୍ୟୁ ରାଜତ୍ୱ କଲା, ତେବେ ଯେଉଁମାନେ ଅନୁଗ୍ରହ ଓ ଧାର୍ମିକତା ଦାନର ପ୍ରଚୁରତା ପ୍ରାପ୍ତ ହୁଅନ୍ତି, ସେମାନେ ଏକ ବ୍ୟକ୍ତି, ଅର୍ଥାତ୍‍ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆହୁରି ଅଧିକ ରୂପେ ଜୀବନରେ ରାଜତ୍ୱ କରିବେ । 18 ଅତଏବ, ଜଣକର ଅପରାଧର ଫଳ ସ୍ୱରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମର ଫଳ ସ୍ୱରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକଗଣନା ଘଟିଲା । 19 କାରଣ ଯେପରି ଜଣକର ଅନାଜ୍ଞାବହତା ଦ୍ୱାରା ଅନେକେ ପାପୀ ହେଲେ, ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ୱାରା ଅନେକେ ଧାର୍ମିକ ହେବେ । 20 ଏହାଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା, 21 ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ ।



Translation Questions

Romans 5:1

ଯେହେତୁ ବିଶ୍ଵାସୀମାନେ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହୋଇଅଛନ୍ତି ସେମାନଙ୍କ ପାଖରେ କ'ଣ ଅଛି ?

ଯେହେତୁ ବିଶ୍ଵାସୀମାନେ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହୋଇଅଛନ୍ତି, ସେଥିପାଇଁ ସେମାନଙ୍କ ପାଖରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ସହିତ ଶାନ୍ତି ଅଛି [୫:୧]।

Romans 5:3

କ୍ଲେଶରୁ କେଉଁ ତିନୋଟି ବିଷୟ ଉତ୍ପନ୍ନ ହୁଏ ?

କ୍ଲେଶରୁ ଧୈର୍ଯ୍ୟ, ଅନୁଭୂତି, ଏବଂ ଭରସା ଉତ୍ପନ୍ନ କରେ [୫:୩-୪]।

Romans 5:8

ଈଶ୍ଵର ଆମ୍ଭମାନଙ୍କୁ କିପରି ତାହାଙ୍କ ପ୍ରେମ ପ୍ରମାଣ କରନ୍ତି ?

ଈଶ୍ଵର ତାହାଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରମାଣ କରିଅଛନ୍ତି, କାରଣ ଆମ୍ଭେମାନେ ପାପୀ ଥିବା ସମୟରେ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ [୫:୮]।

ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ଧାର୍ମିକ ଗଣିତ ହେବାରୁ, ବିଶ୍ଵାସୀମାନେ କେଉଁଠାରୁ ଉଦ୍ଧାର ପାଇଅଛନ୍ତି ?

ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ଧାର୍ମିକ ଗଣିତ ହେବାରୁ, ବିଶ୍ଵାସୀମାନେ ଈଶ୍ଵରଙ୍କ କ୍ରୋଧରୁ ଉଦ୍ଧାର ପାଇଅଛନ୍ତି [୫:୯]।

Romans 5:10

ଯୀଶୁଙ୍କ ଦ୍ଵାରା ଈଶ୍ଵରଙ୍କ ସହିତ ମିଳିତ ହେବା ପୂର୍ବରୁ ଅବିଶ୍ଵାସୀମାନଙ୍କର ଈଶ୍ଵରଙ୍କ ସହିତ କ'ଣ ସମ୍ପର୍କ ଅଛି ?

ଯୀଶୁଙ୍କ ଦ୍ଵାରା ଈଶ୍ଵରଙ୍କ ସହିତ ମିଳିତ ହେବା ପୂର୍ବରୁ ଅବିଶ୍ଵାସୀମାନେ ଈଶ୍ଵରଙ୍କର ଶତ୍ରୁ ଅଟନ୍ତି [୫:୧୦]।

Romans 5:12

ଜଣେ ମନୁଷ୍ୟର ପାପ ହେତୁ କ'ଣ ଘଟିଲା ?

ଜଣେ ମନୁଷ୍ୟର ପାପ ହେତୁ ପାପ ଓ ପାପ ଦ୍ଵାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଏବଂ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା [୫:୧୨]।

Romans 5:14

ସେହି ଜଣ ବ୍ୟକ୍ତି କିଏ ଥିଲେ ଯାହା ଦ୍ଵାରା ଜଗତରେ ପାପ ପ୍ରବେଶ କରିଥିଲା ?

ସେହି ବ୍ୟକ୍ତି ଆଦମ ଥିଲେ ଯାହା ଦ୍ଵାରା ଜଗତରେ ପାପ ପ୍ରବେଶ କରିଥିଲା [୫:୧୪]।

ଆଦମଙ୍କ ଅପରାଧଠାରୁ ଈଶ୍ଵରଙ୍କ ଅନୁଗ୍ରହ ଦାନ କିପରି ଭିନ୍ନ ଅଟେ ?

ଆଦମଙ୍କ ଅପରାଧ ଦ୍ଵାରା ଅନେକେ ମୃତ୍ୟୁଭୋଗ କଲେ, ମାତ୍ର ଈଶ୍ଵରଙ୍କ ଅନୁଗ୍ରହ ଦାନ ଦ୍ଵାରା ଅନେକଙ୍କ ପ୍ରତି ପ୍ରଚୁର ହେଲା [୫:୧୫]।

Romans 5:16

ଆଦମଙ୍କ ଅପରାଧର ଫଳ କ'ଣ, ଏବଂ ଈଶ୍ଵରଙ୍କ ଅନୁଗ୍ରହ ଦାନର ଫଳ କ'ଣ ଅଟେ ?

ଆଦମଙ୍କ ଅପରାଧରେ ଦଣ୍ଡାଜ୍ଞା ହେଲା ଓ ଈଶ୍ଵରଙ୍କ ଅନୁଗ୍ରହ ଦାନର ଫଳ ଧାର୍ମିକ ଗଣନା ହେଲା [୫:୧୬]।

ଆଦମଙ୍କ ଅପରାଧ ଦ୍ଵାରା କ'ଣ ରାଜତ୍ଵ କଲା, ଏବଂ ଈଶ୍ଵରଙ୍କ ଧାର୍ମିକତାର ଅନୁଗ୍ରହ ଦାନ ଦ୍ଵାରା କ'ଣ ରାଜତ୍ଵ କଲା ?

ଆଦମଙ୍କ ଅପରାଧ ଦ୍ଵାରା ମୃତ୍ୟୁ ରାଜତ୍ଵ କଲା, ଏବଂ ଈଶ୍ଵରଙ୍କ ଧାର୍ମିକତାର ଅନୁଗ୍ରହ ଦାନ ଗ୍ରହଣ କରିଵା ଦ୍ଵାରା ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଜୀବନରେ ରାଜତ୍ଵ କଲେ [୫:୧୭]।

Romans 5:18

ଆଦମଙ୍କ ଅନାଜ୍ଞାବହତା ଦ୍ଵାରା ଅନେକେ କ'ଣ ହେଲେ ଓ ଖ୍ରୀଷ୍ଟଙ୍କ ଆଜ୍ଞାବହତା ଦ୍ଵାରା ଅନେକେ କ'ଣ ହେଲେ ?

ଆଦମଙ୍କ ଅନାଜ୍ଞାବହତା ଦ୍ଵାରା ଅନେକେ ପାପୀ ହେଲେ, ଏବଂ ଖ୍ରୀଷ୍ଟଙ୍କ ଆଜ୍ଞାବହତା ଦ୍ଵାରା ଅନେକେ ଧାର୍ମିକ ଗଣିତ ହେବେ [୫:୧୯]।

Romans 5:20

ବ୍ୟବସ୍ଥା କାହିଁକି ତା ସହିତ ଆସିଲା ?

ବ୍ୟବସ୍ଥା ପ୍ରବେଶ କଲା ଯେପରି ଅପରାଧ ଅଧିକ ହୁଏ [୫:୨୦]।

ଅପରାଧଠାରୁ କ'ଣ ଅଧିକ ହେଲା ?

ଅପରାଧଠାରୁ ଈଶ୍ଵରଙ୍କ ଅନୁଗ୍ରହ ଆହୁରି ଅତି ଅଧିକ ହେଲା [୫:୨୦]।


Chapter 6

1 ତେବେ, ଆମ୍ଭେମାନେ କ'ଣ କରିବା ? ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିଥିବା ? 2 ତାହା କେବେ ହେଁ ନ ହେଉ । ପାପ ପ୍ରତି ମୃତ୍ୟୁ ଯେ ଆମ୍ଭେମାନେ, କିପରି ସେଥିରେ ଆଉ ଆମ୍ଭେମାନେ ଜୀବନ କାଟିବା ? 3 ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ ? 4 ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତ୍ୟୁମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ; 5 କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା । 6 ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି, 7 ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି । 8 କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ । 9 ଖ୍ରୀଷ୍ଟ ମୃତ୍ୟୁମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ । 10 କାରଣ ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ୱାରା ସେ ଥରେ ହିଁ ପାପ ପ୍ରତି ମୃତ୍ୟୁ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ୱରଙ୍କ ପ୍ରତି ଜୀବିତ ଅଟନ୍ତି । 11 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ୱରଙ୍କ ପ୍ରତି ଜୀବିତ ବୋଲି ଗଣନା କର । 12 ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷ- ଗୁଡ଼ାକର ବଶବର୍ତ୍ତୀ ହେବ; 13 କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ୱରଙ୍କ ନିକଟରେ ସମର୍ପଣ କର । 14 କାରଣ ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଯେଣୁ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ ।

15 ତେବେ କ'ଣ ? ଆମ୍ଭେମାନେ ଯେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୋହୁଁ, ମାତ୍ର ଅନୁଗ୍ରହର ଅଧୀନ ଅଟୁ, ଏଥି ନିମନ୍ତେ କି ପାପ କରିବା ? ତାହା କେବେ ହେଁ ନ ହେଉ । 16 ମୃତ୍ୟୁଜନକ ପାପ କିମ୍ବା ଧାର୍ମିିକତାଜନକ ଆଜ୍ଞାବହତା, ଏହା ମଧ୍ୟରୁ ଯାହା ନିକଟରେ ତୁମ୍ଭେମାନେ ଆଜ୍ଞାବହ ହେବା ନିମନ୍ତେ ଆପଣା ଆପଣାକୁ ଦାସ ରୂପେ ସମର୍ପଣ କର, ଅର୍ଥାତ୍‍ ଯାହାର ଆଜ୍ଞା ପାଳନ କର, ତାହାର ଯେ ତୁମ୍ଭେମାନେ ଦାସ ଅଟ, ଏହା କ'ଣ ଜାଣ ନାହିଁ ? 17 କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ, ତୁମ୍ଭେମାନେ, ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ, 18 ପୁଣି, ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ । 19 ତୁମ୍ଭମାନଙ୍କ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛି; ତୁମ୍ଭେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଅଶୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ, ସେହିପରି ଏବେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ କର । 20 କାରଣ ତୁମ୍ଭେମାନେ ପାପର ଦାସ ଥିବା ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ ଥିଲ । 21 ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା ? ଯେ ସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜାବୋଧ କରୁଅଛ, କେବଳ ସେତିକି ମାତ୍ର; ସେହି ସମସ୍ତର ପରିଣାମ ତ ମୃତ୍ୟୁ । 22 କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ । 23 କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ ।



Translation Questions

Romans 6:1

ଈଶ୍ଵରଙ୍କ ଅନୁଗ୍ରହ ପ୍ରଚୁର ହେବା ନିମନ୍ତେ ବିଶ୍ଵାସୀମାନେ ନିରନ୍ତର ପାପ କରୁଥିବା ଉଚିତ୍ କି ?

ଏହା କେବେହେଁ ନ ହେଉ [୬:୧-୨]।

ଯେତେ ଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ହୋଇଥିଲେ ସେମାନେ କେଉଁଠାରେ ବାପ୍ତିସ୍ମ ହୋଇଥିଲେ ?

ଯେତେ ଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ହୋଇଥିଲେ ସେମାନେ ଖ୍ରୀଷ୍ଟଙ୍କ ମରଣରେ ବାପ୍ତିସ୍ମ ହୋଇଅଛନ୍ତି [୬:୩]।

Romans 6:4

ଯେହେତୁ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହେଲେ ସେଥିପାଇଁ ବିଶ୍ଵାସୀମାନେ କ'ଣ କରିବା ଉଚିତ୍ ?

ବିଶ୍ଵାସୀମାନେ ନୂତନ ଭାବରେ ଆଚରଣ କରିବା ଉଚିତ୍ [୬:୪]।

ବିଶ୍ଵାସୀମାନେ ବାପ୍ତିସ୍ମ ଦ୍ଵାରା ଯୀଶୁଙ୍କ ସହିତ ଏକୀଭୂତ ହେବା ନିମନ୍ତେ କେଉଁ ଦୁଇଟି ପଥ ପାଇଅଛନ୍ତି ?

ବିଶ୍ଵାସୀମାନେ ତାହାଙ୍କର ମୃତ୍ୟୁ ଏବଂ ପୁନରୁତ୍ଥାନରେ ଏକିଭୁତ ହୋଇଅଛନ୍ତି [୬:୫]।

Romans 6:6

ଆମ୍ଭମାନଙ୍କ ନିମନ୍ତେ କ'ଣ କରାଯାଇଅଛି ଯଦ୍ଵାରା ଆମ୍ଭେମାନେ ପାପର ବଶୀଭୁତ ହେବା ଉଚିତ୍ ?

ଆମ୍ଭମାନଙ୍କର ପୁରାତନ ସ୍ଵଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି, ଯଦ୍ଵାରା ଆମ୍ଭେମାନେ ଆଉ ପାପର ବଶୀଭୁତ ନ ହେବା ଉଚିତ୍ [୬:୬]।

Romans 6:8

ଖ୍ରୀଷ୍ଟଙ୍କ ଉପରେ ମୃତ୍ୟୁ ଆଉ ରାଜତ୍ଵ କରୁ ନାହିଁ ବୋଲି ଆମ୍ଭେମାନେ କିପରି ଜାଣୁ ?

ଖ୍ରୀଷ୍ଟଙ୍କ ଉପରେ ଆଉ ମୃତ୍ୟୁ ରାଜତ୍ଵ କରୁ ନାହିଁ ଯେହେତୁ ଖ୍ରୀଷ୍ଟ ମୃତ୍ୟୁର ଉତ୍ଥିତ ହୋଇଅଛନ୍ତି [୬:୯]।

Romans 6:10

କେତେଥର ଖ୍ରୀଷ୍ଟ ପାପ ପ୍ରତି ମୃତ୍ୟୁଭୋଗ କଲେ, ଏବଂ କେତେ ଲୋକମାନଙ୍କ ନିମନ୍ତେ ସେ ମଲେ ?

ସେ ଏକାଥରେ ପାପ ପ୍ରତି ମୃତ୍ୟୁ ହେଲେ [୬:୧୦]।

ଜଣେ ବିଶ୍ଵାସୀ ପାପ ସହିତ କିପରି ସମ୍ପର୍କ ରଖିବା ଉଚିତ୍ ?

ଜଣେ ବିଶ୍ଵାସୀ ନିଜକୁ ନିଜେ ପାପ ପ୍ରତି ମୃତ୍ୟୁ ବୋଲି ଭାବିବା ଉଚିତ୍ [୬:୧୦-୧୧]।

ଜଣେ ବିଶ୍ଵାସୀ ତାହାରି ଜୀବନରେ କାହା ପ୍ରତି ଜୀବିତ ରହିବା ଦରକାର ?

ଜଣେ ବିଶ୍ଵାସୀ ତାହାରି ଜୀବନରେ ଈଶ୍ଵର ପ୍ରତି ଜୀବିତ ରହିବା ଦରକାର [୬:୧୦-୧୧]।

Romans 6:12

ଜଣେ ବିଶ୍ଵାସୀ ଆପଣା ଶରୀରର ଅଙ୍ଗପ୍ରତ୍ୟଙ୍ଗ କାହା ହସ୍ତରେ ସମର୍ପଣ କରିବା ଉଚିତ୍ ଓ କେଉଁ ଉଦ୍ଦେଶ୍ୟ ନିମନ୍ତେ ?

ଜଣେ ବିଶ୍ଵାସୀ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗଙ୍କୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ଵରଙ୍କ ନିକଟରେ ସମର୍ପଣ କରିବା ଉଚିତ୍ [୬:୧୪]।

କାହା ଅଧିନରେ ଜଣେ ବିଶ୍ଵାସୀ ଅଛି, ଯାହା ତାହାକୁ ପାପ ଉପରେ କର୍ତ୍ତୃତ୍ଵ କରିବାକୁ ଅନୁମତି ଦିଏ ?

ଜଣେ ବିଶ୍ଵାସୀ ଅନୁଗ୍ରହର ଅଧିନ ଅଟେ, ଯାହା ତାହାକୁ ପାପ ଉପରେ କର୍ତ୍ତୃତ୍ଵ କରିବାକୁ ଅନୁମତି ଦିଏ [୬:୧୪]।

Romans 6:15

ଜଣେ ବ୍ୟକ୍ତି ଯେ କି ନିଜକୁ ନିଜେ ପାପର ଦାସତ୍ଵ କରେ ତାହାର ଶେଷ ଫଳାଫଳ କ'ଣ ଅଟେ ?

ସେହି ବ୍ୟକ୍ତିର ଶେଷ ଫଳାଫଳ ହେଉଛି ଯେ, ନିଜକୁ ନିଜେ ପାପର ଦାସତ୍ଵ କରେ ସେ ମୃତ୍ୟୁ ଅଟେ [୬:୧୬,୨୧]।

ଜଣେ ବ୍ୟକ୍ତି ଯେ କି ନିଜକୁ ନିଜେ ଈଶ୍ଵରଙ୍କ ଦାସ କରେ ତାହାର ଫଳାଫଳ କ'ଣ ଅଟେ ?

ଜଣେ ବ୍ୟକ୍ତି ଯେ କି ନିଜକୁ ନିଜେ ଈଶ୍ଵରଙ୍କ ଦାସ କରେ ସେ ଧାର୍ମିକତାର ଦାସ ହୋଇଅଛି [୬:୧୬, ୧୮-୧୯]।

Romans 6:22

ଈଶ୍ଵରଙ୍କ ଦାସମାନଙ୍କର ଫଳ କେଉଁ ଉଦ୍ଦେଶ୍ୟ ନିମନ୍ତେ ଅଟେ ?

ଈଶ୍ଵରଙ୍କ ଦାସମାନଙ୍କ ଫଳ ପବିତ୍ରୀକରଣ ନିମନ୍ତେ ଅଟେ [୬:୨୨]।

ପାପର ବେତନ କ'ଣ ଅଟେ ?

ପାପର ବେତନ ମୃତ୍ୟୁ ଅଟେ [୬:୨୩]।

ଈଶ୍ଵରଙ୍କ ଅନୁଗ୍ରହର ଦାନ କ'ଣ ଅଟେ ?

ଈଶ୍ଵରଙ୍କ ଅନୁଗ୍ରହର ଦାନ ଅନନ୍ତ ଜୀବନ ଅଟେ [୬:୨୩]।


Chapter 7

1 ହେ ଭାଇମାନେ, ମନୁଷ୍ୟ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ୱ କରେ, ଏହା ତୁମ୍ଭେମାନେ କ'ଣ ଜାଣ ନାହିଁ ? ମୁଁ ତ ମୋଶାଙ୍କ ବ୍ୟବସ୍ଥା ଜାଣିଥିବା ଲୋକମାନଙ୍କୁ କହୁଅଛି । 2 ସ୍ୱାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ସ୍ୱାମୀର ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୁଏ । 3 ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ । 4 ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ୱରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ । 5 କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା, 6 କିନ୍ତୁ ଯଦ୍ୱାରା ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ ।

7 ତେବେ, ଆମ୍ଭେମାନେ କ'ଣ କହିବା ? ମୋଶାଙ୍କ ବ୍ୟବସ୍ଥା କ'ଣ ପାପ ? ତାହା କେବେ ହେଁ ନ ହେଉ । ବରଂ ପାପ କ'ଣ, ତାହା ମୋଶାଙ୍କ ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ମୋଶାଙ୍କ ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି । 8 କିନ୍ତୁ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋ'ଠାରେ ସବୁପ୍ରକାର ଲୋଭ ଜନ୍ମାଇଲା; କାରଣ ମୋଶାଙ୍କ ବ୍ୟବସ୍ଥା ବିନା ପାପ ମୃତ । 9 ଆଉ, ମୁଁ ଏକ ସମୟରେ ମୋଶାଙ୍କ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି; 10 ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା, ତାହା ମୋ' ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା । 11 କାରଣ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା, ପୁଣି, ତାହା ଦ୍ୱାରା ମୋତେ ବଧ କଲା । 12 ଅତଏବ, ମୋଶାଙ୍କ ବ୍ୟବସ୍ଥା ପବିତ୍ର, ପୁଣି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ । 13 ତେବେ, ଯାହା ଉତ୍ତମ, ତାହା କି ମୋ' ପକ୍ଷରେ ମୃତ୍ୟୁଦାୟକ ହେଲା ? ତାହା କେବେ ହେଁ ନ ହେଉ । କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋ' ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି, ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ । 14 ଯେଣୁ, ମୋଶାଙ୍କ ବ୍ୟବସ୍ଥା ଯେ ଆତ୍ମିକ, ଏହା ଆମ୍ଭେମାନେ ଜାଣୁ; କିନ୍ତୁ ମୁଁ ଶାରୀରିକ, ପାପର କ୍ରୀତଦାସ । 15 କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ। 16 କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୋଶାଙ୍କ ବ୍ୟବସ୍ଥା ଯେ ଉତ୍ତମ, ତାହା ମୁଁ ସ୍ୱୀକାର କରେ । 17 ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋ'ଠାରେ ବାସ କରୁଥିବା ପାପ ତାହା କରୁଅଛି । 18 କାରଣ ମୋ'ଠାରେ, ଅର୍ଥାତ୍‍, ମୋ' ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରି ପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ । 19 କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ, ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ, ତାହା କରେ । 20 କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୁଁ ନିଜେ ତାହା ଆଉ କରେ ନାହିଁ, ମାତ୍ର ମୋ'ଠାରେ ବାସ କରୁଥିବା ପାପ ତାହା କରେ । 21 ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋ' ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ମୋଶାଙ୍କ ବ୍ୟବସ୍ଥା ମୁଁ ଦେଖୁଅଛି । 22 କାରଣ ଆନ୍ତରିକ ପୁରୁଷର ଭାବାନୁସାରେ ମୁଁ ଈଶ୍ୱରଙ୍କ ମୋଶାଙ୍କ ବ୍ୟବସ୍ଥାରେ ଆନନ୍ଦ କରେ, 23 କିନ୍ତୁ ମୁଁ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଗୋଟିଏ ଭିନ୍ନ ମୋଶାଙ୍କ ବ୍ୟବସ୍ଥା ଦେଖେ, ତାହା ମୋହର ମନର ମୋଶାଙ୍କ ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ, ଆଉ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଯେଉଁ ପାପର ମୋଶାଙ୍କ ବ୍ୟବସ୍ଥା ଅଛି, ମୋତେ ସେଥିର ବନ୍ଦୀ କରିଦିଏ । 24 ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ ? 25 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ହେତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ । ଅତଏବ, ମୁଁ ନିଜେ ମନ ଦ୍ୱାରା ଈଶ୍ୱରଙ୍କ ମୋଶାଙ୍କ ବ୍ୟବସ୍ଥାର ଦାସ, କିନ୍ତୁ ଶରୀର ଦ୍ୱାରା ପାପ ମୋଶାଙ୍କ ବ୍ୟବସ୍ଥାର ଦାସ ଅଟେ ।



Translation Questions

Romans 7:1

କେତେ ସମୟ ପର୍ଯ୍ୟନ୍ତ ବ୍ୟବସ୍ଥା ଜଣେ ବ୍ୟକ୍ତିଙ୍କୁ କର୍ତ୍ତୃତ୍ଵ କରେ ?

ବ୍ୟବସ୍ଥା ଜଣେ ବ୍ୟକ୍ତିଙ୍କୁ ସେ ଜୀବିତ ଥିବା ପର୍ଯ୍ୟନ୍ତ କର୍ତ୍ତୃତ୍ଵ କରେ [୭:୧]।

Romans 7:2

କେତେ ସମୟ ପର୍ଯ୍ୟନ୍ତ ଜଣେ ବିବାହିତା ସ୍ତ୍ରୀ ବିବାହ ବନ୍ଧନରେ ଆବଦ୍ଧ ରହିଥାଏ ?

ତାହାର ସ୍ଵାମୀର ମୃତ୍ୟୁ ପର୍ଯ୍ୟନ୍ତ ଜଣେ ବିବାହିତା ସ୍ତ୍ରୀ ବିବାହ ବନ୍ଧନରେ ଆବଦ୍ଧ ରହିଥାଏ [୭:୨]।

ବିବାହ ବନ୍ଧନରୁ ମୁକ୍ତ ହେଲା ପରେ ଜଣେ ବିବାହିତା ସ୍ତ୍ରୀ କ'ଣ କରିପାରେ ?

ବିବାହ ବନ୍ଧନରୁ ମୁକ୍ତ ହେଲା ପରେ ଜଣେ ବିବାହିତ ସ୍ତ୍ରୀ ଅନ୍ୟ ପୁରୁଷକୁ ବିବାହ କରିପାରେ [୭:୩]।

Romans 7:4

ବିଶ୍ଵାସୀମାନେ ବ୍ୟବସ୍ଥା ପ୍ରତି କିପରି ମୃତ୍ୟୁ ହୋଇଅଛନ୍ତି ?

ବିଶ୍ଵାସୀମାନେ ବ୍ୟବସ୍ଥା ପ୍ରତି ଖ୍ରୀଷ୍ଟଙ୍କ ଶରୀର ଦ୍ଵାରା ମୃତ୍ୟୁ ହୋଇଅଛନ୍ତି [୭:୪]।

ବିଶ୍ଵାସୀମାନେ ବ୍ୟବସ୍ଥା ପ୍ରତି ମୃତ୍ୟୁ ହୋଇଥିବାରୁ, ସେମାନେ କ'ଣ କରିବାକୁ ସକ୍ଷମ ଅଟନ୍ତି ?

ବିଶ୍ଵାସୀମାନେ ବ୍ୟବସ୍ଥା ପ୍ରତି ମୃତ୍ୟୁ ହୋଇଥିବାରୁ, ସେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବାରେ ସକ୍ଷମ ଅଟନ୍ତି [୭:୪]।

Romans 7:7

ବ୍ୟବସ୍ଥା କେଉଁ କାର୍ଯ୍ୟ ସମ୍ପାଦନ କରେ ?

ବ୍ୟବସ୍ଥା ପାପକୁ ଜଣାଏ [୭:୭]।

ବ୍ୟବସ୍ଥା ଆଜ୍ଞା ଦ୍ଵାରା ପାପ କ'ଣ କରେ ?

ବ୍ୟବସ୍ଥା ଆଜ୍ଞା ଦ୍ଵାରା, ପାପ, ଜଣେ ବ୍ୟକ୍ତିଙ୍କଠାରେ ପ୍ରତ୍ୟେକ ଅଭିଳାଷ ଆଣିଥାଏ [୭:୮]।

Romans 7:11

ବ୍ୟବସ୍ଥା ପାପ ଓ ପବିତ୍ର ଅଟେ କି ?

ବ୍ୟବସ୍ଥା ପବିତ୍ର ଅଟେ, ଆଜ୍ଞାଗୁଡିକ ପବିତ୍ର, ଧାର୍ମିକ, ଏବଂ ଉତ୍ତମ ଅଟେ [୭:୭,୧୨]।

Romans 7:13

ପାପ ତାହାକୁ କ'ଣ କରେ ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି ଯେ ପାପ, ବ୍ୟବସ୍ଥା ଦ୍ଵାରା, ତାହାଙ୍କ ଭିତରେ ମୃତ୍ୟୁଦାୟକ ହେଲା [୭:୧୩]।

Romans 7:15

ବ୍ୟବସ୍ଥା ଯେ ଉତ୍ତମ ତାହା ପାଉଲ କେଉଁ କାରଣରୁ ସହମତି ହୁଅନ୍ତି ?

ପାଉଲ କହନ୍ତି ଯେ ଯାହା ମୁଁ ଇଚ୍ଛା କରେ ନାହିଁ ତାହା ଯଦି ମୁଁ କରେ ତେବେ ବ୍ୟବସ୍ଥା ଯେ ଉତ୍ତମ ତାହା ମୁଁ ସ୍ଵୀକାର କରେ [୭:୧୬]।

Romans 7:17

ପାଉଲ ଯାହା କରନ୍ତି ତାହା କିଏ କରୁଅଛି, ଯାହା ସେ କରିବାକୁ ଇଚ୍ଛା କରନ୍ତି ନାହିଁ ?

ଯାହା ପାଉଲ ଇଚ୍ଛା କରନ୍ତି ନାହିଁ ତାହା ସେ କରନ୍ତି, ତେବେ ସେ ଆଉ ନିଜେ କରନ୍ତି ନାହିଁ, ମାତ୍ର ତାହାଙ୍କଠାରେ ବାସ କରୁଥିବା ପାପ ତାହା କରେ [୭:୧୭,୨୦]।

ପାଉଲଙ୍କ ଶରୀରରେ କ'ଣ ବାସ କରେ ?

ପାଉଲଙ୍କ ଶରୀରରେ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ [୭:୧୮]।

Romans 7:19

ପାଉଲଙ୍କଠାରେ କେଉଁ ମୂଳନୀତି କାର୍ଯ୍ୟ କରୁଥିବା ସେ ପାଆନ୍ତି ?

ଉତ୍ତମ କାର୍ଯ୍ୟ କରିବାକୁ ଇଚ୍ଛୁକ ଯେ ମୁଁ, ମୋହର ନିକଟରେ ଯେ ମନ୍ଦ ଉପସ୍ଥିତ ଏହି ବ୍ୟବସ୍ଥା ମୁଁ ଆପଣା ଭିତରେ ମୁଁ ଦେଖିବାକୁ ପାଇଛି ବୋଲି ପାଉଲ କହନ୍ତି [୭:୨୧-୨୩]।

Romans 7:22

ପାଉଲଙ୍କଠାରେ କେଉଁ ମୂଳନୀତି କାର୍ଯ୍ୟ କରୁଥିବା ସେ ପାଆନ୍ତି ?

ଉତ୍ତମ କାର୍ଯ୍ୟ କରିବାକୁ ଇଚ୍ଛୁକ ଯେ ମୁଁ, ମୋହର ନିକଟରେ ଯେ ମନ୍ଦ ଉପସ୍ଥିତ ଏହି ବ୍ୟବସ୍ଥା ମୁଁ ଆପଣା ଭିତରେ ମୁଁ ଦେଖିବାକୁ ପାଇଛି ବୋଲି ପାଉଲ କହନ୍ତି [୭:୨୧-୨୩]।

Romans 7:24

ପାଉଲ ତାହାଙ୍କ ଆନ୍ତରିକ ପୁରୁଷ ବ୍ୟବସ୍ଥାରେ କ'ଣ ପାଇଥିଲେ ଓ ତାହାଙ୍କ ବାହ୍ୟ ଅଙ୍ଗପ୍ରତ୍ୟଙ୍ଗରେ କେଉଁ ବ୍ୟବସ୍ଥା ସେ ଦେଖିବାକୁ ପାଇଥିଲେ ?

ପାଉଲ ପାଇଥିଲେ ଯେ ଈଶ୍ଵରଙ୍କ ବ୍ୟବସ୍ଥାରେ ସେ ଆନ୍ତରିକ ପୁରାତନରେ ଆନନ୍ଦ କରିଥିଲେ କିନ୍ତୁ ବାହ୍ୟ ପୁରୁଷରେ ସେ ପାପର ବ୍ୟବସ୍ଥା ଦ୍ଵାରା ସେ ସେଥିର ବନ୍ଦୀ ହୋଇଥିଲେ [୭:୨୩,୨୫]।

ପାଉଲଙ୍କ ମୃତ୍ୟୁର ଶରୀରରୁ ତାହାଙ୍କୁ କିଏ ଉଦ୍ଧାର କରିବ ?

ପାଉଲ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ତାହାଙ୍କର ଉଦ୍ଧାର ନିମନ୍ତେ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି [୭:୨୫]।


Chapter 8

1 ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ । 2 କାରଣ ଜୀବନଦାୟକ ଆତ୍ମାଙ୍କ ମୋଶାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ କରିଅଛି । 3 ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ମୋଶାଙ୍କ ବ୍ୟବସ୍ଥା ଯାହା ସାଧନ କରି ପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ, 4 ଯେପରି ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ ଯେ ଆମ୍ଭେମାନେ, ଆମ୍ଭମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ । 5 କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି । 6 କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ; 7 ଯେଣୁ ଶାରୀରିକ ମନ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ; 8 ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ୱରଙ୍କର ସନ୍ତୋଷପାତ୍ର ହୋଇ ପାରନ୍ତି ନାହିଁ । 9 କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ । ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ । 10 କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ଥାଆନ୍ତି, ତାହାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ । 11 ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ ।

12 ଅତଏବ, ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନ ଯାପନ କରିବାକୁ ଶରୀର ନିକଟରେ ନୁହେଁ; 13 କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ । 14 ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ । 15 କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ । 16 ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି, 17 ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍‍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ ।

18 କାରଣ ମୋ' ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ । 19 ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି । 20 କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତା'ର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ; 21 ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ । 22 କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ । 23 ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍‍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ । 24 କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ; କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା, ତାହା ଭରସା ନୁହେଁ, ଯେଣୁ ଯାହା ଜଣେ ଦେଖୁଅଛି, ସେଥିନିମନ୍ତେ ସେ କାହିଁକି ଆଉ ଭରସା କରିବ ? 25 କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ । 26 ଆଉ, ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କ'ଣ ପ୍ରାର୍ଥନା କରିବା ଉଚିତ୍, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି; 27 ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ଆତ୍ମାଙ୍କ ଭାବ କ'ଣ, ତାହା ଜାଣନ୍ତି, କାରଣ ସେ ଈଶ୍ୱରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି । 28 ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ । 29 କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି । 30 ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ ।

31 ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କ'ଣ କହିବା ? ଯଦି ଈଶ୍ୱର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ ? 32 ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ ? 33 ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି । 34 କିଏ ଦଣ୍ଡାଜ୍ଞା ଦେବ ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି । 35 ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଙ୍ଗତା, କି ବିପଦ, କି ଖଡ଼୍ଗ ? 36 ଯେପରି ଲେଖା ଅଛି, "ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ ।'' 37 ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ । 38 କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, 39 ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରି ପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ ।



Translation Questions

Romans 8:1

ପାପର ବ୍ୟବସ୍ଥା ଓ ମୃତ୍ୟୁରୁ କ'ଣ ପାଉଲଙ୍କୁ ମୁକ୍ତ କରିଅଛି ?

ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ପାଉଲଙ୍କୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି [୮:୨]।

Romans 8:3

ବ୍ୟବସ୍ଥା କାହିଁକି ଲୋକମାନଙ୍କୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୂ ମୁକ୍ତ କରବା ନିମନ୍ତେ ସକ୍ଷମ ହୋଇ ନ ଥିଲା ?

ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ତାହା ସାଧନ କରି ପାରିଲା ନାହିଁ [୮:୩]।

ଯେଉଁମାନେଙ୍କ ଆତ୍ମାଙ୍କ ଅନୁସାରେ ଚାଲନ୍ତି ସେମାନେ କେଉଁ ବିଷୟରେ ମନୋଯୋଗୀ ହୁଅନ୍ତି ?

ଯେଉଁମାନେଙ୍କ ଆତ୍ମାଙ୍କ ଅନୁସାରେ ଚାଲନ୍ତି ସେମାନେ ଆତ୍ମିକ ବିଷୟରେ ମନୋଯୋଗୀ ହୁଅନ୍ତି [୮:୪-୫]।

Romans 8:6

ଶରୀରର ସମ୍ପର୍କ ଈଶ୍ଵର ଓ ବ୍ୟବସ୍ଥା ପ୍ରତି କ'ଣ ଅଟେ ?

ଶାରୀରିକ ଭାବ ଈଶ୍ଵରଙ୍କ ବିରୁଦ୍ଧରେ ଶତ୍ରୁତା କାରଣ ତାହା ଈଶ୍ଵରଙ୍କ ବ୍ୟବସ୍ଥାର ବଶୀଭୁତ ନୁହଁ [୮:୭]।

Romans 8:9

ଯେଉଁମାନେଙ୍କ ଈଶ୍ଵରଙ୍କର ନୁହଁନ୍ତି ସେମାନଙ୍କର କ'ଣ ଅଭାବ ଥାଏ ?

ଯେଉଁ ଲୋକମାନେ ଈଶ୍ଵରଙ୍କର ସପକ୍ଷ ନୁହଁନ୍ତି ସେମାନଙ୍କଠାରେ ଖ୍ରୀଷ୍ଟଙ୍କ ଆତ୍ମା ବାସ କରେ ନାହିଁ [୮:୯]।

Romans 8:11

ଈଶ୍ଵର ବିଶ୍ଵାସୀମାନଙ୍କର ମୃତ୍ୟୁ ଶରୀରକୁ କିପରି ଜୀବନ ଦିଅନ୍ତି ?

ଈଶ୍ଵର ବିଶ୍ଵାସୀମାନଙ୍କର ମୃତ୍ୟୁ ଶରୀରକୁ ତାହାଙ୍କ ଆତ୍ମା ଦ୍ଵାରା ଜୀବନ ଦିଅନ୍ତି, ଯେ ବିଶ୍ଵାସୀମାନଙ୍କଠାରେ ବାସ କରେ [୮:୧୧]।

Romans 8:12

ଈଶ୍ଵରଙ୍କ ସନ୍ତାନମାନେ କିପରି ଚାଳିତ ହୁଅନ୍ତି ?

ଈଶ୍ଵରଙ୍କ ସନ୍ତାନମାନେ ଈଶ୍ଵରଙ୍କ ଆତ୍ମାଙ୍କ ଦ୍ଵାରା ଚାଳିତ ହୁଅନ୍ତି [୮:୧୩-୧୪]।

Romans 8:14

ଈଶ୍ଵରଙ୍କ ସନ୍ତାନମାନେ କିପରି ଚାଳିତ ହୁଅନ୍ତି ?

ଈଶ୍ଵରଙ୍କ ସନ୍ତାନମାନେ ଈଶ୍ଵରଙ୍କ ଆତ୍ମାଙ୍କ ଦ୍ଵାରା ଚାଳିତ ହୁଅନ୍ତି [୮:୧୩-୧୪]।

କିପରି ଜଣେ ବିଶ୍ଵାସୀ ଈଶ୍ଵରଙ୍କ ପରିବାରରେ ଜଡିତ ହୁଏ ?

ଜଣେ ବିଶ୍ଵାସୀ ଈଶ୍ଵରଙ୍କ ପରିବାରରେ ପୁତ୍ରତ୍ଵ ଦ୍ଵାରା ଜଡିତ ହୁଏ [୮:୧୫]।

Romans 8:16

ଯେପରି ଈଶ୍ଵରଙ୍କ ସନ୍ତାନ, ଜଣେ ବିଶ୍ଵାସୀ ଈଶ୍ଵରଙ୍କ ପରିବାରରେ ଆଉ କେଉଁ ବିଷୟ ସବୁ ପାଇଥାଏ ?

ଈଶ୍ଵରଙ୍କ ସନ୍ତାନ ପରି ଜଣେ ବିଶ୍ଵାସୀ ଈଶ୍ଵରଙ୍କ ଓ ଖ୍ରୀଷ୍ଟଙ୍କର ଉତ୍ତାରାଧିକାରୀ ହୋଇଥାଏ [୮:୧୭]।

Romans 8:18

ବର୍ତ୍ତମାନର ଦୁଖଃଭୋଗକୁ ଜଣେ ବିଶ୍ଵାସୀକୁ ସହ୍ୟ କରିବା କାହିଁକି ଆବଶ୍ୟକ ?

ଯେତେବେଳେ ଈଶ୍ଵରଙ୍କ ପୁତ୍ର ଗୌରବରେ ପ୍ରକାଶିତ ହେବେ ସେତେବେଳେ ବିଶ୍ଵାସୀମାନଙ୍କ ପ୍ରତି ମଧ୍ୟ ଗୌରବ ପ୍ରକାଶିତ ହେବ ସେଥିପାଇଁ ବିଶ୍ଵାସୀମାନଙ୍କୁ ଏହି ବର୍ତ୍ତମାନ କାଳର ଦୁଖଃଭୋଗ ସହ୍ୟ କରିବାକୁ ହେବ [୮:୧୭-୧୯]।

Romans 8:20

ବର୍ତ୍ତମାନ ସମୟରେ, ସୃଷ୍ଟି କେଉଁ ପ୍ରକାର ଦାସତ୍ଵର ବଶରେ ରହିଅଛି ?

ବର୍ତ୍ତମାନ ସମୟରେ, ସୃଷ୍ଟି କ୍ଷୟର ଦାସତ୍ଵରେ ଅଛି [୮:୨୧]।

ଏହି ସୃଷ୍ଟିକୁ କେଉଁମାନଙ୍କ ନିକଟରେ ସମର୍ପଣ କରାଯିବ ?

ଈଶ୍ଵରଙ୍କ ସନ୍ତାନମାନଙ୍କ ଗୌରବମୟ ସ୍ଵାଧିନତା ପ୍ରାପ୍ତଙ୍କ ହସ୍ତରେ ସମର୍ପଣ କରାଯିବ [୮:୨୧]।

Romans 8:23

ବିଶ୍ଵାସୀମାନେ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ କିପରି ଅପେକ୍ଷା କରିବା ଆବଶ୍ୟକ ?

ବିଶ୍ଵାସୀମାନେ ଧୈର୍ଯ୍ୟ ସହକାରେ ଆପଣା ଆପଣା ଶରୀରର ମୁକ୍ତ ନିମନ୍ତେ ଅପେକ୍ଷା କରିବା ଆବଶ୍ୟକ [୮:୨୩-୨୫]।

Romans 8:26

ସାଧୁମାନଙ୍କ ଦୁର୍ବଳତାରେ ଆତ୍ମା ନିଜେ କେମିତି ସାହାଯ୍ୟ କରନ୍ତି ?

ଈଶ୍ଵରଙ୍କ ଇଚ୍ଛାନୁସାରେ ଆତ୍ମା ସ୍ଵଂୟ ଅକଥନୀୟ ଆର୍ତ୍ତନାଦରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି [୮:୨୬-୨୭]।

Romans 8:28

ଯେଉଁମାନେଙ୍କ ଈଶ୍ଵରଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ଵର କିପରି ସସମ୍ତ ବିଷୟରେ କାର୍ଯ୍ୟ କରନ୍ତି ?

ଯେଉଁମାନେଙ୍କ ଈଶ୍ଵରଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି ଈଶ୍ଵର ସମସ୍ତ ବିଷୟ ସେମାନଙ୍କ ନିମନ୍ତେ ମଙ୍ଗଳ ସାଧନ କରନ୍ତି [୮:୨୮]।

ଈଶ୍ଵର ଯେଉଁମାନେଙ୍କୁ ଜାଣିଥିଲେ ସେ ପୂର୍ବରୁ ସେ ସେମାନଙ୍କର କ'ଣ ଅଦୃଷ୍ଟ ନିରୂପଣ କରିଥିଲେ ?

ଯେଉଁମାନେଙ୍କୁ ଈଶ୍ଵର ପୂର୍ବରୁ ଜାଣିଥିଲେ ସେମାନଙ୍କୁ ସେ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତୀର ଅନୁରୁପ ହେବା ନିମନ୍ତେ ସେ ପୂର୍ବରୁ ସେ ନିରୂପଣ କରିଥିଲେ [୮:୨୯]।

ଯେଉଁମାନେଙ୍କୁ ସେ ନିରୂପଣ କଲେ ଏହା ବ୍ୟତୀତ ସେ କ'ଣ କଲେ ?

ଯେଉଁମାନେଙ୍କୁ ସେ ନିରୂପଣ କଲେ ସେ ଆହ୍ୱାନ କଲେ, ଧାର୍ମିକ ଗଣିଲେ ଓ ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ [୮:୩୦]।

Romans 8:31

ଈଶ୍ଵର ମୁକ୍ତ ଭାବରେ ଦାନ କରିବେ ବୋଲି ବିଶ୍ଵାସୀମାନେ କିପରି ଜାଣନ୍ତି ?

ଈଶ୍ଵର ମୁକ୍ତ ଭାବରେ ଦାନ କରିବେ ବୋଲି ବିଶ୍ଵାସୀମାନେ ଜାଣନ୍ତି ଯେହେତୁ ଈଶ୍ଵର ତାହାଙ୍କ ପୁତ୍ରଙ୍କୁ ଆମ୍ଭସମସ୍ତଙ୍କ ନିମନ୍ତେ ସମର୍ପଣ କଲେ [୮:୩୨]।

Romans 8:33

ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଖ୍ରୀଷ୍ଟ କ'ଣ କରୁଅଛନ୍ତି ?

ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରି ସମସ୍ତ ପବିତ୍ର ଲୋକମାନଙ୍କ ନିମନ୍ତେ ଯୀଶୁ ଖ୍ରୀଷ୍ଟ ପ୍ରାର୍ଥନା କରୁଅଛନ୍ତି [୮:୩୪]।

Romans 8:35

କିପରି ବିଶ୍ଵାସୀମାନେ କ୍ଲେଶ, ତାଡନା ଓ ମୃତ୍ୟୁ ଉପରେ ସୁଦ୍ଧା ବିଜୟୀ ଅଟନ୍ତି ?

ଯେ ସେମାନଙ୍କୁ ପ୍ରେମ କଲେ ତାହାଙ୍କ ଦ୍ଵାରା ବିଶ୍ଵାସୀମାନେ କ୍ଲେଶ, ତାଡନା ଓ ମୃତ୍ୟୁ ଉପରେ ସୁଦ୍ଧା ବିଜୟୀ ଅଟନ୍ତି [୮:୩୫-୩୭]।

Romans 8:37

ପାଉଲ କ'ଣ ବିଶ୍ଵାସ କରନ୍ତି ଯେ କୌଣସି ସୃଷ୍ଟି ବସ୍ତୁ ବିଶ୍ଵାସୀମାନଙ୍କୁ କ'ଣ କରିପାରିବେ ନାହିଁ ?

ପାଉଲ ବିଶ୍ଵାସୀ କରନ୍ତି ଯେ କୌଣସି ସୃଷ୍ଟି ବସ୍ତୁ ଈଶ୍ଵରଙ୍କ ପ୍ରେମରୁ ବିଶ୍ଵାସୀମାନଙ୍କୁ ପୃଥକ କରିପାରିବ ନାହିଁ [୮:୩୯]।


Chapter 9

1 ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି, 2 ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋ' ସହିତ ସାକ୍ଷ୍ୟ ଦେଉଅଛି । 3 କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରି ପାରନ୍ତି । 4 ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର; 5 ପିତୃପୁରୁଷମାନେ ସେମାନଙ୍କର, ଆଉ ଶାରୀରିକଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ୱର ଯୁଗେ ଯୁଗେ ଧନ୍ୟ, ଆମେନ୍‍ । 6 କିନ୍ତୁ ଈଶ୍ୱରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ । କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ, 7 କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ "ଇସ୍‍ହାକଠାରେ ତୁମ୍ଭର ବଂଶ ଖ୍ୟାତ ହେବ" । 8 ଏଥିର ଅର୍ଥ ଏହି, ଶାରୀରିକ ଭାବେ ଯେଉଁମାନେ ସନ୍ତାନ, ସେମାନେ ଯେ ଈଶ୍ୱରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି । 9 କାରଣ ଏହା ତ ପ୍ରତିଜ୍ଞାର ବାକ୍ୟ, ଏହି ଋତୁରେ ଆମ୍ଭେ ଆସିବା, ଆଉ ସାରା ଗୋଟିଏ ପୁତ୍ର ପ୍ରାପ୍ତ ହେବ । 10 ଆଉ କେବଳ ତାହା ନୁହେଁ, କିନ୍ତୁ ରିବିକା ମଧ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା, ଅର୍ଥାତ୍‍ ଆମ୍ଭମାନଙ୍କ ପିତୃପୁରୁଷ ଇସ୍‍ହାକଙ୍କ ଦ୍ୱାରା ଗର୍ଭବତୀ ହେଲା ଉତ୍ତାରେ, 11 ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ବା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନାନୁସାରେ ଈଶ୍ୱରଙ୍କ ସଂକଳ୍ପ ଯେପରି ସ୍ଥିର ରହେ, 12 ଏଥି ନିମନ୍ତେ ଏହି କଥା ତାଙ୍କୁ କୁହାଯାଇଥିଲା, "ଜ୍ୟୋଷ୍ଠ କନିଷ୍ଠର ଦାସ ହେବ; 13 ଯେପରି ଲେଖା ଅଛି, "ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ ।' 14 ତେବେ ଆମ୍ଭେମାନେ କ'ଣ କହିବା ? ଈଶ୍ୱରଙ୍କଠାରେ କି ଅନ୍ୟାୟ ଅଛି ? ତାହା କେବେ ହେଁ ନ ହେଉ । 15 କାରଣ ସେ ମୋଶାଙ୍କୁ କହନ୍ତି, ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା । 16 ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ୱରଙ୍କଠାରୁ ହୁଏ । 17 ଯେଣୁ ଶାସ୍ତ୍ର ଫାରୋଙ୍କୁ କହେ, ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ । 18 ଅତଏବ, ସେ ଯାହାକୁ ଇଚ୍ଛା କରନ୍ତି, ତାହାକୁ ଦୟା କରନ୍ତି, ପୁଣି, ଯାହାକୁ ଇଚ୍ଛା କରନ୍ତି, ତାହାକୁ କଠିନ କରନ୍ତି ।

19 ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି ? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରି ପାରେ ? 20 କିନ୍ତୁ ହେ ମନୁଷ୍ୟ, ତୁମ୍ଭେ କିଏ ଯେ ଈଶ୍ୱରଙ୍କ ପ୍ରତିବାଦ କର ? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି ? 21 କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ ? 22 କିନ୍ତୁ ଈଶ୍ୱର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ରଗୁଡ଼ାକ ପ୍ରତି ଦୀର୍ଘସହିଷ୍ଣୁତା ସହ ଧୈର୍ଯ୍ୟ ଧରିଅଛନ୍ତି, 23 ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କ'ଣ କହିବ ? 24 ସେଥିନିମନ୍ତେ ତ ସେ କେବଳ ଯିହୂଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ଅଣଯିହୂଦୀମାନଙ୍କ ମଧ୍ୟରୁ ସୁଦ୍ଧା ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, 25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, "ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା ।' 26 "ପୁଣି, ଯେଉଁ ସ୍ଥାନରେ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ୱରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ ।" 27 ପୁଣି, ଯିଶାଇୟ ଇସ୍ରାଏଲ ସମ୍ବନ୍ଧରେ ଉଚ୍ଚସ୍ୱରରେ କହନ୍ତି, "ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେ;" 28 "ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ ।' 29 ପୁଣି, ଯେପରି ଯିଶାଇୟ ପୂର୍ବେ କହିଅଛନ୍ତି, "ବାହିନୀମାନଙ୍କ ପ୍ରଭୁ ଯଦି ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଅବଶିଷ୍ଟାଂଶ ରଖି ନ ଥାଆନ୍ତେ, ତେବେ ଆମ୍ଭେମାନେ ସଦୋମ ପରି ହୋଇଥାଆନ୍ତୁ ଓ ଗମୋରା ତୁଲ୍ୟ କରାଯାଇଥାଆନ୍ତୁ ।"

30 ତେବେ, ଆମ୍ଭେମାନେ କ'ଣ କହିବା ? ଯେଉଁ ଅଣଯିହୂଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି । 31 କିନ୍ତୁ ଇସ୍ରାଏଲ ଧାର୍ମିକତାର ମୋଶାଙ୍କ ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ମୋଶାଙ୍କ ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ । 32 କାହିଁକି ? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ । ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ, 33 ଯେପରି ଲେଖା ଅଛି, "ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ" ।



Translation Questions

Romans 9:1

ପାଉଲଙ୍କ ହୃଦୟରେ ଗଭୀର ଦୁଃଖ ଓ ନିରନ୍ତର ବେଦନା କାହିକି ଥିଲା ?

ଯେଉଁମାନେଙ୍କ ଶାରୀରିକ ଭାବରେ ଆତ୍ମୀୟ ଯେଉଁମାନେଙ୍କ କି ଇସ୍ରାଏଲ ଥିଲେ ସେମାନଙ୍କ ନିମନ୍ତେ ପାଉଲ ଗଭୀର ଦୁଃଖ ଓ ନିରନ୍ତର ବେଦନା କରିଥିଲେ [୯:୧-୪]।

Romans 9:3

ସେମାନଙ୍କ ଇତିହାସରେ ଇସ୍ରାଏଲମାନଙ୍କର କ'ଣ ରହିଅଛି ?

ଇସ୍ରାଏଲୀୟମାନେ ତ ପୁତ୍ରତ୍ଵ, ଗୌରବ, ନିୟମ ସମୂହ, ବ୍ୟବସ୍ଥାପ୍ରଦାନ, ଉପାସନା ଓ ପ୍ରତିଜ୍ଞାସମୂହ ଥିଲା [୯:୪]।

Romans 9:6

ସମସ୍ତେ ଯେ ସତ୍ୟ ଇସ୍ରାଏଲୀୟ ନୁହନ୍ତି ଓ ସମସ୍ତେ ଯେ ଅବ୍ରହାମଙ୍କର ବଂଶ ନୁହନ୍ତି ବୋଲି ପାଉଲ କେମିତି କହିଅଛନ୍ତି ?

ପାଉଲ କହନ୍ତି ଯେ ଯେଉଁମାନେଙ୍କ ଇସ୍ରାଏଲରେ ଅଛନ୍ତି ପ୍ରକୃତରେ ସେମାନେ ଇସ୍ରାଏଲ ନୁହନ୍ତି ଓ ସମସ୍ତ ଅବ୍ରହାମଙ୍କ ବଂଶ ତାହାଙ୍କର ପ୍ରକୃତ ସନ୍ତାନମାନେ ନୁହନ୍ତି [୯:୬-୭]।

Romans 9:8

କେଉଁମାନେ ଈଶ୍ଵରଙ୍କ ସନ୍ତାନ ଭାବେ ଗଣିତ ହୁଅନ୍ତି ନାହିଁ ?

ଶାରୀରିକଭାବେ ଯେଉଁମାନେଙ୍କ ସନ୍ତାନ ସେମାନଙ୍କୁ ଈଶ୍ଵରଙ୍କ ସନ୍ତାନ ବୋଲି ଗଣା ଯାଆନ୍ତି ନାହିଁ [୯:୮]।

କେଉଁମାନେ ଈଶ୍ଵରଙ୍କ ସନ୍ତାନ ବୋଲି ଗଣିତ ହୁଅନ୍ତି ?

ପ୍ରତିଜ୍ଞାତ ସନ୍ତାନମାନେ ଈଶ୍ଵରଙ୍କ ସନ୍ତାନ ଭାବରେ ଗଣିତ ହୁଅନ୍ତି [୯:୮]।

Romans 9:10

ରିବିକାର ସନ୍ତାନମାନେ ଜନ୍ମ ହେବା ପୂର୍ବରୁ "ବଡ କନିଷ୍ଠର ସେବା କରିଵ" ଏହି ମନ୍ତବ୍ୟ ପଛରେ କେଉଁ କାରଣ ଥିଲା ?

ରିବିକାଙ୍କୁ ଏହି ମନ୍ତବ୍ୟ ଦେବାର ପଛରେ କାରଣ ହେଉଛି ଏହା ଈଶ୍ଵରଙ୍କର ଯୋଜନା ଓ ଇଚ୍ଛା ଥିଲା [୯:୧୦-୧୨]।

Romans 9:14

ଈଶ୍ଵରଙ୍କର ଦୟା ଓ କୃପାର ପଛରେ କେଉଁ କାରଣ ଅଛି ?

ଈଶ୍ଵରଙ୍କ ଦୟା କୃପାରେ ଈଶ୍ଵରଙ୍କ ଇଚ୍ଛା ଅଛି [୯:୧୪-୧୬]।

ଈଶ୍ଵରଙ୍କ ଅନୁଗ୍ରହ ଦାନ କୃପା ଓ ଦୟାର ପଛରେ ଈଶ୍ଵରଙ୍କ କେଉଁ କାରଣ ନାହିଁ ?

ଈଶ୍ଵରଙ୍କ ଅନୁଗ୍ରହ ଦାନ କୃପା ଓ ଦୟାର ପଛରେ ଯେ ଇଚ୍ଛା କରେ ତାହାଠାରୁ ହୁଏ ନାହିଁ ମାତ୍ର ଦୟାଳୁ ଈଶ୍ଵରଙ୍କଠାରୁ ହୁଏ [୯:୧୬]।

Romans 9:19

ଯଦି ଈଶ୍ଵର ଧାର୍ମିକ ହୋଇ ମଣିଷ ଭିତରେ ଦୋଷର କାରଣ ପାଆନ୍ତି ସେହି ପ୍ରକାର ପ୍ରଶ୍ନ କରୁଥିବା ଲୋକମାନଙ୍କୁ ପାଉଲ କେମିତି ଉତ୍ତର ଦେଇଅଛନ୍ତି ?

ପାଉଲ ସେହି ଲୋକମାନଙ୍କୁ କହନ୍ତି "ହେ ମଣିଷ ତୁମେ କିଏ ଯେ ଈଶ୍ଵରଙ୍କର ପ୍ରତିବାଦ କର ?" [୯:୨୦]।

Romans 9:22

ଯେଉଁମାନେଙ୍କୁ ବିନାଶ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଅଛି ଈଶ୍ଵର ସେମାନଙ୍କ ପ୍ରତି କ'ଣ କରିବେ ?

ଈଶ୍ଵର ସେମାନଙ୍କ ପ୍ରତି ସହନଶୀଳତା ସହ ଧୈର୍ଯ୍ୟ ଧରିଅଛନ୍ତି [୯:୨୨]।

ଯେଉଁମାନେଙ୍କ ଗୌରବ ନିମନ୍ତେ ପ୍ରସ୍ତୁତ ହୋଇଅଛନ୍ତି ସେମାନଙ୍କ ସହିତ ଈଶ୍ଵର କ'ଣ କଲେ ?

ଈଶ୍ଵର ସେମାନଙ୍କୁ ଗୌରବରୂପ ଧନ ପ୍ରକାଶିତ କରିଅଛନ୍ତି [୯:୨୩]।

କେଉଁମାନଙ୍କୁ ଈଶ୍ଵର ଦୟା କରନ୍ତି ସେମାନଙ୍କଠାରୁ କେଉଁମାନଙ୍କୁ ସେ ଆହ୍ୱାନ କରିଅଛନ୍ତି ?

ଈଶ୍ଵର ଯିହୁଦୀ ଓ ଗ୍ରୀକ୍‌ମାନଙ୍କୁ ଦୟା କରିଆସୁଅଛନ୍ତି ସେମାନଙ୍କର ଉଭୟଙ୍କୁ ସେ ଆହ୍ୱାନ କରିଆସୁଅଛନ୍ତି [୯:୨୪]।

Romans 9:27

ସମସ୍ତ ଇସ୍ରାଏଲୀୟ ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ପରିତ୍ରାଣ ପାଇବେ ?

ସମସ୍ତ ଇସ୍ରାଏଲୀୟ ସନ୍ତାନମାନଙ୍କ ମଧ୍ୟରୁ ଅବଶିଷ୍ଟାଂଶ ପରିତ୍ରାଣ ପାଇବେ [୯:୨୭]।

Romans 9:30

ଯେଉଁ ବିଜାତିମାନେ ଧାର୍ମିକତା ଅନୁଗମନ କରନ୍ତି ନାହିଁ ସେମାନେ ଏଥିରେ କିପରି ଅଂଶୀ ହୋଇପାରିବେ ?

ବିଜାତିମାନେ ସେମାନେ ବିଶ୍ଵାସମୂଳକ ଧାର୍ମିକତା ଦ୍ଵାରା ଏହା ଲାଭ କରିଅଛନ୍ତି [୯:୩୦]।

ଇସ୍ରାଏଲ ଧାର୍ମିକତାର ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ସ୍ଥାନକୁ କାହିଁକି ପହଞ୍ଚିପାରିଲା ନାହିଁ ?

ଇସ୍ରାଏଲ ଏହି ସ୍ଥାନକୁ ପହଞ୍ଚିପାରିଲା ନାହିଁ କାରଣ ସେମାନେ ବିଶ୍ଵାସ ଦ୍ଵାରା ତାହା ନ ଖୋଜି କର୍ମ ଦ୍ଵାରା ଖୋଜିଥିଲେ [୯:୩୧-୩୨]।

Romans 9:32

ଇସ୍ରାଏଲୀୟମାନେ କାହା ଉପରେ ଝୁଣ୍ଟି ପଡିଲେ ?

ଇସ୍ରାଏଲୀୟମାନେ ସିୟୋନର ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ଉପରେ ଝୁଣ୍ଟିପଡିଲେ [୯:୩୨-୩୩]।

ଯେଉଁମାନେଙ୍କ ଝୁଣ୍ଟି ପଡନ୍ତି ନାହିଁ, ମାତ୍ର ବିଶ୍ଵାସ କରନ୍ତି ସେମାନଙ୍କ ପ୍ରତି କ'ଣ ଘଟିବ ?

ଯେଉଁମାନେଙ୍କ ଝୁଣ୍ଟି ପଡନ୍ତି ନାହିଁ ମାତ୍ର ବିଶ୍ଵାସ କରନ୍ତି ସେମାନେ ଲଜ୍ଜିତ ହେବେ ନାହିଁ [୯:୩୩]।


Chapter 10

1 ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ମୋହର ପ୍ରାର୍ଥନା । 2 କାରଣ ଈଶ୍ୱରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍‍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍‍ଯୋଗ ଜ୍ଞାନଯୁକ୍ତ ନୁହେଁ । 3 ଯେଣୁ ଈଶ୍ୱରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାଁନ୍ତି । 4 କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ମୋଶାଙ୍କ ବ୍ୟବସ୍ଥାର ଶେଷ ଅଟନ୍ତି ।

5 କାରଣ ମୋଶା ଲେଖନ୍ତି, ଯେଉଁ ମନୁଷ୍ୟ ମୋଶାଙ୍କ ବ୍ୟବସ୍ଥାମୂଳକ ଧାର୍ମିକତା ସାଧନ କରେ, ସେ ତଦ୍ୱାରା ବଞ୍ଚିବ । 6 କିନ୍ତୁ ବିଶ୍ୱାସମୂଳକ ଧାର୍ମିକତା ଏପରି କହେ, "ମନେ ମନେ କୁହ ନାହିଁ, "କିଏ ସ୍ୱର୍ଗାରୋହଣ କରିବ' (ଅର୍ଥାତ୍‍, ଖ୍ରୀଷ୍ଟଙ୍କୁ ଓହ୍ଲାଇଆଣିବା ନିମନ୍ତେ) ? 7 ଅବା "କିଏ ପାତାଳକୁ ଅବତରଣ କରିବ' (ଅର୍ଥାତ୍‍, ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଆଣିବା ନିମନ୍ତେ) ? 8 କିନ୍ତୁ ତାହା କ'ଣ କହେ ? "ବାକ୍ୟ ତୁମ୍ଭର ନିକଟବର୍ତ୍ତୀ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି', ଅର୍ଥାତ୍‍ ଯେଉଁ ବିଶ୍ୱାସ ସମ୍ବନ୍ଧୀୟ ବାକ୍ୟ ଆମ୍ଭେମାନେ ପ୍ରଚାର କରୁ, ସେହି ବାକ୍ୟ ।" 9 ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ; 10 କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ । 11 ଯେଣୁ ଶାସ୍ତ୍ର କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ । 12 କାରଣ ଯିହୂଦୀ ଓ ଗ୍ରୀକ୍‍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ୱରୂପ । 13 କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ । 14 ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରି ନାହାଁନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ ? ପୁଣି, ଯାହାଙ୍କ କଥା ସେମାନେ ଶୁଣି ନାହାଁନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ ? 15 ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ ? ଯେପରି ଲେଖା ଅଛି, "ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ । 16 କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ । କାରଣ ଯିଶାଇୟ କହନ୍ତି, "ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି ?' 17 ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ । 18 କିନ୍ତୁ ମୁଁ କହେ, ସେମାନେ କି ଶୁଣି ନାହାଁନ୍ତି ? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ୱର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା । 19 କିନ୍ତୁ ମୁଁ କହେ, ଇସ୍ରାଏଲ କ'ଣ ଜାଣି ନାହାଁନ୍ତି ? ପ୍ରଥମରେ ମୋଶା କହନ୍ତି, "ଆମ୍ଭେ ନଗଣ୍ୟ ଜାତି ଦ୍ୱାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ୱାରା ତୁମ୍ଭମାନଙ୍କୁ କ୍ରୋଧାନ୍ୱିତ କରିବା । 20 ତାହା ପରେ ଯିଶାଇୟ ସାହସରେ କହନ୍ତି, "ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ ।' 21 କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, "ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ ।'



Translation Questions

Romans 10:1

ଇସ୍ରାଏଲୀୟ, ତାହାଙ୍କର ଭାଇମାନଙ୍କ ନିମନ୍ତେ ପାଉଲ କ'ଣ ଇଚ୍ଛା କରନ୍ତି ?

ଇସ୍ରାଏଲୀୟମାନଙ୍କ ପରିତ୍ରାଣ ପାଉଲଙ୍କର ଇଚ୍ଛା ଥିଲା [୧୦:୧]।

ଇସ୍ରାଏଲୀୟମାନେ ସ୍ଥାପନ କରିବାକୁ କ'ଣ ଖୋଜୁଅଛନ୍ତି ?

ଇସ୍ରାଏଲୀୟମାନେ ସେମାନଙ୍କର ଧାର୍ମିକତାକୁ ସ୍ଥାପନ କରିବାକୁ ଖୋଜୁଅଛନ୍ତି [୧୦:୩]।

ଇସ୍ରାଏଲୀୟମାନେ କ'ଣ ଜାଣି ନାହାନ୍ତି ?

ଇସ୍ରାଏଲୀୟମାନେ ଈଶ୍ଵରଙ୍କ ଧାର୍ମିକତା ଜାଣନ୍ତି ନାହିଁ [୧୦:୩]।

Romans 10:4

ବ୍ୟବସ୍ଥାର ସମ୍ମାନ ନିମନ୍ତେ ଖ୍ରୀଷ୍ଟ କ'ଣ କରିଅଛନ୍ତି ?

ପ୍ରତ୍ୟେକ ବିଶ୍ଵାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି [୧୦:୪]।

Romans 10:8

ବିଶ୍ଵାସର ବାକ୍ୟ କେଉଁଠାରେ ଅଛି ଯାହା ପାଉଲ ଘୋଷଣା କରୁଅଛନ୍ତି ?

ବିଶ୍ଵାସର ବାକ୍ୟ ନିକଟବର୍ତ୍ତୀ, ମୁଖରେ ଏବଂ ହୃଦୟରେ ଅଛି [୧୦:୮]।

ଜଣେ ବ୍ୟକ୍ତିଙ୍କୁ ପରିତ୍ରାଣ ପାଇବା ନିମନ୍ତେ କ'ଣ କରିବାକୁ ହୁଏ ବୋଲି ପାଉଲ କହନ୍ତି ?

ଜଣେ ବ୍ୟକ୍ତି ପରିତ୍ରାଣ ପାଇବାକୁ ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ଵୀକାର କରି, ଏବଂ ଈଶ୍ଵର ତାହାଙ୍କୁ ମୃତ୍ୟୁରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ଵାସ କରିବାକୁ ହେବ ବୋଲି ପାଉଲ କହନ୍ତି [୧୦:୯]।

Romans 10:11

ପ୍ରତ୍ୟେକ କ'ଣ କରିବା ଦ୍ଵାରା ପରିତ୍ରାଣ ପାଇବେ ?

ଯେଉଁମାନେଙ୍କ ପ୍ରଭୁଙ୍କ ନାମକୁ ମୁଖରେ ସ୍ଵୀକାର କରନ୍ତି ସେମାନେ ପରିତ୍ରାଣ ପାଇବେ [୧୦:୧୩]।

Romans 10:14

ପାଉଲ କେତେକ କର୍ମାନୁସାରେ ପଦକ୍ଷେପ ହୋଇଅଛନ୍ତି, ଯାହା ଜଣେ ବ୍ୟକ୍ତିଙ୍କ ନିକଟକୁ ସୁସମାଚାର ଯେପରି ସେ ପ୍ରଭୁଙ୍କ ନାମ ଡାକି ପାରିବ ?

ପାଉଲ କହନ୍ତି ଯେ ପ୍ରଥମରେ ଜଣେ ପ୍ରଚାରକୁ ପଠାଯିବ, ସୁସମାଚାର ଶୁଣାଯିବ ଓ ବିଶ୍ଵାସ କରିବ, ଯେପରିକି ପ୍ରଭୁଙ୍କ ନାମ ଉଚ୍ଚାରଣ କରାଯିବ [୧୦:୧୪-୧୫]।

Romans 10:16

କ'ଣ ଶୁଣିବା ଦ୍ଵାରା ବିଶ୍ଵାସ ଆସିଥାଏ ?

ଖ୍ରୀଷ୍ଟଙ୍କ ବାକ୍ୟ ଶ୍ରବଣ ଦ୍ଵାରା, ବିଶ୍ଵାସ ଆସେ [୧୦:୧୭]।

Romans 10:18

ଇସ୍ରାଏଲ ସୁସମାଚାର ଶୁଣିଲେ ଏବଂ ଜାଣିଲେ କି ?

ହଁ, ଇସ୍ରାଏଲ ସୁସମାଚାର ଶୁଣିଲେ ଏବଂ ଜାଣିଲେ [୧୦:୧୮-୧୯]।

Romans 10:19

ଈଶ୍ଵର ଇସ୍ରାଏଲକୁ କିପରି ବିରକ୍ତ ହୋଇ କ୍ରୋଧାନ୍ୱିତ କରିବେ ?

ଈଶ୍ଵର ସେମାନଙ୍କ ପ୍ରତି କ୍ରୋଧ ଓ ଇର୍ଷା ହେବେ ଯେଉଁମାନେଙ୍କ ତାହାଙ୍କୁ ଅନ୍ୱେଷଣ କଲେ ନାହିଁ ସେମାନଙ୍କୁ ଦେଖାଦେବା ଦ୍ଵାରା [୧୦:୧୯-୨୦]।

Romans 10:20

ଯେତେବେଳେ ଈଶ୍ଵର ଇସ୍ରାଏଲ ନିକଟକୁ ପହଞ୍ଚିଲେ ସେତେବେଳେ ସେ କ'ଣ ପାଇଲେ ?

ଯେତେବେଳେ ଈଶ୍ଵର ଇସ୍ରାଏଲ ନିକଟକୁ ପହଞ୍ଚିଲେ ସେତେବେଳେ ସେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କୁ ପାଇଲେ [୧୦:୨୧]।


Chapter 11

1 ତେବେ ମୁଁ କହେ, ଈଶ୍ୱର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି ? ତାହା କେବେ ହେଁ ନ ହେଉ, କାରଣ ମୁଁ ମଧ୍ୟ ଅବ୍ରହାମଙ୍କ ବଂଶଜାତ ବିନ୍ୟାମୀନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକ । 2 ଈଶ୍ୱର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାଁନ୍ତି ଏଲୀୟଙ୍କ ବିବରଣରେ ଶାସ୍ତ୍ର କ'ଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ୱରଙ୍କଠାରେ ନିବେଦନ କରନ୍ତି, 3 "ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ବଧ କରିଅଛନ୍ତି, ତୁମ୍ଭର ବେଦିଗୁଡ଼ିକ ଖୋଳି ପକାଇଅଛନ୍ତି, ଆଉ ମୁଁ ଏକାକୀ ଅବଶିଷ୍ଟ ରହିଅଛି, ପୁଣି, ସେମାନେ ମୋହର ପ୍ରାଣ ନେବାକୁ ଖୋଜୁଅଛନ୍ତି ।" 4 କିନ୍ତୁ ତାଙ୍କୁ ଈଶ୍ୱର କ'ଣ ଉତ୍ତର ଦିଅନ୍ତି ? "ଯେଉଁମାନେ ବାଆଲ୍‍ ସମ୍ମୁଖରେ ଆଣ୍ଠୁ ପକାଇ ନାହାଁନ୍ତି, ଏପରି ସାତ ହଜାର ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ ।' 5 ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି । 6 କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ । 7 ତେବେ କ'ଣ ? ଇସ୍ରାଏଲ ଯାହା ଖୋଜୁଅଛି, ତାହା ପାଇ ନାହିଁ; କିନ୍ତୁ ନିର୍ବାଚିତମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ; 8 ଯେପରି ଲେଖା ଅଛି, "ଈଶ୍ୱର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି, ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି, ଯେପରି ସେମାନେ ଶୁଣିବେ ନାହିଁ । 9 ପୁଣି, ଦାଉଦ କହନ୍ତି, "ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧସ୍ୱରୂପ ହେଉ ।' 10 ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍‍ଜା କରି ରଖ ।

11 ତେବେ ମୁଁ କହେ, ସେମାନେ କ'ଣ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍‍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ୱାରା ଅଣଯିହୂଦୀମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି । 12 ଯଦି ସେମାନଙ୍କର ପତନ ଜଗତର ଧନସ୍ୱରୂପ, ଆଉ ସେମାନଙ୍କର ହ୍ରାସ ଅଣଯିହୂଦୀମାନଙ୍କ ଧନସ୍ୱରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନସ୍ୱରୂପ ନ ହେବ ! 13 କିନ୍ତୁ ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି । ମୁଁ ଅଣଯିହୂଦୀମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋ' ସେବକପଦର ଗୌରବ କରୁଅଛି, 14 ଯେପରି କୌଣସି ପ୍ରକାରେ ମୋହର ସ୍ୱଜାତିମାନଙ୍କୁ ଉଦ୍‍ଯୋଗୀ କରାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପରିତ୍ରାଣ କରି ପାରେ । 15 କାରଣ ଯଦି ସେମାନଙ୍କର ଦୂରୀକରଣ ଦ୍ୱାରା ଜଗତର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କ'ଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ ? 16 ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହାହେଲେ ସମସ୍ତ ପିଠୋଉ ମଧ୍ୟ ପବିତ୍ର; ପୁଣି, ଯଦି ମୂଳ ପବିତ୍ର, ତେବେ ଶାଖାସବୁ ମଧ୍ୟ ପବିତ୍ର । 17 କିନ୍ତୁ ଯଦି କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜୀତ ବୃକ୍ଷର ଶାଖା ହେଲେ ହେଁ ସେହି ସବୁ ମଧ୍ୟରେ କଲମ କରାଗଲ, ପୁଣି, ସେମାନଙ୍କ ସହିତ ଜୀତବୃକ୍ଷ ମୂଳର ରସର ଅଂଶୀ ହେଲ, 18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ । 19 ତେବେ ତୁମ୍ଭେ କହିବ, ମୁଁ ଯେପରି କଲମ ହୋଇ ପାରେ, ଏଥି ନିମନ୍ତେ ଡାଳଗୁଡ଼ିକ ଉଚ୍ଛିନ୍ନ ହୋଇଅଛି । 20 ଭଲ କଥା, ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମ୍ଭେ ସ୍ଥାନ ପ୍ରାପ୍ତ ହୋଇଅଛ । ଗର୍ବିତମନା ହୁଅ ନାହିଁ, କିନ୍ତୁ ଭୟ କର; 21 କାରଣ ଯଦି ଈଶ୍ୱର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ । 22 ଅତଏବ, ଈଶ୍ୱରଙ୍କ ଦୟା ଓ କଠୋରତା ବୁଝ; ଯେଉଁମାନେ ପତିତ ହେଲେ, ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେ ଯଦି ଈଶ୍ୱରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା; ନୋହିଲେ ତୁମ୍ଭେ ମଧ୍ୟ କଟାଯିବ । 23 ଆଉ, ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି, ତେବେ ସେମାନେ ମଧ୍ୟ କଲମ କରାଯିବେ, କାରଣ ସେମାନଙ୍କୁ ଆଉ ଥରେ କଲମ କରିବା ନିମନ୍ତେ ଈଶ୍ୱର ସମର୍ଥ ଅଟନ୍ତି । 24 କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତ-ବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତ ବୃକ୍ଷରେ କଲମ କରାଯିବେ !

25 କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥି ନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍‍, ଯେପର୍ଯ୍ୟନ୍ତ ଅଣଯିହୂଦୀମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାଁନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି; 26 ଆଉ, ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖା ଅଛି, "ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ ।" 27 ଆଉ, ଯେତେବେଳେ ଆମ୍ଭେ ସେମାନଙ୍କର ପାପସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ । 28 ସୁସମାଚାର ବିଷୟ ବିଚାର କଲେ ସେମାନେ ତୁମ୍ଭମାନଙ୍କ ସକାଶେ ବିରୋଧର ପାତ୍ର, କିନ୍ତୁ ନିର୍ବାଚନ ବିଷୟ ବିଚାର କଲେ ପିତୃପୁରୁଷଙ୍କ ସକାଶେ ସେମାନେ ଈଶ୍ୱରଙ୍କ ପ୍ରିୟପାତ୍ର । 29 କାରଣ, ଈଶ୍ୱରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ । 30 ଯେଣୁ ତୁମ୍ଭେମାନେ ଯେପରି ପୂର୍ବେ ଈଶ୍ୱରଙ୍କ ଅନାଜ୍ଞାବହ ଥିଲ, କିନ୍ତୁ ଏବେ ସେମାନଙ୍କ ଅନାଜ୍ଞାବହତା ଦ୍ୱାରା ଦୟା ପ୍ରାପ୍ତ ହୋଇଅଛ, 31 ସେହିପରି ଏମାନେ ମଧ୍ୟ ଏବେ ଅନାଜ୍ଞାବହ ହୋଇଅଛନ୍ତି, ଯେପରି ତୁମ୍ଭମାନଙ୍କ ପ୍ରତି ପ୍ରକାଶିତ ଦୟା ଦ୍ୱାରା ଏମାନେ ସୁଦ୍ଧା ଏବେ ଦୟା ପ୍ରାପ୍ତ ହୁଅନ୍ତି । 32 କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ୱର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି । 33 ଆହା ! ଈଶ୍ୱରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର ! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ରହସ୍ୟାବୃତ ! 34 କାରଣ, ପ୍ରଭୁଙ୍କର ମନ କିଏ ଜାଣିଅଛି ? କିମ୍ବା ତାହାଙ୍କର ପରାମର୍ଶଦାତା କିଏ ହୋଇଅଛି ? 35 ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାକୁ ପ୍ରତିଦାନ କରାଯିବ ? 36 ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ; ଯୁଗେ ଯୁଗେ ଗୌରବ ତାହାଙ୍କର । ଆମେନ୍‍ ।



Translation Questions

Romans 11:1

ତେବେ ଈଶ୍ଵର କ'ଣ ଇସ୍ରାଏଲକୁ ପରିତ୍ୟାଗ କରିଅଛି ?

ଏହା କେବେ ହେଁ ନ ହେଉ [୧୧:୧]।

Romans 11:4

ସେଠାରେ ବିଶ୍ଵସ୍ତ ଇସ୍ରାଏଲୀୟମାନେ ଅଛନ୍ତି ବୋଲି ପାଉଲ କହନ୍ତି କି, ଯଦି ସେଠାରେ ଅଛନ୍ତି, କିପରି ସେମାନେ ସୁରକ୍ଷିତ ଅଟନ୍ତି ?

ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ସୁରକ୍ଷିତ ଅଛନ୍ତି ବୋଲି ପାଉଲ କହନ୍ତି [୧୧:୫]।

Romans 11:6

ଇସ୍ରାଏଲମାନଙ୍କ ମଧ୍ୟରେ କିଏ ପରିତ୍ରାଣ ପାଇଲେ ଏବଂ ଅବଶିଷ୍ଟାଂଶ ଲୋକମାନଙ୍କୁ କ'ଣ ହେଲା ?

ଇସ୍ରାଏଲମାନଙ୍କ ମଧ୍ୟରୁ ମନୋନୀତ ଲୋକମାନେ ପରିତ୍ରାଣ ପାଇଲେ ପୁଣି ଅବଶିଷ୍ଟାଂଶ ଲୋକ ଜଡ କରାଗଲେ [୧୧:୭]।

ଯେଉଁମାନେଙ୍କ ଏହା ପାଇଅଛନ୍ତି ସେମାନଙ୍କ ସହିତ ଯେଉଁ ଜଡ଼ତାର ଆତ୍ମା ଈଶ୍ଵରଙ୍କ ଦ୍ଵାରା ଦିଆଯାଇଅଛି କ'ଣ କରୁଅଛି ?

ସେହି ଜଡତାର ଆତ୍ମା ସେମାନଙ୍କର ଚକ୍ଷୁକୁ ଦେଖିବାକୁ ଅକ୍ଷମ କରିଅଛି ପୁଣି ସେମାନଙ୍କର କର୍ଣ୍ଣକୁ ଶୁଣିବାରେ ଅକ୍ଷମ କରିଅଛି [୧୧:୮,୧୦]।

Romans 11:11

ଇସ୍ରାଏଲର ସୁସମାଚାର ଅଗ୍ରାହ୍ୟ ହେତୁ କେଉଁ ଉତ୍ତମ ବିଷୟ ଘଟିଅଛି ?

ବିଜାତିମାନଙ୍କ ନିକଟକୁ ପରିତ୍ରାଣ ଆସିଅଛି [୧୧:୧୧-୧୨]।

Romans 11:17

ପାଉଲ ଯେଉଁ ଜୀତ ବୃକ୍ଷର ମୂଳ ଓ ଶାଖା ବିଷୟରେ ବର୍ଣ୍ଣନା କରିଅଛନ୍ତି ସେଥିର ମୂଳ ଓ ଶାଖା କିଏ ଅଟନ୍ତି ?

ସେଥିର ମୂଳ ଇସ୍ରାଏଲ ଅଟନ୍ତି, ଏବଂ ବନ୍ୟ ଶାଖାଗୁଡିକ ବିଜାତିମାନେ ଅଟନ୍ତି [୧୧:୧୩-୧୪,୧୭]।

Romans 11:19

କେଉଁ ମନୋଭାବକୁ ବନ୍ୟ ଶାଖାଗୁଡିକୁ ଦୂର କରିବାକୁ ପାଉଲ କହନ୍ତି ?

ପାଉଲ କହନ୍ତି ଯେ ବନ୍ୟ ଶାଖାଗୁଡିକ ପ୍ରକୃତ ଶାଖା ବିରୁଦ୍ଧରେ ଗର୍ବ ନ କରୁ, ଯାହା ଉଚ୍ଛିନ୍ନ ହୋଇଅଛି [୧୧:୧୮-୨୦]।

ବନ୍ୟ ଶାଖାଗୁଡିକୁ ପାଉଲ କ'ଣ ସଚେତନ କରାନ୍ତି ?

ପାଉଲ କହନ୍ତି ଓ ସଚେତନ କରାନ୍ତି ଯେ ଯଦି ଈଶ୍ଵର ପ୍ରକୃତ ଶାଖାଗୁଡିକୁ ରକ୍ଷା କଲେ ନାହିଁ, ତେବେ ସେ କି ବନ୍ୟ ଶାଖାଗୁଡିକୁ ଅବିଶ୍ଵାସରେ ପଡିଲେ ସେମାନଙ୍କୁ ରକ୍ଷା କରିବେ [୧୧:୨୦-୨୨]।

Romans 11:23

ପ୍ରକୃତ ଶାଖାଗୁଡିକ ଯଦି ସେମାନଙ୍କର ଅବିଶ୍ଵାସରେ ନ ରହିବେ ତେବେ ଈଶ୍ଵର ସେମାନଙ୍କ ସହିତ କ'ଣ କରି ପାରିବେ ?

ଯଦି ସେମାନେ ଅବିଶ୍ଵାସରେ ନ ରୁହନ୍ତି ତେବେ ଈଶ୍ଵର ଜୀତ ବୃକ୍ଷର ପ୍ରକୃତ ଶାଖାଗୁଡିକୁ କଲମୀ କରିପାରନ୍ତି [୧୧:୨୩-୨୪]।

Romans 11:25

କେତେ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହେଉଥିବ ?

ଯେପର୍ଯ୍ୟନ୍ତ ବିଜାତିମାନେ ପୁର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଥିବ [୧୧:୨୫]।

Romans 11:28

ସେମାନଙ୍କର ଅନାଜ୍ଞାବହତା ସତ୍ତ୍ୱେ, କାହିଁକି ଈଶ୍ଵରଙ୍କ ଦ୍ଵାରା ପାଇଅଛନ୍ତି ?

ସେମାନଙ୍କର ପୂର୍ବଜ ହେତୁ, ଏବଂ ଈଶ୍ଵରଙ୍କ ଆହ୍ୱାନ ଯେ ଅପରିବର୍ତ୍ତନୀୟ କାରଣରୁ ଇସ୍ରାଏଲମାନେ ଈଶ୍ଵରଙ୍କ ଦ୍ଵାରା ପ୍ରେମ ପାଇଅଛନ୍ତି [୧୧:୨୮-୨୯]।

Romans 11:30

ଉଭୟ ଯିହୁଦୀ ଓ ବିଜାତିମାନେ ଈଶ୍ଵରଙ୍କ ପ୍ରତି କ'ଣ ହୋଇଅଛନ୍ତି ?

ଉଭୟ ଯିହୁଦୀ ଓ ବିଜାତିମାନେ ଅନାଜ୍ଞାବହତା ହୋଇଅଛନ୍ତି [୧୧:୩୦-୩୨]।

ଅନାଜ୍ଞାବହତାମାନଙ୍କୁ ଈଶ୍ଵର କ'ଣ ଦେଖାଇଅଛନ୍ତି ?

ଉଭୟ ଯିହୁଦୀ ଏବଂ ବିଜାତି, ଅନାଜ୍ଞାବହତାମାନଙ୍କୁ ଈଶ୍ଵର ଦୟା ଦେଖାଇଅଛନ୍ତି [୧୧:୩୦-୩୨]।

Romans 11:33

ଈଶ୍ଵରଙ୍କ ନ୍ୟାୟକୁ କିଏ ଖୋଜିପାରେ ଏବଂ ତାହାଙ୍କୁ କିଏ ଉପଦେଶ ଦେଇ ପାରେ ?

କୌଣସି ବ୍ୟକ୍ତି ଈଶ୍ଵରଙ୍କ ନ୍ୟାୟକୁ ଖୋଜିପାରେ ନାହିଁ ଏବଂ ତାହାଙ୍କୁ ଉପଦେଶ ଦେଇପାରେ ନାହିଁ [୧୧:୩୪-୩୫]।

Romans 11:35

କେଉଁ ତିନୋଟି ପଥ ସମସ୍ତ ବିଷୟ ଈଶ୍ଵରଙ୍କୁ ସୂଚାଇଥାଏ ?

ସମସ୍ତ ବିଷୟ ଈଶ୍ଵରଙ୍କଠାରୁ, ଈଶ୍ଵରଙ୍କ ଦ୍ଵାରା, ଏବଂ ଈଶ୍ଵରଙ୍କ ନିମନ୍ତେ [୧୧:୩୬]।


Chapter 12

1 ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା । 2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣି ପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ ।

3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ୍, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ୱର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର । 4 କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକ ପ୍ରକାର ନୁହେଁ, 5 ସେହିପରି ଅନେକ ଯେ ଆମ୍ଭେମାନେ, ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ । 6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ; 7 କିମ୍ବା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ; 8 ଅବା ଯେ ଶିକ୍ଷା ଦିଏ, ସେ ଶିକ୍ଷାଦାନରେ, ବା ଯେ ଉପଦେଶ ଦିଏ, ସେ ଉପଦେଶ ଦାନରେ ନିବିଷ୍ଟ ରହୁ; ଯେ ଦାନ କରେ, ସେ ଉଦାର ଭାବରେ ଦାନ କରୁ; ଯେ ତତ୍ତ୍ୱାବଧାନ କରେ, ସେ ଯତ୍ନ ସହକାରେ ତତ୍ତ୍ୱାବଧାନ କରୁ; ଯେ ଦୟା କରେ, ସେ ହୃଷ୍ଟଚିତ୍ତରେ ତାହା କରୁ ।

9 ପ୍ରେମ ନିଷ୍କପଟ ହେଉ । ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ; 10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର; 11 ଉଦ୍‍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର; 12 ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ; 13 ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ । 14 ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ । 15 ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର । 16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ । ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ । 17 ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହି ସବୁ ଚିନ୍ତା କର; 18 ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ । 19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ୱରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖା ଅଛି, "ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା' । 20 ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାକୁ ଭୋଜନ କରାଅ; ଯଦି ସେ ତୃଷିତ ତାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତା'ର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ । 21 କୁକ୍ରିୟାରେ ପରାଜିତ ନ ହୋଇ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର ।



Translation Questions

Romans 12:1

ଜଣେ ବିଶ୍ଵାସୀ ନିମନ୍ତେ ଈଶ୍ଵରଙ୍କ ନିକଟରେ କ'ଣ ଏକ ଆତ୍ମିକ ସେବା ଅଟେ ?

ଜଣେ ବିଶ୍ଵାସୀର ଆତ୍ମିକ ସେବା ହେଉଛି ଆପଣାକୁ ଈଶ୍ଵରଙ୍କୁ ସଜୀବ ବଳିରୂପେ ଉତ୍ସର୍ଗ କରିବା [୧୨:୧]।

ରୂପାନ୍ତର ମନ ଜଣେ ବିଶ୍ଵାସୀକୁ କ'ଣ କରିବାରେ ସକ୍ଷମ କରିଥାଏ ?

ରୂପାନ୍ତର ମନ ଜଣେ ବିଶ୍ଵାସୀକୁ ଈଶ୍ଵରଙ୍କ ଇଚ୍ଛା, ଅର୍ଥାତ୍ ସୁଗ୍ରାହ୍ୟ, ସିଦ୍ଧ ବିଷୟ କ'ଣ ଜାଣିବାରେ ସାହାଯ୍ୟ କରେ [୧୨:୨]।

Romans 12:3

କିପରି ଜଣେ ବିଶ୍ଵାସୀ ଆପଣା ବିଷୟରେ ଭାବିବା ଉଚିତ୍ ନୁହେଁ ?

ଜଣେ ବିଶ୍ଵାସୀ ଆପଣା ବିଷୟରେ ଯେପରି ମାନେ କରିବା ଉଚିତ୍ ତାହାଠାରୁ ଆପଣାକୁ ଅଧିକ ମାନେ ନ କରୁ [୧୨:୩]।

Romans 12:4

ଖ୍ରୀଷ୍ଟଙ୍କଠାରେ ଅନେକ ବିଶ୍ଵାସୀମାନେ କିପରି ପରସ୍ପର ସମ୍ପର୍କୀୟ ଅଟନ୍ତି ?

ଖ୍ରୀଷ୍ଟଙ୍କଠାରେ ଅନେକ ବିଶ୍ଵାସୀମାନେ ଏକ ଶରୀର, ଏବଂ ପ୍ରତ୍ୟେକେ ପରସ୍ପର ସଦସ୍ୟ ଅଟନ୍ତି [୧୨:୪-୫]।

Romans 12:6

ଈଶ୍ଵର ଦେଇଥିବା ଦାନ ସହିତ ପ୍ରତ୍ୟେକ ବିଶ୍ଵାସୀ କ'ଣ କରିବା ଉଚିତ୍ ?

ପ୍ରତ୍ୟେକ ବିଶ୍ଵାସୀ ତାହାରି ବିଶ୍ଵାସର ପରିମାଣ ଅନୁସାରେ ସେହି ଦାନଗୁଡିକୁ ବ୍ୟବହାର କରିବା ଉଚିତ୍ [୧୨:୬]।

Romans 12:9

କିପରି ବିଶ୍ଵାସୀମାନେ ପରସ୍ପର ପ୍ରତି ଆଚରଣ କରିବା ଉଚିତ୍ ?

ବିଶ୍ଵାସୀମାନେ ପରସ୍ପର ପ୍ରତି ସ୍ନେହଶୀଳ ହୋଇ ପରସ୍ପରକୁ ସମାଦର କରିବା ଉଚିତ୍ [୧୨:୧୦]।

Romans 12:11

ସାଧୁମାନଙ୍କର ଆବଶ୍ୟକତାକୁ ବିଶ୍ଵାସୀମାନେ କିପରି ଉତ୍ତର ଦେବା ଉଚିତ୍ ?

ସାଧୁମାନଙ୍କର ଆବଶ୍ୟକତା ସମୟରେ ବିଶ୍ଵାସୀମାନେ ଅଂଶୀଦାର ହେବା ଉଚିତ୍ [୧୨:୧୩]।

Romans 12:14

ଯେଉଁମାନେଙ୍କ ସେମାନଙ୍କୁ ତାଡନା କରନ୍ତି ସେମାନଙ୍କୁ ବିଶ୍ଵାସୀମାନେ କିପରି ଉତ୍ତର ଦେବ ଉଚିତ୍ ?

ଯେଉଁମାନେଙ୍କ ସେମାନଙ୍କୁ ତାଡନା କରନ୍ତି, ସେମାନଙ୍କୁ ଅଭିଶାପ ନ କରି, ବିଶ୍ଵାସୀମାନେ ଆଶୀର୍ବାଦ କରିବା ଉଚିତ୍ [୧୨:୧୪]।

ଦୀନ ଲୋକମାନଙ୍କ ପ୍ରତି ବିଶ୍ଵାସୀମାନେ କିପରି ଆଚରଣ କରିବା ଉଚିତ୍ ?

ଦୀନ ଲୋକମାନଙ୍କୁ ବିଶ୍ଵାସୀମାନେ ଗ୍ରହଣ କରିବା ଉଚିତ୍ [୧୨:୧୬]।

Romans 12:17

ଯେତେ ପର୍ଯ୍ୟନ୍ତ ସମ୍ଭବ, ବିଶ୍ଵାସୀମାନେ ସମସ୍ତ ଲୋକମାନଙ୍କ ସହିତ କିପରି ରହିବା ଉଚିତ୍ ?

ଯେତେ ପର୍ଯ୍ୟନ୍ତ ସମ୍ଭବ, ବିଶ୍ଵାସୀମାନେ ସମସ୍ତ ଲୋକମାନଙ୍କ ସହିତ ଶାନ୍ତିରେ ରହିବା ଉଚିତ୍ [୧୨:୧୮]।

Romans 12:19

ବିଶ୍ଵାସୀମାନେ ସ୍ଵଂୟ ପ୍ରତିଶୋଧ ନେବା ଉଚିତ୍ ନୁହେଁ କାହିଁକି ?

ବିଶ୍ଵାସୀମାନେ ସ୍ଵଂୟ ପ୍ରତିଶୋଧ ନେବା ଉଚିତ୍ ନୁହେଁ ଯେହେତୁ ପ୍ରତିଶୋଧ ପ୍ରଭୁଙ୍କର ଅଟେ [୧୨:୧୯]।

ବିଶ୍ଵାସୀମାନେ କୁକ୍ରିୟାକୁ କିପରି ପରାଜୟ କରିବା ଉଚିତ୍ ?

ବିଶ୍ଵାସୀମାନେ କୁକ୍ରିୟାକୁ ସୁକ୍ରିୟାରେ ପରାଜୟ କରିବା ଉଚିତ୍ [୧୨:୨୧]।


Chapter 13

1 ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ । 2 ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ; ପୁଣି, ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ । 3 କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ । ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର ? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ, 4 କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ୱରଙ୍କ ସେବକ । କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ଼୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ୱରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି । 5 ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ । 6 ଯେଣୁ ଏହି କାରଣରୁ ତୁମ୍ଭେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ୱରଙ୍କ ସେବକ ସ୍ୱରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି । 7 ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍‍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍‍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର ।

8 ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ମୋଶାଙ୍କ ବ୍ୟବସ୍ଥା ସଫଳ କରିଅଛି । 9 କାରଣ ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ, ପୁଣି, ଯଦି ଆଉ କୌଣସି ଆଜ୍ଞା ଥାଏ, ତାହା ସାରଭାବେ ଏହି ବାକ୍ୟର ଅନ୍ତର୍ଗତ ଅଟେ, ଯଥା, ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । 10 ପ୍ରେମ ପ୍ରତିବାସୀର ଅନିଷ୍ଟ କରେ ନାହିଁ; ଅତଏବ, ପ୍ରେମ ମୋଶାଙ୍କ ବ୍ୟବସ୍ଥା ସଫଳ କରେ । 11 ପୁଣି, ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର; କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ । 12 ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ । 13 ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ । 14 ପୁଣି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ରରୂପେ ପରିଧାନ କର, ଆଉ କୁଅଭିଳାଷ ତୃପ୍ତି କରିବା ସକାଶେ ଶରୀର ନିମନ୍ତେ ଆୟୋଜନ କର ନାହିଁ ।



Translation Questions

Romans 13:1

ପୃଥିବୀର ପ୍ରତ୍ୟେକ ଶାସନକର୍ତ୍ତାମାନେ ସେମାନଙ୍କର ଅଧିକାର କେଉଁଠାରୁ ପାଇଲେ ?

ପୃଥିବୀର ପ୍ରତ୍ୟେକ ଶାସନକର୍ତ୍ତାମାନେ ଈଶ୍ଵରଙ୍କ ଦ୍ଵାରା ନିଯୁକ୍ତ ହୋଇଅଛନ୍ତି, ଏବଂ ସେମାନଙ୍କର ଅଧିକାର ଈଶ୍ଵରଙ୍କଠାରୁ ଆସେ [୧୩:୧]।

ଯେଉଁମାନେଙ୍କ ପୃଥିବୀର ଶାସନକର୍ତ୍ତାମାନଙ୍କୁ ପ୍ରତିରୋଧ କରିବେ ସେମାନେ କ'ଣ ପାଇବେ ?

ଯେଉଁମାନେଙ୍କ ପୃଥିବୀର ଶାସନକର୍ତ୍ତାମାନଙ୍କୁ ପ୍ରତିରୋଧ କରିବେ ସେମାନେ ଆପଣା ଆପଣା ଉପରେ ଦଣ୍ଡ ପାଇବେ [୧୩:୨]।

Romans 13:3

ଶାସନ ଅଧିକାରୀଠାରୁ ନିର୍ଭୟ ହେବା ନିମନ୍ତେ ବିଶ୍ଵାସୀମାନଙ୍କୁ କ'ଣ କରିବାକୁ ପାଉଲ କହନ୍ତି ?

ଶାସନ ଅଧିକାରୀଠାରୁ ନିର୍ଭୟ ହେବା ନିମନ୍ତେ ବିଶ୍ଵାସୀମାନଙ୍କୁ ଯାହା ଉତ୍ତମ ତାହା କରିବା ଦ୍ଵାରା ନିର୍ଭୟରେ ରହିବେ ବୋଲି ପାଉଲ କହନ୍ତି [୧୩:୩]।

ମନ୍ଦ ଉପରେ ଅଧିକାର କରିବା ନିମନ୍ତେ ଈଶ୍ଵର ଶାସନକର୍ତ୍ତାମାନଙ୍କୁ କେଉଁ ଅଧିକାର ଦେଇଅଛନ୍ତି ?

ଯେଉଁମାନେଙ୍କ ଅସଦାଚର କରନ୍ତି, ମନ୍ଦ କରନ୍ତି ଶାସନକର୍ତ୍ତା ଅଧିକାରୀମାନଙ୍କୁ ନିରର୍ଥକ ଖଡ୍ଗର ଅଧିକାର ଈଶ୍ଵର ଦେଇଅଛନ୍ତି [୧୪:୪]।

Romans 13:6

ଟଙ୍କା ସମ୍ବନ୍ଧରେ ଈଶ୍ଵର ଶାସନକର୍ତ୍ତାମାନଙ୍କୁ କ'ଣ ଦେଇଅଛନ୍ତି ?

ଈଶ୍ଵର ଶାସନକର୍ତ୍ତାମାନଙ୍କୁ ରାଜସ୍ଵ ଦେବା ନିମନ୍ତେ ଅଧିକାର ଦେଇଅଛନ୍ତି [୧୩:୬]।

Romans 13:8

କେଉଁ ଏକ ଗୋଟି ବିଷୟରେ ପରସ୍ପରକୁ ଋଣୀ ହେବାକୁ ପାଉଲ ବିଶ୍ଵାସୀମାନଙ୍କୁ କହନ୍ତି ?

ପରସ୍ପର ପ୍ରତି ପ୍ରେମରେ ଋଣୀ ହେବାକୁ ପାଉଲ ବିଶ୍ଵାସୀମାନଙ୍କୁ ପାଉଲ କହନ୍ତି [୧୩:୮]।

ଜଣେ ବିଶ୍ଵାସୀ କିପରି ବ୍ୟବସ୍ଥାକୁ ସଫଳ କରେ ?

ପ୍ରତିବାସୀକୁ ପ୍ରେମ କରିବା ଦ୍ଵାରା ଜଣେ ବିଶ୍ଵାସୀ ବ୍ୟବସ୍ଥାକୁ ସଫଳ କରେ [୧୩:୮,୧୦]।

କେଉଁ ଆଜ୍ଞାଗୁଡିକୁ ପାଉଲ ବ୍ୟବସ୍ଥାର ଅଂଶ ଭାବେ ତାଲିକା ପ୍ରସ୍ତୁତ କରିଅଛନ୍ତି ?

ବ୍ୟଭିଚାର କର ନାହିଁ, ହତ୍ୟା କର ନାହିଁ, ଚୋରି କର ନାହିଁ, ଏବଂ ଲୋଭ କର ନାହିଁ ଏହି ଆଜ୍ଞାଗୁଡିକୁ ପାଉଲ ବ୍ୟବସ୍ଥାର ଏକ ଅଂଶ ଭାବେ ତାଲିକା ପ୍ରସ୍ତୁତ କରିଅଛନ୍ତି [୧୩:୯]।

Romans 13:11

ବିଶ୍ଵାସୀମାନେ କେଉଁ ସବୁକୁ ପରିତ୍ୟାଗ କରି, ଏବଂ କେଉଁ ସବୁକୁ ପରିଧାନ କରିବା ଉଚିତ୍ ବୋଲି ପାଉଲ କହନ୍ତି ?

ବିଶ୍ଵାସୀମାନେ ଅନ୍ଧକାରର କର୍ମକୁ ପରିତ୍ୟାଗ କରି, ଏବଂ ଆଲୋକର କବଚ ପରିଧାନ କରିବା ଉଚିତ୍ ବୋଲି ପାଉଲ କହନ୍ତି [୧୩:୧୨]।

Romans 13:13

ବିଶ୍ଵାସୀମାନେ କେଉଁ କାର୍ଯ୍ୟ କଳାପରେ ଆଚରଣ କରିବା ଉଚିତ୍ ନୁହେଁ ?

ବିଶ୍ଵାସୀମାନେ ରଙ୍ଗରସ, ମତ୍ତତାରେ, ଲମ୍ପଟତା, କାମୁକତା, ବିବାଦ, ଇର୍ଷାରେ ଆଚରଣ କରିବା ଉଚିତ୍ ନୁହଁ [୧୩:୧୩]।

ଶରୀରର ଅଭିଳାଷା ପ୍ରତି ବିଶ୍ଵାସୀମାନଙ୍କର ସ୍ଵଭାବ କ'ଣ ହେବା ଉଚିତ୍ ?

ଶରୀରର ଅଭିଳାଷା ପ୍ରତି ବିଶ୍ଵାସୀମାନେ କୌଣସି ଆୟୋଜନ କରିବା ଉଚିତ୍ ନୁହେଁ [୧୩:୧୪]।


Chapter 14

1 ବିଶ୍ୱାସରେ ଯେ ଦୁର୍ବଳ, ତାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ । 2 ସମସ୍ତ ପଦାର୍ଥ ଭୋଜନ କରିବା ନିମନ୍ତେ ଜଣେ ଲୋକର ବିଶ୍ୱାସ ଅଛି, କିନ୍ତୁ ଯେ ବିଶ୍ୱାସରେ ଦୁର୍ବଳ, ସେ କେବଳ ଶାକ ଭୋଜନ କରେ । 3 ଯେ ଭୋଜନ କରେ, ସେ ଭୋଜନ ନ କରିବା ଲୋକକୁ ତୁଚ୍ଛ ନ କରୁ; ପୁଣି, ଯେ ଭୋଜନ କରେ ନାହିଁ, ସେ ଭୋଜନ କରିବା ଲୋକର ବିଚାର ନ କରୁ, କାରଣ ଈଶ୍ୱର ତାକୁ ଗ୍ରହଣ କରିଅଛନ୍ତି । 4 ତୁମ୍ଭେ କିଏ ଯେ ଅନ୍ୟର ଦାସର ବିଚାର କରୁଅଛ ? ସେ ଆପଣା ପ୍ରଭୁ ନିକଟରେ ସ୍ଥିର ରୁହେ ବା ପତିତ ହୁଏ; ହଁ, ତାହାକୁ ସ୍ଥିର ରଖାଯିବ, କାରଣ ତାହାକୁ ସ୍ଥିର ରଖିବାକୁ ପ୍ରଭୁଙ୍କର ଶକ୍ତି ଅଛି । 5 ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ । ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ । 6 ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ; ପୁଣି, ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ । 7 କାରଣ ଆମ୍ଭମାନଙ୍କ ମଧ୍ୟରୁ କେହି ଆପଣା ଉଦ୍ଦେଶ୍ୟରେ ବଞ୍ଚେ ନାହିଁ ଏବଂ ଆପଣା ଉଦ୍ଦେଶ୍ୟରେ ମରେ ନାହିଁ । 8 ଯେଣୁ, ଯଦି ଆମ୍ଭେମାନେ ବଞ୍ଚୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ । ଅତଏବ, ଯଦି ଆମ୍ଭେମାନେ ବଞ୍ଚୁ କିମ୍ବା ମରୁ, ଆମ୍ଭେମାନେ ପ୍ରଭୁଙ୍କର ଅଟୁ । 9 କାରଣ ଖ୍ରୀଷ୍ଟ ଯେପରି ମୃତ ଓ ଜୀବିତ ଉଭୟଙ୍କ ପ୍ରଭୁ ହୁଅନ୍ତି, ସେହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ, ପୁଣି, ପୁନର୍ଜୀବିତ ହେଲେ । 10 କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ ? ଆମ୍ଭେମାନେ ସମସ୍ତେ ତ ଈଶ୍ୱରଙ୍କ ବିଚାରାସନ ଛାମୁରେ ଠିଆ ହେବା । 11 ଯେଣୁ ଲେଖା ଅଛି, "ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ୱରଙ୍କ ପ୍ରଶଂସା କରିବ ।" 12 ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ ।

13 ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର । 14 ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି । 15 କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ । ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ୱାରା ବିନାଶ କର ନାହିଁ । 16 ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ; 17 କାରଣ ଈଶ୍ୱରଙ୍କ ରାଜ୍ୟ ଭୋଜନପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଓ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ ଅଟେ । 18 ଯେଣୁ ଯେ ଏହି ବିଷୟରେ ଖ୍ରୀଷ୍ଟଙ୍କର ସେବା କରେ, ସେ ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଓ ମନୁଷ୍ୟମାନଙ୍କ ନିକଟରେ ପରୀକ୍ଷାସିଦ୍ଧ ହୁଏ । 19 ଅତଏବ ଆସ, ଯେ ଯେ ବିଷୟ ଶାନ୍ତିଜନକ, ଆଉ ଯେ ଯେ ବିଷୟ ଦ୍ୱାରା ପରସ୍ପରର ନିଷ୍ଠା ହୁଏ, ସେହି ସବୁର ଆମ୍ଭେମାନେ ଅନୁଗମନ କରୁ । 20 ଖାଦ୍ୟ ସକାଶେ ଈଶ୍ୱରଙ୍କର କର୍ମ ନଷ୍ଟ କର ନାହିଁ । ସମସ୍ତ ବିଷୟ ଅବଶ୍ୟ ଶୁଚି; ତଥାପି ଯେଉଁ ଲୋକ ଯାହା ଭୋଜନ କରି ବାଧା ପାଏ, ତାହା ପକ୍ଷରେ ତାହା ମନ୍ଦ । 21 ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ । 22 ତୁମ୍ଭର ଯେଉଁ ବିଶ୍ୱାସ ଅଛି, ତାହା ତୁମ୍ଭେ ଈଶ୍ୱରଙ୍କ ସାକ୍ଷାତରେ ଆପଣା ଅନ୍ତରରେ ଧରି ରଖ । ଯେ ଯାହା ପରୀକ୍ଷାସିଦ୍ଧ ବୋଲି ବିବେଚନା କରେ, ସେ ଯଦି ସେଥିରେ ଆପଣାକୁ ଦୋଷୀ ନ କରେ, ତେବେ ସେ ଧନ୍ୟ । 23 କିନ୍ତୁ ଯେ ସନ୍ଦେହ କରି ଭୋଜନ କରେ, ସେ ଦଣ୍ଡନୀୟ ହୁଏ, କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ; ଆଉ ଯାହା କିଛି ବିଶ୍ୱାସରୁ ହୁଏ ନାହିଁ, ତାହା ପାପ ।



Translation Questions

Romans 14:1

ଜଣେ ବ୍ୟକ୍ତି ଯେ ବିଶ୍ଵାସରେ ସବଳ ସେ କେଉଁ ପ୍ରକାର ଖାଦ୍ୟ ଖାଏ, ଏବଂ ଯେ ବିଶ୍ଵାସରେ ଦୁର୍ବଳ ସେ କେଉଁ ପ୍ରକାର ଖାଦ୍ୟ ଖାଏ ?

ଯେଉଁ ବାକି ବିଶ୍ଵାସରେ ସବଳ ସେ କୌଣସି ଖାଦ୍ୟ ଖାଇ ଯାଏ କିନ୍ତୁ ଯେ ବିଶ୍ଵାସରେ ଦୁର୍ବଳ ସେ କେବଳ ଶାକ ଭୋଜନ କରେ [୧୪:୨]।

ଜଣେ ବିଶ୍ଵାସୀ ପରସ୍ପର ଖାଦ୍ୟରେ ପୃଥକ ବିଷୟରେ କିପରି ସ୍ଵଭାବ ହେବା ଉଚିତ୍ ?

ଜଣେ ବିଶ୍ଵାସୀ ଖାଦ୍ୟ ବାବଦରେ ଜଣକୁ ତୁଚ୍ଛ କିମ୍ବା ପରସ୍ପରକୁ ବିଚାର କରିବା ଉଚିତ୍ ନୁହଁ [୧୪:୧,୩]।

Romans 14:3

ଯେ ସବୁ କିଛି ଖାଏ ଏବଂ ଯେ କେବଳ ଶାକ ଖାଏ ଏହି ଉଭୟଙ୍କୁ କିଏ ଗ୍ରହଣ କରିଅଛନ୍ତି ?

ଯେ ସବୁ କିଛି ଖାଏ ଏବଂ ଯେ କେବଳ ଶାକ ଖାଏ ଏହି ଉଭୟଙ୍କୁ ଈଶ୍ଵର ଗ୍ରହଣ କରିଅଛନ୍ତି [୧୪:୩-୪]।

Romans 14:5

ପାଉଲ ଆଉ କେଉଁ ବିଚାର୍ଯ୍ୟ ବିଷୟ ଉଲ୍ଲେଖ କରିଅଛନ୍ତି ଯାହା ସେହି ବିଚାର୍ଯ୍ୟ ବିଷୟ ବ୍ୟକ୍ତିଗତ ଦୃଢ ବିଶ୍ଵାସକୁ ବୁଝାଇଥାଏ ?

ପାଉଲ ଉଲ୍ଲେଖ କରନ୍ତି ଯେ ବିଚାର୍ଯ୍ୟର ବ୍ୟକ୍ତିଗତ ଦୃଢ ବିଶ୍ଵାସ ଯେ ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ କିମ୍ବା ଅନ୍ୟ ଜଣେ ସମସ୍ତ ଦିନକୁ ସମାନ ରୂପେ ମାନ୍ୟ କରେ [୧୪:୫]।

Romans 14:7

ବିଶ୍ଵାସୀମାନେ କାହା ପାଇଁ ବଞ୍ଚନ୍ତି ଓ ମରନ୍ତି ?

ବିଶ୍ଵାସୀମାନେ ପ୍ରଭୁଙ୍କ ନିମନ୍ତେ ବଞ୍ଚନ୍ତି ଓ ମରନ୍ତି [୧୪:୭-୮]।

Romans 14:10

କେଉଁଠାରେ ସମସ୍ତ ବିଶ୍ଵାସୀମାନେ ଠିଆ ହେବେ, ଏବଂ ସେଠାରେ ସେମାନେ କ'ଣ କରୁଥିବେ ?

ସମସ୍ତ ବିଶ୍ଵାସୀମାନେ ପରିଶେଷରେ ଈଶ୍ଵରଙ୍କ ବିଚାରସନ ଛାମୁରେ ଠିଆ ହେବେ, ନିଜ ନିଜର ହିସାବ ଈଶ୍ଵରଙ୍କୁ ଦେବେ [୧୪:୧୦-୧୨]।

Romans 14:12

ଜଣେ ଭାଇର ବ୍ୟକ୍ତିଗତ ଦୃଢ ବିଶ୍ଵାସ ଅନୁସାରେ ପରସ୍ପର ଭାଇ ପ୍ରତି କିପରି ସ୍ଵଭାବ ହେବା ଉଚିତ୍ ?

ଆମ୍ଭେମାନେ ପରସ୍ପର ବିଚାର ନ କରି ମାତ୍ର କେହି ଯେବେ ଆପଣା ଭାଇର ବାଟରେ ବାଧାଜନକ ଓ ବିଘ୍ନଜନକ ବିଷୟ ନ ରଖିବା ଉଚିତ୍ [୧୪:୧୩]।

Romans 14:14

ପ୍ରଭୁ ଯୀଶୁଙ୍କଠାରେ କେଉଁ ଖାଦ୍ୟଗୁଡିକ ଅଶୁଚି ବୋଲି ପାଉଲ ଜ୍ଞାନ କଲେ ?

କୌଣସି ଖାଦ୍ୟ ଅଶୁଚି ନୁହେଁ ବୋଲି ପାଉଲ ଜ୍ଞାନ କଲେ [୧୪:୧୪]।

Romans 14:16

ଈଶ୍ଵରଙ୍କ ରାଜ୍ୟ କେଉଁ ବିଷୟର ଅଟେ ?

ଈଶ୍ଵରଙ୍କ ରାଜ୍ୟ ଧାର୍ମିକତା, ଶାନ୍ତି, ଏବଂ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦର ବିଷୟ ଅଟେ [୧୪:୧୭]।

Romans 14:20

ଜଣେ ଭାଇ ଅନ୍ୟ ଭାଇ ଯିଏ ମାଂସ ଖାଏ ନାହିଁ ଓ ମଦ୍ୟ ପାନ କରେ ନାହିଁ ତାହାରି ଉପସ୍ଥିତିରେ କ'ଣ କରିବା ଉଚିତ୍ ବୋଲି ପାଉଲ କହନ୍ତି ?

ଯଦି ଜଣେ ଭାଇ ଅନ୍ୟ ଭାଇର ଉପସ୍ଥିତିରେ ମାଂସ କିମ୍ବା ମଦ୍ୟ ପାନ କରେ ନାହିଁ ତାହା ଉତ୍ତମ ବୋଲି ପାଉଲ କହନ୍ତି [୧୪:୨୧]।

Romans 14:22

ଯଦି ଜଣେ ବ୍ୟକ୍ତି ବିଶ୍ଵାସରେ କାର୍ଯ୍ୟ ନ କରେ ତେବେ ତାହାର ଫଳା ଫଳ କ'ଣ ହୁଏ ?

ଯାହା କିଛି ବିଶ୍ଵାସ ଦ୍ଵାରା କରାଯାଏ ନାହିଁ ତାହା ପାପ ଅଟେ [୧୪:୨୩]।


Chapter 15

1 ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ ନୁହେଁ । 2 ଆସ ଆମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀର ନିଷ୍ଠା ନିମନ୍ତେ ମଙ୍ଗଳ ସାଧନ କରି ତାହାର ସୁଖ ଚେଷ୍ଟା କରୁ । 3 କାରଣ ଖ୍ରୀଷ୍ଟ ମଧ୍ୟ ଆପଣାର ସୁଖ ଚେଷ୍ଟା କରି ନ ଥିଲେ; କିନ୍ତୁ ଯେପରି ଲେଖା ଅଛି, ତୁମ୍ଭ ନିନ୍ଦକମାନଙ୍କର ନିନ୍ଦା ମୋ' ଉପରେ ପଡ଼ିଲା । 4 ପୁଣି, ଆମ୍ଭେମାନେ ଯେପରି ଶାସ୍ତ୍ର ଅନୁସାରେ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥି ନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହି ସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି । 5 ଧୈର୍ଯ୍ୟ ଓ ସାନ୍ତ୍ୱନାଦାତା ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହେବାକୁ ଦିଅନ୍ତୁ, 6 ଯେପରି ଏକଚିତ୍ତରେ ଏକ ମୁଖରେ ତୁମ୍ଭେମାନେ ଈଶ୍ୱରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତାଙ୍କର ଗୌରବ କର । 7 ଅତଏବ ଈଶ୍ୱରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର ।

8 କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ୱରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି, 9 ପୁଣି, ଯେପରି ଅଣଯିହୂଦୀମାନେ ଈଶ୍ୱରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖା ଅଛି, "ଏଥିପାଇଁ ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି, ଆଉ ତୁମ୍ଭ ନାମର କୀର୍ତ୍ତନ କରିବି ।" 10 ପୁନଶ୍ଚ ସେ କହନ୍ତି, ହେ ଅଣଯିହୂଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର । 11 ପୁନଶ୍ଚ, "ହେ ଅଣଯିହୂଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ ।" 12 ପୁନର୍ବାର ଯିଶାଇୟ କହନ୍ତି, "ଯିଶାଇୟଙ୍କ ମୂଳ ରହିବ, ଆଉ, ଯେ ଅଣଯିହୂଦୀଙ୍କ ଉପରେ ଶାସନ କରିବାକୁ ଉଠିବେ, ଅଣଯିହୂଦୀମାନେ ତାହାଙ୍କ ଉପରେ ଭରସା ରଖିବେ ।'' 13 ସେହି ଭରସାର ଈଶ୍ୱର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର ।

14 ଆଉ ହେ ମୋହର ଭାଇମାନେ, ତୁମ୍ଭେମାନେ ଯେ ଆପେ ଆପେ ମଙ୍ଗଳଭାବରେ ଓ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ; ପୁଣି, ପରସ୍ପରକୁ ଚେତନା ଦେବା ନିମନ୍ତେ ମଧ୍ୟ ସକ୍ଷମ, ଏହା ମୁଁ ନିଜେ ସୁଦ୍ଧା ତୁମ୍ଭମାନଙ୍କ ବିଷୟରେ ନିଶ୍ଚୟ ବୋଧ କରୁଅଛି । 15 ତଥାପି ମୋତେ ଈଶ୍ୱରଙ୍କ କର୍ତ୍ତୃକ ଦିଆଯାଇଥିବା ଅନୁଗ୍ରହ ହେତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ସ୍ମରଣ କରାଇବା ନିମନ୍ତେ କେତେକ ପରିମାଣରେ ଅଧିକ ସାହସ ସହିତ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି । 16 କାରଣ ଅଣଯିହୂଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥି ନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ୱରଙ୍କ ସୁସମାଚାରର ଯାଜକତ୍ତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦିଆଯାଇଅଛି । 17 ଏଣୁ ଈଶ୍ୱରଙ୍କ ସେବା ବିଷୟରେ ମୋହର ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରିବାର ଅଛି । 18 କାରଣ ଅଣଯିହୂଦୀମାନଙ୍କୁ ଆଜ୍ଞାବହ କରିବା ନିମନ୍ତେ ଖ୍ରୀଷ୍ଟ ମୋ' ଦ୍ୱାରା ବାକ୍ୟରେ ଓ କର୍ମରେ, ଅର୍ଥାତ୍‍ ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମରେ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଯାହା ଯାହା ସାଧନ କରି ନାହାଁନ୍ତି, ଏପରି କୌଣସି ବିଷୟ କହିବାକୁ ମୁଁ ସାହସ କରିବି ନାହିଁ । 19 ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି, 20 ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୂଆ ଉପରେ ନ ଗଢ଼େ, ଏଥି ନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି; 21 ଯେପରି ଲେଖା ଅଛି, "ଯେଉଁମାନେ ତାହାଙ୍କ ସମ୍ବାଦ ପାଇ ନାହାଁନ୍ତି, ସେମାନେ ଦେଖିବେ, ଆଉ ଯେଉଁମାନେ ଶୁଣି ନାହାଁନ୍ତି, ସେମାନେ ବୁଝିବେ ।"

22 ଏହି କାରଣରୁ ମଧ୍ୟ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଅନେକ ଥର ବାଧା ପାଇ ଆସୁଅଛି; 23 କିନ୍ତୁ ଏବେ ଏହି ସବୁ ଅଞ୍ଚଳରେ କାର୍ଯ୍ୟ କରିବାକୁ ଆଉ ସ୍ଥାନ ନ ଥିବାରୁ ପୁଣି, ଅନେକ ବର୍ଷ ହେଲା ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଆକାଂକ୍ଷା କରି ଆସୁଥିବାରୁ, 24 ମୁଁ ସ୍ପେନକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେ ସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି । 25 କିନ୍ତୁ ଏବେ ସାଧୁମାନଙ୍କର ସେବା କରିବା ନିମନ୍ତେ ମୁଁ ଯିରୂଶାଲମକୁ ଯାଉଅଛି । 26 କାରଣ ଯିରୂଶାଲମସ୍ଥ ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର, ସେମାନଙ୍କ ନିମନ୍ତେ ମାକିଦନିଆ ଓ ଆଖାୟାର ମଣ୍ଡଳୀସମୂହ ସହଭାଗିତାସୂଚକ କିଛି ଦାନ ସଂଗ୍ରହ କରିବାକୁ ଭଲ ମଣିଅଛନ୍ତି । 27 ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୂଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ । 28 ଅତଏବ, ଏହି କର୍ମ ସମ୍ପନ୍ନ କଲା ଉତ୍ତାରେ ଓ ଏହି ସଂଗୃହୀତ ଧନରୂପ ଫଳ ସେମାନଙ୍କ ହସ୍ତରେ ସମର୍ପଣ କଲା ପରେ ତୁମ୍ଭମାନଙ୍କ ନିକଟ ଦେଇ ସ୍ପେନକୁ ଯିବି । 29 ଆଉ ମୁଁ ଜାଣେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବି, ସେତେବେଳେ ଖ୍ରୀଷ୍ଟଙ୍କ ଆଶୀର୍ବାଦର ପୂର୍ଣ୍ଣତାରେ ଉପସ୍ଥିତ ହେବି। 30 ହେ ଭାଇମାନେ, ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ହେତୁ ଓ ଆତ୍ମାଙ୍କ ପ୍ରେମ ହେତୁ ମୋ' ନିମନ୍ତେ ଈଶ୍ୱରଙ୍କ ନିକଟରେ ମୋ' ସହିତ ଯତ୍ନ ସହକାରେ ପ୍ରାର୍ଥନା କରିବା ପାଇଁ ତୁମ୍ଭମାନଙ୍କୁ ବିନତି କରୁଅଛି, 31 ଯେପରି ମୁଁ ଯିହୂଦା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ, 32 ପୁଣି, ଈଶ୍ୱରଙ୍କ ଇଚ୍ଛାରେ ମୁଁ ଯେପରି ଆନନ୍ଦରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ତୁମ୍ଭମାନଙ୍କ ସହିତ ଆରାମ ପ୍ରାପ୍ତ ହୁଏ । 33 ଶାନ୍ତିଦାତା ଈଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ । ଆମେନ୍‍ ।



Translation Questions

Romans 15:1

ଯେଉଁମାନଙ୍କ ବିଶ୍ଵାସରେ ସବଳ ଅଟନ୍ତି ସେମାନେ ବିଶ୍ଵାସରେ ଯେଉଁମାନେ ଦୁର୍ବଳ ସେମାନଙ୍କ ପ୍ରତି ବିଶ୍ଵାସୀମାନଙ୍କ କିପରି ମନୋଭାବ ହେବା ଉଚିତ୍ ?

ଯେଉଁମାନଙ୍କ ବିଶ୍ଵାସରେ ସବଳ ସେମାନେ ଯେଉଁମାନଙ୍କ ବିଶ୍ଵାସରେ ଦୁର୍ବଳ ସେମାନଙ୍କୁ ଗଠନ କରିବାକୁ ସେମାନଙ୍କର ଦୁର୍ବଳତାକୁ ସହ୍ୟ କରିବା ଉଚିତ୍ [୧୫:୧-୨]।

Romans 15:3

ପୂର୍ବ କାଳରେ ଯେଉଁ ଶାସ୍ତ୍ର ଲେଖାଯାଇଥିଲା ତାହାର ଏକ ଉଦ୍ଦେଶ୍ୟ କ'ଣ ଥିଲା ?

ପୂର୍ବ କାଳରେ ଏହି ଶାସ୍ତ୍ରଗୁଡିକ ଆମ୍ଭମାନଙ୍କର ଶିକ୍ଷା ନିମନ୍ତେ ଲେଖାଯାଇଥିଲା [୧୫:୪]।

Romans 15:5

ପାଉଲ ବିଶ୍ଵାସୀମାନଙ୍କ ପରସ୍ପର ଧୈର୍ଯ୍ୟ ଓ ଉତ୍ସାହ ସହ ଦୈନନ୍ଦିନ ବ୍ୟବହାର ଆଣିବା ପାଇଁ କାହିଁକି ଇଚ୍ଛା କରିଥିଲେ ?

ପାଉଲ କହିଥିଲେ ଯେ ବିଶ୍ଵାସୀମାନେ ସମସ୍ତେ ପରସ୍ପର ଏକମନ ହେବା ଉଚିତ୍ [୧୫:୫]।

Romans 15:8

ପାଉଲ ଜଣକର ଉଦାହରଣକୁ ବ୍ୟବହାର କଲେ ଯେ କି ନିଜ ପାଇଁ ବଞ୍ଚି ନ ଥିଲେ କିନ୍ତୁ ଅନ୍ୟମାନଙ୍କର ସେବାକଲେ ସେ ଜଣକ କିଏ ଥିଲେ ?

ଖ୍ରୀଷ୍ଟ ନିଜକୁ ସନ୍ତୁଷ୍ଟ କରିବାକୁ ବଞ୍ଚି ନ ଥିଲେ କିନ୍ତୁ ସେ ଅନ୍ୟମାନଙ୍କର ସେବା କରି ସନ୍ତୁଷ୍ଟ ହୋଇଥିଲେ [୧୫:୩,୮-୯]।

Romans 15:10

ଈଶ୍ଵରଙ୍କ ଦୟାର କାରଣ ହେତୁ ବିଜାତିମାନେ କ'ଣ କରିବେ ବୋଲି ଶାସ୍ତ୍ର କହେ ?

ଶାସ୍ତ୍ର କହେ ଯେ ବିଜାତିମାନେ ଆନନ୍ଦ କରିବେ ଓ ପ୍ରଭୁଙ୍କର ପ୍ରଶଂସା କରିବେ ଓ ତାହାଙ୍କଠାରେ ଦୃଢ ଭରସା କରିବେ [୧୫:୧୦-୧୨]।

Romans 15:13

ପବିତ୍ର ଆତ୍ମାଙ୍କ ଦ୍ଵାରା ବିଶ୍ଵାସୀମାନେ କ'ଣ କରିବାରେ ସକ୍ଷମ ହେବେ ବୋଲି ପାଉଲ କହନ୍ତି ?

ବିଶ୍ଵାସୀମାନେ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ ହେବେ, ଏବଂ ଭରସାର ପ୍ରଚୁରତା ଅନୁଭବ କରିବେ [୧୫:୧୩]।

Romans 15:15

କେଉଁ ଦାନ ଈଶ୍ଵର ପାଉଲଙ୍କୁ ଦେଲେ, ଯାହା ପାଉଲଙ୍କର ଉଦ୍ଦେଶ୍ୟ ଅଟେ ?

ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ହୋଇ ବିଜାତିମାନଙ୍କ ମଧ୍ୟରେ ସେବା କରିବା ହିଁ ପାଉଲଙ୍କ ଉଦ୍ଦେଶ୍ୟ ଅଟେ [୧୫:୧୬]।

Romans 15:17

ବିଜାତିମାନଙ୍କୁ ଆଜ୍ଞାବହ କରିବା ନିମନ୍ତେ ଖ୍ରୀଷ୍ଟ କିପରି ପାଉଲଙ୍କ ଦ୍ଵାରା କାର୍ଯ୍ୟ କରିଅଛନ୍ତି ?

ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମରେ ଦ୍ଵାରା, ଏବଂ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ଵାରା, ଏବଂ ବାକ୍ୟ ଓ କର୍ମ ଦ୍ଵାରା ଈଶ୍ଵର ପାଉଲଙ୍କ ଦ୍ଵାରା କାର୍ଯ୍ୟ କରିଅଛନ୍ତି [୧୫:୧୮-୧୯]।

Romans 15:20

କେଉଁଠାରେ ପାଉଲ ସୁସମାଚାର ପ୍ରଚାର କରିବାକୁ ଇଚ୍ଛା କରନ୍ତି ?

ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ ସେଠାରେ ପାଉଲ ସୁସମାଚାର ପ୍ରଚାର କରିବାକୁ ଇଚ୍ଛା କରନ୍ତି [୧୫:୨୦-୨୧]।

Romans 15:24

କେଉଁଠାକୁ ପାଉଲ ଭ୍ରମଣ କରିବାକୁ ଚାହଁନ୍ତି ଯାହା ତାହାଙ୍କୁ ରୋମକୁ ଆସିବାକୁ ସାହାଯ୍ୟ କରିବ ?

ପାଉଲ ସ୍ପେନକୁ ଭ୍ରମଣ କରିବାକୁ ଯୋଜନା କରନ୍ତି, ଯାହା ତାହାଙ୍କୁ ରୋମକୁ ମଧ୍ୟ ଆସିବାରେ ସାହାଯ୍ୟ କରିବ [୧୫:୨୪,୨୮]।

Romans 15:26

ବର୍ତ୍ତମାନ ପାଉଲ କାହିଁକି ଯିରୂଶାଲମକୁ ଯାଉଅଛନ୍ତି ?

ଯିରୂଶାଲମରେ ଥିବା ଦରିଦ୍ର ସାଧୁମାନଙ୍କ ନିମନ୍ତେ ଯେଉଁ ବିଜାତି ବିଶ୍ଵାସୀମାନେ ଦାନ କରିଥିଲେ ସେଗୁଡିକୁ ଦେବା ପାଇଁ ପାଉଲ ବର୍ତ୍ତମାନ ଯିରୂଶାଲମକୁ ଯାଉଅଛନ୍ତି [୧୫:୨୫-୨୬]।

ବିଜାତି ବିଶ୍ଵାସୀମାନେ ଯିହୁଦୀ ବିଶ୍ଵାସୀମାନଙ୍କର ସାଂସାରିକ ବିଷୟରେ ଋଣୀ ବୋଲି ପାଉଲ କାହିଁକି କହନ୍ତି ?

ବିଜାତି ବିଶ୍ଵାସୀମାନେ ଯିହୁଦୀ ବିଶ୍ଵାସୀମାନଙ୍କର ସାଂସାରିକ ବିଷୟରେ ଋଣୀ ଯେହେତୁ ସେମାନେ ଯିହୁଦୀ ବିଶ୍ଵାସୀମାନଙ୍କର ଆତ୍ମିକ ବିଷୟରେ ସହଭାଗୀ ହୋଇଅଛନ୍ତି [୧୫:୨୭]।

Romans 15:30

କାହାଠାରୁ ପାଉଲ ଉଦ୍ଧାର ପାଇବାକୁ ଇଚ୍ଛା କରନ୍ତି ?

ଯିହୁଦା ପ୍ରଦେଶର ଅନାଜ୍ଞାବହତା ଲୋକମାନଙ୍କଠାରୁ ଉଦ୍ଧାର ପାଇବାକୁ ପାଉଲ ଇଚ୍ଛା କରନ୍ତି [୧୫:୩୧]।


Chapter 16

1 କେଙ୍କ୍ରେୟାସ୍ଥ ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଗ୍ନୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, 2 ତୁମ୍ଭେମାନେ ସାଧୁମାନଙ୍କୁ ଯଥାଯୋଗ୍ୟ ଭାବରେ ତାଙ୍କୁ ପ୍ରଭୁଙ୍କ ନାମରେ ଗ୍ରହଣ କରିବ, ଆଉ ଯେକୌଣସି ବିଷୟରେ ତୁମ୍ଭମାନଙ୍କଠାରୁ ତାଙ୍କର ସାହାଯ୍ୟ ଆବଶ୍ୟକ ହେବ, ସେ ବିଷୟରେ ତାଙ୍କୁ ସାହାଯ୍ୟ କରିବ; କାରଣ ସେ ନିଜେ ମଧ୍ୟ ଅନେକଙ୍କର ଓ ମୋ' ନିଜର ଉପକାର କରିଅଛନ୍ତି । 3 ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋହର ସହକର୍ମୀ ପ୍ରୀସ୍କା ଓ ଆକ୍ୱିଲାଙ୍କୁ ନମସ୍କାର ଜଣାଅ; 4 ସେମାନେ ମୋହର ପ୍ରାଣ ନିମନ୍ତେ ଆପଣା ଆପଣା ପ୍ରାଣକୁ ବିପଦଗ୍ରସ୍ତ କଲେ; କେବଳ ମୁଁ ଯେ ସେମାନଙ୍କୁ ଧନ୍ୟବାଦ ଦେଉଅଛି, ତାହା ନୁହେଁ, କିନ୍ତୁ ଅଣଯିହୂଦୀମାନଙ୍କ ମଣ୍ଡଳୀସମୂହ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଦେଉଅଛନ୍ତି; 5 ଆଉ ସେମାନଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ । ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଆସିଆର ପ୍ରଥମ ଫଳ ସ୍ୱରୂପ । 6 ମରିୟମଙ୍କୁ ନମସ୍କାର ଜଣାଅ, ସେ ତୁମ୍ଭମାନଙ୍କ ନିମନ୍ତେ ବହୁ ପରିଶ୍ରମ କରିଥିଲେ । 7 ମୋହର ସ୍ୱଜାତୀୟ ଓ ସହବନ୍ଦୀ ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର ଜଣାଅ; ସେମାନେ ପ୍ରେରିତମାନଙ୍କ ମଧ୍ୟରେ ବିଖ୍ୟାତ ଓ ମୋହର ପୂର୍ବରେ ସୁଦ୍ଧା ଖ୍ରୀଷ୍ଟଙ୍କ ଆଶ୍ରିତ ହୋଇଅଛନ୍ତି । 8 ପ୍ରଭୁଙ୍କଠାରେ ମୋହର ପ୍ରିୟ ଆମ୍ପ୍ଳିୟାତାଙ୍କୁ ନମସ୍କାର ଜଣାଅ । 9 ଖ୍ରୀଷ୍ଟଙ୍କ ସେବାରେ ଆମ୍ଭମାନଙ୍କ ସହକର୍ମୀ ଉର୍ବାଣଙ୍କୁ ଓ ମୋହର ପ୍ରିୟ ସ୍ତାଖୁଙ୍କୁ ନମସ୍କାର ଜଣାଅ । 10 ଖ୍ରୀଷ୍ଟଙ୍କଠାରେ ପରୀକ୍ଷାସିଦ୍ଧ ଆପେଲ୍ଲାଙ୍କୁ ନମସ୍କାର ଜଣାଅ । ଆରିସ୍ତବୂଲଙ୍କ ପରିବାରସ୍ଥ ଲୋକମାନଙ୍କୁ ନମସ୍କାର ଜଣାଅ । 11 ମୋହର ସ୍ୱଜାତୀୟ ହେରୋଦୀୟୋନଙ୍କୁ ନମସ୍କାର ଜଣାଅ । ନାର୍କିସଙ୍କ ପରିବାର ମଧ୍ୟରେ ଯେଉଁମାନେ ପ୍ରଭୁଙ୍କ ଆଶ୍ରିତ ଅଛନ୍ତି, ସେମାନଙ୍କୁ ନମସ୍କାର ଜଣାଅ । 12 ପ୍ରଭୁଙ୍କ କାର୍ଯ୍ୟରେ ପରିଶ୍ରମ କରୁଥିବା କ୍ରୁଫେଣା ଓ କ୍ରୁଫୋସାଙ୍କୁ ନମସ୍କାର ଜଣାଅ । ପ୍ରିୟ ପର୍ଶିଙ୍କୁ ନମସ୍କାର ଜଣାଅ, ସେ ପ୍ରଭୁଙ୍କ କାର୍ଯ୍ୟରେ ବହୁ ପରିଶ୍ରମ କରିଅଛନ୍ତି । 13 ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋର ମାତା ସ୍ୱରୂପ । 14 ଅସୁଙ୍କ୍ରିତ, ଫ୍ଳେଗୋନ୍‍, ହର୍ମୀସ୍‍, ପାତ୍ରବା, ହର୍ମୀସ୍‍, ଆଉ ସେମାନଙ୍କ ସାଙ୍ଗରେ ଥିବା ଭାଇମାନଙ୍କୁ ନମସ୍କାର ଜଣାଅ । 15 ଫିଲଲଗ ଓ ଯୂଲିଅ, ନୀରୂସ୍‍ ଓ ତାଙ୍କ ଭଗ୍ନୀ; ପୁଣି, ଅଲୁମ୍ପା ଓ ସେମାନଙ୍କ ସାଙ୍ଗରେ ଥିବା ସମସ୍ତ ସାଧୁଙ୍କୁ ନମସ୍କାର ଜଣାଅ । 16 ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର । ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ।

17 ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି; 18 କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି । 19 ଯେଣୁ ତୁମ୍ଭମାନଙ୍କ ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଅଛି; ଅତଏବ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, କିନ୍ତୁ ତୁମ୍ଭେମାନେ ଯେପରି ସତ୍ ବିଷୟରେ ଜ୍ଞାନୀ ଓ ଅସତ୍‍ ବିଷୟରେ ଅମାୟିକ ହୁଅ, ଏହା ମୋହର ଇଚ୍ଛା । 20 ଆଉ ଶାନ୍ତିଦାତା ଈଶ୍ୱର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ । ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ । 21 ମୋହର ସହକର୍ମୀ ତୀମଥି, ପୁଣି, ମୋହର ସ୍ୱଜାତୀୟ ଲୂକୀୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । 22 ଏହି ପତ୍ର ଲେଖକ ଯେ ମୁଁ ତର୍ତ୍ତୀୟ, ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛି । 23 ମୋହର ଓ ସମସ୍ତ ମଣ୍ଡଳୀର ଆତିଥ୍ୟକାରୀ ଗାୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । ଏହି ନଗରର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭାଇ କ୍ୱାର୍ତ୍ତ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । 24 [ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ । ଆମେନ୍‍ ।] 25 ଯେଉଁ ଈଶ୍ୱର ମୋହର ସୁସମାଚାର ଓ ଯୀଶୁଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍‍ ଯେଉଁ ନିଗୂଢ଼ତତ୍ତ୍ୱ ପ୍ରାଚୀନ କାଳରୁ ଗୁପ୍ତ ଥିଲା,

26 ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ୱରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ଜାତୀୟ ଲୋକଙ୍କ ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି, 27 ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ୱରଙ୍କ ଗୌରବ ହେଉ । ଆମେନ୍‍ ।



Translation Questions

Romans 16:1

ପାଉଲଙ୍କ ନିମନ୍ତେ ଭଉଣୀ ଫୈବୀ କ'ଣ ହୋଇଅଛନ୍ତି ?

ଭଉଣୀ ଫୈବୀ ପାଉଲଙ୍କର ଜଣେ ସାହାଯ୍ୟକାରୀ, ଏବଂ ଅନ୍ୟ କେତେକ ଲୋକମାନଙ୍କର ମଧ୍ୟ ହୋଇଅଛନ୍ତି [୧୬:୧-୨]।

Romans 16:3

ଅତୀତରେ ପ୍ରୀସ୍କିଲା ଓ ଆକ୍ୱିଲା ପାଉଲଙ୍କ ନିମନ୍ତେ କ'ଣ କରିଅଛନ୍ତି ?

ଅତୀତରେ ପ୍ରୀସ୍କିଲା ଓ ଆକ୍ୱିଲା ପାଉଲଙ୍କ ନିମନ୍ତେ ସେମାନଙ୍କର ଜୀବନକୁ ବିପଦଗ୍ରସ୍ତ କରିଥିଲେ [୧୬:୪]।

ରୋମର କେଉଁ ସ୍ଥାନରେ ବିଶ୍ଵାସୀମାନେ ଏକତ୍ରୀତ ହେଉଅଛନ୍ତି ?

ରୋମର ବିଶ୍ଵାସୀମାନେ ପ୍ରୀସ୍କିଲା ଓ ଆକ୍ୱିଲାଙ୍କ ଗୃହରେ ଏକତ୍ରୀତ ହେଉଅଛନ୍ତି [୧୬:୫]।

Romans 16:6

ଅତୀତରେ ଆନ୍ଦ୍ରନିକ ଓ ଯୂନିୟା କେଉଁ ଅନୁଭବରେ ପାଉଲଙ୍କ ସହିତ ସହଭାଗୀ ହୋଇଅଛନ୍ତି ?

ଅତୀତରେ ଆନ୍ଦ୍ରନିକ ଓ ଯୂନିୟା ପାଉଲଙ୍କ ସହିତ ସହବନ୍ଦୀ ହୋଇଅଛନ୍ତି [୧୬:୭]।

Romans 16:15

ବିଶ୍ଵାସୀମାନେ ପରସ୍ପରକୁ କିପରି ନମସ୍କାର କରନ୍ତି ?

ପବିତ୍ର ଚୁମ୍ବନ ସହ ପରସ୍ପରକୁ ବିଶ୍ଵାସୀମାନେ ନମସ୍କାର କରନ୍ତି [୧୬:୧୬]।

Romans 16:17

କେତେକ ଲୋକମାନେ କ'ଣ କରୁଅଛନ୍ତି, ଯାହା ଦଳ ଓ ବିଘ୍ନର କାରଣ ହେଉଅଛି ?

କେତେକ ଲୋକମାନେ ପାଇଥିବା ଶିକ୍ଷାର ବାହାରେ ଯାଇ, ସରଳହୃଦୟ ଲୋକମାନଙ୍କ ମନକୁ ଭୁଲାନ୍ତି [୧୬:୧୭-୧୮]।

ଯେଉଁ ଲୋକମାନେ ଦଳ ଓ ବିଘ୍ନର କାରଣ ସେମାନଙ୍କ ସହିତ କ'ଣ କରିବାକୁ ବିଶ୍ଵାସୀମାନଙ୍କୁ କହନ୍ତି ?

ଯେଉଁମାନେଙ୍କ ଦଳ ଓ ବିଘ୍ନର କାରଣ ସେମାନଙ୍କଠାରୁ ପୃଥକ ହେବାକୁ ପାଉଲ ବିଶ୍ଵାସୀମାନଙ୍କୁ କହନ୍ତି [୧୬:୧୭]।

Romans 16:19

ସତ୍ ଓ ଅସତ୍ ବିଷୟ ପ୍ରତି ବିଶ୍ଵାସୀମାନଙ୍କର ମନୋଭାବ କିପରି ହେବାକୁ ପାଉଲ ଚାହାନ୍ତି ?

ବିଶ୍ଵାସୀମାନଙ୍କୁ ସତ୍ ବିଷୟ ପ୍ରତି ଜ୍ଞାନୀ, ଏବଂ ଅସତ୍ ବିଷୟ ପ୍ରତି ଅମାୟିକ ହେବାକୁ ପାଉଲ ଚାହାନ୍ତି [୧୬:୧୯]।

ଶାନ୍ତିଦାତା ଈଶ୍ଵର ଶୀଘ୍ର କ'ଣ କରିବେ ?

ଶାନ୍ତିଦାତା ଈଶ୍ଵର ବିଶ୍ଵାସୀମାନଙ୍କ ପାଦ ତଳେ ଶୀଘ୍ର ଶୟତାନକୁ ଦଳିପକାଇବେ [୧୬:୨୦]।

Romans 16:21

ପ୍ରକୃତରେ ଏହି ପତ୍ରକୁ କିଏ ଲେଖିଥିଲେ ?

ଏହି ପତ୍ରକୁ ତର୍ତ୍ତୀୟ ଲେଖିଥିଲେ [୧୬:୨୨]।

Romans 16:23

ବିଶ୍ଵାସୀ ଏରାଷ୍ଟଙ୍କ ବୃତ୍ତି କ'ଣ ଅଟେ ?

ବିଶ୍ଵାସୀ ଏରାଷ୍ଟ ନଗରର କୋଷାଧ୍ୟକ୍ଷ ଅଟନ୍ତି [୧୬:୨୩]।

Romans 16:25

କେଉଁ ପ୍ରକାଶନ ପୂର୍ବରୁ ଗୁପ୍ତ ହୋଇ ରହିଥିଲା ଯାହା ବର୍ତ୍ତମାନ ପାଉଲ ପ୍ରଚାର କରୁଅଛନ୍ତି ?

ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ପ୍ରକାଶନ ବର୍ତ୍ତମାନ ପାଉଲ ପ୍ରଚାର କରୁଅଛନ୍ତି [୧୬:୨୫-୨୬]।

କେଉଁ ଉଦ୍ଦେଶ୍ୟ ନିମନ୍ତେ ପାଉଲ ପ୍ରଚାର କରୁଅଛନ୍ତି ?

ସମସ୍ତ ବିଜାତିମାନେ ଯେପରି ବିଶ୍ଵାସ କରି ଆଜ୍ଞାବହ ହେବେ ସେଥିପାଇଁ ପାଉଲ ପ୍ରଚାର କରୁଅଛନ୍ତି [୧୬:୨୬]।


Book: 1 Corinthians

1 Corinthians

Chapter 1

1 ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଆହୂତ ଜଣେ ପ୍ରେରିତ, ଓ ଭ୍ରାତା ସୋସ୍ଥିନା, 2 କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ ନିକଟକୁ; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ, 3 ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ ।

4 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କୁ ଦିଆଯାଇଥିବା ଈଶ୍ୱରଙ୍କ ଯେଉଁ ଅନୁଗ୍ରହ, ସେଥିନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ବିଷୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି, 5 କାରଣ ତାହାଙ୍କଠାରେ ସମସ୍ତ ବିଷୟରେ, ବିଶେଷତଃ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମ୍ଭେମାନେ ଧନବାନ ହୋଇଅଛ; 6 ଏହି ପ୍ରକାରେ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି । 7 ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହଦାନର ଊଣା ପଡ଼ୁ ନାହଁ; 8 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ । 9 ଈଶ୍ୱର ବିଶ୍ୱାସ୍ୟ, ଯାହାଙ୍କ ଦ୍ୱାରା ତୁମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କ ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୂତ ହୋଇଅଛ ।

10 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମ୍ଭେମାନେ ସମସ୍ତେ ଏକ କଥା କୁହ, ଆଉ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମ୍ଭେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ । 11 କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ବନ୍ଧରେ ମୋ' ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି । 12 ମୋ' କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହିି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କୈଫାଙ୍କର , ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର । 13 ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି ? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା ? କିମ୍ବା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ ? 14 କାଳେ ତୁମ୍ଭେମାନେ ମୋହର ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହିବ, 15 ଏଥିପାଇଁ କ୍ରୀଷ୍ପ ଓ ଗାୟ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କାହାରିକି ବାପ୍ତିସ୍ମ ଦେଇ ନାହିଁ ବୋଲି ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ । 16 ଆଉ ସ୍ତିଫାନଙ୍କ ପରିଜନଙ୍କୁ ମଧ୍ୟ ବାପ୍ତିସ୍ମ ଦେଇଅଛିନ୍ତ ଏହାଛଡ଼ା ମୁଁ ଆଉ କାହାରିକି ବାପ୍ତିସ୍ମ ଦେଇଅଛି ବୋଲି ମୋର ମନେ ପଡ଼ୁ ନାହିଁ । 17 କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କଲେ ନାହିଁ, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ; ତାହା ମଧ୍ୟ ବାକ୍ୟ ଆଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶ ବ୍ୟର୍ଥ ହୁଏ ।

18 କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ । 19 ଯେଣୁ ଏହା ଲେଖା ଅଛି, "ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା, ଆଉ ବୁଦ୍ଧିମାନମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା "। 20 ଜ୍ଞାନୀ କାହିଁ ? ଶାସ୍ତ୍ରୀ କାହିଁ ? ଏହି ଯୁଗର ତାର୍କିକ କାହିଁ ? ଈଶ୍ୱର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରି ନାହାଁନ୍ତି ? 21 କାରଣ ଈଶ୍ୱରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ୱାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ । 22 କାରଣ ଯିହୂଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍‍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି, 23 କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୂଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୂଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ, 24 କିନ୍ତୁ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନସ୍ୱରୂପ ଅଟନ୍ତି । 25 ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ । 26 କାରଣ, ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ୱାନ ବିଷୟ ଭାବି ଦେଖ, ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୂତ ହୋଇ ନାହାଁନ୍ତି; 27 କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମୁରେ ଗର୍ବ ନ କରେ, 28 ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟସବୁ ମନୋନୀତ କଲେ, ପୁଣି, ବଳବାନ ବିଷୟସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କଲେ, 29 ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ୱର ଜଗତର ନୀଚ ଓ ତୁଚ୍ଛ ବିଷୟଗୁଡ଼ିକ, ହଁ, ନଗଣ୍ୟ ବିଷୟଗୁଡ଼ିକ ମନୋନୀତ କଲେ । 30 କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ୱରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍‍, ଧାର୍ମିକତା, ପବିତ୍ରତା ଓ ମୁକ୍ତିସ୍ୱରୂପ ହୋଇଅଛନ୍ତି । 31 ଅତଏବ, ଯେପରି ଲେଖା ଅଛି, "ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ ।"



Translation Questions

1 Corinthians 1:1

କିଏ ପାଉଲଙ୍କୁ ଆହ୍ୱାନ କଲେ ଏବଂ ସେ କଣ ହେବା ନିମନ୍ତେ ଆହ୍ୱାନ କଲେ ?

ଯୀଶୁ ଖ୍ରୀଷ୍ଟ ପାଉଲଙ୍କୁ ଜଣେ ପ୍ରେରିତ ହେବା ନିମନ୍ତେ ଆହ୍ୱାନ କଲେ |[୧:୧]

ପାଉଲ କରିନ୍ଥୀସ୍ଥ ମଣ୍ଡଳୀ ନିମନ୍ତେ ଆମ୍ଭମାନଙ୍କ ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ କଣ ଗ୍ରହଣ କରିବାକୁ ଇଛା କରନ୍ତି?

ପାଉଲଙ୍କ ଇଛା ଯେ ସେମାନେ ଯେପରି ଆମ୍ଭମାନଙ୍କ ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଏବଂ ଶାନ୍ତି ପାଆନ୍ତି [୧:୩].

1 Corinthians 1:4

କିପରି ଈଶ୍ୱର କରିନ୍ଥୀସ୍ଥ ମଣ୍ଡଳୀକୁ ଧନୀ କରି ଗଢିଛନ୍ତି?

ଈଶ୍ୱର ସେମାନଙ୍କୁ ଧନବାନ ଭାବେ ସବୁ କ୍ଷେତ୍ରରେ,ଯେପରି ବାକ୍ୟରେ ଏବଂ ସମସ୍ତ ଜ୍ଞାନ ସହ ଗଢିଛନ୍ତି | [୧:୫].

1 Corinthians 1:7

କରନ୍ଥୀୟ ମଣ୍ଡଳୀରେ କଣ ଅଭାବ ନ ଥିଲା?

ସେମାନଙ୍କର କୌଣସି ଆତ୍ମିକ ଦାନର ଅଭାବ ନ ଥିଲା [୧:୭]|

କାହିଁକି ଈଶ୍ୱର କରନ୍ଥୀୟ ମଣ୍ଡଳୀକୁ ଶେଷ ପର୍ଯ୍ୟନ୍ତ ବଳ ଯୋଗାଇବେ ?

ସେ ଏପରି କରିବେ ଯେପରି ସେମାନେ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିନରେ ଅନିନ୍ଦନୀୟ ହେବେ [୧:୫]|

1 Corinthians 1:10

ପାଉଲ କଣ କରିବାକୁ କରନ୍ଥୀ ମଣ୍ଡଳୀକୁ ଦାବି କରନ୍ତି?

ଉ ପାଉଲ ସେମାନଙ୍କୁ ସମସ୍ତ ବିଷୟ ନିମନ୍ତେ ଦାବି କରନ୍ତି ଏବଂ ଯେଉଁଠି କୌଣସି ଦଳଭେଦ ସେମାନଙ୍କର ନ ଥିବ, ଏବଂ ସେମାନେ ଗୋଟିଏ ମନ ଓ ଏକ ଉଦ୍ଦେଶ୍ୟରେ ଏକାଠି ମିଳିତ ହେବେ [୧:୧୦]|

ଖ୍ଲୟୀଙ୍କ ଲୋକମାନେ ପାଉଲଙ୍କୁ କଣ ଜଣାଇଲେ ?

ଖ୍ଲୟୀଙ୍କ ଲୋକମାନେ ପାଉଲଙ୍କୁ ଜଣାଇଲେ ଯେ କରନ୍ଥୀ ମଣ୍ଡଳୀର ଭାଇମାନଙ୍କ ମଧ୍ୟରେ ବାଦବିବାଦ ବଢିଥିଲା [୧:୧୧]|

1 Corinthians 1:12

ପାଉଲ ବିଭକ୍ତ ଗୁଡିକର ଅର୍ଥ କଣ ବୁଝନ୍ତି?

ପାଉଲ ଏହା ବୁଝନ୍ତି : ପ୍ରତ୍ୟେକେ ତୁମ୍ଭେମାନେ କୁହ ଯେ, “ମୁଁ ପାଉଲଙ୍କର,” ଆଉ “ମୁଁ ଆପଲ୍ଲଙ୍କର ,” ଆଉ “ମୁଁ କେଫାଙ୍କର,” ଆଉ “ମୁଁ ଖ୍ରୀଷ୍ଟଙ୍କର |” [୧:୧୨]|

1 Corinthians 1:14

ପାଉଲ କାହିଁକି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଯେ, ସେ ସେମାନଙ୍କ ମଧ୍ୟରୁ କେବଳ କ୍ରୀଷ୍ପ ଓ ଗାୟଙ୍କ ବ୍ୟତୀତ ଅନ୍ୟ କାହାରିକୁ ବାପ୍ତିସ୍ମ ଦେଇନାହାନ୍ତି?

ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେବାର କାରଣ ଯେ,ସେମାନେ ପାଉଲଙ୍କ ନାମରେ ବାପ୍ତିଜିତ ହେଲେ ବୋଲି କହିବାର କୌଣସି କାରଣ ନାହିଁ [୧:୧୪-୧୫]|

1 Corinthians 1:17

ଖ୍ରୀଷ୍ଟ କଣ କରିବାକୁ ପାଉଲଙ୍କୁ ପଠାଇଥିଲେ ?

ଖ୍ରୀଷ୍ଟ ପାଉଲଙ୍କୁ ସୁସମାଚାର ପ୍ରଚାର କରିବାକୁ ପଠାଇଥିଲେ[୧:୧୭]|

1 Corinthians 1:18

ଯେଉଁମାନେ ମରୁଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ କଣ ଅଟେ?

ଯେଉଁମାନେ ମରୁଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ ମୂର୍ଖତା ଅଟେ [୧:୧୮]|

ଯେଉଁମାନେ ପରିତ୍ରାଣ ପାଇଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ କଣ ଅଟେ?

ଯେଉଁମାନେ ପରିତ୍ରାଣ ପାଇଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ ଏକ ଈଶ୍ୱରଙ୍କ ଶକ୍ତି ଅଟେ [୧:୧୮]|

1 Corinthians 1:20

ଜଗତର ଜ୍ଞାନକୁ ଈଶ୍ୱର କିପରି ଭାବେ ପ୍ରକାଶ କରିଅଛନ୍ତି?

ଜଗତର ଜ୍ଞାନକୁ ଈଶ୍ୱର ମୂର୍ଖତାରେ ପ୍ରକାଶ କରିଅଛନ୍ତି [୧:୨୦]|

ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର କାହିଁକି ସନ୍ତୁଷ୍ଟ ହୁଅନ୍ତି ?

ଏହିପରି କରିବା ଦ୍ୱାରା ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି କାରଣ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିଲା ନାହିଁ [୧:୨୧]|

1 Corinthians 1:26

କେତେ ଜଣଙ୍କୁ ଯିଏ ସଂସାରିକ ମତାନୁସାରେ କେତେକ ଜ୍ଞାନୀ ବା କ୍ଷମତାପନ୍ନ ବା କୂଳୀନ ମାନଙ୍କୁ ଈଶ୍ୱର ଆହ୍ୱାନ କଲେ କି ?

ଈଶ୍ୱର ଅନେକଙ୍କୁ ଆହ୍ୱାନ କଲେ ନାହିଁ ଯେଉଁମାନେ ସେମାନଙ୍କ ସଦୃଶ ଥିଲେ [୧:୨୧]|

ଈଶ୍ୱର କାହିଁକି ଜଗତର ତୁଚ୍ଛ ବିଷୟ ଗୁଡିକୁ ଏବଂ କାହିଁକି ଜଗତର ଦୁର୍ବଳ ବିଷୟ ଗୁଡିକୁ ମନୋନୀତ କଲେ ?

ସେ ଜ୍ଞାନୀମାନଙ୍କୁ ଲଜ୍ଜା ଦେବାକୁ ଏବଂ ବଳବାନ୍ ମାନଙ୍କୁ ଲଜ୍ଜା ଦେବାକୁ ଏହା କଲେ [୧:୨୭]|

1 Corinthians 1:28

ଈଶ୍ୱର କାହିଁକି ଏପରି କଲେ ଯେ, କେହି ହେଲେ ତାଙ୍କ ସମ୍ମୁଖରେ ଦର୍ପ କରିବା ନିମନ୍ତେ କାରଣ ପାଇ ନ ପାରେ?

ଈଶ୍ୱର, ଯାହା ନୀଚ ଏବଂ ଜଗତର ଘୃଣ୍ୟ ବିଷୟକୁ ଏବଂ ଏପରି ବିଷୟ ଗୁଡିକୁ ମନୋନୀତ କରନ୍ତି ଯାହା ନଗଣ୍ୟ [୧:୨୮-୨୯] |

1 Corinthians 1:30

କାହିଁକି ବିଶ୍ୱାସୀମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିଲେ ?

ଈଶ୍ୱର ଯାହା କରିଥିବା କାରଣରୁ ସେମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିଲେ [୧:୩୦]|

କଣ ଖ୍ରୀଷ୍ଟ ଯୀଶୁ ଆମ ପାଇଁ ହେଲେ?

ସେ ଆମ ପାଇଁ ଈଶ୍ୱରଙ୍କଠାରୁ ଜ୍ଞାନ ଅର୍ଥାତ୍ ଧାର୍ମିକତା,ପବିତ୍ରତା ଓ ମୁକ୍ତିସ୍ୱରୂପ ହେଲେ [୧:୩୦]|

ଯଦି ଆମେ ଗର୍ବ କରୁ, କେଉଁ ବିଷୟରେ ଆମେ ଗର୍ବ କରିବା ଉଚିତ ?

ଯଦି କେହି ଗର୍ବ କରେ, ପ୍ରଭୁଙ୍କଠାରେ ଗର୍ବ କରୁ [୧:୩୧]|


Chapter 2

1 ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇଥିଲି, ସେତେବେଳେ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ । 2 କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି । 3 ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି; 4 ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ୱରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ, 5 ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣ- ଯୁକ୍ତ ହୋଇଥିଲା ।

6 ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, 7 ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ । 8 ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାଁନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ; 9 କିନ୍ତୁ ଯେପରି ଲେଖା ଅଛି, "ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି" । 10 କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି । 11 କାରଣ ମନୁଷ୍ୟର ବିଷୟସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ ? ସେହିପରି ମଧ୍ୟ ଈଶ୍ୱରଙ୍କ ବିଷୟସବୁ ଈଶ୍ୱରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ । 12 ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ । 13 ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନର ଶିକ୍ଷା ଦ୍ୱାରା ବାକ୍ୟରେ କହି ନ ଥାଉ, ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ । 14 କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହି ସବୁ ତାହା ନିକଟରେ ମୂର୍ଖତା, ପୁଣି, ସେ ସେହି ସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ । 15 ମାତ୍ର ଯେ ଆତ୍ମିକମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତା'ର ବିଚାର କରେ ନାହିଁ । 16 କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ ? କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ ।



Translation Questions

1 Corinthians 2:1

କେଉଁ ଅବସ୍ଥାରେ ପାଉଲ, କରିନ୍ଥୀୟମାନଙ୍କ ନିକଟକୁ ଆସି; ସେ ଈଶ୍ୱରଙ୍କ ଗୁପ୍ତ ସତ୍ୟତା ଘୋଷଣା କଲେ ?

ପାଉଲ, ଯେତେବେଳେ ଈଶ୍ୱରଙ୍କ ଗୁପ୍ତ ସତ୍ୟତା ଘୋଷଣା କଲେ; ସେ ପ୍ରବୀଣ ପ୍ରବକ୍ତା ବା ଜ୍ଞାନ ସହ ଆସି ନ ଥିଲେ [୨:୧]|

ପାଉଲ, କଣ ଜାଣିବାକୁ ଚିନ୍ତା କଲେ, ଯେତେବେଳେ ସେ କରିନ୍ଥୀୟ ମାନଙ୍କ ମଧ୍ୟରେ ଥିଲେ ?

ପାଉଲ, କେବଳ ଯୀଶୁ ଖ୍ରୀଷ୍ଟ ଏବଂ ତାଙ୍କ କୃଶାର୍ପିତ ଛଡା ଅନ୍ୟ କିଛି ଜାଣିବାକୁ ଚିନ୍ତା କଲେ ନାହିଁ [୨:୨]|

1 Corinthians 2:3

କାହିଁକି ବାକ୍ୟର ଜ୍ଞାନରେ ପ୍ରଭାବିତ ନ କରି ବରଂ ପାଉଲଙ୍କ ବାକ୍ୟ ଏବଂ ତାଙ୍କର ଆତ୍ମା ଓ ଶକ୍ତି ସହିତ ପ୍ରଦର୍ଶନ କରି ପ୍ରଚାର କଲେ?

ଏହା ଏପରି ହେଲା ଯେ, ସେମାନଙ୍କ ବିଶ୍ୱାସ ମନୁଷ୍ୟମାନଙ୍କର ଜ୍ଞାନରେ ନ ହୋଇ କିନ୍ତୁ ଈଶ୍ୱରଙ୍କ ଶକ୍ତିରେ ସ୍ଥାପିତ ହେଲା [୨:୪-୫]|

1 Corinthians 2:6

ପାଉଲ କେଉଁ ଜ୍ଞାନ ପ୍ରୟୋଗ କରି, ସେମାନଙ୍କ ସହ କଥା ହେଲେ ?

ଉ . ସେମାନେ ଐଶ୍ୱରିକ ଜ୍ଞାନରେ ଯାହାକି ଗୁପ୍ତ ସତ୍ୟ ତଥା ଗୁପ୍ତ ଜ୍ଞାନ ଦ୍ୱାରା ଯେ, ଆମ୍ଭର ଗୌରବମୟ ସମୟ ପୂର୍ବରୁ ଈଶ୍ୱରଙ୍କ ଯୋଜନା ମଧ୍ୟରେ କଥା କହିଲେ [୨:୭]|

1 Corinthians 2:8

ଯଦି ପାଉଲଙ୍କ ସମୟରେ ରାଜାଗଣ ଐଶ୍ୱରିକ ଜ୍ଞାନ ଜାଣିଥିଲେ, କଣ ସେମାନେ କରି ନ ଥିଲେ ?

ଯଦି ପାଉଲଙ୍କ ସମୟରେ ରାଜାଗଣ ଐଶ୍ୱରିକ ଜ୍ଞାନ ଜାଣିଥିଲେ, ସେମାନେ କୃଶାର୍ପିତ ପ୍ରଭୁଙ୍କ ଗୌରବକୁ ପ୍ରକାଶ କଲେ ନାହିଁ [୨:୮]|

1 Corinthians 2:10

ପାଉଲ ଏବଂ ତାହାଙ୍କ ସହିତ ସେମାନେ କିପରି ଐଶ୍ୱରିକ ଜ୍ଞାନ ଜାଣିଲେ?

ଈଶ୍ୱର,ସେମାନଙ୍କୁ ସମସ୍ତ ବିଷୟ ଗୁଡ଼ିକୁ ଆତ୍ମାଙ୍କ ଦ୍ୱାରା ପ୍ରକାଶିତ କଲେ [୨:୧୦]|

କିଏ ଈଶ୍ୱରଙ୍କ ନିଗୁଢତତ୍ତ୍ୱ ଜାଣନ୍ତି ?

କେବଳ ଈଶ୍ୱରଙ୍କ ଆତ୍ମା ହିଁ ଈଶ୍ୱରଙ୍କ ନିଗୁଢତତ୍ତ୍ୱ ଜାଣନ୍ତି [୨:୧୧]|

1 Corinthians 2:12

କେଉଁ ଗୋଟିଏ କାରଣରୁ ପାଉଲ ଏବଂ ତାହାଙ୍କ ସହ ଯେଉଁମାନେ ଥିଲେ, ସେମାନେ ଈଶ୍ୱରଙ୍କଠାରୁ ଆଗତ ଆତ୍ମା ଗ୍ରହଣ କଲେ ?

ସେମାନେ ଈଶ୍ୱରଙ୍କଠାରୁ ଆଗତ ଆତ୍ମା ଗ୍ରହଣ କଲେ ଯେପରି ଆମ୍ଭକୁ ବିନା ମୂଲ୍ୟରେ ଈଶ୍ୱରଦତ୍ତ ବିଷୟରେ ସେମାନେ ଜାଣିପାରିବେ [2:12]|

1 Corinthians 2:14

ଯିଏ ଆତ୍ମିକମନା ନୁହେଁ ସେ କାହିଁକି ଯେ ଈଶ୍ୱରଙ୍କ ଆତ୍ମା ଅନ୍ତର୍ଭୁକ୍ତ ବିଷୟରେ ଗ୍ରହଣ ବା ଜାଣି ପାରନ୍ତି ନାହିଁ ?

ଯେଉଁ ବ୍ୟକ୍ତି ଆତ୍ମିକମନା ନୁହେଁ ସେ ସେହି ସବୁ ଗ୍ରହଣ କରି ପାରେ ନାହିଁ କାରଣ ତାହା ନିମନ୍ତେ ସେସବୁ ନିର୍ବୋଧତା ଅଟେ ଏବଂ ସେ ତାହା ସବୁ ଜାଣି ପାରେ ନାହିଁ କାରଣ ସେମାନେ ଆତ୍ମିକ ଭାବେ ଅଜ୍ଞାନ ଅଟେ [୨:୧୪]|

ପାଉଲ କହନ୍ତି ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କଲେ, କାହାର ମନ ପରି ହେଲେ?

ପାଉଲ କହିଲେ, ସେମାନେ ଖ୍ରୀଷ୍ଟଙ୍କ ମନ ପରି ହେଲେ [୨:୧୬]|


Chapter 3

1 ହେ ଭାଇମାନେ, ମୁଁ ଆତ୍ମିକମନା ଲୋକଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହି ପାରିଲି ନାହିଁ, କିନ୍ତୁ ଶାରୀରିକ ଲୋକମାନଙ୍କୁ ଓ ଖ୍ରୀଷ୍ଟଙ୍କଠାରେ ଶିଶୁମାନଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହିଲି । 2 ମୁଁ ତୁମ୍ଭମାନଙ୍କୁ ଦୁଗ୍ଧ ପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ, କାରଣ ତୁମ୍ଭେମାନେ ତାହା ଗ୍ରହଣ କରିବାକୁ ସମର୍ଥ ନ ଥିଲ, ଆଉ ଏବେ ମଧ୍ୟ ସମର୍ଥ ହୋଇ ନାହଁ, 3 ଯେଣୁ, ଏପର୍ଯ୍ୟନ୍ତ ତୁମ୍ଭେମାନେ ଶାରୀରିକ ଅଟ। କାରଣ ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମ୍ଭେମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁ ନାହଁ ? 4 ଯେହେତୁ ଯେତେବେଳେ ଜଣେ କୁହେ, ମୁଁ ପାଉଲଙ୍କର, ପୁଣି, ଆଉ ଜଣେ କୁହେ, ମୁଁ ଆପଲ୍ଲଙ୍କର, ସେତେବେଳେ ତୁମ୍ଭେମାନେ କି ଶାରୀରିକ ନୁହଁ ? 5 ଆପଲ୍ଲ କିଏ ? ପାଉଲ ବା କିଏ ? ସେମାନେ ତ ସେବକମାତ୍ର, ଯେଉଁମାନଙ୍କ ଦ୍ୱାରା, ପ୍ରତ୍ୟେକକୁ ପ୍ରଭୁ ଯେପରି ଦେଇଅଛନ୍ତି, ତଦନୁସାରେ ତୁମ୍ଭେମାନେ ବିଶ୍ୱାସ କରିଅଛ । 6 ମୁଁ ରୋପଣ କରିଅଛି, ଆପଲ୍ଲ ଜଳ ସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରିଅଛନ୍ତି । 7 ଅତଏବ, ଯେ ରୋପଣ କରେ କିମ୍ବା ଯେ ଜଳ ସେଚନ କରେ, ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ୱର, ସେ ସାର । 8 ଯେ ରୋପଣ କରେ ଓ ଯେ ସେଚନ କରେ, ସେ ଦୁହେଁ ଏକ, କିନ୍ତୁ ପ୍ରତ୍ୟେକ ଜଣ ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବ । 9 କାରଣ ଆମ୍ଭେମାନେ ଈଶ୍ୱରଙ୍କ ସହକର୍ମୀ ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର, ଈଶ୍ୱରଙ୍କ ଗୃହ । 10 ମୋତେ ଦିଆଯାଇଥିବା ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି, ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରୁଅଛି। କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି, ସେ ସମ୍ବନ୍ଧରେ ସାବଧାନ ହେଉ । 11 କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି, ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରି ପାରେ ନାହିଁ, ସେହି ଭିତ୍ତିମୂଳ ଯୀଶୁ ଖ୍ରୀଷ୍ଟ । 12 କିନ୍ତୁ ଯଦି କେହି ସେହି ଭିତ୍ତିମୂଳ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ଛଣ ଦେଇ ନିର୍ମାଣ କରେ, 13 ତାହାହେଲେ ପ୍ରତ୍ୟେକ ଜଣର କର୍ମ କି ପ୍ରକାର, ତାହା ପ୍ରକାଶ ପାଇବ, କାରଣ ସେହି ଦିନ ତାହା ପ୍ରକାଶ କରିବ, ଯେଣୁ ସେହି ଦିନ ଅଗ୍ନି ସହିତ ପ୍ରକାଶିତ ହେବ, ଆଉ ପ୍ରତ୍ୟେକ ଲୋକର କର୍ମ କି ପ୍ରକାର, ସେହି ଅଗ୍ନି ପରୀକ୍ଷା କରିବ । 14 ଯେ ଯାହା ନିର୍ମାଣ କରିଅଛି, ତା'ର ସେହି କର୍ମ ଯଦି ରହିବ, ତେବେ ସେ ପୁରସ୍କାର ପାଇବ; 15 ଯଦି କାହାରି କର୍ମ ପୋଡ଼ିଯିବ, ତା'ର କ୍ଷତି ହେବ, ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲାପରି ହେବ । 16 ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି; 17 ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ୱର ତାକୁ ନଷ୍ଟ କରିବେ କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ । 18 କେହି ଆପଣାକୁ ପ୍ରବଞ୍ଚନା ନ କରୁ । ଯଦି କୌଣସି ଲୋକ ଏହି ଯୁଗରେ ତୁମ୍ଭମାନଙ୍କ ମଧ୍ୟରେ ଆପଣାକୁ ଜ୍ଞାନୀ ବୋଲି ମନେ କରେ, ତେବେ ସେ ଯେପରି ଜ୍ଞାନୀ ହୋଇ ପାରେ, ଏଥିପାଇଁ ସେ ମୂର୍ଖ ହେଉ । 19 କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା । ଯେଣୁ ଲେଖା ଅଛି," ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୂର୍ତ୍ତତାରେ ଧରନ୍ତି"; 20 ପୁନଶ୍ଚ, "ଜ୍ଞାନୀମାନଙ୍କର ତର୍କବିତର୍କ ଅସାର ବୋଲି ପ୍ରଭୁ ଜାଣନ୍ତି" । 21 ଅତଏବ, କେହି ମନୁଷ୍ୟଠାରେ ଗର୍ବ ନ କରୁ; 22 କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର ପାଉଲ କୁହ କି ଆପଲ୍ଲ କୁହ କି କୈଫା କୁହ, ଜଗତ କୁହ କି ଜୀବନ କୁହ କି ମରଣ କୁହ, ବର୍ତ୍ତମାନ ବିଷୟ କୁହ କି ଭବିଷ୍ୟତ ବିଷୟ କୁହ, ସମସ୍ତ ହିଁ ତୁମ୍ଭମାନଙ୍କର, 23 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ପୁଣି, ଖ୍ରୀଷ୍ଟ ଈଶ୍ୱରଙ୍କର ।



Translation Questions

1 Corinthians 3:1

କାହିଁକି ପାଉଲ କହନ୍ତି, ସେ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ଆତ୍ମିକମନା ବୋଲି କହି ପାରିଲେ ନାହିଁ ?

ପାଉଲ ସେମାନଙ୍କୁ ଆତ୍ମିକମନା ବୋଲି କହି ପାରିଲେ ନାହିଁ କାରଣ ସେମାନେ ଏପର୍ଯ୍ୟନ୍ତ ଶାରିରୀକ, ଇର୍ଷା ସହିତ ଏବଂ ସେମାନଙ୍କ ମଧ୍ୟରେ ଦାମ୍ଭିକତାରେ ଭରି ଥିଲେ [୩:୧,୩]|

1 Corinthians 3:3

ପାଉଲ କିଏ ଥିଲେ ଏବଂ ଅପୋଲ୍ଲୋ କିଏ ଥିଲେ?

ସେମାନେ ଦାସମାନେ, ପ୍ରଭୁଙ୍କ ସହକର୍ମୀମାନେ ଯାହାଙ୍କ ଦ୍ୱାରା କରିନ୍ଥୀୟମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ [୩:୫,୯]|

1 Corinthians 3:6

କିଏ ବୃଦ୍ଧି କରନ୍ତି?

ଈଶ୍ୱର ବୃଦ୍ଧି କରନ୍ତି [୩:୭]|

1 Corinthians 3:10

ଭିତ୍ତିମୂଳ ମାନେ କଣ?

ଯୀଶୁ ଖ୍ରୀଷ୍ଟ ଭିତ୍ତିମୂଳ ଅଟନ୍ତି [୩:୧୧]|

1 Corinthians 3:12

ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଭିତ୍ତିମୂଳ ଉପରେ ସ୍ଥାପିତ କରେ, ତାହାର କାର୍ଯ୍ୟରେ କଣ ଘଟିବ ?

ତାହାର କାର୍ଯ୍ୟ ଦିବା ଆଲୋକରେ ଏବଂ ଅଗ୍ନିରେ ପ୍ରକାଶିତ ହେବ[୩:୧୨-୧୩]|

ଗୋଟିଏ ବ୍ୟକ୍ତିର କାର୍ଯ୍ୟକୁ ଅଗ୍ନି କଣ କରିବ ?

ଅଗ୍ନି ପ୍ରତ୍ୟେକ ଜଣର ସମ୍ପାଦନ କାର୍ଯ୍ୟର ଗୁଣକୁ ପ୍ରକାଶିତ କରିବ [୩:୧୩]|

1 Corinthians 3:14

କଣ ଘଟିବ, ଯଦି କିଛି ଜଣେ ବ୍ୟକ୍ତି କିଛି ତିଆରି କରି ଅଗ୍ନିରେ ଅଟକି ରହେ?

ସେହି ବ୍ୟକ୍ତି ଗୋଟିଏ ପୁରସ୍କାର ଗ୍ରହଣ କରିବ [୩:୧୪]|

ଜଣେ ବ୍ୟକ୍ତି, ଯାହାର କାର୍ଯ୍ୟ ନଷ୍ଟ ହୁଏ, କଣ ଘଟିବ ?

ସେହି ବ୍ୟକ୍ତି କ୍ଷତି ସହିବେ ଯଦିଓ ଅଗ୍ନି ମଧ୍ୟଦେଇ ସୁରକ୍ଷା ପାଏ,କିନ୍ତୁ ସେ ନିଜେ ଉଦ୍ଧାର ପାଇବେ [୩:୧୫]|

1 Corinthians 3:16

ଆମ୍ଭେ କିଏ ଏବଂ ଯୀଶୁ ଖ୍ରୀଷ୍ଟଠାରେ ବିଶ୍ୱାସୀ ଭାବେ ଆମ ମଧ୍ୟରେ କଣ ବଞ୍ଚି ରହେ ?

ଆମେ ଈଶ୍ୱରଙ୍କ ମନ୍ଦିର ଅଟୁ ଏବଂ ଈଶ୍ୱରଙ୍କ ଆତ୍ମା ଆମ ମାନଙ୍କ ମଧ୍ୟରେ ବାସ କରନ୍ତି [୩:୧୬]|

ଯଦି କେହି ଈଶ୍ୱରଙ୍କ ମନ୍ଦିର ନଷ୍ଟ କରେ କଣ ଘଟିବ ?

ଯିଏ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ଈଶ୍ୱର ସେହି ବ୍ୟକ୍ତିକୁ ନଷ୍ଟ କରନ୍ତି [୩:୧୭].

1 Corinthians 3:18

ସେମାନଙ୍କୁ ପାଉଲ କଣ କହନ୍ତି ଯିଏ ସେ ସମୟରେ ତାଙ୍କୁ ଜ୍ଞାନୀ ବୋଲି ଭାବନ୍ତି ?

ପାଉଲ କହନ୍ତି, "....ସେ ଗୋଟିଏ ବୋକା ପରି ହୁଅନ୍ତୁ ଯେପରି ସେ ଜ୍ଞାନୀରେ ପରିଣତ ହେବେ |” [୩:୧୮]|

ଜ୍ଞାନର କାରଣ ସମ୍ବନ୍ଧରେ ପ୍ରଭୁ କଣ ଜାଣନ୍ତି ?

ପ୍ରଭୁ ଜ୍ଞାନର କାରଣ ସମ୍ବନ୍ଧରେ ବୃଥା ବୋଲି ଜାଣନ୍ତି [୩:୨୦]|

1 Corinthians 3:21

ପାଉଲ କାହିଁକି କରିନ୍ଥୀୟର ବିଶ୍ୱାସୀମାନଙ୍କୁ ଲୋକମାନଙ୍କ ବିଷୟରେ ଗର୍ବ ଦମନ ପାଇଁ କହନ୍ତି ?

ସେ ସେମାନଙ୍କୁ ଗର୍ବ ଦମନ ପାଇଁ କହିଲେ ," ସମସ୍ତ ଜିନିଷ ତୁମର ଅଟେ", ଏବଂ କାରଣ, "........ ତୁମେ ଖ୍ରୀଷ୍ଟଙ୍କର, ଏବଂ ଖ୍ରୀଷ୍ଟ ଈଶ୍ୱରଙ୍କର ଅଟନ୍ତି "| [୩:୨୧-୨୩]|


Chapter 4

1 ଲୋକେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କର ପରିଚାରକ, ପୁଣି, ଈଶ୍ୱରଙ୍କ ନିଗୂଢ଼ତତ୍ତ୍ୱର ଭଣ୍ଡାରଘରିଆ ବୋଲି ମନେ କରନ୍ତୁ । 2 ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ । 3 କିନ୍ତୁ ତୁମ୍ଭମାନଙ୍କ ଦ୍ୱାରା କିମ୍ବା କୌଣସି ଲୌକିକ ବିଚାରସଭା ଦ୍ୱାରା ବିଚାରିତ ହେବା ମୋ' ପକ୍ଷରେ ଅତି ସାମାନ୍ୟ ବିଷୟ, ଏପରିକି ମୁଁ ନିଜେ ସୁଦ୍ଧା ନିଜର ବିଚାର କରେ ନାହିଁ । 4 କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ, ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ନାହିଁ କିନ୍ତୁ ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ । 5 ତେଣୁ, ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି, ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ ସେତେବେଳେ ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ପ୍ରଶଂସା ପାଇବ । 6 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ଶିକ୍ଷା ନିମନ୍ତେ ଏହି ସବୁ କଥା ମୋ' ନିଜକୁ ଓ ଆପଲ୍ଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ଯାହା' ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ', ଏହା ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା କର, ପୁଣି, ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ । 7 କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି ? ଆଉ, ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇ ନାହଁ, ଏପରି ତୁମ୍ଭର କ'ଣ ଅଛି ? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ ? 8 ଇତିମଧ୍ୟରେ ତୁମ୍ଭେମାନେ କ'ଣ ପରିତୃପ୍ତ ହୋଇଗଲଣି ? ଇତିମଧ୍ୟରେ ତୁମ୍ଭେମାନେ କ'ଣ ଧନବାନ ହୋଇଗଲଣି ? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କଅଣ ରାଜା ହୋଇଅଛ ? ହଁ, ତୁମ୍ଭେମାନେ ରାଜା ହୋଇଥିଲେ ଭଲ ହୋଇଥାଆନ୍ତା, ଯେପରି ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରି ପାରିଥାଆନ୍ତୁ । 9 କାରଣ ମୋହର ମନେ ହୁଏ, ପ୍ରେରିତ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ଈଶ୍ୱର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ । 10 ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ । 11 ଏସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ, ପୁଣି, ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ 12 ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ, ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ, 13 ଅପବାଦିତ ହୋଇ ମିଳନର କଥା କହୁଅଛୁ; ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା, ସମସ୍ତଙ୍କର କଳଙ୍କ ସ୍ୱରୂପ ହୋଇଅଛୁ ।

14 ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି ସମସ୍ତ ବିଷୟ ଲେଖୁ ନାହିଁ, କିନ୍ତୁ ମୋହର ପ୍ରିୟ ସନ୍ତାନ ବୋଲି ମନେ କରି ତୁମ୍ଭମାନଙ୍କୁ ଚେତନା ଦେବା ନିମନ୍ତେ ଏହି ସମସ୍ତ ଲେଖୁଅଛି । 15 କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ଦଶ ସହସ୍ର ଶିକ୍ଷକ ଥାଆନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାଁନ୍ତି; କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି । 16 ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ । 17 ଏଥିସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ପଠାଇଅଛି, ସେ ପ୍ରଭୁଙ୍କଠାରେ ମୋହର ପ୍ରିୟ ଓ ବିଶ୍ୱସ୍ତ ପୁତ୍ର; ଯେପରି ମୁଁ ସର୍ବତ୍ର ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମ୍ଭମାନଙ୍କୁ ମୋହର ଖ୍ରୀଷ୍ଟୀୟ ଆଚରଣ ସମସ୍ତ ସ୍ମରଣ କରାଇବେ । 18 ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି ନାହିଁ ବୋଲି ମନେ କରି କେହି କେହି ଗର୍ବରେ ପୂର୍ଣ୍ଣ ହୋଇଅଛନ୍ତି । 19 କିନ୍ତୁ ଯଦି ପ୍ରଭୁ ଇଚ୍ଛା କରନ୍ତି, ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଯିବି; ପୁଣି, ଯେଉଁମାନେ ଗର୍ବ କରୁଅଛନ୍ତି, ସେମାନଙ୍କର ବାକ୍ୟ ନୁହେଁ, କିନ୍ତୁ ଶକ୍ତି ବୁଝିନେବି ! 20 କାରଣ ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ନୁହେଁ, ମାତ୍ର ଶକ୍ତିରେ ପ୍ରକାଶ ପାଏ । 21 ତୁମ୍ଭମାନଙ୍କର ଇଚ୍ଛା କ'ଣ ? ମୁଁ ବେତ ଘେନି ତୁମ୍ଭମାନଙ୍କ ପାଖକୁ ଯିବି ନା ପ୍ରେମ ଘେନି ଓ ମୃଦୁତାର ଆତ୍ମା ଘେନିଯିବି ?



Translation Questions

1 Corinthians 4:1

ପାଉଲ କିପରି କହିଲେ କରିନ୍ଥୀୟମାନେ ପାଉଲ ଏବଂ ତାଙ୍କ ସହଯୋଗୀମାନଙ୍କୁ ସମ୍ମାନ ଦେବା ଉଚିତ ?

କରିନ୍ଥୀୟମାନେ ସେମାନଙ୍କୁ ଖ୍ରୀଷ୍ଟଙ୍କ ସେବକ ରୂପେ ତଥା ଈଶ୍ୱରଙ୍କ ନିଗୂଢ ତତ୍ତ୍ୱର ଭଣ୍ଡାରଘରିଆ ଭାବେ ସମ୍ମାନ ଦେବା ଉଚିତ [୪:୧]|

ଏକ ଭଣ୍ଡାରଘରିଆର କେଉଁ ଗୋଟିଏ ନିତାନ୍ତ ବିଷୟ ଆବଶ୍ୟକ ଅଟେ?

ଭଣ୍ଡାରଘରିଆମାନେ ନିଶ୍ଚିତ ବିଶ୍ୱସ୍ତ ହେବା ଆବଶ୍ୟକ [୪:୨]|

1 Corinthians 4:3

ପାଉଲ କହନ୍ତି, କିଏ ତାଙ୍କର ବିଚାର କରନ୍ତି ?

ପାଉଲ କହନ୍ତି, ପ୍ରଭୁ ତାଙ୍କର ବିଚାର କରନ୍ତି [୪:୪]|

1 Corinthians 4:5

ପ୍ରଭୁ କଣ କରିବେ ଯେତେବେଳେ ସେ ଆସନ୍ତି ?

ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକୁ ଆଲୋକରେ ଦେଖାଇବେ ପୁଣି ହୃଦୟର ସଂକଳ୍ପସବୁ ପ୍ରକାଶ କରିବେ [୪:୫]|

1 Corinthians 4:6

କାହିଁକି ପାଉଲ ଏହି ନୀତିଗୁଡିକ ନିଜ ନିମନ୍ତେ ପୁଣି ଆପଲ୍ଲଙ୍କ ନିମନ୍ତେ ଲାଗୁ କଲେ ?

ପାଉଲ କରିନ୍ଥୀୟର ବିଶ୍ୱାସୀମାନଙ୍କ ନିମନ୍ତେ ଏହା ଯେପରି ସେମାନେ କହିବାର ଅର୍ଥ ଶିଖିବେ,"ଯାହା ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ", ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ [୪:୬]|

1 Corinthians 4:8

ପାଉଲ କାହିଁକି ଚାହାଁନ୍ତି, କରିନ୍ଥୀୟର ବିଶ୍ୱାସୀମାନେ ରାଜତ୍ତ୍ୱ କରନ୍ତୁ ?

ପାଉଲ ଚାହାଁନ୍ତି ସେମାନେ ରାଜତ୍ତ୍ୱ କଲେ ଯେପରି ପାଉଲ ଏବଂ ତାଙ୍କର ସହଯୋଗୀମାନଙ୍କ ସହ ରାଜତ୍ତ୍ୱ କରିପାରିଥାନ୍ତେ [୪:୮]|

1 Corinthians 4:10

ପାଉଲଙ୍କ ତିନୋଟି ପଦ୍ଧତି କଣ ଅଟେ ଯାହାକି ପାଉଲ ନିଜ ସହିତ ସହଯୋଗୀ ମାନଙ୍କ ସହ କରିନ୍ଥୀୟ ବିଶ୍ୱାସୀମାନଙ୍କ ଅସମତା ରହିଛି ?

ପାଉଲ କହନ୍ତି,"ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିବାନ |ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ | ତୁମ୍ଭେମାନେ ଗୌରବପ୍ରାପ୍ତ,କିନ୍ତୁ ଆମ୍ଭେମାନେ ଅନାଦୃତ [୪:୧୦]|

ପାଉଲ କିପରି ପ୍ରେରିତମାନଙ୍କ ଶରୀର ଅବସ୍ଥା ବର୍ଣ୍ଣନା କଲେ ?

ପାଉଲ କହିଲେ ସେମାନେ କ୍ଷୁଧିତ ଏବଂ ତୃଷିତ,ବସ୍ତ୍ରହୀନ,ପ୍ରହାରିତ ପୁଣି ନିରାଶ୍ରୟ ହେଲେ [୪:୧୧]|

1 Corinthians 4:12

ପାଉଲ ଏବଂ ତାଙ୍କର ସହଯୋଗୀମାନେ ଯେତେବେଳେ ସେମାନେ ମନ୍ଦ ବ୍ୟବହାର କଲେ, କିପରି ପ୍ରତିବାଦ କଲେ ?

ଯେତେବେଳେ ସେମାନେ ତିରସ୍କାର କଲେ, ସେମାନେ ଆଶୀର୍ବାଦ କଲେ |ଯେତେବେଳେ ସେମାନେ ତାଡନା କଲେ,ସେମାନେ ସହ୍ୟ କଲେ |ଯେତେବେଳେ ସେମାନେ ଅପବାଦ କଲେ,ସେମାନେ ଦୟାବହି କଥା ହେଲେ [୪:୧୨]|

1 Corinthians 4:14

କାହିଁକି କରିନ୍ଥୀୟର ବିଶ୍ୱାସୀମାନଙ୍କୁ ଏହିସବୁ ବିଷୟଗୁଡ଼ିକୁ ପାଉଲ ଲେଖିଲେ ?

ସେ ସେମାନଙ୍କୁ ତାଙ୍କର ପ୍ରିୟ ସନ୍ତାନ ମନେ କରି, ଚେତନା ଦେବା ନିମନ୍ତେ ଲେଖିଲେ [୪:୧୪]|

ପାଉଲ କରିନ୍ଥୀୟର ବିଶ୍ୱାସୀମାନଙ୍କୁ କାହାର ଅନୁକାରୀ ହେବା ପାଇଁ କହନ୍ତି?

ପାଉଲ ସେମାନଙ୍କୁ ତାଙ୍କର ଅନୁକାରୀ ହେବା ପାଇଁ କହନ୍ତି [୪:୧୬]|

1 Corinthians 4:17

ଏହା କଣ ଥିଲା ଯେ ପାଉଲ ତୀମଥିଙ୍କୁ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ମନ ପକାଇବାକୁ ପଠାଇଲେ ?

ପାଉଲଙ୍କ ଖ୍ରୀଷ୍ଟୀୟ ଆଚରଣ ବିଷୟରେ ବିଶ୍ୱାସୀମାନଙ୍କୁ ସ୍ମରଣ କରାଇବା ନିମନ୍ତେ ପାଉଲ ତୀମଥିଙ୍କୁ କରିନ୍ଥକୁ ପଠାଇଲେ [୪:୧୭]|

କେତେକ କରିନ୍ଥୀୟ ବିଶ୍ୱାସୀମାନ କିପରି ଅଭିନୟ କଲେ?

ସେମାନଙ୍କ ମଧ୍ୟରୁ କେତେକ ଗର୍ବ କଲେ, ଯେପରି ପାଉଲ ସେମାନଙ୍କ ନିକଟକୁ ଯିବେ ନାହିଁ [୪:୧୮]|

1 Corinthians 4:19

ଈଶ୍ୱରଙ୍କ ରାଜ୍ୟ କିଭଳି ପ୍ରକାଶ ପାଏ ?

ଈଶ୍ୱରଙ୍କ ରାଜ୍ୟ ଶକ୍ତିରେ ପ୍ରକାଶ ପାଏ [୪:୨୦]|


Chapter 5

1 ପ୍ରକୃତରେ ଶୁଣାଯାଉଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର, ଯାହାକି ଅଣଯିହୂଦୀମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି । 2 ପୁଣି, ଯେ ଏହି କର୍ମ କରିଅଛି, ସେ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଦୂର କରାଯାଏ, ଏଥି ନିମନ୍ତେ ଶୋକାର୍ତ୍ତ ନ ହୋଇ ବରଂ କି ଗର୍ବ କରୁଅଛ ? 3 କିନ୍ତୁ ମୁଁ ଶରୀରରେ ଅନୁପସ୍ଥିତ ହେଲେ ସୁଦ୍ଧା ଆତ୍ମାରେ ଉପସ୍ଥିତ ଥାଇ, ଯେ ଏହି ପ୍ରକାର କର୍ମ କରିଅଛି, ଉପସ୍ଥିତ ଥିଲା ପରି ପ୍ରଭୁ ଯୀଶୁଙ୍କ ନାମରେ ତାହାର ବିଚାର କରିସାରିଅଛି, 4 ଅର୍ଥାତ୍‍, ତୁମ୍ଭେମାନେ ଓ ମୋହର ଆତ୍ମା ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଶକ୍ତି ସହକାରେ ସମବେତ ହୋଇ ଏହା ସ୍ଥିର କରିଅଛୁ ଯେ, 5 ଏପରି ଲୋକକୁ ଶରୀରର ବିନାଶ ନିମନ୍ତେ ଶୟତାନର ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁ ଯୀଶୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ । 6 ତୁମ୍ଭମାନଙ୍କର ଏପରି ଗର୍ବ କରିବା ଭଲ ନୁହେଁ । ତୁମ୍ଭେମାନେ କି ଜାଣ ନାହିଁ ଯେ, ଅଳ୍ପ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ ? 7 ତୁମ୍ଭେମାନେ ତ ଖମୀରଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇ ପାର, ଏଥିପାଇଁ ପୁରୁଣା ଖମୀର ବାହାର କରିପକାଅ; କାରଣ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ, ଅର୍ଥାତ୍‍ ଖ୍ରୀଷ୍ଟ, ମଧ୍ୟ ବଳୀକୃତ ହୋଇଅଛନ୍ତି । 8 ଅତଏବ ଆସ, ଆମ୍ଭେମାନେ ପୁରାତନ ଖମୀର କିଅବା ଦୁଷ୍ଟତା ଓ କୁକର୍ମରୂପ ଖମୀର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟରୂପ ଖମୀରଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ । 9 ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବା ପାଇଁ ମୁଁ ତୁମ୍ଭମାନଙ୍କୁ ମୋହର ପତ୍ରରେ ଲେଖିଥିଲି; 10 ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମାପୂଜକମାନଙ୍କ ସହିତ ଯେ ଆଦୌ ସମ୍ପର୍କ ନ ରଖିବ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରିଯିବାକୁ ପଡ଼ିବ; 11 କିନ୍ତୁ ମୋହର ଲେଖିବାର ଭାବ ଏହା ଥିଲା ଯେ, ଯଦି କୌଣସି ଲୋକ ଭ୍ରାତା ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ କି ଧନଲୋଭୀ କି ପ୍ରତିମାପୂଜକ କି ନିନ୍ଦକ କି ମତୁଆଳ କି ପରଦ୍ରବ୍ୟ ଲୁଣ୍ଠନକାରୀ ହୁଏ, ତେବେ ଏପରିଲୋକ ସହିତ ସମ୍ପର୍କ ରଖ ନାହିଁ, ପୁଣି, ତାହା ସାଙ୍ଗରେ ଭୋଜନ ସୁଦ୍ଧା କର ନାହିଁ । 12 କାରଣ ବାହାର ଲୋକମାନଙ୍କର ବିଚାର କରିବାରେ ମୋହର କ'ଣ ଅଛି ? ଭିତରେ ଯେଉଁମାନେ ଅଛନ୍ତି, ସେମାନଙ୍କର ବିଚାର କି ତୁମ୍ଭେମାନେ କର ନାହିଁ ? 13 କିନ୍ତୁ ଯେଉଁମାନେ ବାହାରେ ଅଛନ୍ତି, ସେମାନଙ୍କ ବିଚାର ଈଶ୍ୱର କରିବେ । ସେହି ଦୁଷ୍ଟ ଲୋକକୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରିଦିଅ ।



Translation Questions

1 Corinthians 5:1

ପାଉଲ କେଉଁ ଖବର କରନ୍ଥୀସ୍ଥ ମଣ୍ଡଳୀ ବିଷୟରେ ଶୁଣିଲେ?

ପାଉଲ ଶୁଣିଲେ ଯେ, ସେଠାରେ ବ୍ୟଭିଚାର ଥିଲା | କେହି ଜଣେ ଆପଣା ପିତାର ଭାର୍ଯ୍ୟା ସହ ଶୋଉଥିଲେ [୫:୧]|

ପାଉଲ କହିଲେ, ସେହି ବ୍ୟକ୍ତିକୁ କଣ ନିଶ୍ଚିତ କରିବା ଉଚିତ ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ?

ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ସେମାନଙ୍କଠାରୁ ଦୂର କରାଯାଉ [୫:୨]|

1 Corinthians 5:3

କିପରି ଏବଂ କାହିଁକି ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ସେହି ବ୍ୟକ୍ତିକୁ ବହିଷ୍କୃତ କରିବା ଥିଲା ?

ଯେତେବେଳେ କରିନ୍ଥୀର ମଣ୍ଡଳୀ ପ୍ରଭୁ ଯୀଶୁଙ୍କ ନାମରେ ସମବେତ ହେଲେ, ସେମାନେ ସେହି ପାପୀ ବ୍ୟକ୍ତିକୁ ଶରୀରର ବିନାଶ ନିମନ୍ତେ ଶୟତାନ ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ [୫:୪-୫]|

1 Corinthians 5:6

ପାଉଲ କୁକର୍ମ ଏବଂ ଦୁଷ୍ଟତାକୁ କାହା ସହ ତୁଳନା କରନ୍ତି ?

ପାଉଲ ସେମାନଙ୍କୁ ଖମୀର ସହ ତୁଳନା କରନ୍ତି [୫:୮]|

ପାଉଲ ସରଳତା ଓ ସତ୍ୟ ନିମନ୍ତେ କେଉଁ ତୁଳନାତ୍ମକ କରନ୍ତି ?

ପାଉଲ ସରଳତା ଓ ସତ୍ୟ ନିମନ୍ତେ ଖମୀରଶୁନ୍ୟ ରୋଟୀ ବ୍ୟବହାର କରନ୍ତି [୫:୮]|

1 Corinthians 5:9

ପାଉଲ କାହାସହ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ନ ମିଶିବାକୁ କହିଲେ ?

ପାଉଲ ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବାକୁ ସେମାନଙ୍କୁ ଲେଖିଲେ [୫:୯]|

ସେମାନଙ୍କୁ ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବା ନିମନ୍ତେ ପାଉଲଙ୍କ କଣ ଅର୍ଥ ଥିଲା ?

ପାଉଲଙ୍କ ଅର୍ଥ ତାହା ନୁହଁ ଜଗତର ବ୍ୟଭିଚାରୀ | ତାହାହେଲେ ତୁମ୍ଭେମାନେ ଜଗତରୁ ବାହାରିଯିବାକୁ ପଡିବ [୫:୧୦]

ପାଉଲ କେଉଁ ଅର୍ଥରେ କାହାସହ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ନ ମିଶିବାକୁ କହିଲେ?

ତାଙ୍କ ଭାବ ସେମାନଙ୍କ ପ୍ରତି ପ୍ରକାଶ କରନ୍ତି କାହା ସହ ସମ୍ପର୍କ ନ ରଖିବା ଯିଏ ଖ୍ରୀଷ୍ଟରେ ଭାଇ କିମ୍ବା ଭଉଣୀ ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ,ଧନଲୋଭୀ, ନିନ୍ଦୁକ, ମତୁଆଳ,ପରଦ୍ରବ୍ୟ ଲୁଣ୍ଠନକାରୀ, କିମ୍ବା ପ୍ରତିମାପୂଜକ [୫:୧୦-୧୧]|

1 Corinthians 5:11

କେଉଁ ବିଶ୍ୱାସୀମାନଙ୍କର ବିଚାର କରିବାର ଅଛି ?

ଯେଉଁମାନେ ମଣ୍ଡଳୀ ଭିତରେ ଅଛନ୍ତି ସେମାନଙ୍କର ବିଚାର କରିବାର ଅଛି[୫:୧୨]|

ଯେଉଁମାନେ ମଣ୍ଡଳୀ ବାହାରେ ଅଛନ୍ତି ସେମାନଙ୍କର ବିଚାର କରିବାର ଅଛି ?

ଯେଉଁମାନେ ମଣ୍ଡଳୀ ବାହାରେ ଅଛନ୍ତି ସେମାନଙ୍କୁ ଈଶ୍ୱର ବିଚାର କରିବେ [୫:୧୩]|


Chapter 6

1 ତୁମ୍ଭମାନଙ୍କ ମଧ୍ୟରୁ କାହାରି ଅନ୍ୟ ଜଣକ ବିରୁଦ୍ଧରେ କଥା ଥିଲେ ସେ କି ବିଚାର ନିମନ୍ତେ ସାଧୁମାନଙ୍କ ନିକଟକୁ ନ ଯାଇ ଅଧାର୍ମିକମାନଙ୍କ ନିକଟକୁ ଯିବା ପାଇଁ ସାହସ କରେ ? 2 ଅବା ସାଧୁମାନେ ଯେ ଜଗତର ବିଚାର କରିବେ, ଏକଥା କି ତୁମ୍ଭେମାନେ ଜାଣ ନାହିଁ ? ଆଉ ଯଦି ଜଗତ ତୁମ୍ଭମାନଙ୍କ ଦ୍ୱାରା ବିଚାରିତ ହୁଏ, ତେବେ ତୁମ୍ଭେମାନେ କି ସାମାନ୍ୟ ସାମାନ୍ୟ ବିଷୟ ବିଚାର କରିବାକୁ ଅଯୋଗ୍ୟ ? 3 ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ ? 4 ତେବେ ଐହିକ ଜୀବନର କଥା ବା କ'ଣ ? ଅତଏବ, ଯଦି ବିଚାର ନିମନ୍ତେ ତୁମ୍ଭମାନଙ୍କର ଐହିକ ଜୀବନ ସମ୍ବନ୍ଧୀୟ କୌଣସି ବିଷୟ ଥାଏ, ତେବେ ମଣ୍ଡଳୀରେ ଯେଉଁମାନେ ନଗଣ୍ୟ, ସେମାନଙ୍କୁ କ'ଣ ବିଚାର କରିବା ନିମନ୍ତେ ନିଯୁକ୍ତ କର ? 5 ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ପାଇଁ ଏହା କହୁଅଛି । ଭାଇ ଭାଇ ମଧ୍ୟରେ ମୀମାଂସା କରିବାକୁ ସମର୍ଥ, ଏପରି କ'ଣ ଜଣେ ବୋଲି ଜ୍ଞାନୀ ଲୋକ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ନାହିଁ ? 6 ମାତ୍ର ଜଣେ ବିଶ୍ବାସୀ ଅନ୍ୟ ବିଶ୍ବାସୀ ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରେ, ତାହା ପୁଣି, ଅବିଶ୍ୱାସୀମାନଙ୍କ ନିକଟରେ ! 7 ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ । ବରଂ କାହିଁକି ଅନ୍ୟାୟ ସହୁ ନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ ? 8 କିନ୍ତୁ ତୁମ୍ଭେମାନେ ନିଜେ ନିଜେ ଅନ୍ୟାୟ ଓ କ୍ଷତି କରୁଅଛ, ପୁଣି, ତାହା ଭାଇମାନଙ୍କ ପ୍ରତି କରୁଅଛ । 9 ଅବା, ଅଧାର୍ମିକମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍‍ ଆଚାରୀ 10 କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ । 11 ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ ।

12 ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ । 13 ଖାଦ୍ୟ ଉଦର ନିମନ୍ତେ, ପୁଣି, ଉଦର ଖାଦ୍ୟ ନିମନ୍ତେ; କିନ୍ତୁ ଈଶ୍ୱର ଉଭୟକୁ ଲୋପ କରିବେ। ଶରୀର ବ୍ୟଭିଚାର ନିମନ୍ତେ ନୁହେଁ, କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ; 14 ଈଶ୍ୱର ପ୍ରଭୁଙ୍କୁ ଉଠାଇଲେ, ପୁଣି, ଆପଣା ଶକ୍ତି ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ଉଠାଇବେ । 15 ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି ? ତାହା କେବେ ହେଁ ନ ହେଉ । 16 କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ, ସେ ତାହା ସହିତ ଏକ ଶରୀର ହୁଏ, ଏହା କି ତୁମ୍ଭେମାନେ ଜାଣ ନାହିଁ ? କାରଣ ଉକ୍ତ ଅଛି, "ସେ ଦୁହେଁ ଏକାଙ୍ଗ ହେବେ"। 17 କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ । 18 ବ୍ୟଭିଚାରଠାରୁ ପଳାୟନ କର । ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ । 19 ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ; 20 କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର ।



Translation Questions

1 Corinthians 6:1

କିଏ ସାଧୁମାନଙ୍କ ବିଚାର କରିବେ?

ସାଧୁମାନେ ଜଗତର ତଥା ଦୂତମାନଙ୍କର ବିଚାର କରିବେ [୬:୨-୩]|

ପାଉଲ କଣ କହନ୍ତି କରନ୍ଥୀର ସାଧୁମାନଙ୍କୁ ବିଚାର କରିବାକୁ ଯୋଗ୍ୟ ଅଟନ୍ତି ?

ପାଉଲ କହନ୍ତି ସେମାନେ ଜଗତ ସମ୍ଭନ୍ଧୀୟ ବିଷୟଗୁଡିକ ସାଧୁମାନଙ୍କ ମଧ୍ୟରେ ବିଚାର କରିବାକୁ ଯୋଗ୍ୟ [୬:୧-୩]|

1 Corinthians 6:4

କରନ୍ଥୀୟର ଖ୍ରୀଷ୍ଟିଆନମାନେ ଆପଣା ଆପଣା ବାଦବିବାଦଗୁଡିକ କିପରି ସମାଧାନ କରନ୍ତି ?

ଗୋଟିଏ ବିଶ୍ୱାସୀ ଅନ୍ୟ ବିଶ୍ୱାସୀ ବିପକ୍ଷରେ ବିଚାରାଳୟକୁ ଯାଆନ୍ତି, ଏବଂ ଯେଉଁ ମକଦ୍ଦମା ବିଚାରପତି ଆଗେରେ ପଡ଼େ ଯିଏକି ଅବିଶ୍ୱାସୀ ଅଟନ୍ତି [୬:୬]|

1 Corinthians 6:7

କେଉଁ ଘଟଣା ଯେ କରନ୍ଥୀୟର ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ବିବାଦକୁ ଦର୍ଶାଏ ?

ଏହା ଦର୍ଶାଏ ଯେ ଏହା ସେମାନଙ୍କ ପରାଜିତ ଅଟେ [୬:୭]|

1 Corinthians 6:9

କିଏ ଇଶ୍ୱରଙ୍କ ରାଜ୍ୟ ଅଧିକାର କରିବ ନାହିଁ ?

ଅଧାର୍ମିକ; ବ୍ୟଭିଚାରୀ, ପ୍ରତିମା ପୂଜକ, ପରଦାରିକ, ପୁଂମୈଥୁନକାରୀ,ଚୋର,ଧନଲୋଭୀ,ମଦୁଆ,ନିନ୍ଦକ ଏବଂ ପରଦ୍ରବ୍ୟ ଲୁଣ୍ଠନକାରୀ ମାନେ ଈଶ୍ୱରଙ୍କ ରାଜ୍ୟ ଅଧିକାର କରିବେ ନାହିଁ [୬:୯-୧୦]|

କଣ ଘଟିଲା କରନ୍ଥୀୟର ବିଶ୍ୱାସୀମାନଙ୍କର ଯିଏ ପୂର୍ବରେ ଅଧାର୍ମିକତାରେ ଅଭ୍ୟସ୍ତ ଥିଲେ ?

ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ଓ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଧୌତ ଏବଂ ଧାର୍ମିକ ବୋଲି ଗଣିତ ହେଲେ [୬:୧୧]|

1 Corinthians 6:12

କେଉଁ ଦୁଇଟି ବିଷୟଗୁଡିକ ପାଉଲ କହନ୍ତି ସେ ତାଙ୍କ ବଶରେ ରଖିବା ନିମନ୍ତେ ଅନୁମତି ଦେବ ନାହିଁ ?

ପାଉଲ କହନ୍ତି ସେ ଖାଦ୍ୟ ବା ବ୍ୟଭିଚାର ଦ୍ୱାରା ବଶୀଭୂତ ହେବ ନାହିଁ [୬:୧୨-୧୩]|

1 Corinthians 6:14

ବିଶ୍ୱାସୀମାନଙ୍କର ଶରୀରଗୁଡିକ କେଉଁ ଅଙ୍ଗଗୁଡିକ ଅଟେ?

ସେମାନଙ୍କ ଶରୀରଗୁଡିକ ଖ୍ରୀଷ୍ଟଙ୍କ ଅଙ୍ଗଗୁଡିକ ଅଟେ [୬:୧୫]|

ବିଶ୍ୱାସୀମାନେ ବ୍ୟଭିଚାରରେ ଯୋଗଦେବା ଉଚିତ କି?

ନା | ଏହା କେବେ ହେବା ସମ୍ଭବ ନୁହେଁ [୬:୧୫]|

1 Corinthians 6:16

କଣ ଘଟେ ଯେତେବେଳେ ନିଜକୁ ଏକ ବେଶ୍ୟା ସହ ସଂଯୁକ୍ତ କରେ ?

ସେ ତାହା ସହ ଏକାଙ୍ଗ ହୁଏ [୬:୧୬]|

କଣ ଘଟେ ଯେତେବେଳେ ଜଣେ ପ୍ରଭୁଙ୍କ ସହ ସଂଯୁକ୍ତ ହୁଏ?

ସେ ତାହାଙ୍କ ସହ ଏକ ଆତ୍ମା ହୁଏ [୬:୧୭]|

1 Corinthians 6:18

କେଉଁ ଲୋକେ ଶରୀର ବିରୁଦ୍ଧରେ ପାପ କରେ ଯେତେବେଳେ ସେମାନେ ବ୍ୟଭିଚାର କରନ୍ତି?

ସେମାନେ ନିଜ ଶରୀର ବିରୁଦ୍ଧରେ ପାପ କରନ୍ତି ଯେତେବେଳେ ସେମାନେ ବ୍ୟଭିଚାର କରନ୍ତି [୬:୧୮]|

1 Corinthians 6:19

କାହିଁକି ବିଶ୍ୱାସୀମାନେ ନିଜ ଶରୀରରେ ଈଶ୍ୱରଙ୍କୁ ଗୌରବାନ୍ନିତ କରିବା ଉଚିତ ?

ସେମାନେ ନିଜ ଶରୀରରେ ଈଶ୍ୱରଙ୍କୁ ଗୌରବାନ୍ନିତ କରିବା ଉଚିତ କାରଣ ସେମାନଙ୍କ ଶରୀରଗୁଡିକ ପବିତ୍ର ଆତ୍ମାଙ୍କ ମନ୍ଦିର ଏବଂ ସେମାନେ ଗୋଟିଏ ମୁଲ୍ୟରେ କିଣା ଗଲେ [୬:୧୯-୨୦]|


Chapter 7

1 `ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ; 2 କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ । 3 ସ୍ୱାମୀ ସ୍ତ୍ରୀକୁ ତା'ର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତା'ର ପ୍ରାପ୍ୟ ଦେଉ । 4 ଭାର୍ଯ୍ୟାର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି । 5 ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍‍ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ । 6 କିନ୍ତୁ ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି ଏହା କହେ । 7 ତଥାପି, ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି, ଏହା ମୋହର ଇଚ୍ଛା । ମାତ୍ର କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ଦାନ ପାଇଅଛି । 8 କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ, ସେମାନେ ମୋ' ପରି ରହିଲେ ସେମାନଙ୍କ ପକ୍ଷରେ ଭଲ । 9 ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ । 10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀଠାରୁ ପୃଥକ୍ ନ ହେଉ, 11 (କିନ୍ତୁ ଯଦି ସେ ବିଭିନ୍ନ ହୁଏ, ତେବେ ସେ ଆଉ ବିବାହ ନ କରୁ, ଅଥବା ଆପଣା ସ୍ୱାମୀ ସହିତ ମିଳିତ ହେଉ), ପୁଣି, ସ୍ୱାମୀ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ । 12 କିନ୍ତୁ ଅନ୍ୟ ସମସ୍ତଙ୍କୁ ମୁଁ କହେ (ପ୍ରଭୁ କହନ୍ତି ନାହିଁ), ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ, ଆଉ ସେ ତା'ର ସହିତ ବାସ କରିବାକୁ ସମ୍ମତ ହୁଏ, ତାହାହେଲେ ସେ ତାକୁ ପରିତ୍ୟାଗ ନ କରୁ । 13 ପୁଣି, ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ, ଆଉ ସେ ତା'ର ସହିତ ବାସ କରିବାକୁ ସମ୍ମତ ହୁଏ, ସେ ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ । 14 କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ବାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ବାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅପବିତ୍ର ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର । 15 ତଥାପି ଯଦି ଅବିଶ୍ୱାସୀ ପୃଥକ ହେବାକୁ ଇଚ୍ଛା କରେ, ତେବେ ସେ ପୃଥକ୍ ହେଉ; ଏପରି ସ୍ଥଳେ ସେହି ଭାଇ ବା ଭଉଣୀ ଆବଦ୍ଧ ନୁହଁନ୍ତି; ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି । 16 ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କ'ଣ ଜାଣ ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କ'ଣ ଜାଣ ?

17 କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ୱର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ । 18 କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି ? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି ? ସେ ସୁନ୍ନତି ନ ହେଉ । 19 ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ୱରଙ୍କ ଆଜ୍ଞା ପାଳନ ହିଁ ସାର । 20 ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ସେଥିରେ ଥାଉ । 21 ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇ ପାର, ତେବେ ବରଂ ସୁଯୋଗ ଅବଲମ୍ବନ କର । 22 କାରଣ ଯେ ଦାସ ହୋଇ ପ୍ରଭୁଙ୍କଠାରେ ଆହୂତ ହୋଇଅଛି, ସେ ପ୍ରଭୁଙ୍କ ମୁକ୍ତ ଲୋକ; ସେହି ପ୍ରକାରେ ଯେ ମୁକ୍ତ ହୋଇ ଅାହୂତ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦାସ । 23 ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ, ମନୁଷ୍ୟର ଦାସ ହୁଅ ନାହିଁ । 24 ହେ ଭାଇମାନେ, ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ଈଶ୍ୱରଙ୍କ ସହଭାଗିତାରେ ସେହି ଅବସ୍ଥାରେ ଥାଉ ।

25 କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ; କିନ୍ତୁ ପ୍ରଭୁଙ୍କ ଅନୁଗ୍ରହରେ ବିଶ୍ୱାସପାତ୍ର ହୋଇ ନିଜର ମତ ଦେଉଅଛି । 26 ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ । 27 ତୁମ୍ଭେ କି ଭାର୍ଯ୍ୟା ସହିତ ଆବଦ୍ଧ ? ତେବେ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ। ତୁମ୍ଭେ କି ଭାର୍ଯ୍ୟାଠାରୁ ମୁକ୍ତ ? ତେବେ ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ । 28 କିନ୍ତୁ ଯଦି ତୁମ୍ଭେ ବିବାହ କରିଅଛ, ତାହାହେଲେ ସୁଦ୍ଧା ପାପ କରି ନାହଁ; ଆଉ ଯଦି କୁମାରୀ ବିବାହ କରିଅଛି, ତାହାହେଲେ ସେ ପାପ କରି ନାହିଁ। ତଥାପି ଏପରି ଲୋକେ ଶରୀରରେ କ୍ଳେଶ ଭୋଗିବେ ଆଉ ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଚ୍ଛା । 29 କିନ୍ତୁ ହେ ଭାଇମାନେ, ମୋ' କଥାର ଭାବ ଏହି, ସମୟ ଅତ୍ୟଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ । 30 ଆଉ, ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି ହୁଅନ୍ତୁ; ପୁଣି, ଯେଉଁମାନେ ଆନନ୍ଦ କରନ୍ତି, ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ; ଯେଉଁମାନେ କ୍ରୟ କରନ୍ତି, ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ; 31 ଆଉ, ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି, ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ; କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି । 32 କିନ୍ତୁ ତୁମ୍ଭେମାନେ ଯେପରି ଚିନ୍ତିତ ନ ହୁଅ, ଏହା ମୋହର ଇଚ୍ଛା । ଯେ ଅବିବାହିତ, ସେ କିପରି ପ୍ରଭୁଙ୍କର ସନ୍ତୋଷପାତ୍ର ହେବ, ଏଥିପାଇଁ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଏ; 33 କିନ୍ତୁ ଯେ ବିବାହିତ, ସେ କିପରି ଆପଣା ଭାର୍ଯ୍ୟାର ସନ୍ତୋଷପାତ୍ର ହେବ, ସେଥିପାଇଁ ସେ ସଂସାର ବିଷୟ ଘେନି ଚିନ୍ତିତ ହୁଏ, ଆଉ ତା'ର ମନ ବିଭକ୍ତ ହୁଏ । 34 ଅବିବାହିତ ସ୍ତ୍ରୀ ଓ କୁମାରୀ ଶରୀର ଓ ଆତ୍ମାରେ ପବିତ୍ର ହେବା ନିମନ୍ତେ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଅନ୍ତି; କିନ୍ତୁ ଯେ ବିବାହିତା, ସେ କିପରି ଆପଣା ସ୍ୱାମୀର ସନ୍ତୋଷପାତ୍ର ହେବ, ସେଥିପାଇଁ ସଂସାର ବିଷୟ ଘେନି ଚିନ୍ତିତ ହୁଏ । 35 ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି । 36 କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍‌ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ । 37 କିନ୍ତୁ ଯେ ହୃଦୟରେ ସ୍ଥିର ଥାଏ, ଆଉ ଆବଶ୍ୟକତା ବୋଧ ନ କରେ, ପୁଣି, ଯାହାର ଆପଣା ଇଚ୍ଛାନୁସାରେ କରିବାକୁ ଅଧିକାର ଥାଏ, ଆଉ ଯେ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ । 38 ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ । 39 ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ । 40 କିନ୍ତୁ ସେ ସେହିପରି ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ୱରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ ।



Translation Questions

1 Corinthians 7:1

କାହିଁକି ପ୍ରତ୍ୟେକ ପୁରୁଷର ନିଜର ସ୍ତ୍ରୀ ରହିବା ଉଚିତ ଏବଂ ପ୍ରତ୍ୟେକ ସ୍ତ୍ରୀର ନିଜର ପୁରୁଷ ରହିବା ଉଚିତ?

ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ସ୍ତ୍ରୀ ରହିବା ଉଚିତ ଏବଂ ପ୍ରତ୍ୟେକ ସ୍ତ୍ରୀର ନିଜର ପୁରୁଷ ରହିବା ଉଚିତ [୭:୨]|

1 Corinthians 7:3

ଜଣେ ସ୍ତ୍ରୀର ବା ପୁରୁଷ ସେମାନଙ୍କ ନିଜ ଶରୀର ଉପରେ ଅଧିକାର ରହେ କି?

ନା |ଜଣେ ପୁରୁଷର ତାର ନିଜ ସ୍ତ୍ରୀର ଶରୀର ଉପରେ ଅଧିକାର ରହେ ଏବଂ ସେହିପରି ସ୍ତ୍ରୀର ତାର ନିଜ ପୁରୁଷର ଶରୀର ଉପରେ ଅଧିକାର ରହେ [୭:୪]|

1 Corinthians 7:5

କେତେବେଳେ ଏହା ପ୍ରଯୁଜ୍ୟ ଜଣେ ସ୍ୱାମୀ ବା ସ୍ତ୍ରୀର ଇନ୍ଦ୍ରିୟ ଲାଳଶାରୁ ପରସ୍ପରଠାରୁ ବଞ୍ଚିତ ହୁଏ?

ଏହା ପ୍ରଯୁଜ୍ୟ ଯଦି ଦୁହେଁ ସ୍ୱାମୀ ବା ସ୍ତ୍ରୀ ଉଭୟ ଏକ ସମ୍ମତି ଅଟନ୍ତି ଏବଂ କିଛି କାଳ ପୃଥକ୍ ରହି ପାରନ୍ତି, ଯେପରି ସେମାନେ ପ୍ରାର୍ଥନାରେ ଅବକାଶ ପାଇ ପାରନ୍ତି [୭:୫]|

1 Corinthians 7:8

ପାଉଲ କଣ କହନ୍ତି ବିଧବାମାନଙ୍କ ପାଇଁ ଉତ୍ତମ ଏବଂ ଯିଏ ଅବିବାହିତ ଲୋକେ କିପରି କରିବ ?

ପାଉଲ କହନ୍ତି ଏହା ସେମାନଙ୍କ ନିମନ୍ତେ ଅବିବାହିତ ରହିବା ଉତ୍ତମ ଅଟେ [୭:୮]|

କେଉଁ ଅବସ୍ଥାରେ ଅବିବାହିତ ଏବଂ ବିଧବାମାନେ ବିବାହ କରିବେ ?

ସେମାନେ ବିବାହ କରିବା ଉଚିତ ଯଦି ସେମାନେ କାମନାରେ ଜଳିଲେ କିମ୍ବା ଇନ୍ଦ୍ରିୟ ଦମନ କରିପାରନ୍ତି ନାହିଁ [୭:୯]|

1 Corinthians 7:10

ଯେଉଁମାନେ ବିବାହିତ ସେମାନଙ୍କ ପ୍ରଭୁ କଣ ଆଦେଶ ଦିଅନ୍ତି?

ସ୍ତ୍ରୀ ତାଙ୍କ ସ୍ୱାମୀଠାରୁ ଅଲଗାହୋଇ ରହିବା ଉଚିତ ନୁହଁ |ଯଦି ସେ ତାର ସ୍ୱାମୀଠାରୁ ଅଲଗା ହୁଏ ତେବେ ସେ ଅବିବାହିତ ରହୁ ବା ତାହା ସହିତ ମିଳିତ ହେବା ଉଚିତ | ପୁଣି, ସ୍ୱାମୀ ତାର ସ୍ତ୍ରୀଙ୍କୁ ପରିତ୍ୟାଗ କରିବା ଉଚିତ ନୁହେଁ [୭:୧୦-୧୧]|

1 Corinthians 7:12

ଏକ ବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ତାଙ୍କର ଅବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ଙ୍କୁ ପରିତ୍ୟାଗ କରିବା ଉଚିତ କି?

ଯଦି ଅବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ଆପଣା ଆପଣା ସ୍ୱାମୀ ବା ସ୍ତ୍ରୀ ମାନଙ୍କ ସହିତ ବାସ କରିବାକୁ ସମ୍ମତ ହୁଏ, ତେବେ ବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ସେହି ଅବିଶ୍ୱାସୀଙ୍କୁ ପରିତ୍ୟାଗ କରିବା ଉଚିତ ନୁହେଁ [୭:୧୨-୧୩]|

1 Corinthians 7:15

ଯଦି ସେମାନଙ୍କ ଅବିଶ୍ୱାସୀ ସଙ୍ଗୀ ସହ ବିଚ୍ଛିନ୍ନ ହୁଏ,ଜଣେ ବିଶ୍ୱାସୀ ଭାବେ କଣ କରିବା ଉଚିତ?

ବିଶ୍ୱାସୀଟି ଅବିଶ୍ୱାସୀ ସଙ୍ଗୀକୁ ଯିବା ନିମନ୍ତେ ଅନୁମତି ଦେବ| [୭:୧୫]|

1 Corinthians 7:17

ପାଉଲ କେଉଁ ନିୟମ ସମସ୍ତ ମଣ୍ଡଳୀଗୁଡିକ ନିମନ୍ତେ ସ୍ଥିର କଲେ?

ନିୟମଟି ଥିଲା : ପ୍ରତ୍ୟେକଙ୍କୁ ପ୍ରଭୁ ଯେପରି ସେହିପରି ଜୀବନଯାପନ କରୁ ଦାୟିତ୍ତ୍ୱ ଦେଇଅଛନ୍ତି, ଏବଂ ଯେଉଁ ଅବସ୍ଥାରେ ସେମାନଙ୍କୁ ଆହ୍ୱାନ କରିଅଛନ୍ତି [୭:୧୭]|

ପାଉଲ ଅସୁନ୍ନତ ଏବଂ ସୁନ୍ନତଙ୍କୁ କେଉଁ ପରାମର୍ଶ ଦେଲେ ?

ପାଉଲ କହିଲେ ଅସୁନ୍ନତ ସୁନ୍ନତ ପରି ନ ହେବା ଉଚିତ ଏବଂ ସୁନ୍ନତ ସେମାନଙ୍କ ସୁନ୍ନତ ଚିହ୍ନଗୁଡିକୁ ବାହାର କରିବାକୁ ଚେଷ୍ଟା ନ କରିବା ଉଚିତ [୭:୧୮]

1 Corinthians 7:20

ପାଉଲ କ୍ରୀତଦାସ ବିଷୟରେ କଣ କହିଲେ?

ଯଦି ସେମାନେ କ୍ରୀତଦାସ ଥିଲେ ଯେତେବେଳେ ଈଶ୍ୱର ସେମାନଙ୍କୁ ଆହ୍ୱାନ କଲେ, ଏହା ଚିନ୍ତା କର ନାହିଁ , କିନ୍ତୁ ସେମାନେ ମୁକ୍ତ ହୋଇପାରନ୍ତି, ସେମାନେ ସେପରି କରିବା ଉଚିତ | ଯଦିଓ ସେମାନେ ଦାସମାନେ, ସେମାନେ ପ୍ରଭୁଙ୍କ ମୁକ୍ତ ଲୋକ | ସେମାନେ ମନୁଷ୍ୟମାନଙ୍କର କ୍ରୀତଦାସମାନଙ୍କ ପରି ହେବା ଉଚିତ ନୁହଁ [୭:୨୧-୨୩]|

1 Corinthians 7:25

କାହିଁକି ପାଉଲ ଭାବିଲେ ଗୋଟିଏ ଲୋକ ନିମନ୍ତେ ଏହା ଉତ୍ତମ ଥିଲା ଯିଏ କେବେ ବିବାହିତ ନ ଥିଲେ ଯେପରି ପାଉଲ ଥିଲେ ସେପରି ଅବିବାହିତ ରହନ୍ତୁ?

ପାଉଲ ଭାବିଲେ ଯେ ଆସନ୍ନ ଦୁର୍ଦ୍ଦଶା ହେତୁ ମନୁଷ୍ୟ ପାଇଁ ଅବିବାହିତ ରହିବା ଏହା ଉତ୍ତମ ଥିଲା [୭:୨୬]|

1 Corinthians 7:27

ବିଶ୍ୱାସୀମାନେ ଯଦି ଗୋଟିଏ ଭାର୍ଯ୍ୟା ସହିତ ଆବଦ୍ଧ ହୁଅନ୍ତି ସେମାନେ କଣ କରିବା ଉଚିତ?

ସେମାନେ ସେମାନଙ୍କର ଭାର୍ଯ୍ୟା ସହିତ ଆବଦ୍ଧ ହୋଇ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ [୭:୨୭]|

ପାଉଲ କାହିଁକି କହନ୍ତି ଯେଉଁମାନେ ଗୋଟିଏ ସ୍ତ୍ରୀଠାରୁ ବଞ୍ଚିତ ଅଟନ୍ତି ଏବଂ ଯେଉଁମାନେ ଅବିବାହିତ," ସେମାନେ ଭାର୍ଯ୍ୟା ପାଇବାକୁ ଚେଷ୍ଟା ନ କରିବା ଉଚିତ୍"|

ସେ କହନ୍ତି ଏହି କାରଣ ସେ ବିଭିନ୍ନ ପ୍ରକାରର ସମସ୍ୟାରୁ ଯେପରି ଯିଏ ବିବାହ କରି ଅତିବାହିତ ସମୟରେ ରକ୍ଷା ପାଇବା ନିମନ୍ତେ ଚାହିଁଲେ [୭:୨୮]|

1 Corinthians 7:29

କାହିଁକି ଯେଉଁମାନେ ଜଗତରେ ସମ୍ପର୍କ ରଖନ୍ତି ସତେ ଯେପରି ସେମାନଙ୍କର କୌଣସି ସମ୍ପର୍କ ତାହା ସହ ନାହିଁ?

ସେମାନେ ସେହି ପ୍ରକାରର ଅଭିନୟ କରିବା ଉଚିତ କାରଣ ଜଗତର ବିଷୟ ଶେଷ ହେବାକୁ ଆସୁଅଛି [୭:୩୧]|

1 Corinthians 7:32

ଯେଉଁ ଖ୍ରୀଷ୍ଟିଆନମାନଙ୍କ ପାଇଁ କାହିଁକି ଏହା କଷ୍ଟ ଅଟେ ଯେଉଁମାନେ ବିବାହିତ ପ୍ରଭୁଙ୍କ ବିଷୟରେ ଚିନ୍ତିତ ଅଟନ୍ତି ?

ଏହା କଠିନ ଅଟେ କାରଣ ଜଣେ ବିଶ୍ୱାସୀ ସ୍ୱାମୀ କିମ୍ବା ସ୍ତ୍ରୀ ସଂସାର ବିଷୟରେ ଚିନ୍ତିତ କିପରି ତାର ସ୍ତ୍ରୀ ବା ସ୍ୱାମୀକୁ ଖୁସି କରିବା [୭:୩୩-୩୪]|

1 Corinthians 7:36

ଯିଏ କୁମାରୀ କନ୍ୟାକୁ ବିବାହ କରେ ଭଲ କରେ?

ଯେକେହି ବିବାହ ନ କରିବାକୁ ପସନ୍ଦ କରେ ଆହୁରି ଭଲ କରେ [୭:୩୮]|

1 Corinthians 7:39

ଗୋଟିଏ ସ୍ତ୍ରୀ ତାର ସ୍ୱାମୀସହ କେତେ କାଳ ପାଇଁ ଆବଦ୍ଧ ରହିବ?

ସେ ତାର ସ୍ୱାମୀସହ ଯେତେକାଳ ପର୍ଯ୍ୟନ୍ତ ବଞ୍ଚିଥିବ ସେ ପର୍ଯ୍ୟନ୍ତ [୭:୩୯].

ଯଦି ଗୋଟିଏ ବିଶ୍ୱାସୀ ସ୍ତ୍ରୀ ମରେ, କାହାକୁ ସେ ବିବାହ କରିପାରେ ?

ସେ ଯାହାକୁ ଇଚ୍ଛା କରେ ତାହାକୁ ବିବାହ କରିପାରେ କିନ୍ତୁ ଯିଏକି ପ୍ରଭୁଙ୍କଠାରେ ବିଶ୍ୱାସୀ ଅଟେ [୭:୩୯]|


Chapter 8

1 ଦେବପ୍ରସାଦ ସମ୍ବନ୍ଧରେ ମୋହର ଉତ୍ତର ଏହି, ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି ବୋଲି ତୁମ୍ଭେମାନେ ଯାହା କହୁଅଛ, ତାହା ଆମ୍ଭେମାନେ ଜାଣୁ । ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମରୁ ନିଷ୍ଠା ଜାତ ହୁଏ । 2 ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ଜାଣିବା ଉଚିତ‍, ସେ ଏପର୍ଯ୍ୟନ୍ତ ସେପରି ଜାଣି ନାହିଁ; 3 କିନ୍ତୁ ଯଦି କେହି ଈଶ୍ୱରଙ୍କୁ ପ୍ରେମ କରେ, ସେହି ଜଣ ତାହାଙ୍କ ପରିଚିତ । 4 ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ୱର ବିନା ଦ୍ୱିତୀୟ ନାହିଁ । 5 କାରଣ ସ୍ୱର୍ଗରେ ହେଉ ବା ପୃଥିବୀରେ ହେଉ, ଯେଉଁମାନଙ୍କୁ ଦେବତା ବୋଲି କହନ୍ତି, ଯଦ୍ୟପି ସେମାନେ ଥାଇ ପାରନ୍ତି (ଏପରି ତ ଅନେକ ଦେବତା ଓ ଅନେକ ପ୍ରଭୁ ଅଛନ୍ତି), 6 ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ୱର, ଅର୍ଥାତ୍‍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ । 7 ତଥାପି ସମସ୍ତଙ୍କର ଏହି ଜ୍ଞାନ ନାହିଁ; କିନ୍ତୁ କେତେକ ଲୋକ ଏପର୍ଯ୍ୟନ୍ତ ଦେବତା ଅଛି ବୋଲି ଭାବି ଦେବପ୍ରସାଦ ଭୋଜନ କରନ୍ତି, ଆଉ ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଳୁଷିତ ହୁଏ । 8 କିନ୍ତୁ ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ କି ଅଗ୍ରାହ୍ୟ କରାଏ ନାହିଁ; ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ । 9 କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ । 10 କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ପ୍ରତିମାର ମନ୍ଦିରରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତା'ର ବିବେକ କ'ଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ ? 11 ଏଣୁ ଯେଉଁ ଦୁର୍ବଳ ଭ୍ରାତା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ସେ ତୁମ୍ଭ ଜ୍ଞାନ ଦ୍ୱାରା ନଷ୍ଟ ହେଉଅଛି । 12 ଏହି ପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ । 13 ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋ' ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କଦାପି ମାଂସ ଖାଇବି ନାହିଁ ।



Translation Questions

1 Corinthians 8:1

ଏହି ଅଧ୍ୟାୟରେ ପାଉଲ କେଉଁ ବିଷୟରେ ଉତ୍ତରଦେବା ଆରମ୍ଭ କରନ୍ତି ?

ପାଉଲ ଦେବତାମାନଙ୍କ ଦେବ ପ୍ରସାଦ ବିଷୟରେ ଉତ୍ତରଦେବା ଆରମ୍ଭ କରନ୍ତି [୮:୧,୪]|

କେଉଁ ବିଷୟ ଜ୍ଞାନ ଏବଂ ପ୍ରେମର କାରଣ ପ୍ରକାଶ କରେ?

ଜ୍ଞାନ ଜନ୍ମାଏ, କିନ୍ତୁ ପ୍ରେମ ଗଠନ କରେ [୮:୧]|

1 Corinthians 8:4

ଗୋଟିଏ ଦେବତା ଈଶ୍ୱରଙ୍କ ସହିତ ସମାନ କି ?

ନା. ଗୋଟିଏ ଜଗତର ଦେବତା କିଛି ନୁହେଁ, ଆଉ ଏକ ଈଶ୍ୱର ବିନା ଦ୍ୱିତୀୟ ନାହିଁ [୮:୪]|

ଏକ ଈଶ୍ୱର କିଏ?

ଏକମାତ୍ର ପିତା ଈଶ୍ୱର ଅଛନ୍ତି |ତାହାଙ୍କଠାରୁ ସମସ୍ତ ବିଷୟ ହୋଇଅଛି ଏବଂ ତାଙ୍କ ପାଇଁ ଆମେ ବଞ୍ଚୁ [୮:୬]|

ଏକ ପ୍ରଭୁ କିଏ?

ଏକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ [୮:୬]|

1 Corinthians 8:7

ଯେତେବେଳେ କିଛି ଲୋକ ଦେବତା ପୂଜା କରନ୍ତି ଯେପରି ଦେବପ୍ରସାଦ ଭୋଜନ କଲେ କଣ ଘଟେ?

ସେମାନଙ୍କ ବିବେକ ଦୁର୍ବଳ ହେତୁ କଳୁଷିତ ହୁଏ [୮:୭]|

1 Corinthians 8:8

ଖାଦ୍ୟଦ୍ରବ୍ୟ ଆମେ ଖାଉ ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ ବା ଅଗ୍ରାହ୍ୟ କରାଏ କି ?

ଈଶ୍ୱରଙ୍କ ନିକଟରେ ଖାଦ୍ୟଦ୍ରବ୍ୟ ଗ୍ରହଣୀୟ ନୁହେଁ. ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ [୮:୮]|

ଆମର ସ୍ୱାଧିନତା ନ ହରାଇବା ନିମନ୍ତେ କଣ ଆମେ ସାବଧାନ ହେବା ଉଚିତ ?

ଆମେ ସାବଧାନ ହେବା ଉଚିତ ଯେ ଆମର ସ୍ୱାଧିନତାର ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ନ ହୁଏ [୮:୯]|

ଯେତେବେଳେ ଜଣେ ଭାଇ ବା ଭଉଣୀ ଦୁର୍ବଳ ବିବେକ ଯୋଗୁଁ ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ ମାଂସ ଖାଏ ଆମ୍ଭେମାନେ ଭୋଜନରେ ବସିବାରେ ଦେଖେ କଣ ଘଟେ ?

ଆମ ହେତୁ ଯେ ଭାଇ ବା ଭଉଣୀ ଦୁର୍ବଳ ବିବେକ ଦ୍ୱାରା ନଷ୍ଟ ହେଉଅଛି [୮:୧୦-୧୧]|

1 Corinthians 8:11

ଯେତେବେଳେ ଜଣେ ଖ୍ରୀଷ୍ଟରେ ଭାଇ ବା ଭଉଣୀ ଦୁର୍ବଳ ବିବେକ ଯୋଗୁଁ ଝୁଣ୍ଟିବାର କାରଣ ହୁଏ ଆମେ କାହା ବିରୁଦ୍ଧରେ ପାପ କରୁ [୮:୧୧-୧୨]|

ଝୁଣ୍ଟିବାର କାରଣ ଯେ ଆମେ ଜଣେ ଭାଇ ବା ଭଉଣୀ ବିରୁଦ୍ଧରେ ପାପ କରୁ ଏବଂ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁ [୮:୧୧-୧୨]|

ପାଉଲ କଣ କହନ୍ତି ସେ ଯଦି ଖାଦ୍ୟଦ୍ରବ୍ୟ ଖାଇବା ତାର ଭାଇ ବା ଭଉଣୀର ବାଧାର କାରଣ ସେ କରିବ ?

ପାଉଲ କହନ୍ତି ସେ ଯଦି ଖାଦ୍ୟଦ୍ରବ୍ୟ ଖାଇବା ତାର ଭାଇ ବା ଭଉଣୀର ବାଧାର କାରଣ ସେ କେବେ ମାଂସ ଖାଇବ ନାହିଁ [୮:୧୩]|


Chapter 9

1 ମୁଁ କ'ଣ ସ୍ୱାଧୀନ ନୁହେଁ ? ମୁଁ କ'ଣ ଜଣେ ପ୍ରେରିତ ନୁହେଁ ? ମୁଁ କ'ଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ ? ତୁମ୍ଭେମାନେ କ'ଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ ? 2 ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ । 3 ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି । 4 ଭୋଜନପାନ କରିବାକୁ କ'ଣ ଆମ୍ଭମାନଙ୍କର ଅଧିକାର ନାହିଁ ? 5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କ'ଣ ଆମ୍ଭମାନଙ୍କର ଅଧିକାର ନାହିଁ ? 6 କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କ'ଣ କେବଳ ମୋହର ଓ ବର୍ଣ୍ଣବ୍ବାଙ୍କର ଅଧିକାର ନାହିଁ ? 7 କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ ? କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ ? 8 ମୁଁ ମନୁଷ୍ୟ ଭାବରେ କ'ଣ ଏହି ସବୁ କଥା କହୁଅଛି ? ମୋଶାଙ୍କ ବ୍ୟବସ୍ଥା ମଧ୍ୟ କ'ଣ ଏହି ସବୁ କଥା କୁହେ ନାହିଁ ? 9 କାରଣ ମୋଶାଙ୍କ ବ୍ୟବସ୍ଥାରେ ଏହା ଲେଖା ଅଛି, "ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ"। ଈଶ୍ୱର କ'ଣ ବଳଦ ବିଷୟରେ ଚିନ୍ତା କରନ୍ତି ? 10 ସେ କ'ଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତା'ର ବେଙ୍ଗଳା ପକାଇବା ଉଚିତ । 11 ଯଦି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବୁଣିଅଛୁ, ତେବେ ତୁମ୍ଭମାନଙ୍କର ଐହିକ ଶସ୍ୟ ଛେଦନ କଲେ କ'ଣ ଗୁରୁତର ବିଷୟ ? 12 ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କ'ଣ ଆହୁରି ଅଧିକ ନୋହୁଁ ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ । 13 ଯେଉଁମାନେ ମନ୍ଦିରରେ ସେବା କରନ୍ତି, ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି, ଯେଉଁମାନେ ବେଦିର ସେବାରେ ନିବିଷ୍ଟ ରହନ୍ତି, ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କ'ଣ ଜାଣ ନାହିଁ ? 14 ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି । 15 କିନ୍ତୁ ମୁଁ ଏହି ସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋ' ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହି ସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ । 16 କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର । 17 କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋ'ଠାରେ ସମର୍ପିତ ହୋଇଅଛି । 18 ତେବେ ମୋହର ପୁରସ୍କାର କ'ଣ ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ । 19 କାରଣ ଯେପରି ମୁଁ ଅଧିକସଂଖ୍ୟକ ଲୋକ ଲାଭ କରି ପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି । 20 ଯେପରି ମୁଁ ଯିହୂଦୀମାନଙ୍କୁ ଲାଭ କରି ପାରେ, ଏଥିପାଇଁ ଯିହୂଦୀମାନଙ୍କ ନିକଟରେ ମୁଁ ଯିହୂଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି । 21 ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଈଶ୍ୱରଙ୍କ ମୋଶାଙ୍କ ବ୍ୟବସ୍ଥାବିହୀନ ନ ହୋଇ ଖ୍ରୀଷ୍ଟଙ୍କ ମୋଶାଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି । 22 ଯେପରି ମୁଁ ଦୁର୍ବଳ ମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରି ପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି । 23 ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ ।

24 ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼ । 25 ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ । 26 ଅତଏବ ମୁଁ ଦୌଡ଼ୁଅଛି, କିନ୍ତୁ ବିନାଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ । 27 ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି ।



Translation Questions

1 Corinthians 9:1

ପାଉଲ କେଉଁ ପ୍ରମାଣ ପ୍ରଦାନ କଲେ ଯେ ସେ ଜଣେ ପ୍ରେରିତ ଥିଲେ?

ପାଉଲ କହନ୍ତି ଯେ କରନ୍ଥୀୟ ବିଶ୍ୱାସୀମାନେ ପ୍ରଭୁଙ୍କଠାରେ ତାଙ୍କ ହସ୍ତକୃତ କର୍ମ କାରଣରୁ ସେମାନେ ସେମାନଙ୍କ ପ୍ରଭୁଙ୍କଠାରେ ପ୍ରେରିତପଦରେ ପ୍ରମାଣିତ ହେଲେ [୯:୧-୨]|

1 Corinthians 9:3

ପାଉଲ କିଛି ଅଧିକାର ଗୁଡିକ ଯଥା ପ୍ରେରିତ, ପ୍ରଭୁଙ୍କ ଭାତୃବର୍ଗ ଏବଂ କେଫାଙ୍କ ପରି ତାଲିକା କଲେ?

ପାଉଲ କହନ୍ତି ସେମାନେ ଖାଇବା ଓ ପିଇବା, ଏବଂ ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ ଅଧିକାର ଥିଲା [୯:୪-୫]|

1 Corinthians 9:7

ପାଉଲ କେଉଁ ଉଦାହରଣ ଦେଲେ ଯେଉଁମାନେ ସୁବିଧା ଗୁଡିକ ବା ସେମାନଙ୍କ କାର୍ଯ୍ୟର ବେତନ ଲାଭ କରନ୍ତି ?

ପାଉଲ ସୈନିକମାନଙ୍କ ଉଦ୍ଦେଶ୍ୟରେ ଦର୍ଶାନ୍ତି ଯିଏ ଦ୍ରାକ୍ଷାକ୍ଷେତ୍ର କରି ଏବଂ ପଶୁପଲ ପାଳନ କରେ ଏପରି ଉଦାହରଣ ଯେଉଁମାନେ ସୁବିଧା ଗୁଡିକ ବା କାର୍ଯ୍ୟର ବେତନ ଲାଭ କରନ୍ତି [୯:୭]|

1 Corinthians 9:9

ମୋଶାଙ୍କ ନିୟମର କେଉଁ ଉଦାହରଣରୁ ପାଉଲ ଜଣଙ୍କର କାର୍ଯ୍ୟରୁ ସୁବିଧା ପାଇବ ବା ବେତନ ଗ୍ରହଣ କରିବା ଚିନ୍ତାଧାରା ସପକ୍ଷରେ ମତ ଦେଲେ?

ପାଉଲ ନିର୍ଦ୍ଦେଶକୁ ଉଦ୍ଧୃତ କରି କହିଲେ, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ |” ତାଙ୍କ ଯୁକ୍ତି ସପକ୍ଷରେ [୯:୯]|

ପାଉଲ ଏବଂ ତାଙ୍କର ସହଯୋଗୀମାନେ କରିନ୍ଥୀୟ ବିଶ୍ୱାସୀମାନଙ୍କ ମଧ୍ୟରୁ କେଉଁ ଅଧିକାର ଦାବିକଲେ, ଯଦିଓ ସେମାନେ ସେହି ଅଧିକାର ଦାବି କଲେ ନାହିଁ ?

ପାଉଲ ଏବଂ ତାଙ୍କର ସହଯୋଗୀମାନେ କରିନ୍ଥୀୟ ମାନଙ୍କଠାରୁ ଶସ୍ୟ ଛେଦନର ଅଧିକାର ଥିଲା କାରଣ ସେମାନେ କରିନ୍ଥୀୟ ମାନଙ୍କ ମଧ୍ୟରେ ଆତ୍ମିକ ବୀଜ ବପନ କରିଥିଲେ [୯:୧୧-୧୨]|

1 Corinthians 9:12

ଯେଉଁମାନେ ସୁସମାଚାର ଘୋଷଣା କରନ୍ତି ପ୍ରଭୁ ସେହି ସମ୍ବନ୍ଧରେ କଣ ଆଦେଶ ଦେଲେ ?

ପ୍ରଭୁ ଆଦେଶ କଲେ ଯେ ଯେଉଁମାନେ ସୁସମାଚାର ଘୋଷଣା କରନ୍ତି ସୁସମାଚାର ଦ୍ୱାରା ଜୀବିକା ନିର୍ବାହ କରିବା ଉଚିତ[୯:୧୪]|

1 Corinthians 9:15

ପାଉଲ କଣ କହିଲେ ସେ କିଛି ଦର୍ପ କରି ପାରିଲେ ନାହିଁ ଏବଂ ସେ ଦର୍ପ କରିବାର କିଛି ବିଷୟ କାହିଁକି ନ ଥିଲା ?

ପାଉଲ ସେ ସୁସମାଚାର ପ୍ରଚାର ବିଷୟରେ କିଛି ଦର୍ପ କରି ପାରିଲେ ନାହିଁ କାରଣ ସେ ସୁସମାଚାର ପ୍ରଚାର କରିଥିଲେ [୯:୧୬]|

1 Corinthians 9:19

ପାଉଲ କାହିଁକି ସମସ୍ତଙ୍କର ଜଣେ ସେବକ ପରି ହେଲେ?

ପାଉଲ ସମସ୍ତଙ୍କର ଜଣେ ସେବକ ପରି ହେଲେ ଯେପରି ଈଶ୍ୱରଙ୍କ ପାଇଁ ଅଧିକ ସଂଖ୍ୟକଙ୍କୁ ଲାଭ କରିପାରେ [୯:୧୯]|

ପାଉଲ ଏପରି ହେଲେ ଯେପରି ଈଶ୍ୱର ଅଧିକ ସଂଖ୍ୟକଲୋକଙ୍କୁ ଲାଭ କରିପାରେ?

ପାଉଲ ଯିହୁଦୀ ପରି, ବ୍ୟବସ୍ଥା ଅଧିନସ୍ଥ ଲୋକଙ୍କ ପରି, ବ୍ୟବସ୍ଥା ବିହୀନ ଲୋକଙ୍କ ପରି ଏବଂ ସେ ଦୁର୍ବଳ ହେଲେ ଯେପରି ସମସ୍ତ ବିଷୟ ସମସ୍ତ ଲୋକମାନଙ୍କ ପରି, ସେ ଯେପରି କୌଣସି ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିପାରିବେ [୯:୨୦-୨୨]|

1 Corinthians 9:21

ପାଉଲ କାହିଁକି ସୁସମାଚାର ପାଇଁ ସମସ୍ତ ବିଷୟ କଲେ?

ସେ ଏହା କଲେ ଯେପରି ସେ ସୁସମାଚାରର ଆଶିଷରେ ଅଂଶୀ ହୋଇପାରିବେ [୯:୨୩]|

1 Corinthians 9:24

ପାଉଲ କିପରି ଦୌଡିବାକୁ କହିଲେ?

ପାଉଲ ପଣ ପାଇବା ପାଇଁ ଦୌଡିବାକୁ କହିଲେ [୯:୨୪]|

ପାଉଲ କେଉଁ ପ୍ରକାରର ମୁକୁଟ ପାଇବା ପାଇଁ ଦୌଡିଥିଲେ |?

ପାଉଲ ଦୌଡିଥିଲେ ଯେପରି ସେ ଗୋଟିଏ ଅକ୍ଷୟ ମୁକୁଟ ପାଇ ପାରନ୍ତି [୯:୨୫]|

ପାଉଲ କାହିଁକି ତାଙ୍କ ଶରୀରକୁ ବଶରେ ଏବଂ ଦାସ ପରି ରଖନ୍ତି ?

ପାଉଲ ଏହା କଲେ ଯେପରି ସେ ଅନ୍ୟମାନଙ୍କୁ ପ୍ରଚାର କରିଥିଲେ, ପଛରେ ସେ ନିଜେ ଅଯୋଗ୍ୟ ହୋଇ ନ ପାରନ୍ତି [୯:୨୭]|


Chapter 10

1 କାରଣ, ହେ ଭାଇମାନେ, ଆମ୍ଭମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ, 2 ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି, ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ, 3 ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ 4 ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ (ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ), 5 ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ୱରଙ୍କ ସନ୍ତୋଷ ନ ଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ, ଏସମସ୍ତ କଥା ଯେ ତୁମ୍ଭେମାନେ ଅଜ୍ଞାତ ଥାଅ, ଏହା ମୋହର ଇଚ୍ଛା ନୁହେଁ । 6 ସେମାନେ ଯେପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ, ଆମ୍ଭେମାନେ ଯେପରି ସେପ୍ରକାରେ ଅଭିଳାଷୀ ନ ହେଉ, ଏଥି ନିମନ୍ତେ ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି । 7 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମାପୂଜକ ହେଲେ, ସେପରି ତୁମ୍ଭେମାନେ ପ୍ରତିମାପୂଜକ ହୁଅ ନାହିଁ; ଯେପରି ଲେଖା ଅଛି, "ଲୋକମାନେ ଭୋଜନପାନ କରିବାକୁ ବସିଲେ, ଆଉ ନୃତ୍ୟ କରିବାକୁ ଉଠିଲେ" । 8 ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ । 9 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ । 10 ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ । 11 ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହି ସବୁ ଲେଖାଯାଇଅଛି । 12 ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥି ନିମନ୍ତେ ସେ ସାବଧାନ ହେଉ । 13 ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।

14 ଅତଏବ, ହେ ମୋହର ପ୍ରିୟମାନେ, ପ୍ରତିମା ପୂଜାରୁ ପଳାୟନ କର । 15 ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର । 16 ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ ? ଯେଉଁ ରୁଟି ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ ? 17 କାରଣ ରୁଟି ଏକ ହେବାରୁ ଆମ୍ଭେମାନେ ଅନେକ ହେଲେ ହେଁ ଏକ ଶରୀର ସ୍ୱରୂପ, ଯେଣୁ ଆମ୍ଭେମାନେ ସମସ୍ତେ ସେହି ଏକ ରୁଟିର ଅଂଶୀ । 18 ଶାରୀରିକ ଜନ୍ମାନୁସାରେ ଯେଉଁମାନେ ଇସ୍ରାଏଲ ଲୋକ, ସେମାନଙ୍କୁ ଦେଖ; ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କି ବେଦିର ସହଭାଗୀ ନୁହଁନ୍ତି ? 19 ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି ବା ପ୍ରତିମା ବୋଲି ଯେ କିଛି ଅଛି, ଏହା କି ମୁଁ କହୁଅଛି ? 20 ନା, କିନ୍ତୁ ମୁଁ କହୁଅଛି ଯେ, ଯାହା ଯାହା ଅଣଯିହୂଦୀମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେହି ସବୁ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି । ଆଉ, ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ । 21 ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରି ପାର ନାହିଁ; ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇ ପାର ନାହିଁ । 22 ଅଥବା ଆମ୍ଭେମାନେ କ'ଣ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବା ? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ ?

23 ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ । 24 କେହି ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ । 25 ବଜାରରେ ଯାହା ବିକ୍ରୟ ହୁଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର, 26 କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର । 27 ଅବିଶ୍ୱାସୀମାନଙ୍କ ମଧ୍ୟରୁ କେହି ଯଦି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ, ଆଉ ତୁମ୍ଭେମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ତୁମ୍ଭମାନଙ୍କୁ ପରିବେଷଣ କରାଯାଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର । 28 କିନ୍ତୁ କେହି ଯଦି ତୁମ୍ଭମାନଙ୍କୁ କହେ, ଏହା ବଳି ସ୍ୱରୂପେ ଉତ୍ସର୍ଗୀକୃତ ହୋଇଅଛି, ତେବେ ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ; 29 ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତା'ର ବିବେକ ସକାଶେ । ମୋହର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ ? 30 ଯଦି ମୁଁ ଧନ୍ୟବାଦ ଦେଇ ଭୋଜନ କରେ, ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ, ତାହା ନିମନ୍ତେ ନିନ୍ଦିତ ହୁଏ କାହିଁକି ? 31 ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର । 32 ଯିହୂଦୀ ବା ଗ୍ରୀକ୍‍ ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ, 33 ଯେପରି ମୁଁ ମଧ୍ୟ ମୋହର ସ୍ୱାର୍ଥ ଚେଷ୍ଟା ନ କରି ଅନେକଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ମଙ୍ଗଳ ଚେଷ୍ଟା କରେ, ପୁଣି, ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଯତ୍ନ କରେ ।



Translation Questions

1 Corinthians 10:1

କେଉଁ ସାଧାରଣ ଅଭିଜ୍ଞତା ସେମାନଙ୍କ ପିତାଗଣ ମୋଶାଙ୍କ ସମୟରେ କଲେ?

ସମସ୍ତେ ମେଘ ତଳେ ଏବଂ ସମୁଦ୍ର ମଧ୍ୟଦେଇ ଗଲେ | ସମସ୍ତେ ମେଘ ତଳେ ବାପ୍ତିସ୍ମ ହେଲେ ଏବଂ ସମୁଦ୍ରରେ, ଏବଂ ସମସ୍ତେ ଏକା ଆତ୍ମିକ ଖାଦ୍ୟ ଏବଂ ଆତ୍ମିକ ପେୟ ପିଇଲେ | [୧୦:୧-୪]|

କିଏ ଆତ୍ମିକ ପଥର ଯିଏ କି ସେମାନଙ୍କ ପିତାମାନଙ୍କର ଅନୁସରଣ କଲେ?

ଖ୍ରୀଷ୍ଟ ଆତ୍ମିକ ପଥର ଥିଲେ ଯିଏ ସେମାନଙ୍କ ଅନୁବର୍ତ୍ତୀ ଥିଲେ [୧୦:୪]|

1 Corinthians 10:7

କାହିଁକି ଈଶ୍ୱର ମୋଶାଙ୍କ ସମୟରୁ ସେମାନଙ୍କ ପିତାମାନଙ୍କ ସହ ସନ୍ତୁଷ୍ଟ ନ ଥିଲେ ?

ସେ ସନ୍ତୁଷ୍ଟ ନ ଥିବା କାରଣ ହେଲା ସେମାନଙ୍କ ପିତାମାନେ ମନ୍ଦ ବିଷୟରେ ଲିପ୍ତ ହେଲେ, ସେମାନେ ବ୍ୟଭିଚାର କଲେ, ସେମାନେ ପ୍ରଭୁଙ୍କୁ ପରୀକ୍ଷା କଲେ ଏବଂ ସେମାନେ ବଚସା କଲେ [୧୦:୬-୧୦]|

ସେମାନଙ୍କ ପିତାମାନଙ୍କ ବ୍ୟବହାରକୁ ଈଶ୍ୱର କେଉଁ ପ୍ରକାର ଦଣ୍ଡ ଦେଲେ?

ସେମାନେ ବିଭିନ୍ନ ଭାବେ ମଲେ; କିଛି ଲୋକ ସର୍ପ ଦଂଶନରେ ମଲେ କିଛି ଲୋକ ସଂହାରକ ଦ୍ୱାରା ମଲେ| ସେମାନଙ୍କ ଶବଗୁଡିକ ପ୍ରାନ୍ତରରେ ବିକ୍ଷିପ୍ତହୋଇ ପଡିଲା [୧୦:୫ & ୮-୧୦]|

1 Corinthians 10:11

କାହିଁକି ଏଗୁଡିକ ହେଲା ଏବଂ କାହିଁକି ସେମାନେ ଲେଖିଲେ?

ସେମାନେ ଆମକୁ ଉଦାହରଣ ଗୁଡିକ ଘଟାଇଲେ ଏବଂ ସେମାନେ ଆମକୁ ନିର୍ଦ୍ଧେଶ ନିମନ୍ତେ ଲେଖିଥିଲେ [୧୦:୧୧]|

କୌଣସି ଅସହ୍ୟ ପରୀକ୍ଷାରେ ଆମକୁ ପଡିବାକୁ ହେବ କି?

କୌଣସି ପରୀକ୍ଷା ଆମକୁ ଅତିକ୍ରମ କରିବ ନାହିଁ ଯାହା ସମସ୍ତ ମାନବ ନିମନ୍ତେ ସାଧାରଣ ନୁହେଁ [୧୦:୧୩]|

ଆମ୍ଭେମାନେ ପରୀକ୍ଷା ସହ୍ୟ କରି ପାରିବା ଭଳି ଈଶ୍ୱର କଣ କାର୍ଯ୍ୟ କରିଅଛନ୍ତି?

ସେ ଉଦ୍ଧାରର ପଥ ମଧ୍ୟ ଯୋଗାଇଛନ୍ତି ଯେପରି ଆମେ ପରୀକ୍ଷା ସହ୍ୟ କରି ପାରିବା [୧୦:୧୩]|

1 Corinthians 10:14

ପାଉଲ କରନ୍ଥୀୟ ବିଶ୍ୱାସୀମାନଙ୍କୁ କେଉଁଠାରୁ ପଳାୟନ କରିବା ପାଇଁ ଚେତାବନୀ ଦିଅନ୍ତି ?

ସେ ସେମାନଙ୍କୁ ପ୍ରତିମା ପୂଜାରୁ ପଳାୟନ କରିବା ପାଇଁ ଚେତାବନୀ ଦିଅନ୍ତି [୧୦:୧୪]|

କେଉଁ ଆଶୀର୍ବାଦର ପାତ୍ରକୁ ଆଶୀର୍ବାଦ କରୁଛନ୍ତି ଏବଂ କେଉଁ ରୋଟୀ ସେମାନେ ଭାଙ୍ଗନ୍ତି ?

ପାତ୍ରଟି ଖ୍ରୀଷ୍ଟଙ୍କ ରକ୍ତରେ ସହଭାଗିତା ହେବା. ରୋଟିଟି ଖ୍ରୀଷ୍ଟଙ୍କ ଶରୀରରେ ସହଭାଗିତା ହେବା [୧୦:୧୬]|

1 Corinthians 10:20

କାହା ପାଇଁ ବିଜାତୀୟ ଭୂତଗୁଡାକୁ ସେମାନେ ବଳି ଉତ୍ସର୍ଗ କରନ୍ତି ?

ସେମାନେ ଏହିସବୁ ବିଷୟଗୁଡିକୁ ଭୂତମାନଙ୍କ ନିମନ୍ତେ ଉତ୍ସର୍ଗ କରନ୍ତି ଏବଂ ଈଶ୍ୱରଙ୍କୁ ନୁହଁ [୧୦:୨୦]|

ପାଉଲଙ୍କଠାରୁ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ଭୂତମାନଙ୍କ ସହ ସହଭାଗିତା ଇଚ୍ଛା କରନ୍ତି ନାହିଁ, କଣ ସେ ସେମାନଙ୍କୁ କରିପାରିବେ ନାହିଁ କହନ୍ତି ?

ପାଉଲ ସେମାନଙ୍କୁ କହନ୍ତି ସେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ରରେ ପାନ କରିପାର ନାହିଁ ଏବଂ ସେମାନେ ପ୍ରଭୁଙ୍କ ମେଜରେ ଏବଂ ଭୂତମାନଙ୍କ ମେଜରେ ଅଂଶୀ ହୋଇ ପାର ନାହିଁ [୧୦:୨୦-୨୧]|

ଯଦି ପ୍ରଭୁଙ୍କ ବିଶ୍ୱାସୀ ଭାବେ ଭୂତମାନଙ୍କ ସହ ଅଂଶୀ ହେଉ କେଉଁ କ୍ଷତ ଆମେ କରୁ ?

ଆମେ ପ୍ରଭୁଙ୍କୁ ବିରକ୍ତି ଜନ୍ମାଉ [୧୦:୨୨]|

1 Corinthians 10:23

ଆମେ ଆମର ଉତ୍ତମ ବିଷୟ ଖୋଜିବା ଉଚିତ କି?

ନା. ପରିବର୍ତ୍ତେ, ପ୍ରତ୍ୟେକେ ପଡୋଶୀଙ୍କ ଉତ୍ତମତା ଖୋଜିବା ଉଚିତ [୧୦:୨୪]|

1 Corinthians 10:25

ଯଦି ଜଣେ ଅବିଶ୍ୱାସୀ ଖାଦ୍ୟ ଖାଇବା ପାଇଁ ନିମତ୍ରଣ କରେ, ଏବଂ ତୁମେ ଯିବାକୁ ଚାହଁ, ତୁମେ କଣ କରିବା ଉଚିତ ?

ଯାହା ତୁମ ଆଗରେ ପରିବେଷଣ କରାଯାଇଛି ବିବେକ ସକାଶେ କିଛି ପ୍ରଶ୍ନ ନ ପଚାରି ତୁମେ ଖାଇବା ଉଚିତ [୧୦:୨୭]|

1 Corinthians 10:28

ଯଦି ତୁମର ଅବିଶ୍ୱାସୀ ଆମନ୍ତ୍ରକ ତୁମକୁ ଖାଦ୍ୟ ଖାଇବାକୁ ଯାଉଥିବା ସମୟରେ କହନ୍ତି ପ୍ରତିମାର ବଳି ଉତ୍ସର୍ଗରୁ ଆସିଛି କାହିଁକି ତୁମେ ଖାଇବା ଉଚିତ ନୁହଁ କି ?

ତାର ବିବେକ ସକାଶେ ତୁମେ ଖାଇବା ଉଚିତ ନୁହଁ ଯିଏ ଏହା ଜଣାଇଲା ଏବଂ ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ [୧୦:୨୮-୨୯]|

1 Corinthians 10:31

ଈଶ୍ୱରଙ୍କ ଗୌରବ ନିମନ୍ତେ ଆମେ କଣ କରିବା ଉଚିତ?

ଆମେ ଈଶ୍ୱରଙ୍କ ଗୌରବ ନିମନ୍ତେ କରିବା ଉଚିତ୍ ଭୋଜନ କରୁ କି ପାନ କରୁ ଅବା ଯାହା କିଛି କର [୧୦:୩୧]|

କାହିଁକି ଆମେ ଯିହୁଦୀ ବା ଗ୍ରୀକ୍ ବା ମଣ୍ଡଳୀକୁ ଦୋଷ ଦେବା ଉଚିତ ନୁହଁ?

ଆମେ ସେମାନଙ୍କୁ ଦୋଷ ଦେବା ଉଚିତ ନୁହଁ ଯେପରି ସେମାନେ ଉଦ୍ଧାର ପାଇ ପାରନ୍ତି [୧୦:୩୨-୩୩]|


Chapter 11

1 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ।

2 ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି, ସେହି ସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି । 3 କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା । 4 ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ । 5 କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ । 6 କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ, ତେବେ ସେ କେଶ ମଧ୍ୟ କାଟିପକାଉ; କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହାହେଲେ ସେ ମସ୍ତକ ଆଚ୍ଛାଦନ କରୁ । 7 ପୁରୁଷ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ୱରୂପ ହେବାରୁ ପ୍ରକୃତରେ ତା'ର ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହେଁ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ । 8 କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି । 9 ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷର ସୃଷ୍ଟି ହେଲା ନାହିଁ; କିନ୍ତୁ ପୁରୁଷ ନିମନ୍ତେ ସ୍ତ୍ରୀର ସୃଷ୍ଟି ହେଲା । 10 ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧିକାରର ଚିହ୍ନ ଘେନିବା ଉଚିତ । 11 ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ କିମ୍ବା ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ । କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ, 12 ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ଉତ୍ପନ୍ନ । 13 ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କ'ଣ ଉପଯୁକ୍ତ ? 14 ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ, 15 କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ ? କାରଣ ଆବରଣ ସ୍ୱରୂପେ ତା'ର କେଶ ତାହାକୁ ଦିଆଯାଇଅଛି । 16 କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ୱରଙ୍କ ମଣ୍ଡଳୀସମୂହର ନାହିଁ ।

17 କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି । 18 କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ, ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି । 19 ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ । 20 ତୁମ୍ଭମାନଙ୍କର ସମାଗମ ହେବା ସମୟରେ ତୁମ୍ଭେମାନେ ପ୍ରଭୁଭୋଜ ପାଳନ କରି ନ ଥାଅ; 21 କାରଣ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ, ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ । 22 କ'ଣ ? ତୁମ୍ଭମାନଙ୍କର କି ଭୋଜନପାନ କରିବା ନିମନ୍ତେ ଘର ନାହିଁ ? କିମ୍ବା ତୁମ୍ଭେମାନେ କ'ଣ ଈଶ୍ୱରଙ୍କ ମଣ୍ଡଳୀକୁ ଅବଜ୍ଞା କରୁଅଛ, ପୁଣି, ଯେଉଁମାନଙ୍କର ନାହିଁ, ସେମାନଙ୍କୁ ଲଜ୍ଜା ଦେଉଅଛ ? ମୁଁ ତୁମ୍ଭମାନଙ୍କୁ କ'ଣ କହିବି ? କ'ଣ ତୁମ୍ଭମାନଙ୍କର ପ୍ରଶଂସା କରିବି ? ଏବିଷୟରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ । 23 କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, 24 ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର । 25 ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର । 26 କାରଣ ଯେତେ ଥର ତୁମ୍ଭେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ । 27 ଅତଏବ, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ । 28 କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ । 29 କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ଜାଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ । 30 ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ଦୁର୍ବଳ ଓ ପୀଡ଼ିତ, ପୁଣି, ଅନେକେ ମହାନିଦ୍ରାପ୍ରାପ୍ତ ଅଟନ୍ତି । 31 କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ । 32 ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥି ନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ । 33 ଅତଏବ, ମୋହର ଭାଇମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର । 34 ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି ।



Translation Questions

1 Corinthians 11:1

କରିନ୍ଥୀୟ ବିଶ୍ୱାସୀମାନଙ୍କୁ ପାଉଲ କାହାକୁ ଅନୁକରଣ କରିବାକୁ କହିଲେ ?

ପାଉଲ ସେମାନଙ୍କୁ ପାଉଲଙ୍କୁ ଅନୁକରଣ କରିବାକୁ କହିଲେ | [୧୧:୧]|

ପାଉଲ କାହାର ଅନୁକରଣ କଲେ ?

ପାଉଲ ଜଣେ ଖ୍ରୀଷ୍ଟଙ୍କ ଅନୁସରଣକାରୀ ଥିଲେ [୧୧୧]|

କରନ୍ଥୀୟ ବିଶ୍ୱାସୀମାନଙ୍କୁ କେଉଁଥି ପାଇଁ ପାଉଲ ପ୍ରଶଂସା କଲେ ?

ପାଉଲ ସମସ୍ତ ବିଷୟରେ ସ୍ମରଣ ପାଇଁ ପ୍ରଶଂସା କଲେ ଏବଂ ଠିକ୍ ଯେପରି ସେମାନଙ୍କୁ ସେ ବିଧିସବୁ ଧରି ରଖିବାକୁ କହିଲେ କରିନ୍ଥୀୟମାନେ କଲେ [୧୧:୨]|

କିଏ ଖ୍ରୀଷ୍ଟଙ୍କ ମସ୍ତକ ଅଟନ୍ତି ?

ଈଶ୍ୱର ଖ୍ରୀଷ୍ଟଙ୍କ ମସ୍ତକ ଅଟନ୍ତି [୧୧:୩]|

କିଏ ମନୁଷ୍ୟର ମସ୍ତକ ଅଟନ୍ତି ?

ଖ୍ରୀଷ୍ଟଙ୍କ ମନୁଷ୍ୟର ମସ୍ତକ ଅଟନ୍ତି [୧୧:୩]|

କିଏ ସ୍ତ୍ରୀର ମସ୍ତକ ଅଟନ୍ତି?

ଗୋଟିଏ ମନୁଷ୍ୟ ଗୋଟିଏ ସ୍ତ୍ରୀର ମସ୍ତକ ଅଟନ୍ତି [୧୧:୩]|

କଣ ହୁଏ ଯେତେବେଳେ ଜଣେ ମନୁଷ୍ୟ ତାର ମୁଣ୍ଡରେ ଆଛାଦନ କରି ପ୍ରାର୍ଥନା କରେ ?

ସେ ତାର ମସ୍ତକର ଅପମାନ କରେ ଯଦି ସେ ତାର ମୁଣ୍ଡରେ ଆଛାଦନ କରି ପ୍ରାର୍ଥନା କରେ [୧୧:୪]|

1 Corinthians 11:5

ଯେତେବେଳେ ଜଣେ ସ୍ତ୍ରୀ ତାର ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରନ୍ତି କଣ ଘଟେ ?

କୌଣସି ସ୍ତ୍ରୀ ତାର ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ତାର ମସ୍ତକର ଅପମାନ କରେ [୧୧:୫]|

1 Corinthians 11:7

କାହିଁକି ଜଣେ ମନୁଷ୍ୟ ତାର ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହଁ ?

ସେ ତାର ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହଁ କାରଣ ସେ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ଅଟେ [୧୧:୭]|

1 Corinthians 11:9

କାହା ପାଇଁ ସ୍ତ୍ରୀ ସୃଷ୍ଟି ହେଲେ ?

ସ୍ତ୍ରୀ ପୁରୁଷ ପାଇଁ ସୃଷ୍ଟି ହେଲେ[୧୧:୯]

1 Corinthians 11:11

କାହିଁକି ସ୍ତ୍ରୀ ଏବଂ ପୁରୁଷ ଉଭୟ ପରସ୍ପରଙ୍କ ନିର୍ଭରଶୀଳ ?

ସ୍ତ୍ରୀ ପୁରୁଷଠାରୁ ଆସିଛି ଏବଂ ପୁରୁଷ ସ୍ତ୍ରୀଠାରୁ ଆସିଛି [୧୧:୧୧-୧୨]|

1 Corinthians 11:13

ପାଉଲ, ତାଙ୍କ ସହଯୋଗୀମାନଙ୍କ ଏବଂ ସ୍ତ୍ରୀମାନଙ୍କ ପ୍ରାର୍ଥନା ସମ୍ୱନ୍ଧରେ ଈଶ୍ୱରଙ୍କ ମଣ୍ଡଳୀଗୁଡିକର କଣ ପ୍ରଥା ଥିଲା?

ସ୍ତ୍ରୀମାନଙ୍କ ପାଇଁ ସେମାନଙ୍କ ମସ୍ତକଗୁଡିକରେ ଆଚ୍ଛାଦନ କରିବା ଏହା ସେମାନଙ୍କର ପ୍ରଥା ଥିଲା [୧୧:୧୦,୧୩,୧୬]|

1 Corinthians 11:17

କାହିଁକି କରନ୍ଥୀୟ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଦଳଭେଦ ରହିବ?

ଦଳଭେଦ ସେମାନଙ୍କ ମଧ୍ୟରେ ରହିବ ଯେପରି ଯିଏକି ପ୍ରକାଶିତ କରନ୍ତି ସେମାନଙ୍କୁ ମଧ୍ୟରେ ଚିହ୍ନଟ ହୋଇପାରନ୍ତି [୧୧:୧୯]|

1 Corinthians 11:20

ଯେତେବେଳେ କରିନ୍ଥୀୟ ମଣ୍ଡଳୀ ଏକାଠି ଖାଇବାକୁ ଆସିଲେ କଣ ହେଉଥିଲା |

ଯେତେବେଳେ ସେମାନେ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ | ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ୍ ହୁଏ [୧୧:୨୧]|

1 Corinthians 11:23

ରାତ୍ରି ସମୟରେ ସେ ପ୍ରତାରିତ ହେଲେ, ସେ ରୋଟୀ ଭାଙ୍ଗିବା ପରେ ପ୍ରଭୁ କଣ କହିଲେ?

ସେ କହିଲେ, " ଏହା ମୋହର ଶରୀର, ଯାହା ତୁମ୍ଭ ନିମନ୍ତେ ଅଟେ; ଏହା ସ୍ମରଣ କରିବା ନିମନ୍ତେ ଏହା କର|” [୧୧:୨୩,୨୪]|

1 Corinthians 11:25

ଭୋଜ ପରେ ଯେତେବେଳେ ସେ ପାନପାତ୍ର ନେଲେ ପ୍ରଭୁ କଣ କହିଲେ ?

ସେ କହିଲେ, “ ଏହି ପାନପତ୍ର ମୋ ରକ୍ତର ନୁତନ ନିୟମ ଅଟେ| ତୁମ୍ଭେମାନେ ଯେତେଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର |” [୧୧:୨୫]|

ପ୍ରତ୍ୟେକ ସମୟରେ ତୁମେ ରୋଟୀ ଖାଅ ଏବଂ ପାତ୍ରରେ ପାନ କର ତୁମେ କଣ କରୁଅଛ ?

ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ [୧୧:୨୬]|

1 Corinthians 11:27

ଜଣେ ବ୍ୟକ୍ତି ଅଯୋଗ୍ୟ ଭାବେ ପ୍ରଭୁଙ୍କ ରୋଟୀ ବା ପାତ୍ରରୁ ପାନ କାହିଁକି ଗ୍ରହଣ କରିବା ଉଚିତ ନୁହେଁ ?

ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଭୋଜନ କରେ ଓ ପାନ କରେ |ତୁମେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରୁଅଛି ଓ ପାନ କରୁଅଛି [୧୧:୨୭,୨୯]|

ଯିଏ ଅଯୋଗ୍ୟ ଭାବେ ପ୍ରଭୁଙ୍କ ରୋଟୀ ଏବଂ ପାତ୍ରରେ ପାନ କଲେ, କରିନ୍ଥୀ ମଣ୍ଡଳୀ ମଧ୍ୟରେ ଅଧିକାଂଶକୁ କଣ ଘଟିଲା?

ଅଧିକାଂଶଙ୍କ ମଧ୍ୟରେ ସେମାନେ ଅସୁସ୍ଥ ହେଲେ ଏବଂ ରୋଗ ଏବଂ ସେମାନଙ୍କ ମଧ୍ୟରୁ କିଛି ମଲେ [୧୧:୩୦]|

1 Corinthians 11:33

ପାଉଲ କରିନ୍ଥୀୟ ବିଶ୍ୱାସୀମାନଙ୍କୁ କଣ କହନ୍ତି ଯେତେବେଳେ ସେମାନେ ଏକାଠି ଖାଇବାକୁ ଆସନ୍ତି ?

ସେ ପରସ୍ପର ପାଇଁ ଅପେକ୍ଷା କରିବାକୁ ସେମାନଙ୍କୁ କହନ୍ତି [୧୧:୩୩]|


Chapter 12

1 ହେ ଭାଇମାନେ, ଆତ୍ମିକ ଦାନ ସମ୍ବନ୍ଧରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ । 2 ତୁମ୍ଭେମାନେ ଜାଣ ଯେ, ଯେତେବେଳେ ତୁମ୍ଭେମାନେ ଅଣଯିହୂଦୀ ଥିଲ, ସେତେବେଳେ ଯେପରି ପରିଚାଳିତ ହେଉଥିଲ, ସେହିପରି ଭ୍ରାନ୍ତ ଭାବରେ ଚାଳିତ ହୋଇ ମୂକ ପ୍ରତିମାମାନଙ୍କ ଅନୁଗତ ଥିଲ । 3 ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଜଣାଉଅଛି, ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ "ଯୀଶୁ ଅଭିଶପ୍ତ' ବୋଲି କୁହେ ନାହିଁ, ପୁଣି, କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ "ଯୀଶୁ ପ୍ରଭୁ' ବୋଲି କହିପାରେ ନାହିଁ । 4 ଅନୁଗ୍ରହ ଦାନ ବିଭିନ୍ନ ପ୍ରକାର, କିନ୍ତୁ ଆତ୍ମା ଏକ; 5 ସେବା ବିଭିନ୍ନ ପ୍ରକାର, ଆଉ, ପ୍ରଭୁ ଏକ; 6 କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ୱର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି । 7 କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ । 8 କାରଣ ଜଣକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିର ବାକ୍ୟ, ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଶିକ୍ଷାନୁଯାୟୀ ଜ୍ଞାନର ବାକ୍ୟ, 9 ଅପର ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ବିଶ୍ୱାସ, ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ୱାରା ଆରୋଗ୍ୟ କରିବାର ଶକ୍ତି, 10 ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ । 11 କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ଭିନ୍ନ ଭିନ୍ନ ରୂପେ ଦାନ ବିତରଣ କରି ଏହି ସମସ୍ତ କର୍ମ ସାଧନ କରନ୍ତି ।

12 କାରଣ ଯେପରି ଶରୀର ଏକ, ଆଉ ସେଥିର ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ । 13 ଯେଣୁ ଆମ୍ଭେମାନେ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ; ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛ । 14 କାରଣ ଶରୀର ତ ଏକ ଅଙ୍ଗ ନୁହେଁ, ମାତ୍ର ଅନେକ । 15 ପାଦ ଯଦି କହେ, ମୁଁ ହାତ ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ । 16 ପୁଣି, କାନ ଯଦି କହେ, ମୁଁ ଆଖି ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ । 17 ସମସ୍ତ ଶରୀର ଯଦି ଚକ୍ଷୁ ହୁଏ, ତେବେ ଶ୍ରବଣ କେଉଁଠାରେ ? ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ, ତେବେ ଶୁଘିଂବା କେଉଁଠାରେ ? 18 କିନ୍ତୁ ଈଶ୍ୱର ଅଙ୍ଗପ୍ରତ୍ୟଙ୍ଗକୁ ଗୋଟି ଗୋଟି କରି ଶରୀରରେ ଆପଣା ଇଚ୍ଛାନୁସାରେ ଖଞ୍ଜିଅଛନ୍ତି । 19 ଆଉ, ଯଦି ସେ ସମସ୍ତ ଗୋଟିଏ ଅଙ୍ଗ ହୋଇଥାଆନ୍ତା, ତେବେ ଶରୀର କେଉଁଠାରେ ? 20 କିନ୍ତୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀର ଏକ । 21 ତୋ'ଠାରେ ମୋହର ପ୍ରୟୋଜନ ନାହିଁ ବୋଲି ଆଖି ହାତକୁ କହିପାରେ ନାହିଁ, କିଅବା ତୋ'ଠାରେ ମୋହର ପ୍ରୟୋଜନ ନାହିଁ ବୋଲି ମସ୍ତକ ପାଦକୁ କହିପାରେ ନାହିଁ । 22 ବରଂ ଅନ୍ୟ ପକ୍ଷରେ ଶରୀରର ଯେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଧିକ ଦୁର୍ବଳ ବୋଲି ବୋଧ ହୁଏ, ସେହି ସବୁ ଏକାନ୍ତ ପ୍ରୟୋଜନୀୟ; 23 ପୁଣି, ଶରୀରର ଯେଉଁ ସବୁ ଅଙ୍ଗ ଅଧିକ ଆଦରହୀନ ବୋଲି ଆମ୍ଭମାନଙ୍କୁ ବୋଧ ହୁଏ, ସେହି ସବୁ ଅଙ୍ଗକୁ ଆମ୍ଭେମାନେ ଅଧିକତର ସମାଦରରେ ଭୂଷିତ କରୁ; ଆଉ ଆମ୍ଭମାନଙ୍କ ଅନାଦର ଅଙ୍ଗଗୁଡ଼ିକ ଅଧିକତର ଶୋଭାଯୁକ୍ତ ହୁଏ, 24 କିନ୍ତୁ ଆମ୍ଭମାନଙ୍କର ସୁନ୍ଦର ଅଙ୍ଗଗୁଡ଼ିକର ଶୋଭାଯୁକ୍ତ ହେବା ପ୍ରୟୋଜନ ନାହିଁ । 25 ମାତ୍ର ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ, ବରଂ ଅଙ୍ଗପ୍ରତ୍ୟଙ୍ଗ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି, ଏଥିପାଇଁ ଈଶ୍ୱର ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦେଇ ଶରୀରକୁ ସଙ୍ଗଠନ କରିଅଛନ୍ତି । 26 ଆଉ, ଗୋଟିଏ ଅଙ୍ଗ ଦୁଃଖଭୋଗ କଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଦୁଃଖଭୋଗ କରନ୍ତି, କିମ୍ବା ଗୋଟିଏ ଅଙ୍ଗ ଗୌରବପ୍ରାପ୍ତ ହେଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଆନନ୍ଦ କରନ୍ତି । 27 ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ୱରୂପ । 28 ପୁଣି, ଈଶ୍ୱର ମଣ୍ଡଳୀରେ ପ୍ରଥମରେ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି; ପରେ ଆଶ୍ଚର୍ଯ୍ୟର କାର୍ଯ୍ୟ, ତତ୍ପରେ ଆରୋଗ୍ୟ କରିବାର ଶକ୍ତି, ପରୋପକାରିତା, ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି । 29 ସମସ୍ତେ କି ପ୍ରେରିତ ? ସମସ୍ତେ କି ଭାବବାଦୀ ? ସମସ୍ତେ କି ଶିକ୍ଷକ ? ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ ? 30 ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି ? ସମସ୍ତେ କି ପରଭାଷାରେ କଥା କହନ୍ତି ? ସମସ୍ତେ କି ଭାଷାର ଅର୍ଥ କରନ୍ତି ? 31 କିନ୍ତୁ ଶ୍ରେଷ୍ଠ ଦାନସମସ୍ତ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର । ଅଧିକନ୍ତୁ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି ।



Translation Questions

1 Corinthians 12:1

ପାଉଲ କେଉଁ ବିଷୟରେ କରିନ୍ଥୀୟ ଖ୍ରୀଷ୍ଟିଆନମାନଙ୍କୁ ଜଣାଇବାକୁ ଚାହାଁନ୍ତି ?

ପାଉଲ ଆତ୍ମିକ ଦାନଗୁଡିକୁ ସେମାନଙ୍କୁ ଜଣାଇବାକୁ ଚାହାଁନ୍ତି [୧୨:୧]|

କଣ କେହି ଈଶ୍ୱରଙ୍କ ଆତ୍ମା ଦ୍ୱାରା କହିବାରେ ସକ୍ଷମ ନାହିଁ ?

ସେ କହି ପାରେ ନାହିଁ, “ଯୀଶୁ ଅଭିଶପ୍ତ ଅଟନ୍ତି|” [୧୨:୩]|

କିପରି ଜଣେ କହିପାରେ, “ଯୀଶୁ ହିଁ ପ୍ରଭୁ”?

ଜଣେ କେବଳ ପବିତ୍ର ଆତ୍ମାଙ୍କ ଦ୍ୱାରା କହିପାରେ, “ଯୀଶୁ ହିଁ ପ୍ରଭୁ” [୧୨:୩]|

1 Corinthians 12:4

ଈଶ୍ୱର କଣ ପ୍ରତ୍ୟେକ ବିଶ୍ୱାସୀଙ୍କୁ ସମ୍ଭବ କରନ୍ତି ?

ସେ ପ୍ରତ୍ୟେକ ବିଶ୍ୱାସୀଙ୍କୁ ସମ୍ଭବ କରନ୍ତି ବିଭିନ୍ନ ଦାନଗୁଡିକ, ବିଭିନ୍ନ ସେବାଗୁଡିକ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟ [୧୨:୪-୬]|

1 Corinthians 12:7

କାହିଁକି ଆତ୍ମାଙ୍କ ଗୁଣପ୍ରକାଶକ ପ୍ରଦତ୍ତ ହୁଏ ?

ଏହା ସମସ୍ତଙ୍କ ଉପକାର ନିମନ୍ତେ ହୋଇଥାଏ [୧୨:୭]|

1 Corinthians 12:9

କେଉଁ ସବୁ ଦାନଗୁଡିକ ଆତ୍ମାଙ୍କ ଦ୍ୱାରା ଅଟେ ?

କିଛି ଦାନଗୁଡିକ ବୁଦ୍ଧିର ବାକ୍ୟ, ଜ୍ଞାନର ବାକ୍ୟ, ବିଶ୍ୱାସ, ଆରୋଗ୍ୟର ଦାନ, ଶକ୍ତିର କାର୍ଯ୍ୟ, ଭାବବାଣୀ, ଭିନ୍ନ ଭିନ୍ନ ଆତ୍ମାଗୁଡିକ ଚିହ୍ନିବା, ବିଭିନ୍ନ ପରଭାଷା କହିବା, ଏବଂ ଭାଷାର ଅର୍ଥ କହିବା ଦାନଗୁଡିକ ଅଟେ [୧୨:୮-୧୦]|

କେଉଁ ଦାନଗୁଡିକ ପ୍ରତ୍ୟେକ ଜଣ ଗ୍ରହଣ କରନ୍ତି କିଏ ପସନ୍ଦ କରନ୍ତି ?

ଆତ୍ମା ଯାହାକୁ ପସନ୍ଦ କରନ୍ତି ପ୍ରତ୍ୟେକ ଜଣକୁ ଦାନଗୁଡିକ ଦିଅନ୍ତି [୧୨:୧୧]|

1 Corinthians 12:12

କେଉଁ ଉଦ୍ଦେଶ୍ୟଟିରେ ସମସ୍ତ ଖ୍ରୀଷ୍ଟିଆନମାନେ ବାପ୍ତିଜିତ ହେଲେ?

ଆମ୍ଭେମାନେ ଗୋଟିଏ ଶରୀର ଉଦ୍ଦେଶ୍ୟରେ ବାପ୍ତିଜିତ ହେଲୁ ଏବଂ ସମସ୍ତେ ଏକ ଆତ୍ମରେ ପାନ କଲୁ [୧୨:୧୩]|

1 Corinthians 12:18

କିଏ ଯୋଗାଡିଲେ ଏବଂ ଶରୀରର ପ୍ରତ୍ୟେକ ଅଙ୍ଗକୁ ଖଞ୍ଜିଲେ ?

ଈଶ୍ୱର ଯେପରି ସେ ଖଞ୍ଜିଲେ ଶରୀରର ପ୍ରତ୍ୟେକ ଅଙ୍ଗକୁ ଯୋଗାଡିଲେ [୧୨:୧୮]|

1 Corinthians 12:21

ଯେଉଁଟି ଦୁର୍ବଳ ବୋଲି ବୋଧହୁଏ ଶରୀରର ଅଙ୍ଗଗୁଡିକ ବିନା ଆମେ କରି ପାରିବା ?

ନା| ଦୁର୍ବଳ ଅଙ୍ଗଗୁଡିକ ବୋଲି ବୋଧହୁଏ ସେହିସବୁ ପ୍ରୟୋଜନୀୟ ଅଟେ [୧୨:୨୨]|

ଯେଉଁ ଦୁର୍ବଳ ଅଙ୍ଗଗୁଡିକୁ ଶରୀରରେ ଅନ୍ତର୍ଭୁକ୍ତ ଈଶ୍ୱର କଣ କରିଛନ୍ତି ?

ଈଶ୍ୱର ସମସ୍ତ ଅଙ୍ଗଗୁଡିକୁ ସଂଯୁକ୍ତ କରିଛନ୍ତି ଏବଂ ଯେଉଁଟି ଅଭାବ ଥିଲେ ସେ ସେଗୁଡିକୁ ଅଧିକ ଆଦର ଦେଲେ [୧୨:୨୪]|

1 Corinthians 12:25

କାହିଁକି ଈଶ୍ୱର ଅଭାବ ଥିବା ଶରୀରର ଅଙ୍ଗଗୁଡିକୁ ଅଧିକ ଆଦର ଦେଲେ ?

ସେ ଏହା କଲେ ଯେପରି ସେଠାରେ କୌଣସି ବିଭେଦ ଶରୀର ମଧ୍ୟରେ ନ ହେଉ , କିନ୍ତୁ ସେହି ଅଙ୍ଗଗୁଡିକ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି [୧୨:୨୫]|

1 Corinthians 12:28

ଈଶ୍ୱର ମଣ୍ଡଳୀରେ କାହାକୁ ନିଯୁକ୍ତି ଦେଇଅଛନ୍ତି ?

ମଣ୍ଡଳୀରେ ଈଶ୍ୱର ପ୍ରଥମରେ ପ୍ରେରିତମାନେ, ଦ୍ୱିତୀୟରେ ଭାବବାଦୀମାନେ, ତୃତୀୟରେ ଶିକ୍ଷକମାନେ, ଯେଉଁମାନେ ଶକ୍ତିର କାର୍ଯ୍ୟଗୁଡିକ, ଆରୋଗ୍ୟ କରିବା ଶକ୍ତିଗୁଡିକ,ପରୋପକାରିତା, ପରିଚାଳନାର କ୍ଷମତା, ଏବଂ ବିଭିନ୍ନ ପରଭାଷା ଦାନ ଗୁଡିକରେ ନିଯୁକ୍ତି ଦେଇଅଛନ୍ତି [୧୨:୨୮]|

1 Corinthians 12:30

ପାଉଲ କରିନ୍ଥୀୟ ଖ୍ରୀଷ୍ଟିଆନମାନଙ୍କୁ କଣ ଖୋଜିବା ପାଇଁ କହନ୍ତି ?

ସେ ସେମାନଙ୍କୁ ଶ୍ରେଷ୍ଠ ଦାନସମସ୍ତ ଖୋଜିବା ପାଇଁ କହନ୍ତି [୧୨:୩୧]|

ପାଉଲ କରିନ୍ଥୀୟ ଖ୍ରୀଷ୍ଟିଆନମାନଙ୍କୁ ସେ କଣ ଦେଖାଇବେ ବୋଲି କହନ୍ତି ?

ସେ କହନ୍ତି ସେ ସେମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଇବେ [୧୨:୩୧]|


Chapter 13

1 ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟ କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହୋଇଅଛି । 2 ଆଉ, ଯଦି ମୋହର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ । 3 ପୁଣି, ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, ପୁଣି, ଯଦି ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୋହର କିଛି ଲାଭ ନାହିଁ । 4 ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, 5 ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, 6 ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; 7 ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ । 8 ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହି ସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ । 9 କାରଣ ଆମ୍ଭେମାନେ ଆଂଶିକ ଭାବେ ଜାଣୁ ଓ ଆଂଶିକ ଭାବେ ଭାବବାଣୀ କହୁ । 10 କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ । 11 ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି; ବୟସପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟସବୁ ପରିତ୍ୟାଗ କଲି । 12 କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖି ହୋଇ ଦେଖିବା; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ମଧ୍ୟ ପରିଚୟ ପାଇବି । 13 ଅତଏବ ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ ।



Translation Questions

1 Corinthians 13:1

ଯଦି ସେ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା ହେଲେ କିନ୍ତୁ ପ୍ରେମ ନ ଥିଲେ କଣ ପାଉଲ ହେଇ ପାରନ୍ତି ?

ସେ ଶବ୍ଦକାରକ ଘଣ୍ଟା କିମ୍ବା ଝମ୍ ଝମ୍ ଶବ୍ଦକାରୀ କରତାଳ ସ୍ୱରୂପ ହୋଇପାରନ୍ତି [୧୩:୧]|

ଯଦି ସେ ଭାବବାଣୀ ଦାନ ପାଇଥିଲେ, ନିଗୂଢ ତତ୍ତ୍ୱ ସତ୍ୟତା ଗୁଡିକ ଓ ଜ୍ଞାନ ବୁଝିବା ଏବଂ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲେ କିନ୍ତୁ ପ୍ରେମ ନ ଥିଲେ ପାଉଲ କଣ ହୋଇପାରିଥାନ୍ତେ ?

ସେ କିଛି ହୋଇ ନ ପାରିଥାନ୍ତେ [୧୩:୨]|

ସେ ସର୍ବସ୍ୱ ଦରିଦ୍ରମାନଙ୍କୁ ବିତରଣ କରି ଓ ତାଙ୍କ ଶରୀରକୁ ଦଗ୍‌ଧ କଲେ ଏବଂ ତଥାପି କିଛି ଲାଭ ନାହିଁ, ପାଉଲ କିପରି ଦେଇପାରିଲେ ?

ଯଦି ତାହାଠାରେ ପ୍ରେମ ନାହିଁ ସେ କିଛି ଲାଭ କରି ନାହିଁ ଯଦିଓ ସେ ସମସ୍ତ ଅନ୍ୟ ବିଷୟ ଗୁଡିକ କଲେ [୧୩:୩]|

1 Corinthians 13:4

ପ୍ରେମର କିଛି ଗୁଣାବଳୀ ଗୁଡିକ କଣ ଅଟେ ?

ପ୍ରେମ ଦୀର୍ଘସହିଷ୍ଣୁ ଏବଂ ହିତଜନକ; ଏହା ଈର୍ଷା କରେ ନାହିଁ କିମ୍ବା ଆତ୍ମବଡିମା କରେ ନାହିଁ; ଏହା ଅହଙ୍କାର ବା ଅନୁଚିତ ବ୍ୟବହାର କରେ ନାହିଁ |ଏହା ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ନତୁବା ଅପକାର ସ୍ମରଣରେ ରଖେ ନାହିଁ| ଏହା ଅଧର୍ମରେ ଆନନ୍ଦ କରେ ନାହିଁ କିନ୍ତୁ ସତ୍ୟରେ ଆନନ୍ଦ କରେ | ଏହା ସମସ୍ତ ବିଷୟ ଗୁଡିକ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ ଏବଂ ସମସ୍ତ ବିଷୟରେ ଧୈର୍ଯ୍ୟ ଧରେ |ଏହା ଲୋପ ହୁଏ ନାହିଁ [୧୩:୪-୮]|

1 Corinthians 13:8

କେଉଁ କିଛି ବିଷୟଗୁଡିକ ଯେ ନିବୃତ୍ତ ହେବ କିମ୍ବା ଲୋପ ପାଇବ ?

ଭାବବାଣୀ ଗୁଡିକ, ଜ୍ଞାନ ଏବଂ ଯେଉଁଟା ଆଂଶିକ ନିବୃତ୍ତ ହେବ ଏବଂ ପରଭାଷାଗୁଡିକ ଲୋପ ପାଇବ [୧୩:୮-୧୦]|

କଣ ଲୋପ ପାଇବ ନାହିଁ ?

ପ୍ରେମ ଲୋପ ପାଇବ ନାହିଁ [୧୩:୮]|

1 Corinthians 13:11

ପାଉଲ କହିଲେ କଣ ସେ କଲେ ଯେତେବେଳେ ସେ ବୟସ ପ୍ରାପ୍ତ ହେଲେ ?

ପାଉଲ କହିଲେ ଯେତେବେଳେ ସେ ବୟସ ପ୍ରାପ୍ତ ହେଲେ, ସେ ଶିଶୁର ବିଷୟସବୁ ପରିତ୍ୟାଗ କଲେ [୧୩:୧୧]|

କେଉଁ ତିନୋଟି ବିଷୟଗୁଡିକ ରହିବ, ଏବଂ ତିନୋଟି ମଧ୍ୟରୁ କେଉଁଟି ଉତ୍କୃଷ୍ଟତମ ?

ବିଶ୍ୱାସ, ଭରସା, ଏବଂ ପ୍ରେମ ରହିବ | ଏହି ତିନୋଟି ମଧ୍ୟରୁ ପ୍ରେମ ହିଁ ଉତ୍କୃଷ୍ଟତମ [୧୩:୧୩]|


Chapter 14

1 ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥି ନିମନ୍ତେ ଏକାନ୍ତ ଚେଷ୍ଟା କର । 2 କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ୱରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ । 3 କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ । 4 ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ । 5 ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ । 6 ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କ'ଣ ଉପକାର କରିବି ? 7 ବଂଶୀ ହେଉ ବା ବୀଣା ହେଉ, ନିର୍ଜୀବ ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ଯଦି ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କ'ଣ ବାଜୁଅଛି ବା ବୀଣାରେ କ'ଣ ବାଜୁଅଛି, ତାହା କିପରି ଜଣାଯିବ ? 8 ପୁଣି, ତୂରୀ ଯଦି ଅସ୍ପଷ୍ଟ ଧ୍ୱନି କରେ, ତେବେ କିଏ ଯୁଦ୍ଧ ନିମନ୍ତେ ସଜ୍ଜିତ ହେବ ? 9 ସେହିପରି ତୁମ୍ଭେମାନେ ମଧ୍ୟ ଯଦି ଜିହ୍ୱା ଦ୍ୱାରା ସହଜ ବୋଧଗମ୍ୟ କଥା ନ କୁହ, ତେବେ କ'ଣ କହୁଅଛ, ତାହା କିପରି ଜଣାଯିବ ? କାରଣ ତୁମ୍ଭେମାନେ ଶୂନ୍ୟକୁ କହିବା ପରି ହେବ । 10 ଜଗତରେ ହୋଇ ପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି, କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ । 11 ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବିଦେଶୀୟ ପରି ହେବି, ଆଉ ସେ ମୋ' ନିକଟରେ ବିଦେଶୀୟ ପରି ହେବ । 12 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆତ୍ମିକ ଦାନସବୁ ପାଇବାକୁ ଏକାନ୍ତ ଚେଷ୍ଟା କରୁଥିବାରୁ ମଣ୍ଡଳୀର ନିଷ୍ଠା ନିମନ୍ତେ ସେହି ସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର । 13 ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରି ପାରେ, ଏଥି ନିମନ୍ତେ ପ୍ରାର୍ଥନା କରୁ । 14 କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ମନ ଫଳହୀନ ହୁଏ । 15 ତେବେ କର୍ତ୍ତବ୍ୟ କ'ଣ ? ମୁଁ ଆତ୍ମା ଦ୍ୱାରା ପ୍ରାର୍ଥନା କରିବି; ପୁଣି, ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ୱାରା ସ୍ତୁତିଗାନ କରିବି, ପୁଣି, ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି । 16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍‍ କହିବ ? 17 ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ । 18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି; 19 ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥି ନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ । 20 ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ- ବୟସ୍କ ହୁଅ । 21 ମୋଶାଙ୍କ ବ୍ୟବସ୍ଥାରେ ଲେଖା ଅଛି, "ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ" । 22 ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ । 23 ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କ'ଣ ସେମାନେ କହିବେ ନାହିଁ ? 24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ, 25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ୱର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ ।

26 ହେ ଭାଇମାନେ, ତେବେ କର୍ତ୍ତବ୍ୟ କ'ଣ ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ, ବା ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି । ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ । 27 ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ । 28 କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ୱରଙ୍କୁ କହୁ । 29 ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ । 30 କିନ୍ତୁ ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ, ତାହାହେଲେ ପ୍ରଥମ ଜଣକ ନୀରବ ହେଉ । 31 କାରଣ ଯେପରି ସମସ୍ତେ ଶିକ୍ଷା ପାଆନ୍ତି, ପୁଣି, ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର । 32 ଭାବବାଦୀମାନଙ୍କ ଆତ୍ମା ଭାବବାଦୀମାନଙ୍କର ବଶୀଭୂତ । 33 କାରଣ ଈଶ୍ୱର ବିଶୃଙ୍ଖଳତାର ଈଶ୍ୱର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ୱର । 34 ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାଁନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ । 35 ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ । 36 କ'ଣ ? ଈଶ୍ୱରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି ? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି ? 37 କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହି ସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ । 38 କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ । 39 ଏଣୁ ହେ ମୋହର ଭାଇମାନେ, ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ପରଭାଷାରେ କଥା କହିବାକୁ ମନା ନ କର । 40 କିନ୍ତୁ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ ।



Translation Questions

1 Corinthians 14:1

କେଉଁ ଆତ୍ମିକ ଦାନଗୁଡିକ ପାଇଁ ପାଉଲ କହନ୍ତି ଆମେ ବିଶେଷତଃ ଅନୁକରଣ କରିବା ଉଚିତ ?

ପାଉଲ କହିଲେ ଆମେ ଭାବବାଣୀ ପାଇଁ ବିଶେଷତଃ ଅନୁକରଣ କରିବା ଉଚିତ [୧୪:୧]|

ଯେତେବେଳେ ସେ ପରଭାଷାରେ କହନ୍ତି କାହାକୁ ଜଣେ କହୁଛନ୍ତି ?

ସେ ଲୋକମାନଙ୍କ କହୁ ନାହାନ୍ତି କିନ୍ତୁ ଈଶ୍ୱରଙ୍କୁ କହୁଛନ୍ତି [୧୪:୨]|

କାହିଁକି ପରଭାଷା କହୁଥିବା ଠାରୁ ଉନ୍ନତ୍ତତୋର ଭାବବାଣୀ ଅଟେ ?

ଯିଏ ପରଭାଷା କହେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯିଏ ଭାବବାଣୀ କହେ ମଣ୍ଡଳୀର ନିଷ୍ଠା ଜନ୍ମାଏ |ତେଣୁ ଯିଏ ଭାବବାଣୀ କହେ ଉତ୍ତମ ଅଟେ [୧୪:୩-୫]

1 Corinthians 14:7

କେଉଁଟି ପାଇଁ ପାଉଲ ଅଜ୍ଞାନ ଶିକ୍ଷା ସହ ମତ ପାର୍ଥକ୍ୟ କରନ୍ତି ?

ସେ ବାଦ୍ୟଯନ୍ତ୍ର ସହ ଏହା ପାର୍ଥକ୍ୟ କରନ୍ତି ଯେପରି ବଂଶୀ ବା ବୀଣାର ସ୍ୱରର ପାର୍ଥକ୍ୟ ନ ଥାଏ ଏବଂ ତୂରୀର ଅସ୍ପଷ୍ଟ ଧ୍ୱନି ହୁଏ [୧୪:୭-୯]|

1 Corinthians 14:12

କରିନ୍ଥୀୟ ବିଶ୍ୱାସୀମାନକୁ ପାଉଲ କଣ ଚେଷ୍ଟା କରିବା ଉଚିତ ବୋଲି କହନ୍ତି ?

ସେ କହନ୍ତି ସେମାନେ ମଣ୍ଡଳୀର ନିଷ୍ଠା ନିମନ୍ତେ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କରିବା ଉଚିତ [୧୪:୧୨]|

ଯିଏ ପରଭାଷାରେ ପ୍ରାର୍ଥନା କରେ କଣ ପାଇଁ କରିବା ଉଚିତ ?

ସେ ପ୍ରାର୍ଥନା କରିବା ଉଚିତ ଯେ ସେ ଅର୍ଥ କରିପାରେ [୧୪:୧୩]|

ଯେତେବେଳେ ସେ ପରଭାଷାରେ ପ୍ରାର୍ଥନା କଲେ ତାଙ୍କ ଆତ୍ମା ଏବଂ ବୁଦ୍ଧି ହୁଏ ବୋଲି ପାଉଲ କହିଲେ ?

ପାଉଲ କହିଲେ ଯଦି ସେ ପରଭାଷାରେ ପ୍ରାର୍ଥନା କଲେ ତାଙ୍କ ଆତ୍ମା ପ୍ରାର୍ଥନା କଲେ କିନ୍ତୁ ତାଙ୍କ ମନ ଫଳହୀନ ହେଲା [୧୪:୧୪]|

1 Corinthians 14:15

ପାଉଲ କହନ୍ତି ସେ କିପରି ପ୍ରାର୍ଥନା ଏବଂ ଗୀତ ଗାଇବାକୁ ଯାଉଥିଲେ ?

ପାଉଲ କହିଲେ ସେ ପ୍ରାର୍ଥନା ଏବଂ ଗୀତ ଗାଇବାକୁ ଯାଉଥିଲେ କେବଳ ଆତ୍ମାଙ୍କ ସହ ତାହା ନୁହଁ ବୁଦ୍ଧି ସହ ମଧ୍ୟ କରୁଥିଲେ [୧୪:୧୫]|

1 Corinthians 14:17

ପାଉଲ କଣ କହିଲେ ସେ ମଣ୍ଡଳୀରେ କାର୍ଯ୍ୟ କରିବା ପରିବର୍ତ୍ତେ ପରଭାଷାରେ ଦଶ ହଜାର କଥା କହିଥାନ୍ତେ ?

ପାଉଲ କହିଲେ ସେ ତାଙ୍କ ବୁଦ୍ଧିର ସହ ପାଞ୍ଚୋଟି କଥା କହିବା ଭଲ ଯେପରି ସେ ଅନ୍ୟମାନଙ୍କୁ ଶିକ୍ଷା ଦେଇ ପାରିଥାନ୍ତେ [୧୪:୧୯]|

1 Corinthians 14:22

କାହା ନିମନ୍ତେ ପରଭାଷାଗୁଡିକ ଏବଂ ଭାବବାଣୀଗୁଡିକ ଗୋଟିଏ ଚିହ୍ନ ଅଟେ ?

ପରଭାଷାଗୁଡିକ ଅବିଶ୍ୱାସୀମାନଙ୍କ ପାଇଁ ଗୋଟିଏ ଚିହ୍ନ ଅଟେ ଏବଂ ଭାବବାଣୀଗୁଡିକ ବିଶ୍ୱାସୀମାନଙ୍କ ପାଇଁ ଗୋଟିଏ ଚିହ୍ନ ଅଟେ [୧୪:୨୨]|

ଯଦି ସାଧାରଣ ଏବଂ ବିଶ୍ୱାସୀମାନେ ମଣ୍ଡଳୀରେ ସମବେତ ହୁଅନ୍ତି ଏବଂ ସମସ୍ତେ ପରଭାଷାରେ କଥା କହୁଥିଲେ ସେମାନେ କଣ କହିବେ?

ସେମାନେ ବିଶ୍ୱାସୀମାନଙ୍କୁ ପାଗଳ ବୋଲି କହିବେ [୧୪:୨୩]|

1 Corinthians 14:24

ଯଦି ସମସ୍ତ ମଣ୍ଡଳୀ ଭାବବାଣୀ କହୁଥିଲେ ଏବଂ ଜଣେ ଅବିଶ୍ୱାସୀ ବା ଜଣେ ସାଧାରଣ ଆସିଲେ ପାଉଲ କଣ ଘଟିବ ବୋଲି କହନ୍ତି ?

ପାଉଲ କହନ୍ତି ଜଣେ ଅବିଶ୍ୱାସୀ ବା ଜଣେ ସାଧାରଣ ଲୋକ ସେ ସମସ୍ତ ଶୁଣି ଦୋଷୀ ବୋଲି ପ୍ରମାଣିତ ହୋଇପାରେ, ସେ ଯାହା ସମସ୍ତ କହିଲେ ତାହା ଦ୍ୱାରା ବିଚାରିତ ହେବେ [୧୪:୨୪]|

ଯଦି ଜଣେ ଅବିଶ୍ୱାସୀ ବା ଜଣେ ସାଧାରଣ ସେହି ତାର ହୃଦୟର ଗୁପ୍ତ ବିଷୟରେ ଭାବବାଣୀ ପ୍ରକାଶିତ ହେଲେ କଣ ଘଟିପାରେ ?

ସେ ମୁହଁ ମାଡି ପଡିବ, ଈଶ୍ୱରଙ୍କୁ ଆରାଧନା କରେ ଏବଂ ଘୋଷଣା କରେ ଯେ ଈଶ୍ୱର ସେମାନଙ୍କ ମଧ୍ୟରୁ ଯଥାର୍ଥ ଥିଲେ [୧୪:୨୫]|

1 Corinthians 14:26

ଯେଉଁମାନେ ପରଭାଷାରେ କଥା କହନ୍ତି ଯେତେବେଳେ ବିଶ୍ୱାସୀମାନେ ଏକାଠି ଆସନ୍ତି ପାଉଲ କଣ ନିର୍ଦ୍ଦେଶ କରନ୍ତି ?

ସେ କହନ୍ତି କେବଳ ଦୁଇ ବା ତିନି ଜଣ ପାଳି ଅନୁସାରେ କହନ୍ତୁ |ଯଦି କୌଣସି ଅର୍ଥକାରକ ନ ଥାନ୍ତି ତେବେ ମଣ୍ଡଳୀରେ ପ୍ରତ୍ୟେକ ଜଣମାନଙ୍କ ମଧ୍ୟରୁ ନୀରବ ରହନ୍ତୁ | [୧୪:୨୭-୨୮]|

1 Corinthians 14:29

ଯେତେବେଳେ ମଣ୍ଡଳୀକୁ ଏକାଠି ଆସନ୍ତି ଭାବବାଦୀମାନଙ୍କୁ ପାଉଲଙ୍କ ନିର୍ଦ୍ଦେଶ କଣ ଥାଏ ?

ପାଉଲ କହନ୍ତି ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ ପୁଣି ଅନ୍ୟମାନେ କଣ କହିଲେ ବିଚାର କରନ୍ତୁ |ଯଦି ଉପବିଷ୍ଟ ଅନ୍ୟ କାହାରି ପ୍ରତି ବାକ୍ୟ ପ୍ରକାଶିତ ହୋଇଛି, ଯିଏ କହୁଅଛି ନୀରବ ରହିବା ଉଚିତ | ସେମାନେ ଜଣ ଜଣ କରି ଭାବବାଣୀ କହିବା ଉଚିତ [୧୪:୨୯-୩୧]|

1 Corinthians 14:31

କେଉଁ ମଣ୍ଡଳୀଗୁଡିକରେ ପାଉଲ ସ୍ତ୍ରୀମାନଙ୍କୁ କହିବା ପାଇଁ ଅନୁମତି ଦିଅନ୍ତି ନାହିଁ ?

ପାଉଲ କହନ୍ତି ସାଧୁମାନଙ୍କ ମଣ୍ଡଳୀଗୁଡିକରେ ସ୍ତ୍ରୀମାନଙ୍କୁ କହିବା ପାଇଁ ଅନୁମତି ଦିଆଯାଏ ନାହିଁ [୧୪:୩୩-୩୪]|

1 Corinthians 14:34

ସ୍ତ୍ରୀଲୋକମାନେ ଯଦି ସେମାନେ କିଛି ଶିଖିବା ପାଇଁ ଉଚିତ ବୋଲି ଚାହାନ୍ତି ପାଉଲ କଣ କହନ୍ତି ?

ପାଉଲ ସେମାନଙ୍କୁ କହିଲେ ସେମାନଙ୍କ ସ୍ୱାମୀମାନଙ୍କୁ ଠାରୁ ଘରେ ପଚାରନ୍ତୁ [୧୪:୩୫]|

ଜଣେ ସ୍ତ୍ରୀ ମଣ୍ଡଳୀରେ କଥା କହିଲେ ଲୋକେ କିପରି ଦେଖନ୍ତି ?

ଏହା ଏକ ଲଜ୍ଜାଜନକ ଦେଖାଗଲା [୧୪:୩୫]|

1 Corinthians 14:37

କେହି ଯଦି ଆପଣାକୁ ଭାବବାଦୀମାନେ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରନ୍ତି ସେମାନେ ସ୍ୱୀକୃତି ପାଇବା ଉଚିତ ବୋଲି ପାଉଲ କଣ କହିଲେ ?

ପାଉଲ କହିଲେ ସେମାନେ ସ୍ୱୀକୃତି ପାଇବା ଉଚିତ ଯେ ସମସ୍ତ ବିଷୟଗୁଡିକରେ ସେ ପ୍ରଭୁଙ୍କ ଆଜ୍ଞା ଉପରେ ଜ୍ଞାତ ହେବା ନିମନ୍ତେ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ଲେଖିଲେ [୧୪:୩୭]|

1 Corinthians 14:39

କିପରି ମଣ୍ଡଳୀରେ ସମସ୍ତ ବିଷୟ ହେବା ଉଚିତ?

ସମସ୍ତ ବିଷୟ ଗୁଡିକ ବିହିତମତେ ଏବଂ ସୁଧାରାନୁସାରେ ହେବା ଉଚିତ [୧୪:୪୦]|


Chapter 15

1 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲି, ଯାହା ତୁମ୍ଭେମାନେ ଗ୍ରହଣ କରିଥିଲ, ଯହିଁରେ ମଧ୍ୟ ସ୍ଥିର ହୋଇ ରହିଅଛ, ମୁଁ କେଉଁ ପ୍ରକାରେ ତୁମ୍ଭମାନଙ୍କ ନିକଟରେ ତାହା ପ୍ରଚାର କରିଥିଲି, ଏହା ତୁମ୍ଭମାନଙ୍କୁ ସ୍ମରଣ କରାଉଅଛି; 2 ଯଦି ତୁମ୍ଭେମାନେ ତାହା ଦୃଢ଼ ଭାବରେ ଧରିଥାଅ, ତେବେ ତାହା ଦ୍ୱାରା ପରିତ୍ରାଣ ପାଉଅଛ, ନୋହିଲେ ତ ତୁମ୍ଭେମାନେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ । 3 କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯଥା, ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, 4 ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ; 5 ସେ କୈଫାଙ୍କୁ, ଆଉ, ତାହା ପରେ ଦ୍ୱାଦଶଙ୍କୁ ଦର୍ଶନ ଦେଲେ; 6 ଏଉତ୍ତାରେ ଏକାଥରେ ପାଞ୍ଚ ଶହଠାରୁ ଅଧିକ ଭାଇମାନଙ୍କୁ ଦର୍ଶନ ଦେଲେ; ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି, କିନ୍ତୁ କେହି କେହି ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି । 7 ତତ୍ପରେ ସେ ଯାକୁବଙ୍କୁ, ଆଉ, ପରେ ସମସ୍ତ ପ୍ରେରିତଙ୍କୁ ଦର୍ଶନ ଦେଲେ; 8 ଅବଶେଷରେ ଅକାଳଜାତ ପରି ଜଣେ ଯେ ମୁଁ, ସେ ମୋତେ ମଧ୍ୟ ଦର୍ଶନ ଦେଲେ । 9 କାରଣ ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି, ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ । 10 କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ୱରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋ' ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋ' ସହିତ ଥିବା ଈଶ୍ୱରଙ୍କ ଅନୁଗ୍ରହ ତାହା କରିଅଛି । 11 ଅତଏବ ମୁଁ ହୁଏ, ବା ସେମାନେ ହୁଅନ୍ତୁ, ଏହି ପ୍ରକାରେ ଆମ୍ଭେମାନେ ପ୍ରଚାର କରୁଥାଉ, ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଥାଅ ।

12 ଏଣୁ ଖ୍ରୀଷ୍ଟ ଯେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି, ଏହା ଯଦି ପ୍ରଚାର କରାଯାଉଅଛି, ତେବେ ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି ତୁମ୍ଭମାନଙ୍କ ମଧ୍ୟରେ କେହି କେହି କିପରି କହନ୍ତି ? 13 ଯଦି ମୃତମାନଙ୍କର ପୁନରୁତ୍ଥାନ ନାହିଁ, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାଁନ୍ତି; 14 ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାଁନ୍ତି, ତେବେ ତ ଆମ୍ଭମାନଙ୍କ ପ୍ରଚାର ବୃଥା, ତୁମ୍ଭମାନଙ୍କ ବିଶ୍ୱାସ ମଧ୍ୟ ବୃଥା, 15 ପୁଣି, ଆମ୍ଭେମାନେ ଈଶ୍ୱରଙ୍କ ସମ୍ବନ୍ଧରେ ଯେ ମିଥ୍ୟା ସାକ୍ଷୀ, ଏହା ପ୍ରକାଶ ପାଏ । କାରଣ ଆମ୍ଭେମାନେ ଈଶ୍ୱରଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଇଥାଆନ୍ତୁ ଯେ, ସେ ଖ୍ରୀଷ୍ଟଙ୍କୁ ଉଠାଇଅଛନ୍ତି ମାତ୍ର ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ସେ ତାହାଙ୍କୁ ଉଠାଇ ନାହାଁନ୍ତି; 16 ଯେଣୁ ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାଁନ୍ତି; 17 ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାଁନ୍ତି, ତେବେ ତୁମ୍ଭମାନଙ୍କର ବିଶ୍ୱାସ ନିଷ୍ପଳ, ଆଉ ତୁମ୍ଭେମାନେ ଏପର୍ଯ୍ୟନ୍ତ ଆପଣା ଆପଣା ପାପରେ ଅଛ । 18 ତାହାହେଲେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇଅଛନ୍ତି । 19 ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ । 20 କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି । 21 କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି । 22 ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ । 23 କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କ୍ରମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ; 24 ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ, ସେ ସମୟରେ ସେ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ପିତା ଈଶ୍ୱରଙ୍କୁ ରାଜତ୍ୱ ସମର୍ପଣ କରିବେ । 25 କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ । 26 ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ; 27 କାରଣ ସେ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କଲେ। ଯେତେବେଳେ ସେ କହନ୍ତି, ସମସ୍ତ ବିଷୟ ବଶୀଭୂତ କରାଯାଇଅଛି, ଏହା ସ୍ପଷ୍ଟ, ସମସ୍ତ ବିଷୟ ଯେ ତାହାଙ୍କର ବଶୀଭୂତ କଲେ, ସେ ସେହି ସବୁର ଅନ୍ତର୍ଗତ ନୁହଁନ୍ତି । 28 ଆଉ ସମସ୍ତ ବିଷୟ ପୁତ୍ରଙ୍କ ବଶୀଭୂତ କରାଗଲା ଉତ୍ତାରେ, ଯେ ସମସ୍ତ ବିଷୟ ତାହାଙ୍କର ବଶୀଭୂତ କଲେ, ସ୍ୱୟଂ ପୁତ୍ର ମଧ୍ୟ ତାହାଙ୍କର ବଶୀଭୂତ ହେବେ, ଯେପରି ଈଶ୍ୱର ସର୍ବେସର୍ବା ହୁଅନ୍ତି । 29 ମୃତମାନଙ୍କ ଉତ୍ଥାନ ନ ହେଲେ, ଯେଉଁମାନେ ମୃତମାନଙ୍କ ନିମନ୍ତେ ବାପ୍ତିଜିତ ହୁଅନ୍ତି, ସେମାନେ କ'ଣ କରିବେ ? ଯଦି ମୃତମାନେ ଆଦୌ ଉତ୍ଥିତ ନ ହୁଅନ୍ତି, ତେବେ ସେମାନଙ୍କ ନିମନ୍ତେ ସେମାନେ କାହିଁକି ବାପ୍ତିଜିତ ହୁଅନ୍ତି ? 30 ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ଡରେ ବିପଦର ସମ୍ମୁଖୀନ ହେଉ? 31 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ, ସେଥିର ଶପଥ କରି କହୁଅଛି, ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି । 32 ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋହର ଲାଭ କ'ଣ ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ 'ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା' । 33 ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ । 34 ଯଥାର୍ଥରୂପେ ଜାଗ୍ରତ ହୁଅ, ପାପ ନ କର; କାରଣ କାହାରି କାହାରି ଈଶ୍ୱରଙ୍କ ବିଷୟରେ ଜ୍ଞାନ ନାହିଁ; ମୁଁ ତୁମ୍ଭମାନଙ୍କ ଲଜ୍ଜା ନିମନ୍ତେ ଏହି କଥା କହୁଅଛି ।

35 କିନ୍ତୁ କେହି କହିବ, ମୃତମାନେ କିପରି ଉତ୍ଥିତ ହୁଅନ୍ତି ? କି ପ୍ରକାର ଶରୀରରେ ସେମାନେ ଆସନ୍ତି ? 36 ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ, 37 ଆଉ, ଯେଉଁ ଶରୀର ହେବ, ତାହା ତୁମ୍ଭେ ବୁଣ ନାହିଁ, କିନ୍ତୁ ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହେଉ, ତାହା କେବଳ ଦାନାମାତ୍ର; 38 କିନ୍ତୁ ଈଶ୍ୱର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି । 39 ସମସ୍ତ ଶରୀର ଏକ ପ୍ରକାର ଶରୀର ନୁହେଁ, ମାତ୍ର ମନୁଷ୍ୟମାନଙ୍କ ଏକ ପ୍ରକାର ଶରୀର, ପଶୁମାନଙ୍କର ଅନ୍ୟ ପ୍ରକାର ଶରୀର, ପୁଣି, ପକ୍ଷୀମାନଙ୍କର ଆଉ ଏକ- ପ୍ରକାର ଶରୀର ଓ ମାଛମାନଙ୍କର ଅନ୍ୟ ପ୍ରକାର ଶରୀର । 40 ଆକାଶସ୍ଥ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି, କିନ୍ତୁ ଆକାଶସ୍ଥ ଶରୀରର ଏକ ପ୍ରକାର ତେଜ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟ ପ୍ରକାର ତେଜ । 41 ସୂର୍ଯ୍ୟର ଏକ ପ୍ରକାର ତେଜ, ଚନ୍ଦ୍ରର ଅନ୍ୟ ପ୍ରକାର ତେଜ ଓ ନକ୍ଷତ୍ରମାଳାର ଅନ୍ୟ ପ୍ରକାର ତେଜ କାରଣ ତେଜରେ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ । 42 ମୃତମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର । କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ; 43 ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ଶକ୍ତି ଦ୍ବାରା ଉତ୍ଥିତ ହୁଏ; 44 ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ । ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀରସୁଦ୍ଧା ଅଛି । 45 ଏହିପରି ମଧ୍ୟ ଲେଖା ଅଛି, ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ ଶେଷ ଆଦମ ଜୀବନଦାୟକ ଆତ୍ମା ହେଲେ । 46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ, କିନ୍ତୁ ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ । 47 ପ୍ରଥମ ମନୁଷ୍ୟ ପାର୍ଥିବ, ମୃତ୍ତିକାରେ ନିର୍ମିତ, ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆଗତ । 48 ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ, ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ । 49 ଆଉ, ଆମ୍ଭେମାନେ ଯେପରି ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ସେପରି ସେହି ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା ।

50 ହେ ଭାଇମାନେ, ମୁଁ ଏହା କହୁଅଛି, ରକ୍ତମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରି ପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ । 51 ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବା ନାହିଁ, 52 କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି, ଆମ୍ଭେମାନେ ପରିବର୍ତ୍ତିତ ହେବା । 53 କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତାରୂପ ବସ୍ତ୍ର ପରିଧାନ କରିବାକୁ ହେବ । 54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଏହି ଲିଖିତ ବାକ୍ୟ ସଫଳ ହେବ, 55 "ଜୟ ମୃତ୍ୟୁକୁ ଗ୍ରାସ କରିଅଛି। "ରେ ମୃତ୍ୟୁ, କାହିଁ ତୋର ଜୟ ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼ ?" 56 ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ମୋଶାଙ୍କ ବ୍ୟବସ୍ଥା; 57 କିନ୍ତୁ ଯେଉଁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି, ତାହାଙ୍କର ଧନ୍ୟବାଦ ହେଉ । 58 ଅତଏବ, ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ ।



Translation Questions

1 Corinthians 15:1

କେଉଁ ବିଷୟରେ ପାଉଲ ଭାଇମାନଙ୍କୁ ଏବଂ ଭଉଣୀମାନଙ୍କୁ ସ୍ମରଣ କଲେ ?

ସେ ସେମାନଙ୍କୁ ସୁସମାଚାର ଘୋଷଣା କଲେ ଯେଉଁଟା ସମ୍ବନ୍ଧରେ ସେ ସ୍ମରଣ କଲେ [୧୫:୧]|

ଯଦି କରିନ୍ଥୀୟମାନେ ପାଉଲଙ୍କ ପ୍ରଚାରିତ ସୁସମାଚାର ଦ୍ୱାରା ସେମାନେ ଉଦ୍ଧାର ହେଲେ କେଉଁ ସର୍ତ୍ତ ପୂର୍ଣ୍ଣ କରିଥିଲେ ?

ପାଉଲ ସେମାନଙ୍କୁ କହିଲେ ସେମାନେ ଉଦ୍ଧାର ହେବେ ଯଦି ସେ ପ୍ରଚାର କରିଥିବା ବାକ୍ୟକୁ ସେମାନେ ଦୃଢରୂପେ ଧରି ରଖିଲେ [୧୫:୨]|

1 Corinthians 15:3

କେଉଁ ସୁସମାଚାରର ଅଂଶଗୁଡିକ ଯେ ପ୍ରଥମ ମୁଖ୍ୟାଂଶ ଥିଲା ?

ଅଂଶଗୁଡିକ ପ୍ରଥମ ମୁଖ୍ୟାଂଶ ଥିଲା ଯେ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କର ପାପଗୁଡିକ ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ ଏବଂ ସେ ସମାଧିପ୍ରାପ୍ତ ହେଲେ ଏବଂ ତୃତୀୟଦିନରେ ଶାସ୍ତ୍ର ଅନୁସାରେ ଉତ୍‌ଥିତ ହେଲେ [୧୫:୩]|

1 Corinthians 15:8

ସେ ମୃତ୍ୟୁରୁ ଉତ୍‌ଥିତ ହେଲା ପରେ ଖ୍ରୀଷ୍ଟ କାହାକୁ ଦର୍ଶନ ଦେଲେ ?

ସେ ମୃତ୍ୟୁରୁ ଉତ୍‌ଥିତ ହେଲା ପରେ ଖ୍ରୀଷ୍ଟ କେଫାଙ୍କୁ, ଦ୍ୱାଦଶଙ୍କୁ ଏବଂ ଏକାଥରେ ପାଞ୍ଚଶହଠାରୁ ଅଧିକ ଭାଇମାନଙ୍କୁ ଏବଂ ଭଉଣୀମାନଙ୍କୁ, ଯାକୁବଙ୍କୁ, ପ୍ରେରିତଙ୍କୁ ଏବଂ ପାଉଲଙ୍କୁ ଦର୍ଶନ ଦେଲେ [୧୫:୮]|

ପାଉଲ କାହିଁକି କହିଲେ ସେ ପ୍ରେରିତମାନଙ୍କ ମଧ୍ୟରୁ କ୍ଷୁଦ୍ରତମ ଥିଲେ?

ସେ ଏହା କହିଲେ କାରଣ ସେ ଈଶ୍ୱରଙ୍କ ମଣ୍ଡଳୀକୁ ତାଡନା କଲେ [୧୫:୯]|

1 Corinthians 15:12

କରିନ୍ଥୀୟ କିଛି ବିଶ୍ୱାସୀମାନଙ୍କୁ ପୁନରୁତ୍‌ଥାନ ବିଷୟରେ ପାଉଲ କଣ ସୁଚାଉ ଥିଲେ ?

ପାଉଲ ସୁଚାଇଲେ ସେମାନଙ୍କ ମଧ୍ୟରୁ କିଛି କହୁଥିଲେ ମୃତମାନଙ୍କର ପୁନରୁତ୍‌ଥାନ ନାହିଁ [୧୫:୧୨]|

ଯଦି ମୃତମାନଙ୍କର ସେଠାରେ ପୁନରୁତ୍‌ଥାନ ନାହିଁ ସତ୍ୟ ହେବା ଉଚିତ ପାଉଲ କଣ କହନ୍ତି ?

ପାଉଲ କହନ୍ତି ଯଦି ତାହା ଏପରି ଯଦିଓ ଖ୍ରୀଷ୍ଟ ମୃତରୁ ଉଥିତ ହୋଇନାହାନ୍ତି ଏବଂ ପାଉଲଙ୍କ ପ୍ରଚାର ଏବଂ ତାଙ୍କ ପରି ଅନ୍ୟମାନଙ୍କ ବୃଥା ଅଟେ ଏବଂ କରିନ୍ଥୀମାନଙ୍କ ବିଶ୍ୱାସ ମଧ୍ୟ ବୃଥା ଅଟେ [୧୫:୧୩-୧୪]|

1 Corinthians 15:18

ଯଦି ଖ୍ରୀଷ୍ଟ ଉଥିତ ହୋଇ ନାହାନ୍ତି, କଣ ଘଟିବ ଯେଉଁମାନେ ଖ୍ରୀଷ୍ଟରେ ମୃତ ହୋଇଛନ୍ତି ?

ସେମାନେ ବିନଷ୍ଟ ହୋଇଛନ୍ତି [୧୫:୧୮]|

ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ କଣ ପାଉଲ କହନ୍ତି ସତ୍ୟ ଅଟେ କି ?

ଯଦି ଏହା ଏପରି , ପାଉଲ ସମସ୍ତ ଲୋକଙ୍କୁ କହନ୍ତି, ଆମ୍ଭେମାନେ ସବୁଠୁ ଦୁର୍ଭାଗ୍ୟ ଅଟୁ [୧୫:୧୯]|

1 Corinthians 15:20

ପାଉଲ ଖ୍ରୀଷ୍ଟଙ୍କୁ କଣ ଡାକନ୍ତି ?

ସେ ଖ୍ରୀଷ୍ଟଙ୍କୁ ଡାକନ୍ତି, “ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ମଧ୍ୟରୁ ପ୍ରଥମ ଫଳ ସ୍ୱରୂପ ” [୧୫:୨୦]|

କେଉଁ ମନୁଷ୍ୟଟି ଦ୍ୱାରା ଜଗତକୁ ମୃତ୍ୟୁ ଆସିଲା ଏବଂ କେଉଁ ମନୁଷ୍ୟଟି ଦ୍ୱାରା ମୃତ୍ୟୁମାନଙ୍କର ପୁନ୍‌ରୁତ୍‌ଥାନ ଆସିଲା ?

ଆଦମଙ୍କ ଦ୍ୱାରା ଜଗତକୁ ମୃତ୍ୟୁ ଉପସ୍ଥିତ ହେଲା ଏବଂ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ଜୀବିତ ହେବେ; ପୁନ୍‌ରୁତ୍‌ଥାନ ହେଲେ [୧୫:୨୧-୨୨]|

1 Corinthians 15:22

କେତେବେଳେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି ଜୀବିତ ହେବେ ?

ଯେତେବେଳେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ଏହା ଘଟିବ [୧୫:୨୩]|

1 Corinthians 15:24

ଶେଷକାଳରେ କଣ ଘଟିବ ?

ଯେତେବେଳେ ଖ୍ରୀଷ୍ଟ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା, ଓ ଶକ୍ତି ଲୋପ କଲା ଉତ୍ତାରେ ସେ ପିତା ଈଶ୍ୱରଙ୍କୁ ରାଜତ୍ୱ ସମର୍ପଣ କରିବେ [୧୫:୨୪]|

ଖ୍ରୀଷ୍ଟ କେତେକାଳ ରାଜତ୍ୱ କରିବେ ?

ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ସେ ରାଜତ୍ୱ କରିବା ହେବେ [୧୫:୨୫]|

କେବେ ଶେଷ ଶତ୍ରୁ ଲୋପ କରାଯିବ ?

ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ [୧୫:୨୬]|

1 Corinthians 15:27

କିଏ ଅନ୍ତର୍ଗତ ନୁହନ୍ତି ଯେତେବେଳେ ଏହା କହନ୍ତି, “ସେ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରିଛନ୍ତି |”

ଯିଏକି ସମସ୍ତ ବିଷୟ ପୁତ୍ରଙ୍କ(ନିଜେ)ଠାରେ ବଶୀଭୂତ କରେ, ପୁତ୍ରଙ୍କ(ନିଜେ) ଅନ୍ତର୍ଗତ ନୁହନ୍ତି [୧୫:୨୭]|

ପୁତ୍ର କଣ କରିବେ ଯେପରି ପିତାଈଶ୍ୱର ସର୍ବେସର୍ବା ହୋଇପାରିବେ ?

ଯିଏକି ସମସ୍ତ ବିଷୟରେ ତାଙ୍କ ବଶୀଭୂତ ହେଲେ ପୁତ୍ର ନିଜେ ବଶୀଭୂତ ହେବେ [୧୫:୨୮]|

1 Corinthians 15:31

ପାଉଲ କଣ ଘୋଷଣା କଲେ ସେମାନେ ଯେପରି କରନ୍ତି ଯଦି ମୃତ ଉତ୍‌ଥିତ ନ ହୁଅନ୍ତି ?

ପାଉଲ ଘୋଷଣା କରନ୍ତି, “ଆସ, ଆମ୍ଭେମାନେ ଭୋଜନପାନ କରୁ କାରଣ କାଲି ଆମ୍ଭେମାନେ ମରିବା |” [୧୫:୩୨]|

1 Corinthians 15:33

ପାଉଲ କରିନ୍ଥୀୟମାନଙ୍କୁ କଣ କରିବାକୁ ନିର୍ଦ୍ଦେଶ କରନ୍ତି ?

ସେ ସେମାନଙ୍କୁ ଆଦେଶ ଦିଅନ୍ତି, ଧାର୍ମିକତା ସହ ଜୀବନଯାପନ କର ଏବଂ ପାପ କର ନାହିଁ [୧୫:୩୪]|

ପାଉଲ କରିନ୍ଥୀୟମାନଙ୍କ ଲଜ୍ଜାଜନକ ବିଷୟରେ କଣ କହନ୍ତି ?

ସେ କହିଲେ ସେମାନଙ୍କ ମଧ୍ୟରୁ କିଛିଲୋକଙ୍କ ଈଶ୍ୱରଙ୍କ ଜ୍ଞାନ ନ ଥିଲା [୧୫:୩୪]|

1 Corinthians 15:35

ପାଉଲ କେଉଁଥିରେ ମୃତମାନଙ୍କର ପୁନରୁତ୍‌ଥାନ ସହ ତୁଳନା କରନ୍ତି ?

ସେ ଗୋଟିଏ ବୀଜ ସହ ତୁଳନା କରନ୍ତି ଯେ ବୁଣନ୍ତି [୧୫:୩୫-୪୨]|

ଗୋଟିଏ ବୀଜ ବଢ଼ିବା ଆରମ୍ଭ କରିବା ପୂର୍ବରୁ କଣ ଘଟିବା ଉଚିତ ?

ଏହା ମରିବା ଉଚିତ [୧୫:୩୬]|

1 Corinthians 15:37

ବୁଣା ଯାଇଥିବା ଦାନା ସହ ଶରୀର(ବୃକ୍ଷ)ର ଯେଉଁଟା ଦାନାରୁ ଉତ୍ପନ ସାମଞ୍ଜସ୍ୟ ଅଛି କି ?

ଯାହା ତୁମେ ବୁଣିଛ ଶରୀରର ସାମଞ୍ଜସ୍ୟ ହେବ ନାହିଁ ତାହା ହିଁ ହେବ [୧୫:୩୭]|

ସମସ୍ତ ଶରୀର ଏକା ପରି କି ?

ନା| ସମସ୍ତ ଶରୀର ଏକାପରି ନୁହଁ, ମନୁଷ୍ୟମାନଙ୍କର, ପଶୁମାନଙ୍କର,ପକ୍ଷୀମାନଙ୍କର ଏବଂ ମାଛମାନଙ୍କର ଏକ ଆରେକର ଅନ୍ୟପ୍ରକାର ଶରୀର ଅଟେ [୧୫:୩୯]|

1 Corinthians 15:40

ଅନ୍ୟପ୍ରକାରର ଶରୀର ଅଛି କି ?

ସେଠାରେ ସ୍ୱର୍ଗୀୟ ଶରୀରଗୁଡିକ ଏବଂ ପୃଥିବୀସ୍ଥ ଶରୀରଗୁଡିକ ଅଛି [୧୫:୪୦]|

ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରାଗୁଡିକର ଏକା ତେଜରେ ଅଂଶୀ ଅଟନ୍ତି କି ?

ସେଠାରେ ସୂର୍ଯ୍ୟର ଏକପ୍ରକାର ତେଜ, ଚନ୍ଦ୍ରର ଅନ୍ୟପ୍ରକାର ତେଜ, ଏବଂ ତାରାଗୁଡିକର ଅନ୍ୟପ୍ରକାର ତେଜ ଏବଂ ଗୋଟିଏ ତାରା ଅନ୍ୟ ତାରାର ଅନ୍ୟପ୍ରକାର ତେଜ ରହିଛି [୧୫:୪୧]|

1 Corinthians 15:42

ଆମର ବୁଣା ଯାଇଥିବା କ୍ଷୟ ଶରୀରଗୁଡିକ କିପରି ହେବ ?

ସେମାନେ ପ୍ରାକୃତିକ ଶରୀର ରୂପେ, ଅନାଦରରେ ଏବଂ ଦୁର୍ବଳତାରେ ବୁଣା ଯିବେ [୧୫:୪୨-୪୪]|

ଯେତେବେଳେ ଆମେ ମୃତରୁ ଉତ୍‌ଥିତ ଆମର ଅବସ୍ଥା କଣ ହେବ?

ଗୋଟିଏ ଅକ୍ଷୟ ଆତ୍ମିକ ଶରୀର ଯାହା ଉତ୍‌ଥିତ ହେଲା; ଗୌରବ ଏବଂ କ୍ଷମତାରେ ଉତ୍‌ଥିତ ହେଲା [୧୫:୪୨-୪୪]|

1 Corinthians 15:45

ପ୍ରଥମ ଆଦମ କଣ ହେଲେ ?

ସେ ଏକ ଜୀବନ୍ତ ପ୍ରାଣୀ ହେଲେ [୧୫:୪୫]|

ଶେଷ ଆଦମ କଣ ହେଲେ ?

ସେ ଗୋଟିଏ ଜୀବନଦାୟକ ଆତ୍ମା ହେଲେ [୧୫:୪୫]|

1 Corinthians 15:47

କେଉଁଠାରୁ ପ୍ରଥମ ଆଦମ ଏବଂ ଶେଷ ଆଦମ ଆସିଲେ ?

ପ୍ରଥମ ମନୁଷ୍ୟଟି ପାର୍ଥିବ, ଧୂଳିରୁ ଜାତ | ଦ୍ୱିତୀୟ ମନୁଷ୍ୟଟି ସ୍ୱର୍ଗରୁ ଆଗତ [୧୫:୪୭]|

କେଉଁ ପ୍ରତିମୂର୍ତ୍ତି ଧାରଣ କରିଅଛୁ ଏବଂ କେଉଁ ପ୍ରତିମୂର୍ତ୍ତି ଧାରଣ କରିବା ?

ଠିକ୍ ଆମେ ଧୂଳିରୁ ଜାତ ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ଆମେମାନେ ମଧ୍ୟ ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ତୁଲ୍ୟ ବହନ କରିବା [୧୫:୪୯]|

1 Corinthians 15:50

ଈଶ୍ୱରଙ୍କ ରାଜ୍ୟ ଅଧିକାର କଣ କରିପାରେ ନାହିଁ ?

ରକ୍ତ ଏବଂ ମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରିପାରେ ନାହିଁ [୧୫:୫୦]|

ଆମ ସମସ୍ତଙ୍କ ପାଇଁ କଣ ଘଟିବ ?

ଆମେ ସମସ୍ତେ ପରିବର୍ତ୍ତିତ ହେବା [୧୫:୫୧]|

1 Corinthians 15:52

କେତେବେଳେ ଏବଂ କିପରି ଶୀଘ୍ର ପରିବର୍ତ୍ତିତ ହେବେ ?

ଯେତେବେଳେ ଶେଷ ତୁରୀଧ୍ୱନି ବାଜିବ, ଆଖିର ପଲକରେ ଆମେ ପରିବର୍ତ୍ତିତ ହେବା [୧୫:୫୨]|

1 Corinthians 15:54

କଣ ଘଟିବ ଯେତେବେଳେ ଏହି କ୍ଷୟ ହୋଇ ଅକ୍ଷୟ ପରିଧାନ କରିବ ଏହି ମରଣଶୀଳ ଅମରାତ୍ମାକୁ ପରିଧାନ କରିବ ?

ମୃତ୍ୟୁ ବିଜୟକୁ ଗିଳି ଦେବ [୧୫:୫୪]|

1 Corinthians 15:56

ମୃତ୍ୟୁର ନାହୁଡ କଣ ଅଟେ ଏବଂ ପାପର ଶକ୍ତି କଣ ଅଟେ ?

ମୃତ୍ୟୁର ନାହୁଡ ପାପ ଅଟେ ଏବଂ ପାପର ଶକ୍ତି ନିୟମ ଅଟେ [୧୫:୫୬]|

କାହା ଦ୍ୱାରା ଆମକୁ ଈଶ୍ୱର ବିଜୟ ଦେବେ ?

ଈଶ୍ୱର ପ୍ରଭୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମକୁ ଈଶ୍ୱର ବିଜୟ ଦେବେ ! [୧୫:୫୭]|

1 Corinthians 15:58

ପାଉଲ କାରଣ ଦେଇ କରିନ୍ଥୀୟ ଭାଇ ଓ ଭଉଣୀମାନଙ୍କୁ ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ବାନ୍ଧି ରହିବା ପାଇଁ କହନ୍ତି ?

ସେ ସେମାନଙ୍କୁ ଏପରି କରିବାକୁ କହନ୍ତି କାରଣ ସେମାନେ ଜାଣନ୍ତି ଯେ ସେମାନଙ୍କ ପ୍ରଭୁରେ କାର୍ଯ୍ୟ ବୃଥା ନୁହଁ [୧୫:୫୮]|


Chapter 16

1 ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ବନ୍ଧରେ ଯେପରି ମୁଁ ଗାଲାତିଆର ମଣ୍ଡଳୀସମୂହକୁ ଆଦେଶ ଦେଇଅଛି, ତୁମ୍ଭେମାନେ ମଧ୍ୟ ସେହିପରି କର । 2 ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥି ନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ । 3 ଆଉ, ମୁଁ ଉପସ୍ଥିତ ହେଲେ ତୁମ୍ଭେମାନେ ଯେଉଁମାନଙ୍କୁ ଯୋଗ୍ୟ ମନେ କରିବ, ମୁଁ ସେମାନଙ୍କୁ ପତ୍ର ଦେଇ ଯିରୂଶାଲମକୁ ତୁମ୍ଭମାନଙ୍କ ଦାନ ଘେନିଯିବା ନିମନ୍ତେ ପ୍ରେରଣ କରିବି; 4 ପୁଣି, ଯଦି ମୋହର ମଧ୍ୟ ଯିବାର ଉପଯୁକ୍ତ ହୁଏ, ତେବେ ସେମାନେ ମୋ' ସାଙ୍ଗରେ ଯିବେ ।

5 କିନ୍ତୁ ମୁଁ ମାକିଦନିଆ ଦେଇ ଯାତ୍ରା କରିବା ପରେ ତୁମ୍ଭମାନଙ୍କ ନିକଟକୁ ଯିବି; ଯେଣୁ ମୁଁ ମାକିଦନିଆ ଦେଇ ଯିବି, 6 ଆଉ, ହୋଇ ପାରେ ତୁମ୍ଭମାନଙ୍କ ସାଙ୍ଗରେ କିଛି ସମୟ ରହିବି, କିମ୍ବା ଶୀତକାଳ ମଧ୍ୟ ଯାପନ କରିବି, ଯେତେବେଳେ ମୁଁ ଯେଉଁ ସ୍ଥାନକୁ ଯିବି, ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ । 7 କାରଣ ଏଥର ବାଟରେ ଯିବା ସମୟରେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ମୁଁ ଇଚ୍ଛା କରୁ ନାହିଁ, ଯେଣୁ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସାଙ୍ଗରେ କିଛି କାଳ ରହିବାକୁ ଆଶା କରୁଅଛି । 8 କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି; 9 କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋ' ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ରହିଅଛି, ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି । 10 ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି, 11 ଏଣୁ କେହି ତାଙ୍କୁ ତୁଚ୍ଛଜ୍ଞାନ ନ କରୁ। କିନ୍ତୁ ସେ ଯେପରି ମୋ' ନିକଟକୁ ଆସି ପାରନ୍ତି, ଏଥିପାଇଁ ତାଙ୍କୁ ଶାନ୍ତିରେ ବାଟ ବଳାଇଦିଅ; କାରଣ ସେ ଭାଇମାନଙ୍କ ସହିତ ଆସିବେ ବୋଲି ମୁଁ ଅପେକ୍ଷାରେ ଅଛି । 12 କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ବନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ ।

13 ତୁମ୍ଭେମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ । 14 ତୁମ୍ଭମାନଙ୍କର ସମସ୍ତ କର୍ମ ପ୍ରେମରେ ସାଧିତ ହେଉ । 15 ହେ ଭାଇମାନେ, ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟାର ପ୍ରଥମ ଫଳ ସ୍ୱରୂପ; ପୁଣି, ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ; 16 ଏହି ପ୍ରକାର ଲୋକମାନଙ୍କର, ପୁଣି, ପ୍ରତ୍ୟେକ ସହକର୍ମୀ ଓ ପରିଶ୍ରମୀ ଲୋକଙ୍କର ବଶୀଭୂତ ହୁଅ, ତୁମ୍ଭମାନଙ୍କୁ ଏହି ଅନୁରୋଧ କରୁଅଛି । 17 ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ମୁଁ ଆନନ୍ଦ କରୁଅଛି, କାରଣ ତୁମ୍ଭମାନଙ୍କ ଅନୁପସ୍ଥିତ ହେତୁ ମୋହର ଯେଉଁ ଅଭାବ ଥିଲା, ତାହା ସେମାନେ ପୂରଣ କରିଅଛନ୍ତି, 18 ଯେଣୁ ସେମାନେ ମୋହର ଓ ତୁମ୍ଭମାନଙ୍କ ଆତ୍ମାକୁ ସଞ୍ଜୀବିତ କରିଅଛନ୍ତି; ଅତଏବ, ତୁମ୍ଭେମାନେ ଏହି ପ୍ରକାର ଲୋକମାନଙ୍କୁ ଯୋଗ୍ୟ ଜାଣି ମାନ୍ୟ କର ।

19 ଆସିଆର ମଣ୍ଡଳୀସମୂହ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । ଆକ୍ୱିଲା ଓ ପ୍ରୀସ୍କା ସେମାନଙ୍କ ଗୃହସ୍ଥିତ ମଣ୍ଡଳୀ ସହିତ ପ୍ରଭୁଙ୍କଠାରେ ତୁମ୍ଭମାନଙ୍କୁ ବହୁତ ବହୁତ ନମସ୍କାର ଜଣାଉଅଛନ୍ତି । 20 ଭାଇମାନେ ସମସ୍ତେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର । 21 ମୁଁ ପାଉଲ ନିଜ ହାତରେ ଲେଖି ନମସ୍କାର ଜଣାଉଅଛି । 22 ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶାପଗ୍ରସ୍ତ ହେଉ । 23 ମାରାନାଥା । ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ; 24 ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋହର ପ୍ରେମ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ।



Translation Questions

1 Corinthians 16:1

ପାଉଲ କରିନ୍ଥୀ ମଣ୍ଡଳୀର ସାଧୁମାନଙ୍କ ନିମନ୍ତେ ସେହିପରି ଦାନ ସଂଗ୍ରହ କରିବା ପାଇଁ କିଏ ନିର୍ଦ୍ଧେଶ ଦେଲା ?

ପାଉଲ ଯେପରି କରିନ୍ଥୀ ମଣ୍ଡଳୀ ସେପରି ଗାଲାତୀୟ ମଣ୍ଡଳୀଗୁଡିକୁ ନିର୍ଦ୍ଧେଶ ଦେଲେ [16:1].

ପାଉଲ କରିନ୍ଥୀ ମଣ୍ଡଳୀକୁ ସେମାନଙ୍କ ଦାନ ସଂଗ୍ରହ କିପରି କରିବେ କହନ୍ତି ?

ସେ ସେମାନଙ୍କୁ କହିଲେ ଯେ ସପ୍ତାହର ପ୍ରଥମ ଦିନରେ, ସେମାନେ ପ୍ରତ୍ୟେକେ କିଛି ଅଲଗା ରଖିବେ ଏବଂ ଯେପରି ପ୍ରତ୍ୟେକେ ସକ୍ଷମ ଅନୁସାରେ ସଞ୍ଚୟ କରନ୍ତି, ଯେତେବେଳେ ପାଉଲ ଆସିଲେ ଯେପରି ଦାନ ସଂଗ୍ରହ କରିବାକୁ ପଡିବ ନାହିଁ [୧୬:୨]|

1 Corinthians 16:3

ଦାନ କାହା ପାଇଁ ଯାଉଥିଲା ?

ଏହା ଯିରୁଶାଲମର ସାଧୁମାନଙ୍କ ନିମନ୍ତେ ଯାଉଥିଲା [୧୬:୧,୩]|

1 Corinthians 16:5

କେତେବେଳେ ପାଉଲ କରିନ୍ଥୀର ମଣ୍ଡଳୀକୁ ଆସୁଥିଲେ?

ସେ କହିଲେ ସେ ଯେତେବେଳେ ମାକିଦନିଆ ଦେଇ ଯିବାହେଲେ ସେ ସେମାନଙ୍କ ପାଖକୁ ଯାଉଥିଲେ [୧୬:୫]|

ପାଉଲ ଅଳ୍ପ ସମୟ ପାଇଁ କରିନ୍ଥୀର ସାଧୁମାନଙ୍କୁ ଯଥାଶୀଘ୍ର କାହିଁକି ଚାହିଁଲେ ନାହିଁ ?

ପାଉଲ ଅଳ୍ପ ସମୟଠାରୁ ଅଧିକ ସେମାନଙ୍କ ସହ ସାକ୍ଷାତ ଚାହିଁଲେ ଏବଂ ବୋଧହୁଏ ଶୀତକାଳ ମଧ୍ୟ ସେମାନଙ୍କ ସହ ଯାପନ କରିବି [୧୬:୬-୭]|

1 Corinthians 16:7

କାହିଁକି ପାଉଲ ପେଣ୍ଟିକଷ୍ଟ ଦିନ ପର୍ଯ୍ୟନ୍ତ ଏଫିସୀୟରେ ରହିବା ପାଇଁ ଯାଉଥିଲେ ?

ପାଉଲ ଏଫିସୀୟରେ ରହିଲେ କାରଣ ତାଙ୍କ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ କରିଥିଲେ, ଏବଂ ସେଠାରେ ବହୁତ ପ୍ରତିବନ୍ଧକ ଥିଲା [୧୬:୮-୯]|

1 Corinthians 16:10

ତୀମଥି କଣ କରୁଥିଲେ ?

ଯେପରି ପାଉଲ କଲେ ସେପରି ପ୍ରଭୁଙ୍କ କାର୍ଯ୍ୟ କରୁଥିଲେ [୧୬:୧୦]|

ପାଉଲ ତୀମଥିଙ୍କ ମତ ନେଇ କାର୍ଯ୍ୟ କରିବା ନିମନ୍ତେ କରିନ୍ଥୀର ମଣ୍ଡଳୀକୁ କଣ ନିର୍ଦ୍ଧେଶ ଦେଲେ ?

ପାଉଲ କରିନ୍ଥୀର ମଣ୍ଡଳୀକୁ କହିଲେ ଯେ ତୀମଥି ନିର୍ଭୟରେ ସେମାନଙ୍କ ମଧ୍ୟରେ ରହିଲେ ତାହା ମନୋଯୋଗ କର | ପାଉଲ ସେମାନଙ୍କୁ କହିଲେ ତୀମଥିଙ୍କୁ ତୁଚ୍ଛଜ୍ଞାନ କର ନାହିଁ ଏବଂ ତୀମଥିଙ୍କୁ ଶାନ୍ତିରେ ବାଟ କଢାଇବାରେ ସହାର୍ଯ୍ୟ କର [୧୬:୧୦-୧୧]|

ପାଉଲ ଆପଲ୍ଲ ଦୃଢତାସହ ଉତ୍ସାହ ଦେଇ କଣ କରିବାକୁ କହିଲେ ?

ପାଉଲ ଆପଲ୍ଲଙ୍କୁ କରିନ୍ଥୀର ସାଧୁମାନଙ୍କୁ ପରିଦର୍ଶନ କରିବା ନିମନ୍ତେ ଦୃଢତାସହ ଉତ୍ସାହ ଦେଲେ [୧୬:୧୨]|

1 Corinthians 16:15

କିଏ ସାଧୁମାନଙ୍କ ସେବାରେ ବ୍ରତୀ ହେବା ନିମନ୍ତେ କରିନ୍ଥୀମାନଙ୍କ ମଧ୍ୟରେ ସେମାନେ ନିଜେ ନିଜେ ସଜ୍ଜିତ ଥିଲେ ?

ସ୍ତିପାନଙ୍କ ପରିଜନବର୍ଗ ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି [୧୬:୧୫]|

ପାଉଲ କରିନ୍ଥୀ ସାଧୁମାନଙ୍କୁ ସ୍ତିପାନଙ୍କ ପରିଜନବର୍ଗଙ୍କ ବିଷୟରେ ଯତ୍ନ ନେବା ନିମନ୍ତେ କ'ଣ କହିଲେ ?

ପାଉଲ ସେମାନଙ୍କୁ ସେହିଭଳି ଲୋକମାନଙ୍କଠାରେ ବଶୀଭୂତ ହେବା ପାଇଁ କହିଲେ [୧୬:୧୬]|

1 Corinthians 16:17

ପାଉଲଙ୍କ ପାଇଁ ସ୍ତିପାନ, ଫର୍ତ୍ତୂନାତ, ଏବଂ ଆଖାୟିକ କଣ କଲେ ?

ସେମାନେ କରିନ୍ଥୀ ସାଧୁମାନଙ୍କ ଅନୁପସ୍ଥିତିରେ ଅଭାବ ପୂରଣ କଲେ ଏବଂ ପାଉଲଙ୍କ ଆତ୍ମାକୁ ସଞ୍ଜୀବିତ କଲେ [୧୬:୧୭-୧୮]|

1 Corinthians 16:19

କରିନ୍ଥୀର ମଣ୍ଡଳୀକୁ କିଏ ନମସ୍କାର ଜଣାଇଲେ ?

ଆସିଆର, ଆକ୍ୱିଲା ଓ ପ୍ରୀସ୍କାର ମଣ୍ଡଳୀଗୁଡିକ ଏବଂ ସମସ୍ତ ଭାଇ ଓ ଭଉଣୀମାନଙ୍କର ନମସ୍କାର କରିନ୍ଥୀର ମଣ୍ଡଳୀକୁ ଜଣାଇଲେ [୧୬:୧୯-୨୦]|


Book: 2 Corinthians

2 Corinthians

Chapter 1

1 ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତୀମଥି, କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ, ପୁଣି, ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର;

2 ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।

3 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର; 4 ଈଶ୍ୱରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି । 5 କାରଣ ଖ୍ରୀଷ୍ଟଙ୍କ ସକାଶେ ଆମ୍ଭମାନଙ୍କ ଦୁଃଖଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର । 6 କିନ୍ତୁ ଆମ୍ଭେମାନେ ଦୁଃଖଭୋଗ କଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ; କିମ୍ବା ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ନିମନ୍ତେ; ଆମ୍ଭେମାନେ ଯେଉଁ ପ୍ରକାର ଦୁଃଖଭୋଗ କରୁ, ସେହି ପ୍ରକାର ଦୁଃଖଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଅଛି । 7 ଆଉ, ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଭରସା ଅଟଳ, ଯେଣୁ ତୁମ୍ଭେମାନେ ଯେପରି ଦୁଃଖଭୋଗର ସହଭାଗୀ, ସେହିପରି ମଧ୍ୟ ସାନ୍ତ୍ୱନାର ଯେ ସହଭାଗୀ ଅଟ, ଏହା ଆମ୍ଭେମାନେ ଜାଣୁ । 8 କାରଣ, ହେ ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ; 9 ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ; 10 ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି, ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି; 11 ତୁମ୍ଭେମାନେ ମଧ୍ୟ ଯୋଗ ଦେଇ ପ୍ରାର୍ଥନାରେ ଆମ୍ଭମାନଙ୍କର ଉପକାର କରୁଅଛ, ଯେପରି ଆମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ସେଥିନିମନ୍ତେ ଅନେକଙ୍କ ମୁଖରୁ ଆମ୍ଭମାନଙ୍କ ସକାଶେ ବହୁତ ଧନ୍ୟବାଦ ଦିଆଯାଏ ।

12 ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ୱରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବଅନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ । 13 କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର, ସେହି ସବୁ ବିନା, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆଉ କିଛି ଲେଖୁ ନାହୁଁ, 14 ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଦିନରେ ତୁମ୍ଭେମାନେ ଯେପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ, ସେହି ପ୍ରକାରେ ଆମ୍ଭେମାନେ ଯେ ତୁମ୍ଭମାନଙ୍କ ଦର୍ପର କାରଣ, ଏହା ତୁମ୍ଭେମାନେ ଯେପରି ଆମ୍ଭମାନଙ୍କ ବିଷୟରେ ଆଂଶିକ ଭାବରେ ବୁଝିଅଛ, ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି । 15 ଆଉ, ତୁମ୍ଭେମାନେ ଯେପରି ଦ୍ୱିତୀୟ ଥର ଅନୁଗ୍ରହ ଲାଭ କରିପାର, 16 ପୁଣି, ତୁମ୍ଭମାନଙ୍କ ନିକଟ ଦେଇ ମାକିଦନିଆକୁ ଯାଇ ଓ ପୁନର୍ବାର ମାକିଦନିଆରୁ ତୁମ୍ଭମାନଙ୍କ ନିକଟକୁ ଆସି ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦା ପ୍ରଦେଶକୁ ଯାତ୍ରା କରି ପାରେ, ଏଥିପାଇଁ ମୁଁ ସେହି ବିଶ୍ୱାସରେ ପ୍ରଥମରେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରୁଥିଲି । 17 ତେବେ ଏହି ପ୍ରକାର ଇଚ୍ଛା କରିବାରେ ମୁଁ କ'ଣ ଅସ୍ଥିର ଭାବରେ ଆଚରଣ କରିଥିଲି ? ଅବା, ମୁଁ ଯାହା ସଙ୍କଳ୍ପ କରିଥାଏ, ତାହା କ'ଣ ସାଂସାରିକ ଭାବରେ କରିଥାଏ ଯେ, ମୋହର କଥା ହଁ ଓ ନା ଉଭୟ ହୁଏ ? 18 କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ । 19 କାରଣ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଦ୍ୱାରା, ଅର୍ଥାତ୍‍, ମୋ' ଦ୍ୱାରା ଏବଂ ସିଲ୍ୱାନ ଓ ତୀମଥିଙ୍କ ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇ ନାହାଁନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି । 20 ଯେଣୁ ଈଶ୍ୱରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର ହଁ ତାହାଙ୍କଠାରେ ଅଛି; ଏଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍‍ କହିଥାଉ । 21 ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି, ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ୱର; 22 ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି । 23 କିନ୍ତୁ ମୁଁ ଈଶ୍ୱରଙ୍କୁ ସାକ୍ଷୀ ମାନି ମୋ' ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥକୁ ପୁନର୍ବାର ଯାଇ ନାହିଁ । 24 ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକାର୍ଯ୍ୟକାରୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ ।



Translation Questions

2 Corinthians 1:1

କିଏ ଏହି ପ୍ରେରିତ ପତ୍ର ଲେଖିଲେ?

ପାଉଲ ଏବଂ ତୀମଥି ପ୍ରେରିତ ପତ୍ରଟି ଲେଖିଲେ [୧:୧]|

କାହା ନିମନ୍ତେ ପ୍ରେରିତ ଲେଖିଲେ?

ଏହା କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀକୁ ଏବଂ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ଲେଖିଅଛନ୍ତି [୧:୧]|

2 Corinthians 1:3

ପାଉଲ ଈଶ୍ୱରଙ୍କୁ କିପରି ବର୍ଣ୍ଣନା କରନ୍ତି?

ପାଉଲ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା, ଦୟାମୟ ପିତା, ଏବଂ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର ରୁପେ ବର୍ଣ୍ଣନା କରନ୍ତି [୧:୩]|

ଈଶ୍ୱର କାହିଁକି ଆମ କ୍ଲେଶରେ ସାନ୍ତ୍ୱନା ଦିଅନ୍ତି?

ସେ ଆମକୁ ସାନ୍ତ୍ୱନା ଦିଅନ୍ତି ଯେପରି ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଲେଶ ଭୋଗୁଥିବା ଲୋକମାନଙ୍କୁ ଈଶ୍ୱରଙ୍କ ସାନ୍ତ୍ୱନା ପ୍ରଦାନ କରୁ [୧:୪]|

2 Corinthians 1:8

ପାଉଲ ଏବଂ ତାଙ୍କ ସହଯୋଗୀମାନେ ଆସିଆରେ ଥିବାବେଳେ କେଉଁ କ୍ଲେଶ ଘଟିଲା ?

ସେମାନେ ଶକ୍ତିରୁ ଅତିରିକ୍ତ ଭାବେ କ୍ଲେଶ ଭୋଗ କଲେ | ସେମାନେ ସେମାନଙ୍କ ମୃତ୍ୟୁଦଣ୍ଡରେ ସମର୍ପିତ ହେଲେ ବୋଲି ମନେ କଲେ [୧:୮-୯]|

କେଉଁ କାରଣ ଯୋଗୁଁ ପାଉଲ ଏବଂ ତାଙ୍କ ସହଯୋଗୀମାନଙ୍କ ଉପରେ ମୃତ୍ୟୁଦଣ୍ଡ ଥିଲା?

ସେମାନଙ୍କ ମୃତ୍ୟୁଦଣ୍ଡର କାରଣ ଈଶ୍ୱରଙ୍କ ଉପରେ ନିର୍ଭର ନ କରି ବରଂ ଆପଣା ଆପଣା ଉପରେ ନିର୍ଭର କଲେ [୧:୯]|

2 Corinthians 1:11

କରିନ୍ଥୀୟ ମଣ୍ଡଳୀ ସେମାନଙ୍କୁ କିପରି ସାହାଯ୍ୟ କରିପାରିଲେ ପାଉଲ କହିଲେ ?

ପାଉଲ କହିଲେ କରିନ୍ଥୀୟ ମଣ୍ଡଳୀ ସେମାନଙ୍କୁ ପ୍ରାର୍ଥନାରେ ସାହାଯ୍ୟ କରିପାରିଲେ [୧:୧୧]|

2 Corinthians 1:12

କେଉଁ ବିଷୟରେ ପାଉଲ କହିଲେ ଯେ ସେ ଏବଂ ତାଙ୍କର ସହଯୋଗୀମାନେ ଗର୍ବୀତ ଥିଲେ ?

ସେମାନେ ସେମାନଙ୍କର ବିବେକର ସାକ୍ଷ୍ୟ ଥିଲା, ଯେଉଁଟା ସେମାନେ ସଂସାରିକ ଜ୍ଞାନରେ ଆଚରଣ କରିଥିଲେ-ଏବଂ ବିଶେଷତଃ କରିନ୍ଥୀୟ ମଣ୍ଡଳୀ ସମ୍ପର୍କରେ — ପବିତ୍ର ଏବଂ ସରଳ ଭାବରେ ଯାହା ଈଶ୍ୱରଙ୍କଠାରୁ, ଜଗତର ଜ୍ଞାନରୁ ନୁହଁ କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହରେ ଗର୍ବୀ ଥିଲେ [୧:୧୨]|

ପାଉଲ ପ୍ରଭୁ ଯୀଶୁଙ୍କ ଦିନରେ ଦର୍ପର କାରଣ କ'ଣ ଥିଲା?

ସେ ଦୃଢ଼ ଥିଲେ ଯେ ସେଇ ଦିନରେ ପାଉଲ ଏବଂ ତାଙ୍କ ସହଯୋଗୀମାନେ ଦର୍ପର କାରଣ କରିନ୍ଥୀୟ ସାଧୁମାନେ ହୋଇଥିଲେ [୧:୧୪]|

2 Corinthians 1:15

ପାଉଲ କେତେ ଥର କରିନ୍ଥୀୟର ସାଧୁମାନଙ୍କୁ ଦର୍ଶନ କରିବାକୁ ଯୋଜନା କଲେ?

ସେ ସେମାନଙ୍କୁ ଦ୍ୱିତୀୟ ଥର ଦର୍ଶନ କରିବାକୁ ଯୋଜନା କଲେ [1:15].

2 Corinthians 1:21

କେଉଁ ଗୋଟିଏ କାରଣ ଯେ ଖ୍ରୀଷ୍ଟ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମା ଦେଲେ ?

ସେ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମା ବଇନା ସ୍ୱରୂପେ ଦେଇଅଛନ୍ତି [୧:୨୨]|

2 Corinthians 1:23

କାହିଁକି ପାଉଲ କରିନ୍ଥୀୟକୁ ଆସି ନ ଥିଲେ ?

ସେ କରିନ୍ଥୀୟକୁ ଆସି ନ ଥିଲେ ଯେପରି ସେ ସେମାନଙ୍କୁ ଅଲଗା କରିପାରନ୍ତି [୧:୨୩]|

ପାଉଲ କ'ଣ କହିଲେ ସେ ଏବଂ ତିମଥି ଥିଲେ ପୁଣି କରିନ୍ଥୀୟ ମଣ୍ଡଳୀ ସହ କାର୍ଯ୍ୟ କଲେ ନାହିଁ ?

ପାଉଲ କହିଲେ କ'ଣ ସେମାନଙ୍କର ବିଶ୍ୱାସ ଉପରେ ପ୍ରଭୁତ୍ୱକୁ ଚେଷ୍ଟା କରୁ ନ ଥିଲେ, କିନ୍ତୁ ସେମାନେ କରିନ୍ଥୀୟ ମଣ୍ଡଳୀ ଆନନ୍ଦ ସହ କାର୍ଯ୍ୟ କରୁଥିଲେ [୧:୨୪]|


Chapter 2

1 ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି । 2 ଯେଣୁ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖ ଦିଏ, ତେବେ ଯାହାକୁ ମୁଁ ଦୁଃଖ ଦିଏ, ତାହା ଛଡ଼ା ଆଉ କିଏ ମୋତେ ଆନନ୍ଦ ଦେବ ? 3 ପୁଣି, ଯେଉଁମାନଙ୍କଠାରୁ ମୋହର ଆନନ୍ଦ ପାଇବା ଉଚିତ, ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ, ଏଥି ନିମନ୍ତେ ମୁଁ ଏହି କଥା ଲେଖିଥିଲି, ଯେଣୁ ମୋହର ଆନନ୍ଦରେ ଯେ ତୁମ୍ଭମାନଙ୍କର ଆନନ୍ଦ, ଏହା ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ବିଶ୍ୱାସ । 4 କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ ।

5 କିନ୍ତୁ ଯଦି କେହି ଦୁଃଖ ଦେଇଅଛି, ସେ ମୋତେ ଦୁଃଖ ଦେଇ ନାହିଁ, ମାତ୍ର କେତେକ ପରିମାଣରେ (ମୁଁ ଅଧିକ କଠିନ ହେବାକୁ ଇଚ୍ଛା କରୁ ନାହିଁ) ତୁମ୍ଭ ସମସ୍ତଙ୍କୁ ଦୁଃଖ ଦେଇଅଛି । 6 ଅଧିକାଂଶଙ୍କ ଦ୍ୱାରା ଏପରିଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ; 7 ଏଣୁ କାଳେ ଏପରିଲୋକ ଅତିରିକ୍ତ ଦୁଃଖରେ ବୁଡ଼ିଯାଏ, ଏଥିପାଇଁ ତୁମ୍ଭେମାନେ ତାହାକୁ ବରଂ କ୍ଷମା କର ଓ ସାନ୍ତ୍ୱନା ଦିଅ । 8 ଅତଏବ, ତାହା ପ୍ରତି ପ୍ରେମ ବ୍ୟବହାର ସ୍ଥାପନ କରିବାକୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି । 9 କାରଣ ତୁମ୍ଭେମାନେ ସମସ୍ତ ବିଷୟରେ ଯେ ବାଧ୍ୟ ଅଟ, ତୁମ୍ଭମାନଙ୍କ ବିଷୟରେ ସେଥିର ପ୍ରମାଣ ଯେପରି ମୁଁ ପାଏ, ଏହି ଉଦ୍ଦେଶ୍ୟରେ ମଧ୍ୟ ଲେଖିଥିଲି । 10 କିନ୍ତୁ ତୁମ୍ଭେମାନେ ଯାହାର କିଛି କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରେ; କାରଣ ମୁଁ ଯଦି କିଛି କ୍ଷମା କରିଅଛି, ତେବେ ଯାହା କ୍ଷମା କରିଅଛି, ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ସକାଶେ କ୍ଷମା କରିଅଛି, 11 ଯେପରି ଶୟତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗପ୍ରାପ୍ତ ନ ହୁଏ । କାରଣ ଆମ୍ଭେମାନେ ତା'ର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୋହୁ ।

12 ପୁଣି, ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ତ୍ରୋୟାକୁ ଆସିଲା ଉତ୍ତାରେ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସୁଯୋଗରୂପ ଦ୍ୱାର ମୁକ୍ତ ହେଲେ ହେଁ 13 ମୋହର ଭାଇ ତୀତସଙ୍କୁ ନ ଦେଖି ଆତ୍ମାରେ ଶାନ୍ତି ନ ପାଇବାରୁ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ପ୍ରସ୍ଥାନ କଲି । 14 କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କଠାରେ ବିଜୟ ଯାତ୍ରା କରୁଅଛନ୍ତି, ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ କରୁଅଛନ୍ତି, 15 କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,. 16 ଏକ ପକ୍ଷର ଲୋକଙ୍କ ପ୍ରତି ମୃତ୍ୟୁଦାୟକ ଓ ଅନ୍ୟ ପକ୍ଷରେ ଲୋକଙ୍କ ପ୍ରତି ଜୀବନଦାୟକ ସୁବାସ ସ୍ୱରୂପ। ଆଉ ଏହି ସମସ୍ତ ନିମନ୍ତେ କିଏ ସମର୍ଥ ? 17 ସେହି ଅନେକ ଲୋକ ଯେପରି ଈଶ୍ୱରଙ୍କ ବାକ୍ୟବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଈଶ୍ୱରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ ।



Translation Questions

2 Corinthians 2:1

କେଉଁ ପରିସ୍ଥିତିରେ ପାଉଲ କରିନ୍ଥୀୟ ମଣ୍ଡଳୀକୁ ନ ଆସିବାକୁ ଚେଷ୍ଟା କରୁଥିଲେ ?

ପାଉଲ କରିନ୍ଥୀୟ ମଣ୍ଡଳୀକୁ ଦୁଃଖଜନକ ପରିସ୍ଥିତିରେ ନ ଆସିବାକୁ ଚେଷ୍ଟା କରୁଥିଲେ [୨:୧] |

2 Corinthians 2:3

ପାଉଲ କାହିଁକି କରିନ୍ଥୀୟ ମଣ୍ଡଳୀକୁ ପୂର୍ବ ଚିଟାଉରେ ଲେଖିଲେ ?

ସେ ଲେଖିଲେ ଏପରି ସେ କଲେ ଯେ ଯେତେବେଳେ ସେ ସେମାନଙ୍କ ନିକଟକୁ ଆସିଲେ ଯେଉଁ ଆନନ୍ଦ ସେମାନେ ପାଇବା ଉଚିତ ତାଙ୍କୁ ଦେଇଛନ୍ତି ଯେପରି ଦୁଃଖ ନ ପାଆନ୍ତୁ [୨:୩] |

ପାଉଲ କରିନ୍ଥୀୟ ମାନଙ୍କୁ କେଉଁ ମାନସିକ ସ୍ଥିତିରେ ଲେଖିଲେ ?

ସେ ବହୁତ କ୍ଲେଶ ଏବଂ ହୃଦୟର ବେଦନାରେ ଥିଲେ | [୨:୪]

ପାଉଲ କାହିଁକି କରିନ୍ଥୀୟ ମଣ୍ଡଳୀକୁ ଏହି ଚିଟାଉ ଲେଖିଲେ?

ସେ ସେମାନଙ୍କୁ ଲେଖିଲେ ଯେପରି ସେମାନେ ଜ୍ଞାତ ହେବେ ଯେ ତାଙ୍କର ଅଧିକ ପ୍ରଚୁର ପ୍ରେମ ସେମାନଙ୍କ ପ୍ରତି ରହିଅଛି | [୨:୪]

2 Corinthians 2:5

ଜଣେ ସେମାନଙ୍କ ଦ୍ୱାରା ଶାସ୍ତି ପାଇଅଛି ବୋଲି ପାଉଲ, କରିନ୍ଥୀୟ ସାଧୁମାନଙ୍କୁ କ'ଣ କରିବା ଉଚିତ ବୋଲି କହନ୍ତି ?

ପାଉଲ ସେମାନଙ୍କୁ କହିଲେ, ସେହି ବ୍ୟକ୍ତିଙ୍କୁ କ୍ଷମା ଏବଂ ସାନ୍ୱନା ଦେବା ଉଚିତ | [୨:୬-୭]

କାହିଁକି ପାଉଲ ସେମାନଙ୍କୁ କହିଲେ, ସେହି ବ୍ୟକ୍ତିଙ୍କୁ ସେମାନେ ଶାସ୍ତି ଦେଇଥିଲେ, କ୍ଷମା ଏବଂ ସାନ୍ୱନା ଦେବା ଉଚିତ ?

ଏଣୁ କାଳେ ଏପରି ଲୋକ ସେମାନେ ଶାସ୍ତି ଦେଇଥିଲେ ଅତିରିକ୍ତ ଦୁଃଖରେ ବୁଡିଯାଇପାରେ | [୨:୭]

2 Corinthians 2:8

ପାଉଲଙ୍କ ଅନ୍ୟ କାରଣ କ'ଣ ଅଛି କରିନ୍ଥୀୟ ମଣ୍ଡଳୀକୁ ଲେଖିଲେ ?

ପାଉଲ ସେମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସେମାନଙ୍କୁ ଲେଖିଥିଲେ ଏବଂ ସମସ୍ତ ବିଷୟରେ ସେଥିର ପ୍ରମାଣ ପାଏ ଯେ କି ସେମାନେ ବାଧ୍ୟ ଥିଲେ | [୨:୯]

2 Corinthians 2:10

ଏହା କରିନ୍ଥୀୟ ମଣ୍ଡଳୀ ପାଇଁ ଜାଣିବା କାହିଁକି ଥିଲା ଯେ, ସେମାନେ ଯେକେହି କ୍ଷମା ଦେଇଥିଲେ, ପାଉଲ ଏବଂ ଖ୍ରୀଷ୍ଟଙ୍କ ସାକ୍ଷାତରେ କ୍ଷମା ଦେଲେ ?

ଏହା ଏପରି ଥିଲା ଯେ ଶଇତାନ ସେମାନଙ୍କୁ ଅପକାର କରିବାକୁ ସୁଯୋଗପ୍ରାପ୍ତ ନ ହୁଏ | [୨:୧୧]

2 Corinthians 2:12

ପାଉଲଙ୍କ ଯେତେବେଳେ ସେ ତ୍ରୋୟା ସହରକୁ ଗଲେ କାହିଁକି ମନରେ ଶାନ୍ତି ନ ଥିଲା ?

ତାଙ୍କ ମନରେ ଶାନ୍ତି ନ ଥିଲା କାରଣ ସେ ତ୍ରୋୟାରେ ତାଙ୍କ ଭାଇ ତୀତସଙ୍କୁ ଦେଖିପାରିଲେ ନାହିଁ |[୨:୧୩]

2 Corinthians 2:14

ଈଶ୍ୱର କାହିଁକି ପାଉଲ ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା କାର୍ଯ୍ୟ କଲେ ?

ପାଉଲ ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଖ୍ରୀଷ୍ଟଙ୍କର ଜ୍ଞାନର ସୁଗନ୍ଧ ଚାରିଆଡେ ଈଶ୍ୱର ବ୍ୟାପନ୍ତି | [୨:୧୪-୧୫]

2 Corinthians 2:16

ପାଉଲ କେମିତି କହିଲେ ଯେ ଅନେକ ଲୋକମାନେ ପ୍ରଭୁଙ୍କ ବାକ୍ୟକୁ ଲାଭ ପାଇଁ ବିକୃତ କଲେ, ସେ ଏବଂ ତାଙ୍କ ସହଯୋଗୀମାନେ ଭିନ୍ନ ଅଟନ୍ତି ?

ପାଉଲ ଏବଂ ତାଙ୍କ ସହଯୋଗୀମାନେ ଭିନ୍ନ ଥିଲେ ଯେ ସେମାନେ ସରଳ ଭାବରେ, ଈଶ୍ୱରଙ୍କ ଆଦେଶକ୍ରମେ, ଈଶ୍ୱରଙ୍କ ସାକ୍ଷାତରେ, ଖ୍ରୀଷ୍ଟରେ ଥାଇ କଥା କହୁଅଛୁ | [୨:୧୭]


Chapter 3

1 ଆମ୍ଭେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରୁଅଛୁ ? କିମ୍ବା କାହାରି କାହାରି ପରି କ'ଣ ତୁମ୍ଭମାନଙ୍କ ନିକଟକୁ ବା ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କର ପ୍ରଶଂସାପତ୍ର ଆବଶ୍ୟକ ? 2 ତୁମ୍ଭେମାନେ ତ ଆମ୍ଭମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମ୍ଭମାନଙ୍କ ପତ୍ରସ୍ୱରୂପ; 3 ପୁଣି, ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ରସ୍ୱରୂପ, ଏହା ପ୍ରକାଶ ପାଉଅଛି; ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ,ପ୍ରସ୍ତରଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ । 4 ଆଉ, ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ଉପରେ ନିର୍ଭର ରଖି ଆମ୍ଭମାନଙ୍କର ଏହି ପ୍ରକାର ବିଶ୍ୱାସ ଅଛି । 5 ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ୱରଙ୍କଠାରୁ; 6 ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାଁନ୍ତି, ମାତ୍ର ଆତ୍ମାଙ୍କ, ଅର୍ଥାତ୍‍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକ,ମାତ୍ର ଆତ୍ମା ଜୀବନଦାୟକ; 7 ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିିତ ହୋଇଥିଲା ଯେ, ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ, 8 ତେବେ ଆତ୍ମିକ ସେବାକାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ ? 9 କାରଣ ଯଦି ଦଣ୍ଡାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ,ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ । 10 ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା, ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି । 11 କାରଣ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା,ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବରେ ଅବସ୍ଥିତ । 12 ଅତଏବ, ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସିକ ଅଟୁ, 13 ଆଉ, ଇସ୍ରାଏଲ ସନ୍ତାନମାନେ ଯେପରି ସେହିକ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିରଦୃଷ୍ଟି ନ କରନ୍ତି, ସେଥିପାଇଁ ମୋଶା ଯେପ୍ରକାରେ ଆପଣାମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେପ୍ରକାର କରୁନାହୁଁ । 14 କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବ ପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି, ଏହା ପ୍ରକାଶ ପାଉ ନାହିଁ । 15 ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ, 16 କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ । 17 ପ୍ରଭୁ ଆତ୍ମା ଅଟନ୍ତି; ଆଉ ଯେଉଁଠାରେ ପ୍ରଭୁଙ୍କଆତ୍ମା ସେଠାରେ ସ୍ୱାଧୀନତା । 18 କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ; ଯେଣୁ ପ୍ରଭୁ ଯେ କି ଆତ୍ମା, ତାହାଙ୍କଠାରୁ ଏହି ସବୁ ହେଉଅଛି ।



Translation Questions

2 Corinthians 3:1

କେଉଁ ପ୍ରଶଂସାର ପତ୍ର ପାଉଲ ଏବଂ ତାଙ୍କ ସହଯୋଗୀମାନଙ୍କ ରହିଅଛି ?

କରିନ୍ଥୀୟର ସାଧୁମାନେ ସେମାନଙ୍କର ପ୍ରଶଂସାର ପତ୍ର , ଜ୍ଞାତ ଏବଂ ସମସ୍ତ ଲୋକଙ୍କ ଦ୍ୱାରା ପଠିତ ହେଲା | [୩:୨]

2 Corinthians 3:4

ପାଉଲ ଏବଂ ତାଙ୍କ ସହଯୋଗୀମାନେ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କଠାରେ କ'ଣ ନିର୍ଭର କଲେ ?

ସେମାନେ ଯେ ସେମାନଙ୍କଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହଁ, ମାତ୍ର ଈଶ୍ୱରଙ୍କ ସାମର୍ଥ୍ୟରେ ନିର୍ଭର କଲେ | [୩:୪-୫]

ପାଉଲ ଏବଂ ତାଙ୍କ ସହଯୋଗୀମାନେ ସେବକ ହେବାକୁ କେଉଁ ନୂତନ ନିୟମର ସାମର୍ଥ୍ୟରେ ଈଶ୍ୱର ଯୋଗ୍ୟ କରିଥିଲେ ?

ନୂତନ ନିୟମ ଆତ୍ମା ଜୀବନଦାୟକ, ଅକ୍ଷର ମୃତ୍ୟୁଦାୟକ ଉପରେ ସ୍ଥାପିତ ଥିଲା | [୩:୬]

2 Corinthians 3:7

କାହିଁକି ଇସ୍ରାଏଲର ଲୋକମାନେ ମୋଶାଙ୍କ ମୁଖ ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ ?

ସେମାନେ ତାଙ୍କ ମୁଖ ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ କାରଣ ତାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ଅପସରି ଯାଉଥିଲା | [୩:୭]

2 Corinthians 3:9

କେଉଁଟି ଅଧିକ ଗୌରବଯୁକ୍ତ ହେବ; ମୃତ୍ୟୁର ସେବା ଏବଂ ଦଣ୍ଡାଜ୍ଞା; ଯାହା କ୍ଷଣସ୍ଥାୟୀ କିମ୍ବା ଆତ୍ମିକ ଓ ଧାର୍ମିକତାର ସେବା ଯାହାକି ଚିରସ୍ଥାୟୀ?

ଆତ୍ମିକ ସେବା ଅତି ଅଧିକ ଗୌରବଯୁକ୍ତ ହେବ | ଧାର୍ମିକତାର ସେବା ଆହୁରି ଅଧିକ ଗୌରବଯୁକ୍ତ ହେବ | ଯାହାକି ଚିରସ୍ଥାୟୀ ଆହୁରି ଅଧିକ ଗୌରବରେ ଅବସ୍ଥିତ |[୩:୮-୧୧]

2 Corinthians 3:14

ଯେକୌଣସି ସମୟରେ ମୋଶାଙ୍କ ବ୍ୟବସ୍ଥା ପାଠ କରାଯାଏ କେଉଁ ସମସ୍ୟା ଆଜି ଇସ୍ରାଏଲ ଲୋକଙ୍କର ରହିଛି ?

ସେମାନଙ୍କ ସମସ୍ୟା ସେମାନଙ୍କ ମନଗୁଡିକ ଆବରଣରେ ଆଚ୍ଛାଦିତ ଅଟେ ଏବଂ ହୃଦୟଗୁଡିକ ଆବରଣରେ ଆଚ୍ଛାଦିତ ଥାଏ | [୩:୧୫]

କିପରି ଇସ୍ରାଏଲର ମନ ଉନ୍ମୁକ୍ତ ଏବଂ ହୃଦୟଗୁଡିକ ଆଚ୍ଛାଦିତ ଆବରଣରୁ ଅପସାରିତ ହୋଇପାରେ ?

କିନ୍ତୁ କେବଳ ଇସ୍ରାଏଲ ପ୍ରଭୁ ଖ୍ରୀଷ୍ଟଙ୍କ ନିକଟକୁ ଫେରିଲେ ସେହି ମନଗୁଡିକ ଏବଂ ଆଚ୍ଛାଦିତ ଆବରଣ ଅପସାରିତ ହୁଏ | [୩:୧୪-୧୬]

2 Corinthians 3:17

ପ୍ରଭୁଙ୍କ ଆତ୍ମା ସହିତ କ'ଣ ଉପସ୍ଥିତ ଥାଏ ?

ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧିନତା | [୩:୧୭]

ଯେଉଁ ସମସ୍ତ ଲୋକ ପ୍ରଭୁଙ୍କ ଗୌରବ ଦେଖୁଅଛନ୍ତି କେଉଁ ମୂର୍ତ୍ତିରେ ପରିବର୍ତ୍ତିତ ହେବେ ?

ସେମାନେ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ସେହି ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ମୂର୍ତ୍ତିରେ ପରିବର୍ତ୍ତିତ ହେବେ |[୩:୧୮]


Chapter 4

1 ଅତଏବ, ଆମ୍ଭେମାନେ ଅନୁଗ୍ରହ ପ୍ରାପ୍ତ ହୋଇ ଏହି ସେବକପଦ ପାଇବାରୁ ସାହସବିହୀନ ନୋହୁଁ, 2 ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟସବୁ ପରିତ୍ୟାଗ କରିଅଛୁ; ଏଣୁ ଆମ୍ଭେମାନେ ଧୁର୍ତ୍ତତାରେ ଆଚରଣ କରୁ ନାହୁଁ ଅବା ଈଶ୍ୱରଙ୍କ ବାକ୍ୟ ଛଳରେ ବ୍ୟବହାରକରୁ ନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଈଶ୍ୱରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛୁ । 3 କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ; 4 ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତ୍‍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି । 5 କାରଣ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର କରୁ ନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ପୁଣି, ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମ୍ଭମାନଙ୍କର ସେବକ, ଏହା ପ୍ରଚାର କରୁ । 6 ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ୱର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି ।

7 ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ; 8 ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ,ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; 9 ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ; 10 ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ । 11 କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ । 12 ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି । 13 "ମୁଁ ବିଶ୍ୱାସ କଲି, ଏଣୁ କଥା କହିଲି'', ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ, ଏଣୁ ମଧ୍ୟ କଥା କହୁ; 14 କାରଣ ଆମ୍ଭେମାନେ ଜାଣୁ, ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ, ସେ ଆମ୍ଭମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତାହାଙ୍କ ଛାମୁରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ରହିବେ । 15 ଯେଣୁ ସମସ୍ତ ବିଷୟ ତୁମ୍ଭମାନଙ୍କ ସକାଶେ ହେଉଅଛି, ସେହିପରି ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ଈଶ୍ୱରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହେଉ । 16 ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି । 17 କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; 18 ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।



Translation Questions

2 Corinthians 4:1

କାହିଁକି ପାଉଲ ଏବଂ ତାଙ୍କ ସହଯୋଗୀମାନେ ସାହସ ବିହୀନ ହୋଇପାରିଲେ ନାହିଁ ?

ସେମାନେ ସାହସ ବିହୀନ ହୋଇପାରିଲେ ନାହିଁ କାରଣ ସେମାନଙ୍କର ସେବକପଦ ଥିଲା ଏବଂ ଅନୁଗ୍ରହ ପ୍ରାପ୍ତ ଥିଲେ | [୪:୧]

କେଉଁ ରାସ୍ତାରେ ଥିଲେ ଯେ ପାଉଲ ଏବଂ ତାଙ୍କ ସହଯୋଗୀମାନେ ପରିତ୍ୟାଗ କଲେ?

ସେମାନେ ରାସ୍ତାଗୁଡିକ ଯେ ଲଜ୍ଜାଜନକ ଏବଂ ଗୁପ୍ତ ତାହା ପରିତ୍ୟାଗ କଲେ | ସେମାନେ ଧୂର୍ତ୍ତତାରେ ଆଚରଣ କରୁ ନ ଥିଲେ ଏବଂ ଈଶ୍ୱରଙ୍କ ବାକ୍ୟକୁ ଛଳରେ ବ୍ୟବହାର କରୁ ନ ଥିଲେ | [୪:୨]

ପାଉଲ ଏବଂ ସେମାନେ ତାଙ୍କ ପରି ପ୍ରତ୍ୟେକଙ୍କ ବିବେକ ଈଶ୍ୱରଙ୍କ ସାକ୍ଷାତରେ ସେମାନେ ସତ୍ୟ ପ୍ରକାଶ କିପରି କଲେ?

ସେମାନେ ଏହି ସତ୍ୟ ଦ୍ୱାରା ପ୍ରକାଶ କଲେ | [୪:୨]

2 Corinthians 4:3

କାହା ପାଇଁ ସୁସମାଚାର ଆଚ୍ଛାଦିତ ଥାଏ ?

ବିନାଶପ୍ରାପ୍ତମାନଙ୍କ ପକ୍ଷରେ ସୁସମାଚାର ଆଚ୍ଛାଦିତ ଥାଏ | [୪:୩]

କାହିଁକି ବିନାଶପ୍ରାପ୍ତମାନଙ୍କ ପକ୍ଷରେ ସୁସମାଚାର ଆଚ୍ଛାଦିତ ଥାଏ ?

ଏହା ଆଚ୍ଛାଦିତ ଥାଏ କାରଣ ଜଗତପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି ସେମାନେ ସୁସମାଚାରର ଆଲୋକକୁ ଦେଖିପାରିବେ ନାହିଁ | [୪:୪]

2 Corinthians 4:5

ପାଉଲ ଏବଂ ତାଙ୍କ ସହଯୋଗୀମାନେ ଯୀଶୁ ଏବଂ ସେମାନଙ୍କ ବିଷୟରେ କ'ଣ ଘୋଷଣା କଲେ ?

ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ ଏବଂ ସେମାନେ ଯୀଶୁଙ୍କ ସକାଶେ କରିନ୍ଥୀୟ ମଣ୍ଡଳୀର ସେବକ ଏହା ସେମାନେ ଘୋଷଣା କଲେ | [୪:୫]

2 Corinthians 4:7

ପାଉଲ ଏବଂ ତାଙ୍କ ସହଯୋଗୀମାନେ ଧନ ମୃତ୍ତିକା ପାତ୍ରରେ ପାଇଅଛୁ କହିଲେ ?

ସେମାନଙ୍କଠାରେ ଏହି ଧନ ମୃତ୍ତିକା ପାତ୍ର ଥିଲା ଯେପରି ପ୍ରକାଶ ପାଇବ ଯେ ମହାଶକ୍ତି ଈଶ୍ୱରଙ୍କର ଏବଂ ସେମାନଙ୍କଠାରୁ ଉତ୍ପନ୍ନ ନୁହେଁ |[୪:୭]

ପାଉଲ ଏବଂ ତାଙ୍କ ସହଯୋଗୀମାନେ କାହିଁକି ଯୀଶୁଙ୍କ ମୃତ୍ୟୁଭୋଗ ସେମାନଙ୍କ ଶରୀରରେ ବୋହିଲେ ?

ଯୀଶୁଙ୍କ ମୃତ୍ୟୁଭୋଗ ସେମାନଙ୍କ ଶରୀରରେ ବୋହିଲେ ଯେପରି ଯୀଶୁଙ୍କ ଜୀବନ ମଧ୍ୟ ସେମାନଙ୍କ ଶରୀରରେ ପ୍ରକାଶିତ ହୁଏ | [୪:୧୦]

2 Corinthians 4:13

କିଏ ଉଠାଯିବେ ଏବଂ ଯିଏ ପ୍ରଭୁ ଯୀଶୁଙ୍କୁ ଉଠାଇଲେ ତାହାଙ୍କ ଛାମୁରେ ଉପସ୍ଥିତ କରାଇଲେ ?

ପାଉଲ ଏବଂ ତାଙ୍କ ସଙ୍ଗୀମାନେ ସମାନ ଭାବରେ କରିନ୍ଥୀୟ ସାଧୁମାନେ ପ୍ରଭୁ ଯୀଶୁଙ୍କୁ ଉଠାଇଥିଲେ ତାହାଙ୍କ ଛାମୁରେ ଉପସ୍ଥିତ କରାଇବେ | [୪:୧୪]

ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇବା ଫଳରେ କ'ଣ ଘଟିବ ?

ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇବା, ଈଶ୍ୱରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦ ବଢିବ | [୪:୧୫]

2 Corinthians 4:16

କାହିଁକି ପାଉଲ ଏବଂ ତାଙ୍କ ସଙ୍ଗୀମାନେ କ୍ଲାନ୍ତ ପାଇବାର କାରଣ ହୋଇପାରିଥିଲା ?

ସେମାନଙ୍କ କ୍ଲାନ୍ତ ହେବାର କାରଣ ରହିଥିଲା ଯେ ବାହ୍ୟିକ ଭାବେ ସେମାନେ କ୍ଷୟ ପାଉଥିଲେ | [୪:୧୬]

ପାଉଲ ଏବଂ ତାଙ୍କ ସଙ୍ଗୀମାନେ କାହିଁକି କ୍ଲାନ୍ତ ହୋଇପାରି ନ ଥିଲେ ?

ସେମାନେ କ୍ଲାନ୍ତ ହୋଇପାରି ନ ଥିଲେ କାରଣ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଥିଲା | ପୁଣି, ସେମାନଙ୍କ କ୍ଷଣକାଳସ୍ଥାୟୀ, ଲଘୁ କ୍ଲେଶ ଅତ୍ୟଧିକ ବାହୁଲ୍ୟ ରୂପେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ ନିମନ୍ତେ ସେମାନେ ପ୍ରସ୍ତୁତ କରୁଥିଲେ | ଶେଷରେ, ସେମାନେ ଅଦୃଶ୍ୟ ବିଷୟଗୁଡିକୁ ଲକ୍ଷ୍ୟ କରୁଥିଲେ | [୪:୧୬-୧୮]


Chapter 5

1 କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ । 2 ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ; 3 ଏହିପରି ପରିହିତ ହେଲେ ଆମ୍ଭେମାନେ ଉଲଙ୍ଗ ଦେଖାଯିବା ନାହିଁ । 4 କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥି ନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ । 5 ଆଉ ଯେ ଏଥି ନିମନ୍ତେ ଆମ୍ଭମାନଙ୍କୁ ପ୍ରସ୍ତୁତ କରିଅଛନ୍ତି, ସେ ଈଶ୍ୱର, ସେ ଆମ୍ଭମାନଙ୍କୁ ବଇନା ସ୍ୱରୂପେ ଆତ୍ମା ମଧ୍ୟ ଦାନ କରିଅଛନ୍ତି । 6 ଅତଏବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ପ୍ୟନ୍ତ ନିବାସ କରୁଅଛୁ, ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ, ଏହା ଜାଣୁ । 7 (କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ), 8 ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ । 9 ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା । 10 କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ ।

11 ଅତଏବ, ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ପ୍ରବର୍ତ୍ତାଉଅଛୁ, କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ଛାମୁରେ ପ୍ରକାଶିତ ଅଟୁ ଏବଂ ତୁମ୍ଭମାନଙ୍କ ବିବେକ ନିକଟରେ ମଧ୍ୟ ଯେ ପ୍ରକାଶିତ ଅଟୁ, ଏହା ମୁଁ ଆଶା କରେ । 12 ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥି ନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ । 13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ୱରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ । 14 କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ; 15 ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି ।

16 ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ଜାଣୁ ନାହୁଁ; ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁ ନାହୁଁ । 17 ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି । 18 କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ହୋଇଅଛି; ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମ୍ଭମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକପଦ ଆମ୍ଭମାନଙ୍କୁ ଦେଇଅଛନ୍ତି; 19 ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି । 20 ଅତଏବ, ଈଶ୍ୱର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୁଅ । 21 ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା,ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତାସ୍ୱରୂପ ହେଉ ।



Translation Questions

2 Corinthians 5:1

ପାଉଲ କ'ଣ କହିଲେ ଯଦି ଆମ୍ଭମାନଙ୍କର ତମ୍ବୁରୂପ ପାର୍ଥିବ ଭାଙ୍ଗିଯାଏ ତଥାପି ଆମ୍ଭର ରହିଅଛି ?

ପାଉଲ କହିଲେ ଆମ୍ଭମାନଙ୍କର ଗୃହ ଈଶ୍ୱରଙ୍କଠାରେ ରହିଅଛି, ଅହସ୍ତନିର୍ମିତ ଗୃହ ଯେ ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି | [୫:୧]

2 Corinthians 5:4

କାହିଁକି ପାଉଲ କହିଲେ ଯେ ଆମେ ଆର୍ତ୍ତନାଦ କରିଅଛୁ ଯେତେବେଳେ ଆମେ ଏହି ତମ୍ବୁରେ ବାସ କରିଥିଲୁ?

ପାଉଲ ଏହା କହିଲେ କାରଣ ଯେତେବେଳେ ଆମେ ଏହି ତମ୍ବୁରେ ବାସ କଲୁ, ଭାରଗ୍ରସ୍ତ ଥିଲୁ ଏବଂ ବସ୍ତ୍ର ପରିଧାନ କରିବାକୁ ଇଚ୍ଛା ଥିଲା ଯେପରି ଜୀବନ ଦ୍ୱାରା ମର୍ତ୍ତ୍ୟ ଗ୍ରାସ କରିପାରେ | [୫:୪]

ଈଶ୍ୱର କ'ଣ ଆମକୁ ଦେଲେ ଯେପରି ବଇନା ସ୍ୱରୂପେ ଆସିବାକୁ ଅଛି ?

ଈଶ୍ୱର ଆମକୁ ଆତ୍ମା ଦେଲେ ଯେପରି ବଇନା ସ୍ୱରୂପେ ଆସିବାକୁ ଅଛି |[୫୫]

2 Corinthians 5:6

ପାଉଲ ଶରୀରରେ ବରଂ ପ୍ରଭୁଙ୍କ ନିବାସରେ ରହିବା ପସନ୍ଦ କରନ୍ତି ?

ପାଉଲ କହିଲେ, "ଆମେ ଶରୀରରେ ଦୂରରେ ବାସ କରିବା ଏବଂ ପ୍ରଭୁଙ୍କ ନିକଟରେ ବାସ କରିବା ପସନ୍ଦ କରିବେ "| [୫:୮]

2 Corinthians 5:9

ପାଉଲଙ୍କ ଲକ୍ଷ୍ୟ କ'ଣ ଥିଲା ?

ପାଉଲଙ୍କ ଲକ୍ଷ୍ୟ ପ୍ରଭୁଙ୍କୁ ଏକାନ୍ତ ସନ୍ତୋଷ କରିବା ହିଁ ଥିଲା | [୫:୯]

କାହିଁକି ପାଉଲଙ୍କ ଏକାନ୍ତ ପ୍ରଭୁଙ୍କୁ ସନ୍ତୋଷ କରିବା ହିଁ ତାଙ୍କର ଲକ୍ଷ୍ୟ ଥିଲା ?

ପାଉଲଙ୍କ ଏହି ତାଙ୍କର ଲକ୍ଷ୍ୟ କଲେ କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରସନ ଛାମୁରେ ଆମ୍ଭ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ | [୫:୧୦]

2 Corinthians 5:11

କାହିଁକି ପାଉଲ ଏବଂ ସଙ୍ଗୀମାନେ ମନୁଷ୍ୟମାନଙ୍କୁ ମଣାଉଥିଲେ ?

ସେମାନେ ମନୁଷ୍ୟମାନଙ୍କୁ ମଣାଉଥିଲେ କାରଣ ସେମାନେ ପ୍ରଭୁଙ୍କର ଭୟ ଜାଣିଲେ | [୫:୧୧]

ପାଉଲ କହିଲେ ସେମାନେ ସେମାନଙ୍କର ପୁନର୍ବାର କରିନ୍ଥୀୟ ସାଧୁମାନଙ୍କୁ ଆତ୍ମପ୍ରଶଂସା କରୁ ନ ଥିଲେ | କ'ଣ ସେମାନେ କରୁଥିଲେ ?

ସେମାନେ କରିନ୍ଥୀୟ ସାଧୁମାନଙ୍କୁ ସେମାନଙ୍କର ଦର୍ପ କରିବାର କାରଣ ଦେଉଥିଲେ, ଯେପରି କରିନ୍ଥୀୟ ସାଧୁମାନେ ଗୋଟିଏ ଉତ୍ତର ଦେଇପାରନ୍ତି ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି | [୫:୧୨]

2 Corinthians 5:13

ଆଉ ଖ୍ରୀଷ୍ଟ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେଉଁମାନେ ଜୀବିତ କ'ଣ କରିବା ଉଚିତ ?

ସେମାନେ ସେମାନଙ୍କ ପାଇଁ ଜୀବନଯାପନ ନ କରି ବରଂ ସେମାନଙ୍କ ନିମନ୍ତେ ଯେ ଯିଏ ମୃତ୍ୟୁଭୋଗ କଲେ ଏବଂ ଉତ୍‌ଥିତ ହେଲେ | [୫:୧୫]

2 Corinthians 5:16

ପାଉଲ କାହିଁକି କହିଲେ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ନ ଜାଣୁ ପାରୁ?

ଏହା ଥିଲା କାରଣ ଖ୍ରୀଷ୍ଟ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଏବଂ ଆମେ ଆପଣା ନିମନ୍ତେ ଜୀବନ କାଟୁ ନାହୁଁ ବରଂ ଖ୍ରୀଷ୍ଟ ନିମନ୍ତେ | [୫:୧୫-୧୬]

ଯେଉଁମାନଙ୍କଠାରେ ଖ୍ରୀଷ୍ଟ ଜୀବିତ କ'ଣ ଘଟେ ?

ସେ ନୂତନ ସୃଷ୍ଟି ହୁଏ | ପୁରାତନ ବିଷୟସବୁ ଲୋପ ପାଇଯିବ; ଏହା ନୂତନ ହୋଇଯିବ | [୫:୧୭]

2 Corinthians 5:18

ଯେତେବେଳେ ଈଶ୍ୱର ଖ୍ରୀଷ୍ଟଙ୍କ ଦ୍ୱାରା ଜଗତ ସହ ସମ୍ମିଳନ କରନ୍ତି ଈଶ୍ୱର ସେମାନଙ୍କ ନିମନ୍ତେ କ'ଣ କରନ୍ତି ?

ଈଶ୍ୱର ସେମାନଙ୍କର ଅପରାଧ ସବୁ ସେମାନଙ୍କ ବିରୁଦ୍ଧରେ ଗଣନା କରନ୍ତି ନାହିଁ ଏବଂ ସେ ସମ୍ମିଳନର ବାକ୍ୟ ସେମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି | [୫:୧୯]

2 Corinthians 5:20

ଖ୍ରୀଷ୍ଟଙ୍କର ଆହ୍ୱାନ ପ୍ରାପ୍ତ ରାଜଦୂତମାନେ,ପାଉଲ ଏବଂ ତାଙ୍କ ସଙ୍ଗୀମାନେ କରିନ୍ଥୀୟମାନଙ୍କୁ କ'ଣ ନିବେଦନ କରନ୍ତି?

ସେମାନଙ୍କର ନିବେଦନ କରିନ୍ଥୀୟମାନଙ୍କୁ ଖ୍ରୀଷ୍ଟ ପକ୍ଷରୁ ଈଶ୍ୱରଙ୍କ ସମ୍ମିଳନ କରାଇବା | [୫:୨୦]

ଈଶ୍ୱର କାହିଁକି ଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କର ପାପ ନିମନ୍ତେ ବଳି ପ୍ରସ୍ତୁତ କଲେ ?

ଈଶ୍ୱର ଏହା କଲେ ଯେପରି ଖ୍ରୀଷ୍ଟରେ ଆମେ ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ | [୫:୨୧]


Chapter 6

1 ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ । 2 କାରଣ ସେ କହନ୍ତି, "ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ ।'' ଦେଖ, ଏବେ ମହାଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ । 3 ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ,ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ, 4 ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ, 5 ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ, 6 ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ଅକପଟ ପ୍ରେମରେ, 7 ସତ୍ୟ ବାକ୍ୟରେ, ଈଶ୍ୱରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ରଦ୍ୱାରା, 8 ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତିଦ୍ୱାରା, ପ୍ରତାରକ ତୁଲ୍ୟ, ଅଥଚ ସତ୍ୟବାଦୀ, 9 ଅପରିଚିତ ତୁଲ୍ୟ, ଅଥଚ ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥଚ ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ, 10 ଅଥଚ ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥଚ ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ । 11 ହେ କରିନ୍ଥୀୟମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ମୁଖ ଉନ୍ମୁକ୍ତ ହୋଇଅଛି, ଆମ୍ଭମାନଙ୍କ ହୃଦୟ ପ୍ରଶସ୍ତ ହୋଇଅଛି । 12 ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ, କିନ୍ତୁ ତୁମ୍ଭମାନଙ୍କର ସ୍ନେହ ସଙ୍କୁଚିତ । 13 ନିଜର ସନ୍ତାନମାନଙ୍କୁ କହିବା ପରି ମୁଁ କହୁଅଛି, ଅନୁରୂପ ପ୍ରତିଦାନ ନିମନ୍ତେ ତୁମ୍ଭେମାନେ ମଧ୍ୟ ପ୍ରଶସ୍ତମନା ହୁଅ ।

14 ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା ? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା ? 15 ବିଲିୟାର୍‍ ସହିତ ଖ୍ରୀଷ୍ଟଙ୍କର କି ମିଳନ ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ ? 16 ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରର କି ସମ୍ବନ୍ଧ ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ । 17 ଏଣୁ ପ୍ରଭୁ ଏହା କହନ୍ତି, "ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ୍‍ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା,'' 18 ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି,ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି ।



Translation Questions

2 Corinthians 6:1

ପାଉଲ ଏବଂ ତାଙ୍କ ସଙ୍ଗୀମାନେ କରିନ୍ଥୀୟମାନଙ୍କୁ କ'ଣ ନ କରିବାକୁ ଅନୁରୋଧ କଲେ ?

ସେମାନେ କରିନ୍ଥୀୟମାନଙ୍କୁ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ବୃଥା ନ ହେବା ନିମନ୍ତେ ଅନୁରୋଧ କଲେ | [୬:୧]

କେତେବେଳେ ଅନୁଗ୍ରହର ଦିନ ଆସିବ ? କେତେବେଳେ ପରିତ୍ରାଣର ଦିନ ଆସିବ?

ଏବେ ହିଁ ଅନୁଗ୍ରହର ଦିନ | ଏବେ ହିଁ ପରିତ୍ରାଣର ଦିନ | [୬:୨]

ପାଉଲ ଏବଂ ତାଙ୍କ ସଙ୍ଗୀମାନେ କାହିଁକି କାହା ଆଗରେ ବାଧାର ବିଷୟ ହେଲେ ନାହିଁ?

ସେମାନେ କାହା ଆଗରେ ବାଧାର ବିଷୟ ରଖିଲେ ନାହିଁ, କାରଣ ସେମାନଙ୍କର ସେବକପଦରେ ନିନ୍ଦିତ ନ ହେବା ନିମନ୍ତେ ଚାହିଁଲେ| [୬:୩]

2 Corinthians 6:4

ପାଉଲ ଏବଂ ତାଙ୍କ ସଙ୍ଗୀମାନଙ୍କ ସଙ୍କଟରେ କ'ଣ ପ୍ରମାଣ କଲେ ?

ସେମାନଙ୍କ ସଙ୍କଟରେ ସେମାନେ ଈଶ୍ୱରଙ୍କ ସେବକ ପ୍ରମାଣ କଲେ|[୬:୪]

ପାଉଲ ଏବଂ ତାଙ୍କ ସଙ୍ଗୀମାନଙ୍କ କେଉଁ କିଛି ବିଷୟରେ ସେ ସହିଲେ ?

ସେମାନେ କ୍ଲେଶରେ, ଦୁର୍ଦ୍ଦଶାରେ ,ସଙ୍କଟରେ, ପ୍ରହାରରେ, କାରାବାରରେ, ବିପ୍ଲବରେ,ପରିଶ୍ରମରେ,ଜାଗରଣରେ,ଏବଂ ଉପବାସରେ ସହିଲେ|[୬:୪-୫]

2 Corinthians 6:8

ଯଦିଓ ପାଉଲ ଏବଂ ତାଙ୍କ ସଙ୍ଗୀମାନେ ସତ୍ୟବାଦୀ ଥିଲେ, କେଉଁ କାରଣରୁ ସେମାନେ ଦୋଷୀ ହେଲେ?

ସେମାନେ ପ୍ରତାରକ ତୁଲ୍ୟ ଦୋଷୀ ଥିଲେ| [୬:୮]

2 Corinthians 6:11

ପାଉଲ କରିନ୍ଥୀୟମାନଙ୍କ ସହ ଉନ୍ମୁକ୍ତ କରି କ'ଣ କହିବା ଚାହାଁନ୍ତି ?

ପାଉଲ କହିଲେ ସେମାନଙ୍କର ହୃଦୟ କରିନ୍ଥୀୟମାନଙ୍କ ସହ ଉନ୍ମୁକ୍ତ କଲେ ଏବଂ ପାଉଲ କହିବା ପରି କହିବା ଚାହିଁଲେ କରିନ୍ଥୀୟ ସାଧୁମାନଙ୍କ ହୃଦୟ ପ୍ରଶସ୍ତମନା ଭାବେ ପାଉଲ ଏବଂ ତାଙ୍କ ସଙ୍ଗୀମାନଙ୍କ ପ୍ରତି ଉନ୍ମୁକ୍ତ ହେବା ପାଇଁ ଚାହିଁଲେ | [୬:୧୧,୧୩]

2 Corinthians 6:14

ପାଉଲ କେଉଁ କାରଣ ଦର୍ଶାନ୍ତି ଯାହାହେଉ ନା କାହିଁକି କରିନ୍ଥୀୟ ସାଧୁମାନେ ଅବିଶ୍ୱାସୀମାନଙ୍କ ସହ ଅସମାନ ଭାବେ ଯୋଚା ଯିବା ଉଚିତ ନୁହେଁ ?

ପାଉଲ ନିମ୍ନଲିଖିତ କାରଣ ଦର୍ଶାନ୍ତି : ଧର୍ମ ଓ ଅଧର୍ମ ମଧ୍ୟରେ କି ସହଭାଗିତା ? ଅନ୍ଧକାର ସହିତ ଆଲୋକର କି ସହଭାଗିତା? ବିଲିୟାର୍ ସହିତ ଖ୍ରୀଷ୍ଟଙ୍କର କି ମିଳନ ? ବିଶ୍ୱାସୀ ସହିତ ଅବିଶ୍ୱାସୀର କି ଅଂଶ ? ଈଶ୍ୱରଙ୍କ ମନ୍ଦିର ସହ ପ୍ରତିମାଗୁଡିକର କି ସମ୍ବନ୍ଧ ହୋଇପାରେ ? [୬:୧୪-୧୬]

2 Corinthians 6:17

ପ୍ରଭୁ କ'ଣ କହନ୍ତି ଯେଉଁମାନେ ଚାହିଁବେ ସେ କରିବେ, "ସେମାନଙ୍କଠାରୁ ବାହାରି ଆସ ଏବଂ ପୃଥକ୍ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ..."?

ପ୍ରଭୁ କହନ୍ତି ସେ ସେମାନଙ୍କୁ ଗ୍ରହଣ କରିବେ |ସେ ସେମାନଙ୍କର ପିତା ହେବେ ଏବଂ ସେମାନେ ତାଙ୍କର ପୁତ୍ରକନ୍ୟାଗଣ ହେବେ |[୬:୧୭-୧୮]


Chapter 7

1 ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ ।

2 ତୁମ୍ଭମାନଙ୍କ ହୃଦୟରେ ଆମ୍ଭମାନଙ୍କୁ ସ୍ଥାନ ଦିଅନ୍ତି ଆମ୍ଭେମାନେ କାହାରି ଅନ୍ୟାୟ କରି ନାହୁଁ, କାହାକୁ ନଷ୍ଟ କରି ନାହୁଁ, କାହାରି କ୍ଷତି କରି ନାହୁଁ । 3 ମୁଁ ତୁମ୍ଭମାନଙ୍କୁ ଦୋଷ ଦେବା ନିମନ୍ତେ ଏହା କହୁ ନାହିଁ; କାରଣ ମୁଁ ପୂର୍ବରେ କହିଅଛି, ତୁମ୍ଭେମାନେ ଆମ୍ଭମାନଙ୍କ ହୃଦୟରେ ଏପରି ସ୍ଥାନ ପାଇଅଛ ଯେ, ମଲେ ଆମ୍ଭେମାନେ ଏକତ୍ର ମରିବା, ପୁଣି, ବଞ୍ଚିଲେ ଏକତ୍ର ବଞ୍ଚିବା । 4 ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି,ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି । 5 କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବପ୍ରକାରେ କ୍ଳେଶଭୋଗ କରିବାରୁ ଆମ୍ଭମାନଙ୍କ ଶରୀରସୁଦ୍ଧା ବିଶ୍ରାମ ପାଇଲା ନାହିଁ । 6 ତଥାପି ଭଗ୍ନୋତ୍ସାହମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଯେ ଈଶ୍ୱର, ସେ ତୀତସଙ୍କ ଆଗମନ ଦ୍ୱାରା ଆମ୍ଭମାନଙ୍କୁ ସାନ୍ତ୍ୱନା ଦେଲେ, 7 ଆଉ, କେବଳ ତାଙ୍କ ଆଗମନ ଦ୍ୱାରା ନୁହେଁ, କିନ୍ତୁ ଯେଉଁ ସାନ୍ତ୍ୱନା ଦ୍ୱାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଥିଲେ, ତାହା ଦ୍ୱାରା ମଧ୍ୟ ସାନ୍ତ୍ୱନା ଦେଲେ, କାରଣ ସେ ତୁମ୍ଭମାନଙ୍କ ଉଦ୍‌ଯୋଗ, ତୁମ୍ଭମାନଙ୍କ ବିଳାପ, ମୋ' ସପକ୍ଷରେ ତୁମ୍ଭମାନଙ୍କ ଆଗ୍ରହ ବିଷୟ ଆମ୍ଭମାନଙ୍କୁ ଜଣାଇଲେ; ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି । 8 ଯେଣୁ ମୋହର ପତ୍ର ଦ୍ୱାରା ଯଦ୍ୟପି ମୁଁ ତୁମ୍ଭମାନଙ୍କୁ ଦୁଃଖ ଦେଲି, ତଥାପି ମୁଁ ସେଥିସକାଶେ ଦୁଃଖିତ ନୁହେଁ; ସେହି ପତ୍ର ତୁମ୍ଭମାନଙ୍କୁ ଅଳ୍ପ କାଳ ନିମନ୍ତେ ସୁଦ୍ଧା ଦୁଃଖ ଦେଇଥିବାର ଦେଖି ମୁଁ ଦୁଃଖିତ ହୋଇଥିଲେ ସୁଦ୍ଧା 9 ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତହେଲ, ସେଥିପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଯେ ତୁମ୍ଭମାନଙ୍କ ମନପରିବର୍ତ୍ତନର କାରଣ ହେଲା, ଏଥିପାଇଁ; ଯେଣୁ ଆମ୍ଭମାନଙ୍କର ଦ୍ୱାରା ତୁମ୍ଭମାନଙ୍କର ଯେପରି କୌଣସି କ୍ଷତି ନ ହୁଏ, ସେଥିପାଇଁ ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ । 10 କାରଣ ଈଶ୍ୱରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ, ଯାହାସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ । 11 ଯେଣୁ ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍‍ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି । ଏବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣଦେଇଅଛ । 12 ଏଣୁ ଯଦ୍ୟପି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି,ତଥାପି ଯେ ଅନ୍ୟାୟ କରିଅଛି, ବା ଯେ ଅନ୍ୟାୟ ସହିଅଛି, ତାହା ନିମନ୍ତେ ଯେ ଲେଖିଲି, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ଆଗ୍ରହ ଯେପରି ଈଶ୍ୱରଙ୍କ ଛାମୁରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ, ସେଥିନିମନ୍ତେ ଲେଖିଲି । ଅତଏବ, ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ । 13 ପୁଣି, ଆମ୍ଭମାନଙ୍କ ସାନ୍ତ୍ୱନାରେ ଆମ୍ଭେମାନେ ତୀତସଙ୍କ ଆନନ୍ଦ ହେତୁ ଆହୁରି ଅଧିକ ଆନନ୍ଦ କଲୁ, କାରଣ ତାଙ୍କ ଆତ୍ମା ତୁମ୍ଭ ସମସ୍ତଙ୍କ ଦ୍ୱାରା ସଞ୍ଜୀବିତ ହୋଇଅଛି । 14 ଯେଣୁ ଯଦି କୌଣସି ବିଷୟରେ ତୀତସଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ଦର୍ପ କରିଅଛି, ତେବେ ଲଜ୍ଜିତ ହୋଇ ନାହିଁ, ବରଂ ଯେପରି ଆମ୍ଭେମାନେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ସତ୍ୟ କହିଥିଲୁ, ସେହିପରି ତୀତସଙ୍କ ସମ୍ମୁଖରେ ଆମ୍ଭମାନଙ୍କ ଦର୍ପ ମଧ୍ୟ ସତ୍ୟ ବୋଲି ଜଣାଯାଇଅଛି । 15 ଆଉ, କିପରି ଭୟ ଓ କମ୍ପରେ ତୁମ୍ଭେମାନେ ତାଙ୍କୁ ଗ୍ରହଣ କରି ସମସ୍ତେ ତାଙ୍କର ବାଧ୍ୟ ହେଲ, ଏହା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାଙ୍କ ଅନ୍ତରର ସ୍ନେହ ଅଧିକ ବୃଦ୍ଧିପାଇଅଛି । 16 ମୁଁ ଯେ ସର୍ବ ବିଷୟରେ ତୁମ୍ଭମାନଙ୍କଠାରେ ପୂର୍ଣ୍ଣବିଶ୍ୱାସ କରି ପାରେ, ଏଥିପାଇଁ ଆନନ୍ଦ କରୁଅଛି ।



Translation Questions

2 Corinthians 7:1

କେଉଁ କାରଣରୁ ପାଉଲ କହନ୍ତି ଆମ୍ଭେମାନେ ଆପଣା ଆପଣାକୁ ଶୁଚି କରିବା ଉଚିତ ?

ଆମ୍ଭେମାନେ ଆପଣା ଆପଣାକୁ ସମସ୍ତ ବିଷୟରେ ଶୁଚି କରିବା ଉଚିତ ଯେ ଶରୀର ଓ ଆତ୍ମାର ଅଶୁଚିତାରୁ ନିଜକୁ ପ୍ରସ୍ତୁତି କରେ|[୭:୧]

2 Corinthians 7:2

କାହିଁକି କରିନ୍ଥୀୟ ସାଧୁମାନଙ୍କୁ ନିଜ ପାଇଁ ଏବଂ ତାଙ୍କ ସଙ୍ଗୀମାନଙ୍କ ପାଇଁ କରିବା ନିମନ୍ତେ କହିଲେ ?

ପାଉଲ ସେମାନଙ୍କୁ ଚାହିଁଲେ, "ଆମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କର!" [୭:୨]

କରିନ୍ଥୀୟ ସାଧୁମାନଙ୍କୁ କେଉଁ ଉତ୍ସାହଜନକ ବାକ୍ୟଗୁଡିକ ପ୍ରଦାନ କରିଅଛନ୍ତି ?

ପାଉଲ କରିନ୍ଥୀୟ ସାଧୁମାନଙ୍କୁ କହିଲେ ସେମାନେ ତାଙ୍କର ଏବଂ ତାଙ୍କ ସଙ୍ଗୀମାନଙ୍କ ହୃଦୟରେ ସ୍ଥାନ ପାଇଅଛନ୍ତି ଯେ, ମଲେ ଏକତ୍ର ମରିବା ପୁଣି ବଞ୍ଚିଲେ ଏକତ୍ର ବଞ୍ଚିବା | ପାଉଲ ପୁଣି ସେମାନଙ୍କୁ କହିଲେ ସେ ସେମାନଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ ଏବଂ ଦର୍ପର ବିଷୟ ଥିଲା | [୭:୩-୪]

2 Corinthians 7:5

କେଉଁ ସାନ୍ତ୍ୱନା ଈଶ୍ୱର ପାଉଲ ଏବଂ ତାଙ୍କ ସଙ୍ଗୀମାନଙ୍କୁ ଦେଲେ ଯେତେବେଳେ ସବୁପ୍ରକାର କ୍ଲେଶ ଭୋଗ କଲେ - ବାହାରେ ଯୁଦ୍ଧ ଓ ଭିତରେ ଭୟ ମଧ୍ୟରେ ସେମାନେ ମାକିଦନିଆକୁ ଆସିଲେ ?

ଈଶ୍ୱର ତୀତସଙ୍କ ଆଗମନ ଦ୍ୱାରା ସେମାନଙ୍କୁ ସାନ୍ତ୍ୱନା ଦେଲେ, କରିନ୍ଥୀୟ ସାଧୁମାନଙ୍କଠାରୁ ପାଇଥିବା ସାନ୍ତ୍ୱନାଦେଇ ତୀତସଙ୍କ ସାନ୍ତ୍ୱନାର ବିଷୟ ପ୍ରାପ୍ତ ହେଲେ , ଏବଂ ପାଉଲଙ୍କ ନିମନ୍ତେ କରିନ୍ଥୀୟମାନଙ୍କ ଅତ୍ୟନ୍ତ ଆଗ୍ରହ, ସେମାନଙ୍କର ବିଳାପ ଓ ସପକ୍ଷରେ ଅଧିକ ଉଦ୍‌ଯୋଗ | [୭:୬-୭]

2 Corinthians 7:8

ପାଉଲଙ୍କ କରିନ୍ଥୀୟ ସାଧୁମାନଙ୍କୁ ପୂର୍ବ ପତ୍ର ମାଧ୍ୟମରେ କ'ଣ ପ୍ରକାଶିତ କଲେ ?

କରିନ୍ଥୀୟ ସାଧୁମାନଙ୍କ ଦୁଃଖ ସମୟରେ ପାଉଲଙ୍କ ପୂର୍ବ ପତ୍ର ଏକ ଈଶ୍ୱରୀୟ ଇଚ୍ଛାର ଅନୁଭବ ଥିଲା | [୭:୮-୯]

2 Corinthians 7:11

କରିନ୍ଥୀୟ ସାଧୁମାନଙ୍କୁ ଈଶ୍ୱରୀୟ ଇଚ୍ଛାର ଅନୁଭୂତିରେ କ'ଣ ଉତ୍ପନ୍ନ କଲା ?

ଈଶ୍ୱରୀୟ ଇଚ୍ଛା ସେମାନଙ୍କୁ ମନପରିବର୍ତ୍ତନ କାରଣ ହେଲା ଏବଂ ଏକ ମହାନ ବିଷୟରେ ନିର୍ଦ୍ଦୋଷ ରୂପେ ପ୍ରମାଣିତ ହେଲେ | [୭:୯,୧୧]

କାହିଁକି ପାଉଲ କହିଲେ ସେ ତାଙ୍କ ପୂର୍ବ ପତ୍ରରେ କରିନ୍ଥୀୟ ସାଧୁମାନଙ୍କୁ ଲେଖିଲେ ?

ପାଉଲ କହିଲେ ସେ ଲେଖିଲେ ଯେପରି କରିନ୍ଥୀୟ ସାଧୁମାନଙ୍କ ଆଗ୍ରହ ପାଉଲ ଏବଂ ସଙ୍ଗୀମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ କରିନ୍ଥୀୟ ସାଧୁମାନଙ୍କୁ ପ୍ରକାଶିତ କରାଇଲେ | [୭:୧୨]

2 Corinthians 7:13

ତୀତସ କାହିଁକି ଆନନ୍ଦିତ ଥିଲେ ?

ସେ ଆନନ୍ଦିତ ଥିଲେ କାରଣ ତାଙ୍କ ଆତ୍ମା ସମସ୍ତ କରିନ୍ଥୀୟ ସାଧୁମାନଙ୍କ ଦ୍ୱାରା ସଞ୍ଜୀବିତ ହୋଇଥିଲା | [୭:୧୩]

2 Corinthians 7:15

କାହିଁକି ତୀତସଙ୍କ ଅନ୍ତରର ସ୍ନେହ କରିନ୍ଥୀୟ ସାଧୁମାନଙ୍କ ପ୍ରତି ଅଧିକ ବୃଦ୍ଧି ପାଇଲା ?

ତୀତସଙ୍କ ଅନ୍ତରର ସ୍ନେହ କରିନ୍ଥୀୟ ସାଧୁମାନଙ୍କ ପ୍ରତି ଅଧିକ ବୃଦ୍ଧି ପାଏ ଯେପରି ସେ କରିନ୍ଥୀୟ ସାଧୁମାନଙ୍କର ବାଧ୍ୟତା ସ୍ମରଣ କରି କିପରି ତାଙ୍କୁ ଭୟ ଓ କମ୍ପରେ ସେମାନେ ଗ୍ରହଣ କରିଲେ |[୭:୧୫]


Chapter 8

1 ହେ ଭାଇମାନେ, ମାକିଦନିଆର ମଣ୍ଡଳୀସମୂହ ମଧ୍ୟରେ ଈଶ୍ୱରଙ୍କ ଦିଆଯାଇଥବା ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ; 2 ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି । 3 କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ; 4 ସାଧୁମାନଙ୍କ ସେବାର ସହଭାଗିତାରୂପ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ଵେଚ୍ଛାରେ ବହୁତ ବିନତିସହ ଆମ୍ଭମାନଙ୍କୁ ନିବେଦନ କଲେ; 5 ଏଥିରେ ସେମାନେ ଯେ କେବଳ ଆମ୍ଭମାନଙ୍କ ଆଶାନୁସାରେ କଲେ, ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ । 6 ଏଣୁ ତୀତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥି ନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ । 7 ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍‍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ । 8 ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍‍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି । 9 କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ । 10 ଏ ସମ୍ବନ୍ଧରେ ମୋର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ,ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ; 11 ଏବେ ସେହି କର୍ମ ମଧ୍ୟ ସମାପ୍ତ କର, ଯେପରି ଇଚ୍ଛା କରିବାରେ ଯେପ୍ରକାର ଆଗ୍ରହଭାବ ଥିଲା, ସେହି ପ୍ରକାରେ ତୁମ୍ଭମାନଙ୍କ ଅବସ୍ଥା ପ୍ରମାଣେ କାର୍ଯ୍ୟ ମଧ୍ୟ ସମାପ୍ତ ହେବ । 12 କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ । 13 ଯେଣୁ ଅନ୍ୟମାନେ ଯେପରି ସୁଖ ପାଆନ୍ତି, ଆଉ ତୁମ୍ଭେମାନେ କ୍ଳେଶ ପାଅ, ଏଥିପାଇଁ ମୁଁ ଏହା କହୁ ନାହିଁ; 14 ମାତ୍ର ସାମ୍ୟଭାବ ଦେଖାଯିବା ନିମନ୍ତେ ବର୍ତ୍ତମାନ ସମୟରେ ତୁମ୍ଭମାନଙ୍କ ପ୍ରାଚୁର୍ଯ୍ୟ ଦ୍ୱାରା ସେମାନଙ୍କ ଅଭାବ ପୂରଣ ହେଉଅଛି, ଯେପରି ସେମାନଙ୍କ ପ୍ରାଚୁର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କ ଅଭାବ ପୂରଣ କରିବ, ଆଉ ଏହି ପ୍ରକାରେ ସାମ୍ୟଭାବ ଦେଖାଯିବ, 15 ଯେପରି ଲେଖା ଅଛି, "ଯେ ଅଧିକ ସଂଗ୍ରହ କଲା,ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ '' ।

16 କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ତୀତସଙ୍କ ହୃଦୟରେ ସମାନ ଉଦ୍‍ଯୋଗ ଜନ୍ମାଇଅଛନ୍ତି; 17 କାରଣ ସେ ଯେ କେବଳ ଆମ୍ଭମାନଙ୍କ ଅନୁରୋଧ ଗ୍ରହଣ କଲେ, ତାହା ନୁହେଁ, ମାତ୍ର ସେ ନିଜେ ଅତ୍ୟନ୍ତ ଉଦ୍‍ଯୋଗୀ ହୋଇ ସ୍ୱେଚ୍ଛାରେ ତୁମ୍ଭମାନଙ୍କ ନିକଟକୁ ଯାଉଅଛନ୍ତି । 18 ପୁଣି, ତାଙ୍କ ସଙ୍ଗେ ଆମ୍ଭେମାନେ ଆଉ ଜଣେ ଭାଇଙ୍କୁ ପଠାଉଅଛୁ; ସୁସମାଚାର ପ୍ରଚାର ସମ୍ବନ୍ଧରେ ତାଙ୍କ ପ୍ରଶଂସା ସମୁଦାୟ ମଣ୍ଡଳୀରେ ବ୍ୟାପିଯାଇଅଛି, 19 କେବଳ ତାହା ନୁହେଁ, କିନ୍ତୁ ସେ ମଧ୍ୟ ଆମ୍ଭମାନଙ୍କର ସେବା ଦ୍ୱାରା ସାଧିତ ଏହି ଅନୁଗ୍ରହ କାର୍ଯ୍ୟ ସମ୍ବନ୍ଧରେ ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଆଗ୍ରହଭାବ ନିମନ୍ତେ ଆମ୍ଭମାନଙ୍କର ସହଯାତ୍ରୀ ହେବା ପାଇଁ ମଣ୍ଡଳୀସମୂହ ଦ୍ୱାରା ନିଯୁକ୍ତ ହୋଇଅଛନ୍ତି; 20 ଆମ୍ଭମାନଙ୍କ ଦ୍ୱାରା ସାଧିତ ଏହି ସେବାସ୍ୱରୂପ ପ୍ରଚୁର ଦାନ ବିଷୟରେ କେହି ଯେପରି ଆମ୍ଭମାନଙ୍କୁ ଦୋଷୀ ନ କରେ, ସେଥିପାଇଁଁ ସାବଧାନ ହେଉଅଛୁ; 21 କାରଣ କେବଳ ପ୍ରଭୁଙ୍କ ଦୃଷ୍ଟିରେ ନୁହେଁ, କିନ୍ତୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ଯାହାସବୁ ଉତ୍ତମ, ସେହି ସବୁ ଆମ୍ଭେମାନେ ବିବେଚନା କରୁ । 22 ପୁଣି, ଆମ୍ଭେମାନେ ଆମ୍ଭମାନଙ୍କର ଆଉ ଜଣେ ଭାଇଙ୍କୁ ମଧ୍ୟ ସେମାନଙ୍କ ସଙ୍ଗେ ପଠାଉଅଛୁ, ତାଙ୍କୁ ଆମ୍ଭେମାନେ ଅନେକ ବିଷୟରେ ଅନେକ ଥର ଉଦ୍‍ଯୋଗୀ ବୋଲି ପ୍ରମାଣ ପାଇଅଛୁ, ପୁଣି, ତୁମ୍ଭମାନଙ୍କଠାରେ ଦୃଢ଼ ବିଶ୍ୱାସ କରିବାରୁ ସେ ଏବେ ଆହୁରି ଅଧିକ ଉଦ୍‍ଯୋଗୀ ହୋଇଅଛନ୍ତି । 23 ତୀତସଙ୍କ ବିଷୟରେ ଯଦି କେହି ପଚାରେ, ସେ ମୋହର ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ; କିଅବା ଯଦି ଆମ୍ଭମାନଙ୍କ ଭାଇମାନଙ୍କ ସମ୍ବନ୍ଧରେ ପଚାରେ, ସେମାନେ ମଣ୍ଡଳୀସମୂହ ଦ୍ୱାରା ପ୍ରେରିତ, ପୁଣି, ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ । 24 ଅତଏବ, ତୁମ୍ଭମାନଙ୍କ ପ୍ରେମ ଓ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପର ପ୍ରମାଣ ମଣ୍ଡଳୀସମୂହର ସମ୍ମୁଖରେ ସେମାନଙ୍କୁ ଦେଖାଅ ।



Translation Questions

2 Corinthians 8:1

କରିନ୍ଥୀୟ ଭାଇ ଓ ଭଉଣୀମାନଙ୍କଠାରୁ ପାଉଲ କ'ଣ ଜାଣିବାକୁ ଚାହୁଁଥିଲେ ?

ପାଉଲ ମାକିଦନିଆର ମଣ୍ଡଳୀସମୂହ ମଧ୍ୟରେ ଈଶ୍ୱରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି ତାହା ସେମାନଙ୍କୁ ଜଣାଇବାକୁ ଚାହିଁଲେ | [୮:୧]

2 Corinthians 8:3

ମାକିଦନିଆର ମଣ୍ଡଳୀସମୂହ ମହା କ୍ଲେଶରୂପ ପରୀକ୍ଷାରେ ପଡିବା ସମୟରେ ଏବଂ ଭୀଷଣ ଦରିଦ୍ରତା ମଧ୍ୟରେ କ'ଣ କଲେ ?

ସେମାନଙ୍କ ଶକ୍ତି ଅନୁସାରେ ବରଂ ଶକ୍ତିର ଅତିରିକ୍ତ ଭାବରେ ସେମାନେ ସାଧୁମାନ ସେବାର ସହଭାଗିତାରୂପ ଅନୁଗ୍ରହ ପ୍ରାପ୍ତ ନିମନ୍ତେ ଦାନ କଲେ | [୮:୨-୪]

2 Corinthians 8:6

ପାଉଲ ତୀତସଙ୍କୁ କ'ଣ କରିବାକୁ ଉତ୍ସାହ କଲେ ?

ପାଉଲ ତୀତସଙ୍କୁ କରିନ୍ଥୀୟର ସାଧୁମାନଙ୍କୁ ଏହି ଅନୁଗ୍ରହର କାର୍ଯ୍ୟ ଯେପରି ସମାପ୍ତ କରିବା ପାଇଁ ଉତ୍ସାହ କଲେ | [୮:୬]

2 Corinthians 8:8

ପାଉଲ କରିନ୍ଥୀୟର ସାଧୁମାନଙ୍କୁ କାହିଁକି କହିଲେ, "ତୁମ୍ଭେମାନେ ସୁନିଶ୍ଚିତ ହୁଅ ଯେପରି ଏହିପରି ସମସ୍ତ ବିଷୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି"?

ପାଉଲ ଏହା ଅନ୍ୟମାନଙ୍କ ଉଦ୍‌ଯୋଗ ଉଲ୍ଲେଖ କରି ସେମାନଙ୍କର ପ୍ରେମର ସରଳତା ପ୍ରମାଣିତ କରି କହିଲେ |[୮:୭-୮]

2 Corinthians 8:10

ପାଉଲ କାହିଁକି ଗୋଟିଏ ଉତ୍ତମ ଏବଂ ସୁଗ୍ରାହ୍ୟ ବିଷୟ ବୋଲି କହନ୍ତି ?

ପାଉଲ କରିନ୍ଥୀୟର ସାଧୁମାନଙ୍କ ନିମନ୍ତେ ଯାହାକି ସେହି କାର୍ଯ୍ୟ କରିବାକୁ ଉତ୍ସାହ ରହେ ଏହା ଗୋଟିଏ ଉତ୍ତମ ଏବଂ ସୁଗ୍ରାହ୍ୟ ବିଷୟ ଅଟେ | [୮:୧୨]

2 Corinthians 8:13

ଯେପରି ଅନ୍ୟମାନେ ସୁଖ ପାଆନ୍ତି ଏବଂ କରିନ୍ଥୀୟର ସାଧୁମାନଙ୍କ ବୋଝ ବଢିପାରେ ଏହି କାର୍ଯ୍ୟ କରିବାକୁ ପାଉଲ ଚାହିଁଲେ କି ?

ନା | ପାଉଲ କହିଲେ କରିନ୍ଥୀୟର ସେହି ସମୟର ପ୍ରାଚୁର୍ଯ୍ୟ ଦ୍ୱାରା (ଅନ୍ୟ ସାଧୁମାନଙ୍କୁ) ସେମାନେ କ'ଣ ଚାହାଁନ୍ତି | ପୁଣି ଯେପରି ସେମାନଙ୍କର ପ୍ରାଚୁର୍ଯ୍ୟ କରିନ୍ଥୀୟର ସାଧୁଙ୍କ ଅଭାବ ପୂରଣ କରିବ ଏବଂ ଏହି ପ୍ରକାରେ ସାମ୍ୟଭାବ ହୋଇପାରେ | [୮:୧୩-୧୪]

2 Corinthians 8:16

ପାଉଲଙ୍କ ଅତ୍ୟନ୍ତ ଉଦ୍‌ଯୋଗ କରିନ୍ଥୀୟର ସାଧୁମାନଙ୍କ ପ୍ରତି ଯେପରି ଥିଲା ତୀତସଙ୍କ ହୃଦୟରେ ଈଶ୍ୱରଙ୍କର ସେହି ସମାନ ଉଦ୍‌ଯୋଗ ଭରିଦେବା ପରେ କ'ଣ କଲେ ?

ତୀତସ ପାଉଲଙ୍କ ଅନୁରୋଧ ଗ୍ରହଣ କଲେ ଏବଂ ନିଜେ ସେହି ସମାନ ଉଦ୍‌ଯୋଗୀ ହୋଇ ସେ ସ୍ୱେଚ୍ଛାରେ କରିନ୍ଥୀୟର ସାଧୁମାନଙ୍କ ନିକଟକୁ ଆସିଲେ | [୮:୧୬-୧୭]

2 Corinthians 8:18

କୌଣସି ଲୋକ ସେମାନଙ୍କର ସେବା ସ୍ଵରୂପ ପ୍ରଚୁର ଦାନ ସଂଗ୍ରହ କରିବା ସମ୍ଵନ୍ଧରେ କେହି ଯେପରି ଦୋଷୀ ନ କରେ ପାଉଲ ଓ ଅନ୍ୟ ସାଧୁମାନେ ଯଥା ସାଧିତ କ'ଣ ଏଡେଇଲେ ?

ପାଉଲ ଓ ଅନ୍ୟ ସାଧୁମାନେ କେବଳ ତୀତସଙ୍କୁ ନୁହଁ ଅନ୍ୟ ଭାଇ ଯିଏକି ସୁସମାଚାର ପ୍ରଚାର ସମ୍ଵନ୍ଧରେ ତାଙ୍କ ପ୍ରଶଂସା ସମୁଦାୟ ମଣ୍ଡଳୀରେ ପଠାଗଲେ |ଏହି ଭାଇ ଏବଂ ଅନ୍ୟ ପ୍ରମାଣିତ ଭାଇ ମଧ୍ୟ ଦାନ ପ୍ରଦାନରେ ସାହାଯ୍ୟ କଲେ (ଏହି ଅନୁଗ୍ରହର କାର୍ଯ୍ୟ)| [୮:୧୮-୨୨]

2 Corinthians 8:22

କରିନ୍ଥୀୟର ସାଧୁମାନଙ୍କୁ ଅନ୍ୟ ମଣ୍ଡଳୀ ଦ୍ୱାରା ସେମାନଙ୍କୁ ପଠାଇଥିଲେ ସେହି ଭାଇମାନଙ୍କୁ ପାଉଲ କ'ଣ କରିବାକୁ କହିଲେ ?

ପାଉଲ କରିନ୍ଥୀୟର ମଣ୍ଡଳୀକୁ କହିଲେ ସେମାନଙ୍କୁ ସେମାନଙ୍କର ପ୍ରେମ ପ୍ରଦର୍ଶନ କର ଏବଂ ଦେଖାଅ କାହିଁକି ଅନ୍ୟ ମଣ୍ଡଳୀମାନଙ୍କ ମଧ୍ୟରୁ କରିନ୍ଥୀୟର ମଣ୍ଡଳୀ ନିମନ୍ତେ ପାଉଲ ଦର୍ପ କରିଥିଲେ | [୮:୨୪]


Chapter 9

1 ପ୍ରକୃତରେ ସାଧୁମାନଙ୍କ ସେବା ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋ' ପକ୍ଷରେ ବାହୁଲ୍ୟମାତ୍ର; 2 କାରଣ ମୁଁ ତୁମ୍ଭମାନଙ୍କର ଆଗ୍ରହ ଜାଣେ, ଆଉ ସେ ସମ୍ବନ୍ଧରେ ମାକିଦନିଆ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ବିଷୟରେ ମୁଁ ଦର୍ପ କରେ ଯେ, ଆଖାୟା ଗତ ବର୍ଷରୁ ପ୍ରସ୍ତୁତ ହେଲାଣି, ପୁଣି, ତୁମ୍ଭମାନଙ୍କ ଉଦ୍‌ଯୋଗ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉତ୍ସାହିତ କରିଅଛି । 3 ତଥାପି ମୁଁ ଭାଇମାନଙ୍କୁ ପଠାଉଅଛି, ଯେପରି ଏ ସମ୍ବନ୍ଧରେ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପ ବ୍ୟର୍ଥ ନ ହୁଏ, ପୁଣି, ମୋହର କଥାନୁସାରେ ତୁମ୍ଭେମାନେ ପ୍ରସ୍ତୁତ ହୁଅ, 4 କାଳେ ମାକିଦନିଆର କୌଣସି ଲୋକ ଯେବେ ମୋ' ସାଙ୍ଗରେ ଆସି ତୁମ୍ଭମାନଙ୍କୁ ଅପ୍ରସ୍ତୁତ ଦେଖନ୍ତି, ତେବେ(ତୁମ୍ଭମାନଙ୍କ କଥା ତେଣେ ଥାଉ) ଆମ୍ଭେମାନେ ଏହି ଦୃଢ଼ ବିଶ୍ୱାସ ବିଷୟରେ ଲଜ୍ଜିତ ହେବା । 5 ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ,ଏଥି ନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି ।

6 କିନ୍ତୁ ଏହା ସତ୍ୟ, ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ; ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ । 7 ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି । 8 ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରି ପାର, ଏଥି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ସର୍ବ ପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି, 9 ଯେପରି ଲେଖା ଅଛି, "ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ ।'' 10 ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି,ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ; 11 ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇ ପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ୱରଙ୍କ ଧନ୍ୟବାଦର କାରଣ ହେବ । 12 କାରଣ ଏହି ଦାନରୂପ ସେବା ଯେ କେବଳ ସାଧୁମାନଙ୍କର ଅଭାବ ପୂରଣ କରୁଅଛି, ତାହା ନୁହେଁ, ମାତ୍ର ତଦ୍ୱାରା ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବହୁ ଧନ୍ୟବାଦ ଉଛୁଳି ଉଠୁଅଛି, 13 ଅର୍ଥାତ୍‍ ଏହି ସେବା କର୍ମର ପ୍ରମାଣ ପାଇ ଲୋକେ ତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତିବାଧ୍ୟତା, ପୁଣି, ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି, 14 ଆଉ, ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ଅତ୍ୟଧିକ ଅନୁଗ୍ରହ ହେତୁ ସେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁ କରୁ ତୁମ୍ଭମାନଙ୍କ ପ୍ରତି ଅନୁରକ୍ତ ଅଟନ୍ତି । 15 ଈଶ୍ୱରଙ୍କ ଅକଥନୀୟ ଦାନ ନିମନ୍ତେ ତାହାଙ୍କର ଧନ୍ୟବାଦ ହେଉ ।



Translation Questions

2 Corinthians 9:1

କରିନ୍ଥୀୟର ସାଧୁଗଣ ନିକଟକୁ ଲେଖିବା ବିଷୟରେ ଏହା ଆବଶ୍ୟକ ନାହିଁ ପାଉଲ କ'ଣ କହନ୍ତି ?

ପାଉଲ କହନ୍ତି ଏହା ସାଧୁଗଣ ସେବା ବିଷୟରେ ସେମାନଙ୍କୁ ଲେଖିବା ଆବଶ୍ୟକ ନାହିଁ | [୯:୧]

2 Corinthians 9:3

କାହିଁକି ପାଉଲ ଭାଇମାନଙ୍କୁ କରିନ୍ଥୀକୁ ପଠାଇଲେ ?

ସେ ଭାଇମାନଙ୍କୁ ପଠାଇଲେ ଯେପରି ଏ ସମ୍ବନ୍ଧରେ କରିନ୍ଥୀୟ ସାଧୁମାନଙ୍କ ବିଷୟରେ ତାଙ୍କର ଦର୍ପ ବ୍ୟର୍ଥ ନ ହୁଏ ପୁଣି ସେପରି ପାଉଲଙ୍କ କଥାନୁସାରେ କରିନ୍ଥୀୟ ସାଧୁମାନେ ପ୍ରସ୍ତୁତ ରହିପାରିବେ | [୯:୩]

ପାଉଲ କାହିଁକି ଚିନ୍ତା କଲେ କରିନ୍ଥୀୟ ସାଧୁମାନଙ୍କ ନିକଟକୁ ଭାଇମାନଙ୍କୁ ଯିବାକୁ ଏହି ଅନୁରୋଧ କରିବାକୁ ଆବଶ୍ୟକ ମନେ କରେ ପୁଣି ପୂର୍ବପ୍ରତିଜ୍ଞାତ ଦାନ ସଂଗ୍ରହର ଆଗେ ଆୟୋଜନ କରିବାକୁ କହେ ?

ପାଉଲ ଚିନ୍ତା କଲେ ଆବଶ୍ୟକ ଅଟେ ଯେପରି ପାଉଲ ଓ ସଙ୍ଗୀମାନେ ଏହି ଦୃଢ ବିଶ୍ୱାସ ବିଷୟରେ ଲଜ୍ଜିତ ନ ହେବା କାଳେ ମାକିଦନିଆର କୌଣସି ଲୋକ ପାଉଲଙ୍କ ସହ ଆସି କରିନ୍ଥୀୟମାନଙ୍କୁ ଅପ୍ରସ୍ତୁତ ଦେଖିବେ | ପାଉଲ ଚାହିଁଲେ ଏଣୁ କରିନ୍ଥୀୟମାନେ ପୂର୍ବପ୍ରତିଜ୍ଞାତ ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୋଇପାରେ|[୯:୪-୫]

2 Corinthians 9:6

ସେମାନଙ୍କର ଦାନଶୀଳ ଏହି ବିଷୟରେ ପାଉଲ କ'ଣ କହନ୍ତି ?

ପାଉଲ ଏହି ବିଷୟରେ କହନ୍ତି : " ଯେକେହି ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ, ଆଉ ଯେ ପ୍ରଚୁର ବୁଣେ ସେ ମଧ୍ୟ ପ୍ରଚୁର କାଟିବ |" [୯:୬]

କିପରି ପ୍ରତ୍ୟେକ ଜଣ ଦାନ ଦେବାକୁ ହୁଏ ?

ପ୍ରତ୍ୟେକ ଜଣ ଦାନ ଦେବାକୁ ହୁଏ ଯେପରି ଆପଣା ହୃଦୟରେ ସଂକଳ୍ପ କରିଅଛ- ଯେତେବେଳେ ସେ ଦିଏ ତାହା ବାଧ୍ୟବାଧକତା ହେତୁରୁ ନୁହେଁ ଅବା ଯେପରି ଦୁଃଖିତ ମନରେ ନୁହଁ |[୯:୭]

2 Corinthians 9:10

ଯିଏକି ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଦିଅନ୍ତି କରିନ୍ଥୀୟ ସାଧୁମାନଙ୍କୁ କ'ଣ କରିବାକୁ ହେଲା ?

ସେହିଜଣ ବୀଜ ଯୋଗାଇବେ ଓ ବୁଣିବା ନିମନ୍ତେ ବଢାଇବେ ପୁଣି ସେମାନଙ୍କର ଧାର୍ମିକତାର ଫଳ ବୃଦ୍ଧି କଲେ | ସେମାନେ ସର୍ବପ୍ରକାର ବଦାନ୍ୟତା ଦେଖାଉଥିଲେ ତାହା ସେମାନେ ପାଇଁ ଧନ୍ୟବାଦର କାରଣ ହୋଇପାରିବେ | [୯:୧୦-୧୧]

2 Corinthians 9:12

କରିନ୍ଥୀୟ ସାଧୁମାନେ ଈଶ୍ୱରଙ୍କୁ କିପରି ଗୌରବାନ୍ନିତ କଲେ ?

ସେମାନଙ୍କର ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟତା ଏବଂ ଅକଥନୀୟ ଦାନ ସକାଶେ ସେମାନେ ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ |[୯:୧୩]

କାହିଁକି ସାଧୁମାନେ କରନ୍ଥୀୟ ସାଧୁମାନଙ୍କ ପାଇଁ ସେମାନେ ପ୍ରାର୍ଥନା କରୁ କରୁ କାହିଁକି ଅନୁରକ୍ତ ହେଲେ ?

କାରଣ ଈଶ୍ୱରଙ୍କ ଅତ୍ୟଧିକ ଅନୁଗ୍ରହ କରନ୍ଥୀୟ ଉପରେ ବର୍ତ୍ତିବା ହେତୁ ସେମାନେ ସେମାନଙ୍କ ପାଇଁ ଅନୁରକ୍ତ ହେଲେ | [୯:୧୪]


Chapter 10

1 ତୁମ୍ଭମାନଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ମଧ୍ୟରେ ନମ୍ର, କିନ୍ତୁ ଅସାକ୍ଷାତରେ ତୁମ୍ଭମାନଙ୍କ ପ୍ରତି ସାହସିକ ଯେ ମୁଁ ପାଉଲ, ମୁଁ ନିଜେ ଖ୍ରୀଷ୍ଟଙ୍କ ମୃଦୁ ଓ କୋମଳ ଭାବ ସ୍ମରଣ କରାଇ ତୁମ୍ଭମାନଙ୍କୁ ଅନୁରୋଧ କରେ; 2 ହଁ, ମୁଁ ପ୍ରାର୍ଥନା କରୁଅଛି ଯେ, ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ ବୋଲି ଯେଉଁମାନେ ମନେ କରନ୍ତି, ଏପରି କାହାରି କାହାରି ବିରୁଦ୍ଧରେ ସାହସ ଦେଖାଇବା ନିମନ୍ତେ ମୁଁ ଯେଉଁ ସଂକଳ୍ପ କରିଅଛି, ଉପସ୍ଥିତ ହୋଇ ଯେପରି ମୋତେ ସେହି ପ୍ରକାର ସାହସ ଦେଖାଇବାକୁ ନ ହୁଏ; 3 କାରଣ ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ ସତ୍ୟ, କିନ୍ତୁ ଆମ୍ଭେମାନେ ଶାରୀରିକ ଭାବରେ ଯୁଦ୍ଧ କରୁ ନାହୁଁ, 4 (ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକନୁହେଁ, ମାତ୍ର ଦୃଢ଼ ଗଡ଼ ଭୂମିସାତ୍‍ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେହି ସବୁ ଶକ୍ତିଯୁକ୍ତ ଅଟେ); 5 ଆମ୍ଭେମାନେ ତର୍କବିତର୍କସବୁ ଓ ଈଶ୍ୱରଙ୍କ ଜ୍ଞାନବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍‍ କରୁ, ପୁଣି, ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ, 6 ଆଉ, ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ । 7 ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ । ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି, ଆପେ ବିବେଚନା କରୁ । 8 କାରଣ ଆମ୍ଭମାନଙ୍କ ଅଧିକାର ସମ୍ବନ୍ଧରେ ମୁଁ କିଛି ଅଧିକ ଦର୍ପ କଲେ ସୁଦ୍ଧା ଲଜ୍ଜା ପାଇବି ନାହିଁ; ତୁମ୍ଭମାନଙ୍କୁ ଭୂମିସାତ୍‍ କରିବା ନିମନ୍ତେ ପ୍ରଭୁ ଆମ୍ଭମାନଙ୍କୁ ଏହି ଅଧିକାର ନ ଦେଇ ତୁମ୍ଭମାନଙ୍କର ଗଠନ ନିମନ୍ତେ ଦେଇଅଛନ୍ତି; 9 ମୋହର ପତ୍ରଗୁଡ଼ିକ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଭୟମାତ୍ର ଦେଖାଉଅଛି ବୋଲି ବୋଧ ନ ହେଉ । 10 କାରଣ ସେମାନେ କହନ୍ତି, ତାହାର ପତ୍ରସବୁ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାର ବାକ୍ୟ ତୁଚ୍ଛନୀୟ । 11 ଆମ୍ଭେମାନେ ଅନୁପସ୍ଥିତ ଥିବା ସମୟରେ ପତ୍ର ଦ୍ୱାରା ବାକ୍ୟରେ ଯେପରି, ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ସେହିପରି, ଏହା ଏହିପରି ଲୋକେ ବୁଝନ୍ତୁ । 12 କାରଣ ଯେଉଁମାନେ ଆତ୍ମପ୍ରଶଂସା କରନ୍ତି, ସେମାନଙ୍କ ମଧ୍ୟରୁ କାହାରି କାହାରି ସାଙ୍ଗରେ ନିଜର ଗଣନା ବା ତୁଳନା କରିବାକୁ ଆମ୍ଭେମାନେ ସାହସ କରୁ ନାହୁଁ; କିନ୍ତୁ ସେମାନେ ନିଜେ ନିଜେ ନିଜ ଦ୍ୱାରା ନିଜର ପରିମାଣ ଓ ନିଜ ସହିତ ନିଜର ତୁଳନା କରି ନିର୍ବୋଧତା ପ୍ରକାଶ କରନ୍ତି । 13 କିନ୍ତୁ ଆମ୍ଭେମାନେ ସୀମା ଲଙ୍ଘନ କରି ଦର୍ପ କରିବୁ ନାହିଁ; ମାତ୍ର ତୁମ୍ଭେମାନେ ମଧ୍ୟ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ହେବା ପାଇଁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ପରିମାଣ ସ୍ୱରୂପେ ଯେଉଁ ସୀମା ନିରୂପଣ କରିଅଛନ୍ତି, ସେଥିର ପରିମାଣ ଅନୁସାରେ ଦର୍ପ କରିବ । 14 କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ନ ଥିଲା ପରି ଆମ୍ଭେମାନେ ଯେ ସୀମା ଲଙ୍ଘନ କରୁଅଛୁ, ତାହା ନୁହେଁ, ଯେଣୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରୁ କରୁ ଆମ୍ଭେମାନେ ତୁମ୍ଭମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା ପ୍ରଥମେ ଯାଇଥିଲୁ; 15 ଆମ୍ଭେମାନେ ପରିମାଣ ଅତିକ୍ରମ କରି ଅନ୍ୟର ପରିଶ୍ରମ ବିଷୟରେ ଦର୍ପ କରୁ ନାହୁଁ, ମାତ୍ର ତୁମ୍ଭମାନଙ୍କ ବିଶ୍ୱାସର ବୃଦ୍ଧି ସଙ୍ଗେ ସଙ୍ଗେ ଆମ୍ଭମାନଙ୍କ ପରିମାଣ ଅନୁସାରେ ଆମ୍ଭମାନଙ୍କ କାର୍ଯ୍ୟ ତୁମ୍ଭମାନଙ୍କ ଦ୍ୱାରା ଯେପରି ଅଧିକରୁ ଅଧିକତର ବିସ୍ତାରିତ ହେବ, 16 ପୁଣି, ଆମ୍ଭେମାନେ ଅନ୍ୟର ସୀମା ମଧ୍ୟରେ ତାହାରକୃତ କର୍ମ ବିଷୟରେ ଦର୍ପ ନ କରି ତୁମ୍ଭମାନଙ୍କ ପରବର୍ତ୍ତୀ ଅଞ୍ଚଳମାନଙ୍କରେ ଯେପରି ସୁସମାଚାର ପ୍ରଚାର କରି ପାରିବା,ଏହା ଭରସା କରୁଅଛୁ । 17 କିନ୍ତୁ ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ । 18 କାରଣ ଯେ ନିଜର ପ୍ରଶଂସା କରେ, ସେ ପରୀକ୍ଷାସିଦ୍ଧ ନୁହେଁ, ମାତ୍ର ପ୍ରଭୁ ଯାହାର ପ୍ରଶଂସା କରନ୍ତି, ସେ ପରୀକ୍ଷାସିଦ୍ଧ ।



Translation Questions

2 Corinthians 10:1

କରିନ୍ଥୀୟ ସାଧୁମାନଙ୍କୁ ପାଉଲ କ'ଣ ଅନୁରୋଧ କଲେ ?

ପାଉଲ ସେମାନଙ୍କୁ ଅନୁରୋଧ କଲେ ଯେ ଯେତେବେଳେ ସେ ସେମାନଙ୍କର ମାଧ୍ୟମରେ ଉପସ୍ଥିତ ରହିଲେ, ଯେପରି ସଂକଳ୍ପ ସହ ସେ ସାହସ ଦେଖାଇବାକୁ ନ ହୁଏ |[୧୦:୨]

କେଉଁ କାରଣରୁ ପାଉଲ ଭାବିଲେ ସେ ସଂକଳ୍ପ ସହ ସେ ସାହସ ଦେଖାଇବାକୁ ହୁଏ ?

ପାଉଲ ଭାବିଲେ ସେ ସଂକଳ୍ପ ସହ ସେ ସାହସ ଦେଖାଇବାକୁ ହୁଏ ଯେତେବେଳେ ସେ କାହାରି ବିରୁଦ୍ଧରେ ଗଲେ ଯେତେବେଳେ ପାଉଲ ଓ ସଙ୍ଗୀମାନେ ଶାରୀରିକ ଭାବାନୁସାରେ ଆଚରଣ କଲୁ ବୋଲି ମନେ କଲେ | [୧୦:୨]

2 Corinthians 10:3

ଯେତେବେଳେ ପାଉଲ ଓ ସଙ୍ଗୀମାନେ ଯୁଦ୍ଧ ଘୋଷଣା କଲେ, କେଉଁପ୍ରକାର ଅସ୍ତ୍ରଶସ୍ତ୍ର ସେମାନେ ବ୍ୟବହାର କଲେ ନାହିଁ ?

ଯେତେବେଳେ ସେମାନେ ଯୁଦ୍ଧ ଘୋଷଣା କଲେ ପାଉଲ ଓ ସଙ୍ଗୀମାନେ ଶାରୀରିକ ଭାବାନୁସାରେ ଅସ୍ତ୍ରଶସ୍ତ୍ର ବ୍ୟବହାର କଲେ ନାହିଁ | [୧୦:୪]

2 Corinthians 10:5

କେଉଁ ଅସ୍ତ୍ରଶସ୍ତ୍ରଗୁଡିକ ଥିଲା ଯେ ପାଉଲ ଶକ୍ତିଯୁକ୍ତଭାବେ ବ୍ୟବହାର କରିଛନ୍ତି ?

ପାଉଲ ଅସ୍ତ୍ରଶସ୍ତ୍ରଗୁଡିକ ଈଶ୍ୱରଙ୍କ ଦୃଷ୍ଟିରେ ଶକ୍ତିଯୁକ୍ତଭାବେ ବ୍ୟବହାର କରି ଦୃଢ଼ଗଡଗୁଡିକୁ ଭୂମିସାତ୍ କରିଥିଲେ - ତର୍କବିତର୍କସବୁ ବୃଥାରେ ଆଉ ମଧ୍ୟ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍‌ଥିତ ସମସ୍ତ ଉଚ୍ଚ ବିଷୟସବୁ ଭୂମିସାତ୍ କରିଅଛୁ |[୧୦:୪-୫]

2 Corinthians 10:7

କେଉଁ କାରଣରୁ ପ୍ରଭୁ ପାଉଲ ଓ ତାଙ୍କ ସଙ୍ଗୀମାନଙ୍କୁ ଅଧିକାର ଦେଲେ ?

ପ୍ରଭୁ ପାଉଲ ଓ ତାଙ୍କ ସଙ୍ଗୀମାନଙ୍କୁ ଅଧିକାର ଦେଲେ ଯେପରି ସେମାନେ କରିନ୍ଥୀୟ ସାଧୁମାନଙ୍କୁ ଗଠନ କରିପାରିବା ନିମନ୍ତେ କିନ୍ତୁ ସେମାନଙ୍କୁ ଭୂମିସାତ୍ କରିବାକୁ ନୁହଁ | [୧୦:୮]

2 Corinthians 10:9

ପାଉଲ ଓ ତାଙ୍କ ପତ୍ରଗୁଡିକ ବିଷୟରେ କିଛି ଲୋକ କ'ଣ କହିଲେ ?

କିଛି ଲୋକ କହୁଥିଲେ ପାଉଲଙ୍କ ପତ୍ରଗୁଡିକ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାଙ୍କର ବାକ୍ୟ ଶୁଣିବା ନିମନ୍ତେ ତୁଚ୍ଛନୀୟ ଥିଲା |[୧୦:୧୦]

2 Corinthians 10:11

ତାଙ୍କ ପତ୍ରଗୁଡିକରେ ଉପସ୍ଥିତି ଅପେକ୍ଷା ସେ ସାକ୍ଷାତରେ ଅଲଗା ଥିଲେ ବୋଲି ପାଉଲଙ୍କୁ ଲୋକେ କ'ଣ ବୁଝନ୍ତି ?

ପାଉଲ କରିନ୍ଥୀୟ ସାଧୁମାନଙ୍କୁ କହିଲେ ଯେ ଯେପରି ସେ ଅନୁପସ୍ଥିତ ଥିବା ସମୟରେ ପତ୍ର ଦ୍ୱାରା ବାକ୍ୟରେ ସେହିପରି ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ସମାନ ଅଟନ୍ତି | [୧୦:୧୧]

ସେମାନେ ନିର୍ବୋଧତା ଥିଲେ ଯେଉଁମାନେ ସେମାନଙ୍କୁ ଆତ୍ମପ୍ରଶଂସା କଲେ ସେମାନଙ୍କୁ କ'ଣ କଲେ ?

ସେମାନେ ନିର୍ବୋଧତା ପ୍ରକାଶ କଲେ କାରଣ ସେମାନେ ନିଜେ ନିଜେ ଆପଣା ଆପଣାକୁ ପରିମାଣ କଲେ ଏବଂ ନିଜେ ନିଜେ ଆପଣା ଆପଣା ସହ ତୁଳନା କଲେ | [୧୦:୧୨]

2 Corinthians 10:13

ପାଉଲଙ୍କ ଗର୍ବ କରିବାର ସୀମାଗୁଡିକ କ'ଣ ଥିଲା?

ପାଉଲ କହିଲେ ସେମାନଙ୍କର ଗର୍ବ ଯାହା ଈଶ୍ୱର ସେମାନଙ୍କୁ କରିନ୍ଥୀୟମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ସୀମାରେ ଅନ୍ତର୍ଭୁକ୍ତ କରିଛନ୍ତି | ପାଉଲ କହିଲେ ସେମାନେ ଅନ୍ୟର ପରିଶ୍ରମ ବିଷୟରେ, ପରବର୍ତ୍ତୀ ଅଞ୍ଚଳମାନଙ୍କରେ ଦର୍ପ କରିପାରିବେ ନାହିଁ |[୧୦:୧୩,୧୫,୧୬]

2 Corinthians 10:17

ଯେ ବ୍ୟକ୍ତି କିଏ ସିଏ ଅନୁମୋଦନ କରନ୍ତି ?

ସେହି ବ୍ୟକ୍ତି ଯିଏ ଅନୁମୋଦନ କରନ୍ତି କେବଳ ହିଁ ପ୍ରଭୁ ଅଟନ୍ତି | [୧୦:୧୮]


Chapter 11

1 ତୁମ୍ଭେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ ! ହଁ, ତୁମ୍ଭେମାନେ ତ ମୋ' ପ୍ରତି ସହିଷ୍ଣୁ । 2 କାରଣ ଈଶ୍ୱରଙ୍କ ବିଷୟକ ଉଦ୍‍ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍‍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ, ଅର୍ଥାତ୍‍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍‍ଦାନ କରିଅଛି । 3 କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି । 4 କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହାହେଲେ ତୁମ୍ଭେମାନେ ତ ବଡ଼ ସହିଷ୍ଣୁ । 5 କାରଣ ସେହି ଶ୍ରେଷ୍ଠତର ପ୍ରେରିତମାନଙ୍କଠାରୁ ମୁଁ ଯେକୌଣସି ପ୍ରକାରେ କ୍ଷୁଦ୍ର ନୁହେଁ, ଏହା ମନେ କରୁଅଛି । 6 କିନ୍ତୁ ଯଦ୍ୟପି ମୁଁ ବକ୍ତୃତାରେ ପାରଙ୍ଗମ ନୁହେଁ, ତଥାପି ମୁଁ ଜ୍ଞାନରେ ଅପାରଙ୍ଗମ ନୁହେଁ ପ୍ରକୃତରେ ଆମ୍ଭେମାନେ ସମସ୍ତପ୍ରକାରେ ସମସ୍ତ ବିଷୟରେ ତୁମ୍ଭମାନଙ୍କ ପ୍ରତି ଏହା ପ୍ରକାଶ କଲୁ । 7 ଅବା ତୁମ୍ଭେମାନେ ଯେପରି ଉନ୍ନତ ହୁଅ, ଏଥି ନିମନ୍ତେ ମୁଁ ଆପଣାକୁ ନମ୍ର କରି ଯେ ବିନାମୂଲ୍ୟରେ ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲି, ଏଥିରେ କ'ଣ ପାପ କଲି ? 8 ତୁମ୍ଭମାନଙ୍କର ସେବା କରିବା ନିମନ୍ତେ ମୁଁ ଅନ୍ୟାନ୍ୟ ମଣ୍ଡଳୀସମୂହରୁ ବେତନ ଗ୍ରହଣ କରି ସେମାନଙ୍କୁ ଲୁଣ୍ଠନ କଲି, 9 କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ଯେତେବେଳେ ଅଭାବଗ୍ରସ୍ତ ହୋଇଥିଲି, ସେତେବେଳେ ମୁଁ କୌଣସି ଲୋକର ଭାର ସ୍ୱରୂପ ହୋଇ ନ ଥିଲିି, କାରଣ ମାକିଦନିଆରୁ ଭାଇମାନେ ଆସି ମୋହର ଅଭାବ ପୂରଣ କରିଥିଲେ, ପୁଣି, କୌଣସି ବିଷୟରେ ତୁମ୍ଭମାନଙ୍କର ଭାର ସ୍ୱରୂପ ନ ହେବାକୁ ଆପଣା ବିଷୟରେ ଜାଗ୍ରତ ହୋଇଥିଲି, ଆଉ ଜାଗ୍ରତ ହୋଇ ରହିବି । 10 ମୋ'ଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ, ଆଖାୟାର ଅଞ୍ଚଳସମୂହରେ ମୋହର ଏହି ଦର୍ପ କେହିି ଖଣ୍ଡନ କରିବ ନାହିଁ କାହିଁକି ? 11 ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁ ନ ଥିବାରୁ ? ଈଶ୍ୱର ଜାଣନ୍ତି । 12 କିନ୍ତୁ ଦର୍ପର ବିଷୟରେ ଆମ୍ଭମାନଙ୍କ ପରି ଦେଖାଯିବା ନିମନ୍ତେ ଯେଉଁମାନେ ସୁଯୋଗ ଅନ୍ୱେଷଣ କରନ୍ତି, ମୁଁ ଯେପରି ସେମାନଙ୍କୁ ସୁଯୋଗ ନ ଦିଏ, ଏଥି ନିମନ୍ତେ ମୁଁ ଯାହା କରୁଅଛି, ତାହା କରୁଥିବି । 13 କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି । 14 ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ । 15 ଅତଏବ, ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ; ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ ।

16 ମୁଁ ପୁନର୍ବାର କହୁଅଛି, କେହି ମୋତେ ନିର୍ବୋଧ ମନେ ନ କରୁ; କିନ୍ତୁ ଯଦି ତୁମ୍ଭେମାନେ ସେପରି ମନେ କର, ତେବେ ସୁଦ୍ଧା ମୋତେ ନିର୍ବୋଧ ପରି ଗ୍ରହଣ କର,ଯେପରି ମୁଁ ମଧ୍ୟ ଅଳ୍ପ ଦର୍ପ କରି ପାରେ । 17 ମୁଁ ଯାହା କହୁଅଛି, ତାହା ପ୍ରଭୁଙ୍କ ମତାନୁସାରେ କହୁ ନାହିଁ, ମାତ୍ର ନିର୍ବୋଧ ତୁଲ୍ୟ ଏପରି ଅତ୍ୟନ୍ତ ସାହସରେ ଦର୍ପ କରି କହୁଅଛି । 18 ଅନେକ ସାଂସାରିକ ଭାବରେ ଦର୍ପ କରୁଥିବାରୁ ମୁଁ ମଧ୍ୟ ଦର୍ପ କରିବି । 19 କାରଣ ତୁମ୍ଭେମାନେ ବୁଦ୍ଧିମାନ ଦାସ ବୋଲି ସିନା ଆନନ୍ଦରେ ନିର୍ବୋଧମାନଙ୍କ ପ୍ରତି ସହିଷ୍ଣୁ ହେଉଅଛ । 20 ଯେଣୁ ଯଦି କେହି ତୁମ୍ଭମାନଙ୍କୁ ଦାସ କରି ରଖେ, ତୁମ୍ଭମାନଙ୍କ ସମ୍ପତ୍ତି ଗ୍ରାସ କରେ, ତୁମ୍ଭମାନଙ୍କୁ ଫାନ୍ଦରେ ପକାଇ ଧରେ, ଅହଂକାର କରେ ବା ତୁମ୍ଭମାନଙ୍କ ମୁହଁରେ ଚାପୁଡ଼ା ମାରେ, ତେବେ ତୁମ୍ଭେମାନେ ତାହା ସହିଥାଅ । 21 ମୁଁ ଲଜ୍ଜା ସହ ସ୍ୱୀକାର କରୁଅଛି ଯେ, ଆମ୍ଭେମାନେ ତ ଦୁର୍ବଳ ହୋଇଅଛୁ। ତଥାପି ଯେକୌଣସି ବିଷୟରେ କେହି ସାହସୀ ଅଟେ (ମୁଁ ନିର୍ବୋଧତାରେ କହୁଅଛି), ମୁଁ ମଧ୍ୟ ସାହସୀ । 22 ସେମାନେ କି ଏବ୍ରୀୟ ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କି ଇସ୍ରାଏଲୀୟ ? ମୁଁ ମଧ୍ୟ ଇସ୍ରାଏଲୀୟ । ସେମାନେ କି ଅବ୍ରହାମଙ୍କ ସନ୍ତାନ ? ମୁଁ ମଧ୍ୟ ଅବ୍ରହାମଙ୍କ ସନ୍ତାନ । 23 ସେମାନେ କି ଖ୍ରୀଷ୍ଟଙ୍କ ସେବକ ? (ମୁଁ ପାଗଳପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ; 24 ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥର ଅଣଚାଳିଶି ପ୍ରହାର ପାଇଅଛି, 25 ତିନି ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନି ଥର ଜାହାଜଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି, 26 ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ଅଣଯିହୂଦୀମାନଙ୍କଠାରୁ ବିପଦରେ, ନଗରର ବିପଦରେ,ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ, 27 ଭଣ୍ଡ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ , ଅନେକ ଥର ଉପବାସରେ, ଶୀତ ଓ ଉଲଙ୍ଗତାରେ । 28 ଅବଶିଷ୍ଟ ସମସ୍ତ ବିଷୟ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତିଦିନ ମୋ' ଉପରେ ମାଡ଼ିପଡ଼ୁଅଛି, ଅର୍ଥାତ୍‍ ମଣ୍ଡଳୀସମୂହ ନିମନ୍ତେ ଚିନ୍ତା । 29 କେହି ଦୁର୍ବଳ ହେଲେ ମୁଁ କ'ଣ ଦୁର୍ବଳ ନୁହେଁ ? କେହି ବିଘ୍ନ ପାଇଲେ ମୁଁ କ'ଣ ଉତ୍ତପ୍ତ ହୁଏ ନାହିଁ ? 30 ଯଦି ମୋହର ଦର୍ପ କରିବାର ଆବଶ୍ୟକ ହୁଏ, ତେବେ ମୁଁ ମୋହର ଦୁର୍ବଳତା ବିଷୟରେ ଦର୍ପ କରିବି। 31 ମୁଁ ଯେ ମିଥ୍ୟା କହୁ ନାହିଁ, ଏହା ପ୍ରଭୁ ଯୀଶୁଙ୍କ ଈଶ୍ୱର ଓ ପିତା ଜାଣନ୍ତି; ସେ ଯୁଗେ ଯୁଗେ ଧନ୍ୟ । 32 ଦମ୍ମେସକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ, 33 ଆଉ ଟୋକାଇରେ ଗୋଟିଏ ଝରକା ବାଟେ ପାଚେରିଦେଇ ମୋତେ ଓହ୍ଲାଇ ଦିଆଗଲା, ପୁଣି, ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇଲି ।



Translation Questions

2 Corinthians 11:1

ପାଉଲ କାହିଁକି କରିନ୍ଥୀୟ ସାଧୁମାନଙ୍କ ପ୍ରତି ଐଶ୍ୱରୀୟ ଉଦ୍‌ଯୋଗ ରହିଥିଲା ?

ସେ ସେମାନଙ୍କ ପ୍ରତି ଉଦ୍‌ଯୋଗ ଥିଲା କାରଣ ସେ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ, ଅର୍ଥାତ୍, ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ ବାଗ୍‌ଦାନ କରିଥିଲା|[୧୧:୨]

2 Corinthians 11:3

ପାଉଲ କାହିଁକି କରିନ୍ଥୀୟ ସାଧୁମାନଙ୍କ ପ୍ରତି ଭୟ କଲେ ?

ପାଉଲ ସେମାନଙ୍କର ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୋଇପାରେ ଭାବି ଭୟ କଲେ |[୧୧:୩]

କରିନ୍ଥୀୟ ସାଧୁମାନେ କ'ଣ ସହିଲେ ?

ସେମାନେ କେହି ଆସି ଜଣେ ପାଉଲ ଏବଂ ତାଙ୍କ ସଙ୍ଗୀମାନଙ୍କ ଅପେକ୍ଷା ଅନ୍ୟ ଯୀଶୁଙ୍କ ଗୋଟିଏ ଅନ୍ୟ ସୁସମାଚାର ପ୍ରଚାର କଲେ | [୧୧:୪]

2 Corinthians 11:7

ପାଉଲ କରିନ୍ଥୀୟମାନଙ୍କୁ କିପରି ସୁସମାଚାର ପ୍ରଚାର କଲେ ?

ପାଉଲ କରିନ୍ଥୀୟମାନଙ୍କୁ ବିନାମୂଲ୍ୟରେ ସୁସମାଚାର ପ୍ରଚାର କଲେ| [୧୧:୭]

ପାଉଲ ଅନ୍ୟ ମଣ୍ଡଳୀଗୁଡିକରେ କିପରି "ଲୁଣ୍ଠନ" କଲେ ?

ସେ କରିନ୍ଥୀୟମାନଙ୍କୁ ସେବା କରିବା ନିମନ୍ତେ ସେମାନଙ୍କଠାରୁ ବେତନ ଗ୍ରହଣ କରି "ଲୁଣ୍ଠନ କଲେ" |[୧୧:୮]

2 Corinthians 11:14

ପାଉଲ କେଉଁ ବିଷୟରେ ବର୍ଣ୍ଣନା କରନ୍ତି ଯେଉଁମାନଙ୍କୁ ପାଉଲ ଓ ତାଙ୍କ ସଙ୍ଗୀମାନଙ୍କ ସହ ସମଭାବରେ କେଉଁ ବିଷୟଗୁଡିକରେ ସେମାନେ ଦର୍ପ ଚାହିଁଲେ ?

ପାଉଲ ଏହିପରି ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରନ୍ତି ଯେପରି ଶୟତାନର ସେବକମାନେ, ଭଣ୍ଡ ପ୍ରେରିତମାନେ, ଶଠ କାର୍ଯ୍ୟକାରୀ ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ପରି ବେଶ ଧାରଣ କରନ୍ତି | [୧୧:୧୩-୧୫]

କିପରି ଶୟତାନ ନିଜେ ବେଶ ଧାରଣ କରେ ?

ସେ ଗୋଟିଏ ଦୀପ୍ତିମୟ ଦୂତର ବେଶ ଧାରଣ କରେ | [୧୧:୧୪]

2 Corinthians 11:16

ପାଉଲ କାହିଁକି କରିନ୍ଥୀୟ ସାଧୁମାନଙ୍କୁ ତାଙ୍କୁ ଗୋଟିଏ ନିର୍ବୋଧ ପରି ଗ୍ରହଣ କରିବାକୁ କହିଲେ ?

ପାଉଲ ସେମାନଙ୍କୁ କହିଲେ ତାଙ୍କୁ ଗୋଟିଏ ନିର୍ବୋଧ ପରି ଗ୍ରହଣ କରିବାକୁ ଯେପରି ସେ ଅଳ୍ପ ଦର୍ପ କରି ପାରିବେ | [୧୧:୧୬]

2 Corinthians 11:19

ପାଉଲ କରିନ୍ଥୀୟ ସାଧୁମାନଙ୍କୁ କାହା ସହ ଆନନ୍ଦରେ ସହିଣ୍ଣୁ ହେବାକୁ କହିଲେ ?

ପାଉଲ କହିଲେ, କେହି ଜଣେ ସେମାନଙ୍କ ମଧ୍ୟରେ ବିଭାଜନ କରେ ,କେହି ଜଣେ ସେମାନଙ୍କ ମଧ୍ୟରେ ଫାନ୍ଦରେ ପକାଏ, ଅହଙ୍କାର କରେ ବା ସେମାନଙ୍କର ମୁଖରେ ଚାପୁଡା ମାରେ,ସେମାନଙ୍କୁ ଆନନ୍ଦରେ ନିର୍ବୋଧମାନଙ୍କ ପ୍ରତି ସହିଣ୍ଣୁ ହୁଅ |[୧୧:୧୯-୨୦]

2 Corinthians 11:22

ପାଉଲଙ୍କ ଦର୍ପଗୁଡିକ କ'ଣ ଅଛି ନିଜ ସହ ଯେଉଁମାନେ ପାଉଲଙ୍କ ସହ ସମକକ୍ଷହେବା ପାଇଁ ଇଚ୍ଛା କରନ୍ତି କେଉଁ ଦୃଷ୍ଟି କୋଣରୁ ଦର୍ପ କରନ୍ତି ?

ପାଉଲଙ୍କ ଦର୍ପ ଥିଲା ଯେ ସେ ଜଣେ ଏବ୍ରୀୟ ଥିଲେ, ଇସ୍ରାଏଲୀୟ ଏବଂ ଅବ୍ରାହାମଙ୍କ ସନ୍ତାନ ଯେପରି ପାଉଲଙ୍କ ସହ ସମାନତା ପାଇଁ ଦାବି କଲେ | ପାଉଲ କହିଲେ ସେ ସେମାନଙ୍କଠାରୁ - ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ | [୧୧:୨୨-୨୩]

2 Corinthians 11:24

କେଉଁ କିଛି ବିଶେଷ ଘଟଣାଗୁଡିକ ପାଉଲ ସହିଲେ ?

ପାଉଲ ଯିହୂଦୀମାନଙ୍କଠାରୁ ପାଞ୍ଚ ଥର "ଊଣଚାଳିଶ ପ୍ରହାର ପାଇଅଛି"| ତିନିଥର ବେତ୍ରାଘାତ | ଥରେ ପ୍ରସ୍ତରାଘାତ | ତିନି ଥର ସେ ଜାହାଜ ଭଙ୍ଗ ସହିଲେ |ସେ ଅଗାଧ ଜଳରେ ଦିବାରାତ୍ର କଟାଇଲେ |ସେ ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ବିଜାତିମାନଙ୍କଠାରୁ ବିପଦରେ ଥିଲେ | ସେ ନଗରର ବିପଦରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ, ଭଣ୍ଡ ଭାଇମାନଙ୍କଠାରୁ ବିପଦରେ ଥିଲେ | ପାଉଲ ମଧ୍ୟ ଦାମାସ୍‌କସ୍ ଶାସନକର୍ତ୍ତା ଠାରୁ ବିପଦରେ ଥିଲେ | [୧୧:୨୪-୨୬,୩୨]

2 Corinthians 11:27

ପାଉଲଙ୍କ ଅନୁଯାୟୀ , କେଉଁ କାରଣ ଯୋଗୁଁ ତାଙ୍କୁ ଅନ୍ତରରେ ଉତ୍ତପ୍ତ ହେଲେ ?

ଗୋଟିଏ କାରଣରୁ ଗୋଟିଏ ପାପରେ ପତିତ ହେତୁ ପାଉଲ ଅନ୍ତରରେ ଉତ୍ତପ୍ତ ହେଲେ | [୧୧:୨୯]

2 Corinthians 11:30

ପାଉଲ କ'ଣ କହିଲେ ସେ ଦର୍ପ କରି ପାରନ୍ତି ଯଦି ସେ ଦର୍ପ କରିବାକୁ ଥିଲେ?

ପାଉଲ କହିଲେ ସେ ତାର ଦୁର୍ବଳତା ବିଷୟରେ ଦର୍ପ କରି ପାରନ୍ତି | [୧୧:୩୦]


Chapter 12

1 ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି । 2 ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ୱର ଜାଣନ୍ତି) । 3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ୱର ଜାଣନ୍ତି) । 4 ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା । 5 ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋ' ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ । 6 ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋ'ଠାରୁ ଯେପ୍ରକାର ଶୁଣେ, ମୋ' ପ୍ରତି ପ୍ରକାଶିିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋ' ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ । 7 ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥି ନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ । 8 ଯେପରି ତାହା ମୋ'ଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି । 9 ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ । ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି । 10 ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ ।

11 ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମୋତେ ବାଧ୍ୟ କଲ, କାରଣ ମୋର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ ଥିଲା; ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ । 12 ଯେ ସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ଶକ୍ତିର କାର୍ଯ୍ୟ ପ୍ରେରିତଙ୍କ ଲକ୍ଷଣ ସ୍ୱରୂପ, ସେହି ସବୁ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି । 13 କାରଣ ମୁଁ ନିଜେ ଯେ ତୁମ୍ଭମାନଙ୍କର ଭାର ସ୍ୱରୂପ ହୋଇ ନାହିଁ, ଏହି ଗୋଟିଏ ବିଷୟ ଛଡ଼ା ଅବଶିଷ୍ଟ ମଣ୍ଡଳୀସମୂହଠାରୁ ତୁମ୍ଭେମାନେ କାହିଁରେ ନିକୃଷ୍ଟ ହୋଇଅଛ ? ମୋହର ଏହି ଦୋଷ କ୍ଷମା କର । 14 ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଏହି ତୃତୀୟ ଥର ପ୍ରସ୍ତୁତ ଅଛି, ଆଉ ମୁଁ ତୁମ୍ଭମାନଙ୍କର ଭାର ସ୍ୱରୂପ ହେବି ନାହିଁ, କାରଣ ମୁଁ ତୁମ୍ଭମାନଙ୍କର ଧନ ନ ଖୋଜି ତୁମ୍ଭମାନଙ୍କୁ ଖୋଜୁଅଛି । ଯେଣୁ ସନ୍ତାନସନ୍ତତିମାନଙ୍କର ପିତାମାତାମାନଙ୍କ ନିମନ୍ତେ ସଞ୍ଚୟ କରିବା ଉଚିତ ନୁହେଁ,ମାତ୍ର ସନ୍ତାନସନ୍ତତିମାନଙ୍କ ନିମନ୍ତେ ପିତାମାତାଙ୍କର ସଞ୍ଚୟ କରିବା ଉଚିତ । 15 ଆଉ, ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି । ମୁଁ ତୁମ୍ଭମାନଙ୍କୁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲିି କ'ଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି ? 16 କିନ୍ତୁ ଯାହା ହେଉ, ମୁଁ ନିଜେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କଲି ନାହିଁ, ମାତ୍ର ଧୂର୍ତ୍ତ ହୋଇ ମୁଁ ତୁମ୍ଭମାନଙ୍କୁ ଛଳରେ ଧରିଲି ! 17 ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଅଛି, ସେମାନଙ୍କ ମଧ୍ୟରୁ କୌଣସି ଜଣକ ଦ୍ୱାରା କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛି ? 18 ମୁଁ ତୀତସଙ୍କୁ ଯିବା ନିମନ୍ତେ ଅନୁରୋଧ କରିଥିଲି,ପୁଣି, ତାଙ୍କ ସହିତ ସେହି ଭାଇଙ୍କି ପଠାଇଥିଲି । ତୀତସ କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛନ୍ତି ? ଆମ୍ଭେମାନେ କ'ଣ ଏକ ଆତ୍ମାରେ ଆଚରଣ କରି ନାହୁଁ ? ଆମ୍ଭେମାନେ କ'ଣ ଏକ ପଦଚିହ୍ନରେ ଗମନ କରି ନାହୁଁ ? 19 ଏପର୍ଯ୍ୟନ୍ତ ତୁମ୍ଭେମାନେ ଭାବୁଅଛ ଯେ, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଦୋଷ କଟାଉଅଛୁ । ଈଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଆମ୍ଭେମାନେ କଥା କହୁଅଛୁ । କିନ୍ତୁ ହେ ପ୍ରିୟମାନେ, ସମସ୍ତ ବିଷୟ ତୁମ୍ଭମାନଙ୍କ ନିଷ୍ଠା ନିମନ୍ତେ କହୁଅଛୁ । 20 କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ, ତୁମ୍ଭମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି, ସେପରି ତୁମ୍ଭମାନଙ୍କୁ ନ ଦେଖେ, ଆଉ, ତୁମ୍ଭେମାନେ ମୋତେ ଯେପରି ଦେଖିବାକୁ ଇଚ୍ଛା ନ କର, ସେପରି ମୋତେ ଦେଖ, ଏଥିପାଇଁ ମୁଁ ଭୟ କରୁଅଛି; କାଳେ ଅବା ବିବାଦ, ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଗଣ୍ଡଗୋଳ ହୁଏ; 21 କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ୱର ତୁମ୍ଭମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି, ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରି ନାହାଁନ୍ତି, ଏପରି ଅନେକ ଲୋକଙ୍କ ନିିମନ୍ତେ ମୁଁ ଶୋକ କରେ ।



Translation Questions

2 Corinthians 12:1

ପାଉଲ କେଉଁ ବିଷୟ କହିଲେ ସେ ବର୍ତ୍ତମାନ ଦର୍ପ କରିପାରନ୍ତି ?

ପାଉଲ କହିଲେ ସେ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟରେ ଦର୍ପ କରିବାକୁ ପଡିବ | [୧୨:୧]

2 Corinthians 12:3

ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଚଉଦ ବର୍ଷ ପୂର୍ବେ କ'ଣ ଘଟିଲା ?

ସେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲେ, ପାରଦୀଶ ପର୍ଯ୍ୟନ୍ତ ନୀତ ହେଲେ, ପୁଣି ଯେକେହି କହିବା ବିଧେୟ ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲେ | [୧୨:୨-୪]

2 Corinthians 12:6

ପାଉଲ କାହିଁକି କହନ୍ତି ଏହା ନିର୍ବୋଧତା ନୁହଁ ଯଦି ସେ ଦର୍ପ କଲେ?

ପାଉଲ କହିଲେ ଏହା ତାଙ୍କ ପାଇଁ ଦର୍ପ କରିବା ନିର୍ବୋଧତା ହୋଇ ପାରେ ନାହିଁ | [୧୨:୬]

ପାଉଲଙ୍କୁ କ'ଣ ଘଟିଲା ତାଙ୍କୁ ଅତି ଗର୍ବିତ ନ ହେବା ପାଇଁ ଦୂରେଇ ରଖିଲେ ?

ପାଉଲଙ୍କୁ ଶଇତାନର ଦୂତ ସ୍ୱରୂପ ତାଙ୍କୁ ବିରକ୍ତ କରିବା ପାଇଁ ଶରୀରରେ କ'ଣ୍ଟକ ଦିଆଗଲା | [୧୨:୭]

2 Corinthians 12:8

ପାଉଲ ପ୍ରଭୁଙ୍କଠାରେ ତାଙ୍କ ଶରୀରରେ କ'ଣ୍ଟକ ଦୂର କରିବା ନିମନ୍ତେ ବିନତି କଲା ପରେ ପ୍ରଭୁ ପାଉଲଙ୍କୁ କ'ଣ କହିଲେ ?

ପ୍ରଭୁ ପାଉଲଙ୍କୁ କହିଲେ, "ମୋର ଅନୁଗ୍ରହ ତୁମ୍ଭ ପାଇଁ ଯଥେଷ୍ଟ, କାରଣ ଦୁର୍ବଳତାରେ ଶକ୍ତି ସିଦ୍ଧ କରେ" |[୧୨:୯]

ପ୍ର. ଏହା ବରଞ୍ଚ ଦୁର୍ବଳତାରେ ଦର୍ପ କରିବି ବୋଲି ପାଉଲ କାହିଁକି କହିଲେ?

ପାଉଲ କହିଲେ ଏହା ବରଞ୍ଚ ଦୁର୍ବଳତାରେ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ତାଙ୍କ ଉପରେ ଅବସ୍ଥାନ କରେ | [୧୨:୯]

2 Corinthians 12:11

କରିନ୍ଥୀୟମାନଙ୍କ ମଧ୍ୟରେ କ'ଣ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସାଧନ କଲା ?

ଚିହ୍ନଗୁଡିକ ଅଦ୍ଭୁତ କର୍ମଗୁଡିକ ଏବଂ ଶକ୍ତିର କାର୍ଯ୍ୟଗୁଡିକ, ପ୍ରେରିତଙ୍କ ପ୍ରକୃତ ଲକ୍ଷଣ ଗୁଡିକ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସାଧନ କଲା |[୧୨:୧୨]

2 Corinthians 12:14

କାହିଁକି ପାଉଲ କରିନ୍ଥୀୟମାନଙ୍କୁ କହିଲେ ସେ ସେମାନଙ୍କ ଉପରେ ଭାର ସ୍ୱରୂପ ହେବେ ନାହିଁ ?

ପାଉଲ ସେମାନଙ୍କୁ କହିଲେ ଏହା ସେମାନଙ୍କୁ ଦେଖାଇଲେ ଯେ କ'ଣ ସେମାନଙ୍କର ଯାହା ସେ ଚାହିଁଲେ ନାହିଁ | ସେ ସେମାନଙ୍କୁ ଖୋଜିଲେ| [୧୨:୧୪]

ପାଉଲ ସେ କରିନ୍ଥୀୟ ସାଧୁମାନଙ୍କ ନିମନ୍ତେ ମହାନନ୍ଦରେ କ'ଣ କରିବେ କହିଲେ ?

ପାଉଲ କହିଲେ ସେ ମହାନନ୍ଦରେ ବ୍ୟୟ କରିବି ଏବଂ ସେମାନଙ୍କର ଆତ୍ମା ନିମନ୍ତେ ସୁଦ୍ଧା ବ୍ୟୟ କରିବି | [୧୨:୧୫]

2 Corinthians 12:19

କେଉଁ ଉଦ୍ଦେଶ୍ୟରେ ପାଉଲ କରିନ୍ଥୀୟ ସାଧୁମାନଙ୍କୁ ସମସ୍ତ ବିଷୟରେ କ'ଣ କହିଲେ ?

ପାଉଲ ସମସ୍ତ ବିଷୟଗୁଡିକ କରିନ୍ଥୀୟ ସାଧୁମାନଙ୍କ ନିଷ୍ଠା ନିମନ୍ତେ କହିଲେ | [୧୨:୧୯]

2 Corinthians 12:20

ପାଉଲ ଭୟ କ'ଣ କଲେ କାଳେ ସେ ଦେଖି ପାରନ୍ତି ଯେତେବେଳେ ସେ କରିନ୍ଥୀୟ ସାଧୁମାନଙ୍କ ନିକଟକୁ ଫେରିଲେ ?

ପାଉଲ ଭୟ କଲେ କାଳେ ସେ ସେମାନଙ୍କ ମଧ୍ୟରେ ଦେଖି ପାରନ୍ତି ଯେ ବିବାଦ, ଈର୍ଷା, କ୍ରୋଧରୁ ଉତ୍ପନ୍ନ, ସ୍ୱାର୍ଥ ଲକ୍ଷ୍ୟ, କାନକୁହାକୋହି, ଦାମ୍ଭିକତା, ଏବଂ ଗଣ୍ଡଗୋଳ |[୧୨:୨୦]

ପାଉଲ କ'ଣ ଭୟ କଲେ ଯେ ଈଶ୍ୱର ତାଙ୍କୁ କରିଅଛନ୍ତି ?

ପାଉଲ ଭୟ କଲେ ଈଶ୍ୱର ପାଉଲଙ୍କୁ କରିନ୍ଥୀୟ ସାଧୁମାନଙ୍କ ଆଗରେ ଅବନତ କରିପାରନ୍ତି |[୧୨:୨୧]

କେଉଁ କାରଣରୁ ପାଉଲ ଚିନ୍ତା କଲେ ସେ କେତେକ କରିନ୍ଥୀୟ ସାଧୁମାନେ ପୂର୍ବରେ ପାପ କରିଅଛନ୍ତି ଅନୁତାପ କରିପାରନ୍ତି?

ପାଉଲ ଭୟ କଲେ ସେମାନେ କୃତ ଅଶୁଚିତା, ବ୍ୟଭିଚାର, ଓ କାମୁକତା ସକାଶେ ଯାହା ସେମାନେ ଆଗରୁ କରିଅଛନ୍ତି ଅନୁତାପ କରିନପାରନ୍ତି |[୧୨:୨୧]


Chapter 13

1 ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି । "ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ ।'' 2 ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିିଥିଲିି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ; 3 ଯେଣୁ ଯେଉଁ ଖ୍ରୀଷ୍ଟ ମୋ'ଠାରେ କଥା କହୁଅଛନ୍ତି, ତୁମ୍ଭେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ; 4 ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି । କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ୱରଙ୍କ ଶକ୍ତି ହେତୁ ସେ ଜୀବିତ । ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ୱରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା । 5 ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ । 6 କିନ୍ତୁ ମୁଁ ଭରସା କରେ, ଆମ୍ଭେମାନେ ଯେ ପରୀକ୍ଷାସିଦ୍ଧ, ଏହା ତୁମ୍ଭେମାନେ ଜାଣିବ । 7 ମାତ୍ର ତୁମ୍ଭେମାନେ ଯେପରି କୌଣସି ମନ୍ଦ କର୍ମ ନ କର, ଏଥିପାଇଁ ଆମ୍ଭେମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛୁ; ଆମ୍ଭେମାନେ ଯେପରି ପରୀକ୍ଷାସିଦ୍ଧ ବୋଲି ଦେଖାଯାଉ, ଏଥି ନିମନ୍ତେ ପ୍ରାର୍ଥନା କରୁ ନାହୁଁ, ମାତ୍ର ପରୀକ୍ଷାସିଦ୍ଧ ନ ହେବା ପରି ଦେଖାଗଲେ ସୁଦ୍ଧା ଯେପରି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କର, ଏଥିପାଇଁ ପ୍ରାର୍ଥନା କରୁଅଛୁ । 8 କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରି ପାରୁ ନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରି ପାରୁ । 9 ଯେଣୁ ଆମ୍ଭେମାନେ ଯେତେବେଳେ ଦୁର୍ବଳ ଓ ତୁମ୍ଭେମାନେ ସବଳ, ସେତେବେଳେ ଆମ୍ଭେମାନେ ଆନନ୍ଦ କରୁ; ତୁମ୍ଭେମାନେ ଯେପରି ସିଦ୍ଧ ହୁଅ, ଏହା ମଧ୍ୟ ଆମ୍ଭେମାନେ ପ୍ରାର୍ଥନା କରୁ । 10 ଏଥି ନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହି ସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ । 11 ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ପରସ୍ପରକୁ ଉତ୍ସାହିତ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ୱର ତୁମ୍ଭମାନଙ୍କ ସହିତ ରହିବେ । 12 ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର । 13 ସମସ୍ତ ସାଧୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । 14 ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ ।



Translation Questions

2 Corinthians 13:1

କେତେଥର ପାଉଲ କରିନ୍ଥୀୟ ସାଧୁମାନଙ୍କ ନିକଟରେ ଉପସ୍ଥିତ ଥିଲେ ସେସମୟରେ ୨ କରିନ୍ଥୀୟ ଲିଖିତ ଥିଲା?

୨ କରିନ୍ଥୀୟ ଲିଖିତ ଥିବା ସମୟରେ ପାଉଲ ଦ୍ୱିତୀୟଥର ସେମାନଙ୍କ ନିକଟରେ ଉପସ୍ଥିତ ଥିଲେ |[୧୩:୧-୨]

2 Corinthians 13:3

କରିନ୍ଥୀୟ ସାଧୁମାନଙ୍କୁ କାହିଁକି ପାଉଲ କହିଲେ ଯିଏ ପାପ କରିଥିଲେ ଏବଂ ସମସ୍ତ ନ୍ୟସ୍ତ ଥିଲା ଯେ ଯଦି ସେ ପୁନର୍ବାର ଆସିଲେ ସେ ସେମାନଙ୍କୁ ଅଲଗା ରଖିବେ ନାହିଁ ?

ପାଉଲ ସେମାନଙ୍କୁ କହିଲେଏହି କାରଣରୁ କରିନ୍ଥୀୟ ସାଧୁମାନଙ୍କୁ ପ୍ରମାଣ ଖୋଜୁଥିଲେ ଯେ ଖ୍ରୀଷ୍ଟ ପାଉଲଙ୍କ ମାଧ୍ୟମରେ କଥା କହୁଥିଲେ |[୧୩:୩]

2 Corinthians 13:5

କ'ଣ ପାଇଁ ପାଉଲ କରିନ୍ଥୀୟ ସାଧୁମାନଙ୍କୁ ପରୀକ୍ଷା ଓ ନିଜ ବିଷୟରେ ଜାଣିବା ନିମନ୍ତେ କହିଲେ ?

ଯଦି ସେମାନେ ବିଶ୍ୱାସରେ ଥିଲେ ପାଉଲ ସେମାନଙ୍କୁ ପରୀକ୍ଷା ଓ ନିଜ ବିଷୟରେ ଜାଣିବା ନିମନ୍ତେ ବିଚାର କରି କହିଲେ | [୧୩:୫]

ପାଉଲଙ୍କ କେଉଁ ଭରସା ଥିଲା କରିନ୍ଥୀୟ ସାଧୁମାନଙ୍କୁ ପାଉଲ ଓ ତାଙ୍କ ସଙ୍ଗୀମାନଙ୍କ ବିଷୟରେ ସନ୍ଧାନ କରିପାରନ୍ତି ?

ପାଉଲଙ୍କ ଭରସା ଥିଲା କରିନ୍ଥୀୟ ସାଧୁମାନେ ସନ୍ଧାନ କରିପାରନ୍ତି ଯେ ସେମାନେ ଅପରୀକ୍ଷାସିଦ୍ଧ ନ ଥିଲେ |[୧୩:୬]

2 Corinthians 13:7

ପାଉଲ କ'ଣ କହନ୍ତି ଯେ ସେ ଓ ତାଙ୍କ ସଙ୍ଗୀମାନେ କିଛି କରି ପାରିଲେ ନାହିଁ ?

ପାଉଲ କହିଲେ ସେମାନେ ସତ୍ୟ ବିପକ୍ଷରେ କିଛି କରି ପାରିଲେ ନାହିଁ | [୧୩:୮]

2 Corinthians 13:9

ପାଉଲ କାହିଁକି କରିନ୍ଥୀୟ ସାଧୁମାନଙ୍କୁ ଏହି ସମସ୍ତ ବିଷୟ ଲେଖିଲେ ଯେତେବେଳେ ସେମାନଙ୍କଠାରୁ ସେ ଦୂରରେ ଥିଲେ ?

ପାଉଲ ଏହା କଲେ ଯେପରି ଯେତେବେଳେ ସେ ସେମାନଙ୍କଠାରେ ଥିଲେ, ସେ ସେମାନଙ୍କ ଅଧିକାର ଅନୁସାରେ କଠୋର ବ୍ୟବହାର କରି ନାହାନ୍ତି | [୧୩:୧୦]

ପାଉଲ କିପରି ପ୍ରଭୁ ତାଙ୍କୁ ଦେଇଥିବା ଅଧିକାର ଅନୁସାରେ କରିନ୍ଥୀୟ ସାଧୁମାନଙ୍କ ବ୍ୟବହାର କରିବାକୁ ଚାହିଁଲେ ?

ପାଉଲ ତାଙ୍କ ଅଧିକାର କରିନ୍ଥୀୟ ସାଧୁମାନଙ୍କ ଗଠନ ନିମନ୍ତେ ବ୍ୟବହାର କରିବାକୁ ଚାହିଁଲେ ଏବଂ ସେମାନଙ୍କୁ ଭଗ୍ନ କରିବାକୁ ନୁହଁ | [୧୩:୧୦]

2 Corinthians 13:11

ଶେଷରେ, ପାଉଲ କରିନ୍ଥୀୟମାନଙ୍କୁ କ'ଣ କରିବାକୁ ଚାହିଁଲେ ?

ପାଉଲ ସେମାନଙ୍କୁ ଆନନ୍ଦ, କାର୍ଯ୍ୟରେ ସିଦ୍ଧ, ଏକମନା ହୁଅ, ଶାନ୍ତିରେ ବାସକର ଏବଂ ପବିତ୍ର ଚୁମ୍ବନ ଦେଇ ପରସ୍ପର ନମସ୍କାର ଜଣାଇବା ନିମନ୍ତେ ଚାହିଁଲେ | [୧୩:୧୧-୧୨]


Book: Galatians

Galatians

Chapter 1

1 ମୁଁ ପାଉଲ, ଜଣେ ପ୍ରେରିତ ମନୁଷ୍ୟଠାରୁ ନୁହେଁ, କି ମନୁଷ୍ୟ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ୱାରା, 2 ଆଉ ମୋହର ସାଙ୍ଗରେ ଥିବା ଭାଇ ସମସ୍ତେ ଗାଲାତୀୟ ମଣ୍ଡଳୀଗୁଡିକୁ; 3 ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ; 4 ସେ ଆମ୍ଭମାନଙ୍କ ପିତା ଈଶ୍ୱରଙ୍କ ଇଚ୍ଛାନୁସାରେ ଏହି ପାପମୟ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ; 5 ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ । ଆମେନ୍‍ ।

6 ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି; 7 ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି । 8 କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଦୂତ ହେଲେ ମଧ୍ୟ ତା ବ୍ୟତୀତ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ । 9 ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ । 10 ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ୱରଙ୍କର ପ୍ରିୟପାତ୍ର ହେବାକୁ ଯତ୍ନ କରୁଅଛି ? ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି ? ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାଆନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ ।

11 କାରଣ, ହେ ଭାଇମାନେ, ଯେଉଁ ସୁସମାଚାର ମୋ' ଦ୍ୱାରା ପ୍ରଚାରିତ ହୋଇଅଛି, ସେ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଉଅଛି ଯେ, ତାହା ମନୁଷ୍ୟର ମତାନୁଯାୟୀ ନୁହେଁ; 12 ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି । 13 ପୂର୍ବେ ଯିହୂଦୀ ଧର୍ମରେ ମୋହର ଆଚାର ବ୍ୟବହାର ସମ୍ବନ୍ଧରେ ତୁମ୍ଭେମାନେ ତ ଶୁଣିଅଛ, ମୁଁ ଈଶ୍ୱରଙ୍କ ମଣ୍ଡଳୀ କି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି, 14 ଆଉ, ମୋହର ପିତୃପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍‍ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୂଦୀ ଧର୍ମରେ ଅଗ୍ରସର ହେଉଥିଲି । 15 କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ୍ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ, 16 ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋ'ଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ତାହାଙ୍କୁ ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟ ସହିତ ପରାମର୍ଶ ନ କରି 17 କିଅବା ମୋ' ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମକୁ ନ ଯାଇ ସେହିକ୍ଷଣି ଆରବକୁ ବାହାରିଗଲି; ପୁନଶ୍ଚ ମୁଁ ଦମ୍ମେସକକୁ ବାହୁଡ଼ି ଆସିଲି । 18 ତାହା ପରେ ତିନି ବର୍ଷ ଉତ୍ତାରେ ମୁଁ ପିତରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୂଶାଲମକୁ ଗଲି ଓ ତାଙ୍କ ସହିତ ପନ୍ଦର ଦିନ ରହିଲି । 19 କିନ୍ତୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ପ୍ରେରିତମାନଙ୍କର ଅନ୍ୟ କାହାରିକୁ ଦେଖିଲି ନାହିଁ । 20 ମୁଁ ଯେଉଁ ସବୁ ବିଷୟ ତୁମ୍ଭମାନଙ୍କୁ ଲେଖୁଅଛି, ଦେଖ, ଈଶ୍ୱରଙ୍କ ସାକ୍ଷାତରେ କହୁଅଛି, ମୁଁ ମିଥ୍ୟା କହୁ ନାହିଁ 21 ପରେ ମୁଁ ସିରିୟା ଓ କିଲିକିୟା ଅଞ୍ଚଳକୁ ଗଲି । 22 ଯିହୂଦା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀସମୂହ ନିକଟରେ ମୁଁ ବ୍ୟକ୍ତିଗତଭାବେ ପରିଚିତ ନ ଥିଲି; 23 ସେମାନେ କେବଳ ଶୁଣୁଥିଲେ, ଯେଉଁ ବ୍ୟକ୍ତି ପୂର୍ବେ ଆମ୍ଭମାନଙ୍କୁ ତାଡ଼ନା କରୁଥିଲେ, ସେ ଥରେ ଯେଉଁ ବିଶ୍ୱାସମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ତାହା ଏବେ ପ୍ରଚାର କରୁଅଛନ୍ତି; 24 ଆଉ ସେମାନେ ମୋ' ସକାଶେ ଈଶ୍ୱରଙ୍କ ପ୍ରଶଂସା କରୁଥିଲେ ।



Translation Questions

Galatians 1:1

ପାଉଲ କିପରି ପ୍ରେରିତ ହେଲେ ?

ପାଉଲ ଯୀଶୁଖ୍ରୀଷ୍ଟଙ୍କ ଏବଂ ପିତା ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ହେଲେ [୧:୧] ।

Galatians 1:3

ଯୀଶୁଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ଵାସୀମାନେ କେଉଁଠାରୁ ମୁକ୍ତ ହୋଇଛନ୍ତି ?

ଯୀଶୁଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ଵସୀମାନେ ବର୍ତ୍ତମାନର ଏହି ମନ୍ଦ ଜଗତରୁ ମୁକ୍ତ ହୋଇଛନ୍ତି [୧:୪] ।

Galatians 1:6

ଗାଲାତୀୟ ମଣ୍ଡଳୀରେ ପାଉଲ କେଉଁ ବିଷୟ ସହିତ ଆଶ୍ଚର୍ଯ୍ୟ ହେଲେ ?

ପାଉଲ ଆଶ୍ଚର୍ଯ୍ୟ ହେଲେ କାରଣ ସେମାନେ ହଠାତ୍ ଅନ୍ୟ ଏକ ସୁସମାଚାରକୁ ଫେରିଛନ୍ତି [୧:୬] ।

କେତେଗୋଟି ସୁସମାଚାର ଅଛି ?

କେବଳ ଗୋଟିଏ ସୁସମାଚାର ଅଛି, ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର [୧:୭] ।

Galatians 1:8

ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ବ୍ୟତୀତ କେହି ଜଣେ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେମାନଙ୍କୁ କ'ଣ ହେବା ଉଚିତ୍ ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି କେହି ଜଣେ ଅନ୍ୟ ଏକ ସୁସମାଚାର ପ୍ରଚାର କରେ ଅଭିଶପ୍ତ ହେବା ଉଚିତ୍ [୧:୮-୯] ।

ଖ୍ରୀଷ୍ଟଙ୍କ ଦାସମାନେ ସର୍ବପ୍ରଥମେ କାହାର ଅନୁମତି ପାଇବା ଉଚିତ୍ ?

ଖ୍ରୀଷ୍ଟଙ୍କ ଦାସମାନେ ସର୍ବପ୍ରଥମେ ଈଶ୍ଵରଙ୍କ ଅନୁମତି ପାଇବା ଉଚିତ୍ [୧:୧୦] ।

Galatians 1:11

ପାଉଲ କିପରି ଖ୍ରୀଷ୍ଟଙ୍କ ସୁସମାଚାର ଜ୍ଞାନକୁ ପାଇଲେ ?

ପାଉଲ ଖ୍ରୀଷ୍ଟଙ୍କ ସୁସମାଚାର ସିଧାସଳଖ ଯୀଶୁଖ୍ରୀଷ୍ଟଙ୍କ ଠାରୁ ତାହାଙ୍କୁ ପ୍ରକାଶନ ଦ୍ଵାରା ପାଇଲେ [୧:୧୨] ।

Galatians 1:13

ଯୀଶୁଖ୍ରୀଷ୍ଟଙ୍କ ସୁସମାଚାରର ପ୍ରକାଶନ ସେ ପାଇବା ପୁର୍ବରୁ ପାଉଲ କ'ଣ କରୁଥିଲେ ?

ପାଉଲ ଉତ୍ତେଜିତ ଭାବରେ ଯିହୁଦୀ ଧର୍ମକୁ ଅନୁକରଣ କରୁଥିଲେ, ଈଶ୍ଵରଙ୍କ ମଣ୍ଡଳୀକୁ ତାଡନା କରୁଥିଲେ [୧:୧୩-୧୪] ।

Galatians 1:15

ଈଶ୍ଵର ପାଉଲଙ୍କୁ କେବେ ପ୍ରେରିତ ଭାବରେ ମନୋନିତ କଲେ ?

ଈଶ୍ଵର ପାଉଲଙ୍କୁ ତାଙ୍କ ମାତାଙ୍କ ଗର୍ଭରୁ ତାହାଙ୍କୁ ପ୍ରେରିତ ଭାବରେ ମନୋନୀତ କରିଥିଲେ [୧:୧୫] ।

ଈଶ୍ଵର ପାଉଲଙ୍କୁ କେଉଁ ଉଦ୍ଦେଶ୍ୟ ନିମନ୍ତେ ମନୋନୀତ କରିଥିଲେ ?

ଈଶ୍ଵର ପାଉଲଙ୍କୁ ତାହାଙ୍କ ପ୍ରେରିତ ଭାବରେ ମନୋନୀତ କଲେ ଯେପରି ପାଉଲ ଖ୍ରୀଷ୍ଟଙ୍କୁ ବିଜାତୀୟମାନଙ୍କ ନିକଟରେ ପ୍ରଚାର କରିବେ [୧:୧୬] ।

Galatians 1:18

ପାଉଲ କେଉଁଠାରେ ଅନ୍ୟ ପ୍ରେରିତମାନଙ୍କୁ ଅନ୍ତିମ ସାକ୍ଷାତ କରିଥିଲେ ?

ପରିଶେଷରେ, ପାଉଲ ଯିରୁଶାଲମକୁ ଗଲେ ଏବଂ କୈଫା ଏବଂ ଯାକୁଵ ପ୍ରେରିତମାନଙ୍କୁ ସାକ୍ଷାତ କଲେ [୧:୧୯] ।

Galatians 1:21

ଯିହୁଦାରେ ମଣ୍ଡଳୀଗୁଡିକ ପାଉଲଙ୍କ ବିଷୟରେ କ'ଣ ଶୁଣୁଥିଲେ ?

ଯିହୁଦାରେ ଥିବା ମଣ୍ଡଳୀଗୁଡିକ ପାଉଲଙ୍କ ବିଷୟରେ ଏହା ଶୁଣୁଥିଲେ ଯେ, ଯିଏ ଥରେ ମଣ୍ଡଳୀକୁ ତାଡନା କରୁଥିଲା କିନ୍ତୁ ବର୍ତ୍ତମାନ ବିଶ୍ଵାସର ପ୍ରଚାର କରୁଛନ୍ତି [୧:୨୨-୨୩] ।


Chapter 2

1 ତାହା ପରେ ଚଉଦବର୍ଷ ଗତ ହୁଅନ୍ତେ, ମୁଁ ବର୍ଣ୍ଣବ୍ବାଙ୍କ ସହିତ ପୁନଶ୍ଚ ଯିରୂଶାଲମକୁ ଗଲି, ତୀତସଙ୍କୁ ମଧ୍ୟ ସାଙ୍ଗରେ ଘେନିଯାଇଥିଲି । 2 ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି; ଆଉ ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି, ତାହା ସେମାନଙ୍କୁ ବୁଝାଇଦେଲି, କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ସମ୍ମାନ ଯୋଗ୍ୟ, କେବଳ ସେମାନଙ୍କୁ ପୃଥକ ଭାବରେ ବୁଝାଇଲି । 3 ମାତ୍ର ମୋହର ସଙ୍ଗୀ ତୀତସ, ଯେ ଗ୍ରୀକ୍‍ ଲୋକ ଥିଲେ, ସେ ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ; 4 ଆମ୍ଭମାନଙ୍କ ମଧ୍ୟକୁ ଆନୀତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା; ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ; 5 କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନ ଥିଲୁ । 6 ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ୱର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ, 7 ବରଂ ଅନ୍ୟ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ, ପିତରଙ୍କୁ ଯେପରି ସୁନ୍ନତିପ୍ରାପ୍ତମାନଙ୍କ ମଧ୍ୟରେ, ମୋତେ ସେହିପରି ଅସୁନ୍ନତିପ୍ରାପ୍ତମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି, 8 (କାରଣ ସୁନ୍ନତିମାନଙ୍କ ନିକଟରେ ପ୍ରେରିତପଦର କର୍ମ କରିବା ନିମନ୍ତେ ଯେ ପିତରଙ୍କୁ ସକ୍ଷମ କଲେ, ଅଣଯିହୂଦୀମାନଙ୍କ ନିକଟରେ ସେହି କର୍ମ କରିବାକୁ ସେ ମୋତେ ମଧ୍ୟ ସକ୍ଷମ କଲେ), 9 ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୂଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି; 10 ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍‍ଯୋଗୀ ଥିଲି ।

11 କିନ୍ତୁ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ । 12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୂଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ । 13 ଆଉ, ଅବଶିଷ୍ଟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ତାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ । 14 କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ, ସେମାନେ ସୁସମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁ ନାହାଁନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କୈଫାଙ୍କୁ କହିଲି, ତୁମ୍ଭେ ଯିହୂଦୀ ହୋଇ ଯଦି ଯିହୂଦୀମାନଙ୍କ ପରି ବ୍ୟବହାର ନ କରି ଅଣଯିହୂଦୀମାନଙ୍କ ପରି ବ୍ୟବହାର କର, ତେବେ ତୁମ୍ଭେ କିପରି ଅଣଯିହୂଦୀମାନଙ୍କୁ ଯିହୂଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ ?

15 ଆମ୍ଭେମାନେ ଜନ୍ମରେ ଯିହୂଦୀ, ଅଣଯିହୂଦୀ ପାପୀ ନୋହୁଁ, 16 ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ । 17 କିନ୍ତୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରି ଆମ୍ଭେମାନେ ନିଜେ ମଧ୍ୟ ଯଦି ପାପୀ ବୋଲି ଦେଖାଗଲୁ, ତେବେ ଖ୍ରୀଷ୍ଟ କି ପାପର ସେବକ ? ତାହା କେବେ ହେଁ ନ ହେଉ । 18 କାରଣ ମୁଁ ଯାହା ଯାହା ଭାଙ୍ଗିଅଛି, ସେହି ସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି । 19 ଯେଣୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛି । 20 ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ'ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍‍, ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ' ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି । 21 ମୁଁ ଈଶ୍ୱରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁ ନାହିଁ; କାରଣ ଯଦି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା ।



Translation Questions

Galatians 2:1

ପାଉଲ କ'ଣ କଲେ ଯେତେବେଳେ ସେ ଚଉଦ ବର୍ଷ ପରେ ଯିରୁଶାଲମକୁ ଗଲେ ?

ପାଉଲ ମଣ୍ଡଳୀର ପ୍ରାଚୀନମାନଙ୍କ ସହ ଗୁପ୍ତରେ କଥା ହେଲେ, ସେ ପ୍ରଚାର କରୁଥିବା ସୁସମାଚାର ସେମାନଙ୍କୁ ବୁଝାଉଥିଲେ [୨:୧] ।

Galatians 2:3

ତୀତସ, ଏକ ବିଜାତୀୟ ହେବା ସତ୍ତ୍ଵେ କ'ଣ କରିବା ଆବଶ୍ୟକ ନ ଥିଲା ?

ତୀତସଙ୍କୁ ସୁନ୍ନତ କରିବାର ଆବଶ୍ୟକ ନ ଥିଲା [୨:୩] ।

ମିଥ୍ୟାବାଦୀ ଭାଇମାନେ କ'ଣ କରିବାକୁ ଇଛା କରିଥିଲେ ?

ମିଥ୍ୟାବାଦୀ ଭାଇମାନେ ପାଉଲ ଏବଂ ତାଙ୍କ ସହକର୍ମୀମାନଙ୍କୁ ବ୍ୟବସ୍ଥାର ଦାସ କରିବାକୁ ଚାହୁଁଥିଲେ [୨:୪] ।

Galatians 2:6

ଯିରୁଶାଲମରେ ଥିବା ମଣ୍ଡଳୀରେ ପ୍ରାଚୀନମାନେ ପାଉଲଙ୍କ ସମ୍ବାଦକୁ ବଦଳାଇଲେ କି ?

ନାହିଁ, ସେମାନେ ପାଉଲଙ୍କ ସମ୍ବାଦରେ କିଛି ହେଲେ ସହଯୋଗ କଲେ ନାହିଁ [୨:୬] ।

ପ୍ରାଥମିକ ଭାବରେ ପାଉଲଙ୍କୁ କାହା ନିକଟକୁ ସୁସମାଚାର ପ୍ରଚାର କରିବା ପାଇଁ ପଠାଯାଇଥିଲା ?

ପାଉଲଙ୍କୁ ପ୍ରାଥମିକ ଭାବରେ ଅସୁନ୍ନତ ଲୋକମାନଙ୍କ ନିକଟକୁ ପ୍ରଚାର କରିବାକୁ ପଠାଯାଇଥିଲା [୨:୭-୮] ।

ପିତରଙ୍କୁ ପ୍ରାଥମିକ ଭାବରେ ସୁସମାଚାର ପ୍ରଚାର ନିମନ୍ତେ କାହା ନିକଟକୁ ପଠାଯାଇଥିଲା ?

ପ୍ରାଥମିକ ଭାବରେ ପିତରଙ୍କୁ ସୁନ୍ନତ ଲୋକମାନଙ୍କ ନିକଟକୁ ପ୍ରଚାର କରିବାକୁ ପଠାଯାଇଥିଲା [୨:୭-୮] ।

Galatians 2:9

ଯିରୁଶାଲମରେ ଥିବା ପ୍ରାଚୀନମାନେ କିପରି ପାଉଲଙ୍କ ସେବାକାର୍ଯ୍ୟକୁ ଅନୁମତି ଦେଲେ ?

ଯିରୁଶାଲମରେ ଥିବା ପ୍ରାଚୀନମାନେ ପାଉଲ ଏବଂ ବର୍ଣ୍ଣବାଙ୍କୁ ସେମାନଙ୍କ ସହଭାଗିତାର ଦକ୍ଷିଣ ହସ୍ତ ଦେଖାଇବା ଦ୍ଵାରା ଅନୁମତି ଦେଲେ [୨:୯] ।

Galatians 2:11

ପିତର କ'ଣ ଭୁଲ୍ କଲେ ଯେତେବେଳେ ସେ ଆନ୍ତିୟଖିଆକୁ ଆସିଲେ ?

ପିତର ବିଜାତୀୟମାନଙ୍କ ସହିତ ଖାଇବାକୁ ମନା କଲେ, କାରଣ ସେ ସୁନ୍ନତ ହୋଇଥିବା ଲୋକମାନଙ୍କୁ ଭୟ କରୁଥିଲେ [୨:୧୧-୧୨] ।

Galatians 2:13

ସମସ୍ତଙ୍କ ସମ୍ମୁଖରେ ପାଉଲ କୈଫାଙ୍କୁ କ'ଣ ପଚାରିଲେ ?

ପାଉଲ କୈଫାଙ୍କୁ ପଚାରିଲେ, କିପରି ସେ ବିଜାତୀୟମାନଙ୍କୁ ଯିହୁଦୀମାନଙ୍କ ପରି ରହିବା ପାଇଁ ବାଧ୍ୟ କରୁଥିଲେ ଯେତେବେଳେ କୈଫା ବିଜାତୀୟମାନଙ୍କ ପରି ରହୁଥିଲେ [୨:୧୪] ।

Galatians 2:15

ପାଉଲ କହିଲେ ଯେ କେହିହେଲେ ଈଶ୍ଵରଙ୍କ ସମ୍ମୁଖରେ କ'ଣ ନୁହନ୍ତି ?

ପାଉଲ କହିଲେ ଯେ କେହିହେଲେ ବ୍ୟବସ୍ଥାର କର୍ମ ଦ୍ଵାରା ଧାର୍ମିକ ନୁହନ୍ତି [୨:୧୬] ।

ଈଶ୍ଵରଙ୍କ ସମ୍ମୁଖରେ ଜଣେ କିପରି ଧାର୍ମିକ ହୋଇପାରିବ ?

ଜଣେ ବ୍ୟକ୍ତି ଈଶ୍ଵରଙ୍କ ସମ୍ମୁଖରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ଧାର୍ମିକ ହୋଇପାରିବ [୨:୧୬] ।

Galatians 2:17

ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କଲା ପରେ ଯଦି କୌଣସି ଜଣେ ବ୍ୟବସ୍ଥାକୁ ଅନୁକରଣ କରେ, ସେ ପ୍ରକୃତରେ କ'ଣ ହୋଇଅଛି ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି ସେ ନିଜକୁ ପ୍ରକୃତରେ ବ୍ୟବସ୍ଥାର ଭଙ୍ଗକାରୀ ବୋଲି ଦେଖାଉଥିଲେ [୨:୧୮] ।

Galatians 2:20

କିଏ ତାଙ୍କଠାରେ ବାସ କରନ୍ତି ବୋଲି ପାଉଲ କହନ୍ତି ?

ପାଉଲ କହିଲେ ଯେ ଖ୍ରୀଷ୍ଟ ବର୍ତ୍ତମାନ ତାଙ୍କଠାରେ ବାସ କରନ୍ତି [୨:୨୦] ।

ଈଶ୍ଵରଙ୍କ ପୁତ୍ର ତାଙ୍କ ପାଇଁ କ'ଣ କଲେ ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି ଈଶ୍ଵରଙ୍କ ପୁତ୍ର ତାଙ୍କୁ ପ୍ରେମ କଲେ ଏବଂ ପାଉଲଙ୍କ ନିମନ୍ତେ ନିଜକୁ ଦେଇଦେଲେ [୨:୨୦] ।


Chapter 3

1 ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ୍ଭମାନଙ୍କୁ ମୋହିତ କଲା ? ତୁମ୍ଭମାନଙ୍କ ଚକ୍ଷୁ ସମ୍ମୁଖରେ ତ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହୋଇଥିଲା । 2 ମୁଁ ତୁମ୍ଭମାନଙ୍କଠାରୁ କେବଳ ଏହା ଜାଣିବାକୁ ଇଚ୍ଛା କରେ, ତୁମ୍ଭେମାନେ କ'ଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ହେତୁ ନା ବିଶ୍ୱାସରେ ଶୁଣିବା ହେତୁ ଆତ୍ମା ପାଇଥିଲ ? 3 ତୁମ୍ଭେମାନେ କ'ଣ ଏପରି ନିର୍ବୋଧ ? ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ ? 4 ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶଭୋଗ କରିଅଛ ? ତାହା କ'ଣ ପ୍ରକୃତରେ ବୃଥା ? 5 ଅତଏବ, ଯେ ତୁମ୍ଭମାନଙ୍କୁ ଆତ୍ମା ଦାନ କରନ୍ତି, ଆଉ ତୁମ୍ଭମାନଙ୍କ ମଧ୍ୟରେ ମହତର କାର୍ଯ୍ୟ ସାଧନ କରନ୍ତି, ସେ କି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ହେତୁ ତାହା କରନ୍ତି ନା ବିଶ୍ୱାସରେ ଶୁଣିବା ହେତୁ କରନ୍ତି ? 6 ଯେପରି ଅବ୍ରାହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା । 7 ଅତଏବ ଯେଉଁମାନେ ବିଶ୍ୱାସୀ, ସେମାନେ ଅବ୍ରାହାମଙ୍କର ସନ୍ତାନ । 8 ଆଉ ଈଶ୍ୱର ଅଣଯିହୂଦୀମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରାହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲା,"ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ''। 9 ଏଣୁ ଯେଉଁମାନେ ବିଶ୍ୱାସୀ, ସେମାନେ ବିଶ୍ବାସର ପୁରୁଷ ଅବ୍ରାହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ।

10 କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖା ଅଛି, "ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ ।'' 11 ମୋଶାଙ୍କ ବ୍ୟବସ୍ଥା ଦ୍ୱାରା କେହି ଯେ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ, ଏହା ତ ସ୍ପଷ୍ଟ, "କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ ।'' 12 ଆଉ ବିଶ୍ୱାସ ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହି ସବୁ ପାଳନ କରେ, ସେ ସେଥିରେ ବଞ୍ଚିବ । 13 ଯୀଶୁଖ୍ରୀଷ୍ଟଙ୍କ ହେତୁ ଅବ୍ରାହାମଙ୍କର ଆଶୀର୍ବାଦ ଯେପରି ଅଣଯିହୂଦୀମାନଙ୍କ ପ୍ରତିବର୍ତ୍ତେ, ପୁଣି, ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ, 14 ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ; କାରଣ ଲେଖା ଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ, ସେ ଅଭିଶପ୍ତ ।

15 ହେ ଭାଇମାନେ, ମୁଁ ମନୁଷ୍ୟ ଭାବରେ କହୁଅଛି; ଚୁକ୍ତି ମନୁଷ୍ୟ ଦ୍ୱାରା କରାଗଲେ ସୁଦ୍ଧା ଯେତେବେଳେ ତାହା ସ୍ଥିରୀକୃତ ହୁଏ, ସେତେବେଳେ କେହି ତାହା ଅନ୍ୟଥା କରି ପାରେ ନାହିଁ ବା ସେଥିରେ କିଛି ଯୋଗ କରି ପାରେ ନାହିଁ । 16 ଅବ୍ରାହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା । ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ । 17 ମୋହର ଭାବ ଏହି, ଯେଉଁ ନିୟମ ଈଶ୍ୱରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶି ବର୍ଷ ପରେ ଦିଆଯାଇଥିବା ମୋଶାଙ୍କ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ଵାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ । 18 କାରଣ ଅଧିକାର ଯଦି ମୋଶାଙ୍କ ବ୍ୟବସ୍ଥାମୂଳକ ହୁଏ, ତେବେ ତାହା ଆଉ ପ୍ରତିଜ୍ଞାମୂଳକ ନୁହେଁ; କିନ୍ତୁ ଈଶ୍ୱର ପ୍ରତିଜ୍ଞା ଦ୍ୱାରା ଅବ୍ରାହାମଙ୍କୁ ତାହା ଦାନ କରିଅଛନ୍ତି । 19 ତେବେ ମୋଶାଙ୍କ ବ୍ୟବସ୍ଥା କାହିଁକି ଦିଆଗଲା ? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି, ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା । 20 ମଧ୍ୟସ୍ଥ ଗୋଟିଏ ପକ୍ଷର ପ୍ରତିନିଧି ନୁହଁନ୍ତି, କିନ୍ତୁ ଈଶ୍ୱର ଏକ ।

21 ତେବେ ମୋଶାଙ୍କ ବ୍ୟବସ୍ଥା କି ଈଶ୍ୱରଙ୍କ ପ୍ରତିଜ୍ଞାସମୂହର ବିରୁଦ୍ଧ ? ତାହା କେବେ ହେଁ ନ ହେଉ; କାରଣ ଯଦି ଜୀବନ ଦେବାକୁ ସମର୍ଥ ଏପରି ମୋଶାଙ୍କ ବ୍ୟବସ୍ଥା ଦିଆଯାଇଥାନ୍ତା, ତେବେ ଧାର୍ମିକତା ପ୍ରକୃତରେ ମୋଶାଙ୍କ ବ୍ୟବସ୍ଥାମୂଳକ ହୁଅନ୍ତା । 22 କିନ୍ତୁ ଯେପରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ପ୍ରତିଜ୍ଞା ବିଶ୍ୱାସ କରୁଥିବା ଲୋକମାନଙ୍କୁ ଦିଆଯାଏ, ଏଥିପାଇଁ ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧିନ ବୋଲି ଗଣନା କରିଅଛି । 23 ମାତ୍ର ସେହି ବିଶ୍ୱାସ ଆସିବା ପୂର୍ବେ, ପ୍ରକାଶିତ ହେବାକୁ ଯାଉଥିବା ସେହି ବିଶ୍ୱାସ ପ୍ରାପ୍ତି ଉଦ୍ଦେଶ୍ୟରେ, ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ । 24 ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକସ୍ୱରୂପ ହୋଇଥିଲା । 25 କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧିନରେ ନାହୁଁ । 26 କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ; 27 ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ । 28 ଯିହୂଦୀ କି ଗ୍ରୀକ୍‍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ । 29 ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରାହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ ।



Translation Questions

Galatians 3:6

ଅବ୍ରାହାମ କିପରି ଈଶ୍ଵରଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହେଲେ ?

ଅବ୍ରାହାମ ଈଶ୍ଵରଙ୍କୁ ବିଶ୍ଵାସ କଲେ ଏବଂ ଏହା ତାଙ୍କୁ ଧାର୍ମିକ ବୋଲି ଗଣିତ ହେଲା [୩:୬] ।

ଅବ୍ରାହାମଙ୍କ ସନ୍ତାନମାନେ କିଏ ଅଟନ୍ତି ?

ଯେଉଁମାନେ ଈଶ୍ଵରଙ୍କୁ ବିଶ୍ଵାସ କରନ୍ତି, ସେମାନେ ଅବ୍ରାହାମଙ୍କ ସନ୍ତାନମାନେ ଅଟନ୍ତି [୩:୭] ।

ଶାସ୍ତ୍ର କୁହେ ଯେ ବିଜାତୀୟମାନେ କ'ଣ ଦ୍ଵାରା ନ୍ୟାୟସଙ୍ଗତ ହୁଅନ୍ତି ?

ଶାସ୍ତ୍ର କୁହେ ଯେ ବିଜାତୀୟମାନେ ବିଶ୍ଵାସ ଦ୍ଵାରା ନ୍ୟାୟସଙ୍ଗତ ହୁଅନ୍ତି [୩:୮] ।

Galatians 3:10

ଯେଉଁମାନେ ବ୍ୟବସ୍ଥାର କର୍ମରେ ନିର୍ଭର କରନ୍ତି କ'ଣ ଦ୍ଵାରା ନ୍ୟାୟସଙ୍ଗତ ହେବେ ?

ଯେଉଁମାନେ ବ୍ୟବସ୍ଥାର କର୍ମରେ ନିର୍ଭର କରନ୍ତି ଅଭିଶପ୍ତର ଅଧିନରେ ନ୍ୟାୟସଙ୍ଗତ ହେବେ [୩:୧୦] ।

ବ୍ୟବସ୍ଥାର କର୍ମ ଦ୍ଵାରା କେତେ ଲୋକମାନେ ଈଶ୍ଵରଙ୍କ ଦ୍ଵାରା ନ୍ୟାୟସଙ୍ଗତ ହୋଇଅଛନ୍ତି ?

ବ୍ୟବସ୍ଥାର କର୍ମ ଦ୍ଵାରା କେହିହେଲେ ନ୍ୟାୟସଙ୍ଗତ ହୋଇ ନାହାନ୍ତି [୩:୧୧] ।

Galatians 3:13

କାହିଁକି ଖ୍ରୀଷ୍ଟ ଆମ୍ଭମାନଙ୍କ ଉଦ୍ଧାର ନିମନ୍ତେ ଅଭିଶପ୍ତ ହେଲେ ?

ଖ୍ରୀଷ୍ଟ ଆମ୍ଭମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଅଭିଶପ୍ତ ହେଲେ, ଯେପରି ଅବ୍ରାହାମଙ୍କଠାରେ ଥିବା ଆଶୀର୍ବାଦ ବିଜାତୀୟମାନଙ୍କ ନିକଟକୁ ଆସିପାରିବ [୩:୧୪] ।

Galatians 3:15

ଅବ୍ରାହାମଙ୍କୁ କୁହାଯାଇଥିବା ପ୍ରତିଜ୍ଞାରେ କିଏ "ବଂଶଧର" ଥିଲେ ?

ଅବ୍ରାହାମଙ୍କୁ କୁହାଯାଇଥିବା ପ୍ରତିଜ୍ଞାରେ "ବଂଶଧର" ଖ୍ରୀଷ୍ଟ ଥିଲେ [୩:୧୬] ।

Galatians 3:17

ଯିହୁଦୀମାନଙ୍କ ବ୍ୟବସ୍ଥା କ'ଣ ଅବ୍ରାହାମଙ୍କ ଠାରୁ ୪୩୦ ବର୍ଷ ପରେ ଅବ୍ରାହାମଙ୍କୁ ପରମେଶ୍ଵରଙ୍କ ଦ୍ଵାରା ଦିଆଯାଇଥିବା ପ୍ରତିଜ୍ଞାକୁ ବ୍ୟର୍ଥ କରିଥିଲା କି ?

ନାହିଁ, ବ୍ୟବସ୍ଥା ଅବ୍ରାହାମଙ୍କୁ କରାଯାଇଥିବା ପ୍ରତିଜ୍ଞାକୁ ବ୍ୟର୍ଥ କରି ନ ଥିଲା [୩:୧୭] ।

Galatians 3:19

ତେବେ କାହିଁକି ସେଠାରେ ବ୍ୟବସ୍ଥା ଥିଲା ?

ଅବ୍ରାହାମଙ୍କ ବଂଶଧର ଆସିଲା ପର୍ଯ୍ୟନ୍ତ ଉଲଘଂନ କରୁଥିବା ଯୋଗୁଁ ବ୍ୟବସ୍ଥା ଆସିଲା [୩:୧୯] ।

Galatians 3:21

ଶାସ୍ତ୍ରରେ ବ୍ୟବସ୍ଥା ସମସ୍ତଙ୍କୁ କ'ଣ ଅଧିନରେ ବନ୍ଦୀ କରିଥାଏ ?

ଶାସ୍ତ୍ରରେ ବ୍ୟବସ୍ଥା ସମସ୍ତଙ୍କୁ ପାପରେ ବନ୍ଦୀ କରିଥାଏ [୩:୨୨] ।

Galatians 3:23

କିପରି ଆମ୍ଭେମାନେ ବ୍ୟବସ୍ଥାର ବନ୍ଧନରୁ ମୁକ୍ତ ହୋଇଅଛୁ ?

ଖ୍ରୀଷ୍ଟଯୀଶୁଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ଆମ୍ଭେମାନେ ବନ୍ଧନରୁ ମୁକ୍ତ ହୋଇଅଛୁ [୩:୨୩-୨୬] ।

Galatians 3:27

କିଏ ଖ୍ରୀଷ୍ଟରେ ପରିଧାନ କରିଅଛି ?

ସମସ୍ତେ ଯେଉଁମାନେ ଖ୍ରୀଷ୍ଟରେ ବାପ୍ତିସ୍ମ ନେଇଛନ୍ତି ଖ୍ରୀଷ୍ଟରେ ପରିଧାନ କରିଛନ୍ତି [୩:୨୭] ।

କେଉଁ ବିଭିନ୍ନ ଧରଣର ବ୍ୟକ୍ତିମାନେ ଖ୍ରୀଷ୍ଟଯୀଶୁଙ୍କଠାରେ ଏକ ହୋଇଛନ୍ତି

ଯିହୁଦୀ, ଗ୍ରୀକ୍, ଦାସମାନେ, ସ୍ୱାଧିନ ପୁରୁଷ ଏବଂ ସ୍ତ୍ରୀମାନେ ଖ୍ରୀଷ୍ଟଯୀଶୁଙ୍କଠାରେ ଏକ ହୋଇଛନ୍ତି [୩:୨୮] ।


Chapter 4

1 କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ, 2 କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧିନରେ ଥାଏ । 3 ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ପ୍ରାଥମିକ ବିଷୟଗୁଡ଼ାକର ଦାସ ଥିଲୁ 4 କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀଜାତ ହୋଇ ମୋଶାଙ୍କ ବ୍ୟବସ୍ଥାଧୀନ ହେଲେ, 5 ଯେପରି ସେ ମୂଲ୍ୟ ଦେଇ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି, ଆମ୍ଭେମାନେ ପୁତ୍ରତ୍ୱର ଅଧିକାରପ୍ରାପ୍ତ ହେଉ । 6 ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି । 7 ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି, ଯଦି ପୁତ୍ର, ତେବେ ଈଶ୍ୱରଙ୍କ କର୍ତ୍ତୃକ ଉତ୍ତରାଧିକାରୀ ।

8 ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ୱରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହଁନ୍ତି, ସେମାନଙ୍କର ଦାସ ଥିଲ; 9 କିନ୍ତୁ ଏବେ ଈଶ୍ୱରଙ୍କ ପରିଚୟ ପାଇଅଛ; ବରଂ ଈଶ୍ୱରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ପ୍ରାଥମିକ ବିଷୟଗୁଡ଼ାକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ ? 10 ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ । 11 ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି। 12 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋ' ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋ' ପ୍ରତି କୌଣସି ଅନ୍ୟାୟ କରି ନାହଁ । 13 କିନ୍ତୁ ତୁମ୍ଭେମାନେ ଜାଣ ଯେ, ଶାରୀରିକ ପୀଡ଼ା ହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି 14 ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ୱରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ । 15 ତେବେ ତୁମ୍ଭମାନଙ୍କର ସେହି ଆନନ୍ଦ କାହିଁ ? କାରଣ ମୁଁ ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଉଅଛି ଯେ, ସମ୍ଭବ ହୋଇଥିଲେ ତୁମ୍ଭେମାନେ ଆପଣା ଆପଣାର ଚକ୍ଷୁ ଉତ୍ପାଟନ କରି ମୋତେ ଦେଇଥାଆନ୍ତ । 16 ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟକହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି ? 17 ସେମାନେ ତ ତୁମ୍ଭମାନଙ୍କ ବିଷୟରେ ଉଦ୍‍ଯୋଗୀ, କିନ୍ତୁ ଭଲ ଅଭିପ୍ରାୟରେ ନୁହେଁ, ବରଂ ତୁମ୍ଭେମାନେ ଯେପରି ସେମାନଙ୍କ ବିଷୟରେ ଉଦ୍‍ଯୋଗୀ ହୁଅ, ଏଥି ନିମନ୍ତେ ସେମାନେ ତୁମ୍ଭମାନଙ୍କୁ ମୋ'ଠାରୁ ପୃଥକ କରିବାକୁ ଇଚ୍ଛା କରୁଅଛନ୍ତି । 18 କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍‍ଯୋଗୀ ହେବା ଭଲ । 19 ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟରୂପ ହୋଇନାହିଁ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ମୁଁ ପୁନର୍ବାର ପ୍ରସବ ବେଦନାରେ ବ୍ୟଥିତ ହେଉଅଛି । 20 ମୁଁ ଯେପରି ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ଭାବରେ କଥା କହି ପାରନ୍ତି, ଏହା ମୋହର ଇଚ୍ଛା; କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ହତବୁଦ୍ଧି ହେଉଅଛି ।

21 ମୋଶାଙ୍କ ବ୍ୟବସ୍ଥାର ଅଧିନ ହେବାକୁ ଇଚ୍ଛା କରୁଅଛ ଯେ ତୁମ୍ଭେମାନେ, ମୋତେ କୁହ ତ, ତୁମ୍ଭେମାନେ କ'ଣ ମୋଶାଙ୍କ ବ୍ୟବସ୍ଥାର ବାକ୍ୟ ଶୁଣୁ ନାହଁ ? 22 କାରଣ ଲେଖା ଅଛି, ଅବ୍ରାହାମଙ୍କର ଦୁଇଟି ପୁତ୍ର ଥିଲେ, ଜଣେ ଦାସୀଠାରୁ ଓ ଆଉ ଜଣେ ସ୍ୱାଧୀନା ସ୍ତ୍ରୀଠାରୁ ଜାତ। 23 ଯେ ଦାସୀର ପୁତ୍ର, ସେ ଶାରୀରିକ ସ୍ୱଭାବାନୁସାରେ ଜାତ ହେଲା; ମାତ୍ର ଯେ ସ୍ୱାଧୀନା ସ୍ତ୍ରୀର ପୁତ୍ର, ସେ ପ୍ରତିଜ୍ଞା ବଳରେ ଜାତ ହେଲା । 24 ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ୱ ନିମନ୍ତେ ସନ୍ତାନ ପ୍ରସବକାରିଣୀ, ହାଗାର ସେଥିର ନିଦର୍ଶନ । 25 ହାଗାର, ଏହି ଶବ୍ଦ ଆରବରେ ସୀନୟ ପର୍ବତକୁ ବୁଝାଏ, ପୁଣି, ତାହା ବର୍ତ୍ତମାନ ଯିରୂଶାଲମର ସମତୁଲ୍ୟ, କାରଣ ଏ ଆପଣା ସନ୍ତାନମାନଙ୍କ ସହିତ ଦାସତ୍ୱରେ ରହିଅଛି । 26 କିନ୍ତୁ ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ; 27 ଯେଣୁ ଲେଖା ଅଛି, "ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚସ୍ୱରରେ ଜୟଧ୍ୱନି କର; କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ ।'' 28 ହେ ଭାଇମାନେ, ତୁମ୍ଭେମାନେ ଇସ୍‍ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ । 29 କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି । 30 ମାତ୍ର ଶାସ୍ତ୍ର କ'ଣ କୁହେ ? ଦାସୀ ଓ ତା'ର ପୁତ୍ରକୁ ବାହାର କରିଦିଅ; କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ । 31 ଅତଏବ, ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ୱାଧୀନା ସ୍ତ୍ରୀର ସନ୍ତାନ ।



Translation Questions

Galatians 4:1

ଯେତେବେଳେ ଜଣେ ଶିଶୁ ଅବସ୍ଥାରେ ଥାଏ ସେ କିପରି ଏକ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରେ ?

ଉତ୍ତରାଧିକାରୀର ପିତା ସମୟ ନିରୂପଣ କରି ନ ଥିବା ପର୍ଯ୍ୟନ୍ତ ଅଭିଭାବକ ଏବଂ ତତ୍ତ୍ଵାବଧାରକମାନଙ୍କ ଅଧିନରେ ରହିଥାଏ [୪:୧-୨] ।

Galatians 4:3

ଇତିହାସରେ ସଠିକ୍ ସମୟରେ ଈଶ୍ଵର କ'ଣ କଲେ ?

ଈଶ୍ଵର, ସଠିକ୍ ସମୟରେ ବ୍ୟବସ୍ଥାର ଅଧିନରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ଏକମାତ୍ର ପୁତ୍ରଙ୍କୁ ପଠାଇଲେ [୪:୪-୫] ।

ବ୍ୟବସ୍ଥାର ଅଧିନରେ ଥିବା ସନ୍ତାନମାନଙ୍କୁ କିପରି ଈଶ୍ଵର ତାଙ୍କ ନିଜ ପରିବାରକୁ ଆଣିଲେ ?

ଈଶ୍ଵର ବ୍ୟବସ୍ଥାର ଅଧିନରେ ଥିବା ସନ୍ତାନମାନଙ୍କୁ ନିଜ ପୁତ୍ରମାନଙ୍କ ପରି ଗ୍ରହଣ କଲେ [୪:୫] ।

Galatians 4:6

ଈଶ୍ଵର ତାହାଙ୍କ ସନ୍ତାନମାନଙ୍କ ହୃଦୟକୁ କ'ଣ ପଠାନ୍ତି ?

ଈଶ୍ଵର ତାଙ୍କ ପୁତ୍ରଙ୍କ ଆତ୍ମାଙ୍କୁ ତାଙ୍କ ସନ୍ତାନମାନଙ୍କ ହୃଦୟକୁ ପଠାନ୍ତି [୪:୬] ।

Galatians 4:8

ଆମ୍ଭେମାନେ ଈଶ୍ଵରଙ୍କୁ ଜାଣିବା ପୁର୍ବରୁ ଆମ୍ଭେମାନେ କାହାର ଦାସ ଥିଲୁ ?

ଆମ୍ଭେମାନେ ଈଶ୍ଵରଙ୍କୁ ଜାଣିବା ପୁର୍ବରୁ, ଜଗତକୁ ଶାସନ କରୁଥିବା ଆତ୍ମାମାନେ ଯେଉଁମାନେ ଈଶ୍ଵର ହିଁ ନୁହନ୍ତି, ସେମାନଙ୍କ ଦାସ ଥିଲୁ [୪:୩,୮] ।

ଗାଲାତୀୟମାନେ କେଉଁଠାକୁ ଫେରୁଛନ୍ତି ବୋଲି ପାଉଲ ଆଶ୍ଚର୍ଯ୍ୟ ହେଲେ ?

ଗାଲାତୀୟମାନେ ପୁନର୍ବାର ଜଗତର ଆତ୍ମାମାନଙ୍କ ନିକଟକୁ ଫେରୁଛନ୍ତି ବୋଲି ପାଉଲ ଆଶ୍ଚର୍ଯ୍ୟ ହେଲେ [୪:୯] ।

Galatians 4:10

ଯେପରି ସେ ଗାଲାତୀୟମାନଙ୍କୁ ଫେରୁଥିବାର ଦେଖନ୍ତି, ପାଉଲ କ'ଣ ଭୟ କରନ୍ତି ?

ପାଉଲ ଭୟ କରନ୍ତି ଯେ ଗାଲାତୀୟମାନେ ପୁନର୍ବାର ଦାସମାନେ ହୋଇଯିବେ, ଏବଂ ସେମାନଙ୍କ ପାଇଁ କରିଥିବା ପରିଶ୍ରମ ବୃଥା ହୋଇଯିବ [୪:୯,୧୧] ।

Galatians 4:12

ଯେତେବେଳେ ପାଉଲ ଗାଲାତୀୟମାନଙ୍କ ନିକଟକୁ ଆସିଲେ, ତାଙ୍କର କେଉଁ ସମସ୍ୟା ଥିଲା ?

ଯେତେବେଳେ ପାଉଲ ଗାଲାତୀୟମାନଙ୍କ ନିକଟକୁ ଆସିଲେ, ଶାରୀରିକ ଭାବରେ ସେ ଦୁର୍ବଳ ଥିଲେ [୪:୧୩] ।

ପାଉଲଙ୍କ ସମସ୍ୟା ବ୍ୟତୀତ, ଗାଲାତୀୟମାନେ କିପରି ପାଉଲଙ୍କୁ ସ୍ୱୀକାର କଲେ ?

ପାଉଲଙ୍କ ସମସ୍ୟା ବ୍ୟତୀତ, ଗାଲାତୀୟମାନେ ପାଉଲଙ୍କୁ ଈଶ୍ଵରଙ୍କ ଦୁତ, ଯୀଶୁଖ୍ରୀଷ୍ଟଙ୍କ ପରି ସ୍ୱୀକାର କଲେ [୪:୧୪] ।

Galatians 4:17

କେଉଁ ଭଣ୍ଡ ଶିକ୍ଷକମାନେ ଗାଲତୀୟରେ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ?

ଭଣ୍ଡ ଶିକ୍ଷକମାନେ ଗାଲତୀୟମାନଙ୍କୁ ପାଉଲଙ୍କଠାରୁ ବିଛିନ୍ନ କରିବାକୁ ଚେଷ୍ଟା କରୁଛନ୍ତି [୪:୧୭] ।

Galatians 4:21

କେଉଁ ଅଧିନରେ ଭଣ୍ଡ ଶିକ୍ଷକମାନେ ଗାଲାତୀୟମାନଙ୍କୁ ରଖିବାକୁ ଚେଷ୍ଟା କରୁଛନ୍ତି ?

ଭଣ୍ଡ ଶିକ୍ଷକମାନେ ଗାଲାତୀୟମାନଙ୍କୁ ବ୍ୟବସ୍ଥାର ଅଧିନରେ ରଖିବାକୁ ଚେଷ୍ଟା କରୁଛନ୍ତି [୪:୨୧] ।

କେଉଁ ଦୁଇ ସ୍ତ୍ରୀମାନଙ୍କ ଦ୍ଵାରା ଅବ୍ରାହାମଙ୍କ ଦୁଇ ସନ୍ତାନମାନେ ହେଲେ ?

ଅବ୍ରାହାମଙ୍କ ଦୁଇ ସନ୍ତାନମାନେ, ଜଣେ ଦାସୀ ସ୍ତ୍ରୀଠାରୁ ଏବଂ ଜଣେ ସ୍ଵାଧିନ ସ୍ତ୍ରୀଠାରୁ ଥିଲେ [୪:୨୨] ।

Galatians 4:26

କିଏ ପାଉଲଙ୍କ ଏବଂ ବିଶ୍ଵାସ କରୁଥିବା ଗାଲାତୀୟମାନଙ୍କ ସାଙ୍କେତିକ ମାତା ଥିଲେ ?

ଉର୍ଦ୍ଧ୍ୱରେ ଥିବା ଯିରୁଶାଲମ, ସ୍ଵାଧିନ ସ୍ତ୍ରୀମାନେ, ପାଉଲ ଏବଂ ବିଶ୍ଵାସ କରୁଥିବା ଗାଲାତୀୟମାନଙ୍କ ସାଙ୍କେତିକ ମାତା ଥିଲେ [୪:୨୬] ।

Galatians 4:28

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ଶରୀରର ସନ୍ତାନ ଅଟନ୍ତି ନା ପ୍ରତିଜ୍ଞାର ସନ୍ତାନ ଅଟନ୍ତି ?

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ପ୍ରତିଜ୍ଞାର ସନ୍ତାନମାନେ ଅଟନ୍ତି [୪:୨୮] ।

କିଏ ପ୍ରତିଜ୍ଞାର ସନ୍ତାନମାନଙ୍କୁ ତାଡନା କରନ୍ତି ?

ଶରୀରର ସନ୍ତାନମାନେ ପ୍ରତିଜ୍ଞାର ସନ୍ତାନମାନଙ୍କୁ ତାଡନା କରନ୍ତି [୪:୨୯] ।

Galatians 4:30

ଦାସୀ ସ୍ତ୍ରୀର ସନ୍ତାନମାନେ କ'ଣ ପାଇବେ ?

ଦାସୀ ସ୍ତ୍ରୀର ସନ୍ତାନମାନେ ସ୍ଵାଧିନ ସ୍ତ୍ରୀର ସନ୍ତାନମାନଙ୍କ ସହ ଉତ୍ତରାଧିକାରୀ ହୋଇପାରିବେ ନାହିଁ [୪:୩୦] ।

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ଦାସୀ ସ୍ତ୍ରୀର ସନ୍ତାନ ଅଟନ୍ତି ନା ସ୍ଵାଧିନ ସ୍ତ୍ରୀର ସନ୍ତାନ ଅଟନ୍ତି ?

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ସ୍ଵାଧିନ ସ୍ତ୍ରୀର ସନ୍ତାନ ଅଟନ୍ତି [୪:୩୧] ।


Chapter 5

1 ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି; ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଯୁଆଳିରେ ଆଉ ଥରେ ଯୋଚା ନ ଯାଅ । 2 ଦେଖ, ମୁଁ ପାଉଲ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭମାନଙ୍କର ସୁନ୍ନତ ହୁଏ, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ । 3 ମୁଁ ସୁନ୍ନତ ପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ, ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ । 4 ତୁମ୍ଭେମାନେ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇଅଛ, ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ । 5 କାରଣ ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ । 6 ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର । 7 ତୁମ୍ଭେମାନେ ତ ଉତ୍ତମ ରୂପେ ଦୌଡ଼ୁଥିଲ; କିଏ ତୁମ୍ଭମାନଙ୍କୁ ବାଧା ଦେଲା ଯେ, ସତ୍ୟର ଅବାଧ୍ୟ ହୋଇଅଛ ? 8 ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତାଙ୍କଠାରୁ ଏହି ପ୍ରବର୍ତ୍ତନା ଆସି ନାହିଁ । 9 ଅଳ୍ପ ଖମୀର ପିଣ୍ଡୁଳାଯାକ ଖମୀରମୟ କରିଦିଏ । 10 ତୁମ୍ଭେମାନେ ଯେ ଅନ୍ୟ ପ୍ରକାର ବିଚାର କରିବ ନାହିଁ, ଏହା ମୁଁ ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଦୃଢ଼ ବିଶ୍ୱାସ କରୁଅଛି; କିନ୍ତୁ ଯେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି, ସେ ଯେ କେହି ହେଉ, ଆପଣାର ଦଣ୍ଡ ବହନ କରିବ । 11 କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତ ବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏ ତାଡ଼ନା ଭୋଗ କରୁଅଛି ? ତାହାହେଲେ କ୍ରୁଶ ତ ଆଉ ବିଘ୍ନର କାରଣ ନୁହେଁ । 12 ଯେଉଁମାନେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି, ସେମାନେ ସମ୍ପୂର୍ଣ୍ଣ ଅଙ୍ଗହୀନ ହେଲେ, ଭଲ ହୁଅନ୍ତା । 13 କାରଣ, ହେ ଭାଇମାନେ, ତୁମ୍ଭେମାନେ ସ୍ୱାଧୀନତା ନିମନ୍ତେ ଆହୂତ ହୋଇଅଛ; କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପରର ସେବା କର । 14 କାରଣ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, "ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।'' 15 କିନ୍ତୁ ତୁମ୍ଭେମାନେ ଯଦି କାମୁଡ଼ାକାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ ।

16 ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ । 17 କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ, ଯେଣୁ ଏହି ଦୁଇ ପରସ୍ପରର ବିପରୀତ; ଫଳତଃ ତୁମ୍ଭେମାନେ ଯାହା ଯାହା ଇଚ୍ଛା କର, ସେହି ସବୁ କରି ପାର ନାହିଁ । 18 କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ । 19 ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟରୂପେ ଜଣା: ବ୍ୟଭିଚାର, ଅଶୁଚିତା 20 କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, 21 ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ । 22 କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁୁତା, ପରୋପକାରିତା, 23 ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ । 24 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି । 25 ଯଦି ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହୋଇଅଛୁ, ତେବେ ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ । 26 ଆମ୍ଭେମାନେ ବୃଥା ଗର୍ବୀ ହୋଇ ପରସ୍ପରକୁ ବିରକ୍ତ ନ କରୁ ଓ ପରସ୍ପରକୁ ଈର୍ଷା ନ କରୁ ।



Translation Questions

Galatians 5:1

କେଉଁ ଉଦ୍ଦେଶ୍ୟରେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି ?

ସ୍ଵାଧିନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି [୫:୧] ।

ପାଉଲ କ'ଣ ଗାଲାତୀୟମାନଙ୍କୁ ସାବଧାନ କଲେ ଯଦି ସେମାନେ ସୁନ୍ନତ ହୋଇଯାଆନ୍ତି ?

ପାଉଲ କହନ୍ତି, ଯଦି ଗାଲତୀୟମାନେ ସୁନ୍ନତ ହୁଅନ୍ତି, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ସେମାନଙ୍କ କୌଣସି ଲାଭ ହେବ ନାହିଁ [୫:୨] ।

Galatians 5:3

ପାଉଲ ସମସ୍ତ ଗାଲତୀୟମାନଙ୍କୁ କ'ଣ ହେବ ବୋଲି ସାବଧାନ କଲେ ଯେଉଁମାନେ ବ୍ୟବସ୍ଥାକୁ ଅନୁକରଣ କରିବା ଦ୍ଵାରା ଧାର୍ମିକ ହେବାକୁ ଚେଷ୍ଟା କରନ୍ତି ?

ପାଉଲ ସାବଧାନ କଲେ ଯେ ସମସ୍ତ ଗାଲତୀୟମାନେ ଯେଉଁମାନେ ବ୍ୟବସ୍ଥାକୁ ଅନୁକରଣ କରିବା ଦ୍ଵାରା ଧାର୍ମିକ ହେବାକୁ ଚେଷ୍ଟା କରନ୍ତି ଖ୍ରୀଷ୍ଟଙ୍କଠାରୁ ବିଛିନ୍ନ ହେବେ ଏବଂ ଅନୁଗ୍ରହ ହ୍ରାସ ପାଇବ [୫:୪] ।

Galatians 5:5

ସୁନ୍ନତ ଏବଂ ଅସୁନ୍ନତ ବିରୁଦ୍ଧରେ, କେବଳ କେଉଁ ବିଷୟ ଯାହାର ଅର୍ଥ ଖ୍ରୀଷ୍ଟଙ୍କ ଠାରେ ସବୁକିଛି ଅଟେ ?

ଖ୍ରୀଷ୍ଟଙ୍କଠାରେ, ପ୍ରେମ ଦ୍ଵାରା କାର୍ଯ୍ୟକାରୀ ହେଉଥିବା କେବଳ ବିଶ୍ଵାସର ଅର୍ଥ ସବୁକିଛି ଅଟେ [୫:୬] ।

Galatians 5:9

ପାଉଲ କେଉଁ ବିଷୟ ପ୍ରତି ନିଶ୍ଚିତ ଅଟନ୍ତି ଯିଏ, ଗାଲତୀୟମାନଙ୍କୁ ସୁସମାଚାର ବିଷୟରେ ବିଭ୍ରାନ୍ତ କରିଛନ୍ତି ?

ପାଉଲ ନିଶ୍ଚିତ ଅଟନ୍ତି ଯେ, ଯିଏ ସୁସମାଚାର ବିଷୟରେ ଗାଲତୀୟମାନଙ୍କୁ ବିଭ୍ରାନ୍ତ କରିଛନ୍ତି, ଈଶ୍ଵରଙ୍କ ଦଣ୍ଡକୁ ବହନ କରିବେ [୫:୧୦] ।

Galatians 5:11

ପାଉଲ କହନ୍ତି ଯେ ସୁନ୍ନତ କ'ଣ ବିଭ୍ରାନ୍ତ କରିଥାଏ ?

ପାଉଲ କହନ୍ତି ଯେ ସୁନ୍ନତ କ୍ରୁଶର ପ୍ରତିବନ୍ଧ ହୋଇ ବିଭ୍ରାନ୍ତ କରିଥାଏ [୫:୧୧] ।

Galatians 5:13

ବିଶ୍ଵାସୀମାନେ କିପରି ଖ୍ରୀଷ୍ଟରେ ସେମାନଙ୍କ ସ୍ଵାଧିନତାକୁ ବ୍ୟବହାର କରିପାରିବେ ?

ପରସ୍ପରକୁ ପ୍ରେମରେ ସେବା କରିବା ଦ୍ଵାରା ବିଶ୍ଵାସୀମାନେ ସେମାନଙ୍କ ସ୍ଵାଧିନତାକୁ ବ୍ୟବହାର କରିପାରିବେ [୫:୧୩] ।

ସମସ୍ତ ବ୍ୟବସ୍ଥା କେଉଁ ଗୋଟିଏ ଆଜ୍ଞାରେ ସମ୍ପୁର୍ଣ୍ଣ ହୋଇଥାଏ ?

ସମସ୍ତ ବ୍ୟବସ୍ଥା ଏକ ଆଜ୍ଞାରେ ସମ୍ପୁର୍ଣ୍ଣ ହୋଇଥାଏ, "ଆପଣ ଆପଣଙ୍କ ପ୍ରତିବାସୀଙ୍କୁ ଆପଣଙ୍କ ପରି ପ୍ରେମ କରିବା ଉଚିତ୍" [୫:୧୪] ।

Galatians 5:16

କିପରି ବିଶ୍ଵାସୀମାନେ ଶରୀରର ଅଭିଳାଷକୁ ପୁର୍ଣ୍ଣ କରିବା ଉଚିତ୍ ନୁହେଁ ?

ବିଶ୍ଵାସୀମାନେ ଆତ୍ମାରେ ବାସ କରିବା ଦ୍ଵାରା ଶରୀରର ଅଭିଳାଷକୁ ପୁରଣ କରିପାରିବେ ନାହିଁ [୫:୧୬] ।

ବିଶ୍ଵାସୀମାନଙ୍କ ମଧ୍ୟରେ କେଉଁ ଦୁଇ ବିଷୟଗୁଡିକ ପରସ୍ପରକୁ ବିରୋଧ କରିଥାଏ ?

ବିଶ୍ଵାସୀମାନଙ୍କ ମଧ୍ୟରେ ଆତ୍ମା ଏବଂ ଶରୀର ପରସ୍ପରକୁ ବିରୋଧ କରିଥାଏ [୫:୧୭]।

Galatians 5:19

ଶାରୀରିକ କାର୍ଯ୍ୟର ତିନି ଉଦାହରଣଗୁଡିକ କ'ଣ କ'ଣ ଅଟେ ?

ଶାରୀରିକ କାର୍ଯ୍ୟର ତିନି ଉଦାହରଣଗୁଡିକ କୌଣସି ତିନି ବିଷୟ ଦିଆଯାଇଥିବା ଏହି ତାଲିକା ମଧ୍ୟରୁ ହୋଇପାରେ - ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମାପୁଜା, କୁହୁକ, ଶତ୍ରୁତା, ବିବାଦ, ଦ୍ଵେଷ, କ୍ରୋଧ, ସ୍ଵାର୍ଥପରତା, ଦଳଭେଦ, ମତଭେଦ, ଇର୍ଷା, ମତ୍ତତା, ରଙ୍ଗରସ [୫:୨୦-୨୧] ।

ଯେଉଁମାନେ ଶାରୀରିକ କାର୍ଯ୍ୟକୁ ଅଭ୍ୟାସ କରନ୍ତି, ସେମାନେ କ'ଣ ପାଇପାରିବେ ନାହିଁ ?

ଯେଉଁମାନେ ଶାରୀରିକ ଅଭିଳାଷକୁ ଅଭ୍ୟାସ କରନ୍ତି, ଈଶ୍ଵରଙ୍କ ରାଜ୍ୟକୁ ପାଇପାରିବେ ନାହିଁ [୫:୨୧] ।

Galatians 5:22

ଆତ୍ମାଙ୍କର ଫଳକ'ଣ ଅଟେ ?

ଆତ୍ମାର ଫଳ ହେଉଛି - ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ଵସ୍ତତା, ମୃଦୁତା ଏବଂ ଆତ୍ମସଂଯମ [୫:୨୨-୨୩] ।

ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଅଟନ୍ତି ଶରୀର ଏବଂ ଏହାର ଅଭିଳାଷ ସହିତ କ'ଣ କରିଛନ୍ତି ?

ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଅଟନ୍ତି, ଶରୀର ଏବଂ ଏହାର ଅଭିଳାଷକୁ କ୍ରୁଶାର୍ପିତ କରିଅଛନ୍ତି [୫:୨୪] ।


Chapter 6

1 ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ, ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ି ପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ । 2 ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମୋଶାଙ୍କ ବ୍ୟବସ୍ଥା ସଫଳ କରିବ । 3 ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ । 4 କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ; 5 କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ । 6 କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ । 7 ଭ୍ରାନ୍ତ ନ ହୁଅ; ଈଶ୍ୱର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ । 8 ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ । 9 ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଲାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା । 10 ଅତଏବ, ଆମ୍ଭେମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ, ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ ।

11 ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି । 12 ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି । 13 କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରି ପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି । 14 କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋ'ଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋ' ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି । 15 କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର । 16 ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ୱରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ । 17 ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି । 18 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ । ଆମେନ୍‍ ।



Translation Questions

Galatians 6:1

ଯେଉଁମାନେ ଆତ୍ମିକ ଅଟନ୍ତି, ସେମାନେ କ'ଣ କରିବା ଉଚିତ୍ ଯଦି ଜଣେ ବ୍ୟକ୍ତି କୌଣସି ଲଂଘନ କରୁଥିବାର ଧରାପଡେ ?

ଯେଉଁମାନେ ଆତ୍ମିକ ଅଟନ୍ତି, ସେହି ବ୍ୟକ୍ତିକୁ ମୃଦୁତାର ଆତ୍ମାରେ ପୁନଃସ୍ଥାପନ କରିବା ଆବଶ୍ୟକ ଅଟେ [୬:୧] ।

କେଉଁ ବିପଦଜନକ ବିଷୟ ପାଇଁ ଆତ୍ମିକମାନେ ସତର୍କ ରହିବା ଉଚିତ୍ ?

ଯେଉଁମାନେ ଆତ୍ମିକ ଅଟନ୍ତି, ସେମାନେ ଯେପରି ପରୀକ୍ଷାରେ ନ ପଡିବା ପାଇଁ ସତର୍କ ରହିବା ଉଚିତ୍ [୬:୧] ।

କିପରି ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କର ବ୍ୟବସ୍ଥାକୁ ପୁରଣ କରନ୍ତି ?

ପରସ୍ପରର ବୋଝକୁ ବହନ କରିବା ଦ୍ଵାରା ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କର ବ୍ୟବସ୍ଥାକୁ ପୁରଣ କରିପାରିବେ [୬:୨] ।

Galatians 6:3

କିପରି ଏକ ବ୍ୟକ୍ତି ଯାହା ତାହା ଠାରେ ଅଛି, ତାହାର କାର୍ଯ୍ୟ ପାଇଁ ଗର୍ବ କରିପାରେ ?

ଏକ ବ୍ୟକ୍ତି ତାହାର କାର୍ଯ୍ୟକୁ ସମୀକ୍ଷା କରିବା ଦ୍ଵାରା, ନିଜକୁ ଅନ୍ୟ କୌଣସି ବ୍ୟକ୍ତି ସହିତ ତୁଳନା କରିବା ବିନା ତାହାର ନିଜ କାର୍ଯ୍ୟ ଦ୍ଵାରା ଗର୍ବ କରିପାରେ [୬:୪] ।

Galatians 6:6

ଯେଉଁ ଜଣକୁ ବାକ୍ୟ ଶିଖାଯାଇଅଛି, ତାହାର ଗୁରୁ ସହିତ କ'ଣ କରିବା ଉଚିତ୍ ?

ଯେଉଁ ଜଣକୁ ବାକ୍ୟ ଶିଖାଯାଇଅଛି, ତାହାର ଗୁରୁ ସହିତ ସମସ୍ତ ଉତ୍ତମ ବିଷୟଗୁଡିକର ଅଂଶୀଦାର ହେବା ଉଚିତ୍ [୬:୬] ।

ଜଣେ ବ୍ୟକ୍ତି ଆତ୍ମିକ ଭାବରେ ଯାହାକିଛି ରୋପିଥାଏ, କ'ଣ ହୋଇଥାଏ ?

ଜଣେ ବ୍ୟକ୍ତି ଆତ୍ମିକ ଭାବରେ ଯାହାକିଛି ରୋପଣ କରିଥାଏ, ସେ ତାହା ଅମଳ କରିଵ [୬:୭] ।

ଯଦି ଜଣେ ବ୍ୟକ୍ତି ଶାରୀରିକ ଭାବରେ କିଛି ରୋପଣ କରିଥାଏ, ସେ କ'ଣ ଅମଳ କରିବ ?

ଜଣେ ବ୍ୟକ୍ତି ଯିଏ ନିଜ ଶରୀରରେ ରୋପଣ କରିଥାଏ, ସେ ଶରୀରଠାରୁ ଦୁର୍ନୀତି ଅମଳ କରିଥାଏ [୬:୮] ।

ଯଦି ଜଣେ ବ୍ୟକ୍ତି ଆତ୍ମାରେ ରୋପଣ କରିଥାଏ, ସେ କ'ଣ ଅମଳ କରେ ?

ଜଣେ ବ୍ୟକ୍ତି ଯିଏ ଆତ୍ମାରେ ରୋପଣ କରିଥାଏ, ସେ ଆତ୍ମାରୁ ଅନନ୍ତଜୀବନ ଅମଳ କରେ [୬:୮] ।

Galatians 6:9

ଯଦି ଜଣେ ବିଶ୍ଵାସୀ କ୍ଲାନ୍ତ ନ ହୋଇ ନିରନ୍ତର ଭାବରେ ଉତ୍ତମ କର୍ମ କରେ, ତେବେ ସେ କ'ଣ ପାଇଵ ?

ଜଣେ ବିଶ୍ଵାସୀ ଯିଏ ନିରନ୍ତର ଭାବରେ ଉତ୍ତମ କାର୍ଯ୍ୟ କରିଚାଲେ, ସେ ଅମଳ କରିଥାଏ [୬:୯] ।

କାହା ସହିତ ବିଶ୍ଵାସୀମାନେ ଉତ୍ତମ କର୍ମ କରିବା ଉଚିତ୍ ?

ବିଶ୍ଵାସୀମାନେ ବିଶ୍ଵାସର ରକ୍ଷକମାନଙ୍କ ସହିତ ବିଶେଷ ଭାବରେ ଉତ୍ତମ କାର୍ଯ୍ୟ କରିବା ଉଚିତ୍ [୬:୧୦] ।

Galatians 6:11

ଯେଉଁମାନେ ବିଶ୍ଵାସୀମାନଙ୍କୁ ସୁନ୍ନତ କରିବା ପାଇଁ ବାଧ୍ୟ କରନ୍ତି, ସେମାନଙ୍କ ଉଦ୍ଦେଶ୍ୟ କ'ଣ ଥାଏ ?

ଯେଉଁମାନେ ବିଶ୍ଵାସୀମାନଙ୍କୁ ସୁନ୍ନତ କରିବା ପାଇଁ ବାଧ୍ୟ କରନ୍ତି, ଖ୍ରୀଷ୍ଟଙ୍କ କ୍ରୁଶ ନିମନ୍ତେ ତାଡିତ ହେବା ପାଇଁ ଇଚ୍ଛା କରନ୍ତି ନାହିଁ [୬:୧୨] ।

Galatians 6:14

କେଉଁ ବିଷୟ ନିମନ୍ତେ ପାଉଲ ଗର୍ବୀ ଥିଲେ ବୋଲି କହନ୍ତି ?

ପାଉଲ କହିଲେ ଯେ ସେ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶ ନିମନ୍ତେ ଗର୍ବୀ ଥିଲେ [୬:୧୪] ।

ସୁନ୍ନତ କିମ୍ବା ଅସୁନ୍ନତ ବ୍ୟତୀତ, କ'ଣ ଗୁରୁତ୍ଵପୁର୍ଣ୍ଣ ଅଟେ ?

ନୁତନ ସୃଷ୍ଟି ହିଁ ଗୁରୁତ୍ଵପୁର୍ଣ୍ଣ ବିଷୟ ଅଟେ [୬:୧୫] ।

କାହା ଉପରେ ପାଉଲ ଶାନ୍ତି ଏବଂ କରୁଣା ଇଚ୍ଛା କରନ୍ତି ?

ପାଉଲ ସେମାନଙ୍କ ଉପରେ ଯିଏ ନୁତନ ସୃଷ୍ଟିର ନିୟମ ଅନୁସାରେ ଜୀବନଯାପନ କରନ୍ତି, ଈଶ୍ଵରଙ୍କ ଇସ୍ରାଏଲର ଉପରେ ଶାନ୍ତି ଏବଂ ଦୟା ଇଚ୍ଛା କରନ୍ତି [୬:୧୬] ।


Book: Ephesians

Ephesians

Chapter 1

1 ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ | 2 ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।

3 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, 4 ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ; 5 ପୁଣି, ସେ ଆମ୍ଭମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୁର୍ବରୁ ନିରୂପଣ କଲେ; 6 ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। 7 ତାହାଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। 8 ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। 9 ପୁର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି, 10 ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ। 11 ତାହାଙ୍କଠାରେ ମଧ୍ୟ ଆମ୍ଭେମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେମାନେ ପୁର୍ବରୁ ନିରୁପିତ ହେଲୁ, 12 ଯେପରି ଖ୍ରୀଷ୍ଟଙ୍କଠାରେ ପୁର୍ବରୁ ଭରସା କରିଥିଲୁ ଯେ ଆମ୍ଭେମାନେ, ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ପ୍ରଶଂସାର କାରଣ ହେଉ। 13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ; 14 ଈଶ୍ୱରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।

15 ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ, 16 ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ। 17 ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି; 18 ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କ'ଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କ'ଣ, 19 ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କ'ଣ, ଏହି ସବୁ ଜାଣି ପାର; 20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ, 21 ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରାଇଲେ, 22 ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ; 23 ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ୱରୂପ, ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା ।



Translation Questions

Ephesians 1:1

ଏହି ପତ୍ରରେ ସେ ଲେଖିଥିବା ଲୋକମାନଙ୍କୁ କିପରି ଭାବରେ ପାଉଲ ବର୍ଣ୍ଣନା କରନ୍ତି ?

ସେ ଲେଖିଥିବା ଲୋକମାନଙ୍କୁ ପାଉଲ ଯେପରି ଈଶ୍ଵରଙ୍କ ନିମନ୍ତେ ପୃଥିକୀକୃତ, ଏବଂ ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱସ୍ତଭାବରେ ପୁର୍ଣ୍ଣ ନିର୍ଭରଶୀଳ କହି ବର୍ଣ୍ଣନା କରନ୍ତି [୧:୧]।

Ephesians 1:3

ପିତା ଈଶ୍ଵର ବିଶ୍ଵାସୀମାନଙ୍କୁ କେଉଁ ଆଶୀର୍ବାଦ ଦ୍ଵାରା ଆଶିଷିତ କରିଅଛନ୍ତି ?

ପିତା ଈଶ୍ଵର ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ଵାରା ସ୍ଵର୍ଗରେ ଆଶୀର୍ବାଦ କରିଅଛନ୍ତି [୧:୩]।

ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରନ୍ତି ସେମାନଙ୍କୁ ପିତା ଈଶ୍ଵର କେବେ ମନୋନୀତ କଲେ ?

ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରନ୍ତି ସେମାନଙ୍କୁ ପିତା ଈଶ୍ଵର ଜଗତର ସୃଷ୍ଟି ପୁର୍ବେ ମନୋନୀତ କଲେ [୧:୪]।

ପିତା ଈଶ୍ଵର ବିଶ୍ଵାସୀମାନଙ୍କୁ କେଉଁ ଉଦ୍ଦେଶ୍ୟ ନିମନ୍ତେ ମନୋନୀତ କଲେ ?

ପିତା ଈଶ୍ଵର ବିଶ୍ଵାସୀମାନଙ୍କୁ ତାହାଙ୍କ ସାକ୍ଷାତରେ ସେମାନଙ୍କୁ ପବିତ୍ର ଓ ଅନିନ୍ଦନୀୟ ହେବା ନିମନ୍ତେ ମନୋନୀତ କରିଅଛନ୍ତି [୧:୪]।

Ephesians 1:5

ପିତା ଈଶ୍ଵର ପୁତ୍ରତ୍ଵ କରିବା ନିମନ୍ତେ ବିଶ୍ଵାସୀମାନଙ୍କୁ ପୁର୍ବରୁ କାହିଁକି ନିରୂପଣ କଲେ ?

ଈଶ୍ଵର ବିଶ୍ଵାସୀମାନଙ୍କୁ ପୁତ୍ରତ୍ଵ କରିବା ନିମନ୍ତେ ପୁର୍ବରୁ ନିରୂପଣ କଲେ କାରଣ ସେ ଆପଣ ସ୍ଵଚ୍ଛନ୍ଦ ଇଚ୍ଛାନୁସାରେ ଏହା କରିଥିଲେ, ଯାହା ଫଳରେ ତାହାଙ୍କ ଅନୁଗ୍ରହର ଗୌରବର ପ୍ରସଂଶା ହେବ [୧:୫-୬]।

Ephesians 1:7

ଈଶ୍ଵରଙ୍କ ପ୍ରିୟତମ, ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା କ'ଣ ପ୍ରାପ୍ତ ହୁଅନ୍ତି ?

ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ମୁକ୍ତି ଅର୍ଥାତ୍ ଅପରାଧସବୁରୁ କ୍ଷମା ପ୍ରାପ୍ତ ହୁଅନ୍ତି [୧:୭]।

Ephesians 1:9

ଈଶ୍ଵରଙ୍କର ସଂକଳ୍ପର କାଳର ପୁର୍ଣ୍ଣତା ଆସନ୍ତେ ଈଶ୍ଵର କ'ଣ କରିବେ ?

ସ୍ଵର୍ଗରେ ଏବଂ ପୃଥିବୀରେ ଥିବା ସମସ୍ତ ବିଷୟ ଈଶ୍ଵର ଖ୍ରୀଷ୍ଟଙ୍କଠାରେ ବଶିଭୂତା କରିବେ [୧:୧୦]।

Ephesians 1:13

ଯେତେବେଳେ ସେମାନେ ସତ୍ୟ ବାକ୍ୟ ଶୁଣିଲେ ବିଶ୍ଵାସୀମାନେ କେଉଁ ପ୍ରକାର ମୁଦ୍ରା ପ୍ରାପ୍ତ ହେଲେ ?

ବିଶ୍ଵାସୀମାନେ ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ଵାରା ମୁଦ୍ରାଙ୍କିତ ହେଲେ [୧:୧୩]।

ଆତ୍ମା କାହାର ନିଶ୍ଚୟତା ଅଟେ ?

ଆତ୍ମା ବିଶ୍ଵାସୀମାନଙ୍କ ଅଧିକାରର ନିଶ୍ଚୟତା ଅଟନ୍ତି [୧:୧୪]।

Ephesians 1:17

ଏଫିସୀୟମାନଙ୍କର ଆନ୍ତରିକ ଚକ୍ଷୁ ପ୍ରସନ୍ନ ହେବା ନିମନ୍ତେ ପାଉଲ କ'ଣ ପ୍ରାର୍ଥନା କରନ୍ତି ?

ଏଫିସୀୟମାନେ ଯେପରି ସେମାନଙ୍କର ଆହ୍ଵାନର ଭରସାକୁ ବୁଝିପାରିବେ, ସେମାନଙ୍କର ଅଧିକାରର ଗୌରବରୂପ ଧନକୁ ବୁଝିପାରିବେ, ଏବଂ ସେମାନଙ୍କଠାରେ ଈଶ୍ଵରଙ୍କ ଶକ୍ତିର ମହତ୍ତ୍ଵକୁ ବୁଝିପାରିବେ ସେଥିପାଇଁ ପାଉଲ ପ୍ରାର୍ଥନା କରନ୍ତି [୧:୧୮-୧୯]।

Ephesians 1:19

ବର୍ତ୍ତମାନ ଯେଉଁ ଶକ୍ତି ବିଶ୍ଵାସୀମାନଙ୍କଠାରେ କାର୍ଯ୍ୟ କରୁଅଛି ସେହି ଶକ୍ତି ଖ୍ରୀଷ୍ଟଙ୍କଠାରେ କିପରି କାର୍ଯ୍ୟ କଲା ?

ସେହି ଶକ୍ତି ଖ୍ରୀଷ୍ଟଙ୍କୁ ମୃତରୁ ଉତ୍ଥିତ କଲା ଏବଂ ସ୍ଵର୍ଗରେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ତାହାଙ୍କୁ ଉପବେଶନ କଲା [୧:୨୦]।

Ephesians 1:22

ଖ୍ରୀଷ୍ଟଙ୍କ ପାଦ ତଳେ ଈଶ୍ଵର କ'ଣ ବଶୀଭୂତା କରିଅଛନ୍ତି ?

ଈଶ୍ଵର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପାଦ ତଳେ ବଶୀଭୂତା କରିଅଛନ୍ତି [୧:୨୨]।

ମଣ୍ଡଳୀରେ ଖ୍ରୀଷ୍ଟଙ୍କର ଅଧିକାରର ପଦ କ'ଣ ଅଟେ ?

ମଣ୍ଡଳୀର ସମସ୍ତ ବିଷୟର ମସ୍ତକ ଖ୍ରୀଷ୍ଟ ଅଟନ୍ତି [୧:୨୨]।

ମଣ୍ଡଳୀ କ'ଣ ଅଟେ ?

ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ଅଟେ [୧:୨୩]।


Chapter 2

1 ଏହି ସଂସାରର ଭାବାନୁସାରେ ପୁଣି, ଆକାଶମଣ୍ଡଳ ରାଜ୍ୟର ଅଧିପତି, 2 ଅର୍ଥାତ୍ ଯେଉଁ ଆତ୍ମା ଏବେ ହେଁ ଅନାଜ୍ଞାବହ ସନ୍ତାନମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୁର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ; 3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଲାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ, ପୁଣି, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ; 4 ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ, 5 ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି, 6 ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି, 7 ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। 8 କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ୱରଙ୍କ ଦାନ, 9 କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ । 10 କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତକାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୁର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ ।

11 ଅତଏବ ତୁମ୍ଭେମାନେ ପୁର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୂଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ, 12 ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ଇସ୍ରାଏଲର ପ୍ରଜାସତ୍ୱରହିତ , ଭରସାହୀନ ଓ ଈଶ୍ୱର ବିହୀନ ହୋଇଥିଲ, ଏହା ସ୍ମରଣ କର । 13 କିନ୍ତୁ ପୂର୍ବେ ତୁମ୍ଭେମାନେ ଦୂରରେ ଥିଲ ଯେ, ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ । 14 କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଛେଦପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି, 15 ପୁଣି, ବିଧିବିଧାନଯୁକ୍ତ ଆଜ୍ଞାମୂଳକ ମୋଶାଙ୍କ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି, 16 ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି । 17 ଆଉ ଦୂରରେ ଥିଲ ଯେ ତୁମ୍ଭେମାନେ, ଉଭୟଙ୍କ ନିକଟରେ ସେ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ; 18 କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ । 19 ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଅଟ; 20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେହି କୋଣର ପ୍ରଧାନ ପ୍ରସ୍ତର; 21 ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି; 22 ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ ।



Translation Questions

Ephesians 2:1

ସମସ୍ତ ଅବିଶ୍ଵାସୀମାନଙ୍କର ଆତ୍ମିକ ଅବସ୍ଥା କ'ଣ ଅଟେ ?

ସମସ୍ତ ଅବିଶ୍ଵାସୀମାନେ ସେମାନଙ୍କ ଅପରାଧ ଓ ପାପରେ ମୃତ ଅଟନ୍ତି [୨:୧]।

ଅନାଜ୍ଞାବହ ସନ୍ତାନମାନଙ୍କଠାରେ କିଏ କାର୍ଯ୍ୟ କରୁଅଛି ?

ଆକାଶମଣ୍ଡଳର ଅଧିପତିର ଆତ୍ମା ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ କରୁଅଛି [୨:୨]।

ସ୍ଵଭାବ ଦ୍ଵାରା, ଅବିଶ୍ଵାସୀମାନେ କ'ଣ ଅଟନ୍ତି ?

ସମସ୍ତ ଅବିଶ୍ଵାସୀମାନେ ସ୍ଵଭାବ ଦ୍ଵାରା କ୍ରୋଧର ପାତ୍ର ଅଟନ୍ତି [୨:୩]।

Ephesians 2:4

କାହିଁକି ଈଶ୍ଵର ଖ୍ରୀଷ୍ଟଙ୍କ ସହିତ କେତେକ ଅବିଶ୍ଵାସୀମାନଙ୍କୁ ନୂତନ ଜୀବନ ଦେଇଅଛନ୍ତି ?

ତାହାଙ୍କ ପ୍ରଚୁର ଦୟା ଏବଂ ମହା ପ୍ରେମ ହେତୁ ଈଶ୍ଵର ଖ୍ରୀଷ୍ଟଙ୍କ ସହିତ କେତେକ ଅବିଶ୍ଵାସୀମାନଙ୍କୁ ନୂତନ ଜୀବନ ଦେଇଅଛନ୍ତି [୨:୪-୫]।

ବିଶ୍ଵାସୀମାନେ କାହା ଦ୍ଵାରା ପରିତ୍ରାଣ ପାଇଅଛନ୍ତି ?

ଈଶ୍ଵରଙ୍କ ଅନୁଗ୍ରହ ଦ୍ଵାରା ବିଶ୍ଵାସୀମାନେ ପରିତ୍ରାଣ ପାଇଅଛନ୍ତି [୨:୫]।

ବିଶ୍ଵାସୀମାନେ କେଉଁଠି ଉପବେଶନ କରିଅଛନ୍ତି ?

ଖ୍ରୀଷ୍ଟ ଯୀଶୁଙ୍କ ସହିତ ବିଶ୍ଵାସୀମାନେ ସ୍ଵର୍ଗରେ ଉପବେଶନ କରିଅଛନ୍ତି [୨:୬]।

ଈଶ୍ଵର ବିଶ୍ଵାସୀମାନଙ୍କୁ କେଉଁ ଉଦ୍ଦେଶ୍ୟ ନିମନ୍ତେ ପରିତ୍ରାଣ ଓ ଉତ୍ଥିତ କରିଅଛନ୍ତି ?

ଈଶ୍ଵର ବିଶ୍ଵାସୀମାନଙ୍କୁ ପରିତ୍ରାଣ ଓ ଉତ୍ଥିତ କରିଅଛନ୍ତି ଯଦ୍ଵାରା ଆଗାମୀ ଯୁଗରେ ସେ ତାହାଙ୍କ ଅନୁଗ୍ରହର ଅତ୍ୟଧିକ ଧନ ସେମାନଙ୍କୁ ପ୍ରକାଶ କରିବେ [୨:୭]।

Ephesians 2:8

କେଉଁଥିରେ ବିଶ୍ଵାସୀ ଗର୍ବ ନ କରୁ, ଏବଂ କାହିଁକି ?

କୌଣସି ବିଶ୍ଵାସୀ ତାହାର କାର୍ଯ୍ୟରେ ଗର୍ବ ନ କରୁ, କାରଣ ସେ ଅନୁଗ୍ରହ ଦ୍ଵାରା ପରିତ୍ରାଣ ପାଇଅଛି ଯାହା ଈଶ୍ଵରଙ୍କ ଦାନ [୨:୮-୯]।

କେଉଁ ଉଦ୍ଦେଶ୍ୟ ନିମନ୍ତେ ଈଶ୍ଵର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ସୃଷ୍ଟି କରିଅଛନ୍ତି ?

ବିଶ୍ଵାସୀମାନଙ୍କ ନିମନ୍ତେ ଈଶ୍ଵରଙ୍କ ଉଦ୍ଦେଶ୍ୟ ଏହା ଯେ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଉତ୍ତମ କାର୍ଯ୍ୟରେ ଆଚରଣ କରିବେ [୨:୧୦]।

Ephesians 2:11

ଅବିଶ୍ଵାସୀ ବିଜାତିମାନଙ୍କର ଆତ୍ମିକ ଅବସ୍ଥା କ'ଣ ଅଟେ ?

ଅବିଶ୍ଵାସୀ ବିଜାତିମାନେ ଖ୍ରୀଷ୍ଟଙ୍କଠାରୁ ପୃଥକ, ଇସ୍ରାଏଲଠାରୁ ଅଲଗା, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଭରସାହୀନ ଏବଂ ଈଶ୍ଵରବିହୀନ ଅଟନ୍ତି [୨:୧୨]।

Ephesians 2:13

କେତେକ ଅବିଶ୍ଵାସୀ ବିଜାତିମାନଙ୍କୁ କ'ଣ ଈଶ୍ଵରଙ୍କ ନିକଟସ୍ଥ କରିଅଛି ?

କେତେକ ଅବିଶ୍ଵାସୀ ବିଜାତିମାନେ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ଈଶ୍ଵରଙ୍କ ନିକଟସ୍ଥ ହୋଇଅଛନ୍ତି [୨:୧୩]।

ବିଜାତି ଓ ଯିହୂଦୀମାନଙ୍କ ସମ୍ପର୍କକୁ ଖ୍ରୀଷ୍ଟ କିପରି ପରିବର୍ତ୍ତନ କଲେ ?

ତାହାଙ୍କ ଶରୀର ଦ୍ଵାରା, ଶତ୍ରୁତାର ମଧ୍ୟବର୍ତ୍ତୀ ବିଚ୍ଛେଦପ୍ରାଚୀର ଭଗ୍ନ କରି, ଖ୍ରୀଷ୍ଟ ବିଜାତି ଓ ଯିହୂଦୀମାନଙ୍କୁ ଏକ କଲେ [୨:୧୪]।

ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ ଶାନ୍ତି ଆଣିବା ପାଇଁ ଖ୍ରୀଷ୍ଟ କ'ଣ ବିନାଶ କଲେ ?

ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ ଶାନ୍ତି ଆଣିବାକୁ ଖ୍ରୀଷ୍ଟ ବ୍ୟବସ୍ଥାର ଆଜ୍ଞାଗୁଡିକୁ ଏବଂ ନୀତିନିୟମକୁ ବିନାଶ କଲେ [୨:୧୫-୧୬]।

Ephesians 2:17

କାହା ଦ୍ଵାରା ସମସ୍ତ ବିଶ୍ଵାସୀମାନେ ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛନ୍ତି ?

ପବିତ୍ର ଆତ୍ମାଙ୍କ ଦ୍ଵାରା ସମସ୍ତ ବିଶ୍ଵାସୀମାନେ ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛନ୍ତି [୨:୧୮]।

Ephesians 2:19

ଈଶ୍ଵରଙ୍କ ପରିବାର କେଉଁ ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛି ?

ଈଶ୍ଵରଙ୍କ ପରିବାର ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛି, ଏବଂ ସେଥିର କୋଣର ପ୍ରଧାନ ପ୍ରସ୍ତର ଖ୍ରୀଷ୍ଟ ଅଟନ୍ତି [୨:୨୦]।

ତାହାର ପରିବାରର ଗୃହ ସହିତ ଖ୍ରୀଷ୍ଟଙ୍କର ଶକ୍ତି କ'ଣ କରେ ?

ଯୀଶୁଙ୍କ ଶକ୍ତି ଏକତ୍ର ସଂଲଗ୍ନ କରେ ଏବଂ ତାହାଙ୍କ ପରିବାରର ସମସ୍ତ ଗୃହକୁ ବୃଦ୍ଧି କରେ [୨:୨୧]।

ଈଶ୍ଵରଙ୍କ ପରିବାରର ଗୃହ କେଉଁ ପ୍ରକାରର ଗୃହ ଅଟେ ?

ଈଶ୍ଵରଙ୍କ ପରିବାରର ଗୃହ ପ୍ରଭୁଙ୍କ ନିମନ୍ତେ ଏକ ପୃଥକୀକୃତ ମନ୍ଦିର ଅଟେ [୨:୨୧]।

ଆତ୍ମାରେ ଈଶ୍ଵର କେଉଁଠାରେ ବାସ କରନ୍ତି ?

ଆତ୍ମାରେ ଈଶ୍ଵର ବିଶ୍ଵାସୀମାନଙ୍କଠାରେ ବାସ କରନ୍ତି [୨:୨୨]।


Chapter 3

1 ଏଥି ନିମନ୍ତେ ମୁଁ ପାଉଲ, ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ 2 ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ତ ଶୁଣିଥିବ, 3 ଅର୍ଥାତ୍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସକ୍ଷିପ୍ତ ଭାବରେ ଲେଖିଅଛି । 4 ତାହା ପଢି ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ୱରେ ମୋର ଜ୍ଞାନର ପରିଚୟ ପାଇ ପାର; 5 ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା, 6 ଅର୍ଥାତ୍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୂଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି; 7 ଈଶ୍ୱରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି। 8 ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୂଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ, 9 ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ୱରଙ୍କଠାରେ ପ୍ରାଚୀନ କାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କ'ଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, 10 ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱର ଯେଉଁ ଚିରନ୍ତନ ସଂକଳ୍ପ କରିଥିଲେ, 11 ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ; 12 ସେହି ପ୍ରଭୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି, ଈଶ୍ୱରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ । 13 ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କ ଗୌରବ ।

14 ଏଥି ନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ, 15 ତାହାଙ୍କ ଛାମୁରେ ମୁଁ ଆଣ୍ଠୁପାତି ପ୍ରାର୍ଥନା କରୁଅଛି, 16 ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି, 17 ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି, 18 ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈୖର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ, 19 ଆଉ ସେହି ପ୍ରକାରେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ ।

20 ଯେଉଁ ଈଶ୍ୱର ଅାମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବା ଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି, 21 ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ । ଆମେନ୍।



Translation Questions

Ephesians 3:1

ଈଶ୍ଵର ପାଉଲଙ୍କୁ କାହାର ଲାଭ ନିମନ୍ତେ ଅନୁଗ୍ରହ ଦାନ କରିଥିଲେ ?

ଈଶ୍ଵର ପାଉଲକୁ ବିଜାତି ମାନଙ୍କର ଲାଭ ନିମନ୍ତେ ଅନୁଗ୍ରହ ଦାନ କରିଥିଲେ [୩:୧-୨]।

Ephesians 3:3

ପୁର୍ବକାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ କ'ଣ ପ୍ରକାଶ କରା ଯାଇ ନ ଥିଲା ?

ଖ୍ରୀଷ୍ଟଙ୍କର ଗୁପ୍ତର ସତ୍ୟ ଜ୍ଞାନ ପୁର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶ କରା ଯାଇ ନ ଥିଲା [୩:୩-୫]।

ପୁର୍ବକାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ଯାହା ପ୍ରକାଶ କରା ଯାଇ ନ ଥିଲା ତାହା ଈଶ୍ଵର କାହାକୁ ପ୍ରକାଶ କରିଅଛନ୍ତି ?

ଖ୍ରୀଷ୍ଟଙ୍କ ବିଷୟର ଗୁପ୍ତ ସତ୍ୟ ଈଶ୍ଵର ତାହାଙ୍କ ପ୍ରେରିତ ଏବଂ ଭାବବାଦୀମାନଙ୍କୁ ପ୍ରକାଶିତ କରିଅଛନ୍ତି [୩:୫]।

Ephesians 3:6

କେଉଁ ଗୁପ୍ତ ସତ୍ୟ ପ୍ରକାଶିତ ହୋଇଅଛି ?

ପ୍ରକାଶିତ ହୋଇଥିବା ଗୁପ୍ତ ସତ୍ୟ ହେଉଛି ବିଜାତିମାନେ ମଧ୍ୟ ଅଂଶଧାରୀ ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ, ପୁଣି ଖ୍ରୀଷ୍ଟ ଯୀଶୁଙ୍କଠାରେ ପ୍ରତିଜ୍ଞାର ସହଭାଗୀ ଅଟନ୍ତି [୩:୬]।

ପାଉଲଙ୍କୁ କେଉଁ ଦାନ ଦିଆଯାଇଥିଲା ?

ଈଶ୍ଵରଙ୍କ ଅନୁଗ୍ରହର ଦାନ ପାଉଲଙ୍କୁ ଦିଆଯାଇଥିଲା [୩:୭]।

Ephesians 3:8

କେଉଁ ବିଷୟରେ ବିଜାତିମାନଙ୍କୁ ଆଲୋକିତ କରିବାକୁ ପାଉଲଙ୍କୁ ପଠାଯାଇଥିଲା ?

ଈଶ୍ଵରଙ୍କ ଯୋଜନାକୁ ଆଲୋକିତ କରିବାକୁ ପାଉଲଙ୍କୁ ବିଜାତିମାନଙ୍କ ନିକଟକୁ ପଠାଯାଇଥିଲା [୩:୯]।

Ephesians 3:10

କାହା ମଧ୍ୟ ଦେଇ ଈଶ୍ଵରଙ୍କ ବହୁବିଧ ଜ୍ଞାନ ଜଣାଯିବ ?

ମଣ୍ଡଳୀ ମଧ୍ୟ ଦେଇ ଈଶ୍ଵରଙ୍କ ବହୁବିଧ ଜ୍ଞାନ ଜଣାଯିବ [୩:୧୦]।

Ephesians 3:12

ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ବିଶ୍ଵାସୀମାନଙ୍କ ପାଖରେ କ'ଣ ଅଛି ବୋଲି ପାଉଲ କହନ୍ତି ?

ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ବିଶ୍ଵାସୀମାନଙ୍କ ପାଖରେ ସାହସ ପୁଣି ଈଶ୍ଵରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛନ୍ତି [୩:୧୨]।

Ephesians 3:14

ପିତାଙ୍କନାମରେ କ'ଣ ନାମିତ କରାଯାଇଅଛି ପୁଣି ସୃଷ୍ଟି ହୋଇଅଛି ?

ସ୍ଵର୍ଗ ଓ ପୃଥିବୀସ୍ଥ ସମସ୍ତ ପରିବାର ପିତାଙ୍କ ନାମରେ ସୃଷ୍ଟି ଏବଂ ନାମିତ ହୋଇଅଛନ୍ତି [୩:୧୪-୧୫]।

ବିଶ୍ଵାସୀମାନେ ବଳବାନ୍ ହେବା ପାଇଁ ପାଉଲ କିପରି ପ୍ରାର୍ଥନା କରନ୍ତି ?

ବିଶ୍ଵାସୀମାନେ ଯେପରି ଈଶ୍ଵରଙ୍କ ଆତ୍ମା, ଯେ ସେମାନଙ୍କଠାରେ ବାସ କରେ ତାହାଙ୍କ ଶକ୍ତି ଦ୍ଵାରା ଶକ୍ତି ପ୍ରାପ୍ତ ହୋଇ ବଳବାନ୍ ହେବେ ସେଥିପାଇଁ ପାଉଲ ପ୍ରାର୍ଥନା କରନ୍ତି [୩:୧୬-୧୭]।

Ephesians 3:17

ବିଶ୍ଵାସୀମାନେ କ'ଣ ବୁଝିବାରେ ସକ୍ଷମ ହେବାକୁ ପାଉଲ ପ୍ରାର୍ଥନା କରନ୍ତି ?

ବିଶ୍ଵାସୀମାନେ ଯେପରି ଖ୍ରୀଷ୍ଟଙ୍କ ପ୍ରେମର ଯେ କେତେ ଦୈର୍ଘ୍ୟ, ଓ ପ୍ରସ୍ଥ ଓ ଉଚ୍ଚତା ଓ ଗଭୀରତାକୁ ବୁଝିପାରିବେ ସେଥିପାଇଁ ପାଉଲ ପ୍ରାର୍ଥନା କରନ୍ତି [୩:୧୮]।

Ephesians 3:20

ପୁରୁଷାନୁକ୍ରମେ ପିତାଙ୍କୁ କ'ଣ ଦେବା ନିମନ୍ତେ ପାଉଲ ପ୍ରାର୍ଥନା କରନ୍ତି ?

ପୁରୁଷାନୁକ୍ରମେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ପିତାଙ୍କୁ ଗୌରବ ଦେବା ନିମନ୍ତେ ପାଉଲ ପ୍ରାର୍ଥନା କରନ୍ତି [୩:୨୧]।


Chapter 4

1 ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର, 2 ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ; 3 ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ । 4 ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୁତ ହୋଇଅଛ; 5 ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ୱର ଓ ପିତା; 6 ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି । 7 କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦିଆଯାଇଅଛି। 8 ଏଥି ନିମନ୍ତେ ଉକ୍ତ ଅଛି, ସେ ଊର୍ଦ୍ଧ୍ୱକୁ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ । 9 (ସେ ଆରୋହଣ କଲେ ବୋଲି କହିଲେ ଅର୍ଥ କ'ଣ? ନା, ସେ ମଧ୍ୟ ନିଚସ୍ଥ ପୃଥିବୀକୁ ଅବତରଣ କରିଥିଲେ । 10 ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ମଧ୍ୟ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ଆରୋହଣ କଲେ।) 11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି, 12 ଯେପରି ସାଧୁମାନେ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ, 13 ଶେଷରେ ଯେପରି ଆମ୍ଭମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ, 14 ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ, 15 କିନ୍ତୁୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ଵରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ; 16 ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି ।

17 ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ; 18 ସେମାନେ ଆପଣାମାନଙ୍କ ଠାରେ ଥିବା ମୁର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ୱରଙ୍କଠାରୁ ବିଛିନ୍ନ ହୋଇଅଛନ୍ତି; 19 ସେମାନେ ଜଡବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି । 20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେପ୍ରକାରେ ଶିକ୍ଷା କରି ନାହଁ; 21 ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ, 22 ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ, ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ, 23 ପୁଣି, ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ, 24 ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ ।

25 ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ । 26 କ୍ରୋଧ କର କିନ୍ତୁ ପାପ କର ନାହିଁ; ସୁର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି, ଶୟତାନକୁ ସ୍ଥାନ ଦିଅ ନାହିଁ । 27 ଚୋର ଆଉ ଚୋରି ନ କରୁ, 28 ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥି ନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ । 29 ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ । 30 ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ , ତାହାଙ୍କୁ ଦୁଃଖ ଦିଅ ନାହିଁ । 31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୁର ହେଉ; 32 ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର ।



Translation Questions

Ephesians 4:1

ବିଶ୍ଵାସୀମାନଙ୍କୁ କିପରି ଆଚରଣ କରିବା ନିମନ୍ତେ ପାଉଲ ଅନୁରୋଧ କରନ୍ତି ?

ପ୍ରେମରେ ପ୍ରତ୍ୟେକଙ୍କୁ ଗ୍ରହଣ କରି ନମ୍ରତା, ମୃଦୁତା, ଏବଂ ଧୈର୍ଯ୍ୟ ସହ ଆଚରଣ କରିବାକୁ ପାଉଲ ବିଶ୍ଵାସୀମାନଙ୍କୁ ଅନୁରୋଧ କରନ୍ତି [୪:୧-୨]।

Ephesians 4:4

ପାଉଲ ତାହାଙ୍କ ବିଷୟର ତାଲିକାରେ କେଉଁସବୁ ନାମ ଦିଅନ୍ତି ଯାହାର କେବଳ 'ଏକ' ହିଁ ଅଟେ ?

ଏକ ଶରୀର, ଏକ ଆତ୍ମା, ଏକ ଭରସା, ଏକ ପ୍ରଭୁ, ଏକ ବିଶ୍ଵାସ, ଏକ ବାପ୍ତିସ୍ମ, ଓ ଏକ ଈଶ୍ଵର ଓ ପିତା ବୋଲି ପାଉଲ କହନ୍ତି [୪:୪-୬]।

Ephesians 4:7

ଖ୍ରୀଷ୍ଟ ତାହାଙ୍କ ଆରୋହଣ ପରେ ପ୍ରତ୍ୟେକ ବିଶ୍ଵାସୀମାନଙ୍କୁ କ'ଣ ଦେଲେ ?

ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ପ୍ରତ୍ୟେକ ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟ ଏକ ଦାନ ଦେଲେ [୪:୭-୮]।

Ephesians 4:11

ଖ୍ରୀଷ୍ଟଙ୍କର କେଉଁ ପାଞ୍ଚୋଟି ଦାନ ଯାହା ତାହାଙ୍କ ଶରୀରର ବୃଦ୍ଧି ନିମନ୍ତେ ଦିଆଯାଇଛି ସେଗୁଡିକ କ'ଣ ଯାହା ପାଉଲ ନାମକରଣ କରିଅଛନ୍ତି ?

ଖ୍ରୀଷ୍ଟ କାହାକାହାକୁ ପ୍ରେରିତ, ଭାବବାଦୀ, ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକର ଦାନ ଦେଇଅଛନ୍ତି [୪:୧୧]।

ଏହି ପାଞ୍ଚୋଟି ଦାନ ଶରୀରର କେଉଁ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ଉଚିତ୍ ?

ଏହି ପାଞ୍ଚୋଟି ଦାନ ସେବାର କାର୍ଯ୍ୟ ନିମନ୍ତେ ବିଶ୍ଵାସୀମାନଙ୍କୁ ବୃଦ୍ଧି କରିବାକୁ, ପୁଣି ଖ୍ରୀଷ୍ଟଙ୍କ ଶରୀରର ନିଷ୍ଠାପ୍ରାପ୍ତ ନିମନ୍ତେ ଦିଆଯାଇଅଛି [୪:୧୨]।

Ephesians 4:14

ବିଶ୍ଵାସୀମାନେ ଶିଶୁ ପରି କିପରି ହୋଇପାରନ୍ତି ବୋଲି ପାଉଲ କହନ୍ତି ?

ମନୁଷ୍ୟମାନଙ୍କ ଶଠତା ଓ ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଧୂର୍ତ୍ତତା ଦ୍ଵାରା ବିଶ୍ଵାସୀମାନେ ଶିଶୁ ପରି ହୋଇପାରନ୍ତି [୪:୧୪]।

ବିଶ୍ଵାସୀମାନଙ୍କର ଶରୀର କିପରି ଗଠନ ହୋଇଅଛି ବୋଲି ପାଉଲ କହନ୍ତି ?

ବିଶ୍ଵାସୀମାନଙ୍କର ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ଵାରା, ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ, ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରନ୍ତି [୪:୧୬]।

Ephesians 4:17

ବିଜାତିମାନେ କିପରି ଆଚରଣ କରନ୍ତି ବୋଲି ପାଉଲ କହନ୍ତି ?

ବିଜାତିମାନେ ସେମାନଙ୍କର ବୁଦ୍ଧିରେ ଅନ୍ଧକାରଛନ୍ନ, ପୁଣି ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ, ଏବଂ ସମସ୍ତ ଅଶୁଚି କର୍ମ କରିବା ନିମନ୍ତେ ନିଜକୁ ସମର୍ପଣ କରିଅଛନ୍ତି [୪:୧୭-୧୯]।

Ephesians 4:23

ବିଶ୍ଵାସୀମାନଙ୍କୁ କ'ଣ ପରିତ୍ୟାଗ କରିବାକୁ ପୁଣି ପରିଧାନ କରିବାକୁ ପାଉଲ କହନ୍ତି ?

ବିଶ୍ଵାସୀମାନଙ୍କୁ ପୁରାତନ ସ୍ଵଭାବକୁ ପରିତ୍ୟାଗ କରିବାକୁ, ଯାହା ଭ୍ରଷ୍ଟ ହୋଇଅଛି, ଏବଂ ନୂତନ ସ୍ଵଭାବକୁ ପରିଧାନ କରିବାକୁ, ଯାହା ଧାର୍ମିକତାରେ ସୃଷ୍ଟି ହୋଇଅଛି ଏହା କରିବାକୁ ପାଉଲ କହନ୍ତି [୪:୨୨-୨୪]।

Ephesians 4:25

ଜଣେ ବିଶ୍ଵାସୀ ଶୟତାନକୁ କିପରି ସୁଯୋଗ ଦିଏ ?

ସୁର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ ନ କରିବା ଦ୍ଵାରା ଜଣେ ବିଶ୍ଵାସୀ ଶୟତାନକୁ ସୁଯୋଗ ଦିଏ [୪:୨୬-୨୭]।

Ephesians 4:28

?

ବିଶ୍ଵାସୀମାନେ ପରିଶ୍ରମ କରିବା ଆବଶ୍ୟକ ଯଦ୍ଵାରା ଅଭାବଗ୍ରସ୍ତ ଲୋକାମାନଙ୍କୁ ସେମାନେ ସାହାଯ୍ୟ କରିବାରେ ସକ୍ଷମ ହେବେ [୪:୨୮]।

ବିଶ୍ଵାସୀମାନଙ୍କ ମୁଖରୁ କି ପ୍ରକାର ବାକ୍ୟ ନିର୍ଗତ ହେବା ଉଚିତ୍ ବୋଲି ପାଉଲ କହନ୍ତି ?

ବିଶ୍ଵାସୀମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହୋଇ, ବରଂ ନିଷ୍ଠାଜନକ ବାକ୍ୟ ଅନ୍ୟମାନଙ୍କର ହିତଜନକ ନିମନ୍ତେ ନିର୍ଗତ ହେଉ [୪:୨୯]।

ଜଣେ ବିଶ୍ଵାସୀ କାହାକୁ ଦୁଃଖ ଦେବା ଉଚିତ୍ ନୁହଁ ?

ଜଣେ ବିଶ୍ଵାସୀ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେବା ଉଚିତ୍ ନୁହଁ [୪:୩୦]।

Ephesians 4:31

ଯେହେତୁ ଈଶ୍ଵର ଖ୍ରୀଷ୍ଟଙ୍କଠାରେ ତାହାଙ୍କୁ କ୍ଷମା କଲେ ସେଥିପାଇଁ ଜଣେ ବିଶ୍ଵାସୀ କ'ଣ କରିବା ଉଚିତ୍ ?

ଜଣେ ବିଶ୍ଵାସୀ ଅନ୍ୟମାନଙ୍କୁ କ୍ଷମା ଦେବା ଉଚିତ୍ ଯେହେତୁ ଈଶ୍ଵର ଖ୍ରୀଷ୍ଟଙ୍କଠାରେ ତାହାଙ୍କୁ କ୍ଷମା କଲେ [୪:୩୨]।


Chapter 5

1 ଅତଏବ ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ୱରଙ୍କ ଅନୁକାରୀ ହୁଅ; 2 ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ଵରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର। 3 କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହି ସବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ; ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ; 4 ପୁଣି, ଯାହା ଯାହା ଅନୁପଯୁକ୍ତ, ଏପରି କୁତ୍ସିତ ବ୍ୟବହାର ବା ଅସାର କଥା ବା ହାସ୍ୟପରିହାସ ତୁମ୍ଭମାନଙ୍କ ମଧ୍ୟରେ ଦେଖା ନ ଯାଉ, ବରଂ ସମସ୍ତ ବିଷୟ ନିମନ୍ତେ ଧନ୍ୟବାଦ ଦିଅ । 5 କାରଣ ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ, କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ଦେବପୂଜକ -ଏମାନଙ୍କର, ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟରେ ଅଧିକାର ନାହିଁ । 6 କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ । 7 ଅତଏବ ତୁମ୍ଭେମାନେ ସେମାନଙ୍କର ସହଭାଗୀ ହୁଅ ନାହିଁ; 8 କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ସ୍ଵରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ଵରୂପ ହୋଇଅଛ; ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର, 9 (କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ଵରୂପ), 10 ପ୍ରଭୁଙ୍କର କଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର; 11 ଅନ୍ଧକାରର ନିଷ୍ଫଳ କର୍ମ ସବୁର ସହଭାଗୀ ହୁଅ ନାହିଁ,ବରଂ ସେ ସବୁର ଦୋଷହିଁ ଦେଖାଇଦିଅ; 12 କାରଣ ସେମାନେ ଯାହାସବୁ ଗୁପ୍ତରେ କରନ୍ତି, ସେହି ସବୁ କଥା କହିବା ସୁଦ୍ଧା ଲଜ୍ଜାଜନକ, 13 କିନ୍ତୁ ସମସ୍ତ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ, ଯେଉଁ ସବୁ ପ୍ରକାଶିତ ହୁଏ, ତାହା ଆଲୋକ। 14 ଏଣୁ ଉକ୍ତ ଅଛି, ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି, ଖ୍ରୀଷ୍ଟ ତୁମ୍ଭକୁ ଆଲୋକ ପ୍ରଦାନ କରିବେ। 15 ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ, 16 ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। 17 ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର କଣ ଇଚ୍ଛା ତାହା ବୁଝ। 18 ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ, 19 ପୁଣି, ତୁମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର; 20 ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ,

21 ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପରର ବଶୀଭୂୂତ ହୁଅ । 22 ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବସୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବସୀଭୂତ ହୁଅ , 23 କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ଵରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ଵରୂପ, ପୁଣି, ଖ୍ରୀଷ୍ଟ ଆପଣା ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା । 24 ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବସୀଭୂତା ହେଉନ୍ତୁ। 25 ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର; ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, 26 ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି, 27 ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ , ଆଉ ସେହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି । 28 ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ୍ । ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ; 29 କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ; 30 ଯେଣୁ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ । 31 ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀ ଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ । 32 ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି । 33 ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଭକ୍ତି କରୁ ।



Translation Questions

Ephesians 5:1

ବିଶ୍ଵାସୀମାନେ କାହାକୁ ଅନୁକରଣ କରିବା ଉଚିତ୍ ?

ବିଶ୍ଵାସୀମାନେ ତାହାଙ୍କ ସନ୍ତାନ ପରି ପିତା ଈଶ୍ଵରଙ୍କୁ ଅନୁକରଣ କରିବା ଉଚିତ୍ [୫:୧]।

ଖ୍ରୀଷ୍ଟ କ'ଣ କଲେ ଯାହା ଈଶ୍ଵରଙ୍କ ନିମନ୍ତେ ଏକ ସୁଗନ୍ଧ ନୈବେଦ୍ୟ ଥିଲା ?

ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଏକ ନୈବେଦ୍ୟ ଏବଂ ବଳିସ୍ଵରୂପେ ଖ୍ରୀଷ୍ଟ ଆପଣାକୁ ବିଶ୍ଵାସୀମାନଙ୍କ ନିମନ୍ତେ ଉତ୍ସର୍ଗ କଲେ [୫:୨]।

Ephesians 5:3

ବିଶ୍ଵାସୀମାନଙ୍କ ମଧ୍ୟରେ କ'ଣ ଉଦ୍ରେକ କରାଯିବା ଉଚିତ୍ ନୁହେଁ ?

ବ୍ୟଭିଚାର, ଅଶୁଚିତା, ଏବଂ ଲୋଭ ବିଶ୍ଵାସୀମାନଙ୍କ ମଧ୍ୟରେ ଉଦ୍ରେକ କରାଯିବା ଉଚିତ୍ ନୁହେଁ [୫:୨]।

ବିଶ୍ଵାସୀମାନଙ୍କ ମଧ୍ୟରେ କେଉଁ ସବୁ ମନୋଭାବ ଦେଖାଯିବା ଉଚିତ୍ ?

ବିଶ୍ଵାସୀମାନଙ୍କ ମଧ୍ୟରେ ଧନ୍ୟବାଦର ଏକ ମନୋଭାବ ହେବା ଉଚିତ୍ [୫:୪]।

Ephesians 5:5

ଖ୍ରୀଷ୍ଟ ଓ ଈଶ୍ଵରଙ୍କ ରାଜ୍ୟରେ କାହାର ଅଧିକାର ନାହିଁ ?

ଖ୍ରୀଷ୍ଟ ଓ ଈଶ୍ଵରଙ୍କ ରାଜ୍ୟରେ କୌଣସି ବ୍ୟଭିଚାରୀ, ଅଶୁଦ୍ଧାଚାରୀ, ଓ ଲୋଭୀ ବ୍ୟକ୍ତିର ଅଧିକାର ନାହିଁ [୫:୫]।

ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ କ'ଣ ଆସୁଅଛି ?

ଈଶ୍ଵରଙ୍କ କ୍ରୋଧ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଆସୁଅଛି [୫:୬]।

Ephesians 5:8

ଆଲୋକର କେଉଁ ଫଳ ପ୍ରଭୁଙ୍କୁ ସନ୍ତୋଷ କରୁଅଛି ?

ଉତ୍ତମତା, ଧାର୍ମିକତା, ଓ ସତ୍ୟର ଫଳ ପ୍ରଭୁଙ୍କୁ ସନ୍ତୋଷ କରୁଅଛି [୫:୯]।

ଅନ୍ଧକାରର କର୍ମ ସହିତ ବିଶ୍ଵାସୀମାନେ କ'ଣ କରିବା ଦରକାର ?

ବିଶ୍ଵାସୀମାନେ ଏହା ସହିତ ସହଭାଗୀ ନ ହୋଇ, ବରଂ ଅନ୍ଧକାରର କର୍ମକୁ ପ୍ରକାଶିତ କରିବା ଦରକାର [୫:୧୧]।

Ephesians 5:13

ଆଲୋକ ଦ୍ଵାରା କ'ଣ ପ୍ରକାଶିତ ହୋଇଅଛି ?

ସମସ୍ତ ବିଷୟ ଆଲୋକ ଦ୍ଵାରା ପ୍ରକାଶିତ ହୋଇଅଛି [୫:୧୩]।

Ephesians 5:15

ଯେହେତୁ କାଳ ମନ୍ଦ ଅଟେ ସେଥିପାଇଁ ବିଶ୍ଵାସୀମାନେ କ'ଣ କରିବା ଉଚିତ୍ ?

ଯେହେତୁ କାଳ ମନ୍ଦ ଅଟେ ସେଥିପାଇଁ ବିଶ୍ଵାସୀମାନେ ସମୟର ସଦ୍‌ବ୍ୟବହାର କରିବା ଉଚିତ୍ [୫:୧୬]।

Ephesians 5:18

କ'ଣ ବିନାଶ ଆଡକୁ ନେଇଯାଏ ?

ମଦ ସହିତ ମାତାଲ ହିଁ ବିନାଶ ଆଡକୁ ନେଇଯାଏ [୫:୧୮]।

କାହା ସହିତ ବିଶ୍ଵାସୀମାନେ ପରସ୍ପରକୁ ସାହସ ଦେବା ଉଚିତ୍ ?

ବିଶ୍ଵାସୀମାନେ ପରସ୍ପରକୁ ଗୀତସଂହିତା, ସଂକୀର୍ତ୍ତନ, ଏବଂ ଆତ୍ମିକ ଗୀତ ସହ ପରସ୍ପରକୁ ସାହସ ଦେବା ଉଚିତ୍ [୫:୧୯]।

Ephesians 5:22

କିପରି ଭାବରେ ସ୍ତ୍ରୀମାନେ ସେମାନଙ୍କର ସ୍ଵାମୀମାନଙ୍କର ବଶୀଭୂତ ହେବା ଉଚିତ୍ ?

ଯେପରି ପ୍ରଭୁଙ୍କର ବଶିଭୂତା ସେହିପରି ସ୍ତ୍ରୀମାନେ ସେମାନଙ୍କର ସ୍ଵାମୀମାନଙ୍କର ବଶିଭୂତା ହେବା ଉଚିତ୍ [୫:୨୨]।

ସ୍ଵାମୀ କାହାର ମସ୍ତକ, ପୁଣି ଖ୍ରୀଷ୍ଟ କାହର ମସ୍ତକ ଅଟନ୍ତି ?

ସ୍ଵାମୀ ସ୍ତ୍ରୀର ମସ୍ତକ, ପୁଣି ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ ଅଟନ୍ତି [୫:୨୩]।

Ephesians 5:25

ଖ୍ରୀଷ୍ଟ ମଣ୍ଡଳୀକୁ କିପରି ପବିତ୍ର କରନ୍ତି ?

ବାକ୍ୟ ଓ ଜଳପ୍ରକ୍ଷାଳନ ଦ୍ଵାରା ଖ୍ରୀଷ୍ଟ ମଣ୍ଡଳୀକୁ ପବିତ୍ର କରନ୍ତି [୫:୨୬-୨୭]।

Ephesians 5:28

ସ୍ଵାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କୁ କିପରି ପ୍ରେମ କରିବା ଉଚିତ୍ ?

ସ୍ଵାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କୁ ସେମାନଙ୍କର ଶରୀର ସଦୃଶ ପ୍ରେମ କରିବା ଉଚିତ୍ [୫:୨୮]।

ଜଣେ ବ୍ୟକ୍ତି ତାହାର ଶରୀର ପ୍ରତି କିପରି ବ୍ୟବହାର କରେ ?

ଜଣେ ବ୍ୟକ୍ତି ତାହାର ଶରୀରକୁ ଭରଣପୋଷଣ ଏବଂ ପ୍ରେମ କରେ [୫:୨୯]।

Ephesians 5:31

ଯେତେବେଳେ ଜଣେ ପୁରୁଷ ତାହାର ସ୍ତ୍ରୀ ସହିତ ସଂଯୁକ୍ତ ହୁଏ ସେତେବେଳେ କ'ଣ ହୁଏ ?

ଯେତେବେଳେ ଜଣେ ପୁରୁଷ ତାହାର ସ୍ତ୍ରୀ ସହିତ ସଂଯୁକ୍ତ ହୁଏ ସେତେବେଳେ ସେମାନେ ଏକାଙ୍ଗ ହୁଅନ୍ତି [୫:୩୧]।

ଜଣେ ପୁରୁଷ ତାହାର ସ୍ତ୍ରୀ ସହିତ ସଂଯୁକ୍ତ ହେବା ଦ୍ଵାରା କେଉଁ ନିଗୁଢତତ୍ତ୍ଵ ପ୍ରମାଣିତ ହୋଇଅଛି ?

ଜଣେ ପୁରୁଷ ତାହର ସ୍ତ୍ରୀ ସହିତ ସଂଯୁକ୍ତ ହେବା ଦ୍ଵାରା ଖ୍ରୀଷ୍ଟ ଏବଂ ତାହାର ମଣ୍ଡଳୀର ନିଗୁଢତତ୍ତ୍ଵ ବିଷୟ ପ୍ରମାଣିତ ହୋଇଅଛି [୫:୩୨]।


Chapter 6

1 ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ; 2 କାରଣ ତାହା ଯଥାର୍ଥ । "ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା)," 3 ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ବଞ୍ଚିବ । 4 ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର ।

5 ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ; 6 ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ୱରଙ୍କ ଇଚ୍ଛା ସାଧନ କର । 7 ସ୍ୱାଧିନ କି ପରାଧିନ, ଯେ କେହି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ, 8 ଏହା ଜାଣି ମନୁଷ୍ୟର ସେବା କଲାପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲାପରି ସ୍ୱଚ୍ଛନ୍ଦରେ ସେବା କର । 9 ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି, ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ ।

10 ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ । 11 ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇ ପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର । 12 କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ; 13 ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର । 14 ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର, 15 ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ; 16 ଯେପରି ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧାର । 17 ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାବ କର ଓ ଆତ୍ମାଙ୍କ ଖ‌ଡ୍ଗ , ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର; 18 ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର । 19 ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ରାଜଦୂତ ସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ବାକ୍ୟ ଦିଆଯିବ, 20 ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି ।

21 ମୋହର ବିଷୟ, ଅର୍ଥାତ୍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖି‌କ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ; 22 ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ । 23 ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ । 24 ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତୀ ହେଉ ।



Translation Questions

Ephesians 6:1

ଖ୍ରୀଷ୍ଟିୟାନ ପିଲାମାନେ ସେମାନଙ୍କର ପିତାମାତାଙ୍କୁ କିପରି ଆଚରଣ କରିବା ଉଚିତ୍ ?

ଖ୍ରୀଷ୍ଟିୟାନ ପିଲାମାନେ ସେମାନଙ୍କର ପିତାମାତାଙ୍କ ଆଜ୍ଞାବହ ଓ ସେମାନଙ୍କୁ ସମାଦର କରିବା ଉଚିତ୍ [୬:୧-୨]।

Ephesians 6:4

ଖ୍ରୀଷ୍ଟିୟାନ ପିତାମାନେ ସେମାନଙ୍କର ସନ୍ତାନମାନଙ୍କ ନିମନ୍ତେ କ'ଣ କରିବା ଉଚିତ୍ ?

ଖ୍ରୀଷ୍ଟିୟାନ ପିତାମାନେ ସେମାନଙ୍କର ସନ୍ତାନମାନଙ୍କୁ ପ୍ରଭୁଙ୍କ ଶିକ୍ଷାରେ ପୁଣି ଅନୁଶାସନରେ ପ୍ରତିପାଳନ କରିବା ଉଚିତ୍ [୬:୪]।

Ephesians 6:5

ଖ୍ରୀଷ୍ଟିୟାନ ଦାସମାନେ କେଉଁ ପ୍ରକାର ଆଚରଣ ସହିତ ସେମାନଙ୍କର କର୍ତ୍ତାମାନଙ୍କର ଆଜ୍ଞାବହ ହେବା ଉଚିତ୍ ?

ଖ୍ରୀଷ୍ଟିୟାନ ଦାସମାନେ ସେମାନଙ୍କର ହୃଦୟର ସରଳତାରେ ସେମାନଙ୍କର କର୍ତ୍ତାମାନଙ୍କ ଆଜ୍ଞାବହ, ପୁଣି ଆନନ୍ଦରେ ପ୍ରଭୁଙ୍କ ନିମନ୍ତେ ସେବା କରିବା ଉଚିତ୍ [୬:୫-୭]।

ଜଣେ ବିଶ୍ଵାସୀ ଯାହାସବୁ ଉତ୍ତମ କର୍ମ କରେ ସେହି ବିଷୟରେ ସେ କ'ଣ ସ୍ମରଣ କରିବା ଉଚିତ୍ ?

ଜଣେ ବିଶ୍ଵାସୀ ଯାହାସବୁ ଉତ୍ତମ କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ପୁରଷ୍କାର ପାଇବା ତାହା ସେ ସ୍ମରଣ କରିବା ଉଚିତ୍ [୬:୮]।

Ephesians 6:9

ଖ୍ରୀଷ୍ଟିୟାନ କର୍ତ୍ତାମାନେ ତାହାର କର୍ତ୍ତା ବିଷୟରେ କ'ଣ ସ୍ମରଣ କରିବା ଉଚିତ୍ ?

ଖ୍ରୀଷ୍ଟିୟାନ କର୍ତ୍ତାମାନେ ତାହାର ବା ତାହାର କର୍ତ୍ତାର ସେବକ ଯେ ସ୍ଵର୍ଗରେ ଅଛନ୍ତି, ପୁଣି ତାହାଙ୍କଠାରେ ଯେ କୌଣସି ମୁଖାପେକ୍ଷା ନାହିଁ ଏହା ସ୍ମରଣ କରିବା ଉଚିତ୍ [୬:୯]।

Ephesians 6:10

କାହିଁକି ଜଣେ ବିଶ୍ଵାସୀ ଈଶ୍ଵରଙ୍କ ସମସ୍ତ କବଚ(ଈଶ୍ଵର ଦତ୍ତ ସମସ୍ତ ସଜ୍ଜା)କୁ ପରିଧାନ କରିବା ଆବଶ୍ୟକ ?

ଦୁଷ୍ଟାତ୍ମାର ଯୋଜନା/କାର୍ଯ୍ୟ ବିରୁଦ୍ଧରେ ଅଟଳ ରହିବାକୁ ଜଣେ ବିଶ୍ଵାସୀ ଈଶ୍ଵରଙ୍କ ସମସ୍ତ କବଚ(ଈଶ୍ଵର ଦତ୍ତ ସମସ୍ତ ସଜ୍ଜା)କୁ ପରିଧାନ କରିବା ଆବଶ୍ୟକ [୬:୧୧,୧୩,୧୪]।

Ephesians 6:12

କାହା ବିରୁଦ୍ଧରେ ଜଣେ ବିଶ୍ଵାସୀ ର ଯୁଦ୍ଧ ?

ଜଣେ ବିଶ୍ଵାସୀର ଯୁଦ୍ଧ ଆଧିପତ୍ୟ ବିରୁଦ୍ଧରେ ଓ କର୍ତ୍ତାପଣ ବିରୁଦ୍ଧରେ ଓ ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ [୬:୧୨]।

Ephesians 6:14

ଈଶ୍ଵରଙ୍କ କବଚରେ କେଉଁ ସମସ୍ତ ବସ୍ତୁଗୁଡିକ ଅନ୍ତର୍ଭୁକ୍ତ କରେ ?

ଈଶ୍ଵରଙ୍କ କବଚରେ ସତ୍ୟରୂପ କଟୀ, ଧାର୍ମିକତାରରୂପ ଉରସ୍ତ୍ରାଣ, ସୁସମାଚାର ପ୍ରଚାର ନିମନ୍ତେ ସଜ୍ଜିତ ପାଦୁକା, ବିଶ୍ଵାସରୂପ ଢାଲ, ପରିତ୍ରାଣରୂପ ଶିରସ୍ତ୍ରାଣ, ଏବଂ ଆତ୍ମାଙ୍କ ଖଡ୍ଗ ଅନ୍ତର୍ଭୁକ୍ତ କରେ [୬:୧୪-୧୭]।

Ephesians 6:17

ଆତ୍ମାଙ୍କ ଖଡ୍ଗ କ'ଣ ଅଟେ ?

ଆତ୍ମାଙ୍କ ଖଡ୍ଗ ଈଶ୍ଵରଙ୍କ ବାକ୍ୟ ଅଟେ [୬:୧୭]।

ପ୍ରାର୍ଥନାରେ ବିଶ୍ଵାସୀମାନଙ୍କର ଆଚରଣ କ'ଣ ହେବା ଆବଶ୍ୟକ ?

ଈଶ୍ଵରଙ୍କ ଉତ୍ତର ନିମନ୍ତେ ଏକାନ୍ତ ଉଦ୍ୟମ ଓ ଜାଗିରହି, ବିଶ୍ଵାସୀମାନେ ସର୍ବଦା ପ୍ରାର୍ଥନା କରିବା ଆବଶ୍ୟକ [୬:୧୮]।

Ephesians 6:19

ଏଫିସୀୟ ବିଶ୍ଵାସୀମାନଙ୍କ ପ୍ରାର୍ଥନା ଦ୍ଵାରା ପାଉଲ କ'ଣ ପାଇବାକୁ ଇଚ୍ଛା କରନ୍ତି ?

ଯେତେବେଳେ ସେ ସୁସମାଚାର ପ୍ରଚାର କରନ୍ତି ସେତେବେଳେ ଯେମିତି ସୁସମାଚାରର ଗୁପ୍ତ ସାହସପୂର୍ବକ ଜଣାଇବାକୁ ବାକ୍ୟ ପାଇବେ ତାହା ସେ ଚାହାନ୍ତି [୬:୧୯-୨୦]।

ଏହି ପତ୍ର ଲେଖିବା ସମୟରେ ପାଉଲ କେଉଁଠି ଅଛନ୍ତି ?

ଏହି ପତ୍ର ଲେଖିବା ସମୟରେ ପାଉଲ ବନ୍ଦୀଗୃହରେ ଅଛନ୍ତି [୬:୨୦]।


Book: Philippians

Philippians

Chapter 1

1 ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ; 2 ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।

3 ମୁଁ ତୁମ୍ଭମାନଙ୍କୁ ଯେତେ ଥର ସ୍ମରଣ କରେ, ସେତେ ଥର ମୋହର ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଏ । 4 ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ 5 ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି 6 କାରଣ ଯେ ତୁମ୍ଭମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ରୂପେ ବିଶ୍ୱାସ କରେ; 7 ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋ' ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି । 8 କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ୱର ମୋହର ସାକ୍ଷୀ । 9 ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ, 10 ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରି ପାର, ପୁଣି, ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ, 11 ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ ।

12 ହେ ଭାଇମାନେ, ମୋ' ପ୍ରତି ଯାହା ଯାହା ଘଟିଅଛି, ସେହି ସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ; 13 ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା; 14 ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ୱରଙ୍କ ବାକ୍ୟ କହିବା ନିମନ୍ତେ ଅତି ଉତ୍ସୁକଭାବେ ସାହସୀ ହୋଇଅଛନ୍ତି । 15 କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି ସତ୍ୟ, କିନ୍ତୁ ଆଉ କେହି କେହି ସତ୍ ଭାବରେ ତାହା କରୁଅଛନ୍ତି; 16 ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି, 17 କିନ୍ତୁ ଅନ୍ୟ ପକ୍ଷ ମୋହର ବନ୍ଧନରେ ମୋତେ କ୍ଳେଶ ଦେବାକୁ ଭାବି ଅସରଳ ଭାବରେ ସ୍ୱାର୍ଥପରତା ସକାଶେ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି । 18 ସେଥିରେ ବା କ'ଣ ? କପଟ ଭାବରେ ହେଉ ବା ସରଳ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି ।

19 କାରଣ ମୁଁ ଜାଣେ ଯେ, ତୁମ୍ଭମାନଙ୍କ ନିବେଦନ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ, 20 ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି । 21 କାରଣ ମୋ' ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ । 22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋ' ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କ'ଣ ପସନ୍ଦ କରିବି, ତାହା ଜାଣେ ନାହିଁ । 23 ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର; 24 ମାତ୍ର ଶରୀରରେ ରହିବା ତୁମ୍ଭମାନଙ୍କ ନିମନ୍ତେ ଅଧିକ ଆବଶ୍ୟକ । 25 ଆଉ ମୁଁ ଦୃଢ଼ରୂପେ ଏହା ଜାଣେ ଯେ, ମୁଁ ରହିବି, ହଁ, ବିଶ୍ୱାସରେ ତୁମ୍ଭମାନଙ୍କର ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ୍ଭ ସମସ୍ତଙ୍କ ସହିତ ରହିବି, 26 ଯେପରି ତୁମ୍ଭମାନଙ୍କ ମଧ୍ୟରେ ମୋହର ପୁନର୍ବାର ଉପସ୍ଥିତି ହେତୁ ମୋ' ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଦର୍ପ ଅଧିକ ବୃଦ୍ଧି ପାଇବ । 27 ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ, 28 ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ୱରଦତ୍ତ ଏକ ଲକ୍ଷଣ; 29 କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି; 30 ଆଉ ମୋତେ ଯେଉଁପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହିପରି ଯୁଦ୍ଧ କରୁଅଛ ।



Translation Questions

Philippians 1:1

ପାଉଲ ଏହି ପତ୍ରଟିକୁ କାହାକୁ ସମ୍ବୋଧନ କରନ୍ତି ?

ପାଉଲ ଏହି ପତ୍ରଟିକୁ ସମସ୍ତ ଅଧ୍ୟକ୍ଷ ଏବଂ ସାଧୁମାନଙ୍କୁ ଯେଉଁମାନେ ଖ୍ରୀଷ୍ଟଯୀଶୁଙ୍କ ନିମନ୍ତେ ଫିଲିପ୍ପୀରେ ପୃଥକ୍ ହୋଇଛନ୍ତି, ସମ୍ବୋଧନ କରିଛନ୍ତି [୧:୧] ।

Philippians 1:3

ପାଉଲ କାହିଁକି ଫିଲିପ୍ପୀୟମାନଙ୍କ ନିମନ୍ତେ ଈଶ୍ଵରଙ୍କୁ ଧନ୍ୟବାଦ ଦେଲେ ?

ପ୍ରଥମ ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲିପ୍ପୀମାନଙ୍କ ସୁସମାଚାରରେ ସହଭାଗିତା ନିମନ୍ତେ ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ଦେଲେ [୧:୫] ।

ଫିଲିପ୍ପୀମାନଙ୍କ ନିମନ୍ତେ କ'ଣ ପାଇଁ ପାଉଲ ନିଶ୍ଚିତ ଥିଲେ ?

ପାଉଲ ନିଶ୍ଚିତ ଥିଲେ ଯେକେହି ସେମାନଙ୍କ ମଧ୍ୟରେ ଯିଏ ଉତ୍ତମ କାମ ଆରମ୍ଭ କରିଥିଲେ ସମାପ୍ତ କରିବେ [୧:୬] ।

Philippians 1:7

କେଉଁ ବିଷୟରେ ଫିଲିପ୍ପୀୟମାନେ ପାଉଲଙ୍କ ସହକର୍ମୀ ଥିଲେ ?

ପାଉଲଙ୍କ କାରାବାସ ସମୟରେ, ଏବଂ ସୁସମାଚାର ନିମନ୍ତେ ତାହାର ପ୍ରତିରକ୍ଷା ଏବଂ ଦୃଢୀକରଣ ନିମନ୍ତେ ଫିଲିପ୍ପୀୟମାନେ ତାହାର ସହକର୍ମୀ ଥିଲେ [୧:୭] ।

Philippians 1:9

ଫିଲିପ୍ପୀୟମାନଙ୍କ ମଧ୍ୟରେ କେଉଁ ବିଷୟ ଅଧିକରୁ ଅଧିକ ବୃଦ୍ଧି ହେଉ ବୋଲି ପାଉଲ ପ୍ରାର୍ଥନା କରୁଥିଲେ ?

ପାଉଲ ପ୍ରାର୍ଥନା କରୁଥିଲେ ଯେ ଫିଲିପ୍ପୀୟମାନଙ୍କ ମଧ୍ୟରେ ପ୍ରେମ ଅଧିକରୁ ଅଧିକ ବୃଦ୍ଧି ହେଉ [୧:୯] ।

ଫିଲିପ୍ପୀୟମାନେ କେଉଁ ବିଷୟରେ ପୁର୍ଣ୍ଣ ହୁଅନ୍ତୁ ବୋଲି ପାଉଲ ଇଚ୍ଛା କଲେ ?

ପାଉଲ ଇଚ୍ଛା କଲେ ଯେ ଫିଲିପ୍ପୀୟମାନେ ଧାର୍ମିକତାର ଫଳଗୁଡିକରେ ପୁର୍ଣ୍ଣ ହୁଅନ୍ତୁ [୧:୧୧] ।

Philippians 1:12

ପାଉଲଙ୍କ କାରାବାସ କିପରି ସୁସମାଚାରକୁ ପ୍ରସାରିତ କଲା ?

ଖ୍ରୀଷ୍ଟଙ୍କ ନିମନ୍ତେ ପାଉଲଙ୍କ କାରାବାସ ସମସ୍ତ କ୍ଷେତ୍ରରେ ଜଣାଗଲା, ଏବଂ ଅଧିକାଂଶ ଭାଇମାନେ ଦୃଢ ସାହସର ସହିତ ପ୍ରଚାର କଲେ [୧:୧୨-୧୪] ।

Philippians 1:15

କାହିଁକି କେତେକେ ଖ୍ରୀଷ୍ଟଙ୍କୁ ସ୍ଵାର୍ଥପରତାର ଏବଂ ଅସରଳତା ଉଦ୍ଦେଶ୍ୟ ସହିତ ପ୍ରଚାର କରୁଥିଲେ ?

ସେମାନେ କାରାବାସରେ ପାଉଲଙ୍କ କ୍ଲେଶକୁ ଆହୁରି ବଢାଉଛନ୍ତି ଭାବି ସ୍ଵାର୍ଥପରତା ଏବଂ ଅସରଳତାର ଉଦ୍ଦେଶ୍ୟ ସହିତ କେତେକେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଥିଲେ [୧:୧୭] ।

Philippians 1:18

ଖ୍ରୀଷ୍ଟଙ୍କ ପ୍ରଚାର ସରଳତା ଏବଂ ଅସରଲତାକୁ ପାଉଲ କ'ଣ ପ୍ରତିକ୍ରିୟା କଲେ ?

ପାଉଲ ଆନଦିତ ହେଲେ ଯେ, କୌଣସୀ ଭାବରେ ଖ୍ରୀଷ୍ଟଙ୍କ ପ୍ରଚାର ହେଉଅଛି [୧:୧୮] ।

Philippians 1:20

ଜୀବନ କିମ୍ବା ମୃତ୍ୟୁ ଦ୍ଵାରା ପାଉଲ କ'ଣ କରିବାକୁ ଇଚ୍ଛା କରୁଥିଲେ ?

ଜୀବନ କିମ୍ବା ମୃତ୍ୟୁ ଦ୍ଵାରା ପାଉଲ ଖ୍ରୀଷ୍ଟଙ୍କର ମହିମା ଆଣିବା ପାଇଁ ଇଚ୍ଛା କରୁଥଲେ [୧:୨୦] ।

ବଂଚିବା କ'ଣ ଏବଂ ମରିବା କ'ଣ ଅଟେ ବୋଲି ପାଉଲ କହିଲେ ?

ପାଉଲ କହିଲେ ଯେ ବଂଚିବା ଖ୍ରୀଷ୍ଟ ଏବଂ ମରିବା ଲାଭ ଅଟେ [୧:୨୧] ।

Philippians 1:22

ପାଉଲଙ୍କୁ କେଉଁ ମନୋନୟନଗୁଡିକ ବିଭିନ୍ନ ଆଡକୁ କଢାଇଲା ?

ମୃତ୍ୟୁରେ ଖ୍ରୀଷ୍ଟଙ୍କ ସହିତ ମନୋନୟନଗୁଡିକ କିମ୍ବା ଶରୀରରେ ଥିବା ସମୟରେ ଆହୁରି ପରିଶ୍ରମ ପାଉଲଙ୍କୁ କଢାଇଲା [୧:୨୨-୨୪] ।

Philippians 1:25

ପାଉଲ ନିଶ୍ଚିତ ଥିଲେ ଯେ ସେ ଫିଲିପ୍ପୀୟମାନଙ୍କ ସହିତ କେଉଁ ଉଦ୍ଦେଶ୍ୟ ନିମନ୍ତେ ରହିବେ ?

ପାଉଲ ନିଶ୍ଚିତ ଥିଲେ ଯେ ସେ ଫିଲିପ୍ପୀୟମାନଙ୍କ ସହିତ ସେମାନଙ୍କ ବିଶ୍ଵାସର ବୃଦ୍ଧିରେ ଏବଂ ଆନନ୍ଦ ନିମନ୍ତେ ରହିବେ [୧:୨୫] ।

ଫିଲିପ୍ପୀୟମାନଙ୍କ ସହିତ କିମ୍ବା ତାଙ୍କ ଠାରୁ ଦୁରରେ ରହିବା ଦ୍ଵାରା ପାଉଲ ଫିଲିପ୍ପୀୟମାନଙ୍କ ବିଷୟରେ କ'ଣ ଶୁଣିବାକୁ ଇଚ୍ଛା କରୁଥିଲେ ?

ପାଉଲ ଶୁଣିବାକୁ ଇଚ୍ଛା କରୁଥିଲେ ଯେ ଫିଲିପ୍ପୀୟମାନେ ଆତ୍ମାରେ ଦୃଢ଼ତାରେ ଠିଆ ହେଲେ, ଏକ ମନ ସହିତ ସୁସମାଚାର ନିମନ୍ତେ ଦୃଢ ଭାବରେ ଚେଷ୍ଟା କଲେ [୧:୨୭] ।

Philippians 1:28

ଫିଲିପ୍ପୀୟମାନେ ଭୟ କଲେ ନାହିଁ ଯେତେବେଳେ ସେମାନେ ବିରୋଧ କରୁଥିଲେ, ତାହା ଏକ କେଉଁ ଚିହ୍ନ ଥିଲା ?

ଯେତେବେଳେ ଫିଲିପ୍ପୀୟମାନେ ଭୟ କଲେ ନାହିଁ, ତାହା ସେମାନଙ୍କ ବିରୋଧୀମାନଙ୍କ ନିମନ୍ତେ ବିନାଶ ଏବଂ ସେମାନଙ୍କନିମନ୍ତେ ଉଦ୍ଧାରର କାରଣ ଥିଲା [୧:୨୮] ।

ଈଶ୍ଵରଙ୍କ ଦ୍ଵାରା କେଉଁ ଦୁଇ ବିଷୟଗୁଡିକ ଫିଲିପ୍ପୀୟମାନଙ୍କୁ ଅନୁମତି ଦିଆଯାଇଥିଲା ?

ଏହା ଫିଲିପ୍ପୀୟମାନଙ୍କ ନିମନ୍ତେ ଅନୁମତି ଦିଆଯାଇଥିଲା ଯେ ସେମାନେ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରିବେ, କିନ୍ତୁ ସେମାନେ ତାଙ୍କ ନିମନ୍ତେ ଯନ୍ତ୍ରଣା ଭୋଗିବେ [୧:୨୯] ।


Chapter 2

1 ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି, କୌଣସି ପ୍ରେମପୂର୍ଣ୍ଣ କରୁଣା ଓ ଦୟା ଥାଏ, 2 ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର, 3 ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର; 4 ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ । 5 ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ; 6 ସେ ଈଶ୍ୱରରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, 7 କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ; 8 ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ । 9 ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, 10 ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ, 11 ପୁଣି, ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।

12 ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲାପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର, 13 କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱର ଆପଣା ମଙ୍ଗଳମୟ ସଙ୍କଳ୍ପର ସଫଳତା ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି । 14 ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର, 15 ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ୱରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତିଃ ସ୍ୱରୂପ ପ୍ରକାଶ ପାଉଅଛ; 16 ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରି ପାରିବି । 17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି, 18 ଆଉ, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆନନ୍ଦ କର ଓ ମୋ' ସହିତ ଉଲ୍ଲାସ କର ।

19 କିନ୍ତୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି । 20 କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାଙ୍କ ବିନା ମୋ' ନିକଟରେ ଆଉ କେହି ନାହିଁ । 21 ଯେଣୁ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି । 22 ସେ ଯେ ପରୀକ୍ଷାସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣ; ପୁତ୍ର ପିତାର ସେବା କଲାପରି ସେ ତ ସୁସମାଚାର କାର୍ଯ୍ୟରେ ମୋ' ସହିତ ସେବା କରିଥିଲେ । 23 ଅତଏବ, ମୋ' ପ୍ରତି କ'ଣ ଘଟିବ, ତାହା ଜାଣିବାମାତ୍ର ତାଙ୍କୁ ପଠାଇବି ବୋଲି ଭରସା କରୁଅଛି; 24 କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି । 25 କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି; 26 କାରଣ ସେ ତୁମ୍ଭ ସମସ୍ତଙ୍କୁ ଦେଖିବା ପାଇଁ ଅତ୍ୟନ୍ତ ଇଚ୍ଛୁକ, ପୁଣି, ସେ ପୀଡ଼ିତ ଅଛନ୍ତି ବୋଲି ତୁମ୍ଭେମାନେ ଶୁଣିଥିବାରୁ ଅତ୍ୟନ୍ତ ବ୍ୟଥିତ; 27 ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ୱର ତାଙ୍କୁ ଦୟା କଲେ, ଆଉ କେବଳ ତାଙ୍କୁ ନୁହେଁ, ମାତ୍ର ଯେପରି ମୋ' ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋ' ଉପରେ ମଧ୍ୟ ଦୟା କଲେ । 28 ଏଣୁ ତୁମ୍ଭେମାନେ ଯେପରି ତାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋ' ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାଙ୍କୁ ପଠାଇବା ନିମନ୍ତେ ଅଧିକ ଯତ୍ନବାନ ହେଲି । 29 ଅତଏବ, ପ୍ରଭୁଙ୍କ ହେତୁ ତାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ସମାଦର କର; 30 କାରଣ ମୋ' ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ ।



Translation Questions

Philippians 2:1

ପାଉଲ ଫିଲିପ୍ପୀମାନଙ୍କୁ ତାଙ୍କର ଆନନ୍ଦକୁ ପୁର୍ଣ୍ଣ କରିବା ନିମନ୍ତେ କ'ଣ କରିବାକୁ ପାଉଲ କହନ୍ତି ?

ଫିଲିପ୍ପୀୟମାନେ ଏକ ମନ ହୋଇ, ସେହି ପ୍ରେମରେ, ଏବଂ ଆତ୍ମାଏବଂ ମନରେ ଏକତ୍ର ହେବା ଉଚିତ୍ ବୋଲି କହିଲେ [୨:୨] ।

Philippians 2:3

ଫିଲିପ୍ପୀୟମାନେ କିପରି ପରସ୍ପରକୁ ମନେ କରନ୍ତୁ ବୋଲି ପାଉଲ କହିଲେ ?

ଫିଲିପ୍ପୀୟମାନେ ପରସ୍ପରକୁ ନିଜଠାରୁ ଉତ୍ତମ ମନେ କରନ୍ତୁ ବୋଲି ପାଉଲ କହିଲେ [୨:୩] ।

Philippians 2:5

ଆମ୍ଭମାନଙ୍କଠାରେ କାହାର ମନ ହେବା ଆବଶ୍ୟକ ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି ଯେ ଆମ୍ଭମାନଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ମନ ହେବା ଆବଶ୍ୟକ [୨:୫-୬] ।

କେଉଁ ରୁପରେ ଖ୍ରୀଷ୍ଟ ଯୀଶୁ ଥିଲେ ?

ଖ୍ରୀଷ୍ଟ ଯୀଶୁ ଈଶ୍ଵରଙ୍କ ରୁପରେ ଥିଲେ [୨:୬] ।

ଖ୍ରୀଷ୍ଟ ଯୀଶୁ ତେବେ କେଉଁ ରୁପକୁ ଧାରଣ କଲେ ?

ଖ୍ରୀଷ୍ଟ ଯୀଶୁ ତେବେ ଏକ ଦାସର ରୁପରେ, ମନୁଷ୍ୟର ଆବିର୍ଭାବରେ ଧାରଣ କଲେ [୨;୭] ।

କିପରି ଯୀଶୁ ନିଜକୁ ନମ୍ର କଲେ ?

ଯୀଶୁ ନିଜକୁ କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ ନମ୍ର କଲେ [୨:୮] ।

Philippians 2:9

ତେବେ ଈଶ୍ଵର ଯୀଶୁ ପାଇଁ କ'ଣ କଲେ ?

ଈଶ୍ଵର ଯୀଶୁଙ୍କୁ ଅତିଶୟ ଉନ୍ନତ କଲେ ଏବଂ ତାହାଙ୍କୁ ସମସ୍ତ ନାମମାନଙ୍କ ଠାରୁ ଉଚ୍ଚ ନାମ ଦେଲେ [୨:୯] ।

ସମସ୍ତ ଜିହ୍ୱା କ'ଣ ସ୍ଵିକାର କରିବ ?

ସମସ୍ତ ଜିହ୍ୱା ସ୍ଵିକାର କରିବ ଯେ ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ ଅଟନ୍ତି [୨:୧୧] ।

Philippians 2:12

ଫିଲିପ୍ପୀୟମାନଙ୍କୁ ସେମାନଙ୍କ ପରିତ୍ରାଣକୁ କିପରି କାର୍ଯ୍ୟକରିବା ପାଇଁ କୁହାଯାଇଛି ?

ଫିଲିପପିୟମାନେ ସେମାନଙ୍କ ପରିତ୍ରାଣକୁ ଭୟ ଏବଂ କମ୍ପର ସହିତ କାର୍ଯ୍ୟକାରୀ କରିବାକୁ ପଡିବ [୨:୧୨] ।

ବିଶ୍ଵାସୀମାନେ କରିବା ପାଇଁ ଈଶ୍ଵର କ'ଣ କରନ୍ତି ?

ଈଶ୍ଵର ବିଶ୍ଵାସୀମାନଙ୍କ ଠାରେ ତାଙ୍କ ଆନନ୍ଦ ନିମନ୍ତେ ଇଚ୍ଛା ଏବଂ କାର୍ଯ୍ୟକୁ କରିବା ପାଇଁ କାର୍ଯ୍ୟ କରନ୍ତି [୨:୧୩] ।

Philippians 2:14

ସମସ୍ତ ବିଷୟ କ'ଣ ବିନା କରିବା ଉଚିତ୍ ?

ସମସ୍ତ ବିଷୟ ବଚସା ଏବଂ ତରକବିତର୍କ ବିନା କରିବା ଉଚିତ୍ [୨:୧୪] ।

Philippians 2:17

କେଉଁ ଉଦ୍ଦେଶ୍ୟ ନିମନ୍ତେ ପାଉଲ ନିଜ ଜୀବନକୁ ଢାଲୁଛନ୍ତି ?

ଫିଲିପ୍ପୀମାନଙ୍କ ବିଶ୍ଵାସର ତ୍ୟାଗରେ ଏବଂ ସେବାରେ ପାଉଲ ନିଜ ଜୀବନକୁ ଢାଲୁଛନ୍ତି [୨:୧୭] ।

ପାଉଲଙ୍କର କେଉଁ ସ୍ଵଭାବ ରହିଅଛି, ଯାହା ଫିଲିପ୍ପୀୟମାନଙ୍କ ଠାରେ ରହିବାଆବଶ୍ୟକ ବୋଲି ସେ କହନ୍ତି ?

ପାଉଲ ମହାଆନନ୍ଦରେ ଆନନ୍ଦିତ ହୁଅନ୍ତି [୨:୧୭-୧୮] ।

Philippians 2:19

କାହିକି ତୀମଥି ପାଉଲଙ୍କ ପାଇଁ ଏକ ଅସାଧାରଣ ସାହାଯ୍ୟକାରୀ ଥିଲେ ?

ତୀମଥି ଅସାଧାରଣ ଥିଲେ କାରଣ ସେ ନିଜ ସୁଖ ପାଇଁ ନୁହେଁ ଏବଂ ଫିଲିପ୍ପୀମାନଙ୍କୁ ସତ୍ୟରେ ଯତ୍ନ ନିଅନ୍ତି [୨:୨୦-୨୧] ।

Philippians 2:22

କ'ଣ ପାଉଲ ଫିଲିପ୍ପୀୟମାନଙ୍କୁ ଦେଖିବା ପାଇଁ ଆଶା କରନ୍ତି ?

ହଁ, ପାଉଲ ଶୀଘ୍ର ଫିଲିପ୍ପୀୟମାନଙ୍କୁ ଦେଖିବା ପାଇଁ ଆଶା କରନ୍ତି [୨:୨୪] ।

Philippians 2:28

କ'ଣ ପାଇଁ ଏପାଫ୍ରଦିତ ପ୍ରାୟ ମୃତ୍ୟୁବରଣ କଲେ ?

ଏପାଫ୍ରଦିତ ଖ୍ରୀଷ୍ଟଙ୍କ କାର୍ଯ୍ୟକୁ କରି, ପାଉଲଙ୍କୁ ସେବାକରି ଏବଂ ପାଉଲଙ୍କ ଆବଶ୍ୟକତାକୁ ଯୋଗାଇ ପ୍ରାୟ ମୃତ୍ୟୁବରଣ କଲେ [୨:୩୦] ।


Chapter 3

1 ଅବଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର । ଏକ ପ୍ରକାର କଥା ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋ' ପ୍ରତି କ୍ଳାନ୍ତଜନକ ନୁହେଁ, ବରଂ ସେହି ସବୁ ତୁମ୍ଭମାନଙ୍କ ନିମନ୍ତେ ନିଷ୍ଠାଜନକ । 2 କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ; 3 କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ । 4 ମୁଁ ତ ବାହ୍ୟିକ ବିଷୟ ଉପରେ ମଧ୍ୟ ନିର୍ଭର କରି ପାରନ୍ତି; ଯଦି ଅନ୍ୟ କେହି ବାହ୍ୟିକ ବିଷୟ ଉପରେ ନିର୍ଭର କରି ପାରେ ବୋଲି ମନେ କରେ, ତେବେ ମୁଁ ଅଧିକ କରିପାରେ; 5 ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମୀନ ଗୋଷ୍ଠୀୟ, ଏବ୍ରୀୟ-ରକ୍ତଜାତ ଜଣେ ଏବ୍ରୀୟ, ମୋଶାଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୂଶୀ, 6 ଉଦ୍‍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି, ମୋଶାଙ୍କ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି । 7 କିନ୍ତୁ ଯାହାସବୁ ମୋ' ପକ୍ଷରେ ଲାଭଜନକ ଥିଲା, ସେହି ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି । 8 ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟକଲି, ପୁଣି, ସେହି ସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ, 9 ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ, 10 ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ, 11 ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇ ପାରେ ।

12 ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି, ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧରାଯାଇଥିବାରୁ ତାହା ଧରିବା ପାଇଁ ଦୌଡ଼ୁଅଛି । 13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, 14 ପଶ୍ଚାତ୍‍ ବିଷୟସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି । 15 ଅତଏବ, ଆସ, ଆମ୍ଭେମାନେ ଯେତେ ଲୋକ ସିଦ୍ଧ, ଏହିପରି ଭାବ ଧାରଣ କରୁ, ଆଉ ଯଦି କୌଣସି ବିଷୟରେ ତୁମ୍ଭମାନଙ୍କର ଭାବ ଭିନ୍ନ ପ୍ରକାରଥାଏ, ତେବେ ଏହା ମଧ୍ୟ ଈଶ୍ୱର ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ; 16 କେବଳ, ଆମ୍ଭେମାନେ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ । 17 ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର । 18 କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ; 19 ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି । 20 ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ; 21 ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ ।



Translation Questions

Philippians 3:1

କାହାଠାରୁ ସତର୍କ ରହିବା ପାଇଁ ପାଉଲ କହିଲେ ?

ପାଉଲ ବିଶ୍ଵାସୀମାନଙ୍କୁ କୁକୁରମାନଙ୍କ ଠାରୁ, ଦୁଷ୍ଟ କର୍ମକାରୀମାନଙ୍କଠାରୁ, ସୁନ୍ନତକାରୀମାନଙ୍କଠାରୁ ସତର୍କ ରହିବାକୁ କହିଲେ [୩:୨] ।

ପ୍ରକୃତ ସୁନ୍ନତ କିଏ ଅଟନ୍ତି ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି ଯେ ସତ୍ୟ ସୁନ୍ନତକାରୀମାନେ ସେମାନେ ଅଟନ୍ତି ଯେଉଁମାନେ ଈଶ୍ଵରଙ୍କ ଆତ୍ମାରେ ପ୍ରଶଂସା, ଖ୍ରୀଷ୍ଟ ଯୀଶୁଙ୍କୁ ମହିମା ଏବଂ ଶରୀରରେ କୌଣସୀ ପ୍ରକାରର ବିଶ୍ଵାସ କରନ୍ତି ନାହିଁ [୩:୩] ।

Philippians 3:6

ପାଉଲ କିପରି ବ୍ୟବସ୍ଥାର ଧାର୍ମିକତାର ତାଙ୍କ ପୁର୍ବ ଆଚରଣ ବିଷୟରେ ବର୍ଣ୍ଣନା କରନ୍ତି ?

ପାଉଲ ତାଙ୍କର ପୁର୍ବ ଆଚରଣକୁ ବ୍ୟବସ୍ଥାର ଧାର୍ମିକତାରେ ଏକ ଅନିନ୍ଦନୀୟ ଭାବରେ ବର୍ଣ୍ଣନା କରନ୍ତି [୩:୬] ।

ପାଉଲ ପୁର୍ବରୁ ଶରୀରରେ ଥିବା ସାହସ ବିଷୟରେ ବର୍ତ୍ତମାନ କିପରି ମନେ କରନ୍ତି ?

ପାଉଲ ତାଙ୍କର ପୁର୍ବବର୍ତ୍ତୀ ସମସ୍ତ ବିଷୟକୁ ଖ୍ରୀଷ୍ଟଙ୍କ ତୁଳନାରେ ଆବର୍ଜନା ବୋଲି ମନେ କରନ୍ତି [୩:୭] ।

Philippians 3:8

କେଉଁ କାରଣ ପାଇଁ ପାଉଲ ପୁର୍ବବର୍ତ୍ତୀ ସମସ୍ତ ବିଷୟକୁ ଆବର୍ଜନା ବୋଲି ମନେ କରନ୍ତି ?

ପାଉଲ ପୁର୍ବବର୍ତ୍ତୀ ସମସ୍ତ ବିଷୟକୁ ଆବର୍ଜନା ବୋଲି ମନେ କରନ୍ତି ଯେପରି ସେ ଖ୍ରୀଷ୍ଟଙ୍କୁ ଲାଭ କରିପାରନ୍ତି [୩:୮] ।

ବର୍ତ୍ତମାନ ପାଉଲ କେଉଁ ଧାର୍ମିକତାରେ ରହିଛନ୍ତି ?

ବର୍ତ୍ତମାନ ପାଉଲ ଈଶ୍ୱରଦତ୍ତ ଧାର୍ମିକତା ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟଙ୍କଠାରେ ଅଛନ୍ତି ।

ପାଉଲ ଖ୍ରୀଷ୍ଟଙ୍କ ସହିତ କେଉଁ ସହଭାଗିତା ଅଛି ?

ପାଉଲ ଖ୍ରୀଷ୍ଟଙ୍କର କ୍ଲେଶରେ ସହଭାଗିତା ରହିଅଛି [୩:୧୦] ।

Philippians 3:12

ଯଦିଓ ସେ ସମ୍ପୁର୍ଣ୍ଣ କରିନାହାନ୍ତି, ପାଉଲ କ'ଣ ନିରନ୍ତର କରନ୍ତି ?

ପାଉଲ ନିରନ୍ତର ଭାବରେ ଦୌଡୁଛନ୍ତି [୩;୧୨] ।

କେଉଁ ଲକ୍ଷ୍ୟ ପାଇଁ ପାଉଲ ଦୌଡୁଛନ୍ତି ?

ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ଉର୍ଦ୍ଧ୍ବରୁ ଈଶ୍ଵରଙ୍କ ଆହ୍ଵାନର ପୁରସ୍କାରକୁ ପାଇବା ନିମନ୍ତେ ନିରନ୍ତର ଦୌଡୁଅଛନ୍ତି [୩:୧୪] ।

Philippians 3:17

ପାଉଲ ତାଙ୍କ ଉଦାହରଣ ଅନୁସାରେ ଫିଲିପ୍ପୀୟମାନଙ୍କୁ କ'ଣ କରିବାକୁ କହନ୍ତି ?

ପାଉଲ ଫିଲିପ୍ପୀୟମାନଙ୍କୁ ତାଙ୍କ ଚାଲିଚଳନରେ ତାଙ୍କ ସହିତ ଏବଂ ତାଙ୍କୁ ଅନୁକରଣ କରିବା ପାଇଁ କହନ୍ତି [୩;୧୭] ।

ଯେଉଁମାନଙ୍କ ଈଶ୍ଵର ସେମାନଙ୍କ ପେଟ ଏବଂ ଯେଉଁମାନେ ଜାଗତିକ ବିଷୟ ପ୍ରତି ଚିନ୍ତା କରନ୍ତି, ସେମାନଙ୍କ ଲକ୍ଷ୍ୟ କ'ଣ ଅଟେ ?

ଯେଉମାନଙ୍କ ଈଶ୍ଵର ସେମାନଙ୍କ ପେଟ ଏବଂ ଯେଉଁମାନେ ସେମାନଙ୍କ ଜାଗତିକ ବିଷୟରେ ଚିନ୍ତା କରନ୍ତି, ସେମାନଙ୍କ ଲକ୍ଷ୍ୟ ବିନାଶ ଅଟେ [୩:୧୯] ।

Philippians 3:20

ବିଶ୍ଵାସୀମାନଙ୍କ ନାଗରିକତାର ସ୍ଥାନ ବିଷୟରେ ପାଉଲ କ'ଣ କହନ୍ତି ?

ବିଶ୍ଵାସୀମାନଙ୍କ ନାଗରିକତାର ସ୍ଥାନ ସ୍ଵର୍ଗରେ ଅଛି ବୋଲି ପାଉଲ କହନ୍ତି [୩:୨୦] ।

ଖ୍ରୀଷ୍ଟ ବିଶ୍ଵାସୀମାନଙ୍କର ଶରୀରକୁ କ'ଣ କରିବେ ଯେତେବେଳେ ସେ ସ୍ଵର୍ଗରୁ ଆସନ୍ତି ?

ଖ୍ରୀଷ୍ଟ ବିଶ୍ଵାସୀମାନଙ୍କର ନିମ୍ନତା ଶରୀରକୁ ତାହାଙ୍କ ମହିମାରୁପକ ଶରୀରରେ ପରିଣତ କରିବେ [୩:୨୧] ।


Chapter 4

1 ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ ।

2 ପ୍ରଭୁଙ୍କଠାରେ ଏକମନା ହେବା ନିମନ୍ତେ ମୁଁ ଇୟଦିଆ ଓ ସୁନ୍ତୁଖୀ ଉଭୟଙ୍କୁ ଅନୁରୋଧ କରୁଅଛି । 3 ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍‍ସ୍‍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋ' ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି । 4 ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର । 5 ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ । 6 କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ । 7 ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ । 8 ଅବଶେଷରେ, ହେ ଭ୍ରାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରିୟ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍‍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର । 9 ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋ'ଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋ'ଠାରେ ଦେଖିଅଛ, ସେହି ସବୁ କର; ସେଥିରେ ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ।

10 ଏବେ ଅବଶେଷରେ ମୋ' ନିମନ୍ତେ ତୁମ୍ଭମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇ ପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି; ପ୍ରକୃତରେ ମୋ' ବିଷୟରେ ତୁମ୍ଭମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନ ଥିଲା । 11 ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି । 12 ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ- ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି । 13 ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ । 14 ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ । 15 ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋ' ସହିତ ଦେବା ନେବାର ହିସାବ ରଖି ନ ଥିଲେ । 16 କାରଣ ଥେସଲନୀକୀରେ ମୁଁ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ, ହଁ, ଦୁଇ ଥର ଦାନ ପଠାଇଥିଲ । 17 ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ । 18 ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହି ସବୁ ମୋ' ପାଇଁ ଯଥେଷ୍ଟ; ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ । 19 ପୁଣି, ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ । 20 ଆମ୍ଭମାନଙ୍କର ଈଶ୍ୱର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ । ଆମେନ୍‍ ।

21 ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ। ମୋହର ସଙ୍ଗୀ ଭ୍ରାତୃଗଣ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । 22 ସାଧୁମାନେ ସମସ୍ତେ, ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । 23 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ ।



Translation Questions

Philippians 4:1

ପାଉଲ ତାହାଙ୍କ ପ୍ରିୟ ବନ୍ଧୁମାନଙ୍କୁ ଫିଲିପ୍ପୀରେ କ'ଣ କରିବାକୁ ଇଚ୍ଛା କରନ୍ତି ?

ପାଉଲ ଫିଲିପ୍ପୀୟମାନଙ୍କୁ ପ୍ରଭୁରେ ଦୃଢ ଭାବରେ ଠିଆ ହେବାକୁ ଇଚ୍ଛା କରନ୍ତି [୪:୧] ।

ଇୟଦିଆ ଏବଂ ସୁନ୍ତୁଖୀ ସହିତ କେଉଁ ଘଟଣା ଦେଖିବାକୁ ଇଚ୍ଛା କରନ୍ତି ?

ପ୍ରଭୁଙ୍କ ଠାରେ ଇୟଦିଆ ଏବଂ ସୁନ୍ତୁଖୀର ସେହିପରି ମନୋଭାବ ହେବା ପାଇଁ ପାଉଲ ଦେଖିବାକୁ ଇଚ୍ଛା କରନ୍ତି [୪:୨] ।

Philippians 4:4

ପାଉଲ ଫିଲିପ୍ପୀୟମାନଙ୍କୁ ସର୍ବଦା କ'ଣ କରିବାକୁ କହନ୍ତି ?

ପାଉଲ ସେମାନଙ୍କୁ ପ୍ରଭୁରେ ସର୍ବଦା ଆନନ୍ଦ କରିବାକୁ କହନ୍ତି [୪:୪] ।

ଉତ୍କ'ଣ୍ଠିତ ହେବା ପରିବର୍ତ୍ତେ, ପାଉଲ କ'ଣ କରିବାକୁ କହନ୍ତି ?

ପାଉଲ କହନ୍ତି ଯେ ଉତ୍କଣ୍ଠିତ ହେବା ପରିବର୍ତ୍ତେ, ଆମ୍ଭର ଯାହାକିଛି ଆବଶ୍ୟକତାକୁ ପ୍ରାର୍ଥନାରେ ଈଶ୍ଵରଙ୍କୁ କହନ୍ତୁ ଏବଂ ତାହାଙ୍କୁ ଧନ୍ୟବାଦ ଦିଅନ୍ତୁ [୪:୬] ।

ଯଦି ଆମ୍ଭେମାନେ ଏହା କରୁ, କ'ଣ ଆମ୍ଭମାନଙ୍କ ହୃଦୟ ଏବଂ ମନକୁ ରକ୍ଷା କରିଥାଏ ?

ଯଦି ଆମ୍ଭେ ଏହା କରୁ, ଈଶ୍ଵରଙ୍କ ଶାନ୍ତି ଆମ୍ଭମାନଙ୍କ ହୃଦୟ ଏବଂ ମନକୁ ରକ୍ଷା କରିଥାଏ [୪:୭] ।

Philippians 4:8

କେଉଁ ବିଷୟଗୁଡିକ ଉପରେ ପାଉଲ ଚିନ୍ତା କରିବାକୁ କହନ୍ତି ?

ପାଉଲ ସେହି ବିଷୟଗୁଡିକ ଯାହା ଆଦରଣୀୟ, ଯଥାର୍ଥ, ବିଶୁଦ୍ଧ, ପ୍ରିୟ, ସୁଖ୍ୟାତିଯୁକ୍ତ, ସତଗୁଣ, ପ୍ରଶଂସାର ବିଷୟ ଅଟେ, ଚିନ୍ତା କରିବାକୁ କହନ୍ତି [୪:୮] ।

Philippians 4:10

ଫିଲିପ୍ପୀୟମାନେ କ'ଣ ନୂତନରୂପରେ ଆଣିବାକୁ ସକ୍ଷମ ହୋଇଛନ୍ତି ?

ଫିଲିପ୍ପୀୟମାନେ ବର୍ତ୍ତମାନ ପାଉଲଙ୍କ ନିମନ୍ତେ ଚିନ୍ତିତ ହେବା ବିଷୟରେ ସକ୍ଷମ ହୋଇଛନ୍ତି [୪:୧୦] ।

ବିଭିନ୍ନ ପରିସ୍ଥିତିରେ ରହିବା ପାଇଁ ପାଉଲ କେଉଁ ରହସ୍ୟଗୁଡିକ ଶିଖିଛନ୍ତି ?

ଦୀନତାରେ ଏବଂ ପ୍ରଚୁରତାରେ ପାଉଲ ସନ୍ତୁଷ୍ଟତାରେ ରହିବା ରହସ୍ୟକୁ ଶିଖିଛନ୍ତି [୪:୧୧-୧୨] ।

କେଉଁ ଶକ୍ତି ଦ୍ଵାରା ପାଉଲ ସନ୍ତୋଷରେ ରହନ୍ତି ?

ପାଉଲ ଖ୍ରୀଷ୍ଟଙ୍କ ଦ୍ଵାରା ଯିଏ ତାଙ୍କୁ ବଳ ଦିଅନ୍ତି, ସମସ୍ତ ପରିସ୍ଥିତିରେ ସନ୍ତୋଷରେ ରହିପାରିବେ [୪:୧୩] ।

Philippians 4:14

ପାଉଲ ଫିଲିପ୍ପୀୟମାନଙ୍କଠାରେ ତାଙ୍କର ଆବଶ୍ୟକତା ନିମନ୍ତେ ସେମାନଙ୍କ ଦେବାରେ କ'ଣ ଖୋଜନ୍ତି ?

ପାଉଲ ଫିଲିପ୍ପୀୟମାନଙ୍କ ହିସାବରେ ବୃଦ୍ଧି ହୋଇଥିବା ଫଳକୁ ଖୋଜନ୍ତି [୪:୧୪-୧୭] ।

Philippians 4:18

ପାଉଲଙ୍କ ନିମନ୍ତେ ଗଠିତ ହୋଇଥିବା ଫିଲିପ୍ପୀୟମାନଙ୍କ ଦାନକୁ ଈଶ୍ଵର କିପରି ଭାବରେ ଦେଖନ୍ତି ?

ଫିଲିପ୍ପୀୟମାନଙ୍କ ଦ୍ଵାରା କରାଯାଇଥିବା ପାଉଲଙ୍କ ନିମନ୍ତେ ତ୍ୟାଗ ସହିତ ଈଶ୍ଵର ସନ୍ତୁଷ୍ଟ ହୁଅନ୍ତି [୪:୧୮] ।

ଫିଲିପ୍ପୀୟମାନଙ୍କ ନିମନ୍ତେ ଈଶ୍ଵର କ'ଣ କରିବେ ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି ଯେ ଈଶ୍ଵର ଫିଲିପ୍ପୀୟମାନଙ୍କ ସମସ୍ତ ଆବଶ୍ୟକତାକୁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିବା ସମସ୍ତ ଗୌରବମୟ ଐଶ୍ଵର୍ଯ୍ୟ ଅନୁସାରେ ଯୋଗାଇବେ [୪:୧୯] ।


Book: Colossians

Colossians

Chapter 1

1

 

ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା 2 ତୀମଥି କଲସୀରେ ଥିବା ସାଧୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଭ୍ରାତୃବୃନ୍ଦଙ୍କ ନିକଟକୁ; ଆମ୍ଭମାନଙ୍କ ପିତା ଈଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।

3 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଏବଂ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ରଖାଯାଇଥିବା ଭରସା ସକାଶେ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣି 4 ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଅଛୁ; 5 ସେହି ଭରସା ବିଷୟରେ ତୁମ୍ଭେମାନେ ସୁସମାଚାରର ସତ୍ୟ ବାକ୍ୟ ଦ୍ୱାରା ପୂର୍ବେ ଶୁଣିଅଛ । 6 ସେହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି, ତାହା ଯେପରି ସମସ୍ତ ଜଗତରେ ଫଳବାନ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମ୍ଭେମାନେ ଯେଉଁ ଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ୱରଙ୍କ ଅନୁଗ୍ରହର ବୋଧ ପାଇଲ, ସେହି ଦିନଠାରୁ ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି । 7 ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ; ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ; 8 ସେ ମଧ୍ୟ ଆତ୍ମାରେ ତୁମ୍ଭମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି । 9 ଏଣୁ ତାହା ଶୁଣିବା ଦିନଠାରୁ ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ କ୍ଷାନ୍ତ ହେଉ ନାହୁଁ, ଯେପରି ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ଅଭିମତ ଜ୍ଞାତ ହୋଇ 10 ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍‍, ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ଉତ୍ତମକର୍ମର ଫଳରେ ଫଳବାନ ହୁଅ 11 ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ, 12 ପୁଣି, ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ । 13 ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି; 14 ଯୀଶୁଙ୍କଠାରେ ଆମ୍ଭେମାନେ ମୁକ୍ତି, ଅର୍ଥାତ୍‍, ପାପ କ୍ଷମା ପାଇଅଛୁ ।

15 ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ, 16 କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି; 17 ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି । 18 ଆଉ, ସେ ମଣ୍ଡଳୀରୂପ ଶରୀରର ମସ୍ତକ ସ୍ୱରୂପ, ସେ ଆଦି, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି । 19 କାରଣ ଈଶ୍ୱରଙ୍କ ସନ୍ତୋଷ ହେଲା ଯେ, ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ, 20 ପୁଣି, ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି, ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି । 21 ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ୱରଙ୍କଠାରୁ ପୃଥକ୍‍ ଓ ମନରେ ତାହାଙ୍କର ଶତ୍ରୁ ଥିଲ, 22 କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି; 23 ତୁମ୍ଭେମାନେ ଯେବେ ବିଶ୍ୱାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ, ତାହାହେଲେ ନିଶ୍ଚୟ ଏହି ସବୁ ଫଳ ପାଇବ; ସେହି ସୁସମାଚାର ତୁମ୍ଭେମାନେ ତ ଶୁଣିଅଛ; ତାହା ଆକାଶମଣ୍ଡଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ ପ୍ରଚାରିତ ହୋଇଅଛି, ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି ।

24 ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି; 25 ଈଶ୍ୱର ମୋତେ ଯେଉଁ ଭଣ୍ଡାରଘରିଆ ପଦ ତୁମ୍ଭମାନଙ୍କ ନିମନ୍ତେ ଦେଇଅଛନ୍ତି, ତଦନୁସାରେ ମୁଁ ସେହି ମଣ୍ଡଳୀର ଜଣେ ସେବକ ହୋଇଅଛି, ଯେପରି ମୁଁ ଈଶ୍ୱରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଚାର କରେ । 26 ସେହି ନିଗୂଢ଼ତତ୍ତ୍ୱ ପୂର୍ବଯୁଗ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି । 27 ଅଣଯିହୂଦୀମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ୱର ଗୌରବରୂପ ଧନ ଯେ କ'ଣ, ତାହା ଈଶ୍ୱର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ ସେହି ନିଗୂଢ଼ତତ୍ତ୍ୱ ଏହି, ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟ, ସେ ଗୌରବର ଭରସା ସ୍ୱରୂପ; 28 ତାହାଙ୍କୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି, ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରି ପାରୁ; 29 ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋ'ଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି ।



Translation Questions

Colossians 1:1

ପାଉଲ କିପରି ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ହୋଇ ଥିଲେ ?

ଈଶ୍ଵରଙ୍କ ଇଚ୍ଛାରେ ପାଉଲ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ହେଲେ [୧:୧]।

ପାଉଲ କାହାକୁ ଏହି ପତ୍ରଟି ଲେଖିଥିଲେ ?

କଲସୀରେ ଥିବା ବିଶ୍ଵସ୍ତ ଭ୍ରାତୃବୃନ୍ଦ ଏବଂ ଈଶ୍ଵରଙ୍କ ନିମନ୍ତେ ଅଲଗା ହୋଇଥିବା ଲୋକମାନଙ୍କୁ ପାଉଲ ଲେଖିଥିଲେ [୧:୨]।

Colossians 1:4

ଭରସାର ଆଶା ଯାହା ସେମାନଙ୍କ ପାଖରେ ବର୍ତ୍ତମାନ ଅଛି ସେହି ବିଷୟରେ କଲସୀୟମାନେ କେଉଁଠାରେ ଶୁଣିଥିଲେ ?

ସୁସମାଚାରର, ସତ୍ୟ ବାକ୍ୟରେ ସେମାନଙ୍କର ଭରସାର ଆଶା ବିଷୟରେ କଲସୀୟମାନେ ଶୁଣିଥିଲେ [୧:୫]।

ଜଗତରେ ସୁସମାଚାର କ'ଣ କରି ଆସୁଅଛି ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି ସୁସମାଚାର ଫଳ ଉତ୍ପନ୍ନ କରିଆସୁଅଛି ଏବଂ ସାରା ଜଗତରେ ବୃଦ୍ଧିପାଉଅଛି [୧:୬]।

Colossians 1:7

କଲସୀୟମାନଙ୍କୁ କିଏ ସୁସମାଚାର ଉପସ୍ଥାପନ କରିଥିଲେ ?

ଏପାଫ୍ରା, ଖ୍ରୀଷ୍ଟଙ୍କର ଜଣେ ବିଶ୍ଵସ୍ତ ସେବକ, କଲସୀୟମାନଙ୍କୁ ସୁସମାଚାର ଉପସ୍ଥାପନ କରିଥିଲେ [୧:୭]।

Colossians 1:9

କେଉଁଥିରେ କଲସୀୟମାନେ ପୂର୍ଣ୍ଣ ହେବା ପାଇଁ ପାଉଲ ପ୍ରାର୍ଥନା କରନ୍ତି ?

କଲସୀୟମାନେ ଯେପରି ସମସ୍ତ ବୁଦ୍ଧିରେ ଈଶ୍ଵରଙ୍କ ଅଭିମତ ଜ୍ଞାନରେ ପୁଣି ଆତ୍ମିକ ଜ୍ଞାନ ଓ ବୃଦ୍ଧିରେ ପୂର୍ଣ୍ଣ ହେବେ ସେଥିପାଇଁ ପାଉଲ ପ୍ରାର୍ଥନା କରନ୍ତି [୧:୯]।

କଲସୀୟମାନେ ସେମାନଙ୍କର ଜୀବନରେ କିପରି ଆଚରଣ କରନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି ?

କଲସୀୟମାନେ ଯେପରି ପ୍ରଭୁଙ୍କର ଯୋଗ୍ୟ ଆଚରଣ କରିବେ, ପୁଣି ଈଶ୍ଵରଙ୍କର ବୃଦ୍ଧି ପାଇବେ, ଉତ୍ତମ କର୍ମ ଫଳ ଉତ୍ପନ୍ନ କରିବେ ସେଥିନିମନ୍ତେ ପାଉଲ ପ୍ରାର୍ଥନା କରନ୍ତି [୧:୧୦]।

Colossians 1:11

ଯେଉଁମାନେ ଈଶ୍ଵରଙ୍କ ନିମନ୍ତେ ଅଲଗା ହୋଇଅଛନ୍ତି ସେମାନେ କ'ଣ ପାଇଁ ଯୋଗ୍ୟ ଅଟନ୍ତି ?

ଯେଉଁମାନେ ଈଶ୍ଵରଙ୍କ ନିମନ୍ତେ ଅଲଗା ହୋଇଅଛନ୍ତି ସେମାନେ ଦୀପ୍ତିର ଅଧିକାରର ସହଭାଗୀ ହେବା ନିମନ୍ତେ ଯୋଗ୍ୟ ଅଟନ୍ତି [୧:୧୨]।

Colossians 1:13

ଯେଉଁମାନେ ତାହାଙ୍କ ନିମନ୍ତେ ଅଲଗା ହୋଇଅଛନ୍ତି ସେମାନଙ୍କୁ ପିତା କେଉଁଠାରୁ ଉଦ୍ଧାର କରିଅଛନ୍ତି ?

ସେ ସେମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରିଅଛନ୍ତି ପୁଣି ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି [୧:୧୩]।

ଖ୍ରୀଷ୍ଟଙ୍କଠାରେ, ଆମ୍ଭମାନଙ୍କର ମୁକ୍ତି ଅଛି, ଏହି କ'ଣ ଅଟେ ?

ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ମୁକ୍ତି, ଅର୍ଥାତ୍ ପାପର କ୍ଷମା [୧:୧୪]।

Colossians 1:15

ପୁତ୍ର କାହାର ପ୍ରତିମୂର୍ତ୍ତି ଅଟନ୍ତି ?

ପୁତ୍ର ଅଦୃଶ୍ୟ ଈଶ୍ଵରଙ୍କ ପ୍ରତିମୂର୍ତ୍ତି ଅଟନ୍ତି [୧:୧୫]।

ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଏବଂ ତାହାଙ୍କ ନିମନ୍ତେ କ'ଣ ସୃଷ୍ଟି ହୋଇଅଛି ?

ସମସ୍ତ ବିଷୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଏବଂ ତାହାଙ୍କ ନିମନ୍ତେ ସୃଷ୍ଟି ହୋଇଅଛି [୧:୧୬]।

Colossians 1:18

କିପରି ଈଶ୍ଵର ଆପଣା ସହିତ ସମସ୍ତ ବିଷୟ ମିଳନ କଲେ ?

ଯେତେବେଳେ ସେ ତାହାଙ୍କ ପୁତ୍ରଙ୍କ ରକ୍ତ ଦ୍ଵାରା ଶାନ୍ତି ସ୍ଥାପନ କଲେ ସେତେବେଳେ ଈଶ୍ଵର ସମସ୍ତ ବିଷୟ ଆପଣ ସହିତ ପୁନଃର୍ମିଳନ କଲେ [୧:୨୦]।

Colossians 1:21

ସୁସମାଚାରରେ ବିଶ୍ଵାସ କରିବା ପୂର୍ବରୁ କଲସୀୟମାନଙ୍କର ଈଶ୍ଵରଙ୍କ କି ସମ୍ପର୍କ ଥିଲା ?

ସୁସମାଚାରରେ ବିଶ୍ଵାସ କରିବା ପୂର୍ବେ, କଲସୀୟମାନେ ଈଶ୍ଵରଙ୍କ ଅପରିଚିତବିଜାତୀୟ ଥିଲେ ଏବଂ ତାହାଙ୍କର ଶତ୍ରୁ ଥିଲେ [୧:୨୧]।

କଲସୀୟମାନଙ୍କୁ କ'ଣ ନିରନ୍ତର କରିବା ଆବଶ୍ୟକ ?

କଲସୀୟମାନେ ବିଶ୍ଵାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରର ଭରସାରେ ନିରନ୍ତର ରହିବା ଆବଶ୍ୟକ [୧:୨୩]।

Colossians 1:24

ପାଉଲ କାହା ନିମନ୍ତେ ଦୁଃଖଭୋଗ କରୁଅଛନ୍ତି, ଏବଂ ତାହାଙ୍କର ମନୋଭାବ କ'ଣ ଅଟେ ?

ମଣ୍ଡଳୀ ନିମନ୍ତେ ପାଉଲ ଦୁଃଖଭୋଗ କରୁଅଛନ୍ତି, ଏବଂ ସେ ସେଥିରେ ଆନନ୍ଦ କରନ୍ତି [୧:୨୪]।

କେଉଁ ରହସ୍ୟ ବିଷୟ ଯୁଗ ଯୁଗ ନିମନ୍ତେ ଗୁପ୍ତ ରହିଥିଲା କିନ୍ତୁ ବର୍ତ୍ତମାନ ତାହା ପ୍ରକାଶିତ ହୋଇଅଛି ?

ଯେଉଁ ରହସ୍ୟ ବିଷୟ ଯୁଗ ଯୁଗ ନିମନ୍ତେ ଗୁପ୍ତ ରହିଥିଲା କିନ୍ତୁ ବର୍ତ୍ତମାନ ପ୍ରକାଶିତ ହୋଇଅଛି ତାହା ହେଉଛି ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟ, ସେ ଗୌରବର ଭରସା ସ୍ଵରୂପ [୧:୨୭]।

Colossians 1:28

ପାଉଲଙ୍କ ଶିକ୍ଷା ଏବଂ ସତର୍କୀକରଣ ଉପଦେଶର ଲକ୍ଷ୍ୟ କ'ଣ ଅଟେ ?

ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କଠାରେ ସିଦ୍ଧ କରି ଉପସ୍ଥାପନ କରିବା ପାଉଲଙ୍କର ଲକ୍ଷ୍ୟ ଅଟେ [୧:୨୮]।


Chapter 2

1 କାରଣ ତୁମ୍ଭମାନଙ୍କ ଓ ଲାଅଦିକିଆର ଲୋକମାନଙ୍କ, ପୁଣି, ଯେତେ ଲୋକ ମୋହର ମୁଖ ଦେଖି ନାହାଁନ୍ତି, ସେ ସମସ୍ତଙ୍କ ନିମନ୍ତେ ମୁଁ ଯେ କେତେ ପ୍ରାଣପଣ କରିଥାଏ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା; 2 ମୋହର ଉଦ୍ଦେଶ୍ୟ ଏହି, ଯେପରି ସେମାନଙ୍କ ହୃଦୟ ଉତ୍ସାହିତ ହୁଏ, ପୁଣି, ସେମାନେ ଜ୍ଞାନର ପୂର୍ଣ୍ଣ ନିଶ୍ଚୟତାରୂପ ସମସ୍ତ ଧନ ପ୍ରାପ୍ତ ହେବା ନିମନ୍ତେ, ଅର୍ଥାତ୍‍ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ଯେ ଖ୍ରୀଷ୍ଟ, ତାହାଙ୍କୁ ଜାଣିବା ନିମନ୍ତେ ପରସ୍ପର ପ୍ରେମରେ ସଂଯୁକ୍ତ ହୁଅନ୍ତି । 3 ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି। 4 କେହି ଯେପରି ତୁମ୍ଭମାନଙ୍କୁ ବାକ୍‍ଚାତୁରି ଦ୍ୱାରା ନ ଭୁଲାଏ, ସେଥିନିମନ୍ତେ ମୁଁ ଏହା କହୁଅଛି। 5 କାରଣ ଯଦ୍ୟପି ମୁଁ ଶରୀରରେ ଅନୁପସ୍ଥିତ, ତଥାପି ମୁଁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଥାଇ ତୁମ୍ଭମାନଙ୍କର ସୁଗଠନ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଦୃଢ଼ତା ଦେଖି ଆନନ୍ଦ କରୁଅଛି ।

6 ଅତଏବ, ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ବୋଲି ଯେପରି ଗ୍ରହଣ କରିଅଛ, ତଦନୁସାରେ ତାହାଙ୍କ ସହଭାଗିତାରେ ଆଚରଣ କର; 7 ତାହାଙ୍କଠାରେ ବଦ୍ଧମୂଳ ଓ ଗୁନ୍ଥା ହୋଇ ପ୍ରାପ୍ତ ଶିକ୍ଷା ଅନୁସାରେ ବିଶ୍ୱାସରେ ନିଷ୍ଠାବାନ ହୋଇ ଅଧିକରୁ ଅଧିକ ଧନ୍ୟବାଦ ଦିଅ। 8 ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ; 9 କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ତ୍ୱ ଦେହବନ୍ତ ହୋଇ ବାସ କରେ, 10 ପୁଣି, ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ମସ୍ତକ ସ୍ୱରୂପ ଯେ ସେ, ତାହାଙ୍କ ସହଭାଗିତାରେ ତୁମ୍ଭେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ । 11 ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍‍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ; 12 ତୁମ୍ଭେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇ, ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ କାର୍ଯ୍ୟସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ ହୋଇଅଛ । 13 ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ୱର ତାହାଙ୍କ ସହିତ ଜୀବିତ କରିଅଛନ୍ତି, ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି, 14 ପୁଣି, ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇଅଛନ୍ତି; 15 ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରିଅଛନ୍ତି ।

16 ଅତଏବ, ଭୋଜନପାନ କିଅବା ପର୍ବ, ପ୍ରତିପଦ ଅବା ବିଶ୍ରାମବାର ସମ୍ବନ୍ଧରେ କେହି ତୁମ୍ଭମାନଙ୍କ ବିଚାର ନ କରୁ; 17 ସେହି ସବୁ ଆଗାମୀ ବିଷୟର ଛାୟାମାତ୍ର, କିନ୍ତୁ ବାସ୍ତବ ବିଷୟ ଖ୍ରୀଷ୍ଟ । 18 ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ; 19 ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧି ଓ ଶିରା ଦ୍ୱାରା ଉପକାର ପ୍ରାପ୍ତ ହୋଇ ପରସ୍ପର ସହିତ ସୁସଂଯୁକ୍ତ ଅଟେ ଏବଂ ଈଶ୍ୱରଦତ୍ତ ବୃଦ୍ଧିରେ ବୃଦ୍ଧିପ୍ରାପ୍ତ ହେଉଅଛି । 20 ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ପ୍ରାଥମିକ ଶିକ୍ଷା ପ୍ରତି ମୃତ ହୋଇଅଛ, 21 ତେବେ ମନୁଷ୍ୟର ବିଧି ଓ ଶିକ୍ଷାନୁସାରେ "ଧର ନାହିଁ, ଖାଅ ନାହିଁ ବା ଛୁଅଁ ନାହିଁ, ସାଂସାରିକ ଲୋକ ପରି ଏହି ପ୍ରକାର ବିଧିବିଧାନର କାହିଁକି ବଶୀଭୂତ ହେଉଅଛ ? 22 ଏହି ସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ । 23 ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛାଉପାସନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ମୂଲ୍ୟ ନାହିଁ, ତଦ୍ଵାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ ।



Translation Questions

Colossians 2:1

ଈଶ୍ଵରଙ୍କ ରହସ୍ୟ ବିଷୟ କ'ଣ ଅଟେ ?

ଈଶ୍ଵରଙ୍କ ରହସ୍ୟ ବିଷୟ ଖ୍ରୀଷ୍ଟ ଅଟନ୍ତି [୨:୨]।

ଖ୍ରୀଷ୍ଟଙ୍କଠାରେ କ'ଣ ଗୁପ୍ତ ଅଛି ?

ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ଗୁପ୍ତ ଅଛି [୨:୩]।

Colossians 2:4

କଲସୀୟମାନଙ୍କୁ କ'ଣ ଘଟିପାରେ ବୋଲି ପାଉଲଙ୍କର ଉଦ୍‌ବେଗ ଥିଲା ?

କଲସୀୟମାନେ ଯେପରି ବାଗ୍ ଚାତୁରୀ ଦ୍ଵାରା ନ ଭୁଲନ୍ତି ତାହା ପାଉଲଙ୍କର ଚିନ୍ତା ଥିଲା [୨:୪]।

Colossians 2:6

ବର୍ତ୍ତମାନ କଲସୀୟମାନଙ୍କୁ କ'ଣ କରିବାକୁ ପାଉଲ ଆହ୍ୱାନ କରନ୍ତି ଯେହେତୁ ସେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଅଛନ୍ତି ?

ଯୀଶୁ ଖ୍ରୀଷ୍ଟଙ୍କୁ ଯେପରି ସେମାନେ ଗ୍ରହଣ କରିଅଛନ୍ତି ତଦନୁସାରେ ତାହାଙ୍କ ସହଭାଗିତାରେ ଆଚରଣ କରିବାକୁ ପାଉଲ କଲସୀୟମାନଙ୍କୁ ଆହ୍ୱାନ କରନ୍ତି [୨:୬]।

Colossians 2:8

ନିରର୍ଥକ ପ୍ରତାରଣା କାହା ଉପରେ ଆଧାରିତ ହୋଇଅଛି ଯାହା ବିଷୟରେ ପାଉଲ ଚିନ୍ତିତ ଅଛନ୍ତି ?

ନିରର୍ଥକ ପ୍ରତାରଣା ମନୁଷ୍ୟର ପରମ୍ପରାଗତ ଓ ଜଗତର ପାପମୟ ବିଶ୍ଵାସ ଉପରେ ଆଧାରିତ ହୋଇଅଛି [୨:୮]।

ଖ୍ରୀଷ୍ଟଙ୍କଠାରେ କ'ଣ ବାସ କରେ ?

ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ଵରତ୍ଵ ଦେହବନ୍ତ ହୋଇ ବାସ କରେ [୨:୯]।

Colossians 2:10

ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ମସ୍ତକ କିଏ ଅଟନ୍ତି ?

ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ମସ୍ତକ ଖ୍ରୀଷ୍ଟ ଅଟନ୍ତି [୨:୧୦]।

ଖ୍ରୀଷ୍ଟଙ୍କ ସୁନ୍ନତ ଦ୍ଵାରା କ'ଣ ଦୂର ହୋଇଅଛି ?

ଖ୍ରୀଷ୍ଟଙ୍କ ସୁନ୍ନତ ଦ୍ଵାରା ଶାରୀରିକ ସ୍ଵଭାବ ଦୂର ହୋଇଅଛି [୨:୧୧]।

ବାପ୍ତିସ୍ମରେ କ'ଣ ହୁଏ ?

ଜଣେ ବ୍ୟକ୍ତି ବାପ୍ତିସ୍ମରେ ଖ୍ରୀଷ୍ଟ ସହିତ ସମାଧି ପ୍ରାପ୍ତ ହୁଏ [୨:୧୨]।

Colossians 2:13

ଖ୍ରୀଷ୍ଟ ଜଣେ ବ୍ୟକ୍ତିଙ୍କୁ ଜୀବିତ କରିବା ପୂର୍ବରୁ ତାହାର ଅବସ୍ଥା କେମିତି ଥାଏ ?

ଖ୍ରୀଷ୍ଟ ଜଣେ ବ୍ୟକ୍ତିଙ୍କୁ ଜୀବିତ କରିବା ପୂର୍ବରୁ ସେ ତାହାରି ଅପରାଧରେ ମୃତ ଥାଏ [୨:୧୩]।

ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଋଣ ଭାରର ଅଭିଯୋଗ କରାଯାଇଅଛି ତାହା ସହିତ ଖ୍ରୀଷ୍ଟ କ'ଣ କଲେ ?

ଖ୍ରୀଷ୍ଟ ଋଣର ଭାର ଦୂର କଲେ ଏବଂ କ୍ରୁଶରେ ଟଙ୍ଗାଇଦେଲେ [୨:୧୪]।

ଆଧିପତ୍ୟ ଓ କର୍ତ୍ତାପଣମାନଙ୍କ ସହିତ ଖ୍ରୀଷ୍ଟ କ'ଣ କଲେ ?

ଖ୍ରୀଷ୍ଟ ଆଧିପତ୍ୟ ଓ କର୍ତ୍ତାପଣମାନଙ୍କୁ ଦୂର କରିଦେଲେ, ଖୋଲା ଭାବରେ ସେମାନଙ୍କୁ ପ୍ରକାଶ କଲେ, ଏବଂ ବିଜୟ ଯାତ୍ରାରେ ସେମାନଙ୍କୁ ଦୂର କଲେ [୨:୧୫]।

Colossians 2:16

ଆଗାମୀ ବିଷୟର ଛାୟା ବୋଲି ପାଉଲ କ'ଣ କୁହନ୍ତି ?

ଖାଦ୍ୟ, ପାନ, ଭୋଜିଦିନ, ଏବଂ ବିଶ୍ରାମଦିନ ସବୁ ଆଗାମୀ ବିଷୟର ଛାୟାମାତ୍ର ବୋଲି ପାଉଲ କହନ୍ତି [୨:୧୭]।

କେଉଁ ବାସ୍ତବତାକୁ ଛାୟା ଚିହ୍ନଟ କରେ ?

ଛାୟା ଖ୍ରୀଷ୍ଟର ବାସ୍ତଵତାକୁ ଚିହ୍ନଟ କରେ [୨:୧୭]।

Colossians 2:18

ସମସ୍ତ ଈଶ୍ୱରଙ୍କ ଗୁଣର ପୂର୍ଣ୍ଣତା ଯୀଶୁ ଖ୍ରୀଷ୍ଟଙ୍କଠାରେ କିପରି ବାସ କରେ ?

ଖ୍ରୀଷ୍ଟ, ମସ୍ତକ ଦ୍ଵାରା ସମସ୍ତ ଶରୀର ଉପକାର ପ୍ରାପ୍ତ ଏବଂ ପରସ୍ପର ସହିତ ସୁସଂଯୁକ୍ତ ଅଟେ [୨:୯]।

Colossians 2:20

କେଉଁ ପ୍ରକାର ବିଧିଗୁଡିକ ସଂସାରର ବିଧିର ଅଂଶ ବୋଲି ପାଉଲ କହନ୍ତି ?

ଧର ନାହିଁ, ଖାଅ ନାହିଁ, ଏବଂ ଛୁଅଁ ନାହିଁ ଏହି ପ୍ରକାର ବିଧିଗୁଡିକ ସଂସାରର ବିଧିର ଅଂଶ ଅଟେ [୨:୨୦-୨୨]।

ମନୁଷ୍ୟ ଦ୍ଵାରା ତିଆରି ହୋଇଥିବା ଧର୍ମ ବିରୁଦ୍ଧରେ କ'ଣ ସାର ନାହିଁ ?

ଶାରୀରିକ ଭାବର ତୃପ୍ତି ବିରୁଦ୍ଧରେ ମନୁଷ୍ୟ ଦ୍ଵାରା ତିଆରି ହୋଇଥିବା ଧର୍ମର କିଛି ସାର ନାହିଁ [୨:୨୩]।


Chapter 3

1 ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର । 2 ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ । 3 କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। 4 ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ । 5 ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍‍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହି ସବୁ ପ୍ରତି ମୃତ ହୁଅ; 6 ଏହି ସବୁ ହେତୁରୁ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ 7 ପୂର୍ବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟରେ ଆସକ୍ତ ଥାଇ ସେହି ପ୍ରକାରେ ଆଚରଣ କରୁଥିଲ। 8 କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟ, ଅର୍ଥାତ୍‍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହି ସବୁ ପରିତ୍ୟାଗ କର । 9 ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ 10 ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି; 11 ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୂଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି । 12 ଅତଏବ, ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁୁତା ପରିଧାନ କର। 13 ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର । 14 ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ। 15 ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ । 16 ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର । 17 ଆଉ, ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ ।

18 ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ୱାମୀମାନଙ୍କ ବଶୀଭୂତା ହୁଅ । 19 ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ। 20 ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର । 21 ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି । 22 ହେ ଦାସମାନେ, ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ । 23 ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲାପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲାପରି କର ନାହିଁ; 24 ପ୍ରଭୁଙ୍କଠାରୁ ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର, 25 କାରଣ ଯେ ଅନ୍ୟାୟ କରେ, ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ; ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ ।



Translation Questions

Colossians 3:1

ଖ୍ରୀଷ୍ଟ କେଉଁଠାକୁ ଉତ୍ଥିତ ହୋଇଅଛନ୍ତି ?

ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ବସିବାକୁ ଖ୍ରୀଷ୍ଟ ଉତ୍ଥିତ ହୋଇଅଛନ୍ତି [୩:୧]।

ବିଶ୍ଵାସୀମାନେ କ'ଣ ଅନ୍ୱେଷଣ କରିବା ଉଚିତ୍ ଏବଂ କ'ଣ ଅନ୍ୱେଷଣ ନ କରିବା ଉଚିତ୍ ?

ପାର୍ଥିବ ଅନ୍ୱେଷଣ ନ କରି, ବିଶ୍ଵାସୀମାନେ ଉର୍ଦ୍ଧ୍ୱସ୍ଥ ବିଷୟ ଖୋଜିବା ଉଚିତ୍ [୩:୧-୨]।

ଈଶ୍ଵର ବିଶ୍ଵାସୀଙ୍କ ଜୀବନ କେଉଁଠାରେ ରଖିଅଛନ୍ତି ?

ଈଶ୍ଵର ବିଶ୍ଵାସୀଙ୍କ ଜୀବନକୁ ଖ୍ରୀଷ୍ଟଙ୍କଠାରେ ରଖିଅଛନ୍ତି [୩:୩]।

ଯେତେବେଳେ ଖ୍ରୀଷ୍ଟ ପ୍ରକାଶିତ ହେବେ ସେତେବେଳେ ବିଶ୍ଵାସୀମାନଙ୍କ ସହିତ କ'ଣ ଘଟିବ ?

ଯେତେବେଳେ ଖ୍ରୀଷ୍ଟ ପ୍ରକାଶିତ ହେବେ, ବିଶ୍ଵାସୀମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବେ [୩:୪]।

Colossians 3:5

ବିଶ୍ଵାସୀମାନେ କାହା ପ୍ରତି ମୃତ ହେବା ଆବଶ୍ୟକ ?

ଜଗତର ଅଭିଳାଷା ପ୍ରତି ବିଶ୍ଵାସୀମାନେ ମୃତ ହେବା ଆବଶ୍ୟକ [୩:୫]।

ଯେଉଁମାନେ ଈଶ୍ଵରଙ୍କ ଅନାଜ୍ଞାବହ ଅଟନ୍ତି ସେମାନଙ୍କ ପ୍ରତି କ'ଣ ଘଟେ ?

ଯେଉଁମାନେ ଈଶ୍ଵରଙ୍କ ଅନାଜ୍ଞାବହ ଅଟନ୍ତି ସେମାନଙ୍କ ଉପରେ ଈଶ୍ଵରଙ୍କ କ୍ରୋଧ ବର୍ତ୍ତେ [୩:୬]।

କେଉଁ ସବୁ ବିଷୟ ବିଶ୍ଵାସୀମାନେ ନିଜଠାରୁ ଦୂର କରିବା ଆବଶ୍ୟକ ବୋଲି ପାଉଲ କହନ୍ତି, ଯାହାକି ପୁରାତନ ସ୍ଵଭାବର ଅଂଶ ଅଟେ ?

ବିଶ୍ଵାସୀମାନେ କ୍ରୋଧ, ରାଗ, ମନ୍ଦ ଅଭିଳାଷ, ନିନ୍ଦା, ଅଭଦ୍ର ବାକ୍ୟ, ଏବଂ ମିଥ୍ୟାରୁ ଦୂରରେ ରହିବ ଉଚିତ୍ [୩:୮-୯]।

Colossians 3:9

କାହାର ପ୍ରତିମୁର୍ତ୍ତିରେ ବିଶ୍ଵାସୀମାନଙ୍କର ସ୍ଵଭାବ ସୃଷ୍ଟି ହୋଇଅଛି ?

ଖ୍ରୀଷ୍ଟଙ୍କ ପ୍ରତିମୁର୍ତ୍ତିରେ ବିଶ୍ଵାସୀମାନଙ୍କର ନୂତନ ସ୍ଵଭାବ ସୃଷ୍ଟି ହୋଇଅଛି [୩:୧୦]।

Colossians 3:12

କେଉଁସବୁ ବିଷୟ ବିଶ୍ଵାସୀମାନଙ୍କୁ ପରିଧାନ କରିବା ଆବଶ୍ୟକ ବୋଲି ପାଉଲ କହନ୍ତି, ଯାହାକି ନୂତନ ସ୍ଵଭାବର ଅଂଶ ଅଟେ ?

ବିଶ୍ଵାସୀମାନଙ୍କୁ କୋମଳ ହୃଦୟ, ଦୟା, ନମ୍ରତା, ଆଜ୍ଞାନୁବର୍ତ୍ତିତା, ଏବଂ ଧୈର୍ଯ୍ୟକୁ ପରିଧାନ କରିବା ଆବଶ୍ୟକ [୩:୧୨]।

କିପରି ଭାବରେ ଜଣେ ବିଶ୍ଵାସୀ କ୍ଷମା ଦେବା ଉଚିତ୍ ?

ପ୍ରଭୁ ଯେପରି ତାହାଙ୍କୁ କ୍ଷମା କରିଅଛନ୍ତି ସେହିପରି ଜଣେ ବିଶ୍ଵାସୀ କ୍ଷମା ଦେବା ଉଚିତ୍ [୩:୧୩]।

ବିଶ୍ଵାସୀମାନଙ୍କ ମଧ୍ୟରେ ସିଦ୍ଧତାର ବନ୍ଧନ କ'ଣ ଅଟେ?

ପ୍ରେମ ସିଦ୍ଧତାର ବନ୍ଧନ ଅଟେ [୩:୧୪]।

Colossians 3:15

ବିଶ୍ଵାସୀମାନଙ୍କ ହୃଦୟରେ କ'ଣ ରାଜତ୍ଵ କରିବା ଉଚିତ୍ ?

ବିଶ୍ଵାସୀମାନଙ୍କ ହୃଦୟରେ ଖ୍ରୀଷ୍ଟଙ୍କ ଶାନ୍ତି ରାଜତ୍ଵ କରିବା ଉଚିତ୍ [୩:୧୫]।

ବିଶ୍ଵାସୀମାନଙ୍କଠାରେ କ'ଣ ପ୍ରଚୁର ଭାବେ ବାସ କରିବା ଉଚିତ୍ ?

ବିଶ୍ଵାସୀମାନଙ୍କଠାରେ ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ଭାବେ ରହିବା ଉଚିତ୍ [୩:୧୬]।

ଜଣେ ବିଶ୍ଵାସୀ ତାହାରି ମନୋଭାବ, ଗୀତ, ବାକ୍ୟ, ଏବଂ ବ୍ୟବହାରରେ ଈଶ୍ଵରଙ୍କୁ କ'ଣ ଦେବା ଉଚିତ୍ ?

ତାହାରି ମନୋଭାବ, ଗୀତ, ବାକ୍ୟ, ଏବଂ ବ୍ୟବାହାରରେ ଜଣେ ବିଶ୍ଵାସୀ ଈଶ୍ଵରଙ୍କୁ ଧନ୍ୟବାଦ ଦେବା ଉଚିତ୍ [୩:୧୫-୧୭]।

Colossians 3:18

ଜଣେ ସ୍ତ୍ରୀ ତାହାରି ସ୍ଵାମୀ ପ୍ରତି କିପରି ଆଚରଣ କରିବା ଉଚିତ୍ ?

ଜଣେ ସ୍ତ୍ରୀ ତାହାରି ସ୍ଵାମୀଙ୍କର ବଶୀଭୂତା ହେବା ଆବଶ୍ୟକ [୩:୧୮]।

ଜଣେ ସ୍ଵାମୀ ତାହାରି ସ୍ତ୍ରୀ ପ୍ରତି କିପରି ଆଚରଣ କରିବା ଉଚିତ୍ ?

ଜଣେ ସ୍ଵାମୀ ତାହାରି ସ୍ତ୍ରୀଙ୍କ ବିରୁଦ୍ଧରେ କଟୁ ବାକ୍ୟ ବ୍ୟବହାର ନ କରି ପ୍ରେମ କରିବା ଉଚିତ୍ [୩:୧୯]।

ଜଣେ ପିଲା ତାହାରି ପିତାମାତାଙ୍କ ପ୍ରତି କିପରି ଆଚରଣ କରିବା ଉଚିତ୍ ?

ସମସ୍ତ ବିଷୟରେ ଜଣେ ପିଲା ପିତାମାତାଙ୍କର ଆଜ୍ଞାବହ ହେବା ଉଚିତ୍ [୩:୨୦]।

ଜଣେ ପିତା ତାହାର ସନ୍ତାନମାନଙ୍କ ପ୍ରତି କ'ଣ ନ କରିବା ଉଚିତ୍ ?

ଜଣେ ପିତା ତାହାରି ସନ୍ତାନମାନଙ୍କୁ ବିରକ୍ତ କରିବା ଉଚିତ୍ ନୁହଁ [୩:୨୧]।

Colossians 3:22

ବିଶ୍ଵାସୀମାନେ ଯାହା କିଛି କରନ୍ତି ସେମାନେ କାହା ପାଇଁ କରନ୍ତି ?

ବିଶ୍ଵାସୀମାନେ ଯାହା କିଛି କରନ୍ତି ପ୍ରଭୁଙ୍କ ନିମନ୍ତେ କରନ୍ତି [୩:୨୩-୨୪]।

ଯେଉଁ ବିଶ୍ଵାସୀମାନେ ସେମାନଙ୍କର ସମସ୍ତ ବିଷୟରେ ପ୍ରଭୁଙ୍କୁ ସେବା କରନ୍ତି ସେମାନେ କ'ଣ ପାଇବେ ?

ଯେଉଁ ବିଶ୍ଵାସୀମାନେ ସେମାନଙ୍କର ସମସ୍ତ ବିଷୟରେ ପ୍ରଭୁଙ୍କୁ ସେବା କରନ୍ତି ସେମାନେ ଉତ୍ତରାଧିକାରୀରୂପ ପୁରସ୍କାର ପାଇବେ [୩:୨୪]।

ଯେଉଁମାନେ ଅନ୍ୟାୟ କରନ୍ତି ସେମାନେ କ'ଣ ପାଇବେ ?

ଯେଉଁମାନେ ଅନ୍ୟାୟ କରନ୍ତି ସେମାନେ ସେମାନଙ୍କ ଅନ୍ୟାୟର ପ୍ରତିଫଳ ପାଇବେ [୩:୨୫]।


Chapter 4

1 ହେ କର୍ତ୍ତାମାନେ, ସ୍ୱର୍ଗରେ ତୁମ୍ଭମାନଙ୍କ ମଧ୍ୟ କର୍ତ୍ତା ଅଛନ୍ତି ବୋଲି ଜାଣି ଆପଣା ଆପଣା ଦାସମାନଙ୍କ ପ୍ରତି ନ୍ୟାୟ ଓ ସମାନ ବ୍ୟବହାର କର ।

2 ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ, ପୁଣି, ଧନ୍ୟବାଦ ସହ ସେଥିରେ ଜାଗ୍ରତ ଥାଅ; 3 ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ୱର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ନିମନ୍ତେ ମୁଁ ବନ୍ଦୀ ଅଟେ, 4 ତାହା ଉଚିତ୍ ମତରେ କଥା କହି ପ୍ରକାଶ କରି ପାରେ । 5 ସୁଯୋଗର ସଦ୍‍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର । 6 ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି, ଲବଣରେ ଅନୁଗ୍ରହଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର ।

7 ପ୍ରିୟ ଭ୍ରାତା, ପୁଣି, ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଓ ସହଦାସ ଯେ ତୁଖିକ ସେ ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ; 8 ଏହି ଉଦ୍ଦେଶ୍ୟରେ ହିଁ ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ । 9 ତାଙ୍କ ସଙ୍ଗରେ ମୁଁ ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା ଅନୀସିମଙ୍କୁ ପଠାଇଲି, ସେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ । 10 ମୋହର ସହବନ୍ଦୀ ଆରିସ୍ତାର୍ଖ ପୁଣି, ବର୍ଣ୍ଣବ୍ବାଙ୍କ କୁଟୁମ୍ବୀୟ ଭ୍ରାତା ମାର୍କ (ଏହାଙ୍କ ସମ୍ବନ୍ଧରେ ତୁମ୍ଭେମାନେ ଆଦେଶ ପାଇଅଛ; ସେ ଯଦି ତୁମ୍ଭମାନଙ୍କ ନିକଟକୁ ଆସନ୍ତି, ତେବେ ତାଙ୍କୁ ଗ୍ରହଣ କର) ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି, 11 ଆଉ, ଯୂସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ ଏମାନେ ମୋହର ସାନ୍ତ୍ୱନାର କାରଣ ହୋଇଅଛନ୍ତି । 12 ଏପାଫ୍ରା, ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ୱରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ । 13 କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ପୁଣି, ଲାଅଦିକିଆ ଓ ହିଏରାପଲି ନିବାସୀମାନଙ୍କ ନିମନ୍ତେ ଯେ ଅଧିକ କଷ୍ଟ ସ୍ୱୀକାର କରୁଅଛନ୍ତି, ତାଙ୍କ ପକ୍ଷରେ ମୁଁ ଏହି ସାକ୍ଷ୍ୟ ଦେଉଅଛି । 14 ପ୍ରିୟ ବୈଦ୍ୟ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । 15 ଲାଅଦିକିଆରେ ଥିବା ଭାଇମାନଙ୍କୁ, ନୁମ୍‍ଫା ଓ ତାଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ । 16 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏହି ପତ୍ର ପଠିତ ହେଲା ପରେ ଲାଅଦିକିଆ ମଣ୍ଡଳୀରେ ମଧ୍ୟ ଯେପରି ପାଠ କରାଯାଏ, ପୁଣି, ଲାଅଦିକିଆରୁ ଯେଉଁ ପତ୍ର ଆସିବ, ତାହା ତୁମ୍ଭେମାନେ ମଧ୍ୟ ଯେପରି ପାଠ କର, ଏଥି ନିମନ୍ତେ ଯତ୍ନ କର । 17 ଆର୍ଖିପ୍ପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପୂର୍ଣ୍ଣ କରିବାକୁ ସାବଧାନ ହୋଇଥାଅ । 18 ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ବନ୍ଧନ ସ୍ମରଣ କର । ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।



Translation Questions

Colossians 4:1

ଜଗତର କର୍ତ୍ତାମାନଙ୍କୁ ସେମାନଙ୍କର ମଧ୍ୟ କ'ଣ ଅଛି ବୋଲି ପାଉଲ ସ୍ମରଣ କରାନ୍ତି ?

ପାଉଲ ଜଗତର କର୍ତ୍ତାମାନଙ୍କୁ ସେମାନଙ୍କର ମଧ୍ୟ ଜଣେ କର୍ତ୍ତା ସ୍ଵର୍ଗରେ ଅଛନ୍ତି ବୋଲି ପାଉଲ ସ୍ମରଣ କରାନ୍ତି [୪:୧]।

Colossians 4:2

ପାଉଲ କଲସୀୟମାନଙ୍କୁ କେଉଁଥିରେ ଏକାଗ୍ରଭାବେ ନିବିଷ୍ଟ ରହିବାକୁ ଚାହାନ୍ତି ?

ପାଉଲ କଲସୀୟମାନଙ୍କୁ ପ୍ରାର୍ଥନାରେ ଏକାଗ୍ରଭାବରେ ନିବିଷ୍ଟ ରହିବାକୁ ଚାହାନ୍ତି [୪:୨]।

ପାଉଲ କଲସୀୟମାନଙ୍କୁ କ'ଣ ପାଇଁ ପ୍ରାର୍ଥନା କରିବାକୁ ଚାହାନ୍ତି ?

ଯେପରି ଖ୍ରୀଷ୍ଟଙ୍କ ନିଗୂଢତତ୍ତ୍ଵ ପ୍ରଚାର, ଏବଂ ବାକ୍ୟ ପ୍ରଚାର ପାଇଁ ଦ୍ଵାର ଖୋଲାଯିବ ସେଥିନିମନ୍ତେ ପାଉଲ କଲସୀୟମାନଙ୍କୁ ପ୍ରାର୍ଥନା କରିବାବୁ ଚାହାନ୍ତି [୪:୩]।

Colossians 4:5

ଯେଉଁମାନେ ବାହାରେ ଅଛନ୍ତି ସେମାନଙ୍କ ପ୍ରତି କିପରି ଆଚରଣ କରିବା ନିମନ୍ତେ ପାଉଲ କଲସୀୟମାନଙ୍କୁ ଶିକ୍ଷା ଦିଅନ୍ତି ?

ବାହାରେ ଥିବା ଲୋକଙ୍କ ସହିତ ଜ୍ଞାନରେ ବାସ କରିବା ଏବଂ ଅନୁଗ୍ରହ ବାର୍ତ୍ତା ଜପ କରିବା ନିମନ୍ତେ ପାଉଲ ଶିକ୍ଷା ଦିଅନ୍ତି [୪:୫-୬]।

Colossians 4:7

ତୁଖିକ ଏବଂ ଅନୀସିମଙ୍କୁ କେଉଁ କାର୍ଯ୍ୟ ଦେଇଥିଲେ ?

କଲସୀୟମାନଙ୍କୁ ତାହାଙ୍କ ସମ୍ବନ୍ଧର ସମସ୍ତ ବିଷୟ ଜଣାଇବା କାର୍ଯ୍ୟ ପାଉଲ ସେମାନଙ୍କୁ ଦେଇଥିଲେ [୪:୭-୯]।

Colossians 4:10

ବର୍ଣ୍ଣବବାଙ୍କ କୁଟୁମ୍ବୀୟ ଭ୍ରାତା, ମାର୍କଙ୍କ ସମ୍ବନ୍ଧରେ ପାଉଲ କ'ଣ ଶିକ୍ଷା ଦେଲେ ?

କଲସୀୟମାନଙ୍କ ନିକଟକୁ ଯଦି ମାର୍କ ଆସନ୍ତି ତେବେ ତାହାକୁ ଗ୍ରହଣ କରିବାକୁ ପାଉଲ ସେମାନଙ୍କୁ କହିଲେ [୪:୧୦]।

Colossians 4:12

କ'ଣ ପାଇଁ କଲସୀୟମାନଙ୍କ ନିମନ୍ତେ ଏପାଫ୍ରା ପ୍ରାର୍ଥନା କରନ୍ତି ?

କଲସୀୟମାନେ ଯେପରି ଈଶ୍ଵରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ରହିବେ ସେଥିନିମନ୍ତେ ସେ ପ୍ରାର୍ଥନା କରନ୍ତି [୪:୧୨]।

ପାଉଲଙ୍କ ସହିତ ଥିବା ଜଣେ ଡାକ୍ତର ନାମ କ'ଣ ଅଟେ ?

ଡାକ୍ତରଙ୍କ ନାମ ଲୂକ ଅଟେ [୪:୧୪]।

Colossians 4:15

ଲାଅଦିକୀଆ ମଣ୍ଡଳୀ କେଉଁ ପ୍ରକାର ସ୍ଥାନରେ ଏକତ୍ରିତ ହେଉଥିଲେ ?

ଲାଅଦିକୀଆ ମଣ୍ଡଳୀ ଏକ ଗୃହରେ ଏକତ୍ରିତ ହେଉଥିଲେ [୪:୧୫]।

ଅନ୍ୟ କେଉଁ ମଣ୍ଡଳୀକୁ ମଧ୍ୟ ପାଉଲ ଏକ ପତ୍ର ଲେଖିଥିଲେ ?

ଲାଅଦିକୀଆ ମଣ୍ଡଳୀକୁ ମଧ୍ୟ ପାଉଲ ଏକ ପତ୍ର ଲେଖିଥିଲେ [୪:୧୬]।


Book: 1 Thessalonians

1 Thessalonians

Chapter 1

1 ପାଉଲ, ସିଲ୍ୱାନ ଓ ତୀମଥି ପିତା ଈଶ୍ୱର ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।

2 ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ସହିଷ୍ଣୁତା ବିଷୟ ନିରନ୍ତର ସ୍ମରଣ କରି, 3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛୁ; 4 କାରଣ ହେ ଈଶ୍ୱରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ, 5 ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କି ପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ । 6 ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ, 7 ଯେପରିକି ତୁମ୍ଭେମାନେ ମାକିଦନିଆ ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ । 8 କାରଣ ଥେସଲନୀକୀୟ ବିଶ୍ୱାସୀମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ । 9 ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କ'ଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ୱରଙ୍କର ସେବା କରିବା ନିମନ୍ତେ, 10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବା ନିମନ୍ତେ ସେହି ଯୀଶୁଙ୍କୁ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ।



Translation Questions

1 Thessalonians 1:2

ଥେସଲନୀକୀୟ ବିଶ୍ଵାସୀମାନଙ୍କ ବିଷୟରେ ପାଉଲ ଈଶ୍ଵରଙ୍କ ନିକଟରେ ସର୍ବଦା କ'ଣ ସ୍ମରଣ କରୁଥିଲେ ?

ପାଉଲ ସେମାନଙ୍କର ବିଶ୍ଵାସର କର୍ମ, ପ୍ରେମର ପରିଶ୍ରମ, ଏବଂ ଭରସାର ଧୈର୍ଯ୍ୟ ବିଷୟରେ ନିରନ୍ତର ସ୍ମରଣ କରୁଥିଲେ [୧: ୩]।

1 Thessalonians 1:4

ଥେସଲନୀକୀୟମାନଙ୍କ ନିକଟକୁ କେଉଁ ଚାରି ପ୍ରକାର ସୁସମାଚାର ଆସିଥିଲା ?

ଥେସଲନୀକୀୟମାନଙ୍କ ନିକଟକୁ ବାକ୍ୟରେ, ପବିତ୍ର ଆତ୍ମା, ଓ ଅତ୍ୟନ୍ତ ନିଶ୍ଚୟତା ସୁସମାଚାର ଆସିଥିଲା [୧:୫]।

1 Thessalonians 1:6

ଯେମିତି ସେମାନେ ସୁସମାଚାର ବାକ୍ୟ ଗ୍ରହଣ କଲେ ସେତେବେଳେ ଥେସଲନୀକୀୟମାନଙ୍କୁ କ'ଣ ଘଟୁଥିଲା ?

ବହୁ କ୍ଲେଶରେ ଥେସଲନୀକୀୟମାନେ ବାକ୍ୟ ଗ୍ରହଣ କଲେ [୧:୬]।

ଯେମିତି ସେମାନେ ସୁସମାଚାରର ବାକ୍ୟ ଗ୍ରହଣ କଲେ ସେତେବେଳେ ଥେସଲନୀକୀୟମାନଙ୍କ ସ୍ଵଭାବ କ'ଣ ଥିଲା ?

ଥେସଲନୀକୀୟମାନେ ପବିତ୍ର ଆତ୍ମାରେ ଆନନ୍ଦର ସହ ବାକ୍ୟକୁ ଗ୍ରହଣ କଲେ [୧:୬]।

1 Thessalonians 1:8

ଥେସଲନୀକୀୟମାନେ ଏହାକୁ ଗ୍ରହଣ କଲା ପରେ ପ୍ରଭୁଙ୍କ ବାକ୍ୟ ପ୍ରତି କ'ଣ ଘଟିଲା ?

ସମସ୍ତ ସ୍ଥାନରେ ପ୍ରଭୁଙ୍କ ବାକ୍ୟ ଘୋଷିତ ହେଲା ପୁଣି ସେମାନଙ୍କର ବିଶ୍ଵାସ ବ୍ୟାପ୍ତ ହେଲା [୧:୮]।

ସତ୍ୟ ଈଶ୍ଵରଙ୍କଠାରେ ବିଶ୍ଵାସୀ ହେବା ପୂର୍ବରୁ ଥେସଲନୀକୀୟମାନେ କ'ଣ ଉପାସନା କରୁଥିଲେ ?

ସତ୍ୟ ଈଶ୍ଵରଙ୍କଠାରେ ବିଶ୍ଵାସୀ ହେବା ପୂର୍ବରୁ ଥେସଲନୀକୀୟମାନେ ମୂର୍ତ୍ତିଗୁଡିକୁ ଉପାସନା କରୁଥିଲେ [୧:୯]।

କ'ଣ ପାଇଁ ଥେସଲନୀକୀୟମାନେ ପୁଣି ପାଉଲ ଅପେକ୍ଷା କରୁଥିଲେ ?

ସ୍ଵର୍ଗରୁ ଯୀଶୁଙ୍କର ଆଗମନକୁ ପାଉଲ ପୁଣି ଥେସଲନୀକୀୟମାନେ ଅପେକ୍ଷା କରୁଥିଲେ [୧:୧୦]।

ଯୀଶୁ କେଉଁଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି ?

ଆଗାମୀ କ୍ରୋଧରୁ ଯୀଶୁ ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି [୧:୧୦]।


Chapter 2

1 ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବ୍ୟର୍ଥ ହୋଇ ନାହିଁ । 2 ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପ୍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କ ଦ୍ୱାରା ସାହସ ପ୍ରାପ୍ତ ହୋଇଥିଲୁ । 3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୂଳକ କିଅବା ଛଳଯୁକ୍ତ ନ ଥିଲା, 4 କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେରୂପେ ଈଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁ, ସେହିରୂପେ ଆମ୍ଭେମାନେ ପ୍ରଚାର କରୁଅଛୁ; ଅତଏବ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ୱର, ବରଂ ଆମ୍ଭେମାନେ ମନୁଷ୍ୟକୁ ସନ୍ତୁଷ୍ଟ ନ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁଅଛୁ । 5 ତୁମ୍ଭେମାନେ ତ ଜାଣ ଯେ, ଆମ୍ଭେମାନେ କୌଣସି ପ୍ରକାର ଚାଟୁବାଦ ବ୍ୟବହାର କରି ନାହୁଁ, କିଅବା ଲୋଭର ଛଳନାତ୍ମକ ବାକ୍ୟ କହିନାହୁଁ, ଈଶ୍ୱର ଏଥିର ସାକ୍ଷୀ । 6 ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ୱରୂପେ ଆମ୍ଭେମାନେ ସମ୍ଭ୍ରମ ଦାବି କରି ପାରିଥାନ୍ତୁ, ତଥାପି ତୁମ୍ଭମାନଙ୍କର ଠାରୁ ହେଉ ବା ଅନ୍ୟ କାହାରିଠାରୁ ହେଉ କୌଣସି ମନୁଷ୍ୟଠାରୁ ଗୌରବ ପାଇବାକୁ ଚେଷ୍ଟା କରି ନାହୁଁ । 7 କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ମୃଦୁଶୀଳ ହୋଇ, ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ, 8 ସେହି ପ୍ରକାରେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ସ୍ନେହ ଥିବାରୁ ଆମ୍ଭେମାନେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସୁସମାଚାର କେବଳ ନୁହେଁ, ମାତ୍ର ଆପଣା ପ୍ରାଣ ଦେବାକୁ ସୁଧା ଇଚ୍ଛୁକ ଥିଲୁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରିୟପାତ୍ର ହୋଇଥିଲ । 9 ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥି ନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ୱରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ । 10 ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି, ଈଶ୍ୱର ମଧ୍ୟ ସାକ୍ଷୀ । 11 ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ନିଜ ସନ୍ତାନମାନଙ୍କୁ ଶିକ୍ଷା ଦିଅନ୍ତି, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ, 12 ଯେପରି ତୁମ୍ଭମାନଙ୍କ ଆହ୍ୱାନକାରୀ ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି, ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହୋଇ ପାର । 13 ଆଉ, ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ୱରଙ୍କ ଧନ୍ୟବାଦ କରୁଅଛୁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ସେହି ବାକ୍ୟକୁ ମନୁଷ୍ୟର ବାକ୍ୟ ରୂପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ, ପୁଣି, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି । 14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦା ଦେଶସ୍ଥ ମଣ୍ଡଳୀସମୁହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୂଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହି ସବୁ ଦୁଃଖଭୋଗ କରୁଅଛ । 15 ସେହି ଯିହୂଦୀମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ, ପୁଣି, ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡନା କଲେ; ସେମାନେ ଈଶ୍ୱରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ, 16 କାରଣ ଅଣଯିହୂଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି ।

17 କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ । 18 ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ, ବିଶେଷରେ ମୁଁ ପାଉଲ ଥରେ, ହଁ, ଦୁଇ ଥର ମନସ୍ଥ କରିଥିଲି, କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା । 19 କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା, ଆନନ୍ଦ କି ଦର୍ପର ମୁକୁଟ କ'ଣ ? ତାହା କି ତୁମ୍ଭେମାନେ ନୁହଁ? 20 ତୁମ୍ଭେମାନେ ତ ଆମ୍ଭମାନଙ୍କ ଗୌରବ ଓ ଆନନ୍ଦର କାରଣ ଅଟ ।



Translation Questions

1 Thessalonians 2:1

ଥେସଲନୀକୀୟ ନିକଟକୁ ଆସିବା ପୂର୍ବରୁ ପାଉଲ ଓ ତାହାଙ୍କର ସହଚରମାନଙ୍କୁ କିପରି ଭାବରେ ବ୍ୟବହାର କରାଯାଇଥିଲା ?

ପାଉଲ ଓ ତାହାଙ୍କର ସହଚରମାନେ ଦୁଃଖ ସହ୍ୟ କରିଥିଲେ ପୁଣି ଲଜ୍ଜାଜନକ ଭାବେ ବ୍ୟବହାର କରାଯାଇଥିଲେ [୨:୨]।

1 Thessalonians 2:3

ପାଉଲ ତାହାଙ୍କ ସୁସମାଚର ପ୍ରଚାର ଦ୍ଵାରା କାହାକୁ ସନ୍ତୁଷ୍ଟ କରିବାକୁ ଇଛା କରୁଅଛନ୍ତି ?

ପାଉଲ ତାହାଙ୍କ ସୁସମାଚାର ପ୍ରଚାର ଦ୍ଵାରା ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁ ଅଛନ୍ତି [୨:୪]।

1 Thessalonians 2:5

ପାଉଲ ତାହାଙ୍କ ସୁସମାଚର ପ୍ରଚାରରେ କ'ଣ କଲେ ନାହିଁ ?

ପାଉଲ କପଟପୂର୍ଣ୍ଣ ପ୍ରଶଂସା କଲେ ନାହିଁ ପୁଣି ସେ ଲୋଭୀ ନ ଥିଲେ [୨:୪-୬]।

1 Thessalonians 2:7

ପାଉଲ ଥେସଲନୀକୀୟମାନଙ୍କୁ କିପରି ଆଚରଣ କଲେ ଯେତେବେଳେ ସେ ସେମାନଙ୍କ ମଧ୍ୟରେ ଥିଲେ ?

ପାଉଲ ଥେସଲନୀକୀୟମାନଙ୍କ ସହ ମୃଦୁଶୀଳ ଥିଲେ ଯେପରି ପିତା କିମ୍ବା ମାତା ସେମାନଙ୍କ ସନ୍ତାନମାନଙ୍କୁ କରନ୍ତି [୨:୭-୮,୧୧]।

ପାଉଲ ଓ ତାହାର ସହଚର ବା ସାଥୀମାନେ କ'ଣ କଲେ ଯଦ୍ଵାରା ସେମାନେ ଥେସଲନୀକୀୟମାନଙ୍କ ନିମନ୍ତେ ଭାରସ୍ଵରୂପ ନ ଥିଲେ ?

ପାଉଲ ଓ ତାହାର ସାଥୀ ବା ସହଚରମାନେ ଦିନ ଓ ରାତି ପରିଶ୍ରମ କଲେ ଯଦ୍ଵାରା ସେମାନେ ଥେସଲନୀକୀୟମାନଙ୍କ ନିମନ୍ତେ ଭାରସ୍ଵରୂପ ନ ଥିଲେ [୨:୯]।

1 Thessalonians 2:10

ଥେସଲନୀକୀୟମାନଙ୍କୁ କିପରି ଭାବରେ ଚାଲିବା ନିମନ୍ତେ ପାଉଲ କହିଥିଲେ ?

ଆହ୍ଵାନକାରୀ ଯେଉଁ ଈଶ୍ଵର ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ନିମନ୍ତେ ଏକ ଯୋଗ୍ୟ ଆଚରଣ କରିବା ନିମନ୍ତେ ପାଉଲ ଥେସଲନୀକୀୟମାନଙ୍କୁ କହିଲେ [୨:୧୨]।

1 Thessalonians 2:13

ପାଉଲଙ୍କ ପ୍ରଚାରର ସନ୍ଦେଶରେ ଥେସେଲନୀକୀୟମାନେ କେଉଁ ବାକ୍ୟ ପାଇଥିଲେ ?

ଥେସଲନୀକୀୟ ଲୋକମାନେ ମନୁଷ୍ୟର ବାକ୍ୟ ସ୍ଵରୂପେ ଗ୍ରହଣ ନ କରି ଈଶ୍ଵରଙ୍କର ବାକ୍ୟ ସ୍ଵରୂପେ ଗ୍ରହଣ କରିଥିଲେ [୨:୧୩]।

1 Thessalonians 2:14

ଅବିଶ୍ଵାସୀ ଯିହୂଦୀମାନେ କ'ଣ କରିଥିଲେ ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କଲା ନାହିଁ ?

ଅବିଶ୍ଵାସୀ ଯିହୂଦୀମାନେ ଯିହୂଦା ଦେଶସ୍ଥ ମଣ୍ଡଳୀ ସମୂହକୁ ତାଡନା କରିଥିଲେ, ଯୀଶୁଙ୍କୁ ଓ ଭବିଷ୍ୟଦବକ୍ତାମାନଙ୍କୁ ବଧ କରିଥିଲେ, ପାଉଲଙ୍କୁ ବାହାର କରିଦେଇଥିଲେ, ପୁଣି ବିଜାତି ମାନଙ୍କ ମଧ୍ୟରେ କୌଣସି ପ୍ରଚାର କାର୍ଯ୍ୟ ନ କରିବା ପାଇଁ ପାଉଲଙ୍କୁ ମନା କରିଥିଲେ [୨:୧୪-୧୬]।

1 Thessalonians 2:17

ଯଦିଓ ତାହାଙ୍କର ଯିବାକୁ ଇଚ୍ଛା ଥିଲା ତଥାପି ପାଉଲ କାହିଁକି ଥେସଲନୀକୀୟକୁ ଆସିବାରେ ସକ୍ଷମ ହୋଇ ନ ଥିଲେ ?

ପାଉଲ ଅସିବାରେ ସକ୍ଷମ ହୋଇ ନ ଥିଲେ ଯେହେତୁ ଶୟତାନ ତାହାଙ୍କୁ ବାଧା ଦେଲା [୨:୧୭-୧୮]।

ପ୍ରଭୁଙ୍କର ଆଗମନରେ ଥେସଲନୀକୀୟମାନେ ପାଉଲଙ୍କର କ'ଣ ହେବେ ?

ପ୍ରଭୁଙ୍କର ଆଗମନରେ ଥେସଲନୀକୀୟମାନେ ପାଉଲଙ୍କର ଭରସା, ଆନନ୍ଦ, ଏବଂ ଦର୍ପର ମୁକୁଟ ହେବେ [୨:୧୯-୨୦]।


Chapter 3

1 ଅତଏବ ଆମ୍ଭେମାନେ ଆଉ ସହି ନ ପାରିବାରୁ ଆଥୀନୀରେ ଏକାକୀ ପଛରେ ରହିବା ପାଇଁ ସ୍ଥିର କଲୁ; 2 ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ୱରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ, 3 ଯେପରି କେହି ଏହି ସମସ୍ତ କ୍ଲେଶ ମଧ୍ୟରେ ବିଚଳିତ ନ ହୁଏ । କାରଣ ଆମ୍ଭେମାନେ ଏଥି ନିମନ୍ତେ ନିରୁପିତ ବୋଲି ତୁମ୍ଭେମାନେ ତ ଜାଣ । 4 ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୁର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ । 5 ଏଥି ନିମନ୍ତେ, କାଳେ ପରୀକ୍ଷକ ତୁମ୍ଭମାନଙ୍କୁ ପରିକ୍ଷା କରିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଯିବ, ଏହା ଚିନ୍ତା କରି ମୁଁ ମଧ୍ୟ ଆଉ ସହି ନ ପାରିବାରୁ ତୁମ୍ଭମାନଙ୍କ ବିଶ୍ୱାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି ।

6 କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରିଆସି ତୁମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ସମ୍ବନ୍ଧରେ, ପୁଣି, ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏବିଷୟରେ ଆମ୍ଭମାନଙ୍କୁ ସୁସମାଚାର ଦେଇଅଛନ୍ତି; 7 ଏଥି ନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ; 8 କାରଣ ଆମ୍ଭେମାନେ ଏବେ ଜୀବିତ ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ସୁସ୍ଥିର ହୋଇଥାଅ । 9 ହଁ, ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁରେ ତୁମ୍ଭମାନଙ୍କ ପାଇଁ ଆମ୍ଭେମାନେ ଯେ, ସମସ୍ତେ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିର ପ୍ରତିଦାନ ସ୍ୱରୂପେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ କିପରି ଧନ୍ୟବାଦ ଦେଇପାରୁ ? 10 ତୁମ୍ଭମାନଙ୍କ ବିଶ୍ୱାସର ଯାହା କିଛି ଉଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରି ପାରୁ, ଏଥିପାଇଁ ଦିବାରାତ୍ର ପ୍ରାର୍ଥନା କରୁଅଛୁ । 11 ଆମ୍ଭମାନଙ୍କ ଈଶ୍ୱର ଓ ପିତା ନିଜେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ; 12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ । 13 ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ ।



Translation Questions

1 Thessalonians 3:1

ପାଉଲ କ'ଣ କଲେ ଯଦିଓ ସେ ଆଥିନୀରେ ଏକାକୀ ପଛରେ ରହିବାକୁ ସ୍ଥିର କଲେ ?

ଥେସଲନୀକୀୟର ବିଶ୍ଵାସୀମାନଙ୍କୁ ସବଳ ଓ ସ୍ଵାନ୍ତନା ଦେବାକୁ ପାଉଲ ତୀମଥିଙ୍କୁ ପଠାଇଲେ [୩:୧-୨]।

ସେ କ'ଣ ପାଇଁ ନିରୂପିତ ହୋଇଥିଲେ ବୋଲି ପାଉଲ କହିଲେ ?

ସେ କ୍ଲେଶଭୋଗ କରିବା ନିମନ୍ତେ ନିରୂପିତ ହୋଇଥିଲେ ବୋଲି ପାଉଲ କହିଲେ [୩:୩]।

1 Thessalonians 3:4

ଥେସଲନୀକୀୟମାନଙ୍କ ବିଷୟରେ ପାଉଲଙ୍କର କ'ଣ ଚିନ୍ତାଧାରା ଥିଲା ?

କାଳେ ପରୀକ୍ଷକ ଆସି ସେମାନଙ୍କୁ ପରୀକ୍ଷା କରି ବିଶ୍ଵାସ ମତକୁ ଦୁର୍ବଳ କରି ପକାଇଲେ ପାଉଲଙ୍କର ପରିଶ୍ରମ ବ୍ୟର୍ଥ ହୋଇଯିବ ଏହା ସେ ଥେସଲନୀକୀୟମାନଙ୍କ ପାଇଁ ଚିନ୍ତା କରୁଥିଲେ [୩:୪-୫]।

1 Thessalonians 3:6

ଯେତେବେଳେ ତୀମଥି ଥେସଲନୀକୀୟାରୂ ଫେରି ଆସିଲେ ସେତେବେଳେ ପାଉଲଙ୍କୁ କ'ଣ ସ୍ଵାନ୍ତନା ଦେଇଥିଲା ?

ଥେସଲନୀକୀୟମାନଙ୍କର ବିଶ୍ଵାସ ଏବଂ ପ୍ରେମ, ଏବଂ ସେମାନେ ଯେ ତାହାଙ୍କୁ ଦେଖିବାକୁ ଇଚ୍ଛା କରନ୍ତି ଶୁଭସମ୍ବାଦ ଶୁଣି ପାଉଲ ସ୍ଵାନ୍ତନା ପାଇଥିଲେ [୩:୬-୭]।

1 Thessalonians 3:8

ଯଦି ଥେସଲନୀକୀୟମାନେ କ'ଣ କଲେ ସେ ଜୀବିତ ରହିବେ ବୋଲି ପାଉଲ କହନ୍ତି ?

ଯଦି ଥେସଲନୀକୀୟମାନେ ପ୍ରଭୁଙ୍କଠାରେ ସୁସ୍ଥିର ରହନ୍ତି ତେବେ ସେ ଜୀବିତ ଅଛନ୍ତି ବୋଲି ପାଉଲ କହନ୍ତି [୩:୮]।

କ'ଣ ପାଇଁ ପାଉଲ ଦିବାରାତ୍ର ପ୍ରାର୍ଥନା କରନ୍ତି ?

ଥେସଲନୀକୀୟମାନଙ୍କୁ ସେ ଯେପରି ଦେଖିବେ ପୁଣି ସେମାନଙ୍କର ବିଶ୍ଵାସରେ ଯାହା ଊଣା ଅଛି ତାହା ସମ୍ପୂର୍ଣ୍ଣ କରିବେ ସେଥିନିମନ୍ତେ ପାଉଲ ଦିବାରାତ୍ର ପ୍ରାର୍ଥନା କରନ୍ତି [୩:୧୦]।

1 Thessalonians 3:11

କେଉଁଥିରେ ଥେସଲନୀକୀୟମାନଙ୍କୁ ବଢିବାକୁ ଏବଂ ପ୍ରଚୁର ଭାବେ ରହିବାକୁ ପାଉଲ ଇଚ୍ଛା କରନ୍ତି ?

ଥେସଲନୀକୀୟମାନଙ୍କୁ ପରସ୍ପର ପ୍ରତି ଏବଂ ସମସ୍ତଙ୍କ ପ୍ରତି ପ୍ରେମରେ ବଢିବାକୁ ପୁଣି ପ୍ରଚୁର ଭାବରେ ରହିବାକୁ ପାଉଲ ଇଚ୍ଛା କରନ୍ତି [୩:୧୨]।

କେଉଁ ଘଟଣା ନିମନ୍ତେ ଥେସଲନୀକୀୟମାନଙ୍କୁ ପବିତ୍ରତାରେ ସେମାନଙ୍କର ହୃଦୟକୁ ଅନିନ୍ଦନୀୟ ରଖିବା ଦ୍ଵାରା ପ୍ରସ୍ତୁତ ହେବାକୁ ପାଉଲ ଚାହାନ୍ତି ?

ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟ ନିମନ୍ତେ ଥେସଲନୀକୀୟମାନଙ୍କୁ ପ୍ରସ୍ତୁତ ହେବାକୁ ପାଉଲ ଚାହାନ୍ତି [୩:୧୩]।


Chapter 4

1 ଅତଏବ, ହେ ଭାଇମାନେ, ଅବଶେଷରେ କି ପ୍ରକାର ଆଚରଣ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଚିତ୍, ସେ ସମ୍ବନ୍ଧରେ ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଯେପରି ଶିକ୍ଷା ପ୍ରାପ୍ତ ହୋଇଅଛ, ଆଉ ତୁମ୍ଭେମାନେ ମଧ୍ୟ ଯେପ୍ରକାର ଆଚରଣ କରୁଅଛ, ତଦନୁସାରେ ଆହୁରି ଅଧିକ ଅଗ୍ରସର ହେବା ନିମନ୍ତେ ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭମାନଙ୍କୁ ଉତ୍ସାହ ଦେଉଅଛୁ । 2 ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ କି କି ଆଦେଶ ଦେଇଥିଲୁ, ତାହା ତ ତୁମ୍ଭେମାନେ ଜାଣ । 3 କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କ ଇଚ୍ଛା, ଅର୍ଥାତ୍, ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ୍ ରୁହ, 4 ଆଉ, ଯେପରି ଈଶ୍ୱରଙ୍କ ସମ୍ବନ୍ଧରେ ଅଜ୍ଞ ଅଣଯିହୂଦୀମାନଙ୍କ ପରି କାମାଭିଳାଷୀ ନ ହୋଇ, 5 ପ୍ରତ୍ୟେକେ ପବିତ୍ର ଓ ସମାଦର ଭାବରେ ଆପଣା ଆପଣା ଶରୀରକୁ ବଶ କରିବାକୁ ଜାଣ, 6 ପୁଣି, ଯେପରି କେହି ଏବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏସମସ୍ତ ବିଷୟରେ ଦଣ୍ଡଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ । 7 କାରଣ ଈଶ୍ୱର ଆମ୍ଭମାନଙ୍କୁ ଅଶୁଚିତାରେ ଜୀବନ ଯାପନ କରିବା ନିମନ୍ତେ ଆହ୍ୱାନ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରିଅଛନ୍ତି । 8 ଅତଏବ, ଯେ ଏହା ଅଗ୍ରାହ୍ୟ କରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେଉଁ ଈଶ୍ୱର ତୁମ୍ଭମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ପ୍ରଦାନ କରନ୍ତି, ତାହାଙ୍କୁ ଅଗ୍ରାହ୍ୟ କରେ । 9 ଭ୍ରାତୃପ୍ରେମ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ଆବଶ୍ୟକ ନାହିଁ, କାରଣ ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ନିଜେ ଶିକ୍ଷିତ ହୋଇଅଛ, 10 ପୁଣି, ପ୍ରକୃତରେ ସମୁଦାୟ ମାକିଦନିଆରେ ଥିବା ସମସ୍ତ ଭାଇଙ୍କ ପ୍ରତି ତୁମ୍ଭେମାନେ ତାହା କରୁଅଛ । ତଥାପି, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆହୁରି ଅଧିକ ରୂପେ ତାହା କରିବା ନିମନ୍ତେ ଉତ୍ସାହ ଦେଉଅଛୁ, 11 ପୁଣି, ତୁମ୍ଭମାନଙ୍କୁ ଦିଆଯାଇଥିବା ଆମ୍ଭମାନଙ୍କର ଆଜ୍ଞାନୁସାରେ ତୁମ୍ଭେମାନେ ଯେପରି ଶାନ୍ତିରେ ବାସ କରି ଆପଣା ଆପଣା କାର୍ଯ୍ୟରେ ଲାଗିବାକୁ ଓ ନିଜ ନିଜ ହାତରେ କାର୍ଯ୍ୟ କରିବାକୁ ମର୍ଯ୍ୟାଦାର ବିଷୟ ମନେ କର, ଏଥି ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, 12 ଯେପରି ବାହାର ଲୋକମାନଙ୍କ ପ୍ରତି ତୁମ୍ଭେମାନେ ସଦାଚାରୀ ହୁଅ ଆଉ ତୁମ୍ଭମାନଙ୍କର କୌଣସି ଅଭାବ ନ ହୁଏ ।

13 ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କ ଇଚ୍ଛା ନୁହେଁ । 14 କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ । 15 ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ । 16 କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୂରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ; 17 ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ । 18 ଅତଏବ, ଏହି ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ ।



Translation Questions

1 Thessalonians 4:1

ପାଉଲ ଥେସଲନୀକୀୟମାନଙ୍କୁ ଯେଉଁ ଶିକ୍ଷା ସେମାନେ କିପରି ଆଚରଣ କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବେ ବିଷୟରେ ଦେଇଥିଲେ ଏହା ସହିତ ସେମାନଙ୍କୁ ସେ କ'ଣ କରିବାକୁ ଇଚ୍ଛା କଲେ ?

ପାଉଲ ଥେସଲନୀକୀୟମାନଙ୍କୁ ନିରନ୍ତର ଆଚରଣ କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାକୁ ପୁଣି ସେଥିରେ ଅଧିକ ଅଗ୍ରସର ହେବା ନିମନ୍ତେ ଇଚ୍ଛା କଲେ [୪:୧-୨]।

1 Thessalonians 4:3

ଥେସଲନୀକୀୟ ନିମନ୍ତେ ଈଶ୍ଵରଙ୍କ ଇଚ୍ଛା କ'ଣ ବୋଲି ପାଉଲ କହିଲେ ?

ସେମାନଙ୍କର ପବିତ୍ରୀକରଣ ହିଁ ଥେସଲନୀକୀୟମାନଙ୍କ ନିମନ୍ତେ ଈଶ୍ଵରଙ୍କ ଇଚ୍ଛା ଥିଲା ବୋଲି ପାଉଲ କହିଲେ [୪:୩]।

କିପରି ସ୍ଵାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କ ପ୍ରତି ଆଚରଣ କରିବାର ଥିଲା ?

ପବିତ୍ରତାରେ ପୁଣି ଆଦରରେ ସ୍ଵାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କ ପ୍ରତି ଆଚରଣ କରିବାର ଥିଲା [୪:୪]।

ଯୌନ ସମ୍ପର୍କ ସମ୍ଵନ୍ଧରେ ଯେଉଁ ଭାଇ ଆଜ୍ଞା ଉଲ୍ଲଂଘନ କରେ ତାହାକୁ କ'ଣ ଘଟିବ ?

ଯୌନ ସମ୍ପର୍କ ସମ୍ଵନ୍ଧରେ ଯେଉଁ ଭାଇ ଆଜ୍ଞା ଉଲ୍ଲଂଘନ କରେ ପ୍ରଭୁ ସେହି ଭାଇଙ୍କ ପ୍ରତି ଦଣ୍ଡଦାତା ହେବେ [୪:୬]।

1 Thessalonians 4:7

ଯେଉଁ ବ୍ୟକ୍ତି ପବିତ୍ରତାର ଆହ୍ଵନକୁ ଅଗ୍ରାହ୍ୟ କରେ ସେହି ବ୍ୟକ୍ତି କାହାକୁ ଅଗ୍ରାହ୍ୟ କରେ ?

ଯେଉଁ ବ୍ୟକ୍ତି ପବିତ୍ରତାର ଆହ୍ଵାନକୁ ଅସ୍ୱୀକାର କରେ ସେହି ବ୍ୟକ୍ତି ଈଶ୍ଵରଙ୍କୁ ଅସ୍ୱୀକାର କରେ [୪:୮]।

1 Thessalonians 4:9

ଥେସଲନୀକୀୟମାନେ କ'ଣ କରୁଥିଲେ ଯେ ପାଉଲ ସେମାନଙ୍କୁ ଆହୁରି ଅଧିକ କରିବାକୁ ଚାହିଁଲେ ?

ଥେସଲନୀକୀୟମାନଙ୍କୁ ଆହୁରି ଅଧିକ ପରସ୍ପରକୁ ପ୍ରେମ କରିବାକୁ ପାଉଲ ଚାହିଁଲେ [୪:୯-୧୦]।

ଥେସଲନୀକୀୟମାନଙ୍କୁ କ'ଣ କରିବାର ଥିଲା ଯାହା ଫଳରେ ସେମାନେ ଅବିଶ୍ଵାସୀମାନଙ୍କ ଆଗରେ ଉପଯୁକ୍ତ ଭାବେ ଚାଲିପାରିଥାନ୍ତେ ପୁଣି ସେମାନଙ୍କର କୌଣସି ଅଭାବ ହୋଇ ନ ଥାନ୍ତା ?

ଥେସଲନୀକୀୟମାନେ ନୀରବ ରହି, ସେମାନଙ୍କର କାର୍ଯ୍ୟରେ ଲାଗି ଏବଂ ସେମାନଙ୍କର ହାତ ସହିତ କାର୍ଯ୍ୟ କରିବାର ଥିଲା [୪:୧୧-୧୨]।

1 Thessalonians 4:13

ସମ୍ଭବତଃ କେଉଁ ବିଷୟରେ ଥେସଲନୀକୀୟମାନଙ୍କର ଭୁଲ ବୁଝାମଣା ଥିଲା ?

ସମ୍ଭବତଃ ଥେସଲନୀକୀୟମାନେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ କ'ଣ ହେଲା ସେ ବିଷୟରେ ସେମାନଙ୍କର ଭୁଲ ବୁଝାମଣା ଥିଲା [୪:୧୩]।

ଯେଉଁମାନେ ଯୀଶୁଙ୍କଠାରେ ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି ଈଶ୍ଵର ସେମାନଙ୍କ ପ୍ରତି କ'ଣ କରିବେ ?

ଯେଉଁମାନେ ଯୀଶୁଙ୍କଠାରେ ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି ସେମାନଙ୍କୁ ଈଶ୍ଵର ଯୀଶୁଙ୍କ ପରି ଉଠାଇ ଆଣିବେ [୪:୧୪]।

1 Thessalonians 4:16

କିପରି ପ୍ରଭୁ ସ୍ଵର୍ଗରୁ ଅବତରଣ କରିବେ ?

ପ୍ରଭୁ ଉଚ୍ଚ ସ୍ଵର ପୁଣି ଈଶ୍ଵରଙ୍କ ତୂରୀବାଦ୍ୟ ସହ ଅବତରଣ କରିବେ [୪:୧୬]।

କିଏ ପ୍ରଥମରେ ଉଠିବେ, ପୁଣି ପରେ ଏକାଠି ହୋଇ ସେମାନଙ୍କ ସହିତ କିଏ ଉଠିବେ ?

ଯୀଶୁଙ୍କଠାରେ ମରିଥିବା ଲୋକ ପ୍ରଥମରେ ଉଠିବେ, ତା'ପରେ ଜୀବିତ ରହିଥିବା ଅବଶିଷ୍ଟାଂଶ ଲୋକ ସେମାନଙ୍କ ସହିତ ନୀତ ହେବେ [୪:୧୬:୧୭]।

ଉତ୍ଥିତ ଲୋକମାନେ କାହାକୁ ସାକ୍ଷାତ କରିବେ, ପୁଣି କେତେ ସମୟ ପର୍ଯ୍ୟନ୍ତ ?

ଉତ୍ଥିତ ଲୋକମାନେ ମେଘମାଳାରେ ପ୍ରଭୁଙ୍କୁ ସାକ୍ଷାତ କରିବେ, ପୁଣି ତା'ପରେ ସର୍ବଦା ପ୍ରଭୁଙ୍କ ସହିତ ରହିବେ [୪:୧୭]।

ଯେଉଁମାନେ ମହାନିଦ୍ରାପ୍ରାପ୍ତ ହୋଇଥିଲେ ସେହି ବିଷୟରେ ସେ ଯେଉଁ ଶିକ୍ଷା ଦେଇଥିଲେ ତାହା ସହ ଥେସଲନୀକୀୟମାନଙ୍କୁ କ'ଣ କରିବାକୁ ପାଉଲ କହିଲେ ?

ତାହାଙ୍କ ବାକ୍ୟଗୁଡିକ ଦ୍ଵାରା ପରସ୍ପରକୁ ସ୍ଵାନ୍ତନା ଦେବାକୁ ପାଉଲ ଥେସଲନୀକୀୟମାନଙ୍କୁ କହିଲେ [୪:୧୮]।


Chapter 5

1 କିନ୍ତୁ, ହେ ଭାଇମାନେ, କାଳ ଓ ନିର୍ଦ୍ଧିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବା ଆବଶ୍ୟକ ନାହିଁ, 2 କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ । 3 ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ । 4 କିନ୍ତୁ, ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେ ଦିନ ଚୋରର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ, 5 କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ । ଆମ୍ଭେମାନେ ରାତ୍ରି କି ଅନ୍ଧକାରର ସନ୍ତାନ ନୋହୁଁ; 6 ଅତଏବ ଆସ ଆମ୍ଭେମାନେ ଅଣଯିହୂଦୀମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିବା । 7 ଯେଣୁ ଯେଉଁମାନେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତ୍ରିରେ ମାତାଲ ହୁଅନ୍ତି । 8 କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଉରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ । 9 କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି । 10 ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ । 11 ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ ।

12 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତି ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର, 13 ପୁଣି, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର । ପରସ୍ପର ସଙ୍ଗରେ ଶାନ୍ତିରେ ରୁହ । 14 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ । 15 ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ । 16 ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର; 17 ସବୁ ଅବସ୍ଥାରେ ଧନ୍ୟବାଦ ଦିଅ; 18 କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ । 19 ଆତ୍ମାଙ୍କୁ ନିର୍ବାଣ ନ କର; 20 ଭାବବାଣୀ ତୁଚ୍ଛ କର ନାହିଁ; 21 ବରଂ ସମସ୍ତ ବିଷୟ ପରୀକ୍ଷା କର; 22 ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ । 23 ଶାନ୍ତିଦାତା ଈଶ୍ୱର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ । 24 ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସହାଯ୍ୟ କରିବେ । 25 ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର । 26 ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର । 27 ସମସ୍ତ ଭାଇଙ୍କ ନିକଟରେ ଏହି ପତ୍ର ପାଠ କରାଇବା ନିମନ୍ତେ ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଇ ଅନୁରୋଧ କରୁଅଛି । 28 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।



Translation Questions

1 Thessalonians 5:1

କିପରି ପ୍ରଭୁଙ୍କ ଦିନ ଆସିବ ବୋଲି ପାଉଲ କହନ୍ତି ?

ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଆସିବ ବୋଲି ପାଉଲ କହନ୍ତି [୫:୨]।

କିଛି ଲୋକମାନେ କ'ଣ କହୁଥିବେ ଯେତେବେଳେ ହଠାତ୍ ବିନାଶ ସେମାନଙ୍କ ଉପରେ ଆସିବ ?

କିଛି ଲୋକମାନେ "ଶାନ୍ତି ଓ ନିରାପଦ" ବୋଲି କହୁଥିବେ [୫:୩]।

1 Thessalonians 5:4

ପ୍ରଭୁଙ୍କର ଦିନ ବିଶ୍ଵାସୀମାନଙ୍କ ପାଇଁ ଚୋର ପରି ଅନପେକ୍ଷିତ ନ ହେବା ଉଚିତ୍ ବୋଲି ପାଉଲ କାହିଁକି କହନ୍ତି ?

କାରଣ ବିଶ୍ଵାସୀମାନେ ଅନ୍ଧକାରରେ ନାହାନ୍ତି, କିନ୍ତୁ ସେମାନେ ଅଲୋକର ସନ୍ତାନ ଅଟନ୍ତି, ସେଥିପାଇଁ ପ୍ରଭୁଙ୍କର ଦିନ ସେମାନଙ୍କ ନିମନ୍ତେ ଚୋର ପରି ଅନପେକ୍ଷିତ ନ ହେବ ଉଚିତ୍ [୫:୪-୫]।

ପ୍ରଭୁଙ୍କ ଆଗମନର ଦିନ ସମ୍ଵନ୍ଧରେ ବିଶ୍ଵାସୀମାନଙ୍କୁ କ'ଣ କରିବାକୁ ପାଉଲ କହନ୍ତି ?

ପାଉଲ ବିଶ୍ଵାସୀମାନଙ୍କୁ ଜାଗ୍ରତ ଏବଂ ସଚେତନ, ଏବଂ ବିଶ୍ଵାସର, ପ୍ରେମର, ଏବଂ ଭରସାର ଉରସ୍ତ୍ରାଣ ପରିଧାନ କରି ସେଚେତନ ରହିବାକୁ କହନ୍ତି [୫:୬,୮].

1 Thessalonians 5:8

ଈଶ୍ଵରଙ୍କ ଦ୍ଵାର ବିଶ୍ଵାସୀମାନେ କେଉଁ ନିମନ୍ତେ ନିରୂପିତ ହୋଇଅଛନ୍ତି ?

ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ପରିତ୍ରାଣ ପାଇବା ନିମନ୍ତେ ବିଶ୍ଵାସୀମାନେ ଈଶ୍ଵରଙ୍କ ଦ୍ଵାରା ନିରୂପିତ ହୋଇଅଛନ୍ତି [୫:୯]।

1 Thessalonians 5:12

ଯେଉଁମାନେ ପ୍ରଭୁଙ୍କଠାରେ ନେତାସ୍ଵରୂପେ ସେମାନଙ୍କ ଉପରେ ଅଛନ୍ତି ସେମାନଙ୍କ ପ୍ରତି ବିଶ୍ଵାସୀମାନଙ୍କର ବ୍ୟବହାର କ'ଣ ହେବା ଉଚିତ୍ ବୋଲି ପାଉଲ କହନ୍ତି ?

ସେମାନେ ପ୍ରେମରେ ସେମାନଙ୍କୁ ଅତ୍ୟନ୍ତ ଆଦର ଓ ସେମାନଙ୍କୁ ମାନ୍ୟ କରିବା ଉଚିତ୍ ବୋଲି ପାଉଲ କହନ୍ତି [୫:୧୨-୧୩]।

1 Thessalonians 5:15

ଯେତେବେଳେ ସେମାନେଙ୍କ ଉପରେ ଅପକାର କରାଯାଉଅଛି କୌଣସି ଲୋକ କ'ଣ ନ କରିବା ଉଚିତ୍ ବୋଲି ପାଉଲ କହନ୍ତି ?

ଯେତେବେଳେ ସେମାନଙ୍କ ଉପରେ ଅପକାର କରାଯାଉଅଛି ସେହି ଅପକାର ବଦଳରେ କୌଣସି ଲୋକ ଅପକାର ନ କରିବା ଉଚିତ୍ ବୋଲି ପାଉଲ କହନ୍ତି [୫:୧୫]।

ବିଶ୍ଵାସୀମାନେ ସବୁ ଅବସ୍ଥାରେ କ'ଣ କରିବା ଉଚିତ୍ ବୋଲି ପାଉଲ କହନ୍ତି ଏବଂ କାହିଁକି ?

ବିଶ୍ଵାସୀମାନେ ସବୁ ଅବସ୍ଥାରେ ଧନ୍ୟବାଦ ଦେବା ଉଚିତ୍, କାରଣ ଏହା ସେମାନଙ୍କ ନିମନ୍ତେ ଈଶ୍ଵରଙ୍କ ଇଚ୍ଛା ବୋଲି ପାଉଲ କହନ୍ତି [୫:୧୮]।

1 Thessalonians 5:19

ଭାବବାଣୀ ବିଷୟରେ ପାଉଲ ବିଶ୍ଵାସୀମାନଙ୍କୁ କ'ଣ ଶିକ୍ଷା ଦିଅନ୍ତି ?

ଭାବବାଣୀକୁ ତୁଚ୍ଛ ନ କରିବା, ଏବଂ ସମସ୍ତ ବିଷୟ ପରୀକ୍ଷା କରି, ଯାହା ଉତ୍ତମ ତାହା ଧରି ରଖିବା ନିମନ୍ତେ ପାଉଲ ବିଶ୍ଵାସୀମାନଙ୍କୁ ଶିକ୍ଷା ଦେଇଥିଲେ [୫:୨୦-୨୧]।

1 Thessalonians 5:23

ବିଶ୍ଵାସୀମାନଙ୍କ ନିମନ୍ତେ ଈଶ୍ଵର କ'ଣ କରନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି ?

ଈଶ୍ଵର ଯେପରି ସମ୍ପୂର୍ଣ୍ଣରୂପେ ବିଶ୍ଵାସୀମାନଙ୍କୁ ପବିତ୍ର କରି ସେମାନଙ୍କର ଆତ୍ମ, ପ୍ରାଣ, ଏବଂ ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଧୋଷରୂପେ ରକ୍ଷିତ ହେବ ଏହା ପାଉଲ ବିଶ୍ଵାସୀମାନଙ୍କ ନିମନ୍ତେ ଈଶ୍ଵରଙ୍କଠାରେ ପ୍ରାର୍ଥନା କରନ୍ତି [୫:୨୩]।


Book: 2 Thessalonians

2 Thessalonians

Chapter 1

1 ପାଉଲ, ସିଲ୍ୱାନ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ଡଳୀ ନିକଟକୁ;

2 ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।

3 ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ, କାରଣ ତୁମ୍ଭମାନଙ୍କ ବିଶ୍ୱାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି, ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି, 4 ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ୱରଙ୍କ ମଣ୍ଡଳୀସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ ।

5 ଈଶ୍ୱରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ୱରଙ୍କ ଉଚିତ ବିଚାରର ପ୍ରତ୍ୟକ୍ଷ ପ୍ରମାଣ, 6 କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ, 7 ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କଷ୍ଟ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ୱରଙ୍କ ପକ୍ଷରେ ନ୍ୟାୟର ବିଷୟ; 8 ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ, 9 ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ ( କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ ), 10 ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍ ପ୍ରଭୁଙ୍କ ପାଖରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ । 11 ଏଣୁ ଆମ୍ଭମାନଙ୍କ ଈଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଗଣନା କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ; 12 ତାହାହେଲେ ଆମ୍ଭମାନଙ୍କ ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ୱିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ୱିତ ହେବ ।



Translation Questions

2 Thessalonians 1:3

ଥେସଲନୀକୀୟ ମଣ୍ଡଳୀର କେଉଁ ଦୁଇଟି ବିଷୟଗୁଡିକ ନିମନ୍ତେ ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି ?

ସେମାନଙ୍କ ବଢୁଥିବା ବିଶ୍ଵାସ ଏବଂ ପରସ୍ପର ପ୍ରତି ପ୍ରେମ ନିମନ୍ତେ ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି [୧:୩] ।

କେଉଁ ପରିସ୍ଥିତି ଗୁଡିକ ଥେସଲନୀକୀୟରେ ବିଶ୍ଵାସୀମାନେ ସହନ କରୁଥିଲେ ?

ବିଶ୍ଵାସୀମାନେ ତାଡନା ଏବଂ କ୍ଲେଶଗୁଡିକ ସହନ କରୁଥିଲେ [୧:୪] ।

ପରିସ୍ଥିତି ଗୁଡିକ ଦ୍ଵାରା ବିଶ୍ଵାସୀମାନେ କେଉଁ ସକାରାତ୍ମକ ଫଳାଫଳ ଅନୁଭବ କରିବେ ?

ବିଶ୍ଵାସୀମାନେ ଈଶ୍ଵରଙ୍କ ରାଜ୍ୟର ଯୋଗ୍ୟ ଭାବରେ ଗଣାଯିବେ [୧:୫] ।

2 Thessalonians 1:6

ପରମେଶ୍ଵର ସେମାନଙ୍କୁ କ'ଣ କରିବେ ଯେଉଁମାନେ ବିଶ୍ଵାସୀମାନଙ୍କୁ କଷ୍ଟ ଦିଅନ୍ତି ?

ଯେଉଁମାନେ ବିଶ୍ଵାସୀମାନଙ୍କୁ କଷ୍ଟ ଦିଅନ୍ତି, ଈଶ୍ଵର ସେମାନଙ୍କୁ କଷ୍ଟ ଦେବେ, ଜଳୁଥିବା ନିଆଁ ସହିତ ଦଣ୍ଡ ଦେବେ [୧:୬,୮] ।

କେବେ ବିଶ୍ଵାସୀମାନେ ସେମାନଙ୍କ କଷ୍ଟରୁ ମୁକ୍ତ ହୋଇପାରିବେ ?

ବିଶ୍ଵାସୀମାନେ ମୁକ୍ତ ହୋଇପାରିବେ ଯେବେ ଯୀଶୁଖ୍ରୀଷ୍ଟ ଆକାଶରେ ଦୃଶ୍ୟମାନ ହେବେ [୧:୭] ।

2 Thessalonians 1:9

ଯେଉଁମାନେ ଈଶ୍ଵରଙ୍କୁ ଜାଣିନାହାନ୍ତି, ସେମାନଙ୍କ ନିମନ୍ତେ ଦଣ୍ଡ ଦୀର୍ଘ କେତେଦିନ ପର୍ଯ୍ୟନ୍ତ ଥିବ ?

ଯେଉଁମାନେ ଈଶ୍ଵରଙ୍କୁ ଜାଣିନାହାନ୍ତି, ସେମାନଙ୍କ ନିମନ୍ତେ ଦଣ୍ଡ ଅନନ୍ତକାଳ ପର୍ଯ୍ୟନ୍ତ ଥିବ [୧:୯] ।

ଯେଉଁମାନେ ଈଶ୍ଵରଙ୍କୁ ଜାଣିନାହାନ୍ତି, ସେମାନଙ୍କ ଦଣ୍ଡର ଭାଗରେ କ'ଣ ବିଷୟ ଠାରୁ ବିଛିନ୍ନ ହେବେ ?

ଯେଉଁମାନେ ଈଶ୍ଵରଙ୍କୁ ଜାଣିନାହାନ୍ତି, ସେମାନଙ୍କ ଦଣ୍ଡର ଭାଗ ଅନୁସାରେ ସେମାନେ ପ୍ରଭୁଙ୍କ ଠାରୁ ବିଛିନ୍ନ ହେବେ [୧:୯] ।

ବିଶ୍ଵାସୀମାନେ କ'ଣ କରିବେ ଯେବେ ସେମାନେ ଖ୍ରୀଷ୍ଟଙ୍କୁ ତାହାଙ୍କ ଦିନରେ ଦେଖିବେ ?

ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କଠାରେ ବିସ୍ମିତ ହେବେ ଯେବେ ସେ ତାହାଙ୍କ ଦିନରେ ଆସିବେ [୧:୧୦] ।

2 Thessalonians 1:11

ଈଶ୍ଵରଙ୍କ ଶକ୍ତି ଦ୍ଵାରା ବିଶ୍ଵାସୀମାନେ ବିଶ୍ଵାସରେ ଉତ୍ତମ କାର୍ଯ୍ୟଗୁଡିକର ଫଳାଫଳ କ'ଣ ଅଟେ ?

ସେମାନଙ୍କ ଉତ୍ତମ କାର୍ଯ୍ୟଗୁଡିକର ଫଳାଫଳ ଏହା ଅଟେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ଗୌରବାନ୍ଵିତ ହୋଇଥାଏ [୧:୧୧-୧୨] ।


Chapter 2

1 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ବିଷୟରେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, 2 ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ତୁମ୍ଭେମାନେ କୌଣସି ଆତ୍ମା କି ବାକ୍ୟ କି ଆମ୍ଭମାନଙ୍କ ଦ୍ୱାରା ଲେଖାଯାଇଅଛି ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍ବିଗ୍ନ ନ ହୁଅ; 3 କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ । 4 ଏ ସେହି ଅଧର୍ମ ପୁରୁଷ ଯେ ପୂଜିତ କିମ୍ବା ଇଶ୍ବରଙ୍କ ବିରୋଧ କରେ ଏବଂ ସମସ୍ତଙ୍କଠାରୁ ନିଜକୁ ଅଧିକ ପ୍ରଶଂସା କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ । 5 ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ଏହି ସବୁ ବିଷୟ ଯେ ତୁମ୍ଭମାନଙ୍କୁ କହିଥିଲି, ତାହା କ'ଣ ତୁମ୍ଭମାନଙ୍କର ମନେ ନାହିଁ ? 6 ଆଉ ସେ ନିରୂୂପିତ ସମୟରେ ପ୍ରକାଶିତ ହେବା ନିମନ୍ତେ କ'ଣ ବାଧା ଦେଉଅଛି, ତାହା ତ ତୁମ୍ଭେମାନେ ଜାଣ । 7 କାରଣ ଅଧର୍ମର ନିଗୂଢ଼ତତ୍ତ୍ୱ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରୁଅଛି, ବାଧା ଦେଉଥିବା ବ୍ୟକ୍ତି ବାହାର ନ ହେବା ପର୍ଯ୍ୟନ୍ତ ତାହା କାର୍ଯ୍ୟ କରୁଥିବ । 8 ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ । 9 ଶୟତାନର ଶକ୍ତି ଅନୁସାରେ ସମସ୍ତ ପ୍ରକାର ମିଥ୍ୟାଶକ୍ତି, ଚିହ୍ନ ଓ ଅଦ୍ଭୁତ କର୍ମ, ପୁଣି, ବିନାଶ-ପାତ୍ରମାନଙ୍କ ନିକଟରେ ସମସ୍ତ ପ୍ରକାର ଅଧର୍ମ ଛଳନା ସହକାରେ ସେହି ଅଧର୍ମ ପୁରୁଷର ଆଗମନ ହେବ, 10 କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟ ପ୍ରତି ପ୍ରେମ ପାଇନାହାଁନ୍ତି । 11 ଆଉ, ଏଥିପାଇଁ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପଠାଇଅଛନ୍ତି, 12 ଯେପରିକି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନେ ସମସ୍ତେ ଦଣ୍ଡର ପାତ୍ର ହୁଅନ୍ତି ।

13 କିନ୍ତୁ, ହେ ପ୍ରଭୁଙ୍କ ପ୍ରିୟପାତ୍ର ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ସବୁବେଳେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଆମ୍ଭମାନଙ୍କର କର୍ତ୍ତବ୍ୟ, କାରଣ ଈଶ୍ୱର, ଆତ୍ମାଙ୍କ ପବିତ୍ରତା ଓ ସତ୍ୟରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇବା ନିମନ୍ତେ ତୁମ୍ଭମାନଙ୍କୁ ପ୍ରଥମ ଫଳଭାବେ ବାଛି ଅଛନ୍ତି; 14 ସେଥିପାଇଁ ମଧ୍ୟ ସେ ଆମ୍ଭମାନଙ୍କ ସୁସମାଚାର ଦ୍ୱାରା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବ ପାଇବା ନିମନ୍ତେ ତୁମ୍ଭମାନଙ୍କୁ ଡାକିଅଛନ୍ତି । 15 ଅତଏବ, ହେ ଭାଇମାନେ, ସ୍ଥିର ଥାଅ, ପୁଣି, ଆମ୍ଭମାନଙ୍କ ବାକ୍ୟ କିମ୍ବା ପତ୍ର ଦ୍ୱାରା ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେହି ସବୁ ଧରି ରଖ । 16 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇଅଛନ୍ତି, 17 ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ୱନା ଦେଇ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ ସୁସ୍ଥିର କରନ୍ତୁ ।



Translation Questions

2 Thessalonians 2:1

କେଉଁ ଘଟଣା ବିଷୟରେ ପାଉଲ ବର୍ତ୍ତମାନ ଲେଖିବାକୁ ଯାଉଛନ୍ତି ବୋଲି କହନ୍ତି ?

ପାଉଲ କହନ୍ତି ସେ ବର୍ତ୍ତମାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଲେଖିବାକୁ ଯାଉଛନ୍ତି [୨:୧] ।

ପାଉଲ ସେମାନଙ୍କୁ କ'ଣ ବିଶ୍ଵାସ ନ କରିବାକୁ କହନ୍ତି ?

ପାଉଲ ସେମାନଙ୍କୁ ପ୍ରଭୁଙ୍କ ଦିନ ଆସିଯାଇଅଛି ବୋଲି ବିଶ୍ଵାସ କରନ୍ତୁ ନାହିଁ ବୋଲି କହିଲେ [୨:୨]।

2 Thessalonians 2:3

ପ୍ରଭୁଙ୍କ ଦିନ ଆସିବା ପୂର୍ବରୁ କ'ଣ ଆସିବ ବୋଲି ପାଉଲ କହନ୍ତି ?

ପ୍ରଭୁଙ୍କ ଦିନ ଆସିବା ପୂର୍ବରୁ ବ୍ୟବସ୍ଥାହୀନତାର ମଣିଷ ପ୍ରକାଶନ ଏବଂ ପତନ ଆସିବା ଉଚିତ [୨:୩] ।

ବ୍ୟବସ୍ଥାହୀନତାର ମନୁଷ୍ୟ କ'ଣ କରିଥାଏ ?

ବ୍ୟବସ୍ଥାହୀନତାର ମନୁଷ୍ୟ ଈଶ୍ଵରଙ୍କ ବିରୁଦ୍ଧରେ ବିରୋଧ କରେ ଏବଂ ନିଜକୁ ଉନ୍ନତ କରେ, ନିଜକୁ ଈଶ୍ଵରଙ୍କ ସିଂହାସନରେ ବସିବାର ଏବଂ ନିଜେ ଈଶ୍ଵର ବୋଲି ଚିତ୍ରଣ କରେ [୨:୪] ।

2 Thessalonians 2:5

ବ୍ୟବସ୍ଥାହୀନତାର ମନୁଷ୍ୟ କେବେ ପ୍ରକାଶିତ ହେବ ?

ଯେତେବେଳେ ସମୟ ହୁଏ ବ୍ୟବସ୍ଥାହୀନତାର ମନୁଷ୍ୟ ପ୍ରକାଶିତ ହେବ, ଯେବେ ଜଣେ ଯିଏ ତାହାଙ୍କୁ ବାଧା ଦେଉଥିବ ଦୁରୀକୃତ ହେଉଥିବ [୨:୬-୭] ।

2 Thessalonians 2:8

ଯୀଶୁ ଯେବେ ଦୃଶ୍ୟମାନ ହେବେ, ବ୍ୟବସ୍ଥାହୀନତାର ମନୁଷ୍ୟକୁ କ'ଣ କରିବେ ?

ଯୀଶୁ ଯେବେ ଦୃଶ୍ୟମାନ ହେବେ, ସେ ବ୍ୟବସ୍ଥାହୀନତାର ମନୁଷ୍ୟକୁ ସଂହାର କରିବେ [୨:୮] ।

କିଏ ବ୍ୟବସ୍ଥାହୀନତାର ମନୁଷ୍ୟ ସାହିତ ଶକ୍ତି, ଚିହ୍ନ, ଏବଂ ଭୁଲ ଚକିତ ବିଷୟଗୁଡ଼ିକୁ ଦେଖାଇବା ପାଇଁ କାର୍ଯ୍ୟ କରୁଅଛି ?

ଶୟତାନ ଶକ୍ତି, ଚିହ୍ନ, ଏବଂ ଭୁଲ ଚକିତ ବିଷୟଗୁଡିକ ଦେବା ପାଇଁ ବ୍ୟବସ୍ଥାହୀନତାର ମନୁଷ୍ୟ ସହିତ କାର୍ଯ୍ୟ କରୁଅଛି [୨:୯] ।

କାହିଁକି କେତେକେ ବ୍ୟବସ୍ଥାହୀନତାର ମନୁଷ୍ୟ ଦ୍ଵାରା ପ୍ରତାରିତ ହେଉଛନ୍ତି ଏବଂ ବିନଷ୍ଟ ହେଉଛନ୍ତି ?

କେତେକେ ବିନଷ୍ଟ ହେଉଛନ୍ତି କାରଣ ସେମାନେ ସତ୍ୟର ପ୍ରେମକୁ ପାଇଲେ ନାହିଁ ଯେପରି ସେମାନେ ପରିତ୍ରାଣ ପାଇପାରିବେ [୨:୧୦] ।

2 Thessalonians 2:11

ଯେଉଁମାନେ ପ୍ରତାରିତ ହୁଅନ୍ତି ଏବଂ ବିନାଶ ହୁଅନ୍ତି କେଉଁଗୁଡିକରେ ସେମାନେ ଆନନ୍ଦ କରନ୍ତି ?

ଯେଉଁମାନେ ପ୍ରତାରିତ ହୁଅନ୍ତି ଏବଂ ବିନାଶ ହୁଅନ୍ତି ଅଧାର୍ମିକତାରେ ଆନନ୍ଦ କରନ୍ତି [୨:୧୨] ।

2 Thessalonians 2:13

ଈଶ୍ଵର ଥେସଲନୀକୀୟମାନଙ୍କ ନିମନ୍ତେ ସୁସମାଚାର ଦ୍ଵାରା କ'ଣ ପାଇବା ପାଇଁ ବାଛିଲେ ?

ଈଶ୍ଵର ଥେସଲନୀକୀୟାମାନଙ୍କ ନିମନ୍ତେ ସୁସମାଚାର ଦ୍ଵାରା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହିମାକୁ ପାଇବା ପାଇଁ ବାଛିଲେ [୨:୧୩-୧୪] ।

ସୁସମାଚାରକୁ ପାଇଲା ପରେ ପାଉଲ ଥେସଲନୀକୀୟମାନଙ୍କୁ ବର୍ତ୍ତମାନ କ'ଣ କରିବା ପାଇଁ କହନ୍ତି ?

ପାଉଲ ଥେସଲନୀକୀୟମାନଙ୍କୁ ଦୃଢତାର ସହିତ ଠିଆ ହେବା ପାଇଁ ଏବଂ ସେମାନଙ୍କୁ ଶିଖାଯାଇଥିବା ପରମ୍ପରାକୁ ଧରି ରଖିବା ପାଇଁ କହନ୍ତି [୨:୧୫] ।

2 Thessalonians 2:16

ଥେସଲନୀକୀୟମାନଙ୍କ ହୃଦୟରେ କେଉଁଗୁଡିକ ସ୍ଥାପନ କରିବା ପାଇଁ ପାଉଲ ଇଚ୍ଛା କରନ୍ତି ?

ପାଉଲ ଇଚ୍ଛା କରନ୍ତି ଯେ ଥେସଲନୀକୀୟମାନଙ୍କ ହୃଦୟରେ ସମସ୍ତ ଉତ୍ତମ କାର୍ଯ୍ୟ ଏବଂ କଥାରେ ସ୍ଥାପିତ ହେଉ [୨:୧୭] ।


Chapter 3

1 ଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେପରି, ସେହିପରି ଚାରିଆଡ଼େ ଶୀଘ୍ର ବ୍ୟାପିଯାଇ ଗୌରବ ପାଇବ, 2 ପୁଣି, ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବୁ; କାରଣ ସମସ୍ତଙ୍କର ବିଶ୍ୱାସ ନାହିଁ । 3 କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ । 4 ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହି ସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ୱାସ । 5 ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ୱରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହିଷ୍ଣୁତା ରୂପ ପଥରେ କଢାଉନ୍ତୁ ।

6 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପାଇଥିବା ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟରେ ଜୀବନ କାଟେ, ତାହାଠାରୁ ଆପଣା ଆପଣାକୁ ଅଲଗା କର । 7 କାରଣ କିପରି ଅାମ୍ଭମାନଙ୍କୁ ଅନୁସରଣ କରିବା ତୁମ୍ଭମାନଙ୍କର ଉଚିତ, ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟର ଜୀବନ କାଟି ନ ଥିଲୁ, 8 କିଅବା ବିନାମୂଲ୍ୟରେ କାହାରି ଖାଦ୍ୟ ଖାଇ ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାର ଭାର ସ୍ୱରୂପ ନ ହେବା ପାଇଁ ପରିଶ୍ରମ ଓ କଷ୍ଟ ସହିତ ଦିନରାତି କାମ କରିଥିଲୁ; 9 ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁସରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶରୂପେ ଦେଖାଇବା ପାଇଁ ସେପରି କଲୁ । 10 କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ । 11 ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟର ଜୀବନ କାଟୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାର ଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ । 12 ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ । 13 କିନ୍ତୁ ହେ ଭାଇମାନେ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଲାନ୍ତ ହୁଅ ନାହିଁ । 14 ଆଉ ଯେବେ କେହି ଏହି ପତ୍ରରେ ଲେଖାଯାଇଥିବା ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି, ସେ ଯେପରି ଲଜ୍ଜିତ ହୁଏ, ଏଥି ନିମନ୍ତେ ତାହା ସହିତ ସମ୍ପର୍କ ରଖ ନାହିଁ; 15 ତଥାପି ତାହାକୁ ଶତ୍ରୁ ବୋଲି ଭାବ ନାହିଁ, ମାତ୍ର ତାହାକୁ ଭାଇ ବୋଲି ଭାବି ସତର୍କ କରାଅ ।

16 ଶାନ୍ତିଦାତା ପ୍ରଭୁ ନିଜେ ତୁମ୍ଭମାନଙ୍କୁ ସର୍ବଦା ଓ ସବୁପ୍ରକାର ଶାନ୍ତି ଦେଉନ୍ତୁ । ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ । 17 ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନ ସ୍ୱରୂପ, ମୁଁ ଏହିପରି ଲେଖେ । 18 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ ।



Translation Questions

2 Thessalonians 3:1

ପ୍ରଭୁଙ୍କ ବାକ୍ୟର କେଉଁ ବିଷୟ ନିମନ୍ତେ ପାଉଲ ଥେସଲନୀକୀୟମାନଙ୍କୁ ପ୍ରାର୍ଥନା କରିବା ପାଇଁ ଚାହୁଁଥିଲେ

ପାଉଲ ଥେସଲନୀକୀୟମାନଙ୍କୁ ପ୍ରଭୁଙ୍କ ବାକ୍ୟ ଶୀଘ୍ରତାରେ ପ୍ରସାରିତ ହେବା ପାଇଁ ଏବଂ ମହିମାନ୍ଵିତ ହେବାକୁ ପ୍ରାର୍ଥନା କରିବା ପାଇଁ ଚାହୁଁଥିଲେ [୩:୧] ।

ପାଉଲ କାହାଠାରୁ ମୁକ୍ତ ହେବା ପାଇଁ ଇଚ୍ଛା କରୁଥିଲେ ?

ପାଉଲ ଦୁଷ୍ଟ ଏବଂ ମନ୍ଦ ଲୋକମାନଙ୍କଠାରୁ ଯେଉଁମାନଙ୍କର ବିଶ୍ଵାସ ନାହିଁ, ମୁକ୍ତ ହେବାକୁ ଇଚ୍ଛା କରନ୍ତି [୩:୨] ।

2 Thessalonians 3:4

ପାଉଲ ଥେସଲନୀକୀୟମାନଙ୍କୁ ନିରନ୍ତର ଭାବରେ କ'ଣ କରିବାକୁ କହନ୍ତି ?

ପାଉଲ ଥେସଲନୀକୀୟମାନଙ୍କୁ ଯାହା ସେମାନଙ୍କୁ ଆଜ୍ଞା ଦେଇଛନ୍ତି, ନିରନ୍ତର ଭାବରେ କରିବାକୁ କହିଛନ୍ତି [୩:୪] ।

2 Thessalonians 3:6

ପ୍ରତ୍ୟେକ ଭାଇମାନଙ୍କ ସହିତ କ'ଣ କରିବା ଉଚିତ ଯେଉଁମାନେ ପ୍ରତିମା ଭାବରେ ରହନ୍ତି ?

ବିଶ୍ଵାସୀମାନେ ପ୍ରତ୍ୟେକ ଭାଇମାନଙ୍କୁ ପରିତ୍ୟାଗ କରିବା ଉଚିତ ଯେଉଁମାନେ ପ୍ରତିମା ଭାବରେ ରହନ୍ତି [୩:୬] ।

ପାଉଲ କେଉଁ ଉଦାହରଣ ତାହାଙ୍କ କାର୍ଯ୍ୟ ଏବଂ ସାହାଯ୍ୟ ବିଷୟରେ ଥେସଲନୀକୀୟମାନଙ୍କ ପାଇଁ ରଖିଥିଲେ ?

ପାଉଲ ଦିନ ଓ ରାତ୍ର ପରିଶ୍ରମ କଲେ, ତାହାଙ୍କ ଖାଦ୍ୟ ପାଇଁ ପେୟ ଦେଲେ ଏବଂ କାହାରି ପାଇଁ ବୋଝ ହେଲେ ନାହିଁ [୩:୭-୯] ।

2 Thessalonians 3:10

ପାଉଲ କୌଣସି ଲୋକମାନଙ୍କ ନିମନ୍ତେ କେଉଁ ଆଜ୍ଞା ଦେଲେ ଯେଉଁମାନେ କାମ କରିବା ପାଇଁ ଇଚ୍ଛା କରନ୍ତି ନାହିଁ ?

ପାଉଲ ଆଜ୍ଞା ଦେଲେ ଯେ କୌଣସି ଜଣ ଯିଏ କାମ କରିବାକୁ ଇଚ୍ଛା କରନ୍ତି ନାହିଁ, ଖାଇବା ଉଚିତ ନୁହଁ [୩:୧୦] ।

ଅଳସୁଆ ହେବା ପରିବର୍ତ୍ତେ, ପାଉଲ ସେପରି ଲୋକମାନଙ୍କୁ କ'ଣ କରିବାକୁ ଆଜ୍ଞା ଦିଅନ୍ତି ?

ପାଉଲ ଅଳସୁଆମାନଙ୍କୁ ଶାନ୍ତ ଭାବରେ କାମ କରିବାକୁ ଏବଂ ସେମାନଙ୍କ ନିଜ ଖାଦ୍ୟ ଖାଇବାକୁ ଆଜ୍ଞା ଦିଅନ୍ତି [୩:୧୨] ।

2 Thessalonians 3:13

ଭାଇମାନେ କୌଣସି ଜଣ ସହିତ କ'ଣ କରିବା ଉଚିତ ଯେଉଁମାନେ ଏହି ପତ୍ରରେ ପାଉଲଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତି ନାହିଁ ?

ଯେଉଁମାନେ ଏହି ପତ୍ରରେ ଥିବା ପାଉଲଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତି ନାହିଁ, ସେମାନଙ୍କ ସହିତ ଭାଇମାନେ କୌଣସି ପ୍ରକାରର ସହଭାଗିତା ରଖିବା ଉଚିତ ନୁହଁ [୩:୧୪] ।


Book: 1 Timothy

1 Timothy

Chapter 1

1 ପାଉଲ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱର ଓ ଭରସାଭୂମି ଖ୍ରୀଷ୍ଟ ଯୀଶୁଙ୍କ ଆଜ୍ଞା ଅନୁସାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, 2 ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।

3 ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି 4 କି କଳ୍ପିତ ଗଳ୍ପ ଓ ଅଶେଷ ବଂଶାବଳୀରେ ମନୋଯୋଗ ନ କରନ୍ତି, ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ସେହି ସବୁ ତ ବିଶ୍ୱାସ ସମ୍ବନ୍ଧୀୟ ଈଶ୍ୱରଙ୍କ କାର୍ଯ୍ୟର ଉପକାରୀ ନ ହୋଇ ବରଂ ଯୁକ୍ତିତର୍କ ସୃଷ୍ଟି କରେ । 5 କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ଵାସରୁ ଜାତ ଯେଉଁ ପ୍ରେମ, 6 ତାହା ମୋଶାଙ୍କ ବ୍ୟବସ୍ଥାର ଉଦ୍ଦେଶ୍ୟ ଅଟେ; କେହି କେହି ଏସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି; 7 ସେମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି, କି କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି, ତାହା ନିଜେ ବୁଝନ୍ତି ନାହିଁ । 8 କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, 9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି, 10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ; 11 ଏହା ତ ମୋ ନିକଟରେ ସମର୍ପିତ ପରମଧନ୍ୟ ଈଶ୍ୱରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ ।

        12 ଆମ୍ଭମାନଙ୍କର ଯେଉଁ ପ୍ରଭୁ ଖ୍ରୀଷ୍ଟ ଯୀଶୁ ମୋତେ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ମୁଁ ଧନ୍ୟବାଦ ଦେଉଅଛି ଯେ, ସେ ମୋତେ ବିଶ୍ୱସ୍ତ ମନେ କରି ସେବକ ପଦରେ ନିଯୁକ୍ତ କରିଅଛନ୍ତି, 13 ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି; କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରିଥିଲି ବୋଲି ଦୟା ପାଇଲି; 14 ଆଉ, ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ବିଶ୍ୱାସ ଓ ପ୍ରେମ ସହକାରେ ମୋ ପ୍ରତି ଅତି ପ୍ରଚୁର ହେଲା । 15 ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ; ଏହି ବାକ୍ୟ ବିଶ୍ୱାସ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ । 16 ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥି ନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି । 17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ୱର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ । ଆମେନ୍ । 18 ହେ ବତ୍ସ ତୀମଥି, ତୁମ୍ଭ ବିଷୟରେ ପୂର୍ବରେ ଏହି ସମସ୍ତ ଭାବବାଣୀ ଅନୁସାରେ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି, ଯେପରି ତୁମ୍ଭେ ସେହି ସମସ୍ତ ଭାବବାଣୀ ସାହାଯ୍ୟରେ ଉତ୍ତମ ଯୁଦ୍ଧ କରି ପାର; 19 ବିଶ୍ୱାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ୱାସରୂପ ଜାହାଜ ଭାଙ୍ଗି ଯାଇଅଛି, 20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‍ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ୱର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି ।



Translation Questions

1 Timothy 1:1

ପାଉଲ କିପରି ଜଣେ ଖ୍ରୀଷ୍ଟଙ୍କ ପ୍ରେରିତ ହୋଇଥିଲେ ?

ଈଶ୍ଵରଙ୍କ ଆଜ୍ଞାନୁସାରେ ପାଉଲ ଜଣେ ପ୍ରେରିତ ହୋଇଥିଲେ [୧:୧]।

ପାଉଲ ଓ ତୀମଥିଙ୍କ ମଧ୍ୟରେ କ'ଣ ସମ୍ପର୍କ ଥିଲା ?

ତୀମଥି ଧର୍ମବିଶ୍ଵାସରେ ପାଉଲଙ୍କ ଯଥାର୍ଥ ପୁତ୍ର ଥିଲା [୧:୨]।

1 Timothy 1:3

କେଉଁଠାରେ ତୀମଥିଙ୍କୁ ରହିବାର ଥିଲା ?

ଏଫିସରେ ତୀମଥିଙ୍କୁ ରହିବାର ଥିଲା [୧:୩]।

ନିର୍ଦ୍ଧିଷ୍ଟ ଲୋକମାନଙ୍କୁ କ'ଣ ନ କରିବାକୁ ତୀମଥି ଆଜ୍ଞା ଦେବାର ଥିଲା ?

ସେ ସେମାନଙ୍କୁ ଭିନ୍ନ ଶିକ୍ଷା ନ ଦେବାକୁ ଆଜ୍ଞା ଦେବାର ଥିଲା [୧:୩]।

1 Timothy 1:5

ପାଉଲ ତାହାଙ୍କ ଆଜ୍ଞା ଓ ଶିକ୍ଷାର ଉଦ୍ଦେଶ୍ୟ କ'ଣ ଥିଲା ବୋଲି କହନ୍ତି ?

ତାହାଙ୍କ ଉଦ୍ଦେଶ୍ୟ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ଵାସରୁ ଜାତ ପ୍ରେମ ଥିଲା [୧:୫]।

1 Timothy 1:9

ବ୍ୟବସ୍ଥା କେଉଁମାନଙ୍କ ନିମନ୍ତେ ସ୍ଥାପିତ ହୋଇଅଛି ?

ବ୍ୟବସ୍ଥା ସ୍ଵେଚ୍ଛାଚାରି, ଅବାଧ୍ୟ ଏବଂ ପାପୀ ଲୋକମାନଙ୍କ ନିମନ୍ତେ ଅଟେ [୧:୯]।

ପାପର ଚାରିଗୋଟି ଉଦାହରଣ କ'ଣ ଯାହା ଏହି ଲୋକମାନେ କରନ୍ତି ?

ସେମାନେ ନରହତ୍ୟା, ବ୍ୟଭିଚାର, ମନୁଷ୍ୟ ଚୋର ଏବଂ ମିଥ୍ୟା କହନ୍ତି/କରନ୍ତି [୧:୯-୧୦]।

1 Timothy 1:12

ଅତୀତରେ ପାଉଲ କେଉଁ ପାପଗୁଡିକ କଲେ ?

ପାଉଲ ଜଣେ ନିନ୍ଦକ, ତାଡନାକାରୀ, ଅତ୍ୟାଚାରୀ ମନୁଷ୍ୟ ଥିଲେ [୧:୧୩]।

ପାଉଲଙ୍କ ପ୍ରତି କ'ଣ ପ୍ରଚୁର ହେଲା, ଯାହା ଫଳରେ ପାଉଲ ଜଣେ ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ହେଲା ?

ଆମ୍ଭେମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ପାଉଲଙ୍କ ପ୍ରତି ଅତି ପ୍ରଚୁର ହେଲା [୧:୧୪]।

1 Timothy 1:15

କାହାକୁ ଉଦ୍ଧାର କରିବାକୁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଲେ ?

ଖ୍ରୀଷ୍ଟ ଯୀଶୁ ପାପୀମାନଙ୍କୁ ଉଦ୍ଧାର କରିବାକୁ ଜଗତକୁ ଆସିଲେ [୧:୧୫]।

ସେ ଯେ ଈଶ୍ଵରଙ୍କ ଅନୁଗ୍ରହର ଏକ ଉଦାହରଣ ସ୍ଵରୂପ ବୋଲି ପାଉଲ କାହିଁକି କହନ୍ତି ?

କାରଣ ସେ ପାପୀମାନଙ୍କ ମଧ୍ୟରେ ପ୍ରଧାନ ଥିଲେ ତଥାପି ପ୍ରଥମେ ସେ ଈଶ୍ଵରଙ୍କ ଦୟାପ୍ରାପ୍ତ ହେଲେ ସେଥିପାଇଁ ସେ ଜଣେ ଉଦାହରଣ ସ୍ଵରୂପ ବୋଲି ପାଉଲ କହନ୍ତି [୧:୧୫-୧୬]।

1 Timothy 1:18

ତୀମଥିଙ୍କ ବିଷୟରେ କେଉଁ ସବୁ ବିଷୟ କୁହାଯାଇଥିଲା ଯାହା ସହିତ ପାଉଲ ସହମତି ଅଟନ୍ତି ?

ତୀମଥିଙ୍କ ବିଶ୍ଵାସର ଉତ୍ତମ ଯୁଦ୍ଧ ଓ ଶୁଚି ବିବେକ ସମ୍ବନ୍ଧରେ ଭାବବାଣୀ ଯାହା ତୀମଥିଙ୍କ ବିଷୟରେ କୁହାଯାଇଥିଲା, ପାଉଲ ତାହା ସହିତ ସହମତି ଅଟନ୍ତି [୧:୧୮-୧୯]।

ଯେଉଁମାନେ ବିଶ୍ଵାସ ଓ ଶୁଚି ବିବେକକୁ ପରିତ୍ୟାଗ କରିଥିଲେ ଏବଂ ସେମାନଙ୍କର ବିଶ୍ଵାସରୂପ ଜାହାଜକୁ ଭଗ୍ନ କରିଥିଲେ ସେମାନଙ୍କ ନିମନ୍ତେ ପାଉଲ କ'ଣ କରନ୍ତି ?

ଯେପରି ସେମାନେ ଶିକ୍ଷାପ୍ରାପ୍ତ ହୋଇ ନିନ୍ଦା ନ କରନ୍ତି ଏଥିନିମନ୍ତେ ପାଉଲ ସେମାନଙ୍କୁ ଶୟତାନକୁ ସମର୍ପଣ କଲେ [୧:୨୦]।


Chapter 2

1 ଆମ୍ଭେମାନେ ଯେପରି ସର୍ବତୋଭାବେ ଈଶ୍ୱରପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ବାଧାହୀନ ଜୀବନଯାପନ କରିପାରୁ, 2 ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି । 3 ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ; 4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି । 5 କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ; 6 ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କରି ଠିକ୍ ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି । 7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୂଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ । 8 ଏଣୁ ମୋହର ଇଚ୍ଛା, ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ । 9 ସେହିପରି ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁନା କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ଉତ୍ତମ ବୁଦ୍ଧିର ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି 10 ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ । 11 ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ନିରବରେ ଶିକ୍ଷା ଗ୍ରହଣ କରୁ । 12 ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ନିରବରେ ରହୁ । 13 କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା; 14 ଆଉ ଆଦମ ଠକରେ ପଡ଼ି ନ ଥିଲେ, ମାତ୍ର ନାରୀ ଠକରେ ପଡ଼ି ଆଜ୍ଞା ନ ମାନିବା ଦୋଷରେ ଦୋଷୀ ହେଲେ; 15 କିନ୍ତୁ ସେମାନେ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ ।



Translation Questions

1 Timothy 2:1

କାହା ପାଇଁ ପ୍ରାର୍ଥନା କରିବାକୁ ପାଉଲ ବିନତି କରନ୍ତି ?

ସମସ୍ତ ଲୋକମାନଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବାକୁ ପାଉଲ ବିନତି କରନ୍ତି [୨:୧-୨]।

କେଉଁ ପ୍ରକାର ଜୀବନ ଯାପନ ଖ୍ରୀଷ୍ଟିୟାନମାନଙ୍କୁ କରିବାକୁ ପାଉଲ ଇଚ୍ଛା କରନ୍ତି ?

ଖ୍ରୀଷ୍ଟିୟାନମାନେ ଯେପରି ସର୍ବତୋଭାବେ ଈଶ୍ଵର ପରାୟଣତା ଓ ଭଦ୍ରତା ସହ ଶାନ୍ତି ଏବଂ ନିର୍ବିଘ୍ନତାର ଜୀବନ ଯାପନ କରିବାକୁ ପାଉଲ ଇଚ୍ଛା କରନ୍ତି [୨:୨]।

ସମସ୍ତ ଲୋକମାନଙ୍କ ନିମନ୍ତେ ଈଶ୍ଵର କ'ଣ ଇଚ୍ଛା କରନ୍ତି ?

ସମସ୍ତ ଲୋକମାନେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ଏହା ଈଶ୍ଵର ଇଚ୍ଛା କରନ୍ତି [୨:୪]।

1 Timothy 2:5

ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସ୍ଥାନ କ'ଣ ଅଟେ ?

ଯୀଶୁ ଖ୍ରୀଷ୍ଟ ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଟନ୍ତି [୨:୫]।

ସମସ୍ତଙ୍କ ପାଇଁ ଯୀଶୁ ଖ୍ରୀଷ୍ଟ କ'ଣ କଲେ ?

ଯୀଶୁ ଖ୍ରୀଷ୍ଟ ମୁକ୍ତିର ମୁଲ୍ୟସ୍ଵରୂପେ ସମସ୍ତଙ୍କ ପାଇଁ ଆପଣାକୁ ଦାନ କଲେ [୨:୬]।

ପ୍ରେରିତ ପାଉଲ କାହାକୁ ଶିକ୍ଷା ଦିଅନ୍ତି ?

ପାଉଲ ବିଜାତୀମାନଙ୍କର ଶିକ୍ଷକ ଅଟନ୍ତି [୨:୭]।

1 Timothy 2:8

ପାଉଲ ପୁରୁଷମାନଙ୍କୁ କ'ଣ କରିବାକୁ ଚାହାଁନ୍ତି ?

ପୁରୁଷମାନେ ଯେପରି ଶୁଚି ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରିବେ ତାହା ପାଉଲ ଚାହାଁନ୍ତି [୨:୮]।

ପାଉଲ ସ୍ତ୍ରୀମାନଙ୍କୁ କ'ଣ କରିବାକୁ ଚାହାଁନ୍ତି ?

ପାଉଲ ସ୍ତ୍ରୀମାନଙ୍କୁ ସୁବୁଦ୍ଧି ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି ଧର୍ମପରାୟଣ ସହ ରହିବାକୁ ଇଚ୍ଛା କରନ୍ତି [୨:୯]।

1 Timothy 2:11

ପାଉଲ ସ୍ତ୍ରୀଲୋକଙ୍କୁ କ'ଣ ନ କରିବାକୁ ଅନୁମତି ଦିଅନ୍ତି ନାହିଁ ?

ପାଉଲ ସ୍ତ୍ରୀଲୋକଙ୍କୁ ଶିକ୍ଷା କିମ୍ବା ପୁରୁଷ ଉପରେ କର୍ତ୍ତାପଣ କରିବାକୁ ଅନୁମତି ଦିଅନ୍ତି ନାହିଁ [୨:୧୨]।

1 Timothy 2:13

ଏଥିପାଇଁ ପାଉଲ କେଉଁ କାରଣମାନ ଦିଅନ୍ତି ?

ପ୍ରଥମେ ଯେ ଆଦମ ସୃଷ୍ଟି ହେଲେ ଏବଂ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ ଏହି କାରଣମାନ ପାଉଲ କହନ୍ତି ।

କେଉଁଠାରେ ପାଉଲ ସ୍ତ୍ରୀମାନଙ୍କୁ ସ୍ଥିର ରହିବାକୁ ଚାହାଁନ୍ତି ?

ସ୍ତ୍ରୀମାନଙ୍କୁ ସୁବୁଦ୍ଧି ସହ ବିଶ୍ଵାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିବାକୁ ପାଉଲ ଚାହାଁନ୍ତି [୨:୧୫]।


Chapter 3

1 ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ଇଚ୍ଛା କରନ୍ତି । 2 ଅତଏବ, ଅଧ୍ୟକ୍ଷଙ୍କର ନିନ୍ଦନୀୟ ନ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ଆତ୍ମସଞ୍ଜମ, ଉତ୍ତମ ବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ, 3 ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, 4 ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ । 5 (କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ୱରଙ୍କ ମଣ୍ଡଳୀର ଦାୟିତ୍ୱ ନେବ ?) 6 ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ଭଳି ଦଣ୍ଡଗ୍ରସ୍ତ ହେବେ । 7 ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ ।

8 ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ, 9 ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ; 10 ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି, ଦୋଷ ନ ଦେଖାଗଲେ ସେବକ ପଦରେ ନିଯୁକ୍ତ ହେଉନ୍ତୁ । 11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ । 12 ସେବକମାନେ ଏକ ଏକ ସ୍ତ୍ରୀର ସ୍ୱାମୀ ହେଉନ୍ତୁ, ପୁଣି, ନିଜ ନିଜ ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ । 13 କାରଣ ଯେଉଁମାନେ ଉତ୍ତମ ରୂପେ ସେବକ କାର୍ଯ୍ୟ କରିଅଛନ୍ତି, ସେମାନେ ନିଜ ନିଜ ପାଇଁ ଉତ୍ତମ ଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସମୂଳକ ଅଧିକ ସାହସ ପାଇବେ ।

        14 ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି; 15 ମାତ୍ର ଯେବେ ମୋହର ବିଳମ୍ବ ହୁଏ, ତେବେ ଈଶ୍ୱରଙ୍କ ଗୃହରେ, ଅର୍ଥାତ୍ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ୱରଙ୍କ ମଣ୍ଡଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜାଣି ପାର, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି । 16 ଈଶ୍ୱରପରାୟଣତାର ନିଗୂଢ଼ତତ୍ତ୍ୱ ଯେ ମହତ୍, ଏହା ସମସ୍ତେ ସ୍ୱୀକାର କରନ୍ତି । ତାହା ଏହି, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ୱାରା ଦେଖାଗଲେ, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ୱାସପାତ୍ର ହେଲେ, ଗୌରବରେ ଗୃହୀତ ହେଲେ ।



Translation Questions

1 Timothy 3:1

ତତ୍ତ୍ଵାଅବଧାୟକ କାର୍ଯ୍ୟ କେଉଁ ପ୍ରକାର କାର୍ଯ୍ୟ ଅଟେ ?

ତତ୍ତ୍ଵାଅବଧାୟକ କାର୍ଯ୍ୟ ଏକ ଉତ୍ତମ କାର୍ଯ୍ୟ ଅଟେ [୩:୧]।

ତତ୍ତ୍ଵାଅବଧାୟକ/ପରିଦର୍ଶକ କ'ଣ କରିବାରେ ସକ୍ଷମ ହେବାର ଆବଶ୍ୟକ ?

ତତ୍ତ୍ଵାଅବଧାୟକ ଶିକ୍ଷା ଦାନରେ ନିପୁଣ ହେବା ଆବଶ୍ୟକ [୩:୨]।

ତତ୍ତ୍ଵାଅବଧାୟକ/ପରିଦର୍ଶକ କିପରି ଧନ ଓ ମଦ୍ୟପାୟୀକୁ ବ୍ୟବହାର କରିବା ଆବଶ୍ୟକ ?

ତତ୍ତ୍ଵାଅବଧାୟକ/ପରିଦର୍ଶକ ମଦ୍ୟପାୟୀରେ ଆସକ୍ତ ନ ହେବା ଆବଶ୍ୟକ ଏବଂ ଧନକୁ ପ୍ରେମ ନ କରିବା ଆବଶ୍ୟକ [୩:୩]।

1 Timothy 3:4

ତତ୍ତ୍ଵାଅବଧାୟକର ସନ୍ତାନମାନେ ତାହାଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ ?

ତତ୍ତ୍ଵାଅବଧାୟକର ସନ୍ତାନମାନେ ତାହାଙ୍କୁ ସମ୍ମାନ ଓ ତାହାଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ [୩:୪]।

ପରିବାରକୁ ଉତ୍ତମ ଭାବେ ପରିଚାଳିତ କରିବା କାହିଁକି ଏକ ତତ୍ତ୍ଵାଅବଧାୟକ ନିମନ୍ତେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ ?

ଏହା ଗୁରୁତ୍ତ୍ୱପୂର୍ଣ୍ଣ କାରଣ ଯଦି ସେ ତାହାର ପରିବାରକୁ ଶାସନ କରିପାରେ ନାହିଁ ତେବେ ସେ ମଣ୍ଡଳୀରତତ୍ତ୍ଵ ଭଲ ଭାବରେ ନେଇପାରିବ ନାହିଁ [୩:୫]।

1 Timothy 3:6

ଯଦି ତତ୍ତ୍ଵାଅବଧାୟକ ଏକ ନୂତନ ଶିଷ୍ୟ ଅଟନ୍ତି ତେବେ ଅସୁବିଧା କ'ଣ ?

ଅସୁବିଧା ତାହା ଯେ କାଳେ ସେ ଗର୍ବି ହେବ ଓ ଦଣ୍ଡ ଗ୍ରସ୍ତ ହେବ [୩:୬]।

ଏକ ତତ୍ତ୍ଵାଅବଧାୟକର ଚରିତ୍ର ମଣ୍ଡଳୀର ବାହାରେ ଥିବା ଲୋକମାନଙ୍କ ସହିତ କ'ଣ ହେବା ଆବଶ୍ୟକ ?

ଏକ ତତ୍ତ୍ଵାଅବଧାୟକର ଚରିତ୍ର ମଣ୍ଡଳୀର ବାହାର ଲୋକମାନଙ୍କ ସହ ଉତ୍ତମ ହେବା ଆବଶ୍ୟକ [୩:୭]।

1 Timothy 3:8

ସେବକମାନେ ସେବା କରିବା ପୂର୍ବରୁ ସେମାନଙ୍କ ସହିତ କ'ଣ କରାଯିବା ଉଚିତ୍ ?

ସେବକମାନେ ସେବା କରିବା ପୂର୍ବରୁ, ପରୀକ୍ଷିତ ହେବା ଉଚିତ୍ [୩:୧୦]।

1 Timothy 3:11

ଧାର୍ମିକ ସ୍ତ୍ରୀମାନଙ୍କର କିଛି ବିଶେଷତ୍ଵ କ'ଣ ଅଟେ ?

ଧାର୍ମିକ ସ୍ତ୍ରୀମାନେ ପରନିନ୍ଦାକାରିଣୀ ନ ହୋଇ ଗମ୍ବିରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ଅଟନ୍ତି [୩:୧୧]।

1 Timothy 3:14

ଈଶ୍ଵରଙ୍କ ଗୃହ କ'ଣ ଅଟେ ?

ମଣ୍ଡଳୀ ଈଶ୍ଵରଙ୍କ ଗୃହ ଅଟେ [୩:୧୫]।

1 Timothy 3:16

ଯୀଶୁ ଦେହବନ୍ତ ହୋଇ ପ୍ରକାଶିତ ହେଲା ପରେ, ଆତ୍ମାଙ୍କ ଦ୍ଵାରା ଧାର୍ମିକ ବୋଲି ପ୍ରମାଣିତ ହେଲା ପରେ ଏବଂ ଦୂତମାନଙ୍କ ଦ୍ଵାରା ଦେଖାଗଲା ପରେ ସେ କ'ଣ କଲେ ?

ଯୀଶୁ ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେ, ଏବଂ ଗୌରବାରେ ଗୃହୀତ ହେଲେ [୩:୧୬]।


Chapter 4

1 ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ 2 ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ; 3 ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି । ବିଶ୍ୱାସ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ୱର ଏସବୁ ତ ସୃଷ୍ଟି କରିଅଛନ୍ତି । 4 କାରଣ ଈଶ୍ୱରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି, ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରହଣୀୟ ନୁହେଁ, 5 ଯେଣୁ ଈଶ୍ୱରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ତାହା ପବିତ୍ର କରାଯାଏ ।

6 ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୃଷ୍ଟ ହେବ; 7 କିନ୍ତୁ ବୟସ୍କା ସ୍ତ୍ରୀଲୋକମାନଙ୍କର ଅସାର କହାଣୀସବୁ ଗ୍ରହଣ କର ନାହିଁ । ଈଶ୍ୱରପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର, 8 କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ୱରପରାୟଣତା ଏହିକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ । 9 ଏହି ବାକ୍ୟ ବିଶ୍ୱାସ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; 10 ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ୱର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ ବିଶ୍ୱାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି । 11 ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ । 12 ତୁମ୍ଭର ଯୌବନ ଅବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀମାନଙ୍କର ଉଦାହରଣସ୍ୱରୂପ ହୁଅ । 13 ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ,ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର । 14 ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ତାହା ଅବହେଳା ନ କର । 15 ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥି ନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ । 16 ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ,ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।



Translation Questions

1 Timothy 4:1

ଆତ୍ମାଙ୍କ ଅନୁସାରେ, ଉତ୍ତର କାଳରେ କିଛି ଲୋକମାନେ କ'ଣ କରିବେ ?

କିଛି ଲୋକମାନେ ବିଶ୍ଵାସ ପରିତ୍ୟାଗ କରିବେ ଏବଂ ଭ୍ରାନ୍ତିଜନକ ଆତ୍ମାଙ୍କ ପ୍ରତି ମନୋଯୋଗୀ କରିବେ [୪:୧]।

1 Timothy 4:3

ଏହି ଲୋକମାନେ କେଉଁ ମିଥ୍ୟା ଶିକ୍ଷା ଦେବେ ?

ସେମାନେ ବିବାହ ନିଷେଧ କରିବେ ଏବଂ ବିବିଢ଼ ଖାଦ୍ୟ ଖାଇବାକୁ ନିଷେଧ କରିବେ [୪:୪]।

ଯେକୌଣସି ଆମେ ଖାଉ ତାହା କିପରି ପବିତ୍ର ଏବଂ ଆମ୍ଭେମାନଙ୍କ ନିମନ୍ତେ ଗ୍ରହଣଯୋଗ୍ୟ ହୁଏ ?

ଯେକୌଣସି ଆମ୍ଭେମାନେ ଖାଉ ତାହା ଈଶ୍ଵରଙ୍କ ବାକ୍ୟ ଏବଂ ପ୍ରାର୍ଥନା ଦ୍ଵାରା ପବିତ୍ର ଏବଂ ଗ୍ରହଣଯୋଗ୍ୟ ହୋଇଥାଏ [୪:୫]।

1 Timothy 4:6

କେଉଁଠାରେ ତୀମଥିଙ୍କୁ ପାଉଲ ଶିକ୍ଷା/ଅଭ୍ୟାସ କରିବାକୁ କହନ୍ତି ?

ତୀମଥିଙ୍କୁ ଈଶ୍ଵରପରାୟଣତାରେ ନିଜକୁ ଶିକ୍ଷା/ଅଭ୍ୟାସ ନେବାକୁ ପାଉଲ କହନ୍ତି [୪:୭]।

ଶାରୀରିକ ବ୍ୟାୟମଠାରୁ ଈଶ୍ଵର ପରାୟଣତାର ବ୍ୟାୟମ କାହିଁକି ଅଧିକ ଲାଭଜନକ ?

ଈଶ୍ଵର ପରାୟଣତା ଅଧିକ ଲାଭଜନକ ଅଟେ କାରଣ ଏହା ଇହକାଳ ଓ ପରକାଳର ପ୍ରତିଜ୍ଞାକୁ ଧାରଣ କରେ [୪:୮]।

ତୀମଥି ଯେଉଁ ସମସ୍ତ ଉତ୍ତମ ଶିକ୍ଷା ଗ୍ରହଣ କରିଅଛନ୍ତି ତାହା ସହିତ କ'ଣ କରିବାକୁ ପାଉଲ ଉତ୍ସାହିତ କରନ୍ତି ?

ପାଉଲ ଏହି ସମସ୍ତ ବିଷୟ ଅନ୍ୟକୁ ପ୍ରଚାର କରିବାକୁ ଓ ଶିକ୍ଷା ଦେବାକୁ ତୀମଥିକୁ ଉତ୍ସାହିତ କରନ୍ତି [୪:୬,୧୧]।

1 Timothy 4:11

ତୀମଥି ଯେଉଁ ସମସ୍ତ ଉତ୍ତମ ଶିକ୍ଷା ଗ୍ରହଣ କରିଅଛନ୍ତି ତାହା ସହିତ କ'ଣ କରିବାକୁ ପାଉଲ ତାହାଙ୍କୁ ଉତ୍ସାହିତ କରନ୍ତି ?

ପାଉଲ ଏହି ସମସ୍ତ ବିଷୟ ଅନ୍ୟକୁ ପ୍ରଚାର କରିବାକୁ ଓ ଶିକ୍ଷା ଦେବାକୁ ତୀମଥିକୁ ଉତ୍ସାହିତ କରନ୍ତି [୪:୬,୧୧]।

କେଉଁଥିରେ ତୀମଥି ଅନ୍ୟମାନଙ୍କ ନିମନ୍ତେ ଆଦର୍ଶ ସ୍ଵରୂପ ହେବେ ?

ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ, ଏବଂ ପବିତ୍ରତାରେ ତୀମଥି ଆଦର୍ଶ ସ୍ଵରୂପ ହେବେ [୪:୧୨]।

1 Timothy 4:14

କିପରି ତୀମଥି ଆତ୍ମିକ ଦାନ ଯାହା ତାହାଙ୍କ ପାଖରେ ଥିଲା ତାହାକୁ ଗ୍ରହଣ କଲେ ?

ଭାବବାଣୀ ଓ ପ୍ରାଚୀନମାନଙ୍କ ହସ୍ତାର୍ପଣ ଦ୍ଵାରା ତୀମଥିଙ୍କୁ ଦାନ ଦିଆଯାଇଥିଲା [୪:୧୪]।

ଯଦି ତୀମଥି ତାହାଙ୍କ ଜୀବନରେ ଏବଂ ଶିକ୍ଷାରେ ବିଶ୍ଵସ୍ତତାରେ ଲାଗି ରହିଲେ କିଏ ଉଦ୍ଧାର ପାଇବେ ?

ତୀମଥି ନିଜେ ପୁଣି ଯେଉଁମାନେ ତାହାଙ୍କୁ ଶୁଣନ୍ତି ସେମାନେ ମଧ୍ୟ ଉଦ୍ଧାର ପାଇବେ [୪:୧୬]।


Chapter 5

1 ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ଭର୍ତ୍ସନା କର ନାହିଁ, କିନ୍ତୁ ତାହାକୁ ପିତା ବୋଲି ଭାବି ଆଚରଣ କର; ଯୁବକମାନଙ୍କୁ ଭାଇ ପରି, 2 ବୃଦ୍ଧା ସ୍ତ୍ରୀମାନଙ୍କୁ ମାଁ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଉଣୀ ବୋଲି ଭାବି ସେହି ପ୍ରକାର କର । 3 ନିରାଶ୍ରୟ ବିଧବାମାନଙ୍କୁ ସମ୍ମାନ କର । 4 କିନ୍ତୁ ଯେବେ କୌଣସି ବିଧବାର ପୁଅଝିଅ ବା ନାତିନାତୁଣୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣୀୟ ଅଟେ । 5 ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ, ସେ ଈଶ୍ୱରଙ୍କ ଉପରେ ଭରସା ରଖି ଦିନରାତି ନିବେଦନ ଓ ପ୍ରାର୍ଥନାରେ ଲାଗି ରହିଥାଏ; 6 କିନ୍ତୁ ଯେ ଭୋଗଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ । 7 ସେମାନେ ଯେପରି ଅନିନ୍ଦନୀୟ ହୁଅନ୍ତି, ଏଥିପାଇଁ ଏହି ସମସ୍ତ ମଧ୍ୟ ସେମାନଙ୍କୁ ଆଜ୍ଞା ଦିଅ । 8 କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ । 9 ଯେଉଁ ବିଧବାର ବୟସ ଷାଠିଏ ବର୍ଷରୁ କମ୍ ନୁହେଁ, 10 ଆଉ ଯେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ଜଣାଶୁଣା, ଅର୍ଥାତ୍ ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦ ଧୋଇଥାଏ, ଦୁଃଖୀର ଭାର ବହନ କରିଥାଏ, ପୁଣି, ସମସ୍ତ ସତ୍କର୍ମରେ ଉଦ୍‍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ । 11 କିନ୍ତୁ ଯୁବତୀ ବିଧବାମାନଙ୍କୁ ଗ୍ରହଣ କର ନାହିଁ, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି; 12 ସେମାନେ ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଘଂନ କରିବାରୁ ଦଣ୍ଡନୀୟ ହୁଅନ୍ତି । 13 ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଅଳସୁଆ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର କାହାଣୀ ଓ ପରଚର୍ଚ୍ଚା କରି ଅନାବଶ୍ୟକ କଥାବାର୍ତ୍ତା କରନ୍ତି । 14 ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦେଉନ୍ତୁ; 15 କାରଣ ଏବେ ମଧ୍ୟ କେହି କେହି ଖ୍ରୀଷ୍ଟଙ୍କ ଠାରୁ ଦୂର ହୋଇ ଶୟତାନର ଅନୁଗାମୀ ହୋଇଅଛନ୍ତି । 16 ଯଦି କୌଣସି ବିଶ୍ୱାସିନୀ ମହିଳାଙ୍କ ଘରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ଦୂର କରନ୍ତୁ , ଆଉ ମଣ୍ଡଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ଡଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ଦୂର କରି ପାରେ । 17 ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ପରିଚାଳନା କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହୁଅନ୍ତୁ । 18 କାରଣ ଶାସ୍ତ୍ର କହେ, "ବେଙ୍ଗଳା ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ" । ପୁଣି, କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ । 19 ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ । 20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟ ପାଆନ୍ତି । 21 ଈଶ୍ୱରଙ୍କ, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ୱାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର, ପୁଣି, ପକ୍ଷପାତଭାବରେ କୌଣସି କାର୍ଯ୍ୟ କର ନାହିଁ । 22 ହଠାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ପବିତ୍ର କରି ରଖ । 23 ଆଉ କେବଳ ଜଳ ପାନ ନ କରି ତୁମ୍ଭର ପେଟ ରୋଗ ଓ ବାରମ୍ବାର ଅସୁସ୍ଥତା ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର । 24 କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ । 25 ସେହି ପ୍ରକାରେ ମଧ୍ୟ ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇ ପାରେ ନାହିଁ ।



Translation Questions

1 Timothy 5:1

ମଣ୍ଡଳୀରେ ଜଣେ ପ୍ରାଚୀନକୁ କିପରି ବ୍ୟବହାର କରିବାକୁ ପାଉଲ ତୀମଥିଙ୍କୁ କହିଲେ ?

ତାହାଙ୍କୁ ପିତୃତୁଲ୍ୟ ବ୍ୟବହାର କରିବାକୁ ପାଉଲ ତୀମଥିଙ୍କୁ କହିଲେ [୫:୧]।

1 Timothy 5:3

ବିଧବାର ପୁତ୍ରକନ୍ୟା ଓ ପୌତ୍ରପୌତ୍ରୀ ତାହାଙ୍କ ପାଇଁ କ'ଣ କରିବା ଉଚିତ୍ ?

ପୁତ୍ରକନ୍ୟା ଓ ପୌତ୍ରପୌତ୍ରୀ ପିତାମାତାଙ୍କ ପ୍ରତି ପ୍ରତ୍ୟୁପକାର କରିବା ଉଚିତ୍ ଏବଂ ତାହାର ଯତ୍ନ ନେବା ଉଚିତ୍ [୫:୪]।

1 Timothy 5:7

ଯେ ଯାହାର ଆତ୍ମୀୟ ଆପଣା ପରିବାରର ତତ୍ତ୍ଵ ନ ନିଏ ସେ କ'ଣ କରିଅଛି ?

ସେ ବିଶ୍ଵାସକୁ ଅସ୍ୱୀକାର କରିଅଛି ଏବଂ ସେ ଅବିଶ୍ଵାସୀଠାରୁ ଅଧର୍ମ ଅଟେ [୫:୮]।

1 Timothy 5:9

ଜଣେ ବିଧବା କ'ଣ ନିମନ୍ତେ ଜଣାଯିବା ଉଚିତ୍ ?

ଜଣେ ବିଧବା ଉତ୍ତମ କାର୍ଯ୍ୟ ନିମନ୍ତେ ଜଣାଯିବା ଉଚିତ୍ [୫:୧୦]।

1 Timothy 5:11

ଯେତେବେଳେ ଏକ ଯୁବତୀ ବିଧବା ତାହାରି ଜୀବନସାରା ବିଧବା ପରି ରହିବାକୁ ଚାହେଁ ସେଠାରେ କ'ଣ ବିପଦ ଥାଏ ?

ସେଠାରେ ବିପଦ ଥାଏ କାରଣ ସେ ପରେ ବିବାହ କରିବାକୁ ଇଚ୍ଛା କରେ ଏବଂ ପୂର୍ବ ପ୍ରତିଜ୍ଞା ଲଂଘନ କରେ [୫:୧୧-୧୨]।

1 Timothy 5:14

ଯୁବତୀ ସ୍ତ୍ରୀ ଲୋକମାନଙ୍କୁ ପାଉଲ କ'ଣ କରିବାକୁ ଚାହାଁନ୍ତି ?

ପାଉଲ ଯୁବତୀ ସ୍ତ୍ରୀ ଲୋକମାନଙ୍କୁ ବିବାହ କରିବାକୁ, ସନ୍ତାନ ପ୍ରସବ ଓ ଗୃହକାର୍ଯ୍ୟ ପରିଚାଳନା କରିବାକୁ କହନ୍ତି [୫:୧୪]।

1 Timothy 5:17

ଯେଉଁ ପ୍ରାଚୀନମାନେ ଉତ୍ତମ ଭାବରେ ନେତୃତ୍ୱ କରନ୍ତି ସେମାନଙ୍କ ପ୍ରତି କ'ଣ କରାଯିବା ଉଚିତ୍ ?

ଯେଉଁ ପ୍ରାଚୀନମାନେ ଉତ୍ତମ ଭାବରେ ନେତୃତ୍ୱ କରନ୍ତି ସେମାନେ ଦୁଇ ଗୁଣ ସମାଦର ପାଇବାକୁ ଯୋଗ୍ୟ ଅଟନ୍ତି [୫:୧୭]।

1 Timothy 5:19

ଜଣେ ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କରିବା ପୂର୍ବେ କ'ଣ ରହିବା ଆବଶ୍ୟକ ?

ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କରିବା ପୂର୍ବରୁ ଦୁଇ ବା ତିନି ଜଣ ସାକ୍ଷୀ ରହିବା ଆବଶ୍ୟକ [୫:୧୯]।

1 Timothy 5:21

କେଉଁ ପରି ଭାବରେ ପାଉଲ ତୀମଥିଙ୍କୁ ଏହି ନିୟମଗୁଡିକୁ ରଖିବାକୁ ଆଜ୍ଞା ଦିଅନ୍ତି ?

ବିନା ପକ୍ଷପାତ ଭାବେ ପାଉଲ ତୀମଥିଙ୍କୁ ଏହି ନିୟମଗୁଡିକୁ ରଖିବାକୁ ଆଜ୍ଞା ଦିଅନ୍ତି [୫:୨୧]।

1 Timothy 5:23

କିଛି ଲୋକର ପାପ କେତେବେଳେ ପର୍ଯ୍ୟନ୍ତ ପ୍ରକାଶ ହୋଇ ନ ଥାଏ ?

କିଛି ଲୋକମାନଙ୍କ ନିମନ୍ତେ, ସେମାନଙ୍କର ପାପ ବିଚାର ପର୍ଯ୍ୟନ୍ତ ପ୍ରକାଶ ହୋଇ ନ ଥାଏ [୫:୨୪]।


Chapter 6

1 ଯେତେ ଲୋକ ଦାସତ୍ୱରୂପ ଯୁଆଳିର ଅଧିନରେ ଅଛନ୍ତି, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମ୍ମାନ ପାଇବାର ଯୋଗ୍ୟ ବୋଲି ଜାଣନ୍ତୁ, ଯେପରି ଈଶ୍ୱରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ । 2 ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର । ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ ।

3 କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ୱରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ, 4 ,ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ,ପୁଣି, ବାଦାନୁବାଦ ଓ ଯୁକ୍ତିତର୍କରେ ଲିପ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, ମନ୍ଦ ସନ୍ଦେହ, 5 ପୁଣି, ଯେଉଁମାନେ ଈଶ୍ୱରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ । 6 ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ; 7 କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ , ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ; 8 ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ । 9 ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହି ସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ । 10 କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି ।

11 କିନ୍ତୁ ହେ ଈଶ୍ୱରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ,ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ । 12 ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ । 13 ସମସ୍ତଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ, ପୁଣି, ପନ୍ତୀୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି, 14 ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି କଳଙ୍କ ଶୂନ୍ୟ ଓ ଅନିନ୍ଦନୀୟ ହୋଇ ରୁହ । 15 ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ, 16 ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ । ଆମେନ୍ । 17 ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରନ୍ତି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁରଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ୱର, ତାହାଙ୍କ ଉପରେ ନିର୍ଭର କରନ୍ତି, 18 ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; 19 ଏହି ପ୍ରକାର କଲେ ସେମାନେ ଭାବି ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି । 20 ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ; 21 କେହି କେହି ତାହା ପାଳନ ନ କରି ବିଶ୍ୱାସ ବିଷୟରେ ପଥଭ୍ରଷ୍ଟ ହୋଇଅଛନ୍ତି । ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।



Translation Questions

1 Timothy 6:1

କିପରି ଦାସମାନେ ସେମାନଙ୍କର କର୍ତ୍ତାମାନଙ୍କୁ ବିବେଚନା କରିବା ଉଚିତ୍ ବୋଲି ପାଉଲ କହନ୍ତି ?

ଦାସମାନେ ସମାଦରଯୋଗ୍ୟ ବୋଲି ସେମାନଙ୍କର କର୍ତ୍ତାମାନଙ୍କୁ ବିବେଚନା କରିବା ଉଚିତ୍ ବୋଲି ପାଉଲ କହନ୍ତି [୬:୧]।

1 Timothy 6:3

କେଉଁ ପ୍ରକାର ବ୍ୟକ୍ତି ହିତଜନକ ବାକ୍ୟ ଓ ଈଶ୍ଵର ପରାୟଣତା ଶିକ୍ଷାକୁ ପରିତ୍ୟାଗ କରେ ?

ବ୍ୟକ୍ତି ଯେ ହିତଜନକ ବାକ୍ୟ ଓ ଈଶ୍ଵର ପରାୟଣତା ଶିକ୍ଷାକୁ ପରିତ୍ୟାଗ କରେ ସେ ଗର୍ବୀ ଓ ଅଜ୍ଞାନୀ ଅଟେ [୬:୩-୪]।

1 Timothy 6:6

ମହାନ ଲାଭଜନକ ବୋଲି ପାଉଲ କ'ଣ କହନ୍ତି ?

ଈଶ୍ଵର ପରାୟଣତା ସନ୍ତୋଷଯୁକ୍ତ ହେଲେ ବିଶେଷ ଲାଭଜନକ ବୋଲି ପାଉଲ କହନ୍ତି [୬:୬]।

କାହିଁକି ଆମ୍ଭେମାନଙ୍କ ନିମନ୍ତେ ଅନ୍ନବସ୍ତ୍ର ଯଥେଷ୍ଟ ହେବା ଉଚିତ୍ ?

ଆମ୍ଭେମାନଙ୍କ ନିମନ୍ତେ ଯଥେଷ୍ଟ ହେବା ଉଚିତ୍ କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ ପୁଣି ଏଠାରୁ କିଛି ଘେନି ଯାଇ ନ ପାରୁ [୬:୭-୮]।

1 Timothy 6:9

ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି କେଉଁଠାରେ ପଡନ୍ତି ?

ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ପରୀକ୍ଷା ଓ ଫାନ୍ଦରେ ପଡନ୍ତି [୬:୯]।

ସମସ୍ତ ଅନିଷ୍ଟର ମୂଳ କ'ଣ ଅଟେ ?

ଧନଲୋଭ ସମସ୍ତ ଅନିଷ୍ଟର ମୂଳ ଅଟେ [୬:୧୦]।

ଯେଉଁମାନେ ଧନକୁ ପ୍ରେମ କରିଅଛନ୍ତି ସେମାନଙ୍କ ପ୍ରତି କ'ଣ ଘଟିଅଛି ?

ଯେଉଁମାନେ ଧନକୁ ପ୍ରେମ କରିଅଛନ୍ତି ବିଶ୍ଵାସ ତ୍ୟାଗ କରି ପଥ ଭ୍ରଷ୍ଟ ହୋଇଅଛନ୍ତି [୬:୧୦]।

1 Timothy 6:11

କେଉଁ ଯୁଦ୍ଧରେ ତୀମଥି ପ୍ରାଣପଣ କରିବା ଆବଶ୍ୟକ ବୋଲି ପାଉଲ କହନ୍ତି ?

ବିଶ୍ଵାସର ଉତ୍ତମ ଯୁଦ୍ଧରେ ତୀମଥିଙ୍କୁ ପ୍ରାଣପଣ କରିବା ଆବଶ୍ୟକ ବୋଲି ପାଉଲ କହନ୍ତି [୬:୧୨]।

1 Timothy 6:15

କେଉଁଠାରେ ଏକମାତ୍ର ସାମର୍ଥ୍ୟ ଏବଂ ଆଶିଷିତ ଜଣ ବାସ କରେ ?

ଆଶିଷିତ ଜଣ ଅଗମ୍ୟ ଆଲୋକରେ ବାସ କରନ୍ତି ଯେଉଁଠାରେ କୌଣସି ମନୁଷ୍ୟ ତାହାକୁ ଦେଖି ପାରେ ନାହିଁ [୬:୧୬]।

1 Timothy 6:17

ଧନୀମାନେ କାହିଁକି ଅସ୍ଥାୟୀ ଧନରେ ନିର୍ଭର ନ କରି ଈଶ୍ଵରଙ୍କଠାରେ ନିର୍ଭର ରଖିବା ଉଚିତ୍ ?

ଧନୀମାନେ ଈଶ୍ଵରଙ୍କଠାରେ ନିର୍ଭର ରଖିବା ଉଚିତ୍ କାରଣ ସେ ପ୍ରଚୁର ରୂପେ ସମସ୍ତ ଧନ ଦାନ କରନ୍ତି [୬:୧୭]।

ଯେଉଁମାନେ ସତ୍କର୍ମରେ ଧନୀ ଅଟନ୍ତି ସେମାନେ ସେମାନଙ୍କ ନିମନ୍ତେ କ'ଣ କରନ୍ତି ?

ଯେଉଁମାନେ ସତ୍କର୍ମରେ ଧନୀ ଅଟନ୍ତି ଉତ୍କୃଷ୍ଟ ମୂଳଧନ ଆପଣା ପାଇଁ ସଞ୍ଚୟ କରନ୍ତି, ଏବଂ ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି [୬:୧୯]।


Book: 2 Timothy

2 Timothy

Chapter 1

1 ପାଉଲ,ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ବନ୍ଧୀୟ ପ୍ରତିଜ୍ଞା ଅନୁସାରେ ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, 2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।

3 ପିତୃପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ୱରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ; 4 ମୁଁ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥି- ନିମନ୍ତେ ତୁମ୍ଭର ଲୋତକ ସ୍ମରଣ କରି ତୁମ୍ଭକୁ ଦେଖିବା ପାଇଁ ଏକାନ୍ତ ଇଚ୍ଛା କରୁଅଛି; 5 କାରଣ ଯେଉଁ ଅକପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମା ଇଉନୀକୀଙ୍କ ଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ଅକପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି । 6 ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ୱରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ଜ୍ୱଳିତ କର । 7 କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାଁନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି ।

8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର; 9 ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାଁନ୍ତି, ମାତ୍ର ତାହାଙ୍କ ନିଜ ଯୋଜନା ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, 10 କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି; 11 ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହୋଇଅଛି 12 ଏହି କାରଣରୁ ମଧ୍ୟ ମୁଁ ଏହି ସବୁ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ (ବିଚାର ଦିନ) ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି | 13 ମୋଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ । 14 ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସୁରକ୍ଷା କର, 15 ଆସିଆର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ । 16 ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା କରିଅଛନ୍ତି, ପୁଣି, ମୋର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାଁନ୍ତି, 17 ବରଂ ସେ ରୋମରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ, 18 (ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ), ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ ।



Translation Questions

2 Timothy 1:1

ପାଉଲ କିପରି ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ହେଲେ ?

ପାଉଲ ଈଶ୍ଵରଙ୍କ ଇଚ୍ଛା ଦ୍ଵାରା ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ହେଲେ [୧:୧] ।

2 Timothy 1:3

ତୀମଥିଙ୍କ ପରିବାରରେ ତୀମଥି ବିଶ୍ଵାସ କରିବା ପୂର୍ବରୁ ଆଉ ଅନ୍ୟ କେଉଁମାନଙ୍କର ପ୍ରକୃତ ବିଶ୍ଵାସ ଥିଲା ?

ତୀମଥିଙ୍କ ଆଇ ଏବଂ ମାତା ଉଭୟଙ୍କ ପ୍ରକୃତ ଦୃଢ ବିଶ୍ଵାସ ଥିଲା [୧:୫]।

2 Timothy 1:6

କିପ୍ରକାର ଆତ୍ମା ଈଶ୍ଵର ତୀମଥିକୁ ଦେଇଥିଲେ ?

ଈଶ୍ଵର ଶକ୍ତି, ପ୍ରେମ ଏବଂ ସୁବୁଦ୍ଧିର ଆତ୍ମା ତୀମଥିଙ୍କୁ ଦେଇଥିଲେ [୧:୭] ।

2 Timothy 1:8

ପାଉଲ ତୀମଥିଙ୍କୁ କ'ଣ ନ କରିବାକୁ କହନ୍ତି ?

ପାଉଲ ତୀମଥିଙ୍କୁ ପ୍ରଭୁଙ୍କ ବିଷୟରେ ସାକ୍ଷ ଦେବାକୁ ଲଜ୍ଜିତ ନ ହେବାକୁ କହନ୍ତି [୧:୮] ।

ତାହା ବଦଳରେ ପାଉଲ ତୀମଥିଙ୍କୁ କ'ଣ କରିବାକୁ କହନ୍ତି ?

ସୁସମାଚାର ନିମନ୍ତେ କ୍ଲେଶ ସହ୍ୟ କରିବାକୁ ପାଉଲ ତୀମଥିଙ୍କୁ କହନ୍ତି [୧:୮] ।

କେବେ ଆମ୍ଭମାନଙ୍କୁ ଈଶ୍ଵରଙ୍କ ଯୋଜନା ଏବଂ ଅନୁଗ୍ରହ ଦିଆଯାଇଅଛି ?

ଈଶ୍ଵରଙ୍କ ଯୋଜନା ଏବଂ ଅନୁଗ୍ରହ ଆମ୍ଭମାନଙ୍କୁ ଅନାଦୀ କାଳ ପୂର୍ବରୁ ଦିଆଯାଇଅଛି [୧:୯] ।

କିପରି ଈଶ୍ୱର ପରିତ୍ରାଣର ଯୋଜନାକୁ ପ୍ରକାଶିତ କଲେ ?

ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆବିର୍ଭାବ ଦ୍ଵାରା ଈଶ୍ଵରଙ୍କ ପରିତ୍ରାଣର ଯୋଜନା ପ୍ରକାଶିତ ହୋଇଅଛି [୧:୧୦] ।

ଯେତେବେଳେ ଯୀଶୁ ଆବିର୍ଭାବ ହେଲେ, ମୃତ୍ୟୁ ଏବଂ ଜୀବନ ସମ୍ବନ୍ଧରେ ସେ କ'ଣ କଲେ ?

ଯୀଶୁ ମୃତ୍ୟୁକୁ ବିନାଶ କରିଛନ୍ତି, ଏବଂ ପୁଣି ସୁସମାଚାର ଦ୍ଵାରା ଅନନ୍ତ ଜୀବନକୁ ଆଣିଛନ୍ତି [୧:୧୦] ।

2 Timothy 1:12

ପାଉଲ ସୁସମାଚାର ନିମନ୍ତେ ଲଜ୍ଜିତ ନୁହନ୍ତି କାରଣ ପରମେଶ୍ଵର ତାଙ୍କ ନିମନ୍ତେ କ'ଣ କରିବା ପାଇଁ ସକ୍ଷମ ଅଟନ୍ତି ବୋଲି ସେ ଈଶ୍ଵରଙ୍କଠାରେ ବିଶ୍ଵାସ କରନ୍ତି ?

ପାଉଲ ଦୃଢ ବିଶ୍ଵାସ କରନ୍ତି ଯେ ପାଉଲ ଯାହା ଈଶ୍ଵରଙ୍କୁ ସମର୍ପିତ କରିଛନ୍ତି, ତାହା ସୁରକ୍ଷିତ ରଖିବାକୁ ଈଶ୍ଵର ସାମର୍ଥ ଅଟନ୍ତି [୧:୧୨] ।

ଯେଉଁ ଉତ୍ତମ ବିଷୟ ଈଶ୍ଵର ତାହାକୁ ସମର୍ପିତ କରିଛନ୍ତି, ତାହା ସହିତ ତୀମଥିକୁ କ'ଣ କରିବାର ଅଛି ?

ଯେଉଁ ଉତ୍ତମ ବିଷୟ ତାହାକୁ ପରମେଶ୍ଵର ସମର୍ପିତ କରିଛନ୍ତି ତାହାକୁ ତୀମଥି ପବିତ୍ର ଆତ୍ମାଙ୍କ ଦ୍ଵାରା ସୁରକ୍ଷା କରିବାର ଅଛି [୧:୧୪] ।

2 Timothy 1:15

ଆସିଆର ସମସ୍ତ ଲୋକମାନେ ପାଉଲଙ୍କୁ କ'ଣ କଲେ ?

ଆସିଆରେ ସମସ୍ତ ଲୋକମାନେ ପାଉଲଙ୍କ ବିମୁଖ ହେଲେ [୧:୧୫] ।

ଅନୀସିଫରଙ୍କ ପରିବାରକୁ ଦୟା କରିବାକୁ ପାଉଲ କାହିଁକି ପରମେଶ୍ଵରଙ୍କୁ ପଚାରନ୍ତି ?

ପାଉଲ ପ୍ରଭୁଙ୍କୁ ଅନୀସିଫରଙ୍କ ପରିବାରକୁ ଦୟା କରନ୍ତୁ ବୋଲି ପଚାରନ୍ତି କାରଣ ଅନାସିଫରସ ଅନେକ ମାଧ୍ୟମରେ ପାଉଲଙ୍କୁ ସାହାଯ୍ୟ କରିଥିଲେ [୧:୧୬-୧୮] ।


Chapter 2

1 ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ, 2 ଆଉ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହି ସବୁ ଅର୍ପଣ କର । 3 ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର । 4 କୌଣସି ଲୋକ ସୖେନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୖେନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ | 5 ଆହୁରି ମଧ୍ୟ ଯଦି ଜଣେ ଲୋକ ଖେଳରେ ଭାଗ ନିଏ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପାଏ ନାହିଁ । 6 ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ୍ । 7 ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ । 8 ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର | 9 ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ୱରଙ୍କ ବାକ୍ୟ ଆବଦ୍ଧ ନୁହେଁ । 10 ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୖେର୍ଯ୍ୟ ଧରି ସହ୍ୟ କରୁଅଛି । 11 ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା; 12 ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବ; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ; 13 ଯେବେ ଆମ୍ଭେମାନେ, ଅବିଶ୍ୱସ୍ତ ହେଉ, ତେବେ ସୁଦ୍ଧା ସେ (ଯୀଶୁ) ସର୍ବଦା ବିଶ୍ୱସ୍ତ, କାରଣ ସେ ଆପଣାକୁ ଅସ୍ୱୀକାର କରି ପାରନ୍ତି ନାହିଁ ।

14 ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଦାନୁବାଦ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଦେଶ ଦିଅ । 15 ସତ୍ୟ ବାକ୍ୟ ଯଥାର୍ଥରୂପେ ବ୍ୟବହାର କରି, ଯେଉଁ କାର୍ଯ୍ୟକାରୀର ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯତ୍ନ କର । 16 କିନ୍ତୁ ଅସାର କଥାବାର୍ତ୍ତାରୁ ଦୂରରେ ରୁହ; କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ, ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ, 17 ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ; ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ; 18 ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି । 19 ତଥାପି ଈଶ୍ୱରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ । 20 ଗୋଟିଏ ବଡ଼ ଘରେ (ଧନୀ) ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ । 21 ଅତଏବ, ଯଦି କେହି ସେହି ସମସ୍ତଙ୍କଠାରୁ ନିଜକୁ ପରିଷ୍କାର କରେ, ତାହାହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି, ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ । 22 କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ । 23 ଅଜ୍ଞାନୀ ଓ ମୁର୍ଖ ମାନଙ୍କର ଯୁକ୍ତିତର୍କ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହି ସବୁ ଅଗ୍ରାହ୍ୟ କର । 24 ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ୍; 25 ତାହାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନପରିବର୍ତ୍ତନରୂପ ବର ଦେବେ, 26 ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ ।



Translation Questions

2 Timothy 2:1

ପାଉଲ ଏବଂ ତୀମଥିଙ୍କ ମଧ୍ୟରେ ସମ୍ପର୍କ କ'ଣ ଅଟେ ?

ତୀମଥି ପାଉଲଙ୍କ ଆତ୍ମିକ ପୁତ୍ର ଅଟନ୍ତି [୧:୨,୨:୧] ।

ତୀମଥି କାହାକୁ ସେହି ସମ୍ବାଦ ଅର୍ପଣ କରିବାର ଅଛି, ଯାହା ପାଉଲ ତାହାକୁ ଶିକ୍ଷା ଦେଇଛନ୍ତି ?

ତୀମଥି ଏପରି ବିଶ୍ଵସ୍ତ ଲୋକମାନଙ୍କ ନିକଟରେ ସେସବୁ ଅର୍ପଣ କରିବେ ଯିଏ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ ହେବେ [୨:୨] ।

2 Timothy 2:3

ପାଉଲ କେଉଁଠାରେ ଏକ ଉତ୍ତମ ସୈନ୍ୟ ଆବଦ୍ଧ ହୁଏ ନାହିଁ ବୋଲି ତୀମଥିଙ୍କୁ ଏକ ଉଦାହରଣ ସ୍ଵରୂପେ କହନ୍ତି ?

ଜଣେ ଉତ୍ତମ ସୈନ୍ୟ ଆପଣାକୁ ସଂସାରର ଅନ୍ୟ କାର୍ଯ୍ୟରେ ଆବଦ୍ଧ କରେ ନାହିଁ [୨:୪] ।

2 Timothy 2:8

ଯେମିତି ସେ ତୀମଥିକୁ ଲେଖନ୍ତି, ପାଉଲ ଈଶ୍ଵରଙ୍କ ବାକ୍ୟକୁ ପ୍ରଚାର କରିବା ନିମନ୍ତେ କେଉଁ ପରିସ୍ଥିତିରେ ସେ ଦୁଃଖ ଭୋଗ କରୁଛନ୍ତି ?

ପାଉଲ ଅପରାଧୀ ପରି ବନ୍ଦୀ ହୋଇ କ୍ଲେଶ ଭୋଗ କରୁଛନ୍ତି [୨:୯] ।

କ'ଣ ଆବଦ୍ଧ ନୁହେଁ ବୋଲି ପାଉଲ କହନ୍ତି ?

ଈଶ୍ଵରଙ୍କ ବାକ୍ୟ ଆବଦ୍ଧ ନୁହେଁ [୨:୯] ।

କାହିକି ପାଉଲ ସମସ୍ତ ବିଷୟକୁ ସହ୍ୟ କରନ୍ତି ?

ଈଶ୍ଵରଙ୍କ ଦ୍ଵାରା ମନୋନୀତ ମାନଙ୍କ ନିମନ୍ତେ ପାଉଲ ସମସ୍ତ ବିଷୟ ସହ୍ୟ କରନ୍ତି ଯଦ୍ଵାରା ସେମାନେ ଯୀଶୁଖ୍ରୀଷ୍ଟଙ୍କ ଦତ୍ତ ପରିତ୍ରାଣ ପ୍ରାପ୍ତ ହେବେ [୨:୧୦] ।

2 Timothy 2:11

ଯେଉଁମାନେ ଧୈର୍ଯ୍ୟ ଧରନ୍ତି, ସେମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରତିଜ୍ଞା କ'ଣ ଅଟେ ?

ଯେଉଁମାନେ ଧୈର୍ଯ୍ୟ ଧରନ୍ତି, ସେମାନେ ଖ୍ରୀଷ୍ଟଙ୍କ ସହ ରାଜତ୍ଵ କରିବେ [୨:୧୨] ।

ଯେଉଁମାନେ ତାହାଙ୍କୁ ଅସ୍ୱୀକାର କରନ୍ତି, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ସଙ୍କେତ କ'ଣ ଅଟେ ?

ଯେଉଁମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି, ଖ୍ରୀଷ୍ଟ ସେମାନଙ୍କୁ ଅସ୍ୱୀକାର କରିବେ [୨:୧୨] ।

2 Timothy 2:14

କେଉଁ ବିଷୟରେ ତୀମଥି କଳି ନ କରିବାକୁ ସଚେତନ କରାଇବା ଉଚିତ୍ ?

ତୀମଥି ଲୋକମାନଙ୍କୁ ଅହିତକର ପଦ ବିଷୟରେ କଳି ନ କରିବାକୁ ସଚେତନ କରାଇବା ଉଚିତ୍ ଯେଉଁଥିରେ ଲାଭ ହୋଇ ନ ଥାଏ [୨:୧୪] ।

2 Timothy 2:16

କେଉଁ ଦୁଇ ଭଣ୍ଡ ଶିକ୍ଷାଗୁଡିକ ଦ୍ଵାରା ଦୁଇ ଜଣ ବ୍ୟକ୍ତି ସତ୍ୟ ଭ୍ରଷ୍ଟ ହୋଇଛନ୍ତି ?

ପୁନରୁତ୍ଥାନ ଘଟି ସାରିଅଛି ବୋଲି ସେମାନେ ଶିକ୍ଷା ଦେଉଥିଲେ [୨:୧୮] ।

2 Timothy 2:19

କିପରି ବିଶ୍ଵାସୀମାନେ ନିଜକୁ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହେବେ ?

ଅନାଦର ବ୍ୟବହାର ଠାରୁ ଶୁଚି କରିବା, ସେମାନେ ନିଜକୁ ପବିତ୍ର କରିବା ଦ୍ଵାରା ସମସ୍ତ ଉତ୍ତମ କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ କରିବେ [୨:୨୧] ।

2 Timothy 2:22

କେଉଁଠାରୁ ତୀମଥିକୁ ପଳାୟନ କରିବା ଉଚିତ୍ ?

ତୀମଥିକୁ ଯୌବନ କାଳର ଅଭିଳାଷଠାରୁ ପଳାୟନ କରିବା ଉଚିତ୍ [୨:୨୨] ।

2 Timothy 2:24

ପ୍ରଭୁଙ୍କ ଦାସର ଚରିତ୍ର କିପରି ହେବା ଆବଶ୍ୟକ ?

ପ୍ରଭୁଙ୍କ ଦାସ କୋମଳ, ଶିକ୍ଷାଦାନରେ ନିପୁଣ, ସହିଷ୍ଣୁ ଏବଂ ମୃଦୁ ଭାବରେ ବିରୋଧିମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ [୨:୨୪-୨୫] ।

ଶୟତାନ ଅବିଶ୍ଵାସୀମାନଙ୍କୁ କ'ଣ କରିଅଛି ?

ଶୟତାନ ଅବିଶ୍ଵାସୀମାନଙ୍କୁ ତାହାର ଇଚ୍ଛାା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି ପୁଣି ଫାନ୍ଦରେ ପକାଇଅଛି [୨:୨୬] ।


Chapter 3

1 କିନ୍ତୁ ଏହା ଜାଣିଥାଅ ଯେ, ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ; 2 କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, 3 ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, 4 ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ; 5 ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ । 6 କାରଣ ଏମାନଙ୍କ ମଧ୍ୟରେ ଏପରିଲୋକ ଅଛନ୍ତି, ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି; 7 ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ମଧ୍ୟ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ । 8 ଆଉ ଯେପରି ଯନ୍ନିସ୍ ଓ ଯମ୍ବ୍ରୀସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି, ଏମାନେ ମନରେ ଭ୍ରଷ୍ଟ ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣସିଦ୍ଧ ନୁହଁନ୍ତି । 9 କିନ୍ତୁ ସେମାନେ ଆଉ ଅଧିକ ଆଗକୁ ଯିବେ ନାହିଁ; କାରଣ ସେହି ଦୁଇ (ଯନ୍ନିସ୍ ଓ ଯମ୍ବ୍ରୀସ୍ ) ଜଣଙ୍କର ମୁର୍ଖତା ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ଜଣାପଡ଼ିବ ।

        10 କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୖୖେର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ । 11 ଆନ୍ତିୟଖିଆ, ଇକନୀୟ ଓ ଲୁସ୍ତ୍ରାରେ ମୋ ପ୍ରତି ସେହିପରି ତାଡ଼ନା ଘଟିଥିଲା; ମୁଁ ତାହା ସହ୍ୟ କରିଥିଲି, ଆଉ ପ୍ରଭୁ ମୋତେ ସେସବୁରୁ ଉଦ୍ଧାର କରିଥିଲେ । 12 ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ | 13 କିନ୍ତୁ ଦୁଷ୍ଟ ଲୋକେ ଓ ଠକ ଲୋକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ । 14 କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟରେ ନିଶ୍ଚିତ ବିଶ୍ୱାସ କରିଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହି ସବୁ ଶିକ୍ଷା କରିଅଛ; 15 ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ । 16 ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, 17 ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।



Translation Questions

2 Timothy 3:1

ଅନ୍ତିମ ଦିନମାନଙ୍କରେ କ'ଣ ଆସିଵ ବୋଲି ପାଉଲ କହନ୍ତି ?

ଶେଷ କାଳରେ ଭୀଷଣ ସମୟ ଆସିବ ବୋଲି ପାଉଲ କହନ୍ତି [3:1] ।

ଶେଷ କାଳରେ ଈଶ୍ଵରଙ୍କ ବଦଳରେ କେଉଁ ତିନୋଟି ବିଷୟକୁ ଲୋକମାନେ ପ୍ରେମ କରିବେ ?

ଶେଷ କାଳରେ ଲୋକମାନେ ଈଶ୍ଵରଙ୍କ ବଦଳରେ ଆପଣାକୁ ପ୍ରେମ କରିବେ, ପୁଣି ଧନକୁ ପ୍ରେମ କରିବେ ଏବଂ ଅଭିଳାଷକୁ ପ୍ରେମ କରିବେ [3:2-4] ।

2 Timothy 3:5

ପାଉଲ ତୀମଥିକୁ ସେମାନଙ୍କ ସହିତ କ'ଣ କରିବାକୁ କହନ୍ତି ଯେଉଁମାନଙ୍କ କେବଳ ଈଶ୍ଵରପରାୟଣତାର ରୂପ ଥାଏ ?

ପାଉଲ ତୀମଥିକୁ କହନ୍ତି ଯେଉଁମାନଙ୍କର କେବଳ ଈଶ୍ଵରପରାୟଣତାର ରୂପ ଥାଏ, ସେମାନଙ୍କ ଠାରୁ ବିମୁଖ ହୁଅ [3:5] ।

ଏହି ଅଧର୍ମ ପୁରୁଷମାନେ କ'ଣ କରନ୍ତି ?

ଏମାନଙ୍କ ମଧ୍ୟରୁ କେତେକ ଗୃହ ଭିତରକୁ ପ୍ରବେଶ କରନ୍ତି ଏବଂ ପାପରେ ଭାରାକ୍ରାନ୍ତ ଏବଂ ବିଭିନ୍ନ କୁଅଭିଲାଷରେ ଚାଳିତ ସ୍ତ୍ରୀମାନଙ୍କୁ ଆପଣାର ବଶୀଭୂତ କରନ୍ତି [3:6] ।

2 Timothy 3:8

ଏହି ଅଧର୍ମୀ ପୁରୁଷମାନେ କିପରି ପୁରାତନ ନିୟମର ଯନ୍ନିସ ଏବଂ ଯମ୍ବ୍ରିସ ପରି ଅଟନ୍ତି ?

ଅହି ଅଧାର୍ମିକ ପୁରୁଷମାନେ ଭଣ୍ଡ ଶିକ୍ଷକମାନେ ଅଟନ୍ତି ଯେଉଁମାନେ ଯନ୍ନିସ ଏବଂ ଯମ୍ବ୍ରିସ ପରି ସତ୍ୟର ପ୍ରତିରୋଧ କରନ୍ତି [3:8] ।

2 Timothy 3:10

ଭଣ୍ଡ ଶିକ୍ଷକମାନଙ୍କ ବଦଳରେ ତୀମଥି କାହାର ଅନୁଗାମୀ ହୋଇଛନ୍ତି ?

ତୀମଥି ପାଉଲଙ୍କ ଅନୁଗାମୀ ହୋଇଛନ୍ତି [3:10-11] ।

ପ୍ରଭୁ ପାଉଲଙ୍କୁ କେଉଁଠାରୁ ଉଦ୍ଧାର କଲେ ?

ପ୍ରଭୁ ପାଉଲଙ୍କୁ ତାହାର ତାଡନା ଠାରୁ ଉଦ୍ଧାର କରିଅଛନ୍ତି [3:11] ।

ଯେଉଁମାନେ ଐଶ୍ଵରୀୟ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କୁ କ'ଣ ଘଟିବ ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି, ଯେଉଁମାନେ ଐଶ୍ଵରୀୟ ଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡନା ଭୋଗ କରିବେ [3:12] ।

ଶେଷ ସମୟରେ କ'ଣ ଅଧିକରୁ ଅଧିକ ଖରାପ ହେବ ?

ଦୁଷ୍ଟ ଲୋକମାନେ ଏବଂ ପ୍ରବଂଚକ ମାନେ ଶେଷ ସମୟରେ ଅଧିକରୁ ଅଧିକ ମନ୍ଦ ହେବେ [3:13] ।

2 Timothy 3:14

ତୀମଥିଙ୍କ ଜୀବନରେ କେଉଁ ସମୟଠାରୁ ସେ ଧର୍ମଶାସ୍ତ୍ର ଜାଣିଥିଲେ ?

ତୀମଥି ବାଲ୍ୟକାଳଠାରୁ ଧର୍ମଶାସ୍ତ୍ର ଜାଣିଥିଲେ [3:15] ।

2 Timothy 3:16

ମନୁଷ୍ୟକୁ ସମସ୍ତ ଶାସ୍ତ୍ର ଦିଆଯାଇଛି ?

ସମସ୍ତ୍ତ ଶାସ୍ତ୍ର ଈଶ୍ଵର ନିଶ୍ଵସିତ ହୋଇଅଛି [3:16] ।

କେଉଁ ନିମନ୍ତେ ସମସ୍ତ୍ତ ଶାସ୍ତ୍ର ଉପକାରୀ ?

ସମସ୍ତ୍ତ ଶାସ୍ତ୍ର ଶିକ୍ଷା, ଅନୁଯୋଗ, ସଂଶୋଧନ ଏବଂ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ ଅଟେ [3:16] ।

ଜଣେ ବ୍ୟକ୍ତିଙ୍କୁ ଶାସ୍ତ୍ରରେ ତାଲିମ୍ ଦେବାର ଉଦ୍ଦେଶ୍ୟ କ'ଣ ଅଟେ ?

ଜଣେ ବ୍ୟକ୍ତି ଶାସ୍ତ୍ରରେ ତାଲିମ୍ ନେଇଥାଏ ଯଦ୍ଵାରା ସେ ସିଦ୍ଧ ହୋଇ ସମସ୍ତ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ [3:17] ।


Chapter 4

1 ମୁଁ ଈଶ୍ୱରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଦେଶ ଦେଉଅଛି, 2 ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର । 3 କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ (ସତ୍ୟ) ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ, 4 ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ । 5 କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର | 6 କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ । 7 ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି; 8 ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ ।

        9 ଶୀଘ୍ର ମୋ ନିକଟକୁ ଆସିବାକୁ ଚେଷ୍ଟା କର; 10 କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀକୁ ଯାଇଅଛି କ୍ରେସ୍‌କେନସ୍ ଗାଲାତିଆକୁ ଓ ତୀତସ୍ ଦଲ୍ମତିଆକୁ ଯାଇଅଛନ୍ତି । 11 କେବଳ ଲୂକ ମୋ ସହିତ ଅଛନ୍ତି ।ମାର୍କଙ୍କୁ ତୁମ୍ଭ ସଙ୍ଗରେ ନେଇଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ । 12 ତୁଖିକଙ୍କୁ ମୁଁ ଏଫିସକୁ ପଠାଇଅଛି | 13 ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକ ଗୁଡ଼ିକ, ବିଶେଷତଃ ଚର୍ମ ପୁସ୍ତକଗୁଡ଼ିକ ଆଣିବ । 14 କଂସାରି ଆଲେକ୍‌ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାଙ୍କୁ ପ୍ରତିଫଳ ଦେବେ; 15 ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ, କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା । 16 ମୋହର ବିଚାରର ପ୍ରଥମ ଶୁଣାଣି ବେଳେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ; ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ । 17 କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ, ପୁଣି, ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ ଦ୍ୱାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇ ପାରେ ଓ ଅଣଯିହୂଦୀ ସମସ୍ତେ ତାହା ଶୁଣି ପାରନ୍ତି; 18 ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍ ।

        19 ପ୍ରିସ୍କା ଓ ଆକ୍ୱିଲା ପୁଣି, ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ । 20 ଏରାଷ୍ଟ କରିନ୍ଥରେ ରହିଅଛନ୍ତି, କିନ୍ତୁ ତ୍ରଫିମ୍ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମୀଲୀତରେ ଛାଡ଼ିଦେଇ ଆସିଅଛି । 21 ତୁମ୍ଭେ ଶୀତକାଳ ପୂର୍ବରୁ ଆସିବାକୁ ଚେଷ୍ଟା କର । ଇଉବୁଲ୍, ପୁଦେନସ୍, ଲିନ କ୍ଲୌଦିୟା ଓ ଭାଇମାନେ ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି । 22 ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ । ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ ।



Translation Questions

2 Timothy 4:1

ଯୀଶୁଖ୍ରୀଷ୍ଟ କାହାର ବିଚାରକର୍ତ୍ତା ଅଟନ୍ତି ?

ଯୀଶୁଖ୍ରୀଷ୍ଟ ଜୀବିତ ଏବଂ ମୃତ ମାନଙ୍କର ବିଚାରକର୍ତ୍ତା ଅଟନ୍ତି [4:1] ।

ପାଉଲ ତୀମଥିଙ୍କୁ କ'ଣ କରିବାକୁ ଗାମ୍ଭିର୍ଯ୍ୟପୂର୍ଣ୍ଣ ଭାବେ ଆଜ୍ଞା ଦେଲେ ?

ପାଉଲ ତୀମଥିକୁ ବାକ୍ୟ ପ୍ରଚାର କରିବାକୁ ଗାମ୍ଭିର୍ଯ୍ୟପୂର୍ଣ୍ଣ ଭାବେ ଆଜ୍ଞା ଦେଲେ [4:2] ।

2 Timothy 4:3

ପାଉଲ ସଚେତନ କଲେ ଯେ ସମୟ ଆସିବ ଯେତେବେଳେ ଲୋକମାନେ କ'ଣ କରିବେ ?

ଲୋକମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ ମାତ୍ର ସେମାନଙ୍କ ଅଭିଳାଷରେ ସହମତ ହେଉଥିବା ଶିକ୍ଷାକୁ ଗ୍ରହଣ କରିବେ [4:3] ।

ତୀମଥିକୁ କେଉଁ କାର୍ଯ୍ୟ ଏବଂ ସେବାକାର୍ଯ୍ୟ କରିବାକୁ ଦିଆଯାଇଥିଲା ?

ତୀମଥିକୁ ସୁସମାଚାର ପ୍ରଚାର କାର୍ଯ୍ୟ ଏବଂ ସେବାର କାର୍ଯ୍ୟ ଦିଆଯାଇଥିଲା [4:5] ।

2 Timothy 4:6

ପାଉଲ ତାଙ୍କ ଜୀବନରେ କେଉଁ ସମୟ ବର୍ତ୍ତମାନ ଆସିଅଛି ବୋଲି କହିଥିଲେ ?

ପାଉଲ କହିଲେ ଯେ ତାଙ୍କ ମହା ପ୍ରୟାଣର ସମୟ ଆସିଅଛି [4:6] ।

ଯେଉଁମାନେ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରେମ କରନ୍ତି, ସେମାନେ କ'ଣ ପାଇବେ ବୋଲି ପାଉଲ କହନ୍ତି ?

ପାଉଲ କହିଲେ ଯେ ଯେଉଁମାନେ ଯୀଶୁଙ୍କ ଆଗମନକୁ ପ୍ରେମ କରନ୍ତି, ସେମାନେ ଧାର୍ମିକତାର ମୁକୁଟ ପାଇବେ [4:8] ।

2 Timothy 4:9

କାହିଁକି ପାଉଲଙ୍କ ସହକର୍ମୀ ଦୀମା ତାଙ୍କୁ ଛାଡିଲେ ?

ଦୀମା ପାଉଲଙ୍କୁ ଛାଡିବାର କାରଣ ସେ ଏହି ବର୍ତ୍ତମାନ ସଂସାରକୁ ପ୍ରେମ କଲେ [4:10] ।

2 Timothy 4:11

କିଏ ପାଉଲଙ୍କର କେବଳ ସହକର୍ମୀ ଥିଲେ ଯିଏ ତାଙ୍କ ସହିତ ଥିଲେ ?

କେବଳ ଲୂକ ପାଉଲଙ୍କ ସହିତ ଥିଲେ [4:11] ।

2 Timothy 4:14

ପାଉଲ କହନ୍ତି ଯେ କେଉଁ ଅନୁସାରେ ଜଣେ ପୁରୁଷ ଯିଏ ତାଙ୍କୁ ପ୍ରତିରୋଧ କରେ ପ୍ରତିଫଳ ପାଇବେ ?

ପାଉଲ କହିଲେ ଯେ ଜଣେ ପୁରୁଷ ତାଙ୍କୁ ପ୍ରତିରୋଧ କରିଅଛି, ତାହାର କର୍ମ ଅନୁସାରେ ପ୍ରତିଫଳ ପାଇବ [4:14] ।

ପାଉଲଙ୍କ ସହିତ ତାହାର ଆତ୍ମପକ୍ଷ ସମର୍ଥନରେ କିଏ ଠିଆ ହୋଇଥିଲେ ?

ପାଉଲଙ୍କ ପ୍ରଥମ ଆତ୍ମପକ୍ଷ ସମର୍ଥନରେ ପ୍ରଭୁ ପାଉଲଙ୍କ ସହିତ ଠିଆ ହୋଇଥିଲେ [4:16-17] ।


Book: Titus

Titus

Chapter 1

1 ପାଉଲ, ଈଶ୍ୱରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ଵାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ, 2 ଈଶ୍ୱରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥି ନିମନ୍ତେ ମୁଁ ପ୍ରେରିତ ହୋଇଅଛି; 3 ସେହି ଅନନ୍ତ ଜୀବନ ସତ୍ୟ ଈଶ୍ୱର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଆଜ୍ଞାନୁସାରେ ମୋ'ଠାରେ ସମର୍ପିତ ହୋଇଅଛି । 4 ପିତା ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ ।

5 ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି; 6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର । 7 କାରଣ ଅଧ୍ୟକ୍ଷ, ଈଶ୍ୱରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟ ପ୍ରିୟ, 8 ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ, 9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥି ନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ । 10 କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି; 11 ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ । ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି । 12 ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସ୍ରକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି । 13 ଏହି ଉକ୍ତିଟି ସତ୍ୟ । ଏଣୁ ସେମାନେ ଯେପରି ଯିହୂଦୀୟ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି, 14 ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର । 15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ । ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ । 16 ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ ।



Translation Questions

Titus 1:1

ଈଶ୍ଵରଙ୍କ ସେବା କରିବାରେ ପାଉଲଙ୍କର ଉଦ୍ଦେଶ୍ୟ କ’ଣ ଥିଲା?

ତାଙ୍କର ଉଦ୍ଦେଶ୍ୟ ଈଶ୍ଵରଙ୍କ ମନୋନୀତ ଲୋକମାନଙ୍କ ବିଶ୍ଵାସକୁ ଏବଂ ସତ୍ୟର ଜ୍ଞାନକୁ ପ୍ରତିଷ୍ଠା କରିବା ଥିଲା।

Titus 1:2

ଈଶ୍ଵର ତାହାଙ୍କ ମନୋନୀତ ଲୋକମାନଙ୍କୁ ଅନନ୍ତ ଜୀବନର ପ୍ରତିଜ୍ଞା କେବେ କଲେ?

ଏହାକୁ ସେ ସେମାନଙ୍କୁ ସମସ୍ତ ଯୁଗ ବା ବହୂକଳ ପୂର୍ବରୁ ପ୍ରତିଜ୍ଞା କରିଥିଲେ।

ଈଶ୍ଵର କ’ଣ ମିଛ କୁହନ୍ତି?

ନାହିଁ।

Titus 1:3

ଈଶ୍ଵର କାହାକୁ ଉପଯୁକ୍ତ ସମୟରେ ବିଶ୍ୱାସପୂର୍ବକ ଆପଣା ବାର୍ତ୍ତା ପ୍ରଚାର କରିବାକୁ ଦାୟିତ୍ୱ ଦେଲେ ବା ସମର୍ପଣ କଲେ?

ଈଶ୍ଵର ଏହା ପ୍ରେରିତ ପାଉଲଙ୍କୁ ସମର୍ପଣ କଲେ।

Titus 1:4

ତୀତସ ଏବଂ ପାଉଲଙ୍କ ମଧ୍ୟରେ ସମ୍ପର୍କ କ’ଣ ଥିଲା?

କାରଣ ସେମାନଙ୍କର ବର୍ତ୍ତମାନ ବିଶ୍ଵାସରେ ତୀତସ ପାଉଲଙ୍କର ଜଣେ ପ୍ରକୃତ ପୁତ୍ର ଥିଲେ।

Titus 1:6

ଜଣେ ପ୍ରାଚୀନର ସ୍ତ୍ରୀ ଓ ପିଲାମାନେ କିପରି ହେବା ଉଚିତ?

ସେ ଏକ ସ୍ତ୍ରୀର ସ୍ୱାମୀ ହୋଇଥିବେ, ଓ ତାଙ୍କର ବିଶ୍ଵସ୍ତ ପିଲାମାନେ ଥିବେ ଯେଉଁମାନେ ବିଭ୍ରାଟ ବା ଉଚ୍ଛୃଙ୍ଖଳ ଆଚରଣ କିମ୍ବା ଅବାଧ୍ୟ ହୋଇ ନ ଥିବେ।

Titus 1:7

କେତେକ ଚରିତ୍ରଗୁଡ଼ିକର ଲକ୍ଷଣ କ’ଣ, ଯାହାକୁ ନିଶ୍ଚିତ ଭାବରେ ଜଣେ ପ୍ରାଚୀନ ନିର୍ଦ୍ଦୋଷ ହେବା ପାଇଁ ଦୂରେଇ ରହିବେ?

ସେ ଗର୍ବ କିମ୍ବା ଶୀଘ୍ର କ୍ରୋଧ ନ କରିବା ଉଚିତ, କିମ୍ବା ମଦ୍ୟପାୟୀ, କିମ୍ବା ବିବାଦ ବା ଲଢେଇ କରୁଥିବା ବ୍ୟକ୍ତି, କିମ୍ବା ଲୋଭୀ ବ୍ୟକ୍ତି ନ ହେବା ଉଚିତ।

ଈଶ୍ଵରଙ୍କ ଗୃହରେ ଜଣେ ଅଧ୍ୟକ୍ଷଙ୍କ ପଦବୀ ଏବଂ ଦାୟିତ୍ବ କ’ଣ?

ସେ ଈଶ୍ଵରଙ୍କ ଗୃହର ଜଣେ ବେବର୍ତ୍ତା ସଦୃଶ ଅଟନ୍ତି।

Titus 1:8

ଜଣେ ପ୍ରାଚୀନଙ୍କର କି କି ଉତ୍ତମ ଗୁଣଗୁଡ଼ିକ ରହିବା ଉଚିତ?

ଜଣେ ପ୍ରାଚୀନ ଅତିଥ‌ିପରାୟଣ, ଉତ୍ତମତାର ବନ୍ଧୁ, ବୁଦ୍ଧିମାନ, ଧାର୍ମିକ, ପବିତ୍ର, ଏବଂ ମିତାଚାରୀ ହେବା ଉଚିତ।

Titus 1:9

ଜଣେ ପ୍ରାଚୀନଙ୍କୁ ଦିଆଯାଇଥିବା ଶିକ୍ଷା ପ୍ରତି ତାଙ୍କର ମନୋଭାବ କ’ଣ ହେବା ଉଚିତ?

ସେ ଏହାକୁ ଦୃଢ଼ ଭାବରେ ରଖିବା ଉଚିତ, ଏବଂ ଏହିପରି ଭାବରେ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଓ ଭର୍ତ୍ସନା କରିବାକୁ ସକ୍ଷମ ହେବେ।

Titus 1:10

ଭଣ୍ଡ ଶିକ୍ଷକମାନେ ସେମାନଙ୍କ କଥା ଦ୍ଵାରା କ'ଣ କରୁଥିଲେ ?

ସେମାନେ ଲୋକମାନଙ୍କୁ ପ୍ରତାରଣା ଏବଂ ପରିବାରଗୁଡିକୁ ପଥଭ୍ରଷ୍ଟ କରୁଥିଲେ [୧:୧୦,୧୧] ।

ଭଣ୍ଡ ଶିକ୍ଷକମାନଙ୍କୁ କ'ଣ ପ୍ରବର୍ତ୍ତାଉଥିଲା ?

ଲଜ୍ଜାଜନକ ଲାଭ ସେମାନଙ୍କୁ ପ୍ରବର୍ତ୍ତାଉଥିଲା [୧:୧୧] ।

Titus 1:11

ମିଥ୍ୟା ବା ଭଣ୍ଡ ଶିକ୍ଷକମାନେ ସେମାନେ ଶିକ୍ଷା ଦେବା ଦ୍ୱାରା କ’ଣ କରୁଥିଲେ?

ସେମାନେ ସମ୍ପୁର୍ଣ୍ଣ ପରିବାରବର୍ଗକୁ ବିବ୍ରତ କରୁଥିଲେ।

ମିଥ୍ୟା ବା ଭଣ୍ଡ ଶିକ୍ଷକମାନେ କ’ଣ ଚାହାଁନ୍ତି?

ସେମାନେ ଲଜ୍ଜାଜନକ ଲାଭ ଚାହୁଁଥିଲେ।

Titus 1:12

ଭଣ୍ଡ ଶିକ୍ଷକମାନଙ୍କ ସହ ଏକ ପ୍ରାଚୀନ କ'ଣ କରିବା ଆବଶ୍ୟକ ?

ସେ ସେମାନଙ୍କୁ ଅନୁଯୋଗ କରି ଏବଂ ଦୃଢ ବାକ୍ୟ ଦ୍ୱାରା ସଂଶୋଧନ କରିବା ଉଚିତ୍ [୧:୯,୧୧,୧୩] ।

Titus 1:13

ମିଥ୍ୟା ବା ଭଣ୍ଡ ଶିକ୍ଷକମାନେ ଯେଉଁମାନେ ମଣ୍ଡଳୀକୁ ନଷ୍ଟ କରନ୍ତି ଜଣେ ପ୍ରାଚୀନ ଏମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ? ବା ମଣ୍ଡଳୀକୁ ନଷ୍ଟ କରୁଥିବା ଏହି ମିଥ୍ୟା ବା ଭଣ୍ଡ ଶିକ୍ଷକମାନଙ୍କ ସହିତ ଜଣେ ପ୍ରାଚୀନ କିପରି ବ୍ୟବହାର କରିବା ଉଚିତ?

ସେ ନିଶ୍ଚିତ ଭାବରେ ସେମାନଙ୍କୁ ଭର୍ତ୍ସନା କରିବେ ଯଦ୍ୱାରା ସେମାନେ ବିଶ୍ୱାସରେ ଦୃଢ ହେବେ।

Titus 1:14

ପାଉଲଙ୍କ ଅନୁଯାୟୀ ସେମାନେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ?

ସେମାନେ ଯିହୁଦୀୟମାନଙ୍କ କଳ୍ପିତ ଗଳ୍ପ ଏବଂ ମନୁଷ୍ୟମାନଙ୍କର ଆଦେଶଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ ନାହିଁ।

Titus 1:15

ଜଣେ ଅବିଶ୍ଵାସୀ ବ୍ୟକ୍ତିରେ, କଳଙ୍କିତ କ’ଣ ଥାଏ?

ତାହାର ମନ ଏବଂ ବିବେକ ଉଭୟ କଳଙ୍କିତ।

Titus 1:16

ଯଦିଓ କଳଙ୍କିତ ବ୍ୟକ୍ତି ଈଶ୍ଵରଙ୍କୁ ଜଣେ ବୋଲି କୁହେ, ତେବେ କିପରି ସେ ତାହାଙ୍କୁ ଅସ୍ୱୀକାର କରେ?

ସେ ଆପଣାର କାର୍ଯ୍ୟରେ ଈଶ୍ଵରଙ୍କୁ ଅସ୍ଵୀକାର କରେ।


Chapter 2

1 କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ । 2 ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ, 3 ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର; 4 ଯାହାଦ୍ୱାରା ସେମାନେ ଯୁବା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ, ଆପଣା ସ୍ୱାମୀ ଓ ସନ୍ତାନମାନଙ୍କୁ ପ୍ରେମ କରନ୍ତୁ; 5 ଏବଂ ସେମାନେ ପତିବ୍ରତା, ସୁଗୃହିଣୀ, ସୁଶୀଳା, ଓ ଆପଣା ଆପଣା ସ୍ୱାମୀମାନଙ୍କର ବଶୀଭୂତା ହୁଅନ୍ତୁ , ଯେପରି ଈଶ୍ୱରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ | 6 ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ; 7 ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ, ଶିକ୍ଷାରେ ନିଷ୍କପଟ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର, 8 ଯେପରି ବିପକ୍ଷ ଲୋକ ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ । 9 ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ, 10 ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଅାମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି । 11 କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି, 12 ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନ ଯାପନ କରୁ, 13 ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ୱର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥି ନିମନ୍ତେ ଶିକ୍ଷା ଦେଉଅଛି । 14 ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍‍ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ । 15 ଏହି ସମସ୍ତ କଥା କହି ପୂର୍ଣ୍ଣ କ୍ଷମତା ସହ ଉତ୍ସାହ ଦିଅ ଓ ଅନୁଯୋଗ କର । କେହି ତୁମ୍ଭକୁ ତୁଚ୍ଛ ନ କରୁ ।



Translation Questions

Titus 2:1

ମଣ୍ଡଳୀରେ ବୟସ୍କ ପୁରୁଷମାନେ କେଉଁ ବୈଶିଷ୍ଟ ଗୁଣଗୁଡିକ ଦେଖାଇବା ଉଚିତ୍ ?

ସେମାନେ ଆତ୍ମସଂଯମ, ମର୍ଯ୍ୟାଦା, ଏବଂ ଉତ୍ତମ ବିଶ୍ଵାସରେ, ପ୍ରେମରେ ଏବଂ ସହନଶୀଳତାରେ ଦେଖାଇବା ଉଚିତ୍ [୨:୨] ।

Titus 2:2

ମଣ୍ଡଳୀରେ ଥିବା ବୟୋଜ୍ୟେଷ୍ଠ ପୁରୁଷମାନଙ୍କର କି କି ଗୁଣଗୁଡ଼ିକ ରହିବା ଆବଶ୍ୟକ?

ସେମାନେ ମିତାଚାର ବା ଆତ୍ମ-ସଂଯମୀ, ମର୍ଯ୍ୟାଦାସମ୍ପନ୍ନ, ବୁଦ୍ଧିମାନ ଏବଂ ବିଶ୍ଵାସୀରେ, ପ୍ରେମରେ ଏବଂ ଧୈର୍ଯ୍ୟରେ ଦୃଢ଼ ରହିବା ଆବଶ୍ୟକ।

Titus 2:3

ମଣ୍ଡଳୀରେ ଥିବା ବୟୋଜ୍ୟେଷ୍ଠା ସ୍ତ୍ରୀମାନଙ୍କର କି କି ଗୁଣଗୁଡ଼ିକ ରହିବା ଆବଶ୍ୟକ?

ସେମାନେ ସମ୍ମାନଜନକ ହେବା ଉଚିତ, ପରନିନ୍ଦୁକା ନ ହୁଅନ୍ତୁ, ଏବଂ ଗମ୍ଭୀର ହେଅନ୍ତୁ ଏବଂ ଉତ୍ତମ ଶିକ୍ଷା ଦିଅନ୍ତୁ।

Titus 2:4

ବୟୋଜ୍ୟେଷ୍ଠା ସ୍ତ୍ରୀ’ମାନେ ଯୁବତୀ ସ୍ତ୍ରୀମାନଙ୍କୁ କ’ଣ କରିବାକୁ ଶିକ୍ଷା ଦେବା ଉଚିତ?

ସେମାନେ ସେମାନଙ୍କୁ ଆପଣା ଆପଣା ସ୍ୱାମୀମାନଙ୍କୁ ପ୍ରେମ ଏବଂ ଅଜ୍ଞା ପାଳନ କରିବା ଏବଂ ଆପଣା ଆପଣା ପିଲାମାନଙ୍କୁ ସ୍ନେହ କରିବାକୁ ଶିକ୍ଷା ଦେବା ଉଚିତ।

Titus 2:6

ତୀତସ ବିଶ୍ୱାସୀମାନଙ୍କ ନିକଟରେ ଆଦର୍ଶ ହେବା ପାଇଁ କ'ଣ କରିବା ଉଚିତ୍ ?

ସେ ନିର୍ମଳତା ଏବଂ ମର୍ଯ୍ୟାଦା ଦେଖାଇ ଶିକ୍ଷା ଦେବା ଉଚିତ୍, ଏବଂ ହିତଜନକ ବାକ୍ୟ ବ୍ୟବହାର କରିବା ଉଚିତ୍ ଯେଉଁଥିରେ ସଂଶୋଧନର ଆବଶ୍ୟକ ନୁହଁ [୨:୭-୮] ।

Titus 2:7

ତୀତସଙ୍କୁ ବିଶ୍ଵାସୀମାନଙ୍କର ଏକ ଆଦର୍ଶ ହେବା ନିମନ୍ତେ କ’ଣ କରିବା ଉଚିତ?

ତାଙ୍କ କାର୍ଯ୍ୟଗୁଡ଼ିକରେ ଉତ୍ତମ, ସମ୍ପୂର୍ଣ୍ଣତା ଏବଂ ସମ୍ମାନର ଜଣେ ଆଦର୍ଶ ହେବା ଉଚିତ।

Titus 2:8

ଯଦି ତୀତସ ଜଣେ ଉତ୍ତମ ଆଦର୍ଶ ହୁଅନ୍ତି ତେବେ ତାଙ୍କୁ ବିରୋଧ କରିବା ଲୋକମାନଙ୍କର କ’ଣ ହେବ?

ଯେଉଁମାନେ ତାଙ୍କୁ ବିରୋଧ କରନ୍ତି ସେମାନେ ଲଜ୍ଜିତ ହେବେ କାରଣ ତାଙ୍କ ବିଷୟରେ କୌଣସି ମନ୍ଦ କଥା କହିବାକୁ ସେମାନଙ୍କ ପାଖରେ କିଛି ନାହିଁ।

Titus 2:9

ଯେଉଁ ବିଶ୍ୱାସୀମାନେ କ୍ରୀତଦାସ ଅଟନ୍ତି ସେମାନେ କିପରି ବ୍ୟବହାର ଉଚିତ?

ସେମାନେ ଆପଣା ଆପଣା ମାଲିକମାନଙ୍କର ବଶୀଭୂତ ରୁହନ୍ତୁ, ଖୁସି ହୁଅନ୍ତୁ ପୁଣି ସେମାନଙ୍କ ସହିତ ପ୍ରତିବାଦ ନ କରନ୍ତୁ।

Titus 2:10

ଯେତେବେଳେ ଖ୍ରୀଷ୍ଟିଆନ କ୍ରୀତ ଦାସମାନେ ବା ବିଶ୍ଵାାମାନେ ପାଉଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଚରଣ କରନ୍ତି, ତାହା ଅନ୍ୟମାନଙ୍କ ଉପରେ କ’ଣ ପ୍ରଭାବ ପକାଇବ?

ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ଵରଙ୍କ ଶିକ୍ଷା ବିଷୟର ଶ୍ରେୟଃକୁ ବୁଝାଇଥାଏ।

Titus 2:11

ଈଶ୍ଵରଙ୍କ ଅନୁଗ୍ରହ କାହାକୁ ଉଦ୍ଧାର କରିପାରେ?

ଈଶ୍ଵରଙ୍କ ଅନୁଗ୍ରହ ପ୍ରତ୍ୟେକଙ୍କୁ ଉଦ୍ଧାର କରିପାରେ।

Titus 2:12

ଈଶ୍ଵରଙ୍କ ଅନୁଗ୍ରହ ଆମ୍ଭମାନଙ୍କୁ କେଉଁ ବିଷୟରୁ ବିମୁଖ ହେବାକୁ ପ୍ରଶିକ୍ଷଣ ଦିଏ?

ଈଶ୍ଵରଙ୍କ ଅନୁଗ୍ରହ ଆମ୍ଭମାନଙ୍କୁ ଅଧାର୍ମିକତା ଏବଂ ସାଂସାରିକ ସୁଖାଭିଳାଷରୁ ଦୂରେଇ କରିବାକୁ ପ୍ରଶିକ୍ଷଣ ଦିଏ।

Titus 2:13

ବିଶ୍ଵାସୀମାନେ ଭବିଷ୍ୟତରେ ହେବାକୁ ଯାଉଥିବା କେଉଁ ଘଟଣା ଗ୍ରହଣ କରିବାକୁ ଅପେକ୍ଷା କରନ୍ତି?

ବିଶ୍ଵାସୀମାନେ ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତା ଓ ଶକ୍ତିଶାଳୀ ଈଶ୍ଵର ଗୌରବର ଅପେକ୍ଷା କରନ୍ତି।

Titus 2:14

ଯୀଶୁ କାହିଁକି ଆପଣାକୁ ଜୀବନକୁ ଆମ୍ଭମାନଙ୍କ ନିମନ୍ତେ କାହିଁକି ଦେଲେ?

ସେ ଆମ୍ଭମାନଙ୍କ ବ୍ୟବସ୍ଥା ବିହୀନ ସ୍ୱଭାବରୁ ମୁକ୍ତ କରିବା ନିମନ୍ତେ, ପୁଣି ଆପଣା ନିମନ୍ତେ ସତ୍କର୍ମରେ ଉଦ୍‌ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ।


Chapter 3

1 କର୍ତ୍ତୃପକ୍ଷ ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କର ବଶୀଭୂତ ଓ ବାଧ୍ୟ ହେବାକୁ ପୁଣି, ସମସ୍ତ ପ୍ରକାର ସତ୍କର୍ମ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ, 2 କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖଇବାକୁ ସେମାନଙ୍କୁ ସ୍ମରଣ କରାଅ । 3 କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ ପୁଣି, ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ । 4 କିନ୍ତୁ ଯେତେବେଳେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୟା ଓ ମାନବଜାତି ପ୍ରତି ତାହାଙ୍କ ପ୍ରେମ ପ୍ରକାଶିତ ହେଲା, 5 ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ନୂତନ ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି; 6 ସେହି ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚୁର ରୂପେ ଆମ୍ଭମାନଙ୍କ ଉପରେ ଦେଲେ, 7 ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ । 8 ଏହି କଥା ବିଶ୍ଵାସ୍ୟ, ଆଉ ଯେପରି ଈଶ୍ୱରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥି ନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା । ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ । 9 କିନ୍ତୁ ବିତଣ୍ଡା ବାଦାନୁବାଦ, ବିରୋଧ ଓ ମୋଶାଙ୍କ ବ୍ୟବସ୍ଥା ବିଷୟକ ବାଗଯୁଦ୍ଧରୁ ଅନ୍ତର ହୁଅ, କାରଣ ଏହି ସବୁ କ୍ଷତିଜନକ ଓ ଅସାର । 10 ଯେଉଁ ଲୋକମାନେ ଭ୍ରାନ୍ତ ମତାବଲମ୍ବୀ, ତାହାକୁ ଥରେ, ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହାଠାରୁ ପୃଥକ୍ ରୁହ; 11 ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହା ତ ତୁମ୍ଭେ ଜାଣ ।

12 ଯେତେବେଳେ ମୁଁ ତୁମ୍ଭ ନିକଟକୁ ଆର୍ତ୍ତେମା କିମ୍ବା ତୁଖିକକୁ ପଠାଇବି, ସେତେବେଳେ ନୀକପଲିରେ ମୋ ପାଖକୁ ଆସିବା ପାଇଁ ଉଦ୍ୟମ କର, କାରଣ ସେଠାରେ ଶୀତକାଳ କ୍ଷେପଣ କରିବାକୁ ମୁଁ ସ୍ଥିର କରିଅଛି । 13 ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଜୀନା ଓ ଆପଲ୍ଲଙ୍କୁ ଯତ୍ନ ପୂର୍ବକ ବାଟ ବଳାଇଦିଅ, ଯେପରି ସେମାନଙ୍କର କୌଣସି ଅଭାବ ନ ହୁଏ । 14 ଆମ୍ଭମାନଙ୍କ ଲୋକମାନେ ମଧ୍ୟ ପ୍ରୟୋଜନୀୟ ଉପକାର ନିମନ୍ତେ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ଶିଖନ୍ତୁ, ଯେପରି ସେମାନେ ଫଳହୀନ ନ ହୁଅନ୍ତି । 15 ମୋ ସଙ୍ଗରେ ଥିବା ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି । ବିଶ୍ଵାସ ସମ୍ବନ୍ଧରେ ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ନମସ୍କାର ଜଣାଅ ।

ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ ।



Translation Questions

Titus 3:1

ଶାସନକର୍ତ୍ତା ଏବଂ ଅଧିକାରୀମାନଙ୍କ ପ୍ରତି ବିଶ୍ଵାସୀମାନର ମନୋଭାବ କ’ଣ ହେବା ଉଚିତ?

ବିଶ୍ଵାସୀମାନେ ସେମାନଙ୍କର ବଶୀଭୂତ ଏବଂ ସେମାନଙ୍କର ଆଜ୍ଞା ପାଳନକାରୀ ହେବେ, ପୁଣି ସର୍ବଦା ଉତ୍ତମ କର୍ମ କରିବାକୁ ପ୍ରସ୍ତୁତ ରହିବା ଉଚିତ।

Titus 3:3

କିଏ ଅବିଶ୍ଵାସୀମାନଙ୍କୁ ଭ୍ରାନ୍ତ ଦିଗରେ ଏବଂ ସେମାନଙ୍କର କ୍ରୀତ ଦାସ କରେ?

ସେମାନଙ୍କର କାମନା ଓ ସୁଖାଭିଳାଷ ସେମାନଙ୍କୁ ଭ୍ରାନ୍ତ ଦିଗରେ ନେଲା ଏବଂ ସେମାନଙ୍କୁ କ୍ରୀତ ଦାସ କରେ।

Titus 3:4

କେଉଁ ମାଧ୍ୟମରେ ପରମେଶ୍ଵର ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି ?

ସେ ଆମ୍ଭମାନଙ୍କୁ ପୁନର୍ଜନ୍ମରେ ଧୌତ ଏବଂ ପବିତ୍ରଆତ୍ମାଙ୍କ ନୂତନୀକରଣ ଦ୍ଵାରା ଉଦ୍ଧାର କରନ୍ତି [୩:୫] ।

ଆମ୍ଭେମାନେ ଆମ୍ଭମାନଙ୍କର କାର୍ଯ୍ୟ ଦ୍ଵାରା ନା ପରମଶ୍ଵରଙ୍କର ଅନୁଗ୍ରହ ଦ୍ଵାରା ଉଦ୍ଧାର ପାଇଅଛୁ ?

ଆମ୍ଭେମାନେ କେବଳ ପରମେଶ୍ଵରଙ୍କ ଦୟା ଦ୍ଵାରା ଉଦ୍ଧାର ପାଇଅଛୁ [୩:୫] ।

Titus 3:5

ଈଶ୍ଵର କେଉଁ ଉତ୍ସଗୁଡ଼ିକ ମାଧ୍ୟମରେ ଆମ୍ଭମାନଙ୍କୁ ଉଦ୍ଧାର କଲେ?

ସେ ଆମ୍ଭମାନଙ୍କୁ ନୂତନ ଜନ୍ମରେ ଧୌତ ଏବଂ ପବିତ୍ର ଆତ୍ମାଙ୍କ ଦ୍ୱାରା ନୂତନ କରି ଉଦ୍ଧାର କଲେ।

ଆମ୍ଭେମାନେ କରିଥିବା ଉତ୍ତମ କର୍ମ ସକାଶୁ ନା, ଈଶ୍ଵରଙ୍କ ଦୟା ସକାଶୁ ଆମ୍ଭେମାନେ ଉଦ୍ଧାର ପାଇଅଛୁ?

ଆମ୍ଭେମାନେ କେବଳ ଈଶ୍ଵରଙ୍କ ଦୟ ସକାଶୁ ଉଦ୍ଧାର ପାଇଅଛୁ।

Titus 3:6

ସେ ଆମ୍ଭମାନଙ୍କୁ ଧାର୍ମିକ ବୋଲି ସାବ୍ୟସ୍ତ କଲା ପରେ, ପରମେଶ୍ଵର ଆମ୍ଭକୁ କ'ଣ କରିଥା'ନ୍ତି ?

ପରମେଶ୍ଵର ଆମ୍ଭମାନଙ୍କୁ ତାଙ୍କର ଉତ୍ତରାଧିକାରୀ କରନ୍ତି [୩:୭] ।

Titus 3:7

ଆମ୍ଭମାନଙ୍କୁ ଧାର୍ମିକ ଗଣିତ କଲା ପରେ, ଈଶ୍ଵର ଆମ୍ଭମାନଙ୍କୁ କଣ ହେବାକୁ ଦିଅନ୍ତି?

ଈଶ୍ଵର ଆମ୍ଭମାନଙ୍କୁ ତାହାଙ୍କର ଉତ୍ତରାଧ‌ିକାରୀ କରନ୍ତି।

Titus 3:8

ବିଶ୍ଵାସିମାନେ କେଉଁ ବିଷୟ ଗୁରୁତ୍ତ୍ୱ ଦେବାର ଆବଶ୍ୟକ?

ବିଶ୍ଵାସିମାନେ ଉତ୍ତମ କର୍ମ ଗୁଡ଼ିକ କରିବାରେ ଗୁରୁତ୍ତ୍ୱ ଦେବା ଆବଶ୍ୟକ।

Titus 3:9

ବିଶ୍ଵାସିମାନେ କେଉଁ ବିଷୟରୂ ଦୂରେଇ ରହିବା ଆବଶ୍ୟକ?

ବିଶ୍ଵାସିମାନେ ଅର୍ଥହୀନ ଯୁକ୍ତିତର୍କରୁ, ବଂଶାବଳୀର ଯୁକ୍ତିତର୍କରୁ, ବାଦବିବାଦରୁ ଏବଂ ଧାର୍ମିକ ନିୟମର ବିବାଦଠାରୁ ଦୂରେଇ ରୁହ ଉଚିତ।

Titus 3:10

ଆମ୍ଭେମାନେ ଥରେ କିମ୍ବା ଦୁଇ ଥର ସତର୍କ ବାଣୀ ଦେବାପରେ କାହାକୁ ଅଗ୍ରାହ୍ୟ କରିବା ଉଚିତ?

ଜଣେ ଦଳଭେଦ କରୁଥିବା ବ୍ୟକ୍ତିକୁ ଆମ୍ଭେମାନେ ଥରେ କିମ୍ବା ଦୁଇ ଥର ସତର୍କ ବାଣୀ ଦେବାପରେ ଅଗ୍ରାହ୍ୟ କରିବା ଉଚିତ।

Titus 3:14

ଫଳପ୍ରଦ ହେବେ ନିମନ୍ତେ ବିଶ୍ଵାସୀମାନେ ଆପଣା ଆପଣାକୁ କେଉଁ କାର୍ଯ୍ୟରେ ସମ୍ପୃକ୍ତ କରିବା ଉଚିତ?

ବିଶ୍ଵାସୀମାନେ ପ୍ରୟୋଜନୀୟ ଉପକାର ନିମନ୍ତେ ଉତ୍ତମ କାର୍ଯ୍ୟ କରିବାରେ ଆପଣା ଆପଣାକୁ ବ୍ୟସ୍ତ ରଖିବା ଶିଖନ୍ତୁ।


Book: Philemon

Philemon

Chapter 1

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଆଉ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନ, 2 ପୁଣି, ଭଗ୍ନୀ ଆପ୍ପିୟା ଏବଂ ଆମ୍ଭମାନଙ୍କ ସହ- ସୈନିକ ଆର୍ଖିପ୍ପ ଓ ତୁମ୍ଭ ଗୃହସ୍ଥିତ ମଣ୍ଡଳୀ ନିକଟକୁ ପତ୍ର ଲେଖୁଅଛୁ; 3 ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।

4 ପ୍ରଭୁ ଯୀଶୁ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ଓ ବିଶ୍ୱାସ ବିଷୟ ଶୁଣି 5 ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି, 6 ଯେପରି ତୁମ୍ଭ ବିଶ୍ୱାସର ସହଭାଗିତା, ଆମ୍ଭମାନଙ୍କୁ ଦତ୍ତ ସମସ୍ତ ଉତ୍ତମ ବିଷୟ ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ଖ୍ରୀଷ୍ଟଙ୍କ ପକ୍ଷରେ କାର୍ଯ୍ୟସାଧକ ହୁଏ । 7 କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି ।

8 ଅତଏବ ଯାହା ଉପଯୁକ୍ତ, ସେ ସମ୍ବନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି, 9 ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ, 10 ମୋହର ଏପରି ବନ୍ଧନ ଅବସ୍ଥାରେ ମୋହର ବତ୍ସ ଅନୀସିମ ନିମନ୍ତେ ତୁମ୍ଭକୁ ଅନୁରୋଧ କରୁଅଛି: 11 ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମଣ୍ୟ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇଅଛି, 12 ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି । 13 ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା, 14 କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ, ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବାଧ୍ୟ ବାଧକତାରେ କଲାପରି ନ ହୋଇ ସ୍ୱଚ୍ଛନ୍ଦ ମନରେ ହେବ । 15 କାରଣ ହୋଇ ପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍‍, ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଅନନ୍ତକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା; 16 ବିଶେଷରେ ସେ ମୋହର ଜଣେ ପ୍ରିୟ ଭାଇ, ଅତଏବ, ପ୍ରଭୁଙ୍କଠାରେ ଓ ଶାରୀରିକ ଭାବରେ ସେ ତୁମ୍ଭ ଓ ମୋ ପ୍ରତି କେତେ ଅଧିକ ପ୍ରିୟ ନ ହେବ । 17 ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲାପରି ତାହାକୁ ଗ୍ରହଣ କର । 18 ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋ' ହିସାବରେ ଲେଖିରଖ; 19 ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି । ତୁମ୍ଭେ ନିଜେ ଯେ ମୋ' ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ । 20 ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ । 21 ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତା'ଠାରୁ ଅଧିକ ମଧ୍ୟ କରିବ । 22 ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି ।

23-24 ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା ଏବଂ ମୋହର ସହକର୍ମୀମାନେ ଯେ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି । 25 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ । ଆମେନ୍ |



Translation Questions

Philemon 1:1

ଏହି ପତ୍ର ଲେଖିବା ସମୟରେ ପାଉଲ କେଉଁଠି ଥିଲେ ?

ଏହି ପତ୍ର ଲେଖିବା ସମୟରେ ପାଉଲ କାରାଗାରରେ ଥିଲେ [୧:୧,୯,୧୩] ।

କାହାକୁ ଏହି ପତ୍ର ଲେଖାଯାଇଅଛି ?

ଏହି ପତ୍ରଟି ପାଉଲଙ୍କ ପ୍ରିୟ ଭାଇ ଏବଂ ସହକର୍ମୀ ଫିଲୀମୋନଙ୍କୁ ଲେଖାଯାଇଅଛି [୧:୧] ।

ମଣ୍ଡଳୀ ସଭା କେଉଁଠାରେ ରହିଅଛି ?

ମଣ୍ଡଳୀ ସଭା ଗୃହରେ ରହିଅଛି [୧:୨] ।

Philemon 1:4

ପାଉଲ ଫିଲୀମୋନଙ୍କ କେଉଁ ଭଲ ଗୁଣ ବିଷୟରେ ଶୁଣିଥିଲେ ?

ପାଉଲ ଫିଲୀମୋନଙ୍କ ପ୍ରେମ, ପ୍ରଭୁଙ୍କ ଠାରେ ବିଶ୍ଵାସ ଏବଂ ସମସ୍ତ ସାଧୁ ମାନଙ୍କ ପ୍ରତି ବିଶ୍ଵସ୍ତତା ବିଷୟରେ ଶୁଣିଥିଲେ [୧:୫] ।

ପାଉଲଙ୍କ ଅନୁସାରେ, ଫିଲୀମୋନ ସାଧୁମାନଙ୍କ ପ୍ରତି କ'ଣ କରିଛନ୍ତି ?

ଫିଲୀମୋନ ସମସ୍ତ ସାଧୁମାନଙ୍କ ହୃଦୟକୁ ପ୍ରଫୁଲ୍ଲିତ କରିଛନ୍ତି [୧:୭]

Philemon 1:8

ପାଉଲ ଫିଲୀମୋନଙ୍କୁ ଆଜ୍ଞା ଦେବା ପରିବର୍ତ୍ତେ କାହିଁକି ପଚାରୁଛନ୍ତି ?

ପାଉଲ ପ୍ରେମ ସକାଶେ ଫିଲୀମୋନଙ୍କୁ ପଚାରୁଛନ୍ତି [୧:୯]

Philemon 1:10

କେବେ ଅନୀସିମ ପାଉଲଙ୍କ ଦ୍ଵାରା ପୈତୃକତା ପାଇଥିଲେ ?

ଅନୀସିମ ପାଉଲଙ୍କ ଦ୍ଵାରା ପୈତୃକତା ପାଇଥିଲେ ଯେତେବେଳେ ପାଉଲ କାରାଗାରରେ ଥିଲେ [୧:୧୦] ।

ପାଉଲ ଅନୀସିମଙ୍କ ସହିତ କ'ଣ କଲେ ?

ପାଉଲ ଅନୀସିମଙ୍କୁ ଫିଲୀମୋନଙ୍କ ନିକଟକୁ ପଠାଇଲେ [୧:୧୨] ।

ଅନୀସିମ କ'ଣ କରିବାକୁ ପାଉଲ ଇଚ୍ଛା କରୁଥିଲେ ?

ଅନୀସିମ ତାହାଙ୍କୁ ସାହାଯ୍ୟ କରିବାକୁ ସକ୍ଷମ ଅଟନ୍ତି ବୋଲି ପାଉଲ ଇଛା କରୁଥିଲେ [୧:୧୩ ]।

Philemon 1:14

ଫିଲୀମୋନ ଅନୀସିମଙ୍କ ସହିତ କ'ଣ କରିବାକୁ ପାଉଲ ଇଛା କରନ୍ତି ?

ଫିଲୀମୋନ ଅନୀସିମଙ୍କୁ ଦାସତ୍ଵରୁ ମିକ୍ତ କରିବାକୁ ଏବଂ ପୁଣି ଅନୀସିମ ପାଉଲଙ୍କ ନିକଟକୁ ଫେରିବାକୁ ସହମତ ହୁଅନ୍ତୁ ବୋଲି ପାଉଲ ଇଛା କରନ୍ତି [୧:୧୪-୧୬]

ବର୍ତ୍ତମାନ ଫିଲୀମୋନ କିପରି ଅନୀସିମଙ୍କୁ ସ୍ଵିକାର କରନ୍ତୁ ବୋଲି ପାଉଲ ଇଛା କରନ୍ତି ?

ଫିଲୀମୋନ ବର୍ତ୍ତମାନ ଅନୀସିମଙ୍କୁ ନିଜ ପ୍ରିୟ ଭାଇ ଭାବରେ ସ୍ଵିକାର କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି [୧:୧୬] ।

Philemon 1:21

ଫିଲୀମୋନ କ'ଣ ଅନୀସିମଙ୍କୁ ତାଙ୍କ ନିକଟକୁ ପଠାନ୍ତୁ ବୋଲି ପାଉଲ ଇଛା କରୁଛନ୍ତି କି ?

ହଁ, ପାଉଲ ବିଶ୍ଵାସ କରନ୍ତି ଯେ ଫିଲୀମୋନ ଅନୀସିମଙ୍କୁ ପୁନର୍ବାର ପଠାଇବେ [୧:୨୧] ।

ପାଉଲ କେଉଁଠାକୁ ଆସିବେ ଯଦି ସେ କାରାଗାରରୁ ମୁକ୍ତ ହୁଅନ୍ତି ?

ଯଦି ପାଉଲ କାରାଗାରରୁ ମୁକ୍ତ ହୁଅନ୍ତି, ତେବେ ଫିଲୀମୋନଙ୍କ ନିକଟକୁ ଆସିବେ [୧:୨୨] ।


Book: Hebrews

Hebrews

Chapter 1

1 ଈଶ୍ୱର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି 2 ଏହି ଶେଷକାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ; 3 ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରିଅଛନ୍ତି, 4 ସେ ଯେଉଁ ପରିମାଣରେ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି । 5 କାରଣ ଈଶ୍ୱର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, "ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ ?''ପୁନଶ୍ଚ, "ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ ?'' 6 ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, ଈଶ୍ୱରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ । 7 ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, "ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି;'' 8 ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, "ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ ।'' 9 "ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ୱର, ତୁମ୍ଭର ଈଶ୍ୱର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି ।'' 10 ଆହୁରି, "ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି, ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ'' 11 "ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ; ଆଉ ସେହି ସବୁ ବସ୍ତ୍ର ପରି କ୍ଷୟ ପାଇଯିବ,'' 12 "ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହି ସବୁ ଗୁଡ଼ାଇବ, ଆଉ ସେହି ସବୁ ପରିବର୍ତ୍ତିତ ହେବ । କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ ।'' 13 ଆଉ "ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ,'' ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି ? 14 ଏମାନେ ସମସ୍ତେ କ'ଣ ସେବାକାରୀ ଆତ୍ମା ନୁହଁନ୍ତି, ପୁଣି, ପରିତ୍ରାଣର ଭାବି ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାଁନ୍ତି ?



Translation Questions

Hebrews 1:1

ଈଶ୍ଵର ପୂର୍ବ ସମୟରେ କିପରି କଥା କହିଥିଲେ ?

ଈଶ୍ଵର ପୂର୍ବ କାଳରେ ବିଭିନ୍ନ ସମୟରେ ବିଭିନ୍ନ ଭାବବାଦୀମାନଙ୍କ ଦ୍ଵାରା କଥା କହିଥିଲେ [୧:୧] ।

ବର୍ତ୍ତମାନ କାଳରେ ଈଶ୍ଵର କିପରି କଥା ହୋଇଛନ୍ତି ?

ଈଶ୍ଵର ବର୍ତ୍ତମାନ ସମୟରେ ତାଙ୍କ ପୁତ୍ରଙ୍କ ଦ୍ଵାରା କଥା ହୋଇଛନ୍ତି [୧:୨] ।

କାହା ଦ୍ଵାରା ବିଶ୍ଵର ସମସ୍ତ ସୃଷ୍ଟି ହୋଇଥିଲା ?

ବିଶ୍ଵର ସମସ୍ତ ଈଶ୍ଵରଙ୍କ ଦ୍ଵାରା ସୃଷ୍ଟି ହେଲା [୧:୨] ।

କିପରି ସମସ୍ତ ବିଷୟ ଧାରଣା କରାଗଲା ?

ସମସ୍ତ ବିଷୟ ଈଶ୍ଵରଙ୍କ ପୁତ୍ରର ଶକ୍ତିଯୁକ୍ତ ବାକ୍ୟ ଦ୍ଵାରା ଧାରଣା କରାଗଲା [୧:୩] ।

ପୁତ୍ର କିପରି ଈଶ୍ଵରଙ୍କ ମହିମା ଏବଂ ବୈଶିଷ୍ଟ୍ୟ ପ୍ରକାଶ କଲେ ?

ପୁତ୍ର ଈଶ୍ଵରଙ୍କ ମହିମାର ପ୍ରଭା ଏବଂ ଈଶ୍ଵରଙ୍କର ବୈଶିଷ୍ଟ୍ୟର ଗୁଣକୁ ପ୍ରକାଶ କଲେ [୧:୩] ।

Hebrews 1:4

କିପରି ଈଶ୍ଵରଙ୍କ ପୁତ୍ର ସ୍ଵର୍ଗଦୂତଙ୍କ ସହିତ ତୁଳନା କରାଯାଏ ?

ଈଶ୍ଵରଙ୍କ ପୁତ୍ର ସ୍ଵର୍ଗଦୂତମାନଙ୍କଠାରୁ ଶ୍ରେଷ୍ଠ ଅଟନ୍ତି [୧:୪] ।

Hebrews 1:6

ଯେଉଁ ସମୟରେ ପୁତ୍ରଙ୍କୁ ଜଗତରେ ଅଣାଗଲା, ଈଶ୍ଵର ସ୍ଵର୍ଗଦୂତମାନଙ୍କୁ କ'ଣ କରିବାକୁ ଆଜ୍ଞା ଦେଲେ ?

ଈଶ୍ଵର ସ୍ଵର୍ଗଦୂତମାନଙ୍କୁ ପୁତ୍ରଙ୍କୁ ଉପାସନା କରିବା ପାଇଁ ଆଜ୍ଞା ଦେଲେ ଯେତେବେଳେ ପୁତ୍ରଙ୍କୁ ଏହି ଜଗତକୁ ଅଣାଗଲା [୧:୬] ।

Hebrews 1:8

କେତେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁତ୍ର ରାଜା ଭାବରେ ଶାସନ କରିବେ ?

ପୁତ୍ର ରାଜା ଭାବରେ ଚିରକାଳ ପାଇଁ ଶାସନ କରିବେ [୧:୮] ।

ପୁତ୍ର କାହାକୁ ପ୍ରେମ କରନ୍ତି ଏବଂ ପୁତ୍ର କାହାକୁ ଘୃଣା କରନ୍ତି ?

ପୁତ୍ର ଧାର୍ମିକତାକୁ ପ୍ରେମ କରନ୍ତି ଏବଂ ବ୍ୟବସ୍ଥାହୀନକାରୀମାନଙ୍କୁ ଘୃଣା କରନ୍ତି [୧:୯] ।

Hebrews 1:10

ଶେଷ ସମୟରେ ପୃଥିବୀ ଏବଂ ଆକାଶମଣ୍ଡଳ କ'ଣ ହେବ ?

ପୃଥିବୀ ଏବଂ ଆକାଶମଣ୍ଡଳ ବସ୍ତ୍ର ପରି ପରିଧାନ କରିବେ ଏବଂ ବିନଷ୍ଟ ହେବ [୧:୧୦-୧୧] ।

Hebrews 1:13

କୌଣସି ବିଷୟ ନ ଘଟିବା ପୂର୍ବରୁ ଈଶ୍ଵର ପୁତ୍ରଙ୍କୁ କେଉଁଠି ବସିବା ପାଇଁ କହିଲେ ?

ଈଶ୍ଵର ଯେପର୍ଯ୍ୟନ୍ତ ପୁତ୍ରଙ୍କ ଶତ୍ରୁମାନଙ୍କୁ ପୁତ୍ରଙ୍କ ପାଦପୀଠରେ କରନ୍ତି ନାହିଁ, ସେ ପର୍ଯ୍ୟନ୍ତ ପୁତ୍ର ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିବାକୁ କହିଲେ [୧:୧୩] ।

ଦୂତମାନଙ୍କର ମର୍ତ୍ତ୍ୟ ଶରୀର ଅଛି କି ?

ନାହିଁ, ଦୂତମାନେ ଆତ୍ମା ଅଟନ୍ତି [୧:୭,୧୪] ।

ଦୂତମାନେ କାହାର ସେବା କରନ୍ତି ?

ଦୂତମାନେ ପରିତ୍ରାଣର ଅଧିକାରୀମାନଙ୍କର ସେବା କରନ୍ତି [୧:୧୪] ।


Chapter 2

1 ଅତଏବ, ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ୍, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ। 2 କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ଦଣ୍ଡ ପାଇଲା, 3 ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା ? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା; 4 ସେ ସମ୍ବନ୍ଧରେ ଈଶ୍ୱର ମଧ୍ୟ ଆପଣା ଇଚ୍ଛାନୁସାରେ ନାନା ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ବିବିଧ ଶକ୍ତିର କାର୍ଯ୍ୟ ଓ ପବିତ୍ର ଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ସାକ୍ଷ୍ୟ ଦେଇଅଛନ୍ତି।

5 କାରଣ ଯେଉଁ ଭାବି ଜଗତର କଥା ଆମ୍ଭେମାନେ କହୁଅଛୁ, ତାହା ସେ ଦୂତମାନଙ୍କ ଅଧୀନ କରି ନାହାଁନ୍ତି। 6 କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, "ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ ? ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ଯତ୍ନ ନେଇଥାଅ ? 7 ତୁମ୍ଭେ ଦୂତମାନଙ୍କଠାରୁ ତାହାକୁ ଅଳ୍ପ ନ୍ୟୂନ କରିଅଛ, ତୁମ୍ଭେ ତାହାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ, 8 ତୁମ୍ଭେ ତାହାର ଅଧୀନ କରି ସମସ୍ତ ବିଷୟ ପଦ ତଳେ ରଖିଅଛ ।'' ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ବଶୀଭୂତ ନ କରି ଛାଡ଼ି ନାହାଁନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁ ନାହୁଁ ସତ, 9 କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍‍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ୱରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି। 10 କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତାଙ୍କୁ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ତାହାଙ୍କର ଉପଯୁକ୍ତ ଥିଲା । 11 ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ; ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହଁନ୍ତି, 12 ଯେପରି ସେ କହନ୍ତି, "ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସମାଜ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,'' 13 ପୁନଶ୍ଚ କହନ୍ତି, ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି। ପୁନର୍ବାର, ଏହି ଦେଖ, ମୁଁ ଓ ଈଶ୍ୱରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ । 14 ଅତଏବ, ସନ୍ତାନମାନେ ରକ୍ତମାଂସର ସହଭାଗୀ ହୋଇଥିବାରୁ ଖ୍ରୀଷ୍ଟ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍‍, ଶୟତାନକୁ ବିନାଶ କରି ପାରନ୍ତି; 15 ପୁଣି, ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ୱର ବନ୍ଧନରେ ଥିଲେ, ସେମାନଙ୍କୁ ସେ ଉଦ୍ଧାର କରନ୍ତି । 16 କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ଯତ୍ନ ନ ନେଇ ଅବ୍ରହାମଙ୍କ ସନ୍ତାନମାନଙ୍କ ଯତ୍ନ ନିଅନ୍ତି । 17 ଅତଏବ, ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି । 18 କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ।



Translation Questions

Hebrews 2:1

କାହିଁକି ବିଶ୍ଵାସୀମାନେ ଶୁଣିଥିବା ବିଷୟ ପ୍ରତି ମନଯୋଗୀ ହୁଅନ୍ତି ?

ବିଶ୍ଵାସୀମାନେ ଶୁଣିଥିବା ବିଷୟ ପ୍ରତି ଅଧିକ ମନଯୋଗୀ ହେବା ଉଚିତ୍ ଯେପରି ସେମାନେ ଲକ୍ଷ୍ୟଭ୍ରଷ୍ଟ ନ ହେବେ [୨:୧] ।

Hebrews 2:2

ସମସ୍ତ ଆଜ୍ଞାଲଂଘନ ଏବଂ ଅବାଧ୍ୟତା କ'ଣ ପାଆନ୍ତି ?

ପ୍ରତ୍ୟେକ ଆଜ୍ଞାଲଂଘନ ଏବଂ ଅବାଧ୍ୟତା ଦଣ୍ଡ ପାଏ [୨:୨] ।

ଈଶ୍ଵର କିପରି ପ୍ରଭୁଙ୍କ ଦ୍ଵାରା ପ୍ରଚାରିତ ହୋଇଥିବା ପରିତ୍ରାଣର ବାର୍ତ୍ତାକୁ ସାକ୍ଷ୍ୟ ଦେଲେ ?

ଈଶ୍ଵର ନାନା ଚିହ୍ନ ଏବଂ ଅଦ୍ଭୁତ କର୍ମ, ଶକ୍ତିଯୁକ୍ତ କାର୍ଯ୍ୟଗୁଡିକ ଏବଂ ପବିତ୍ର ଆତ୍ମାର ଦାନଗୁଡିକ ଦ୍ଵାରା ସାକ୍ଷ୍ୟ ଦେଲେ [୨:୪] ।

Hebrews 2:5

କେଉଁମାନେ ନୂତନ ପୃଥିବୀକୁ ଶାସନ କରିବେ ନାହିଁ ?

ଦୂତମାନେ ନୂତନ ପୃଥିବୀକୁ ଶାସନ କରିବେ ନାହିଁ [୨:୫] ।

Hebrews 2:7

ନୂତନ ପୃଥିବୀକୁ କିଏ ଶାସନ କରିବ ?

ମଣିଷ ନୂତନ ପୃଥିବୀକୁ ଶାସନ କରିବ [୨:୬,୮] ।

Hebrews 2:9

ଯୀଶୁ ଖ୍ରୀଷ୍ଟ କାହା ନିମନ୍ତେ ମୃତ୍ୟୁୁ ଆସ୍ଵାଦାନ କଲେ ?

ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକ ମନୁଷ୍ୟମାନଙ୍କ ନିମନ୍ତେ ମୃତ୍ୟୁୁ ଆସ୍ଵାଦନ କଲେ [୨:୯] ।

ଈଶ୍ଵର କାହାକୁ ଗୌରବରେ ଆଣିବା ପାଇଁ ଯୋଜନା କଲେ ?

ଈଶ୍ଵର ଅନେକ ସନ୍ତାନମାନଙ୍କୁ ଗୌରବରେ ଆଣିବା ପାଇଁ ଯୋଜନା କଲେ [୨:୧୦] ।

Hebrews 2:11

କେଉଁ ଉଭୟେ ଏକ ଉତ୍ସ,ଈଶ୍ଵରଙ୍କଠାରୁ ଆସିଛନ୍ତି ?

ଉଭୟେ ଯିଏ ପବିତ୍ର କରନ୍ତି ଏବଂ ଯିଏ ପବିତ୍ରୀକୃତ ହୁଅନ୍ତି, ଏକ ଉତ୍ସ ଈଶ୍ଵରଙ୍କଠାରୁ ଆସିଛନ୍ତି [୨:୧୧] ।

Hebrews 2:13

କାହାକୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁୁ ଦ୍ଵାରା ବିନାଶ କରାଗଲା ?

ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁୁ ଦ୍ଵାରା ଶୟତାନର ବିନାଶ କରାଗଲା [୨:୧୪] ।

ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁୁ ଦ୍ଵାରା ଲୋକମାନେ କେଉଁ ଦାସତ୍ଵ ବନ୍ଧନରୁ ମୁକ୍ତ ହେଲେ ?

ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁୁ ଦ୍ଵାରା ଲୋକମାନେ ମୃତ୍ୟୁୁର ଭୟର ଦାସତ୍ଵରୁ ମୁକ୍ତ ହେଲେ [୨:୧୫] ।

Hebrews 2:16

କାହିଁକି ଯୀଶୁ ଖ୍ରୀଷ୍ଟ ସର୍ବଦା ଆପଣା ଭ୍ରାତାମାନଙ୍କ ସଦୃଶ ହେବା ଉଚିତ୍ ଥିଲା ?

ଯୀଶୁ ଖ୍ରୀଷ୍ଟ ଭ୍ରାତାମାନଙ୍କ ସଦୃଶ ହେବା ଉଚିତ୍ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ କରିବା ନିମନ୍ତେ ଏବଂ ଈଶ୍ଵରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଏବଂ ବିଶ୍ଵସ୍ତ ମହାଯାଜକ ହେବେ [୨:୧୭] ।

କାହିଁକି ଯୀଶୁ ପରୀକ୍ଷିତ ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ?

ଯୀଶୁ ପରୀକ୍ଷିତ ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି କାରଣ ସେ ମଧ୍ୟ ନିଜେ ପରୀକ୍ଷିତ ହେଲେ [୨:୧୮] ।


Chapter 3

1 ଅତଏବ, ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ବିବେଚନା କର; 2 ମୋଶା ଯେପରି ଈଶ୍ୱରଙ୍କ ଗୃହ ମଧ୍ୟରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ । 3 ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି । 4 ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ୱର । 5 ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ୱରୂପେ ପ୍ରକୃତରେ ବିଶ୍ୱସ୍ତ ଥିଲେ । 6 କିନ୍ତୁ ଖ୍ରୀଷ୍ଟ ତାହାଙ୍କ ଗୃହ ଉପରେ ପୁତ୍ର ସ୍ୱରୂପେ ବିଶ୍ୱସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି, ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ୱରୂପ ।

7 ଅତଏବ ପବିତ୍ର ଆତ୍ମା ଯେପରି କହନ୍ତି, "ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ'' 8 ପ୍ରାନ୍ତରରେ ପରୀକ୍ଷା ଦିନରେ ଓ ବିରକ୍ତି ଜନ୍ମାଇବା ସ୍ଥାନରେ ଯେପରି ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କରନ୍ତି 9 ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ । 10 ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାଁନ୍ତି । 11 ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । 12 ହେ ଭାଇମାନେ, ସାବଧାନ,ଯେପରି ଜୀବନ୍ତ ଈଶ୍ୱରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ । 13 କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥି ନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ; 14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ । 15 ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର । 16 ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କ'ଣ ନୁହଁନ୍ତି ? 17 ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କ'ଣ ସେମାନଙ୍କ ଉପରେ ନୁହେଁ ? 18 ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ ? 19 ଆମ୍ଭେମାନେ ଦେଖୁ ଯେ, ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରି ପାରିଲେ ନାହିଁ ।



Translation Questions

Hebrews 3:1

ଏବ୍ରୀ ପୁସ୍ତକର ଲେଖକ ଯୀଶୁଙ୍କୁ କେଉଁ ଦୁଇ ଶୀର୍ଷକ ଭାବରେ ଦର୍ଶାନ୍ତି ?

ଲେଖକ ଯୀଶୁଙ୍କୁ ପ୍ରେରିତ ଏବଂ ମହାଯାଜକର ଶୀର୍ଷକ ଭାବରେ ଦର୍ଶାନ୍ତି [୩:୧] ।

କାହିଁକି ଯୀଶୁ ଖ୍ରୀଷ୍ଟ ମୋଶାଙ୍କ ଅପେକ୍ଷା ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି ?

ଯୀଶୁ ଖ୍ରୀଷ୍ଟ ମୋଶାଙ୍କ ଅପେକ୍ଷା ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହେଲେ, କାରଣ ମୋଶା ଯେତେବେଳେ ଈଶ୍ଵରଙ୍କ ଗୃହ ମଧ୍ୟରେ ବିଶ୍ଵସ୍ତ ଥିଲେ, ଯୀଶୁ ଜଣେ ଯିଏ ଗୃହକୁ ନିର୍ମାଣ କଲେ [୩:୨-୩] ।

Hebrews 3:5

ଈଶ୍ଵରଙ୍କ ଗୃହରେ ମୋଶାଙ୍କର କେଉଁ ଭୂମିକା ଥିଲା ?

ମୋଶା ଈଶ୍ଵରଙ୍କ ଗୃହରେ ଜଣେ ସେବକ ଥିଲେ [୩:୫] ।

କେଉଁ ବିଷୟରେ ମୋଶା ସାକ୍ଷ୍ୟ ଦେଲେ ?

ମୋଶା ସେହି ବିଷୟଗୁଡିକର ସାକ୍ଷ୍ୟ ଦେଲେ ଯାହା ଭବିଷ୍ୟତରେ କୁହାଯିବାର ଆବଶ୍ୟକ ଥିଲା [୩:୫] ।

ଈଶ୍ଵରଙ୍କ ଗୃହରେ ଯୀଶୁଙ୍କର କେଉଁ ଭୂମିକା ଥିଲା ?

ଈଶ୍ଵରଙ୍କ ଗୃହରେ ଯୀଶୁ ପୁତ୍ରାଧିକାର ରୂପେ ଥିଲେ [୩:୬] ।

କେଉଁମାନେ ଈଶ୍ଵରଙ୍କ ଗୃହ ଅଟନ୍ତି ?

ଯଦି ବିଶ୍ଵାସୀମାନେ ସାହସ ପୁଣି ଭରସା ଦୃଢ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖନ୍ତି, ତାହାହେଲେ ସେମାନେ ଈଶ୍ଵରଙ୍କ ଗୃହ ଅଟନ୍ତି [୩:୬] ।

Hebrews 3:7

ଇସ୍ରାଏଲୀୟମାନେ ପ୍ରାନ୍ତରରେ କ'ଣ କଲେ ଯେତେବେଳେ ସେମାନେ ଈଶ୍ଵରଙ୍କ ସ୍ଵର ଶୁଣିଲେ ?

ଇସ୍ରାଏଲୀୟମାନେ ଆପଣା ହୃଦୟକୁ କଠିନ କଲେ [୩:୭-୮] ।

Hebrews 3:9

ଇସ୍ରାଏଲୀୟମାନଙ୍କ ହୃଦୟର ଭ୍ରାନ୍ତ ହେବା ସମ୍ବନ୍ଧରେ ଈଶ୍ଵର କ'ଣ ଶପଥ କଲେ ?

ଈଶ୍ଵର ଶପଥ କଲେ ଯେ ସେମାନେ ତାଙ୍କ ବିଶ୍ରାମରେ ପ୍ରବେଶ କରିପାରିବେ ନାହିଁ [୩:୧୦-୧୧] ।

Hebrews 3:12

ଭାଇମାନଙ୍କୁ କେଉଁ ବିଷୟରେ ସାବଧାନ ରହିବାକୁ କୁହାଯାଇଥିଲା ?

ଭାଇମାନେ ଜୀବନ୍ତ ଈଶ୍ଵରଙ୍କୁ ଅବିଶ୍ଵାସ କରିବା ଦ୍ଵାରା ଯେପରି ବିମୁଖ ନ ହେବା ପାଇଁ ସାବଧାନ ରହିବା ପାଇଁ କୁହାଯାଇଥିଲା [୩:୧୨] ।

ପାପର ପ୍ରବଞ୍ଚନା ଦ୍ଵାରା କେହି କଠିନ ମନ ନ କରିବା ପାଇଁ ଭାଇମାନେ କ'ଣ କରିବା ଉଚିତ୍ ?

ଭାଇମାନେ ପ୍ରତିଦିନ ପରସ୍ପରକୁ ଉତ୍ସାହ କରିବା ଉଚିତ୍ [୩:୧୩] ।

Hebrews 3:14

ଖ୍ରୀଷ୍ଟଙ୍କ ସହଭାଗୀ ହୋଇଥିବା ସମୟରେ ଭାଇମାନେ କ'ଣ କରିବା ଉଚିତ୍ ?

ଖ୍ରୀଷ୍ଟଙ୍କର ସହଭାଗୀ ଥିବା ସମୟରେ ବିଶ୍ଵାସୀମାନେ ସେମାନଙ୍କ ବିଶ୍ଵାସକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୃଢରୂପେ ଧରିରଖିବା ଆବଶ୍ୟକ [୩:୧୪] ।

Hebrews 3:16

କାହା ସହିତ ଈଶ୍ଵର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିରକ୍ତ ଥିଲେ ?

ପ୍ରାନ୍ତରରେ ଯେଉଁମାନେ ପାପ କରୁଥିଲେ, ସେମାନଙ୍କ ଉପରେ ଈଶ୍ଵର ବିରକ୍ତ ହୋଇଥିଲେ [୩:୧୭] ।

ସେମାନଙ୍କୁ କ'ଣ ହୋଇଥିଲା ଯାହା ସହିତ ଈଶ୍ଵର ବିରକ୍ତ ଥିଲେ ?

ସେମାନଙ୍କ ମୃତ ଶରୀର ମରୁପ୍ରାନ୍ତରରେ ପଡିଥିଲା [୩:୧୭] ।

କାହିଁକି ଅବାଧ୍ୟ ଇସ୍ରାଏଲୀୟମାନେ ଈଶ୍ଵରଙ୍କ ବିଶ୍ରାମ ଦିନରେ ପ୍ରବେଶ କରିପାରିଲେ ନାହିଁ ?

ସେମାନଙ୍କ ଅବିଶ୍ଵାସ ଯୋଗୁଁ ଈଶ୍ଵରଙ୍କ ବିଶ୍ରାମ ଦିନରେ ପ୍ରବେଶ କରିପାରିଲେ ନାହିଁ [୩:୧୯] ।


Chapter 4

1 ଅତଏବ ଆସ, ଆମ୍ଭେମାନେ ସାବଧାନ ହେଉ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ । 2 କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶୁଣିଥିବା ବାକ୍ୟ ନିଜସ୍ୱ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ । 3 ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା; 4 କାରଣ ସପ୍ତମ ଦିନ ସମ୍ବନ୍ଧରେ ସେ କୌଣସି ଏକ ସ୍ଥାନରେ ଏହି ପ୍ରକାରେ କହିଅଛନ୍ତି, ଈଶ୍ୱର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ; 5 ଆଉ ଏହି ସ୍ଥାନରେ ସେ ପୁନଶ୍ଚ କହିଅଛନ୍ତି, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । 6 ଅତଏବ, କେତେକଙ୍କର ସେଥିରେ ପ୍ରବେଶ କରିବାର ବାକି ଥିବାରୁ, ପୁଣି, ଯେଉଁମାନଙ୍କ ନିକଟରେ ସୁସମାଚାର ପୂର୍ବରେ ପ୍ରଚାରିତ ହୋଇଥିଲା, ସେମାନେ ଅବାଧ୍ୟତା ହେତୁ ପ୍ରବେଶ ନ କରିବାରୁ ସେ ପୁନର୍ବାର 7 ଆଉ ଗୋଟିଏ ଦିନ, ଅର୍ଥାତ୍‍, ଆଜି ଦିନ ନିରୂପଣ କରି ଏତେକାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର । 8 କାରଣ ଯଦି ଯିହୋଶୂୟ ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ସେ ପରେ ଅନ୍ୟ ଦିନର କଥା କହି ନ ଥାଆନ୍ତେ । 9 ଅତଏବ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି । 10 ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ୱର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି । 11 ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ । 12 କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ଼୍ଗଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ । 13 ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ ।

14 ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ । 15 କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାଁନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ । 16 ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ ।



Translation Questions

Hebrews 4:1

କେଉଁ ସମ୍ବାଦ ବିଶ୍ଵାସୀମାନେ ଏବଂ ଇସ୍ରାଏଲୀୟମାନେ ଶୁଣିଲେ ?

ଈଶ୍ଵରଙ୍କ ବିଶ୍ରାମର ସମ୍ବାଦ ବିଷୟରେ ବିଶ୍ଵାସୀମାନେ ଏବଂ ଇସ୍ରାଏଲୀୟମାନେ ଶୁଣିଲେ [୪:୨] ।

କାହିଁକି ସୁସମ୍ବାଦ ଇସ୍ରାଏଲୀୟମାନଙ୍କ ନିମନ୍ତେ ଲାଭଜନକ ହେଲା ନାହିଁ ?

ସୁସମ୍ବାଦ ଇସ୍ରାଏଲୀୟମାନଙ୍କ ନିମନ୍ତେ ଲାଭଜନକ ହେଲା ନାହିଁ କାରଣ ଶ୍ରୁତିବାକ୍ୟ ପ୍ରତି ବିଶ୍ଵାସ କଲେ ନାହିଁ [୪:୨] ।

Hebrews 4:3

କେଉଁମାନେ ଈଶ୍ଵରଙ୍କ ବିଶ୍ରାମ ଦିନରେ ପ୍ରବେଶ କଲେ ?

ଯେଉଁମାନେ ସୁସମ୍ବାଦକୁ ଶୁଣିଲେ ଏବଂ ବିଶ୍ଵାସ କଲେ ସେମାନେ ପ୍ରବେଶ ହେଲେ [୪:୨-୩] ।

କେଉଁଦିନରେ ପରମେଶ୍ଵର ଆପଣା କାର୍ଯ୍ୟକୁ ସମାପ୍ତ କରି ବିଶ୍ରାମ ନେଲେ ?

ଈଶ୍ଵର ଜଗତର ପ୍ରାରମ୍ଭରୁ ଆପଣା କାର୍ଯ୍ୟକୁ ସମାପ୍ତ କରି ସପ୍ତମ ଦିନରେ ବିଶ୍ରାମ ନେଲେ [୪:୩-୪] ।

ଈଶ୍ଵର ଆପଣା ବିଶ୍ରାମ ବିଷୟରେ ଇସ୍ରାଏଲୀୟମାନଙ୍କୁ କ'ଣ କହନ୍ତି ?

ଈଶ୍ଵର କହିଲେ, ଇସ୍ରାଏଲୀୟମାନେ ତାଙ୍କର ବିଶ୍ରାମରେ ପ୍ରବେଶ କରିବେ ନାହିଁ [୪:୫] ।

Hebrews 4:6

ଲୋକମାନେ ଈଶ୍ଵରଙ୍କ ବିଶ୍ରାମ ଦିନରେ ପ୍ରବେଶ କରିବା ପାଇଁ ଈଶ୍ଵର କେଉଁ ଦିନ ନିରୂପଣ କଲେ ?

ଈଶ୍ଵରଙ୍କ ବିଶ୍ରାମରେ ପ୍ରବେଶ ପାଇଁ ଈଶ୍ଵର "ଆଜି" ଦିନ ଲୋକମାନଙ୍କ ପାଇଁ ନିରୂପଣ କଲେ [୪:୭] ।

ଈଶ୍ଵରଙ୍କ ବିଶ୍ରାମ ଦିନରେ ପ୍ରବେଶ କରିବା ପାଇଁ କ'ଣ କରିବା ଆବଶ୍ୟକ ?

ଏକ ବ୍ୟକ୍ତି ଈଶ୍ଵରଙ୍କ ବିଶ୍ରାମରେ ପ୍ରବେଶ କରିବା ପାଇଁ ଈଶ୍ଵରଙ୍କ ବାକ୍ୟକୁ ଶୁଣିବା ଏବଂ ଆପଣା ହୃଦୟକୁ କଠିନ କରିବା ଆବଶ୍ୟକ ନୁହେଁ [୪:୭] ।

Hebrews 4:8

ଈଶ୍ଵରଙ୍କ ଲୋକମାନଙ୍କ ନିମନ୍ତେ କ'ଣ ରଖାଯାଇଅଛି ?

ଈଶ୍ଵରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଆଜି ପର୍ଯ୍ୟନ୍ତ ରଖାଯାଇଅଛି [୪:୯] ।

ଏକ ବ୍ୟକ୍ତି ଈଶ୍ଵରଙ୍କ ବିଶ୍ରାମରେ ପ୍ରବେଶ କରିବା ସହ କ'ଣ କରିବା ଆବଶ୍ୟକ ?

ଈଶ୍ଵରଙ୍କ ବିଶ୍ରାମରେ ପ୍ରବେଶ କରିବା ସହ ଆପଣା କାର୍ଯ୍ୟରୁ ବିଶ୍ରାମ ନେବା ଆବଶ୍ୟକ ଅଟେ [୪:୧୦] ।

କାହିଁକି ବିଶ୍ଵାସୀମାନେ ଈଶ୍ଵରଙ୍କ ବିଶ୍ରାମରେ ପ୍ରବେଶ କରିବା ପାଇଁ ଆଗ୍ରହ କରିବା ଉଚିତ୍ ?

ବିଶ୍ଵାସୀମାନେ ଈଶ୍ଵରଙ୍କ ବିଶ୍ରାମରେ ପ୍ରବେଶ କରିବା ପାଇଁ ଆଗ୍ରହ କରିବା ଆବଶ୍ୟକ ଯେପରି ସେମାନେ ଇସ୍ରାଏଲୀୟମାନଙ୍କ ପରି ପଡିବେ ନାହିଁ [୪:୧୧] ।

Hebrews 4:12

ଈଶ୍ଵରଙ୍କ ବାକ୍ୟ କାହାଠାରୁ ତୀକ୍ଷ୍‌ଣତର ଅଟେ?

ଈଶ୍ଵରଙ୍କ ବାକ୍ୟ ଦୁଇଧାର ଖଡ୍ଗଠାରୁ ତୀକ୍ଷ୍ଣତର ଅଟେ [୪:୧୨] ।

ଈଶ୍ଵରଙ୍କ ବାକ୍ୟ କ'ଣ ବିଭାଜନ କରିବାକୁ ସକ୍ଷମ ଅଟେ?

ଈଶ୍ଵରଙ୍କ ବାକ୍ୟ ପ୍ରାଣ ଏବଂ ଆତ୍ମା, ଗଣ୍ଠି ଏବଂ ମଜ୍ଜାର ବିଛେଦ କରିବାକୁ ସକ୍ଷମ ଅଟେ [୪:୧୨] ।

ଈଶ୍ଵରଙ୍କ ବାକ୍ୟ କ'ଣ ବିଚାର କରିପାରେ ?

ଈଶ୍ଵରଙ୍କ ବାକ୍ୟ ହୃଦୟର ଚିନ୍ତା ଏବଂ ସୁକ୍ଷ୍ମ ବିଷୟ ବିଚାର କରେ [୪:୧୨] ।

କିଏ ଈଶ୍ଵରଙ୍କ ଛାମୁରୁ ଲୁଚି ରହିଥାଏ ?

ଈଶ୍ଵରଙ୍କ ଛାମୁରୁ କୌଣସି ସୃଷ୍ଟଜନକ ବସ୍ତୁ ଲୁଚି ରହି ନାହିଁ [୪:୧୩] ।

Hebrews 4:14

ବିଶ୍ଵାସୀମାନଙ୍କ ପାଇଁ କିଏ ପ୍ରଧାନ ମହାଯାଜକ ରୂପେ ସେବା କରନ୍ତି ?

ଈଶ୍ଵରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ପାଇଁ ପ୍ରଧାନ ମହାଯାଜକ ରୂପେ ସେବାକାର୍ଯ୍ୟ କରନ୍ତି [୪:୧୪] ।

କାହିଁକି ଯୀଶୁଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ପ୍ରତି ସହାନୁଭୂତି ଦେଖାନ୍ତି ?

ଯୀଶୁ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ଦୂର୍ବଳତା ପ୍ରତି ସହାନୁଭୂତି ଦେଖାନ୍ତି [୪:୧୫] ।

ଯୀଶୁ କେବେ ପାପ କରିଥିଲେ କି ?

ଯୀଶୁ ପାପ ରହିତ ଥିଲେ [୪:୧୫] ।

ଉପଯୁକ୍ତ ସମୟରେ ବିଶ୍ଵାସୀମାନେ ଦୟା ପ୍ରାପ୍ତି ନିମନ୍ତେ ଏବଂ ଅନୁଗ୍ରହ ପାଇବା ନିମନ୍ତେ କ'ଣ କରିବା ଆବଶ୍ୟକ ?

ଉପଯୁକ୍ତ ସମୟରେ ବିଶ୍ଵାସୀମାନେ ସାହସ ସହିତ ଦୟାର ସିଂହାସନ ନିକଟକୁ ଆସିପାରିବେ [୪:୧୬] ।


Chapter 5

1 କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରି ପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି । 2 ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ , କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ; 3 ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ । 4 ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ୱରଙ୍କ ଦ୍ୱାରା ଆହୂତ ହେବା ଆବଶ୍ୟକ । 5 ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ୱେଷଣ କରି ନ ଥିଲେ, କିନ୍ତୁ ଈଶ୍ୱର ତାହାଙ୍କୁ ସେହି ଗୌରବର ପଦ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, "ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ ।'' 6 ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, "ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ ।'' 7 ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ 8 ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ, 9 ପୁଣି, ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ; 10 ଏହେତୁ ସେ ଈଶ୍ୱରଙ୍କ କର୍ତ୍ତୃକ ମଲ୍‍କୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ ।

11 ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମ୍ଭେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର । 12 କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ୍ ଥିଲା, ତଥାପି ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ । 13 ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଜାଣେ ନାହିଁ, କାରଣ ସେ ଶିଶୁମାତ୍ର । 14 କିନ୍ତୁ ବୃଦ୍ଧ ଲୋକେ, ଅର୍ଥାତ୍‍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ ।



Translation Questions

Hebrews 5:1

ପ୍ରତ୍ୟେକ ମହାଯାଜକମାନେ ମନୁଷ୍ୟମାନଙ୍କ ପକ୍ଷରେ କ'ଣ କରନ୍ତି ?

ମନୁଷ୍ୟମାନଙ୍କର ପାପ ନିମନ୍ତେ ପ୍ରତ୍ୟେକ ମହାଯାଜକ ନୈବେଦ୍ୟ ଏବଂ ବଳି ଉତ୍ସର୍ଗ କରନ୍ତି [୫:୧] ।

ଲୋକମାନଙ୍କ ସହିତ ଆଉ କାହା ପାଇଁ ମଧ୍ୟ ମହାଯାଜକ ପାପାର୍ଥକ ବଳି ଉତ୍ସର୍ଗ କରନ୍ତି ?

ମହାଯାଜକ ମଧ୍ୟ ଆପଣା ପାପ ନିମନ୍ତେ ପାପାର୍ଥକ ବଳି ଉତ୍ସର୍ଗ କରନ୍ତି [୫:୩] ।

Hebrews 5:4

କିପରି ଜଣେ ବ୍ୟକ୍ତି ଈଶ୍ଵରଙ୍କର ମହାଯାଜକ ପଦ ଗ୍ରହଣ କରନ୍ତି ?

ମହାଯାଜକ ହେବା ପାଇଁ ଏକ ବ୍ୟକ୍ତି ଈଶ୍ଵରଙ୍କ ଦ୍ଵାରା ଆହୁତ ହେବା ଆବଶ୍ୟକ [୫:୪] ।

କିଏ ଯୀଶୁଖ୍ରୀଷ୍ଟଙ୍କୁ ମହାଯାଜକ ଘୋଷଣା କଲେ ?

ଈଶ୍ଵର ଖ୍ରୀଷ୍ଟଙ୍କୁ ମହାଯାଜକ ବୋଲି ଘୋଷଣା କଲେ [୫:୫,୧୦] ।

Hebrews 5:6

କେତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୀଶୁ ଖ୍ରୀଷ୍ଟ ଈଶ୍ଵରଙ୍କ ମହାଯାଜକ ଅଟନ୍ତି ?

ଯୀଶୁ ଖ୍ରୀଷ୍ଟ ଈଶ୍ଵରଙ୍କ ଅନନ୍ତକାଳୀନ ମହାଯାଜକ ଅଟନ୍ତି [୫:୬] ।

କେଉଁ କ୍ରମରେ ଖ୍ରୀଷ୍ଟ ଈଶ୍ଵରଙ୍କ ମହାଯାଜକ ଅଟନ୍ତି ?

ଖ୍ରୀଷ୍ଟ ମଲକୀସେଦକଙ୍କ କ୍ରମରେ ମହାଯାଜକ ଅଟନ୍ତି [୫: ୬,୧୦] ।

Hebrews 5:7

ଈଶ୍ଵରଙ୍କ ଦ୍ୱାରା ଖ୍ରୀଷ୍ଟ ଯେତେବେଳେ ସେ ପ୍ରାର୍ଥନା କଲେ କାହିଁକି ଶୁଣିଲେ ?

ଈଶ୍ଵରଙ୍କ ଦ୍ୱାରା ଖ୍ରୀଷ୍ଟଙ୍କୁ ଶୁଣିଲେ କାରଣ ସେ ଈଶ୍ଵରଙ୍କୁ ସମ୍ମାନ କଲେ [୫:୭] ।

ଖ୍ରୀଷ୍ଟ କିପରି ଆଜ୍ଞାବହତା ଶିଖିଲେ ?

ଖ୍ରୀଷ୍ଟ ତାହାଙ୍କ ଦୁଃଖଭୋଗ ଦ୍ଵାରା ଆଜ୍ଞାବହତା ଶିଖିଲେ [୫:୮] ।

Hebrews 5:9

କେଉଁମାନଙ୍କ ନିମନ୍ତେ ଖ୍ରୀଷ୍ଟ ଅନନ୍ତ ପରିତ୍ରାଣର କାରଣ ସ୍ଵରୂପ ହେଲେ ?

ସମସ୍ତ ଆଜ୍ଞାକାରୀମାନଙ୍କ ପାଇଁ ଖ୍ରୀଷ୍ଟ ଅନନ୍ତ ପରିତ୍ରାଣର କାରଣ ସ୍ଵରୂପ ହେଲେ [୫:୯] ।

ଏହି ପତ୍ରର ମୂଳ ପଠନକାରୀମାନଙ୍କ ଆଧ୍ୟାତ୍ମିକ ଅବସ୍ଥା କିପରି ଥିଲା ?

ଏହି ମଣ୍ଡଳୀ ବାକ୍ୟ ଶୁଣିବାରେ ଶିଥିଳ, ପ୍ରାଥମିକ ଏବଂ ମୌଳିକ ସିଦ୍ଧାନ୍ତଗୁଡିକ ଶିକ୍ଷା ଦେବାର ଆବଶ୍ୟକତା ରହିଅଛି [୫:୧୧,୧୨] ।

Hebrews 5:12

ପତ୍ରର ଲେଖକ କିପରି ଭାବରେ କହନ୍ତି ଯେ ବିଶ୍ଵାସୀମାନେ ଆତ୍ମିକ ଶିଶୁଠାରୁ ପୂର୍ଣ୍ଣବୟସରେ ବୃଦ୍ଧି ହୋଇଥିବା ଯୌବନପରି ହୁଅନ୍ତି ?

ବିଶ୍ଵାସୀମାନେ ଭୁଲ ଠାରୁ ସଠିକ୍ ବିଭେଦନ କରିବାରେ, ଭଲ ଏବଂ ମନ୍ଦକୁ ଜାଣିବାରେ ଅଭ୍ୟାସ କରିବା ଦ୍ଵାରା ଆଧ୍ୟାତ୍ମିକ ଭାବରେ ବୃଦ୍ଧି ହୁଅନ୍ତି [୫:୧୪] ।


Chapter 6

1 ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନ ପରିବର୍ତ୍ତନ, ଈଶ୍ୱରଙ୍କଠାରେ ବିଶ୍ୱାସ, 2 ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଅନନ୍ତ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର ହେଉ । 3 ହଁ, ଈଶ୍ୱରଙ୍କ ଅନୁମତି ହେଲେ ଆମ୍ଭେମାନେ ଏହା କରିବା । 4 କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, 5 ଈଶ୍ୱରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି, 6 ସେମାନେ ଯଦି ସତ୍ୟଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ, ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ୱରଙ୍କ ପୁତ୍ରଙ୍କୁ, ପୁଣି, କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି । 7 କାରଣ ଯେଉଁ ଭୂମି ଆପଣା ଉପରେ ବାରମ୍ବାର ପତିତ ବୃଷ୍ଟିଜଳ ପାନ କରେ, ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ, ସେମାନଙ୍କର ଉପଯୋଗୀ ଶସ୍ୟ ଉତ୍ପନ୍ନ କରେ, ତାହା ଈଶ୍ୱରଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ । 8 କିନ୍ତୁ ତାହା ଯଦି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ, ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ, ପୁଣି, ତାହାର ଶେଷ ଦଶା ଅଗ୍ନିଦାହ । 9 କିନ୍ତୁ ହେ ପ୍ରିୟମାନେ, ଆମ୍ଭେମାନେ ଯଦ୍ୟପି ଏହିପରି କହୁଅଛୁ, ତଥାପି ତୁମ୍ଭମାନଙ୍କ ଅବସ୍ଥା ଯେ ତାହାଠାରୁ ଉତ୍ତମ ଓ ପରିତ୍ରାଣସଂଯୁକ୍ତ, ଏହା ଆମ୍ଭେମାନେ ଦୃଢ଼ରୂପେ ବିଶ୍ୱାସ କରୁଅଛୁ । 10 କାରଣ ଈଶ୍ୱର ତୁମ୍ଭମାନଙ୍କର କର୍ମ, ଆଉ ସାଧୁଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଯାହା ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ କରୁଅଛ, ତାହା ଈଶ୍ୱର ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହଁନ୍ତି । 11 ମାତ୍ର ଆମ୍ଭମାନଙ୍କର ଏକାନ୍ତ ଇଚ୍ଛା ଯେ, ତୁମ୍ଭେମାନେ ପ୍ରତ୍ୟେକେ ଶେଷ ପର୍ଯ୍ୟନ୍ତ ସୁଦ୍ଧା ଦୃଢ଼ ଭରସା ସହ ସେହି ପ୍ରକାର ଯତ୍ନବାନ ହୁଅ, 12 ଯେପରି ତୁମ୍ଭେମାନେ ଶିଥିଳ ନ ହୋଇ, ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ ।

13 କାରଣ ଈଶ୍ୱର ଯେତେବେଳେ ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେତେବେଳେ ସେ ଆଉ କୌଣସି ମହାନ୍ ନାମ ନ ପାଇବାରୁ ଆପଣା ନାମରେ ଶପଥ କରି କହିଥିଲେ, 14 "ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା ।'' 15 ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ । 16 ମନୁଷ୍ୟମାନେ ତ ସେମାନଙ୍କଠାରୁ ମହାନ୍ ନାମରେ ଶପଥ କରିଥାଆନ୍ତି, ଆଉ କଥା ସ୍ଥିର କରିବା ନିମନ୍ତେ ସେମାନଙ୍କର ସମସ୍ତ ବିବାଦର ନିଷ୍ପତ୍ତି ଶପଥ ଦ୍ୱାରା ହୁଏ । 17 ଏଣୁ ଈଶ୍ୱର ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ଆପଣା ସଂକଳ୍ପର ଅଟଳତା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରି ପ୍ରତିଜ୍ଞା ସହ ଶପଥ ମଧ୍ୟ କରିଥିଲେ, 18 ଯେପରି ଯେଉଁ ଦୁଇ ଅପରିବର୍ତ୍ତନୀୟ ବିଷୟରେ ଈଶ୍ୱରଙ୍କ ମିଥ୍ୟା କହିବା ଅସମ୍ଭବ, ତଦ୍ୱାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ଦୃଢ଼ ଉତ୍ସାହ ପ୍ରାପ୍ତ ହେଉ । 19 ସେହି ଭରସା ଆମ୍ଭମାନଙ୍କ ଆତ୍ମାର ଲଙ୍ଗର ସ୍ୱରୂପ, ତାହା ବିଚ୍ଛେଦବସ୍ତ୍ରାବୃତ ସ୍ଥାନରେ ପ୍ରବେଶ କରି ଦୃଢ଼ ଓ ଅଟଳ ହୋଇଅଛି, 20 ଆଉ, ଯୀଶୁ ସେହି ସ୍ଥାନରେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି ।



Translation Questions

Hebrews 6:1

କେଉଁ ବିଷୟରେ ଲେଖକ ବିଶ୍ଵାସୀମାନଙ୍କୁ ଅତ୍ୟଧିକ ଧ୍ୟାନ ଦେବାକୁ ଅନୁରୋଧ କଲେ ?

ଲେଖକ ଜୀବନର ପରିପକ୍ଵତା ବିଷୟରେ ବିଶ୍ଵାସୀମାନଙ୍କୁ ଅତ୍ୟଧିକ ଧ୍ୟାନ ଦେବାକୁ ଅନୁରୋଧ କଲେ [୬:୧] ।

କେଉଁ ଶିକ୍ଷାଗୁଡିକ ଖ୍ରୀଷ୍ଟଙ୍କ ସୁସମ୍ବାଦର ଭିତ୍ତିମୂଳ ଭାବରେ ତାଲିକା ଦିଅନ୍ତି ?

ଭିତ୍ତିମୂଳ ଶିକ୍ଷାଗୁଡିକ ହେଲା ମୃତ କର୍ମରୁ ଅନୁତାପ, ଈଶ୍ଵରଙ୍କଠାରେ ବିଶ୍ଵାସ, ବାପ୍ତିସ୍ମ, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ, ଏବଂ ଅନନ୍ତ ବିଚାର [୬:୧,୨] ।

Hebrews 6:4

ଯେଉଁମାନେ ପବିତ୍ରଆତ୍ମାରେ ସହଭାଗୀ ହୋଇଛନ୍ତି, କିନ୍ତୁ ପରେ ଧର୍ମଭ୍ରଷ୍ଟ ହୁଅନ୍ତି, ସେମାନଙ୍କ ପାଇଁ କ'ଣ ଅସାଧ୍ୟ ଅଟେ ?

ଯେଉଁମାନେ ପବିତ୍ରଆତ୍ମାରେ ସହଭାଗୀ ହୋଇ, ପୁଣି ଧର୍ମଭ୍ରଷ୍ଟ ହୁଅନ୍ତି, ସେମାନେ ମନପରିବର୍ତ୍ତନ ପୁନର୍ବାର ପୁନଃସ୍ଥାପନ ହେବା ପାଇଁ ଅସାଧ୍ୟ ଅଟେ [୬:୪,୬] ।

ଏହି ଆଲୋକପ୍ରାପ୍ତ ଲୋକାମାନେ କାହାର ଆସ୍ଵାଦାନ ପାଇଅଛନ୍ତି ?

ଏହି ଆଲୋକପ୍ରାପ୍ତ ଲୋକମାନେ ସ୍ଵର୍ଗୀୟ ଦାନ, ଈଶ୍ଵରଙ୍କ ବାକ୍ୟ, ଆସନ୍ତା ଯୁଗର ଶକ୍ତିର ଆସ୍ଵାଦାନ କରିଛନ୍ତି [୬:୪,୫] ।

କାହିଁକି ଏହି ଲୋକମାନେ ଅନୁତାପକୁ ପୁର୍ନଃସ୍ଥାପନ ହେବାକୁ ଅକ୍ଷମ ଅଟନ୍ତି ?

ସେମାନେ ପୁର୍ନଃସ୍ଥାପନ ହେବାକୁ ସକ୍ଷମ ନୁହନ୍ତି କାରଣ ସେମାନେ ସେମାନଙ୍କ ନିମନ୍ତେ ଈଶ୍ଵରଙ୍କ ପୁତ୍ରକୁ କ୍ରୁଶାର୍ପିତ କଲେ [୬:୬] ।

Hebrews 6:7

ଲେଖକଙ୍କ ଆଙ୍ଗିକ ସାଦୃଶ୍ୟରେ, ଯେଉଁ ଭୂମି ବୃଷ୍ଟିଜଳ ଗ୍ରହଣ କରେ, କିନ୍ତୁ କଣ୍ଟା ଏବଂ ଅଗରା ବୃକ୍ଷ ଉତ୍ପନ୍ନ କରେ, ତାହାର କ'ଣ ଦଶା ହୋଇଥାଏ ?

ଯେଉଁ ଭୂମି ବୃଷ୍ଟି ଜଳ ଗ୍ରହଣ କରେ କିନ୍ତୁ କଣ୍ଟା ଏବଂ ଅଗରା ବୃକ୍ଷ ଉତ୍ପନ୍ନ କରେ, ତେବେ ତାହାର ଚରମ ଦଶା ଅଗ୍ନିଦାହ ହୁଏ [୬:୭-୮] ।

Hebrews 6:9

ଲେଖକ ବିଶ୍ଵାସୀମାନଙ୍କ ପାଇଁ ଲେଖିଛନ୍ତି, ସେମାନଙ୍କ ଠାରୁ ସେ କ'ଣ ଆଶା କରନ୍ତି ?

ଲେଖକ ବିଶ୍ଵାସୀମାନଙ୍କଠାରୁ ଉତ୍ତମ ଆଶା କରନ୍ତି, ଉତ୍ତମ ଯାହା ପରିତ୍ରାଣ ବିଷୟରେ ଅଟେ [୬:୯] ।

ଈଶ୍ଵର ବିଶ୍ଵାସୀମାନଙ୍କ ବିଷୟରେ କ'ଣ ଭୁଲିବେ ନାହିଁ

ଈଶ୍ଵର ସେମାନଙ୍କ କର୍ମ, ପ୍ରେମ ଏବଂ ସାଧୁ ଲୋକମାନଙ୍କ ସେବା ଭୁଲିବେ ନାହିଁ [୬:୧୦] ।

Hebrews 6:11

ଯେଉଁମାନେ ଈଶ୍ଵରଙ୍କ ପ୍ରତିଜ୍ଞା ସମୂହର ଅଧିକାରୀ ଅଟନ୍ତି, ସେମାନେ କ'ଣ ଅନୁକରଣ କରିବା ଉଚିତ୍ ?

ଯେଉଁମାନେ ଈଶ୍ଵରଙ୍କ ପ୍ରତିଜ୍ଞା ସମୂହର ଅଧିକାରୀ ଅଟନ୍ତି, ସେମାନେ ବିଶ୍ଵାସ ଏବଂ ଧୈର୍ଯ୍ୟକୁ ଅନୁକରଣ କରିବା ଉଚିତ୍ [୬:୧୨] ।

Hebrews 6:13

ଈଶ୍ଵରଙ୍କ ପ୍ରତିଜ୍ଞା ପାଇବା ନିମନ୍ତେ ଅବ୍ରାହାମଙ୍କୁ କ'ଣ କରିବାକୁ ପଡିଥିଲା ?

ଅବ୍ରାହାମ ଧୈର୍ଯ୍ୟ ସହିତ ଅପେକ୍ଷା କରିବାକୁ ପଡିଥିଲା ଯାହା ଈଶ୍ଵର ତାହାଙ୍କୁ ପ୍ରତିଜ୍ଞା କରିଥିଲେ ।

Hebrews 6:16

ଈଶ୍ଵର କାହିଁକି ତାହାଙ୍କ ପ୍ରତିଜ୍ଞା ଶପଥ ଦ୍ଵାରା ପ୍ରତିଶ୍ରୁତି କଲେ ?

ଈଶ୍ଵର ତାହାଙ୍କ ପ୍ରତିଜ୍ଞା ତାହାଙ୍କ ଶପଥ ଦ୍ଵାରା ତାହାଙ୍କ ଯୋଜନାର ଅପରିବର୍ତ୍ତନୀୟ ଗୁଣକୁ ସ୍ପଷ୍ଟ ଦେଖାଇବା ପାଇଁ ପ୍ରତିଶ୍ରୁତି କଲେ [୬:୧୭] ।

କ'ଣ କରିବାକୁ ଈଶ୍ଵରଙ୍କ ନିମନ୍ତେ ଅସାଧ୍ୟ ଅଟେ?

ଈଶ୍ଵରଙ୍କ ନିମନ୍ତେ ମିଥ୍ୟା କହିବା ଅସାଧ୍ୟ ଅଟେ [୬:୧୮] ।

Hebrews 6:19

ବିଶ୍ଵାସୀମାନେ ଆପଣା ଆତ୍ମା ନିମନ୍ତେ ଈଶ୍ଵରଙ୍କଠାରେ କିପରି ଭରସା ରଖନ୍ତି ?

ବିଶ୍ଵାସୀମାନେ ଆପଣା ଆତ୍ମା ନିମନ୍ତେ ଈଶ୍ଵରଙ୍କଠାରେ ସୁରକ୍ଷିତ ଏବଂ ଆତ୍ମାର ଲଙ୍ଗର ସ୍ଵରୂପ ଭରସା ରଖନ୍ତି [୬:୧୯] ।

ବିଶ୍ଵାସୀମାନଙ୍କ ପାଇଁ ଯୀଶୁଖ୍ରୀଷ୍ଟ କେଉଁ ସ୍ଥାନକୁ ଅଗ୍ରଗାମୀ ଭାବରେ ପ୍ରବେଶ କଲେ ?

ଯୀଶୁ ଅଗ୍ରଗାମୀରୂପେ ବିଶ୍ଵାସୀମାନଙ୍କ ପାଇଁ ପରଦା ପଛପଟେ ଥିବା ଆନ୍ତରିକ ସ୍ଥାନରେ ପ୍ରବେଶ କଲେ [୬:୨୦] ।


Chapter 7

1 ଏହି ମଲ୍‍କୀଷେଦକ ଶାଲେମର ରାଜା ଓ ପରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ । ସେ, ଅବ୍ରହାମ, ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ, ସେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ; 2 ଅବ୍ରହାମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ । ଅନୁବାଦ କଲେ ମଲ୍‍କୀଷେଦକଙ୍କ ନାମର ଅର୍ଥ ଧାର୍ମିକତାର ରାଜା, ଏବଂ ଶାଲେମର ରାଜା, ଅର୍ଥାତ୍‍, ଶାନ୍ତିରାଜା । 3 ଏହାଙ୍କର ପିତା କି ମାତା କି ବଂଶାବଳୀ କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ୱରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି । 4 ଭାବି ଦେଖ, ଏହି ବ୍ୟକ୍ତି କିପରି ମହାନ। ପିତୃକୁଳପତି ଅବ୍ରହାମ ତାହାଙ୍କୁ ଯୁଦ୍ଧରୁ ଆଣିଥିବା ସର୍ବୋତ୍କୃଷ୍ଟ ଦ୍ରବ୍ୟର ଦଶମାଂଶ ସୁଦ୍ଧା ଦେଇଥିଲେ । 5 ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକପଦ ପ୍ରାପ୍ତ ହୁଅନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ଲୋକମାନଙ୍କଠାରୁ, ଅର୍ଥାତ୍‍, ସେମାନଙ୍କ ଭାଇମାନଙ୍କଠାରୁ ଦଶମାଂଶ ଗ୍ରହଣ କରିବାକୁ ଆଜ୍ଞା ପ୍ରାପ୍ତ ହୋଇଥାଆନ୍ତି ସେମାନେ ଅବ୍ରହାମଙ୍କ ଔରସଜାତ ହେଲେ ହେଁ ସେମାନଙ୍କଠାରୁ ଏହା ଗ୍ରହଣ କରନ୍ତି; 6 କିନ୍ତୁ ମଲ୍‍କୀଷେଦକ, ଲେବୀୟ ବଂଶାବଳୀର ଅନ୍ତର୍ଗତ ନୁହଁନ୍ତି, ସେ ଅବ୍ରହାମଙ୍କଠାରୁ ଦଶମାଂଶ ଗ୍ରହଣ କରି ପ୍ରତିଜ୍ଞାର ଅଧିକାରୀଙ୍କୁ ଆଶୀର୍ବାଦ କରିଥିଲେ । 7 ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ୱୀକାର୍ଯ୍ୟ । 8 ଏ ସ୍ଥଳରେ ମରଣଶୀଳ ମନୁଷ୍ୟ ଯେ ଦଶମାଂଶ ଗ୍ରହଣ କରିଥାଆନ୍ତି, ଦିନେ ମୃତ୍ୟୁବରଣ କରିବ, କିନ୍ତୁ ସେ ସ୍ଥଳରେ ଯେ ଅବ୍ରହାମଙ୍କ ଦଶମାଂଶ ଗ୍ରହଣ କରିଥିଲେ ସେହି ବ୍ୟକ୍ତିଙ୍କ ବିଷୟରେ ସାକ୍ଷ୍ୟ ଦିଆଯାଏ ଯେ, ସେ ଅମର । 9 ପୁଣି, କହିବାକୁ ଗଲେ ଯେଉଁ ଲେବୀ ଦଶମାଂଶ ଗ୍ରହଣ କରନ୍ତି, ସେ ମଧ୍ୟ ଅବ୍ରହାମଙ୍କ ଦ୍ୱାରା ଦଶମାଂଶ ଦେଇଅଛନ୍ତି; 10 କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ । 11 ଆହୁରି ମଧ୍ୟ, ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କ'ଣ ଆବଶ୍ୟକ ଥିଲା ? 12 କାରଣ ଯାଜକତ୍ଵ ଯଦି ପରିବର୍ତ୍ତିତ ହୁଏ, ତେବେ ମୋଶାଙ୍କ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ । 13 ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ କୁହାଯାଏ, ସେ ଅନ୍ୟ ଏକ ଗୋଷ୍ଠୀର ଲୋକ, ଯେଉଁ ଗୋଷ୍ଠୀର କେହି କେବେ ବେଦିର କର୍ମ କରି ନାହାଁନ୍ତି । 14 କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରୁ ଉତ୍ପନ୍ନ ହୋଇଅଛନ୍ତି, ଯେଉଁ ଗୋଷ୍ଠୀର ଯାଜକତ୍ତ୍ୱ ସମ୍ବନ୍ଧରେ ମୋଶା କିଛି କହି ନାହାଁନ୍ତି ।

15 ଆଉ ଏହା ଏଥିରେ ମଧ୍ୟ ଆହୁରି ଅଧିକ ସୁସ୍ପଷ୍ଟ ହୁଏ, ମଲ୍‍କୀଷେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି, 16 ସେ ଶାରୀରିକ ମୋଶାଙ୍କ ବ୍ୟବସ୍ଥାନୁସାରେ ନିଯୁକ୍ତ ନ ହୋଇ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ନିଯୁକ୍ତ ହୋଇଅଛନ୍ତି । 17 କାରଣ ତାହାଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦିଆଯାଏ, ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ । 18 ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହାର ଲୋପ ହୋଇଅଛି; 19 (କାରଣ ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା), ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ । 20 ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ, 21 ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, ପ୍ରଭୁ ଶପଥ କରିଅଛନ୍ତି, ଆଉ ସେ ଅନୁତାପ କରିବେ ନାହିଁ, ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ, ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି; 22 ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି । 23 ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ, 24 କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ତ୍ୱ ପ୍ରାପ୍ତ ହୋଇଅଛନ୍ତି । 25 ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ । 26 କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ । 27 ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି । 28 ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ପୁତ୍ରଙ୍କୁ ନିଯୁକ୍ତ କରେ ।



Translation Questions

Hebrews 7:1

ମଲକୀସେଦକଙ୍କ କେଉଁ ଦୁଇ ଶୀର୍ଷକ ଥିଲା ?

ମଲକୀସେଦକ ଶାଲେମର ରାଜା ଏବଂ ସର୍ବୋଚ୍ଚ ଈଶ୍ଵରଙ୍କ ଯାଜକ ଥିଲେ [୭:୧] ।

ଅବ୍ରାହାମ ମଲକୀସେଦକଙ୍କୁ କ'ଣ ଦେଲେ ?

ଅବ୍ରାହାମ ମଲକୀସେଦକଙ୍କୁ ସମସ୍ତର ଯାହା ସେ ଗ୍ରହଣ କରିଥିଲେ ଦଶମାଂଶ ଦେଲେ [୭:୨] ।

ମଲକୀସେଦକ ନାମର ଅର୍ଥ କ'ଣ ଅଟେ ?

ମଲକୀସେଦକ ନାମର ଅର୍ଥ "ଧର୍ମର ରାଜା" ଏବଂ "ଶାନ୍ତିର ରାଜା" ଅଟେ [୭:୨] ।

କେଉଁମାନେ ମଲକୀସେଦକଙ୍କ ପୂର୍ବପୁରୁଷ ଥିଲେ ଏବଂ ସେ କେବେ ମୃତ୍ୟୁୁବରଣ କଲେ ?

ମଲକୀସେଦକ ପୂର୍ବପୁରୁଷ ଥିଲେ ଏବଂ ଜୀବନର ଶେଷ କିଛି ନାହିଁ [୭:୩] ।

Hebrews 7:4

କାହାଠାରୁ ଯାଜକବଂଶ, ଅବରୋହଣ କଲେ, ବ୍ୟବସ୍ଥା ଅନୁସାରେ ଯାଜକମାନେ କିଏ ଏବଂ କେଉଁମାନେ ଲୋକମାନଙ୍କଠାରୁ ଦଶମାଂଶ ସଂଗ୍ରହ କରନ୍ତି ?

ବ୍ୟବସ୍ଥାର ଯାଜକମାନେ ଲେବୀ ଏବଂ ଅବ୍ରାହାମ ଠାରୁ ପ୍ରାପ୍ତ କରିଛନ୍ତି [୭:୫] ।

Hebrews 7:7

ମହାନ୍ ବ୍ୟକ୍ତି କିଏ ଥିଲେ, ଅବ୍ରାହାମ ନା ମଲକୀସେଦକ ?

ମଲକୀସେଦକ ମହାନ୍ ବ୍ୟକ୍ତି ଥିଲେ କାରଣ ସେ ଅବ୍ରାହାମଙ୍କୁ ଆଶୀର୍ବାଦ କଲେ [୭:୭] ।

କିପରି ଭାବରେ ଲେବୀ ନିଜେ ମଲକୀସେଦକଙ୍କୁ ଦଶମାଂଶ ଦେଲେ ?

ଲେବୀ ମଧ୍ୟ ମଲକୀସେଦକଙ୍କୁ ଦଶମାଂଶ ଦାନ କଲେ କାରଣ ଲେବୀ ଅବ୍ରାହାମଙ୍କ ବଂଶକୃତ ଥିଲେ ଯେତେବେଳେ ଅବ୍ରାହାମ ମଲକୀସେଦକଙ୍କୁ ଦଶମାଂଶ ଦେଲେ [୭:୯-୧୦] ।

Hebrews 7:11

ମଲକୀସେଦକଙ୍କ କ୍ରମ ପରିବର୍ତ୍ତେ ଆଉ କାହିଁକି ଅନ୍ୟ ଏକ ଯାଜକ ଉଠିବାର ଆବଶ୍ୟକ ଥିଲା ?

ମଲକୀସେଦକଙ୍କ କ୍ରମ ପରିବର୍ତ୍ତେ ଅନ୍ୟ ଏକ ଯାଜକ ଉଠିବାର ଆବଶ୍ୟକ ଥିଲା କାରଣ ଲେବୀୟ ଯାଜକତ୍ଵମାନଙ୍କ ଦ୍ଵାରା ସିଦ୍ଧି ଲାଭ ଅସମ୍ଭବ ଥିଲା [୭:୧୧] ।

ଯେତେବେଳେ ଯାଜକତ୍ଵ ପରିବର୍ତ୍ତନ ହୁଏ, ତେବେ କ'ଣ ପରିବର୍ତ୍ତନ ହେବା ଆବଶ୍ୟକ ?

ଯଦି ଯାଜକତ୍ଵ ପରିବର୍ତ୍ତନ ହୁଏ, ତେବେ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବା ଉଚିତ୍ [୭:୧୨] ।

Hebrews 7:13

କେଉଁ ଗୋଷ୍ଠୀରୁ ଯୀଶୁ ଅବରୋହଣ କରିଛନ୍ତି, ସେହି ଗୋଷ୍ଠୀ କେବେ ବେଦୀ ସମ୍ମୁଖରେ ଯାଜକ ଭାବରେ ସେବା କରିଛନ୍ତି ?

ଯୀଶୁ ଯିହୂଦା ଗୋଷ୍ଠୀରୁ ଅବରୋହଣ କରିଛନ୍ତି, ଯିଏ କେବେହେଲେ ଯାଜକ ଭାବରେ ବେଦୀର ସମ୍ମୁଖରେ ସେବା କରିନାହାନ୍ତି [୭:୧୪] ।

Hebrews 7:15

ମଲକୀସେଦକଙ୍କ କ୍ରମ ପରେ ଯୀଶୁ କିପରି ଭାବରେ ଯାଜକ ହେଲେ ?

ମଲକୀସେଦକଙ୍କ କ୍ରମ ପରେ ଯୀଶୁ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ [୭:୧୬] ।

Hebrews 7:18

ଦୂର୍ବଳ ଏବଂ ଅନାବଶ୍ୟକ କାରଣ ହେତୁ କ'ଣ ପୃଥକ୍ ହୋଇଅଛି ?

ପୂର୍ବ ଆଜ୍ଞା, ବ୍ୟବସ୍ଥା ପୃଥକ୍ ହୋଇଅଛି, କାରଣ ଏହା ଦୂର୍ବଳ ଏବଂ ଅନାବଶ୍ୟକ ଅଟେ [୭:୧୮-୧୯] ।

Hebrews 7:20

ଈଶ୍ଵର କିପରି ବିଶ୍ଵାସୀମାନଙ୍କୁ ଯୀଶୁଙ୍କଠାରେ ଦୃଢ ସାହସ ରଖିବା ପାଇଁ କହିଛନ୍ତି ?

ଈଶ୍ଵର ଏକ ଉତ୍ତମ ବିଶ୍ଵାସ ଦୃଢ କରାଇଲେ ଯାହା ବିଶ୍ଵାସୀମାନେ ଶପଥ ନେବା ଦ୍ଵାରା ଯେପରି ଯୀଶୁ ଚିରକାଳ ପାଇଁ ଯାଜକ ଥିବେ [୭:୧୯-୨୧] ।

Hebrews 7:22

କିପରି ଯୀଶୁ ପ୍ରତିଶ୍ରୁତି ଅଟନ୍ତି ?

ଯୀଶୁ ଏକ ଉତ୍ତମ ନିୟମର ପ୍ରତିଶ୍ରୁତି ଅଟନ୍ତି [୭:୨୨] ।

Hebrews 7:25

କାହିଁକି ଯୀଶୁ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି ଯେଉଁମାନେ ତାହାଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟବର୍ତ୍ତୀ ହୁଅନ୍ତି ?

ଯୀଶୁ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରିତ୍ରାଣ ଦେବାକୁ ସକ୍ଷମ ଯେଉଁମାନେ ତାହାଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟବର୍ତ୍ତୀ ହୁଅନ୍ତି କାରଣ ସେ ସର୍ବଦା ସେମାନଙ୍କ ନିମନ୍ତେ ନିବେଦନ କରିବାକୁ ନିତ୍ୟ ଜୀବିତ [୭:୨୫] ।

ଯୀଶୁଙ୍କର କେଉଁ ଚାରିଗୋଟି ବିଶେଷ ଗୁଣଗୁଡିକ ଯାହା ତାହାଙ୍କୁ ବିଶ୍ଵାସୀମାନଙ୍କ ନିମନ୍ତେ ଯାଜକ ହେଲେ ?

ଯୀଶୁ ନିଷ୍ପାପୀ, ନିର୍ଦ୍ଦୋଶ, ନିଷ୍କପଟ, ଏବଂ ପାପୀମାନଙ୍କଠାରୁ ପୃଥକୀକୃତ ଥିଲେ [୭:୨୬] ।

Hebrews 7:27

ଲୋକମାନଙ୍କ ପାପ ନିମନ୍ତେ ଯୀଶୁ କେଉଁ ପ୍ରକାର ବଳି ଉତ୍ସର୍ଗ କଲେ ?

ଲୋକମାନଙ୍କ ପାପ ନିମନ୍ତେ ଯୀଶୁ ଏକାଥରକେ ଆପଣାକୁ ବଳିଉତ୍ସର୍ଗ କଲେ [୭:୨୭] ।

କେଉଁ ବଳିଦାନ ଯୀଶୁ ନିଜ ପାପ ନିମନ୍ତେ କଲେ ?

ଯୀଶୁ ନିଜ ପାପ ନିମନ୍ତେ କୌଣସି ବଳିଦାନ କରିବାର ଆବଶ୍ୟକ ନ ଥିଲା କାରଣ ସେ ନିଷ୍ପାପୀ ଥିଲେ [୭:୨୬-୨୭] ।

ଯୀଶୁ କିପରି ଭାବରେ ବ୍ୟବସ୍ଥା ଦ୍ଵାରା ମନୋନୀତ ଯାଜକମାନଙ୍କଠାରୁ ଭିନ୍ନ ଥିଲେ ?

ବ୍ୟବସ୍ଥା ଦ୍ଵାରା ମନୋନୀତ ଯାଜକମାନେ ଦୂର୍ବଳ ଥିଲେ, କିନ୍ତୁ ଯୀଶୁ ଚିରକାଳ ପାଇଁ ସିଦ୍ଧ ଥିଲେ [୭:୨୮] ।


Chapter 8

1 ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି; 2 ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି । 3 କାରଣ ପ୍ରତ୍ୟେକ ମହାଯାଜକ ଦାନ ଓ ବଳି ଉଭୟ ଉତ୍ସର୍ଗ କରିବାକୁ ନିଯୁକ୍ତ ହୁଅନ୍ତି, ଅତଏବ ଏହି ମହାଯାଜକଙ୍କର ମଧ୍ୟ ଉତ୍ସର୍ଗ କରିବା ନିମନ୍ତେ କିଛି ଥିବା ଆବଶ୍ୟକ । 4 ଯୀଶୁ ଖ୍ରୀଷ୍ଟ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇ ପାରି ନ ଥାଆନ୍ତେ, କାରଣ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି; 5 ସେମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶ ପ୍ରାପ୍ତ ହୋଇଥିଲେ; କାରଣ ଈଶ୍ୱର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର । 6 କିନ୍ତୁ ଏବେ ଯେଉଁ ପରିମାଣରେ ଖ୍ରୀଷ୍ଟ ଉତ୍କୃଷ୍ଟତର ପ୍ରତିଜ୍ଞାଗୁଡ଼ିକ ଉପରେ ସ୍ଥାପିତ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ସେହି ପରିମାଣରେ ମଧ୍ୟ ଉତ୍କୃଷ୍ଟତର ସେବକପଦ ପ୍ରାପ୍ତ ହୋଇଅଛନ୍ତି । 7 କାରଣ ପ୍ରଥମ ନିୟମ ଯଦି ଦୋଷରହିତ ହୋଇଥାଆନ୍ତା, ତେବେ ଦ୍ୱିତୀୟ ନିୟମର କଥା ଉଠି ନ ଥାଆନ୍ତା । 8 ଯେଣୁ ସେ ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୂଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା; 9 ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃ- ପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି । 10 କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ମୋଶାଙ୍କ ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହି ସବୁ ଲେଖିବା, 11 ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ସେମାନେ ଆମ୍ଭର ଲୋକ ହେବେ ପୁଣି, ପ୍ରଭୁଙ୍କୁ ଜାଣ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ସହନଗରବାସୀଙ୍କୁ, ଆଉ ପ୍ରତ୍ୟେକେ ଆପଣା ଆପଣା ଭାଇଙ୍କୁ ଶିକ୍ଷା ଦେବେ ନାହିଁ, ଯେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ଆମ୍ଭକୁ ଜାଣିବେ । 12 କାରଣ ଆମ୍ଭେ ସେମାନଙ୍କର ଅଧର୍ମ ପ୍ରତି ସଦୟ ହେବା, ପୁଣି, ପାପସବୁ ଆଉ ସ୍ମରଣରେ ଆଣିବା ନାହିଁ । 13 ସେ ନୂତନ ନିୟମ ବୋଲି କହିବା ଦ୍ୱାରା ପ୍ରଥମକୁ ପୁରାତନ କରିଅଛନ୍ତି; ଆଉ ଯାହା ପୁରାତନ ଓ ଜୀର୍ଣ୍ଣ ହୋଇଯାଉଅଛି, ତାହାର ଲୋପ ହେବାର ସମୟ ସନ୍ନିକଟ ।



Translation Questions

Hebrews 8:1

ବିଶ୍ଵାସୀମାନଙ୍କ ମହାଯାଜକ କେଉଁଠାରେ ବସିଅଛନ୍ତି ?

ବିଶ୍ଵାସୀମାନଙ୍କ ମହାଯାଜକ ସ୍ଵର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ଵରେ ବସିଅଛନ୍ତି [୮:୧] ।

କେଉଁଠାରେ ପବିତ୍ର ତମ୍ବୁ ସ୍ଥାପିତ ?

ପବିତ୍ର ତମ୍ବୁ ସ୍ଵର୍ଗରେ ସ୍ଥାପିତ [୮:୨] ।

Hebrews 8:3

ପ୍ରତ୍ୟେକ ଯାଜକମାନଙ୍କ ପାଇଁ କ'ଣ ଆବଶ୍ୟକ ଅଟେ ?

ପ୍ରତ୍ୟେକ ଯାଜକମାନଙ୍କଠାରେ ବଳିଉତ୍ସର୍ଗ କରିବା ନିମନ୍ତେ କିଛି ଥିବା ଆବଶ୍ୟକ [୮:୩] ।

ଯେଉଁମାନେ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କଲେ, ସେମାନେ କେଉଁଠି ଥିଲେ ?

ଯାଜକମାନେ ଯେଉଁମାନେ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କଲେ, ସେମାନେ ପୃଥିବୀରେ ଥିଲେ [୮:୪] ।

ପୃଥିବୀରେ ଯାଜକମାନଙ୍କର ସେବା କ'ଣ ଥିଲା ?

ପୃଥିବୀରେ ଯାଜକମାନେ ସ୍ଵର୍ଗୀୟ ବିଷୟଗୁଡିକର ଦୃଷ୍ଟାନ୍ତ ଏବଂ ଛାୟା ସ୍ଵରୂପେ ସେବା କରୁଥିଲେ [୮:୫] ।

କେଉଁ ନମୁନାରେ ପୃଥିବୀସ୍ଥ ତମ୍ବୁ ତିଆରି ହୋଇଥିଲା ?

ତମ୍ବୁ ତିଆରି ପାଇଁ ଈଶ୍ଵରଙ୍କ ଆଜ୍ଞାନୁସାରେ ଯାହା ଈଶ୍ଵର ମୋଶାଙ୍କୁ ପର୍ବତରେ ଦେଖାଇଥିଲେ, ତଦନୁସାରେ ସମସ୍ତ ତିଆରି ହେଲା [୮:୫] ।

Hebrews 8:6

ଖ୍ରୀଷ୍ଟ କାହିଁକି ଉଚ୍ଚତ୍ତର ଯାଜକ ପଦ ପାଇଛନ୍ତି ?

ଖ୍ରୀଷ୍ଟ ଉଚ୍ଚତ୍ତର ଯାଜକ ପଦ ପାଇଛନ୍ତି କାରଣ ସେ ଶ୍ରେଷ୍ଠ ନିୟମର ମଧ୍ୟସ୍ଥ ଅଟନ୍ତି, ଉତ୍କୃଷ୍ଠ ପ୍ରତିଜ୍ଞା ଉପରେ ସ୍ଥାପିତ [୮:୬] ।

Hebrews 8:8

ଈଶ୍ଵର କ'ଣ ପ୍ରତିଜ୍ଞା କଲେ ଯେତେବେଳେ ସେ ଲୋକମାନଙ୍କ ଦୋଷକୁ ପ୍ରଥମ ନିୟମରେ ପାଇଲେ ?

ଈଶ୍ଵର ଇସ୍ରାଏଲ ବଂଶ ଏବଂ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କଲେ [୮:୮] ।

Hebrews 8:10

ନୂତନ ନିୟମରେ ଈଶ୍ଵର କ'ଣ କରିବା ପାଇଁ କହିଲେ ?

ଈଶ୍ଵର କହିଲେ ସେ ତାହାଙ୍କ ବ୍ୟବସ୍ଥା ଲୋକମାନଙ୍କ ମନରେ ରଖିବେ, ଏବଂ ସେମାନଙ୍କ ହୃଦୟରେ ଲେଖିବେ [୮:୧୦] ।

Hebrews 8:11

ନୂତନ ନିୟମରେ କିଏ ପ୍ରଭୁଙ୍କୁ ଜାଣିପାରିବ ?

ନୂତନ ନିୟମରେ, ସମସ୍ତେ ପ୍ରଭୁଙ୍କୁ ଜାଣିବେ, ନିମ୍ନଠାରୁ ଉଚ୍ଚ ପର୍ଯ୍ୟନ୍ତ ସମସ୍ତେ ପ୍ରଭୁଙ୍କୁ ଜାଣିବେ [୮:୧୧] ।

ନୂତନନିୟମରେ ଲୋକମାନଙ୍କ ପାପ ନିମନ୍ତେ ଈଶ୍ଵର କ'ଣ କରିବାକୁ କହିଥିଲେ ?

ଈଶ୍ଵର କହିଲେ, ସେ ଲୋକମାନଙ୍କ ପାପକୁ ଆଉ କେବେହେଲେ ସ୍ମରଣ କରିବେ ନାହିଁ [୮:୧୨] ।

Hebrews 8:13

ନୂତନନିୟମକୁ ଘୋଷଣା କରିବା ପାଇଁ ଈଶ୍ଵର ପ୍ରଥମ ନିୟମକୁ କ'ଣ କଲେ ?

ନୂତନନିୟମକୁ ଘୋଷଣା କରିବା ପାଇଁ, ଈଶ୍ଵର ପ୍ରଥମ ନିୟମକୁ ପୁରୁଣା କଲେ ଏବଂ ଅସ୍ତିତ୍ଵ ଲୋପ ପାଇବାକୁ ଲାଗିଲା [୮:୧୩] ।


Chapter 9

1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା । 2 କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି । 3 ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି; 4 ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମସିନ୍ଦୁକ ଥିଲା । ସେହି ନିୟମସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା, 5 ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ୱରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହି ସବୁ ବିଷୟରେ ଏବେ ଆମ୍ଭେମାନେ ସବିଶେଷ କହି ନ ପାରୁ । 6 ଏହି ସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକମାନେ ଉପାସନା କରିବା ନିମନ୍ତେ ତମ୍ବୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି, 7 କିନ୍ତୁ ଦ୍ୱିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି, ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଉତ୍ସର୍ଗ କରିବାର ରକ୍ତ ନ ନେଇ ପ୍ରବେଶ କରନ୍ତି ନାହିଁ । 8 ଏଥିରେ ପବିତ୍ର ଆତ୍ମା ଏହା ପ୍ରକାଶ କରନ୍ତି ଯେ, ପ୍ରଥମ ତମ୍ବୁ ରହିଥିବା ପର୍ଯ୍ୟନ୍ତ ପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ପ୍ରକାଶିତ ହୋଇ ନାହିଁ । 9 ଏହି ପ୍ରଥମ ତମ୍ବୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ, ଆଉ ତଦନୁସାରେ ଦାନ ଓ ବଳି ଉଭୟ ଉତ୍ସର୍ଗ କରାଯାଏ, କିନ୍ତୁ ଏହି ସବୁ ଉପାସକକୁ ବିବେକଗତ ସିଦ୍ଧି ଦାନ କରି ପାରେ ନାହିଁ; 10 ଏହି ସମସ୍ତ ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୁଚିକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର ।

11 କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ, 12 ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି । 13 କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ, 14 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ୱରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ ! 15 ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ୱରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି । 16 କାରଣ ଚୁକ୍ତି କରାଯାଇଥିଲେ ଚୁକ୍ତି କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ । 17 ଯେଣୁ ମୃତ୍ୟୁ ଘଟିଲେ ଚୁକ୍ତି ବଳବନ୍ତ ହୁଏ, କାରଣ ଚୁକ୍ତି କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ । 18 ଏଥି ନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନା ରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା । 19 କାରଣ ମୋଶା ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ, 20 ଈଶ୍ୱର ତୁମ୍ଭମାନଙ୍କ ସମ୍ବନ୍ଧରେ ଯେଉଁ ନିୟମ ଆଦେଶ କରିଅଛନ୍ତି, ସେହି ନିୟମର ରକ୍ତ ଏହି । 21 ଆହୁରି ମଧ୍ୟ ସେ ତମ୍ବୁ ଓ ଯାଜକୀୟ ପରିଚର୍ଯ୍ୟାର ସମସ୍ତ ପାତ୍ର ଉପରେ ସେହିପରି ରକ୍ତ ସେଚନ କଲେ । 22 ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ । 23 ଅତଏବ, ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହି ସବୁ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ । 24 କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି । 25 ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ; 26 ତାହାହେଲେ ଜଗତର ପତ୍ତନ ସମୟଠାରୁ ଥରକୁଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି । 27 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ, 28 ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ।



Translation Questions

Hebrews 9:1

ପ୍ରଥମ ନିୟମର ଉପାସନା କରିବା ପାଇଁ ସ୍ଥାନ କ'ଣ ଥିଲା ?

ପ୍ରଥମ ନିୟମର ଉପାସନା କରିବା ନିମନ୍ତେ ପୃଥିବୀରେ ତମ୍ବୁ ଥିଲା [୯:୧-୨] ।

ପୃଥିବୀସ୍ଥ ପବିତ୍ର ତମ୍ବୁ ସମାଗମରେ କ'ଣ ଅବସ୍ଥିତ ଥିଲା ?

ପୃଥିବୀସ୍ଥ ପବିତ୍ର ତମ୍ବୁ ସମାଗମରେ ଦୀପବୃକ୍ଷ, ମେଜ ଏବଂ ଦର୍ଶନ ରୋଟୀ ଥିଲା [୯:୨] ।

Hebrews 9:3

ପୃଥିବୀସ୍ଥ ତମ୍ବୁର ମହାପବିତ୍ର ସ୍ଥାନରେ କ'ଣ କ'ଣ ଅବସ୍ଥିତ ଥିଲା ?

ପୃଥିବୀସ୍ଥ ତମ୍ବୁର ମହାପବିତ୍ର ସ୍ଥାନରେ ଧୂପର ବେଦୀ ଏବଂ ନିୟମ ସିନ୍ଦୁକ ଥିଲା [୯:୨] ।

Hebrews 9:6

କେତେଥର ମହାଯାଜକ ମହାପବିତ୍ର ସ୍ଥାନରେ ପ୍ରବେଶ କରୁଥିଲେ ଏବଂ ପ୍ରବେଶ କରିବା ପୂର୍ବରୁ ସେ କ'ଣ କରୁଥିଲେ ?

ମହାଯାଜକ ବର୍ଷକୁ ଥରେ ମହାପବିତ୍ର ସ୍ଥାନରେ ପ୍ରବେଶ କରୁଥିଲେ ଏବଂ ତାହା ପୂର୍ବରୁ ସେ ଆପଣାର ଏବଂ ଲୋକମାନଙ୍କର ପାପ ନିମନ୍ତେ ରକ୍ତ ବଳି ଉତ୍ସର୍ଗ କରୁଥିଲେ [୮:୭] ।

Hebrews 9:8

ବର୍ତ୍ତମାନ ଯୁଗରେ ଏହି ପତ୍ରର ପାଠୁକମାନଙ୍କ ପାଇଁ ଏହା କିପରି ଗୋଟିଏ ଦୃଷ୍ଟାନ୍ତ ସଦୃଶ୍ୟ ଅଟେ ?

ପୃଥିବୀସ୍ଥ ତମ୍ବୁ, ଦାନ, ଏବଂ ବଳି ଉତ୍ସର୍ଗ ହୋଇଥାଏ ଏବଂ ଏକ ଦୃଷ୍ଟାନ୍ତ ପରି ବର୍ତ୍ତମାନ ଯୁଗରେ ସେବା ହୋଇଥାଏ [୯:୯] ।

ପୃଥିବୀସ୍ଥ ତମ୍ବୁରେ କେଉଁସବୁ ବଳିଗୁଡିକ ସିଦ୍ଧିଦାନ କରିପାରିଲେ ନାହିଁ ?

ପୃଥିବୀସ୍ଥ ତମ୍ବୁରେ ସମସ୍ତ ବଳିଦାନଗୁଡିକ ଉପାସକର ବିବେକକୁ ସିଦ୍ଧ କରିପାରିଲେ ନାହିଁ [୮:୯] ।

ପୃଥିବୀସ୍ଥ ତମ୍ବୁରେ କେଉଁ ସମୟ ପର୍ଯ୍ୟନ୍ତ ବିଧିବିଧାନ ଥିଲା ?

ପୃଥିବୀସ୍ଥ ତମ୍ବୁର ବିଧିବିଧାନଗୁଡିକ ଏକ ନୂତନ କ୍ରମ ନ ଆସିବା ପର୍ଯ୍ୟନ୍ତ ଥିଲା [୮:୧୦] ।

Hebrews 9:11

ଖ୍ରୀଷ୍ଟ ସେବା କରୁଥିବା ପବିତ୍ର ତମ୍ବୁ ବିଷୟରେ ପାର୍ଥକ୍ୟ କ'ଣ ଅଟେ ?

ଖ୍ରୀଷ୍ଟ ସେବା କରୁଥିବା ତମ୍ବୁ ଅଧିକ ସିଦ୍ଧ, ଯାହା ମନୁଷ୍ୟ ହସ୍ତ ଦ୍ଵାରା ନିର୍ମିତ ନୁହେଁ, ଏବଂ ଏହି ସୃଷ୍ଟ ହୋଇଥିବା ଜଗତର ନୁହେଁ [୯:୧୧] ।

ଖ୍ରୀଷ୍ଟ ଯେତେବେଳେ ତମ୍ବୁର ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେତେବେଳେ ସେ କ'ଣ ଉତ୍ସର୍ଗ କରନ୍ତି ?

ଖ୍ରୀଷ୍ଟ ଆପଣା ରକ୍ତ ଉତ୍ସର୍ଗ କରି ଯାହା ଦ୍ଵାରା ସେ ମହାପବିତ୍ର ସ୍ଥାନର ଅଧିକ ସିଦ୍ଧି ପବିତ୍ର ତମ୍ବୁରେ ପ୍ରବେଶ କଲେ [୯:୧୨,୧୪] ।

ଖ୍ରୀଷ୍ଟଙ୍କ ବଳି କ'ଣ ସାଧନ କଲା ?

ଖ୍ରୀଷ୍ଟଙ୍କ ବଳି ସମସ୍ତଙ୍କ ନିମନ୍ତେ ଅନନ୍ତକାଳୀନ ପରିତ୍ରାଣକୁ ସାଧନ କରେ [୯:୧୨] ।

Hebrews 9:13

ଖ୍ରୀଷ୍ଟଙ୍କ ରକ୍ତ ବିଶ୍ଵାସୀମାନଙ୍କ ନିମନ୍ତେ କ'ଣ କରିଥାଏ ?

ଖ୍ରୀଷ୍ଟଙ୍କ ରକ୍ତ ବିଶ୍ଵାସୀମାନଙ୍କ ବିବେକକୁ ଜୀବନ୍ତ ଈଶ୍ଵରଙ୍କୁ ସେବା କରିବା ପାଇଁ ମୃତ କାର୍ଯ୍ୟଗୁଡିକରୁ ଶୁଚି କରିଥାଏ [୯:୧୪] ।

ଖ୍ରୀଷ୍ଟ କେଉଁଥିର ମଧ୍ୟସ୍ଥ ଅଟନ୍ତି ?

ଖ୍ରୀଷ୍ଟ ନୂତନ ନିୟମର ମଧ୍ୟସ୍ଥ ଅଟନ୍ତି [୯:୧୫] ।

Hebrews 9:16

ଇଚ୍ଛାକୁ ବାଧ୍ୟ ହେବା ପାଇଁ କ'ଣ ଆବଶ୍ୟକ ଅଟେ ?

ଇଚ୍ଛାକୁ ବାଧ୍ୟ ହେବା ପାଇଁ ମୃତ୍ୟୁୁର ଆବଶ୍ୟକ ଅଟେ [୯:୧୭] ।

Hebrews 9:18

ପ୍ରଥମ ନିୟମ ନିମନ୍ତେ କେଉଁ ପ୍ରକାରର ମୃତ୍ୟୁୁ ଆବଶ୍ୟକ ଥିଲା ?

ବାଛୁରୀ ଏବଂ ଛେଳିମାନଙ୍କର ମୃତ୍ୟୁୁ ପ୍ରଥମ ନିୟମ ନିମନ୍ତେ ଆବଶ୍ୟକ ଥିଲା [୯:୧୮-୧୯] ।

Hebrews 9:21

ରକ୍ତ ବହାଇବା ବିହୁନେ କ'ଣ ଘଟିପାରିଵ ନାହିଁ

ରକ୍ତ ବହାଇବା ବିହୁନେ ପାପର କ୍ଷମା ନାହିଁ [୯:୨୨] ।

Hebrews 9:23

ଆମ୍ଭମାନଙ୍କ ପକ୍ଷରେ ଖ୍ରୀଷ୍ଟ କେଉଁଠାରେ ଦୃଶ୍ୟମାନ ହୁଅନ୍ତି ?

ଖ୍ରୀଷ୍ଟ ସ୍ଵର୍ଗରେ ଈଶ୍ଵରଙ୍କ ଉପସ୍ଥିତିରେ, ଆମ୍ଭମାନଙ୍କ ପକ୍ଷରେ ଦୃଶ୍ୟମାନ ହୁଅନ୍ତି [୯:୨୪] ।

Hebrews 9:25

କେତେଥର ଖ୍ରୀଷ୍ଟ ନିଜକୁ ନିଜେ ବଳିଦାନ କରି ପାପକୁ ଦୂରେଇ ନେବାକୁ ବାଧ୍ୟ ଅଟନ୍ତି ?

ଯୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ଖ୍ରୀଷ୍ଟ ନିଜକୁ ବଳିଦାନ କରନ୍ତି [୯:୨୬]।

Hebrews 9:27

ପ୍ରତ୍ୟେକ ଲୋକଙ୍କ ମୃତ୍ୟୁୁ ପରେ ସେମାନଙ୍କୁ କ'ଣ ହୁଏ ?

ମନୁଷ୍ୟମାନଙ୍କ ମୃତ୍ୟୁୁ ପରେ ସେମାନେ ବିଚାରିତ ହୁଅନ୍ତି [୯:୨୭]।

କେଉଁ ଉଦ୍ଦେଶ୍ୟରେ ଖ୍ରୀଷ୍ଟ ପୁଣି ଥରେ ଦ୍ୱିତୀୟଥର ଦର୍ଶନ ଦେବେ ?

ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟ ଦ୍ୱିତୀୟଥର ଦର୍ଶନ ଦେବେ [୯:୨୮]।


Chapter 10

1 କାରଣ ମୋଶାଙ୍କ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ ହୋଇ ସେହି ସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରି ପାରନ୍ତି ନାହିଁ । 2 ସେହି ସବୁ ବଳିର ଉତ୍ସର୍ଗ କ'ଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ ? 3 କିନ୍ତୁ ସେହି ସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ; 4 କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ । 5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ' ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ; 6 ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ । 7 ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋ' ବିଷୟରେ ଲେଖା ଅଛି, ହେ ଈଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି । 8 ଏସବୁ ଊର୍ଦ୍ଧ୍ୱରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ;) 9 ତତ୍ପରେ ସେ କହନ୍ତି, ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି । ଦ୍ୱିତୀୟଟି ସ୍ଥାପନ କରିବା ନିମନ୍ତେ ସେ ପ୍ରଥମଟି ଲୋପ କରନ୍ତି । 10 ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ । 11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହି ସବୁ କେବେ ପାପ ହରଣ କରି ପାରେ ନାହିଁ । 12 ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶ ନ କଲେ; 13 ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି । 14 କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି । 15 ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି; 16 କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ମୋଶାଙ୍କ ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହି ସବୁ ଲେଖିବା, ଏହା କହିଲା ଉତ୍ତାରେ ସେ କହନ୍ତି, 17 ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ । 18 ଏହି ସମସ୍ତ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ ।

19 ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍‍, ଆପଣା ଶରୀର ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, 20 ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ 21 ପୁଣି, ଈଶ୍ୱରଙ୍କ ମନ୍ଦିର ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ 22 ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ; 23 ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଯେ ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ୱସ୍ତ; 24 ପୁଣି, ପ୍ରେମ ଓ ସତ୍‍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ, 25 ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ । 26 କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ, 27 ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ । 28 କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ; 29 ତେବେ ଭାବି ଦେଖ, ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ ! 30 କାରଣ 'ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା,'ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, 'ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ' । 31 ଜୀବିତ ଈଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ । 32 କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ; 33 ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ । 34 କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ । 35 ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି । 36 ଯେଣୁ ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇ ପାର, ଏଥି ନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ । 37 କାରଣ ଆଉ ଅତିଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ । 38 ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍‍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ । 39 ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍‍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ ।



Translation Questions

Hebrews 10:1

ବ୍ୟବସ୍ଥାକୁ ଖ୍ରୀଷ୍ଟଙ୍କ ସତ୍ୟତାକୁ କ'ଣ ତୁଳନା କରାଯାଏ ?

ବ୍ୟବସ୍ଥା କେବଳ ଖ୍ରୀଷ୍ଟଙ୍କର ସତ୍ୟତାର ଛାୟା ସ୍ଵରୂପ ଅଟେ [୧୦:୧]।

ବ୍ୟବସ୍ଥା ଦ୍ୱାରା କରାଯାଇଥିବା ବଳୀ ଭକ୍ତମାନଙ୍କୁ କ'ଣ ସ୍ମରଣ କରାଏ ?

ବର୍ଷ ବର୍ଷ ଧରି କରାଯାଇଥିବା ପାପକୁ ବ୍ୟବସ୍ଥା ଦ୍ୱାରା କରାଯାଇଥିବା ବଳୀ ଭକ୍ତମାନଙ୍କୁ ସ୍ମରଣ କରାଏ [୧୦:୩]।

ବୃଷ ଓ ଛାଗର ରକ୍ତ ଦ୍ୱାରା କ'ଣ କରିବା ଅସମ୍ଭବ ଅଟେ ?

ବୃଷ ଓ ଛାଗର ରକ୍ତ ଦ୍ୱାରା ପାପ ହରଣ କରିବା ଅସମ୍ଭବ ଅଟେ [୧୦:୪] ।

Hebrews 10:5

ଯେତେବେଳେ ଖ୍ରୀଷ୍ଟ ଜଗତକୁ ଆସିଲେ, ଈଶ୍ଵର କ'ଣ ପ୍ରସ୍ତୁତ କଲେ ?

ଖ୍ରୀଷ୍ଟଙ୍କ ନିମନ୍ତେ ଈଶ୍ୱର ଏକ ଶରୀର ପ୍ରସ୍ତୁତ କଲେ [୧୦:୫] ।

Hebrews 10:8

କେଉଁ ଅଭ୍ୟାସକୁ ଈଶ୍ଵର ଅଲଗା କଲେ ଯେତେବେଳେ ଖ୍ରୀଷ୍ଟ ଜଗତକୁ ଆସିଲେ ?

ପ୍ରଥମ ଅଭ୍ୟାସ ବ୍ୟବସ୍ଥା ଅନୁସାରେ ଦିଆଯାଉଥିବା ବଳୀଗୁଡିକକୁ ଈଶ୍ଵର ଅଲଗା କଲେ [୧୦:୮] ।

କେଉଁ ଅଭ୍ୟାସକୁ ଈଶ୍ଵର ସ୍ଥାପନ କଲେ ଯେତେବେଳେ ଖ୍ରୀଷ୍ଟ ଜଗତକୁ ଆସିଲେ ?

ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ସମସ୍ତଙ୍କ ପାଇଁ ଉତ୍ସର୍ଗୀକୃତ କରିବା ଦ୍ୱାରା ଈଶ୍ଵର ଦ୍ୱିତୀୟ ଅଭ୍ୟାସକୁ ସ୍ଥାପନ କଲେ [୧୦:୧୦]।

Hebrews 10:11

ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଯେପରି ଖ୍ରୀଷ୍ଟ ବସି ଅଛନ୍ତି ସେ କ'ଣ ଧୈର୍ଯ୍ୟର ସହ ଅପେକ୍ଷା କରୁଅଛନ୍ତି ?

ଯେଉଁ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କର ଶତ୍ରୁମାନେ ନମ୍ର ହୁଅନ୍ତି ଏବଂ ତାହାଙ୍କ ପାଇଁ ପାଦପୀଠ ପ୍ରସ୍ତୁତ କରନ୍ତି ସେ ଅପେକ୍ଷା କରୁଅଛନ୍ତି [୧୦:୧୧-୧୨]।

ପବିତ୍ର ହୋଇଥିବା ଲୋକମାନଙ୍କ ପାଇଁ ତାହାଙ୍କର ଗୋଟିଏ ବଳିଦାନ ଦ୍ୱାରା କ'ଣ କରିଅଛନ୍ତି ?

ଯେଉଁମାନେ ପବିତ୍ର ହୋଇଅଛନ୍ତି ସେମାନଙ୍କୁ ଖ୍ରୀଷ୍ଟ ଚିରଦିନ ପାଇଁ ସିଦ୍ଧ କରିଅଛନ୍ତି [୧୦:୧୪]।

Hebrews 10:17

ଯେଉଁଠାରେ ପାପର କ୍ଷମା ଅଛି ସେଠାରେ କ'ଣ ଆବଶ୍ୟକତା ନାହିଁ ?

ଯେଉଁଠାରେ ପାପର କ୍ଷମା ଅଛି ସେଠାରେ ଅତିରିକ୍ତ ବଳିଦାନର ଆବଶ୍ୟକତା ନାହିଁ [୧୦:୧୮]।

Hebrews 10:19

କେଉଁ ସ୍ଥାନକୁ ବିଶ୍ଵାସୀମାନେ ଯୀଶୁଙ୍କ ରକ୍ତରେ ପ୍ରବେଶ କରିବେ ?

ବର୍ତ୍ତମାନ ବିଶ୍ଵାସୀମାନେ ତାଙ୍କରି ରକ୍ତରେ ମହା ପବିତ୍ର ସ୍ଥାନକୁ ପ୍ରବେଶ କରି ପାରିବେ [୧୦:୧୯]।

ବିଶ୍ଵାସୀ ହୃଦୟରେ କ'ଣ ଶୁଚୀକୃତ ଓ ନିର୍ମଳ ଜଳରେ ଧୌତ ହୋଇଅଛି?

ବିଶ୍ଵାସୀ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚୀକୃତ ଓ ନିର୍ମଳ ଜଳରେ ଧୌତ ଶରୀର ହୋଇଅଛି [୧୦:୨୨]।

Hebrews 10:23

କେଉଁ ବିଷୟକୁ ବିଶ୍ଵାସୀମାନେ ଦୃଢ଼ଭାବେ ଧରିବା ଉଚିତ୍?

ବିଶ୍ଵାସୀମାନେ ତାଙ୍କର ସ୍ୱୀକାରର ଦୃଢ଼ ଆଶାକୁ ଦୃଢ଼ଭାବେ ଧରିବା ଉଚିତ୍ [୧୦:୨୩]।

ବିଶ୍ଵାସୀମାନେ କ'ଣ ନିଶ୍ଚିତଭାବେ କରିବା ଆବଶ୍ୟକ ଯେପରି ଦିନ ପାଖେଇ ଆସୁଅଛି ?

ବିଶ୍ଵାସୀମାନେ ପରସ୍ପରକୁ ଉତ୍ସାହ ଅଧିକରୁ ଅଧିକ କରିବା ଉଚିତ୍ ଯେପରି ଦିନ ପାଖେଇ ଆସୁଅଛି [୧୦:୨୫]।

Hebrews 10:26

ଯେଉଁମାନେ ସତ୍ୟର ଜ୍ଞାନ ପ୍ରାପ୍ତ କଲାପରେ ଜାଣିଶୁଣି ପାପ କରି ଚାଲିଛନ୍ତି ସେମାନଙ୍କର ଆଶା କ'ଣ ?

ବିଚାର ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅଛି ଯେଉଁମାନେ ସତ୍ୟର ଜ୍ଞାନ ପ୍ରାପ୍ତ କଲାପରେ ଜାଣିଶୁଣି ପାପ କରି ଚାଲିଛନ୍ତି [୧୦:୨୬-୨୭] ।

Hebrews 10:28

ଯେ ଖ୍ରୀଷ୍ଟଙ୍କ ରକ୍ତରେ ପବିତ୍ର ହୋଇ ଅପବିତ୍ରତା ଆଚରଣ କରେ ସେ କ'ଣ ପାଇଁ ଉପଯୁକ୍ତ ଅଟେ ?

ଯେ ଖ୍ରୀଷ୍ଟଙ୍କ ରକ୍ତରେ ପବିତ୍ର ହୋଇ ଅପବିତ୍ରତା ଆଚରଣ କରେ ସେ ଦୟା ନ କରାଯାଇ ମୋଶାଙ୍କଠାରୁ ଦିଆଯାଇଥିବା ଦଣ୍ଡଠାରୁ ଅଧିକ ପାଇବା ଉପଯୁକ୍ତ ଅଟେ [୧୦:୨୮-୨୯]।

Hebrews 10:30

ପ୍ରତିଶୋଧ ନେବା କାହାର ଅଧିକାର ଅଟେ ?

ପ୍ରତିଶୋଧ ନେବା ପ୍ରଭୁଙ୍କର ଅଧିକାର ଅଟେ [୧୦:୩୦]।

Hebrews 10:32

ସମ୍ପତ୍ତିର ଅଧିକାର ପତ୍ର ଏହି ବିଶ୍ଵାସୀମାନେ ପ୍ରାପ୍ତ କଲାପରେ କିପରି ପ୍ରତିକ୍ରିୟା କଲେ ?

ବିଶ୍ଵାସୀମାନେ ଚିରକାଳର ଅଧିକାର ଜାଣି,ସେମାନେ ଆନନ୍ଦରେ ସମ୍ପତ୍ତିର ଅଧିକାର ପତ୍ର ସ୍ୱୀକାର କଲେ [୧୦:୩୪]।

Hebrews 10:35

ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ପ୍ରାପ୍ତ କରିବା ପାଇଁ ବିଶ୍ଵାସୀକୁ କ'ଣ କରିବା ଆବଶ୍ୟକ ଅଟେ ?

ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ପ୍ରାପ୍ତ କରିବାକୁ ବିଶ୍ଵାସୀକୁ ଭରସା ଓ ଧୈର୍ଯ୍ୟ ଧରିବା ଆବଶ୍ୟକ ଅଟେ [୧୦:୩୫-୩୬]।

Hebrews 10:38

କିପରି ଧାର୍ମିକ ଜୀବିତ ରହିବ?

ବିଶ୍ଵାସରେ ଧାର୍ମିକ ଜୀବିତ ରହିବ [୧୦:୩୮]।

ଯେଉଁମାନେ ପଛକୁ ଫେରିଯାଇଅଛନ୍ତି ସେମାନଙ୍କ ବିଷୟରେ ଈଶ୍ଵର କ'ଣ ମନେ କରନ୍ତି ?

ଯେଉଁମାନେ ପଛକୁ ଫେରିଯାଇଅଛନ୍ତି ସେମାନଙ୍କ ସହ ଈଶ୍ଵର ସନ୍ତୁଷ୍ଟ ନୁହନ୍ତି [୧୦:୩୮]।

ଯେଉଁମାନେ ଏହି ପତ୍ରକୁ ପ୍ରାପ୍ତ କରିଥିଲେ ସେମାନଙ୍କ ପାଇଁ ଲେଖକ କ'ଣ ଆଶା କରନ୍ତି ?

ଯେଉଁମାନେ ଏହି ପତ୍ରକୁ ପ୍ରାପ୍ତ କରିଥିଲେ ସେମାନେ ସେମାନଙ୍କ ପ୍ରାଣକୁ ରକ୍ଷା କରିବାକୁ ବିଶ୍ଵାସ କରିବେ ବୋଲି ଲେଖକଙ୍କର ଆଶା [୧୦:୩୯]।


Chapter 11

1 ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ । 2 ତଦ୍ୱାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ । 3 ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ । 4 ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ୱର ନିଜେ ତାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି । 5 ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଅନ୍ତର୍ହିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ୱର ତାଙ୍କୁ ଅନ୍ତର୍ହିତ କରିଥିଲେ । ସେ ଯେ ଈଶ୍ୱରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ; 6 ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ । 7 ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ । 8 ବିଶ୍ୱାସ ଦ୍ୱାରା ଅବ୍ରହାମ ଆହ୍ୱାନ ପ୍ରାପ୍ତ ହୁଅନ୍ତେ, ଯେଉଁ ଦେଶ ସେ ଅଧିକାରସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ପୁଣି, ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ । 9 ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍‍ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ; 10 କାରଣ ଯେଉଁ ନଗର ଭିତ୍ତିମୂଳବିଶିଷ୍ଟ, ପୁଣି, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ୱର, ସେ ତହିଁର ଅପେକ୍ଷାରେ ଥିଲେ । 11 ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତବୟସ୍କା ହେଲେ ହେଁ ଗର୍ଭଧାରଣ କରିବାକୁ ଶକ୍ତି ପ୍ରାପ୍ତ ହେଲେ; 12 ଏ ହେତୁରୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା । 13 ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ । 14 କାରଣ ଯେଉଁମାନେ ଏହିପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି । 15 ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ହୋଇଥାଆନ୍ତା । 16 କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍‍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ୱର ସେମାନଙ୍କ ଈଶ୍ୱର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି । 17 ବିଶ୍ୱାସ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍‍ହାକଙ୍କୁ ଉତ୍ସର୍ଗ କଲେ, ହଁ, ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ, 18 ଇସ୍‍ହାକଠାରୁ ତୁମ୍ଭର ବଂଶ ଖ୍ୟାତ ହେବ, ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ, 19 କାରଣ ଈଶ୍ୱର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ । 20 ବିଶ୍ୱାସ ଦ୍ୱାରା ଇସ୍‍ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ । 21 ବିଶ୍ୱାସ ଦ୍ୱାରା ଯାକୁବ ମୃତ୍ୟୁ ସମୟରେ ଯୋଷେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି, ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜିପଡ଼ି ପ୍ରଣାମ କଲେ । 22 ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ । 23 ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାଙ୍କ ଜନ୍ମ ହେବା ସମୟରେ ତାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାଙ୍କୁ ଗୋପନରେ ରଖିଲେ । 24 ବିଶ୍ୱାସ ଦ୍ୱାରା ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ; 25 ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ, 26 ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ । 27 ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲାପରି ସୁସ୍ଥିର ରହିଲେ । 28 ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି । 29 ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ । 30 ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍‍ ହେଲା । 31 ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଚୋରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ । 32 ଆଉ ଅଧିକ କ'ଣ କହିବି ? ଗିଦିୟୋନ, ବାରକ, ଶାମ୍‍ଶୋନ୍‍, ଯିପ୍ତହ, ଦାଉଦ, ଶାମୁଏଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ; 33 ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖ ବନ୍ଦ କଲେ, 34 ଅଗ୍ନିର ତେଜ ନିବାରଣ କଲେ, ଖଡ଼୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୂଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ । 35 ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ । 36 ଅନ୍ୟମାନେ ବିଦ୍ରୁପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ; 37 କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ଼୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ 38 ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା । 39 ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ, 40 ଯେଣୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧି ଲାଭ ନ କରନ୍ତି ।



Translation Questions

Hebrews 11:1

ଈଶ୍ଵରଙ୍କ ପ୍ରତିଜ୍ଞାଗୁଡିକ ଯାହା ଏପର୍ଯ୍ୟନ୍ତ ପୂରଣ ହେବାକୁ ଅଛି ସେ ପ୍ରତି ବିଶ୍ଵାସ କରୁଥିବା ବ୍ୟକ୍ତିର ଆଚରଣ କ'ଣ ଅଛି ?

ଈଶ୍ଵରଙ୍କ ପ୍ରତିଜ୍ଞାଗୁଡିକ ପ୍ରତି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହେବାକୁ ଅଛି, ବିଶ୍ଵାସ କରୁଥିବା ବ୍ୟକ୍ତି ଦୃଢ଼ତାରେ ଆଶା କରେ ଓ ନିଶ୍ଚିତତା ରଖେ [୧୧:୧]।

କେଉଁଠାରୁ ବିଶ୍ଵର ସମସ୍ତ ଦୃଶ୍ୟମାନ ବସ୍ତୁ ସୃଷ୍ଟି ହୋଇଥିଲେ ?

ବିଶ୍ଵର ସମସ୍ତ ଦୃଶ୍ୟମାନ ବସ୍ତୁ, ଦୃଶ୍ୟମାନ ବସ୍ତୁ ଠାରୁ ସୃଷ୍ଟି ହୋଇ ନ ଥିଲେ [୧୧:୩]।

Hebrews 11:4

ହେବଲ ଧାର୍ମିକ ଥିଲେ ବୋଲି କାହିଁକି ଈଶ୍ଵର ପ୍ରଶଂସା କଲେ ?

ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ବୋଲି ଈଶ୍ଵର ତାଙ୍କୁ ପ୍ରଶଂସା କଲେ [୧୧:୪]।

Hebrews 11:5

ଯେ ଈଶ୍ଵରଙ୍କ ନିକଟକୁ ଆସେ ସେ ନିଶ୍ଚୟ କ'ଣ ଈଶ୍ଵରଙ୍କ ବିଷୟରେ ବିଶ୍ଵାସ କରିବା ଉଚିତ୍ ?

ଯେ ଈଶ୍ଵରଙ୍କ ନିକଟକୁ ଆସେ ସେ ନିଶ୍ଚୟ ଈଶ୍ଵରଙ୍କ ବିଷୟରେ ବିଶ୍ଵାସ କରିବା ଉଚିତ୍ ଯେ ଈଶ୍ଵର ଅଛନ୍ତି ଏବଂ ସେ ତାହାଙ୍କ ଅନୁସରଣକାରୀମାନଙ୍କୁ ପୁରସ୍କାର ଦିଅନ୍ତି [୧୧:୬] ।

Hebrews 11:7

କିପରି ନୋହ ବିଶ୍ଵାସ ପ୍ରମାଣ ଦେଲେ ?

ଈଶ୍ଵରଙ୍କ ଆଜ୍ଞା ଅନୁସାରେ ଗୋଟିଏ ଜାହାଜ ନିର୍ମାଣ କରି ନୋହ ତାହାର ବିଶ୍ଵାସ ପ୍ରମାଣ ଦେଲେ [୧୧:୭] ।

Hebrews 11:11

କେଉଁ ପ୍ରତିଜ୍ଞା ଅବ୍ରହାମ ଓ ସାରା ବିଶ୍ଵାସ ଦ୍ଵାରା ପ୍ରାପ୍ତ କଲେ ?

ଅବ୍ରହାମ ଓ ସାରା ଗର୍ଭଧାରଣ କରିବାକୁ ଶକ୍ତି ପ୍ରାପ୍ତ କଲେ ଯଦିଓ ସେମାନେ ଅତି ବୃଦ୍ଧ ଥିଲେ [୧୧:୧୧] ।

Hebrews 11:13

କ'ଣ ବହୁତ ଦୂରରୁ ବିଶ୍ଵାସର ପିତୃପୁରଷମାନେ ଦେଖିଲେ ?

ବିଶ୍ଵାସର ପିତୃପୁରୁଷମାନେ ଈଶ୍ଵରଙ୍କ ପ୍ରତିଜ୍ଞାକୁ ଦେଖିଲେ ଓ ସ୍ଵାଗତ କଲେ [୧୧:୧୩] ।

ବିଶ୍ଵାସର ପିତୃପୁରୁଷମାନେ ନିଜକୁ ପୃଥିବୀରେ କ'ଣ ମନେ କଲେ ?

ବିଶ୍ଵାସର ପିତୃପୁରୁଷମାନେ ପୃଥିବୀରେ ନିଜକୁ ବିଦେଶୀ ଓ ପ୍ରବାସୀ ମନେ କଲେ [୧୧:୧୩] ।

Hebrews 11:15

ବିଶ୍ଵାସର ଲୋକଙ୍କ ପାଇଁ ଈଶ୍ଵର କ'ଣ ପ୍ରସ୍ତୁତ କରିଅଛନ୍ତି ?

ସ୍ଵର୍ଗୀୟ ନଗର ଈଶ୍ଵର ବିଶ୍ଵାସର ଲୋକଙ୍କ ପାଇଁ ପ୍ରସ୍ତୁତ କରିଅଛନ୍ତି [୧୧:୧୬] ।

Hebrews 11:17

ଅବ୍ରହାମ ଈଶ୍ଵର କରିପାରିବେ ବୋଲି କ'ଣ ବିଶ୍ଵାସ କଲେ ଯଦିଓ ସେ ତାହାରି ଏକମାତ୍ର ପୁତ୍ର ଇସାହକକୁ ବଳି ସ୍ଵରୂପ ଦିଏ ?

ଇସାହକକୁ ଈଶ୍ଵର ମୃତ୍ୟୁୁରୁ ପୁଣି ଜୀବିତ କରିପାରିବେ ବୋଲି ଅବ୍ରହାମ ବିଶ୍ଵାସ କଲେ [୧୧:୧୭-୧୯] ।

Hebrews 11:20

ଯେତେବେଳେ ଯୋଷେଫର ମୃତ୍ୟୁୁ ସମୟ ପାଖେଇ ଆସୁଥିଲା ସେ କ'ଣ ଭବିଷ୍ୟବାଣୀ କଲେ ?

ଯୋଷେଫର ମୃତ୍ୟୁୁ ସମୟରେ ସେ ଇସ୍ରାଏଲର ସନ୍ତାନମାନଙ୍କର ମିଶରରୁ ପ୍ରସ୍ଥାନ ବିଷୟରେ ଭବିଷ୍ୟବାଣୀ କଲେ [୧୧:୨୨] ।

Hebrews 11:23

ମୋଶା ଯେତେବେଳେ ବୃଦ୍ଧ ହୋଇଥିଲେ ସେ ବିଶ୍ଵାସରେ କ'ଣ କରିବାକୁ ବାଛିଲେ ?

ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କରି, ବିଶ୍ୱାସ ଦ୍ୱାରା ମୋଶା ଈଶ୍ଵରଙ୍କ ଲୋକମାନଙ୍କ ସହିତ ଅପବ୍ୟବହାରରେ ଭାଗୀ ହେବା ପାଇଁ ମନୋନୀତ କଲେ [୧୧:୨୪-୨୬]।

Hebrews 11:27

ଇସ୍ରାଏଲର ପ୍ରଥମ ଜାତ ସନ୍ତାନମାନଙ୍କୁ ଜୀବିତ ରଖିବା ପାଇଁ ମୋଶା ବିଶ୍ଵାସରେ କ'ଣ ପାଳନ କଲେ ?

ଇସ୍ରାଏଲର ପ୍ରଥମ ଜାତ ସନ୍ତାନମାନଙ୍କୁ ଜୀବିତ ରଖିବାକୁ ମୋଶା ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତସେଚନ ବିଧି ପାଳନ କଲେ [୧୧:୨୮]।

Hebrews 11:29

ବିଶ୍ଵାସରେ ରାହାବ କ'ଣ କଲେ ଯାହା ତାହାକୁ ବିନାଶରୁ ଉଦ୍ଧାର କଲା ?

ରାହାବ ବିଶ୍ଵାସରେ ଗୁପ୍ତଚରମାନଙ୍କୁ ସ୍ୱୀକାର କଲା ଯାହା ତାହାକୁ ବିନାଶରୁ ଉଦ୍ଧାର କଲା [୧୧:୩୧]।

Hebrews 11:32

ବିଶ୍ଵାସର ପୂର୍ବପୁରୁଷ କ'ଣ କିଛି ବିଷୟ ଯୁଦ୍ଧରେ ସଫଳ କଲେ ?

ବିଶ୍ଵାସର ପୂର୍ବପୁରୁଷ ରାଜ୍ୟଗୁଡ଼ିକ ଜୟ କଲେ, ଖଡ଼୍‍ଗଧାରରୁ ରକ୍ଷା ପାଇଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି ବିଜାତୀୟମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ [୧୧:୩୩-୩୪] ।

Hebrews 11:35

ବିଶ୍ଵାସର କିଛି ପୂର୍ବପୁରୁଷମାନେ କ'ଣ ଦୁଃଖଭୋଗ କଲେ ?

ବିଶ୍ଵାସର କିଛି ପୂର୍ବପୁରୁଷମାନେ ନିର୍ଯାତନା, ପରିହାସ, କୋରଡ଼ା ପ୍ରହାର, ବନ୍ଧନ ଓ କାରାବାସ, ପ୍ରସ୍ତରାଘାତ, କରତ ଦ୍ୱାରା ଦ୍ୱିଖଣ୍ଡିତ ଖଡ଼୍‍ଗ, ମୃତ୍ୟୁୁ ଓ ଅଭାବଗ୍ରସ୍ତ ଭୋଗକଲେ [୧୧:୩୫-୩୮] ।

Hebrews 11:39

ବିଶ୍ଵାସର ପୂର୍ବପୁରୁଷଙ୍କ ବ୍ୟତୀତ, ଜାଗତିକ ଜୀବନରେ କ'ଣ ସେମାନେ ପ୍ରାପ୍ତ କଲେ ନାହିଁ ?

ବିଶ୍ଵାସର ପୂର୍ବପୁରୁଷଙ୍କ ବ୍ୟତୀତ, ଜାଗତିକ ଜୀବନରେ ସେମାନେ ଈଶ୍ଵରଙ୍କ ପ୍ରତିଜ୍ଞା ପ୍ରାପ୍ତ କଲେ ନାହିଁ ଯାହା ଈଶ୍ଵର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ [୧୧:୩୯] ।

କାହା ସହିତ ବିଶ୍ଵାସର ପୂର୍ବପୁରୁଷମାନେ ଈଶ୍ଵରଙ୍କ ପ୍ରତିଜ୍ଞା ପ୍ରାପ୍ତ କରିବେ ଏବଂ ସିଦ୍ଧ ହେବେ ?

ବିଶ୍ଵାସର ପୂର୍ବପୁରୁଷମାନେ ଈଶ୍ଵରଙ୍କ ପ୍ରତିଜ୍ଞା ପ୍ରାପ୍ତ କରିବେ ଏବଂ ନୂତନ ନିୟମର ବିଶ୍ଵାସୀମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସିଦ୍ଧ ହେବେ [୧୧:୪୦] ।


Chapter 12

1 ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ । 2 ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି, ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି ।

3 ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳାନ୍ତ ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର । 4 ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏଁ ରକ୍ତବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ, 5 ଆଉ ପୁତ୍ରମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହବାକ୍ୟ ଭୁଲିଅଛ, ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ; 6 କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି । 7 ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ୱର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି ? 8 କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ । 9 ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ ? 10 କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ; କିନ୍ତୁ ଆମ୍ଭେମାନେ ଯେପରି ତାହାଙ୍କ ପବିତ୍ରତାର ସହଭାଗୀ ହେଉ, ଏଥିପାଇଁ ସେ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି । 11 ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ । 12 ଅତଏବ, ତୁମ୍ଭେମାନେ ଦୁର୍ବଳ ହସ୍ତ ଓ ଅବଶ ଜାନୁ ସବଳ କର, 13 ପୁଣି, ଆପଣା ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର ଯେପରି ଯାହା ଖଞ୍ଜ, ତାହା ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ । 14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର, 15 କାଳେ କେହି ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ କଳୁଷିତ ହୁଅନ୍ତି; 16 କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏବିଷୟରେ ସାବଧାନ ହୁଅ । 17 ତୁମ୍ଭେମାନେ ତ ଜାଣ ଯେ, ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି, ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ସଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ ।

18 କାରଣ ତୁମ୍ଭେମାନେ ସ୍ପୃଶ୍ୟ ପର୍ବତ ଓ ପ୍ରଜ୍ଜ୍ୱଳିତ ଅଗ୍ନି ନିକଟକୁ ପୁଣି, ନିବିଡ଼ ମେଘ, ଅନ୍ଧକାର, ଝଡ଼, 19 ତୂରୀର ଧ୍ୱନୀ ଓ ବାକ୍ୟର ଶବ୍ଦ ନିକଟକୁ ଆସି ନାହଁ, ଶ୍ରୋତାମାନେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ; 20 ଯେଣୁ କୌଣସି ପଶୁ ସୁଦ୍ଧା ଯଦି ସେହି ପର୍ବତ ସ୍ପର୍ଶ କରେ, ତେବେ ସେ ପ୍ରସ୍ତରାଘାତରେ ହତ ହେବ, ଏହି ଯେଉଁ ଆଜ୍ଞା ଦିଆଯାଇଥିଲା, ତାହା ସେମାନେ ସହ୍ୟ କରି ପାରିଲେ ନାହିଁ; 21 ଆଉ ସେହି ଦୃଶ୍ୟ ଏପରି ଭୟଙ୍କର ଥିଲା ଯେ, ମୋଶା ହିଁ କହିଲେ, ମୁଁ ଅତ୍ୟନ୍ତ ଭୀତ ଓ କମ୍ପିତ ହେଉଅଛି । 22 କିନ୍ତୁ ତୁମ୍ଭେମାନେ ସିୟୋନ ପର୍ବତ ଓ ଜୀବନ୍ତ ଈଶ୍ୱରଙ୍କ ନଗର, ଅର୍ଥାତ୍‍, ସ୍ୱର୍ଗୀୟ ଯିରୂଶାଲମ, ଅସଂଖ୍ୟ ଦୂତବାହିନୀଙ୍କ ମହୋତ୍ସବ, 23 ସ୍ୱର୍ଗରେ ଲିଖିତ ପ୍ରଥମଜାତମାନଙ୍କର ମଣ୍ଡଳୀ, ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ୱର, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ, 24 ନୂତନ ନିୟମର ମଧ୍ୟସ୍ଥ ଯୀଶୁ, ପୁଣି, ଯେଉଁ ସେଚନର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଉତ୍କୃଷ୍ଟତର ବାକ୍ୟ କହେ, ତାହା ନିକଟକୁ ଆସିଅଛ । 25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ ନ କର, କାରଣ ଯେ ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ସେମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ଯେ ରକ୍ଷା ପାଇବା ନାହିଁ, ଏହା କେତେ ଅଧିକ ସୁନିଶ୍ଚିତ ! 26 ସେତେବେଳେ ତାହାଙ୍କ ସ୍ୱର ପୃଥିବୀକି ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ସୁଦ୍ଧା କମ୍ପାଇବା । 27 ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍‍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ । 28 ଅତଏବ, ଅଟଳ ରାଜ୍ୟ ପ୍ରାପ୍ତ ହେବାରୁ ଆସ, ଆମ୍ଭେମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ୱରଙ୍କ ସନ୍ତୋଷଜନକ ଉପାସନା କରୁ । 29 କାରଣ ଆମ୍ଭମାନଙ୍କର ଈଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ ।



Translation Questions

Hebrews 12:1

କାହିଁକି ବିଶ୍ଵାସୀ ପାପକୁ ପରିତ୍ୟାଗ କରିବା ଉଚିତ୍ ଯାହା ସହଜରେ ତାହାକୁ ଫାନ୍ଦରେ ପକାଇଥାଏ ?

ଯେହେତୁ ସେ ଏତେ ବୃହତ୍ ମେଘତୁଲ୍ୟ ସାକ୍ଷ୍ୟମାନଙ୍କ ଦ୍ଵାରା ପରିବେଷ୍ଟିତ, ବିଶ୍ଵାସୀ ଫାନ୍ଦରେ ପକାଉଥିବା ପାପକୁ ପରିତ୍ୟାଗ କରିବା ଉଚିତ୍ [୧୨:୧] ।

କାହିଁକି ଯୀଶୁ କ୍ରୁଶକୁ ସହିଲେ ଏବଂ ତାହାର ଅପମାନକୁ ତୁଚ୍ଛ ମନେ କଲେ ?

ଯୀଶୁ ସେହି ଆନନ୍ଦ ନିମନ୍ତେ ଯାହା ତାହାଙ୍କ ସମ୍ମୁଖରେ ଥିଲା କ୍ରୁଶକୁ ସହିଲେ ଏବଂ ତାହାର ଅପମାନକୁ ତୁଚ୍ଛ ମନେ କଲେ [୧୨:୨] ।

କିପରି ଜଣେ ବିଶ୍ଵାସୀ କ୍ଲାନ୍ତ ଏବଂ ସାହସହୀନତାକୁ ତ୍ୟାଗ କରିବା ଉଚିତ୍ ?

ପାପୀମାନଙ୍କଠାରୁ ଘୃଣିତ କଥନକୁ ସହିଥିବା ଯୀଶୁଙ୍କୁ ଦୃଷ୍ଟି କରିବା ଦ୍ଵାରା, ଜଣେ ବିଶ୍ଵାସୀ କ୍ଲାନ୍ତ ଏବଂ ସାହସହୀନତାକୁ ନିବାରଣ କରିପାରିବ [୧୨:୩] ।

Hebrews 12:4

ପ୍ରଭୁ ସେମାନଙ୍କୁ କ'ଣ କରନ୍ତି ଯେଉଁମାନଙ୍କୁ ସେ ପ୍ରେମ ଏବଂ ଗ୍ରହଣ କରନ୍ତି ?

ପ୍ରଭୁ ସେମାନଙ୍କୁ ଅନୁଶାସନ କରନ୍ତି ଯାହାକୁ ସେ ପ୍ରେମ ଏବଂ ଗ୍ରହଣ କରନ୍ତି [୧୨:୬] ।

Hebrews 12:7

ଜଣେ ବ୍ୟକ୍ତି କ'ଣ ଅଟେ ଯିଏ ପ୍ରଭୁଙ୍କ ଅନୁଶାସନ ବିହୁନେ ଥାଏ ?

ଜଣେ ବ୍ୟକ୍ତି ପ୍ରଭୁଙ୍କ ଅନୁଶାସନ ବ୍ୟତୀତ ଅବୈଧ ସନ୍ତାନ ଏବଂ ଈଶ୍ଵରଙ୍କ ସନ୍ତାନ ନୁହେଁ [୧୨:୮] ।

Hebrews 12:9

କାହିଁକି ଈଶ୍ଵର ତାହାଙ୍କ ସନ୍ତାନମାନଙ୍କୁ ଅନୁଶାସନ କରନ୍ତି ?

ଈଶ୍ଵର ତାହାଙ୍କ ସନ୍ତାନମାନଙ୍କୁ ସେମାନଙ୍କ ଉତ୍ତମ ସକାଶେ ଅନୁଶାସନ କରନ୍ତି ଯେପରି ସେମାନେ ତାହାଙ୍କ ପବିତ୍ରତାରେ ସହଭାଗୀ ହୋଇପାରିବେ [୧୨:୧୧] ।

Hebrews 12:14

ବିଶ୍ଵାସୀମାନେ ଲୋକମାନଙ୍କ ସହ କ'ଣ ଅନୁଧାବନ କରିବା ଉଚିତ୍ ?

ବିଶ୍ଵାସୀମାନେ ଲୋକମାନଙ୍କ ସହ ଶାନ୍ତି ଅନୁଧାବନ କରିବା ଉଚିତ୍ [୧୨:୧୪] ।

କ'ଣ ବୃଦ୍ଧି ନ ହୋଇ ଏବଂ ଅନିଷ୍ଟ ନ କରି ଏବଂ ଅନେକଙ୍କୁ କଳୁଷିତ କରିବା ଉଚିତ୍ ନୁହେଁ ?

ତିକ୍ତତାର ମୂଳ ବୃଦ୍ଧି ନ ହୋଇ ଏବଂ ଅନିଷ୍ଟ ନ କରି ଏବଂ ଅନେକଙ୍କୁ କଳୁଷିତ କରିବା ଉଚିତ୍ ନୁହେଁ [୧୨:୧୫] ।

ଏଷୌକୁ କ'ଣ ହେଲା ଯେତେବେଳେ ସେ ତାହାର ନିଜ ଜନ୍ମ ଅଧିକାରକୁ ବିକ୍ରୀ କଲା ପରେ ଆଶୀର୍ବାଦକୁ ଅଶ୍ରୁର ସହ ପାଇବା ପାଇଁ ଇଚ୍ଛା କଲା ?

ଏଷୌକୁ ଅଗ୍ରାହ୍ୟ କରାଗଲା ଯେତେବେଳେ ସେ ତାହାର ନିଜ ଜନ୍ମ ଅଧିକାରକୁ ବିକ୍ରୀ କଲା ପରେ ଅଶ୍ରୁର ସହିତ ଅଧିକାରକୁ ପାଇବା ପାଇଁ ଇଛା କଲା [୧୨:୧୭] ।

Hebrews 12:18

ଇସ୍ରାଏଲୀୟମାନେ ପ୍ରାନ୍ତରରେ କ'ଣ କଲେ ଯେଉଁଠାରେ ସେମାନେ ଈଶ୍ଵରଙ୍କ ସ୍ଵର ଶୁଣିଲେ ?

ଇସ୍ରାଏଲୀୟମାନେ ଅନୁରୋଧ କଲେ ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ [୧୨:୧୯] ।

Hebrews 12:22

ଯେଉଁଠାରେ ଇସ୍ରାଏଲୀୟମାନେ ଈଶ୍ଵରଙ୍କ ସ୍ଵର ଶୁଣିଥିଲେ, ସେହି ପର୍ବତ ବ୍ୟତୀତ ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ କେଉଁଠାକୁ ଆସନ୍ତି ?

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ସିୟୋନ ପର୍ବତକୁ ଏବଂ ଜୀବନ୍ତ ଈଶ୍ଵରଙ୍କ ନଗରକୁ ଆସନ୍ତି [୧୨:୨୨] ।

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ କେଉଁ ସଭାକୁ ଆସନ୍ତି ?

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ସ୍ଵର୍ଗରେ ପଞ୍ଜୀକୃତ ହୋଇଥିବା ସମସ୍ତ ପ୍ରଥମଜାତମାନଙ୍କ ସଭାକୁ ଆସନ୍ତି [୧୨:୨୩] ।

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ କାହା ନିକଟକୁ ଆସନ୍ତି ?

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ସମସ୍ତଙ୍କୁ ବିଚାର କରୁଥିବା ଈଶ୍ଵରଙ୍କ ନିକଟକୁ, ଧାର୍ମିକମାନଙ୍କ ଆତ୍ମାମାନଙ୍କ ପାଖକୁ ଏବଂ ଯୀଶୁଙ୍କ ନିକଟକୁ ଆସନ୍ତି [୧୧୨:୨୩-୨୪] ।

Hebrews 12:25

ସେମାନଙ୍କୁ କ'ଣ ହୁଏ ଯେଉଁମାନେ ସେହି ଜଣକଠାରୁ ବିମୁଖ ହୁଅନ୍ତି ଯିଏ ସ୍ଵର୍ଗରୁ ସେମାନଙ୍କୁ ସଚେତନ କରନ୍ତି ?

ଯେଉଁମାନେ ବିମୁଖ ହୁଅନ୍ତି, ଈଶ୍ଵରଙ୍କ ଠାରୁ ଖସି ଯାଇପାରିବେ ନାହିଁ [୧୨:୨୫] ।

ଈଶ୍ଵର କ'ଣ ଟଳମଳ ଏବଂ ସ୍ଥାନାନ୍ତରିତ କରିବାକୁ ପ୍ରତିଜ୍ଞା କଲେ ?

ଈଶ୍ଵର ସୃଷ୍ଟ ହୋଇଥିବା ବିଷୟକୁ ଟଳମଳ ଏବଂ ସ୍ଥାନାନ୍ତର କରିବାକୁ ପ୍ରତିଜ୍ଞା କଲେ [୧୨:୨୬-୨୭] ।

Hebrews 12:27

ଟଳମଳ ହେବା ବିଷୟ ବ୍ୟତୀତ ବିଶ୍ଵାସୀମାନେ କ'ଣ ପ୍ରାପ୍ତ କରିବେ ?

ଟଳମଳ ହେବା ବିଷୟ ବ୍ୟତୀତ ବିଶ୍ଵାସୀମାନେ ରାଜ୍ୟ ଯାହା ଟଳମଳ ହୁଏ ନାହିଁ ପ୍ରାପ୍ତ କରିବେ [୧୨:୨୮] ।

ବିଶ୍ଵାସୀମାନେ ଈଶ୍ଵରଙ୍କୁ କିପରି ଉପାସନା କରିବା ଉଚିତ୍ ?

ବିଶ୍ଵାସୀମାନେ ଏହିପରି ଉପାସନା କରିବା ଉଚିତ୍ କାରଣ ସେ ଏକ ଗ୍ରାସକାରୀ ଅଗ୍ନି ଅଟନ୍ତି [୧୨:୨୯] ।


Chapter 13

1 ଭ୍ରାତୃପ୍ରେମ ସ୍ଥିର ହୋଇଥାଉ । 2 ଆତିଥ୍ୟସତ୍କାର ନ ପାସୋର, ଯେଣୁ ତଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି । 3 ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର । 4 ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ । 5 ଆଚାରବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, "ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ''। 6 ଅତଏବ ଆମ୍ଭେମାନେ ସାହସପୂର୍ବକ କହି ପାରୁ, ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ ମନୁଷ୍ୟ ମୋହର କ'ଣ କରିବ ? 7 ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ । 8 ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି । 9 ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହୁଅ, କାରଣ ଖାଦ୍ୟପଦାର୍ଥ ଦ୍ୱାରା ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ହୃଦୟ ସ୍ଥିରୀକୃତ ହେବା ଭଲ; ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହେବ ନାହିଁ । 10 ଯେଉଁ ବେଦିର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ବେଦି ଅଛି । 11 କାରଣ ଯେଉଁ ସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ସେହି ସବୁ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ ହୁଏ । 12 ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ । 13 ଅତଏବ, ଆସ, ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ । 14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭାବି ନଗରର ଅନ୍ୱେଷଣ କରୁଅଛୁ । 15 ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍‍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ । 16 ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ । 17 ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରି ପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ । 18 ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, କାରଣ ଆମ୍ଭମାନଙ୍କର ବିଶ୍ୱାସ ଯେ, ଆମ୍ଭମାନଙ୍କର ସୁବିବେକ ଅଛି, ଯେଣୁ ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ । 19 ଆଉ ମୁଁ ଯେପରି ଶୀଘ୍ର ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ପାରିବି, ଏଥି ନିମନ୍ତେ ପ୍ରାର୍ଥନା କରିବାକୁ ତୁମ୍ଭମାନଙ୍କୁ ବିଶେଷ ଭାବରେ ଅନୁରୋଧ କରୁଅଛି ।

20 ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍‍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ; 21 ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା ସେ ଆମ୍ଭମାନଙ୍କ ଅନ୍ତରରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ । ଯୁଗେ ଯୁଗେ ଗୌରବ ତାହାଙ୍କର । ଆମେନ୍‍ ।

22 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି । 23 ଆମ୍ଭମାନଙ୍କର ଭ୍ରାତା ତୀମଥି ମୁକ୍ତ ହୋଇ ଯଦି ସେ ଶୀଘ୍ର ଆସନ୍ତି, ତେବେ ତାହାଙ୍କ ସଙ୍ଗରେ ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଆସିବି । 24 ତୁମ୍ଭମାନଙ୍କର ସମସ୍ତ ନେତା ଓ ସାଧୁସମସ୍ତଙ୍କୁ ନମସ୍କାର ଜଣାଅ । ଯେଉଁମାନେ ଇତାଲିଆରୁ ଆସିଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । 25 ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ ।



Translation Questions

Hebrews 13:1

ପ୍ରବାସୀମାନଙ୍କୁ ଆତିଥ୍ୟ କରିବା ଦ୍ଵାରା କେତେକ କ'ଣ କରିଅଛନ୍ତି ?

କେତେକ ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି [୧୩:୨]।

Hebrews 13:3

ବିଶ୍ଵାସୀମାନେ ବନ୍ଦୀମାନଙ୍କୁ କିପରି ସ୍ମରଣ କରିବା ଉଚିତ୍ ?

ବିଶ୍ଵାସୀମାନେ ବନ୍ଦୀମାନଙ୍କ ସହବନ୍ଦୀରୂପେ ଜ୍ଞାନ କରି, ପୁଣି ନିଜେ ଦେହଧାରୀ ଅଟନ୍ତି ବୋଲି ଜାଣି ସ୍ମରଣ କରିବା ଉଚିତ୍ [୧୩:୩]।

ସମସ୍ତଙ୍କ ମଧ୍ୟରେ କ'ଣ ଆଦରଣୀୟ ହେବା ଆବଶ୍ୟକ ?

ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେବା ଆବଶ୍ୟକ [୧୩:୪]।

ଈଶ୍ଵର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ସହ କ'ଣ କରନ୍ତି ?

ଈଶ୍ଵର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରନ୍ତି [୧୩:୪]।

Hebrews 13:5

ଜଣେ ବିଶ୍ଵାସୀ ଧନଲୋଭରୁ କିପରି ମୁକ୍ତ ହୋଇପାରିବ ?

ଜଣେ ବିଶ୍ଵାସୀ ଧନଲୋଭରୁ ମୁକ୍ତ ହୋଇପାରିବ ଯେହେତୁ ଈଶ୍ଵର କହିଅଛନ୍ତି ଯେ ଆମ୍ଭେ କେବେହେଁ ଛାଡିବା ନାହିଁ କି କେବେହେଁ ପରିତ୍ୟାଗ କରିବା ନାହିଁ [୧୩:୫]।

Hebrews 13:7

ବିଶ୍ଵାସୀମାନେ କାହା ବିଶ୍ଵାସର ଅନୁକାରୀ ହେବା ଉଚିତ୍ ?

ବିଶ୍ଵାସୀମାନେ ସେମାନଙ୍କର ଅନୁକାରୀ ହେବା ଉଚିତ୍ ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ସେମାନଙ୍କୁ କହିଥିଲେ ପୁଣି ଯେଉଁମାନେ ସେମାନଙ୍କୁ ନେତୃତ୍ଵ କରିଥିଲେ [୧୩:୭]।

Hebrews 13:9

କେଉଁ ନୂତନ ଶିକ୍ଷା ବିଷୟରେ ଲେଖକ ବିଶ୍ଵାସୀମାନଙ୍କୁ ସଚେତନ କରନ୍ତି ?

ଖାଦ୍ୟ ପଦାର୍ଥରେ ଅନ୍ତର୍ଭୁକ୍ତ ହୋଇଥିବା ନୂତନ ଶିକ୍ଷା ବିଷୟରେ ବିଶ୍ଵାସୀମାନଙ୍କୁ ଲେଖକ ସଚେତନ କରାନ୍ତି [୧୩:୯]।

ବଳିଦାନ ନିମନ୍ତେ ମହା ପବିତ୍ର ସ୍ଥାନକୁ ଅଣାଯାଇଥିବା ପଶୁମାନଙ୍କର ଶରୀରକୁ କେଉଁଠାରେ ଦଗ୍ଧ କରାଯାଉଥିଲା ?

ପଶୁର ଶରୀରକୁ ଛାଉଣୀର ବାହାରେ ଦଗ୍ଧ କରାଯାଉଥିଲା [୧୩:୧୧]।

Hebrews 13:12

କେଉଁଠାରେ ଯୀଶୁ ମୃତ୍ୟୁଭୋଗ କଲେ ?

ଯୀଶୁ ନଗରଦ୍ଵାରର ବାହାରେ ମୃତ୍ୟୁଭୋଗ କଲେ [୧୩:୧୨]।

ବିଶ୍ଵାସୀମାନେ କେଉଁଠାକୁ ଯିବା ଆବଶ୍ୟକ, ପୁଣି କାହିଁକି ?

ତାହାଙ୍କ ନିନ୍ଦା ସହ୍ୟ କରି, ବିଶ୍ଵାସୀମାନେ ଛାଉଣୀର ବାହାରେ ଯୀଶୁଙ୍କ ନିକଟକୁ ଯିବା ଆବଶ୍ୟକ [୧୩:୧୩]।

ବିଶ୍ଵାସୀମାନଙ୍କ କେଉଁ ଚିରସ୍ଥାୟୀ ନଗର ପୃଥିବୀରେ ଅଛି ?

ବିଶ୍ଵାସୀମାନଙ୍କ ଚିରସ୍ଥାୟୀ ନଗର ପୃଥିବୀରେ ନାହିଁ [୧୩:୧୪]।

ଏହା ବ୍ୟତୀତ ବିଶ୍ଵାସୀମାନେ କେଉଁ ନଗରର ଅନ୍ୱେଷଣ କରନ୍ତି ?

ଏହା ବ୍ୟତୀତ ବିଶ୍ଵାସୀମାନେ ଆଗାମୀ ନଗରର ଅନ୍ୱେଷଣ କରନ୍ତି [୧୩:୧୪]।

Hebrews 13:15

ବିଶ୍ଵାସୀମାନେ କେଉଁ ବଳୀ ଈଶ୍ଵରଙ୍କୁ ନିତ୍ୟ ଉତ୍ସର୍ଗ କରିବା ଉଚିତ୍ ?

ବିଶ୍ଵାସୀମାନେ ପ୍ରଶଂସାରୂପ ବଳୀ ନିତ୍ୟ ଈଶ୍ଵରଙ୍କୁ ଉତ୍ସର୍ଗ କରିବା ଉଚିତ୍ [୧୩:୧୫]।

ବିଶ୍ଵାସୀମାନଙ୍କର ସ୍ଵଭାବ ସେମାନଙ୍କର ନେତାମାନଙ୍କ ପ୍ରତି କିପରି ରହିବା ଉଚିତ୍ ?

ବିଶ୍ଵାସୀମାନେ ସେମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ବଶୀଭୂତ ହେବା ଉଚିତ୍ [୧୩:୧୭]।

Hebrews 13:20

ଈଶ୍ଵର କେଉଁ କାର୍ଯ୍ୟ ବିଶ୍ଵାସୀମାନଙ୍କଠାରେ କରନ୍ତି ?

ଈଶ୍ଵରଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ ତାହା ଈଶ୍ଵର ବିଶ୍ଵାସୀମାନଙ୍କଠାରେ କରନ୍ତି [୧୩:୨୧]।

Hebrews 13:22

ଯେତେବେଳେ ସେ ବିଶ୍ଵାସୀମାନଙ୍କୁ ସାକ୍ଷାତ କରିବାକୁ ଆସିବେ ସେତେବେଳେ ଲେଖକ କାହା ସହିତ ଆସିବେ ?

ଯେତେବେଳେ ସେ ବିଶ୍ଵାସୀମାନଙ୍କୁ ସାକ୍ଷାତ କରିବାକୁ ଆସିବେ ସେତେବେଳେ ଲେଖକ ତିମଥିଙ୍କ ସହିତ ଆସିବେ [୧୩:୨୩]।


Book: James

James

Chapter 1

1 ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର ।

2 ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, 3 ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ । 4 ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ । 5 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ । 6 କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ । 7 ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ; 8 ସେ ତ ଦ୍ୱିମନା ଲୋକ, ଆପଣାର ସମସ୍ତ ଗତିରେ ଅସ୍ଥିର । 9 ଦୀନାବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ, 10 ଧନୀ ଆପଣା ଦୀନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ିପଡ଼ିବ । 11 ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ । 12 ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ । 13 କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ୱରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇ ପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ । 14 କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ; 15 ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ । 16 ହେ ମୋହର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ । 17 ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍‍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ । 18 ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥି ନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ ।

19 ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ । ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ, 20 କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ । 21 ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର । 22 କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ । 23 କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ, 24 ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ । 25 କିନ୍ତୁ ଯେ ସିଦ୍ଧ, ଅର୍ଥାତ୍‍, ସ୍ୱାଧୀନତାର ମୋଶାଙ୍କ ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ । 26 ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା । 27 ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ ।



Translation Questions

James 1:1

ଯାକୁବ ଏହି ପତ୍ର କାହାକୁ ଲେଖିଥିଲେ ?

ଛିନ୍ନଭିନ୍ନ ହୋଇଥିବା ଦ୍ଵାଦଶ ଗୋଷ୍ଠୀମାନଙ୍କୁ ଯାକୁଵ ଏହି ପତ୍ର ଲେଖିଥିଲେ [୧:୧] ।

ଯେତେବେଳେ ସମସ୍ୟାମାନ ଅନୁଭବ କରିବା ସମୟରେ, ଯାକୁଵ ତାଙ୍କର ପାଠକମାନଙ୍କୁ କଣ ମନୋଭାବ ହେବା ଉଚିତ୍ ବୋଲି କହନ୍ତି ?

ସମସ୍ୟାମାନ ସମ୍ମୁଖିନ ହେବା ସମୟରେ ଏହା ସମସ୍ତ ଆନନ୍ଦର ବିଷୟ ବୋଲି ମନେ କରିବାକୁ ଯାକୁଵ କହନ୍ତି [୧:୨] ।

ଆମ୍ଭମାନଙ୍କ ବିଶ୍ଵାସ ପରୀକ୍ଷାରେ କଣ ଉତ୍ପନ୍ନ କରେ ?

ଆମ୍ଭମାନଙ୍କ ବିଶ୍ଵାସରେ ପରୀକ୍ଷିତ ହେବା ଧୈର୍ଯ୍ୟ ଏବଂ ପରିପକ୍ଵତା ଉତ୍ପନ୍ନ କରେ [୧:୩-୪] ।

James 1:4

ବିଶ୍ଵାସରେ ଆମ୍ଭେ କଣ ପ୍ରାର୍ଥନା କରିବା ଉଚିତ୍ ?

ବିଶ୍ଵାସରେ ଆମ୍ଭେ ଜ୍ଞାନ ପାଇଁ ପରମେଶ୍ଵରଙ୍କୁ ପ୍ରାର୍ଥନା କରିବା ଉଚିତ୍ [୧:୪-୫] ।

James 1:6

କେହିଜଣେ କଣ ପାଇବାକୁ ଆଶା କରନ୍ତି, ଯିଏ ସନ୍ଦେହ ସହ ପ୍ରାର୍ଥନା କରନ୍ତି ?

ଯେଉଁଜଣେ ସନ୍ଦେହ ସହ ପ୍ରାର୍ଥନା କରନ୍ତି, ପ୍ରଭୁଙ୍କଠାରୁ କୌଣସୀ ବିଷୟ ଗ୍ରହଣ କରିବାକୁ ଆଶା କରିବା ଉଚିତ୍ ନୁହେଁ [୧:୬-୮] ।

James 1:9

ଏକ ଧନୀ ଭାଇ କାହିଁକି ନମ୍ର ହେବା ଉଚିତ୍ ?

ଏକ ଧନୀ ଭାଇ ନମ୍ର ହେବା ଉଚିତ୍ କାରଣ ସେ ପୁଷ୍ପମାନଙ୍କ ସଦୃଶ ଝଡ଼ି ପଡିବ [୧:୧୦-୧୧] ।

James 1:12

ଯେଉଁମାନେ ବିଶ୍ଵାସର ପରୀକ୍ଷାରେ ବିଜୟ ହୁଅନ୍ତି କଣ ପାଇବେ ?

ଯେଉଁମାନେ ବିଶ୍ଵାସର ପରୀକ୍ଷାରେ ବିଜୟ ହୁଅନ୍ତି ଜୀବନର ମୁକୁଟ ପାଇବେ [୧:୧୨] ।

James 1:14

ମନ୍ଦ କିପରି ଏକ ବ୍ୟକ୍ତିକୁ ପରୀକ୍ଷା କରିଥାଏ ?

ଏକ ବ୍ୟକ୍ତିର ନିଜ ମନ୍ଦ କାମନା ମନ୍ଦ ଦ୍ଵାରା ପରୀକ୍ଷିତ ହେବାର କାରଣ ହୋଇଥାଏ [୧:୧୪] ।

ପୁର୍ଣ୍ଣ ଭାବରେ ବୃଦ୍ଧି ହୋଇଥିବା ପାପର ଫଳ କଣ ଅଟେ ?

ପୁର୍ଣ ଭାବରେ ବୃଦ୍ଧି ହୋଇଥିବା ପାପର ଫଳ ମୃତ୍ୟୁ ଅଟେ [୧:୧୫] ।

James 1:17

ଜ୍ୟୋତିଃର୍ମୟ ପିତାଙ୍କଠାରୁ କଣ ଆସେ ?

ପ୍ରତ୍ୟେକ ଉତ୍ତମ ଦାନ ଏବଂ ସମସ୍ତ ସିଦ୍ଧ ବରଗୁଡିକ ଜ୍ୟୋତିଃର୍ମୟ ପିତାଙ୍କଠାରୁ ଆସେ [୧:୧୭] ।

କେଉଁ ମାଧ୍ୟମରେ ପରମେଶ୍ଵର ଆମ୍ଭମାନଙ୍କୁ ଜୀବନ ଦେବାକୁ ସ୍ଥିର କଲେ ?

ପରମେଶ୍ଵର ଆମ୍ଭମାନଙ୍କୁ ସତ୍ୟର ବାକ୍ୟ ଦ୍ଵାରା ଜୀବନ ଦେବାକୁ ସ୍ଥିର କଲେ [୧:୧୮] ।

James 1:19

ଯାକୁଵ ଆମ୍ଭମାନଙ୍କୁ ଆମ୍ଭର ଶୁଣିବା, କହିବା ଏବଂ ଭାବନା ବିଷୟରେ କଣ କହନ୍ତି ?

ଯାକୁଵ ଆମ୍ଭମାନଙ୍କୁ ଶୁଣିବାରେ ତତ୍ପର, କହିବାରେ ଧୀର ଏବଂ କ୍ରୋଧରେ ଧୀର ହେବାକୁ କହିଛନ୍ତି [୧:୧୯] ।

James 1:22

ଆମ୍ଭେ ନିଜକୁ କିପରି ପ୍ରତାରଣା କରୁ ବୋଲି ଯାକୁବ କହନ୍ତି ?

ଯାକୁବ କହନ୍ତି ଯେ ଆମ୍ଭେମାନେ ବାକ୍ୟଶୁଣିବା ଏବଂ ତାହାକୁ ପାଳନ ନ କରିବା ଦ୍ଵାରା ଆମ୍ଭ ନିଜକୁ ପ୍ରତାରଣା କରୁ [୧:୨୨] ।

James 1:26

ଆମ୍ଭମାନଙ୍କୁ ସତ୍ୟରେ ଧର୍ମପରାୟଣ ହେବା ପାଇଁ କଣ ନିୟନ୍ତ୍ରଣ କରିବା ଆବଶ୍ୟକ ?

ଆମ୍ଭମାନଙ୍କୁ ସତ୍ୟରେ ଧର୍ମପରାୟଣ ହେବା ପାଇଁ ଜିହ୍ଵାକୁ ନିୟନ୍ତ୍ରଣ କରିବା ଆବଶ୍ୟକ [୧:୨୬] ।

ପରମେଶ୍ଵରଙ୍କ ନିକଟରେ ପବିତ୍ର ଏବଂ ନିର୍ମଳ ଧର୍ମ କଣ ଅଟେ ?

ଅନାଥ ଏବଂ ବିଧବାମାନଙ୍କୁ ସଂଖୋଳିବା ଏବଂ ଜଗତର ଭ୍ରଷ୍ଟାଚାର ଠାରୁ ଆପଣାକୁ ରକ୍ଷା କରିବା ହିଁ ପରମେଶ୍ଵରଙ୍କ ନିକଟରେ ପବିତ୍ର ଏବଂ ନିର୍ମଳ ଧର୍ମ ଅଟେ [୧:୨୭] ।


Chapter 2

1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ । 2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ, 3 ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ, 4 କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କ'ଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ ? 5 ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ୱର କ'ଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାଁନ୍ତି ? 6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ । ଧନୀମାନେ କ'ଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ ? 7 ଯେଉଁ ମହତ‍ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କ'ଣ ସେହି ନାମର ନିନ୍ଦା କରନ୍ତି ନାହିଁ ? 8 ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ମୋଶାଙ୍କ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର, 9 ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ । 10 କାରଣ ଯେ କେହି ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ । 11 ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ମଧ୍ୟ ନରହତ୍ୟା କର ନାହିଁ ବୋଲି କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ । 12 ସ୍ୱାଧୀନତାର ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର । 13 କାରଣ ଯେ ଦୟା କରେ ନାହିଁ, ସେ ନିର୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ ।

14 ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ ? ଏପରି ବିଶ୍ୱାସ କ'ଣ ତାହାର ପରିତ୍ରାଣ କରି ପାରେ ? 15 ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, 16 ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ ? 17 ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ । 18 କିନ୍ତୁ କେହି ଅବା କହିବ, ତୁମ୍ଭର ବିଶ୍ୱାସ ଅଛି, ପୁଣି, ମୋହର କର୍ମ ଅଛି; କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି । 19 ଈଶ୍ୱର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି । 20 କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ପଳ, ଏହା କ'ଣ ଜାଣିବାକୁ ଇଚ୍ଛା କରୁଅଛ ? 21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‍ହାକଙ୍କୁ ଉତ୍ସର୍ଗ କରିବା ବେଳେ କ'ଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ ? 22 ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା; 23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ୱରଙ୍କ ମିତ୍ର ବୋଲି ଖ୍ୟାତ ହେଲେ । 24 କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ । 25 ସେହି ପ୍ରକାରେ ମଧ୍ୟ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କ'ଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ ? 26 କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ ।



Translation Questions

James 2:1

ଯେତେବେଳେ ଜଣେ ସଭାକୁ ପ୍ରବେଶ କରେ, ତାହାଙ୍କୁ କଣ ନ କରିବାକୁ ଯାକୁଵ ଭାଇମାନଙ୍କୁ କହନ୍ତି ?

ସେମାନଙ୍କ ବାହ୍ୟରୁପ ସକାଶୁ ସେହି ଲୋକମାନଙ୍କ ସପକ୍ଷରେ ନ ରହିବାକୁ ଯାକୁଵ କହନ୍ତି [୨:୧-୪] ।

James 2:5

ପରମେଶ୍ଵର ଦରିଦ୍ରମାନଙ୍କୁ ମନୋନୀତ କରିବା ବିଷୟରେ ଯାକୁଵ କଣ କହନ୍ତି ?

ଯାକୁଵ କହନ୍ତି ଯେ ପରମେଶ୍ଵର ଦରିଦ୍ରମାନଙ୍କୁ ବିଶ୍ଵାସରେ ଧନୀ ହେବାକୁ ଏବଂ ରାଜ୍ୟର ଅଧିକାରୀ ହେବାକୁ ମନୋନୀତ କଲେ [୨:୫] ।

ଧନଶାଳୀମାନେ କଣ କରିଆସୁଛନ୍ତି ବୋଲି ଯାକୁଵ କହନ୍ତି ?

ଧନଶାଳୀମାନେ ଅନ୍ୟାୟ ଭାବରେ ଭାଇମାନଙ୍କୁ ବ୍ୟବହାର ଏବଂ ପରମେଶ୍ଵରଙ୍କ ନାମକୁ ଅପବିତ୍ର କରୁଅଛନ୍ତି ବୋଲି ଯାକୁଵ କହନ୍ତି [୨:୬-୭] ।

James 2:8

ଶାସ୍ତ୍ରର ବ୍ୟବସ୍ଥା କଣ ଅଟେ ?

ରାଜକୀୟ ବ୍ୟବସ୍ଥା, "ତୁମ୍ଭେ ଆପଣା ପ୍ରତିବାସୀଙ୍କୁ ଆତ୍ମତୁଲ୍ୟ ପ୍ରେମ କର" ଅଟେ [୨:୮] ।

James 2:10

ଯେକେହି ପରମେଶ୍ଵରଙ୍କ ବ୍ୟବସ୍ଥାର ଏକ ଅଂଶକୁ ପାଳନ ନ କରେ ସେ କେଉଁଥିରେ ଦୋଷୀ ହୋଇଥାଏ ?

ଯେକେହି ପରମେଶ୍ଵରଙ୍କର ବ୍ୟବସ୍ଥାର ଏକ ଅଂଶକୁ ପାଳନ ନ କରେ, ସେ ସମସ୍ତ ବ୍ୟବସ୍ଥାକୁ ଲଂଘନ କରିବାରେ ଦୋଷୀ ହୋଇଥାଏ [୨:୧୦] ।

James 2:12

ଯିଏ ଦୟା ଦେଖାଇ ନାହାନ୍ତି, ସେମାନଙ୍କ ଉପରେ କଣ ଆସେ ?

ଯେଉଁମାନେ ଦୟା ଦେଖାଇ ନାହାନ୍ତି, ନିର୍ଦ୍ଦୟରୂପେ ନ୍ୟାୟବିଚାର ସେମାନଙ୍କ ଉପରେ ଆସେ [୨:୧୩] ।

James 2:14

ଯେଉଁମାନେ ବିଶ୍ଵାସ ଅଛି ବୋଲି କହନ୍ତି କିନ୍ତୁ ଅନ୍ୟମାନଙ୍କୁ ଆବଶ୍ୟକତାରେ ସାହାଯ୍ୟ କରନ୍ତି ନାହିଁ, ସେମାନଙ୍କ ବିଷୟରେ ଯାକୁଵ କଣ କହନ୍ତି ?

ଯେଉଁମାନେ ବିଶ୍ଵାସ ଅଛି ବୋଲି କହନ୍ତି, କିନ୍ତୁ ଅଭାବ ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି ନାହିଁ, ସେହି ବିଶ୍ଵାସ ସେମାନଙ୍କୁ ପରିତ୍ରାଣ ଦେଇପାରିବ ନାହିଁ ବୋଲି ଯାକୁଵ କହନ୍ତି [୨:୧୪-୧୬] ।

ବିଶ୍ଵାସ ସ୍ଵୟଂ କଣ ଅଟେ, ଯଦି ତାହା କାର୍ଯ୍ୟରେ ପ୍ରକାଶ ହୁଏ ନାହିଁ ?

ବିଶ୍ଵାସ ସ୍ଵୟଂ ମୃତ ଅଟେ, ଯଦି ତାହା କାର୍ଯ୍ୟରେ ପ୍ରକାଶ ହୁଏ ନାହିଁ [୨:୧୭] ।

James 2:18

ଆମ୍ଭମାନେ କିପରି ଆମ୍ଭମାନଙ୍କ ବିଶ୍ଵାସକୁ ଦେଖାଇବା ଆବଶ୍ୟକ ବୋଲି ଯାକୁଵ କହନ୍ତି ?

ଯାକୁଵ କହନ୍ତି ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ଵାସକୁ କର୍ମଦ୍ଵାରା ଦେଖାଇବା ଆବଶ୍ୟକ [୨:୧୮]

ଯେଉଁମାନଙ୍କର ବିଶ୍ଵାସ ଅଛି ଏବଂ ଭୁତମାନେ କଣ ବିଶ୍ଵାସ କରନ୍ତି ?

ଯେଉଁମାନେ ବିଶ୍ଵାସ ଅଛି ବୋଲି କହନ୍ତି ଏବଂ ଭୁତମାନେ ଏକ ପରମେଶ୍ଵରଙ୍କୁ ବିଶ୍ଵାସ କରନ୍ତି [୨:୧୯] ।

James 2:21

କିପରି ଅବ୍ରାହାମ ତାଙ୍କର ବିଶ୍ଵାସକୁ ତାଙ୍କର କର୍ମ ଦ୍ଵରା ଦେଖାଇଲେ ?

ଅବ୍ରାହାମ ତାଙ୍କର ବିଶ୍ଵାସକୁ ତାଙ୍କର କର୍ମ ଦ୍ଵାରା ଦେଖାଇଲେ ଯେତେବେଳେ ସେ ଇସହାକଙ୍କୁ ଯଜ୍ଞବେଦୀ ଉପରେ ବଳି କରିବା ପାଇଁ ରଖିଲେ [୨:୨୧,୨୨] ।

ଅବ୍ରାହାମଙ୍କ ବିଶ୍ଵାସ ଏବଂ କର୍ମ ଦ୍ଵାରା କେଉଁ ଧର୍ମଶାସ୍ତ୍ର ପରିପୁର୍ଣ ହେଲା ?

ଏହି ଧର୍ମଶାସ୍ତ୍ର ପୁର୍ଣ୍ଣ ହେଲା ଯାହା କହେ, "ଅବ୍ରାହାମ ଇଶ୍ଵରଙ୍କୁ ବିଶ୍ଵାସ କଲେ, ଏବଂ ଏହା ତାହାଙ୍କ ନିମନ୍ତେ ଧାର୍ମିକତା ବୋଲି ଗଣିତ ହେଲା" [୨:୨୩] ।

James 2:25

ଆତ୍ମାଙ୍କ ବିନା ଶରୀର କଣ ଅଟେ ?

ଶରୀର ଆତ୍ମାଙ୍କ ବିନା ମୃତ ଅଟେ [୨:୨୬] ।


Chapter 3

1 ହେ ମୋହର ଭାଇମାନେ, ତୁମ୍ଭେମାନେ ଅନେକେ ଶିକ୍ଷକ ହୁଅ ନାହିଁ; ଏହା ଜାଣ, ଯେ ଆମ୍ଭେମାନେ ଯିଏ ଶିକ୍ଷା ଦେଉ, ଗୁରୁତର ଦଣ୍ଡ ପାଇବା । 2 ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ । ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ । 3 ଆମ୍ଭେମାନେ ଘୋଡ଼ାମାନଙ୍କୁ ବଶୀଭୂତ କରିବା ନିମନ୍ତେ ସେମାନଙ୍କ ମୁଖରେ ଲଗାମ ଦେଲେ, ତଦ୍ଵାରା ସେମାନଙ୍କ ସମସ୍ତ ଶରୀର ମଧ୍ୟ ବୁଲାଉଥାଉ । 4 ଦେଖ, ଜାହାଜ ମଧ୍ୟ ଏତେ ବଡ଼ ହୋଇ ପ୍ରଚଣ୍ଡ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ୱାରା ମଙ୍ଗଧରାର ଇଚ୍ଛାନୁସାରେ ବୁଲିଥାଏ । 5 ସେହିପରି ଜିହ୍ୱା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହା ଗର୍ବର କଥା କହେ । ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ । 6 ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ । 7 କାରଣ ସମସ୍ତ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀମାନଙ୍କୁ ମାନବ ଦ୍ୱାରା ବଶରେ ରଖାଯାଇ ପାରେ, ପୁଣି, ବଶରେ ରଖାଯାଇଅଛି; 8 କିନ୍ତୁ ଜିହ୍ୱାକୁ କେହି ବଶରେ ରଖି ପାରେ ନାହିଁ, ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ, ମାରାତ୍ମକ ଗରଳରେ ତାହା ପରିପୂର୍ଣ୍ଣ । 9 ତଦ୍ୱାରା ଆମ୍ଭେମାନେ ପ୍ରଭୁ ଓ ପିତାଙ୍କର ଧନ୍ୟବାଦ କରିଥାଉ, ପୁଣି, ତଦ୍ୱାରା ଈଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ଦେଇଥାଉ; 10 ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ । ହେ ମୋହର ଭାଇମାନେ, ଏପରି ହେବା ଉଚିତ୍ ନୁହେଁ । 11 ନିର୍ଝର କ'ଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ ? 12 ହେ ମୋହର ଭାଇମାନେ, ଡିମ୍ବିରି ବୃକ୍ଷ କ'ଣ ଜୀତଫଳ, ଅବା ଦ୍ରାକ୍ଷାଲତା କ'ଣ ଡିମ୍ବିରି ଫଳ ଫଳି ପାରେ ? ଲବଣାକ୍ତ ନିର୍ଝର ମଧ୍ୟ ମିଷ୍ଟ ଜଳ ଦେଇ ପାରେ ନାହିଁ ।

13 ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ । 14 କିନ୍ତୁ ଯଦି ତୁମ୍ଭମାନଙ୍କ ହୃଦୟରେ ତିକ୍ତ ଈର୍ଷାଭାବ ଓ ସ୍ୱାର୍ଥପରତା ଥାଏ, ତାହାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ । 15 ଏପରି ଜ୍ଞାନ ଊର୍ଦ୍ଧ୍ୱରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଶାରୀରିକ ଓ ଭୌତିକ ଅଟେ; 16 କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ୱାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ । 17 କିନ୍ତୁ ଊର୍ଦ୍ଧ୍ୱରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ୱିତୀୟରେ ଶାନ୍ତିପ୍ରିୟ, ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସନ୍ଦେହଶୂନ୍ୟ ଓ ନିଷ୍କପଟ । 18 ପୁଣି, ଶାନ୍ତିକାରକ ଲୋକମାନଙ୍କ ଦ୍ୱାରା ଶାନ୍ତିର ବୀଜ ବୁଣାଯାଏ ଧାର୍ମିକତା ରୂପ ଫଳ କାଟିବେ ।



Translation Questions

James 3:1

ଅନେକ ଶିକ୍ଷକ ହେବା ଉଚିତ୍ ନୁହେଁ ବୋଲି ଯାକୁଵ କାହିଁକି କହନ୍ତି ?

ଅନେକ ଶିକ୍ଷକ ହେବା ଉଚିତ୍ ନୁହେଁ କାରଣ ସେମାନେ ଗୁରୁତର ଦଣ୍ଡ ପାଇବେ [୩:୧] ।

କିଏ ଝୁଣ୍ଟିପଡେ ଏବଂ କେତେଗୁଡିଏ ବିଷୟରେ ?

ଆମ୍ଭେମାନେ ଅନେକ ବିଷୟରେ ଦ୍ଵାରା ଝୁଣ୍ଟି ପଡିଥାଉ [୩:୨] ।

କେଉଁପରକାର ବ୍ୟକ୍ତି ତାହାର ସମସ୍ତ ଶରୀରକୁ ନିୟନ୍ରଣ କରିବାରେ ସକ୍ଷମ ଅଟେ ?

ଏକ ବ୍ୟକ୍ତି ଯିଏ ତାହାର କଥାରେ ଝୁଣ୍ଟି ପଡେ ନାହିଁ, ତାହାର ସମସ୍ତ ଶରୀରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ଅଟେ [୩:୨] ।

James 3:3

ଯାକୁଵ କିପରି ଏକ କ୍ଷୁଦ୍ର ବିଷୟ ଏକ ବୃହତ୍ ବିଷୟକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ଦୁଇ ଉଦାହରଣ ବ୍ୟବହାର କରନ୍ତି ?

ଯାକୁଵ ଏକ ଘୋଡାର ଲଗାମ୍ ଏବଂ ଏକ ଜାହାଜର ମଙ୍ଗକୁ ବ୍ୟବହାର କରନ୍ତି [୩:୩-୪] ।

James 3:5

ପାପପୁର୍ଣ୍ଣ ଜିହ୍ଵା ସମସ୍ତ ଶରୀରକୁ କଣ କରିବାରେ ସକ୍ଷମ ଅଟେ ?

ପାପପୁର୍ଣ୍ଣ ଜିହ୍ଵା ସମସ୍ତ ଶରୀରକୁ ଅଶୁଚି କରିବାରେ ସକ୍ଷମ ଅଟେ [୩:୬] ।

James 3:7

ମନୁଷ୍ୟମାନଙ୍କ ମଧ୍ୟରେ କେହିହେଲେ କାହାକୁ ବଶରେ କରିବାକୁ ସକ୍ଷମ ନୁହନ୍ତି ?

ମନୁଷ୍ୟମାନଙ୍କୁ ମଧ୍ୟରୁ କେହିହେଲେ ଜିହ୍ଵାକୁ ବଶରେ କରିବାକୁ ସକ୍ଷମ ନୁହନ୍ତି [୩:୮] ।

James 3:9

ଗୋଟିଏ ମୁଖରୁ କେଉଁ ଦୁଇ ବିଷୟଗୁଡିକ ବାହାରିଥାଏ ?

ଉଭୟ ଆଶୀର୍ବାଦ ଏବଂ ଅଭିଶାପ ଗୋଟିଏ ମୁଖରୁ ବାହାରି ଆସିଥାଏ [୩:୯-୧୦] ।

James 3:13

କିପରି ଜଣେ ବ୍ୟକ୍ତି ଜ୍ଞାନ ଏବଂ ସଦାଚାରକୁ ପ୍ରଦର୍ଶନ କରେ ?

ଜଣେ ବ୍ୟକ୍ତି ଜ୍ଞାନ ଏବଂ ସଦାଚାରକୁ ତାହାର ନମ୍ରତାର କର୍ମ ଦ୍ଵାରା ପ୍ରକାଶ କରିଥାଏ [୩:୧୩] ।

କେଉଁ ସ୍ଵଭାବ ଜ୍ଞାନକୁ ଯାହା ସାଂସାରିକ, ଭୌତିକ ଏବଂ ଭୁତସମ୍ବନ୍ଧୀୟ ବିଷୟକୁ ପ୍ରକାଶ କରେ ?

ତିକ୍ତ ଇର୍ଶାଭାବ ଏବଂ ସ୍ଵାର୍ଥପର ଲକ୍ଷ୍ୟ ଥିବା ବ୍ୟକ୍ତିଙ୍କ ପାଖରେ ଜ୍ଞାନ ଯାହା ସାଂସାରିକ, ଭୌତିକ ଏବଂ ଭୁତବିଷ୍ଟ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ [୩:୧୪-୧୬] ।

James 3:15

କେଉଁ ସ୍ଵଭାବ ଉର୍ଦ୍ଧ୍ବରେ ଥିବା ଜ୍ଞାନକୁ ପ୍ରତିବିମ୍ବିତ କରିଥାଏ ?

ଶାନ୍ତିପ୍ରିୟ, ମୃଦୁଶୀଳ, ସ୍ନେହପୁର୍ଣ, ଦୟାରେ ପୁର୍ଣ୍ଣଏବଂ ଉତ୍ତମ ଫଳ, ବିନା ପକ୍ଷପାତ, ସଚ୍ଚୋଟ ବ୍ୟକ୍ତିଙ୍କ ପାଖରେ ଉର୍ଦ୍ଧ୍ୱରୁ ଜ୍ଞାନ ଥାଏ [୩:୧୭] ।


Chapter 4

1 ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ ? କ'ଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ ? 2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ; 3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ । 4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା, ଏହା କ'ଣ ଜାଣ ନାହିଁ ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ । 5 ନା ତୁମ୍ଭେମାନେ କ'ଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି ? 6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ର‌ରେ ଉକ୍ତ ଅଛି, "ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି'' । 7 ଅତଏବ, ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ । 8 ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ । ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର । 9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ । 10 ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ ।

11 ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ମୋଶାଙ୍କ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ମୋଶାଙ୍କ ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ମୋଶାଙ୍କ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ । 12 ମୋଶାଙ୍କ ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ; କିନ୍ତୁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ ?

13 ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ; 14 କିନ୍ତୁ କାଲି କ'ଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ । ତୁମ୍ଭମାନଙ୍କର ଜୀବନ କ'ଣ ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ । 15 ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ । 16 କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ । 17 ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ ।



Translation Questions

James 4:1

ବିଶ୍ଵାସୀମାନଙ୍କ ମଧ୍ୟରେ କଳି ଏବଂ ବିବାଦର ମୁଳ କାରଣ ମନ୍ଦ ଅଟେ ବୋଲି ଯାକୁଵ କାହିଁକି କହନ୍ତି ?

ସେମାନଙ୍କ ମଧ୍ୟରେ କଳି ହେବାର ମୁଳ କାରଣ ମନ୍ଦ କାମନା ଅଟେ [୪:୧] ।

କାହିଁକି ବିଶ୍ଵାସୀମାନେ ସେମାନଙ୍କ ପ୍ରାର୍ଥନାଗୁଡିକର ଉତ୍ତର ଇଶ୍ଵରଙ୍କଠାରୁ ପାଆନ୍ତି ନାହିଁ ?

ସେମାନେ ପାଆନ୍ତି ନାହିଁ କାରଣ ସେମାନେ ସେମାନଙ୍କ ମନ୍ଦ କାମନାରେ ବ୍ୟୟ କରିବାକୁ ନିକୃଷ୍ଟ ବିଷୟଗୁଡିକ ମାଗନ୍ତି [୪:୩] ।

James 4:4

ଯଦି ଜଣେ ବ୍ୟକ୍ତି ଜଗତର ମିତ୍ର ହେବାକୁ ସ୍ଥିର କରେ, ପରମେଶ୍ଵରଙ୍କ ସହିତ ବ୍ୟକ୍ତିର କଣ ସମ୍ପର୍କ ଅଟେ ?

ଜଣେ ବ୍ୟକ୍ତି ଯିଏ ଜଗତର ମିତ୍ର ହେବାକୁ ସ୍ଥିର କରେ ପରମେଶ୍ଵରଙ୍କ ଶତ୍ରୁ ହୋଇଥାଏ [୪:୪] ।

James 4:6

ପରମେଶ୍ଵର କାହାକୁ ପ୍ରତିରୋଧ କରନ୍ତି ଏବଂ କାହାକୁ ସେ ଅନୁଗ୍ରହ କରନ୍ତି ?

ପରମେଶ୍ଵର ଗର୍ବୀକୁ ପ୍ରତିରୋଧ କରନ୍ତି କିନ୍ତୁ ନମ୍ରବ୍ୟକ୍ତିକୁ ଅନୁଗ୍ରହ କରନ୍ତି [୪;୬] ।

ଯେତେବେଳେ ଜଣେ ବିଶ୍ଵାସୀ ନିଜେ ପରମେଶ୍ଵରଙ୍କ ବଶିଭୁତ ହୋଇଥାଏ ଶୟତାନକୁ ପ୍ରତିରୋଧ କରେ, ଶୟତାନ କଣ କରିଥାଏ ?

ଶୟତାନ ଦୌଡିପଳାଇବ [୪:୭] ।

James 4:8

ପରମେଶ୍ଵର ସେମାନଙ୍କ ପାଇଁ କଣ କରନ୍ତି ଯେଉଁମାନେ ତାଙ୍କର ନିକଟବର୍ତ୍ତୀ ହୁଅନ୍ତି ?

ଯେଉଁମାନେ ତାଙ୍କର ନିକଟବର୍ତ୍ତୀ ହୁଅନ୍ତି, ପରମେଶ୍ଵର ସେମାନଙ୍କ ନିକଟବର୍ତ୍ତୀ ହୁଅନ୍ତି [୪:୮] ।

James 4:11

ବିଶ୍ଵାସୀମାନଙ୍କୁ ଯାକୁଵ କଣ ନ କରିବାକୁ କହନ୍ତି ?

ପରସ୍ପର ବିରୁଦ୍ଧରେ କଥା ନ କହିବାକୁ ଯାକୁଵ କହନ୍ତି [୪:୧୧] ।

James 4:13

ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଷୟ ପ୍ରତି କଣ କହିବାକୁ ଯାକୁଵ ବିଶ୍ଵାସୀମାନଙ୍କୁ କହନ୍ତି ?

ଯାକୁଵ ବିଶ୍ଵାସୀମାନଙ୍କୁ ଏହା କହିବା ପାଇଁ କହନ୍ତି ଯେ ଯଦି ପ୍ରଭୁ ଅନୁମତି ଦିଅନ୍ତି, ଆମ୍ଭେ ବଂଚିବା ଏବଂ ଏହା କିମ୍ବା ତାହା କରିବା [୪:୧୩-୧୫] ।

James 4:15

ଯେଉଁମାନେ ସେମାନଙ୍କ ଯୋଜନା ବିଷୟରେ ଗର୍ବ କରନ୍ତି, ଯାକୁଵ ସେମାନଙ୍କ ବିଷୟରେ କଣ କହନ୍ତି ?

ଯାକୁଵ କହନ୍ତି ଯେ ଯେଉଁମାନେ ସେମାନଙ୍କ ଯୋଜନା ପ୍ରତି ଗର୍ବ କରନ୍ତି, ସେମାନେ ମନ୍ଦ କରୁଅଛନ୍ତି [୪:୧୬] ।

ଯଦି ଜଣେ ଉତ୍ତମ କର୍ମ କରିବା ଜାଣି ତାହା କରେ ନାହିଁ, ତାହା କଣ ଅଟେ ?

ଏହା ପାପ ଅଟେ ଯଦି ଜଣେ ଉତ୍ତମ କର୍ମ କରିବା ଜାଣି ତାହା କରେ ନାହିଁ [୪:୧୭] ।


Chapter 5

1 ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର । 2 ତୁମ୍ଭମାନଙ୍କର ସମ୍ପତ୍ତି କ୍ଷୟ ପାଇଲାଣି, ତୁମ୍ଭମାନଙ୍କର ବସ୍ତ୍ର ପୋକ ଖାଇଲାଣି, 3 ପୁଣି, ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ । ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ ! 4 ଦେଖ, ତୁମ୍ଭମାନଙ୍କ କ୍ଷେତ୍ରର ଶସ୍ୟଛେଦନକାରୀମାନଙ୍କୁ ପ୍ରବଞ୍ଚନା କରି ତୁମ୍ଭେମାନେ ଯେଉଁ ମୂଲ ଦେଇ ନାହଁ, ତାହା ଚିତ୍କାର କରୁଅଛି, ପୁଣି, ଶସ୍ୟ ଛେଦନକାରୀମାନଙ୍କର ଆର୍ତ୍ତନାଦ ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ପ୍ରବେଶ କରିଅଛି । 5 ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ, ବଧ ଦିନରେ ଆପଣା ଆପଣା ହୃଦୟକୁ ତୃପ୍ତ କରିଅଛ । 6 ତୁମ୍ଭେମାନେ ଧାର୍ମିକକୁ ଦୋଷୀ କରି ବଧ କରିଅଛ; ସେ ତୁମ୍ଭମାନଙ୍କର ପ୍ରତିରୋଧ କରେ ନାହିଁ ।

7 ଅତଏବ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ । ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ । 8 ତୁମ୍ଭେମାନେ ମଧ୍ୟ ଧୈର୍ଯ୍ୟ ଧରି ଆପଣା ଆପଣା ହୃଦୟକୁ ସୁସ୍ଥିର କର, କାରଣ ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ । 9 ହେ ଭାଇମାନେ, ତୁମ୍ଭେମାନେ ଯେପରି ଦଣ୍ଡପ୍ରାପ୍ତ ନ ହୁଅ, ଏଥି ନିମନ୍ତେ ପରସ୍ପର ବିରୁଦ୍ଧରେ ବଚସା ନ କର, ଦେଖ, ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି । 10 ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର । 11 ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ । ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି । 12 ବିଶେଷତଃ, ହେ ମୋହର ଭାଇମାନେ, ଶପଥ କର ନାହିଁ, ସ୍ୱର୍ଗର ଶପଥ ହେଉ ବା ପୃଥିବୀର ଶପଥ ହେଉ; ଅବା ଅନ୍ୟ କୌଣସି ଶପଥ ହେଉ; କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ, ଯେପରି ତୁମ୍ଭେମାନେ ବିଚାରରେ ଦଣ୍ଡନୀୟ ନ ହୁଅ ।

13 ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ଦୁଃଖଭୋଗ କରୁଅଛି ? ସେ ପ୍ରାର୍ଥନା କରୁ । କେହି କ'ଣ ଆନନ୍ଦିତ ଅଟେ ? ସେ ଗୀତ ଗାନ କରୁ । 14 ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ପୀଡ଼ିତ ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ । 15 ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ । 16 ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର । ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ । 17 ଏଲୀୟ ଆମ୍ଭମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ ଥିଲେ; ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ, ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ; 18 ସେ ପୁନର୍ବାର ପ୍ରାର୍ଥନା କରନ୍ତେ ଆକାଶରୁ ବୃଷ୍ଟି ହେଲା, ଆଉ ଭୂମି ଆପଣା ଫଳ ଉତ୍ପନ୍ନ କଲା । 19 ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି, କେହି ତାହାକୁ ଫେରାଇ ଆଣେ, 20 ତେବେ ଯେ ପାପୀକୁ ଭ୍ରାନ୍ତିପଥରୁ ଫେରାଇ ଆଣେ, ସେ ଯେ ତାହାର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ, ଏହା ଜାଣ ।



Translation Questions

James 5:1

ଧନୀମାନଙ୍କ ବିଷୟରେ ଯାକୁଵ କଣ କହନ୍ତି ଯେ ଶେଷ ଦିନରେ ସେମାନଙ୍କ ସହିତ ଧନ ସେମାନଙ୍କ ବିରୁଦ୍ଧରେ ସାକ୍ଷ ଦେବ ?

ଧନୀମାନେ ସେମାନଙ୍କ ଧନକୁ ସଂଚୟ କରିଅଛନ୍ତି [୫:୩] ।

James 5:4

ଏହି ଧନୀମାନେ ସେମାନଙ୍କ କର୍ମଚାରୀମାନଙ୍କୁ କିପରି ବ୍ୟବହାର କରିଅଛନ୍ତି ?

ଏହି ଧନୀମାନେ ସେମାନଙ୍କ କର୍ମଚାରୀମାନଙ୍କୁ ମଜୁରୀ ପେୟ କରିନାହାନ୍ତି [୫:୪]

କିପରି ଭାବରେ ଏହି ଧନୀମାନେ ଧାର୍ମିକ ବ୍ୟକ୍ତିଙ୍କ ସହ ବ୍ୟବହାର କରିଅଛନ୍ତି ?

ଏହି ଧନୀମାନେ ଧାର୍ମିକ ବ୍ୟକ୍ତିଙ୍କୁ ଦୋଷୀ କରି ବଧ କରିଅଛନ୍ତି [୫:୬] ।

James 5:7

ବିଶ୍ଵାସୀମାନଙ୍କ ସ୍ଵଭାବ ପ୍ରଭୁଙ୍କ ଆଗମନ ପ୍ରତି କଣ ହେବା ଉଚିତ୍ ବୋଲି ଯାକୁଵ କହନ୍ତି ?

ବିଶ୍ଵାସୀମାନେ ଧୈର୍ଯ୍ୟ ସହିତ ପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିବା ଉଚିତ୍ [୫:୭-୮] ।

James 5:9

ପୁରାତନ ନିୟମର ଭାବବାଦୀମାନେ କେଉଁ ବିଶେଷ ଗୁଣ ଆମ୍ଭମାନଙ୍କ ନିମନ୍ତେ ପ୍ରକାଶ କରିଅଛନ୍ତି ବୋଲି ଯାକୁଵ କହନ୍ତି ?

ପୁରାତନ ନିୟମର ଭାବବାଦୀମାନେ କ୍ଲେଶରେ ଧୈର୍ଯ୍ୟ ଏବଂ ସହନଶିଳତାକୁ ଆମ୍ଭମାନଙ୍କୁ ପ୍ରକାଶିତ କରିଥିଲେ [୫:୧୦-୧୧] ।

James 5:12

ବିଶ୍ଵାସୀମାନଙ୍କର "ହଁ" ଏବଂ "ନା" ର ବିଶ୍ଵାସଯୋଗ୍ୟତା ବିଷୟରେ ଯାକୁଵ କଣ କହନ୍ତି ?

ବିଶ୍ଵାସୀମାନଙ୍କର "ହଁ" ର ଅର୍ଥ "ହଁ" ଏବଂ "ନା" ର ଅର୍ଥ "ନା" ହେବା ଆବଶ୍ୟକ [୫:୧୨] ।

James 5:13

ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ କଣ କରିବା ଉଚିତ୍ ?

ଅସୁସ୍ଥ ଲୋକମାନେ ପ୍ରାଚୀନମାନଙ୍କୁ ଡାକିବା ଉଚିତ୍ ଯେଉଁଦ୍ଵାରା ସେମାନେ ତାଙ୍କ ଉପରେ ତୈଳ ଲଗାଇ ତାଙ୍କ ନିମନ୍ତେ ପ୍ରାର୍ଥନା କରିବେ [୫:୧୪] ।

James 5:16

ଯାକୁଵ ବିଶ୍ଵାସୀମାନଙ୍କୁ କେଉଁ ଦୁଇ ବିଷୟଗୁଡିକ ପରସ୍ପର ମଧ୍ୟରେ କରିବାକୁ କହନ୍ତି ?

ବିଶ୍ଵାସୀମାନେ ପରସ୍ପର ସ୍ଵୀକାର କରିବା ଏବଂ ପରସ୍ପର ନିମନ୍ତେ ପ୍ରାର୍ଥନା କରିବା ଉଚିତ୍ [୫:୧୬] ।

ପ୍ରାର୍ଥନା ବିଷୟରେ ଏଲିୟଙ୍କ ଉଦାହରଣ ବିଷୟରେ ଯାକୁଵ କଣ କହନ୍ତି ?

ଏଲିୟଙ୍କ ଉଦାହରଣ ଆମ୍ଭମାନଙ୍କୁ ଦେଖାଏ ଯେ ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ [୫:୧୬-୧୮] ।


Book: 1 Peter

1 Peter

Chapter 1

1 ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ପନ୍ତ, ଗାଲାତିଆ, କାପ୍ପାଦକିଆ, ଆସିଆ ଓ ବୀଥୂନିଆରେ ଛିନ୍ନଭିନ୍ନ ଯେଉଁ ପ୍ରବାସୀମାନେ, 2 ପିତା ଈଶ୍ୱରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି । ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ ।

3 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, 4 ଅର୍ଥାତ୍‍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି । 5 ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ । 6 ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ, 7 ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ । 8 ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ 9 ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ୱାସର ଫଳ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ। ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ, 10 ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ । 11 ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ । 12 ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହି ସବୁ ବିଷୟ ଦୂତମାନେ ମଧ୍ୟ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ।

13 ଅତଏବ, ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି, ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ । 14 ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ, 15 ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ । 16 ଯେଣୁ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର । 17 ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର; 18 ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ 19 ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ । 20 ସେ ଜଗତର ପତ୍ତନ ପୂର୍ବରୁ ନିରୁପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଶେଷକାଳରେ ପ୍ରକାଶିତ ହୋଇଅଛନ୍ତି; 21 ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କରିଅଛନ୍ତି, ସେହି ଈଶ୍ୱରଙ୍କଠାରେ ତୁମ୍ଭେମାନେ ତାହାଙ୍କ ଦ୍ୱାରା ବିଶ୍ୱାସ କରୁଅଛ, ଏଣୁ ଈଶ୍ୱର ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସାର ସ୍ଥାନ ଅଟନ୍ତି । 22 ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର; 23 ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ୱରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ । 24 କାରଣ ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ, 25 କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ । ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି ।



Translation Questions

1 Peter 1:1

ପିତର କାହାର ପ୍ରେରିତ ଥିଲେ ?

ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ଥିଲେ [୧:୧]।

ପିତର କାହାକୁ ଲେଖିଲେ?

ପନ୍ତ, ଗାଲାତିଆ, କାପ୍‍ପାଦକିଆ, ଆସିଆ ଓ ବୀଥୂନିଆରେ ଛିନ୍ନଭିନ୍ନ ହୋଇଥିବା ମନୋନୀତ ପ୍ରବାସୀମାନଙ୍କୁ ପିତର ଲେଖିଥିଲେ [୧:୧]।

କିପରି ପ୍ରବାସୀମାନେ ମନୋନୀତ ବ୍ୟକ୍ତି ଥିଲେ ?

ପିତା ଈଶ୍ୱରଙ୍କ ପୂର୍ବଜ୍ଞାନାନୁସାରେ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ପ୍ରବାସୀମାନେ ମନୋନୀତ ହେଲେ [୧:୧-୨]।

1 Peter 1:3

ମନୋନୀତ ମାନଙ୍କୁ ପିତର କ'ଣ ହେବାକୁ ଇଚ୍ଛା କଲେ ?

ପିତର ସେମାନଙ୍କୁ ଅନୁଗ୍ରହ ଏବଂ ପ୍ରଚୁର ଶାନ୍ତି ନିଜ ପାଖରେ ରଖିବାକୁ ଚାହିଁଲେ [୧:୩]।

କାହାକୁ ପିତର ଧନ୍ୟ ହେବାକୁ ଚାହିଁଲେ?

ପିତର ସେମାନଙ୍କ ପ୍ରଭୁ ଯୀଶୁଙ୍କର ପିତା ଈଶ୍ଵରଙ୍କୁ ଧନ୍ୟ ହେବାକୁ ଚାହିଁଲେ [୧:୩]।

କିପରି ଈଶ୍ଵର ସେମାନଙ୍କୁ ନୂତନ ଜନ୍ମ ଦେଲେ ?

ଈଶ୍ଵର ସେମାନଙ୍କୁ ତାଙ୍କରି ମହାନ ଅନୁଗ୍ରହରେ ନୂତନ ଜନ୍ମ ଦେଲେ [୧:୩]।

କାହିଁକି ଅଧିକାର(ସମ୍ପତି)ନଷ୍ଟ,କଳଙ୍କ କିମ୍ବା କ୍ଷତି ହେବ ନାହିଁ ?

ଯେହେତୁ ଅଧିକାର ସେମାନଙ୍କ ପାଇଁ ସ୍ଵର୍ଗରେ ସଞ୍ଚିତ ଥିଲା [୧:୪]।

କେଉଁ ମାଧ୍ୟମରେ ସେମାନେ ପରମେଶ୍ୱରଙ୍କ ଶକ୍ତିରେ ସୁରକ୍ଷିତ ଥିଲେ ?

ସେମାନେ ଶକ୍ତିରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ଯାହା ଶେଷକାଳରେ ପ୍ରକାଶିତ ହେବାର ଅଛି ସେଥିରେ ସୁରକ୍ଷିତ ଥିଲେ [୧:୫] ।

1 Peter 1:6

କାହିଁକି ସେମାନଙ୍କୁ ବିଭିନ୍ନ ପରୀକ୍ଷାରେ ଦୁଃଖ ଅନୁଭବ କରିବାର ଆବଶ୍ୟକ ଥିଲା ?

ସେମାନଙ୍କର ବିଶ୍ଵାସ ପରୀକ୍ଷାରେ ଯେପରି ପ୍ରଶଂସା, ମହିମା ଏବଂ ସମ୍ମାନରେ ଯୀଶୁ ଖ୍ରୀଷ୍ଟଙ୍କଠାରେ ପ୍ରକାଶିତ ହେବ ସେଥିପାଇଁ ଏହା ଆବଶ୍ୟକତା ଥିଲା [୧:୭]।

କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ କ'ଣ ଥିଲା?

ବିଶ୍ଵାସ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଥିଲା [୧:୭]।

1 Peter 1:8

ଯଦିଓ ପ୍ରବାସି ମନୋନୀତଗଣ ଯୀଶୁଙ୍କୁ ଦେଖି ନ ଥିଲେ ତଥାପି ସେମାନେ କ'ଣ କଲେ ?

ସେମାନେ ତାଙ୍କୁ ପ୍ରେମ କଲେ ଏବଂ ଅତିଶୟ ଆନନ୍ଦ ହେଲେ ଯାହା ଗୌରବଯୁକ୍ତ ଆନନ୍ଦ ଥିଲା [୧:୧୧]।

ଯେତେଜଣ ତାହାଙ୍କଠାରେ ବିଶ୍ଵାସ କଲେ ସେମାନଙ୍କର ବିଶ୍ଵାସର ଫଳ ସ୍ଵରୂପେ କ'ଣ ପାଇଲେ ?

ସେମାନେ ଆତ୍ମାର ପରିତ୍ରାଣ ପାଇଲେ [୧:୯]।

କେଉଁ ବିଷୟରେ ଭାବବାଦୀମାନେ ଯତ୍ନସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ ?

ଭାବବାଦୀମାନେ ପରିତ୍ରାଣ ବିଷୟରେ ଅନୁସନ୍ଧାନ କଲେ ଯାହା ବିଦେଶୀଗଣ ଓ ମନୋନୀତଗଣ ଯାଇଥିଲେ ଏବଂ ଅନୁଗ୍ରହ ଯାହା ସେମାନଙ୍କର ଥିଲା [୧:୧୦]।

1 Peter 1:11

କେଉଁ ବିଷୟରେ ଖ୍ରୀଷ୍ଟଙ୍କ ଆତ୍ମା ଭାବବାଦୀମାନଙ୍କୁ ପୂର୍ବରୁ କହୁଥିଲେ ?

ସେ ଖ୍ରୀଷ୍ଟଙ୍କ ଦୁଃଖଭୋଗ ଏବଂ ପରବର୍ତ୍ତୀ ଗୌରବ ବିଷୟରେ ସେମାନଙ୍କୁ କହୁଥିଲେ [୧:୧୧]।

ଭାବବାଦୀମାନେ ସେମାନଙ୍କର ଅନୁସନ୍ଧାନ ଓ ଅନ୍ୱେଷଣ ଦ୍ୱାରା କାହାକୁ ସେବା କରୁଥିଲେ ?

ସେମାନେ ବିଦେଶୀଗଣ ଓ ମନୋନୀତଗଣର ସେବା କରୁଥିଲେ [୧:୧୨]।

ଭାବବାଦୀମାନଙ୍କର ଅନୁସନ୍ଧାନ ଓ ଅନ୍ୱେଷଣର ଫଳକୁ ପ୍ରକାଶିତ ହେବାକୁ କିଏ ଇଚ୍ଛା କଲେ ?

ଏମିତିକି ଦୂତମାନେ ଏହି ଫଳକୁ ପ୍ରକାଶିତ ହେବାକୁ ଇଚ୍ଛା କଲେ [୧:୧୨]।

1 Peter 1:13

ପିତର ପ୍ରବାସୀ ମନୋନୀତ ଗଣକୁ ଆଜ୍ଞାବହ ସନ୍ତାନ ସଦୃଶ କ'ଣ କରିବାକୁ ଆଜ୍ଞା ଦେଲେ ?

ସେମାନଙ୍କର ମନରୂପ କଟିବନ୍ଧନ କରି ଭାବନାରେ ଶାନ୍ତି ହୋଇ ଏବଂ ଯେଉଁ ଅନୁଗ୍ରହ ସେମାନଙ୍କ ପ୍ରତି ବର୍ତ୍ତିବ ସମ୍ପୂର୍ଣ୍ଣ ରୁପେ ଭରସା ରଖି ପୂର୍ବ କୁଅଭିଲାଷର ଅନୁରୂପି ନ କରିବା ପାଇଁ ସେମାନଙ୍କୁ ଆଜ୍ଞା ଦେଲେ [୧:୧୩:୧୪]।

1 Peter 1:15

ପିତର କାହିଁକି ମନୋନୀତ ପ୍ରବାସୀମାନଙ୍କୁ ପବିତ୍ର ହେବା ଉଚିତ ବୋଲି କହିଲେ?

ଯେହେତୁ ଯିଏ ସେମାନଙ୍କୁ ଆହ୍ୱାନ କାରିଅଛନ୍ତି ସେ ପବିତ୍ର ଅଟନ୍ତି [୧:୧୫-୧୬] ।

କାହିଁକି ମନୋନୀତ ପ୍ରବାସୀମାନେ ସେମାନଙ୍କର ଯାତ୍ରା ସମୟ ଭକ୍ତିରେ କାଟିବା ଉଚିତ ?

ଯେହେତୁ ସେ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମ ଅନୁସାରେ ବିଚାର କରନ୍ତି ତାହାକୁ ସେମାନେ ପିତା ବୋଲି କହନ୍ତି [୧:୧୭] ।

1 Peter 1:18

ମନୋନୀତ ପ୍ରବାସୀମାନେ କାହା ସହିତ ମୁକ୍ତ ହୋଇଥିଲେ ?

ସେମାନେ ରୂପା ଓ ସୁନା ଦ୍ୱାରା ମୁକ୍ତ ହୋଇ ନ ଥିଲେ କିନ୍ତୁ ନିଖୁନ୍ତ ଓ ନିଷ୍କଳଙ୍କ ମେଷ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଥିଲେ [୧:୧୮-୧୯] ।

କାହାଠାରୁ ମନୋନୀତ ପ୍ରବାସୀମାନେ ମୂର୍ଖତା ବ୍ୟବହାର ଶିଖିଥିଲେ ?

ସେମାନେ ସେମାନଙ୍କର ପିତାମାନଙ୍କଠାରୁ ମୂର୍ଖତା ବ୍ୟବହାର ଶିଖିଥିଲେ [୧:୧୯] ।

1 Peter 1:20

କତେବେଳେ ଖ୍ରୀଷ୍ଟ ମନୋନୀତ ହୋଇଥିଲେ ଏବଂ କେତେବେଳେ ପ୍ରକାଶିତ ହେଲେ ?

ଜଗତର ପ୍ରତିଷ୍ଠାନ ପୂର୍ବରୁ ମନୋନୀତ ହୋଇଥିଲେ ,ଶେଷ ସମୟରେ ମନୋନୀତ ପ୍ରବାସୀମାନଙ୍କୁ ପ୍ରକାଶିତ ହୋଇଥିଲେ [୧:୨୦] ।

କିପରି ମନୋନୀତ ପ୍ରବାସୀମାନେ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଓ ଈଶ୍ୱରଙ୍କଠାରେ ଭରସା କଲେ ?

ଖ୍ରୀଷ୍ଟଙ୍କ ଦ୍ୱାରା ଯାହାକୁ ଈଶ୍ୱର ମୃତ୍ୟୁରୁ ଉଠାଇଲେ ଏବଂ ଯାହାକୁ ଈଶ୍ୱର ମହିମା ଦେଲେ [୧:୨୦-୨୧] ।

1 Peter 1:22

କିପରି ବିଦେଶୀ ମନୋନୀତଗଣ ସେମାନଙ୍କ ପ୍ରାଣକୁ ଶୁଦ୍ଧ କଲେ ?

ଭାତୃ ପ୍ରେମ ପାଇଁ ସତ୍ୟର ଆଜ୍ଞା ଦ୍ୱାରା ସେମାନେ ସେମାନଙ୍କର ପ୍ରାଣକୁ ଶୁଦ୍ଧ କଲେ [୧:୨୨] ।

କିପରି ବିଦେଶୀ ମନୋନୀତଗଣ ପୁନର୍ଜାତ ହୋଇଥିଲେ ?

ସେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଥିଲେ [୧:୨୩]।

1 Peter 1:24

ସମସ୍ତ ଶରୀର କାହା ତୁଲ୍ୟ ଓ ଏହାର ଶୋଭା କାହା ତୁଲ୍ୟ ?

ସମସ୍ତ ଶରୀର ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ [୧:୨୪]।

ଈଶ୍ୱରଙ୍କ ବାକ୍ୟ କ'ଣ ଅଟେ ?

ଈଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ ଅଟେ [୧:୨୫]।


Chapter 2

1 ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ୱାଦନ କରିଅଛ, 2 ତାହାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି 3 ନବଜାତ ଶିଶୁତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତଦ୍ୱାରା ପରିତ୍ରାଣାର୍ଥେ ବୃଦ୍ଧି ପାଇ ପାର । 4 ଜୀବନ୍ତ ପ୍ରସ୍ତର ସ୍ୱରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେଲେ ସତ, କିନ୍ତୁ ଈଶ୍ୱରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି, 5 ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ଆତ୍ମିକ ଗୃହରୂପରେ ନିର୍ମିତ ହୁଅ । 6 କାରଣ ଶାସ୍ତ୍ରରେ ଲିଖିତ ଅଛି, ଦେଖ, ଆମ୍ଭେ ସିୟୋନରେ ଗୋଟିଏ ମନୋନୀତ ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ, ସେ ଲଜ୍ଜିତ ହେବ ନାହିଁ । 7 ଏଣୁ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସେହି ମହାମୂଲ୍ୟର ଅଂଶୀ ଅଟ, କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର 8 ପୁଣି, ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା; ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ । 9 କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି ପୁଣି, ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ । 10 ପୂର୍ବରେ ତୁମ୍ଭେମାନେ ପ୍ରଜା ବାଚ୍ୟ ନ ଥିଲ, କିନ୍ତୁ ଏବେ ଈଶ୍ୱରଙ୍କ ପ୍ରଜା ହୋଇଅଛ, ପୂର୍ବରେ ତୁମ୍ଭେମାନେ ଦୟା ପାଇ ନ ଥିଲ, ମାତ୍ର ଏବେ ଦୟା ପ୍ରାପ୍ତ ହୋଇଅଛ । 11 ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ିକରୁ ବିମୁଖ ହୁଅ, ସେଗୁଡ଼ିକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ। 12 ତୁମ୍ଭେମାନେ ଅଣଯିହୂଦୀମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ୱରଙ୍କ ଗୌରବ କରିବେ ।

13 ପ୍ରଭୁଙ୍କ ସକାଶେ ସମସ୍ତେ ମାନବୀୟ ବିଧାନର ବଶୀଭୂତ ହୁଅ, 14 ସର୍ବପ୍ରଧାନ ରାଜା ହେଉନ୍ତୁ କିଅବା ଦୁଷ୍କର୍ମକାରୀମାନଙ୍କୁ ପ୍ରତିଫଳ ଦେବା ନିମନ୍ତେ ଓ ସତ୍କର୍ମକାରୀମାନଙ୍କୁ ପ୍ରଶଂସା କରିବା ନିମନ୍ତେ ତାହାଙ୍କ ଦ୍ୱାରା ପ୍ରେରିତ ଶାସନକର୍ତ୍ତାମାନେ ହେଉନ୍ତୁ, ସେମାନଙ୍କର ବଶୀଭୂତ ହୁଅ । 15 କାରଣ ତୁମ୍ଭେମାନେ ଯେ ସତ୍କର୍ମ କରି ନିର୍ବୋଧମାନଙ୍କ ଅଜ୍ଞାନର କଥା ବନ୍ଦ କର, ଏହା ଈଶ୍ୱରଙ୍କ ଇଚ୍ଛା; 16 ତୁମ୍ଭେମାନେ ସ୍ୱାଧୀନ ହେଲେ ହେଁ ତୁମ୍ଭମାନଙ୍କର ସ୍ୱାଧୀନତାକୁ ଦୁଷ୍ଟତାର ଆବରଣ ସ୍ୱରୂପେ ବ୍ୟବହାର ନ କରି ବରଂ ଈଶ୍ୱରଙ୍କ ଦାସ ହୋଇ ସତ୍କର୍ମ କର । 17 ସମସ୍ତଙ୍କୁ ସମାଦର କର, ଭାଇମାନଙ୍କୁ ପ୍ରେମ କର, ଈଶ୍ୱରଙ୍କୁ ଭୟ କର, ରାଜାଙ୍କୁ ସମାଦର କର ।

18 ହେ ଦାସମାନେ, ତୁମ୍ଭେମାନେ ଭୟ ସହକାରେ ଆପଣା ଆପଣା କର୍ତ୍ତାଙ୍କର ବଶୀଭୂତ ହୁଅ, କେବଳ ଉତ୍ତମ ଓ ଦୟାଳୁ କର୍ତ୍ତାମାନଙ୍କର ନୁହେଁ, ମାତ୍ର ନିର୍ଦୟମାନଙ୍କର ମଧ୍ୟ ବଶୀଭୂତ ହୁଅ । 19 କାରଣ କେହି ଯେବେ ଈଶ୍ୱରଙ୍କୁ ବିଶ୍ୱାସ କରିବାରୁ ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ । 20 ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷ ହେତୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କ'ଣ ସୁଖ୍ୟାତି ? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ । 21 ଏଥି ନିମନ୍ତେ ହିଁ ତୁମ୍ଭେମାନେ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି; 22 ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା । 23 ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ; 24 ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନ ଯାପନ କରୁ, ଏଥି ନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ । 25 କାରଣ ତୁମ୍ଭେମାନେ ମେଷ ତୁଲ୍ୟ ବିପଥଗାମୀ ହୋଇଥିଲ, କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷଙ୍କ ନିକଟକୁ ବାହୁଡ଼ି ଆସିଅଛ ।



Translation Questions

1 Peter 2:1

ବିଦେଶୀ ମନୋନୀତଗଣ କ'ଣ ପରିତ୍ୟାଗ କରିବାକୁ କୁହା ଯାଇଥିଲେ ?

ସମସ୍ତପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରିବାକୁ ସେମାନଙ୍କୁ କୁହାଗଲା [୨:୧] ।

କାହିଁକି ବିଦେଶୀମାନଙ୍କୁ ଅମିଶ୍ରିତ ଦୁଗ୍‍ଧ ଇଚ୍ଛା କରିବାର ଥିଲା ?

ସେମାନେ ପରିତ୍ରାଣାର୍ଥେ ବୃଦ୍ଧି ପାଇପାରିବା ପାଇଁ, ନବଜାତ ଶିଶୁ ତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍‍ଧ ପାନ କରିବାକୁ ଇଚ୍ଛା କରିବାର ଥିଲା [୨:୨]।

1 Peter 2:4

କିଏ ଜୀବନ୍ତ ପ୍ରସ୍ତର ସ୍ୱରୂପ ଥିଲେ ଯିଏ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟହେଲେ , କିନ୍ତୁ ଈଶ୍ୱରଙ୍କ ନିକଟରେ ମନୋନୀତ ଥିଲେ ?

ଯୀଶୁ ଖ୍ରୀଷ୍ଟ ଜୀବନ୍ତ ପ୍ରସ୍ତର ସ୍ୱରୂପ ଥିଲେ [୨:୪-୫] ।

କାହିଁକି ମନୋନୀତ ପ୍ରବାସୀମାନେ ଜୀବନ୍ତ ପ୍ରସ୍ତର ସଦୃଶ ?

ସେମାନେ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହ ହେବାର ଥିଲା ଯାହା ଲଜ୍ଜିତ ହେବା ଆବଶ୍ୟକ ନୁହେଁ ବରଂ ସମ୍ମାନଜନକ ଅଟେ [୨:୫-୭] ।

1 Peter 2:7

କାହିଁକି ଗୃହନିର୍ମାଣକାରୀମାନେ ବାକ୍ୟର ଅନାଜ୍ଞାବହ ହେବାରୁ ଠୋକର ଖାଇଲେ?

ଗୃହନିର୍ମାଣକାରୀମାନେ ବାକ୍ୟର ଅନାଜ୍ଞାବହ ହେବାରୁ ଠୋକର ଖାଇଲେ ଯେହେତୁ ସେମାନେ ତାହା କରିବାକୁ ନିଯୁକ୍ତ ହୋଇଥିଲେ [୨:୯-୧୦]।

1 Peter 2:9

କାହିଁକି ବିଦେଶୀମାନେ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ଥିଲେ ?

ସେମାନେ ମନୋନୀତ ହୋଇଥିଲେ ଯଦ୍ୱାରା ସେମାନେ ଈଶ୍ୱରଙ୍କ କାର୍ଯ୍ୟକୁ ପ୍ରଚାର କରିବେ [୨:୯-୧୦]।

1 Peter 2:11

କାହିଁକି ପ୍ରିୟମାନଙ୍କୁ, ଶାରୀରିକ ପାପ ଅଭିଳାଷଗୁଡ଼ାକରୁ ବିମୁଖ ହୋଇ ରହିବାକୁ ପିତର କହିଲେ ?

ସେ ସେମାନଙ୍କୁ କହିଲେ ଯେପରି ଯେଉଁମାନେ ସେମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ସେମାନଙ୍କର ସୁକର୍ମ ଦେଖି ଈଶ୍ୱରଙ୍କ ଗୌରବ କରିବେ [୨:୧୧-୧୨]।

1 Peter 2:13

କାହିଁକି ବିଦେଶୀ ମନୋନୀତଗଣ ମାନବୀୟ ବିଧାନର ବଶୀଭୂତ ହେବାର ଥିଲା?

ଈଶ୍ଵର ନିର୍ବୋଧମାନଙ୍କ ଅଜ୍ଞାନର କଥା ବନ୍ଦ କରିବାକୁ ସେମାନେ ସମସ୍ତ ମାନବୀୟ ବିଧାନରେ ଆଜ୍ଞାବହ ରହିବାର ଥିଲା କାରଣ ସେମାନଙ୍କ ଆଜ୍ଞାବହକୁ ବ୍ୟବହାର କରିବାକୁ ଇଚ୍ଛା କଲେ [୨:୧୩-୧୫]।

ସେମାନଙ୍କର ସ୍ଵାଧିନତାକୁ ଦୁଷ୍ଟତାର ଆବରଣ ସ୍ଵରୂପେ ବ୍ୟବହାର କରିଵା ବଦଳରେ ବିଦେଶୀ ମନୋନୀତଗଣ କ'ଣ କରିବା ଥିଲା?

ଈଶ୍ଵରଙ୍କର ଦାସ ହେବା ନିମନ୍ତେ ସେମାନେ ସେମାନଙ୍କର ସ୍ଵାଧିନତାକୁ ବ୍ୟବହାର କରିବା ଥିଲା [୨:୧୬]।

1 Peter 2:18

କାହିଁକି ଦାସମାନଙ୍କୁ ସେମାନଙ୍କୁ ଯଦିଓ ନିର୍ଦ୍ଧୟମାନଙ୍କୁ ସୁଦ୍ଧା ସେମାନଙ୍କର ମାଲିକମାନଙ୍କର ବଶୀଭୂତ ହେବାର ଥିଲା ?

ଦାସମାନେ ନିର୍ଦ୍ଧୟ ମାଲିକଙ୍କ ବଶୀଭୂତ ହେବାର ଥିଲା ଯେହେତୁ ଉତ୍ତମ କାର୍ଯ୍ୟ ପରେ ଦୁଃଖଭୋଗ କରିବା ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ [୨:୧୮-୨୯]।

1 Peter 2:21

ଉତ୍ତମ କରିବା ପାଇଁ କାହିଁକି ଦୁଃଖଭୋଗ କରିବାକୁ ଦାସମାନେ ଆହୁତ ହୋଇଥିଲେ ?

ଯେହେତୁ ଖ୍ରୀଷ୍ଟ ସେମାନଙ୍କ ପାଇଁ ଦୁଃଖଭୋଗ କଲେ, ସେମାନଙ୍କୁ ପାଇଁ ଏକ ନମୁନା ଛାଡିଲେ ଏବଂ ନ୍ୟାୟରେ ବିଚାର କରି ନିଜେ ସମର୍ପଣ କଲେ [୨:୨୧-୨୩]।

1 Peter 2:24

କାହିଁକି ଖ୍ରୀଷ୍ଟ କ୍ରୁଶ ତାଙ୍କ ଶରୀରରେ ପିତର, ପ୍ରବାସୀମାନଙ୍କ ମନୋନୀତଙ୍କର ଏବଂ ଦାସ ମାନଙ୍କର ପାପକୁ କ୍ରୁଶ ଉପରକୁ ନେଲେ ?

ସେମାନେ ପାପର ଅଂଶ ନ ହୋଇ ଯେପରି ଧାର୍ମିକତା ପାଇଁ ଜୀବନଯାପନ କରିବେ, ସେଥିପାଇଁ ଖ୍ରୀଷ୍ଟ ସେମାନଙ୍କର ପାପ ନେଲେ ଏବଂ ତାଙ୍କ ପ୍ରହାରରେ ସେମାନେ ସୁସ୍ଥ ହେଲେ [୨:୨୪]।

ସମସ୍ତେ ମେଷ ସଦୃଶ ଏଣେତେଣେ ବୁଲିଲା ପରେ, ସେମାନେ କାହାପାଖକୁ ଆସିଲେ ?

ସେମାନେ ସମସ୍ତେ ମେଷପାଳକ ଏବଂ ସେମାନଙ୍କର ଆତ୍ମାର ରକ୍ଷାକାରୀଙ୍କ ପାଖକୁ ଆସିଲେ [୨:୨୫]।


Chapter 3

1 ସେହିପରି, ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ, 2 ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ । 3 ପୁଣି, କେଶବେଶ , ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହୋଇ, 4 ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ । 5 କାରଣ ପୂର୍ବକାଳରେ ସାଧ୍ୱୀ ସ୍ତ୍ରୀମାନେ ମଧ୍ୟ ଈଶ୍ୱରଙ୍କଠାରେ ଭରସା ରଖି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ଏହି ପ୍ରକାରେ ଆପଣା ଆପଣାକୁ ଭୂଷିତା କରୁଥିଲେ । 6 ସେହିପରି ସାରା ଅବ୍ରହାମଙ୍କୁ ପ୍ରଭୁ ବୋଲି କହି ତାହାଙ୍କର ଆଜ୍ଞାବହ ହେଲେ; ତୁମ୍ଭେମାନେ ଯଦି କୌଣସି ବିଷୟରେ ଭୀତ ନ ହୋଇ ସଦାଚରଣ କର, ତେବେ ତୁମ୍ଭେମାନେ ହିଁ ତାହାଙ୍କର ସନ୍ତାନ । 7 ସେହି ପ୍ରକାରେ, ହେ ସ୍ୱାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥି ନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳାପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି, ଜ୍ଞାନରେ ସେମାନଙ୍କର ସହିତ ବାସ କର ।

8 ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ; 9 ଅନିଷ୍ଟ ପରିବର୍ତ୍ତରେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତରେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ । 10 ଯେଣୁ ଯେ ଜୀବନରେ ସୁଖଭୋଗ କରିବାକୁ ପୁଣି, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରୁ; 11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ । 12 କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ । 13 ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍‍ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ ? 14 ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍‍ବିଗ୍ନ ହୁଅ ନାହିଁ; 15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ, 16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ । 17 କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ୱରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ। 18 ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ; 19 ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ; 20 ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ୱର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍‍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ; 21 ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍‍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି; 22 ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି ।



Translation Questions

1 Peter 3:1

କାହିଁକି ସ୍ତ୍ରୀମାନେ ସେମାନଙ୍କର ସ୍ଵାମୀମାନଙ୍କର ବଶୀଭୂତ ହେବା ଉଚିତ ?

ଅନଜ୍ଞାକାରୀ ସ୍ଵାମୀମାନଙ୍କୁ ବିନା ଏକ ଶବ୍ଦରେ ଜିତିବାକୁ ସ୍ତ୍ରୀମାନେ ସେମାନଙ୍କର ବଶୀଭୂତ ହେବା ଉଚିତ [୩:୧]।

1 Peter 3:3

କିପରି ସ୍ତ୍ରୀମାନେ ସେମାନଙ୍କର ସ୍ଵାମୀମାନଙ୍କର ବଶୀଭୂତ ହେବା ଉଚିତ ?

ସ୍ତ୍ରୀମାନେ ସେମାନଙ୍କର କୋମଳ ହୃଦୟ ସହିତ ସେମାନଙ୍କୁ ଜିତିବା ଉଚିତ ବାହ୍ୟ ଭୂଷଣ ଦ୍ୱାରା ନୁହେଁ [୩:୩-୪]।

1 Peter 3:5

ଏକ ସ୍ତ୍ରୀର ଉଦାହରଣସ୍ଵରୂପେ ପିତର କେଉଁ ପବିତ୍ର ମହିଳାକୁ ଉଲ୍ଲେଖ କଲେ ଯାହାର ପରମେଶ୍ୱରଙ୍କଠାରେ ଭରସା ଥିଲା ଏବଂ ଯିଏ ତାହାରି ସ୍ଵାମୀର ବଶୀଭୂତ ଥିଲେ ?

ଉଦାହରଣସ୍ଵରୂପେ ପିତର ସାରାଙ୍କୁ ଉଲ୍ଲେଖ କଲେ [୩:୫-୬]।

1 Peter 3:7

କାହିଁକି ସ୍ଵାମୀମାନେ ଜ୍ଞାନାନୁସାରେ ସେମାନଙ୍କ ସ୍ତ୍ରୀ ସହିତ ସମତୁଲ୍ୟ ରହିବା ଉଚିତ ?

ଜ୍ଞାନାନୁସାରେ ସ୍ଵାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କ ସହିତ ବସବାସ କରିବା ଉଚିତ ଯଦ୍ୱାରା ସେମାନଙ୍କର ପ୍ରାର୍ଥନାର ବାଧା ନ ହୁଏ [୩:୭] ।

1 Peter 3:8

କାହିଁକି ପିତର ସମସ୍ତ ପ୍ରବାସୀମାନଙ୍କୁ, ମନୋନୀତମାନଙ୍କୁ ଏକ ମନ ଏବଂ ଆଶୀର୍ବାଦ କରୁଥିଲେ ?

ଯେହେତୁ ସେମାନେ ଏହା କରିବାକୁ ଡକାଯାଇଥିଲେ ଯଦ୍ୱାରା ଆଶୀର୍ବାଦର ଅଧିକାରୀ ହେବେ [୩:୮-୯]।

1 Peter 3:10

ଯିଏ ଜୀବନକୁ ପ୍ରେମ କରେ କାହିଁକି ସେ ମନ୍ଦରୁ ତାହାର ଜିହ୍ୱାକୁ ଏବଂ ଯାହା ଖରାପ ତାହାଠାରୁ ନିବୃତ୍ତ ରହିବ ଯାହା ଉତ୍ତମ ତାହା କରିବ ?

କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି [୩:୧୦-୧୨]।

ଯେଉଁମାନେ ପାପ କରନ୍ତି ଭୟ କିମ୍ବା ଦୁଃଖ ନ କରିବା ବଦଳରେ ପ୍ରବାସୀ, ମନୋନୀତଗଣ କ'ଣ କରିବା ଉଚିତ ?

ସେମାନେ ଖ୍ରୀଷ୍ଟଙ୍କୁ ବହୁମୂଲ୍ୟ ବୋଲି ସେମାନଙ୍କ ହୃଦୟରେ ଅଲଗା କରିବା ଆବଶ୍ୟକ [୩:୧୨-୧୫]

1 Peter 3:13

କେଉଁମାନେ ଧନ୍ୟ ଥିଲେ ?

ଯେଉଁମାନେ ଧାର୍ମିକତା ହେତୁ ଦୁଃଖଭୋଗ କରନ୍ତି ସେମାନେ ଧନ୍ୟ [୩:୧୪]।

1 Peter 3:15

ଯେଉଁମାନେ ପ୍ରବାସୀ ଓ ମନୋନୀତମାନଙ୍କୁ ପରମେଶ୍ୱରଙ୍କଠାରେ ତାଙ୍କରି ଭରସା ବିଷୟରେ ପଚାରନ୍ତି ତେବେ ସେମାନେ କିପରି ଭାବରେ ଉତ୍ତର ଦେଉଥିଲେ ?

ନମ୍ରତାରେ ଏବଂ ଉତ୍ତମ ଭାବରେ ସେମାନେ ଉତ୍ତର ଦେବାର ଥିଲା [୩:୧୫-୧୬]।

1 Peter 3:18

କାହିଁକି ଖ୍ରୀଷ୍ଟ ଥରେ ପାପ ପାଇଁ ଦୁଃଖଭୋଗ କଲେ ?

ଖ୍ରୀଷ୍ଟ, ପିତର ଓ ବିଦେଶୀ ମନୋନୀତଲୋକମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଆଣିବାକୁ ଥରେ ଦୁଃଖଭୋଗ କଲେ [୩:୧୮]।

ବର୍ତ୍ତମାନ କାହିଁକି ଆତ୍ମାମାନେ ବନ୍ଦୀଗୃହରେ ଅଛନ୍ତି ଯାହାକୁ ଖ୍ରୀଷ୍ଟ ପ୍ରଚାର କଲେ ?

ଯେଉଁ ଆତ୍ମାଗଣ ବନ୍ଦୀ ଗୃହରେ ଆବଦ୍ଧ ଥିଲେ ଯେତେବେଳେ ପରମେଶ୍ୱରଙ୍କ ଧୈର୍ଯ୍ୟ ହୋଇ ନୋହଙ୍କ ସମୟର ଅପେକ୍ଷା କରୁଥିଲେ [୩:୧୯-୨୦]

ପରମେଶ୍ୱର ଜଳରୁ ଅଳ୍ପ ଲୋକଙ୍କୁ ଉଦ୍ଧାର କରିବା କ'ଣ ପ୍ରତୀକ ଥିଲା ?

ଏହା ବାପ୍ତିସ୍ମକୁ ପ୍ରତୀକ କରେ, ଉତ୍ତମ ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଏବଂ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ବିଦେଶୀ ମନୋନୀତମାନେ ଉଦ୍ଧାର ପାଇଅଛନ୍ତି [୩:୨୦-୨୧]।

1 Peter 3:21

ଅଳ୍ପସଂଖ୍ୟକ ଲୋକଙ୍କୁ ପରମେଶ୍ୱର ଜଳରୁ ଉଦ୍ଧାର କରିବା କ'ଣ ପ୍ରତୀକ କରେ ?

ଏହା ବାପ୍ତିସ୍ମକୁ ପ୍ରତୀକ କରେ, ଉତ୍ତମ ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଏବଂ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ବିଦେଶୀମାନେ ଓ ମନୋନୀତମାନେ ଉଦ୍ଧାର ପାଇଅଛନ୍ତି [୩:୨୦-୨୧]।

ଯେପରି ସ୍ଵର୍ଗରେ ଯୀଶୁ ପରମେଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ଦୂତମାନେ କ୍ଷମତାବାନ ଓ ଶକ୍ତିଶାଳୀମାନେ କ'ଣ କରିବା ଆବଶ୍ୟକ ?

ସେମାନେ ସମସ୍ତେ ତାଙ୍କଠାରେ ସମର୍ପିତ ହେବା ଆବଶ୍ୟକ [୩:୨୨]।


Chapter 4

1 ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, (କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି), 2 ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କ ଇଚ୍ଛାନୁସାରେ କ୍ଷେପଣ କର । 3 ଯେଣୁ ଅଣଯିହୂଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ; 4 ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ଧାବମାନ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି; 5 କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ତାହାଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ । 6 କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ୱରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ । 7 ମାତ୍ର ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ । ଅତଏବ ସୁବୁଦ୍ଧି ହୁଅ, ପୁଣି, ପ୍ରାର୍ଥନା କରିବା ପାଇଁ ଜାଗ୍ରତ ଥାଅ, 8 ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ । 9 କୁଣ୍ଠିତ ନ ହୋଇ ପରସ୍ପରର ଆତିଥ୍ୟ କର; 10 ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ୱରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର; 11 କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ୱରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ୱରଙ୍କଠାରୁ ଶକ୍ତିପ୍ରାପ୍ତଲୋକ ପରି ସେବା କରୁ, ଯେପରି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର । ଆମେନ୍‍ ।

12 ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ; 13 ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ । 14 ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍‍, ଈଶ୍ୱରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି। 15 ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୁରାଚାରୀ, କି ଅନଧିକାର ଚର୍ଚ୍ଚାକାରୀ ହୋଇ ଦଣ୍ଡ ଭୋଗ ନ କରୁ; 16 କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ । 17 କାରଣ ଈଶ୍ୱରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କ'ଣ ନ ହେବ ! 18 ପୁଣି, ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ? 19 ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍‍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ ।



Translation Questions

1 Peter 4:1

କାହା ସହିତ ପିତର ପ୍ରବାସୀମାନଙ୍କୁ, ମନୋନୀତଗଣକୁ ସୁସଜ୍ଜିତ ହେବାକୁ ଆଜ୍ଞା ଦେଲେ ?

ସେ ସେମାନଙ୍କୁ ଖ୍ରୀଷ୍ଟ ଯେତେବେଳେ ତାଙ୍କ ଶରୀରରେ ଦୁଃଖ ଭୋଗ କରୁଥିଲେ ଯେପରି ତାଙ୍କର ମନ ଥିଲେ ସେପରି ମନରେ ସେମାନଙ୍କୁ ସୁସଜ୍ଜିତ ହେବାକୁ ଆଜ୍ଞା ଦେଲେ [୪:୧]।

1 Peter 4:7

କାହିଁକି ବିଦେଶୀ ମନୋନୀତମାନେ ପରସ୍ପରକୁ ବ୍ୟଗ୍ର ପ୍ରେମ ଓ ସୁସ୍ଥ ମନ ହେଉଥିଲେ ?

ଯେହେତୁ ସମସ୍ତ ବିଷୟରେ ଅନ୍ତ ଆସୁଥିଲା, ସେମାନେ ସେଗୁଡିକ କରିବାର ଥିଲା ଏବଂ ସେମାନଙ୍କର ପ୍ରାର୍ଥନା ସକାଶୁ [୪:୭]।

1 Peter 4:10

କାହିଁକି ପ୍ରତ୍ୟେକବିଦେଶୀ ମନୋନୀତମାନେ ପରସ୍ପରକୁ ସେବା କରିବା ପାଇଁ ସେମାନଙ୍କ ଦାନକୁ ବ୍ୟବହାର କରିବାର ଥିଲା ?

ପରମେଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯେପରି ମହିମା ପାଇବେ ସେଥିପାଇଁ ସେମାନେ ସେମାନଙ୍କୁ ବ୍ୟବହାର କରିବାର ତ ଥିଲେ [୪:୧୦-୧୧]।

1 Peter 4:12

କାହିଁକି ବିଦେଶୀ ମନୋନୀତମାନେ ଯଦି ସେମାନେ ଖ୍ରୀଷ୍ଟଙ୍କ ଦୁଃଖଭୋଗକୁ କିମ୍ବା ଖ୍ରୀଷ୍ଟଙ୍କ ନାମ ପାଇଁ ଅପମାନ ହେଇଛନ୍ତି ଆନନ୍ଦ କରିବାକୁ କୁହାଯାଉଥିଲେ?

ଯଦି ସେମାନେ ଅପମାନ ହେଉଥିଲେ ସେମାନେ ଧନୀ ଥିଲେ [୪:୧୨-୧୪]।

1 Peter 4:15

କାହିଁକି ପ୍ରବାସୀମାନେ .ମନୋନୀତମାନେ, ହତ୍ୟାକାରୀ,ଚୋର, ଦୁରାଚାରୀ କିମ୍ବା ଅନଧିକାର ଚର୍ଚ୍ଚାକାରୀ ପରି ଦୁଃଖଭୋଗ କରି ନ ଥାନ୍ତେ ?

ଯେହେତୁ ଈଶ୍ଵରଙ୍କ ଗୃହଠାରୁ ବିଚାର ଆରମ୍ଭ ଥିଲା [୪:୧୫-୧୭]।

1 Peter 4:17

କାହିଁକି ଅଧାର୍ମିକ ବ୍ୟକ୍ତି ଏବଂ ପାପୀ ଈଶ୍ଵରଙ୍କର ସୁସମାଚାରକୁ ଗ୍ରହଣ କରିବା ଉଚିତ ?

ଯେହେତୁ ଧାର୍ମିକ ମଧ୍ୟ କଷ୍ଟରେ ଉଦ୍ଧାର ପାଇଅଛି [୪:୧୭-୧୮]।

ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଦୁଃଖଭୋଗ କରୁଛନ୍ତି ସେମାନଙ୍କର ପ୍ରତିକ୍ରିୟା କିପରି ହେବା ଉଚିତ ?

ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କଠାରେ ସେମାନଙ୍କର ପ୍ରାଣକୁ ସମର୍ପଣ କରିବେ ଯେତେବେଳେ ସେ କାର୍ଯ୍ୟ କରନ୍ତି [୪:୧୯]।


Chapter 5

1 ଅତଏବ, ଜଣେ ସହପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ଆଗାମୀ ଗୌରବର ଅଂଶାଧିକାରୀ ଯେ ମୁଁ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି, 2 ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ୱରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର; 3 ପୁଣି, ଯେଉଁମାନଙ୍କର ଦାୟିତ୍ୱଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ୱରୂପ ହୋଇ ତାହା କର । 4 ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅକ୍ଷୟ ମୁକୁଟ ପାଇବ । 5 ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଂକାରୀମାନଙ୍କୁ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି । 6 ଅତଏବ, ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ; 7 ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି । 8 ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି; 9 ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି । 10 ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ । 11 ପରାକ୍ରମ ଯୁଗେ ଯୁଗେ ତାହାଙ୍କର । ଆମେନ୍‍ ।

12 ଈଶ୍ୱରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋ' ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ। 13 ତୁମ୍ଭମାନଙ୍କ ସହିତ ମନୋନୀତ ବାବିଲୋନସ୍ଥ ମଣ୍ଡଳୀ ଓ ମୋହର ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । 14 ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ ।



Translation Questions

1 Peter 5:1

ପିତର କିଏ ଥିଲେ ?

ପିତର ଜଣେ ସହ ପ୍ରାଚୀନ ପୁଣି ଖ୍ରୀଷ୍ଟଙ୍କ ଦୁଃଖଭୋଗରେ ସାକ୍ଷୀ ଏବଂ ଆଗାମୀ ଗୌରବର ଅଂଶଧାରୀ ଥିଲେ [୫:୧]।

ପିତର ତାଙ୍କ ସହ ପ୍ରାଚୀନମାନଙ୍କୁ କ'ଣ କରିବାକୁ କହିଲେ ?

ସେ ଈଶ୍ଵରଙ୍କ ପଲକୁ ଚରାଇବାକୁ ଏବଂ ସେମାନଙ୍କୁ ଯତ୍ନ ନେବାକୁ ସେମାନଙ୍କୁ ଉତ୍ସାହିତ କରନ୍ତି [୫:୧-୨] ।

1 Peter 5:5

ଯୁବକମାନେ କାହାଠାରୁ ବଶୀଭୂତ ହେଉଥିଲେ ?

ସେମାନେ ପ୍ରାଚୀନମାନଙ୍କଠାରୁ ବଶୀଭୂତ ହେଉଥିଲେ [୫:୫]।

କାହିଁକି ବିଦେଶୀମାନେ, ମନୋନୀତମାନେ ନମ୍ରତାର କଟି ବାନ୍ଦି ପରସ୍ପରକୁ ସେବା କରୁଥିଲେ ?

କାରଣ ପରମେଶ୍ୱର ନମ୍ର ଲୋକଙ୍କୁ ଅନୁଗ୍ରହ ଦିଅନ୍ତି ଏବଂ ଯଥା ସମୟରେ ସେମାନଙ୍କୁ ଉଚ୍ଚ କରନ୍ତି [୫:୫-୭]।

1 Peter 5:8

ଶୟତାନ କାହା ପରି ଅଟେ ?

ସେ ଗର୍ଜନ କରୁଥିବା ସିଂହ ପରି ଅଟେ ଯିଏ ଗ୍ରାସ କରିବାକୁ ଚାରିପଟେ ବୁଲୁଥାଏ ।

ପ୍ରବାସୀ ଓ ମନୋନୀତମାନଙ୍କୁ କ'ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ?

ସେମାନଙ୍କର ଚିନ୍ତାକୁ ପରମେଶ୍ୱରଙ୍କ ଉପରେ ପକାଇବାକୁ, ଶାନ୍ତ, ଜାଗ୍ରତ ହେବାକୁ ଶୟତାନର ବିପକ୍ଷରେ ଦୃଢ଼ ଭାବରେ ଠିଆ ହେବାକୁ ଏବଂ ସେମାନଙ୍କର ବିଶ୍ଵାସରେ ଦୃଢ଼ ହେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା [୫:୭-୯]।

1 Peter 5:10

ସେମାନେ କିଛି ସମୟ ପାଇଁ ସେମାନଙ୍କର ଭାତୃଭାବ ସଦୃଶ ଦୁଃଖଭୋଗ କଲା ଉତ୍ତାରେ ବିଦେଶୀ ମନୋନୀତ ଲୋକଙ୍କୁ କ'ଣ ହୋଇଥାନ୍ତା?

ପରମେଶ୍ୱର ସେମାନଙ୍କୁ ସିଦ୍ଧ, ସ୍ଥିର ଏବଂ ସବଳ କରିଥାନ୍ତେ [୫:୯-୧୦]।


Book: 2 Peter

2 Peter

Chapter 1

1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। 2 ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ ।

3 ଯେ ଆପଣା ଗୌରବ ଓ ସଦ୍‍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ୱରିକ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି । 4 ତଦ୍ୱାରା ସେ ଆମ୍ଭମାନଙ୍କୁ ବହୁମୂଲ୍ୟ ଓ ଅତି ମହତ‍ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହି ସବୁ ଦ୍ୱାରା ତୁମ୍ଭେମାନେ କୁଅଭିଳାଷରୁ ଜାତ ଯେଉଁ ବିନାଶ ଜଗତରେ ଅଛି, ସେଥିରୁ ରକ୍ଷା ପାଇ ଐଶ୍ୱରିକ ସ୍ୱଭାବର ସହଭାଗୀ ହୁଅ । 5 ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ସହିତ ସଦ୍‍ଗୁଣ, ସଦ୍‍ଗୁଣ ସହିତ ଜ୍ଞାନ, 6 ଜ୍ଞାନ ସହିତ ସଂଯମ, ସଂଯମ ସହିତ ଧୈର୍ଯ୍ୟ, ଧୈର୍ଯ୍ୟ ସହିତ ଧର୍ମପରାୟଣତା, 7 ଧର୍ମପରାୟଣତା ସହିତ ଭ୍ରାତୃସ୍ନେହ, ପୁଣି, ଭ୍ରାତୃସ୍ନେହ ସହିତ ପ୍ରେମ ଯୋଗ କର । 8 ଏହି ସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ। 9 ମାତ୍ର ଏହି ସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି । 10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ, 11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ ।

12 ଅତଏବ, ତୁମ୍ଭେମାନେ ଯଦ୍ୟପି ଏହି ସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହି ସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି। 13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ଜଣାଇ ଅଛନ୍ତି, ତଦନୁସାରେ ଶୀଘ୍ର ମୋତେ ଏହି ଶରୀରରୂପ ତମ୍ବୁ ଯେ ତ୍ୟାଗ କରିବାକୁ ହେବ, 14 ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି । 15 ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥି ନିମନ୍ତେ ମୁଁ ଯତ୍ନ କରିବି ।

16 କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ । 17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ୱରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ; 18 ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ । 19 ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ । 20 ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ, 21 କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ୱର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ ।



Translation Questions

2 Peter 1:1

ଦ୍ଵିତୀୟ ପିତର କିଏ ଲେଖିଥିଲେ ?

ଶିମୋନ ପିତର, ଜଣେ ଦାସ ଏବଂ ଯୀଶୁଖ୍ରୀଷ୍ଟଙ୍କ ଜଣେ ପ୍ରେରିତ [୧:୧] ।

ପିତର କାହାକୁ ଲେଖିଥିଲେ ?

ପିତର ସେମାନଙ୍କୁ ଲେଖିଥିଲେ ଯେଉଁମାନେ ସେହି ବହୁମୂଲ୍ୟ ବିଶ୍ଵାସ ପାଇଥିଲେ [୧:୧] ।

2 Peter 1:3

ଜୀବନ ଏବଂ ଈଶ୍ୱର ପରାୟଣ ପାଇଁ ସମସ୍ତ ଐଶ୍ୱରିକ ଶକ୍ତି କିପରି ପିତର ଏବଂ ବିଶ୍ଵାସ ଗ୍ରହଣକାରୀମାନଙ୍କୁ ଦିଆଯାଇଥିଲା ?

ପରମେଶ୍ଵରଙ୍କ ଜ୍ଞାନ ଦ୍ଵାରା ସେଗୁଡିକ ସେମାନଙ୍କୁ ଦିଆଯାଇଥିଲା [୧:୩] ।

କାହିଁକି ପରମେଶ୍ଵର ପିତର ଏବଂ ବିଶ୍ଵାସ ଗ୍ରହଣକାରୀମାନଙ୍କୁ ଜୀବନ ଏବଂ ଈଶ୍ୱର ପରାୟଣ ପାଇଁ ଐଶ୍ୱରିକ ଶକ୍ତି ସହିତ ବହୁମୂଲ୍ୟ ପ୍ରତିଜ୍ଞାଗୁଡିକ ଦେଲେ ?

ସେ ଏହା କଲେ ଯେଉଁଦ୍ଵାରା ସେମାନେ ଐଶ୍ୱରିକ ସ୍ଵଭାବରେ ସହଭାଗୀ ହେବେ [୧:୩-୪] ।

2 Peter 1:5

ବିଶ୍ଵାସ ଗ୍ରହଣକାରୀମାନେ ସେମାନଙ୍କ ବିଶ୍ଵାସ ଦ୍ଵାରା ଅନ୍ତଃତ କଣ ଲାଭ କରିବାକୁ ମନେ କଲେ ?

ସେମାନେ ଅନ୍ତଃତ ସେମାନଙ୍କ ବିଶ୍ଵାସ ଦ୍ଵାରା ପ୍ରେମକୁ ଲାଭ କରିବାକୁ ମନେ କଲେ [୧:୫-୭] ।

ଯିଏ ବିଶ୍ଵାସରେ, ଜ୍ଞାନରେ, ସ୍ଵୟଂ ନିୟନ୍ତ୍ରଣ, ସହନଶୀଳତା, ଈଶ୍ୱର ପରାୟଣ, ଭାତ୍ରୁପ୍ରେମ ଏବଂ ପ୍ରେମର ଅଭାବ ଥାଏ, ସେହି ବ୍ୟକ୍ତିଟି କଣ ଦେଖେ ?

ସେ କେବଳ ନିକଟସ୍ଥ ବିଷୟ ଦେଖେ, ସେ ଅନ୍ଧ ଅଟେ [୧:୫-୯] ।

2 Peter 1:10

ଯଦି ଭାଇମାନେ ସେମାନଙ୍କ ଆହ୍ଵାନ ଏବଂ ମନୋନୟନକୁ ସ୍ଥିର କରିବାରେ ଉତ୍ତମ କରିବେ, କଣ ଘଟିବ ?

ସେମାନେ ଝୁଣ୍ଟିବେ ନାହିଁ ଏବଂ ସେମାନଙ୍କ ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କର ଅନନ୍ତ ରାଜ୍ୟକୁ ପ୍ରବେଶ କରିବା ପାଇଁ ଦ୍ଵାର ଖୋଲି ଦିଆଯିଵ [୧:୧୦-୧୧] ।

2 Peter 1:12

କାହିଁକି ପିତର ଏହି ବିଷୟଗୁଡିକ ସ୍ମରଣତ କରାଇବା ଯଥାର୍ଥ ବୋଲି ଚିନ୍ତା କଲେ ?

କାରଣ ସେମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ, ତାହାଙ୍କୁ ଦେଖାଇଥିଲେ ଯେ ସେ ତାଙ୍କ ତମ୍ବୁକୁ ଶୀଘ୍ର କାଢିବେ [୧:୧୨-୧୪] ।

2 Peter 1:16

ଯେଉଁମାନେ ଯୀଶୁଙ୍କର ଗୌରବର ପ୍ରତ୍ୟକ୍ଷଦର୍ଶୀ ସାକ୍ଷ୍ୟ ଥିଲେ, ସେମାନେ କଣ ଦେଖିଲେ ?

ସେମାନେ ଦେଖିଲେ ଯେ ସେ ପିତା ପରମେଶ୍ଵରଙ୍କଠାରୁ ସମ୍ମାନ ଏବଂ ମହିମା ଗ୍ରହଣ କଲେ [୧:୧୬-୧୭] ।

2 Peter 1:19

ଆମ୍ଭେମାନେ କିପରି ଭବିଷ୍ୟତ ବାକ୍ୟ ସତ୍ୟ ଅଟେ ବୋଲି ଜାଣିପାରିବା ?

ଯେହେତୁ ଲିଖିତ ଭାବବାଣୀଗୁଡିକ ଭାବବାଦୀମାନଙ୍କ ମନର ତର୍କ ଦ୍ଵାରା ଆସେ ନାହିଁ କିମ୍ବା କୌଣସି ଭାବବାଣୀ ମନୁଷ୍ୟଠାରୁ ଆସେ ନାହିଁ, କିନ୍ତୁ ମନୁଷ୍ୟ ପବିତ୍ରଆତ୍ମାଙ୍କ ଦ୍ଵାରା ଆହୁତ ହୁଅନ୍ତି ଯିଏ ପରମେଶ୍ଵରଙ୍କଠାରୁ କହୁଥିଲେ [୧:୧୯-୨୧] ।


Chapter 2

1 କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ । 2 ଆଉ, ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ । 3 ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ। 4 କାରଣ ଈଶ୍ୱର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନର୍କରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି 5 ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ; 6 ସେ ସଦୋମ ଓ ଗମୋରା ନଗରସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତକାଳର ଅଧାର୍ମିକମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ, 7 ପୁଣି, ସେ ଦୁରାଚାରୀମାନଙ୍କ କାମୁକତାପୂର୍ଣ୍ଣ ଆଚରଣରେ ବ୍ୟଥିତ ଧାର୍ମିକ ଲୋଟଙ୍କୁ ଉଦ୍ଧାର କଲେ, 8 ଯେଣୁ ସେହି ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟ ଶୁଣି ପ୍ରତିଦିନ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ । 9 ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି । 10 ସେମାନେ ଦୁଃସାହସୀ ଓ ସ୍ୱେଚ୍ଛାଚାରୀ ହୋଇ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରିବାକୁ ଭୟ କରନ୍ତି ନାହିଁ, 11 ଯଦ୍ୟପି ଅଧିକ ଶକ୍ତି ଓ ପରାକ୍ରମଶାଳୀ ଦୂତମାନେ ପ୍ରଭୁଙ୍କ ଛାମୁରେ ନିନ୍ଦା କରି ସେମାନଙ୍କର ବିଚାର କରନ୍ତି ନାହିଁ । 12 କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ, 13 ପୁଣି, ଅନ୍ୟାୟ ବେତନ ସ୍ୱରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି, କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି । 14 ସେମାନଙ୍କର ଚକ୍ଷୁ ବ୍ୟଭିଚାରିଣୀ ସ୍ତ୍ରୀରେ ପରିପୂର୍ଣ୍ଣ ହୋଇ ପାପରୁ କ୍ଷାନ୍ତ ହୁଏ ନାହିଁ, ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି, ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ, ସେମାନେ ଅଭିଶାପର ସନ୍ତାନ, 15 ସେମାନେ ଅନ୍ୟାୟ ବେତନର ଲାଳସାକାରୀ ବିୟୋରର ପୁତ୍ର ବିଲୀୟାମର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ; 16 କିନ୍ତୁ ସେ ଆପଣା ଅପରାଧ ସକାଶେ ଅନୁଯୋଗ ପ୍ରାପ୍ତ ହେଲା, ଗୋଟିଏ ମୂକ ପଶୁ ମନୁଷ୍ୟ ସ୍ୱରରେ କଥା କହି ଭାବବାଦୀର ଉନ୍ମତ୍ତତା ନିବୃତ୍ତ କଲା । 17 ସେମାନେ ନିର୍ଜଳର ନିର୍ଝର ଓ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ତୁଲ୍ୟ, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ରକ୍ଷିତ ହୋଇଅଛି। 18 କାରଣ ସେମାନେ ନିରର୍ଥକ ଅହଂକାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି; 19 ସେମାନେ ସେମାନଙ୍କୁ ସ୍ୱାଧୀନତାର ପ୍ରତିଜ୍ଞା ଦିଅନ୍ତି, କିନ୍ତୁ ନିଜେ ବିନାଶର ଦାସ ଅଟନ୍ତି; କାରଣ ଯେ ଯାହା ଦ୍ୱାରା ପରାସ୍ତ ହୁଏ, ସେ ସେଥିର ଦାସ । 20 ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହାହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ । 21 କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା । 22 କୁକୁର ଆପଣା ବାନ୍ତି ଖାଇବାକୁ ଓ ଧୌତ ହୋଇଥିବା ଘୁଷୁରି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ, ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ପ୍ରତି ଘଟିଅଛି ।



Translation Questions

2 Peter 2:1

ଭଣ୍ଡଶିକ୍ଷକମାନେ ବିଶ୍ଵାସୀମାନଙ୍କ ନିକଟକୁ ଗୁପ୍ତରେ କଣ ଆଣନ୍ତି ?

ଭଣ୍ଡଶିକ୍ଷକମାନେ ବିନାଶଜନକ ଭଣ୍ଡଶିକ୍ଷାଗୁଡିକ ଆଣିବେ ଏବଂ ସେମାନଙ୍କୁ ଆଣିଲେ ତାହାଙ୍କୁ ଅସ୍ୱୀକାର କରିବେ [୨:୧] ।

ଭଣ୍ଡଶିକ୍ଷକମାନଙ୍କ ଉପରେ କଣ ଆସିଵ ?

ହଠାତ୍ ବିନାଶ ଏବଂ ନ୍ୟାୟବିଚାର ଭଣ୍ଡଶିକ୍ଷକମାନଙ୍କ ଉପରେ ଆସିଵ [୨:୧] ।

ଭଣ୍ଡଶିକ୍ଷକମାନେ ଛଳ ବାକ୍ୟ ସହିତ କଣ କରିବେ ?

ଭଣ୍ଡଶକ୍ଷକମାନେ ଲୋଭ ସହ ଭାଇମାନଙ୍କ ଠାରୁ ଅର୍ଥ ଲାଭ କରିବେ [୨:୧-୩] ।

2 Peter 2:4

ପରମେଶ୍ଵର କାହାକୁ ରକ୍ଷା କଲେ ନାହିଁ

ପରମେଶ୍ଵର ଦୂତମାନଙ୍କୁ ଯେଉଁମାନେ ପାପ କଲେ, ପୁରାତନ ଦୁନିଆଁ ଏବଂ ସଦୋମ୍ ଏବଂ ଗୋମୋରା ସହରକୁ ରକ୍ଷା କଲେ ନାହିଁ [୨:୪-୬] ।

ପରମେଶ୍ଵର କାହାକୁ ରକ୍ଷା କଲେ ?

ପରମେଶ୍ଵର ନୋହ ସହିତ ସାତ ଜଣ ଏବଂ ଲୋଟଙ୍କୁ ରକ୍ଷା କଲେ [୨:୫-୭] ।

2 Peter 2:7

ପରମେଶ୍ଵର କେତେଜଣଙ୍କୁ ରକ୍ଷା ଏବଂ ଅନ୍ୟ କେତେଜଣଙ୍କୁ ରକ୍ଷା ନ କରିବା ଦ୍ଵାରା କଣ ଦେଖାଇଲେ ?

ପରମେଶ୍ଵରଙ୍କ କାର୍ଯ୍ୟଗୁଡିକ ଏହା ଦେଖାଏ ଯେ ପ୍ରଭୁ ଧାର୍ମିକମାନଙ୍କୁ କିପରି ରକ୍ଷା କରିବା ଏବଂ ଧାର୍ମିକମାନଙ୍କୁ କିପରି ନିଜ ରଖିବା ଜାଣନ୍ତି [୨:୯] ।

2 Peter 2:10

କେଉଁମାନେ ଅଲୌକିକ ଥିଲେ ଯେଉଁମାନଙ୍କୁ ଅଧାର୍ମିକମାନେ ନିନ୍ଦା କରିବାକୁ ଭୟ କଲେ ନାହିଁ

ଅଲୌକିକ ଜଣ ଦୂତମାନେ ଥିଲେ ଯେଉଁମାନେ ମନୁଷ୍ୟ ବିରୁଦ୍ଧରେ ନିନ୍ଦା ଆରୋପ ପରମେଶ୍ଵରଙ୍କ ସମ୍ମୁଖରେ ଆଣନ୍ତି ନାହିଁ [୨:୧୦-୧୧] ।

2 Peter 2:12

ଭଣ୍ଡଶିକ୍ଷକମାନେ କେଉଁମାନଙ୍କୁ ପ୍ରଲୋଭିତ କରନ୍ତି ?

ଭଣ୍ଡଶିକ୍ଷକମାନେ ଆତ୍ମାମାନଙ୍କୁ ପ୍ରଲୋଭିତ କରନ୍ତି [୨:୧୪] ।

2 Peter 2:15

କିଏ ବିଲିୟମ ଭାବବାଦୀଙ୍କ ପାଗଳାମିକୁ ରୋକିଲେ ?

ଏକ ମୌନ ଗଧ ମନୁଷ୍ୟର ସ୍ଵର ଦ୍ଵାରା ବିଲିୟମକୁ ରୋକିଲେ [୨:୧୫-୧୬] ।

2 Peter 2:17

ମଣିଷ କାହାର ଦାସ ଅଟେ ?

ଏକ ମଣିଷ ଯାହା ତାକୁ ପ୍ରଭାବିତ କରେ, ତାହାର ଦାସ ହୋଇଥାଏ [୨:୧୯] ।

2 Peter 2:20

ଯିଏ ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଦ୍ଵାରା ଏହି ଜଗତର ଅପବିତ୍ର କାର୍ଯ୍ୟରୁ ଖସି ପଳାଏ ଏବଂ ତା'ପରେ ପୁନର୍ବାର ସେହିଆଡକୁ ଫେରିଆସେ, କଣ ଉତ୍ତମ ଅଟେ ?

ସେମାନଙ୍କ ନିମନ୍ତେ ଧାର୍ମିକତାର ପଥ ଜାଣିବା ଉତ୍ତମ ହୋଇଥାନ୍ତା [୨:୨୦-୨୧] ।


Chapter 3

1 ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି । 2 ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ୱାରା ପୂର୍ବକାଳରେ ଉକ୍ତ ବାକ୍ୟସବୁ ପୁଣି, ତୁମ୍ଭମାନଙ୍କ ପ୍ରେରିତମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞାଗୁଡ଼ିକ ସ୍ମରଣରେ ରଖ, ଏଥି ନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହି ସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି । 3 ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ, 4 ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ ? କାରଣ ପିତୃପୁରୁଷମାନଙ୍କର ମହାନିଦ୍ରାପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି । 5 ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା 6 ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା; 7 ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି । 8 କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲିଯାଅ ନାହିଁ । 9 ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି । 10 ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ । ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି, ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ । 11 ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜ୍ୱଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, 12 ସେହି ଦିନର ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭେମାନେ ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ । 13 ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ ।

14 ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର; 15 ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାକୁ ଦିଆଯାଇଥିବା ଜ୍ଞାନାନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି । 16 ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହି ସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେ ସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି । 17 ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ପୂର୍ବରୁ ଏହିସବୁ ଜାଣି ସତର୍କ ହୋଇଥାଅ, କାଳେ ଦୁରାଚାରୀମାନଙ୍କ ଭ୍ରାନ୍ତିରେ ପଡ଼ି ତୁମ୍ଭେମାନେ ମଧ୍ୟ ଆପଣାମାନଙ୍କ ଦୃଢ଼ତାରୁ ସ୍ଖଳିତ ହୁଅ, 18 ବରଂ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ । ବର୍ତ୍ତମାନ ଓ ଅନନ୍ତକାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର ।



Translation Questions

2 Peter 3:1

କାହିଁକି ପିତର ଏହି ଦ୍ଵିତୀୟ ପତ୍ରକୁ ଲେଖିଲେ ?

ସେ ଲେଖିଲେ ଯେପରି ପ୍ରିୟମାନେ ଭାବବାଦୀମାନଙ୍କ ଦ୍ଵାରା କୁହାଯାଇଥିବା ବାକ୍ୟ ଏବଂ ପ୍ରଭୁ ଏବଂ ଉଦ୍ଧାରକର୍ତ୍ତାଙ୍କ ଆଜ୍ଞାଗୁଡିକ ସ୍ମରଣ କରିବେ [୩:୧-୨] ।

2 Peter 3:3

ପରିହାସକମାନେ ଶେଷ ସମୟରେ କଣ କହିବେ ?

ପରିହାସକମାନେ ଯୀଶୁଙ୍କ ଆଗମନର ପ୍ରତିଜ୍ଞାକୁ ପ୍ରଶ୍ନ କରିବେ ଏବଂ କହିବେ ଯେ ସୃଷ୍ଟିର ଆରମ୍ଭଠାରୁ ଯେପରି ଅଛି, ସେହିପରି ରହିଅଛି [୩:୩-୪] ।

2 Peter 3:5

କିପରି ସ୍ଵର୍ଗ ଏବଂ ପୃଥିବୀ ସ୍ଥାପିତ ହେଲା ଏବଂ କିପରି ସେମାନେ ଅଗ୍ନି ଏବଂ ନ୍ୟାୟବିଚାର ଏବଂ ଅଧାର୍ମିକ ଲୋକମାନଙ୍କ ବିନାଶ ନିମନ୍ତେ ରହିଛନ୍ତି ?

ସେମାନଙ୍କ ଈଶ୍ଵରଙ୍କ ବାକ୍ୟ ଦ୍ଵାରା ସୁରକ୍ଷିତ ଏବଂ ସ୍ଥାପିତ ହୋଇଥିଲେ [୩:୫-୭]

2 Peter 3:8

କାହିଁକି ପ୍ରଭୁଙ୍କ ପ୍ରିୟମାନଙ୍କ ପ୍ରତି ଧୈର୍ଯ୍ୟ ଧରିଥିଲେ ?

କାରଣ ସେ ଇଚ୍ଛା କରୁଥିଲେ ଯେ ସେମାନେ ବିନଷ୍ଟ ନ ହୁଅନ୍ତୁ କିନ୍ତୁ ସମସ୍ତଙ୍କୁ ଅନୁତାପ କରିବା ନିମନ୍ତେ ସମୟ ଥାଉ [୩;୯] ।

2 Peter 3:10

ପ୍ରଭୁଙ୍କ ଦିନ କିପରି ଆସିବ ?

ପ୍ରଭୁଙ୍କ ଦିନ ଏକ ଚୋର ପରି ଆସିବ [୩:୧୦]

2 Peter 3:11

ପବିତ୍ର ଆଚରଣ ଓ ଈଶ୍ୱର ପରାୟଣ ଜୀବନ ନିମନ୍ତେ, ପିତର କାହିଁକି ପ୍ରିୟମାନଙ୍କୁ କିପରି ଲୋକ ହେବା ଉଚିତ ବୋଲି କହିଲେ ?

ଯେହେତୁ ଆକାଶ ଏବଂ ପୃଥିବୀ ବିନଷ୍ଟ ହେବ, ଏବଂ ନୂତନ ଆକାଶ ଏବଂ ପୃଥିବୀରେ ଧାର୍ମିକତା ବାସ କରିବ ତାହା ସେମାନେ ଅପେକ୍ଷା କରୁଥିଲେ [୩:୧୧-୧୩]।

2 Peter 3:14

ଶିଷ୍ୟ ହୋଇ ନ ଥିବା ଏବଂ ଅସ୍ଥିର ଲୋକମାନଙ୍କ କ'ଣ ହେବ ଯେଉଁମାନେ ପାଉଲଙ୍କ ଦିଆଯାଇଥିବା ଜ୍ଞାନ ଏବଂ ଧର୍ମଶାସ୍ତ୍ରକୁ ବିକୃତ କଲେ ?

ସେମାନଙ୍କ କର୍ମ ସେମାନଙ୍କ ନିଜ ବିନାଶର କାରଣ ହେବ [୩:୧୫-୧୬] ।


Book: 1 John

1 John

Chapter 1

1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ । 2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ । 3 ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇ ପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହିତ ଅଛି । 4 ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥି ନିମନ୍ତେ ଆମ୍ଭେମାନେ ଏହି ସବୁ ଲେଖୁଅଛୁ ।

5 ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ୱର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ । 6 ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ । 7 କିନ୍ତୁ ସେ ଯେପରି ଜ୍ୟୋତିଃର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ । 8 ଆମ୍ଭମାନଙ୍କର ପାପ ନାହିଁ ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ । 9 ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି । 10 ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ ।



Translation Questions

1 John 1:1

ଆଦ୍ୟରେ କ'ଣ ଥିଲା ବୋଲି ଯୋହନ କହନ୍ତି ?

ଆଦ୍ୟରେ ଜୀବନର ବାକ୍ୟ ଥିଲା ବୋଲି ଯୋହନ କହନ୍ତି [୧:୧] ।

କ'ଣ ଦ୍ଵାରା ଯୋହନ ଜୀବନ୍ତ ବାକ୍ୟ ସମ୍ବନ୍ଧରେ ଜାଣିଲେ ?

ଯୋହନ ଜୀବନ୍ତ ବାକ୍ୟକୁ ଶୁଣିଥିଲେ, ଦେଖିଥିଲେ, ନିରୀକ୍ଷଣ କରିଥିଲେ ଏବଂ ସ୍ଵହସ୍ତରେ ସ୍ପର୍ଶ କରିଥିଲେ [୧:୧] ।

ଜୀବନ୍ତ ବାକ୍ୟ ଯୋହନଙ୍କ ନିକଟରେ ପ୍ରକାଶିତ ହେବା ପୁର୍ବରୁ କେଉଁଠି ଥିଲା ?

ଯୋହନଙ୍କ ନିକଟରେ ଜୀବନ୍ତ ବାକ୍ୟ ପ୍ରକାଶିତ ହେବା ପୁର୍ବରୁ ପିତାଙ୍କ ସଙ୍ଗରେ ଥିଲା [୧:୨] ।

1 John 1:3

ଯୋହନ ଯାହା ଦେଖିଥିଲେ ଏବଂ ଶୁଣିଥିଲେ, କାହିଁକି ସେ ତାହା ଘୋଷଣା କରୁଛନ୍ତି ?

ଯୋହନ ଯାହା ଦେଖିଥିଲେ ଏବଂ ଶୁଣିଥିଲେ, ତାହା ଘୋଷଣା କରିବାର କାରଣ ଯଦ୍ଵାରା ଅନ୍ୟମାନେ ମଧ୍ୟ ତାହାଙ୍କ ସହିତ ସହଭାଗିତା କରିପାରିବେ [୧:୩] ।

କାହା ସହିତ ଯୋହନଙ୍କ ସହଭାଗିତା ରହିଅଛି ?

ଯୋହନଙ୍କ ସହଭାଗିତା ପିତା, ଏବଂ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହିତ ଅଛି [୧:୩] ।

1 John 1:5

ପରମେଶ୍ଵରଙ୍କଠାରୁ କେଉଁ ସମ୍ବାଦ ଯୋହନ ତାଙ୍କ ପାଠକମାନଙ୍କୁ ଘୋଷଣା କରୁଛନ୍ତି ?

ଯୋହନ ଏହି ସମ୍ବାଦ ପ୍ରଚାର କରୁଛନ୍ତି ଯେ ପରମେଶ୍ଵର ଜ୍ୟୋତିଃ ଅଟନ୍ତି, ଏବଂ ତାହାଙ୍କଠାରେ ଅନ୍ଧକାରର ଲେଶ ହେଲେ ମଧ୍ୟ ନାହିଁ [୧:୫] ।

ଯେଉଁ ବ୍ୟକ୍ତି କହେ ଯେ ପରମେଶ୍ଵରଙ୍କ ସହିତ ତାହାର ସହଭାଗିତା ଅଛି କିନ୍ତୁ ଅନ୍ଧକାରରେ ଚାଲେ, ଯୋହନ ତାଙ୍କ ବିଷୟରେ କ'ଣ କହନ୍ତି ?

ଯୋହନ ସେ ବ୍ୟକ୍ତିକୁ ମିଥ୍ୟାବାଦୀ ଏବଂ ସତ୍ୟ ଲଂଘନକାରୀ ବୋଲି କହନ୍ତି [୧:୬] ।

ଯେଉଁମାନେ ଆଲୋକରେ ଗମନ କରନ୍ତି, କ'ଣ ସେମାନଙ୍କୁ ସମସ୍ତ ପାପରୁ ପରିଷ୍କୃତ କରେ ?

ଯୀଶୁଙ୍କ ରକ୍ତ ସେମାନଙ୍କୁ ସମସ୍ତ ପାପରୁ ପରିଷ୍କୃତ କରେ [୧:୭] ।

1 John 1:8

ଯୋହନ ସେହି ବ୍ୟକ୍ତିଙ୍କ ବିଷୟରେ କ'ଣ କହନ୍ତି ଯିଏ କୁହେ ଯେ ସେମାନଙ୍କଠାରେ ପାପ ନାହିଁ ?

ଯୋହନ କହନ୍ତି ଯେ ସେହି ବ୍ୟକ୍ତି ଆପଣାକୁ ପ୍ରତାରଣା କରେ ଏବଂ ତାଙ୍କଠାରେ ସତ୍ୟ ନାହିଁ [୧:୮] ।

ଯେଉଁମାନେ ଆପଣାମାନଙ୍କୁ ପାପ ସ୍ୱୀକାର କରନ୍ତି, ପରମେଶ୍ଵର ସେମାନଙ୍କ ପାଇଁ କ'ଣ କରିବେ ?

ସେମାନଙ୍କ ପାଇଁ ଯେଉଁମାନେ ଆପଣା ପାପକୁ ସ୍ୱୀକାର କରନ୍ତି, ପରମେଶ୍ଵର ସେମାନଙ୍କ ପାପକୁ କ୍ଷମା କରିବେ ଏବଂ ସମସ୍ତ ଅଧର୍ମରୁ ସେମାନଙ୍କୁ ପରିଷ୍କାର କରିବେ [୧:୯] ।


Chapter 2

1 ହେ ମୋହର ପ୍ରିୟମାନେ, ତୁମ୍ଭେମାନେ ଯେପରି ପାପ ନ କର, ଏଥି ନିମନ୍ତେ ମୁଁ ଏହି ସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି । କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ । 2 ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି। 3 ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ । 4 ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ; 5 କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି । ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ । 6 ଯେ ତାହାଙ୍କଠାରେ ରହେ ବୋଲି କହେ, ସେ ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ ।

7 ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି; ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ପୁରାତନ ଆଜ୍ଞା । 8 ପୁନଶ୍ଚ, ମୁଁ ନୂତନ ଆଜ୍ଞା ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଏହା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ସତ୍ୟ ବୋଲି ପ୍ରକାଶ ପାଏ। କାରଣ ଅନ୍ଧକାର ଘୁଞ୍ଚିଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି । 9 ଯେ ଆପଣା ଭାଇକୁ ଘୃଣା କରି କହେ ଯେ, ସେ ଜ୍ୟୋତିଃରେ ଅଛି, ସେ ଏପର୍ଯ୍ୟନ୍ତ ସୁଦ୍ଧା ଅନ୍ଧକାରରେ ଅଛି । 10 ଯେ ଆପଣା ଭାଇକୁ ପ୍ରେମ କରେ, ସେ ଜ୍ୟୋତିଃରେ ରହେ, ପୁଣି, ତାହାଠାରେ ଝୁଣ୍ଟିବାର କୌଣସି କାରଣ ନାହିଁ । 11 କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁ ଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି । 12 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କର ପାପ କ୍ଷମା ହୋଇଅଛି । 13 ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ । ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ । 14 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ । ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ । ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି, ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ ।

15 ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ; 16 କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। 17 ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ।

18 ହେ ବତ୍ସଗଣ, ଶେଷକାଳ ଉପସ୍ଥିତ, ପୁଣି, ଭଣ୍ଡଖ୍ରୀଷ୍ଟ ଆସିବ ବୋଲି ତୁମ୍ଭେମାନେ ଯେପରି ଶୁଣିଥିଲ, ସେହିପରି ଏବେ ମଧ୍ୟ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି; ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ ଯେ, ଶେଷକାଳ ଉପସ୍ଥିତ । 19 ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥି ନିମନ୍ତେ ସେମାନେ ବାହାରିଗଲେ । 20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମ୍ଭେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ । 21 ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଥିବାରୁ ଓ କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି । 22 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ । 23 ଯେ ପୁତ୍ରଙ୍କୁ ନାସ୍ତି କରେ, ସେ ପିତାଙ୍କୁ ପ୍ରାପ୍ତ କରି ନାହିଁ; ଯେ ପୁତ୍ରଙ୍କୁ ସ୍ୱୀକାର କରେ, ସେ ପିତାଙ୍କୁ ମଧ୍ୟ ପ୍ରାପ୍ତ କରିଅଛି । 24 ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କଠାରେ ଥାଉ। ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ଯଦି ତୁମ୍ଭମାନଙ୍କଠାରେ ଥାଏ, ତାହାହେଲେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାଙ୍କଠାରେ ରହିବ । 25 ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ । 26 ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। 27 କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ତାହା ତୁମ୍ଭମାନଙ୍କଠାରେ ରହିଅଛି, ପୁଣି, କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦେବ, ଏହା ତୁମ୍ଭମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ; ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ ।

28 ଅତଏବ, ହେ ବତ୍ସଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା । 29 ସେ ଧାର୍ମିକ ଅଟନ୍ତି, ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ, ସେ ଯେ ତାହାଙ୍କଠାରୁ ଜାତ, ଏହା ମଧ୍ୟ ଜାଣ |



Translation Questions

1 John 2:1

କେଉଁମାନଙ୍କ ପାପ ନିମନ୍ତେ ଯୀଶୁ ଖ୍ରୀଷ୍ଟ ପ୍ରାୟଶ୍ଚିତ ସ୍ଵରୂପ ଅଟନ୍ତି ?

ଯୀଶୁଖ୍ରୀଷ୍ଟ ସମସ୍ତ ଜଗତର ପାପ ନିମନ୍ତେ ପ୍ରାୟଶ୍ଚିତ ସ୍ଵରୂପ ଅଟନ୍ତି [୨:୨] ।

ଆମ୍ଭେମାନେ ଯୀଶୁଖ୍ରୀଷ୍ଟଙ୍କୁ ଜାଣୁ ବୋଲି ତଦ୍ଦ୍ୱାର କିପରି ଜ୍ଞାତ ହେଉ ?

ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ଆମ୍ଭେ ଜ୍ଞାତ ହେଉ ଯେ ଆମ୍ଭେମାନେ ଯୀଶୁଙ୍କୁ ଜାଣୁ [୨:୩] ।

1 John 2:4

ଯଦି କେହି କହେ, ସେମାନେ ଈଶ୍ଵରଙ୍କୁ ଜାଣନ୍ତି, କିନ୍ତୁ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ନାହିଁ, ସେମାନେ କେଉଁ ପ୍ରକାର ବ୍ୟକ୍ତି ଅଟନ୍ତି ?

ଯଦି କେହି କହେ, ସେମାନେ ଈଶ୍ଵରଙ୍କୁ ଜାଣନ୍ତି, କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରନ୍ତି ନାହିଁ, ସେମାନଙ୍କଠାରେ ସତ୍ୟତା ନାହିଁ [୨:୪] ।

ଏକ ବିଶ୍ଵାସୀର ଆଚରଣ କିପରି ହେବା ଉଚିତ୍ ?

ଏକ ବିଶ୍ଵାସୀର ଆଚରଣ ଯୀଶୁଖ୍ରୀଷ୍ଟଙ୍କ ଆଚରଣ ପରି ହେବା ଉଚିତ୍ [୨:୬] ।

1 John 2:9

କୌଣସି ବ୍ୟକ୍ତିର ଆତ୍ମିକ ଅବସ୍ଥା କ'ଣ ଥାଏ, ଯିଏ କୁହେ ସେ ଜ୍ୟୋତିଃରେ ଅଛି, କିନ୍ତୁ ଆପଣା ଭାଇକୁ ଘୃଣା କରେ ?

କୌଣସି ବ୍ୟକ୍ତି ଯିଏ କୁହେ ସେ ଜ୍ୟୋତିଃରେ ଅଛି, କିନ୍ତୁ ଆପଣା ଭାଇକୁ ଘୃଣା କରେ, ସେ ଏବେ ସୁଦ୍ଧା ଅନ୍ଧକାରରେ ଅଛି [୨:୯,୧୧] ।

1 John 2:12

ପରମେଶ୍ଵର ବିଶ୍ଵାସୀମାନଙ୍କର ପାପକୁ କାହିଁକି କ୍ଷମା କରନ୍ତି ?

ପରମେଶ୍ଵର ଯୀଶୁଖ୍ରୀଷ୍ଟଙ୍କ ନାମ ସକାଶେ ବିଶ୍ଵାସୀମାନଙ୍କର ପାପକୁ କ୍ଷମା କରନ୍ତି [୨:୧୨] ।

1 John 2:15

ଏକ ବିଶ୍ଵାସୀର ସ୍ଵଭାବ ସାଂସାରିକ ବିଷୟ ପ୍ରତି କିପରି ହେବା ଉଚିତ୍ ବୋଲି ଯୋହନ କହନ୍ତି ?

ଯୋହନ କହନ୍ତି ଯେ ଏକ ବିଶ୍ଵାସୀ ସଂସାର କିଅବା ସେଥିରେ ଥିବା ବିଷୟସବୁ ପ୍ରେମ କରିବା ଉଚିତ୍ ନୁହେଁ [୨:୧୫] ।

ସଂସାରରେ ଥିବା କେଉଁ ତିନିଗୋଟି ବିଷୟ ପିତାଙ୍କଠାରୁ ନୁହେଁ ବୋଲି ଯୋହନ କହନ୍ତି ?

ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଏବଂ ଲୌକିକ ଗର୍ବ, ଏହି ସମସ୍ତ ବିଷୟ ପିତାଙ୍କ ଠାରୁ ନୁହେଁ ମାତ୍ରା ସଂସାରର ଅଟେ ବୋଲି ଯୋହନ ନାମିତ କରନ୍ତି [୨:୧୬] ।

1 John 2:18

ଏହା ଶେଷକାଳ ଅଟେ ସେ ଜାଣନ୍ତି ବୋଲି ଯୋହନ କିପରି କହନ୍ତି ?

ସେ କହନ୍ତି, ଏହା ଶେଷକାଳ ଅଟେ ବୋଲି ଜାଣନ୍ତି କାରଣ ଅନେକ ଖ୍ରୀଷ୍ଟାରୀ ଉଠିଅଛନ୍ତି [୨:୧୮] ।

କିଏ ଆସୁଅଛନ୍ତି ବୋଲି ଯୋହନ କହନ୍ତି ?

ସେ କହନ୍ତି ଯେ ଖ୍ରୀଷ୍ଟାରୀ ଆସୁଅଛି [୨:୧୮] ।

1 John 2:22

ଖ୍ରୀଷ୍ଟାରୀ କ'ଣ କରିଵ ଯେଉଁଦ୍ଵାରା ଆମ୍ଭେମାନେ ତାହାକୁ ଚିହ୍ନିପାରିବା ?

ଖ୍ରୀଷ୍ଟାରୀ ପିତା ଏବଂ ପୁତ୍ରଙ୍କୁ ନାସ୍ତି କରିବ [୨:୨୨] ।

ଯିଏ କେହି ପୁତ୍ରକୁ ନାସ୍ତି କରେ, ସେ କ'ଣ ପିତାଙ୍କୁ ପାଇପାରିବ ?

ନାହିଁ, କୌଣସି ବ୍ୟକ୍ତି ଯିଏ ପୁତ୍ରଙ୍କୁ ନାସ୍ତି କରେ ପିତାଙ୍କୁ ପାଇପାରିବ ନାହିଁ [୨:୨୩] ।

1 John 2:24

ଯୋହନ ବିଶ୍ଵାସୀମାନଙ୍କୁ କ'ଣ କରିବା ପାଇଁ କହନ୍ତି ଯହିଁରେ ସେମାନେ ପିତା ଏବଂ ପୁତ୍ରଙ୍କ ଠାରେ ରହିପାରିବେ ?

ଯୋହନ ବିଶ୍ଵାସୀମାନଙ୍କୁ ତହିଁରେ ରହିବା ପାଇଁ କହନ୍ତି ଯାହା ସେମାନେ ଆରମ୍ଭରୁ ଶୁଣିଅଛନ୍ତି [୨:୨୪] ।

ପରମେଶ୍ଵରଙ୍କ ଦ୍ଵାରା କେଉଁ ପ୍ରତିଜ୍ଞା ବିଶ୍ଵାସୀମାନଙ୍କୁ ଦିଆଯାଇଅଛି ?

ପରମେଶ୍ଵର ବିଶ୍ଵାସୀମାନଙ୍କୁ ଅନନ୍ତ ଜୀବନ ପ୍ରତିଜ୍ଞା କରିଅଛନ୍ତି [୨:୨୫] ।

1 John 2:27

ଖ୍ରୀଷ୍ଟଙ୍କର ଆଗମନ ସମୟରେ ଯେଉଁମାନେ ପୁତ୍ରଙ୍କଠାରେ ରହନ୍ତି, ସେମାନଙ୍କର ସ୍ଵଭାବ କିପରି ହେବ ?

ଖ୍ରୀଷ୍ଟଙ୍କର ଆଗମନ ସମୟରେ ଯେଉଁମାନେ ପୁତ୍ରଙ୍କଠାରେ ରହନ୍ତି, ସେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବେ [୨:୨୮] ।


Chapter 3

1 ଦେଖ, ପିତା ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ । ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା । 2 ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କ'ଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ । ଆମ୍ଭେମାନେ ଜାଣୁ ଯେ, ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା । 3 ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ । 4 ଯେ କେହି ପାପ କରେ, ସେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରେ, କାରଣ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ହିଁ ପାପ । 5 ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ । 6 ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ । 7 ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ; ଯେ ଧର୍ମାଚରଣ କରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ; 8 ଯେ ପାପ କରେ, ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରିଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ । 9 ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ୱରଙ୍କଠାରୁ ଜାତ ହେବାରୁ ପାପ କରି ପାରେ ନାହିଁ । 10 ଏଥିରେ କିଏ ଈଶ୍ୱରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କଠାରୁ ଜାତ ନୁହେଁ ।

11 କାରଣ ଆମ୍ଭମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମ୍ଭେମାନେ ଆଦ୍ୟରୁ ଶୁଣିଅଛ; 12 ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା ? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା । 13 ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ । 14 ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧିନରେ ଥାଏ । 15 ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ । 16 ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ । 17 କିନ୍ତୁ ଯେ ଜାଗତିକ ଭାବେ ଧନଶାଳୀ ହୋଇ ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖିଲେ ହେଁ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ କିପରି ରହିପାରେ ? 18 ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ । 19 ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା, 20 ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରି ପାରିବା; କାରଣ ଈଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି । 21 ହେ ପ୍ରିୟମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ଈଶ୍ୱରଙ୍କ ଛାମୁରେ ଆମ୍ଭମାନଙ୍କର ସାହସ ଅଛି, 22 ପୁଣି, ଆମ୍ଭେମାନେ ଯାହା ଯାହା ମାଗୁ, ସେହି ସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି, ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ । 23 ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା । 24 ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ ।



Translation Questions

1 John 3:1

ପିତଃ ତାଙ୍କ ପ୍ରେମ ସକାଶେ ବିଶ୍ଵାସୀମାନଙ୍କ ଉପରେ କ'ଣ ପ୍ରଦାନ କରିଅଛନ୍ତି ?

ପିତା ବିଶ୍ଵାସୀମାନଙ୍କୁ ଈଶ୍ଵରଙ୍କ ସନ୍ତାନର ନାମ ପ୍ରଦାନ କରିଅଛନ୍ତି [୩:୧-୨] ।

ଯେତେବେଳେ ଖ୍ରୀଷ୍ଟ ଦୃଶ୍ୟମାନ ହେବେ, ବିଶ୍ଵାସୀମାନେ କ'ଣ ହେବ ?

ଯେତେବେଳେ ଖ୍ରୀଷ୍ଟ ଦୃଶ୍ୟମାନ ହେବେ, ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ପରି ହେବେ, ଏବଂ ତାହାଙ୍କୁ ସେହିପରି ଦେଖିବେ [୩:୨] ।

ପ୍ରତ୍ୟେକ ବିଶ୍ଵାସୀ ଯିଏ କେହି ଖ୍ରୀଷ୍ଟଙ୍କଠାରେ ଆଶା ରଖନ୍ତି, ନିଜ ପାଇଁ କ'ଣ କରନ୍ତି ?

ସମସ୍ତ ବିଶ୍ଵାସୀ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖନ୍ତି, ଆପଣାକୁ ପବିତ୍ର କରନ୍ତି [୩:୩] ।

1 John 3:4

ଖ୍ରୀଷ୍ଟଙ୍କଠାରେ କ'ଣ ନାହିଁ ?

ଖ୍ରୀଷ୍ଟଙ୍କଠାରେ ପାପ ନାହିଁ [୩:୫] ।

ଯିଏ କେହି ନିରନ୍ତର ପାପ କରେ, ସେ ପରମେଶ୍ଵରଙ୍କ ସହିତ କେଉଁ ପ୍ରକାର ସମ୍ପର୍କ ରଖିଥାଏ ?

ଯିଏ କେହି ନିରନ୍ତର ପାପ କରେ, ସେ ଯୀଶୁଖ୍ରୀଷ୍ଟଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ [୩:୬,୮] ।

1 John 3:7

ପରମେଶ୍ଵରଙ୍କ ପୁତ୍ର କାହିଁକି ପ୍ରକାଶିତ ହେଲେ ?

ପରମେଶ୍ଵରଙ୍କ ପୁତ୍ର ଶୟତାନର ସମସ୍ତ କାର୍ଯ୍ୟକୁ ବିନାଶ କରିବା ପାଇଁ ପ୍ରକାଶିତ ହେଲେ [୩:୮] ।

1 John 3:9

କିପରି ଭାବରେ ଈଶ୍ଵରଙ୍କ ସନ୍ତାନ ଏବଂ ଶୟତାନର ସନ୍ତାନମାନେ ପ୍ରତ୍ୟେକେ ପ୍ରକାଶିତ ହେଲେ ?

ଈଶ୍ଵରଙ୍କ ଧର୍ମାଚରଣରେ ସନ୍ତାନମାନେ ସେମାନଙ୍କ ପାପସକାଶୁ ଧାର୍ମିକ ପ୍ରକାଶିତ ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ଏବଂ ଶୟତାନର ସନ୍ତାନମାନେ ସେମାନଙ୍କ ଅଧର୍ମାଚରଣରେ ପ୍ରକାଶିତ ହେଲେ [୩:୭,୧୦] ।

1 John 3:11

କୟିନ କିପରି ଶୟତାନର ଏକ ସନ୍ତାନ ଥିଲା ବୋଲି ପ୍ରମାଣ କଲା ?

କୟିନ ନିଜକୁ ଶୟତାନର ସନ୍ତାନ ଥିଲା ବୋଲି ପ୍ରମାଣ କଲା ଯେତେବେଳେ ସେ ତାହାର ଭାଇକୁ ହତ୍ୟା କଲା [୩:୧୨] ।

1 John 3:13

କେଉଁ ବିଷୟରେ ଯୋହନ ବିଶ୍ଵାସୀମାନଙ୍କୁ ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ?

ଯୋହନ କହନ୍ତି ଯେ ଜଗତ ସେମାନଙ୍କୁ ଘୃଣା କରନ୍ତି ବୋଲି ବିଶ୍ଵାସୀମାନେ ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ [୩:୧୩] ।

ବିଶ୍ଵାସୀମାନେ ଈଶ୍ଵରଙ୍କ ସନ୍ତାନ ଭାବରେ କିପରି ସ୍ଵଭାବ ପ୍ରଦର୍ଶନ କରିବା ଉଚିତ୍ ?

ବିଶ୍ଵାସୀମାନେ ଈଶ୍ଵରଙ୍କ ସନ୍ତାନ ହେବା ପାଇଁ ପ୍ରେମର ସ୍ଵଭାବ ପ୍ରଦର୍ଶନ କରିବା ଉଚିତ୍ [୩:୧୦-୧୧,୧୪] ।

1 John 3:16

ଆମ୍ଭେମାନେ ପ୍ରେମ କ'ଣ ଅଟେ ବୋଲି କିପରି ଜାଣିବା ?

ଆମ୍ଭେମାନେ ପ୍ରେମ କ'ଣ ଅଟେ ବୋଲି ଜାଣୁ କାରଣ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କଲେ [୩:୧୬] ।

ଯେତେବେଳେ ଏକ ଭାଇ ଆବଶ୍ୟକତାରେ ଅଛି, ଜଣେ ବିଶ୍ଵାସୀ କିପରି ଈଶ୍ଵରଙ୍କ ପ୍ରେମ ପ୍ରଦର୍ଶନ କରିବା ଆବଶ୍ୟକ ?

ଯେତେବେଳେ ଏକ ଭାଇ ଆବଶ୍ୟକତାରେ ଅଛି, ଜଣେ ବିଶ୍ଵାସୀଏହି ଜଗତର ଦୈନନ୍ଦିନ ଆବଶ୍ୟକ ସହିତ ଈଶ୍ଵରଙ୍କ ପ୍ରେମ ପ୍ରଦର୍ଶନ କରିଥାଏ [୩:୧୭-୧୮] ।

1 John 3:19

ଯେତେବେଳେ ଜଣେ ବିଶ୍ଵାସୀ ଈଶ୍ଵରଙ୍କ ପ୍ରେମ କାର୍ଯ୍ୟରେ ଏବଂ ସତ୍ୟରେ ପ୍ରଦର୍ଶନ କରେ, ସେ ନିଜ ପାଇଁ କ'ଣ ଆହରଣ କରେ ?

ଯେତେବେଳେ ଜଣେ ବିଶ୍ଵାସୀ ଈଶ୍ଵରଙ୍କ ପ୍ରେମ କାର୍ଯ୍ୟରେ ଏବଂ ସତ୍ୟରେ ପ୍ରଦର୍ଶନ କରେ, ସେ ନିଜ ପାଇଁ ପରମେଶ୍ଵରଙ୍କଠାରେ ଦୃଢ ପ୍ରତିଶ୍ରୁତି ଏବଂ ସାହସ ଆହରଣ କରେ [୩:୧୯,୨୧] ।

1 John 3:23

ପରମେଶ୍ଵରଙ୍କ କେଉଁ ଆଜ୍ଞା ଯୋହନ ବିଶ୍ଵାସୀମାନଙ୍କୁ ସ୍ମରଣ କରାନ୍ତି ?

ଯୋହନ ବିଶ୍ଵାସୀମାନଙ୍କୁ ପରମେଶ୍ଵରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମକୁ ବିଶ୍ଵାସ କରିବା ଏବଂ ପରସ୍ପରକୁ ପ୍ରେମ କରିବା ଆଜ୍ଞାଗୁଡିକୁ ସ୍ମରଣ କରାନ୍ତି [୩:୨୩] ।

ଈଶ୍ଵର ବିଶ୍ଵାସୀମାନଙ୍କୁ କ'ଣ ଦେଇଅଛନ୍ତି ଯହିଁରେ ସେମାନେ ଈଶ୍ଵରଙ୍କଠାରେ ଅଛନ୍ତି ବୋଲି ସେମାନେ ଜାଣିପାରିବେ ?

ଈଶ୍ଵର ବିଶ୍ଵାସୀମାନଙ୍କୁ ଆତ୍ମା ପ୍ରଦାନ କରିଛନ୍ତି ଯହିଁରେ ଈଶ୍ଵର ସେମାନଙ୍କଠାରେ ଅଛନ୍ତି ବୋଲି ସେମାନେ ଜାଣିବେ [୩:୨୪] ।


Chapter 4

1 ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି । 2 ଏହା ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ୱରଙ୍କଠାରୁ ଆଗତ, 3 ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ୱରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି । 4 ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ । 5 ସେମାନେ ଜଗତରୁ ଉତ୍ପନ୍ନ, ଅତଏବ ସେମାନେ ଜାଗତିକ କଥା କହନ୍ତି, ଆଉ ଜଗତ ସେମାନଙ୍କ କଥା ଶୁଣେ । 6 କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ; ଯେ ଈଶ୍ୱରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ୱରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ୱାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ ।

7 ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ । 8 ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ । 9 ଏଥିରେ ହିଁ ଈଶ୍ୱରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ । 10 ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ 11 ହେ ପ୍ରିୟମାନେ, ଈଶ୍ୱର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ । 12 କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ; ଆମ୍ଭେମାନେ ଯଦି ପରସ୍ପରକୁ ପ୍ରେମ କରୁ, ତାହାହେଲେ ଈଶ୍ୱର ଆମ୍ଭମାନଙ୍କଠାରେ ଅଛନ୍ତି ଓ ତାହାଙ୍କ ପ୍ରେମ ଆମ୍ଭମାନଙ୍କଠାରେ ସିଦ୍ଧ ହୋଇଅଛି । 13 ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମାଙ୍କର ସହଭାଗିତା ଦାନ କରିଅଛନ୍ତି । 14 ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ । 15 ଯେ କେହି ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ସ୍ୱୀକାର କରେ, ଈଶ୍ୱର ତାହାଠାରେ ଅଛନ୍ତି ଓ ସେ ଈଶ୍ୱରଙ୍କଠାରେ ଅଛି । 16 ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ । ଈଶ୍ୱର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ୱରଙ୍କଠାରେ ରହେ ଓ ଈଶ୍ୱର ତାହାଠାରେ ରହନ୍ତି । 17 ଏଥିରେ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି ଯେ, ବିଚାର ଦିନରେ ଆମ୍ଭେମାନେ ସାହସ ପ୍ରାପ୍ତ ହେବୁ, କାରଣ ସେ ଯେପରି ଅଛନ୍ତି, ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ । 18 ପ୍ରେମରେ ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ, ସେ ପ୍ରେମରେ ସିଦ୍ଧ ନୁହେଁ । 19 ସେ ପ୍ରଥମରେ ଆମ୍ଭମାନଙ୍କୁ ପ୍ରେମ କରିବାରୁ ଆମ୍ଭେମାନେ ପ୍ରେମ କରୁ । 20 ଈଶ୍ୱରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣା ଭାଇକୁ ଘୃଣା କରେ, ତାହାହେଲେ ସେ ମିଥ୍ୟାବାଦୀ, ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ୱରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରେ ନାହିଁ । 21 ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ଆପଣା ଭାଇକୁ ମଧ୍ୟ ପ୍ରେମ କରୁ, ଏହି ଆଜ୍ଞା ଆମ୍ଭେମାନେ ତାହାଙ୍କଠାରୁ ପାଇଅଛୁ ।



Translation Questions

1 John 4:1

ଯୋହନ କାହିଁକି ବିଶ୍ଵାସୀମାନଙ୍କୁ ସମସ୍ତ ଆତ୍ମା ପ୍ରତି ବିଶ୍ଵାସ ନ କରିବା ପାଇଁ ସାବଧାନ କରିଛନ୍ତି ?

ଯୋହନ ବିଶ୍ଵାସୀମାନଙ୍କୁ ସାବଧାନ କରିଛନ୍ତି କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି [୪:୧] ।

ଯଦି ଈଶ୍ଵରଙ୍କ ଆତ୍ମା କଥା କହନ୍ତି, ଏହା ତୁମ୍ଭେ କିପରି ଜାଣିପାରିବ ?

ସମସ୍ତ ଆତ୍ମା ଯଦି ଯୀଶୁଖ୍ରୀଷ୍ଟ ଦେହବନ୍ତ ହୋଇ ଆସିଛନ୍ତି ବୋଲି ସ୍ୱୀକାର କରେ, ସେ ଈଶ୍ଵରଙ୍କଠାରୁ ଆଗତ [୪:୨] ।

କେଉଁ ଆତ୍ମା ଯୀଶୁଖ୍ରୀଷ୍ଟ ଦେହବନ୍ତ ହୋଇ ଆସିଛନ୍ତି ବୋଲି ସ୍ୱୀକାର କରେ ନାହିଁ ?

ଖ୍ରୀଷ୍ଟାରୀ ଆତ୍ମା ଯୀଶୁଖ୍ରୀଷ୍ଟ ଦେହବନ୍ତ ହୋଇ ଆସିଛନ୍ତି ବୋଲି ସ୍ୱୀକାର କରେ ନାହିଁ [୪:୩] ।

1 John 4:4

ଯୋହନ କାହାକୁ ମହାନ ଆତ୍ମା ବୋଲି କହନ୍ତି ?

ଯେ ଈଶ୍ଵରଙ୍କଠାରୁ ଜାତ ବିଶ୍ଵାସୀମାନଙ୍କ ଠାରେ ଅଛି, ଏହା ଜଗତରେ ସମସ୍ତ ଆତ୍ମାମାନଙ୍କଠାରୁ ମହାନ ଅଟେ [୪:୪-୫] ।

1 John 4:7

ଈଶ୍ଵରଙ୍କୁ ଜାଣିବା ଏବଂ ତାଙ୍କ ପ୍ରିୟ ହେବା ପାଇଁ ବିଶ୍ଵାସୀମାନେ କ'ଣ କରନ୍ତି ?

ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି, ଯାହା ସେମାନେ ଈଶ୍ଵରଙ୍କୁ ଜାଣନ୍ତି ବୋଲି ଦର୍ଶାଏ, କାରଣ ଈଶ୍ଵର ତ ପ୍ରେମ ଅଟନ୍ତି [୪:୭-୮] ।

1 John 4:9

ଈଶ୍ଵର କିପରି ତାଙ୍କ ପ୍ରେମ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ କଲେ ?

ଈଶ୍ଵର ଆପଣାର ଏକମାତ୍ର ପୁତ୍ରଙ୍କୁ ଜଗତକୁ ପ୍ରେରଣ କରି ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ କଲେ [୪:୯] ।

କେଉଁ ଉଦ୍ଦେଶ୍ୟରେ ପିତା ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ ?

ଆମ୍ଭମାନଙ୍କର ପାପର ପ୍ରାୟଶ୍ଚିତ ନିମନ୍ତେ ଏବଂ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପିତା ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ [୪:୧୦,୧୪] ।

1 John 4:15

ସତ୍ୟ ବିଶ୍ଵାସୀମାନେ କିପରି ଯୀଶୁଙ୍କୁ ସ୍ୱୀକାର କରନ୍ତି ?

ସତ୍ୟ ବିଶ୍ଵାସୀମାନେ ଯୀଶୁଖ୍ରୀଷ୍ଟଙ୍କୁ ଈଶ୍ଵରଙ୍କ ପୁତ୍ର ବୋଲି ସ୍ୱୀକାର କରନ୍ତି [୪:୧୫] ।

1 John 4:17

ଯେଉଁମାନେ ପ୍ରେମରେ ଏବଂ ଈଶ୍ଵରଙ୍କ ଠାରେ ରହନ୍ତି, ସେମାନଙ୍କ ସ୍ଵଭାବ ବିଚାର ଦିନରେ କିପରି ହେବ ?

ଯେଉଁମାନେ ପ୍ରେମରେ ଏବଂ ଈଶ୍ଵରଙ୍କ ଠାରେ ରହନ୍ତି ସେମାନେ ବିଚାର ଦିନରେ ସାହସ ପ୍ରାପ୍ତ ହେବେ [୪:୧୭] ।

1 John 4:19

ଆମ୍ଭେମାନେ କିପରି ପ୍ରେମ କରିବାରେ ସକ୍ଷମ ଅଟୁ ?

ଆମ୍ଭେମାନେ ପ୍ରେମ କରୁ କାରଣ ଈଶ୍ଵର ପ୍ରଥମେ ଆମ୍ଭମାନଙ୍କୁ ପ୍ରେମ କଲେ [୪:୧୯] ।

ଯିଏ ଆପଣା ଭାଇକୁ ଘୃଣା କରେ ସେ କିପରି ଈଶ୍ଵରଙ୍କ ସହିତ ରହିପାରେ ?

ଯେକେହି ଆପଣା ଭାଇକୁ ଘୃଣା କରେ, ସେ ଈଶ୍ଵରଙ୍କୁ ପ୍ରେମ କରି ପାରେ ନାହିଁ [୪:୨୦] ।

ଯେଉଁମାନେ ଈଶ୍ଵରଙ୍କୁ ପ୍ରେମ କରନ୍ତି, ସେମାନେ ଆଉ କାହାକୁ ପ୍ରେମ କରିବା ଉଚିତ୍ ?

ଯେଉଁମାନେ ଈଶ୍ଵରଙ୍କୁ ପ୍ରେମ କରନ୍ତି ସେମାନେ ସେମାନଙ୍କ ଭାଇକୁ ପ୍ରେମ କରିବା ଆବଶ୍ୟକ [୪:୨୧] ।


Chapter 5

1 ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ । 2 ଆମ୍ଭେମାନେ ଯେତେବେଳେ ଈଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ । 3 କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାର ସ୍ୱରୂପ ନୁହେଁ । 4 ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ୱାସ । 5 ଯୀଶୁ ଈଶ୍ୱରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ ?

6 ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ; ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ । 7 ଆତ୍ମା, ଜଳ ଓ ବାକ୍ୟ, ଏହି ତିନି ସ୍ୱର୍ଗରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତିନି ଏକ ଅଟନ୍ତି । 8 ଏହି ପୃଥିବୀରେ ଆତ୍ମା, ଜଳ ଏବଂ ରକ୍ତ ସାକ୍ଷ୍ୟ ଦିଅନ୍ତି ଏବଂ ସେମାନେ ଏକ । 9 ଆମ୍ଭେମାନେ ଯଦି ମନୁଷ୍ୟର ସାକ୍ଷ୍ୟ ଗ୍ରହଣ କରୁ, ତେବେ ଈଶ୍ୱରଙ୍କ ସାକ୍ଷ୍ୟ ତାହାଠାରୁ ଶ୍ରେଷ୍ଠ, ଆଉ ଈଶ୍ୱରଙ୍କ ସାକ୍ଷ୍ୟ ଏହା ଯେ, ସେ ଆପଣାର ପୁତ୍ରଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇଅଛନ୍ତି । 10 ଯେ ଈଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ୱରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ । 11 ସେହି ସାକ୍ଷ୍ୟ ଏହି ଯେ, ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି । 12 ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ ।

13 ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି । 14 ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି । 15 ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହି ସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ । 16 କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ୱର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ । 17 ସମସ୍ତ ଅଧର୍ମ ହିଁ ପାପ, କିନ୍ତୁ ଏପରି ପାପ ଅଛି, ଯାହା ମୃତ୍ୟୁଜନକ ନୁହେଁ । 18 ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ଯେ ପାପ କରେ ନାହିଁ, ବରଂ ସେ ଈଶ୍ୱରଙ୍କଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ । 19 ଆମ୍ଭେମାନେ ଯେ ଈଶ୍ୱରଙ୍କଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ । 20 ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍‍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି । 21 ହେ ବତ୍ସଗଣ, ପ୍ରତିମାମାନଙ୍କଠାରୁ ଆପଣା ଆପଣାକୁ ରକ୍ଷା କର । ଆମେନ୍ ।



Translation Questions

1 John 5:1

ଆମ୍ଭେମାନେ ଈଶ୍ଵରଙ୍କୁ ପ୍ରେମ କରୁ ତାହା କିପରି ପ୍ରଦର୍ଶନ କରୁ ?

ଆମ୍ଭେମାନେ ଯେତେବେଳେ ଈଶ୍ଵରଙ୍କ ଆଜ୍ଞା ପାଳନ କରୁ ତେବେ ଆମ୍ଭେମାନେ ଈଶ୍ଵରଙ୍କ ପ୍ରେମକୁ ପ୍ରଦର୍ଶନ କରୁ [୫:୩] ।

1 John 5:4

କ'ଣ ଏହି ଜଗତକୁ ଜୟ କରିଅଛି ?

ଯାହା ଏହି ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ଵାସ ଅଟେ [୫:୪] ।

1 John 5:6

କେଉଁ ଦୁଇଗୋଟି ସତ୍ୟତା ଦେଇ ଯୀଶୁ ଏହି ଜଗତକୁ ଆସିଥିଲେ ?

ଯୀଶୁଖ୍ରୀଷ୍ଟ ଜଳ ଏବଂ ରକ୍ତ ଦେଇ ଆସିଥିଲେ [୫:୬] ।

କେଉଁ ତିନି ବିଶେଷ ବିଷୟଗୁଡିକ ଯୀଶୁଖ୍ରୀଷ୍ଟଙ୍କର ସାକ୍ଷ୍ୟ ଦିଅନ୍ତି ?

ଆତ୍ମା, ଜଳ ଏବଂ ରକ୍ତ ସମସ୍ତ ଯୀଶୁଖ୍ରୀଷ୍ଟଙ୍କୁ ସାକ୍ଷ୍ୟ ଦିଅନ୍ତି [୫:୭-୮] ।

1 John 5:9

ଯେଉଁମାନେ ଈଶ୍ଵରଙ୍କ ପୁତ୍ରଙ୍କ ସମ୍ବନ୍ଧୀୟ ସାକ୍ଷ୍ୟ ବିଶ୍ଵାସ କରନ୍ତି ନାହିଁ ସେମାନେ ଈଶ୍ଵରଙ୍କୁ କ'ଣ କରନ୍ତି ?

ଯେକେହି ଈଶ୍ଵରଙ୍କ ପୁତ୍ରଙ୍କ ସମ୍ବନ୍ଧୀୟ ସାକ୍ଷ୍ୟ ବିଶ୍ଵାସ କରନ୍ତି ନାହିଁ, ସେ ଈଶ୍ଵରଙ୍କୁ ମିଥ୍ୟାବାଦୀ କରନ୍ତି [୫:୯,୧୦] ।

1 John 5:11

ଈଶ୍ଵର ଆମ୍ଭମାନଙ୍କୁ ତାଙ୍କ ପୁତ୍ରଙ୍କ ଦ୍ଵାରା କ'ଣ ଦେଇଅଛନ୍ତି ?

ଈଶ୍ଵର ଆମ୍ଭମାନଙ୍କୁ ତାଙ୍କ ପୁତ୍ରଙ୍କ ଦ୍ଵାରା ଅନନ୍ତ ଜୀବନ ଦେଇଅଛନ୍ତି [୫:୧୧] ।

1 John 5:13

ଈଶ୍ଵରଙ୍କ ଛାମୁରେ ବିଶ୍ଵାସୀମାନଙ୍କର କ'ଣ ସାହସ ରହିଅଛି ?

ବିଶ୍ଵାସୀମାନେ ଈଶ୍ଵରଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କଲେ, ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି, ଏହା ବିଶ୍ଵାସୀମାନଙ୍କର ସାହସ ଅଟେ [୫:୧୪] ।

1 John 5:16

ଜଣେ ବିଶ୍ଵାସୀ କ'ଣ କରିବା ଉଚିତ୍ ଯିଏ ଆପଣା ଭାଇକୁ ମୃତ୍ୟୁଜନକ ହୋଇ ନ ଥିବା ପାପ କରୁଥିବାର ଦେଖିଥାଏ ?

ଜଣେ ବିଶ୍ଵାସୀ ଯିଏ ଆପଣା ଭାଇକୁ ମୃତ୍ୟୁଜନକ ହୋଇ ନଥିବା ପାପ କରୁଥିବାର ଦେଖେ, ତେବେ ସେ ପ୍ରାର୍ଥନା କରୁ ଯହିଁରେ ଈଶ୍ଵର ସେହି ଭାଇକୁ ଜୀବନ ପ୍ରଦାନ କରିବେ [୫:୧୬] ।

ସମସ୍ତ ଅଧାର୍ମିକତା କ'ଣ ଅଟେ ?

ସମସ୍ତ ଅଧାର୍ମିକତା ପାପ ଅଟେ [୫:୧୭] ।

1 John 5:18

ସମସ୍ତ ଜଗତ କେଉଁଠି ବଶିଭୁତ ହୋଇଅଛି ?

ସମସ୍ତ ଜଗତ ପାପାତ୍ମାର ଅଧୀନ ହୋଇଅଛି [୫:୧୯] ।


Book: 2 John

2 John

Chapter 1

1 ପ୍ରାଚୀନ ଯେ ମୁଁ, ମୁଁ ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି । ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି । 2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ । 3 ପିତା ଈଶ୍ୱର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ ।

4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ । 5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ । 6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା । 7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି । ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ । 8 ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ । 9 ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ୱରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି । 10 କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ; 11 କାରଣ ଯେ କେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ ।

12 ତୁମ୍ଭମାନଙ୍କର ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ । 13 ତୁମ୍ଭର ମନୋନୀତା ଭଗିନୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି । ଆମେନ୍ ।



Translation Questions

2 John 1:1

ଏହି ପତ୍ରରେ ଲେଖକ ଯୋହନ କେଉଁ ନାମରେ ଆପଣାକୁ ପରିଚୟ ଦେଇଛନ୍ତି ?

ଯୋହନ ଆପଣାକୁ ପ୍ରାଚୀନ ସ୍ଵରୁପେ ପରିଚୟ ଦେଇଛନ୍ତି [୧:୧] ।

କାହାକୁ ଏହି ପତ୍ର ଲେଖାଯାଇଅଛି ?

ଏହି ପତ୍ର ମନୋନୀତ ମହିଳା ଏବଂ ତାହାଙ୍କ ସନ୍ତାନ ନିକଟକୁ ଲେଖାଯାଇଅଛି [୧:୧] ।

କାହାଠାରୁ ଅନୁଗ୍ରହ, ଦୟା ଏବଂ ଶାନ୍ତି ଆସେ ବୋଲି ଯୋହନ କହନ୍ତି ?

ପିତା ଇଶ୍ଵର ଏବଂ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଏବଂ ଶାନ୍ତି ଆସେ ବୋଲି ଯୋହନ କହନ୍ତି [୧:୩] ।

2 John 1:4

କାହିଁକି ଯୋହନ ଆନନ୍ଦ କରୁଅଛନ୍ତି ?

ଯୋହନ ଆନନ୍ଦ କରୁଅଛନ୍ତି କାରଣ ସେ କେତେକ ମହିଳାଙ୍କ ସନ୍ତାନମାନଙ୍କୁ ସତ୍ୟରେ ଆଚରଣ କରିବା ଦେଖିଲେ [୧:୪] ।

ଆଦ୍ୟରୁ କେଉଁ ଆଜ୍ଞା ଥିଲା ବୋଲି ଯୋହନ କହନ୍ତି ?

ପରସ୍ପରକୁ ପ୍ରେମ କରିବା ଆଜ୍ଞା ଆଦ୍ୟରୁ ଥିଲା ବୋଲି ଯୋହନ କହନ୍ତି [୧:୫] ।

ପ୍ରେମ କ'ଣ ଅଟେ ବୋଲି ଯୋହନ କହନ୍ତି ?

ଈଶ୍ଵରଙ୍କ ଆଜ୍ଞାନୁସାରେ ଆଚରଣ କରିବା ହିଁ ପ୍ରେମ ଅଟେ ବୋଲି ଯୋହନ କହନ୍ତି [୧:୬] ।

2 John 1:7

ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହେଲେ ବୋଲି ସ୍ୱୀକାର କରନ୍ତି ନାହିଁ ସେମାନଙ୍କୁ ଯୋହନ କ'ଣ ଡାକନ୍ତି ?

ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହେଲେ ସ୍ୱୀକାର କରନ୍ତି ନାହିଁ ସେମାନଙ୍କୁ ଯୋହନ ପ୍ରବଂଚକ ଓ ଖ୍ରୀଷ୍ଟାରୀ ବୋଲି ଡାକନ୍ତି [୧:୭] ।

ଯୋହନ ବିଶ୍ଵାସୀମାନଙ୍କୁ କ'ଣ ନ କରିବାକୁ ସାବଧାନ ହୁଅ ବୋଲି କହନ୍ତି ?

ସେମାନେ କରିଥିବା କାମକୁ ନ ହରାଇବା ନିମନ୍ତେ ଯୋହନ ବିଶ୍ଵାସୀମାନଙ୍କୁ ସତର୍କ ଏବଂ ସାବଧାନ ହେବା ପାଇଁ କହନ୍ତି [୧:୮] ।

2 John 1:9

ଯେକୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ସମନ୍ଧରେ ସତ୍ୟ ଶିକ୍ଷା ଆଣେ ନାହିଁ ତାହାକୁ କ'ଣ କରିବାକୁ ଯୋହନ ବିଶ୍ଵସୀମାନଙ୍କୁ କହନ୍ତି ?

ଯେକୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ଶିକ୍ଷା ଆଣନ୍ତି ନାହିଁ ତାହାକୁ ଗ୍ରହଣ ନ କରିବାକୁ ଯୋହନ ବିଶ୍ଵାସୀମାନଙ୍କୁ କହନ୍ତି [୧:୧୦] ।

ଯଦି ଜଣେ ବିଶ୍ଵାସୀ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସତ୍ୟ ଶିକ୍ଷା ଆଣେ ନାହିଁ ତାହାକୁ ଗ୍ରହଣ କଲେ ସେ କଣ ଅପରାଧ କରିଥାଏ ?

ଯେ ଯୀଶୁଙ୍କ ସମ୍ବନ୍ଧରେ ସତ୍ୟ ଶିକ୍ଷା ଆଣେ ନାହିଁ ତାହାର ଦୁଷ୍କର୍ମରେ ସହଭାଗୀ ହୋଇ ବିଶ୍ଵାସୀ, ଅପରାଧି ହୁଏ [୧:୧୧] ।


Book: 3 John

3 John

Chapter 1

1 ପ୍ରାଚୀନ ଯେ ମୁଁ, ପ୍ରିୟତମ ଗାୟଙ୍କ ନିକଟକୁ ପତ୍ର ଲେଖୁଅଛି; ତାହାଙ୍କୁ ମୁଁ ସତ୍ୟ ରୂପେ ପ୍ରେମ କରେ । 2 ପ୍ରିୟ ବନ୍ଧୁ, ତୁମ୍ଭ ଆତ୍ମାର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଓ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା । 3 କାରଣ ଭାଇମାନେ ଆସି ଯେତେବେଳେ ସତ୍ୟ ପ୍ରତି ତୁମ୍ଭର ନିଷ୍ଠାଭାବ, ଅର୍ଥାତ୍‍ ସତ୍ୟରେ ତୁମ୍ଭର ଆଚରଣ ବିଷୟରେ ସାକ୍ଷ୍ୟ ଦେଲେ, ସେତେବେଳେ ମୁଁ ବିଶେଷ ଆନନ୍ଦିତ ହେଲି । 4 ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋର ଆନନ୍ଦର ଆଉ ବଡ଼ ବିଷୟ ନାହିଁ ।

5 ପ୍ରିୟ ବନ୍ଧୁ, ତୁମ୍ଭେ ଭ୍ରାତୃଗଣ, ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ । 6 ସେମାନେ ମଣ୍ଡଳୀ ନିକଟରେ ତୁମ୍ଭ ପ୍ରେମ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି; ତୁମ୍ଭେ ଯଦି ସେମାନଙ୍କୁ ଈଶ୍ୱରଙ୍କ ଯୋଗ୍ୟ ଉପକାର ଦେଇ ବାଟ ବଳାଇଦିଅ, ତେବେ ଉତ୍ତମ କାର୍ଯ୍ୟ କରିବ, 7 ଯେଣୁ ସେମାନେ ଅଣଯିହୂଦୀମାନଙ୍କଠାରୁ କିଛି ହିଁ ଗ୍ରହଣ ନ କରି ଖ୍ରୀଷ୍ଟଙ୍କ ନାମ ସକାଶେ ବାହାରି ଅଛନ୍ତି । 8 ଅତଏବ, ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର ସହକାର୍ଯ୍ୟକାରୀ ହୋଇ ପାରୁ, ଏଥି ନିମନ୍ତେ ସେମାନଙ୍କର ଉପକାର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ । 9 ମୁଁ ମଣ୍ଡଳୀ ନିକଟକୁ କିଛି ଲେଖିଲି; ମାତ୍ର ଦୀୟତ୍ରଫା ମଣ୍ଡଳୀ ମଧ୍ୟରେ ପ୍ରଧାନ ହେବାକୁ ଭଲ ପାଇ ଆମ୍ଭମାନଙ୍କୁ ଅଗ୍ରାହ୍ୟ କରେ । 10 ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି, ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି, ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହି ସମସ୍ତ କୃତ କର୍ମ ସ୍ମରଣରେ ଆଣିବି । 11 ପ୍ରିୟ ବନ୍ଧୁ, ତୁମ୍ଭେ ଦୁଷ୍କର୍ମର ଅନୁକାରୀ ନ ହୋଇ ସତ୍କର୍ମର ଅନୁକାରୀ ହୁଅ । ଯେ ସତ୍କର୍ମ କରେ, ସେ ଈଶ୍ୱରଙ୍କଠାରୁ ଜାତ; ଯେ ଦୁଷ୍କର୍ମ କରେ, ସେ ଈଶ୍ୱରଙ୍କୁ ଦର୍ଶନ କରି ନାହିଁ । 12 ଦୀମିତ୍ରୀୟଙ୍କ ସପକ୍ଷରେ ସମସ୍ତେ ସାକ୍ଷ୍ୟ ଦେଇଅଛନ୍ତି; ସତ୍ୟ ନିଜେ ସୁଦ୍ଧା ସାକ୍ଷ୍ୟ ଦେଇଅଛି; ଆମ୍ଭେମାନେ ମଧ୍ୟ ସାକ୍ଷ୍ୟ ଦେଉଅଛୁ, ଆଉ ଆମ୍ଭମାନଙ୍କ ସାକ୍ଷ୍ୟ ଯେ ସତ୍ୟ; ଏହା ତୁମ୍ଭେ ଜାଣୁଅଛ ।

13 ତୁମ୍ଭ ନିକଟକୁ ମୋହର ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଳି ଓ କଲମରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ । 14 ମୋହର ଆଶା ଯେ, ଶୀଘ୍ର ତୁମ୍ଭ ସହିତ ଦେଖା ହେବ, ଆଉ ଆମ୍ଭେମାନେ ମୁଖାମୁଖି ହୋଇ କଥାବାର୍ତ୍ତା କରିବା । ତୁମ୍ଭ ପ୍ରତି ଶାନ୍ତି ହେଉ; ମିତ୍ରମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି । ପ୍ରତ୍ୟେକଙ୍କ ନାମ ଘେନି ମିତ୍ରମାନଙ୍କୁ ନମସ୍କାର ଜଣାଅ ।



Translation Questions

3 John 1:1

ଏହି ପତ୍ରରେ ଲେଖକ ଯୋହନ ଆପଣାର ପରିଚୟ କେଉଁ ନାମରେ ଦିଅନ୍ତି?

ଯୋହନ ଆପଣା ପରିଚୟ ଏକ ପ୍ରାଚୀନ ରୂପରେ/ଭାବରେ ଦିଅନ୍ତି।

ଏହି ପତ୍ର ଗ୍ରହଣ କର୍ତ୍ତା ଗାୟ ସହିତ ଯୋହନଙ୍କ ସମ୍ପର୍କ କ’ଣ ଥିଲା?

ଯୋହନ ଗାୟଙ୍କୁ ସତ୍ୟରେ ପ୍ରେମ କରନ୍ତି।

3 John 1:2

ଗାୟଙ୍କ ନିମନ୍ତେ ଯୋହନ କ’ଣ ପ୍ରାର୍ଥନା କରନ୍ତି।

ଯୋହନ ପ୍ରାର୍ଥନା କରନ୍ତି ଯେପରି ଗାୟ ଆଧ୍ୟାତ୍ମିକ ଭାବରେ ଅଗ୍ରଗତି କରୁଛନ୍ତି, ସେ ମଧ୍ୟ ସମସ୍ତ କାର୍ଯ୍ୟରେ ଅଗ୍ରଗତି କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

3 John 1:4

ଯୋହନଙ୍କ ବିଶେଷ ଆନନ୍ଦ କ’ଣ?

ଯୋହନଙ୍କ ବିଶେଷ ଆନନ୍ଦ ହେଉଛି ତାଙ୍କ ପିଲାମାନେ ସତ୍ୟରେ ଆଚରଣ କରୁଅଛନ୍ତି।

3 John 1:5

ଗାୟ କାହା ନିମନ୍ତେ କାର୍ଯ୍ୟ କରୁଥିଲେ?

ଗାୟ ଭାଇମାନଙ୍କ ନିମନ୍ତେ କାର୍ଯ୍ୟ କରୁଥିଲେ, ଯଦିଓ ସେମାନେ ଅପରିଚିତ ଥିଲେ?

3 John 1:6

ଗାୟ ଭାଇମାନଙ୍କୁ ସେମାନଙ୍କ ଯାତ୍ରାରେ କିପରି ଭାବରେ ପଠାଇଲେ ବା ପ୍ରେରଣ କଲେ?

ସେ ସେମାନଙ୍କୁ ଈଶ୍ଵରଙ୍କ ଯୋଗ୍ୟ ଆଚରଣରେ ପଠାଇଲେ ବା ପ୍ରେରଣ କଲେ।

3 John 1:7

ଭାଇମାନଙ୍କୁ ଆପଣା ଆପଣା ଯାତ୍ରା ପଥରେ ପଠାଇବାକୁ କାହିଁକି ବିଶ୍ୱାସୀମାନଙ୍କର ଆବଶ୍ୟକ ହେଲା?

ସେମାନେ ସାହାଯ୍ୟ ଆବଶ୍ୟକ କଲେ ଯେହେତୁ ସେମାନେ ଅଣ-ଜିହୂଦୀମାନଙ୍କଠାରୁ କିଛି ହେଲେ ପାଇଲେ

3 John 1:8

ଯୋହନ କାହିଁକି କୁହନ୍ତି ଯେ ବିଶ୍ୱାସୀମାନେ ଭାଇମାନଙ୍କୁ ଏପରି ଆଦର କରିବା ଉଚିତ?

ଯୋହନ ସେମାନଙ୍କୁ ଆଦାର କରିବା ଆବଶ୍ୟକ ବୋଲି ବିଶ୍ୱାସୀମାନଙ୍କୁ କୁହନ୍ତି ଯେପରି ସେମାନେ ବିଶ୍ଵାସ ସପକ୍ଷରେ ସହକର୍ମୀ ହୋଇପାରନ୍ତି।

3 John 1:9

ଦୀୟତ୍ରଫାଙ୍କୁ କ’ଣ ପସନ୍ଦ କରନ୍ତି?

ଦୀୟତ୍ରଫା ମଣ୍ଡଳୀ ମଧ୍ୟରେ ପ୍ରଥମ ହେବାକୁ ପସନ୍ଦ କରନ୍ତି?

ଯୋହନଙ୍କ ପ୍ରତି ଦୀୟତ୍ରଫାଙ୍କ ବ୍ୟବହାର କିପ୍ରକାର ଅଟେ?

ଦୀୟତ୍ରଫା ଯୋହନଙ୍କୁ ଗ୍ରହଣ କରନ୍ତି ନାହିଁ।

3 John 1:10

ଯୋହନ କଣ କରିବେ ଯେତେବେଳେ ସେ ଗାୟ ଏବଂ ମଣ୍ଡଳୀ ନିକଟତର ହୁଅନ୍ତି।

ଯୋହନ ଯେତେବେଳେ ଆସିବେ ସେ ଦୀୟତ୍ରଫାଙ୍କ ମନ୍ଦ କାର୍ଯ୍ୟ ସବୁକୁ ସ୍ମରଣ କରିବେ।

ନାମ ସକାଶେ ବାହାରିଥିବା ଭାଇମାନଙ୍କ ପ୍ରତି ଦୀୟତ୍ରଫା କ’ଣ କରନ୍ତି?

ଦୀୟତ୍ରଫା ଭାଇମାନଙ୍କୁ ଗ୍ରହଣ କରନ୍ତି ନାହିଁ।

ଦୀୟତ୍ରଫା ସେମାନଙ୍କୁ କ’ଣ କରନ୍ତି ଯେଉଁମାନେ ଏହି ଭାଇମାନଙ୍କୁ ଗ୍ରହଣ କରନ୍ତି?

ଦୀୟତ୍ରଫା ସେମାନଙ୍କୁ ଭାଇମାନଙ୍କୁ ଗ୍ରହଣ କରିବାରୁ ବାରଣ କରନ୍ତି, ଏବଂ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଅନ୍ତି।

3 John 1:11

ଯୋହନ ଗାୟଙ୍କୁ କଅଣ/କାହାର ଅନୁସରଣ କରିବାକୁ କହନ୍ତି?

ଯୋହନ ଗାୟଙ୍କୁ ଯାହା ଉତ୍ତମର ଅନୁସରଣ କର ବୋଲି କୁହନ୍ତି।

3 John 1:14

ଯୋହନ ଭବିଷ୍ୟତରେ କଅଣ କରିବାର ଆଶା କରନ୍ତି?

ଯୋହନ ଆସିବେ ଏବଂ ଗାୟ ସହିତ ମୁଖା ମୁଖି କଥା ବାର୍ତ୍ତା କରିବାକୁ ଚାହୁଁଥିଲେ।


Book: Jude

Jude

Chapter 1

1 ଯିହୂଦା, ଯୀଶୁଖ୍ରୀଷ୍ଟଙ୍କ ଜଣେ ଦାସ ଓ ଯାକୁବଙ୍କ ଭାଇ, ଯେଉଁମାନେ ଆହୂତ ଓ ପିତା ଈଶ୍ୱରଙ୍କ ପ୍ରିୟପାତ୍ର, ପୁଣି, ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ ,ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି । 2 ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବର୍ତ୍ତୁ ।

3 ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯତ୍ନଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ଓ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି । 4 କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ୱରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି । 5 ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ । 6 ପୁଣି, ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚ ପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହା ବିଚାର ଦିନ ପର୍ଯ୍ୟନ୍ତ ଅନନ୍ତସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି । 7 ସେହିପରି ସଦୋମ ଓ ଗମୋରା ପୁଣି, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନିରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି । 8 ତଥାପି ଏହି ସ୍ୱପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ପ୍ରଭୁତ୍ୱ ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି । 9 କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ । 10 ଅନ୍ୟ ପକ୍ଷରେ ଏମାନେ ଯେଉଁ ସମସ୍ତ ବିଷୟ ଜାଣନ୍ତି ନାହିଁ, ସେହି ସବୁର ନିନ୍ଦା କରନ୍ତି, ପୁଣି, ଅଜ୍ଞାନ ପଶୁ ପରି ଯାହା ଯାହା ସ୍ୱାଭାବିକ ଭାବେ ବୁଝନ୍ତି, ସେ ସବୁ ଦ୍ୱାରା ବିନଷ୍ଟ ହୁଅନ୍ତି । 11 ହାୟ, ସେମାନେ ସନ୍ତାପର ପାତ୍ର, କାରଣ ସେମାନେ କୟିନର ପଥରେ ଚାଲିଯାଇଅଛନ୍ତି, ଅର୍ଥଲୋଭ ସକାଶେ ବିଲୀୟାମ ଭ୍ରାନ୍ତିରେ ପଡ଼ିଯାଇଅଛନ୍ତି ଓ କୋରହ ସଦୃଶ ବିଦ୍ରୋହ କରି ବିନଷ୍ଟ ହୋଇଅଛନ୍ତି । 12 ସେମାନେ ନିର୍ଭୟରେ ତୁମ୍ଭମାନଙ୍କ ସହିତ ଭୋଜନପାନ କରି ତୁମ୍ଭମାନଙ୍କ ପ୍ରେମଭୋଜିର କଳଙ୍କ ସ୍ୱରୂପ ଅଟନ୍ତି; ସେମାନେ ଆପଣା ଆପଣା ଉଦର ପରିପୂର୍ଣ୍ଣ କରନ୍ତି; ସେମାନେ ବାୟୁଚାଳିତ ଜଳଶୂନ୍ୟ ମେଘ ତୁଲ୍ୟ; ସେମାନେ ଦୁଇ ଥର ମୃତ, ମୂଳରୁ ଉତ୍ପାଟିତ ହେମନ୍ତ କାଳର ଫଳଶୂନ୍ୟବୃକ୍ଷ ସଦୃଶ; 13 ସେମାନେ ଆପଣା ଆପଣା ଲଜ୍ଜା ସ୍ୱରୂପ ଫେଣ ଉଦ୍‍ଗାରକାରୀ ସମୁଦ୍ରର ଉତ୍ତାଳ ତରଙ୍ଗ ସଦୃଶ; ସେମାନେ ଭ୍ରମଣକାରୀ ତାରା ତୁଲ୍ୟ; ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ଅନନ୍ତକାଳ ରଖାଯାଇଅଛି । 14 ଆଦମଙ୍କଠାରୁ ସପ୍ତମ ପୁରୁଷ ଯେ ହନୋକ, ସେ ମଧ୍ୟ ସେମାନଙ୍କ ବିଷୟରେ ଭାବବାଣୀ ପ୍ରଚାର କରି କହିଥିଲେ, 15 ଦେଖ, ପ୍ରଭୁ ସମସ୍ତଙ୍କର ବିଚାର କରିବା ନିମନ୍ତେ,ପୁଣି, ଅଧାର୍ମିକ ଲୋକ ସମସ୍ତେ ନିଜ ନିଜ ଅଧାର୍ମିକତାରେ ଯେଉଁ ସବୁ ଅଧର୍ମ କର୍ମ କରିଅଛନ୍ତି ଓ ଅଧାର୍ମିକ ପାପୀମାନେ ତାହାଙ୍କ ବିରୁଦ୍ଧରେ ଯେଉଁ ସବୁ କଟୁ କଥା କହିଅଛନ୍ତି, ସେ ସମସ୍ତ ବିଷୟରେ ସେମାନଙ୍କୁ ଦୋଷୀ କରି ଦଣ୍ଡ ଦେବା ନିମନ୍ତେ ଆପଣା ଅୟୁତ ଅୟୁତ ସାଧୁଙ୍କ ସହିତ ଆସୁଅଛନ୍ତି । 16 ସେମାନେ ବଚସାକାରୀ, ଆପଣା ଆପଣା ଅବସ୍ଥାରେ ଅସନ୍ତୁଷ୍ଟ ଓ ନିଜ ନିଜ କୁଅଭିଳାଷରେ ଚାଳିତ; ସେମାନଙ୍କ ମୁଖ ବଡ଼ ବଡ଼ କଥା କହେ ଓ ସ୍ୱାର୍ଥସିଦ୍ଧି ନିମନ୍ତେ ସେମାନେ ଲୋକଙ୍କ ମୁହଁ ଉପରେ ପ୍ରଶଂସା କରନ୍ତି ।

17 କିନ୍ତୁ, ହେ ପ୍ରିୟମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେରିତମାନେ ପୂର୍ବେ ଯେଉଁ ସବୁ କଥା କହିଅଛନ୍ତି, ସେହି ସବୁ ସ୍ମରଣ କର; 18 ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ, ଶେଷକାଳରେ ଆପଣା ଆପଣା କୁଅଭିଳାଷାନୁସାରେ ଚାଳିତ ପରିହାସକ ଲୋକେ ଉପସ୍ଥିତ ହେବେ। 19 ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକମନା ଓ ଈଶ୍ୱରଙ୍କ ଆତ୍ମାବିହୀନ । 20 କିନ୍ତୁ, ହେ ପ୍ରିୟମାନେ, ତୁମ୍ଭେମାନେ ଆପଣାମାନଙ୍କ ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନରୂପ ଗୃହ ନିର୍ମାଣ କର, ପବିତ୍ର ଆତ୍ମାରେ ପ୍ରାର୍ଥନା କର, 21 ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ । 22 ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି, ଏପରି କେତେକଙ୍କୁ ଦୟା କରି ଅଗ୍ନିରୁ କାଢ଼ିଲା ପରି ରକ୍ଷା କର । 23 ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ରକୁ ମଧ୍ୟ ଘୃଣା କରି ଭୟ ସହକାରେ ଆଉ କେତେକଙ୍କୁ ଦୟା କର ।

24 ଯେ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ପୁଣି, ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ, 25 ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ୱର, ଗୌରବ, ପ୍ରତାପ, ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର । ଆମେନ୍‍ ।



Translation Questions

Jude 1:1

ଯିହୂଦା କାହାର ଦାସ ଥିଲେ ?

ଯିହୂଦା ଯୀଶୁଖ୍ରୀଷ୍ଟଙ୍କର ଦାସ ଥିଲେ [୧:୧] ।

ଯିହୂଦାର ଭାଇ କିଏ ଥିଲେ ?

ଯିହୂଦା ଯାକୁବଙ୍କ ଭାଇ ଥିଲେ [୧:୧] ।

ଯିହୂଦା କାହାକୁ ପତ୍ର ଲେଖିଥିଲେ ?

ସେ ସେମାନଙ୍କୁ ଲେଖିଥିଲେ ଯେଉଁମାନେ ମନୋନୀତ ହୋଇଥିଲେ, ପିତା ଈଶ୍ଵରଙ୍କ ପ୍ରିୟ ଥିଲେ ଏବଂ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ଥିଲେ [୧:୧] ।

ଯିହୂଦା ସେମାନଙ୍କ କ'ଣ ବୃଦ୍ଧି କରିବାକୁ ଚାହୁଁଥିଲେ ଯାହାକୁ ସେ ଲେଖିଥିଲେ ?

ଯିହୂଦା ଦୟା, ଶାନ୍ତି ଏବଂ ପ୍ରେମକୁ ବୃଦ୍ଧି କରିବାକୁ ଚାହୁଁଥିଲେ [୧:୨] ।

Jude 1:3

ଯିହୂଦା ପ୍ରଥମେ କ'ଣ ଲେଖିବାକୁ ଚାହୁଁଥିଲେ ?

ଯିହୂଦା ସର୍ବପ୍ରଥମେ ସେମାନଙ୍କ ସାର୍ବଜନିକ ପରିତ୍ରାଣ ବିଷୟରେ ଲେଖିବାକୁ ଚାହୁଁଥିଲେ [୧:୩] ।

ଯିହୂଦା ପ୍ରକୃତରେ କ'ଣ ଲେଖିଲେ ?

ଯିହୂଦା ପ୍ରକୃତରେ ସାଧୁମାନଙ୍କ ବିଶ୍ଵାସ ନିମନ୍ତେ ସଂଘର୍ଷ କରିବାର ଆବଶ୍ୟକ ବିଷୟରେ ଲେଖିଲେ [୧:୩] ।

ଅଧାର୍ମିକ ଏବଂ ଦୋଷୀ ସାବ୍ୟସ୍ତ ଲୋକମାନେ କ'ଣ କଲେ ?

ସେମାନେ ଈଶ୍ଵରଙ୍କ ଅନୁଗ୍ରହକୁ ଯୌନ ଅନୈତିକତାରେ ପରିବର୍ତ୍ତନ କଲେ ଏବଂ ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କଲେ [୧:୪] ।

Jude 1:5

କେଉଁଠାରୁ ପ୍ରଭୁ ଲୋକମାନଙ୍କୁ ଥରେ ରକ୍ଷା କରିଥିଲେ ?

ପ୍ରଭୁ ସେମାନଙ୍କୁ ମିଶର ଦେଶରୁ ରକ୍ଷା କରିଥିଲେ [୧:୫] ।

ପ୍ରଭୁ ସେମାନଙ୍କୁ କ'ଣ କଲେ ଯେଉଁମାନେ ବିଶ୍ଵାସ କଲେ ନାହିଁ ?

ପ୍ରଭୁ ସେମାନଙ୍କୁ ବିନଷ୍ଟ କଲେ ଯେଉଁମାନେ ବିଶ୍ଵାସ କଲେ ନାହିଁ [୧:୫] ।

ପ୍ରଭୁ ଦୂତମାନଙ୍କୁ କ'ଣ କଲେ ଯେଉଁମାନେ ସେମାନଙ୍କ ପ୍ରକୃତ ପଦକୁ ଛାଡିଲେ ?

ପ୍ରଭୁ ସେମାନଙ୍କୁ ବିଚାର ନିମନ୍ତେ ଅନ୍ଧକାରରେ ଶିକୁଳିରେ ବାନ୍ଧିଲେ [୧:୬] ।

Jude 1:7

ସଦୋମ, ଗମୋରା ଏବଂ ସେମାନଙ୍କ ଚତୁଃପାର୍ଶ୍ଵରେ ଥିବା ନଗରଗୁଡିକ କ'ଣ କରୁଥିଲେ ?

ସେମାନେ ଯୌନ କାମୁକତା ଏବଂ ଅସ୍ଵାଭାବିକ ଅଭିଳାଷ ନିମନ୍ତେ ନିୟୋଜିତ କରୁଥିଲେ [୧:୭] ।

ସଦୋମ, ଗମୋରା ଏବଂ ଅନ୍ୟ ନଗରମାନଙ୍କ ପରି ଅଧାର୍ମିକ ଏବଂ ଦୋଷୀ ସାବ୍ୟସ୍ତ କ'ଣ କରନ୍ତି ?

ସେମାନେ ସେମାନଙ୍କ ଶରୀରକୁ ସେମାନଙ୍କ ସ୍ଵପ୍ନଗୁଡିକରେ ଅପବିତ୍ର କରନ୍ତି, ଶାସନକୁ ତୁଚ୍ଛ କରନ୍ତି ଏବଂ ମନ୍ଦ ବିଷୟଗୁଡିକ କହନ୍ତି [୧:୮] ।

Jude 1:9

ପ୍ରଧାନ ଦୂତ ମୀଖାୟେଲ ଶୟତାନକୁ କ'ଣ କହିଲେ ?

ପ୍ରଧାନ ଦୂତ ମୀଖାୟେଲ କହିଲେ,"ପ୍ରଭୁ ତୁମକୁ ଭତ୍ସର୍ନା କରନ୍ତୁ" [୧:୯] ।

Jude 1:12

କେଉଁମାନଙ୍କ ନିମନ୍ତେ ଦୋଷୀ ସାବ୍ୟସ୍ତ ଏବଂ ଅଧାର୍ମିକ ଲୋକମାନେ ଲଜ୍ଜାହୀନ ଭାବରେ ଯତ୍ନ କରୁଥିଲେ ?

ସେମାନେ ନିଜେ ସେମାନଙ୍କୁ ଲଜ୍ଜାହୀନ ଭାବରେ ଯତ୍ନ କରୁଥିଲେ [୧:୧୨] ।

Jude 1:14

କେଉଁମାନଙ୍କ ଉପରେ ପ୍ରଭୁ ନ୍ୟାୟବିଚାର କରିବେ ?

ପ୍ରଭୁ ସମସ୍ତ ଲୋକମାନଙ୍କ ଉପରେ ନ୍ୟାୟବିଚାର କରିବେ [୧:୧୫] ।

ଆଦମ ଠାରୁ ବଂଶାବଳୀରେ ହନୋକ କେଉଁ ସ୍ଥାନରେ ଥିଲେ ?

ହନୋକ ଆଦମଙ୍କ ବଂଶାବଳୀର ସପ୍ତମ ସ୍ଥାନରେ ଥିଲେ [୧:୧୪] ।

ଅଧାର୍ମିକ ଲୋକମାନେ କେଉଁମାନେ ଯେଉଁମାନେ ଅପରାଧୀ ବୋଲି ସାବ୍ୟସ୍ତ ହେବେ ?

ବଚସାକାରୀମାନେ, ଅଭିଯୋଗକାରୀମାନେ, ଯେଉଁମାନେ ମନ୍ଦ କାମନା, ମହା-ଅହଙ୍କାରୀମାନେ ଏବଂ ସେମାନେ ଯେଉଁମାନେ ନିଜ ସ୍ଵାର୍ଥ ନିମନ୍ତେ ପ୍ରଶଂସା ଇଛା କରୁଥିବା ଲୋକମାନେ ଅଧାର୍ମିକ ଅଟନ୍ତି ଯେଉଁମାନେ ଅପରାଧୀ ବୋଲି ସାବ୍ୟସ୍ତ ହେବେ [୧:୧୬] ।

Jude 1:17

କିଏ ପରିହାସକମାନଙ୍କ ବିଷୟରେ କହିଲେ ?

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେରିତମାନେ ପୂର୍ବରୁ ପରିହାସକମାନଙ୍କ ବିଷୟରେ କହିଲେ [୧:୧୭] ।

ପରିହାସକମାନଙ୍କ ସତ୍ୟାବସ୍ଥା କ'ଣ ଯେଉଁମାନେ ଅଧାର୍ମିକ ଅଭିଳାଷର ଅନୁଗାମୀ ହୋଇଥାନ୍ତି, ଯେଉଁମାନେ ବିଭାଜନ ଏବଂ ସାଂସାରିକ ମନା ହୁଅନ୍ତି ?

ସେମାନଙ୍କଠାରେ ପବିତ୍ରଆତ୍ମା ନାହିଁ [୧:୧୯] ।

Jude 1:20

କିପରି ଭାବରେ ପ୍ରିୟମାନେ ନିଜେ ବଢୁଥିଲେ ଏବଂ ପ୍ରାର୍ଥନା କରୁଥିଲେ ?

ପ୍ରିୟମାନେ ନିଜକୁ ସେମାନଙ୍କ ଅତି ପବିତ୍ର ବିଶ୍ଵାସରେ ବଢୁଥିଲେ, ଏବଂ ପବିତ୍ରଆତ୍ମାରେ ପ୍ରାର୍ଥନା କରୁଥିଲେ [୧:୨୦] ।

ପ୍ରିୟମାନେ ନିଜ ପାଇଁ କ'ଣ କରୁଥିଲେ ଏବଂ କ'ଣ ଖୋଜୁଥିଲେ ?

ପ୍ରିୟମାନେ ନିଜକୁ ସେଥିରେ ରଖିବା ପାଇଁ ଈଶ୍ଵରଙ୍କ ପ୍ରେମ, ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦୟା ନିମନ୍ତେ ଖୋଜୁଥିଲେ [୧:୨୧] ।

Jude 1:22

ପ୍ରିୟମାନେ କେଉଁମାନଙ୍କ ନିମନ୍ତେ ଦୟା ଏବଂ ରକ୍ଷା କରିବା ଉଚିତ୍ ମନେ କଲେ ?

ଯେଉଁମାନେ ସନ୍ଦେହରେ ଥିଲେ କିମ୍ବା ଶାରୀରିକ ପାପକର୍ମରେ ଏବଂ ଅଗ୍ନିରେ ଯେଉଁମାନେ ଥିଲେ, ସେମାନଙ୍କ ନିମନ୍ତେ ଦୟା ଦେଖାଇବାକୁ ଏବଂ ରକ୍ଷା କରିବାକୁ ଉଚିତ୍ ମନେ କଲେ [୧:୨୨-୨୩] ।


Book: Revelation

Revelation

Chapter 1

1 ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହି ସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ । 2 ସେହି ଯୋହନ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍ ସେ ଯାହାସବୁ ଦର୍ଶନ କଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି । 3 ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ କାରଣ ସମୟ ସନ୍ନିକଟ ।

4 ଯୋହନ ଆସିଆରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ 5 ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି, 6 ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ୱର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତି କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ । ଆମେନ୍ । 7 ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ । ହଁ ଆମେନ୍ । 8 ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଈଶ୍ୱର କହନ୍ତି, ଆମ୍ଭେ ଆରମ୍ଭ ଓ ଶେଷ ।

9 ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ଵୀପରେ ଥିଲି । 10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଚାଳିତ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି, 11 ତୁମ୍ଭେ ଯାହା ଦର୍ଶନ କରୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ମଣ୍ଡଳୀ, ଅର୍ଥାତ୍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା, ସାର୍ଦ୍ଦୀ, ଫିଲାଦେଲ୍‌ଫିଆ ଓ ଲାଅଦିକୀଆ ନିକଟକୁ ପ୍ରେରଣ କର । 12 କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି । ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ, 13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ; 14 ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଲବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ, 15 ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ । 16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା । 17 ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ, 18 ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି । 19 ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହାପରେ ଘଟିବ, ସେହି ସବୁ ଲିପିବଦ୍ଧ କର । 20 ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ (ପାଳକ/ପ୍ରାଚୀନ) ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି ।



Translation Questions

Revelation 1:1

ସର୍ବ ପ୍ରଥମେ ଏହି ପ୍ରକାଶନ କାହାଠାରୁ ଆସିଥିଲା, ଏବଂ ଏହି ପ୍ରକାଶନ କେଉଁମାନଙ୍କୁ ଦେଖାଯାଇଅଛି ?

ଈଶ୍ଵରଙ୍କ ଠାରୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶନ ଆସିଲା, ଏବଂ ତାହାଙ୍କ ଦାସମାନଙ୍କୁ ଦେଖାଯାଇଅଛି [୧:୧]।

ଏହି ପ୍ରକାଶନର ଘଟଣାଗୁଡିକ କେବେ ଘଟିବ ?

ଏହି ପ୍ରକାଶନର ଘଟଣାସବୁ ଶୀଘ୍ର ଘଟିବ [୧:୧]।

ଏହି ପୁସ୍ତକ ଦ୍ଵାରା କିଏ ଆଶୀର୍ବାଦପ୍ରାପ୍ତ ହେବେ ?

ଯେଉଁମାନେ ଉଚ୍ଚ ସ୍ଵରରେ ପଢିବେ, ଶୁଣିବେ, ଏବଂ ଏହାକୁ ପାଳନ କରିବେ ସେମାନେ ଆଶୀର୍ବାଦପ୍ରାପ୍ତ ହେବେ [୧:୩]।

Revelation 1:4

ଏହି ପୁସ୍ତକକୁ କିଏ ଲେଖିଲେ, ଏବଂ କାହାକୁ ସେ ଲେଖିଲେ ?

ଏହି ପୁସ୍ତକକୁ ଯୋହନ ଲେଖିଲେ, ଏବଂ ସେ ଆସିଆସ୍ଥ ସପ୍ତ ମଣ୍ଡଳୀକୁ ଲେଖିଲେ [୧:୪]।

ଯୋହନ ଯୀଶୁଙ୍କର କେଉଁ ତିନୋଟି ପଦବୀ ବିଷୟରେ କୁହନ୍ତି ?

ଯୋହନ ଯୀଶୁଙ୍କୁ ବିଶ୍ଵସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ, ଏବଂ ପୃଥିବୀର ରାଜାମାନଙ୍କର ରାଜାର ପଦବୀ ଦିଅନ୍ତି [୧:୫]।

ବିଶ୍ଵାସୀମାନଙ୍କୁ ଯୀଶୁ କ'ଣ କରିଅଛନ୍ତି ?

ଯୀଶୁ ବିଶ୍ଵାସୀମାନଙ୍କୁ ପିତା ଈଶ୍ଵରଙ୍କର ରାଜା ଏବଂ ଯାଜକବର୍ଗ କରିଅଛନ୍ତି [୧:୬]।

Revelation 1:7

ଯେତେବେଳେ ଯୀଶୁ ଆସିବେ ତାହାଙ୍କୁ କେଉଁମାନ ଦେଖିବେ ?

ଯେତେବେଳେ ସେ ଆସିବେ ପ୍ରତ୍ୟେକ ଚକ୍ଷୁ ଯୀଶୁଙ୍କୁ ଦର୍ଶନ କରିବ, ପୁଣି ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ ସେମାନେ ମଧ୍ୟ ଦର୍ଶନ କରିବେ [୧:୭]।

ପ୍ରଭୁ ଈଶ୍ଵର ଆପଣାକୁ କିପରି ଭାବରେ ବର୍ଣ୍ଣନା କରନ୍ତି ?

ପ୍ରଭୁ ଈଶ୍ଵର ଆପଣାକୁ କ ଓ କ୍ଷ, ଯେ ବର୍ତ୍ତମାନ, ଭୁତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ କହି ଆପଣାକୁ ବର୍ଣ୍ଣନା କରନ୍ତି [୧:୮]।

Revelation 1:9

କାହିଁକି ଯୋହନ ପାତ୍ମ ଦ୍ଵୀପରେ ଥିଲେ ?

ଈଶ୍ଵରଙ୍କ ବାକ୍ୟ ଏବଂ ଯୀଶୁଙ୍କ ସାକ୍ଷ୍ୟ ହେତୁ ଯୋହନ ପାତ୍ମ ଦ୍ଵୀପରେ ଥିଲେ [୧:୯]।

ଯୋହନଙ୍କ ପଛରେ ଥିବା ମହା ଶବ୍ଦ ତାହାକୁ କ'ଣ କରିବାକୁ କହିଲା ?

ସେ ଯାହା ଦର୍ଶନ କଲେ ସେଗୁଡିକୁ ଲିପିବଦ୍ଧ କରି ସପ୍ତ ମଣ୍ଡଳୀକୁ ପଠାଇବା ପାଇଁ ମହା ଶବ୍ଦ ଯୋହନଙ୍କୁ କହିଲେ [୧:୧୧]।

Revelation 1:14

ଯୋହନ ଯେଉଁ ଲୋକକୁ ଦେଖିଲେ ତାହାଙ୍କର କେଶ ପୁଣି ଚକ୍ଷୁ କି ପ୍ରକାର ଥିଲା ?

ଯୋହନ ଯେଉଁ ମନୁଷ୍ୟକୁ ଦେଖିଲେ ତାହାର କେଶ ହିମତୁଲ୍ୟ ଶୁଭ୍ର ଲୋମ ପରି ଶୁକ୍ଳବର୍ଣ୍ଣ, ଏବଂ ତାହାଙ୍କର ପ୍ରଜ୍ଜ୍ୱଳିତ ଅଗ୍ନି ଶିଖା ସଦୃଶ୍ୟ ଥିଲା [୧:୧୪]।

ମନୁଷ୍ୟର ଦକ୍ଷିଣ ହସ୍ତରେ କ'ଣ ଥିଲା, ଏବଂ ତାହାର ମୁଖରୁ କ'ଣ ନିର୍ଗତ ହେଉଥିଲା ?

ଏହି ମନୁଷ୍ୟର ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଥିଲା, ଏବଂ ତାହାର ମୁଖରୁ ତୀକ୍ଷ୍ଣ ଦ୍ଵିଧାର ଖଡ୍ଗ ନିର୍ଗତ ହେଉଥିଲା [୧:୧୬]।

Revelation 1:17

ଯେତେବେଳେ ଯୋହନ ସେହି ମନୁଷ୍ୟକୁ ଦେଖିଲେ ସେ କ'ଣ କଲେ ?

ମୃତ ଲୋକ ପରି ଯୋହନ ସେହି ମନୁଷ୍ୟର ପାଦ ତଳେ ପଡିଗଲେ [୧:୧୭]।

ସେହି ମନୁଷ୍ୟ ପାଖରେ କେଉଁ ଚାବିଗୁଡିକ ଥିଲା ବୋଲି ସେ କହିଲେ ?

ମୃତ୍ୟୁ ଓ ପାତାଳର ଚାବିଗୁଡିକ ଥିଲା ବୋଲି ସେହି ମନୁଷ୍ୟ କହିଲେ [୧:୧୮]।

Revelation 1:19

ସପ୍ତ ନକ୍ଷତ୍ର ଏବଂ ସପ୍ତ ସୁବର୍ଣ୍ଣ ପ୍ରଦୀପଗୁଡିକର ଅର୍ଥ କ'ଣ ଥିଲା ?

ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଥିଲେ, ଏବଂ ସପ୍ତ ସୁବର୍ଣ୍ଣ ପ୍ରଦୀପଗୁଡିକ ସପ୍ତ ମଣ୍ଡଳୀ ଥିଲେ [୧:୨୦]।


Chapter 2

1 ଏଫିସ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରନ୍ତି ଓ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି, ସେ ଏହା କହନ୍ତି, 2 ଆମ୍ଭେ ତୁମ୍ଭର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ; ପୁଣି, ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ପ୍ରେରିତ ନୁହଁନ୍ତି, ସେମାନଙ୍କୁ ପରିକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ, 3 ପୁଣି, ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହିଅଛ ଓ କ୍ଲାନ୍ତ ହୋଇ ନାହଁ, ଏହା ମଧ୍ୟ ଆମ୍ଭେ ଜାଣୁ | 4 ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ । 5 ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନପରିବର୍ତ୍ତନ କର ଓ ଆଦ୍ୟ କର୍ମସବୁ କର; ନୋହିଲେ ଯେବେ ମନପରିବର୍ତ୍ତନ ନ କର, ତେବେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇଦେବୁ । 6 ହେଲେ, ତୁମ୍ଭର ଏହି ସଦ୍‌ଗୁଣ ଅଛି ଯେ, ଆମ୍ଭେ ନୀକଲାତୀୟମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ, ତୁମ୍ଭେ ମଧ୍ୟ ସେହି ସବୁ ଘୃଣା କରୁଅଛ । 7 ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦୀଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ ।

8 ସ୍ମୁର୍ଣ୍ଣା ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁନର୍ଜୀବିତ ହେଲେ, 9 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୂଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ । 10 ତୁମ୍ଭେ ଯେଉଁ ସବୁ ଦୁଃଖଭୋଗ କରିବାକୁ ଯାଉଅଛ, ସେହିସବୁକୁ ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଶୟତାନ ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ ଦଶଦିନ କ୍ଲେଶ ଭୋଗ କରିବ । ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମ୍ଭକୁ ଜୀବନରୂପ ମୁକୁଟ ଦେବୁ । 11 ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବ ନାହିଁ ।

12 ପର୍ଗମ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯାହାଙ୍କର ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ଅଛି, ସେ ଏହା କହନ୍ତି, 13 ଯେଉଁଠାରେ ଶୟତାନର ସିଂହାସନ, ସେଠାରେ ଯେ ତୁମ୍ଭେ ବାସ କରୁଅଛ, ଏହା ଆମ୍ଭେ ଜାଣୁ; ତଥାପି ତୁମ୍ଭେ ଆମ୍ଭର ନାମ ଦୃଢ଼ରୂପେ ଧରିଅଛ, ଆଉ ଆମ୍ଭର ବିଶ୍ୱସ୍ତ ସାକ୍ଷୀ ଆନ୍ତିପା ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଶୟତାନର ସେହି ବସତି ସ୍ଥଳରେ ହତ ହୋଇଥିଲା, ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରୁଅଛ ବୋଲି ସେତେବେଳେ ସୁଦ୍ଧା ଅସ୍ୱୀକାର କରି ନ ଥିଲ । 14 କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ (ଭୋଗ) ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ୱୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି । 15 ସେହିପରି ମଧ୍ୟ ନୀକଲାତୀୟ ମତାବଲମ୍ୱୀ କେତେକ ତୁମ୍ଭ ମଧ୍ୟରେ ଅଛନ୍ତି । 16 ଏଣୁ ମନପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ଼୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ । 17 ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଗୁପ୍ତ ମାନ୍ନା ଦେବୁ, ପୁଣି, ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ(ଧଳା) ପ୍ରସ୍ତର ତାହାକୁ ଦେବୁ ।

18 ଥୁୟତୀରା ମଣ୍ଡଳୀର ଦୂତ ନିକଟକୁ ଲେଖ:- ଈଶ୍ୱରଙ୍କ ଯେଉଁ ପୁତ୍ରଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ ଓ ପାଦ ଉଜ୍ଜ୍ୱଳ ପିତ୍ତଳ ତୁଲ୍ୟ, ସେ ଏହା କହନ୍ତି, 19 ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି, ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଜାଣୁ । 20 ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ୍ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ । 21 ଆମ୍ଭେ ତାହାକୁ ମନପରିବର୍ତ୍ତନ କରିବାକୁ ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉ ନାହିଁ । 22 ଦେଖ, ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ, ଆଉ ଯେଉଁମାନେ ତାହା ସହିତ ବ୍ୟଭିଚାର କରନ୍ତି, ସେମାନେ ତାହାର କର୍ମର ସହଭାଗିତାରୁ ମନପରିବର୍ତ୍ତନ ନ କଲେ ଆମ୍ଭେ ସେମାନଙ୍କୁ ମହାକ୍ଲେଶରେ ପକାଇବୁ, 23 ପୁଣି, ଆମ୍ଭେ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ । ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ, ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା କର୍ମାନୁସରେ ଫଳଦାତା, ଏହା ମଣ୍ଡଳୀଗଣ ଜାଣିବେ । 24 କିନ୍ତୁ ତୁମ୍ଭମାନଙ୍କୁ, ଅର୍ଥାତ୍ ଥୁୟତୀରାରେ ଥିବା ଯେଉଁ ଅବଶିଷ୍ଟ ଲୋକେ ଏହି ମତାବଲମ୍ୱୀ ନୁହଁ ଓ ଯାହାକୁ ଶୟତାନର ନିଗୁଢ଼ ଶିକ୍ଷା ବୋଲି କହନ୍ତି, ତାହା ଜ୍ଞାତ ନୁହଁ, ତୁମ୍ଭମାନଙ୍କୁ ଆମ୍ଭେ କହୁଅଛୁ, ତୁମ୍ଭମାନଙ୍କ ଉପରେ ଆମ୍ଭେ ଆଉ କୌଣସି ଭାର ଦେବୁ ନାହିଁ । 25 କେବଳ ତୁମ୍ଭମାନଙ୍କଠାରେ ଯାହା ଅଛି, ତାହା ଆମ୍ଭର ଆଗମନ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖ । 26 ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ, ଆମ୍ଭେ ଯେପରି ଆମ୍ଭର ପିତାଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ, ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ; 27 ସେ ସେମାନଙ୍କୁ ଲୌହ ଦଣ୍ଡ ଦ୍ୱାରା ଶାସନ କରିବେ, ଆଉ ସେମାନେ କୁମ୍ଭକାରର ପାତ୍ର ପରି ଖଣ୍ଡ ଖଣ୍ଡ ହେବେ, 28 ପୁଣି, ଆମ୍ଭେ ତାହାକୁ ପ୍ରଭାତୀତାରା ଦେବୁ । 29 ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।



Translation Questions

Revelation 2:1

ପୁସ୍ତକର ପରବର୍ତ୍ତୀ ଅଂଶ କେଉଁ ଦୂତଙ୍କୁ ଲେଖାଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶ ଏଫିସ ମଣ୍ଡଳୀର ଦୂତଙ୍କୁ ଲେଖାଯାଇଅଛି [୨:୧]।

ଦୁଷ୍ଟମାନଙ୍କ ବିଷୟରେ ପୁଣି ଭଣ୍ଡ ଭାବବାଦୀମାନଙ୍କ ବିଷୟରେ ଏଫିସୀ ମଣ୍ଡଳୀ କ'ଣ କରିଅଛନ୍ତି ?

ଏଫିସୀ ମଣ୍ଡଳୀ ଦୁଷ୍ଟମାନଙ୍କ କ୍ରିୟା ସହ୍ୟ କରି ନାହାନ୍ତି ଏବଂ ଭଣ୍ଡ ଭାବବାଦୀମାନଙ୍କୁ ପରୀକ୍ଷା କରି ଚିହ୍ନି ଅଛନ୍ତି [୨:୨]।

Revelation 2:3

ଏଫିସୀ ମଣ୍ଡଳୀ ବିରୁଦ୍ଧରେ ଖ୍ରୀଷ୍ଟ କ'ଣ କହନ୍ତି ?

ଏଫିସୀ ମଣ୍ଡଳୀ ସେମାନଙ୍କର ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଅଛନ୍ତି ବୋଲି ଖ୍ରୀଷ୍ଟ କହନ୍ତି [୨:୪]।

ଯଦି ସେମାନେ ଅନୁତାପ ନ କରନ୍ତି ତେବେ ସେ କ'ଣ କରିବେ ବୋଲି ଖ୍ରୀଷ୍ଟ କହନ୍ତି ?

ଯଦି ସେମାନେ ଅନୁତାପ କରନ୍ତି ନାହିଁ ତେବେ ସେ ଅସିବେ ପୁଣି ସେମାନଙ୍କର ପ୍ରଦୀପ ସ୍ଵସ୍ଥାନରୁ ବାହାର କରିଦେବେ ବୋଲି ଖ୍ରୀଷ୍ଟ କହନ୍ତି [୨:୫]।

Revelation 2:6

ଯେଉଁମାନେ ଜୟ କରନ୍ତି ସେମାନଙ୍କ ପ୍ରତି ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନେ ଈଶ୍ଵରଙ୍କ ପାରଦୀଶରେ ଜୀବନବୃକ୍ଷର ଫଳ ଖାଇବେ ବୋଲି ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି [୨:୭]।

Revelation 2:8

ପୁସ୍ତକର ପରବର୍ତ୍ତୀ ଅଂଶ କେଉଁ ଦୂତଙ୍କୁ ଲେଖାଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶ ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଲେଖାଯାଇଅଛି [୨:୮]।

ସ୍ମୁର୍ଣ୍ଣା ମଣ୍ଡଳୀ କ'ଣ ଅନୁଭବ କରିଅଛି ?

ସ୍ମୁର୍ଣ୍ଣା ମଣ୍ଡଳୀ କ୍ଲେଶ, ଦୀନତା, ଏବଂ ନିନ୍ଦା ଅନୁଭବ କରିଅଛି [୨:୯]।

Revelation 2:10

ଯେଉଁମାନେ ମରଣ ପର୍ଯ୍ୟନ୍ତ ବିଶ୍ଵସ୍ତ ରହନ୍ତି ଏବଂ ଜୟ କରନ୍ତି ସେମାନଙ୍କ ନିମନ୍ତେ କ'ଣ ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ମରଣ ପର୍ଯ୍ୟନ୍ତ ବିଶ୍ଵସ୍ତ ରହନ୍ତି ଏବଂ ଜୟ କରନ୍ତି ସେମାନେ ଜୀବନରୂପ ମୁକୁଟ ପାଇବେ ଏବଂ ସେମାନେ ଦ୍ଵିତୀୟ ମୃତ୍ୟ ଦ୍ଵାରା ଆଘାତପ୍ରାପ୍ତ ହେବେ ନାହିଁ ବୋଲି ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି [୨:୧୦-୧୧]।

Revelation 2:12

ପୁସ୍ତକର ପରବର୍ତ୍ତୀ ଅଂଶଟି କେଉଁ ଦୂତଙ୍କୁ ଲେଖା ଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶଟି ପର୍ଗମ ମଣ୍ଡଳୀର ଦୂତ ନିକଟକୁ ଲେଖା ଯାଇଅଛି [୨:୧୨]।

ପର୍ଗମ ମଣ୍ଡଳୀ କେଉଁଠାରେ ବାସ କରନ୍ତି ?

ଯେଉଁଠାରେ ଶୟତାନର ସିଂହାସନ ସେଠାରେ ପର୍ଗମ ମଣ୍ଡଳୀ ବାସ କରନ୍ତି [୨:୧୩]।

ଯେତେବେଳେ ଆନ୍ତିପାଙ୍କୁ ବଧ କରାଯାଇଥିଲା ପର୍ଗମ ମଣ୍ଡଳୀ ସେହି ଦିନମାନଙ୍କରେ କ'ଣ କଲା ?

ଯେତେବେଳେ ଆନ୍ତିପାଙ୍କୁ ବଧ କରାଯାଇଥିଲା ପର୍ଗମ ମଣ୍ଡଳୀ ଖ୍ରୀଷ୍ଟଙ୍କ ନାମକୁ ଦୃଢଭାବରେ ଧରି ବିଶ୍ଵାସକୁ ଅସ୍ୱୀକାର କଲା ନାହିଁ [୨:୧୩]।

Revelation 2:14

କେଉଁ ଦୁଇ ଶିକ୍ଷାଗୁଡିକୁ ପର୍ଗମ ମଣ୍ଡଳୀର କିଛି ଲୋକ ଧରି ରଖିଲେ ?

ପର୍ଗମ ମଣ୍ଡଳୀର କିଛି ଲୋକ ବିଲିୟାମଙ୍କ ଶିକ୍ଷା ପୁଣି ନିକଲାୟତୀୟଙ୍କ ଶିକ୍ଷାଗୁଡିକୁ ଧରି ରଖିଲେ [୨:୧୪-୧୫]।

Revelation 2:16

ଯଦି ଏହି ଲୋକମାନେ ଏହି ଭ୍ରାନ୍ତ ଶିକ୍ଷାଗୁଡିକୁ ଧରି ରଖନ୍ତି ଏବଂ ମନଃପରିବର୍ତ୍ତନ କରନ୍ତି ନାହିଁ ତେବେ ଖ୍ରୀଷ୍ଟ କ'ଣ କରିବେ ବୋଲି ସେ ସାବଧାନ କରନ୍ତି ?

ଯେଉଁମାନେ ଏହି ଭ୍ରାନ୍ତ ଶିକ୍ଷାଗୁଡିକୁ ଧରି ରଖନ୍ତି ସେ ଆସିବେ ପୁଣି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ ବୋଲି ଖ୍ରୀଷ୍ଟ ସାବଧାନ କରାନ୍ତି [୨:୧୬]।

ଯେଉଁମାନେ ଜୟ କରନ୍ତି ସେମାନଙ୍କୁ ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନେ ଗୁପ୍ତ ମାନ୍ନା ଖାଇବେ ପୁଣି ନୂତନ ନାମ ଲିଖିତ ଏକ ଶ୍ଵେତ ପ୍ରସ୍ତର ଗ୍ରହଣ କରିବେ ବୋଲି ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି [୨:୧୭]।

Revelation 2:18

ପୁସ୍ତକର ପରବର୍ତ୍ତୀ ଅଂଶଟି କେଉଁ ଦୂତଙ୍କୁ ଲେଖା ଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶଟି ଥୁୟତୀରା ମଣ୍ଡଳୀର ଦୂତ ନିକଟକୁ ଲେଖା ଯାଇଅଛି [୨:୧୨]।

ଥୁୟତୀରା ମଣ୍ଡଳୀ କରିଥିବା କେଉଁ ଉତ୍ତମ କର୍ମଗୁଡିକ ଖ୍ରୀଷ୍ଟ ଜାଣନ୍ତି ?

ଥୁୟତୀରା ମଣ୍ଡଳୀର ପ୍ରେମ, ବିଶ୍ଵାସ, ସେବା, ଏବଂ ଧୈର୍ଯ୍ୟ ଖ୍ରୀଷ୍ଟ ଜାଣନ୍ତି [୨:୧୯]।

Revelation 2:20

ଥୁୟତୀରା ମଣ୍ଡଳୀର କେଉଁ କର୍ମ ଖ୍ରୀଷ୍ଟ ବିରୁଦ୍ଧ କରନ୍ତି ?

ସେମାନେ ଯେ ଯିଜେବଲ ନାମ୍ନୀ ବେଶ୍ୟା ଭାବବାଦିନୀକୁ ସହ୍ୟ କରନ୍ତି ତାହା ଖ୍ରୀଷ୍ଟ ବିରୁଦ୍ଧ କରନ୍ତି [୨:୨୦]।

Revelation 2:22

ଯଦି ଯିଜେବଲ ଅନୁତାପ ନ କରେ ତେବେ ଖ୍ରୀଷ୍ଟ କ'ଣ କରିବେ ବୋଲି ସତର୍କ କରନ୍ତି ?

ଯଦି ସେ ଅନୁତାପ କରେ ନାହିଁ ସେ ଯିଜେବଲଙ୍କୁ ଶଯ୍ୟାଶାୟୀ କରିବେ ଓ ତାହାରି ସନ୍ତାନମାନଙ୍କୁ ମୃତ୍ୟ ଦ୍ଵାରା ବିନାଶ କରିବେ ବୋଲି ଖ୍ରୀଷ୍ଟ ସତର୍କ କରନ୍ତି [୨:୨୨-୨୩]।

Revelation 2:24

ଯେଉଁମାନେ ଯିଜେବଲଙ୍କ ଶିକ୍ଷାକୁ ଧରି ନାହାନ୍ତି ସେମାନଙ୍କୁ ଖ୍ରୀଷ୍ଟ କ'ଣ କରିବାକୁ କହନ୍ତି ?

ତାହାଙ୍କ ଆଗମନ ପର୍ଯ୍ୟନ୍ତ ଦୃଢ ଭାବରେ ଧରି ରଖିବାକୁ ଖ୍ରୀଷ୍ଟ ସେମାନଙ୍କୁ କହନ୍ତି [୨:୨୫]।

Revelation 2:26

ଯେଉଁମାନେ ଜୟ କରନ୍ତି ସେମାନଙ୍କ ପ୍ରତି ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନଙ୍କୁ ଖ୍ରୀଷ୍ଟ ସମସ୍ତ ଜାତି ଉପରେ କ୍ଷମତା ଓ ପ୍ରଭାତୀ ତାରା ଦେବେ ବୋଲି ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି [୨:୨୬,୨୮]।

ଏହି ପୁସ୍ତକର ପାଠକମାନେ କାହାକୁ ଶୁଣିବା ଉଚିତ୍ ବୋଲି ଖ୍ରୀଷ୍ଟ କହନ୍ତି ?

ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି ତାହା ପାଠକମାନେ ଶୁଣିବା ଉଚିତ୍ ବୋଲି ଖ୍ରୀଷ୍ଟ କହନ୍ତି [୨:୨୯]।


Chapter 3

1 ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ । 2 ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ୱରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ । 3 ଏଣୁ କିପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ, ତାହା ସ୍ମରଣ କରି ପାଳନ କର ଓ ମନପରିବର୍ତ୍ତନ କର; ଯଦି ଜାଗ୍ରତ ନ ହୁଅ, ତାହାହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ, ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ; 4 ତଥାପି ଯେଉଁମାନେ ଦଳରେ କେତେକ ଲୋକମାନେ ଆପଣା ଆପଣା ବସ୍ତ୍ର ମଳିନ କରି ନାହାଁନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାର୍ଦ୍ଦୀରେ ଏପରି କେତେକ ଅଛନ୍ତି; ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ । 5 ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ । 6 ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।

7 ଫିଲାଦେଲ୍‌ଫିଆ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର ଚାବି ଅଛି, ଯେ ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ, 8 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କାର୍ଯ୍ୟ ଜାଣୁ; ଦେଖ, ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ, କେହି ତାହା ବନ୍ଦ କରି ପାରେ ନାହିଁ, କାରଣ ତୁମ୍ଭର ଶକ୍ତି ସାମାନ୍ୟ, ତଥାପି ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରି ଆମ୍ଭର ନାମ ଅସ୍ୱୀକାର କରି ନାହଁ । 9 ଦେଖ, ଯେଉଁମାନେ ଯିହୂଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୂଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ । 10 ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏ ହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ । 11 ଆମ୍ଭେ ଶୀଘ୍ର ଆସୁଅଛୁ; ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥି ନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ । 12 ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆମ୍ଭର ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ । 13 ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।

14 ଲାଅଦିକୀଆ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି, 15 ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା । 16 ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ । 17 ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ; 18 ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲଗାଇବା ପାଇଁ କଜ୍ୱଳ ଆମ୍ଭ ନିକଟରୁ କିଣ । 19 ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନପରିବର୍ତ୍ତନ କର । 20 ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ । 21 ମୁଁ ଯେପରି ଜୟ କରି ମୋର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋର ସିଂହାସନରେ ବସିବାକୁ ଦେବି । 22 ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ ।



Translation Questions

Revelation 3:1

ପୁସ୍ତକର ପରବର୍ତ୍ତୀ ଅଂଶଟି କେଉଁ ଦୂତଙ୍କ ନିକଟକୁ ଲେଖା ଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶଟି ସାର୍ଦ୍ଧି ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖା ଯାଇଅଛି [୩:୧]।

ସାର୍ଦ୍ଧି ମଣ୍ଡଳୀର ଖ୍ୟାତି କ'ଣ ଅଟେ, ମାତ୍ର ସେମାନଙ୍କ ବିଷୟରେ ସତ୍ୟତା କ'ଣ ଅଟେ ?

ସାର୍ଦ୍ଧି ମଣ୍ଡଳୀର ଖ୍ୟାତି ହେଉଛି ଯେ ସେମାନେ ଜୀବିତ ଅଟନ୍ତି, କିନ୍ତୁ ସତ୍ୟତା ଯେ ଏହା ସେମାନେ ମୃତ ଅଟନ୍ତି [୩:୧]।

ସାର୍ଦ୍ଧି ମଣ୍ଡଳୀକୁ କ'ଣ କରିବା ନିମନ୍ତେ ଖ୍ରୀଷ୍ଟ ଚେତନା ଦିଅନ୍ତି ?

ସେମାନଙ୍କୁ ଉଠି ଲୁପ୍ତପ୍ରାୟ ଅବଶିଷ୍ଟ ବିଷୟସବୁକୁ ସବଳ କରିବା ପାଇଁ, ସ୍ମରଣ କରିବା ପାଇଁ,ପାଳନ କରିବା ପାଇଁ, ଓ ମନା ପରିବର୍ତ୍ତନ କରିବା ପାଇଁ ଖ୍ରୀଷ୍ଟ ସେମାନଙ୍କୁ ଚେତନା ଦିଅନ୍ତି [୩:୨-୩]।

Revelation 3:5

ଯେଉଁମାନେ ଜୟ କରନ୍ତି ସେମାନଙ୍କ ପ୍ରତି ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନେ ଶୁକ୍ଳ ବସ୍ତ୍ର ପରିଧାନ କରିବେ, ସେମାନଙ୍କ ନାମ ଜୀବନ ପୁସ୍ତକରେ ରହିବ, ଓ ପିତା ଈଶ୍ଵରଙ୍କ ନିକଟରେ ସେମାନଙ୍କର ନାମ କୁହାଯିବ [୩:୫]।

Revelation 3:7

ପୁସ୍ତକର ପରବର୍ତ୍ତୀ ଅଂଶଟି କେଉଁ ମଣ୍ଡଳୀର ଦୂତଙ୍କୁ ଲେଖାଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶଟି ଫିଲାଦେଲଫିଆ ମଣ୍ଡଳୀର ଦୂତଙ୍କୁ ଲେଖା ଯାଇଅଛି [୩:୭]।

ଯଦିଓ ସେମାନଙ୍କର ଶକ୍ତି ସାମାନ୍ୟ ତଥାପି ଫିଲାଦେଲଫିଆ ମଣ୍ଡଳୀ କ'ଣ କରିଅଛନ୍ତି ?

ଫିଲାଦେଲଫିଆ ମଣ୍ଡଳୀ ଖ୍ରୀଷ୍ଟଙ୍କ ବାକ୍ୟକୁ ପାଳନ କରିଅଛନ୍ତି ଏବଂ ତାହାଙ୍କ ନାମକୁ ଅସ୍ୱୀକାର କରି ନାହାନ୍ତି [୩:୮]।

Revelation 3:9

ଶୟତାନ ଦଳର ଲୋକମାନଙ୍କ ପ୍ରତି ଖ୍ରୀଷ୍ଟ କ'ଣ କରିବେ ?

ଶୟତାନର ଲୋକମାନଙ୍କୁ ଖ୍ରୀଷ୍ଟ ଆଣି ପବିତ୍ର ଲୋକମାନଙ୍କ ଚରଣ ତଳେ ପ୍ରଣାମ କରାଇବେ [୩:୯]।

ଯେହେତୁ ସେ ଶୀଘ୍ର ଆସୁଅଛନ୍ତି ଫିଲାଦେଲଫିଆ ମଣ୍ଡଳୀକୁ ଖ୍ରୀଷ୍ଟ କ'ଣ କରିବାକୁ କହନ୍ତି ?

ସେମାନଙ୍କ ମୁକୁଟ ଯେପରି କେହି ହରଣ କରି ନ ନିଏ ଏଥିନିମନ୍ତେ ସେମାନଙ୍କର ଯାହା ଅଛି ତାହାକୁ ଦୃଢ ଭାବରେ ଧରି ରଖିବାକୁ ଖ୍ରୀଷ୍ଟ ସେମାନଙ୍କୁ କହନ୍ତି [୩:୧୧]।

Revelation 3:12

ଯେଉଁମାନେ ଜୟ କରନ୍ତି ସେମାନଙ୍କ ପ୍ରତି ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନେ ଈଶ୍ଵରଙ୍କ ମନ୍ଦିରର ସ୍ତମ୍ବ ହେବେ, ଈଶ୍ଵରଙ୍କ ନାମ ଓ ଈଶ୍ଵରଙ୍କ ନଗରୀର ନାମ, ଏବଂ ଖ୍ରୀଷ୍ଟଙ୍କ ନାମ ସେମାନଙ୍କ ଉପରେ ଲେଖାଯିବ [୩:୧୨]।

Revelation 3:14

ପୁସ୍ତକର ପରବର୍ତ୍ତୀ ଅଂଶଟି କେଉଁ ଦୂତଙ୍କ ନିକଟକୁ ଲେଖା ଯାଇଅଛି ?

ଲାଅଦିକୀଆ ମଣ୍ଡଳୀର ଦୂତ ନିକଟକୁ ପୁସ୍ତକର ପରବର୍ତ୍ତୀ ଅଂଶଟି ଲେଖା ଯାଇଅଛି [୩:୧୪]।

ଲାଅଦିକୀଆ ମଣ୍ଡଳୀ ପ୍ରତି ଖ୍ରୀଷ୍ଟଙ୍କ ଇଚ୍ଛା କ'ଣ ଥିଲା ?

ଲାଅଦିକୀଆ ମଣ୍ଡଳୀ ଶୀତଳ କି ଉଷ୍ମ ହୋଇଥିଲେ ଭଲ ହୁଅନ୍ତା ବୋଲି ଖ୍ରୀଷ୍ଟ ଇଚ୍ଛା କରନ୍ତି [୩:୧୫]।

ଲାଅଦିକୀଆ ମଣ୍ଡଳୀ ପ୍ରତି ଖ୍ରୀଷ୍ଟ କ'ଣ କରିବାକୁ ଯାଉଥିଲେ ଏବଂ କାହିଁକି ?

ଲାଅଦିକୀଆ ମଣ୍ଡଳୀକୁ ଖ୍ରୀଷ୍ଟ ତାହାଙ୍କ ମୁଖରୁ ଉଦ୍ଗାର କରିବାକୁ ଯାଉଥିଲେ କାରଣ ସେମାନେ ଇଷଦୁଷ୍ମ ଥିଲେ [୩:୧୬]।

Revelation 3:17

ଲାଅଦିକୀଆ ମଣ୍ଡଳୀ ଆପଣା ବିଷୟରେ କ'ଣ କୁହନ୍ତି ?

ଲାଅଦିକୀଆ ମଣ୍ଡଳୀ ଆପଣାକୁ ଧନୀ ଏବଂ କୌଣସିର ଅଭାବ ନାହିଁ ବୋଲି କୁହେ [୩:୧୭]।

ଲାଅଦିକୀଆ ମଣ୍ଡଳୀ ବିଷୟରେ ଖ୍ରୀଷ୍ଟ କ'ଣ କହନ୍ତି ?

ଲାଅଦିକୀଆ ମଣ୍ଡଳୀ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ, ଓ ଉଲଙ୍ଗ ଅଟନ୍ତି ବୋଲି ଖ୍ରୀଷ୍ଟ କହନ୍ତି [୩:୧୭]।

Revelation 3:19

ଯେଉଁମାନଙ୍କୁ ସେ ଭଲ ପାଆନ୍ତି ଖ୍ରୀଷ୍ଟ ସେମାନଙ୍କ ପାଇଁ କ'ଣ କରନ୍ତି ?

ଯେଉଁମାନଙ୍କୁ ସେ ଭଲ ପାଆନ୍ତି ଖ୍ରୀଷ୍ଟ ସେମାନଙ୍କୁ ଅନୁଯୋଗ ଏବଂ ଶାସନ କରନ୍ତି [୩:୧୯]।

Revelation 3:21

ଯେଉଁମାନେ ଜୟ କରନ୍ତି ସେମାନଙ୍କୁ ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନେ ଖ୍ରୀଷ୍ଟଙ୍କ ସହ ତାହାଙ୍କ ସିଂହାସନରେ ବସିବେ [୩:୨୧]।

ପୁସ୍ତକର ପାଠକଙ୍କୁ କାହାକୁ ଶୁଣିବା ଉଚିତ୍ ବୋଲି ଖ୍ରୀଷ୍ଟ କହନ୍ତି ?

ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି ତାହା ପାଠକଙ୍କୁ ଶୁଣିବାକୁ ଖ୍ରୀଷ୍ଟ କହନ୍ତି [୩:୨୨]।


Chapter 4

1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶଦ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହି ସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ । 2 ସେହିକ୍ଷଣି ମୁଁ ଆତ୍ମାରେ ପୁର୍ଣ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି; 3 ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମରକତ ମଣି (ଉଜ୍ଜ୍ୱଳ ସବୁଜ ରଙ୍ଗର ମର୍କତ ମଣି) ତୁଲ୍ୟ । 4 ପୁଣି, ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ । 5 ସିଂହାସନ ମଧ୍ୟରୁ ବିଜୁଳୀ, ବିଭିନ୍ନ ସ୍ୱର ଓ ମେଘଗର୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ୱରଙ୍କ ସପ୍ତ ଆତ୍ମା । 6 ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ । 7 ପ୍ରଥମ ପ୍ରାଣୀ ସିଂହ ସଦୃଶ, ଦ୍ୱିତୀୟ ପ୍ରାଣୀ ଗୋରୁ ସଦୃଶ, ତୃତୀୟ ପ୍ରାଣୀର ମୁଖ ମନୁଷ୍ୟମୁଖ ସଦୃଶ, ପୁଣି, ଚତୁର୍ଥ ପ୍ରାଣୀ ଉଡନ୍ତା ଉତ୍କ୍ରୋଶ ପକ୍ଷୀ ସଦୃଶ । 8 ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ । ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି, ଯେ ସର୍ବଶକ୍ତିମାନ, ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ସେହି ପ୍ରଭୁ ଈଶ୍ୱର ପବିତ୍ର, ପବିତ୍ର, ପବିତ୍ର । 9 ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, 10 ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି, 11 ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।



Translation Questions

Revelation 4:1

ଯୋହନ କ'ଣ ଖୋଲା ହୋଇଥିବା ଦେଖିଲେ ?

ସ୍ଵର୍ଗରେ ଏକ ଦ୍ଵାର ଉନ୍ମୁକ୍ତ ହୋଇଥିବା ଯୋହନ ଦେଖିଲେ [୪:୧]।

ଯୋହନଙ୍କୁ ସେ କ'ଣ ଦେଖାଇବେ ବୋଲି ସେହି ସ୍ଵର କହିଲା ?

ଯୋହନଙ୍କୁ ଏହି ସବୁ ପରେ କ'ଣ ଘଟିବ ସେହି ସ୍ଵର ତାହା ଦେଖାଇବାକୁ କହିଲା [୪:୧]।

ସ୍ଵର୍ଗରେ କେଉଁ ସ୍ଥାନ ଉପରେ କେହିଜଣେ ବସିଥିଲେ ?

ସିଂହାସନ ଉପରେ କେହିଜଣେ ସ୍ଵର୍ଗରେ ବସିଥିଲେ [୪:୨]।

Revelation 4:4

ସ୍ଵର୍ଗରେ ସିଂହାସନର ଚାରିପଟେ କ'ଣ ଥିଲା ?

ସିଂହାସନର ଚାରିପଟେ ଚବିଶଟି ସିଂହାସନ ସ୍ଥାପିତ ଏବଂ ସିଂହାସନଗୁଡିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ [୪:୪]।

ସିଂହାସନ ସମ୍ମୁଖରେ ଜଳୁଥିବା ସାତୋଟି ଅଗ୍ନିମୟ ପ୍ରଦୀପ କ'ଣ ଥିଲା ?

ସାତୋଟି ପ୍ରଦୀପ ଈଶ୍ଵରଙ୍କ ସପ୍ତ ଆତ୍ମା ଥିଲା [୪:୫]।

Revelation 4:6

ସିଂହାସନ ଚାରିପଟେ କେଉଁ ଚାରି ବସ୍ତୁ ଥିଲା ?

ସିଂହାସନ ଚାରିପଟେ ଚାରି ଜୀବିତ ପ୍ରାଣୀ ଥିଲେ [୪:୬]।

Revelation 4:7

ସେହି ଚାରି ପ୍ରାଣୀ ଦିନ ଓ ରାତି କ'ଣ କରନ୍ତି ?

ଏହି ଚାରି ପ୍ରାଣୀ ଦିବା ରାତ୍ର ବିଶ୍ରାମ ନ କରି ଈଶ୍ଵରଙ୍କୁ ଗୌରବ, ସମ୍ବ୍ରମ ଓ ଧନ୍ୟବାଦ ଦିଅନ୍ତି [୪:୮-୯]।

Revelation 4:9

ଯେତେବେଳେ ଚାରି ଜୀବିତ ପ୍ରାଣୀ ଈଶ୍ଵରଙ୍କୁ ଗୌରବ ଦିଅନ୍ତି ସେତେବେଳେ ଚବିଶ ପ୍ରାଚୀନମାନେ କ'ଣ କରନ୍ତି ?

ଚବିଶ ପ୍ରାଚୀନମାନେ ସିଂହାସନ ସମ୍ମୁଖରେ ଆପଣାକୁ ଉବୁଡ ହୋଇ ପ୍ରଣାମ କରନ୍ତି ଏବଂ ସେମାନଙ୍କର ମୁକୁଟ ଥୋଇଦିଅନ୍ତି [୪:୧୦]।

ସୃଷ୍ଟିରେ ଈଶ୍ଵରଙ୍କ ଭୂମିକା ବିଷୟରେ ପ୍ରାଚୀନମାନେ କ'ଣ କହନ୍ତି ?

ଈଶ୍ଵର ସମସ୍ତ ସୃଷ୍ଟି କରିଅଛନ୍ତି ଏବଂ ତାହାଙ୍କ ଇଚ୍ଛା ଦ୍ଵାରା ସମସ୍ତ ପ୍ରାପ୍ତ ଏବଂ ସୃଷ୍ଟ ହୋଇଅଛି [୪:୧୧]।


Chapter 5

1 ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ । 2 ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ ?

3 କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ । 4 ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି । 5 ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି ।

6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୂଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା । 7 ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ ।

8 ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା ।

9 ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି, ଆପଣା ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ,

    10 ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ ।

11 ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ । 12 ସେମାନେ ଉଚ୍ଚସ୍ୱରରେ କହୁଥିଲେ, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି ।

13 ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତା' ମଧ୍ୟରେ ଥିବା ସମସ୍ତ ଏହା କହୁଥିବା ଶୁଣିଲି, ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର ।

14 ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ ।



Translation Questions

Revelation 5:1

ସିଂହାସନରେ ଉପବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଯୋହନ କ'ଣ ଦେଖିଲେ ?

ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ ଏକ ପୁସ୍ତକ ଯୋହନ ଦେଖିଲେ [୫:୧]।

ପୃଥିବୀରେ କିଏ ଏହି ପୁସ୍ତକ ଖୋଲିବାକୁ କିମ୍ବା ପଡିବାକୁ ଯୋଗ୍ୟ ଥିଲେ ?

ଏହି ପୁସ୍ତକ ଖୋଲିବାକୁ କିମ୍ବା ଏହା ପଡିବାକୁ କେହିଁ ଯୋଗ୍ୟ ନ ଥିଲେ [୫:୨-୪]।

Revelation 5:3

କିଏ ଏହି ପୁସ୍ତକ ଏବଂ ଏହାର ସପ୍ତ ମୁଦ୍ରା ଖୋଲିବାକୁ ସକ୍ଷମ ଥିଲେ ?

ଯିହୁଦା ବଂଶଜାତ ସିଂହ, ଦାଉଦଙ୍କ ମୂଳ, ଏହି ପୁସ୍ତକ ଖୋଲିବାକୁ ସଷମ ଥିଲେ [୫:୫]।

Revelation 5:6

ସିଂହାସନ ସମ୍ମୁଖସ୍ଥ ପ୍ରାଚୀନମାନଙ୍କ ମଧ୍ୟରେ କିଏ ଠିଆ ହୋଇଥିଲେ ?

ଏକ ମେଷଶାବକ, ଯେ ହତ ହେଲା ପରି ଦେଖା ଯାଉଥିଲା, ସେ ସିଂହାସନ ସମ୍ମୁଖସ୍ଥ ପ୍ରାଚୀନମାନଙ୍କ ମଧ୍ୟରେ ଠିଆ ହୋଇଥିଲେ [୫:୬]।

ମେଷଶାବକଙ୍କ ଉପରେ ଥିବା ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ କ'ଣ ଥିଲା ?

ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ଵରଙ୍କ ସପ୍ତ ଆତ୍ମା ଥିଲେ [୫:୬]।

Revelation 5:8

ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଯାହା ପ୍ରାଚୀନମାନଙ୍କ ପାଖରେ ଥିଲା ସେଗୁଡିକ କ'ଣ ଥିଲା ?

ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ସାଧୁମାନଙ୍କର ପ୍ରାର୍ଥନା ଥିଲା [୫:୮]।

Revelation 5:9

କାହିଁକି ମେଷଶାବକ ସେହି ପୁସ୍ତକକୁ ଖୋଲିବା ପାଇଁ ଯୋଗ୍ୟ ଥିଲା ?

ମେଷଶାବକ ଯୋଗ୍ୟ ଥିଲେ କାରଣ ସେ ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ, ଏବଂ ଜାତିର ଲୋକମାନଙ୍କୁ ଆପଣ ରକ୍ତରେ ଈଶ୍ଵରଙ୍କ ନିମନ୍ତେ କ୍ରୟ କରିଥିଲେ [୫:୯]।

କେଉଁଠାରେ ଈଶ୍ଵରଙ୍କ ଯାଜକମାନେ ରାଜତ୍ଵ କରିବେ ?

ଈଶ୍ଵରଙ୍କ ଯାଜକମାନେ ପୃଥିବୀରେ ରାଜତ୍ଵ କରିବେ [୫:୧୦]।

Revelation 5:11

ମେଷଶାବକ କ'ଣ ପାଇବାକୁ ଯୋଗ୍ୟ ବୋଲି ଦୂତ କହିଲେ ?

ମେଷଶାବକ ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ଗୌରବ, ଓ ପ୍ରଶଂସା ପାଇବାକୁ ଯୋଗ୍ୟ ବୋଲି ଦୂତ କହିଲେ [୫:୧୨]।

Revelation 5:13

ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର ପ୍ରଶଂସା ଯୁଗେ ଯୁଗେ ବୋଲି କିଏ କହିଲେ ?

ସମସ୍ତ ସୃଷ୍ଟ ପ୍ରାଣୀ ସିଂହାସନୋପବିଷ୍ଟ ଓ ମେଷଶାବକଙ୍କର ପ୍ରଶଂସା ଯୁଗେ ଯୁଗେ ବୋଲି କହିଥିଲେ [୫:୧୩]।

ଯେତେବେଳେ ଚାରିପ୍ରାଣୀ "ଆମେନ୍" କହିବାର ଚବିଶ ପ୍ରାଚୀନମାନେ ଶୁଣନ୍ତି ସେତେବେଳେ ସେମାନେ କ'ଣ କଲେ ?

ଚବିଶ ପ୍ରାଚୀନମାନେ ଉବୁଡ ହୋଇ ପ୍ରଣାମ କଲେ [୫:୧୪]।


Chapter 6

1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ପରି ସ୍ୱରରେ ଏହା କହୁଥିବା ଶୁଣିଲି, ଆସ । 2 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ୱ, ପୁଣି, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦିଆ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ । 3 ମେଷଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଦ୍ୱିତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ । 4 ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥି ନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ଼୍ଗ ଦିଆ ଗଲା । 5 ମେଷଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ ଏବଂ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ କଳା ରଙ୍ଗର ଅଶ୍ୱ, ପୁଣି, ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ । 6 ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ । 7 ମେଷଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ । 8 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁ‌ ବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି, ପାତାଳ ତାହାର ପଶ୍ଚାଦ୍‌ଗମନ କରୁଥିଲା; ଖଡ଼୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚାରି ଭାଗ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା । 9 ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି । 10 ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ ? 11 ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆ ଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭାତ୍ରୁଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା । 12 ମେଷଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି, ମହା ଭୂମିକମ୍ପ ହେଲା, ସୂର୍ଯ୍ୟ ଲୋମ ନିର୍ମିତ କମ୍ବଳ ପରି କଳା ବର୍ଣ୍ଣ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ହେଲା, 13 ପ୍ରବଳ ବାୟୁ ଆଘାତରେ ଡିମ୍ବିରି ବୃକ୍ଷରୁ ଯେପରି ଅପକ୍ୱ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ, 14 ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି, ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ । 15 ଆଉ ପୃଥିବୀର ରାଜାମାନେ, ପାତ୍ରମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନୀମାନେ, ବଳବାନ ଲୋକମାନେ ଏବଂ ପରାଧିନ ଓ ସ୍ୱାଧିନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ, 16 ପୁଣି, ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ, 17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି ଆଉ କିଏ ଠିଆ ହୋଇ ପାରେ ?



Translation Questions

Revelation 6:1

ମେଷଶାବକ ପୁସ୍ତକ ସହ କ'ଣ କଲେ ?

ମେଷଶାବକ ପୁସ୍ତକ ଉପରର ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଖୋଲିଲେ [୬:୧]।

ପ୍ରଥମ ମୁଦ୍ରା ଖୋଲାଗଲା ପରେ ଯୋହନ କ'ଣ ଦେଖିଲେ ?

ଗୋଟିଏ ଶୁକ୍ଳ ବର୍ଣ୍ଣ ଅଶ୍ଵ, ଆରୋହୀଙ୍କ ସହ ଜୟ କରିବାକୁ ବାହାରି ଯିବାର ଯୋହନ ଦେଖିଲେ [୬:୨]।

Revelation 6:3

ଦ୍ଵିତୀୟ ମୁଦ୍ରା ଖୋଲାଗଲା ପରେ ଯୋହନ କ'ଣ ଦେଖିଲେ ?

ଯୋହନ ଗୋଟିଏ ଲୋହିତବର୍ଣ୍ଣ ଅଶ୍ଵ ଦେଖିଲେ, ଯାହାର ଆରୋହୀ ପୃଥିବୀରୁ ଶାନ୍ତି ଦୂର କଲେ [୬:୪]।

Revelation 6:5

ତୃତୀୟ ମୁଦ୍ରା ଖୋଲାଗଲା ପରେ ଯୋହନ କ'ଣ ଦେଖିଲେ ?

ଯୋହନ ଗୋଟିଏ କୃଷ୍ଣବର୍ଣ୍ଣ ଅଶ୍ଵ ଦେଖିଲେ, ଯାହାର ଆରୋହୀଙ୍କ ହସ୍ତରେ ଗୋଟିଏ ତାରାଜୁ ଥିଲା [୬:୫]।

Revelation 6:7

ଚତୁର୍ଥ ମୁଦ୍ରା ଖୋଲଗଲା ପରେ ଯୋହନ କ'ଣ ଦେଖିଲେ ?

ଯୋହନ ଗୋଟିଏ ପାଣ୍ଡୁବର୍ଣ୍ଣ ଅଶ୍ଵ ଦେଖିଲେ, ଯାହାର ଆରୋହୀଙ୍କ ନାମ ମୃତ୍ୟ ଥିଲା [୬:୮]।

Revelation 6:9

ପଞ୍ଚମ ମୁଦ୍ରା ଖୋଲାଗଲା ପରେ ଯୋହନ କ'ଣ ଦେଖିଲେ ?

ଈଶ୍ଵରଙ୍କ ବାକ୍ୟ ସକାଶେ ଯେଉଁମାନେ ହତ ହୋଇଥିଲେ ସେମାନଙ୍କର ଆତ୍ମାମାନଙ୍କୁ ଯୋହନ ଦେଖିଲେ [୬:୯]।

ବେଦୀ ତଳେ ରହିଥିବା ଆତ୍ମାଗୁଡିକ ଈଶ୍ଵରଙ୍କଠାରୁ କ'ଣ ଜାଣିବାକୁ ଇଚ୍ଛା କଲେ ?

ସେମାନଙ୍କର ରକ୍ତର ପରିଶୋଧ କେତେ କାଳ ପର୍ଯ୍ୟନ୍ତ ନେବ ତାହା ଜାଣିବାକୁ ଆତ୍ମାଗୁଡିକ ଇଚ୍ଛା କଲେ [୬:୧୦]।

କେତେ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେହି ଆତ୍ମାଗୁଡିକୁ କୁହାଯାଇଥିଲା ?

ସେମାନଙ୍କର ସହଦାସମାନଙ୍କର ସଂଖ୍ୟା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସେହି ଆତ୍ମାଗୁଡିକୁ ଅପେକ୍ଷା କରିବାକୁ କୁହାଯାଇଥିଲା [୬:୧୧]।

Revelation 6:12

ଷଷ୍ଠ ମୁଦ୍ରା ଖୋଲାଗଲା ପରେ ଯୋହନ କ'ଣ ଦେଖିଲେ ?

ମହାଭୂମିକମ୍ପ, ସୂର୍ଯ୍ୟ କୃଷ୍ଣବର୍ଣ୍ଣ ହେବାର, ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତବର୍ଣ୍ଣ ହେବାର, ଏବଂ ନକ୍ଷତ୍ରଗୁଡିକ ପୃଥିବୀରେ ପତିତ ହେବାର ଯୋହନ ଦେଖିଲେ [୬:୧୨-୧୩]।

Revelation 6:15

ରାଜାମାନେ, ପାତ୍ରମନ୍ତ୍ରୀମାନେ, ଧନୀ, ବଳବାନ୍ ଲୋକମାନେ, ଏବଂ ପ୍ରତ୍ୟେକ ଲୋକ କ'ଣ କରିବାର ଯୋହନ ଦେଖିଲେ ?

ସେମାନେ ପର୍ବତମାଳାର ଶୈଳମାନଙ୍କରେ ଲୁଚାଇବାର ଏବଂ ଶୈଳଗୁଡିକୁ ଉପରେ ପଡିବାକୁ ଏବଂ ସେମାନଙ୍କୁ ଲୁଚାଇବାକୁ କହିବାର ଯୋହନ ଦେଖିଲେ [୬:୧୫-୧୬]।

କାହାଠାରୁ ରାଜାମାନେ, ପାତ୍ରମନ୍ତ୍ରୀମାନେ, ଧନୀ, ବଳବାନ ଲୋକମାନେ, ଏବଂ ପ୍ରତ୍ୟେକ ଲୋକ ଲୁଚିବାକୁ ଇଚ୍ଛା କଲେ ?

ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଏବଂ ମେଷଶାବକଙ୍କ କ୍ରୋଧରୁ ଲୁଚିବାକୁ ସେମାନେ ଇଚ୍ଛା କଲେ [୬:୧୬]।

କେଉଁ ଦିନ ଉପସ୍ଥିତ ହୋଇଥିଲା ?

ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଏବଂ ମେଷଶାବକଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଥିଲା [୬:୧୭]।


Chapter 7

1 ତା'ପରେ ମୁଁ ଦେଖିଲି, ପୃଥିବୀକୁ ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥି ନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି । 2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ୱରଙ୍କର ମୁଦ୍ରା ଥିଲା । ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, 3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ୱରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ । 4 ତାପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ, 5 ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର, 6 ଆଶେର ବଂଶରୁ ବାର ହଜାର, ନପ୍ତାଲୀ ବଂଶରୁ ବାର ହଜାର, ମନଃଶି ବଂଶରୁ ବାର ହଜାର, 7 ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର, 8 ସବୂଲୂନ୍ ବଂଶରୁ ବାର ହଜାର, ଯୋଷେଫ ବଂଶରୁ ବାର ହଜାର, ବିନ୍ୟାମୀନ ବଂଶରୁ ବାର ହଜାର ।

9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରିବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି; 10 ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ । 11 ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି, 12 ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ୱରଙ୍କର; ଆମେନ୍ । 13 ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି ? 14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି । 15 ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ । 16 ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, 17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।



Translation Questions

Revelation 7:1

ଚାରି ଦୂତ ପୃଥିବୀର ଚାରି କୋଣରେ ଠିଆ ହୋଇ କ'ଣ କରୁଥିବାର ଯୋହନ ସେମାନଙ୍କୁ ଦେଖିଲେ ?

ଚାରି ଦୂତ ପୃଥିବୀର ଚାରି ବାୟୁକୁ ଅଟକାଇ ଧରି ରଖିଥିଲେ [୭:୧]।

ପୃଥିବୀ କ୍ଷତି ହେବା ପୂର୍ବରୁ କ'ଣ କରାଯିବା ଆବଶ୍ୟକ ବୋଲି ପୂର୍ବ ଦିଗଠାରୁ ଆସିଥିବା ଦୂତ କହିଲେ ?

ପୃଥିବୀ କ୍ଷତି ହେବା ପୂର୍ବରୁ ଈଶ୍ଵରଙ୍କ ଦାସମାନଙ୍କ କପାଳରେ ମୁଦ୍ରାଙ୍କ କରାଯିବା ଆବଶ୍ୟକ ବୋଲି ଦୂତ କହିଲେ [୭:୨-୩]।

Revelation 7:4

କେତେ ଲୋକମାନେ ପୁଣି କେଉଁ ବଂଶରୁ ମୁଦ୍ରାଙ୍କିତ ହୋଇଥିଲେ ?

ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶରୁ ଏକ ଲକ୍ଷ ଚଉରାଳିଶ ସହସ୍ର ଲୋକ ମୁଦ୍ରାଙ୍କିତ ହୋଇଥିଲେ [୭:୪]।

Revelation 7:9

ତା'ପରେ ଯୋହନ ଈଶ୍ଵରଙ୍କ ସିଂହାସନ ସମ୍ମୁଖରେ ଏବଂ ମେଷଶାବକଙ୍କ ସିଂହାସନ ସମ୍ମୁଖରେ କ'ଣ ଦେଖିଲେ ?

ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ, ଓ ସର୍ବଭାଷାବାଦୀ ଏକ ମହା ଜନତାକୁ ସିଂହାସନ ସମ୍ମୁଖରେ ଯୋହନ ଦେଖିଲେ [୭:୯]।

ସିଂହାସନ ସମ୍ମୁଖରେ ଥିବା ଲୋକମାନଙ୍କ ଅନୁସାରେ, ପରିତ୍ରାଣ କାହାଠାରୁ ଆସେ ?

ସିଂହାସନ ସମ୍ମୁଖରେ ଥିବା ଲୋକମାନେ ପରିତ୍ରାଣ ଈଶ୍ଵର ଏବଂ ମେଷଶାବକଙ୍କ କାର୍ଯ୍ୟ ବୋଲି ଉଚ୍ଚ ସ୍ଵରରେ କହୁଥିଲେ [୭:୧୦]।

Revelation 7:11

ସମସ୍ତ ଦୂତମାନେ, ପ୍ରାଚୀନମାନେ, ଏବଂ ଜୀବିତ ପ୍ରାଣୀମାନେ ଯେପରି ଈଶ୍ଵରଙ୍କ ଉପାସନା କଲେ ସେମାନେ କେଉଁ ଶାରୀରିକ ସ୍ଥିତିରେ ଥିଲେ ?

ସେମାନେ ଉବୁଡ ହୋଇ ପ୍ରଣାମ କରି ଈଶ୍ଵରଙ୍କର ଆରାଧନା କଲେ [୭:୧୧]।

Revelation 7:13

ଶୁକ୍ଳ ବସ୍ତ୍ର ପରିଧାନ କରି ସିଂହାସନ ସମ୍ମୁଖରେ ଥିବା ଲୋକମାନେ କିଏ ବୋଲି ପ୍ରାଚୀନମାନେ କହିଲେ ?

ମହାକ୍ଲେଶରୁ ଆସିଥିବା ଲୋକମାନେ ହିଁ ସେମାନେ ବୋଲି ପ୍ରାଚୀନମାନେ କହିଲେ [୭:୧୪]।

ସିଂହାସନ ସମ୍ମୁଖରେ ଥିବା ଲୋକମାନେ କିପରି ସେମାନଙ୍କର ବସ୍ତ୍ରକୁ ଶୁକ୍ଳ କରିଥିଲେ ?

ମେଷଶାବକଙ୍କ ରକ୍ତ ଦ୍ଵାରା ଧୋଇ ସେମାନେ ସେମାନଙ୍କର ବସ୍ତ୍ରକୁ ଶୁକ୍ଳ କରିଥିଲେ [୭:୧୪]।

Revelation 7:15

ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ଲୋକମାନଙ୍କ ନିମନ୍ତେ ଈଶ୍ଵର କ'ଣ କରିବେ ବୋଲି ପ୍ରାଚୀନମାନେ କହିଲେ ?

ଈଶ୍ଵର ତାହାଙ୍କ ତମ୍ବୁକୁ ସେମାନଙ୍କ ଉପରେ ଆଶ୍ରୟସ୍ଵରୂପେ ରଖିବେ ଯାହା ଫଳରେ ସେମାନଙ୍କ ନିମନ୍ତେ ଆଉ କଷ୍ଟ ନ ଥିବ [୭:୧୫-୧୬]।

ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ଲୋକମାନଙ୍କ ନିମନ୍ତେ ମେଷଶାବକ କ'ଣ କରିବେ ବୋଲି ପ୍ରାଚୀନମାନେ କହିଲେ ?

ମେଷଶାବକ ସେମାନଙ୍କ ପାଳକ ହେବେ ଏବଂ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢାଇନେବେ [୭:୧୭]।


Chapter 8

1 ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ସ୍ୱର୍ଗରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ନୀରବତା ବିରାଜିତ ହେଲା । 2 ତତ୍ପରେ ମୁଁ ଈଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା । 3 ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ ( ସୁଗନ୍ଧିତ ଧୂପ ପାତ୍ର) ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା । 4 ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ୱରଙ୍କ ସମ୍ମୁଖରେ ଉଠିଲା । 5 ପରେ ସେହି ଦୂତ ଧୂପଦାନୀ ( ସୁଗନ୍ଧିତ ଧୂପ ପାତ୍ର) ଘେନି ବେଦିର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ । ସେଥିରେ ବଜ୍ରଧ୍ୱନୀ, ବିଭିନ୍ନ ସ୍ୱର, ବିଜୁଳୀ ଓ ଭୂମିକମ୍ପ ହେଲା ।

6 ସେତେବେଳେ ସପ୍ତ ତୂରୀଧାରୀ ସପ୍ତ ଦୂତ ତୂରୀଧ୍ୱନୀ କରିବାକୁ ପ୍ରସ୍ତୁତ ହେଲେ । 7 ପ୍ରଥମ ଦୂତ ତୂରୀଧ୍ୱନୀ କରନ୍ତେ ରକ୍ତମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତିନି ଭାଗ ପୁଣି, ସମସ୍ତ ସବୁଜ ରଙ୍ଗର ଘାସ ଜଳିଗଲା । 8 ଦ୍ୱିତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଯେପରି ଅଗ୍ନି ପ୍ରଜ୍ୱଳିତ ଗୋଟିଏ ବୃହତ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା; ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହୋଇଗଲା, 9 ପୁଣି, ସମୁଦ୍ରରେ ଥିବା ଜୀବମାନଙ୍କର ତୃତୀୟାଂଶ ମଲେ ଓ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା । 10 ତୃତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଅଗ୍ନିଶିଖା ପରି ପ୍ରଜ୍ୱଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ଖସି ନଦୀସମୂହର ତୃତୀୟାଂଶ ଓ ନିର୍ଝରଗୁଡ଼ିକ ଉପରେ ପତିତ ହେଲା; 11 ସେହି ନକ୍ଷତ୍ରର ନାମ ନାଗଦଅଣା (ତିକ୍ତତା)। ସେଥିରେ ଜଳର ତୃତୀୟାଂଶ ନାଗଦଅଣା ହେଲା, ଆଉ ଅନେକ ଲୋକ ସେହି ଜଳ ହେତୁ ମଲେ, କାରଣ ତାହା ତିକ୍ତ କରାଯାଇଥିଲା । 12 ଚତୁର୍ଥ ଦୂତ ତୂରୀଧ୍ୱନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର ସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ସେହି ପ୍ରକାର ହେଲା । 13 ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଶପକ୍ଷୀ ଉଚ୍ଚସ୍ୱରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ୱନୀ କରିବାକୁ ଯାଉଅଛନ୍ତି ।



Translation Questions

Revelation 8:1

ସ୍ଵର୍ଗରେ ନିରବତାର କାରଣ କ'ଣ ଥିଲା ?

ଯେତେବେଳେ ମେଷଶାବକ ସପ୍ତ ମୁଦ୍ରା ଖୋଲିଲେ, ସ୍ଵର୍ଗରେ ନିରବତା ହୋଇଥିଲା [୮:୧]।

ଈଶ୍ଵରଙ୍କ ସମ୍ମୁଖରେ ଠିଆ ହୋଇଥିବା ସପ୍ତ ଦୂତମାନଙ୍କୁ କ'ଣ ଦିଆ ଯାଇଥିଲା ?

ଈଶ୍ଵରଙ୍କ ସମ୍ମୁଖରେ ଠିଆ ହୋଇଥିବା ସପ୍ତ ଦୂତମାନଙ୍କୁ ସପ୍ତ ତୂରୀ ଦିଆଯାଇଥିଲା [୮:୨]।

Revelation 8:3

ଈଶ୍ଵରଙ୍କ ସମ୍ମୁଖରେ କ'ଣ ଉତ୍ଥିତ ହୋଇଥିଲା ?

ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ଵରଙ୍କ ସମ୍ମୁଖରେ ଉତ୍ଥିତ ହୋଇଥିଲା [୮:୪]।

ଯେତେବେଳେ ଦୂତ ବେଦୀରୁ ଅଗ୍ନି ପୃଥିବୀ ଉପରେ ପକାଇଲେ ସେତେବେଳେ କ'ଣ ଘଟିଲା ?

ଯେତେବେଳେ ଦୂତ ଅଗ୍ନି ତଳେ ପକାଇଲେ, ସେତେବେଳେ ସେଠାରେ ବଜ୍ରଧ୍ଵନୀ, ବିଭିନ୍ନ ସ୍ଵର, ବିଦ୍ୟୁତ, ଏବଂ ଭୂମିକମ୍ପ ହୋଇଥିଲା [୮:୫]।

Revelation 8:6

ଯେତେବେଳେ ପ୍ରଥମ ତୂରୀଧ୍ଵନୀ ହେଲା ସେତେବେଳେ କ'ଣ ଘଟିଲା ?

ଯେତେବେଳେ ପ୍ରଥମ ତୂରୀଧ୍ଵନୀ ହେଲା, ପୃଥିବୀର ତୃତୀୟାଂଶ ଜଳିଗଲା, ବୃକ୍ଷସମୂହର ତୃତୀୟାଂଶ, ଏବଂ ସମସ୍ତ ତୃଣ ଜଳିଗଲା [୮:୭]।

Revelation 8:8

ଯେତେବେଳେ ଦ୍ଵିତୀୟ ତୂରୀଧ୍ଵନୀ ହେଲା, ସେତେବେଳେ କ'ଣ ଘଟିଲା ?

ଯେତେବେଳେ ଦ୍ଵିତୀୟ ତୂରୀଧ୍ଵନୀ ହେଲା, ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହେଲା, ସମୁଦ୍ରର ଜୀବମାନଙ୍କର ତୃତୀୟାଂଶ ମଲେ, ଏବଂ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା [୮:୮-୯]।

Revelation 8:10

ଯେତେବେଳେ ତୃତୀୟ ତୂରୀଧ୍ଵନୀ ହେଲା, ସେତେବେଳେ କ'ଣ ଘଟିଲା ?

ଯେତେବେଳେ ତୃତୀୟ ତୂରୀଧ୍ଵନୀ ହେଲା, ଜଳର ତୃତୀୟାଂଶ ନାଗଦଅଣା ହେଲା, ଏବଂ ଅନେକ ଲୋକ ମଲେ [୮:୧୦-୧୧]।

Revelation 8:12

ଯେତେବେଳେ ଚତୁର୍ଥ ତୂରୀଧ୍ଵନୀ ହେଲା, ସେତେବେଳେ କ'ଣ ଘଟିଲା ?

ଯେତେବେଳେ ଚତୁର୍ଥ ତୂରୀଧ୍ଵନୀ ହେଲା, ଦିବସର ଏବଂ ରାତ୍ରିର ତୃତୀୟାଂଶ ଆଲୋକ ରହିତ ହେଲା [୮:୧୨]।

Revelation 8:13

କାହିଁକି ଉତ୍କ୍ରୋଷପକ୍ଷୀ ପୃଥିବୀର ନିବାସୀମାନଙ୍କୁ ସନ୍ତାପର ପାତ୍ର "ହାୟ, ହାୟ, ହାୟ" ବୋଲି କହିଲେ ?

ଉତ୍କ୍ରୋଷପକ୍ଷୀ ପୃଥିବୀର ନିବାସୀମାନଙ୍କୁ ସନ୍ତାପର ପାତ୍ର "ହାୟ, ହାୟ, ହାୟ" ବୋଲି କହିଲେ, ଯେହେତୁ ତିନି ତୂରୀଧ୍ଵନୀ ହେବାକୁ ଯାଉଥିଲା [୮:୧୩]।


Chapter 9

1 ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା । 2 ସେ ସେହି ପାତାଳକୁଣ୍ଡ ଫିଟାନ୍ତେ ସେଥିରୁ ବୃହତ୍ ଭାଟିର ଧୂମ ପରି ଧୂମ ଉଠିଲା, ଆଉ ସେହି ପାତାଳକୁଣ୍ଡର ଧୂମ ହେତୁ ସୁର୍ଯ୍ୟ ପୁଣି, ଆକାଶ ଅନ୍ଧକାରାଛନ୍ନ ହେଲା ।

3 ଧୂମ ମଧ୍ୟରୁ ପଙ୍ଗପାଳ ବାହାର ହୋଇ ପୃଥିବୀକୁ ଆସିଲେ, ସେମାନଙ୍କୁ ପୃଥିବୀର ବିଛାର ଶକ୍ତି ପରି ଶକ୍ତି ଦିଆଗଲା । 4 ପୃଥିବୀର ଘାସ କି ସବୁଜ ରଙ୍ଗର ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା ।

5 ସେମାନଙ୍କୁ ବଧ ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କର ଯନ୍ତ୍ରଣା ଘଟାଇବାକୁ ସେମାନଙ୍କୁ କ୍ଷମତା ଦିଆଗଲା; ବିଛା ମନୁଷ୍ୟକୁ ମାରିଲେ ଯେପରି ଯନ୍ତ୍ରଣା ହୁଏ, ଏହି ଯନ୍ତ୍ରଣା ସେହି ପ୍ରକାର । 6 ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ ।

7 ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ; 8 ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ; 9 ଲୌହ ଉରସ୍ତ୍ରାଣ ପରି ସେମାନଙ୍କର ଉରସ୍ତ୍ରାଣ, ପୁଣି, ରଥ ଓ ରଣକ୍ଷେତ୍ରରେ ଦୌଡ଼ୁଥିବା ଅନେକ ଅଶ୍ୱଙ୍କ ଶବ୍ଦ ପରି ସେମାନଙ୍କ ପକ୍ଷର ଶବ୍ଦ ।

10 ବିଛାର ଲାଙ୍ଗୁଳ ଓ ନାହୁଡ଼ ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼; ପାଞ୍ଚ ମାସ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କର କ୍ଷତି କରିବାକୁ ସେମାନଙ୍କ ଲାଙ୍ଗୁଳରେ ଶକ୍ତି ଥିଲା । 11 ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍ ।

12 ପ୍ରଥମ ସନ୍ତାପ ଗତ ହେଲା, ଦେଖ, ଏହାପରେ ଆଉ ଦୁଇଟି ସନ୍ତାପ ଆସୁଅଛି ।

13 ଷଷ୍ଠ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଈଶ୍ୱରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗମାନଙ୍କ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି, 14 ତାହା ତୂରୀ ଧରିଥିବା ସେହି ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀରେ ବନ୍ଦୀ ଥିବା ଚାରି ଦୂତଙ୍କୁ ମୁକ୍ତ କରିଦିଅ । 15 ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ ।

16 ଅଶ୍ୱାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି । 17 ଆଉ ମୁଁ ଦର୍ଶନରେ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଏହି ପ୍ରକାର ଦେଖିଲି, ସେମାନଙ୍କ ଉରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ୱମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୁମ ଓ ଗନ୍ଧକ ନିର୍ଗତ ହେଉଥିଲା ।

18 ସେମାନଙ୍କ ମୁଖରୁ ନିର୍ଗତ ଅଗ୍ନି, ଧୂମ ଓ ଗନ୍ଧକରୂପ ଏହି ତିନି କ୍ଲେଶ ଦ୍ୱାରା ମନୁଷ୍ୟମାନଙ୍କର ଏକ ତୃତୀୟାଂଶ ବଧ କରାଗଲେ । 19 କାରଣ ଅଶ୍ୱମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ୱାରା ସେମାନେ କ୍ଷତି କରନ୍ତି ।

20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ, 21 ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନପରିବର୍ତ୍ତନ କଲେ ନାହିଁ ।



Translation Questions

Revelation 9:1

ଯେତେବେଳେ ପଞ୍ଚମ ତୂରୀଧ୍ଵନୀ ହେଲା ସେତେବେଳେ ଯୋହନ କି ପ୍ରକାର ନକ୍ଷତ୍ରକୁ ଦେଖିଲେ ?

ଯେତେବେଳେ ପଞ୍ଚମ ତୂରୀଧ୍ଵନୀ ହେଲା, ଯୋହନ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲେ [୯:୧]।

ସେହି ନକ୍ଷତ୍ର କ'ଣ କଲା ?

ସେହି ନକ୍ଷତ୍ର ଗଭୀରତମ ପାତାଳକୁଣ୍ଡକୁ ଖୋଲିଲେ [୯:୨]।

Revelation 9:3

ପାତାଳକୁଣ୍ଡରୁ ବାହାରିଥିବା ପଙ୍ଗପାଳଗୁଡିକୁ କ'ଣ କରିବାକୁ କୁହାଯାଇଥିଲା ?

ପୃଥିବୀକୁ ଅନିଷ୍ଟ ନ କରିବାକୁ କୁହାଗଲା, କିନ୍ତୁ ଯେଉଁମାନଙ୍କ କପାଳରେ ଈଶ୍ଵରଙ୍କ ମୁଦ୍ରାଙ୍କ ନାହିଁ ସେମାନଙ୍କୁ ଅନିଷ୍ଟ କରିବାକୁ କୁହାଗଲା [୯:୩-୪]।

Revelation 9:5

ପଙ୍ଗପାଳ ଦ୍ଵାରା ଯନ୍ତ୍ରଣା ପାଇବା ଲୋକମାନେ କ'ଣ ଖୋଜିଲେ କିନ୍ତୁ ପାଇଲେ ନାହିଁ ?

ପଙ୍ଗପାଳ ଦ୍ଵାରା ଯନ୍ତ୍ରଣା ପାଇବା ଲୋକମାନେ ମୃତ୍ୟ ଖୋଜିବେ କିନ୍ତୁ ପାଇବେ ନାହିଁ [୯:୬]।

Revelation 9:7

ପଙ୍ଗପାଳମାନଙ୍କର ପକ୍ଷଗୁଡିକ କି ଶବ୍ଦ କରନ୍ତି ?

ପଙ୍ଗପାଳମାନଙ୍କର ପକ୍ଷଗୁଡକିର ଶବ୍ଦ ରଥ ଓ ରଣକ୍ଷେତ୍ରରେ ଧାବମାନ ଅନେକ ଅଶ୍ୱର ଶବ୍ଦ ପରି ଥିଲା [୯:୯]।

Revelation 9:10

ପଙ୍ଗପାଳମାନଙ୍କ ଉପରେ କିଏ ରାଜା ଥିଲା ?

ପଙ୍ଗପାଳମାନଙ୍କ ରାଜା ଅବଦ୍ଦୋନ ଥିଲା, କିମ୍ବା ଗ୍ରୀକ୍ ଭାଷାରେ ଆପଲ୍ଲୀୟୋନ୍, ପାତାଳର ଦୂତ [୯:୧୧]।

ପଞ୍ଚମ ତୂରୀଧ୍ଵନୀ ହେଲା ପରେ କ'ଣ ଗତ ହେଲା ?

ପଞ୍ଚମ ତୂରୀଧ୍ଵନୀ ପରେ ପ୍ରଥମ ସନ୍ତାପ ଗତ ହେଲା [୯:୧୨]।

Revelation 9:13

ଯେତେବେଳେ ଷଷ୍ଠ ତୂରୀଧ୍ଵନୀ ହେଲା ସେତେବେଳେ ଯୋହନ କେଉଁ ସ୍ଵର ଶୁଣିଲେ ?

ଷଷ୍ଠ ତୂରୀଧ୍ଵନୀ ହେଲା ପରେ, ଈଶ୍ଵରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦୀର ଶୃଙ୍ଗମାନଙ୍କ ମଧ୍ୟରୁ ଗୋଟିଏ ସ୍ଵର ଯୋହନ ଶୁଣିଲେ [୯:୧୩]।

ଚାରି ଦୂତ କ'ଣ କଲେ ଯେତେବେଳେ ସେମାନେ ସେହି ସ୍ଵର ଶୁଣିଲେ ?

ଯେତେବେଳେ ସେମାନେ ସ୍ଵର ଶୁଣିଲେ, ଚାରି ଦୂତମାନଙ୍କୁ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବାକୁ ମୁକ୍ତ କରାଗଲା [୯:୧୫]।

Revelation 9:16

ଯୋହନ କେତେଜଣ ଅଶ୍ଵରୋହୀ ସୈନିକମାନଙ୍କୁ ଦେଖିଲେ ?

ଯୋହନ କୋଡିଏ କୋଟି ଅଶ୍ଵରୋହୀ ସୈନିକମାନଙ୍କୁ ଦେଖିଲେ [୯:୧୬]।

Revelation 9:18

ଲୋକମାନଙ୍କର ଏକ ତୃତୀୟାଂଶକୁ କେଉଁ କ୍ଲେଶ ଦ୍ଵାରା ବଧ କରାଗଲା ?

ଅଶ୍ଵମାନଙ୍କ ମୁଖରୁ ନିର୍ଗତ ଅଗ୍ନି, ଧୂପ ଓ ଗନ୍ଧକରୂପ ଏହି ତିନିଗୋଟି କ୍ଲେଶ ଦ୍ଵାରା ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରାଗଲା [୯:୧୮]।

Revelation 9:20

ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ଵାରା ବଧ କରାଯାଇ ନ ଥିଲେ, ସେମାନଙ୍କର ଉତ୍ତର କ'ଣ ଥିଲା ?

ଯେଉଁ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ଵାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ, ପୁଣି ଭୂତମାନଙ୍କ ପୂଜା ବନ୍ଦ କଲେ ନାହିଁ [୯:୨୦]।


Chapter 10

1 ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ୱର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ; 2 ତାହାଙ୍କ ହସ୍ତରେ ଗୋଟିଏ ମୁକ୍ତ କ୍ଷୁଦ୍ର ପୁସ୍ତକ ଥିଲା। ସେ ଆପଣା ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ପୃଥିବୀ ଉପରେ ସ୍ଥାପନ କରି ସିଂହଗର୍ଜନତୁଲ୍ୟ ହୁଙ୍କାର ଶବ୍ଦରେ ଡାକ ପକାଇଲେ;

3 ସେ ଡାକ ପକାନ୍ତେ ସପ୍ତ ମେଘଗର୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କଲେ । 4 ସେହି ସପ୍ତ ମେଘଗର୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କରନ୍ତେ ମୁଁ ଲେଖିବାକୁ ଉଦ୍ୟତ ହେଲି; ସେତେବେଳେ ମୁଁ ମୋ ପ୍ରତି ଆକାଶରୁ ଏହି ଉକ୍ତ ବାଣୀ ଶୁଣିଲି, ସେହି ସପ୍ତ ମେଘଗର୍ଜ୍ଜନ ଯାହାସବୁ ବ୍ୟକ୍ତ କଲେ, ସେହି ସବୁ ଗୋପନ କରି ରଖ, ଲେଖ ନାହିଁ ।

5 ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହେବାର ଦେଖିଥିଲି, ସେ ଆପଣା ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ, 6 ଯେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଆଉ ବିଳମ୍ବ ନାହିଁ; 7 ମାତ୍ର ଈଶ୍ୱରଙ୍କ ଦ୍ୱାରା ଆପଣା ଦାସ ଭାବବାଦୀମାନଙ୍କ ପ୍ରତି ପ୍ରଚାର କରାଯାଇଥିବା ଶୁଭସମ୍ବାଦ ଅନୁସାରେ ସପ୍ତମ ଦୂତ ବାକ୍ୟ ଘୋଷଣା କରିବା ସମୟରେ, ଅର୍ଥାତ୍ ଯେତେବେଳେ ସେ ତୂରୀଧ୍ୱନୀ କରିବାକୁ ଉଦ୍ୟତ ହେବେ, ସେତେବେଳେ ଈଶ୍ୱରଙ୍କ ନିଗୂଢ଼ ସଂକଳ୍ପ ମଧ୍ୟ ସଫଳ ହେବ ।

8 ପୁଣି, ମୁଁ ଆକାଶରୁ ଯେଉଁ ବାଣୀ ଶୁଣିଥିଲି, ତାହା ପୁନର୍ବାର ମୋ ପ୍ରତି ବାକ୍ୟ ଉଚ୍ଚାରଣ କରି କହିଲେ, ଯାଅ, ସମୁଦ୍ର ଓ ପୃଥିବୀ ଉପରେ ଦଣ୍ଡାୟମାନ ଦୂତଙ୍କ ହସ୍ତରେ ଯେଉଁ ପୁସ୍ତକଟି ମୁକ୍ତ ହୋଇ ରହିଅଛି, ତାହା ଗ୍ରହଣ କର । 9 ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲି। ସେ ମୋତେ କହିଲେ, ଏହା ନେଇ ଭୋଜନ କର; ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମହୁ ପରି ମିଷ୍ଟ ଲାଗିବ ।

10 ସେଥିରେ ମୁଁ ଦୂତଙ୍କ ହସ୍ତରୁ ସେହି କ୍ଷୁଦ୍ର ପୁସ୍ତକଟି ନେଇ ତାହା ଭୋଜନ କଲି; ତାହା ମୋ ମୁଖକୁ ମହୁ ପରି ମିଠା ଲାଗିଲା, କିନ୍ତୁ ତାହା ଭକ୍ଷଣ କଲା ପରେ ମୋହର ଉଦର ତିକ୍ତ ହୋଇଗଲା । 11 ତତ୍ପରେ ମୋତେ କୁହାଗଲା, ଅନେକ ଗୋଷ୍ଠୀ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ତୁମ୍ଭକୁ ପୁନର୍ବାର ଭାବବାଣୀ କହିବାକୁ ହେବ ।



Translation Questions

Revelation 10:1

ଯୋହନ ଯେଉଁ ପରାକ୍ରମୀ ଦୂତଙ୍କୁ ଦେଖିଲେ ତାହାଙ୍କର ମୁଖ ଓ ପାଦ କାହା ପରି ଦେଖାଯାଉ ଥିଲା ?

ଯୋହନ ଯେଉଁ ପରାକ୍ରମୀ ଦୂତଙ୍କୁ ଦେଖିଲେ ତାହାଙ୍କର ମୁଖ ସୂର୍ଯ୍ୟ ସଦୃଶ୍ୟ ଓ ପାଦ ଅଗ୍ନିସ୍ତମ୍ବ ସଦୃଶ୍ୟ ଥିଲା [୧୦:୧]।

ସେହି ପରାକ୍ରମୀ ଦୂତ କେଉଁଠାରେ ଠିଆ ହୋଇଥିଲେ ?

ସେହି ପରାକ୍ରମୀ ଦୂତ ସେ ଆପଣା ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ପୃଥିବୀ ଉପରେ ସ୍ଥାପନ କରିଥିଲେ [୧୦:୨]।

Revelation 10:3

ଯୋହନଙ୍କୁ କ'ଣ ନ ଲେଖିବା ନିମନ୍ତେ କୁହାଯାଇଥିଲା ?

ଯୋହନଙ୍କୁ ସେହି ସପ୍ତ ମେଘଗର୍ଜ୍ଜନ ଯାହସବୁ ବ୍ୟକ୍ତ କଲେ, ସେହି ସବୁକୁ ନ ଲେଖିବାକୁ କୁହାଯାଇଥିଲା [୧୦:୪]।

Revelation 10:5

ସେହି ପରାକ୍ରମୀ ଦୂତ କାହା ଦ୍ଵାରା ଶପଥ କଲେ ?

ସେହି ପରାକ୍ରମୀ ଦୂତ ଯେ ସ୍ଵର୍ଗ, ପୃଥିବୀ, ସମୁଦ୍ର, ଏବଂ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରିଥିଲେ [୧୦:୬]।

ଆଉ ବିଳମ୍ବ ହେବ ନାହିଁ ବୋଲି ସେହି ପରାକ୍ରମୀ ଦୂତ କ'ଣ କହିଥିଲେ ?

ଯେତେବେଳେ ସପ୍ତମ ଦୂତ ତୂରୀଧ୍ଵନୀ ଉଦ୍ୟତ ହେବେ, ସେତେବେଳେ ଈଶ୍ଵରଙ୍କ ନିଗୁଢ ସଂକଳ୍ପ ମଧ୍ୟ ସଫଳ ହେବ ବିଳମ୍ବ ହେବ ନାହିଁ ବୋଲି ଦୂତ କହିଲେ [୧୦:୭]।

Revelation 10:8

ପରାକ୍ରମୀ ଦୂତଙ୍କ ହସ୍ତରୁ କ'ଣ ନେବାକୁ ଯୋହନଙ୍କୁ କୁହାଯାଇଥିଲା ?

ପରାକ୍ରମୀ ଦୂତଙ୍କ ହସ୍ତରେ ଯେଉଁ ପୁସ୍ତକଟି ମୁକ୍ତ ହୋଇ ରହିଅଛି ତାହାକୁ ନେବା ପାଇ ଯୋହନଙ୍କୁ କୁହାଗଲା [୧୦:୮]।

ଯେତେବେଳେ ଯୋହନ ପୁସ୍ତକଟିକୁ ଭକ୍ଷଣ କରିବେ ସେତେବେଳେ କ'ଣ ଘଟିବ ବୋଲି ପରାକ୍ରମୀ ଦୂତ କହିଲେ ?

ଯେତେବେଳେ ଯୋହନ ସେହି ପୁସ୍ତକଟିକୁ ଭକ୍ଷଣ କରିବେ ସେତେବେଳେ ସେହି ପୁସ୍ତକଟି ତାହାଙ୍କ ମୁଖକୁ ମଧୁ ପରି ମିଷ୍ଟ ଲଗିବ କିନ୍ତୁ ଉଦରରେ ତିକ୍ତ ହେବ ବୋଲି ପରାକ୍ରମୀ ଦୂତ କହିଲେ [୧୦:୯]।

Revelation 10:10

ଯୋହନ ପୁସ୍ତକଟିକୁ ଭକ୍ଷଣ କଲାପରେ କେଉଁ ବିଷୟରେ ଭାବବାଣୀ କରିବାକୁ କୁହାଗଲା ?

ଯୋହନ ପୁସ୍ତକଟିକୁ ଭକ୍ଷଣ କଲାପରେ ଅନେକ ବଂଶ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ଯୋହନଙ୍କୁ ଭାବବାଣୀ ପୁନର୍ବାର କରିବାକୁ କୁହାଗଲା [୧୦:୧୧]।


Chapter 11

1 ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ୱରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ । 2 କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୂଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ ।

3 ଆଉ ଆମ୍ଭେ ଆମ୍ଭର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟ (ଅଖାର ବସ୍ତ୍ର) ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ । 4 ସେମାନେ ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଦୁଇ ଜୀତବୃକ୍ଷ ଓ ଦୁଇ ପ୍ରଦୀପ ସଦୃଶ । 5 କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ; କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରି ଭାବେ ହତ ହେବାକୁ ହେବ ।

6 ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥି ନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି । 7 ସେମାନଙ୍କ ସାକ୍ଷ୍ୟ ସମାପ୍ତ ହେଲା ଉତ୍ତାରେ ପାତାଳକୁଣ୍ଡରୁ ଯେଉଁ ପଶୁ ଉତ୍ଥିତ ହେବ, ସେ ସେମାନଙ୍କ ସହିତ ଯୁଦ୍ଧ କରିବା ଓ ସମାନଙ୍କୁ ଜୟ କରି ବଧ କରିବ ।

8 ସେଥିରେ ଯେଉଁ ମହାନଗରୀକୁ ଆତ୍ମିକ ଭାବରେ ସଦୋମ ଓ ମିସର ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କର ପ୍ରଭୁ ମଧ୍ୟ କ୍ରୁଶରେ ହତ ହୋଇଥିଲେ, ସେହି ମହାନଗରୀର ରାଜପଥରେ ସେମାନଙ୍କ ଶବ ପଡ଼ି ରହିବା । 9 ଆଉ ନାନା ବଂଶ, ଗୋଷ୍ଠୀ, ଭାଷାବାଦୀ ଓ ଜାତିର ଲୋକେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବକୁ ଦେଖିବେ ଓ ସମାଧିସ୍ଥ ହେବାକୁ ଦେବେ ନାହିଁ ।

10 ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ । 11 ସାଢ଼େ ତିନି ଦିନ ଉତ୍ତାରେ ଈଶ୍ୱରଙ୍କଠାରୁ ଜୀବନବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ । 12 ସେତେବେଳେ ସେମାନେ ଆକାଶରୁ ଉଚ୍ଚସ୍ୱରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠିଆସ । ସେଥିରେ ସେମାନେ ମେଘାଛନ୍ନ ହୋଇ ସ୍ୱର୍ଗାରୋହଣ କଲେ, ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ ।

13 ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ ।

14 ଦ୍ୱିତୀୟ ସନ୍ତାପ ଗତ ହେଲା; ଦେଖ, ତୃତୀୟ ସନ୍ତାପ ଶୀଘ୍ର ଆସୁଅଛି ।

15 ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ ।

16 ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, 17 ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ ।

    18 ଅଣଯିହୂଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲେ, ପୁଣି, ମୃତମାନଙ୍କ ବିଚାର କରିବା ସମୟରେ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା ।

19 ସେତେବେଳେ ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମସିନ୍ଦୁକ ଦେଖାଗଲା, ପୁଣି, ବିଦ୍ୟୁତ୍, ବିଭିନ୍ନ ସ୍ୱର, ମେଘଗର୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା ।



Translation Questions

Revelation 11:1

ଯୋହନଙ୍କୁ କ'ଣ ମାପିବା ନିମନ୍ତେ କୁହାଯାଇଥିଲା ?

ଈଶ୍ଵରଙ୍କ ମନ୍ଦିର, ଦେବୀ ଓ ଯେଉଁମାନେ ସେଥିରେ ଉପାସନା କରନ୍ତି ସେମାନଙ୍କୁ ମାପିବା ନିମନ୍ତେ ଯୋହନଙ୍କୁ କୁହାଗଲା [୧୧:୧]।

ପବିତ୍ର ନଗରୀକୁ ବିଜାତିମାନେ କେତେ ସମୟ ପର୍ଯ୍ୟନ୍ତ ପଦ ତଳେ ଦଳିତ କରିବେ ?

ବିଜାତିମାନେ ବୟାଳିଶ ମାସ ଯାଏ ପୁଣ୍ୟ ନଗରୀକୁ ପଦ ତଳେ ଦଳିତ କରିବେ [୧୧:୨]।

Revelation 11:3

ଦୁଇ ସାକ୍ଷୀଙ୍କୁ କ'ଣ କରିବା ନିମନ୍ତେ କ୍ଷମତା ଦିଆଯାଇଥିଲା ?

ଦୁଇ ସାକ୍ଷୀଙ୍କୁ ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କରିବା ନିମନ୍ତେ କ୍ଷମତା, ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରିବା ନିମନ୍ତେ କ୍ଷମତା, ଏବଂ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ଵାରା ଅଘାତ କରିବାକୁ ମଧ୍ୟ ସେମାନଙ୍କୁ କ୍ଷମତା ଦିଆଯାଇଥିଲା ।

Revelation 11:8

ଏହି ଦୁଇ ସାକ୍ଷୀଙ୍କ ଶବ କେଉଁଠାରେ ପଡି ରହିବ ?

ଯେଉଁ ମହାନଗରୀକୁ ଆତ୍ମିକ ଭାବରେ ସଦୋମ ଓ ମିସର ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କର ପ୍ରଭୁ କ୍ରୁଶରେ ହତ ହୋଇଥିଲେ ସେହି ମହାନଗରୀର ରାଜପଥରେ ସେମାନଙ୍କ ଶବ ପଡି ରହିବ [୧୧:୮]।

Revelation 11:10

ଦୁଇ ସାକ୍ଷୀଙ୍କୁ ମରାଗଲା ପରେ ପୃଥିବୀର ଲୋକମାନେ କିପରି ପ୍ରତିକ୍ରିୟା କରିବେ ?

ଦୁଇ ସାକ୍ଷୀଙ୍କୁ ମରାଗଲା ପରେ ପୃଥିବୀର ଲୋକମାନେ ଆନନ୍ଦ ଓ ପ୍ରମୋଦ କରିବେ ।

ସାଢେ ତିନି ଦିନ ଉତ୍ତାରେ ଏହି ଦୁଇ ସାକ୍ଷୀଙ୍କ ସହ କ'ଣ ଘଟିବ ?

ସାଢେ ତିନି ଦିନ ଉତ୍ତାରେ ଏହି ଦୁଇ ସାକ୍ଷୀ ସେମାନଙ୍କର ପାଦରେ ଠିଆ ହେବେ ଓ ସେମାନେ ସ୍ଵର୍ଗାରୋହଣ କରିବେ ।

Revelation 11:13

ମହା ଭୂମିକମ୍ପ ହେଲାପରେ ଓ ଦୁଇ ସାକ୍ଷୀଙ୍କ ପରେ କ'ଣ ଗତ ହେଲା ?

ମହା ଭୂମିକମ୍ପ ହେଲା ପରେ ଓ ଦୁଇ ସାକ୍ଷୀଙ୍କ ପରେ ଦ୍ଵିତୀୟ ସନ୍ତାପଗତ ହେଲା ।

Revelation 11:15

ଯେତେବେଳେ ତୂରୀଧ୍ଵନୀ ହେଲା ସ୍ଵର୍ଗରେ କ'ଣ ବାଣୀ ହେଲା ?

ସପ୍ତ ତୂରୀଧ୍ଵନୀ ହୁଅନ୍ତେ ସ୍ଵର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା ଜଗତ ଉପରେ ରାଜତ୍ଵ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ହୋଇଅଛି ।

Revelation 11:16

ପ୍ରଭୁ ଈଶ୍ଵର ବର୍ତ୍ତମାନ କ'ଣ ଆରମ୍ଭ କରିଥିଲେ ବୋଲି ପ୍ରାଚୀନମାନେ କହିଥିଲେ ?

ସର୍ବ ଶକ୍ତିମାନ ଈଶ୍ଵର ବର୍ତ୍ତମାନ ରାଜତ୍ଵ କରିବା ଆରମ୍ଭ କରିଥିଲେ ବୋଲି ପ୍ରାଚୀନମାନେ କହିଥିଲେ ।

Revelation 11:18

ପ୍ରାଚୀନମାନଙ୍କ ଅନୁସାରେ ବର୍ତ୍ତମାନ କେଉଁ ସମୟ ଆସିଥିଲା ?

ପୃଥିବୀରେ ବର୍ତ୍ତମାନ ମୃତମାନଙ୍କ ବିଚାର କରିବା ସମୟ, ଏବଂ ପରମେଶ୍ଵରଙ୍କ ଦାସମାନଙ୍କୁ ପୁରସ୍କାର ଦେବାର ସମୟ, ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଆସିଥିଲା ।

Revelation 11:19

ତା'ପରେ ସ୍ଵର୍ଗରେ କ'ଣ ଉନ୍ମୁକ୍ତ ହୋଇଥିଲା ?

ତା'ପରେ ସ୍ଵର୍ଗରେ ଈଶ୍ଵରଙ୍କ ମନ୍ଦିର ଉନ୍ମୁକ୍ତ ହୋଇଥିଲା ।


Chapter 12

1 ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା; ସୂର୍ଯ୍ୟ ପରିଧାନ କରିଥିବା ଜଣେ ସ୍ତ୍ରୀଲୋକ, ଏବଂ ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ ।

2 ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ । 3 ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲାଲ୍ ରଙ୍ଗର ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶିଙ୍ଗ, ପୁଣି, ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ । 4 ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା । 5 ଯେ ସମସ୍ତ ଜାତିଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଏପରି ପୁତ୍ରସନ୍ତାନଙ୍କୁ ସେହି ସ୍ତ୍ରୀଲୋକ ପ୍ରସବ କଲେ , ଆଉ ତାହାଙ୍କ ସନ୍ତାନ ଈଶ୍ୱର ଓ ତାହାଙ୍କ ସିହାଂସନ ନିକଟକୁ ଉଠାଇ ନିଆଗଲେ । 6 ପୁଣି, ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ଦୌଡ଼ି ପଳାଇଗଲେ, ସେଠାରେ ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ ନିୟନ୍ତ୍ରଣରେ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା ।

7 ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା, ମିଖାୟେଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ | ସେଥିରେ ସେହି ସର୍ପ ଓ ତାହାର ଦୂତମାନେ ମଧ୍ୟ ଯୁଦ୍ଧ କଲେ, 8 କିନ୍ତୁ ସେମାନେ ଜୟ କରି ପାରିଲେ ନାହିଁ, ପୁଣି, ସ୍ୱର୍ଗରେ ସେମାନେ ଆଉ ସ୍ଥାନ ପାଇଲେ ନାହିଁ । 9 ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା । 10 ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚ ସ୍ୱର ଶୁଣିଲି, ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ୱରଙ୍କ ପରିତ୍ରାଣ,ପରାକ୍ରମ ଓ ରାଜ୍ୟ ପୁଣି, ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି, କାରଣ ଆମ୍ଭମାନଙ୍କ ଭାଇଗଣଙ୍କ ଅପବାଦକ, ଯେ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁରେ ଅଭିଯୋଗ କରୁଥିଲା, ସେ ତଳେ ନିକ୍ଷିପ୍ତ ହୋଇଅଛି । 11 ଆଉ ସେମାନେ ମେଷଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରିଅଛନ୍ତି, ପୁଣି, ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ । 12 ଅତଏବ, ହେ ସ୍ୱର୍ଗ ଓ ତନ୍ନିବାସୀମାନେ, ଆନନ୍ଦ କର; ମାତ୍ର ହାୟ, ପୃଥିବୀ ଓ ସମୁଦ୍ର, ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ(ଶୟତାନ) ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛି । 13 ସର୍ପ ଆପଣାକୁ ପୃଥିବୀରେ ନିକ୍ଷିପ୍ତ ହେବାର ଦେଖି ସେହି ପୁତ୍ରସନ୍ତାନ ପ୍ରସବକାରିଣୀ ସ୍ତ୍ରୀଲୋକଙ୍କୁ ତାଡ଼ନା କଲା । 14 ସେଥିରେ ସେହି ସ୍ତ୍ରୀଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୁଅନ୍ତି, ଏଥି ନିମନ୍ତେ ପ୍ରାନ୍ତରସ୍ଥ ଆପଣା ସ୍ଥାନକୁ ଉଡ଼ିଯିଵା ପାଇଁ ତାହାଙ୍କୁ ବୃହତ୍ ଉତ୍କ୍ରୋଷ ପକ୍ଷୀର ଦୁଇଟି ଡେଣା ଦିଆ ହେଲା । 15 ସେହି ସ୍ତ୍ରୀଲୋକଙ୍କୁ ଜଳସ୍ରୋତରେ ଭସାଇଦେବା ନିମନ୍ତେ ସର୍ପ ତାହାଙ୍କ ପଛରେ ଆପଣା ମୁଖରୁ ନଦୀ ପରି ଜଳ ଉଦ୍‌ଗାର କଲା । 16 କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍‌‌ଗାରିତ ନଦୀକୁ ଗ୍ରାସ କରି ସେହି ସ୍ତ୍ରୀଙ୍କୁ ସାହଯ୍ୟ କଲା । 17 ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା; 18 ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା ।



Translation Questions

Revelation 12:1

ସ୍ଵର୍ଗରେ କେଉଁ ମହାଲକ୍ଷଣ ଦେଖାଗଲା ?

ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା ସୂର୍ଯ୍ୟ ପରିହିତା ଜଣେ ସ୍ତ୍ରୀଲୋକ, ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ ଦ୍ଵାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ଵର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ ।

Revelation 12:3

ଆଉ ସ୍ଵର୍ଗରେ କେଉଁ ସବୁ ଲକ୍ଷଣ ଦେଖାଗଲା ?

ଆକାଶରେ ଗୋଟିଏ ଲୋହିତବର୍ଣ୍ଣ ପ୍ରକାଣ୍ଡ ସର୍ପ ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ, ପୁଣି ମସ୍ତକଗୁଡିକ ଉପରେ ସପ୍ତ ମୁକୁଟର ଏକ ଲକ୍ଷଣ ଆକାଶରେ ଦେଖାଦେଲା ।

ପ୍ରକାଣ୍ଡ ସର୍ପ ତାହାର ଲାଙ୍ଗୁଳ ଦ୍ଵାରା କ'ଣ କଲା ?

ପ୍ରକାଣ୍ଡ ସର୍ପ ତାହାର ଲାଙ୍ଗୁଳ ଦ୍ଵାରା ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଆକର୍ଷଣ କରି ପୃଥିବୀରେ ନିକ୍ଷେପ କଲା ।

ସେହି ପ୍ରକାଣ୍ଡ ସର୍ପ କ'ଣ କରିବାକୁ ଇଚ୍ଛା କଲା ?

ସେହି ପ୍ରକାଣ୍ଡ ସର୍ପ ସ୍ତ୍ରୀଲୋକର ସନ୍ତାନକୁ ଗ୍ରାସ କରିବାକୁ ଇଚ୍ଛା କଲା ।

Revelation 12:5

ପୁତ୍ର ସନ୍ତାନ କ'ଣ କରିବାକୁ ଯାଉଥିଲା ?

ସେ ପୁତ୍ର ସନ୍ତାନ ସମସ୍ତ ଜାତିକୁ ଲୌହ ଦଣ୍ଡ ସହ ଶାସନ କରିବାକୁ ଯାଉଥିଲା । [୧୨:୫]

ପୁତ୍ର ସନ୍ତାନ କେଉଁଠାକୁ ଗଲା ?

ପୁତ୍ର ସନ୍ତାନ ଈଶ୍ଵର ଓ ତାହାଙ୍କ ସିଂହାସନ ନିକଟକୁ ଉଠାଇ ନିଆଗଲା । [୧୨:୫]

ସ୍ତ୍ରୀଲୋକ କେଉଁଠାକୁ ଗଲା ?

ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ପଳାଇ ଗଲା । [୧୨:୬]

Revelation 12:7

ସ୍ଵର୍ଗରେ କିଏ ଯୁଦ୍ଧ କଲେ ?

ସ୍ଵର୍ଗରେ ମିଖାୟେଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ । [୧୨:୭]

ଯୁଦ୍ଧପରେ ସର୍ପ ଓ ତାହାର ଦୂତଙ୍କ ପ୍ରତି କ'ଣ ଘଟିଲା ?

ସର୍ପ ଓ ତାହାର ଦୂତମାନେ ପୃଥିବୀରେ ନିକ୍ଷିପ୍ତ ହେଲେ । [୧୨:୯]

ପ୍ରକାଣ୍ଡ ସର୍ପ କିଏ ?

ସେହି ପ୍ରକାଣ୍ଡ ସର୍ପ ପୁରାତନ ନାଗ, ପ୍ରବଞ୍ଚକ କିମ୍ବା ଦିଆବଳ । [୧୨:୯]

Revelation 12:11

ଭାତୃଗଣ ସର୍ପକୁ କିପରି ଜୟ କଲେ ?

ଭାତୃଗଣ ସର୍ପକୁ ମେଷଶାବକଙ୍କ ରକ୍ତ ଆପଣା ଆପଣା ସାକ୍ଷ୍ୟରେ ବାକ୍ୟ ଦ୍ଵାରା ତାହାକୁ ଜୟ କରିଅଛନ୍ତି । [୧୨:୧୧]

ସର୍ପ ଆପଣା ପାଖରେ କେତେ ସମୟ ଅଛି ବୋଲି ଜାଣେ ?

ସର୍ପ ଆପଣା ପାଖରେ ଅତି ଅଳ୍ପ ସମୟ ଅଛି ବୋଲି ଜାଣେ । [୧୨:୧୨]

Revelation 12:13

ଯେତେବେଳେ ସର୍ପ ସ୍ତ୍ରୀର ପଛରେ ଗୋଡାଇଲା ସେହି ସ୍ତ୍ରୀଲୋକ ନିମନ୍ତେ କ'ଣ କରାଯାଇଥିଲା ?

ସେହି ସ୍ତ୍ରୀକୁ ଉଡିଯିବା ପାଇଁ ତାହାକୁ ବୃହତ ଉକ୍ରୋଶ ପକ୍ଷୀରୁ ଦୁଇଟି ପକ୍ଷ ଦତ୍ତ ହେଲା ଯେପରି ସେ ରକ୍ଷା ପାଇ ପ୍ରତିପାଳିତ ହେବ । [୧୨:୧୩-୧୪]

Revelation 12:15

ଯେତେବେଳେ ପ୍ରକାଣ୍ଡ ସର୍ପ ସ୍ତ୍ରୀଙ୍କୁ ଭସାଇପାରିଲା ନାହିଁ, ତେବେ ପ୍ରକାଣ୍ଡ ସର୍ପ କ'ଣ କଲା ?

ଯେଉଁମାନେ ଈଶ୍ଵରଙ୍କ ବାକ୍ୟକୁ ପାଳନ କରନ୍ତି ଏବଂ ଯେ ଯୀଶୁଙ୍କ ବିଷୟର ସାକ୍ଷ୍ୟକୁ ଧରି ରଖନ୍ତି ସେମାନଙ୍କ ସହ ଯୁଦ୍ଧ କରିବାକୁ ପ୍ରକାଣ୍ଡ ସର୍ପ ଚାଲିଗଲା [୧୨:୧୫-୧୭]।


Chapter 13

1 ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶିଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ୱରନିନ୍ଦାସୂଚକ ବିଭିନ୍ନ ନାମ । 2 ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି । ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିହାଂସନ ଓ ମହାକ୍ଷମତା ସମର୍ପଣ କଲା । 3 ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି, ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ, 4 ପୁଣି, ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ; ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ ? ଆଉ କିଏ ତାହା ସହିତ ଯୁଦ୍ଧ କରି ପାରେ ? 5 ସେହି ପଶୁକୁ ଅହଂକାର ଓ ଈଶ୍ୱରନିନ୍ଦାର କଥା କହିବାକୁ ମୁଖ ଦିଆଗଲା, ଆଉ ବୟାଳିଶ ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା । 6 ସେଥିରେ ସେଇ ପଶୁ ମୁଖ ଫିଟାଇ ଈଶ୍ୱରନିନ୍ଦାର କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି, ସ୍ୱର୍ଗନିବାସୀମାନଙ୍କର ନିନ୍ଦା କଲା । 7 ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା । 8 ଜଗତର ସୃଷ୍ଟି ଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ (ପଶୁକୁ) ପ୍ରଣାମ କରିବେ । 9 ଯାହାର କର୍ଣ୍ଣ ଅଛି, ସେ ଶୁଣୁ । 10 କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ଼୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ଼୍ଗ ଦ୍ୱାରା ବଧ କରାଯିବ । ଏହି ସ୍ଥଳରେ ସାଧୁମାନଙ୍କର ଧୖେର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ ।

11 ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟି ଶିଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା । 12 ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ । 13 ସେ ମହା ମହା ଆଶ୍ଚର୍ଯ୍ୟକର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ । 14 ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀନିବାସୀମାନଙ୍କୁ ଭ୍ରାନ୍ତ କରି, ଯେଉଁ ପଶୁ ଖଡ଼୍ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ । 15 ପଶୁର ପ୍ରତିମା ଯେପରି କଥା କହିପାରେ ଓ ସେହି ପ୍ରତିମାକୁ ପ୍ରଣାମ କରୁ ନ ଥିବା ଲୋକମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା । 16 ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧିନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ, 17 ପୁଣି, ସେହି ଚିହ୍ନ, ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ । 18 ଏଠାରେ ଜ୍ଞାନ ଆବଶ୍ୟକ । ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ୬୬୬ (ଛ ଶହ ଛଷଠି) ।



Translation Questions

Revelation 13:1

ଯୋହନ ଯେଉଁ ପଶୁକୁ ଦେଖିଲେ ସେହି ପଶୁ କେଉଁଠାରୁ ବାହାରି ଆସିଥିଲା ?

ସେହି ପଶୁ ସମୁଦ୍ରରୁ ବାହାରି ଆସିଲା । [୧୩:୧]

ପ୍ରକାଣ୍ଡ ସର୍ପ ସେହି ପଶୁକ କ'ଣ ଦେଲା ?

ପ୍ରକାଣ୍ଡ ସର୍ପ ସେହି ପଶୁକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ଶାସନ କରିବାକୁ ସମର୍ପଣ କଲା । [୧୩:୨]

Revelation 13:3

ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ଵିତ ହୋଇ କାହିଁକି ତାହାର ପଛରେ ଅନୁଗମନ କଲେ ?

କାରଣ ସେହି ପଶୁର ମସ୍ତକଗୁଡାକ ମଧ୍ୟରୁ ଗୋଟିଏ ଯେପରି ସଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟଜନକ କ୍ଷତ ସୁସ୍ଥ ହେଲା, ସେହି କାରଣରୁ ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ଵିତ ହୋଇ ତାହାର ପଛରେ ଅନୁଗମନ୍ କଲେ । [୧୩:୩]

Revelation 13:5

ସେହି ପଶୁ ଆପଣା ମୁଖ ଦ୍ଵାରା କ'ଣ କହିଲା ?

ସେହି ପଶୁ ମୁଖ ଫିଟାଇ ଅହଙ୍କାର କଥା ଈଶ୍ଵର ନିନ୍ଦାର କଥା କହି, ତାହାଙ୍କ ନାମ, ଓ ତାହାଙ୍କ ତମ୍ବୁ, ପୁଣି ସ୍ଵର୍ଗନିବାସୀମାନଙ୍କର ନିନ୍ଦା କଲା । [୧୩:୫-୬]

Revelation 13:7

ସମସ୍ତ ସାଧୁଙ୍କ ସହିତ କ'ଣ କରିବାକୁ ସେହି ପଶୁକୁ ଅନୁମତି ଦିଆଗଲା ?

ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କର ଉପରେ ଜୟଲାଭ କରିବାକୁ ସେହି ପଶୁକୁ ଅନୁମତି ଦିଆଗଲା । [୧୩:୭]

କିଏ ସେହି ପଶୁକୁ ଉପାସନା କରିବ ନାହିଁ ?

ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ହୋଇଅଛି ସେମାନେ ସେହି ପଶୁକୁ ପ୍ରଣାମ କରିବେ ନାହିଁ । [୧୩:୮]

Revelation 13:9

ଯେଉଁମାନେ ପବିତ୍ର ସେମାନେ କ'ଣ ପାଇଁ ଆହୂତ ହୋଇଅଛନ୍ତି ?

ଯେଉଁମାନେ ପବିତ୍ର ଅଟନ୍ତି ସେମାନେ କ୍ଲେଶ, ନିନ୍ଦା ସମୟରେ ଧୈର୍ଯ୍ୟ ଓ ବିଶ୍ଵାସରେ ଦୃଢ ହେବାକୁ ଆହୂତ । [୧୩:୧୦]

Revelation 13:11

ଯୋହନ ଅନ୍ୟ ଏକ ପଶୁକୁ କେଉଁଠାରୁ ଆସିବାର ଦେଖିଲା ?

ଅନ୍ୟ ଏକ ପଶୁ ଭୂମିରୁ ଉଠି ଆସିଲା । [୧୩:୧୧]

ଅନ୍ୟ ଏକ ପଶୁର କିପ୍ରକାର ଶୃଙ୍ଗ ଓ ସେ କାହା ପରି କଥା କହୁଥିଲେ ?

ଅନ୍ୟ ଏକ ପଶୁ ମେଷଶାବକ ପରି ତାହାର ଦୁଇଟି ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା । [୧୩:୧୧]

ପୃଥିବୀ ଓ ତନ୍ନିବାସୀମାନଙ୍କୁ କ'ଣ କରିବାକୁ ସେହି ପଶୁ ବାଧ୍ୟ କରୁଥିଲା ?

ପ୍ରଥମ ପଶୁଟିକୁ ପ୍ରଣାମ କରିବା ନିମନ୍ତେ ଦ୍ଵିତୀୟ ପଶୁଟି ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରୁଥିଲା । [୧୩:୧୨]

Revelation 13:13

ଯେଉଁମାନେ ସେହି ପଶୁକୁ ପ୍ରଣାମ କରିବାକୁ ମନା କଲେ ସେମାନଙ୍କ ପ୍ରତି କ'ଣ ଘଟିଲା ?

ଯେଉଁମାନେ ସେହି ପଶୁକୁ ପ୍ରଣାମ ନ କଲେ ସେମାନଙ୍କର ପ୍ରତ୍ୟେକଙ୍କୁ ବଧ କରାଗଲା । [୧୩:୧୫]

ସେହି ପଶୁଠାରୁ ପ୍ରତ୍ୟେକେ କ'ଣ ପାଇଲେ ?

ପ୍ରତ୍ୟେକଙ୍କ ଦକ୍ଷିଣ ହସ୍ତ କିମ୍ବା କପାଳରେ ଗୋଟିଏ ଚିହ୍ନ ଧାରଣ କଲେ । [୧୩:୧୬]

Revelation 13:18

ପଶୁଙ୍କର ସଂଖ୍ୟା କ'ଣ ଅଟେ ?

ପଶୁର ସଂଖ୍ୟା ଛଅଶ ଛଷଠି ଅଟେ । [୧୩:୧୮]


Chapter 14

1 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ ଆଉ ଯେଉଁମାନଙ୍କ କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ୧୪୪,୦୦୦ (ଏକ ଲକ୍ଷ ଚୌରାଳିଶ ହଜାର) ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି । 2 ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି । 3 ସେମାନେ ସିହାଂସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି, ପୃଥିବୀରୁ କ୍ରୀତ ସେହି ୧୪୪,୦୦୦ (ଏକ ଲକ୍ଷ ଚୌରାଳିଶ ହଜାର) ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ । 4 ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି । ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି । ସେମାନେ ଈଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି; 5 ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ ।

6 ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ, 7 ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର । 8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ୍ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି । 9 ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚ ସ୍ଵରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ ପୁଣି, ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ, 10 ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ୱରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ । 11 ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ । 12 ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ । 13 ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ ।

14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ । 15 ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଛନ୍ନ ବ୍ୟକ୍ତିଙ୍କି ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପାଚି ଯାଇଅଛି । 16 ତହୁଁ ସେହି ମେଘାଛନ୍ନ ବ୍ୟକ୍ତି ପୃଥିବୀରେ ଆପଣା ଦାଆ ଲଗାନ୍ତେ ସେଥିର ଶସ୍ୟ କଟାଗଲା । 17 ତତ୍ପରେ ସ୍ୱର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ, ତାହାଙ୍କ ହସ୍ତରେ ମଧ୍ୟ ଗୋଟିଏ ତୀକ୍ଷ୍ଣ ଦାଆ ଥିଲା । 18 ପୁଣି, ବେଦି ନିକଟରୁ ଆଉ ଜଣେ ଦୂତ ବାହାର ହେଲେ, ସେ ଅଗ୍ନି ଉପରେ କ୍ଷମତା ପ୍ରାପ୍ତ; ଯାହାଙ୍କ ହସ୍ତରେ ତୀକ୍ଷ୍ଣ ଦାଆ ଥିଲା, ତାହାଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, ତୁମ୍ଭର ତୀକ୍ଷ୍ଣ ଦାଆ ଲଗାଅ ଓ ପୃଥିବୀର ଦ୍ରାକ୍ଷାପେଣ୍ଡାସବୁ ସଂଗ୍ରହ କର, କାରଣ ସେଥିର ଦ୍ରାକ୍ଷାଫଳସବୁ ପାଚି ଯାଇଅଛି । 19 ତହିଁରେ ସେହି ଦୂତ ପୃଥିବୀରେ ଆପଣା ଦାଆ ଲଗାଇ ସେଥିର ଦ୍ରାକ୍ଷାଫଳସବୁ ସଂଗ୍ରହ କଲେ ଓ ଈଶ୍ୱରଙ୍କ କ୍ରୋଧରୂପ ମହା ଦ୍ରାକ୍ଷାକୁଣ୍ଡରେ ସେହି ସବୁ ନିକ୍ଷେପ କଲେ । 20 ନଗରର ବାହାରେ ସେହି ଦ୍ରାକ୍ଷାକୁଣ୍ଡ ଦଳିତ ହେଲା, ଆଉ ସେଥିରୁ ରକ୍ତ ବାହାର ହୋଇ ଅଶ୍ୱମାନଙ୍କ ଲଗାମ ପର୍ଯ୍ୟନ୍ତ ଉଠି ଏକ ଶହ କୋଶ ( ୩୦୦ କି.ମି.) ପର୍ଯ୍ୟନ୍ତ ବ୍ୟାପ୍ତ ହେଲା ।



Translation Questions

Revelation 14:1

ଯୋହନ ତାହାଙ୍କ ସମ୍ମୁଖରେ କାହାକୁ ଠିଆ ହୋଇଥିବାର ଦେଖିଲେ ?

ତାହାଙ୍କ ସମ୍ମୁଖରେ ସିୟୋନ ପର୍ବତ ଉପରେ ମେଷଶାବକଙ୍କୁ ଠିଆ ହୋଇଥିବାର ଯୋହନ ଦେଖିଲେ । [୧୪:୧]

Revelation 14:3

ସିଂହାସନ ସମ୍ମୁଖରେ ଗୋଟିଏ ନୂତନ ଗୀତ କେଉଁମାନେ ଶିଖିବାରେ ସକ୍ଷମ ହୋଇଥିଲେ ?

ପୃଥିବୀରୁ କ୍ରୀତ ସେହି ଏକ ଲକ୍ଷ ଚୌରାଳିଶ ସହସ୍ର ଲୋକ ସେହି ନୂତନ ଗୀତ ଶିଖି ଗାଇ ପାରିଥିଲେ । [୧୪:୩]

କେଉଁମାନେ ଈଶ୍ଵର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମ ଜାତ ଫଳସ୍ଵରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି ?

ଯେଉଁ ଏକ ଲକ୍ଷ ଚୌରାଳିଶ ସହସ୍ର ନିର୍ଦ୍ଧୋଷ ଲୋକ ଈଶ୍ଵର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମ ଜାତ ଫଳସ୍ଵରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି । [୧୪:୪-୫]

Revelation 14:6

ଜଣେ ଦୂତ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର କାହାକୁ ଦେଲେ ?

ଜଣେ ଦୂତ ଅନନ୍ତକାଳସ୍ଥାୟୀ ସୁସମାଚାର ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ କହିଥିଲେ । [୧୪:୬]

ପୃଥିବୀନିବାସୀ ସମସ୍ତଙ୍କୁ କ'ଣ କରିବା ନିମନ୍ତେ ଦୂତ କହିଥିଲେ ?

ଈଶ୍ଵରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ ବୋଲି ଦୂତ ସେମାନଙ୍କୁ କହିଥିଲେ । [୧୪:୭]

କେଉଁ ପ୍ରକାର ସମୟ ଉପସ୍ଥିତ ହୋଇଥିଲା ବୋଲି ଦୂତ କହିଥିଲେ ?

କାରଣ ଈଶ୍ଵରଙ୍କ ବିଚାର ସମୟ ଉପସ୍ଥିତ ହୋଇଥିଲା ବୋଲି ଦୂତ କହିଥିଲେ । [୧୪:୭]

Revelation 14:8

ଦ୍ଵିତୀୟ ଦୂତ କ'ଣ ଘୋଷଣା କଲେ ?

ମହାନ ନଗରୀ ବାବିଲ ପତିତ ଅଧଃପତିତ ହୋଇଅଛି ବୋଲି ଦ୍ଵିତୀୟ ଦୂତ ଘୋଷଣା କଲେ । [୧୪:୮]

Revelation 14:11

ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରନ୍ତି ତାହା ପ୍ରତି କ'ଣ କରାଯିବ ବୋଲି ତୃତୀୟ ଦୂତ କହିଥିଲେ ?

ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରନ୍ତି ଯୁଗେ ଯୁଗେ ଅଗ୍ନି ଓ ଗନ୍ଧକର ଯନ୍ତ୍ରଣାର ଧୂପ ସ୍ଥାନକୁ ଫିଙ୍ଗି ଦିଆଯିବ ବୋଲି ତୃତୀୟ ଦୂତ କହିଥିଲେ । [୧୪:୯-୧୧]

ସାଧୁମାନେ କେଉଁଥିପାଇଁ ଆହୁତ ହୋଇଥିଲେ ?

ସାଧୁମାନେ ଧୈର୍ଯ୍ୟରେ ସହ୍ୟ କରିବାକୁ ଆହୁତ ହୋଇଥିଲେ । [୧୪:୧୨]

Revelation 14:14

ମେଘ ଉପରେ କିଏ ବସିଥିବାର ଯୋହନ ଦେଖିଲେ ?

ମେଘ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ୍ୟ ଜଣେ ଉପବିଷ୍ଟ ତାହା ଯୋହନ ଦେଖିଲେ । [୧୪:୧୪]

ମେଘ ଖଣ୍ଡରେ ଉପବିଷ୍ଟ ବ୍ୟକ୍ତି କ'ଣ କଲେ ?

ମେଘ ଖଣ୍ଡରେ ଉପବିଷ୍ଟ ବ୍ୟକ୍ତି ପୃଥିବୀରେ ଦାଆ ଲଗାନ୍ତେ ସେଥିରେ ଶସ୍ୟ କଟାଗଲା । [୧୪:୧୬]

Revelation 14:18

ସୁତୀକ୍ଷ୍‌ଣ ଦା ଦ୍ଵାରା ଦୂତ କ'ଣ କଲେ ?

ସେହି ଦୂତ ପୃଥିବୀରେ ଆପଣା ଦା ଲଗାଇ ସେଥିରେ ଦ୍ରାକ୍ଷାଫଳସବୁ ସଂଗ୍ରହ କଲେ ଓ ଈଶ୍ଵରଙ୍କ କ୍ରୋଧରୂପ ମହା ଦ୍ରାକ୍ଷାକୁଣ୍ଡରେ ସେହିସବୁ ନିକ୍ଷେପ କଲେ । [୧୪:୧୮-୧୯]

Revelation 14:20

ପରମେଶ୍ଵରଙ୍କ ଦ୍ରାକ୍ଷାକୁଣ୍ଡ ପ୍ରତି କ'ଣ ଘଟିଲା ?

ପରମେଶ୍ଵରଙ୍କ ଦ୍ରାକ୍ଷାକୁଣ୍ଡ ଦଳିତ ହେଲା ଏବଂ ସେଥିରୁ ରକ୍ତ ବାହାରିଲା । [୧୪:୨୦]


Chapter 15

1 ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଚିହ୍ନ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶ ମାନଙ୍କରେ ଈଶ୍ୱରଙ୍କ କ୍ରୋଧ ସମାପ୍ତ । 2 ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ୱରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି । 3 ସେମାନେ ଈଶ୍ୱରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ । 4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି । 5 ଏଥିଉତ୍ତାରେ ମୁଁ ଦେଖିଲି, ସ୍ୱର୍ଗସ୍ଥ ସାକ୍ଷ୍ୟ ତମ୍ବୁର ମନ୍ଦିରର ଦ୍ୱାର ଉନ୍ମୁକ୍ତ ହେଲା, 6 ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ ପୁଣି, ସେମାନଙ୍କ ବକ୍ଷସ୍ଥଳ ସୁବର୍ଣ୍ଣ ପଟୁକା ବଦ୍ଧ । 7 ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ୱରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ । 8 ଆଉ ଈଶ୍ୱରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ ।



Translation Questions

Revelation 15:1

ଯୋହନ ଯେଉଁ ସପ୍ତ ଦୂତଙ୍କୁ ଦେଖିଲେ ସେମାନଙ୍କ ହସ୍ତରେ କ'ଣ ଥିଲ ?

ଯୋହନ ଯେଉଁ ସପ୍ତ ଦୂତଙ୍କୁ ଦେଖିଲେ ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ ଥିଲା, ତାହା ଶେଷ କ୍ଲେଶଗୁଡିକ ଅଟେ । [୧୫:୧]

Revelation 15:2

ସମୁଦ୍ର ନିକଟରେ କିଏ ଠିଆ ହୋଇଥିଲେ ?

ଯେଉଁମାନେ ପଶୁ ଉପରେ ଓ ତାହାର ପ୍ରତିମା ଉପରେ ବିଜୟୀ ହୋଇଅଛନ୍ତି ସେମାନେ ସମୁଦ୍ର ନିକଟରେ ଠିଆ ହୋଇଥିଲେ । [୧୫:୨]

Revelation 15:3

ସମୁଦ୍ର ନିକଟରେ ଯେଉଁମାନେ ଠିଆ ହୋଇଥିଲେ ସେମାନେ କାହାର ଗୀତ ଗାଉଥିଲେ ?

ଯେଉଁମାନେ ସମୁଦ୍ର ନିକଟରେ ଠିଆ ହୋଇଥିଲେ ସେମାନେ ମୋଶଙ୍କର ଗୀତ ପୁଣି ମେଷଶାବକଙ୍କର ଗୀତ ଗାଉଥିଲେ । [୧୫:୩]

ଗୀତରେ କିପରି ଈଶ୍ଵରଙ୍କ ପଥକୁ ବର୍ଣ୍ଣନା କରାଯାଇଅଛି ?

ଗୀତରେ ଈଶ୍ଵରଙ୍କ ପଥ ଯେମିତି ନ୍ୟାର୍ଯ୍ୟ ଓ ସତ୍ୟ ବୋଲି ବର୍ଣ୍ଣନା କରାଯାଇଅଛି । [୧୫:୩]

ଗୀତରେ, କେଉଁମାନେ ଆସିବେ ଏବଂ ଈଶ୍ଵରଙ୍କ ପ୍ରଣାମ କରିବେ । [୧୫:୪]

?

Revelation 15:5

ତା'ପରେ ସେହି ମହା ପବିତ୍ର ସ୍ଥାନରୁ କ'ଣ ବାହାରି ଆସିଲା ?

ସେହି ମହା ପବିତ୍ର ସ୍ଥାନରୁ ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହରି ଆସିଲେ । [୧୫:୬]

Revelation 15:7

ସେହି ସପ୍ତ ଦୂତଙ୍କୁ କ'ଣ ଦିଆଗଲା ?

ସେହି ସପ୍ତ ଦୂତଙ୍କୁ ଈଶ୍ଵରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ଦିଆଗଲା । [୧୫:୭]

କେତେବେଳେ ଯାଏ ସେହି ମହା ପବିତ୍ର ସ୍ଥାନରେ କେହି ପ୍ରବେଶ କରି ପାରିଲେ ନାହିଁ ?

ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମହା ପବିତ୍ର ସ୍ଥାନରେ ପ୍ରବେଶକରି ପାରିଲେ ନାହିଁ । [୧୫:୮]


Chapter 16

1 ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚ ସ୍ୱର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ୱରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ । 2 ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ; ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ, ସେମାନଙ୍କ ଶରୀରରେ ଅତି ଯନ୍ତ୍ରଣାଦାୟକ କ୍ଷତ ହେଲା । 3 ଦ୍ୱିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ; ତହୁଁ ତାହା ମୃତ ଲୋକର ରକ୍ତ ପରି ହେଲା, ଆଉ ସମୁଦ୍ରରେ ଥିବା ସମସ୍ତ ଜୀବ ମଲେ । 4 ତୃତୀୟ ଦୂତ ଆପଣା ପାତ୍ର ନଦୀ ଓ ନିର୍ଝରିଣୀଗୁଡ଼ିକ ଉପରେ ଢାଳିଲେ; ତହୁଁ ସେହି ସବୁ ରକ୍ତ ହୋଇଗଲା । 5 ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, ହେ ବର୍ତ୍ତମାନ ଓ ଅତୀତ, ପୁଣି, ପବିତ୍ର ଯେ ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛି; 6 ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିରେ ଯୋଗ୍ୟ । 7 ସେତେବେଳେ ମୁଁ ବେଦିରୁ ଏହା ଶୁଣିଲି, ହଁ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ । 8 ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା । 9 ସେତେବେଳେ ମନୁଷ୍ୟମାନେ ମହା ତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ୱରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନପରିବର୍ତ୍ତନ କଲେ ନାହିଁ । 10 ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିହ୍ୱା କାମୁଡ଼ିବାକୁ ଲାଗିଲେ; 11 ପୁଣି, ସେମାନେ ଆପଣା ଆପଣା ବେଦନା ଓ କ୍ଷତ ସକାଶେ ସ୍ୱର୍ଗସ୍ଥ ଈଶ୍ୱରଙ୍କର ନିନ୍ଦା କଲେ ଆଉ ଆପଣା ଆପଣା କର୍ମରୁ ମନପରିବର୍ତ୍ତନ କଲେ ନାହିଁ । 12 ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୂର୍ବଦିଗରୁ ଅାଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା । 13 ତତ୍ପରେ ମୁଁ ଦେଖିଲି, ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ଡ ଭାବବାଦୀର ମୁଖରୁ ବେଙ୍ଗ ପରି ତିନୋଟା ଅପବିତ୍ର ଆତ୍ମା ବାହାରିଲେ; 14 ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ଭୂତାତ୍ମା ହୋଇ ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରିଯାଆନ୍ତି । 15 ଦେଖ, ଆମ୍ଭେ ଚୋର ପରି ଆସୁଅଛୁ; ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ । 16 ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ଏକ ସ୍ଥାନରେ ଏକତ୍ର କଲେ ।

17 ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ; ତହୁଁ ମନ୍ଦିର ମଧ୍ୟରୁ ସିଂହାସନଠାରୁ ଏହି ଉଚ୍ଚ ସ୍ୱର ହେଲା, ସମାପ୍ତ ହେଲା । 18 ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା । 19 ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ଅଣଯିହୂଦୀମାନଙ୍କର ନଗରସମୂହ ଭୂମିସାତ୍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ୱର ଆପଣା ପ୍ରଚଣ୍ଡ କ୍ରୋଧରୂପ ସୁରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ । 20 ପୁଣି, ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ । 21 ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ (୪୦ କେ.ଜି) ଓଜନର, ଆଉ ଶିଳାବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ୱରଙ୍କର ନିନ୍ଦା କଲେ, କାରଣ ସେହି କ୍ଲେଶ ଅତି ଭୟଙ୍କର ।



Translation Questions

Revelation 16:1

ସପ୍ତ ଦୂତଙ୍କୁ କ'ଣ କରିବାକୁ କୁହାଯାଇଥିଲା ?

ସପ୍ତ ଦୂତଙ୍କୁ ଯିବାକୁ ଏବଂ ଈଶ୍ଵରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳିବାକୁ କୁହା ଯାଇଥିଲା । [୧୬:୧]

Revelation 16:2

ଯେତେବେଳେ ଈଶ୍ଵରଙ୍କ କ୍ରୋଧର ପ୍ରଥମ ପାତ୍ର ଢଳାଗଲା ସେତେବେଳେ କ'ଣ ଘଟିଲା ?

ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ସେମାନଙ୍କ ଶରୀରରେ ଅସୁନ୍ଦର ଏବଂ ଅତି କଷ୍ଟଦାୟକ ବିସ୍ଫୋଟକ ହେଲା । [୧୬:୨]

Revelation 16:3

ଯେତେବେଳେ ଈଶ୍ଵରଙ୍କ କ୍ରୋଧର ଦ୍ଵିତୀୟ ପାତ୍ର ଢଳାଗଲା ସେତେବେଳେ କ'ଣ ଘଟିଲା ?

ସମୁଦ୍ର ମୃତ ଲୋକର ରକ୍ତ ପରି ହେଲା । [୧୬:୩]

Revelation 16:4

ଯେତେବେଳେ ଈଶ୍ଵରଙ୍କ କ୍ରୋଧର ତୃତୀୟ ପାତ୍ର ଢଳାଗଲା ସେତେବେଳେ କ'ଣ ଘଟିଲା ?

ନଦୀ ଓ ନିର୍ଝରଣୀଗୁଡିକର ପାଣି ରକ୍ତ ହେଲା । [୧୬:୪]

ଈଶ୍ଵର ଏହି ଲୋକମାନଙ୍କୁ ରକ୍ତ ପିଇବାକୁ ଯେ ଦେଲେ ଏହା କାହିଁକି ସତ୍ୟ ଓ ନ୍ୟାୟ ଥିଲା ?

ଏହା ସତ୍ୟ ଓ ନ୍ୟାୟ ଥିଲା କାରଣ ସେମାନେ ସାଧୁମାନଙ୍କର ପୁଣି ଭାବବାଦୀମାନଙ୍କର ରକ୍ତପାତ କରିଥଲେ । [୧୬:୬]

Revelation 16:8

ଯେତେବେଳେ ଈଶ୍ଵରଙ୍କ କ୍ରୋଧର ଚତୁର୍ଥ ପାତ୍ର ଢଳାଗଲା ସେତେବେଳେ କ'ଣ ଘଟିଲା ?

ସୂର୍ଯ୍ୟ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କଲା । [୧୬:୮]

ଏହି ମହା କ୍ଲେଶଗୁଡିକୁ ଲୋକମାନେ କିପରି ଉତ୍ତର ଦେଲେ ?

ଲୋକମାନେ ମନ ପରିବର୍ତ୍ତନ କଲେ ନାହିଁ କିମ୍ବା ଈଶ୍ଵରଙ୍କୁ ଗୌରବ ଦେଲେ ନାହିଁ । [୧୬:୯]

Revelation 16:10

ଯେତେବେଳେ ଈଶ୍ଵରଙ୍କ କ୍ରୋଧର ପଞ୍ଚମ ପାତ୍ର ଢଳାଗଲା ସେତେବେଳେ କ'ଣ ଘଟିଲା ?

ପଶୁର ରାଜ୍ୟ ଅନ୍ଧକାରମୟ ହେଲା । [୧୬:୧୦]

Revelation 16:12

ଯେତେବେଳେ ଈଶ୍ଵରଙ୍କ କ୍ରୋଧର ଷଷ୍ଠ ପାତ୍ର ଢଳାଗଲା ସେତେବଲେ କ'ଣ ଘଟିଲା ?

ପୂର୍ବଦିଗରୁ ଆଗମନକାରୀ ରାଜାମାନଙ୍କ ନିମନ୍ତେ ଫରାତ ନଦୀର ପାଣି ଶୁଷ୍କ ହୋଇ ଯାଇଥିଲା । [୧୬:୧୨]

ସେହି ତିନୋଟି ଅପବିତ୍ର ଆତ୍ମା କ'ଣ କରିବାକୁ ଯାଉଥିଲେ ?

ସେହି ତିନୋଟି ଅପବିତ୍ର ଆତ୍ମା ଈଶ୍ଵରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ବାହାରକୁ ଯାଉ ଥିଲେ । [୧୬:୧୩-୧୪]

Revelation 16:15

ଯେଉଁଠାକୁ ଜଗତର ରାଜାମାନଙ୍କୁ ଏକାଠି ଅଣାଯାଇଥିଲା ସେହି ସ୍ଥାନର ନାମ କ'ଣ ଥିଲା ?

ସେହି ସ୍ଥାନର ନାମ ହର୍ମୀଗିଦ୍ଦୋନ୍ ଥିଲା । [୧୬:୧୬]

Revelation 16:17

ଯେତେବେଳେ ଈଶ୍ଵରଙ୍କ କ୍ରୋଧର ସପ୍ତମ ପାତ୍ର ଢଳାଗଲା ସେତେବେଳେ କ'ଣ ଘଟିଲା ?

"ଏହା ସମାପ୍ତ ହେଲା" ବୋଲି ଏକ ଉଚ୍ଚ ସ୍ଵର ହେଲା, ଏବଂ ସେଠାରେ ବିଦ୍ୟୁତ, ବଜ୍ର ଧ୍ଵନି ଓ ଏକ ଭୂମିକମ୍ପ ଥିଲା । [୧୬:୧୭-୧୮]

ଏହି ସମୟରେ, ଈଶ୍ଵର କ'ଣ ସ୍ମରଣ କଲେ ଏବଂ କ'ଣ କଲେ ?

ଏହି ସମୟରେ, ଈଶ୍ଵର ମହାନଗରୀ ବାବିଲକୁ ସ୍ମରଣ କଲେ, ଏବଂ ସେ ତାହାଙ୍କ କ୍ରୋଧରେ ପୂର୍ଣ୍ଣ ପାତ୍ର ବାବିଲକୁ ଦେଲେ । [୧୬:୧୯]

Revelation 16:20

ଏହି କ୍ଲେଶ ସମୟରେ ଲୋକମାନେ କିପରି ଉତ୍ତର ଦେଲେ ?

ଲୋକମାନେ ଈଶ୍ଵରଙ୍କର ନିନ୍ଦା କଲେ । [୧୬:୨୧]


Chapter 17

1 ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ, 2 ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାରରୂପ ସୁରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି । 3 ସେଥିରେ ସେ ମୋତେ ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି; ସେହି ପଶୁର ସର୍ବାଙ୍ଗ ଈଶ୍ୱରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶିଙ୍ଗ । 4 ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି, ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ; 5 ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ୍, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା । 6 ମୁଁ ସେହି ସ୍ତ୍ରୀଲୋକକୁ ସାଧୂମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି । ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି | 7 ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶିଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୁଢ଼ତତ୍ତ୍ୱ ବୁଝାଇଦେବି । 8 ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ । 9 ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ । ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା; 10 ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ । 11 ପୁଣି, ଯେଉଁ ପଶୁ ଥିଲା ଆଉ ଏବେ ନାହିଁ, ସେ ଅଷ୍ଟମ; ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ, ଆଉ ସେ ବିନାଶ ପାଇବ । 12 ଆହୁରି ଯେଉଁ ଦଶ ଶିଙ୍ଗ ଦେଖିଲ, ଏହି ସବୁ ଦଶ ରାଜାଙ୍କୁ ବୁଝାଏ; ସେମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇ ନାହାଁନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ । 13 ସେମାନେ ଏକମନା, ଆଉ ସେମାନେ ସେହି ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା ଦେବେ । 14 ସେମାନେ ମେଷଶାବକଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷଶାବକ ସେମାନଙ୍କୁ ଜୟ କରିବେ, କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା, ପୁଣି, ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେହି ଆହୂତ, ମନୋନୀତ ଓ ବିଶ୍ୱସ୍ତ ଲୋକମାନେ ମଧ୍ୟ ଜୟ କରିବେ । 15 ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ । 16 ପୁଣି, ଯେଉଁ ଦଶ ଶିଙ୍ଗ ଦେଖିଲ, ସେହି ସବୁ ଓ ସେହି ପଶୁ ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଛିନ୍ନ ଓ ଉଲଙ୍ଗ କରିବେ ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ; 17 କାରଣ ଈଶ୍ୱରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥି ନିମନ୍ତେ ଈଶ୍ୱର ସେମାନଙ୍କ ମନରେ ସୂଚାଇ ଦେଲେ । 18 ଆଉ ଯେଉଁ ସ୍ତ୍ରୀଲୋକକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ ।



Translation Questions

Revelation 17:1

ସେ ଯୋହନଙ୍କୁ କ'ଣ ଦେଖାଇଥାନ୍ତେ ବୋଲି ଦୂତ କହିଲେ ?

ସେ ଯୋହନଙ୍କୁ ମହାବେଶ୍ୟାର ଦଣ୍ଡ ଦେଖାଇଥାନ୍ତେ ବୋଲି ଦୂତ କହିଲେ । [୧୭:୧]

Revelation 17:3

ଜଣେ ସ୍ତ୍ରୀଲୋକ କେଉଁ ଉପରେ ବସିଥିଲା ?

ଜଣେ ସ୍ତ୍ରୀଲୋକ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ସପ୍ତ ମସ୍ତକ ଏବଂ ଦଶ ଶୃଙ୍ଗ ସହ ବସିଥିଲେ । [୧୭:୩]

ସ୍ତ୍ରୀଲୋକ ଯେଉଁ ପାତ୍ର ତାହାର ହାତରେ ଧରିଥିଲେ ସେଠାରେ କ'ଣ ଥିଲା ?

ସେହି ପାତ୍ର ଘୃଣ୍ୟ ପଦାର୍ଥ ଏବଂ ତାହାର ବ୍ୟଭିଚାର ରୂପ ଅଶୁଚି କର୍ମରେ ପୂର୍ଣ୍ଣ ଥିଲା । [୧୭:୪]

ସେହି ସ୍ତ୍ରୀଲୋକର ନାମ କ'ଣ ଥିଲା ?

ସେହି ସ୍ତ୍ରୀଲୋକର ନାମ ଥିଲା, "ମହାନଗରୀ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟବିଷୟର ଜନନୀ"। [୧୭:୫]

Revelation 17:6

ସେହି ସ୍ତ୍ରୀ କ'ଣ ପାନ କରି ମତ୍ତ ହୋଇଥିଲେ ?

ସେହି ସ୍ତ୍ରୀଲୋକଟି ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତ ପାନରେ ମତ୍ତ ହୋଇଥିଲେ । [୧୭:୬]

Revelation 17:8

ପଶୁଟି କେଉଁଠାରୁ ଆସିଲା ଯାହା ଉପରେ ସ୍ତ୍ରୀ ବସିଥିଲା ?

ପଶୁଟି ଗଭୀର ପାତାଳକୁଣ୍ଡରୁ ଆସିଲା । [୧୭:୮]

Revelation 17:9

ପଶୁର ସପ୍ତ ମସ୍ତକଗୁଡିକର ଅର୍ଥ କ'ଣ ଥିଲା ?

ସପ୍ତ ମସ୍ତକଗୁଡିକ ସପ୍ତ ପର୍ବତ ଥିଲା ଯାହା ଉପରେ ସ୍ତ୍ରୀଲୋକ ଉପବିଷ୍ଟ, ଏବଂ ଯାହା ଉପରେ ସପ୍ତ ରାଜାମାନେ ମଧ୍ୟ ଥିଲେ । [୧୭:୯-୧୦]

Revelation 17:11

ପଶୁଟି କେଉଁ ଆଡକୁ ଯାଉଥିଲା ?

ପଶୁଟି ବିନାଶ ଆଡକୁ ଯାଉଥିଲା । [୧୭:୮, ୧୧]

Revelation 17:12

ପଶୁର ଦଶ ଶୃଙ୍ଗଗୁଡିକର ଅର୍ଥ କ'ଣ ଥିଲା ?

ଦଶ ଶୃଙ୍ଗଗୁଡିକ ଦଶ ରାଜାମାନେ ଥିଲେ । [୧୭:୧୨]

ଯେତେବେଳେ ସେମାନେ ଏକମନା ହେବେ ସେତେବେଳେ ରାଜାମାନେ ପୁଣି ପଶୁ କ'ଣ କରିବେ ?

ଯେତେବେଳେ ସେମାନେ ଏକମନା ହେବେ, ସେମାନେ ମେଷଶାବକ ବିରୁଦ୍ଧରେ ଯୁଦ୍ଧ କରିବେ । [୧୭:୧୪]

Revelation 17:15

ଯେଉଁ ଜଳରାଶି ଉପରେ ବେଶ୍ୟା ଉପବିଷ୍ଟ ଥିଲେ ତାହାର ଅର୍ଥ କ'ଣ ଥିଲା ?

ଜଳରାଶି ବିଭିନ୍ନ ଲୋକ, ଜନତା, ଜାତି ଓ ଭାଷାବାଦୀକୁ ବୁଝାଏ । [୧୭:୧୫]

Revelation 17:16

ସ୍ତ୍ରୀଲୋକ ପ୍ରତି ରାଜାମାନେ ଓ ପଶୁ କ'ଣ କରିବେ ?

ସେମାନେ ସେହି ସ୍ତ୍ରୀଲୋକକୁ ଘୃଣା, ଉଚ୍ଛିନ୍ନ ଏବଂ ଉଲଙ୍ଗ କରିବେ, ପୁଣି ତାହାରି ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ । [୧୭:୧୬]

Revelation 17:18

ଯୋହନ ଯେଉଁ ସ୍ତ୍ରୀକୁ ଦେଖିଲେ ତାହା କ'ଣ ଥିଲା ?

ଯୋହନ ଯେଉଁ ସ୍ତ୍ରୀକୁ ଦେଖିଲେ ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ଵ କରୁଥିବା ମହାନଗରୀକୁ ବୁଝାଏ । [୧୭:୧୮]


Chapter 18

1 ଏଥିଉତ୍ତାରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି; ସେ ମହାକ୍ଷମତାପନ୍ନ, ତାହାଙ୍କ ମହିମାରେ ପୃଥିବୀ ଆଲୋକମୟ ହୋଇଗଲା । 2 ସେ ମହା ଶଦ୍ଦ କରି ଉଚ୍ଚ ସ୍ଵରରେ କହିଲେ, ମହାନଗରୀ ବାବିଲ୍ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟସ୍ଥାନ ହୋଇଅଛି । 3 କାରଣ ଜାତିସମୂହ ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି । 4 ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ; 5 କାରଣ ତାହାର ପାପରାଶୀ ସ୍ଵର୍ଗ ପର୍ଯ୍ୟନ୍ତ ସୁଦ୍ଧା ଉଠିଅଛି, ଆଉ ଈଶ୍ୱର ତାହାର ଅଧର୍ମସବୁ ସ୍ମରଣ କରିଅଛନ୍ତି । 6 ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର । 7 ସେ ଯେତେ ନିଜର ଗୌରବ କରିଅଛି ଓ ବିଳାସିତାରେ କାଳ କାଟିଅଛି,ତାହାକୁ ସେତେ ଯନ୍ତ୍ରଣା ଓ ଶୋକ ଦିଅ; କାରଣ ସେ ମନେ ମନେ କହୁଅଛି, ମୁଁ ରାଣୀ ହୋଇ ବସିଅଛି, ମୁଁ ବିଧବା ନୁହେଁ, ମୋତେ କଦାପି ଶୋକ କରିବାକୁ ହେବ ନାହିଁ । 8 ଏନିମନ୍ତେ ଏକ ଦିନରେ ହିଁ ତାହା ପ୍ରତି ଏହି ସମସ୍ତ କ୍ଲେଶ, ଅର୍ଥାତ୍ ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ଘଟିବ, ଆଉ ସେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବ, ଯେଣୁ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ୱର ଶକ୍ତିମାନ । 9 ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ; 10 ସେମାନେ ତାହାର ଯନ୍ତ୍ରଣାରେ ଭୟ ହେତୁ ଦୂରରେ ଠିଆ ହୋଇ କହିବେ, ହାୟ, ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ୍, ତୁ ସନ୍ତାପର ପାତ୍ରୀ । କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ଡ ଉପସ୍ଥିତ ହେଲା । 11 ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟଦ୍ରବ୍ୟ ଆଉ କ୍ରୟ କରିବ ନାହିଁ ଯଥା, 12 ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ବସ୍ତ୍ର, ପଟୁବସ୍ତ୍ର, ସିନ୍ଦୁରବର୍ଣ୍ଣ ବସ୍ତ୍ର, ସମସ୍ତ ପ୍ରକାର ଚନ୍ଦନକାଷ୍ଠ, ହସ୍ତୀଦନ୍ତର ସର୍ବ ପ୍ରକାର ବସ୍ତୁ, ଅତି ବହୁମୂଲ୍ୟ କାଷ୍ଠ, ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତର (ମାର୍ବଲ୍) ନିର୍ମିତ ସମସ୍ତ ପ୍ରକାର ବସ୍ତୁ, 13 ଦାରୁଚିନି, ସୁଗନ୍ଧିଦ୍ରବ୍ୟ, ଧୂପ, ସୁଗନ୍ଧି ଲେପ୍ୟଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ୱ, ରଥ, କ୍ରୀତଦାସ ଓ ମନୁଷ୍ୟମାନଙ୍କ ପ୍ରାଣ । 14 ତୋହର ପ୍ରାଣର ଅଭିଳାଷର ଫଳସବୁ ତୋହଠାରୁ ଦୂର ହୋଇଅଛି, ପୁଣି, ସମସ୍ତ ସୁସ୍ୱାଦୁ ଓ ମନୋହରବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି, ଆଉ କେବେ ହେଁ ସେ ସମସ୍ତର ଉଦ୍ଦେଶ୍ୟ ମିଳିବ ନାହିଁ । 15 ଏହି ସମସ୍ତ ଦ୍ରବ୍ୟର ଯେଉଁ ବଣିକମାନେ ତାହା ଦ୍ୱାରା ଧନୀ ହୋଇଥିଲେ, ସେମାନେ ତାହାର ଯନ୍ତ୍ରଣାର ଭୟ ହେତୁ ଦୂରରେ ଠିଆ ହୋଇ କ୍ରନ୍ଦନ ଓ ଶୋକ କରି କହିବେ, 16 ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ଓ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା । 17 କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା। ଆଉ ପ୍ରତ୍ୟକ ଜାହାଜ ଅଧ୍ୟକ୍ଷ ଓ ଜଳପଥରେ ଗତାୟତକାରୀ ପ୍ରତ୍ୟକ ଲୋକ ପୁଣି, ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇ, 18 ତାହାର ଅଗ୍ନିର ଧୂମ ଦେଖି ଚିତ୍କାର କରି କହିଲେ, ଏହି ମହାନଗରୀ ତୁଲ୍ୟ ଆଉ କେଉଁ ନଗରୀ ? 19 ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା । 20 ହେ ସ୍ଵର୍ଗ, ହେ ସାଧୁବୃନ୍ଦ, ହେ ପ୍ରେରିତବର୍ଗ, ହେ ଭାବବାଦୀ ସମସ୍ତେ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, ଈଶ୍ୱର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଛନ୍ତି । 21 ତତ୍ପରେ ଜଣେ ବଳବାନ ଦୂତ ଗୋଟିଏ ବୃହତ୍ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ, ଏହିପରି ମହାବଳରେ ମହାନଗରୀ ବାବିଲ୍ ନିକ୍ଷିପ୍ତ ହେବ, ଆଉ କେବେ ହେଁ ତାହାର ଉଦ୍ଦେଶ୍ୟ ମିଳିବ ନାହିଁ । 22 ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୁରୀବାଦକ ମାନଙ୍କର ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋ ମଧ୍ୟରେ ଆଉ କେବେ ହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, 23 ପ୍ରଦୀପର ଆଲୋକ ତୋ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ଜ୍ୱଳିତ ହେବ ନାହିଁ, ପୁଣି, ବର କନ୍ୟାଙ୍କ ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ; କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ, 24 ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା ।



Translation Questions

Revelation 18:1

ମହାକ୍ଷମତାପନ୍ନ ସହ ଦୂତ କ'ଣ ଉଚ୍ଚ ସ୍ଵରରେ ଘୋଷଣା କଲେ ?

ମହାନଗରୀ ବାବିଲ ଯେ ପତିତ ଅଧଃପତିତ ହୋଇଥିଲା ତାହା ଦୂତ ଘୋଷଣା କଲେ । [୧୮:୧-୨]

Revelation 18:4

ପରମେଶ୍ଵରଙ୍କ ଲୋକମାନଙ୍କୁ କ'ଣ କରିବାକୁ ସ୍ଵର୍ଗରୁ ଏକ ସ୍ଵର ଶୁଭାଗଲା ?

ପରମେଶ୍ଵରଙ୍କ ଲୋକମାନଙ୍କୁ ବାବିଲରୁ ବାହାରି ଆସିବାକୁ ପୁଣି ତାହାରି ପାପର ସହଭାଗୀ ନ ହେବାକୁ କୁହାଗଲା । [୧୮:୪]

ସେ ଯାହା କରିଥିଲେ ତାହା ନିମନ୍ତେ ଈଶ୍ଵର ବାବିଲକୁ କି ପ୍ରତିଫଳ ଦେଲେ ?

ସେ କରିଥିବା କର୍ମର ଦ୍ଵିଗୁଣ ପ୍ରତିଫଳ ଈଶ୍ଵର ବାବିଲକୁ ଦେଲେ । [୧୮:୬]

Revelation 18:7

ଏକ ଦିନରେ କେତୋଟି କ୍ଲେଶ ବାବିଲ ଉପରେ ଘଟିଲା ?

ଏକ ଦିନରେ ବାବିଲ ପ୍ରତି ମୃତ୍ୟୁ ଶୋକ ଓ ଦୁର୍ଭିକ୍ଷ ଘଟିଲା ଏବଂ ସେ ଅଗ୍ନି ଦ୍ଵାରା ଦଗ୍ଧ ହେଲା । [୧୮:୮]

Revelation 18:9

ଯେତେବେଳେ ସେମାନେ ବାବିଲର ଦଣ୍ଡ ଦେଖିଲେ କିପରି ରାଜମାନେ ଏବଂ ପୃଥିବୀର ବଣିକମାନେ ଉତ୍ତର ଦେଲେ ?

ଯେତେବେଳେ ରାଜାମାନେ ଏବଂ ପୃଥିବୀର ବଣିକମାନେ ବାବିଲର ଦଣ୍ଡ ଦେଖିଲେ, ସେମାନେ ତାହାରି ନିମନ୍ତେ ବିଳାପ ଏବଂ କ୍ରନ୍ଦନ କଲେ । [୧୮:୯-୧୧]

Revelation 18:14

ବାବିଲ କ'ଣ ଅଭିଳାଷ କଲା, ଯାହା ଏକ ଘଡି ମଧ୍ୟରେ ବିନଷ୍ଟ ହେଲା ?

ବାବିଲ ସୁସ୍ଵାଦ ଓ ମନୋହର ନିମନ୍ତେ ଅଭିଳାଷ କଲା, ଯାହା ଏକ ଘଡି ମଧ୍ୟରେ ବିନଷ୍ଟ ହେଲା । [୧୮:୧୪]

Revelation 18:15

ତାହାର ବିଚାର ସମୟରେ କାହିଁକି ରାଜା, ବଣିକ ଏବଂ ଜାହାଜର କର୍ତ୍ତାମାନେ ବାବିଲଠାରୁ ଦୂରରେ ଠିଆ ହେଲେ ?

ତାହାର ଯନ୍ତ୍ରଣାର ଭୟ ହେତୁ ସେମାନେ ଦୂରରେ ଠିଆ ହେଲେ । [୧୮:୯-୧୦, ୧୫, ୧୭]

Revelation 18:18

କେଉଁ ପ୍ରଶ୍ନ ଜାହାଜର କର୍ତ୍ତାମାନେ ବାବିଲ ବିଷୟରେ ପଚାରିଲେ ?

ଜାହାଜର କର୍ତ୍ତାମାନେ ପଚାରିଲେ, "ଏହି ମହାନଗରୀ ତୁଲ୍ୟ କେଉଁ ନଗରୀ ?" [୧୮:୧୮]

ଯେତେବେଳେ ବାବିଲ ଈଶ୍ଵରଙ୍କ ଦ୍ଵାରା ପତନ ହେଲା ସେତେବେଳେ ସାଧୁବୃନ୍ଦ, ପ୍ରେରିତବର୍ଗ, ଏବଂ ଭାବବାଦୀସମସ୍ତଙ୍କୁ କ'ଣ କରିବାକୁ କୁହାଯାଇଥିଲା ?

ଯେତେବେଳେ ବାବିଲ ଈଶ୍ଵରଙ୍କ ଦ୍ଵାରା ପତନ ହେଲା ସେତେବେଳେ ସାଧୁବୃନ୍ଦ, ପ୍ରେରିତବର୍ଗ, ଏବଂ ଭାବବାଦୀସମସ୍ତଙ୍କୁ ଆନନ୍ଦ କରିବାକୁ କୁହାଗଲା । [୧୮:୨୦]

Revelation 18:21

ତାହାର ପତନ ପରେ, କେବେ ବାବିଲ ପୁନର୍ବାର ଦେଖାଯିବ ?

ତାହାର ପତନ ପରେ, ବାବିଲ କେବେହେଁ ଦେଖା ଯିବ ନାହିଁ । [୧୮:୨୧]

Revelation 18:23

ସେହି ମହାନ ନଗରୀ ବାବିଲୋନ ମଧ୍ୟରେ କ'ଣ ଦେଖା ଗଲା ଯେ, ତାକୁ ବିଚାରିତ କରାଗଲା ?

ଭାବବାଦୀ, ସାଧୁମାନଙ୍କର, ଏବଂ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ଦେଖିବାକୁ ମିଳିଥିଲା । [୧୮:୨୪]


Chapter 19

1 ଏଥିଉତ୍ତାରେ ମୁଁ ସ୍ଵର୍ଗରେ ମହାଜନତାର ଶଦ୍ଦ ପରି ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା; ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ୱରଙ୍କର, 2 କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାଯ୍ୟ; ଯେଉଁ ମହା ବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି । 3 ପୁଣି, ସେ ଦ୍ୱିତୀୟ ଥର କହିଲେ, ହାଲ୍ଲିଲୂୟା; ତାହାର ଅଗ୍ନିର ଧୂମ ଯୁଗେ ଯୁଗେ ଉଠୁଥିବ । 4 ସେଥିରେ ସେହି ଚବିଶ ପ୍ରାଚୀନ ଓ ଚାରି ପ୍ରାଣୀ ଉବୁଡ଼ ହୋଇ ସିଂହାସନ ଉପବିଷ୍ଟ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ଆମେନ୍ ହାଲ୍ଲିଲୂୟା ।

5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ୱରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର । 6 ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁଜଳକଲ୍ଲୋଳ ଓ ଘୋର ମେଘଗର୍ଜନର ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି । 7 ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି । 8 ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ । 9 ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ । ଆଉ ସେ ମୋତେ କହିଲେ, ଏହି ସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ । 10 ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି । ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇଗଣ, ସେମାନଙ୍କର ସହଦାସ; ଈଶ୍ୱରଙ୍କୁ ପ୍ରଣାମ କର । ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର ।

11 ତତ୍ପରେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ୱେତବର୍ଣ୍ଣ ଅଶ୍ୱ; ତାହାର ଆରୋହୀଙ୍କ ନାମ ବିଶ୍ୱସ୍ତ ଓ ସତ୍ୟ; ନ୍ୟାୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି । 12 ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ । 13 ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ । 14 ସ୍ୱର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶୁଭ୍ରବର୍ଣ୍ଣ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ୍‍ଗମନ କଲେ । 15 ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ଼୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ । 16 ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘ ଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ । 17 ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ଡାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ଆସ, ଈଶ୍ୱରଙ୍କ ମହାଭୋଜରେ ଏକତ୍ର ହୁଅ, 18 ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧିନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭୋଜନ କରିବ । 19 ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକୁ ସେହି ଅଶ୍ୱାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି । 20 ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ । 21 ଅବଶିଷ୍ଟ ଲୋକେ ସେହି ଅଶ୍ୱାରୋହୀଙ୍କ ମୁଖ ନିର୍ଗତ ଖଡ଼୍ଗ ଦ୍ୱାରା ହତ ହେଲେ; ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ ।



Translation Questions

Revelation 19:1

ଈଶ୍ଵରଙ୍କର ବିଚାର ବିଷୟରେ ସ୍ଵର୍ଗରେ ମହା ଶବ୍ଦ କ'ଣ କହିଲା ?

ଈଶ୍ଵରଙ୍କ ବିଚାର ସତ୍ୟ ଏବଂ ନ୍ୟାୟ ଥିଲା ବୋଲି ସେହି ମହା ଶବ୍ଦ ସ୍ଵର୍ଗରେ କହିଲା । [୧୯:୧-୨]

କାହିଁକି ମହାବେଶ୍ୟାକୁ ଈଶ୍ଵର ବିଚାର କଲେ ?

ଈଶ୍ଵର ସେହି ମହାବେଶ୍ୟାକୁ ବିଚାର କଲେ କାରଣ ସେ ଆପଣା ବ୍ୟଭିଚାର ଦ୍ଵାରା ପୃଥିବୀକୁ ଭ୍ରଷ୍ଟ କଲା ଏବଂ ଈଶ୍ଵରଙ୍କ ଦାସମାନଙ୍କର ରକ୍ତ ପାତ କଲା । [୧୯:୨]

Revelation 19:3

ମହାବେଶ୍ୟା ପ୍ରତି ଯୁଗ ଯୁଗ ପାଇଁ କ'ଣ ଘଟିବ ?

ମହାବେଶ୍ୟାଠାରୁ ଯୁଗେ ଯୁଗେ ଧୂମ ଉଠୁଥିବ । [୧୯:୩]

Revelation 19:5

ଈଶ୍ଵରଙ୍କ ଭୟକାରୀ ଦାସ ସମସ୍ତଙ୍କୁ କ'ଣ କରିବାକୁ କୁହାଯାଇଥିଲା ?

ଈଶ୍ଵରଙ୍କ ଦାସମାନଙ୍କୁ ତାହାଙ୍କର ପ୍ରଶଂସା କରିବାକୁ କୁହାଯାଇଥିଲା । [୧୯:୫]

Revelation 19:7

କାହିଁକି ସେହି ସ୍ଵର କହିଲା ଯେ ଈଶ୍ଵରଙ୍କ ଦାସମାନେ ଆନନ୍ଦ ଏବଂ ଅତି ଉଲ୍ଲାସ କରିବା ଉଚିତ୍ ?

ଈଶ୍ଵରଙ୍କ ଦାସମାନଙ୍କୁ ଆନନ୍ଦ କରିବାକୁ କୁହାଯାଇଥିଲା କାରଣ ମେଷଶାବକଙ୍କର ବିବାହ ସମୟ ଆସିଥିଲା । [୧୯:୭]

ମେଷଶାବକଙ୍କର କନ୍ୟା କିପରି ଭାବରେ ସୁସଜ୍ଜିତ ହୋଇଅଛି ?

ସୂକ୍ଷ୍ମ ବସ୍ତ୍ରରେ କନ୍ୟା ସୁସଜ୍ଜିତ ହୋଇଅଛି, ଯାହା ଈଶ୍ଵରଙ୍କ ପବିତ୍ର ଲୋକମାନଙ୍କର ଧର୍ମ କର୍ମ ଅଟେ । [୧୯:୮]

Revelation 19:9

ଯୀଶୁଙ୍କ ବିଷୟକ ସାକ୍ଷ୍ୟ ବିଷୟରେ ଦୂତ କ'ଣ କହିଲେ ?

ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ଭାବବାଣୀର ଆତ୍ମା(ସାର) ଥିଲା ବୋଲି ଦୂତ କହିଲେ । [୧୯:୧୦]

Revelation 19:11

ଶ୍ଵେତବର୍ଣ୍ଣ ଅଶ୍ଵରେ ବସିଥିବା ଆରୋହୀ ଯାହାକୁ ଯୋହନ ଦେଖିଲେ ତାହାଙ୍କ ନାମ କ'ଣ ଅଟେ ?

ଈଶ୍ଵରଙ୍କ ବାକ୍ୟ ଶ୍ଵେତବର୍ଣ୍ଣ ଅଶ୍ଵକୁ ଚଲାଉଥିବାର ଯୋହନ ଦେଖିଲେ । [୧୯:୧୧-୧୩]

Revelation 19:14

କିପରି ଈଶ୍ଵରଙ୍କ ବାକ୍ୟ ଜାତି ସମୁହକୁ ଆଘାତ କରନ୍ତି ?

ଈଶ୍ଵରଙ୍କ ବାକ୍ୟର ମୁଖରୁ ଏକ ତୀକ୍ଷ୍‌ଣ ଖଡ୍ଗ ଯାଏ ଯାହା ଜାତିସମୂହକୁ ଆଘାତ କରେ । [୧୯:୧୫]

ଈଶ୍ଵରଙ୍କ ବାକ୍ୟର ବସ୍ତ୍ର ଏବଂ ଜଂଘରେ କ'ଣ ଲେଖାହୋଇଅଛି ?

ତାହାଙ୍କ ବସ୍ତ୍ର ଏବଂ ଜଂଘରେ, "ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ" ଲେଖାହୋଇଅଛି । [୧୯:୧୬]

Revelation 19:17

ଉଡନ୍ତା ପକ୍ଷୀମାନେ ମହା ଭୋଜରେ କ'ଣ ଭକ୍ଷଣ କରିବାକୁ ଡକାଯାଇଥିଲେ ?

ପକ୍ଷୀମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ଵ ଏବଂ ଅଶ୍ଵରୋହୀମାନଙ୍କର, ଏବଂ ସମସ୍ତ ଲୋକମାନଙ୍କର ମାଂସ ଭକ୍ଷଣ କରିବା ନିମନ୍ତେ ଡକାଯାଇଥିଲେ । [୧୯:୧୮]

Revelation 19:19

କ'ଣ କରିବା ନିମନ୍ତେ ପଶୁ ଏବଂ ପୃଥିବୀର ରାଜାମାନେ ବାହାରୁଥିଲେ ?

ସେମାନେ ଈଶ୍ଵରଙ୍କ ଏବଂ ତାହାର ସୈନ୍ୟବାହିନୀଙ୍କ ସହ ଯୁଦ୍ଧ କରିବାକୁ ବାହାରୁଥିଲେ । [୧୯:୧୯]

ପଶୁ ଏବଂ ଭଣ୍ଡ ଭାବବାଦୀଙ୍କ ପ୍ରତି କ'ଣ ଘଟିଲା ?

ପଶୁ ଏବଂ ଭଣ୍ଡ ଭାବବାଦୀ ଉଭୟ ଜୀବନ୍ତ ଗନ୍ଧକ ପ୍ରଜ୍ଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ । [୧୯:୨୦]

Revelation 19:21

ଅବଶିଷ୍ଟ ଲୋକ ଯେଉଁମାନେ ଈଶ୍ଵରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ସେମାନଙ୍କୁ କ'ଣ ଘଟିଲା ?

ଅବଶିଷ୍ଟ ଲୋକ ଈଶ୍ଵରଙ୍କ ମୁଖ ନିର୍ଗତ ଖଡ୍ଗ ଦ୍ଵାରା ହତ ହେଲେ । [୧୯:୨୧]


Chapter 20

1 ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଶିକୁଳି ଥିଲା । 2 ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ, 3 ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ । 4 ପରେ ମୁଁ ସିଂହାସନସମୂହ ଦେଖିଲି; ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ । 5 ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ । ଏହା ହିଁ ପ୍ରଥମ ପୁନରୁତ୍ଥାନ । 6 ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ ।

7 ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ; 8 ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ । 9 ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ । ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା । 10 ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ ।

11 ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ । 12 ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ । 13 ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ । 14 ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା । ଏହି ମୃତ୍ୟୁ, ଅର୍ଥାତ୍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ । 15 ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା ।



Translation Questions

Revelation 20:1

ସ୍ଵର୍ଗରୁ ଓଲ୍ଲାଇଆସିଥିବା ଦୂତଙ୍କ ପାଖରେ କ'ଣ ଥିଲା ?

ଦୂତଙ୍କ ପାଖରେ ପାତଳକୁଣ୍ଡର ଚାବି ଥିଲା ଏବଂ ତାହାଙ୍କ ହସ୍ତରେ ବୃହତ ଶୃଂଖଳ ଥିଲା । [୨୦:୧]

ଦୂତ ଶୟତାନ ସହ କ'ଣ କଲା ?

ଦୂତ ଶୟତାନକୁ ପାତାଳକୁଣ୍ଡକୁ ନିକ୍ଷିପ୍ତ କଲେ । [୨୦:୩]

କେତେ ସମୟ ପର୍ଯ୍ୟନ୍ତ ଶୟତାନ ବନ୍ଧନରେ ରହିବେ ?

ଶୟତାନ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବନ୍ଧନରେ ରହିବ । [୨୦:୨-୩]

ଯେତେବେଳେ ସେ ବନ୍ଧନରେ ଥିବ ସେତେବେଳେ ଶୟତାନ କ'ଣ କରିବାରେ ସକ୍ଷମ ହେବ ନାହିଁ ?

ସେ ଯେତେବେଳେ ବନ୍ଧନରେ ଥିବ ଶୟତାନ ଜାତିସମୂହକୁ ଭ୍ରାନ୍ତ କରିବାରେ ସକ୍ଷମ ହେବ ନାହିଁ । [୨୦:୩]

Revelation 20:4

ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିବାକୁ ମନାକଲେ ସେମାନଙ୍କ ସହ କ'ଣ ହେଲା ?

ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିବାକୁ ମନା କରିଥିଲେ ସେମାନେ ଜୀବିତ ହେଲେ ଏବଂ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସହ ରାଜତ୍ଵ କଲେ । [୨୦:୪]

Revelation 20:5

ଅବଶିଷ୍ଟ ମୃତ ଲୋକମାନେ କେବେ ଜୀବିତ ହେଲେ ?

ଯେତେବେଳେ ଏକ ସହସ୍ର ବର୍ଷର ସମାପ୍ତି ହେଲା ସେତେବେଳେ ଅବଶିଷ୍ଟ ମୃତ ଲୋକମାନେ ଜୀବିତ ହେଲେ । [୨୦:୫]

ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେଲେ ସେମାନେ କ'ଣ କଲେ ?

ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେଲେ ସେମାନେ ଈଶ୍ଵରଙ୍କ ଏବଂ ଯୀଶୁଙ୍କ ଯାଜକ ହେଲେ ଏବଂ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ଵ କଲେ । [୨୦:୬]

Revelation 20:7

ଏକ ସହସ୍ର ବର୍ଷର ଶେଷରେ ଶୟତାନ କ'ଣ କରିବେ ?

ଏକ ସହସ୍ର ବର୍ଷର ଶେଷରେ, ବାହାରକୁ ଯାଇ ଜାତି ସମୂହକୁ ଭ୍ରାନ୍ତ କରିବାକୁ ଶୟତାନକୁ ମୁକ୍ତ କରାଯିବ । [୨୦:୮]

Revelation 20:9

ଯେତେବେଳେ ସାଧୁମାନଙ୍କର ଶିବିରକୁ ବେଷ୍ଟନ କରାଗଲା ସେତେବେଳେ କ'ଣ ଘଟିଲା ?

ଯେତେବେଳେ ସାଧୁମାନଙ୍କର ଶିବିରକୁ ବେଷ୍ଟନ କରାଗଲା, ସେତେବେଳେ ସ୍ଵର୍ଗରୁ ଅଗ୍ନି ଆସିଲା ଏବଂ ଗୋଗ୍ ଓ ମାଗୋଗ୍‌କୁ ଗ୍ରାସ କଲା । [୨୦:୯]

ଏହି ସମୟରେ ଶୟତାନକୁ କ'ଣ କରାଗଲା ?

ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବା ନିମନ୍ତେ ଦିଆବଳ ଶୟତାନକୁ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା । [୨୦:୧୦]

Revelation 20:11

ଶ୍ଵେତବର୍ଣ୍ଣ ସିଂହାସନ ଆଗରେ କାହା ଦ୍ଵାରା ମୃତମାନେ ବିଚାରିତ ହୋଇଥିଲେ ?

ପୁସ୍ତକଗୁଡିକରେ ଲେଖାଯାଇଥିବା ପ୍ରମାଣ, ସେମାନେ କରିଥିବା କର୍ମ ଦ୍ଵାରା ମୃତମାନେ ବିଚାରିତ ହେଲେ । [୨୦:୧୨-୧୩]

Revelation 20:14

ଦ୍ଵିତୀୟ ମୃତ କ'ଣ ଅଟେ ?

ଦ୍ଵିତୀୟ ମୃତ ଅଗ୍ନିର ହ୍ରଦ ଅଟେ । [୨୦:୧୪]

ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ଯାଇ ନ ଥିଲା ସେମାନଙ୍କ ପ୍ରତି କ'ଣ ଘଟିଲା ?

ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ଯିବାର ମିଳିଲା ନାହିଁ ସେମାନଙ୍କୁ ଅଗ୍ନିମୟ ହ୍ରଦରେ ପକାଗଲା । [୨୦:୧୫]


Chapter 21

1 ପରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି, ସମୁଦ୍ର ଆଉ ନ ଥିଲା । 2 ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି । 3 ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ, 4 ପୁଣି, ଈଶ୍ୱର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି । 5 ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ । 6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ । 7 ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ । 8 କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟକଳଙ୍କିତ, ନରଘାତକ, ବ୍ୟଭିଚାର, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ ।

9 ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି । 10 ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ୍ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ, ତାହା ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରୁଥିଲା ଏବଂ ଈଶ୍ୱରଙ୍କ ଗୌରବ ବିଶିଷ୍ଟ ଥିଲା; 11 ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ୱଚ୍ଛ ସୂର୍ଯ୍ୟକାନ୍ତ ପରି । 12 ତାହାର ଗୋଟିଏ ବୃହତ୍ ଓ ଉଚ୍ଚ ପ୍ରାଚୀର ଅଛି, ସେଥିର ଦ୍ୱାଦଶ ଦ୍ୱାର, ସେହି ଦ୍ୱାରରେ ଦ୍ୱାଦଶ ଦୂତ ଓ ଦ୍ୱାରସମୂହର ଉପରେ ଇସ୍ରାଏଲ ସନ୍ତାନମାନଙ୍କର ଦ୍ୱାଦଶ ବଂଶର ନାମ ଲିଖିତ ଅଛି । 13 ପୂର୍ବରେ ତିନି ଦ୍ୱାର, ଉତ୍ତରରେ ତିନି ଦ୍ୱାର, ଦକ୍ଷିଣରେ ତିନି ଦ୍ୱାର ଓ ପଶ୍ଚିମରେ ତିନି ଦ୍ୱାର । 14 ସେହି ନଗରୀର ପ୍ରାଚୀରର ଦ୍ୱାଦଶ ଭିତ୍ତିମୂଳ, ସେହି ସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି । 15 ଯେ ମୋ ସହିତ କଥା କହୁଥିଲେ, ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ୱାରସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା । 16 ନଗରୀଟି ଚାରିକୋଣିଆ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ବାର ହଜାର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା । 17 ପରେ ସେ ସେଥିର ପ୍ରାଚୀର ମାପନ୍ତେ ତାହା ମନୁଷ୍ୟର ପରିମାଣ ଅନୁସାରେ ଏକ ଶହ ଚୌରାଳିଶ ହାତ ହେଲା, ଦୂତ ହିଁ ଏହି ପରିମାଣ ଅନୁସାରେ ମାପୁଥିଲେ । 18 ସେହି ପ୍ରାଚୀର ସୂର୍ଯ୍ୟକାନ୍ତ ମଣି ନିର୍ମିତ, ପୁଣି, ନଗରୀଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ । 19 ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ। ପ୍ରଥମ ଭିତ୍ତିମୂଳ ହୀରକର, ଦ୍ୱିତୀୟ ନୀଳକାନ୍ତ ମଣିର, ତୃତୀୟ ବୈଦୂର୍ଯ୍ୟ ମଣିର, ଚତୁର୍ଥ ମରକତ ମଣିର, 20 ପଞ୍ଚମ ପୁଲକ ମଣିର, ଷଷ୍ଠ ମାଣିକ୍ୟ ମଣିର, ସପ୍ତମ ପୁଷ୍ପରାଗ ମଣିର, ଅଷ୍ଟମ ଫିରୋଜ୍ ମଣିର, ନବମ ଗୋମେଦକ ମଣିର, ଦଶମ ଲଶୁନୀୟ ମଣିର, ଏକାଦଶ ଇନ୍ଦ୍ରନୀଳ ମଣିର ଓ ଦ୍ୱାଦଶ ସୁଗନ୍ଧ ମଣିର । 21 ଦ୍ୱାଦଶ ଦ୍ୱାର ଦ୍ୱାଦଶ ମୁକ୍ତା, ପ୍ରତ୍ୟେକ ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ୱଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ । 22 ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି । 23 ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ । 24 ସେଥିର ଆଲୋକରେ ଜାତିସମୂହ ଗମନାଗମନ କରିବେ, ପୁଣି, ପୃଥିବୀର ରାଜାମାନେ ଆପଣା ଆପଣା ଏୗଶ୍ୱର୍ଯ୍ୟ ତାହା ମଧ୍ୟକୁ ଆଣିବେ । 25 ସେଥିର ଦ୍ୱାରସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ । 26 ଲୋକେ ଜାତିସମୂହର ଏୗଶ୍ୱର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ । 27 କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ ।



Translation Questions

Revelation 21:1

ପ୍ରଥମ ଆକାଶମଣ୍ଡଳ ଏବଂ ପୃଥିବୀକୁ କ'ଣ କରାଯାଇଥିବା ଯୋହନ ଦେଖିଲେ ?

ପ୍ରଥମ ଆକାଶମଣ୍ଡଳ ଏବଂ ପୃଥିବୀ ଲୋପ ପାଇଥିବା ଯୋହନ ଦେଖିଲେ । [୨୧:୧]

ପ୍ରଥମ ଆକାଶମଣ୍ଡଳ ଏବଂ ପୃଥିବୀର ସ୍ଥାନରେ କ'ଣ ରଖା ଯାଇଥିଲା ?

ପ୍ରଥମ ଆକାଶମଣ୍ଡଳ ଏବଂ ପୃଥିବୀର ସ୍ଥାନରେ ଏକ ନୂତନ ଆକାଶମଣ୍ଡଳ ଏବଂ ପୃଥିବୀକୁ ରଖାଗଲା । [୨୧:୧]

ସ୍ଵର୍ଗରୁ କ'ଣ ଅବତରଣ ହେଲା ?

ସ୍ଵର୍ଗରୁ ପବିତ୍ର ନଗରୀ, ନୂତନ ଯିରୂଶାଲମ ଅବତରଣ ହେଲା । [୨୧:୨]

Revelation 21:3

ଈଶ୍ଵର କେଉଁଠାରେ ବାସ କରିବେ ବୋଲି ସିଂହାସନରୁ ଏକ ଶବ୍ଦ ଶୁଣାଗଲା ?

ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ଵର ବାସ କରିବେ ବୋଲି ଏକ ମହା ଶବ୍ଦ ହେଲା । [୨୧:୩]

ବର୍ତ୍ତମାନ କେଉଁସବୁ ଲୋପ ପାଇଥିଲା ?

ମୃତ୍ୟ, ଶୋକ, କ୍ରନ୍ଦନ, ଏବଂ ବ୍ୟଥା ସବୁ ବର୍ତ୍ତମାନ ଲୋପ ପାଇଥିଲା । [୨୧:୪]

Revelation 21:5

ସିଂହାସନରେ ଉପବିଷ୍ଟ ବ୍ୟକ୍ତି ନିଜକୁ ନିଜେ କେଉଁ ନାମରେ ସୂଚାଉଥିଲେ ?

ସିଂହାସନରେ ଉପବିଷ୍ଟ ବ୍ୟକ୍ତି ନିଜକୁ ନିଜେ କ ଓ କ୍ଷ, ଆଦି ଓ ଅନ୍ତ ବୋଲି ସୂଚାଉଥିଲେ । [୨୧:୬]

Revelation 21:7

ଅବିଶ୍ଵାସୀ, ବ୍ୟଭିଚାରୀ, ଏବଂ ପ୍ରତିମାପୂଜକଙ୍କୁ କ'ଣ ହୁଏ ?

ଅବିଶ୍ଵାସୀ, ବ୍ୟଭିଚାରୀ, ଏବଂ ପ୍ରତିମାପୂଜକମାନଙ୍କର ସ୍ଥାନ ଅଗ୍ନି ଓ ଗନ୍ଧକ ପ୍ରଜ୍ଜ୍ୱଳିତରେ ହ୍ରଦ ଅଛି ।[୨୧:୮]

Revelation 21:9

ମେଷଶାବକଙ୍କର କନ୍ୟାଟି, ସେହି ଭାର୍ଯ୍ୟା କିଏ ଅଟେ ?

କନ୍ୟା, ମେଷଶାବକଙ୍କର ଭାର୍ଯ୍ୟା, ଈଶ୍ଵରଙ୍କଠାରୁ ସ୍ଵର୍ଗରୁ ଆସୁଥିବା ସେହି ପବିତ୍ର ନଗରୀ, ଯିରୂଶାଲମ ଅଟନ୍ତି । [୨୧:୧୦]

Revelation 21:11

ନୂତନ ଯିରୂଶାଲମର ଦ୍ଵାରରେ କ'ଣ ଲେଖା ହୋଇଥିଲା ?

ନୂତନ ଯିରୂଶାଲମର ଦ୍ଵାରରେ ଇସ୍ରାଏଲ ସନ୍ତାନମାନଙ୍କର ଦ୍ଵାଦଶ ବଂଶର ନାମଗୁଡିକ ଲିଖିତ ହୋଇଥିଲା । [୨୧:୧୨]

Revelation 21:14

ନୂତନ ଯିରୂଶାଲମର ଭିତ୍ତିମୂଳରେ କ'ଣ ଲିଖିତ ହୋଇଥିଲା ?

ନୂତନ ଯିରୂଶାଲମର ଭିତ୍ତିମୂଳରେ ମେଷଶାବକଙ୍କ ଦ୍ଵାଦଶ ପ୍ରେରିତମାନଙ୍କ ନାମଗୁଡିକ ଲିଖିତ ହୋଇଥିଲା । [୨୧:୧୪]

Revelation 21:16

କେଉଁ ପ୍ରକାର ଆକାରରେ ନୂତନ ଯିରୂଶାଲମ ସ୍ଥାପନ ହୋଇଥିଲା ?

ନୂତନ ଯିରୂଶାଲମ ଚତୁଷ୍କୋଣର ଆକାରରେ ସ୍ଥାପନ ହୋଇଥିଲା । [୨୧:୧୬]

Revelation 21:18

ନଗରୀ ଏବଂ ରାସ୍ତାଗୁଡିକ କେଉଁଥିରେ ନିର୍ମିତ ହୋଇଥିଲା ?

ନଗରୀ ଏବଂ ରାସ୍ତାଗୁଡିକ କାଚ ପରି ଶୁଦ୍ଧ ସୁବର୍ଣ୍ଣରେ ତିଆରି ହୋଇଥିଲା । [୨୧:୧୮,୨୧]

Revelation 21:22

ନୂତନ ଯିରୂଶାଲମରେ ମନ୍ଦିର କିଏ ଅଟନ୍ତି ?

ପ୍ରଭୁ ଈଶ୍ଵର ଏବଂ ମେଷଶାବକ ନୂତନ ଯିରୂଶାଲମରେ ମନ୍ଦିର ଅଟନ୍ତି । [୨୧:୨୨]

Revelation 21:23

ନୂତନ ଯିରୂଶାଲମରେ ପ୍ରଦୀପର ସ୍ରୋତ କିଏ ଅଟନ୍ତି ?

ଈଶ୍ଵରଙ୍କ ଗୌରବ ଏବଂ ମେଷଶାବକ ନୂତନ ଯିରୂଶାଲମରେ ପ୍ରଦୀପର ସ୍ରୋତ ଅଟନ୍ତି । [୨୧:୨୩]

Revelation 21:26

ନୂତନ ଯିରୂଶାଲମରେ କଦାପି କ'ଣ ପ୍ରବେଶ କରିବ ନାହିଁ ?

କୌଣସି ଅଶୁଚି କଦାପି ଯିରୂଶାଲମରେ ପ୍ରବେଶ କରିବ ନାହିଁ । [୨୧:୨୭]


Chapter 22

1 ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି । 2 ସେହି ନଦୀର ଉଭୟ ପାର୍ଶ୍ୱରେ ଦ୍ୱାଦଶ ଥର ଫଳଦାୟକ ଜୀବନବୃକ୍ଷ ଅଛି, ସେଥିରେ ପ୍ରତିମାସରେ ଫଳ ଫଳେ, ପୁଣି, ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ । 3 କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ । ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ । 4 ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ । 5 ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ ।

6 ପରେ ସେ ମୋତେ କହିଲେ, ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ; ଯାହା ଯାହା ଶୀଘ୍ର ଘଟିବ, ସେହି ସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ, ଭାବବାଦୀମାନଙ୍କ ଆତ୍ମାସମୂହର ଈଶ୍ୱର, ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି । 7 ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ଯେ ଏହି ପୁସ୍ତକର ଭାବବାଣୀସବୁ ପାଳନ କରେ, ସେ ଧନ୍ୟ । 8 ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି । 9 କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମ୍ଭର, ତୁମ୍ଭର ଭ୍ରାତୃବୃନ୍ଦ ଭାବବାଦୀମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସହଦାସ; ଈଶ୍ୱରଙ୍କୁ ପ୍ରଣାମ କର । 10 ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ । 11 ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି, ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର ସେ ଆହୁରି ପବିତ୍ର ହେଉ । 12 ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି । 13 ଆମ୍ଭେ ଆଲଫା ଏବଂ ଓମେଗା, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ । 14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ । 15 କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି, ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ । 16 ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ । ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା । 17 ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।

18 ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ; 19 ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ । 20 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ । ଆମେନ୍, ହେ ପ୍ରଭୁ ଯୀଶୁ, ଆସନ୍ତୁ । 21 ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ । ଆମେନ୍ ।



Translation Questions

Revelation 22:1

ଈଶ୍ଵରଙ୍କ ସିଂହାସନରୁ କ'ଣ ପ୍ରବାହିତ ହେଉଥିବାର ଯୋହନ ଦେଖିଲେ ?

ଜୀବନଦାୟକ ଜଳର ନଦୀ ଈଶ୍ଵରଙ୍କ ସିଂହାସନରୁ ପ୍ରବାହିତ ହେଉଥିବାର ଯୋହନ ଦେଖିଲେ । [୨୨:୧]

ଜୀବନଦାୟକ ବୃକ୍ଷର ପତ୍ରଗୁଡିକ କ'ଣ ଅଟନ୍ତି ?

ଜୀବନଦାୟକ ବୃକ୍ଷର ପତ୍ରଗୁଡିକ ଜାତିସମୂହର ଆରୋଗ୍ୟକାରକ ଅଟନ୍ତି । [୨୨:୨]

Revelation 22:3

ସେହି ନଗରୀଠାରେ କ'ଣ ସବୁ ଆଉ ରହିବ ନାହିଁ ?

ସେହି ନଗରୀଠାରେ କୌଣସି ଅଭିଶାପ ରହିବ ନାହିଁ, ଏବଂ ସେଠାରେ କୌଣସି ରାତ୍ରି ରହିବ ନାହିଁ । [୨୨:୩,୫]

କେଉଁଠାରେ ଈଶ୍ଵରଙ୍କ, ଏବଂ ମେଷଶାବକଙ୍କ ସିଂହାସନ ରହିବ ?

ଈଶ୍ଵରଙ୍କ ଏବଂ ମେଷଶାବକଙ୍କ ସିଂହାସନ ନଗରୀରେ ରହିବ । [୨୨:୩]

Revelation 22:6

ଏହି ପୁସ୍ତକ ଦ୍ଵାରା ଧନ୍ୟ ହେବାକୁ ଏକ ବ୍ୟକ୍ତିଙ୍କୁ କ'ଣ କରିବା ଆବଶ୍ୟକ ?

ଧନ୍ୟ ହେବା ନିମନ୍ତେ ସେହି ବ୍ୟକ୍ତିଙ୍କୁ ଏହି ପୁସ୍ତକର ଭାବବାଣୀକୁ ପାଳନ କରିବା ଆବଶ୍ୟକ ।[୨୨:୭]

Revelation 22:8

ଯେତେବେଳେ ଯୋହନ ଦୂତଙ୍କ ପାଦ ତଳେ ଉବୁଡ ହୋଇ ପ୍ରଣାମ କଲେ ସେତେବେଳେ ଦୂତ ଯୋହନଙ୍କୁ କ'ଣ କହିଲେ ?

ଈଶ୍ଵରଙ୍କୁ ପ୍ରଣାମ କରିବାକୁ ଦୂତ ଯୋହନଙ୍କୁ କହିଲେ । [୨୨:୮-୯]

Revelation 22:10

କାହିଁକି ଯୋହନଙ୍କୁ ଏହି ପୁସ୍ତକର ଭାବବାଣୀକୁ ମୁଦ୍ରାଙ୍କିତ ନ କରିବା ନିମନ୍ତେ କୁହାଯାଇଥିଲା ?

ଯୋହନ ଏହି ପୁସ୍ତକର ଭାବବାଣୀକୁ ମୁଦ୍ରାଙ୍କିତ ନ କରିବାକୁ କୁହାଯାଇଥିଲା କାରଣ ସମୟ ସନ୍ନିକଟ ଥିଲା । [୨୨:୧୦]

Revelation 22:12

ଯେତେବେଳେ ସେ ଆସିବେ ତାହାଙ୍କ ସହିତ କ'ଣ ଆଣିବେ ବୋଲି ପ୍ରଭୁ କହିଲେ ?

ଯେତେବେଳେ ସେ ଆସିବେ ସେ ତାହାଙ୍କ ସହିତ ତାଙ୍କରି ପୁରସ୍କାରକୁ ଆଣିବେ ବୋଲି ଈଶ୍ଵର କହିଲେ । [୨୨:୧୨]

Revelation 22:14

ଜୀବନ ବୃକ୍ଷର ଅଧିକାରୀ ହେବାକୁ ଏବଂ ସେଥିରୁ ଖାଇବାକୁ ଯେଉଁମାନେ ଇଚ୍ଛା କରନ୍ତି ସେମାନଙ୍କୁ କ'ଣ କରିବା ଉଚିତ୍ ?

ଯେଉଁମାନେ ଜୀବନ ବୃକ୍ଷର ଅଧିକାରୀ ହୋଇ ଏବଂ ସେଥିରୁ ଖାଇବାକୁ ଇଚ୍ଛା କରନ୍ତି ସେମାନେ ସେମାନଙ୍କର ବସ୍ତ୍ରକୁ ଧୌତ କରିବାକୁ ଆବଶ୍ୟକ । [୨୨:୧୪]

Revelation 22:16

ସେ ଦାଉଦଙ୍କ ସମ୍ପର୍କୀୟ ଅଟନ୍ତି ବୋଲି ଯୀଶୁ କିପରି କହନ୍ତି ?

ସେ ରାଜା ଦାଉଦଙ୍କ ମୂଳ ଏବଂ ବଂଶଜ ଅଟନ୍ତି ବୋଲି ଯୀଶୁ କହନ୍ତି । [୨୨:୧୬]

Revelation 22:18

ଯେକେହି ଏହି ପୁସ୍ତକର ଭାବବାଣୀ ସଙ୍ଗେ କିଛି ଯୋଗ କରେ ତାହା ପ୍ରତି କ'ଣ ଘଟିବ ?

ଯେକେହି ଏହି ପୁସ୍ତକର ଭାବବାଣୀ ସଙ୍ଗେ କିଛି ଯୋଗ କରେ ସେ ଏହି ପୁସ୍ତକରେ ଲେଖା ହୋଇଥିବା କ୍ଲେଶଗୁଡିକ ତାହା ପ୍ରତି ଘଟିବ । [୨୨:୧୮]

ଯେକେହି ଏହି ପୁସ୍ତକର ଭାବବାଣୀର କୌଣସି ବାକ୍ୟକୁ ଲୋପ କରେ ତାହା ପ୍ରତି କ'ଣ ଘଟିବ ?

ଯେକେହି ଏହି ପୁସ୍ତକର ଭାବବାଣୀ ର କୌଣସି ବାକ୍ୟକୁ ଲୋପ କରେ ଜୀବନ ବୃକ୍ଷରେ ତାହାର ଅଂଶ ଲୋପ ହେବ । [୨୨:୧୯]

Revelation 22:20

ଏହି ପୁସ୍ତକରେ ଯୀଶୁଙ୍କର ଶେଷ ଶବ୍ଦ କ'ଣ ଅଟେ ?

ଯୀଶୁଙ୍କର ଶେଷ ଶବ୍ଦ, "ହଁ ! ମୁଁ ଶୀଘ୍ର ଆସୁଅଛି" । [୨୨:୨୦]

ଏହି ପୁସ୍ତକର ଶେଷ ଶବ୍ଦ କ'ଣ ଅଟେ ?

ଏହି ପୁସ୍ତକର ଶେଷ ଶବ୍ଦ "ଆମେନ୍" ଅଟେ । [୨୨:୨୧]


Translation Words

ଅକାଳ , ବହୁ ଅକାଳ

ସଂଜ୍ଞା:

“ଅକାଳ “ଶବ୍ଦ ବର୍ଷା ନ ହେବା କାରଣୁ ଗୋଟିଏ ଦେଶସାରା କିଅବା ଅଞ୍ଚଳରେ ଖାଦ୍ୟର ଅତି ଅଭାବ କୁ ଦର୍ଶାଏ I

ଏହିପରି ଆପଣଙ୍କ ଭାଷାରେ ମଧ୍ୟ “ଅକାଳ “ଶବ୍ଦର ଅନୁବାଦ ହୋଇପାରେ କିମ୍ୱା ଏକ ବାକ୍ୟାଂଶ ଯେପରି କି “ଅତିଶୟ ଅଭାବ “କିଅବା “ପ୍ରଚଣ୍ଡ ଦାରିଦ୍ର୍ୟ “I

ବାଇବଲ ଟିପ୍ପଣୀ:

ବୋର୍ଡ ଡାଟା :

ଅଗ୍ନିକୁଣ୍ଡ

ତଥ୍ୟ:

ଅଗ୍ନିକୁଣ୍ଡ ଏକ ବିଶାଳକାୟ ଚୁଲି ଯାହା ଉଚ ତାପମାତ୍ରାରେ ପଦାର୍ଥକୁ ଗରମ କରାଯାଏ I

(ଆହୁରି ଦେଖନ୍ତୁ: ଇଶ୍ୱର, ସ୍ୱରୂପ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

ଅତି ଭୟ, ଭୟଭିତ ହେବା, ଭୟାନକ, ଅତି ଖରାପ, ଆତଙ୍କୀୟ, ବିଭିଷିକା

ସଂଜ୍ଞା:

“ଅତି ଭୟ” ଶବ୍ଦ ଡର ର ଭାୟଭୟ ଅନୁଭାବକୁ କିଅବା ଆତଙ୍କକୁ ଦର୍ଶାଏ I ଯେଉଁ ବ୍ୟକ୍ତି ଏହି ପ୍ରକାର ଅନୁଭବ କରେ ତାହାକୁ “ଭୟଭିତ” କୁହାଯାଏ I

(ଆହୁରି ଦେଖନ୍ତୁ: ଡର, ଆତଙ୍କ ବା ଭୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

ଅତି ଭୟ, ଭୟଭିତ ହେବା, ଭୟାନକ, ଅତି ଖରାପ, ଆତଙ୍କୀୟ, ବିଭିଷିକା

ସଂଜ୍ଞା:

“ଅତି ଭୟ” ଶବ୍ଦ ଡର ର ଭାୟଭୟ ଅନୁଭାବକୁ କିଅବା ଆତଙ୍କକୁ ଦର୍ଶାଏ I ଯେଉଁ ବ୍ୟକ୍ତି ଏହି ପ୍ରକାର ଅନୁଭବ କରେ ତାହାକୁ “ଭୟଭିତ” କୁହାଯାଏ I

(ଆହୁରି ଦେଖନ୍ତୁ: ଡର, ଆତଙ୍କ ବା ଭୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର, ଅଧିକାର ସମୁହ

ସଂଜ୍ଞା

"ଅଧିକାର" ଶବ୍ଦ ଏହା ସୂଚୀତ କରେ ଯେ ଜଣେ ବ୍ୟକ୍ତିଙ୍କର ପ୍ରଭାବ ଓ ନୀୟନ୍ତ୍ରଣ ଅନ୍ୟ ଜଣଙ୍କ ଉପରେ ଥାଏ ׀

ଅନୁବାଦ ର ପ୍ରସ୍ତାବ

ଯେତେବେଳେ ଅଧିକାରୀ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରନ୍ତି ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀

"ଅଧିନରେ ରହିବା" ବାକ୍ୟ ଟି "ଆଜ୍ଞାମାନିବା ର ଦଦାୟିତ୍ୱ ନେବା" କିମ୍ୱା ଅନ୍ୟ ର ଆଦେଶ କୁ ପାଳନ କରିବା" କୁ ସୂଚୀତ କରେ ׀

(ଦେଖନ୍ତୁ: ନାଗରିକ, ଆଦେଶ, ମାନିବା ବା ଆଜ୍ଞା ପାଳିବା, ଶକ୍ତି ବା କ୍ଷମତା, ବ୍ୟବସ୍ଥା ବା ନିୟମ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

ଅଧିକାର କରିବା, `ଅଧିକାର କରିବାଗୁଡିକ, ଅଧିକୃତ ଜିନିଷ, ମାଲିକାନା, ମାଲିକ ହେବା ବା ଅଧିକାର କରିବା, ଅଧିକୃତ ଅଞ୍ଚଳ, ଅଧିକାରଚ୍ୟୁତ କରିବା

ତଥ୍ୟଗୁଡିକ

“ଅଧିକାର କରିବା” ଏବଂ “ଅଧିକାର” ପ୍ରତିଶବ୍ଦଗୁଡ଼ିକ ସାଧାରଣତଃ କିଛି ବିଷୟର ଅଧିକାରୀ ହେବା ବା ମାଲିକ ହେବା ବିଷୟ ଅଟେ I ସେଗୁଡିକର ଅର୍ଥ କୌଣସି ବିଷୟ ଉପରେ ନୀୟନ୍ତ୍ରଣ ହାସଲ କରିବା କିମ୍ୱା ଏକ ଦେଶ ଅଧିକାର କରିବା ମଧ୍ୟ ହୋଇପାରିବ I

ଏଥିରେ ସେହି ଦେଶରେ ବାସ କରୁଥିବା କିଣାନୀୟ ଲୋକମାନଙ୍କୁ ପ୍ରଥମରେ ଜୟ କରିବା ବିଷୟ ଅନ୍ତର୍ଭୁକ୍ତ ଅଟେ I

ଏହା ସେମାନଙ୍କର “ଅଧିକାରପୂର୍ଣ୍ଣ ସ୍ଥାନ” ଭାବରେ ଅନୁବାଦ କରାଯାଇପାରେ I

ଏହାର ଅର୍ଥ ଯେ ସେମାନେ ତାହାଙ୍କର ଲୋକଗଣ ଭାବରେ ତାହାଙ୍କର ନିଜସ୍ୱ ଅଟନ୍ତି ଯାହାଙ୍କୁ ସେ ବିଶେଷ ଭାବରେ ତାହାଙ୍କର ସେବା କରିବା ନିମନ୍ତେ ଏବଂ ଉପାସନା କରିବା ନିମନ୍ତେ ଆହ୍ୱାନ କରିଥିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

(ଆହୁରି ମଧ୍ୟ ଦେଖ: କିଣାନ, ଉପାସନା

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅଧିକାର କରିବା, `ଅଧିକାର କରିବାଗୁଡିକ, ଅଧିକୃତ ଜିନିଷ, ମାଲିକାନା, ମାଲିକ ହେବା ବା ଅଧିକାର କରିବା, ଅଧିକୃତ ଅଞ୍ଚଳ, ଅଧିକାରଚ୍ୟୁତ କରିବା

ତଥ୍ୟଗୁଡିକ

“ଅଧିକାର କରିବା” ଏବଂ “ଅଧିକାର” ପ୍ରତିଶବ୍ଦଗୁଡ଼ିକ ସାଧାରଣତଃ କିଛି ବିଷୟର ଅଧିକାରୀ ହେବା ବା ମାଲିକ ହେବା ବିଷୟ ଅଟେ I ସେଗୁଡିକର ଅର୍ଥ କୌଣସି ବିଷୟ ଉପରେ ନୀୟନ୍ତ୍ରଣ ହାସଲ କରିବା କିମ୍ୱା ଏକ ଦେଶ ଅଧିକାର କରିବା ମଧ୍ୟ ହୋଇପାରିବ I

ଏଥିରେ ସେହି ଦେଶରେ ବାସ କରୁଥିବା କିଣାନୀୟ ଲୋକମାନଙ୍କୁ ପ୍ରଥମରେ ଜୟ କରିବା ବିଷୟ ଅନ୍ତର୍ଭୁକ୍ତ ଅଟେ I

ଏହା ସେମାନଙ୍କର “ଅଧିକାରପୂର୍ଣ୍ଣ ସ୍ଥାନ” ଭାବରେ ଅନୁବାଦ କରାଯାଇପାରେ I

ଏହାର ଅର୍ଥ ଯେ ସେମାନେ ତାହାଙ୍କର ଲୋକଗଣ ଭାବରେ ତାହାଙ୍କର ନିଜସ୍ୱ ଅଟନ୍ତି ଯାହାଙ୍କୁ ସେ ବିଶେଷ ଭାବରେ ତାହାଙ୍କର ସେବା କରିବା ନିମନ୍ତେ ଏବଂ ଉପାସନା କରିବା ନିମନ୍ତେ ଆହ୍ୱାନ କରିଥିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

(ଆହୁରି ମଧ୍ୟ ଦେଖ: କିଣାନ, ଉପାସନା

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁଗ୍ରହ, ଦୟାଳୁ

ସଂଜ୍ଞା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିଅବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

ଅନୁବାଦ ପ୍ରସ୍ତାବ:

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

ଅନୁତାପ କରିବା, ଅନୁତାପ କରେ, ଅନୁତପ୍ତ, ମନଫେରଣ କରିବା

ସଂଜ୍ଞା:

“ଅନୁତାପ କରିବା” ଏବଂ “ପଶ୍ଚାତାପ କରିବା” ପଦଗୁଡିକ ପାପରୁ ଫେରିଆସିବା ଏବଂ ଈଶ୍ୱରଙ୍କ ନିକଟକୁ ଫେରିଆସିବା ବିଷୟକୁ ସୂଚାଇଥାଏ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

ଉଦାହରଣସ୍ୱରୂପ, “ଈଶ୍ୱର ଇସ୍ରାଏଲକୁ ମନପରିବର୍ତ୍ତନ ଦାନ କରିଅଛନ୍ତି” ଏହି ଅଭିବ୍ୟକ୍ତିକୁ “ଈଶ୍ୱର ଇସ୍ରାଏଲକୁ ମନପରିବର୍ତ୍ତନ କରିବା ନିମନ୍ତେ ସାମର୍ଥ ପ୍ରଦାନ କରିଅଛନ୍ତି I

(ଆହୁରି ମଧ୍ୟ ଦେଖ: କ୍ଷମା, ପାପ, ଫେରିବା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

ସେ ସେମାନଙ୍କୁ ପ୍ରଚାର କରି କହିଲେ, “ମନପରିବର୍ତ୍ତନ କର_, କାରଣ ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ !”

ବୋର୍ଡ ଡାଟା :

ଅନୁତାପ କରିବା, ଅନୁତାପ କରେ, ଅନୁତପ୍ତ, ମନଫେରଣ କରିବା

ସଂଜ୍ଞା:

“ଅନୁତାପ କରିବା” ଏବଂ “ପଶ୍ଚାତାପ କରିବା” ପଦଗୁଡିକ ପାପରୁ ଫେରିଆସିବା ଏବଂ ଈଶ୍ୱରଙ୍କ ନିକଟକୁ ଫେରିଆସିବା ବିଷୟକୁ ସୂଚାଇଥାଏ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

ଉଦାହରଣସ୍ୱରୂପ, “ଈଶ୍ୱର ଇସ୍ରାଏଲକୁ ମନପରିବର୍ତ୍ତନ ଦାନ କରିଅଛନ୍ତି” ଏହି ଅଭିବ୍ୟକ୍ତିକୁ “ଈଶ୍ୱର ଇସ୍ରାଏଲକୁ ମନପରିବର୍ତ୍ତନ କରିବା ନିମନ୍ତେ ସାମର୍ଥ ପ୍ରଦାନ କରିଅଛନ୍ତି I

(ଆହୁରି ମଧ୍ୟ ଦେଖ: କ୍ଷମା, ପାପ, ଫେରିବା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:

ସେ ସେମାନଙ୍କୁ ପ୍ରଚାର କରି କହିଲେ, “ମନପରିବର୍ତ୍ତନ କର_, କାରଣ ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ !”

ବୋର୍ଡ ଡାଟା :

ଅନୁଯୋଗ କରିବା, ଭର୍ତ୍ସନା କରିବା,ଅନୁଯୋଗ ବା ଭର୍ତ୍ସନା ବିଷୟଗୁଡିକ, ଅନୁଯୋଗପ୍ରାପ୍ତ

ସଂଜ୍ଞା:

ଅନୁଯୋଗ କରିବା ଅର୍ଥ ଜଣକୁ କଠୋର ମୌଖିକ ବାକ୍ୟ ଦ୍ୱାରା ସଂଶୋଧନ କରିବା; ଯେପରି ସେହି ବ୍ୟକ୍ତିକୁ ପାପରୁ ବିମୁଖ ହୋଇ ଫେରିବା ନିମନ୍ତେ ଅନେକ ସମୟରେ ସାହାଯ୍ୟ କରାଯାଇପାରେ I ଏଭଳି ଏକ ସଂଶୋଧନ ଏକ ଅନୁଯୋଗ ଅଟେ I

(ଆହୁରି ମଧ୍ୟ ଦେଖ: କଟୁବାକ୍ୟ ପ୍ରୟୋଗ କରି ଅନୁଯୋଗ କରିବା, ଉପଦେଶ ଦେବା ବା ମୃଦୁ ଭର୍ତ୍ସନା କରିବା)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁଯୋଗ କରିବା, ଭର୍ତ୍ସନା କରିବା,ଅନୁଯୋଗ ବା ଭର୍ତ୍ସନା ବିଷୟଗୁଡିକ, ଅନୁଯୋଗପ୍ରାପ୍ତ

ସଂଜ୍ଞା:

ଅନୁଯୋଗ କରିବା ଅର୍ଥ ଜଣକୁ କଠୋର ମୌଖିକ ବାକ୍ୟ ଦ୍ୱାରା ସଂଶୋଧନ କରିବା; ଯେପରି ସେହି ବ୍ୟକ୍ତିକୁ ପାପରୁ ବିମୁଖ ହୋଇ ଫେରିବା ନିମନ୍ତେ ଅନେକ ସମୟରେ ସାହାଯ୍ୟ କରାଯାଇପାରେ I ଏଭଳି ଏକ ସଂଶୋଧନ ଏକ ଅନୁଯୋଗ ଅଟେ I

(ଆହୁରି ମଧ୍ୟ ଦେଖ: କଟୁବାକ୍ୟ ପ୍ରୟୋଗ କରି ଅନୁଯୋଗ କରିବା, ଉପଦେଶ ଦେବା ବା ମୃଦୁ ଭର୍ତ୍ସନା କରିବା)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁରୋଧ, ଅନୁରୋଧଗୁଡ଼ିକ, ନିବେଦନ, ନିବେଦନଗୁଡ଼ିକ, ଅନୁରୋଧ ବା ପକ୍ଷସମର୍ଥନ କଲେ, ପ୍ରାର୍ଥନା ଅନୁରୋଧ କରିବା, ପ୍ରାର୍ଥନା ଅନୁରୋଧଗୁଡିକ

ତଥ୍ୟଗୁଡିକ:

“ଅନୁରୋଧ” ଏବଂ “ପ୍ରାର୍ଥନା ବା ନିବେଦନ” ପ୍ରତିଶବ୍ଦଗୁଡ଼ିକର ଅର୍ଥ ଜଣକୁ ଅତି ଜରୁରୀ ଭାବରେ କିଛି ବିଷୟ କରିବା ନିମନ୍ତେ ନିବେଦନ ବା ପ୍ରାର୍ଥନା କରିବା ବିଷୟକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

ଅନୁସନ୍ଧାନ କରିବା, ଅନୁସନ୍ଧାନ କରନ୍ତି, ଅନୁସନ୍ଧାନ କଲେ, ଅନେକ ଅନୁସନ୍ଧାନ

ତଥ୍ୟ:

“ଅନୁସନ୍ଧାନ” ଶବ୍ଦର ଅର୍ଥ ହେଉଛି କାହାକୁ ପଚାରି ଖବର ନେବା I

ଅଭିବ୍ୟକ୍ତି “ର ଅନୁସନ୍ଧାନ “ଅନେକ ସମୟରେ ଇଶ୍ୱରକୁ ଜ୍ଞାନ ଓ ସାହାଯ୍ୟ ନିମନ୍ତେ ପଚାରିବା କୁ ଦର୍ଶାଏ I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I

ପୃଷ୍ଠଭୂମି କୁ ନିର୍ଭର କରେ, ଅନ୍ୟଭାବରେ ତର୍ଜମ କଲେ ଏହା ମଧ୍ୟ “ଅନ୍ଧକାରର ରାତ୍ରୀ” (ଯାହାକି “ଦିବସର ଆଲୋକ“ର ବିପରୀତ) କିମ୍ୱା “କୌଣସି ବିଷୟ ଦେଖା ନ ଯିବା,ଯେମିତି ଅନ୍ଧକାର ସମାନ” କିମ୍ୱା “ମନ୍ଦ ଯେମିତି ଅନ୍ଧକାରର ସ୍ଥାନ” ହୋଇପାରେ I

(ଦେଖିବା ମଧ୍ୟ: ଚରିତ୍ରହୀନ ବା ଅନୈତିକ, ପ୍ରଭୁତ୍ତ୍ୱ, ରାଜ୍ୟ, ଦୀପ୍ତି, ମୁକ୍ତ କରିବା, ଧାର୍ମିକ)

ବାଇବଲ ଭିତ୍ତିକ ପଦପର୍ବ:

ବୋର୍ଡ ଡାଟା :

ଅନ୍ଧକାର

ପରିଭାଷା,ସଂଜ୍ଞା:

“ଅନ୍ଧକାର” ର ପ୍ରକୃତ ଶଦ୍ଦ ର ଅର୍ଥ ହେଲା ଆଲୋକର ଅନୁପସ୍ଥିତି I ଏହି ଶଦ୍ଦର ଅନେକ ବ୍ୟଙ୍ଗକ୍ତି ଅର୍ଥ ରହିଛି I

(ଦେଖନ୍ତୁ: ଉପମା

ତର୍ଜମା ପ୍ରସ୍ତାବ:

ଏହି ଶବ୍ଦ ମଧ୍ୟ ଅନ୍ଧକାରମୟ କୋଠରୀକୁ କିମ୍ୱା ଦିନସମୟରେ ଯେଉଁଠାରେ କି ଅଲୋକ ନଥାଏ ଏହାକୁ ମଧ୍ୟ ସୁଚାଇଥାଏ I